04.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବାଙ୍କୁ ମନେ ପକାଇବାର ଭିନ୍ନ-ଭିନ୍ନ ଉପାୟ ରଚନା କର, ପୁରୁଷାର୍ଥ କରି ଚାର୍ଟ ରଖ, ଏଥିରେ ଥକି ଯାଅ ନାହିଁ, ତୋଫାନ ବା ବିଘ୍ନରେ ଅଚଳ ରୁହ ।

ପ୍ରଶ୍ନ:-
ପିଲାମାନଙ୍କୁ ନିଜର କେଉଁ ଅନୁଭବ ପରସ୍ପରକୁ ଶୁଣାଇବା ଉଚିତ୍‌?

ଉତ୍ତର:-
ମୁଁ ବାବାଙ୍କୁ କେତେ ସମୟ ଏବଂ କିପରି ମନେ ପକାଉଛି! ଭୋଜନ କରିବା ସମୟରେ ବାବାଙ୍କର ୟାଦ ରହୁଛି ନା ଅନେକ ପ୍ରକାରର ବିଚାର ଆସିଯାଉଛି! ବାବା କହୁଛନ୍ତି ପିଲାମାନେ ଚେଷ୍ଟା କରିଦେଖ । ଭୋଜନ କରିବା ସମୟରେ ବାବାଙ୍କ ବ୍ୟତୀତ ଅନ୍ୟ କିଛି କଥା ମନେ ପଡୁ ନାହିଁ ତ! ପୁଣି ପରସ୍ପରକୁ ଅନୁଭବ ଶୁଣାଅ । (୨) କୌଣସି ବି ଦୁଃଖଦାୟକ ଦୃଶ୍ୟ ଦେଖିବା ବେଳେ ମୋର ସ୍ଥିତି କିପରି ଥିଲା! ଏହାର ଅନୁଭବ ମଧ୍ୟ ଶୁଣାଇବା ଦରକାର ।

ଗୀତ:-
ଲାଖ ଜମାନେ ବାଲେ...

ଓମ୍ ଶାନ୍ତି ।
ମିଠା ମିଠା ପିଲାମାନେ ଏବେ ବେହଦ ବାବାଙ୍କୁ କିପରି ଭୁଲିବେ, ଯାହାଙ୍କଠାରୁ ବେହଦର ବର୍ସା ମିଳୁଛି । ଯାହାଙ୍କୁ ତୁମେମାନେ ଅଧାକଳ୍ପରୁ ୟାଦ କରୁଥିଲ । ଏକଥା ତ ବୁଝାଯାଇଛି ଯେ ମନୁଷ୍ୟମାନଙ୍କୁ କେବେ ହେଲେ ଭଗବାନ ବୋଲି କୁହାଯାଏ ନାହିଁ । ଏବେ ତୁମକୁ ବେହଦର ବାବା ମିଳିଛନ୍ତି, ତାଙ୍କ ୟାଦରେ ହିଁ କରାମତି ରହିଛି । ଯେତେ ପତିତ-ପାବନ ବାବାଙ୍କୁ ୟାଦ କରିବ, ସେତେ ପବିତ୍ର ହୋଇ ଚାଲିବ । ଯେପର୍ଯ୍ୟନ୍ତ ଅନ୍ତ ନ ହୋଇଛି ତୁମେ ନିଜକୁ ପବିତ୍ର ବୋଲି କହିପାରିବ ନାହିଁ । ଯେତେବେଳେ ସଂପୂର୍ଣ୍ଣ ପବିତ୍ର ହୋଇଯିବ ସେତେବେଳେ ଏହି ଶରୀର ଛାଡି ଯାଇ ସଂପୂର୍ଣ୍ଣ ପବିତ୍ର ଶରୀର ନେବ । ତୁମକୁ ସତ୍ୟଯୁଗରେ ନୂଆ ଶରୀର ମିଳିଲେ ସଂପୂର୍ଣ୍ଣ ବୋଲି କୁହାଯିବ । ଏହା ପରେ ରାବଣର ଅନ୍ତ ହୋଇଯାଇଥାଏ । ସତ୍ୟଯୁଗରେ ରାବଣର କୁଶପୁତଳିକା ତିଆରି କରାଯାଏ ନାହିଁ । ତୁମେମାନେ ଯେତେବେଳେ ବସୁଛ, ଚଲା-ବୁଲା କରୁଛ ତେବେ ବୁଦ୍ଧିରେ ଏହି କଥା ମନେ ରହୁ । ଏବେ ଆମେ ୮୪ ଜନ୍ମର ଚକ୍ର ଶେଷ କରିଛୁ ପୁଣି ନୂଆ ଚକ୍ର ଆରମ୍ଭ ହେଉଛି । ତାହା ହିଁ ହେଉଛି ନୂଆ ପବିତ୍ର ଦୁନିଆ, ନୂଆ ଭାରତ ନୂଆ ଦିଲ୍ଲୀ । ପିଲାମାନେ ଜାଣିଛନ୍ତି ଯେ ପ୍ରଥମେ ଯମୁନାର କୂଳ ରହିବ, ଯେଉଁଠାରେ ପରିସ୍ଥାନ ତିଆରି