04.12.19 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
କର୍ମ ଉପରେ ହିଁ ସବୁ
କିଛି ନିର୍ଭର କରେ ତେଣୁ, ସର୍ବଦା ଧ୍ୟାନ ରହୁ ଯେ ମାୟାର ବଶୀଭୂତ ହୋଇ ମୋ’ଦ୍ୱାରା କୌଣସି ଓଲଟା
କର୍ମ ନ ହେଉ ଯାହାର ଦଣ୍ଡ ଭୋଗ କରିବାକୁ ପଡ଼ିବ ।”
ପ୍ରଶ୍ନ:-
ବାବାଙ୍କ
ଦୃଷ୍ଟିରେ ସବୁଠାରୁ ଅଧିକ ବୁଦ୍ଧିମାନ କିଏ?
ଉତ୍ତର:-
ଯାହାଙ୍କ ଜୀବନରେ
ପବିତ୍ରତାର ଧାରଣା ରହିଛି ସେହିମାନେ ହିଁ ସବୁଠାରୁ ବୁଦ୍ଧିମାନ ଅଟନ୍ତି ଏବଂ ଯେଉଁମାନେ ପତିତ
ସେମାନେ ବୁଦ୍ଧିହୀନ ଅଟନ୍ତି । ତେଣୁ ଲକ୍ଷ୍ମୀ-ନାରାୟଣଙ୍କୁ ହିଁ ସବୁଠାରୁ ଅଧିକ ବୁଦ୍ଧିମାନ
କୁହାଯିବ । ତୁମେମାନେ ଏବେ ବୁଦ୍ଧିମାନ ହେଉଛ । ପବିତ୍ରତା ହିଁ ସବୁଠାରୁ ମୁଖ୍ୟ ଧାରଣା ଅଟେ ।
ସେଥିପାଇଁ ବାବା ସାବଧାନ କରୁଛନ୍ତି — ପିଲାମାନେ ଏହି ଆଖି ତୁମକୁ ଯେପରି ଧୋକା ନ ଦେଉ,
ସେଥିପ୍ରତି ସାବଧାନ ରୁହ । ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ । ନୂତନ ସ୍ୱର୍ଗ
ଦୁନିଆକୁ ମନେ ପକାଅ ।
ଓମ୍ ଶାନ୍ତି ।
ମିଠା-ମିଠା
ସିକିଲଧେ ଅର୍ଥାତ୍ ବହୁତ ଦିନରୁ ଅଲଗା ହୋଇ ପୁନର୍ବାର ମିଳିଥିବା ପିଲାମାନେ ଏକଥା ତ ବୁଝୁଛନ୍ତି
ଯେ ଏହି ପୁରୁଣା ଦୁନିଆରେ ଆମେ ବର୍ତ୍ତମାନ ଅଳ୍ପଦିନର ଯାତ୍ରୀ ଅଟୁ । ଦୁନିଆର ଲୋକମାନେ
ଭାବୁଛନ୍ତି ବର୍ତ୍ତମାନ ଆହୁରି ୪୦ ହଜାର ବର୍ଷ ଏଠାରେ ରହିବାକୁ ହେବ । କିନ୍ତୁ ତୁମର ତ ନିଶ୍ଚୟ
ରହିଛି ନା । ଏହି କଥାକୁ ଭୁଲିଯାଅ ନାହିଁ । ଏଠାରେ ବସି ଥିଲେ ମଧ୍ୟ ତୁମେମାନେ ଖୁସିରେ ଗଦଗଦ୍
ହେବା ଉଚିତ୍ । ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସବୁ କିଛି ବିନାଶ ହେବାକୁ ଯାଉଛି । ଆତ୍ମା
ତ ଅବିନାଶୀ ଅଟେ । ଆମେ ଆତ୍ମାମାନେ ୮୪ ଜନ୍ମ ନେଇ ସାରିଛୁ । ଏବେ ବାବା ଘରକୁ ନେଇଯିବା ପାଇଁ
ଆସିଛନ୍ତି । ପୁରୁଣା ଦୁନିଆ ଯେତେବେଳେ ସମାପ୍ତ ହେଉଛି ସେତେବେଳେ ବାବା ନୂଆ ଦୁନିଆ ଗଢ଼ିବା ପାଇଁ
ଆସୁଛନ୍ତି । ନୂଆରୁ ପୁରୁଣା, ପୁରୁଣାରୁ ନୂଆ କିପରି ହେଉଛି ଏହା ତୁମମାନଙ୍କ ବୁଦ୍ଧିରେ ଅଛି ।
ଆମେ ଅନେକ ଥର ଚକ୍ର ଲଗାଇଛୁ । ଏବେ ଚକ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି । ନୂଆ ଦୁନିଆରେ ତ ଆମେ
ଅଳ୍ପ ସଂଖ୍ୟକ ଦେବତାମାନେ ହିଁ ରହିବୁ । ସାଧାରଣ ମନୁଷ୍ୟ ରହିବେ ନାହିଁ । ବାକି କର୍ମ ଉପରେ ହିଁ
