04.11.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କୁ ସଦାସର୍ବଦା ଯୋଗ ରୂପକ ଫାଶୀରେ ଚଢି ରହିବା ଉଚିତ୍‌, ଯୋଗବଳ ଦ୍ୱାରା ହିଁ ଆତ୍ମା ଖାଣ୍ଟି ସୁନା ହୋଇପାରିବ ।

ପ୍ରଶ୍ନ:-
କେଉଁ ଶକ୍ତି ବିକାରୀ ଦୃଷ୍ଟିକୁ ତୁରନ୍ତ ବଦଳାଇ ଦେଇଥାଏ ?

ଉତ୍ତର:-
ଜ୍ଞାନର ତୃତୀୟ ନେତ୍ରର ଶକ୍ତି ଯେତେବେଳେ ଆତ୍ମାରେ ଆସିଯାଏ ସେତେବେଳେ ବିକାରୀପଣିଆ ସମାପ୍ତ ହୋଇଯାଏ । ବାବାଙ୍କର ଶ୍ରୀମତ ହେଉଛି ପିଲାମାନେ, ତୁମେ ସମସ୍ତେ ପରସ୍ପର ଭାଇ-ଭାଇ ଅଟ, ଭାଇ-ଭଉଣୀ ଅଟ, ତେଣୁ ତୁମର ଦୃଷ୍ଟି କେବେ ବି ବିକାରୀ ହୋଇପାରିବ ନାହିଁ । ତୁମେ ସର୍ବଦା ଯୋଗର ମସ୍ତି ଅର୍ଥାତ୍ ନିଶାରେ ରୁହ । ବାଃ ମୋର ଭାଗ୍ୟ ବାଃ! ମୋତେ ଭଗବାନ ପାଠ ପଢାଉଛନ୍ତି । ଏହିଭଳି ବିଚାର କରିବା ଦ୍ୱାରା ସର୍ବଦା ମସ୍ତି ଚଢି ରହିବ ।

ଓମ୍ ଶାନ୍ତି ।
ମଧୁର ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବୁଝାଉଛନ୍ତି । ପିଲାମାନେ ଜାଣିଛନ୍ତି ଯେ ଆତ୍ମିକ ପିତା ସେ ମଧ୍ୟ ଆତ୍ମା ଅଟନ୍ତି, ସେ ପୂର୍ଣ୍ଣ ରୂପେ ଶୁଦ୍ଧ ପବିତ୍ର, ତାଙ୍କଠାରେ କୌଣସି ଜଙ୍କ ଲାଗି ନାହିଁ । ଶିବବାବା ପଚାରୁଛନ୍ତି, ମୋ ମଧ୍ୟରେ ଜଙ୍କ ଅଛି ? ବିଲ୍‌କୁଲ୍ ନୁହେଁ । ଏହି ଦାଦାଙ୍କ ମଧ୍ୟରେ ସଂପୂର୍ଣ୍ଣ ଜଙ୍କ ଥିଲା । ଏହାଙ୍କ ଶରୀରରେ ବାବା ପ୍ରବେଶ କରିଥିବାରୁ ସାହାଯ୍ୟ ମଧ୍ୟ ମିଳୁଛି । ମୂଳ କଥା ହେଉଛି ୫ ବିକାର ଯୋଗୁଁ ଆତ୍ମା ଉପରେ ଜଙ୍କ ଲାଗିବା କାରଣରୁ ଅପବିତ୍ର ହୋଇଯାଇଛି । ତେଣୁ ଯେତେ-ଯେତେ ବାବାଙ୍କୁ ମନେ ପକାଇବ, ଜଙ୍କ ଛାଡିଯିବ । ଭକ୍ତିମାର୍ଗର କଥା ତ ଜନ୍ମ-ଜନ୍ତାନ୍ତରରୁ ଶୁଣି ଆସିଛ । ଏହି କଥା ହିଁ ଅଲଗା ଅଟେ । ତୁମକୁ ଏବେ ଜ୍ଞାନ ସାଗରଙ୍କଠାରୁ ଜ୍ଞାନ ମିଳୁଛି । ତୁମ ବୁଦ୍ଧିରେ ଲକ୍ଷ୍ୟ ରହିଛି । ଆଉ କୌଣସି ସତସଙ୍ଗ ଆଦିରେ ଲକ୍ଷ୍ୟ ଉଦ୍ଦେଶ୍ୟ ନାହିଁ । ଡ୍ରାମାର ପ୍ଲାନ୍ ଅନୁସାରେ, ଈଶ୍ୱର ସର୍ବବ୍ୟାପୀ ବୋଲି କହି ମୋର ଗ୍ଲାନି କରୁଛନ୍ତି । ମନୁଷ୍ୟ ଏକଥା ମଧ୍ୟ ବୁଝୁ ନାହାଁନ୍ତି ଯେ ଏହା ହେଉଛି ଡ୍ରାମା । ଏଥିରେ କ୍ରିଏଟର, ଡାଇରେକ୍ଟଟର ମଧ୍ୟ ଡ୍ରାମାରେ ବନ୍ଧା ଅଟନ୍ତି, ଭଲେ ସର୍ବଶକ୍ତିମାନ ବୋଲି ଗାନ କରାଯାଇଛି କିନ୍ତୁ ତୁମେ ଜାଣିଛ ବାବା ମଧ୍ୟ ଡ୍ରାମା ଆଧାରରେ କର୍ତ୍ତବ୍ୟ କରୁଛନ୍ତି । ବାବା ନିଜେ ଆସି ପିଲାମାନଙ୍କୁ ବୁଝାଉଛନ୍ତି କହୁଛନ୍ତି ମୋ ଆତ୍ମାରେ ଅବିନାଶୀ ଅଭିନୟ ନିଧାର୍ଯ୍ୟ ହୋଇ ରହିଛି ସେହି ଅନୁସାରେ ପଢାଉଛି । ଯାହା କିଛି ବୁଝାଉଛି, ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏବେ ତୁମକୁ ଏହି ପୁରୁଷୋତ୍ତମ ସଂଗମଯୁଗରେ ପୁରୁଷୋତ୍ତମ ହେବାକୁ ପଡିବ । ଭଗବାନୁବାଚ ଅଟେ ନା । ବାବା କହୁଛନ୍ତି ତୁମକୁ ପୁରୁଷାର୍ଥ କରି ଲକ୍ଷ୍ମୀ-ନାରାୟଣ ହେବାକୁ ପଡିବ । ଏପରି ଆଉ କୌଣସି ମନୁଷ୍ୟ କହିପାରିବେ ନାହିଁ ଯେ ତୁମେ ବିଶ୍ୱର ମାଲିକ ହେବ । ତୁମେ ଜାଣିଛ ଆମେ ଆସିଛୁ ବିଶ୍ୱର ମାଲିକ, ନରରୁ ନାରାୟଣ ହେବା ପାଇଁ । ଭକ୍ତିମାର୍ଗରେ ତ ଜନ୍ମ-ଜନ୍ମାନ୍ତର କଥା ଶୁଣି ଆସିଛ, କିନ୍ତୁ କିଛି ହେଲେ ବୁଝିନଥିଲ । ଏବେ ବୁଝୁଛ ବାସ୍ତବରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ସ୍ୱର୍ଗରେ ଥିଲା, ଏବେ ନାହିଁ । ତ୍ରିମୂର୍ତ୍ତି ନିମନ୍ତେ ମଧ୍ୟ ପିଲାଙ୍କୁ ବୁଝାଉଛନ୍ତି । ବ୍ରହ୍ମା ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ସତ୍ୟଯୁଗରେ ସେହି ଏକ ଧର୍ମ ଥିଲା, ଆଉ କୌଣସି ଧର୍ମ ନଥିଲା, ଏବେ ସେ ଧର୍ମ ନାହିଁ ପୁର୍ନବାର ସ୍ଥାପନା ହେଉଛି । ବାବା କହୁଛନ୍ତି ମୁଁ କଳ୍ପର ସଂଗମଯୁଗରେ ଆସି ତୁମକୁ ପାଠ ପଢାଉଛି । ଏହା ପାଠଶାଳା ଅଟେ ନା । ଏଠାରେ ପିଲାମାନଙ୍କର ଚରିତ୍ର ମଧ୍ୟ ସୁଧାରିବାକୁ ପଡୁଛି । ୫ ବିକାରରୁ ମୁକ୍ତ କରିବାକୁ ହେବ । ତୁମେ ହିଁ ଦେବତାମାନଙ୍କ ଆଗରେ ଯାଇ ଗାନ କରୁଥିଲ ଆପଣ ସର୍ବଗୁଣ ସମ୍ପନ୍ନ ଆମେ ହେଉଛୁ ପାପୀ । ଭାରତବାସୀ ହିଁ ଦେବତା ଥିଲେ । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣ ପୂଜ୍ୟ ଥିଲେ ପୁଣି କଳିଯୁଗରେ ପୂଜାରୀ ହୋଇଛନ୍ତି । ଏବେ ପୁଣି ପୂଜ୍ୟ ହେଉଛନ୍ତି, ପୂଜ୍ୟ ସତ୍ତ୍ୱପ୍ରଧାନ ଆତ୍ମାମାନେ ଥିଲେ । ତାଙ୍କର ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ଥିଲା । ଯେପରି ସୁନା ସେପରି ଅଳଙ୍କାର, ସୁନାରେ ଖାଦ ମିଶାଗଲେ ତାର ଦାମ୍ କେତେ କମ୍ ହୋଇଯାଏ । ତୁମେ କେତେ ମୂଲ୍ୟବାନ ଥିଲ । ଏବେ ମୂଲ୍ୟ କେତେ କମ ହୋଇଗଲାଣି । ତୁମେ ପୂଜ୍ୟ ଥିଲ, ଏବେ ପୂଜାରୀ ହୋଇଯାଇଛ । ବର୍ତ୍ତମାନ ଯେତେ ଯୋଗଯୁକ୍ତ ରହିବ ସେତେ ପାପ କଟିବ ଏବଂ ବାବାଙ୍କ ପ୍ରତି ସ୍ନେହ ବଢିବ, ଖୁସି ମଧ୍ୟ ରହିବ । ବାବା ସିଧାସଳଖ କହୁଛନ୍ତି ପିଲାମାନେ ଚାର୍ଟ ରଖ ଯେ ସାରା ଦିନରେ ଆମେ କେତେ ସମୟ ବାବାଙ୍କୁ ମନେ ପକାଉଛୁ ? ୟାଦର ଯାତ୍ରା, ଏହି ଅକ୍ଷର ସଠିକ୍ ଅଟେ । ୟାଦ କରି କରି ପାପ କଟି-କଟି ଅନ୍ତ ମତି ସୋ ଗତି ହୋଇଯିବ । ପଣ୍ଡାମାନେ ଯାତ୍ରାକୁ ନେଇଯାଇଥାନ୍ତି । ଏଠାରେ ଆତ୍ମା ନିଜେ ଯାତ୍ରା କରୁଛି । ପରମଧାମ ଯିବାକୁ ହେବ କାହିଁକି ନା ଡ୍ରାମାର ଚକ୍ର ଏବେ ପୂରା ହେଉଛି । ଏକଥା ମଧ୍ୟ ତୁମେ ଜାଣିଛ ଯେ ଏହା ବହୁତ ଖରାପ ଦୁନିଆ । ପରମାତ୍ମାଙ୍କୁ କେହି ହେଲେ ଜାଣି ନାହାଁନ୍ତି । ନ ଜାଣିଥିବା କାରଣରୁ କୁହାଯାଉଛି ବିନାଶ କାଳେ ବିପରୀତ ବୁଦ୍ଧି, ତାଙ୍କ ନିମନ୍ତେ ଏହି ନର୍କ ହିଁ ସ୍ୱର୍ଗ ସମାନ ଅଟେ । ତାଙ୍କ ବୁଦ୍ଧିରେ ଏହି କଥା ରହିବ ନାହିଁ । ତୁମକୁ ଏସବୁ ବିଚାର ସାଗର ମନ୍ଥନ କରିବା ପାଇଁ ବହୁତ ଏକାନ୍ତ ଆବଶ୍ୟକ । ଏଠାକାର ଏକାନ୍ତ ବହୁତ ଭଲ ସେଥିପାଇଁ ମଧୁବନର ମହିମା ରହିଛି । ପିଲାମାନେ ବହୁତ ଖୁସି ହେବା ଉଚିତ୍ । ଆମେ ଜୀବାତ୍ମା, ଆମକୁ ପରମାତ୍ମା ପଢାଉଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ଏହିପରି ପଢାଇଥିଲେ । କୃଷ୍ଣଙ୍କ କଥା ନୁହେଁ । ସେ ତ ଛୋଟ ପିଲା ଥିଲେ । ସେ ଆତ୍ମା, ଇଏ ପରମାତ୍ମା ଅଟନ୍ତି । ପ୍ରଥମ ନମ୍ବର ଆତ୍ମା ଶ୍ରୀକୃଷ୍ଣ ପୁଣି ଶେଷ ନମ୍ବରକୁ ଆସିଯାଇଛନ୍ତି । କିନ୍ତୁ ନାମ ରୂପ ମଧ୍ୟ ଅଲଗା ହୋଇଗଲା । ବହୁତ ଜନ୍ମର ଅନ୍ତ ଜନ୍ମରେ ନାମ ତ ଅଲଗା ହେବ ନା । କହୁଛନ୍ତି ଇଏ ତ ଦାଦା ଲେଖରାଜ ଅଟନ୍ତି । ଏହା ତାଙ୍କର ବହୁତ ଜନ୍ମର ଶେଷ ଜନ୍ମ ଅଟେ । ବାବା କହୁଛନ୍ତି ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ତୁମକୁ ରାଜଯୋଗ ଶିଖାଉଛି । କାହା ଶରୀରରେ ତ ବାବା ଆସିବେ ନା । ଶାସ୍ତ୍ରରେ ଏକଥା ନାହିଁ । ବାବା ତୁମକୁ ପଢାଉଛନ୍ତି, ତୁମେ ହିଁ ପଢୁଛ । ସତ୍ୟଯୁଗରେ ପୁଣି ଏହି ଜ୍ଞାନ ରହିବ ନାହିଁ । ସେଠାରେ ରହିଛି ପ୍ରାରବ୍ଧ । ବାବା ସଂଗମରେ ଆସି ଏହି ଜ୍ଞାନ ଶୁଣାଉଛନ୍ତି ପୁଣି ତୁମେ ପଦ ପାଇଯାଉଛ । ଏହା ହେଉଛି ଅବିନାଶୀ ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ପାଇବାର ସମୟ ସେଥିପାଇଁ ପିଲାମାନେ ଅବହେଳା କରିବା ଅନୁଚିତ୍ । ମାୟା ବହୁତ ଭୁଲ୍ କରାଉଛି ପୁଣି ବୁଝାଯାଏ ତାଙ୍କର ଭାଗ୍ୟରେ ହିଁ ନାହିଁ । ବାବା ତ ପୁରୁଷାର୍ଥ କରାଉଛନ୍ତି । ଭାଗ୍ୟରେ କେତେ ଫରକ ରହିଛି । କେହି ପାସ୍‌, କେହି ଫେଲ୍ ହୋଇଯାଉଛନ୍ତି । ଦ୍ୱି-ମୁକୁଟଧାରୀ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ ।

ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ ଭଲେ ରୁହ । ଲୌକିକ ପିତାଙ୍କର କରଜ ମଧ୍ୟ ପିଲାମାନଙ୍କୁ ଶୁଝିବାକୁ ହେବ । ନିୟମ ପ୍ରମାଣ ଚାଲିବାକୁ ହେବ । ଏଠାରେ ତ ସମସ୍ତେ ବେକାଇଦା ଅଟନ୍ତି । ତୁମେ ଜାଣିଛ ଆମେ ହିଁ ଏତେ ଉଚ୍ଚ ପବିତ୍ର ଥିଲୁ, ପୁଣି ତଳକୁ ଖସିଆସିଛୁ । ଏବେ ପୁଣି ପବିତ୍ର ହେବାକୁ ପଡିବ । ପ୍ରଜାପିତା ବ୍ରହ୍ମାଙ୍କ ସନ୍ତାନ ସବୁ ବି.କେ ହୋଇଥିବାରୁ ବିକାରୀ ଦୃଷ୍ଟି ରହିପାରିବ ନାହିଁ କାହିଁକି ନା ତୁମେ ଭାଇ-ଭଉଣୀ ଅଟ ନା । ବାବା ସବୁ ଯୁକ୍ତି ବତାଉଛନ୍ତି । ତୁମେ ସମସ୍ତେ ବାବା-ବାବା କହୁଥିବାରୁ ଭାଇ-ଭଉଣୀ ହୋଇଗଲ । ଭଗବାନଙ୍କୁ ସମସ୍ତେ ପିତା ବୋଲି କହିଥାନ୍ତି ନା । ଆତ୍ମାମାନେ କହୁଛନ୍ତି ଆମେ ଶିବବାବାଙ୍କର ସନ୍ତାନ ଅଟୁ । ପୁଣି ଶରୀରରେ ଆସୁଥିବାରୁ ଭାଇ-ଭଉଣୀ ହେଉଛନ୍ତି । ପୁଣି ଆମର ବିକାରୀ ଦୃଷ୍ଟି କାହିଁକି ଯିବ । ତୁମେ ବଡ-ବଡ ସଭାରେ ଏହି କଥା ବୁଝାଇପାରିବ । ତୁମେ ସମସ୍ତେ ଭାଇ-ଭାଇ ଅଟ ପୁଣି ପ୍ରଜାପିତା ବ୍ରହ୍ମା ଦ୍ୱାରା ରଚନା କରାଯିବାରୁ, ଭାଇ-ଭଉଣୀ ହୋଇଗଲ, ଆଉ କୌଣସି ସମ୍ବନ୍ଧ ନାହିଁ । ଆମେ ସବୁ ଏକମାତ୍ର ବାବାଙ୍କର ସନ୍ତାନ । ଏକମାତ୍ର ବାବାଙ୍କର ସନ୍ତାନ ହୋଇଥିବାରୁ ବିକାରଗ୍ରସ୍ତ କିପରି ହୋଇ ପାରିବେ । ଆତ୍ମା ରୂପରେ ଭାଇ-ଭାଇ ତା ସହିତ ଭାଇ-ଭଉଣୀ ମଧ୍ୟ ଅଟ । ବାବା ବୁଝାଉଛନ୍ତି ଏହି ଆଖି ବହୁତ ଧୋକା ଦେଉଛି । ଆଖି ଭଲ ଜିନିଷ ଦେଖୁଥିବାରୁ ଇଚ୍ଛା ହୋଇଥାଏ । ଆଖି ନ ଦେଖିଲେ ଇଚ୍ଛା ଜାଗ୍ରତ ହେବ ନାହିଁ । ଏହି ବିକାରୀ ଦୃଷ୍ଟିକୁ ବଦଳାଇବାକୁ ପଡୁଛି । ଭାଇ-ଭଉଣୀ ବିକାରୀ ଦୃଷ୍ଟି ରଖିପାରିବେ ନାହିଁ । ଏହି ଦୃଷ୍ଟି ପରିବର୍ତ୍ତନ ହେବା ଉଚିତ୍ । ଜ୍ଞାନର ତୃତୀୟ ନେତ୍ରର ବଳ ଦରକାର । ଅଧାକଳ୍ପ ଏହି ଆଖି ଦ୍ୱାରା ପାପ କରିଛ, ବର୍ତ୍ତମାନ ବାବା କହୁଛନ୍ତି ଏହି ସମସ୍ତ ପାପ ଧୋଇ ହେବ କିପରି ? ଆମ ପବିତ୍ର ଆତ୍ମାରେ ଜଙ୍କ ଲାଗିଯାଇଛି । ଯେତେ ବାବାଙ୍କୁ ମନେ ପକାଇବ ସେତେ ସ୍ନେହ ଯୋଡି ହେବ । ପଢା ଦ୍ୱାରା ନୁହେଁ, ବାବାଙ୍କ ସ୍ମୃତି ଦ୍ୱାରା ସ୍ନେହ ଯୋଡି ହେବ । ଭାରତରେ ପ୍ରାଚୀନ ଯୋଗ ରହିଛି, ଯାହା ଦ୍ୱାରା ଆତ୍ମା ପବିତ୍ର ହୋଇ ନିଜ ଧାମକୁ ଚାଲିଯିବ । ସବୁ ଭାଇମାନଙ୍କୁ ନିଜ ପିତାଙ୍କର ପରିଚୟ ଦେବାକୁ ହେବ । ସର୍ବବ୍ୟାପୀର ଜ୍ଞାନ ଦ୍ୱାରା ଅଧୋ ପତିତ ହୋଇଯାଇଛନ୍ତି । ଏବେ ବାବା କହୁଛନ୍ତି ଡ୍ରାମା ଅନୁସାରେ ତୁମର ଅଭିନୟ ରହିଛି । ରାଜଧାନୀ ଅବଶ୍ୟ ସ୍ଥାପନ ହେବ । ଯେତିକି କଳ୍ପ ପୂର୍ବରୁ ପୁରୁଷାଥର୍ କରିଥିଲ ସେତିକି ନିଶ୍ଚୟ କରିବ । ତୁମେ ସାକ୍ଷୀ ହୋଇ ଦେଖୁଛ । ଏହି ପ୍ରଦର୍ଶନୀ ବହୁତ ଆତ୍ମା ଦେଖିବେ । ତୁମର ଏହା ଈଶ୍ୱରୀୟ ମିଶନ ଅଟେ । ଏହା ହେଉଛି ନିରାକାରୀ ଈଶ୍ୱରୀୟ ପିତାଙ୍କର ମିଶନ । ତାହା ଖ୍ରୀଷ୍ଟିୟାନ, ବୌଦ୍ଧି ମିଶନ ଅଟେ । ଏହା ନିରାକାରୀ ଈଶ୍ୱରୀୟ ମିଶନ । ନିରାକାର ତ ନିଶ୍ଚୟ କୌଣସି ଶରୀରରେ ଆସିବେ ନା । ତୁମେ ମଧ୍ୟ ନିରାକାର ଆତ୍ମାମାନେ ମୋ ସାଥିରେ ରହୁଥିଲ ନା । ଏହି ଡ୍ରାମା କିପରି ପ୍ରସ୍ତୁତ ହୋଇଛି? ଏହା କାହାରି ବୁଦ୍ଧିରେ ନାହିଁ । ରାବଣ ରାଜ୍ୟରେ ସବୁ ବିପରୀତ ବୁଦ୍ଧି ହୋଇଯାଇଛନ୍ତି । ଏବେ ବାବାଙ୍କ ସହିତ ପ୍ରୀତି ଲଗାଇବାକୁ ପଡିବ । ତୁମର ପ୍ରତିଜ୍ଞା ହେଉଛି ମୋର ତ ଏକମାତ୍ର ଶିବବାବା ଦ୍ୱିତୀୟ କେହି ନୁହଁନ୍ତି । ନଷ୍ଟୋମୋହା ହେବାକୁ ପଡିବ । ବହୁତ ପରିଶ୍ରମ କରିବାକୁ ହେବ । ଏହା ଯେପରି ଫାଶୀ ଉପରେ ଚଢିବା ସଦୃଶ ଅଟେ । ବାବାଙ୍କ ସ୍ମୃତିରେ ରହିବା ଅର୍ଥାତ୍ ଫାଶୀରେ ଚଢିବା । ଶରୀରକୁ ଭୁଲି ବାବାଙ୍କ ସ୍ମୃତିରେ ବିଭୋର ହୋଇଯିବା ଉଚିତ୍ । ବାବାଙ୍କର ସ୍ମୃତିରେ ରହିବା ବହୁତ ଜରୁରୀ ଅଟେ । ନଚେତ୍ ଜଙ୍କ କିପରି ଛାଡିବ ? ପିଲାମାନେ ଭିତରେ ଭିତରେ ଖୁସି ରହିବା ଉଚିତ୍‌ ଶିବବାବା ଆମକୁ ପଢାଉଛନ୍ତି, କେହି ଶୁଣିଲେ କହିବେ ଇଏ କଣ କହୁଛନ୍ତି କାହିଁକି ନା ସେମାନେ ତ କୃଷ୍ଣଙ୍କୁ ଭଗବାନ ବୋଲି ଭାବୁଛନ୍ତି ।