ହେବ । ପିଲାମାନଙ୍କୁ ବହୁତ ଭଲ ଭାବରେ ବୁଝାଯାଉଛି, ପ୍ରଥମେ ତ ବାବାଙ୍କୁ ୟାଦ କର । ଭଗବାନ ବାବା ତୁମକୁ ପାଠ ପଢାଉଛନ୍ତି ସିଏ ହିଁ ଶିକ୍ଷକ ଗୁରୁ ଅଟନ୍ତି, ତେଣୁ ଏହି କଥା ମନେ ରଖ । ବାବା ଏହି କଥା ମଧ୍ୟ ବୁଝାଇଥିଲେ ଯେ ତୁମେମାନେ ବାଜୋଲି (ପାଦ ପାଖରେ ମୁଣ୍ଡ ରଖି ଲେଉଟିବା) ଖେଳୁଛ । ବର୍ଣ୍ଣର ଚିତ୍ର ମଧ୍ୟ ଜରୁରୀ ଅଟେ । ସବୁଠାରୁ ଉପରେ ଅଛନ୍ତି ଶିବବାବା ପୁଣି ଚୂଟୀ ବ୍ରାହ୍ମଣମାନେ ରହିଛନ୍ତି । ଏହି କଥା ବୁଝାଇବା ପାଇଁ ବାବା କହୁଛନ୍ତି । ଆଚ୍ଛା ଏହି କଥା ବୁଦ୍ଧିରେ ରଖ ଯେ ଆମେ ୮୪ ଜନ୍ମର ବାଜୋଲୀ ଖେଳୁଛୁ । ଏବେ ସଂଗମଯୁଗ ଅଟେ, ବାବା ଅଧିକ ସମୟ ରହୁନାହାଁନ୍ତି । ତଥାପି ୧୦୦ ବର୍ଷ ତ ଲାଗୁଛି । ସମ୍ପୂର୍ଣ୍ଣ ବିନାଶ ହେଲା ପରେ ରାଜ୍ୟ ଆରମ୍ଭ ହେବ । ଏହା ହିଁ ମହାଭାରତ ଲଢେଇ ଅଟେ, ଯେଉଁଥିରେ ଅନେକ ଧର୍ମର ବିନାଶ, ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ତୁମମାନଙ୍କର କଳାବାଜୀ ବା କଳାକୌଶଳ ତ ଆଶ୍ଚର୍ଯ୍ୟଜନକ ଅଟେ । ତୁମେମାନେ ଜାଣିଛ ଯେ ଫକୀର ଲୋକମାନେ କଳାବାଜୀ ଖେଳିଥାନ୍ତି, ତୀର୍ଥକୁ ଯାଇଥାନ୍ତି । ମନୁଷ୍ୟମାନଙ୍କର ଶ୍ରଦ୍ଧା ତ ରହିଥାଏ ନା । ତେଣୁ ସେମାନଙ୍କୁ କିଛି ନା କିଛି ଦେଇ ଦେଇଥାନ୍ତି । ସେଥିରେ ଏମାନଙ୍କର ଗୁଜୁରାଣ ମେଣ୍ଟିଯାଏ । କାରଣ ଏଭଳି ଲୋକମାନେ ଆଉ କଣ ବା କରିବେ । ବାବା ତ ଏହି ସବୁ କଥା ଗୁଡିକର ଅନୁଭବୀ ଅଟନ୍ତି । ସେଥିପାଇଁ ଶିବବାବା ଅନୁଭବୀ ରଥ ନେଇଛନ୍ତି । ସିଏ ଗୁରୁ ମଧ୍ୟ କରିଥିଲେ । ଦେଖିଛନ୍ତି ବି ବହୁତ କିଛି । ତୀର୍ଥ ମଧ୍ୟ କରିଛନ୍ତି । ଏବେ ବାବା କହୁଛନ୍ତି ବାଜୋଲିକୁ ତ ୟାଦ କରିପାରିବ । ଆମେ ଏବେ ବ୍ରାହ୍ମଣ ହୋଇଛୁ ପୁଣି ଦେବତା, କ୍ଷତ୍ରିୟ ହେବୁ । ଏସବୁ ଭାରତର କଥା । ବାବା ଏହିପରି ବୁଝାଇଛନ୍ତି ଯେ ଅନ୍ୟ ସବୁ ଧର୍ମ ତ ଯେପରି ଶାଖାପ୍ରଶାଖା ଅଟେ । ବାବା ତୁମକୁ ହିଁ ତୁମର ୮୪ ଜନ୍ମର କାହାଣୀ ବତାଉଛନ୍ତି । ଯେଉଁମାନେ ଜ୍ଞାନୀ ଅଟନ୍ତି ସେମାନେ ହିସାବରୁ ବୁଝିପାରିବେ । ଇସ୍‌ଲାମୀମାନେ ଆସିବେ ତ ହାରାହାରି କେତେ ଜନ୍ମ ନେବେ । ସଠିକ୍ ହିସାବର ତ ଆବଶ୍ୟକତା ନାହିଁ । ଏହି କଥା ଗୁଡିକରେ ତ ଚିନ୍ତାର କୌଣସି କଥା ନାହିଁ । ସବୁଠାରୁ ଅଧିକ ଏହି ଚିନ୍ତା ରହିଥାଏ ଯେ ଆମେ ବାବାଙ୍କୁ ୟାଦ କରୁଥାଉ । ବାସ୍ ଜଣଙ୍କୁ ୟାଦ କରିବାର ଗୋଟିଏ ହିଁ ଚିନ୍ତା ରହିଛି । ପ୍ରତି ମୂହୁର୍ତ୍ତରେ ମାୟା ଆହୁରି ଚିନ୍ତାରେ ପକାଇ ଦେଉଛି, ଏଥିରେ ମାୟା ବହୁତ ଚିନ୍ତାରେ ପକାଇଥାଏ । ପିଲାମାନେ ୟାଦ କରିବା ହିଁ ଦରକାର । ଏବେ ଆମକୁ ଘରକୁ ଯିବାକୁ ହେବ । ମିଠା ଘର କାହାର ମନେ ପଡିବ ନାହିଁ । ମାଗୁଛନ୍ତି ମଧ୍ୟ ଶାନ୍ତି ଦିଅ । ଭଗବାନଙ୍କୁ କହୁଛନ୍ତି - ଆମକୁ ଶାନ୍ତି ଦିଅ ।

ଏବେ ତୁମେ ପିଲାମାନେ ଏକଥା ତ ଜାଣିଛ ଯେ ଏହି ପୁରୁଣା ଦୁନିଆ ଶେଷ ହୋଇ ଯିବାର ଅଛି । ଏକଥା ମଧ୍ୟ ତୁମମାନଙ୍କର ବୁଦ୍ଧିରେ ଅଛି ଏବଂ ମନୁଷ୍ୟମାନେ ତ ଘୋର ଅନ୍ଧକାରରେ ଅଛନ୍ତି । ଶାନ୍ତି ସତ୍ୟଯୁଗରେ ହିଁ ଥାଏ । ଏକ ଧର୍ମ, ଏକ ଭାଷା, ନୀତି-ପ୍ରଥା ମଧ୍ୟ ଗୋଟିଏ ହିଁ ରହିଥାଏ । ସେଠାରେ ଶାନ୍ତିର ହିଁ ରାଜ୍ୟ ହେବ । ଅଦ୍ୱୈତର କଥା ହିଁ ନାହିଁ । ସେଠାରେ ତ ଗୋଟିଏ ହିଁ ରାଜତ୍ୱ ହୋଇଥାଏ ଏବଂ ତାହା ସତ୍ୱପ୍ରଧାନ ଅଟେ । ସେଠାରେ ରାବଣ ରାଜ୍ୟ ରହିବ ନାହିଁ ଯାହା ଫଳରେ ଯୁଦ୍ଧ ହେବ । ତେବେ ତୁମେ ପିଲାମାନଙ୍କର ଖୁସିର ନିଶା ଚଢିବା ଦରକାର । ଶାସ୍ତ୍ରରେ ଯେଉଁ ଗାୟନ ରହିଛି ଯେ ଅତିନ୍ଦ୍ରିୟ ସୁଖ ଗୋପ-ଗୋପୀମାନଙ୍କୁ ପଚାର । ଗୋପ-ଗୋପୀମାନେ ତ ତୁମେ ଅଟ ନା । ତୁମେମାନେ ସମ୍ମୁଖରେ ବସିଛ । ଏମିତି ବି ତୁମମାନଙ୍କ ଭିତରେ କ୍ରମାନ୍ୱୟରେ ରହିଛନ୍ତି ଯେଉଁମାନଙ୍କର ମନେ ରହିଥାଏ ଯେ - ବାବା ଆମର ପିତା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି । ଏହା ତ ଆଶ୍ଚର୍ଯ୍ୟ କଥା ଅଟେ ନା । ସାରା ଜୀବନ ସାଥୀରେ ରହିଥାନ୍ତି । କୋଳକୁ ନେବା ମାତ୍ରକେ ପାଠପଢା ଆରମ୍ଭ କରିଦେଇଥାନ୍ତି । ତେବେ ଏହି କଥା ମନେ ରହିବା ଦ୍ୱାରା ମଧ୍ୟ ଖୁସି ବହୁତ ରହିବ । କିନ୍ତୁ ମାୟା ପୁଣି ଏକଥାକୁ ମଧ୍ୟ ଭୁଲାଇ ଦେଉଛି । ମନୁଷ୍ୟମାନଙ୍କୁ ଏକଥା ମଧ୍ୟ ବୁଝାଇବାକୁ ହୋଇଥାଏ, ମନୁଷ୍ୟମାନେ ପଚାରୁଛନ୍ତି ଯେ ବାକି ଅଳ୍ପ ସମୟ ଅଛି ବୋଲି କହୁଛ, ଏହାର କଣ ପ୍ରମାଣ ଅଛି? କୁହ, ଦେଖ ଏଥିରେ ଲେଖାଯାଇଛି ଭଗବାନୁବାଚ । ଯଜ୍ଞ ମଧ୍ୟ ରଚନା କରାଯାଇଛି । ଏହା ହେଉଛି ଜ୍ଞାନ ଯଜ୍ଞ । କୃଷ୍ଣ ତ ଯଜ୍ଞ ରଚନା କରିପାରିବେ ନାହିଁ ।

ପିଲାମାନଙ୍କର ଏକଥା ବି ବୁଦ୍ଧିରେ ରହିବା ଦରକାର ଯେ ଆମେ ବ୍ରାହ୍ମଣ ଏହି ବେହଦ ଯଜ୍ଞର ଅଟୁ । ବାବା ଆମକୁ ନିମିତ୍ତ କରିଛନ୍ତି । ଯେତେବେଳେ ତୁମେ ଭଲ ଭାବରେ ଜ୍ଞାନ ଏବଂ ଯୋଗର ଧାରଣ କରିଥାଅ, ଆତ୍ମା ସଂପୂର୍ଣ୍ଣ ହୋଇଯାଏ ସେତେବେଳେ ଏହି ସଂସାରରେ ନିଆଁ ଲାଗିବ । ମନୁଷ୍ୟମାନେ ହିଁ ଜାଣଛନ୍ତି ନା ଯେ ଏହା ବେହଦର କର୍ମକ୍ଷେତ୍ର ଅଟେ, ଯେଉଁଠାରେ ସମସ୍ତେ ଆସି ଖେଳ କରୁଛନ୍ତି । ଯାହା ହୋଇଥିଲା ତାହା ପୁନର୍ବାର ହେଉଛି । ବାବା କହୁଛନ୍ତି ପିଲାମାନେ ଚିନ୍ତା ସେହି ବିଷୟରେ କରାଯାଏ ଯାହା ଅଘଟଣ ହୋଇଥାଏ । ଯାହା ହୋଇଗଲା ତାହା ଡ୍ରାମାରେ ଥିଲା ପୁଣି ତାର ଚିନ୍ତା କାହିଁକି କରିବା । ଆମେ ଡ୍ରାମାକୁ ଦେଖୁଛୁ । ଡ୍ରାମାରେ ଯେବେ କୌଣସି ଭୟଙ୍କର ଦୃଶ୍ୟ ହୋଇଥାଏ ତେବେ ମନୁଷ୍ୟମାନେ ଦେଖି କାନ୍ଦିଥାନ୍ତି । ତାହା ତ ହେଲା ମିଛ ଡ୍ରାମା । ଏହା ତ ସଚ୍ଚା ଡ୍ରାମା ଅଟେ । ସତ ସତ ବୋଲି କହୁଛନ୍ତି । କିନ୍ତୁ ତୁମର କୌଣସି ଦୁଃଖର ଲୁହ ଆସିବା ଉଚିତ୍ ନୁହେଁ । ସାକ୍ଷୀ ହୋଇ ତୁମକୁ ଦେଖିବାକୁ ହେବ । ଜାଣିଛ ଯେ ଏହା ଡ୍ରାମା ଅଟେ, ଏଥିରେ କାନ୍ଦିବା କଣ ଦରକାର । ପାଷ୍ଟ ଇଜ୍ ପାଷ୍ଟ ଅର୍ଥାତ୍ ଅତୀତକୁ ଭୁଲିଯାଅ । ଏହାର କେବେ ବିଚାର ମଧ୍ୟ କରିବା ଦରକାର ନାହିଁ । ତୁମେମାନେ ଆଗକୁ ବଢି ବାବାଙ୍କୁ ୟାଦ କରିଚାଲ ଏବଂ ସମସ୍ତଙ୍କୁ ରାସ୍ତା ବତାଉଥାଅ, ବାବା ତ ରାୟ ଦେଇ ଚାଲିଛନ୍ତି । ତ୍ରିମୂର୍ତ୍ତିର ଚିତ୍ର ତୁମ ପାଖରେ ବହୁତ ଅଛି । ସେଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ସିଏ ହେଲେ ଶିବବାବା ଏବଂ ଇଏ ହେଲା ବର୍ସା । ତୁମମାନଙ୍କୁ ଏହି ଚିତ୍ର ଦେଖିବା ଦ୍ୱାରା ବହୁତ ଖୁସି ହେବା ଦରକାର । ବାବାଙ୍କଠାରୁ ଆମକୁ ବିଷ୍ଣୁପୁରୀର ବର୍ସା ମିଳୁଛି । ଏହି ପୁରୁଣା ଦୁନିଆ ତ ଶେଷ ହୋଇଯିବ । ବାସ୍ ଏହି ଚିତ୍ରକୁ ସମ୍ମୁଖରେ ରଖିଦିଅ, ଏଥିରେ କିଛି ହେଲେ ବି ଖର୍ଚ୍ଚ ନାହିଁ । ଏହି ବୃକ୍ଷର ଚିତ୍ର ମଧ୍ୟ ବହୁତ ଭଲ । ପ୍ରତ୍ୟେକ ଦିନ ସକାଳୁ ଅର୍ଥାତ୍ ଅମୃତବେଳାରେ ଉଠି ବିଚାର ସାଗର ମନ୍ଥନ କର । ନିଜର ଶିକ୍ଷକ ନିଜେ ହୋଇ ପାଠପଢ । ବୁଦ୍ଧି ତ ସମସ୍ତଙ୍କର ଅଛି ନା । ଏହି ଚିତ୍ର ନିଜ ଘରେ ରଖିଦିଅ । ପ୍ରତ୍ୟେକ ଚିତ୍ରରେ ଫାଷ୍ଟକ୍ଲାସ ଜ୍ଞାନ ରହିଛି । କହୁଛନ୍ତି ବିନାଶ ହେବ କିନ୍ତୁ ତୁମର ତ ବାବାଙ୍କ ସହିତ ପ୍ରୀତି ଅଛି ନା । ଶିବବାବା ଦଲାଲ ହୋଇ ଆମର ନିର୍ବନ୍ଧ କରାଉଛନ୍ତି । ଯେବେ ସତଗୁରୁ ଦଲାଲ ରୂପରେ ମିଳିଛନ୍ତି ତେବେ କେତେ ଭଲ-ଭଲ କଥା ବୁଝି ବୁଝାଇବା ପାଇଁ ମିଳୁଛି । ତଥାପି ବି ମାୟାର ବହୁତ ଆଡମ୍ବର ରହିଛି । ୧୦୦ ବର୍ଷ ପୂର୍ବରୁ ଏହି ବିଜୁଳି, ଗ୍ୟାସ୍ ଆଦି ଥିଲା କି । ଆଗରୁ ଭାଇସ୍‌ରାୟ ବା ଇଂଗ୍ରେଜ ଅଫିସରମାନେ ୪ଟି, ୮ଟି ଘୋଡାର ଗାଡିରେ ଆସୁଥିଲେ । ଆଗରୁ ସାହୁକାର ମାନେ ଗାଡିରେ ଯାଉଥିଲେ । ଏବେ ତ ବିମାନ ଆଦି ବାହାରି ଗଲାଣି । ଆଗରୁ ଏସବୁ କିଛି ନଥିଲା । ୧୦୦ ବର୍ଷ ଭିତରେ ଏସବୁ କଣ ହୋଇଗଲା । ମନୁଷ୍ୟମାନେ ଭାବୁଛନ୍ତି ଯେ ଏହା ହିଁ ସ୍ୱର୍ଗ ଅଟେ । ଏବେ ପିଲାମାନେ ଜାଣିଛନ୍ତି ଯେ ସ୍ୱର୍ଗ ତ ସ୍ୱର୍ଗ ଅଟେ । ଏସବୁ ପଇସାକର ଜିନିଷ ଅଟେ, ଏହାକୁ କୃତ୍ରିମ ଆଡମ୍ବର କୁହାଯାଉଛି । ଏବେ ତୁମମାନଙ୍କର ଏହି ଗୋଟିଏ ଚିନ୍ତା ରହିବା ଦରକାର ଯେ ଆମେମାନେ ବାବାଙ୍କୁ ୟାଦ କରିବୁ ଯେଉଁଥିରେ କି ମାୟା ବିଘ୍ନ ପକାଉଛି । ବାବା ନିଜର ଉଦାହରଣ ମଧ୍ୟ ଦେଉଛନ୍ତି । ଭୋଜନ ଖାଉଛି, ବହୁତ ଚେଷ୍ଟା କରୁଛି - ୟାଦରେ ରହି ଖାଇବି ତଥାପି ବି ଭୁଲିଯାଉଛି । ସେଥିପାଇଁ ବୁଝୁଛି ଯେ ପିଲାମାନଙ୍କୁ ତ ବହୁତ ମେହନତ କରିବାକୁ ପଡୁଥିବ । ଆଚ୍ଛା ପିଲାମାନେ ତୁମେ ଚେଷ୍ଟା କରି ଦେଖ । ବାବାଙ୍କର ୟାଦରେ ରହି ଦେଖାଅ । ଦେଖ ସବୁ ସମୟ ୟାଦରେ ରହିପାରୁଛ ନା ନାହିଁ । ଅନୁଭବ ଶୁଣାଇବା ଦରକାର । ବାବା ସବୁ ସମୟ ୟାଦରେ ରହିପାରୁ ନାହୁଁ । ବହୁତ ଭିନ୍ନ-ଭିନ୍ନ ପ୍ରକାରର କଥା ମନେ ପଡିଯାଉଛି । ବାବା ନିଜେ ନିଜର ଅନୁଭବ ଶୁଣାଉଛନ୍ତି । ବାବା ଯାହାଙ୍କର ଶରୀରରେ ପ୍ରବେଶ କରିଛନ୍ତି ଇଏ ବି ପୁରୁଷାର୍ଥୀ ଅଟନ୍ତି, ଏହାଙ୍କ ଉପରେ ତ ବହୁତ ଜଞ୍ଜାଳ ରହିଛି । ବଡ ବୋଲାଇବା ଅର୍ଥାତ୍‌, ବଡ ଦୁଃଖ ପାଇବା । ଏହାଙ୍କ ପାଖକୁ କେତେ ସମାଚାର ଆସୁଛି । ବିକାର ଯୋଗୁଁ କେତେ ମାରୁଛନ୍ତି । ଘରୁ ବାହାର କରିଦେଉଛନ୍ତି । କନ୍ୟାମାନେ କହୁଛନ୍ତି ମୁଁ ଈଶ୍ୱରଙ୍କର ଶରଣକୁ ଆସିଛି । କେତେ ବିଘ୍ନ ପଡୁଛି । କାହା ପାଖରେ ଶାନ୍ତି ନାହିଁ । ତୁମମାନଙ୍କର ଖାତିରୀ ରହିଛି । ତୁମେ ଏବେ ପୁରୁଷାର୍ଥ କରି ଶ୍ରୀମତରେ ଚାଲି ଶାନ୍ତିରେ ରହୁଛ । ବ୍ରହ୍ମାବାବା ଏଠାରେ ମଧ୍ୟ ଅନେକ ଘର ଦେଖିଛନ୍ତି ଯେଉଁଠି ପରସ୍ପର ସହିତ ବହୁତ ମିଳିମିଶି ରହିଥାନ୍ତି । ସମସ୍ତେ ବଡଙ୍କର ଆଜ୍ଞାରେ ଚାଲିଥାନ୍ତି । କହିଥାନ୍ତି ଆମ ଘର ତ ସ୍ୱର୍ଗ ସହିତ ସମାନ ।

