04.10.20    Avyakt Bapdada     Odia Murli     29.03.86     Om Shanti     Madhuban


ଡବଲ ବିଦେଶୀ ପିଲାମାନଙ୍କ ସହିତ ବାପଦାଦାଙ୍କର ବାର୍ତ୍ତାଳାପ


ଆଜି ବାପଦାଦା ଚାରିଆଡର ଡବଲ ବିଦେଶୀ ପିଲାମାନଙ୍କୁ ସୂକ୍ଷ୍ମଲୋକରେ ପ୍ରକଟ କରାଇ ସମସ୍ତଙ୍କର ବିଶେଷତା ଗୁଡିକୁ ଦେଖୁଥିଲେ କାହିଁକି ନା ସମସ୍ତେ ବିଶେଷ ଆତ୍ମା ହିଁ ଅଟନ୍ତି ସେଥିପାଇଁ ତ ବାବାଙ୍କର ସନ୍ତାନ ହୋଇଛନ୍ତି ଅର୍ଥାତ୍ ଶ୍ରେଷ୍ଠ ଭାଗ୍ୟବାନ ହୋଇଯାଇଛନ୍ତି । ଯଦିଓ ସମସ୍ତେ ବିଶେଷ ଆତ୍ମା ପୁଣି ବି କ୍ରମାନ୍ୱୟ ତ କୁହାଯିବ ନା । ତେଣୁ ଆଜି ବାପଦାଦା ବିଶେଷ ଭାବରେ ଡବଲ ବିଦେଶୀ ପିଲାମାନଙ୍କୁ ଦେଖୁଥିଲେ । ଚାରିଆଡର ଭିନ୍ନ ଭିନ୍ନ ପ୍ରକାରର ପ୍ରଥା-ପରାମ୍ପରା ଓ ମାନ୍ୟତା ଭିତରେ ରହୁଥିଲେ ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ଗୋଟିଏ ମତରେ ଚାଲିବା ଆରମ୍ଭ କରିଦେଲେ । ତେଣୁ ବାପଦାଦା ଅଧିକାଂଶ ପିଲାମାନଙ୍କ ଭିତରେ ବିଶେଷ ଭାବରେ ଦୁଇଟି ବିଶେଷତାକୁ ଦେଖୁଛନ୍ତି । ଗୋଟିଏ ହେଲା ସ୍ନେହର ସମ୍ବନ୍ଧରେ ବହୁତ ଶୀଘ୍ର ବାନ୍ଧି ହୋଇଗଲେ ଏବଂ ସ୍ନେହର ସମ୍ବନ୍ଧରେ, ଈଶ୍ୱରୀୟ ପରିବାର ସଦସ୍ୟ ହେବାରେ ବା ବାବାଙ୍କର ସନ୍ତାନ ହେବାରେ ବହୁତ ଭଲ ସହଯୋଗ ମଧ୍ୟ ଦେଇଛନ୍ତି । ତେଣୁ ଗୋଟିଏ ହେଲା ସ୍ନେହରେ ଆସିବାର ବିଶେଷତା, ଦ୍ୱିତୀୟରେ ସ୍ନେହ ଥିବା କାରଣରୁ ପରିବର୍ତ୍ତନ ଶକ୍ତିକୁ ସହଜରେ କାର୍ଯ୍ୟକାରୀ କରିପାରିଛନ୍ତି । ସ୍ୱ-ପରିବର୍ତ୍ତନ ସହିତ ସମାନ ସାଥୀମାନଙ୍କର ପରିବର୍ତ୍ତନ କରିବାରେ ମଧ୍ୟ ବହୁତ ଭଲ ଲଗନର ସହିତ ଆଗକୁ ବଢୁଛନ୍ତି । ତେଣୁ ସ୍ନେହର ଶକ୍ତି ଏବଂ ପରିବର୍ତ୍ତନ କରିବାର ଶକ୍ତି - ଏହି ଦୁଇଟିଯାକ ବିଶେଷତାକୁ ସାହସର ସହିତ ଧାରଣ କରି ବହୁତ ଭଲ ଦୃଷ୍ଟାନ୍ତ ଦେଖାଇ ପାରିଛନ୍ତି ।

ଆଜି ବାପଦାଦା ସୂକ୍ଷ୍ମଲୋକରେ ପିଲାମାନଙ୍କର ବିଶେଷତା ଉପରେ ବାର୍ତ୍ତଳାପ କରୁଥିଲେ । ବର୍ତ୍ତମାନ ଏହି ବର୍ଷର ଅବ୍ୟକ୍ତ ବାପଦାଦାଙ୍କର ବ୍ୟକ୍ତରେ ମିଳନ କରିବାର ଋତୁ କୁହ ବା ମେଳା କୁହ ସମାପ୍ତ ହେବାକୁ ଯାଉଛି, ତେଣୁ ବାପଦାଦା ସମସ୍ତଙ୍କର, ପୁରୁଷାର୍ଥର ଫଳାଫଳକୁ ଦେଖୁଥିଲେ । ଏମିତି ତ ଅବ୍ୟକ୍ତ ରୂପରେ ଅବ୍ୟକ୍ତ ସ୍ଥିତିରେ ସବୁ ସମୟରେ ତ ମିଳନ ହେଉଛି ଏବଂ ହେଉଥିବ କିନ୍ତୁ ସାକାର ରୂପ ଦ୍ୱାରା ମିଳନ କରିବାର ସମୟକୁ ଧାର୍ଯ୍ୟ କରିବାକୁ ପଡୁଛି ଏବଂ ସେଥିରେ ସମୟର ସୀମା ରଖିବାକୁ ପଡୁଛି କିନ୍ତୁ ଅବ୍ୟକ୍ତ ରୂପରେ ମିଳନ କରିବାରେ ସମୟର କୌଣସି ସୀମା ନାହିଁ, ଯିଏ ଯେତେ ସମୟ ଚାହିଁବ ମିଳନ କରିପାରିବ ଏବଂ ଅବ୍ୟକ୍ତ ଶକ୍ତିର ଅନୁଭୂତି କରି ନିଜକୁ ତଥା