ସବୁ କିଛି ନିର୍ଭର କରୁଛି । ମନୁଷ୍ୟ ଯଦି କିଛି ଓଲଟା କର୍ମ କରିଥାନ୍ତି ତେବେ ତାହା ନିଶ୍ଚିତ
ମନକୁ ଆନ୍ଦୋଳିତ କରିଥାଏ ସେଥିପାଇଁ ବାବା ପଚାରୁଛନ୍ତି ଏହି ଜନ୍ମରେ କୌଣସି ସେଭଳି ପାପ କର୍ମ କରି
ନାହଁ ତ ? ଏହା ହେଉଛି ପତିତ ଛି-ଛି ରାବଣର ରାଜ୍ୟ । ଏହା ତ ଧୁନ୍ଦକାରୀ ଅର୍ଥାତ୍
ବିଶୃଙ୍ଖଳାପୂର୍ଣ୍ଣ ଦୁନିଆ । ଏବେ ବାବା ତୁମମାନଙ୍କୁ ବର୍ସା ଦେଉଛନ୍ତି । ଏବେ ତୁମେ ଭକ୍ତି କରୁ
ନାହଁ । ଭକ୍ତିମାର୍ଗର ଅଜ୍ଞାନ ଅନ୍ଧକାରରେ ତୁମେମାନେ ଧକ୍କା ଖାଇ ଆସିଛ । ଏବେ ତୁମମାନଙ୍କୁ
ବାବାଙ୍କ ହାତ ମିଳିଛି । ବାବାଙ୍କ ସାହାରା ବିନା ତୁମେ ବିଷୟ ବୈତରଣୀ ନଦୀରେ ଟୁବୁ ଟୁବୁ ହେଉଥିଲ
। ଅଧାକଳ୍ପ ଭକ୍ତିମାର୍ଗ ଚାଲୁଛି ପୁଣି ତୁମମାନଙ୍କୁ ଜ୍ଞାନ ମିଳିଛି ଯାହା ଦ୍ୱାରା ତୁମେ
ସତ୍ୟଯୁଗୀ ନୂଆ ଦୁନିଆକୁ ଚାଲିଯାଉଛ । ବର୍ତ୍ତମାନ ତ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ
ଯେତେବେଳେ କି ତୁମେ ପତିତ ଛି-ଛି ରୁ ଗୁଲଗୁଲ୍ ଅର୍ଥାତ୍ ପାବନ ହେଉଛ, କଣ୍ଟାରୁ ଫୁଲ ହେଉଛ । ଏପରି
କିଏ କରୁଛନ୍ତି ? ବେହଦର ବାବା । ଲୌକିକ ପିତାଙ୍କୁ ବେହଦର ବାବା ବୋଲି କୁହାଯିବ ନାହିଁ । ତୁମେ
ଏବେ ବ୍ରହ୍ମା ଏବଂ ବିଷ୍ଣୁଙ୍କର କର୍ତ୍ତବ୍ୟକୁ ମଧ୍ୟ ଜାଣିଗଲଣି । ତେଣୁ ତୁମର କେତେ ଶୁଦ୍ଧ ନିଶା
ରହିବା ଉଚିତ୍ । ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୁଳଲୋକ... ଏସବୁର ଜ୍ଞାନ ସଙ୍ଗମଯୁଗରେ ହିଁ ଥାଏ
। ବାବା ବସି ବର୍ତ୍ତମାନ ତୁମ ପିଲାମାନଙ୍କୁ ବୁଝାଉଛନ୍ତି ଯେ ପୁରୁଣା ଓ ନୂଆ ଦୁନିଆର ଏହା
ସଙ୍ଗମଯୁଗ ଅଟେ । ସମସ୍ତେ ଡାକୁଛନ୍ତି - ପତିତମାନଙ୍କୁ ପାବନ କରିବାକୁ ଆସ । ବାବାଙ୍କର ମଧ୍ୟ ଏହି
ସଙ୍ଗମଯୁଗରେ ହିଁ ପାର୍ଟ ରହିଛି ।
ବାବା କ୍ରିଏଟର, ଡାଇରେକ୍ଟର ଅଟନ୍ତି ନା । ତେବେ ନିଶ୍ଚୟ ତାଙ୍କର କୌଣସି କର୍ତ୍ତବ୍ୟ ଥିବ ନା ।
ସମସ୍ତେ ଜାଣିଛନ୍ତି ଯେ, ତାଙ୍କୁ ମନୁଷ୍ୟ ବୋଲି କୁହାଯିବ ନାହିଁ । ତାଙ୍କର ତ ନିଜର ଶରୀର ନାହିଁ
। ବାକି ସମସ୍ତଙ୍କୁ ମନୁଷ୍ୟ ଅଥବା ଦେବତା କୁହାଯିବ । ଶିବବାବାଙ୍କୁ ନା ଦେବତା, ନା ମନୁଷ୍ୟ
କୁହାଯିବ । ବାବା ତ ଅସ୍ଥାୟୀ ରୂପେ ଏହି ଶରୀର ଉଧାର ନେଇଛନ୍ତି । ବାବା କ’ଣ ଗର୍ଭରୁ ଜନ୍ମ
ନେଇଛନ୍ତି ? ବାବା ନିଜେ କହୁଛନ୍ତି — ପିଲାମାନେ, ଶରୀର ବିନା ମୁଁ ରାଜଯୋଗ କିପରି ଶିଖାଇବି!