ତୁମେ ଏବେ ବହୁତ ଖୁସି ହେଉଛ ଯେ ଆମେ ଏବେ କୃଷ୍ଣଙ୍କ ରାଜଧାନୀକୁ ଯାଉଛୁ । ଆମେ ମଧ୍ୟ ରାଜକୁମାର-କୁମାରୀ ହୋଇପାରିବୁ । ସେ ହେଲେ ପ୍ରଥମ ରାଜକୁମାର । ନୂଆ ଘରେ ରୁହନ୍ତି । ପରେ ଯେଉଁ ସନ୍ତାନମାନେ ଜନ୍ମ ନେବେ ସେ ତ ଡେରିରେ ଆସିବେ ନା । ତାଙ୍କର ଜନ୍ମ ସ୍ୱର୍ଗରେ ହିଁ ହେବ । ତୁମେ ମଧ୍ୟ ସ୍ୱର୍ଗରେ ରାଜକୁମାର ହୋଇପାରିବ । ସମସ୍ତେ ତ ପ୍ରଥମ ନମ୍ବରରେ ଆସିବେ ନାହିଁ । କ୍ରମ ଅନୁସାରେ ମାଳା ତିଆରି ହେବ ନା । ବାବା କହୁଛନ୍ତି ପିଲାମାନେ, ଖୁବ୍ ପୁରୁଷାର୍ଥ କର । ଏଠାକୁ ତୁମେ ଆସିଛ ନରରୁ ନାରାୟଣ ହେବା ପାଇଁ । ଏହା ସତ୍ୟ ନାରାୟଣଙ୍କର କଥା ଅଟେ । ସତ୍ୟ ଲକ୍ଷ୍ମୀଙ୍କର କଥା କେବେ ଶୁଣିନଥିବ । କୃଷ୍ଣଙ୍କ ପ୍ରତି ସମସ୍ତଙ୍କର ସ୍ନେହ ମଧ୍ୟ ରହିଛି । କୃଷ୍ଣଙ୍କୁ ହିଁ ଦୋଳିରେ ଝୁଲାଇଥାନ୍ତି । ରାଧାଙ୍କୁ କାହିଁକି ନୁହେଁ ? ଡ୍ରାମା ପ୍ଲାନ ଅନୁସାରେ କୃଷ୍ଣଙ୍କର ନାମ ରହି ଆସିଛି । ତୁମର ସାଥି ରାଧା ହେଲେ ମଧ୍ୟ ସ୍ନେହ କୃଷ୍ଣଙ୍କ ସହିତ ରହିଛି, ତାଙ୍କର ଡ୍ରାମାରେ ଏହିପରି ଅଭିନୟ ରହିଛି । ପିଲା ସର୍ବଦା ସ୍ନେହୀ ହୋଇଥାନ୍ତି । ବାବା ପିଲାମାନଙ୍କୁ ଦେଖି କେତେ ଖୁସି ହୋଇଥାନ୍ତି । ପୁଅ ଜନ୍ମ ହେଲେ ତ ପିତା ଖୁସି ହେବେ ନା । ଝିଅ ଜନ୍ମ ହେଲେ ଚିନ୍ତିତ ହୋଇଥାନ୍ତି । କେତେକ ତ ଝିଅମାନଙ୍କୁ ମାରି ବି ଦେଇଥାନ୍ତି । ରାବଣ ରାଜ୍ୟରେ ଚରିତ୍ରରେ କେତେ ଫରକ ହୋଇଯାଉଛି । ଗାୟନ ମଧ୍ୟ କରନ୍ତି ଆପଣ ସର୍ବଗୁଣ ସମ୍ପନ୍ନ... ଅଟନ୍ତି । ଆମେ ନିର୍ଗୁଣ ଅଟୁ । ଏବେ ବାବା କହୁଛନ୍ତି ପୁନର୍ବାର ଏପରି ଗୁଣବାନ ହୁଅ । ଏବେ ଜାଣୁଛ ଆମେ ଅନେକ ଥର ଏହି ବିଶ୍ୱର ମାଲିକ ହୋଇଛୁ । ଏବେ ପୁଣି ହେବାକୁ ପଡିବ । ପିଲାମାନଙ୍କର ବହୁତ ଖୁସି ରହିବା ଉଚିତ୍ । ଓହୋ! ଶିବବାବା ଆମକୁ ପଢାଉଛନ୍ତି, ଏଠାରେ ବସି ଚିନ୍ତନ କର । ଭଗବାନ ଆମକୁ ପଢାଉଛନ୍ତି, ବାହା ଭାଗ୍ୟ ବାହା! ଏହିପରି ବିଚାର କରି କରି ବିଭୋର ହୋଇଯିବା ଉଚିତ୍ । ବାହା ଭାଗ୍ୟ ବାହା! ବେହଦର ବାବା ଆମକୁ ମିଳିଛନ୍ତି, ଆମେ ବାବାଙ୍କୁ ହିଁ ମନେ ପକାଉଛୁ । ପବିତ୍ରତା ଗୁଣ ଧାରଣ କରିବାକୁ ହେବ । ଆମେ ଏହିପରି ହେଉଛୁ । ଦୈବୀଗୁଣ ମଧ୍ୟ ଧାରଣ କରୁଛୁ । ଏହା ମଧ୍ୟ ମନମନାଭବ ଅଟେ ନା । ବାବା ଆମକୁ ଏହିପରି କରାଉଛନ୍ତି । ଏହା ପ୍ରତ୍ୟକ୍ଷ ଅନୁଭବର କଥା ।