ବର୍ତ୍ତମାନ ବାବା ତୁମକୁ ଏପରି ସ୍ୱର୍ଗକୁ ନେଇଯାଉଛନ୍ତି । ଯେଉଁଠାରେ ସବୁ ପ୍ରକାରର ସୁଖ ରହିଛି । ଦେବତାମାନଙ୍କର ୩୬ ପ୍ରକାର ଭୋଜନର ଗାୟନ ରହିଛି । ଏବେ ତୁମେ ସ୍ୱର୍ଗର ବର୍ସା ବାବାଙ୍କଠାରୁ ନେଉଛ । ସେଠାରେ ତ କେତେ ସ୍ୱାଦିଷ୍ଟ ଭୋଜନ ଖାଇବ ଏବଂ ପବିତ୍ର ରହିବ । ଏବେ ତୁମେମାନେ ସେହି ଦୁନିଆର ମାଲିକ ହେଉଛ । ରାଜା-ରାଣୀ, ପ୍ରଜାରେ ଫରକ ରହିବ ନା । ଆଗରୁ ରାଜାମାନେ ବହୁତ ଆଡମ୍ବରରେ ରହୁଥିଲେ । ଏମାନେ ତ ହେଲେ ପତିତ ଏବଂ ଏହି ରାବଣ ରାଜ୍ୟରେ ଅଛନ୍ତି, ତେବେ ବିଚାର କର ସତ୍ୟଯୁଗରେ କଣ ହେବ । ସମ୍ମୁଖରେ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ରଖିଛନ୍ତି । କୃଷ୍ଣଙ୍କ ପାଇଁ ମିଛ କଥା ଲେଖି ତାଙ୍କର ବଦନାମୀ କରିଦେଇଛନ୍ତି । କେବଳ ମିଛ ହିଁ ମିଛ, ତିଳେମାତ୍ର ସତ୍ୟ ନାହିଁ । ଏବେ ତୁମେମାନେ ବୁଝୁଛ ଯେ ଆମେ ସ୍ୱର୍ଗର ମାଲିକ ଥିଲୁ ପୁଣି ୮୪ ଜନ୍ମ ନେଇ ବିଲ୍‌କୁଲ୍ ଶୁଦ୍ର ବୁଦ୍ଧି ହୋଇଯାଇଛୁ । ତୁମମାନଙ୍କର କଣ ଅବସ୍ଥା ହୋଇଯାଇଛି । ଏବେ ପୁଣି ପୁରୁଷାର୍ଥ କରି କଣ ହେଉଛ! ବାବା ପଚାରୁଛନ୍ତି ଯେ ତୁମେ କଣ ହେବ? ତେବେ ସମସ୍ତେ ହାତ ଉଠାଉଛନ୍ତି ଯେ ସୂର୍ଯ୍ୟବଂଶୀ ହେବୁ । ଆମେ ତ ମାତା-ପିତାଙ୍କୁ ପୂରା ଅନୁସରଣ କରିବୁ । ଆମେ କମ୍ ପୁରୁଷାର୍ଥ କରିବୁ ନାହିଁ । ସମସ୍ତ ପରିଶ୍ରମ ୟାଦ ଏବଂ ନିଜ ସମାନ କରିବା ଉପରେ ରହିଛି । ସେଥିପାଇଁ ବାବା କହୁଛନ୍ତି ଯେତେ ଦୂର ସମ୍ଭବ ସେବା କରିବା ଶିଖ । ଏହା ବହୁତ ସହଜ ଅଟେ ଇଏ ଶିବବାବା, ଏହା ବିଷ୍ଣୁପୁରୀ, ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଏହିପରି ହେବ । ଏହିଭଳି ବୁଝାଇବା ଦରକାର । ଇଏ ତ ବହୁତ ଅନୁଭବୀ ଅଟନ୍ତି । ସିଢିର ଚିତ୍ର ଉପରେ ତୁମେମାନେ ବୁଝାଇପାରିବ ।

