04.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବର୍ତ୍ତମାନ ଏହି ଦୁନିଆର ହୋପଲେସ୍ କେସ୍ ଅର୍ଥାତ୍ ସୁଧୁରିବାର କୌଣସି ଆଶା ନାହିଁ, ସମସ୍ତେ ମରିଯିବେ ସେଥିପାଇଁ ଏଥିରୁ ମୋହ ତୁଟାଅ, ତେଣୁ କେବଳ ମୋତେ ମନେ ପକାଅ ।

ପ୍ରଶ୍ନ:-
ସେବାରେ ଉତ୍ସାହ ନ ଆସିବାର କାରଣ କଣ?

ଉତ୍ତର:-
୧- ଯଦି ଲକ୍ଷଣ ଠିକ୍ ନାହିଁ, ବାବାଙ୍କୁ ୟାଦ କରୁନାହାଁନ୍ତି ତେବେ ସେବାରେ ଉତ୍ସାହ ଆସିପାରିବ ନାହିଁ । କୌଣସି ନା କୌଣସି ଓଲଟା କର୍ମ ହୋଇଯାଉଛି ସେଥିପାଇଁ ମଧ୍ୟ ସେବା କରିପାରୁ ନାହାଁନ୍ତି । ୨- ବାବାଙ୍କର ଯେଉଁ ପ୍ରଥମ ନିର୍ଦ୍ଦେଶ ରହିଛି - ଆପ ମୁୟେ ମର ଗୟି ଦୁନିଆ ଅର୍ଥାତ୍ ନିଜେ ମଲେ ତୁମ ପାଇଁ ଦୁନିଆ ମରିଗଲା ଏହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ଯଦି ବୁଦ୍ଧି, ଦେହ ଏବଂ ଦେହର ସମ୍ବନ୍ଧରେ ବାନ୍ଧି ହୋଇ ରହିଛି ତେବେ ସେବା କରିପାରିବେ ନାହିଁ ।

ଗୀତ:-
ଓମ୍ ନମୋ ଶିବାୟ...

ଓମ୍ ଶାନ୍ତି ।
ଏବେ ଏହି ଭକ୍ତିମାର୍ଗର ଗୀତ ଶୁଣିଲ । ଶିବାୟ ନମଃ କହିଥାନ୍ତି ନା । ଶିବଙ୍କର ନାମ ବାରମ୍ବାର ନେଇଥାନ୍ତି । ପ୍ରତ୍ୟହ ଶିବଙ୍କର ମନ୍ଦିରକୁ ଯାଇଥାନ୍ତି ଓ ଯେଉଁ ପର୍ବ ରହିଛି ତାକୁ ପ୍ରତିବର୍ଷ ପାଳନ କରିଥାନ୍ତି । ପୁରୁଷୋତ୍ତମ ମାସ ଓ ବର୍ଷ ମଧ୍ୟ ହୋଇଥାଏ । ଶିବାୟ ନମଃ ତ ପ୍ରତ୍ୟହ କହିଥାନ୍ତି । ଶିବଙ୍କର ପୂଜାରୀ ବହୁତ ଅଛନ୍ତି । ରଚୟିତା ଶିବ ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି । କହୁଛନ୍ତି ମଧ୍ୟ ପତିତ-ପାବନ ପରମପିତା ପରମାତ୍ମା ଶିବ ଅଟନ୍ତି । ପ୍ରତ୍ୟହ ତାଙ୍କର ପୂଜା ମଧ୍ୟ କରିଥାନ୍ତି । ତୁମେମାନେ ଜାଣିଛ ଏହି ସଂଗମଯୁଗ ହେଉଛି - ପୁରୁଷୋତ୍ତମ ହେବାର ଯୁଗ । ଯେପରି ଲୌକିକ ଶିକ୍ଷା ଦ୍ୱାରା କୌଣସି ନା କୌଣସି ଉଚ୍ଚ ପଦ ପାଇଥାନ୍ତି ନା । ଲକ୍ଷ୍ମୀ-ନାରାୟଣ ଏହି ପଦ କିପରି ପାଇଲେ, ବିଶ୍ୱର ମାଲିକ କିପରି ହେଲେ । ଏକଥା କେହି ଜାଣି ନାହାଁନ୍ତି । ଶିବାୟ ନମଃ ମଧ୍ୟ କହିଥାନ୍ତି । ତୁମେ ମାତ-ପିତା... ପ୍ରତ୍ୟହ ମହିମା ଗାନ କରିଥାନ୍ତି କିନ୍ତୁ ଏକଥା ଜାଣି ନାହାଁନ୍ତି ସେ କେବେ ଆସି ମାତା-ପିତା ହୋଇ ସଂପତ୍ତି ଦେଉଛନ୍ତି । ତୁମେମାନେ ଜାଣିଛ ଯେ ଦୁନିଆର ମନୁଷ୍ୟମାନେ କିଛି ହେଲେ ଜାଣିନାହାଁନ୍ତି । ଭକ୍ତିମାର୍ଗରେ କେତେ ଧକ୍କା ଖାଉଛନ୍ତି । ଅମରନାଥକୁ ଦଳ ଦଳ ହୋଇ ଯାଇଥାନ୍ତି । କେତେ ଧକ୍କା ଖାଉଛନ୍ତି, କାହାକୁ ଏପରି କହିଲେ ବିଗିଡିଯିବେ । ତୁମମାନଙ୍କର ସଂଖ୍ୟା କମ୍ ଥିଲେ ମଧ୍ୟ ଭିତରେ କେତେ ଖୁସି ରହିଛି । ଲେଖୁଛନ୍ତି ମଧ୍ୟ ବାବା ଯେବେଠାରୁ ତୁମକୁ ଚିହ୍ନିଲୁ, ଆମ ଖୁସିର ସୀମା ନାହିଁ । କିଛି ଅସୁବିଧା ହେଲେ ମଧ୍ୟ ଖୁସିରେ ରହିବା ଦରକାର । ଆମେ ବାବାଙ୍କର ହୋଇଛୁ, ଏହା କେବେ ଭୁଲିବା ଅନୁଚିତ୍ । ତୁମେ ଜାଣିଛ ଯେ ଆମେ ଶିବବାବାଙ୍କୁ ପାଇଛୁ ତେଣୁ ଅସୀମ ଖୁସି ରହିବା କଥା । ମାୟା ଘଡିକୁ ଘଡି ଭୁଲାଇ ଦେଉଛି । ଯଦିଓ ଲେଖୁଛନ୍ତି ଆମର ନିଶ୍ଚୟ ଅଛି, ବାବାଙ୍କୁ ଆମେ ଜାଣିଛୁ ତଥାପି ଚାଲୁ-ଚାଲୁ ଥଣ୍ଡା ପଡିଯାଉଛନ୍ତି । ୬-୮ ମାସ, ୨-୩ ବର୍ଷ ନ ଆସିଲେ ବାବା ବୁଝିଯାଆନ୍ତି ଯେ ଇଏ ପୂରା ନିଶ୍ଚୟ ବୁଦ୍ଧି ହୋଇ ନାହାଁନ୍ତି । ପୂରା ନିଶା ଚଢି ନାହିଁ । ଏହିପରି ବେହଦର ବାବା, ଯାହାଙ୍କଠାରୁ ଆମକୁ ୨୧ ଜନ୍ମର ବର୍ସା ମିଳୁଛି । ଏହି ନିଶ୍ଚୟ ହୋଇଗଲେ ବହୁତ ଖୁସିର ନିଶା ରହିବା ଉଚିତ୍ । ଯେପରି କାହାର ପିଲାକୁ ରାଜା କୋଳକୁ ନେବାକୁ ଚାହୁଁଛନ୍ତି । ପିଲାଟିକୁ ଯଦି ଜଣାପଡିଯାଏ ଯେ ମୋ ପାଇଁ ଏପରି କଥାବାର୍ତ୍ତା କରୁଛନ୍ତି, ଯେ ରାଜା ଚାହୁଁଛନ୍ତି - ଏହି ପିଲାକୁ ଆମେ ଉତ୍ତରାଧିକାରୀ କରିବୁ । ତାହା ହେଲେ ପିଲାଟି ବହୁତ ଖୁସି ହେବେ ଯେ ମୁଁ ରାଜାଙ୍କର ସନ୍ତାନ ହେଉଛି । ଗରୀବ ପିଲା ସାହୁକାର କୋଳକୁ ଗଲେ ବହୁତ ଖୁସି ହୋଇଥାନ୍ତି ନା । ଜାଣିଥାନ୍ତି ଯେ ମୋତେ ଅମୁକ ପୋଷ୍ୟ ରୂପେ ଗ୍ରହଣ କରୁଛନ୍ତି ତେଣୁ ସିଏ ଦାରିଦ୍ର‌୍ୟତା ଦୁଃଖ ଭୁଲିଯାଇଥାଏ । ତାହା ତ ହେଉଛି ଗୋଟିଏ ଜନ୍ମର କଥା । ଏଠାରେ ପିଲାମାନଙ୍କୁ ୨୧ ଜନ୍ମ ବର୍ସା ନେବାର ଖୁସି ରହିଛି । ବେହଦର ବାବାଙ୍କୁ ୟାଦ କରି ପୁଣି ଅନ୍ୟମାନଙ୍କୁ ରାସ୍ତା ବତାଇବାକୁ ହେବ । ଶିବବାବା ପତିତ-ପାବନ ଆସିଛନ୍ତି । ବୁଝାଉଛନ୍ତି, ମୁଁ ତୁମର ପିତା ଅଟେ । ଏପରି କୌଣସି ମନୁଷ୍ୟ କହିପାରିବେ ନାହିଁ ଯେ ମୁଁ ତୁମର ବେହଦର ପିତା ଅଟେ । ବାବା ହିଁ ବୁଝାଉଛନ୍ତି ମୁଁ ୫ ହଜାର ବର୍ଷ ପୂର୍ବରୁ ଆସିଥିଲି । ତୁମକୁ ଏହି ଅକ୍ଷର କହିଥିଲି ଯେ ମୋତେ ମନେ ପକାଅ । ପତିତ-ପାବନ ବାବାଙ୍କୁ ୟାଦ କରିବା ଦ୍ୱାରା ହିଁ ତୁମେ ପତିତରୁ ପାବନ ହେବ ଓ ଆଉ କୌଣସି ଉପାୟ ନାହିଁ - ପତିତରୁ ପାବନ ହେବା ପାଇଁ । ପତିତ-ପାବନ ଏକମାତ୍ର ବାବା ଅଟନ୍ତି । କୃଷ୍ଣଙ୍କୁ ଭଗବାନ କୁହାଯାଇ ପାରିବ ନାହିଁ । ଗୀତାର ଭଗବାନ ଜଣେ ପତିତ-ପାବନ ପୁନର୍ଜନ୍ମ ରହିତ ଅଟନ୍ତି । ପ୍ରଥମେ-ପ୍ରଥମେ ଏହି କଥା ଲେଖାଅ । ବଡ-ବଡ ଲୋକଙ୍କ ଲେଖା ଦେଖିଲେ ବୁଝିବେ ଏହା ଠିକ୍ କଥା ଅଟେ । କୌଣସି ସାଧାରଣ ଲୋକଙ୍କର ଲେଖା ଦେଖିଲେ କହିବେ ଯେ ବ୍ରହ୍ମାକୁମାରୀ ଏହାଙ୍କୁ ଯାଦୁ ଲଗାଇ ଦେଇଛନ୍ତି ସେଥିପାଇଁ ଏପରି ଲେଖିଛନ୍ତି, ବଡ ଲୋକଙ୍କ ପାଇଁ ଏଭଳି କହିବେ ନାହିଁ । ତୁମେ କିଛି କହିଲେ କହୁଛନ୍ତି ଛୋଟ ମୁହଁରେ ବଡ କଥା କହୁଛନ୍ତି ଯେ ଭଗବାନ ଆସିଛନ୍ତି । ତେଣୁ ଏପରି ତୁମେମାନେ କହିବା ଅନୁଚିତ୍ ଯେ ଭଗବାନ ଆସିଛନ୍ତି, ଏହା ଦ୍ୱାରା କେହି ବୁଝିବେ ନାହିଁ ବରଂ ଆହୁରି ଥଟ୍ଟା କରିବେ । ଏକଥା ବୁଝାଇବାକୁ ହେବ ଯେ ଦୁଇ ଜଣ ପିତା ଅଛନ୍ତି । ପ୍ରଥମରୁ ତୁରନ୍ତ ସିଧାସଳଖ କହିବା ଅନୁଚିତ୍ ଯେ ଭଗବାନ ଆସିଛନ୍ତି କାହିଁକି ନା ଆଜିକାଲି ଦୁନିଆରେ ନିଜକୁ ଭଗବାନ ବୋଲାଉଥିବା ବହୁତ ହୋଇଗଲେଣି । ସମସ୍ତେ ନିଜକୁ ଭଗବାନଙ୍କର ଅବତାର ଭାବୁଥିବାରୁ କୌଶଳ କ୍ରମେ ଦୁଇ ଜଣ ପିତାଙ୍କର ରହସ୍ୟ ବୁଝାଇବାକୁ ହେବ । ଜଣେ ଲୌକିକ ଓ ଆଉ ଜଣେ ପାରଲୌକିକ ପିତା । ବାବାଙ୍କର ନାମ ହେଉଛି ଶିବ । ସିଏ ସବୁ ଆତ୍ମମାନଙ୍କର ପିତା ତେଣୁ ନିଶ୍ଚୟ ପିଲାମାନଙ୍କୁ ବର୍ସା ଦେବେ । ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ସିଏ ହିଁ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି, ତେବେ ନିଶ୍ଚିତ ନର୍କର ବିନାଶ ହେବ । ଏହାର ସ୍ମୃତି ମଧ୍ୟ - ଏହି ମହାଭାରତ ଲଢେଇ ରହିଛି । ବାକି କେବଳ ଭଗବାନ ଆସିଛନ୍ତି, ଏକଥା କହିବା ଦ୍ୱାରା କେହି ବୁଝିବେ ନାହିଁ । ଡେଙ୍ଗୁରା ପିଟୁଛନ୍ତି । ଏଭଳି ଓଲଟା ସେବା କରିବା ଦ୍ୱାରା ଆହୁରି ସେବାରେ ଢିଲାପଣ ଆସିଯାଉଛି । ଗୋଟିଏ ପଟେ କହୁଛନ୍ତି ଭଗବାନ ଆସିଛନ୍ତି, ଭଗବାନ ପାଠ ପଢାଉଛନ୍ତି, ପୁଣି ଯାଇ ବିବାହ କରୁଛନ୍ତି । ତେବେ ଲୋକମାନେ କହିବେ ତୁମର ପୁଣି କଣ ହେଲା । ତୁମେ ତ କହୁଥିଲ ଯେ ଭଗବାନ ପାଠ ପଢାଉଛନ୍ତି । କହନ୍ତି ଆମେ ଯାହା ଶୁଣିଥିଲୁ କହିଦେଲୁ । ନିଜର ସନ୍ତାନମାନଙ୍କଠାରୁ ଅନେକ ପ୍ରକାରର ବିଘ୍ନ ମଧ୍ୟ ପଡିଥାଏ, ଯେପରି ହିନ୍ଦୁ ଧର୍ମାବଲମ୍ବୀ ସ୍ୱତଃ ନିଜକୁ ନିଜେ ଚାପୁଡା ମାରୁଛନ୍ତି ନା । ବାସ୍ତବରେ ସେମାନେ ଦେବୀ-ଦେବତା ଧର୍ମର ଅଟନ୍ତି କିନ୍ତୁ କହିଦେଉଛନ୍ତି ଯେ ଆମେ ହିନ୍ଦୁ ଅଟୁ । ତେବେ ନିଜକୁ ଚାପୁଡା ମାରୁଛନ୍ତି ନା । ଏବେ ତୁମେ ଜାଣୁଛ ଆମେ ପୂଜ୍ୟ ଥିବା ସମୟରେ ଶ୍ରେଷ୍ଠ କର୍ମ, ଶ୍ରେଷ୍ଠ ଧର୍ମ ଥିଲା । ଆସୁରୀ ମତରେ ଧର୍ମ ଭ୍ରଷ୍ଟ, କର୍ମ ଭ୍ରଷ୍ଟ ହୋଇପଡିଛୁ । ଆସୁରୀ ମାୟାର ମତରେ ଆମେ ହିଁ ନିଜ ଧର୍ମର ଗ୍ଳାନି କରିବା ଆରମ୍ଭ କରିଛୁ, ସେଥିପାଇଁ ବାବା ସ୍ୱୟଂ କହୁଛନ୍ତି - ତାହା ହେଉଛି ଆସୁରୀ ସମ୍ପ୍ରଦାୟ । ଏହା ଦୈବୀ ସମ୍ପ୍ରଦାୟ, ଯାହାଙ୍କୁ ମୁଁ ରାଜଯୋଗ ଶିଖାଉଛି । ବର୍ତ୍ତମାନ ହେଉଛି କଳିଯୁଗ । ଯିଏ ଏହି ଜ୍ଞାନ ଆସି ଶୁଣୁଛନ୍ତି, ସେ ଅସୁରରୁ ବଦଳି ଦେବତା ହେଉଛନ୍ତି । ଏହି ଜ୍ଞାନ ଦେବତା ହେବା ପାଇଁ ଉଦ୍ଧିଷ୍ଟ । ୫ ବିକାର ଉପରେ ବିଜୟ ପ୍ରାପ୍ତ କରିବାରୁ ଦେବତା ହେଉଛନ୍ତି, ବାକି ଅସୁର ଓ ଦେବତାମାନଙ୍କର କୌଣସି ଲଢେଇ ଲାଗିନଥିଲା । ଏହା ମଧ୍ୟ ଭୁଲ୍ କରିଦେଇଛନ୍ତି ପୁଣି ଦେଖାଉଛନ୍ତି, ଯାହାଙ୍କ ସପକ୍ଷରେ ସାକ୍ଷାତ୍ ଭଗବାନ ଅଛନ୍ତି ତାଙ୍କର ବିଜୟ ହେଲା, ସେଥିରେ କୃଷ୍ଣଙ୍କର ନାମ ଦେଇଛନ୍ତି । ବାସ୍ତବରେ ତୁମର ମାୟା ସହିତ ଯୁଦ୍ଧ ହେଉଛି । ବାବା କେତେ କଥା ବସି ବୁଝାଉଛନ୍ତି କିନ୍ତୁ ସେମାନେ ଏପରି ତମୋପ୍ରଧାନ ଅଟନ୍ତି ଯେ ବିଲ୍‌କୁଲ୍ ବୁଝୁ ନାହାଁନ୍ତି । ବାବାଙ୍କୁ ୟାଦ କରିପାରୁ ନାହାଁନ୍ତି । ଜାଣୁଛନ୍ତି ଯେ ଆମର ଏପରି ତମୋପ୍ରଧାନ ବୁଦ୍ଧି ହୋଇଥିବାରୁ ୟାଦ ହିଁ ରହୁ ନାହିଁ, ସେଥିପାଇଁ ଓଲଟା କାମ କରୁଛୁ । ଭଲ-ଭଲ ସନ୍ତାନମାନେ ମଧ୍ୟ ୟାଦ ବିଲ୍‌କୁଲ୍ କରୁନାହାଁନ୍ତି । ନିଜର ଲକ୍ଷଣ ସୁଧାରୁ ନାହାଁନ୍ତି, ସେଥିପାଇଁ ସେବାର ଉତ୍ସାହ ଆସୁନାହିଁ । ବାବା କହୁଛନ୍ତି - ଦେହ ସହିତ ଦେହର ଯାହା ସମ୍ବନ୍ଧ ରହିଛି, ତାକୁ ମାର ଅଥବା ଭୁଲ । ବାସ୍ତବରେ ଏଥିରେ ମାରିବା କଥା ହିଁ ନାହିଁ । କହନ୍ତି ନିଜେ ମଲେ ଦୁନିଆ ମରିଗଲା । ଏକଥା ବାବା ବସି ବୁଝାଉଛନ୍ତି । ବୁଦ୍ଧିରୁ ଭୁଲି ଯିବାକୁ ହେବ ଯଦି ତୁମେ ମୋର ହୋଇଛ ତେଣୁ ସମସ୍ତଙ୍କୁ ଭୁଲ, କେବଳ ବାବାଙ୍କୁ ୟାଦ କର । ଯେମିତି କୌଣସି ରୋଗୀର ସୁଧୁରିବାର ଆଶା ଦେଖା ନଗଲେ ତାଙ୍କଠାରୁ ମୋହ ତୁଟାଇବାକୁ ହୋଇଥାଏ । ପୁଣି ତାଙ୍କୁ କହିଥାନ୍ତି ରାମ-ରାମ କୁହ, ବାବା ମଧ୍ୟ କହୁଛନ୍ତି ଏହି ଦୁନିଆରେ ଅବସ୍ଥା ବହୁତ ଆଶାହୀନ ହୋଇପଡିଛି । ଏହା ଶେଷ ହୋଇଯିବ, ସମସ୍ତେ ମରିଯିବେ, ସେଥିପାଇଁ ଏଥିରୁ ମୋହ ତୁଟାଅ । ସେମାନେ ତ ରାମ-ରାମର ଅନବରତ ଜପ କରିଥାନ୍ତି । ଏଠାରେ ତ ଜଣଙ୍କର କଥା ନୁହେଁ । ସାରା ଦୁନିଆ ବିନାଶ ହେବ ସେଥିପାଇଁ ତୁମକୁ ଏକମାତ୍ର ମନ୍ତ୍ର ଦେଉଛି ମୋତେ ମନେ ପକାଅ । ଭିନ୍ନ ଭିନ୍ନ ପ୍ରକାରେ କେତେ ବୁଝାଉଛନ୍ତି । ଏବେ ପୁରୁଷୋତ୍ତମ ମାସ ଆସିଥିବାରୁ ପୁରୁଷୋତ୍ତମ ଯୁଗ ବିଷୟରେ ମଧ୍ୟ ବୁଝାଉଛନ୍ତି । ବୁଝାଇବା ପାଇଁ ବହୁତ ହୋସିଆର ହେବା ଦରକାର, ଧାରଣା ଭଲ ହେବା ଉଚିତ୍ । କୌଣସି ପାପ କର୍ମ କରିବା ଅନୁଚିତ୍ । ନପଚାରି କୌଣସି ଜିନିଷ ଉଠାଇବା, ଖାଇବା ଏହା ମଧ୍ୟ ବହୁତ ଗୁପ୍ତ ପାପ ଅଟେ । କାଇଦା ବହୁତ କଡା ଅଟେ, ପାପ କରି ମଧ୍ୟ କହୁ ନାହାଁନ୍ତି, ପୁଣି ପାପ ବୃଦ୍ଧି ହୋଇ ଚାଲୁଛି । ଏଠାରେ ତୁମମାନଙ୍କୁ ପୁଣ୍ୟ ଆତ୍ମା ହେବାକୁ ପଡିବ । ଆମର ପୁଣ୍ୟ ଆତ୍ମା ପ୍ରତି ସ୍ନେହ ଓ ପାପ ଆତ୍ମା ପ୍ରତି ବିରୋଧୀ ଭାବନା ଆସିଥାଏ । ଭକ୍ତିମାର୍ଗରେ ମଧ୍ୟ ଜାଣିଛନ୍ତି ଯେ ଭଲ କର୍ମ କରିବା ଦ୍ୱାରା ଭଲ ଫଳ ମିଳିବ ସେଥିପାଇଁ ଦାନ-ପୁଣ୍ୟ ଆଦି ଭଲ କର୍ମ କରିଥାନ୍ତି ନା । ଏହା ହେଉଛି ଡ୍ରାମା ତଥାପି ମଧ୍ୟ କହୁଛନ୍ତି ଭଗବାନ ଭଲ କର୍ମର ଭଲ ଫଳ ଦେଇଥାନ୍ତି । ବାବା କହୁଛନ୍ତି - ମୁଁ କଣ କେବଳ ବସି ଏହି ଧନ୍ଦା କରୁଛି । ଏସବୁ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଡ୍ରାମା ଅନୁସାରେ ବାବାଙ୍କୁ ନିଶ୍ଚୟ ଆସିବାକୁ ପଡିବ ।