ବାବା ମଧୁର ସନ୍ତାନମାନଙ୍କୁ ରାୟ ଦେଉଛନ୍ତି ଚାର୍ଟ ଲେଖ ଏବଂ ଏକାନ୍ତରେ ବସି ଏହିପରି ନିଜ ସହିତ କଥା ହୁଅ । ଏହି ବ୍ୟାଜ୍‌କୁ ଲଗାଇ ରଖ । ଭଗବାନଙ୍କ ଶ୍ରୀମତ ଦ୍ୱାରା ଆମେ ଏପରି ହେଉଛୁ । ବ୍ୟାଚ୍‌କୁ ଦେଖି ବାବାଙ୍କୁ ସ୍ନେହ କର । ବାବାଙ୍କ ସ୍ମୃତି ଦ୍ୱାରା ଆମେ ଏପରି ହେଉଛୁ । ବାବା ଆପଣଙ୍କର କମାଲ ଅଟେ, ବାବା ଆମକୁ ଆଗରୁ ଜଣା ନଥିଲା ଯେ ଆପଣ ଆମକୁ ବିଶ୍ୱର ମାଲିକ କରାଇବେ । ନୌଧା ଭକ୍ତିରେ ଦର୍ଶନ ନିମନ୍ତେ ଗଳା କାଟିବା, ପ୍ରାଣ ତ୍ୟାଗ କରିବା ପର୍ଯ୍ୟନ୍ତ ଯାଇଥାନ୍ତି ତେବେ ଯାଇ ଦର୍ଶନ ହୋଇଥାଏ । ଏହିମାନଙ୍କର ହିଁ ଭକ୍ତମାଳା ହୋଇଛି । ଭକ୍ତମାନଙ୍କର ମାନ ମଧ୍ୟ ରହିଛି । କଳିଯୁଗର ଭକ୍ତ ତ ଯେପରି ବାଦଶାହା ଅଟନ୍ତି । ଏବେ ତୁମର ବେହଦ ବାବାଙ୍କ ସହିତ ପ୍ରୀତି ରହିଛି । ଏକ ବାବାଙ୍କ ବ୍ୟତୀତ ଆଉ କେହି ମନେ ନ ରହନ୍ତୁ । ଏକଦମ୍ ଲାଇନ୍ କ୍ଲିଅର ହେବା ଦରକାର । ଏବେ ଆମର ୮୪ ଜନ୍ମ ପୂରା ହେଉଛି । ଏବେ ଆମେ ସଂପୂର୍ଣ୍ଣ ଭାବେ ବାବାଙ୍କର ଆଜ୍ଞାରେ ଚାଲିବୁ । କାମ ମହାଶତ୍ରୁ, ଏହି ଶତ୍ରୁଠାରୁ ହାରିବା ଅନୁଚିତ୍ । ହାରିଯାଇ ପଶ୍ଚାତାପ କଲେ କଣ କରିବ ? ଏକଦମ୍ ହାଡଗୋଡ ସବୁ ଭାଙ୍ଗିଯିବ । ବହୁତ କଡା ଦଣ୍ଡ ମିଳିଥାଏ । ପାପ କଟିବା ବଦଳରେ ଆହୁରି ଅଧିକ ଚଢୁଛି । ତେଣୁ ଯୋଗ ଲାଗିବ ନାହିଁ । ନିରନ୍ତର ବାବାଙ୍କ ସ୍ମୃତିରେ ରହିବା ବହୁତ ମେହନତ ଅଟେ । ବହୁତ ଗପ ମଧ୍ୟ ମାରୁଛନ୍ତି ଆମେ ନିରନ୍ତର ବାବାଙ୍କ ସ୍ମୃତିରେ ରହୁଛୁ । ବାବା ଜାଣିଛନ୍ତି, ରହିପାରିବେ ନାହିଁ । ଏଥିରେ ମାୟାର ବହୁତ ତୁଫାନ ଆସେ । ଏପରି ସ୍ୱପ୍ନ ଆସିବ ଯେ, ହଇରାଣ କରିଦେବ । ଜ୍ଞାନ ତ ବହୁତ ସହଜ । ଛୋଟ ପିଲା ମଧ୍ୟ ବୁଝାଇପାରିବ । ବାକି ୟାଦର ଯାତ୍ରାରେ ବହୁତ ପରିଶ୍ରମ ରହିଛି । ଖୁସି ହେବା ଅନୁଚିତ୍ ଯେ ଆମେ ବହୁତ ସେବା କରୁଛୁ । ଯୋଗଯୁକ୍ତ ରହି ନିଜ ପାଇଁ ଗୁପ୍ତସେବା କରିଚାଲ । ଏହାଙ୍କର ନିଶା ରହୁଛି ମୁଁ ଶିବବାବାଙ୍କର ସନ୍ତାନ । ବାବା ବିଶ୍ୱର ରଚୟିତା ହୋଇଥିବାରୁ ନିଶ୍ଚୟ ଆମେ ମଧ୍ୟ ସ୍ୱର୍ଗର ମାଲିକ ହେବୁ । ରାଜକୁମାର ହେବୁ, ଏହି