ଯଦିଓ ମନୁଷ୍ୟମାନେ କହିଦେଉଛନ୍ତି ଯେ ମାଟି ଗୋଡ଼ି ସବୁଠାରେ ପରମାତ୍ମା ଅଛନ୍ତି କିନ୍ତୁ ଏବେ ତୁମେ
ଜାଣୁଛ ଯେ ମୁଁ କିପରି ଆସୁଛି । ଏବେ ତୁମେ ରାଜଯୋଗ ଶିଖୁଛ ଏବଂ ଏହି ରାଜଯୋଗ କୌଣସି ମନୁଷ୍ୟ
ଶିଖାଇପାରିବେ ନାହିଁ । ଦେବତାମାନେ ତ ରାଜଯୋଗ ଶିଖିପାରିବେ ନାହିଁ । ସେମାନେ ଏହି ପୁରୁଷୋତ୍ତମ
ସଙ୍ଗମଯୁଗରେ ହିଁ ରାଜଯୋଗ ଶିଖି ଦେବତା ହେଉଛନ୍ତି । ଏବେ ତୁମକୁ ଅସରନ୍ତି ଖୁସି ହେବା ଉଚିତ୍ ଯେ
ମୁଁ ଏବେ ୮୪ଜନ୍ମର ଚକ୍ର ପୁରା କରିଛି । ବାବା କଳ୍ପ-କଳ୍ପ ଆସୁଛନ୍ତି, ବାବା ସ୍ୱୟଂ କହୁଛନ୍ତି
ଏହା ତୁମର ବହୁତ ଜନ୍ମର ଶେଷ ଜନ୍ମ । ଶ୍ରୀକୃଷ୍ଣ ତ ସତ୍ୟଯୁଗର ରାଜକୁମାର ଥିଲେ ସିଏ ହିଁ ପୁଣି
୮୪ ଜନ୍ମର ଚକ୍ର ଲଗାଉଛନ୍ତି । ଶିବବାବା ତ ୮୪ ଜନ୍ମର ଚକ୍ରରେ ଆସିବେ ନାହିଁ । ଶ୍ରୀକୃଷ୍ଣଙ୍କ
ଆତ୍ମା ହିଁ ସୁନ୍ଦରରୁ ଶ୍ୟାମଳ ହେଉଛି, କିନ୍ତୁ ଏକଥା କେହି ଜାଣିନାହାଁନ୍ତି । ଏହି କଥା
ତୁମମାନଙ୍କ ଭିତରୁ ମଧ୍ୟ କ୍ରମାନୁସାରେ ଜାଣିଛନ୍ତି । ମାୟା ବହୁତ ଶକ୍ତିଶାଳୀ, କାହାକୁ ମଧ୍ୟ
ଛାଡ଼ୁ ନାହିଁ । ବାବା ସବୁ ଜାଣି ପାରୁଛନ୍ତି । ମାୟା ରୂପକ କୁମ୍ଭୀର ଏକଦମ୍ ଗ୍ରାସ କରିଦେଉଛି ।
ଏକଥା ବାବା ଭଲ ଭାବରେ ଜାଣିଛନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ ବାବା ଅନ୍ତର୍ଯ୍ୟାମୀ ଅଟନ୍ତି
। ନା । ବାବା ସମସ୍ତଙ୍କର ଚାଲି ଚଳଣିକୁ ଜାଣିଛନ୍ତି । ସବୁ ସମାଚାର ତ ଆସୁଛି ନା । ମାୟା ଏକଦମ୍
କଞ୍ଚା ପେଟକୁ ପକାଇ ଦେଉଛି (ଗିଳିଦେଉଛି) । ଏପରି ବହୁତ କଥା ତୁମମାନଙ୍କୁ ଜଣାପଡୁ ନାହିଁ ।
କିନ୍ତୁ ବାବା ତ ସବୁକିଛି ଜାଣୁଛନ୍ତି । ସେଥିପାଇଁ ମନୁଷ୍ୟ ଭାବୁଛନ୍ତି ପରମାତ୍ମା ଅନ୍ତର୍ଯ୍ୟାମୀ
ଅଟନ୍ତି । ବାବା କହୁଛନ୍ତି ମୁଁ ଅନ୍ତର୍ଯ୍ୟାମୀ ନୁହେଁ । ପ୍ରତ୍ୟେକଙ୍କର ଚଳଣିରୁ ସବୁକିଛି ଜଣା
ପଡ଼ିଥାଏ ନା । ବହୁତ ବିକାରୀ ଚଳଣିରେ ଚଳୁଛନ୍ତି । ସେଥିପାଇଁ ବାବା ବାରମ୍ବାର ପିଲାଙ୍କୁ ଖବରଦାର
କରୁଛନ୍ତି । ମାୟା ଠାରୁ ନିଜକୁ ରକ୍ଷା କରିବାକୁ ହେବ । ଯଦିଓ ବାବା ବୁଝାଉଛନ୍ତି କିନ୍ତୁ
ବୁଦ୍ଧିରେ ରହୁନାହିଁ । କାମ ମହାଶତ୍ରୁ ଅଟେ, ଜଣା ପଡୁ ନାହିଁ ଯେ ଆମେ ବିକାରଗ୍ରସ୍ତ ହୋଇଗଲୁ,