ସେବାକୁ ସର୍ବଦା ଆଗକୁ ଆଗକୁ ବଢାଇ ପାରିବ । ପୁଣି ବି ନିର୍ଦ୍ଧାରିତ ସମୟ ଅନୁସାରେ ଏହି ବର୍ଷ ପାଇଁ ଏହି ମିଳନ ଋତୁ ସମାପ୍ତ ହେବାକୁ ଯାଉଛି । କିନ୍ତୁ ପ୍ରକୃତରେ ସମାପ୍ତ ହେଉ ନାହିଁ ବରଂ ତୁମେମାନେ ସମ୍ପନ୍ନ ହେଉଛ କାରଣ ମିଶିବା ଅର୍ଥାତ୍ ସମାନ ହେବା । ତେବେ ସମାନ ହେଲ ନା, ତେଣୁ ଏହାକୁ ସମାପ୍ତି କୁହାଯିବ ନାହିଁ, ଯଦିଓ ମିଳନ ଋତୁର ସମୟ ସମାପ୍ତ ହେବାକୁ ଯାଉଛି କିନ୍ତୁ ତୁମେମାନେ ତ ସମାନ ଏବଂ ସମ୍ପନ୍ନ ହୋଇଗଲ, ସେଥିପାଇଁ ବାପଦାଦା ଚାରିଆଡର ଡବଲ ବିଦେଶୀ ପିଲାମାନଙ୍କୁ ସୂକ୍ଷ୍ମବତନରେ ଦେଖି ହର୍ଷିତ ହେଉଥିଲେ କାହିଁକି ନା ସାକାର ରୂପରେ ତ କେହି କେହି ଆସିପାରିବେ ଆଉ କେହି କେହି ଆସିପାରିବେ ନାହିଁ ସେଥିପାଇଁ ନିଜର ଚିତ୍ର ଅଥବା ପତ୍ର ପଠାଇ ଦେଉଛନ୍ତି । କିନ୍ତୁ ଅବ୍ୟକ୍ତ ରୂପରେ ବାପଦାଦା ଚାରିଆଡର ପିଲାମାନଙ୍କର ସଂଗଠନକୁ ସହଜରେ ପ୍ରକଟ କରାଇପାରିବେ । ଯଦି ସମସ୍ତଙ୍କୁ ଏଠାକୁ ଡକାଯିବ ତେବେ ରହିବା ଖାଇବାର ସବୁ ପ୍ରକାରର ବ୍ୟବସ୍ଥା ଦରକାର, କିନ୍ତୁ ସୂକ୍ଷ୍ମବତନରେ ତ ଏହି ସବୁ ସ୍ଥୂଳ ସାଧନ ଗୁଡିକର କୌଣସି ଆବଶ୍ୟକତା ନାହିଁ । ସେଠାରେ ତ କେବଳ ଡବଲ ବିଦେଶୀ ନୁହେଁ କିନ୍ତୁ ସାରା ଭାରତର ପିଲାମାନଙ୍କୁ ଯଦି ଏକତ୍ରିତ କରାଯିବ ତେବେ ଏପରି ଲାଗିବ ଯେପରି ବିଶାଳ ସୂକ୍ଷ୍ମବତନ ଭିତରେ ଏହି ସଂଗଠନ ବହୁତ ଛୋଟ । ସେଠାରେ ଯଦି କେତେ ଲକ୍ଷଙ୍କୁ ମଧ୍ୟ ଏକତ୍ରିକ କରାଯିବ ତେବେ ବି ବହୁତ ଛୋଟ ସଂଗଠନ ଅନୁଭବ ହେବ । ତେଣୁ ଆଜି ସୂକ୍ଷ୍ମବତନରେ କେବଳ ଡବଲ ବିଦେଶୀ ପିଲାମାନଙ୍କୁ ପ୍ରକଟ କରିଥିଲେ ।

କିନ୍ତୁ ବାପଦାଦା ଦେଖୁଥିଲେ ଭିନ୍ନ ଭିନ୍ନ ପ୍ରଥା-ପରମ୍ପରା ଭିତରେ ରହୁଥିଲେ ମଧ୍ୟ ଦୃଢ ସଂକଳ୍ପ ଆଧାରରେ ବହୁତ ଭଲ ପ୍ରଗତି କରିଛନ୍ତି । ଅଧିକାଂଶ ପିଲା ଉମଙ୍ଗ-ଉତ୍ସାହର ସହିତ ମଧ୍ୟ ଚାଲୁଛନ୍ତି । ଏମିତି ତ କେହି କେହି ସଂଶୟରେ ଆସି ହଲଚଲ୍ ହେଉଥିବା ପିଲାମାନେ ମଧ୍ୟ ଅଛନ୍ତି କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏବର୍ଷ ସେମାନଙ୍କର ସ୍ଥିତି ଅଧିକ ମଜବୁତ ଥିବାର ମଧ୍ୟ ଦେଖିଲୁ କାରଣ କେହି କେହି ସଂଶୟରେ ଆସି ବାପଦାଦାଙ୍କୁ ମଧ୍ୟ ଖେଳ ଦେଖାଉଛନ୍ତି ନା । ସେହି ସମୟରେ ସେମାନଙ୍କର ଭିଡିଓ ସୁଟିଂ କରି ଯଦି ଦେଖିବ ତେବେ ଅବିକଳ ନାଟକ ଭଳି ଅନୁଭବ ହେବ କିନ୍ତୁ ପୂର୍ବ ଅପେକ୍ଷା କମ ଦେଖାଯାଉଛି । ବର୍ତ୍ତମାନ ତ ଅନୁଭବୀ ହେବା କାରଣରୁ ଗମ୍ଭୀର ହୋଇଗଲେଣି, ତେଣୁଏହିଭଳି ଫଳାଫଳ ଦେଖିବାକୁ ମିଳିଲା ଯେ ପାଠପଢା ପ୍ରତି ସ୍ନେହ ଏବଂ ଯୋଗଯୁକ୍ତ ସ୍ଥିତିରେ ରହିବାର ଉମଙ୍ଗ-ଉତ୍ସାହ ଭିନ୍ନ ଭିନ୍ନ ପ୍ରଥା-ପରମ୍ପରା