ତୁମମାନଙ୍କୁ ଏହି ବୃକ୍ଷ, ଚକ୍ର ଆଦିର ଚିତ୍ର ଦେଖିବା ଦ୍ୱାରା ବୁଦ୍ଧିରେ ସାରା ଜ୍ଞାନ ଆସିଯିବା ଦରକାର । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ କୁଆଡେ ଗଲା! ଏମାନଙ୍କ ସହିତ କିଏ ଯୁଦ୍ଧ କଲା? ଯେଉଁଥିରେ ସବୁ ସମ୍ପତ୍ତି ହରାଇ ଦେଲେ । ଏବେ ତ ସେହି ରାଜ୍ୟ ନାହିଁ । ଏହି ସବୁ ଈଶ୍ୱରୀୟ କଥାକୁ କିଛି ବି ଜାଣିନାହାଁନ୍ତି । ତୁମମାନଙ୍କୁ ଏହା ମଧ୍ୟ ସାକ୍ଷାତ୍‌କାର ହୋଇଛି । କିପରି ଗୁମ୍ଫାରୁ, ଖଣିରୁ ଯାଇ ସୁନା, ହୀରା ଆଦି ନେଇ ଆସୁଛନ୍ତି । ସେଠାରେ ଏହି ବିଜ୍ଞାନ ତୁମର ସୁଖ ପାଇଁ ରହିବ । ଏଠାରେ ଦୁଃଖ ପାଇଁ ରହିଛି, ସେଠାରେ ବିମାନ ମଧ୍ୟ ପୂର୍ଣ୍ଣ ସୁରକ୍ଷିତ ହେବ । ପିଲାମାନେ ଆରମ୍ଭରୁ ଏସବୁ ସାକ୍ଷାତ୍‌କାର କରିଥିଲେ । ଶେଷ ସମୟରେ ବି ତୁମେ ବହୁତ ସାକ୍ଷାତ୍‌କାର କରିବ । ଏକଥା ବି ତୁମେ ସାକ୍ଷାତ୍‌କାର କରିଛ । ଚୋର ଲୁଟିବାକୁ ଆସୁଛନ୍ତି, ପୁଣି ତୁମର ଶକ୍ତି ରୂପ ଦେଖି ପଳାଇ ଯାଉଛନ୍ତି । ଏସବୁ କଥା ଅନ୍ତିମ ସମୟର ଅଟେ । ଚୋର ତ ଲୁଟିବାକୁ ଆସିବେ, ତୁମେ ବାବାଙ୍କର ୟାଦରେ ଛିଡା ହେବ ତ ସିଏ ଏକଦମ୍ ପଳାଇଯିବେ ।

ବର୍ତ୍ତମାନ ବାବା କହୁଛନ୍ତି ପିଲାମାନେ ଖୁବ୍ ପୁରୁଷାର୍ଥ କର । ମୁଖ୍ୟ କଥା ହେଉଛି ପବିତ୍ରତା । ଗୋଟିଏ ଜନ୍ମ ପବିତ୍ର ହେବାକୁ ପଡିବ । ମୃତ୍ୟୁ ତ ସମ୍ମୁଖରେ ଉପସ୍ଥିତ । ବହୁତ ବଡ ପ୍ରାକୃତିକ ବିପର୍ଯ୍ୟୟ ଆସିବ, ଯେଉଁଥିରେ ସବୁ ଶେଷ ହୋଇଯିବ । ଶିବବାବା ଏହାଙ୍କ ଦ୍ୱାରା ବୁଝାଉଛନ୍ତି, ଏହାଙ୍କର ଆତ୍ମା ମଧ୍ୟ ଶୁଣୁଛି । ଏହି ବାବା ସବୁ କଥା କହୁଛନ୍ତି । ଶିବବାବାଙ୍କର ତ ଅନୁଭବ ନାହିଁ । ପିଲାମାନଙ୍କୁ ଅନୁଭବ ହୋଇଥାଏ । ମାୟାର ତୁଫାନ କିପରି ଆସିଥାଏ । ପ୍ରଥମ ନମ୍ବରରେ ଇଏ ରହିଛନ୍ତି, ତେବେ ଏହାଙ୍କୁ ସବୁ ଅନୁଭବ ହେବ । ତେବେ ଏଥିରେ ଡରିବାର ନାହିଁ, ଅଚଳ ରହିବାକୁ ହେବ । ବାବାଙ୍କର ୟାଦରେ ରହିବା ଦ୍ୱାରା ହିଁ ଶକ୍ତି ମିଳିଥାଏ । କେହି-କେହି ସନ୍ତାନ ଚାର୍ଟ ଲେଖିଥାନ୍ତି ପୁଣି ଚାଲୁ-ଚାଲୁ ଚାର୍ଟ ଲେଖିବା ବନ୍ଦ କରିଦିଅନ୍ତି । ବାବା ବୁଝିଯାଆନ୍ତି ଯେ ଇଏ ଥକିଯାଇଛି । ପାରଲୌକିକ ବାବା ଯାହାଙ୍କଠାରୁ ଏତେ ବଡ ବର୍ସା ମିଳୁଛି ଏପରି ବାବାଙ୍କୁ କେବେ ପତ୍ର ମଧ୍ୟ ଲେଖୁନାହାଁନ୍ତି । ୟାଦ ହିଁ କରୁନାହାଁନ୍ତି । ଏଭଳି ବାବାଙ୍କୁ ତ କେତେ ୟାଦ କରିବା ଦରକାର । ଶିବବାବା