ଏପରି ମଧ୍ୟ ହେଉଛି ସେଥିପାଇଁ ବାବା କହୁଛନ୍ତି କିଛି ଭୁଲ୍ ଆଦି ହେଲେ ସ୍ପଷ୍ଟ ଭାବେ କହିଦିଅ,
କିଛି ବି ଲୁଚାଅ ନାହିଁ । ନଚେତ୍ ଶହେଗୁଣା ପାପ ହୋଇଯିବ । ତାହା ମନକୁ ଖାଉଥିବ ଏବଂ ବୃଦ୍ଧି ହୋଇ
ଚାଲିବ । ଏକଦମ୍ ଅଧୋପତନ ହୋଇଯିବ । ପିଲାମାନଙ୍କୁ ବାବାଙ୍କ ସହିତ ବିଲକୁଲ୍ ସଚ୍ଚା ରହିବାକୁ ହେବ
। ନଚେତ୍ ବହୁତ ବହୁତ କ୍ଷତି ହୋଇଯିବ । ଏହା ତ ରାବଣର ଦୁନିଆ ଅଟେ । ଏହି ଦୁନିଆକୁ ଆମେ କାହିଁକି
ମନେ ପକାଇବା । ଆମକୁ ତ ନୂଆ ଦୁନିଆ ଯିବାର ଅଛି । ଯଦି ବାବା ନୂଆଘର ତିଆରି କରନ୍ତି ତେବେ
ପିଲାମାନେ ଭାବନ୍ତି ଯେ ଆମ ପାଇଁ ନୂଆ ଘର ତିଆରି ହେଉଛି । ମନରେ ଖୁସି ରହିଥାଏ । ତେବେ ଏହା ତ
ବେହଦର କଥା । ଆମ ପାଇଁ ନୂଆ ଦୁନିଆ ସ୍ୱର୍ଗ ତିଆରି ହେଉଛି । ଏବେ ଆମେ ନୂଆ ଦୁନିଆକୁ ଯାଉଛେ ।
ତେବେ ଯେତେ ବାବାଙ୍କୁ ମନେ ପକାଇବା ସେତେ ଫୁଲ ହୋଇଯିବା । ଆମେ ଏହି ବିକାରର ବଶୀଭୂତ ହୋଇ କଣ୍ଟା
ହୋଇଯାଇଛୁ । ତୁମେ ଜାଣିଛ — ଯେଉଁମାନେ ଆସୁନାହାନ୍ତି ସେମାନେ ମାୟାର ବଶବର୍ତ୍ତୀ ହୋଇଯାଇଛନ୍ତି
। ବାବାଙ୍କ ନିକଟରେ ହିଁ ନାହାଁନ୍ତି । ବିଶ୍ୱାସଘାତକ ହୋଇଯାଇଛନ୍ତି । ପୁରୁଣା ଶତ୍ରୁ (ରାବଣ)
ପାଖକୁ ଚାଲିଯାଇଛନ୍ତି । ଏହିପରି ଅନେକଙ୍କୁ ମାୟା ଗିଳି ଦେଉଛି । ବାବାଙ୍କର ହାତ ଛାଡି ଚାଲି
ଯାଉଛନ୍ତି । ବହୁତ ଭଲ-ଭଲ ସନ୍ତାନ ମଧ୍ୟ ଅଛନ୍ତି ଯେଉଁମାନେ କହିଛନ୍ତି ଆମେ ଏପରି କରିବୁ, ଏକଥା
କରିବୁ । ଆମେ ତ ଯଜ୍ଞ ପାଇଁ ପ୍ରାଣ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛୁ । କିନ୍ତୁ ସେମାନେ ଆଜି
ନାହାଁନ୍ତି । ତୁମର ଲଢ଼େଇ ମାୟା ସାଥିରେ ହିଁ ହେଉଛି । ଦୁନିଆରେ ଏକଥା କେହି ଜାଣି ନାହାଁନ୍ତି
ଯେ ମାୟା ସାଥିରେ କିପରି ଲଢ଼େଇ ହେଉଛି । ଶାସ୍ତ୍ରରେ ପୁଣି ଦେଖାଇଛନ୍ତି ଦେବତା ଓ ଅସୁରମାନଙ୍କ
ମଧ୍ୟରେ ଲଢ଼େଇ ହେଲା । ପୁଣି କୌରବ ଓ ପାଣ୍ଡବମାନଙ୍କର ଲଢ଼େଇ ହେଲା । ତୁମେ କାହାକୁ ବି
ପଚାରିପାରିବ ଯେ, ଏହି ଦୁଇଟି କଥା ଶାସ୍ତ୍ରରେ କିପରି ଅଛି ? ଦେବତାମାନେ ତ ଅହିଂସକ ଅଟନ୍ତି ।
ସେମାନେ ତ ସତ୍ୟଯୁଗରେ ଥା’ନ୍ତି । ସେମାନେ ପୁଣି କ’ଣ କଳିଯୁଗକୁ ଲଢ଼ିବାକୁ ଆସିବେ । କୌରବ ଓ
ପାଣ୍ଡବର ମଧ୍ୟ ଅର୍ଥ ବୁଝିନାହାଁନ୍ତି । ଶାସ୍ତ୍ରରେ ଯାହା ଲେଖାଅଛି ତାକୁ ହିଁ ପଢ଼ି ଶୁଣାଉଛନ୍ତି
। ବାବା ତ ସଂପୂର୍ଣ୍ଣ ଗୀତା ପଢ଼ିଛନ୍ତି । ଯେତେବେଳେ ଏହି ଜ୍ଞାନ ମିଳିଲା ତେବେ ବିଚାର ଚାଲିଲା
ଯେ ଗୀତାରେ ଏହି ଲଢ଼େଇ ଆଦିର କଥା କଣ ଲେଖାଯାଇଛି ? କୃଷ୍ଣ ତ ଗୀତାର ଭଗବାନ ନୁହଁନ୍ତି । ଯେହେତୁ
ବ୍ରହ୍ମାବାବାଙ୍କ ଶରୀରରେ ଶିବବାବା ବିରାଜମାନ ଥିଲେ ତେଣୁ ଭକ୍ତିମାର୍ଗର ଗୀତା ପଢିବାରୁ ମଧ୍ୟ
ନିବୃତ୍ତ କରିଦେଲେ । ଏବେ ବାବାଙ୍କ ଦ୍ୱାରା ଆମକୁ କେତେ ଜ୍ଞାନର ଆଲୋକ ମିଳୁଛି । ଆତ୍ମାକୁ ହିଁ
ଜ୍ଞାନ ଆଲୋକ ମିଳୁଛି ସେଥିପାଇଁ ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି, ବେହଦର ବାବାଙ୍କୁ
ମନେ ପକାଅ । ଭକ୍ତିରେ ମଧ୍ୟ ତୁମେମାନେ ମନେ ପକାଉଥିଲ, କହୁଥିଲ ଆପଣ ଆସିଲେ ଆମେ ସମର୍ପଣ ହୋଇଯିବୁ
। କିନ୍ତୁ ବାବା କିପରି ଆସିବେ, ତୁମେ କିପରି ସମର୍ପଣ ହେବ । ଏକଥା ଜାଣି ନଥିଲେ ।
ବର୍ତ୍ତମାନ ତୁମେମାନେ ବୁଝୁଛ ବାବା ଯେପରି ଅଟନ୍ତି ଆମେ ଆତ୍ମାମାନେ ମଧ୍ୟ ସେହିପରି ଅଟୁ ।
ବାବାଙ୍କର ଅଲୌକିକ ଜନ୍ମ ହୋଇଥାଏ । ଏବେ ତୁମକୁ କେତେ ଭଲ ଭାବରେ ପଢ଼ାଉଛନ୍ତି । ତୁମେ ନିଜେ କହୁଛ
ଇଏ ଆମର ସେହି ବାବା । ଯିଏବି କଳ୍ପ କଳ୍ପ ଆମର ବାବା ହେଉଛନ୍ତି । ଆମେ ସମସ୍ତେ ବାବା-ବାବା ବୋଲି
କହୁଛୁ । ବାବା ମଧ୍ୟ ମୋର ପିଲାମାନେ ବୋଲି କହୁଛନ୍ତି, ସିଏ ହିଁ ଶିକ୍ଷକ ରୂପରେ ରାଜଯୋଗ
ଶିଖାଉଛନ୍ତି ଏବଂ ତୁମକୁ ବିଶ୍ୱର ମାଲିକ କରୁଛନ୍ତି । ତେଣୁ ଏପରି ବାବାଙ୍କର ହୋଇ ପୁଣି ସେହି
ଶିକ୍ଷକଙ୍କଠାରୁ ଶିକ୍ଷା ମଧ୍ୟ ନେବା ଦରକାର । ଶୁଣି-ଶୁଣି ଖୁସିରେ ଗଦ୍ ଗଦ୍ ହୋଇଯିବା ଉଚିତ୍ ।
ଯଦି ବିକାରୀ ହୋଇଗଲ ତେବେ ସେହି ଖୁସି ଲାଗିବ ନାହିଁ । ତାଙ୍କୁ ଯେତେ ବି ବୁଝାଅ ସେମାନେ ପୁଣି
ଆମର ଜାତି ଭାଇ ହୋଇପାରିବେ ନାହିଁ । ଏଠାରେ ମନୁଷ୍ୟମାନଙ୍କର କେତେ ସରନେମ୍ ରହିଛି । ସେ ସବୁ
ହଦର କଥା । ତୁମର ସରନେମ୍ (ସାଙ୍ଗିଆ) ଦେଖ କେତେ ବଡ଼ । ସବୁଠାରୁ ବଡ, ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡ
ଫାଦର (ଆଦିପିତା) ବ୍ରହ୍ମା ଅଟନ୍ତି । ତାଙ୍କୁ କେହି ଜାଣି ନାହାଁନ୍ତି । ଶିବବାବାଙ୍କୁ ତ
ସର୍ବବ୍ୟାପୀ କହିଦେଉଛନ୍ତି । ବ୍ରହ୍ମାଙ୍କୁ ମଧ୍ୟ କେହି ଜାଣି ନାହାଁନ୍ତି । ଚିତ୍ର ମଧ୍ୟ ଅଛି —
ବ୍ରହ୍ମା, ବିଷ୍ଣୁ, ଶଙ୍କର, ପୁଣି ବ୍ରହ୍ମାଙ୍କୁ ସୂକ୍ଷ୍ମଲୋକ ନିବାସୀ ବୋଲି କହିଦେଉଛନ୍ତି ।
ଏମାନଙ୍କର ଜୀବନ କାହାଣୀ ବିଷୟରେ କିଛି ହେଲେ ଜାଣିନାହାଁନ୍ତି । ସୂକ୍ଷ୍ମଲୋକରେ ପୁଣି ବ୍ରହ୍ମା
କେଉଁଠାରୁ ଆସିଲେ ? ସେଠାରେ କିପରି ପୋଷ୍ୟ କରିବେ । ବାବା ବୁଝାଉଛନ୍ତି ଇଏ ମୋର ରଥ ଅଟେ ।
ଏହାଙ୍କର ବହୁତ ଜନ୍ମର ଅନ୍ତିମ ସମୟରେ ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଛି । ଏହା ପୁରୁଷୋତ୍ତମ
ସଙ୍ଗମଯୁଗ, ଗୀତାର ଅଧ୍ୟାୟ ଅଟେ । ଯେଉଁଥିରେ ପବିତ୍ରତା ମୁଖ୍ୟ ଅଟେ । ପତିତରୁ ପାବନ କିପରି ହେବେ,
ଏହା କେହି ହେଲେ ଜାଣି ନାହାଁନ୍ତି । ସାଧୁ-ସନ୍ଥମାନେ ଆଦି ଏପରି କେବେ ବି କହିବେ ନାହିଁ ଯେ ଦେହ
ସହିତ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି କେବଳ ମୋତେ ମନେପକାଅ ତେବେ ମାୟାର ବଶବର୍ତ୍ତୀ ହୋଇ କରିଥିବା
ପାପ ଭସ୍ମ ହୋଇଯିବ । ସେମାନେ ତ ବାବାଙ୍କୁ ହିଁ ଜାଣି ନାହାଁନ୍ତି । ଗୀତାରେ ବାବା କହିଛନ୍ତି ଏହି
ସାଧୁମାନଙ୍କୁ ମଧ୍ୟ ମୁଁ ହିଁ ଆସି ଉଦ୍ଧାର କରୁଛି ।
ବାବା ବୁଝାଉଛନ୍ତି ଆରମ୍ଭରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଆତ୍ମାମାନେ ଅଭିନୟ କରୁଛନ୍ତି —
ସମସ୍ତଙ୍କର ଏହା ଅନ୍ତିମ ଜନ୍ମ ଅଟେ । ଏହାଙ୍କର (ବ୍ରହ୍ମାଙ୍କର) ମଧ୍ୟ ଅନ୍ତିମ ଜନ୍ମ । ଇଏ ପୁଣି
ବ୍ରହ୍ମା ହୋଇଛନ୍ତି । ଛୋଟ ବେଳେ ଗାଁର ପିଲା ଥିଲେ । ବ୍ରହ୍ମାବାବା ଆରମ୍ଭରୁ ନେଇ ଶେଷ
ପର୍ଯ୍ୟନ୍ତ ୮୪ ଜନ୍ମ ପୂରା କରିଛନ୍ତି । ଏବେ ତୁମମାନଙ୍କର ବୁଦ୍ଧିର ତାଲା ଖୋଲିଛି । ଏବେ ତୁମେ
ବୁଦ୍ଧିବାନ ହେଉଛ, ଆଗରୁ ବୁଦ୍ଧିହୀନ ଥିଲ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ବୁଦ୍ଧିବାନ ଅଟନ୍ତି ।
ପତିତମାନଙ୍କୁ ବୁଦ୍ଧିହୀନ କୁହାଯାଏ । ମୁଖ୍ୟ ହେଲା ପବିତ୍ରତା । ଲେଖୁଛନ୍ତି ମଧ୍ୟ ମାୟା ଆମକୁ
