04.11.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ପବିତ୍ର ହୋଇ ଗତି-ସଦ୍ଗତି ପାଇବାର ଯୋଗ୍ୟ ହୁଅ କାରଣ ପତିତ ଆତ୍ମାମାନେ ଗତି-ସଦ୍ଗତି ପାଇବାର
ଯୋଗ୍ୟ ନୁହଁନ୍ତି । ବର୍ତ୍ତମାନ ଅବିନାଶୀ ବାବା ତୁମକୁ ଅବିନାଶୀ ଯୋଗ୍ୟ କରୁଛନ୍ତି ।”
ପ୍ରଶ୍ନ:-
ପିତାବ୍ରତା
କାହାକୁ କହିବା? ଏହାର ମୁଖ୍ୟ ଲକ୍ଷଣ ଶୁଣାଅ?
ଉତ୍ତର:-
ପିତାବ୍ରତା ସେହିମାନେ ଯେଉଁମାନେ କି ବାବାଙ୍କର ଶ୍ରୀମତକୁ ସଂପୂର୍ଣ୍ଣ ରୂପେ ଅନୁସରଣ କରୁଛନ୍ତି,
ଅଶରୀରୀ ହେବାର ଅଭ୍ୟାସ କରୁଛନ୍ତି, ଅବ୍ୟଭିଚାରୀ ସ୍ମୃତିରେ ଅର୍ଥାତ୍ ଏକମାତ୍ର ବାବାଙ୍କ
ସ୍ମୃତିରେ ରହୁଛନ୍ତି, ଏହିଭଳି ସୁପୁତ୍ର ହିଁ ପ୍ରତ୍ୟେକ କଥାର ଧାରଣା କରିପାରିବେ । ସଦା ସର୍ବଦା
ସେମାନଙ୍କ ବୁଦ୍ଧିରେ ସେବାର ହିଁ ବିଚାର ଚାଲିଥାଏ । ସେମାନଙ୍କର ବୁଦ୍ଧିରୂପୀ ପାତ୍ର ପବିତ୍ର
ହେବାରେ ଲାଗିଥାଏ । ସେମାନେ କେବେହେଲେ ବାବାଙ୍କୁ ଛାଡପତ୍ର ଦେଇପାରିବେ ନାହିଁ ।
ଗୀତ:-
ମୁଝକୋ ସାହାରା
ଦେନେ ବାଲେ...
ଓମ୍ ଶାନ୍ତି ।
ପିଲାମାନେ ନିଜର
ପୁରୁଷାର୍ଥର କ୍ରମାନୁସାରେ ବାବାଙ୍କୁ ଧନ୍ୟବାଦ ଦେଉଛନ୍ତି । କିନ୍ତୁ ସମସ୍ତେ ସମାନ ରୂପେ
ଧନ୍ୟବାଦ ଦେଉନାହାଁନ୍ତି, ଯେଉଁମାନେ ସଂପୂର୍ଣ୍ଣ ନିଶ୍ଚୟବୁଦ୍ଧି ଏବଂ ଯିଏ ଆନ୍ତରିକ ଶ୍ରଦ୍ଧାର
ସହ ବାବାଙ୍କର ସେବାରେ ଉପସ୍ଥିତ, ସେହିମାନେ ହିଁ ଆନ୍ତରିକ ଧନ୍ୟବାଦ ଦେଉଛନ୍ତି ଯେ - ବାବା ସବୁ
ଚମତ୍କାର ଆପଣଙ୍କର, ଆମେ ତ କିଛି ଜାଣି ନ ଥିଲୁ । ଆପଣଙ୍କ ସହିତ ମିଳନ ପାଇଁ ଆମେ ଯୋଗ୍ୟ ନଥିଲୁ
। ଏକଥା ତ ନିଶ୍ଚିତ ଯେ, ମାୟା ସମସ୍ତଙ୍କୁ ଅଯୋଗ୍ୟ କରିଦେଇଛି । ସେମାନେ ଜାଣିନାହାଁନ୍ତି ଯେ
ସ୍ୱର୍ଗକୁ ଯିବା ପାଇଁ କିଏ ଯୋଗ୍ୟ କରୁଛନ୍ତି ଏବଂ ନର୍କକୁ ଯିବା ପାଇଁ ଯୋଗ୍ୟ କିଏ କରୁଛି?
ସେମାନେ ଭାବୁଛନ୍ତି ଯେ ଗତି ଏବଂ ସଦଗତି ଉଭୟ ପାଇଁ ବାବା ଯୋଗ୍ୟ କରାଉଛନ୍ତି । ନଚେତ୍ ସେଠାକୁ
ଯିବା ପାଇଁ କେହି ବି ଯୋଗ୍ୟ ନୁହଁନ୍ତି । ନିଜେ ମଧ୍ୟ କହୁଛନ୍ତି ଯେ ଆମେ ପତିତ । ଏହି ଦୁନିଆ
ହିଁ ପତିତ ଅଟେ । ସାଧୁ-ସନ୍ଥ ଆଦି କେହି ବି ବାବାଙ୍କୁ ଜାଣିନାହାଁନ୍ତି । ବର୍ତ୍ତମାନ ବାବା
ତୁମମାନଙ୍କୁ ନିଜର ପରିଚୟ ଦେଉଛନ୍ତି । ଏହା ଯୁକ୍ତିଯୁକ୍ତ କଥା ଯେ, ବାବାଙ୍କୁ ହିଁ ଆସି ନିଜର
ପରିଚୟ ଦେବାକୁ ହେବ । ବାବାଙ୍କୁ ଏଠାକୁ ଆସି ଯୋଗ୍ୟ ଏବଂ ପବିତ୍ର କରାଇବାକୁ ହେବ । ଯଦି
ପରମଧାମରେ ବସି ପବିତ୍ର କରିପାରିଥା’ନ୍ତେ ତେବେ ଏଠାରେ ଏତେ ଅଯୋଗ୍ୟ କାହିଁକି ହୋଇଥା’ନ୍ତେ?
ତୁମମାନଙ୍କ ଭିତରେ ମଧ୍ୟ
ପୁରୁଷାର୍ଥର କ୍ରମାନୁସାରେ ନିଶ୍ଚୟବୁଦ୍ଧି ଅଛନ୍ତି । ବାବାଙ୍କର ପରିଚୟ କିପରି ଦେବା ଉଚିତ୍ -
ଏଥିପାଇଁ ବୁଦ୍ଧି ମଧ୍ୟ ଥିବା ଦରକାର । ଶିବାୟ ନମଃ ମଧ୍ୟ ରହିଛି । ଏହି ମାତା-ପିତା ହିଁ
ସର୍ବୋଚ୍ଚ ଅଟନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କର ତ ରଚନା ଅଟନ୍ତି ଏବଂ ସେମାନଙ୍କର ସ୍ରଷ୍ଟା
ମଧ୍ୟ ନିଶ୍ଚିତ ଭାବରେ ବାବା ହୋଇଥିବେ । ତେଣୁ ମାଆ ମଧ୍ୟ ନିଶ୍ଚିତ ରହିବା ଦରକାର । ଏଥିରୁ
ପ୍ରମାଣିତ ହେଉଛି ଯେ- ସମସ୍ତଙ୍କର ଈଶ୍ୱର ପିତା ମଧ୍ୟ ଜଣେ ହିଁ ଅଟନ୍ତି ଏବଂ ନିରାକାରଙ୍କୁ ହିଁ
ଈଶ୍ୱର କୁହାଯାଉଛି । ସୃଷ୍ଟିକର୍ତ୍ତା ସର୍ବଦା ଜଣେ । ପ୍ରଥମେ-ପ୍ରଥମେ ସମସ୍ତଙ୍କୁ ବାବାଙ୍କର
ପରିଚୟ ଦେବାକୁ ପଡିବ । ଯୁକ୍ତିଯୁକ୍ତ ଭାବେ ବାବାଙ୍କର ପରିଚୟ କିପରି ଦିଆଯିବ - ଏହା ମଧ୍ୟ
ବୁଝିବା ଦରକାର । ଭଗବାନ ହିଁ ଜ୍ଞାନର ସାଗର ଅଟନ୍ତି, ସିଏ ହିଁ ଆସି ରାଜଯୋଗ ଶିଖାଉଛନ୍ତି । ସେହି
ଭଗବାନ କିଏ? ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ତେବେ ବାବା ମଧ୍ୟ ନିରାକାର ଏବଂ ଆତ୍ମା
ମଧ୍ୟ ନିରାକାର ଅଟେ । ସେହି ନିରାକାର ବାବା ଆସି ପିଲାମାନଙ୍କୁ ସମ୍ପତ୍ତି ଦେଉଛନ୍ତି ।
କାହାଦ୍ୱାରା ତ ବୁଝାଇବେ ନା! ନଚେତ୍ ରାଜାମାନଙ୍କର ରାଜା କିପରି କରିବେ? ସତ୍ୟଯୁଗୀ ରାଜ୍ୟ କିଏ
ସ୍ଥାପନ କରିଥିଲେ? ସ୍ୱର୍ଗର ରଚୟିତା କିଏ? ନିଶ୍ଚିତ ଭାବରେ ସ୍ୱର୍ଗର ରଚୟିତା ଈଶ୍ୱର ପିତା ହିଁ
ହୋଇଥିବେ । ତେଣୁ ସିଏ ନିରାକାର ହୋଇଥିବା ଦରକାର । ପ୍ରଥମେ ପ୍ରଥମେ ପିତାଙ୍କର ପରିଚୟ ଦେବାକୁ
ହେବ । କୃଷ୍ଣଙ୍କୁ ଏବଂ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ପିତା ବୋଲି କୁହାଯିବ ନାହିଁ ।
ସେମାନଙ୍କୁ ମଧ୍ୟ ରଚନା କରାଯାଇଛି । ଯଦି ସୂକ୍ଷ୍ମଲୋକନିବାସୀଙ୍କୁ ମଧ୍ୟ ରଚନା କରାଯାଉଛି ଏବଂ
ଏମାନେ ମଧ୍ୟ ରଚନା ଅଟନ୍ତି ତେବେ ସ୍ଥୂଳଲୋକନିବାସୀଙ୍କୁ ଭଗବାନ କିପରି କୁହାଯିବ । ଦେବତାମାନଙ୍କ
ପାଇଁ ଦେବତାୟ ନମଃ ବୋଲି ଗାୟନ କରାଯାଉଛି । କିନ୍ତୁ ତାଙ୍କ ପାଇଁ ଶିବାୟ ନମଃ ବୋଲି ଗାୟନ
କରାଯାଉଛି ଏହା ହିଁ ମୁଖ୍ୟ କଥା । ପ୍ରଦର୍ଶନୀରେ ତ ବାରମ୍ବାର ଗୋଟିଏ କଥା ବୁଝାଇବ ନାହିଁ । ଏହି
କଥାକୁ ତ ଜଣ-ଜଣକୁ କରି ଭଲ ଭାବରେ ବୁଝାଇବାକୁ ପଡିବ । ଏହି କଥା ପ୍ରତି ସମସ୍ତଙ୍କୁ ନିଶ୍ଚୟ
କରାଇବାକୁ ହେବ । ଯିଏ ବି ଆସୁଛନ୍ତି ପ୍ରଥମେ ତାଙ୍କୁ କହିବାକୁ ହେବ ଯେ, ଆସନ୍ତୁ ଆମେ ଆପଣଙ୍କୁ
ପିତାଙ୍କର ପରିଚୟ ଦେବୁ । ପିତାଙ୍କଠାରୁ ହିଁ ତୁମକୁ ସମ୍ପତ୍ତି ମିଳିବ । ଈଶ୍ୱର ପିତା ହିଁ
ଗୀତାରେ ରାଜଯୋଗ ଶିଖାଇଛନ୍ତି । କୃଷ୍ଣ ଶିଖାଇ ନାହାଁନ୍ତି । ବାବା ହିଁ ଗୀତାର ଭଗବାନ ଅଟନ୍ତି ।
ଏହା ହିଁ ପ୍ରଥମ କଥା । କୃଷ୍ଣ ଭଗବାନୁବାଚ ନୁହେଁ । ରୁଦ୍ର ଭଗବାନୁବାଚ ବା ସୋମନାଥ
ଶିବଭଗବାନୁବାଚ କୁହାଯାଉଛି । ପ୍ରତ୍ୟେକ ମନୁଷ୍ୟଙ୍କ ଜୀବନ କାହାଣୀ ନିଜସ୍ୱ ଅଟେ । ଜଣଙ୍କ ସହିତ
ଆଉ ଜଣଙ୍କର କାହାଣୀ ମିଶିପାରିବ ନାହିଁ । ତେଣୁ ଯିଏବି ଆସୁଛନ୍ତି ତାଙ୍କୁ ପ୍ରଥମେ-ପ୍ରଥମେ ଏହି
କଥାକୁ ବୁଝାଇବାକୁ ହେବ । ସମସ୍ତଙ୍କୁ ଏହି ମୂଳକଥା ହିଁ ବୁଝାଇବାକୁ ହେବ । ଏହା ହିଁ ପରମପିତା
ପରମାତ୍ମାଙ୍କର କର୍ତ୍ତବ୍ୟ ଅଟେ । ସିଏ ପିତା, ଇଏ (ବ୍ରହ୍ମା) ତାଙ୍କର ସନ୍ତାନ । ସିଏ ସ୍ୱର୍ଗର
ରଚୟିତା ଈଶ୍ୱର ପିତା, ଇଏ ସ୍ୱର୍ଗର ରାଜକୁମାର । ଏହି କଥାକୁ ବିଲକୁଲ୍ ସ୍ପଷ୍ଟ କରି ବୁଝାଇବାକୁ
ହେବ । ମୁଖ୍ୟ ହେଲା ଗୀତା, ବାକି ସବୁ ଶାସ୍ତ୍ର ଗୀତା ଉପରେ ଆଧାରିତ । ସେଥିପାଇଁ
ସର୍ବଶାସ୍ତ୍ରମୟୀ ଶିରୋମଣୀ ଭଗବତ୍ ଗୀତା ବୋଲି କୁହାଯାଇଛି । ମନୁଷ୍ୟମାନେ ପଚାରୁଛନ୍ତି ତୁମେ
କ’ଣ ବେଦ, ଶାସ୍ତ୍ର ଆଦିକୁ ମାନୁଛ? ଆରେ, ସମସ୍ତେ ନିଜ ନିଜର ଧର୍ମ ଶାସ୍ତ୍ରକୁ ମାନିବେ ନା । ସବୁ
ଶାସ୍ତ୍ରକୁ କ’ଣ ମାନିବେ କି! ହଁ, ସବୁ ଶାସ୍ତ୍ର ରହିଛି ନିଶ୍ଚିତ । କିନ୍ତୁ ଶାସ୍ତ୍ରକୁ ଜାଣିବା
ପୂର୍ବରୁ ମଧ୍ୟ ପ୍ରଥମ ଏବଂ ମୁଖ୍ୟ କଥା ହେଲା ବାବାଙ୍କୁ ଜାଣିବା, ଯାହାଙ୍କଠାରୁ ଆମକୁ ସମ୍ପତ୍ତି
ମିଳୁଛି । ଶାସ୍ତ୍ର ଦ୍ୱାରା ତ’ ସମ୍ପତ୍ତି ମିଳିବ ନାହିଁ, ସମ୍ପତ୍ତି ମିଳୁଛି ବାବାଙ୍କଠାରୁ ।
ବାବା ଯେଉଁ ଜ୍ଞାନ ଦେଉଛନ୍ତି, ସମ୍ପତ୍ତି ଦେଉଛନ୍ତି ତା’ର ପୁସ୍ତକ ତିଆରି ହୋଇଛି । ତେବେ ପ୍ରଥମେ
ତ ଗୀତାକୁ ଗୁରୁତ୍ୱ ଦେବାକୁ ପଡିବ । ଗୀତାର ଭଗବାନ କିଏ? ଗୀତାରେ ହିଁ ରାଜଯୋଗର କଥା ରହିଛି ।
ରାଜଯୋଗର ଶିକ୍ଷା ନିଶ୍ଚିତ ଭାବରେ ନୂଆ ଦୁନିଆ ପାଇଁ ହିଁ ଦିଆଯାଇଛି । ଭଗବାନ ତ ଆସି ପତିତ କରିବେ
ନାହିଁ ନା । ସେ ତ ପବିତ୍ର ମହାରାଜା କରାଇଥା’ନ୍ତି । ତେଣୁ ପ୍ରଥମେ ବାବାଙ୍କର ପରିଚୟ ଦେଇ ଏକଥା
ଲେଖାଇ ନିଅ - ବାସ୍ତବରେ ମୋର ନିଶ୍ଚୟ ହେଉଛି ଯେ ଇଏ ମୋର ପିତା ଅଟନ୍ତି । ପ୍ରଥମେ ବୁଝାଇବାକୁ
ହେବ ଶିବାୟ ନମଃ, ତୁମେ ମାତା ପିତା... ଏହି ମହିମା ମଧ୍ୟ ବାବାଙ୍କର ଅଟେ । ଭଗବାନଙ୍କୁ ଭକ୍ତିର
ଫଳ ଏହି ଧରାପୃଷ୍ଠକୁ ଆସି ହିଁ ଦେବାକୁ ହେବ । ଭକ୍ତିର ଫଳ କ’ଣ ଏକଥା ତୁମେମାନେ ବୁଝିଗଲଣି ।
ଯିଏ ବହୁତ ଭକ୍ତି କରିଛନ୍ତି, ତାଙ୍କୁ ହିଁ ଫଳ ମିଳିବ । ଏହି କଥା କୌଣସି ଶାସ୍ତ୍ରରେ ନାହିଁ ।
ତୁମ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ଏହି କଥାକୁ ବୁଝୁଛନ୍ତି । ଏଠାରେ ବୁଝାଇ ଦିଆଯାଉଛି
ଯେ, ବାବା ତୁମର ଅବିନାଶୀ ମାତା-ପିତା ଅଟନ୍ତି । ତେବେ ଜଗତଅମ୍ବା, ଜଗତପିତାଙ୍କର ମଧ୍ୟ ଗାୟନ
ରହିଛି । ଆଦମ ଏବଂ ଇଭ୍ ତ ମନୁଷ୍ୟଙ୍କୁ ହିଁ କହୁଛନ୍ତି । ଇଭ୍ଙ୍କୁ ମାତା କୁହାଯାଇଛି ।
ପ୍ରକୃତରେ ଇଭ୍ କିଏ, ଏକଥା ତ କେହି ଜାଣିନାହାଁନ୍ତି । ଯାହାକି ବାବା ବୁଝାଉଛନ୍ତି । ହଁ, କେହି
ତ’ ତୁରନ୍ତ ବୁଝିଯିବେ ନାହିଁ । ପାଠପଢା ପାଇଁ ସମୟ ଲାଗିଥାଏ । ପାଠପଢି-ପଢି ବାରିଷ୍ଟର
ହୋଇଯାଉଛନ୍ତି । ତେବେ ଆମର ଲକ୍ଷ୍ୟ ଉଦ୍ଦେଶ୍ୟ ନିଶ୍ଚିତ ରହିଛି । ଦେବତା ହେବା ପାଇଁ ହେଲେ
ପ୍ରଥମେ-ବାବାଙ୍କର ପରିଚୟ ଦେବାକୁ ହେବ । ଗାୟନ ମଧ୍ୟ କରୁଛନ୍ତି ତୁମେ ମାତା-ପିତା.... ଏବଂ
ଦ୍ୱିତୀୟରେ କହୁଛନ୍ତି ହେ ପତିତ-ପାବନ ଆସ । ତେବେ ପବିତ୍ର ଦୁନିଆ ଏବଂ ଅପବିତ୍ର ଦୁନିଆ କାହାକୁ
କୁହାଯାଉଛି । କ’ଣ କଳିଯୁଗ ଆହୁରି ୪୦ ହଜାର ବର୍ଷ ରହିବ? ଆଚ୍ଛା, ଏକମାତ୍ର ବାବା ହିଁ ତ’
ପବିତ୍ର କରିଥା’ନ୍ତି ନା । ସ୍ୱର୍ଗର ସ୍ଥାପନ କର୍ତ୍ତା ତ ଏକମାତ୍ର ଈଶ୍ୱର ପିତା ହିଁ ଅଟନ୍ତି ।
କୃଷ୍ଣ ତ ସ୍ଥାପନ କରିପାରିବେ ନାହିଁ । ସିଏ ତ ସ୍ୱୟଂ ସମ୍ପତ୍ତି ନେଇଛନ୍ତି । ତେଣୁ ଶ୍ରୀକୃଷ୍ଣ
ସ୍ୱର୍ଗର ରାଜକୁମାର ଏବଂ ଶିବବାବା ସ୍ୱର୍ଗର ରଚୟିତା ଅଟନ୍ତି । କୃଷ୍ଣ ତ ରଚନା, ସତ୍ୟଯୁଗର
ପ୍ରଥମ ରାଜକୁମାର । ଏକଥା ମଧ୍ୟ ସ୍ପଷ୍ଟ ରୂପେ ବଡ-ବଡ ଅକ୍ଷରରେ ଲେଖି ଦେବା ଦରକାର ଯାହା ଦ୍ୱାରା
ତୁମକୁ ବୁଝାଇବାକୁ ସହଜ ହେବ । ତେବେ ରଚୟିତା ଏବଂ ରଚନା ବିଷୟରେ ସମସ୍ତେ ଜାଣିଯିବେ । ରଚୟିତା
ହିଁ ଜ୍ଞାନର ସାଗର ଅଟନ୍ତି । ସିଏ ହିଁ ରାଜଯୋଗ ଶିଖାଉଛନ୍ତି । ବାବା କୌଣସି ରାଜା ନୁହଁନ୍ତି,
ବାବା ରାଜଯୋଗ ଶିକ୍ଷା ଦେଇ ରାଜାମାନଙ୍କର ରାଜା କରୁଛନ୍ତି । ଭଗବାନ ରାଜଯୋଗ ଶିଖାଇଥିଲେ, କୃଷ୍ଣ