ବାବା କହୁଛନ୍ତି - ମୋତେ ଆସି ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ । ବାକି ଏଥିରେ କୃପା ଆଦିର କୌଣସି କଥା ନାହିଁ । କେହି-କେହି ଲେଖୁଛନ୍ତି ବାବା ଆପଣଙ୍କର କୃପା ହେଲେ ଆମେ ଆପଣଙ୍କୁ କେବେ ହେଲେ ଭୁଲିବୁ ନାହିଁ । ବାବା କହୁଛନ୍ତି - ମୁଁ କେବେ ହେଲେ କୃପା ଆଦି କରୁନାହିଁ, ଏହା ତ ଭକ୍ତିମାର୍ଗର କଥା । ତୁମକୁ ନିଜ ଉପରେ କୃପା କରିବାକୁ ହେବ । ବାବାଙ୍କୁ ୟାଦ କଲେ ବିକର୍ମ ବିନାଶ ହେବ । ଭକ୍ତିମାର୍ଗର କଥା ଜ୍ଞାନମାର୍ଗରେ ନାହିଁ । ଜ୍ଞାନମାର୍ଗ ହେଉଛି ପାଠପଢା । ଶିକ୍ଷକ କଣ କାହା ଉପରେ କୃପା କରିବେ । ପ୍ରତ୍ୟେକଙ୍କୁ ପାଠ ପଢିବାକୁ ପଡିଥାଏ । ବାବା ଶ୍ରୀମତ ଦେଉଛନ୍ତି ସେଥିରେ ଚାଲିବାକୁ ହେବ । କିନ୍ତୁ ନିଜ ମତରେ ଚାଲି କିଛି ହେଲେ ସେବା କରୁନାହାଁନ୍ତି । ପିଲାମାନଙ୍କୁ ବିଲ୍‌କୁଲ୍ ପୁଣ୍ୟ ଆତ୍ମା ହେବାକୁ ପଡିବ । ଟିକିଏ ହେଲେ କୌଣସି ପାପ ନ ହେଉ । କେତେକ ସନ୍ତାନ ନିଜର ପାପ କେବେ ହେଲେ କହିନଥାନ୍ତି । ବାବା ମଧ୍ୟ କହୁଛନ୍ତି ସେମାନେ କେବେ ଉଚ୍ଚ ପଦ ପାଇବେ ନାହିଁ । ଗାୟନ ରହିଛି ଚଢିଲେ ଚାଖିବ... ପିଲାମାନେ ଜାଣିଛନ୍ତି ବହୁତ ଉଚ୍ଚ ପଦ ରହିଛି । ତଳକୁ ଖସି ଗଲେ କୌଣସି କାମର ରହୁ ନାହାଁନ୍ତି । ଅଶୁଦ୍ଧ ଅହଂକାର ହେଉଛି ପ୍ରଥମ ନମ୍ବର, ପୁଣି କାମ, କ୍ରୋଧ, ଲୋଭ, ମୋହ ମଧ୍ୟ କମ୍ ନୁହେଁ । ଲୋଭ, ମୋହ ମଧ୍ୟ ସତ୍ୟାନାଶ କରିଦେଇଥାଏ । ପିଲାଙ୍କଠାରେ ମୋହ ଥିଲେ ତାହା ମନେ ପଡିଥାଏ । ଆତ୍ମା କହୁଛି - ମୋର ତ ଏକମାତ୍ର ଜଣେ ଶିବବାବା, ଦ୍ୱିତୀୟ କେହି ନାହିଁ ଆଉ କେହି ମଧ୍ୟ ମନେ ନ ପଡନ୍ତୁ - ଏହିପରି ପୁରୁଷାର୍ଥ କରିବାକୁ ହେବ । ଏସବୁ ତ ବିନାଶ ହୋଇଯିବ । ବିନାଶ ସମ୍ମୁଖରେ ରହିଛି, ବର୍ସା ତ ନେଇ ପାରିବ ନାହିଁ, ଏଥିରେ କଣ ମୋହ ରଖିବ । ଏହିପରି ନିଜ ସହିତ କଥା ହେବା ଉଚିତ୍ । ସାରା ଦୁନିଆକୁ ବୁଦ୍ଧିରୁ ଭୁଲିବାକୁ ହେବ । ଏସବୁ କିଛି ବିନାଶ ହୋଇଯିବ । ଏପରି ତୋଫାନ ଆସିବ ଯେ ଏକଦମ୍ ବିନଶ ହୋଇଯିବ । କେଉଁଠି ନିଆଁ ଲାଗିଲେ ଜୋରରେ ପବନ ହେଲେ ତୁରନ୍ତ ସବୁ କିଛି ନଷ୍ଟ କରିଦେଇଥାଏ । ଅଧ ଘଣ୍ଟାରେ ୧୦୦-୧୫୦ କୁଡିଆ ଘର ନଷ୍ଟ କରିଦେଇଥାଏ । ତୁମେ ଜାଣିଛ ସାରା ଦୁନିଆରେ ନିଆଁ ଲାଗିବ, ନଚେତ୍ ଏତେ ସବୁ ମନୁଷ୍ୟମାନେ କିପରି ମରିବେ । ଭଲ ସନ୍ତାନମାନଙ୍କର ଲକ୍ଷଣ ଭଲ, ସେମାନେ ସେବା ମଧ୍ୟ ଭଲ କରିଥାନ୍ତି । ତୁମର ନିଶା ରହିବା ଉଚିତ୍ । ସଂପୂର୍ଣ୍ଣ ନିଶା ଅନ୍ତ ସମୟରେ ରହିବ, ଯେବେ କର୍ମାତୀତ ଅବସ୍ଥା ହେବ, ତଥାପି ବି ପୁରୁଷାର୍ଥ କରିଚାଲୁଛନ୍ତି । ବନାରସରେ ଶିବଙ୍କର ମନ୍ଦିରକୁ ବହୁତ ଯାଇଥାନ୍ତି କାହିଁକି ନା ସିଏ ହେଉଛନ୍ତି ସର୍ବୋଚ୍ଚ ଭଗବାନ । ସେଠାରେ ଶିବଙ୍କର ଭକ୍ତି ବହୁତ କରିଥାନ୍ତି । ବାବା କହୁଛନ୍ତି ସେଠାକୁ ଯାଇ ତାଙ୍କୁ ବୁଝାଅ । ଏହି ଶିବ ଭଗବାନ ଲକ୍ଷ୍ମୀ-ନାରାୟଣଙ୍କୁ ଏହି ବର୍ସା ଦେଉଛନ୍ତି । ସଂଗମରେ ହିଁ ଏହି ବର୍ସା ତାଙ୍କୁ ମିଳିଛି । ଏକଥା ବୁଝାଇବା ପରେ ପୁଣି ବ୍ରହ୍ମା-ସରସ୍ୱତୀଙ୍କର କଥା ଆସୁଛି । ଚିତ୍ରରେ ବହୁତ ସ୍ପଷ୍ଟ ଭାବରେ ବୁଝାଇପାରିବ । ଏହାଙ୍କୁ ଏହି ରାଜ୍ୟ କିପରି ମିଳିଲା । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟରେ ଭକ୍ତିମାର୍ଗ ନଥିଲା । କହନ୍ତି ଭକ୍ତି ଅନାଦି ଅଟେ । ଏବେ ତୁମକୁ କେତେ ଜ୍ଞାନ ମିଳୁଛି ତେଣୁ ନିଶା ଚଢିବା ଦରକାର ନା । ଆମକୁ ଭଗବାନ ପାଠ ପଢାଉଛନ୍ତି, ୨୧ ଜନ୍ମର ରାଜ୍ୟ-ଭାଗ୍ୟ ଦେବା ପାଇଁ । ତୁମେମାନେ ଛାତ୍ର ଅଟ ନା । ଯାହାର ନିଶ୍ଚୟ ଥିବ କହିବେ ଏହି ବ୍ରହ୍ମାକୁମାରୀମାନେ ଯାହା ଦ୍ୱାରା ଶୁଣି ଆମକୁ ନିଶ୍ଚୟ କରାଉଛନ୍ତି ସେ ନିଜେ କିପରି ହୋଇଥିବେ । ଏପରି ବାବାଙ୍କ ସହିତ ପ୍ରଥମେ ମିଶିବା ଉଚିତ୍ । ଯେପର୍ଯ୍ୟନ୍ତ ପୂରା ନିଶ୍ଚୟ ନ ହୋଇଛି ଆଗକୁ ବଢିବେ ନାହିଁ । ନିଶ୍ଚୟ ଥିଲେ ତୁରନ୍ତ ଆସିବେ । ଏପରି ବାବାଙ୍କ ସହିତ ଆମେ ଯାଇ ମିଶିବୁ, ଛାଡିବୁ ନାହିଁ । ବାସ୍ ବାବା ଆମେ ଆପଣଙ୍କର ହୋଇଗଲୁ, ଆମେ ଯିବୁ ନାହିଁ । ଗୀତ ମଧ୍ୟ ଅଛି ନା ସ୍ନେହ କର ଅଥବା ଠୋକର ମାର । ଏହି ସ୍ନେହୀ ତୁମ ଦ୍ୱାର ଛାଡିବ ନାହିଁ । ତଥାପି ସମସ୍ତଙ୍କୁ ମଧୁବନରେ ରଖାଯାଇ ପାରିବ ନାହିଁ । ସେବାରେ ପଠାଇବାକୁ ପଡୁଛି । ଘର ସଂସାରରେ ରହି ପଦ୍ମ ଫୁଲ ସମାନ ହେବାକୁ ପଡିବ । ଏପରି ଲେଖିକରି ମଧ୍ୟ ଦେଉଛନ୍ତି ପୁଣି ବାହାରକୁ ଯିବା ଦ୍ୱାରା ମାୟାର ଚକ୍ରରେ ଆସିଯାଉଛନ୍ତି । ମାୟା ଏତେ ପ୍ରବଳ ଅଟେ । ମାୟାର ବହୁତ ବିଘ୍ନ ପଡୁଛି । ଛୋଟ ଦୀପ ପ୍ରତି ମାୟାର କେତେ ତୋଫାନ ଆସିଥାଏ । ଏହି ଗୀତର ମଧ୍ୟ ସାରାଂଶ ବାବା ଆସି ବୁଝାଉଛନ୍ତି । ଏବେ ତୁମମାନଙ୍କର ପୁରୁଷୋତ୍ତମ ଯୁଗ ଚାଲୁଛି । ଭକ୍ତମାନଙ୍କର ପୁରୁଷୋତ୍ତମ ମାସ ଚାଲିଗଲ । ବାବା କହୁଛନ୍ତି - ଏହି ସଂଗମ ଯୁଗରେ ହିଁ ମୁଁ ଆସୁଛି, ପତିତଙ୍କୁ ପାବନ କରିବା ପାଇଁ । କେତେ ସୁନ୍ଦର ଭାବରେ ବୁଝାଯାଉଛି ।