ପତିତ କରିଦେଲା । ଆଖି କ୍ରିମିନାଲ (ବିକାରୀ) ହୋଇଗଲା । ବାବା ତ ବାରମ୍ବାର ସାବଧାନ କରୁଛନ୍ତି —
ପିଲାମାନେ ମାୟାଠାରୁ କେବେହେଲେ ହାରିଯାଅ ନାହିଁ । ଏବେ ଘରକୁ ଯିବାକୁ ହେବ । ତେଣୁ ନିଜକୁ ଆତ୍ମା
ଭାବି ବାବାଙ୍କୁ ମନେ ପକାଅ । ଏହି ପୁରୁଣା ଦୁନିଆ ସମାପ୍ତ ହେବାକୁ ଯାଉଛି । ଆମେ ପବିତ୍ର ହେଉଛୁ
ତେଣୁ ଆମକୁ ପବିତ୍ର ଦୁନିଆ ମଧ୍ୟ ଦରକାର ନା! ତେଣୁ ତୁମକୁ ପତିତରୁ ପାବନ ହେବାକୁ ହିଁ ପଡ଼ିବ ।
ବାବା ତ ଯୋଗ କରିବେ ନାହିଁ । ବାବା କ’ଣ ପତିତ ହେଉଛନ୍ତି ଯେ ଯୋଗ କରିବେ । ବାବା ତ କହୁଛନ୍ତି
ମୁଁ ତୁମମାନଙ୍କ ସେବାରେ ଉପସ୍ଥିତ ହେଉଛି । ତୁମେ ହିଁ ଦାବି କରୁଛ ଯେ ଆସି ଆମ ପତିତମାନଙ୍କୁ
ପାବନ କର । ତୁମର କଥାରେ ହିଁ ମୁଁ ଆସିଛି । ତୁମକୁ ବହୁତ ସହଜ ରାସ୍ତା ବତାଉଛି, କେବଳ ମନମନାଭବ
ରୁହ । ଭଗବାନୁବାଚ ଅଟେ ନା । କିନ୍ତୁ ଗୀତାରେ କୃଷ୍ଣଙ୍କ ନାମ ଦେବା ଦ୍ୱାରା ବାବାଙ୍କୁ ସମସ୍ତେ
ଭୁଲି ଯାଇଛନ୍ତି । ବାବା ପ୍ରଥମ, କୃଷ୍ଣ ଦ୍ୱିତୀୟ ଅଟନ୍ତି । ସେ ପରମଧାମର ମାଲିକ, ଇଏ ହେଲେ
ବୈକୁଣ୍ଠର ମାଲିକ । ସୂକ୍ଷ୍ମଲୋକରେ ତ କିଛି ବି ନାହିଁ । ସମସ୍ତଙ୍କ ଭିତରେ ନମ୍ବରୱାନ ହେଉଛନ୍ତି
କୃଷ୍ଣ, ଯାହାଙ୍କୁ ସମସ୍ତେ ସ୍ନେହ କରିଥା’ନ୍ତି । ବାକି ତ ସମସ୍ତେ ତାଙ୍କ ପଛେ-ପଛେ ଆସୁଛନ୍ତି ।
ସ୍ୱର୍ଗକୁ ତ ସମସ୍ତେ ଯାଇ ପାରିବେ ନାହିଁ ।
ତେଣୁ ମିଠା-ମିଠା ପିଲାମାନଙ୍କର ହଡ୍ଡି (ଆନ୍ତିରକ) ଖୁସି ରହିବା ଉଚିତ୍ । କେତେକ ସନ୍ତାନ
ବାବାଙ୍କ ପାଖକୁ ଆସିଛନ୍ତି ଯେଉଁମାନେ କେବେ ବି ପବିତ୍ର ରହୁନାହାଁନ୍ତି । ବାବା ବୁଝାଉଛନ୍ତି
ବିକାରଗ୍ରସ୍ତ ହୋଇ ପୁଣି ବାବାଙ୍କ ପାଖକୁ କାହିଁକି ଆସୁଛ ? କହୁଛନ୍ତି କ’ଣ କରିବୁ, ରହିପାରୁ
ନାହୁଁ । କିନ୍ତୁ ଏଠାକୁ ଆସୁଛୁ ହୁଏ ତ କେବେ ତୀର ଲାଗିଯିବ । ଆପଣଙ୍କ ବିନା ଆମର ସଦଗତି କିଏ
କରିବ ସେଥିପାଇଁ ଆସି ବସିଯାଉଛୁ । ମାୟା କେତେ ଶକ୍ତିଶାଳୀ । ନିଶ୍ଚୟ ମଧ୍ୟ ହେଉଛି — ବାବା ଆମକୁ
ପତିତରୁ ପାବନ ଫୁଲ ଭଳି କରୁଛନ୍ତି । କିନ୍ତୁ କ’ଣ କରିବି ସତ କହିବା ଦ୍ୱାରା କେବେ ସୁଧୁରିଯିବି
। ମୋର ଏହି ନିଶ୍ଚୟ ଅଛି ଯେ ଆପଣଙ୍କ ପାଖରେ ମୋତେ ସୁଧାରିବାକୁ ହେବ । ବାବାଙ୍କୁ ଏପରି