ଏବଂ ମାନ୍ୟତାକୁ ସହଜରେ ପରିବର୍ତ୍ତନ କରିଦେଉଛି । କିନ୍ତୁ ଭାରତବାସୀ ପିଲାମାନଙ୍କୁ ପରିବର୍ତ୍ତନ ହେବା ସହଜ ଅଟେ କାରଣ ଏମାନେ ଦେବତାମାନଙ୍କୁ ଜାଣିଛନ୍ତି, ଶାସ୍ତ୍ର ପୁରାଣର ମିଶାମିଶି ଜ୍ଞାନକୁ ମଧ୍ୟ ଜାଣିଛନ୍ତି, ତେଣୁ ଏହି ମାନ୍ୟତା ଭାରତବାସୀ ପିଲାମାନଙ୍କ ପାଇଁ ଏତେ ନୂଆ ନୁହେଁ । ପୁଣି ବି ଚାରିଆଡର ପିଲାମାନଙ୍କ ଭିତରେ ଏହିଭଳି ନିଶ୍ଚୟବୁଦ୍ଧି, ଅଟଳ, ଅଚଳ ଆତ୍ମାମାନଙ୍କୁ ଦେଖିଲୁ । ଏହିଭଳି ନିଶ୍ଚୟବୁଦ୍ଧି ପିଲାମାନେ ଅନ୍ୟମାନଙ୍କୁ ମଧ୍ୟ ନିଶ୍ଚୟ ବୁଦ୍ଧି କରିବାରେ ଦୃଷ୍ଟାନ୍ତ ସ୍ୱରୂପ ଅଟନ୍ତି । ପ୍ରବୃତ୍ତି ଅର୍ଥାତ୍ ନିଜର ଘର ଗୃହସ୍ଥ ଭିତରେ ରହି ମଧ୍ୟ ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ନିଜର ଦୃଷ୍ଟି-ବୃତ୍ତିକୁ ପରିବର୍ତ୍ତନ କରି ଦେଉଛନ୍ତି ସେହିଭଳି ବିଶେଷ ରତ୍ନମାନଙ୍କୁ ମଧ୍ୟ ଦେଖିଲୁ । କେହି କେହି ପିଲା ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ କି ପୂର୍ବରୁ ଯେତିକି ନିଜର ଅଭ୍ୟାସ ଅନୁସାରେ ଅଳ୍ପକାଳର ସାଧନ ଭିତରେ, ଅଳ୍ପକାଳର ସୁଖ-ସୁବିଧା ଭିତରେ ମସ୍ତ ରହୁଥିଲେ ବର୍ତ୍ତମାନ ସେତିକି ରାତି-ଦିନର ପରିବର୍ତ୍ତନରେ ବହୁତ ଭଲ ପୁରୁଷାର୍ଥୀ ମାନଙ୍କ ଧାଡିରେ ଅଛନ୍ତି । ଯଦିଓ ବହୁତ ସଂଖ୍ୟାରେ ନାହାଁନ୍ତି ପୁଣି ବି ଭଲ ଭଲ ଆତ୍ମାମାନେ ଅଛନ୍ତି । ବାପଦାଦା ଯେପରି ଝାଟକୁ ଅର୍ଥାତ୍ ଯେଉଁ ପଶୁ ଗୋଟିଏ ଚୋଟରେ ଦୁଇ ଗଡ ହୋଇଯାଏ ସେହି ପଶୁ ହିଁ ବଳି ରୂପରେ ଦେବୀଙ୍କୁ ସ୍ୱୀକାର ହୋଇଥାଏ ତାହାର ଦୃଷ୍ଟାନ୍ତ ଦେଉଛନ୍ତି ସେହିପରି ମନରେ ଗୋଟିଏ ଥର ତ୍ୟାଗର ସଂକଳ୍ପ କରିସାରିବା ପରେ ପୁନର୍ବାର ସ୍ୱୀକାର କରିବାର ସଂକଳ୍ପ କରୁନଥିବା ପିଲାମାନେ ମଧ୍ୟ ଅଛନ୍ତି । ବାପଦାଦା ଆଜି ସମସ୍ତଙ୍କର ପୁରୁଷାର୍ଥର ଫଳାଫଳକୁ ଦେଖୁଥିଲେ । ଶକ୍ତିଶାଳୀ ଆତ୍ମାମାନଙ୍କୁ ଦେଖି ବାପଦାଦା ସ୍ମିତହାସ୍ୟ ହୋଇ ଏହି ବାର୍ତ୍ତାଳାପ କରୁଥିଲେ ଯେ ବ୍ରହ୍ମାଙ୍କର ଦୁଇ ପ୍ରକାରର ରଚନାର ଗାୟନ ରହିଛି, ଗୋଟିଏ ହେଲା ବ୍ରହ୍ମାଙ୍କ ମୁଖରୁ ବ୍ରାହ୍ମଣମାନଙ୍କର ଉତ୍ପତ୍ତି ହୋଇଛି ଏବଂ ଦ୍ୱିତୀୟରେ ବ୍ରହ୍ମା ସଂକଳ୍ପ ଦ୍ୱାରା ସୃଷ୍ଟିର ରଚନା କରିଛନ୍ତି । ତେବେ ବ୍ରହ୍ମାବାବା କେତେ ସମୟ ଧରି ଶ୍ରେଷ୍ଠ ଏବଂ ଶକ୍ତିଶାଳୀ ସଂକଳ୍ପ କରିଛନ୍ତି! ଏମିତି ତ ବାପଦାଦା ଉଭୟ ହିଁ ନିମିତ୍ତ ଅଟନ୍ତି କିନ୍ତୁ ରଚନା କ୍ଷେତ୍ରରେ ଶିବଙ୍କର ରଚନା ବୋଲି କୁହାଯାଏ ନାହିଁ । ଶିବବଂଶୀ କୁହାଯାଏ । ଶିବକୁମାର, ଶିବକୁମାରୀ କୁହାଯାଏ ନାହିଁ । ବ୍ରହ୍ମାକୁମାର-କୁମାରୀ କୁହାଯାଏ । ତେଣୁ ବିଶେଷ ଭାବରେ ବ୍ରହ୍ମା ହିଁ ନିଜର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ଆତ୍ମାମାନଙ୍କୁ ଆବାହନ କରିଛନ୍ତି ଅର୍ଥାତ୍ ରଚନା ରଚିଛନ୍ତି । ତେଣୁ ବ୍ରହ୍ମାଙ୍କର ଏହିଭଳି ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ବା ଆବାହନ ଦ୍ୱାରା ଏମାନେ ସାକାରରେ ଏଠାରେ ପହଞ୍ଚି ଯାଇଛନ୍ତି ।

