04.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସମସ୍ତଙ୍କୁ ପ୍ରଥମେ ଅଲଫର ପାଠ ଅର୍ଥାତ୍ ବାବାଙ୍କ ବିଷୟରେ ପକ୍କା କରାଅ, ତୁମେ ସମସ୍ତେ ଆତ୍ମା ଭାଇ-ଭାଇ ଅଟ ।
 

ପ୍ରଶ୍ନ:-
କେଉଁ ଗୋଟିଏ କଥାରେ ଶ୍ରୀମତ, ମନୁଷ୍ୟ ମତଠାରୁ ବିଲକୁଲ୍ ବିପରୀତ ଅଟେ ?

ଉତ୍ତର:-
ମନୁଷ୍ୟ ମତ କହୁଛି ଆମେ ମୋକ୍ଷକୁ ପ୍ରାପ୍ତ ହେବୁ । ଶ୍ରୀମତ କହୁଛି ଏହି ଡ୍ରାମା ଅନାଦି ଅବିନାଶୀ ଅଟେ । ମୋକ୍ଷ କାହାକୁ ବି ମିଳିପାରିବ ନାହିଁ । ଯଦିଓ କେହି କହୁଛି ଏହି ଅଭିନୟ ମୋର ପସନ୍ଦ ନୁହେଁ, କିନ୍ତୁ ଏଥିରେ କେହି କିଛି ବି କରିପାରିବେ ନାହିଁ, ଅଭିନୟ କରିବା ପାଇଁ ଆସିବାକୁ ହିଁ ପଡିବ । ତେବେ ଶ୍ରୀମତ ହିଁ ତୁମକୁ ଶ୍ରେଷ୍ଠ କରାଉଛି । ମନୁଷ୍ୟ ମତ ତ ଅନେକ ପ୍ରକାରର ରହିଛି ।

ଓମ୍ ଶାନ୍ତି ।
ଏକଥା ତ ପିଲାମାନେ ଜାଣିଛନ୍ତି ଯେ ଆମେ ବାବାଙ୍କ ସମ୍ମୁଖରେ ବସିଛୁ । ବାବା ମଧ୍ୟ ଜାଣିଛନ୍ତି ପିଲାମାନେ ମୋ ସମ୍ମୁଖରେ ବସିଛନ୍ତି । ଏକଥା ମଧ୍ୟ ତୁମେ ପିଲାମାନେ ଜାଣିଛ ବାବା ଆମକୁ ଶିକ୍ଷା ଦେଉଛନ୍ତି ଯାହା ପୁଣି ଅନ୍ୟ ଆତ୍ମାମାନଙ୍କୁ ଦେବାକୁ ହେବ । ପ୍ରଥମେ ତ ବାବାଙ୍କ ପରିଚୟ ହିଁ ଦେବାକୁ ହେବ କାହିଁକି ନା ସମସ୍ତେ ବାବାଙ୍କୁ ଏବଂ ବାବାଙ୍କ ଶିକ୍ଷାକୁ ଭୁଲିଯାଇଛନ୍ତି । ଏବେ ବାବା ଯେଉଁ ପାଠ ପଢାଉଛନ୍ତି ଏହି ପାଠପଢା ପୁଣି ୫ ହଜାର ବର୍ଷ ପରେ ମିଳିବ । ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ମୁଖ୍ୟ ହେଉଛି ବାବାଙ୍କ ପରିଚୟ ଦେବା ପୁଣି ବୁଝାଇବାକୁ ହେବ ଯେ ଆମେ ସମସ୍ତେ ଭାଇ-ଭାଇ । ସମଗ୍ର ଦୁନିଆରେ ଯେଉଁ ଆତ୍ମାମାନେ ଅଛନ୍ତି, ସମସ୍ତେ ପରସ୍ପର ମଧ୍ୟରେ ଭାଇ-ଭାଇ ଅଟନ୍ତି । ସମସ୍ତଙ୍କୁ ମିଳିଥିବା ଅଭିନୟ ସମସ୍ତେ ନିଜ ନିଜର ଶରୀର ଦ୍ୱାରା କରୁଛନ୍ତି । ଏବେ ତ ବାବା ଆସିଛନ୍ତି ନୂଆ ଦୁନିଆକୁ ନେଇଯିବା ପାଇଁ, ଯାହାକୁ ସ୍ୱର୍ଗ କୁହାଯାଉଛି । କିନ୍ତୁ ଏବେ ଆମେ ସମସ୍ତେ ଭାଇମାନେ ପତିତ ଅଟୁ, ଜଣେ ହେଲେ ପବିତ୍ର ନାହାଁନ୍ତି । ସମସ୍ତ ପତିତ ଆତ୍ମାଙ୍କୁ ପବିତ୍ର ଆତ୍ମା ଏକମାତ୍ର ବାବା ହିଁ କରୁଛନ୍ତି । ଏହା ହେଉଛି ପତିତ ବିକାରୀ ରାବଣର ଦୁନିଆ । ରାବଣର ଅର୍ଥ ହେଉଛି ୫ ବିକାର ସ୍ତ୍ରୀ ମଧ୍ୟରେ, ୫ ବିକାର ପୁରୁଷ ମଧ୍ୟରେ ଅଛି । ବାବା ବହୁତ ସହଜ ରୀତିରେ ବୁଝାଉଛନ୍ତି । ତୁମେ ମଧ୍ୟ ଅନ୍ୟକୁ ଏପରି ବୁଝାଇପାରିବ । ତେଣୁ ପ୍ରଥମେ ଏହି କଥା ବୁଝାଅ ଯେ ଆମ ଆତ୍ମାମାନଙ୍କର ସିଏ ପିତା ଅଟନ୍ତି, ଆମେ ସମସ୍ତେ ପରସ୍ପର ଭାଇ-ଭାଇ ଅଟନ୍ତି । ବୁଝାଇବା ପରେ ପଚାର ଏହା ଠିକ୍ ଅଟେ ନା ? ଏହାପରେ ମତାମତ ଲେଖାଅ ଯେ ଆମେ ସମସ୍ତେ ହେଉଛୁ ଭାଇ-ଭାଇ । ଆମର ବାପା ମଧ୍ୟ ଏକ ଅଟନ୍ତି । ଆମ ସମସ୍ତ ଆତ୍ମାମାନଙ୍କର ସେ ସୁପ୍ରିମ ଅର୍ଥାତ୍ ପରମ ଆତ୍ମା ଅଟନ୍ତି । ତେଣୁ ତାଙ୍କୁ ପିତା ବୋଲି କୁହାଯାଉଛି । ଏହି ନିଶ୍ଚୟକୁ ବୁଦ୍ଧିରେ ରଖିଲେ ପରମାତ୍ମା ସର୍ବବ୍ୟାପୀ ଆଦିର ଯେଉଁ ଆବର୍ଜନା ବୁଦ୍ଧିରେ ରହିଛି ବାହାରି ଯିବ । ପ୍ରଥମେ ଅଲଫ ଅର୍ଥାତ୍ ଆଲ୍ଲାଙ୍କ ବିଷୟରେ ପଢାଇବାକୁ ହେବ । ସେମାନଙ୍କୁ କୁହ, ଏହାକୁ ପ୍ରଥମେ ଭଲ ଭାବରେ ବସି ଲେଖ ପୂର୍ବରୁ ପରମାତ୍ମା ସର୍ବବ୍ୟାପୀ କହୁଥିଲୁ, ଏବେ ବୁଝୁଛୁ ପରମାତ୍ମା ସର୍ବବ୍ୟାପୀ ନୁହଁନ୍ତି । ଆମେ ସମସ୍ତେ ଭାଇ-ଭାଇ ଅଟୁ । ସବୁ ଆତ୍ମାମାନେ କହୁଛନ୍ତି ଗଡ୍ ଫାଦର, ପରମପିତା ପରମାତ୍ମା, ଆଲ୍ଲା । ପ୍ରଥମେ ତ ଏହି ନିଶ୍ଚୟ ରଖିବାକୁ ହେବ ଯେ ଆମେ ସମସ୍ତେ ଆତ୍ମା, ପରମାତ୍ମା ନୁହେଁ, ନାଁ ଆମ ମଧ୍ୟରେ ପରମାତ୍ମା ବ୍ୟାପକ ଅଟନ୍ତି । ସମସ୍ତଙ୍କ ମଧ୍ୟରେ ଆତ୍ମା ବ୍ୟାପକ ଅଟେ । ଆତ୍ମା ଶରୀର ଦ୍ୱାରା ଅଭିନୟ କରୁଛି । ଏହି ଜ୍ଞାନକୁ ପକ୍କା କରାଅ । ଆଚ୍ଛା ପୁଣି ବାବା ଆମକୁ ସୃଷ୍ଟିଚକ୍ରର ଆଦି, ମଧ୍ୟ, ଅନ୍ତର ଜ୍ଞାନ ଶୁଣାଉଛନ୍ତି । ବାବା ହିଁ ଶିକ୍ଷକ ରୂପରେ ବସି ବୁଝାଉଛନ୍ତି । ଲକ୍ଷ ଲକ୍ଷ ବର୍ଷର ତ କଥା ନୁହେଁ । ଏହି ଚକ୍ର ଅନାଦି ପୂର୍ବ-ପ୍ରସ୍ତୁତ ଅଟେ । ଚାରିଯୁଗ କିପରି ସମାନ ଭାବରେ ବିଭକ୍ତ ହୋଇଛି ଏହାକୁ ଜାଣିବାକୁ ପଡିବ । ସତ୍ୟଯୁଗ-ତ୍ରେତା ଅତୀତ ହୋଇଗଲା ଏହାକୁ ନୋଟ୍ କର । ସତ୍ୟଯୁଗକୁ ସ୍ୱର୍ଗ ଏବଂ ତ୍ରେତାକୁ ସେମୀ ସ୍ୱର୍ଗ କୁହାଯାଉଛି । ସେଠାରେ ଦେବୀ-ଦେବତାଙ୍କର ରାଜ୍ୟ ଚାଲିଥାଏ । ସତ୍ୟଯୁଗରେ ଥାଏ ୧୬ କଳା, ତ୍ରେତାରେ ୧୪ କଳା । ସତ୍ୟଯୁଗର ପ୍ରଭାବ ବହୁତ ଅଧିକ । ନାମ ହିଁ ହେଉଛି ସ୍ୱର୍ଗ, ହେଭେନ୍ । ସତ୍ୟଯୁଗକୁ ନୂଆ ଦୁନିଆ କୁହାଯାଉଛି । ତାର ହିଁ ମହିମା କରିବାକୁ ହେବ । ନୂଆ ଦୁନିଆରେ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ରହିବ । ନିଶ୍ଚୟ କରାଇବା ପାଇଁ ଚିତ୍ର ମଧ୍ୟ ତୁମ ପାଖରେ ଅଛି । ଏହି ସୃଷ୍ଟିର ଚକ୍ର ଘୂରି ଚାଲିଛି । ଏହି କଳ୍ପର ଆୟୁ ହିଁ ୫ ହଜାର ବର୍ଷ ଅଟେ । ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀର କଥା ତ ବୁଦ୍ଧିରେ ରହିଲା । ବିଷ୍ଣୁପୁରୀ ହିଁ ପରିବର୍ତ୍ତନ ହୋଇ ରାମ ସୀତାପୁରୀ ହେଉଛି । ତାଙ୍କର ଡିନାୟଷ୍ଟି ମଧ୍ୟ ରହିଛି ନା । ଦୁଇଟି ଯୁଗ ଅତୀତ ହେବା ପରେ ପୁଣି ଆସୁଛି ଦ୍ୱାପର ଯୁଗ ରାବଣର ରାଜ୍ୟ । ଯେଉଁ ସମୟରେ ଦେବତାମାନେ ବାମମାର୍ଗକୁ ଚାଲିଗଲେ (ବଂଶବୃଦ୍ଧି ନିମନ୍ତେ) ବିକାରର ପଦ୍ଧତି ଆରମ୍ଭ ହୋଇଗଲା । ସତ୍ୟଯୁଗ-ତ୍ରେତାରେ ସମସ୍ତେ ନିର୍ବିକାରୀ ରହିବେ । ସେଠାରେ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ରହିବ । ଚିତ୍ର ମଧ୍ୟ ଦେଖାଇବାକୁ ହେବ ଓ ମୌଖିକରେ ମଧ୍ୟ ବୁଝାଇବାକୁ ପଡିବ । ବାବା ଆମର ଶିକ୍ଷକ ହୋଇ ଏପରି ପଢାଉଛନ୍ତି । ବାବା ନିଜର ପରିଚୟ ନିଜେ ହିଁ ଆସି ଦେଉଛନ୍ତି । ନିଜେ କହୁଛନ୍ତି ମୁଁ ଆସୁଛି ପତିତଙ୍କୁ ପବିତ୍ର କରିବା ପାଇଁ ତେଣୁ ମୋର ଶରୀର ନିଶ୍ଚୟ ଆବଶ୍ୟକ । ନଚେତ୍ କଥା କିପରି କହିବି । ମୁଁ ଚୈତନ୍ୟ ଅଟେ, ସତ୍ୟ ଏବଂ ଅମର ଅଟେ । ସତ୍ୱ, ରଜୋ, ତମୋ ଅବସ୍ଥା ଦେଇ ଆତ୍ମା ଗତି କରିଥାଏ । ଆତ୍ମା ହିଁ ପତିତ ଏବଂ ଆତ୍ମା ହିଁ ପାବନ ହେଉଛି । ଆତ୍ମାରେ ହିଁ ସମସ୍ତ ସଂସ୍କାର ରହିଛି । ଅତୀତର କର୍ମ ଅଥବା ବିକର୍ମର ସଂସ୍କାର ଆତ୍ମା ହିଁ ସାଥିରେ ନେଇଯାଉଛି । ସତ୍ୟଯୁଗରେ ତ ବିକର୍ମ ହେବ ନାହିଁ, କର୍ମ କରିବେ, ଅଭିନୟ କରିବେ କିନ୍ତୁ ସେସମୟରେ କର୍ମ ଅକର୍ମ ହୋଇଯିବ । ଗୀତାରେ ମଧ୍ୟ ଏହି ଅକ୍ଷର ରହିଛି । ଏବେ ତୁମେ ବାସ୍ତବରେ ଏ ସମସ୍ତ କଥା ବୁଝୁଛ । ଜାଣୁଛ ବାବା ଏହି ପୁରୁଣା ଦୁନିଆକୁ ବଦଳାଇ ନୂଆ ଦୁନିଆ କରିବାକୁ ଆସିଛନ୍ତି, ଯେଉଁଠି କର୍ମ ଅକର୍ମ ହୋଇଯାଏ । ତାକୁ ହିଁ ସତ୍ୟଯୁଗ କୁହାଯାଉଛି ଏବଂ କଳିଯୁଗରେ ପୁଣି ପ୍ରତ୍ୟେକ କର୍ମ ବିକର୍ମ ହେଉଛି । ଏହାକୁ କଳିଯୁଗ କୁହାଯାଉଛି । ତୁମେ ଏବେ ସଂଗମ ଯୁଗରେ ଅଛ । ବାବା ଉଭୟ ପଟର କଥା ଶୁଣାଉଛନ୍ତି । ଗୋଟିଏ ଗୋଟିଏ କଥାକୁ ଭଲ ଭାବରେ ବୁଝ ବାବା ଶିକ୍ଷକ ହୋଇ କଣ ବୁଝାଉଛନ୍ତି ? ଆଚ୍ଛା, ବାକି ହେଉଛି ଗୁରୁଙ୍କର କର୍ତ୍ତବ୍ୟ, ତାଙ୍କୁ ଡାକୁଛନ୍ତି ଯେ ଆପଣ ଆସି ଆମ ପତିତମାନଙ୍କୁ ପବିତ୍ର କର । ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିବ । ଯେପରି ସୁନା, ଅଳଙ୍କାର ମଧ୍ୟ ସେହିପରି ହୋଇଥାଏ । ଗୀତାରେ ମଧ୍ୟ ଏହି ଅକ୍ଷର ରହିଛି । ୨୪ କ୍ୟାରେଟ ସୁନାରେ ଖାଦ ନ ମିଶାଇ ଅଳକାଂର ତିଆରି କଲେ ତାହା ସତ୍ୱପ୍ରଧାନ ଅଳଙ୍କାର ହେବ । ଅପମିଶ୍ରଣ ହେବା ଦ୍ୱାରା ପୁଣି ତମୋପ୍ରଧାନ ହୋଇଯାଏ କାହିଁକି ନା ଖାଦ ମିଶିଥାଏ ନା । ପ୍ରଥମେ ଭାରତକୁ ୨୪ କ୍ୟାରେଟ୍ ପକ୍କା ସୋନେକୀ ଚିଡିଆ ଅର୍ଥାତ୍ ସୁନାର ଚଢେଇ କୁହାଯାଉଥିଲା । ତାହା ସତ୍ୱପ୍ରଧାନ ନୂଆ ଦୁନିଆ ଥିଲା ପୁଣି ଏବେ ତମୋପ୍ରଧାନ ହୋଇଯାଉଛି । ପ୍ରଥମେ ଖାଣ୍ଟି ସୁନାର ଦୁନିଆ ଥିଲା । ନୂଆ ଦୁନିଆ ପବିତ୍ର ଏବଂ ପୁରୁଣା ଦୁନିଆ ଅପବିତ୍ର । ଆତ୍ମାରେ ଖାଦ ମିଶି ଚାଲିଛି । ଏହି କଥା ବାବା ବୁଝାଉଛନ୍ତି । ଆଉ କେହି ମନୁଷ୍ୟ ଗୁରୁମାନେ ଏକଥା ଜାଣି ନାହାଁନ୍ତି । ଡାକୁଛନ୍ତି ଆସି ପବିତ୍ର କର । ସତଗୁରୁଙ୍କର କାମ ହେଉଛି ବାନପ୍ରସ୍ଥ ଅବସ୍ଥାରେ ମନୁଷ୍ୟମାନଙ୍କୁ ଗୃହସ୍ଥର ମୋହରୁ ମୁକ୍ତ କରିବା । ତେଣୁ ଏହି ସବୁ ଜ୍ଞାନ ଡ୍ରାମାର ଯୋଜନା ଅନୁସାରେ ବାବା ଆସି ଦେଉଛନ୍ତି । ସେ ହେଉଛନ୍ତି ମନୁଷ୍ୟ ସୃଷ୍ଟିର ବୀଜରୂପ । ସେହିଁ ସମଗ୍ର ବୃକ୍ଷର ଜ୍ଞାନ ବୁଝାଉଛନ୍ତି । ଶିବବାବାଙ୍କ ନାମ ସର୍ବଦା ଶିବ ହିଁ ଅଟେ । ବାକି ଯେଉଁ ଆତ୍ମାମାନେ ସବୁ ଅଭିନୟ କରିବାକୁ ଆସୁଛନ୍ତି, ସେମାନେ ଭିନ୍ନ-ଭିନ୍ନ ନାମ ଧରୁଛନ୍ତି । ବାବାଙ୍କୁ ଡାକୁଛନ୍ତି କିନ୍ତୁ ତାଙ୍କୁ ଜାଣି ନାହାଁନ୍ତି ସେ କିପରି ତୁମକୁ ପବିତ୍ର ଦୁନିଆକୁ ନେଇଯିବା ପାଇଁ ଭାଗ୍ୟଶାଳୀ ରଥରେ ଆସୁଛନ୍ତି । ତେଣୁ ବାବା ବୁଝାଉଛନ୍ତି ମୁଁ ତାଙ୍କର ଶରୀରରେ ଆସୁଛି ଯିଏ ବହୁତ ଜନ୍ମର ଅନ୍ତିମ ସମୟରେ ଅଛନ୍ତି, ପୂରା ୮୪ ଜନ୍ମ ନେଉଛନ୍ତି । ତୁମମାନଙ୍କୁ ରାଜାମାନଙ୍କର ରାଜା କରାଇବା ପାଇଁ ଏହି ଭାଗ୍ୟଶାଳୀ ରଥରେ ପ୍ରବେଶ କରିବାକୁ ପଡୁଛି । ପ୍ରଥମ ନମ୍ବରରେ ଶ୍ରୀକୃଷ୍ଣ ଅଛନ୍ତି । ସେ ହେଉଛନ୍ତି ନୂଆ ଦୁନିଆର ମାଲିକ । ପୁଣି ସେ ପରମଧାମରୁ ଆସି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ପୁଣି ବୈଶ୍ୟବଂଶୀ, ଶୂଦ୍ରବଂଶୀ ଓ ପୁଣି ବ୍ରହ୍ମାବଂଶୀ ହେଉଛନ୍ତି । ସୁନାରୁ ରୂପା... ପୁଣି ତୁମେ ଏବେ ଲୁହାରୁ ସୁନା ହେଉଛ । ବାବା କହୁଛନ୍ତି ଏକମାତ୍ର ମୋତେ ଅର୍ଥାତ୍ ତୁମର ପିତାଙ୍କୁ ମନେ ପକାଅ । ଯାହାଙ୍କ ମଧ୍ୟରେ ମୁଁ ପ୍ରବେଶ କରୁଛି, ଏହାଙ୍କ ଆତ୍ମାରେ ତ ସାମାନ୍ୟ ହେଲେ ଜ୍ଞାନ ନଥିଲା । ଏହାଙ୍କ ମଧ୍ୟରେ ମୁଁ ପ୍ରବେଶ କରୁଛି, ସେଥିପାଇଁ ତାଙ୍କୁ ଭାଗ୍ୟଶାଳୀ ରଥ କୁହାଯାଉଛି । ବାବା ନିଜେ କହୁଛନ୍ତି ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ଆସୁଛି । ଗୀତାରେ ହିଁ ସଠିକ୍ ଅକ୍ଷର ରହିଛି । ଗୀତାକୁ ହିଁ ସର୍ବ ଶାସ୍ତ୍ରମୟୀ ଶିରୋମଣି କୁହାଯାଉଛି ।