ରାଜପଦ ପାଇଥିଲେ, ପୁଣି ହରାଇଛନ୍ତି, ପୁଣି ତାଙ୍କୁ ହିଁ ଏହି ରାଜତ୍ୱ ପାଇବାକୁ ହେବ । ଚିତ୍ର
ଦ୍ୱାରା ବହୁତ ଭଲ ଭାବରେ ବୁଝାଯାଇ ପାରିବ । ବାବାଙ୍କର କର୍ତ୍ତବ୍ୟ ତ’ ରହିଛି ନା । ଗୀତାରେ
ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇ ଥିବାରୁ ଭାରତ କଉଡିତୁଲ୍ୟ ହୋଇଯାଇଛି । ଶିବବାବାଙ୍କୁ ଜାଣିବା
ଦ୍ୱାରା ଭାରତ ହୀରାତୁଲ୍ୟ ହୋଇଯାଉଛି । କିନ୍ତୁ ବୁଦ୍ଧିରେ ରହିବା ଦରକାର ଯେ, ଇଏ ଆମର ପିତା
ଅଟନ୍ତି, ବାବା ହିଁ ପ୍ରଥମେ ସ୍ୱର୍ଗ ଦୁନିଆ ରଚନା କରିଥିଲେ । ଏବେ ତ ଦୁନିଆ ପୁରୁଣା ହୋଇଯାଇଛି
। ଗୀତାରେ ହିଁ ରାଜଯୋଗର କଥା ରହିଛି । ବିଦେଶୀମାନେ ମଧ୍ୟ ରାଜଯୋଗ ଶିଖିବାକୁ ଚାହୁଁଛନ୍ତି ।
ଏମାନେ ଗୀତାରୁ ହିଁ ଶିଖିଛନ୍ତି । ବର୍ତ୍ତମାନ ତୁମେମାନେ ଜାଣିଗଲଣି ତେଣୁ ଅନ୍ୟମାନଙ୍କୁ ମଧ୍ୟ
ବୁଝାଇବାକୁ ଚେଷ୍ଟା କରିବାକୁ ହେବ ଯେ, ଆମର ପିତା କିଏ? ସିଏ ସର୍ବବ୍ୟାପୀ ନୁହଁନ୍ତି । ଯଦି
ସର୍ବବ୍ୟାପୀ ଅଟନ୍ତି ତେବେ ରାଜଯୋଗ କିପରି ଶିଖାଇବେ? ଏହି ଭୁଲ୍ ଉପରେ ଖୁବ୍ ଚିନ୍ତନ କରିବା
ଉଚିତ୍ । ଯେଉଁମାନେ ସେବା କରିବାରେ ତତ୍ପର ଥିବେ ସେହିମାନଙ୍କର ହିଁ ବିଚାର ଆସିବ । ଧାରଣା ମଧ୍ୟ
ସେତେବେଳେ ହେବ ଯେତେବେଳେ କି ବାବାଙ୍କର ଶ୍ରୀମତକୁ ପାଳନ କରିବେ, ଅଶରୀରୀ ହୋଇ, ମନମନାଭବ
ସ୍ଥିତିରେ ରହିବେ ଅଥବା ପିତାବ୍ରତା ହୋଇ ବାବାଙ୍କର ସୁପୁତ୍ର ସନ୍ତାନ ହେବେ ।
ବାବା ନିର୍ଦ୍ଦେଶ
ଦେଉଛନ୍ତି ଯେତେ ଦୂର ସମ୍ଭବ ଅଧିକରୁ ଅଧିକ ଯୋଗ କର । ଦେହ-ଅଭିମାନୀ ହେବା ଦ୍ୱାରା ନା ତୁମେ
ବାବାଙ୍କୁ ମନେପକାଉଛ, ନା ତୁମର ବୁଦ୍ଧି ପବିତ୍ର ହେଉଛି । କୁହାଯାଏ ବାଘୁଣୀର କ୍ଷୀର ରଖିବା ପାଇଁ
ସୁନାର ପାତ୍ର ଆବଶ୍ୟକ । ସେହିପରି ଏଠାରେ ମଧ୍ୟ ବୁଦ୍ଧି ପିତାବ୍ରତା ହେବା ଦରକାର । ଅବ୍ୟଭିଚାରୀ
ପିତାବ୍ରତା ବହୁତ କମ ଅଛନ୍ତି । ଆଉ କେହି ତ ବିଲକୁଲ୍ ଜାଣି ହିଁ ନାହାଁନ୍ତି । ଯେପରିକି ଛୋଟ
ପିଲା । ଯଦିଓ ଏଠାରେ ବସିଛନ୍ତି କିନ୍ତୁ କିଛି ବି ବୁଝୁନାହାଁନ୍ତି । ଯେପରି ପିଲାକୁ ଛୋଟ ବୟସରୁ
ବିବାହ କରାଇ ଦେଇଥା’ନ୍ତି ନା । ତାଙ୍କୁ କୋଳରେ ବସାଇ ବିବାହ କରାଯାଇଥାଏ । ଯଦି ପରସ୍ପରର ବନ୍ଧୁ
ହୋଇଥା’ନ୍ତି, ବହୁତ ସ୍ନେହ ରହିଥାଏ, ତେବେ ତୁରନ୍ତ ବିବାହ କରାଇ ଦେଇଥା’ନ୍ତି । ଏଠାରେ ମଧ୍ୟ
ତୁମେମାନେ ଛୋଟ ପିଲା ଭଳି ହୋଇଗଲ ନା । ଏଠାରେ ମଧ୍ୟ ବାବାଙ୍କ ସହିତ ର୍ନିବନ୍ଧ ହେଉଛି କିନ୍ତୁ
କିଛି ହେଲେ ବି ବୁଝୁନାହାଁନ୍ତି । ଆମେ ମମ୍ମା-ବାବାଙ୍କର ହୋଇଛୁ, ତାଙ୍କଠାରୁ ସମ୍ପତ୍ତି ନେବାକୁ
ହେବ । ଏକଥା କିଛି ବି ଜାଣୁ ନାହାଁନ୍ତି । କେତେ ଆଶ୍ଚର୍ଯ୍ୟର କଥା ଅଟେ ନା । ୫-୬ ବର୍ଷ ରହି
ମଧ୍ୟ ବାବାଙ୍କୁ ଅଥବା ସ୍ୱାମୀଙ୍କୁ ଛାଡପତ୍ର ଦେଇ ଦେଉଛନ୍ତି । ମାୟା ଏପରି ହଇରାଣ କରିଦେଇଥାଏ ।
ତେବେ ପ୍ରଥମେ ଶୁଣାଇବା
ଦରକାର - ଶିବାୟ ନମଃ । ଶିବବାବା ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ରଚୟିତା ଅଟନ୍ତି ।
ଜ୍ଞାନ ସାଗର ଶିବ ହିଁ ଅଟନ୍ତି । ତେବେ ବର୍ତ୍ତମାନ କ’ଣ କରିବା ଦରକାର? ତ୍ରିମୂର୍ତ୍ତି ଚିତ୍ର
ପାଖରେ ଯେଉଁ ଖାଲି ସ୍ଥାନ ଅଛି, ସେଠାରେ ଲେଖିବା ଦରକାର ଯେ ଶିବବାବା ଏବଂ ଶ୍ରୀକୃଷ୍ଣ ଉଭୟଙ୍କର
କର୍ତ୍ତବ୍ୟ ଭିନ୍ନ । ପ୍ରଥମେ ଏହି କଥା ବୁଝାଇଲେ ହିଁ ସମସ୍ତଙ୍କର ବୁଦ୍ଧିର ତାଲା ଖୋଲିଯିବ । ଏହି
ପାଠ ଭବିଷ୍ୟତ ପାଇଁ ପଢାଯାଉଛି । ଏପରି ପାଠପଢା ଆଉ କେଉଁଠାରେ ନାହିଁ । ଶାସ୍ତ୍ରଦ୍ୱାରା ଏହି
ଅନୁଭବ ହୋଇପାରିବ ନାହିଁ । ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ଆମେ ସତ୍ୟଯୁଗ ପାଇଁ ପାଠପଢୁଛୁ ।
ସ୍କୁଲରେ ପାଠପଢା ସରିଲେ ଆମର ଫାଇନାଲ ପରୀକ୍ଷା ହେବ । ଏହାପରେ ଆମେ ଯାଇ ରାଜତ୍ୱ କରିବୁ । ଗୀତା
ଶୁଣାଉଥିବା ଆତ୍ମା ଏପରି କଥାକୁ ବୁଝାଇପାରିବେ ନାହିଁ । ତେଣୁ ପ୍ରଥମେ ବାବାଙ୍କୁ ଜାଣିବାକୁ ହେବ
। ବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ । ବାବା ହିଁ ତ୍ରିକାଳଦର୍ଶୀ ଅଟନ୍ତି, ଦୁନିଆରେ ଆଉ କେହି
ବି ମନୁଷ୍ୟ ତ୍ରିକାଳଦର୍ଶୀ ନୁହଁନ୍ତି । ବାସ୍ତବରେ ଯେଉଁମାନେ ପୂଜ୍ୟ ଥିଲେ ସେହିମାନେ ହିଁ ପୁଣି
ପୂଜାରୀ ହୋଇଛନ୍ତି । ଭକ୍ତି ମଧ୍ୟ ତୁମେମାନେ ହିଁ କରିଛ, ଆଉ କେହି ଜାଣିନାହାଁନ୍ତି । ପ୍ରଥମ
ନମ୍ବରରେ ବ୍ରହ୍ମା ଏବଂ ବ୍ରହ୍ମା ମୁଖ ବଂଶାବଳୀମାନେ ହିଁ ଭକ୍ତି କରିଛନ୍ତି । ବ୍ରହ୍ମା ବାବା
ହିଁ ନିଜେ ପୂଜ୍ୟ ହେଉଛନ୍ତି । ପ୍ରଥମ ନମ୍ବରର ପୂଜ୍ୟ ହିଁ ପ୍ରଥମ ନମ୍ବରର ପୂଜାରୀ ହେଉଛନ୍ତି,
ପୁଣି ପୂଜ୍ୟ ହେବେ । ଭକ୍ତିର ଫଳ ମଧ୍ୟ ପ୍ରଥମେ ବ୍ରହ୍ମା ବାବାଙ୍କୁ ହିଁ ମିଳିବ । ବ୍ରାହ୍ମଣ
ହିଁ ପାଠପଢି ପୁଣି ଦେବତା ହେଉଛନ୍ତି - ଏକଥା କେଉଁଠାରେ ଲେଖାଯାଇନାହିଁ । ଭୀଷ୍ମ ପିତାମହ ଆଦି ତ