ତେଣୁ ସଂକଳ୍ପର ରଚନାମାନେ ମଧ୍ୟ କିଛି କମ ଶକ୍ତିଶାଳୀ ନୁହଁନ୍ତି । ଯେପରି ସଂକଳ୍ପ ଶକ୍ତିଶାଳୀ ହୋଇଥିବା କାରଣରୁ ଦୂର ଦୂରାନ୍ତରେ ଭିନ୍ନ-ଭିନ୍ନ ଧର୍ମର ପରଦା ଭିତରେ ଲୁଚି ରହିଥିବା ପିଲାମାନଙ୍କୁ ନିଜର ପ୍ରକୃତ ପରିବାରକୁ ଆଣିବା ପାଇଁ, ଶ୍ରେଷ୍ଠ ଶକ୍ତିଶାଳୀ ସଂକଳ୍ପ ହିଁ ସେମାନଙ୍କୁ ପ୍ରେରିତ କରି ନିକଟକୁ ନେଇ ଆସିଲା ସେଥିପାଇଁ ଏହି ଶକ୍ତିଶାଳୀ ସଂକଳ୍ପର ରଚନା ମଧ୍ୟ ଶକ୍ତିଶାଳୀ ଅଟେ । ଏଥିରେ କେତେ ଜଣଙ୍କର ଅନୁଭବ ମଧ୍ୟ ଅଛି - ଯେପରି କେହି ସେମାନଙ୍କ ବୁଦ୍ଧିକୁ ବିଶେଷ ଭାବରେ ପ୍ରେରଣା ଦେଇ ବାବାଙ୍କ ନିକଟକୁ ନେଇ ଆସୁଛି । ବ୍ରହ୍ମାଙ୍କର ଶକ୍ତିଶାଳୀ ସଂକଳ୍ପର ପ୍ରେରଣା ଥିବା କାରଣରୁ ବ୍ରହ୍ମାଙ୍କର ଚିତ୍ରକୁ ଦେଖିବା ମାତ୍ରକେ ଚୈତନ୍ୟତାର ଅନୁଭବ ହେଉଛି ଏବଂ ସେହି ଚୈତନ୍ୟ ସମ୍ବନ୍ଧର ଅନୁଭବ ଆଧାରରେ ଆଗକୁ ବଢୁଛନ୍ତି । ତେଣୁ ବାପଦାଦା ନିଜର ରଚନାକୁ ଦେଖି ହର୍ଷିତ ହେଉଛନ୍ତି । ଆଗକୁ ମଧ୍ୟ ଆହୁରି ଶକ୍ତିଶାଳୀ ରଚନାର ପ୍ରତ୍ୟକ୍ଷ ପ୍ରମାଣ ମିଳିବାକୁ ଲାଗିବ । ତେବେ ଡବଲ ବିଦେଶୀମାନଙ୍କର ସେବାର ସମୟ ହିସାବରେ ବର୍ତ୍ତମାନ ସେମାନଙ୍କର ପିଲାଦିନର ସମୟ ସମାପ୍ତ ହୋଇଗଲାଣି । ବର୍ତ୍ତମାନ ନିଜେ ଅନୁଭବୀ ହୋଇ ଅନ୍ୟମାନଙ୍କୁ ମଧ୍ୟ ଅଚଳ-ଅଟଳ କରିବାର ଏବଂ ଅନୁଭବ କରାଇବାର ସମୟ । ଏବେ ଖେଳ କରିବାର ସମୟ ସମାପ୍ତ ହୋଇଗଲାଣି । ଏବେ ତ ନିଜେ ସର୍ବଦା ସମର୍ଥ ହୋଇ ନିର୍ବଳ ଆତ୍ମାମାନଙ୍କୁ ସମର୍ଥ କରିଚାଲ । ଯଦି ତୁମମାନଙ୍କ ଭିତରେ ନିର୍ବଳତାର ସଂସ୍କାର ରହିବ ତେବେ ଅନ୍ୟମାନଙ୍କୁ ମଧ୍ୟ ନିର୍ବଳ କରିଦେବ । ବର୍ତ୍ତମାନ ସମୟ ବହୁତ କମ୍ ଅଛି କିନ୍ତୁ ଅଧିକରୁ ଅଧିକ ଆତ୍ମାମାନଙ୍କୁ ଆସିବାର ଅଛି । ଏତିକି ସଂଖ୍ୟାରେ ହିଁ ଖୁସି ହୋଇଯାଅ ନାହିଁ ଯେ ବହୁତ ହୋଇଗଲେଣି । ଏବେ ତ ସଂଖ୍ୟା ଆଗକୁ ଆଗକୁ ବଢିଚାଲିବ କିନ୍ତୁ ତୁମେମାନେ ଯେପରି ଏତେ ସମୟ ଧରି ପାଳନା ପାଇଲ ଏବଂ ଯେଉଁ ବିଧିରେ ପାଳନା ପାଇଲ, ଏବେ ତାହା ପରିବର୍ତ୍ତନ ହୋଇଯିବ ।