ମୁଁ ଆପଣଙ୍କୁ ବହୁତ ୟାଦ କରୁଛି । ବାବା ଆପଣଙ୍କ ୟାଦ ବିନା ଆମେ ଭଲା କିପରି ରହିପାରିବୁ! ଯେଉଁ ବାବାଙ୍କ ଠାରୁ ବିଶ୍ୱର ବାଦାଶାହୀ ମିଳୁଛି, ଏପରି ବାବାଙ୍କୁ ଆମେ କିପରି ଭୁଲିବୁ । ଯଦି ଗୋଟିଏ ଚିଠି ଲେଖିଲ ତେବେ ତ ମନେ ପକାଇଲ ନା । ଲୌକିକ ପିତା ମଧ୍ୟ ପିଲାମାନଙ୍କ ପାଖକୁ ଚିଠି ଲେଖିଥାନ୍ତି-- ନୁରେ ରତ୍ନ... ସ୍ତ୍ରୀ, ସ୍ୱାମୀକୁ କିପରି ଚିଠି ଲେଖିଥାଏ! ଏଠାରେ ତ ଦୁଇଟିଯାକ ସମ୍ବନ୍ଧ ରହିଛି । ଏହା ମଧ୍ୟ ୟାଦ କରିବାର ଯୁକ୍ତି ଅଟେ । ବାବା କେତେ ମିଠା ଅଟନ୍ତି! ଆମଠାରୁ କଣ ମାଗୁଛନ୍ତି? କିଛି ବି ନୁହେଁ । ସିଏ ତ ଦାତା ଅଟନ୍ତି, ଦେଇଥାନ୍ତି ନା । ଶିବବାବା ନିଅନ୍ତି ନାହିଁ । କହୁଛନ୍ତି ମିଠା ପିଲାମାନେ ମୁଁ ଆସିଛି, ଭାରତକୁ ସୁଗନ୍ଧିତ ବଗିଚା କରିଦେଇ ଯାଉଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସୂର୍ଯ୍ୟବଂଶୀ ହେବା ପାଇଁ ମାତା-ପିତାଙ୍କୁ ସମ୍ପୂର୍ଣ୍ଣ ରୂପେ ଅନୁକରଣ କରିବାକୁ ହେବ । ଯୋଗଯୁକ୍ତ ସ୍ଥିତିରେ ରହିବାର ଏବଂ ଅନ୍ୟମାନଙ୍କୁ ନିଜ ସମାନ କରିବାର ମେହନତ କରିବାକୁ ହେବ ।

(୨) ପୁରୁଷାର୍ଥ କରି ଶ୍ରୀମତରେ ଚାଲି ଶାନ୍ତ ରହିବାକୁ ହେବ । ବଡମାନଙ୍କର ଆଜ୍ଞା ମାନିବାକୁ ହେବ ।

ବରଦାନ:-
ନିଜକୁ ନିମିତ୍ତ ମନେ କରି ନିଜେ ନଇଁବା ସହିତ ସମସ୍ତଙ୍କୁ ନଇଁବା ପାଇଁ ଅନୁପ୍ରାଣିତ କରିବାରେ ନିମିତ୍ତ ଏବଂ ନମ୍ରଚିତ୍ତ ହୁଅ ।

ନିମିତ୍ତ ତାଙ୍କୁ କୁହାଯାଏ ଯିଏ ନିଜର ପ୍ରତ୍ୟେକ ସଂକଳ୍ପକୁ ବା କର୍ମକୁ ବାବାଙ୍କ ନିକଟରେ ଅର୍ପଣ କରିଦେଇଥାଏ । ନିମିତ୍ତ ହେବା ଅର୍ଥାତ୍ ଅର୍ପଣ ହେବା ଏବଂ ନମ୍ରଚିତ୍ତ ତାଙ୍କୁ କୁହାଯାଏ ଯିଏ ସର୍ବଦା ନିଜେ ନଇଁଯାଏ । ଯେତିକି ସଂସ୍କାରରେ ଏବଂ ସଂକଳ୍ପରେ ନମ୍ର ହେବ ସେତିକି ବିଶ୍ୱ ମଧ୍ୟ ତୁମ ନିକଟରେ ନତମସ୍ତକ ହେବ । ତେଣୁ ନିଜେ ନଇଁଯିବା ଅର୍ଥ ସମସ୍ତଙ୍କୁ ନୁଆଁଇ ଦେବା । ଏଭଳି ସଂକଳ୍ପ ମଧ୍ୟ ନ ରହୁ ଯେ ଅନ୍ୟମାନେ ମଧ୍ୟ ମୋ ସମ୍ମୁଖରେ କିଛିଟା ନଇଁଯାଆନ୍ତୁ । ଯେଉଁମାନେ ସଚ୍ଚା ସେବାଧାରୀ ସେମାନେ ସର୍ବଦା ନିଜେ ନଇଁଥାନ୍ତି । କେବେ ବି ନିଜର ବଡପଣିଆ ଦେଖାଇନଥାନ୍ତି ।

ସ୍ଲୋଗାନ:-
ଏବେ ଆଉ ସମସ୍ୟା ସ୍ୱରୂପ ହୁଅ ନାହିଁ ବରଂ ସମାଧାନ ସ୍ୱରୂପ ହୁଅ ।