ଏହି ସଂଗମଯୁଗରେ ହିଁ ବାବା ଆସି ବ୍ରାହ୍ମଣ କୂଳ ଏବଂ ଦେବୀ-ଦେବତା କୂଳର ସ୍ଥାପନା କରୁଛନ୍ତି । ଅନ୍ୟ ଧର୍ମ ବିଷୟରେ ତ ସମସ୍ତଙ୍କୁ ଜଣା ଅଛି, ଦେବୀ-ଦେବତା ଧର୍ମ ବିଷୟରେ କାହାକୁ ଜଣା ନାହିଁ । ବହୁତ ଜନ୍ମର ଅନ୍ତରେ ଅର୍ଥାତ୍ ସଂଗମଯୁଗରେ ହିଁ ବାବା ଆସୁଛନ୍ତି । ବାବା କହୁଛନ୍ତି ମୁଁ ବୀଜରୂପ ଅଟେ । କୃଷ୍ଣ ତ ସତ୍ୟଯୁଗର ଦେବତା ତାଙ୍କୁ ଅନ୍ୟ ଯୁଗରେ ତ କେହି ଦେଖିପାରିବେ ନାହିଁ । ପୁନର୍ଜନ୍ମର ତ ନାମ, ରୂପ, ଦେଶ, କାଳ ସବୁ ବଦଳିଯାଉଛି । ପ୍ରଥମେ ଛୋଟ ପିଲା ସୁନ୍ଦର ହୋଇଥାଏ ପୁଣି ବଡ ହୋଇଥାଏ ପୁଣି ସେ ଆତ୍ମା ଶରୀର ଛାଡି ଅନ୍ୟ ଏକ ଛୋଟ ଶରୀର ନେଇଥାଏ । ଏହା ପୂର୍ବ-ପ୍ରସ୍ତୁତ ଖେଳ ଅଟେ । ଡ୍ରାମାରେ ଏସବୁ ନିଧାର୍ଯ୍ୟ ଅଟେ । ଅନ୍ୟ ଶରୀରରେ ଥିବା ସମୟରେ ତ ତାଙ୍କୁ କୃଷ୍ଣ କୁହାଯିବ ନାହିଁ । ଅନ୍ୟ ଶରୀରରେ ପୁଣି ଅନ୍ୟ ନାମ ଦିଆଯିବ । ସମୟ, ଚେହେରା, ତିଥି, ତାରିଖ ଆଦି ସବୁ ବଦଳିଯିବ । ବିଶ୍ୱର ଇତିହାସ-ଭୂଗୋଳ ଅବିକଳ ପୁନରାବୃତ୍ତି ହୁଏ । ତେଣୁ ଏହି ଡ୍ରାମା ରିପିଟ୍ ହୋଇ ଚାଲିଛି । ସମସ୍ତଙ୍କୁ ସତ୍ତ୍ୱ, ରଜୋ, ତମୋ ଗୁଣରେ ଆସିବାକୁ ହିଁ ହେବ । ସୃଷ୍ଟିର ନାମ, ଯୁଗର ନାମ ସବୁ ବଦଳିଯାଉଛି । ବର୍ତ୍ତମାନ ଏହା ହେଉଛି ସଂଗମଯୁଗ । ମୁଁ ସଂଗମଯୁଗରେ ହିଁ ଆସୁଛି । ଏହାକୁ ବୁଦ୍ଧିରେ ପକ୍କା କରିବାକୁ ହେବ । ବାବା ଆମର ବାପ, ଶିକ୍ଷକ, ଗୁରୁ ଅଟନ୍ତି ଯିଏ ପୁଣି ସତ୍ୱପ୍ରଧାନ ହେବାର ବହୁତ ଭଲ ଉପାୟ ବତାଉଛନ୍ତି । ଗୀତାରେ ମଧ୍ୟ ଏକଥା ଅଛି । ଦେହ ସହିତ ଦେହର ସବୁ ଧର୍ମକୁ ଛାଡି ନିଜକୁ ଆତ୍ମା ଭାବ । ନିଜ ଘରକୁ ନିଶ୍ଚୟ ଫେରିବାକୁ ହେବ । ଭକ୍ତିମାର୍ଗରେ କେତେ ମେହନତ କରୁଛନ୍ତି ଭଗବାନଙ୍କ ପାଖକୁ ଯିବା ପାଇଁ । ତାହା ହେଉଛି ମୁକ୍ତିଧାମ । କର୍ମରୁ ମୁକ୍ତ ହୋଇ ଆମେ ନିରାକାରୀ ଦୁନିଆରେ ନିରାକାରୀ ଆତ୍ମା ରୂପେ ବସୁଛୁ । ଅଭିନେତା ଘରକୁ ଗଲେ ଅଭିନୟ କରିବାରୁ ମୁକ୍ତ ହୋଇଥାଏ । ସମସ୍ତେ ଚାହୁଁଛନ୍ତି ଆମେ ମୁକ୍ତି ପାଇଯାନ୍ତୁ କି । କିନ୍ତୁ ମୁକ୍ତି ତ କାହାକୁ ମଧ୍ୟ ମିଳିପାରିବ ନାହିଁ । ଏହି ଡ୍ରାମା ଅନାଦି ଅବିନାଶୀ ଅଟେ । କେହି ଯଦି କୁହନ୍ତି ଏହି ଅଭିନୟ କରିବା ଆମକୁ ପସନ୍ଦ ହେଉ ନାହିଁ, କିନ୍ତୁ ଏଥିପାଇଁ କେହି କିଛି କରିପାରିବେ ନାହିଁ । ଏହା ଅଦାନି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଜଣେ ମଧ୍ୟ ଏଥିରୁ ମୁକ୍ତି ପାଇପାଇବେ ନାହିଁ । ସେସବୁ ହେଉଛି ଅନେକ ପ୍ରକାରର ମନୁଷ୍ୟ ମତ । ଏହା ହେଉଛି ଶ୍ରୀମତ, ଶ୍ରେଷ୍ଠ କରାଇବା ପାଇଁ । ମନୁଷ୍ୟକୁ ଶ୍ରେଷ୍ଠ କୁହାଯିବ ନାହିଁ । ଦେବତାମାନଙ୍କୁ ଶ୍ରେଷ୍ଠ କୁହାଯାଉଛି । ତାଙ୍କ ପାଖରେ ସମସ୍ତେ ନମସ୍କାର କରୁଛନ୍ତି । ତେଣୁ ସେମାନେ ଶ୍ରେଷ୍ଠ ଅଟନ୍ତି ନା । କିନ୍ତୁ ଏକଥା ମଧ୍ୟ କାହାକୁ ଜଣା ନାହିଁ । ଏବେ ତୁମେ ବୁଝୁଛ ଯେ ୮୪ ଜନ୍ମ ତ ନେବାକୁ ହିଁ ହେବ । ଶ୍ରୀକୃଷ୍ଣ ଦେବତା ଅଟନ୍ତି ସେ ବୈକୁଣ୍ଠର ରାଜକୁମାର । ସେ ଏଠାକୁ କିପରି ଆସିବେ, ନାଁ ସେ ଗୀତା ଶୁଣାଇଥିଲେ । କେବଳ ଦେବତା ଥିଲେ ସେଥିପାଇଁ ଲୋକେ ତାଙ୍କୁ ପୂଜା କରୁଛନ୍ତି । ଦେବତାମାନେ ହେଲେ ପବିତ୍ର, ନିଜେ ପତିତ ଅଟନ୍ତି । ଏକଥା ମଧ୍ୟ କହୁଛନ୍ତି ମୁଁ ନିର୍ଗୁଣୀ ଅଟେ ମୋ ପାଖରେ କୌଣସି ଗୁଣ ନାହିଁ... ଆପଣ ଆମକୁ ଏହିପରି (ନିଜଭଳି) କରନ୍ତୁ । ଶିବଙ୍କ ଆଗକୁ ଯାଇ କହିବେ ଆମକୁ ମୁକ୍ତି ଦିଅ । ସେ କେବେ ଜୀବନମୁକ୍ତି ବା ଜୀବନ ବନ୍ଧନରେ ଆସୁ ନାହାଁନ୍ତି ସେଥିପାଇଁ ତାଙ୍କୁ କହୁଛନ୍ତି ମୁକ୍ତି ଦିଅ । ଜୀବନମୁକ୍ତି ମଧ୍ୟ ସେହିଁ ଦେଉଛନ୍ତି ।

ଏବେ ତୁମେ ବୁଝୁଛ ବାବା ଏବଂ ମମ୍ମାଙ୍କର ଆମେ ସନ୍ତାନ ଅଟୁ, ତାଙ୍କଠାରୁ ଆମକୁ ଅସରନ୍ତି ଧନ ମିଳୁଛି । ମନୁଷ୍ୟମାନେ ଅଜ୍ଞାନତା କାରଣରୁ ମାଗିଥାନ୍ତି । ଅଜ୍ଞାନୀ ତ ନିଶ୍ଚୟ ଦୁଃଖୀ ହିଁ ହେବେ ନା । ଅସରନ୍ତି ଦୁଃଖ ଭୋଗ କରିବାକୁ ପଡିଥାଏ । ତେଣୁ ଏସବୁ କଥା ପିଲାମାନଙ୍କୁ ବୁଦ୍ଧିରେ ରଖିବାକୁ ହେବ । ଏକ ଅବିନାଶୀ ବାବାଙ୍କୁ ନ ଜାଣିବା କାରଣରୁ ପରସ୍ପର ମଧ୍ୟରେ କେତେ ଲଢେଇ କରୁଛନ୍ତି । ସମସ୍ତେ ଅନାଥ ହୋଇଯାଇଛନ୍ତି । ସେମାନେ ହେଲେ ହଦର ଅନାଥ ଅର୍ଥାତ୍ ଯାହାର ବାପା ନାହିଁ, ଇଏ ବେହଦର ଅନାଥ ଅଟନ୍ତି ଅର୍ଥାତ୍ ଯିଏ ପରମାତ୍ମା ପିତାଙ୍କୁ ଜାଣି ନାହାଁନ୍ତି । ବାବା ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ବର୍ତ୍ତମାନ ହେଉଛି ପତିତ ଆତ୍ମାମାନଙ୍କର ପତିତ ଦୁନିଆ । ପବିତ୍ର ଦୁନିଆ ସତ୍ୟଯୁଗକୁ କୁହାଯାଉଛି, କଳିଯୁଗକୁ ପୁରୁଣା ଦୁନିଆ କୁହାଯାଉଛି । ତେଣୁ ବୁଦ୍ଧିରେ ଏସବୁ କଥା ରହିଛି ନା । ପୁରୁଣା ଦୁନିଆର ବିନାଶ ହୋଇଯିବ ପୁଣି ଆମର ନୂଆ ଦୁନିଆକୁ ବଦଳି ହୋଇଯିବ । ଏବେ ଆମେ ଅଳ୍ପ ସମୟ ପାଇଁ ସଂଗମଯୁଗରେ ଛିଡା ହୋଇଛେ । ପୁରୁଣା ଦୁନିଆରୁ ନୂଆ ଦୁନିଆ ହେଉଛି । ତୁମକୁ ନୂଆ ଦୁନିଆ ବିଷୟରେ ମଧ୍ୟ ଜଣା ଅଛି । ତୁମ ବୁଦ୍ଧି ଏବେ ନୂଆ ଦୁନିଆରେ ରହିବା ଦରକାର । ଉଠିବା-ବସିବା ସମୟରେ ବୁଦ୍ଧିରେ ରହୁ ଯେ ଆମେ ପାଠ ପଢୁଛୁ । ବାବା ଆମକୁ ପଢାଉଛନ୍ତି । ଛାତ୍ରମାନଙ୍କର ଏହି କଥା ମନେ ରହିବା ଉଚିତ୍ ତଥାପି ଏହି ୟାଦର ପୁରୁଷାର୍ଥ କ୍ରମାନୁସାରେ ହେଉଛି । ବାବା ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ୟାଦପ୍ୟାର ଦେଉଛନ୍ତି । ଭଲ ପାଠ ପଢୁଥିବା ଛାତ୍ରଙ୍କୁ ଟିଚର ନିଶ୍ଚିତ ଅଧିକ ସ୍ନେହ କରିବେ । କେତେ ପ୍ରଭେଦ ରହିଥାଏ ଏବେ ବାବା ତ ବୁଝାଇ ଚାଲିଛନ୍ତି । ପିଲାମାନଙ୍କୁ ଧାରଣା କରିବାକୁ ହେବ । ଏକ ବାବାଙ୍କ ବ୍ୟତୀତ ଅନ୍ୟ କେଉଁ ଆଡକୁ ବୁଦ୍ଧି ନଯାଉ । ବାବାଙ୍କୁ ୟାଦ ନକଲେ ପାପ କିପରି କଟିବ । ମାୟା ଘଡିକୁ ଘଡି ତୁମର ବୁଦ୍ଧିଯୋଗ ଭ୍ରମିତ କରିଦେଉଛି । ମାୟା ବହୁତ ଧୋକା ଦେଉଛି । ବ୍ରହ୍ମାବାବା ଉଦାହରଣ ଦେଉଛନ୍ତି ଭକ୍ତିମାର୍ଗରେ ମୁଁ ଲକ୍ଷ୍ମୀଙ୍କର ବହୁତ ପୂଜା କରୁଥିଲି । ଚିତ୍ରରେ ଦେଖିଲି ଦେବୀ ଲକ୍ଷ୍ମୀ ନାରାୟଣଙ୍କର ପାଦ ମଞ୍ଚାଳୁଛନ୍ତି ତେଣୁ ଚିତ୍ରରେ ତାଙ୍କୁ ସେ କାର୍ଯ୍ୟରୁ ମୁକ୍ତ କରିଦେଲି । ଲକ୍ଷ୍ମୀ-ନାରାୟଣଙ୍କ ସ୍ମୃତିରେ ବସି ଯଦି ବୁଦ୍ଧି ଏଣେ-ତେଣେ ଚାଲି ଯାଉଥିଲା ତେବେ ନିଜକୁ ଚାପୁଡା ମାରୁଥିଲି ବୁଦ୍ଧି ଅନ୍ୟ ଆଡକୁ କାହିଁକି ଯାଉଛି ? ଶେଷରେ ବିନାଶ ଏବଂ ସ୍ଥାପନାର ସାକ୍ଷାତ୍କାର ମଧ୍ୟ ଦେଖିଲି । ସାକ୍ଷାତ୍କାରର ଆଶା ପୂର୍ଣ୍ଣ ହେଲା, ବୁଝିଲି ଯେ ଏବେ ନୂଆ ଦୁନିଆ ଆସୁଛି, ମୁଁ ଏପରି ବିଷ୍ଣୁ ହେବି । ବାକି ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ । ପକ୍କା ନିଶ୍ଚୟ ହୋଇଗଲା । ନିଜର ରାଜଧାନୀର ମଧ୍ୟ ସାକ୍ଷାତ୍କାର ହେଲା । ତେବେ ଯେତେବେଳେ କି ସ୍ୱର୍ଗର ରାଜତ୍ୱ ମିଳୁଛି ଏହି ରାବଣ ରାଜ୍ୟର ରାଜତ୍ୱକୁ କଣ କରିବି! ଏହି ବିଚାର ଆସିବା ହିଁ ହେଉଛି ଈଶ୍ୱରୀୟ ବୁଦ୍ଧି । ଈଶ୍ୱର ନିଜେ ପ୍ରବେଶ କରି ଏହି ବୁଦ୍ଧିକୁ ଏପରି ଚଳାଇଲେ । ଜ୍ଞାନର କଳସ ତ ମାତାମାନଙ୍କୁ ମିଳୁଛି, ତେଣୁ ମାତାମାନଙ୍କୁ ସବୁ କିଛି ଦେଇଦେଲି । ତୁମେ କାରବାର ସମ୍ଭାଳ, ସମସ୍ତଙ୍କୁ ଶିଖାଅ । ଶିଖାଇ-ଶିଖାଇ ଏ ପର୍ଯ୍ୟନ୍ତ ଆସିଗଲେ । ଜଣେ ଅନ୍ୟ ଜଣକୁ ଶୁଣାଇ ଶୁଣାଇ ଦେଖ ଏବେ କେତେ ବୃଦ୍ଧି ହୋଇଗଲେଣି । ଆତ୍ମା ପବିତ୍ର ହୋଇ ଚାଲିଛି ପୁଣି ପବିତ୍ର ଆତ୍ମାକୁ ପବିତ୍ର ଶରୀର ଦରକାର । ବୁଝୁଛନ୍ତି ହେଲେ ପୁଣି ମଧ୍ୟ ମାୟା ଭୁଲାଇ ଦେଉଛି ।