ଯେପରି ୫୦ ବର୍ଷ ପାଳନା ନେଇଥିବା ଗୋଲଡେନ୍ ଜୁବଲୀର ପିଲାମାନେ ଏବଂ ସିଲଭର ଜୁବଲୀର ପିଲାମାନଙ୍କ ଭିତରେ ଅନ୍ତର ରହିଛି, ସେହିପରି ପଛରେ ଯେଉଁମାନେ ଆସିବେ ସେମାନଙ୍କ ଭିତରେ ମଧ୍ୟ ଅନ୍ତର ରହିବ । ତେଣୁ ଅଳ୍ପ ସମୟ ଭିତରେ ସେମାନଙ୍କୁ ଶକ୍ତିଶାଳୀ କରିବାକୁ ହେବ । ସେମାନଙ୍କର ମଧ୍ୟ ନିଜସ୍ୱ ଶ୍ରେଷ୍ଠ ଭାବନା ତ ନିଶ୍ଚିତ ଥିବ କିନ୍ତୁ ତୁମମାନଙ୍କୁ ମଧ୍ୟ ଏହିଭଳି ଅଳ୍ପ ସମୟ ଭିତରେ ଆଗକୁ ବଢୁଥିବା ପିଲାମାନଙ୍କୁ ନିଜର ସମ୍ବନ୍ଧ-ସମ୍ପର୍କର ସହଯୋଗ ଦେବାକୁ ହିଁ ହେବ, ଯାହାଦ୍ୱାରା ସେମାନଙ୍କୁ ସହଜରେ ଆଗକୁ ବଢିବାର ଉମଙ୍ଗ-ଉତ୍ସାହ ଏବଂ ସାହସ ମିଳିବ । ଏବେ ଏହିଭଳି ସେବା ବହୁତ ହେବାକୁ ଯାଉଛି । କେବଳ ନିଜ ପାଇଁ ଶକ୍ତି ଜମା କରିବାର ସମୟ ଆଉ ନାହିଁ, କିନ୍ତୁ ନିଜ ସହିତ ଅନ୍ୟମାନଙ୍କ ପ୍ରତି ଏତେ ଶକ୍ତି ଜମା କରିବାକୁ ହେବ ଯାହାଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ସହଯୋଗ ଦେଇପାରିବ । ତେଣୁ କେବଳ ସହଯୋଗ ନେବାର ନାହିଁ, ଦେବାକୁ ମଧ୍ୟ ହେବ । ଯେଉଁମାନଙ୍କୁ ଦୁଇବର୍ଷ ମଧ୍ୟ ହୋଇଗଲାଣି ସେମାନଙ୍କ ପାଇଁ ଦୁଇବର୍ଷ ମଧ୍ୟ କମ୍ ନୁହେଁ । ଅଳ୍ପ ସମୟ ଭିତରେ ସବୁ କିଛି ଅନୁଭବ କରିବାକୁ ହେବ । ଯେପରି କଳ୍ପବୃକ୍ଷ ଚିତ୍ରରେ ଦେଖାଉଛ ନା ଶେଷରେ ଆସୁଥିବା ଆତ୍ମାମାନଙ୍କୁ ମଧ୍ୟ ଚାରିଟିଯାକ ଅବସ୍ଥାକୁ ଅର୍ଥାତ୍ ସତ୍ତ୍ୱପ୍ରଧାନ ସତ୍ତ୍ୱ, ରଜୋ, ତମୋ ଅବସ୍ଥାକୁ ଅତିକ୍ରମ କରିବାକୁ ହିଁ ପଡିବ । ତେବେ ପୁଣି ୧୦-୧୨ ଜନ୍ମ ନେଉଥାନ୍ତୁ ବା ଯେତିକି ବି ଜନ୍ମ ନେଉଥାନ୍ତୁ । ତେଣୁ ପଛରେ ଆସୁଥିବା ଆତ୍ମାମାନଙ୍କୁ ମଧ୍ୟ ଅଳ୍ପ ସମୟ ମଧ୍ୟରେ ସର୍ବଶକ୍ତିର ଅନୁଭବ କରିବାକୁ ହିଁ ପଡିବ । ବିଦ୍ୟାର୍ଥୀ ଜୀବନ ସହିତ ସେବାଧାରୀ ଜୀବନର ମଧ୍ୟ ଅନୁଭବ କରିବାକୁ ପଡିବ । ସେବାଧାରୀକୁ କେବଳ କୋର୍ସ କରାଇବା ବା ଭାଷଣ କରିବାର ନାହିଁ । ସେବାଧାରୀ ଅର୍ଥାତ୍ ସର୍ବଦା ଉମଙ୍ଗ-ଉତ୍ସାହର ସହଯୋଗ ଦେବା । ଅନ୍ୟମାନଙ୍କୁ ଶକ୍ତିଶାଳୀ କରିବାର ସହଯୋଗ ଦେବା । ଅଳ୍ପ ସମୟ ଭିତରେ ସବୁ ବିଷୟରେ ପାସ୍ କରିବାକୁ ପଡିବ । ସେତିକି ତୀବ୍ରଗତିରେ ପୁରୁଷାର୍ଥ କରିଲେ ତ ପହଞ୍ଚିପାରିବ ନା, ସେଥିପାଇଁ ପରସ୍ପରର ସହଯୋଗୀ ହେବାକୁ ପଡିବ କିନ୍ତୁ ପରସ୍ପରର ଯୋଗୀ ନୁହେଁ । ପରସ୍ପରକୁ ଯୋଗ କରିବାର ନାହିଁ ଅର୍ଥାତ୍ ମନେ ପକାଇବାର ନାହିଁ । ସହଯୋଗୀ ଆତ୍ମା ସର୍ବଦା ନିଜର ସହଯୋଗ ଦ୍ୱାରା ଅନ୍ୟମାନଙ୍କୁ ବାବାଙ୍କର ସମାନ ଏବଂ ସମୀପ ଅର୍ଥାତ୍ ନିକଟବର୍ତ୍ତୀ କରିଦିଏ । ତେଣୁ ଅନ୍ୟମାନଙ୍କୁ ନିଜ ସମାନ ନୁହେଁ କିନ୍ତୁ ବାବାଙ୍କ ସମାନ କରିବାକୁ ହେବ । ନିଜ ଭିତରେ ଯାହା ସବୁ ଦୋଷ-ଦୁର୍ବଳତା ରହିଛି ସେଗୁଡିକୁ ଏହିଠାରେ ହିଁ ଛାଡିଦେଇ ଯାଅ, ବିଦେଶକୁ ନେଇଯାଅ ନାହିଁ । ନିଜେ ଶକ୍ତିଶାଳୀ ଆତ୍ମା ହୋଇ ଅନ୍ୟମାନଙ୍କୁ ମଧ୍ୟ କରିବାକୁ ହେବ । ଏହି ଦୃଢ ସଂକଳ୍ପ ସଦାସର୍ବଦା ସ୍ମୃତିରେ ରହିଥାଉ । ଆଚ୍ଛା!