ଜାଣିଛନ୍ତି ଯେ, ବାସ୍ତବରେ ଏମାନଙ୍କ ଦ୍ୱାରା ଜ୍ଞାନ ବାଣ ମାରିଲାବାଲା ଆଉ କିଏ ଅଛନ୍ତି । ଏକଥା
ନିଶ୍ଚିତ ଭାବରେ ବୁଝିଯିବେ ଯେ, କୌଣସି ଏକ ଶକ୍ତି ରହିଛି । ବର୍ତ୍ତମାନ ମଧ୍ୟ କହୁଛନ୍ତି କୌଣସି
ଶକ୍ତି ଏମାନଙ୍କୁ ଶିଖାଉଛନ୍ତି ।
ବାବା ଦେଖୁଛନ୍ତି ଏମାନେ
ସମସ୍ତେ ମୋର ସନ୍ତାନ ଅଟନ୍ତି । ବାବା ତ ଏହି ଆଖି ଦ୍ୱାରା ହିଁ ଦେଖିବେ ନା । ଯେପରି ଶ୍ରାଦ୍ଧ
ଖୁଆଇବା ସମୟରେ ଆତ୍ମା ଆସି ଦେଖିଥାଏ ଯେ ଇଏ ଅମୁକ ଅଟେ । ଖାଇବା ସମୟରେ ଆଖି ଆଦି, ଖାଉଥିବା
ଆତ୍ମା ଭଳି ହୋଇଯିବ । ଏମାନେ ଅସ୍ଥାୟୀ ଭାବେ ଶରୀରର ଆଧାର ନେଇଥା’ନ୍ତି । ଏସବୁ କଥା ଭାରତରେ
ହିଁ ହୋଇଥାଏ । ପ୍ରାଚୀନ ଭାରତରେ ପ୍ରଥମେ-ପ୍ରଥମେ ରାଧା-କୃଷ୍ଣ ଥିଲେ ଏମାନଙ୍କ ଜନ୍ମ ଦାତାଙ୍କୁ
ଉଚ୍ଚ ବୋଲି ଗଣନା କରାଯିବ ନାହିଁ । ସେମାନଙ୍କ ମାତାପିତା ତ କମ୍ ନମ୍ବର ରଖି ପାସ୍ ହୋଇଛନ୍ତି ନା
। ଶ୍ରୀକୃଷ୍ଣଙ୍କଠାରୁ ହିଁ ମହିମା ଆରମ୍ଭ ହେଉଛି । ରାଧା-କୃଷ୍ଣ ଉଭୟ ନିଜ-ନିଜର ରାଜଧାନୀରେ
ରହିଥା’ନ୍ତି । ରାଧାକୃଷ୍ଣଙ୍କର ମାତା-ପିତାଙ୍କଠାରୁ ରାଧାକୃଷ୍ଣଙ୍କର ନାମ ଅଧିକ ବିଖ୍ୟାତ
ହୋଇଥାଏ । କେତେ ଆଶ୍ଚର୍ଯ୍ୟଜନକ କଥା ନା । ତେଣୁ ଆମର ଗୁପ୍ତ ଖୁସି ରହୁଛି । ବାବା କହୁଛନ୍ତି
ମୁଁ ସାଧାରଣ ଶରୀରରେ ହିଁ ଆସୁଛି । ଏତେ ମାତାମାନଙ୍କର ଦାୟିତ୍ୱ ନେବାକୁ ହେବ, ସେଥିପାଇଁ ମୁଁ
ସାଧାରଣ ଶରୀର ନେଇଛି । ବ୍ରହ୍ମାଙ୍କ ଦ୍ୱାରା ପାଳନା ହେଉଥିଲା, କାହିଁକି ନା ଏହା ମଧ୍ୟ
ଶିବବାବାଙ୍କର ଭଣ୍ଡାରା ଅଟେ । ଅବିନାଶୀ ଜ୍ଞାନ ରତ୍ନର ଭୋଳା ଭଣ୍ଡାରୀ ମଧ୍ୟ ରହିଛି ପୁଣି ପୋଷ୍ୟ
ସନ୍ତାନମାନେ ମଧ୍ୟ ଅଛନ୍ତି, ଏମାନଙ୍କର ମଧ୍ୟ ପାଳନା ହୋଇଚାଲିଛି, ଏକଥା ତ ପିଲାମାନେ ହିଁ
ଜାଣିପାରିବେ ।
ପ୍ରଥମେ ଯେତେବେଳେ
କାର୍ଯ୍ୟକ୍ରମ ଆରମ୍ଭ କରୁଛ ସେତେବେଳେ କୁହ ଶିବ ଭଗବାନୁବାଚ - ଇଏ ସମସ୍ତଙ୍କର ରଚୟିତା ଅଟନ୍ତି ।
ପୁଣି ଶ୍ରୀକୃଷ୍ଣଙ୍କୁ ଜ୍ଞାନର ସାଗର, ଈଶ୍ୱରପିତା କିପରି କୁହାଯାଇପାରିବ? ଏହି ଲେଖା ମଧ୍ୟ ଏଭଳି
ସ୍ପଷ୍ଟ ହେବା ଉଚିତ୍ ଯେ, ପଢିବା ମାତ୍ରେ ଭଲ ଭାବରେ ବୁଦ୍ଧିରେ ରହିପାରିବ । କାହାକୁ-କାହାକୁ ତ
ବୁଝିବା ପାଇଁ ଦୁଇ ତିନି ବର୍ଷ ଲାଗିଯାଏ । ଭଗବାନଙ୍କୁ ତ ଆସି ଭକ୍ତିର ଫଳ ଦେବାକୁ ହେବ ନା ।
ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ଏହି ଯଜ୍ଞ ରଚନା କରିଛନ୍ତି । ବାବା ବ୍ରାହ୍ମଣମାନଙ୍କୁ ପାଠ