ଆନ୍ତରିକ ଖୁସି ରହିବା ଦରକାର । କିନ୍ତୁ ଯେତେ ତୁମେ ୟାଦରେ ରହିପାରିବ ସେତିକି ମୁଁ ରହିପାରିବି ନାହିଁ । ବାବାଙ୍କୁ ତ ବହୁତ ଖିଆଲ କରିବାକୁ ପଡୁଛି । ପିଲାମାନଙ୍କର କେବେ ଈର୍ଷା ଆସିବା ଅନୁଚିତ୍ ଯେ ବାବା ବଡ ଲୋକମାନଙ୍କର ଖାତିରି କାହିଁକି କରୁଛନ୍ତି । ବାବା ପ୍ରତ୍ୟେକ ସନ୍ତାନମାନଙ୍କର ନାଡି ଦେଖି ତାଙ୍କର କଲ୍ୟାଣ ଅର୍ଥେ ପ୍ରତ୍ୟେକଙ୍କୁ ସେହି ଅନୁସାରେ ଚଲାଇଥାନ୍ତି । ଶିକ୍ଷକ ଜାଣିଥାନ୍ତି ପ୍ରତ୍ୟେକ ଛାତ୍ରଙ୍କୁ କିପରି ପରିଚାଳିତ କରିବାକୁ ହେବ । ପିଲାମାନେ ଏକଥାରେ ସଂଶୟ ଆଣିବା ଅନୁଚିତ୍ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏକାନ୍ତରେ ବସି ନିଜ ସହିତ କଥାବାର୍ତ୍ତା କରିବାକୁ ହେବ । ଆତ୍ମାରେ ଯେଉଁ କଳଙ୍କି ଲାଗିଛି ତାକୁ ଛଡାଇବା ପାଇଁ ଯୋଗର ଯାତ୍ରାରେ ରହିବାକୁ ହେବ ।

(୨) କୌଣସି କଥାରେ ସଂଶୟ ଉଠାଇବାର ନାହିଁ, କିମ୍ବା କାହାକୁ ଇର୍ଷା କରିବାର ନାହିଁ । ଆନ୍ତରିକ ଖୁସିରେ ରହିବା ସହିତ ନିଜର ଗୁପ୍ତ ସେବା କରିବାକୁ ହେବ ।

ବରଦାନ:-
ସେବା କରିବା ସମୟରେ ଉପରାମ ସ୍ଥିତିରେ ରହୁଥିବା ଯୋଗଯୁକ୍ତ, ଯୁକ୍ତିଯୁକ୍ତ ସେବାଧାରୀ ହୁଅ ।

ଯେଉଁମାନେ ଯୋଗଯୁକ୍ତ ଓ ଯୁକ୍ତିଯୁକ୍ତ ଅର୍ଥାତ୍ ଯଥାର୍ଥ ସେବାଧାରୀ ସେମାନେ ସେବା କରୁଥିଲେ ମଧ୍ୟ ସର୍ବଦା ଉପରାମ ସ୍ଥିତିରେ ରହୁଥାନ୍ତି । ଏମିତି ନୁହେଁ ଯେ ସେବା ଅଧିକ ଅଛି ସେଥିପାଇଁ ଅଶରୀରୀ ସ୍ଥିତିରେ ରହିପାରିବୁ ନାହିଁ । କିନ୍ତୁ ମନେ ରଖ ଯେ ସେବା ମୋର ନୁହେଁ, ବାବା ମୋତେ ସେବା କରିବା ପାଇଁ ଦେଇଛନ୍ତି, ତେବେ ନିର୍ବନ୍ଧନ ସ୍ଥିତିରେ ରହିପାରିବ । ମୁଁ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ଅଟେ, ବନ୍ଧନମୁକ୍ତ ଅଟେ ଏହିଭଳି ଅଭ୍ୟାସ କର । ଅତି ସମୟରେ ଅନ୍ତିମ ସମୟର ସ୍ଥିତି ବା କର୍ମାତୀତ ସ୍ଥିତିର ଅଭ୍ୟାସ କର । ଯେପରି ମଝିରେ ମଝିରେ ସଂକଳ୍ପର ଟ୍ରାଫିକ୍‌କୁ କଣ୍ଟ୍ରୋଲ କରୁଛ ସେହିପରି ଅତି ସମୟରେ ଅନ୍ତିମ ସ୍ଥିତିର ଅନୁଭବ କର ତେବେ ଯାଇ ଅନ୍ତିମ ସମୟରେ ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବ ।

ସ୍ଲୋଗାନ:-
ଶୁଭଭାବନା କାରଣକୁ ନିବାରଣରେ ପରିବର୍ତ୍ତନ କରିଦିଏ ।