ଚାରିଆଡର ସବୁ ପିଲାମାନଙ୍କୁ ବାପଦାଦା ବିଶେଷ ଭାବରେ ସ୍ନେହ ସମ୍ପନ୍ନ ସ୍ମୃତିର ଉପହାର ଦେଉଛନ୍ତି ଏବଂ ସଦା ସ୍ନେହୀ, ସଦା ସହଯୋଗୀ ତଥା ସଦା ଶକ୍ତିଶାଳୀ ଶ୍ରେଷ୍ଠ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ସ୍ମୃତି ସହିତ ନମସ୍ତେ ।

ସମସ୍ତଙ୍କ ଭିତରେ ଏହି ଖୁସି ତ ରହିଛି ନା ଯେ ଆମେ ଭିନ୍ନ ଭିନ୍ନ ଧର୍ମ ବା ଭିନ୍ନ ଭିନ୍ନ ଦେଶର ହୋଇ ମଧ୍ୟ ଜଣଙ୍କର ହୋଇଯାଇଛୁ । ଏବେ ଆଉ କୌଣସି ଅଲଗା ଅଲଗା ମତ ନାହିଁ । ଆମେ ସମସ୍ତେ ଗୋଟିଏ ହିଁ ଈଶ୍ୱରୀୟ ମତରେ ଚାଲୁଥିବା ଶ୍ରେଷ୍ଠ ଆତ୍ମା ଅଟୁ । ବ୍ରାହ୍ମଣମାନଙ୍କର ଭାଷା ମଧ୍ୟ ଗୋଟିଏ । ଆମେ ସମସ୍ତେ ଜଣେ ପିତାଙ୍କର ସନ୍ତାନ ଏବଂ ସେହି ଜଣଙ୍କର ଜ୍ଞାନକୁ ସମସ୍ତଙ୍କୁ ବିତରଣ କରି ସମସ୍ତଙ୍କୁ ସେହି ଜଣଙ୍କର ସନ୍ତାନ କରିବାକୁ ହେବ । ଏହା କେତେ ବଡ ଏବଂ ଶ୍ରେଷ୍ଠ ପରିବାର । ଯେଉଁଠାକୁ ଯାଅ, ଯେଉଁ ଦେଶକୁ ଯାଅ ମନ ଭିତରେ ନିଶା ରହିଛି ଯେ ଏହା ଆମର ନିଜ ଘର । ସେବାସ୍ଥାନ ଅର୍ଥାତ୍ ନିଜର ଘର । ଦୁନିଆରେ ଏମିତି କେହି ବି ନଥିବେ ଯାହାଙ୍କର ଏତେ ଗୁଡିଏ ଘର ଥିବ । ଯଦି ତୁମମାନଙ୍କୁ କେହି ପଚାରିବେ - ତୁମର ପରିଚିତ ଲୋକମାନେ କେଉଁଠି-କେଉଁଠି ସବୁ ଅଛନ୍ତି ? ତୁମେ କହିବ ସାରା ବିଶ୍ୱରେ । ଯେଉଁଠାକୁ ଯାଅ ନିଜର ହିଁ ପରିବାର । କେତେ ବଡ ବେହଦର ଅଧିକାରୀ ହୋଇଗଲ, ସେବାଧାରୀ ହୋଇଗଲ । ସେବାଧାରୀ ହେବା ଅର୍ଥାତ୍ ଅଧିକାରୀ ହେବା । ଏହା ହେଉଛି ବେହଦର ଆତ୍ମିକ ଖୁସି । ଏବେ ପ୍ରତ୍ୟେକ ସ୍ଥାନ ନିଜର ଶକ୍ତିଶାଳୀ ସ୍ଥିତି ଆଧାରରେ ବିସ୍ତାରକୁ ପ୍ରାପ୍ତି କରି ଚାଲିଛି । ପ୍ରଥମେ ଅଳ୍ପ ଅଳ୍ପ ମେହନତ ଲାଗିଥାଏ, ତାପରେ କିଛି ଆତ୍ମା ଦୃଷ୍ଟାନ୍ତ ରୂପରେ ପ୍ରସ୍ତୁତ ହୋଇଯିବା ପରେ ସେମାନଙ୍କୁ ଦେଖି ଅନ୍ୟମାନେ ସହଜରେ ଆଗକୁ ବଢିଚାଲିଥାନ୍ତି । ବାପଦାଦା ସବୁ ପିଲାଙ୍କୁ ଏହି ଶ୍ରେଷ୍ଠ ସଂକଳ୍ପ ବାରମ୍ବାର ସ୍ମରଣ କରାଇ ଦେଉଛନ୍ତି ଯେ ସର୍ବଦା ନିଜେ ମଧ୍ୟ ଯୋଗ ଏବଂ ସେବାର ଉମଙ୍ଗ-ଉତ୍ସାହରେ ରୁହ, ଖୁସି ମନରେ ତୀବ୍ରଗତିରେ ଆଗକୁ ବଢିଚାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହିଭଳି ଉମଙ୍ଗ-ଉତ୍ସାହରେ ଆଗକୁ ବଢାଇଚାଲ । ସାକାରରେ ପହଞ୍ଚି ପାରିନଥିବା ଚାରିଆଡର ପିଲାମାନଙ୍କର ଚିତ୍ର ଏବଂ ପତ୍ର ସବୁ ପହଞ୍ଚିଯାଇଛି ଯାହାର ପ୍ରତ୍ୟୁତ୍ତରରେ ବାପଦାଦା ସମସ୍ତଙ୍କୁ ହୃଦୟର ସହିତ ୟାଦପ୍ୟାର ଅର୍ଥାତ୍ ସ୍ନେହଭରା ସ୍ମୃତି ମଧ୍ୟ ଦେଉଛନ୍ତି । ବର୍ତ୍ତମାନ ଯେତିକି ଉମଙ୍ଗ-ଉତ୍ସାହ ଏବଂ ଖୁସି ରହିଛି ତାକୁ ଆହୁରି ପଦ୍ମଗୁଣା ବଢାଅ । କେହି କେହି ତ ନିଜର ଦୋଷ ଦୁର୍ବଳତା ଗୁଡିକର ସମାଚାର ମଧ୍ୟ ଲେଖି ପଠାଇଛନ୍ତି, ସେମାନଙ୍କ ପାଇଁ ବାପଦାଦା କହୁଛନ୍ତି, ଲେଖିଦେଲ ଅର୍ଥାତ୍ ବାବାଙ୍କୁ ଦେଇଦେଲ । ଦେଇ ଦେଇଥିବା ଜିନିଷକୁ ପୁନର୍ବାର ନିଜ ପାଖରେ ରଖିପାରିବ ନାହିଁ । ଯେଉଁ ଦୁର୍ବଳତା ଗୁଡିକ ଦେଇଦେଲ ସେଗୁଡିକୁ ପୁନର୍ବାର