ପଢାଇ, ବ୍ରାହ୍ମଣରୁ ଦେବତା କରୁଛନ୍ତି । ପୁଣି ତ ତଳକୁ ନିଶ୍ଚିତ ଖସିବାକୁ ହେବ । ଏହା ବହୁତ
ଶ୍ରେଷ୍ଠ ଜ୍ଞାନ ଅଟେ । ପ୍ରଥମେ ଏହି କଥା ପ୍ରମାଣ କରି କହିବାକୁ ହେବ ଯେ - ଶ୍ରୀକୃଷ୍ଣ ସ୍ୱର୍ଗର
ରାଜକୁମାର ଅଟନ୍ତି, ସ୍ୱର୍ଗର ରଚୟିତା ପିତା ନୁହଁନ୍ତି । ତେବେ ଏହି ସର୍ବବ୍ୟାପୀର ଜ୍ଞାନ ଦ୍ୱାରା
ବିଲକୁଲ୍ ତମଃପ୍ରଧାନ ହୋଇଯାଇଛନ୍ତି । ଯିଏ ଆମକୁ ରାଜତ୍ୱ ଦେଇଥିଲେ, ତାଙ୍କୁ ହିଁ ଭୁଲିଯାଇଛନ୍ତି
। କଳ୍ପ କଳ୍ପ ବାବା ଆମକୁ ରାଜ୍ୟ ଦେଉଛନ୍ତି ଆମେ ପୁଣି ବାବାଙ୍କୁ ଭୁଲିଯାଉଛୁ । ଏକଥା ଭାବିଲେ
ବହୁତ ଆଶ୍ଚର୍ଯ୍ୟ ଲାଗୁଛି । ତେଣୁ ତୁମେ ସାରା ଦିନ ଖୁସିରେ ନାଚିବା ଉଚିତ୍ । ବାବା ଆମକୁ
ବିଶ୍ୱର ମାଲିକ କରୁଛନ୍ତି । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅବ୍ୟଭିଚାରୀ
ପିତାବ୍ରତା ହୋଇ ରହିବାକୁ ହେବ । ଯୋଗ କରିବାର ସମୟକୁ ବଢାଇ ବୁଦ୍ଧିକୁ ପବିତ୍ର କରିବାକୁ ହେବ ।
(୨) ବାବାଙ୍କର ପରିଚୟ
ଯୁକ୍ତିଯୁକ୍ତ ଭାବରେ ଦେବାର ଉପାୟ ବାହାର କରିବାକୁ ହେବ । ବିଚାର ସାଗର ମନ୍ଥନ କରି ପରମାତ୍ମା
ନିରାକାର ବୋଲି ପ୍ରମାଣିତ କରିବାକୁ ହେବ । ନିଶ୍ଚୟବୁଦ୍ଧି ହୋଇ ସେବା କରିବାକୁ ହେବ ।
ବରଦାନ:-
ସ୍ୱ
ପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନର ନିମିତ୍ତ ହେଉଥିବା ଶ୍ରେଷ୍ଠ ସେବାଧାରୀ ହୁଅ ।
ତୁମେମାନେ ସ୍ୱର ଅର୍ଥାତ୍
ନିଜର ପରିବର୍ତ୍ତନ ଆଧାରରେ ବିଶ୍ୱକୁ ପରିବର୍ତ୍ତନ କରିବାର ଠିକା ନେଇଛ । କାରଣ ସ୍ୱ ପରିବର୍ତ୍ତନ
ହିଁ ବିଶ୍ୱ ପରିବର୍ତ୍ତନର ଆଧାର ଅଟେ । ସ୍ୱ ପରିବର୍ତ୍ତନ ବିନା କୌଣସି ବି ଆତ୍ମା ପ୍ରତି କେତେ
ବି ପ୍ରୟାସ କର, ତା’ର ପରିବର୍ତ୍ତନ ହୋଇପାରିବ ନାହିଁ କାହିଁକି ନା ଆଜିକାଲି ସମୟରେ କେବଳ ଶୁଣିବା
ଦ୍ୱାରା କେହି ପରିବର୍ତ୍ତନ ହେଉ ନାହାଁନ୍ତି କିନ୍ତୁ ଦେଖିବା ଦ୍ୱାରା ପରିବର୍ତ୍ତନ ହେଉଛନ୍ତି ।
ଏମିତିକି କେତେକ ବନ୍ଧନ ସୃଷ୍ଟି କରୁଥିବା ଆତ୍ମା ମଧ୍ୟ ଜୀବନର ପରିବର୍ତ୍ତନକୁ ଦେଖି ନିଜେ
ବଦଳିଯାଉଛନ୍ତି, ତେଣୁ ନିଜେ କରି ଦେଖାଇବା ବା ପରିବର୍ତ୍ତନ ହୋଇ ଦେଖାଇବା ହିଁ ଶ୍ରେଷ୍ଠ
ସେବାଧାରୀ ହେବା ।
ସ୍ଲୋଗାନ:-
ଯଦି ସମୟ,
ସଂକଳ୍ପ ଏବଂ ବାଣୀର ଶକ୍ତିକୁ ନଷ୍ଟ କରିବା ପରିବର୍ତ୍ତେ ଶ୍ରେଷ୍ଠ କାର୍ଯ୍ୟରେ ଲଗାଇବ ତେବେ ତୁମେ
ଶକ୍ତିଶାଳୀ ହୋଇଯିବ ।