ତୁମେ କହୁଛ ୭ ଦିନର ପାଠ୍ୟକ୍ରମ କର ତେବେ କହୁଛନ୍ତି କାଲି ଆସିବୁ । ଦ୍ୱିତୀୟ ଦିନ ମାୟା ଅଧିନ କରିଦେଉଛି । ଆସୁ ନାହାଁନ୍ତି । ଭଗବାନ ପଢାଉଛନ୍ତି କିନ୍ତୁ ଭଗବାନଙ୍କ ପାଖକୁ ମଧ୍ୟ ଆସି ପଢୁ ନାହାଁନ୍ତି । କହୁଛନ୍ତି ମଧ୍ୟ ହଁ, ନିଶ୍ଚୟ ଆସିବୁ କିନ୍ତୁ ମାୟା ନିଶା ଉଡାଇ ଦେଉଛି । ନିୟମିତ ବିଦ୍ୟାର୍ଥୀ ହେବାକୁ ଦେଉନାହିଁ । ଯିଏ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିଲେ ସେ ନିଶ୍ଚୟ କରିବେ । ଆଉ ତ କୌଣସି ଦୋକାନ ନାହିଁ । ତୁମେ ବହୁତ ପୁରୁଷାର୍ଥ କରୁଛ । ବଡ-ବଡ ମିୟ୍ୟୁଜିୟମ୍ ନିର୍ମାଣ କରୁଛ । ଯିଏ କଳ୍ପ ପୂର୍ବରୁ ବୁଝିଥିଲେ ସେମାନେ ହିଁ ବୁଝିବେ । ବିନାଶ ତ ହେବ ତା ପୂର୍ବରୁ ସ୍ଥାପନା ମଧ୍ୟ ହୋଇଚାଲିଛି । ଆତ୍ମା ପାଠପଢି ଫାଷ୍ଟକ୍ଲାସ୍ ସତ୍ତ୍ୱପ୍ରଧାନ ଶରୀର ଧାରଣ କରିବ । ଆମର ଲକ୍ଷ୍ୟ-ଉଦ୍ଦେଶ୍ୟ ହିଁ ଏହା ଅଟେ । ଏକଥା ସଦାସର୍ବଦା କାହିଁକି ମନେ ନପଡିବ । ଏବେ ଆମେ ନିଜର ପୁରୁଷାର୍ଥ ଅନୁସାରେ ନୂଆ ଦୁନିଆକୁ ଯାଉଛେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବୁଦ୍ଧିରେ ସର୍ବଦା ମନେ ରହୁ ଯେ ଏବେ ଆମେ ଅଳ୍ପ ସମୟ ପାଇଁ ସଂଗମ ଯୁଗରେ ବସିଛୁ, ପୁରୁଣା ଦୁନିଆ ବିନାଶ ହେଲେ ଆମେ ନୂଆ ଦୁନିଆକୁ ଟ୍ରାନ୍ସଫର ହୋଇଯିବୁ ସେଥିପାଇଁ ଏଥିରୁ ବୁଦ୍ଧିଯୋଗ ତୁଟାଇ ଦେବାକୁ ହେବ ।

(୨) ସବୁ ଆତ୍ମାମାନଙ୍କୁ ବାବାଙ୍କର ପରିଚୟ ଦେଇ କର୍ମ, ଅକର୍ମ, ବିକର୍ମର ଗୁହ୍ୟ ଗତି ଶୁଣାଇବାକୁ ହେବ, ପ୍ରଥମେ ପ୍ରଥମେ ଅଲଫର ପାଠକୁ ହିଁ ପକ୍କା କରାଇବାକୁ ହେବ ।

ବରଦାନ:-
କର୍ମ ଏବଂ ଯୋଗର ସନ୍ତୁଳନ ଦ୍ୱାରା କର୍ମାତୀତ ସ୍ଥିତିର ଅନୁଭବ କରି କର୍ମବନ୍ଧନ ମୁକ୍ତ ହୁଅ ।

କର୍ମ କରିବା ସହିତ ଯଦି ଯୋଗର ସନ୍ତୁଳନ ରହିଥିବ ତେବେ ସବୁ କର୍ମରେ ସ୍ୱତଃ ହିଁ ସଫଳତା ମିଳିଥାଏ, କାରଣ କର୍ମଯୋଗୀ ଆତ୍ମା କେବେହେଲେ କର୍ମର ବନ୍ଧନରେ ବାନ୍ଧି ହୋଇନଥାଏ । ତେବେ କର୍ମର ବନ୍ଧନରୁ ମୁକ୍ତ ଆତ୍ମାକୁ ହିଁ କର୍ମାତୀତ କୁହାଯାଏ । କର୍ମାତୀତର ଅର୍ଥ ଏହା ନୁହେଁ ଯେ କର୍ମଠାରୁ ଅତୀତ ହୋଇଯାଅ । ତେଣୁ କର୍ମଠାରୁ ଅଲଗା ହୁଅ ନାହିଁ କିନ୍ତୁ କର୍ମର ବନ୍ଧନରେ ବାନ୍ଧି ହେବାଠାରୁ ମୁକ୍ତ ହୁଅ । ଏହିଭଳି କର୍ମଯୋଗୀ ଆତ୍ମା ନିଜର କର୍ମ ଦ୍ୱାରା ଅନେକଙ୍କର କର୍ମକୁ ଶ୍ରେଷ୍ଠ କରିଥାନ୍ତି । ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟ ମନୋରଞ୍ଜନ ଭଳି ଅନୁଭବ ହୋଇଥାଏ, ମୁଶକିଲ୍ ଅନୁଭବ ହୋଇନଥାଏ ।

ସ୍ଲୋଗାନ:-
ପରମାତ୍ମା ସ୍ନେହ ହିଁ ସମୟର ଘଣ୍ଟି ଯାହାକି ଅମୃତବେଳାରେ ନିଦରୁ ଉଠାଇ ଦେଇଥାଏ ।