ସଂକଳ୍ପରେ ମଧ୍ୟ ଆଣ ନାହିଁ । ତୃତୀୟ କଥା ହେଲା କେବେ ବି ନିଜର ବା ସଂଗଠନର କୌଣସି ପ୍ରକାରର ସଂସ୍କାର ବା ବାୟୁମଣ୍ଡଳର ହଲଚଲ୍ ଅନୁସାରେ ଭାଙ୍ଗିପଡ ନାହିଁ । ସର୍ବଦା ବାବାଙ୍କୁ ନିଜର ଯୁଗଳ ବା ସାଥୀ ରୂପରେ ଅନୁଭବ କରି ନିରାଶାବାଦୀରୁ ଆଶାବାଦୀ ବା ଶକ୍ତିଶାଳୀ ଆତ୍ମା ହୋଇ ଆଗକୁ ଆଗକୁ ଉଡିଚାଲ । ହିସାବ-କିତାବ ଚୁକ୍ତ ହେବା ଅର୍ଥାତ୍ ବୋଝ କମ୍ ହୋଇଗଲା । ତେଣୁ ଖୁସି ଖୁସିରେ ପିଛିଲା ବୋଝ ଗୁଡିକୁ ଭସ୍ମ କରିଚାଲ । ଏଥିରେ ବାପଦାଦା ସର୍ବଦା ପିଲାମାନଙ୍କର ସହଯୋଗୀ ଅଟନ୍ତି । ଅତ୍ୟଧିକ ଚିନ୍ତା ମଧ୍ୟ କର ନାହିଁ କାରଣ ବ୍ୟର୍ଥ ଚିନ୍ତନ ଆତ୍ମାକୁ ଦୁର୍ବଳ କରିଦିଏ ଯଦି ବ୍ୟର୍ଥ ଚିନ୍ତନ ଅଧିକ ଚାଲୁଛି ତେବେ ଦୁଇ ଚାରିଥର ମୁରଲୀ ପଢ, ମନନ-ଚିନ୍ତନ କର ପୁଣି ପଢିବାରେ ଲାଗିପଡ । କୌଣସି ନା କୌଣସି ପଏଣ୍ଟ ବୁଦ୍ଧିରେ ପକ୍କା ହୋଇଯିବ । ଶୁଦ୍ଧ ସଂକଳ୍ପର ଶକ୍ତି ଜମା କରିଚାଲ ତେବେ ବ୍ୟର୍ଥ ସମାପ୍ତ ହୋଇଯିବ । ବୁଝିଲ ।

ବାପଦାଦାଙ୍କର ବିଶେଷ ପ୍ରେରଣା:- ଦେଶ ଭିତରେ ହେଉ ବା ବିଦେଶରେ ହେଉ ଚାରିଆଡେ ଅନେକ ଏଭଳି ଛୋଟ-ଛୋଟ ସ୍ଥାନଗୁଡିକ ଅଛି ଯାହାକି ବର୍ତ୍ତମାନ ସମୟ ଅନୁସାରେ ସାଧାରଣ ଅଟନ୍ତି କିନ୍ତୁ ସେଠାରେ ବହୁତ ମାଲାମାଲ ଅର୍ଥାତ୍ ଧନଶାଳୀ ପିଲାମାନେ ଅଛନ୍ତି । ତେଣୁ ସେମାନଙ୍କ ଭିତରେ ଏମିତି ବି ଅନେକ ଅଛନ୍ତି ଯେଉଁମାନେ କି ନିମିତ୍ତ ହୋଇଥିବା ପିଲାମାନଙ୍କର ଅର୍ଥାତ୍ ଦାଦୀ-ଦୀଦୀମାନଙ୍କର ତାଙ୍କ ନିକଟକୁ ଗସ୍ତ କରିବାର ଆଶା ନେଇ ବହୁତ ଦିନରୁ ଅପେକ୍ଷା କରିଛନ୍ତି, କିନ୍ତୁ ସେମାନଙ୍କର ଆଶା ପୂର୍ଣ୍ଣ ହୋଇପାରୁ ନାହିଁ । ସେହି ଆଶାକୁ ମଧ୍ୟ ବାପଦାଦା ପୁରଣ କରାଉଛନ୍ତି । ବିଶେଷ ମହାରଥୀ ପିଲାମାନଙ୍କୁ ଯୋଜନାପୂର୍ବକ ଯେଉଁମାନଙ୍କ ପାଇଁ ଚାରିଆଡେ ଆଶାର ଦୀପ ସଜାଡି ରଖିଛନ୍ତି ସେଗୁଡିକୁ ଜଳାଇବା ପାଇଁ ଯିବାକୁ ହେବ । ସମସ୍ତଙ୍କର ଆଶାର ଦୀପକୁ ଜଳାଇବା ପାଇଁ ବାପଦାଦା ବିଶେଷ ସମୟ ମଧ୍ୟ ଦେଉଛନ୍ତି । ସବୁ ମହାରଥୀ ପିଲାମାନେ ମିଳିମିଶି ଭିନ୍ନ ଭିନ୍ନ ଅଞ୍ଚଳକୁ ଭାଗ ବାଣ୍ଟ କରି, ଗାଁ-ଗହଳିରେ ଯେଉଁ ପିଲାମାନେ ସବୁ ଅଛନ୍ତି, ସମୟ ଅଭାବରୁ ଯେଉଁମାନଙ୍କ ନିକଟକୁ ତୁମେମାନେ ଯାଇପାରି ନାହଁ ସେମାନଙ୍କର ଆଶାକୁ ପୁରଣ କରିବାକୁ ହେବ । ମୁଖ୍ୟ ମୁଖ୍ୟ ସ୍ଥାନକୁ ମୁଖ୍ୟ ମୁଖ୍ୟ କାର୍ଯ୍ୟକ୍ରମମାନଙ୍କରେ ତ ଯାଉଛ କିନ୍ତୁ ଯେଉଁଗୁଡିକ ସବୁ ଛୋଟ ଛୋଟ ସ୍ଥାନ ରହିଛି ସେମାନଙ୍କର ନିଜ ନିଜର ଯଥାଶକ୍ତିର କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ସେମାନଙ୍କ ପାଇଁ ବଡ କାର୍ଯ୍ୟକ୍ରମ, ସେମାନଙ୍କର ଭାବନା ହିଁ ସବୁଠାରୁ ବଡ ଉତ୍ସବ । ବାପଦାଦାଙ୍କ ନିକଟରେ ଏଭଳି କେତେ ପିଲାଙ୍କର ଦରଖାସ୍ତ ଅନେକ ଦିନରୁ ଫାଇଲ୍ ଭିତରେ ପଡି ରହିଛି । ଏହି ଫାଇଲକୁ ମଧ୍ୟ ବାପଦାଦା ସମ୍ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି । ସେଥିପାଇଁ ମହାରଥୀ ପିଲାମାନଙ୍କୁ ଚକ୍ରବର୍ତ୍ତୀ ହେବାର ବିଶେଷ ସୁଯୋଗ ଦେଉଛନ୍ତି, ପରେ ପୁଣି ଏଭଳି କହିବ ନାହିଁ ଯେ ସବୁ ଜାଗାକୁ କେବଳ ଦାଦୀ ହିଁ ଯିବେ । ନା, ଯଦି କେବଳ ଜଣେ ଦାଦୀ ହିଁ ସବୁ ଆଡକୁ ଯିବେ ତେବେ ତ ୫ ବର୍ଷ ଲାଗିଯିବ । ତାହା ହେଲେ ୫ ବର୍ଷ ପର୍ଯ୍ୟନ୍ତ ବାପଦାଦା ଯଦି ନ ଆସିବେ ତେବେ ଚଳିବ ତ ? କାରଣ ଏଠାରେ ବାପଦାଦାଙ୍କର ସିଜନ୍ ଚାଲିଥିବ ଏବଂ ସେତିକି ବେଳେ ଦାଦୀ ବାହାରକୁ ଚକ୍ର ଲଗାଇବା ପାଇଁ ଯାଇଥିବେ ଏହା ମଧ୍ୟ ଭଲ ଲାଗିବ ନାହିଁ, ସେଥିପାଇଁ ସବୁ ମହାରଥୀ ପିଲାମାନଙ୍କର ଚକ୍ର ଲଗାଇବାର କାର୍ଯ୍ୟକ୍ରମ ରଖ । ଯେଉଁଠାକୁ କେହି ବି ଯାଇ ନାହାଁନ୍ତି ସେଠାକୁ ଯିବା ପାଇଁ କାର୍ଯ୍ୟକ୍ରମ ରଖ, ଏହାଛଡା ଏହି ବର୍ଷ ଯେଉଁ ଆଡକୁ ବି ଯିବ ସେଠାରେ ଗୋଟିଏ ଦିନ ବ୍ରାହ୍ମଣ ପିଲାମାନଙ୍କର ଯୋଗ ତପସ୍ୟାର କାର୍ଯ୍ୟକ୍ରମ ରଖ, ଆଉ ଗୋଟିଏ ଦିନ ବାହାରର ସେବାର କାର୍ଯ୍ୟକ୍ରମ ରଖ - ଏହି ଦୁଇଟି କାର୍ଯ୍ୟକ୍ରମ ନିଶ୍ଚିତ ହେବା ଦରକାର । କେବଳ କୌଣସି ଉତ୍ସବ ପାଳନ କରିବାର ଉଦ୍ଦେଶ୍ୟରେ ଯାଇ ଧାଁ-ଦୌଡ କରି ଫେରିଆସିବାର ନାହିଁ । ଯେତେ ଦୂର ସମ୍ଭବ ଏଭଳି କାର୍ଯ୍ୟକ୍ରମ ରଖ ଯେଉଁଥିରେ ବ୍ରାହ୍ମଣମାନଙ୍କର ବିଶେଷ ଭାବରେ ଉମଙ୍ଗ-ଉତ୍ସାହ ବୃଦ୍ଧି ହେବ ଏବଂ ତା ସହିତ ଏଭଳି ବି କାର୍ଯ୍ୟକ୍ରମ ରଖ ଯାହା ଆଧାରରେ ଭି.ଆଇ.ପି.ମାନଙ୍କ ସହିତ ମଧ୍ୟ ସମ୍ପର୍କ ହୋଇପାରୁଥିବ କିନ୍ତୁ କାର୍ଯ୍ୟକ୍ରମ ଛୋଟିଆ ହେବା ଦରକାର । ପ୍ରଥମରୁ ହିଁ ଏଭଳି କାର୍ଯ୍ୟକ୍ରମ ରଖିଥିବ ଯାହାଦ୍ୱାରା ବ୍ରାହ୍ମଣମାନଙ୍କୁ ବିଶେଷ ଉମଙ୍ଗ-ଉତ୍ସାହର ଶକ୍ତି ମିଳୁଥିବ । ସେମାନଙ୍କ ଭିତରେ ନିର୍ବିଘ୍ନ ହେବାର ସାହସ ଏବଂ ଶକ୍ତି ଭରିବ ତେଣୁ ଚାରିଆଡେ ଚକ୍ର ଲଗାଇବା ପାଇଁ ବାପଦାଦା ବିଶେଷ ସମୟ ଦେଉଛନ୍ତି କାହିଁକି ନା ସମୟ ଅନୁସାରେ ବାତାବରଣ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଆହୁରି ମଧ୍ୟ ପରିବର୍ତ୍ତନ ହେବ ସେଥିପାଇଁ ପୁରୁଣା ଫାଇଲକୁ ସମାପ୍ତ କରିବାକୁ ହେବ । ଆଚ୍ଛା!

ରଦାନ:-
ଆତ୍ମ-ଅଭିମାନୀ ସ୍ୱରୂପର ଶ୍ରେଷ୍ଠ ସ୍ଥିତି ଦ୍ୱାରା ବାତାବରଣରକୁ ଆଧ୍ୟାତ୍ମିକ କରୁଥିବା ସହଜ ପୁରୁଷାର୍ଥୀ ହୁଅ ।

ଆତ୍ମ-ଅଭିମାନୀ ସ୍ୱରୂପର ସ୍ଥିତି ଦ୍ୱାରା ନିଜର ସେବାକେନ୍ଦ୍ରର ବାତାବରଣକୁ ଏଭଳି ଆଧ୍ୟାତ୍ମିକ କରିଦିଅ ଯାହାଦ୍ୱାରା ନିଜର ଏବଂ ସମସ୍ତ ଆଗନ୍ତୁକ ମାନଙ୍କର ସହଜରେ ଉନ୍ନତି ହୋଇପାରୁଥିବ କାରଣ, ବାହାରର ବାତାବରଣରେ କ୍ଳାନ୍ତ ହୋଇ ଯେଉଁମାନେ ବି ଏଠାକୁ ଆସୁଛନ୍ତି ସେମାନଙ୍କୁ ଅତିରିକ୍ତ ଅର୍ଥାତ୍ ଏକ୍ସଟ୍ରା ସହଯୋଗର ଆବଶ୍ୟକତା ଥାଏ, ସେଥିପାଇଁ ସେମାନଙ୍କୁ ଆତ୍ମ-ଅଭିମାନଯୁକ୍ତ ବାତାବରଣର ସହଯୋଗ ଦିଅ । ନିଜେ ସହଜ ପୁରୁଷାର୍ଥୀ ହୁଅ ଏବଂ ସେମାନଙ୍କୁ ମଧ୍ୟ କର । ପ୍ରତ୍ୟେକ ଆଗନ୍ତୁକ ଏହି ଅନୁଭବ କରନ୍ତୁ ଯେ ଏହା ହିଁ ସହଜରେ ଉନ୍ନତି ପ୍ରାପ୍ତ କରିବାର ସ୍ଥାନ ।

ସ୍ଲୋଗାନ:-
ବରଦାନୀ ହୋଇ ଶୁଭଭାବନା ଏବଂ ଶୁଭକାମନାର ବରଦାନ ଦେଇଚାଲ ।