ଆଚ୍ଛା ଦିନକୁ ଦିନ ସେବାର ବୃଦ୍ଧି ପାଇଁ ନୁଆ-ନୂଆ ଉପାୟମାନ ବାହାରିବ । ଭଲ-ଭଲ ଚିତ୍ର ତିଆରି ହେବ । କହନ୍ତି ନା - ଧୀର ପାଣି ପଥର କାଟେ । ପ୍ରସ୍ତୁତି ଜିନିଷ ମିଳୁଛି, ଯାହା ଦ୍ୱାରା ତୁରନ୍ତ କେହି ବୁଝିଯିବେ । ସିଡିର ଚିତ୍ର ବହୁତ ଭଲ । ବର୍ତ୍ତମାନ କେହି ଏକଥା କହିପାରିବେ ନାହିଁ ଯେ ଆମେ ପାବନ ଅଟୁ । ପାବନ ଦୁନିଆ ସତ୍ୟଯୁଗକୁ ହିଁ କୁହାଯାଉଛି । ପବିତ୍ର ଦୁନିଆର ମାଲିକ ଏହି ଲକ୍ଷ୍ମୀ-ନାରାୟଣ ଅଟନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ତୁମ ଦ୍ୱାରା ତିଳେ ମାତ୍ର କୌଣସି ପାପ ନ ହେଉ, ସେଥିପ୍ରତି ବହୁତ-ବହୁତ ଧ୍ୟାନ ଦେବାକୁ ହେବ । କେବେ କୌଣସି ଜିନିଷ ଲୁଚାଇ କରି ନେବା ଅନୁଚିତ୍ । ଲୋଭ ମୋହ ପ୍ରତି ମଧ୍ୟ ସାବଧାନ ରହିବାକୁ ହେବ ।

(୨) ଅଶୁଦ୍ଧ ଅହଂକାର ଯାହାକି ସତ୍ୟାନାଶ କରିଥାଏ, ତାକୁ ତ୍ୟାଗ କରିବାକୁ ହେବ । କେବଳ ବାବାଙ୍କ ବିନା ଅନ୍ୟ କେହି ବି ମନେ ନ ପଡନ୍ତୁ, ସେହିଭଳି ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
ସୂକ୍ଷ୍ମ ସଂକଳ୍ପର ବନ୍ଧନଠାରୁ ମୁକ୍ତ ହୋଇ ଉଚ୍ଚ ସ୍ଥିତିର ଅନୁଭବ କରୁଥିବା ନିର୍ବନ୍ଧନ ଆତ୍ମା ହୁଅ ।

ଯେଉଁ ପିଲାମାନେ ଯେତିକି ନିର୍ବନ୍ଧନ ଅଟନ୍ତି ସେମାନେ ସେତିକି ଉଚ୍ଚ ସ୍ଥିତିରେ ସ୍ଥିତ ରହିପାରିବେ । ସେଥିପାଇଁ ଚେକ୍ କର ଯେ ମନ-ବଚନ ଏବଂ କର୍ମରେ ସୂକ୍ଷ୍ମରେ ମଧ୍ୟ କୌଣସି ସୂତା ଲାଗି ରହି ନାହିଁ ତ? ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ମନେ ନ ପଡନ୍ତୁ, ଯଦି ନିଜର ଦେହ ମଧ୍ୟ ମନେ ପଡିବ ତେବେ ଦେହ ସହିତ ଦେହର ସମ୍ବନ୍ଧ, ପଦାର୍ଥ ଏବଂ ଦୁନିଆ ଗୋଟିଏ ପରେ ଗୋଟିଏ ଆସିଯିବ । ମୁଁ ନିର୍ବନ୍ଧନ ଅଟେ - ଏହି ବରଦାନଙ୍କୁ ସ୍ମୃତିରେ ରଖି ସାରା ଦୁନିଆକୁ ମାୟାର ଜାଲରୁ ମୁକ୍ତ କରିବାର ସେବା କର ।

ସ୍ଲୋଗାନ:-
ଦେହୀ-ଅଭିମାନୀ ସ୍ଥିତି ଦ୍ୱାରା ଶାରୀରିକ ଏବଂ ମାନସିକ ହଲଚଲ୍‌କୁ ସମାପ୍ତ କରୁଥିବା ଆତ୍ମାମାନେ ହିଁ ଅଚଳ ସ୍ଥିତିରେ ରହିଥାନ୍ତି ।