ସନ୍ତାନମାନଙ୍କ ପ୍ରତି ଦୟା ଲାଗୁଛି ପୁଣି ବି ଏହିପରି ହେବ । ଏହା କିଛି ନୂଆ ନୁହେଁ । ବାବା ତ
ପ୍ରତିଦିନ ଶ୍ରୀମତ ଦେଉଛନ୍ତି । କେହି କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି, ଏଥିରେ ବାବା କ’ଣ
କରିପାରିବେ । ବାବା କହିବେ ବୋଧହୁଏ ଏହାଙ୍କର ପାର୍ଟ ହିଁ ଏହିପରି ଅଛି । ସମସ୍ତେ ତ ରାଜା-ରାଣୀ
ହେବେ ନାହିଁ । ରାଜଧାନୀ ସ୍ଥାପନ ହେଉଛି ଏବଂ ରାଜଧାନୀରେ ସବୁ ପ୍ରକାରର ପଦ ଦରକାର । ତଥାପି
ମଧ୍ୟ ବାବା କହୁଛନ୍ତି ପିଲାମାନେ ସାହାସ ଛାଡ଼ ନାହିଁ । ତୁମେମାନେ ଆଗକୁ ଯାଇ ପାରିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ
ମୁଖ୍ୟ ସାର :—
(୧) ବାବାଙ୍କ
ସାଥିରେ ସର୍ବଦା ସଚ୍ଚା ହୋଇ ରହିବାକୁ ପଡ଼ିବ । କେବେ କୌଣସି ଭୁଲ୍ ହୋଇଗଲେ ତା’କୁ ଲୁଚାଅ ନାହିଁ
। ଏହି ଆଖି କେବେ ବି କ୍ରିମିନାଲ ଅର୍ଥାତ୍ ବିକାରୀ ନ ହେଉ - ସେଥିପ୍ରତି ଧ୍ୟାନ ଦେବାକୁ ହେବ ।
(୨) ସଦାସର୍ବଦା ଏହି ଶୁଦ୍ଧ ନିଶା ରହୁ ଯେ ବେହଦର ବାବା ଆମକୁ ପତିତ ଛି-ଛିରୁ ଗୁଲଗୁଲ୍ ଅର୍ଥାତ୍
ପବିତ୍ର ଏବଂ କଣ୍ଟାରୁ ଫୁଲ କରୁଛନ୍ତି । ଏବେ ଆମକୁ ବାବାଙ୍କର ହାତ ମିଳିଛି, ଯାହାଙ୍କ ସାହାଯ୍ୟରେ
ଆମେ ବିଷୟ ବୈତରଣୀ ନଦୀ ପାର ହୋଇଯିବୁ ।
ବରଦାନ:-
ବ୍ରାହ୍ମଣ
ଜୀବନରେ ବାବାଙ୍କ ଦ୍ୱାରା ଲାଇଟର ମୁକୁଟ ପ୍ରାପ୍ତ କରି ମହାନ ଭାଗ୍ୟବାନ ଆତ୍ମା ହୁଅ ।
ସଂଗମଯୁଗୀ ବ୍ରାହ୍ମଣ
ଜୀବନର ବିଶେଷତା ହେଲା “ପବିତ୍ରତା” ଏବଂ ପବିତ୍ରତାର ଚିହ୍ନ ହେଲା -- ଆଲୋକର ମୁକୁଟ ବା
ପ୍ରଭାମଣ୍ଡଳ ଯାହାକି ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାଙ୍କୁ ବାବାଙ୍କ ଦ୍ୱାରା ପ୍ରାପ୍ତ ହେଉଛି । ତେବେ
ପବିତ୍ରତାର ଆଲୋକର ଏହି ମୁକୁଟ ସତ୍ୟଯୁଗର ରତ୍ନ ଜଡିତ ମୁକୁଟଠାରୁ ଅତିଶ୍ରେଷ୍ଠ ଅଟେ । ମହାନ
ଆତ୍ମା, ପରମାତ୍ମ ଭାଗ୍ୟବାନ ଆତ୍ମା ଉଚ୍ଚରୁ ଉଚ୍ଚ ଆତ୍ମାମାନଙ୍କର ଏହି ମୁକୁଟ ହିଁ ପ୍ରତୀକ ଅଟେ
। ବାପଦାଦା ପ୍ରତ୍ୟେକ ସନ୍ତାନଙ୍କୁ ଜନ୍ମ ହେବା ସମୟରେ “ପବିତ୍ର ଭବ”ର ବରଦାନ ଦେଇଥା’ନ୍ତି,
ଯାହାର ସୂଚକ ହେଉଛି ଏହି ପବିତ୍ରତାର ମୁକୁଟ ।
ସ୍ଲୋଗାନ:-
ବେହଦର ବୈରାଗ୍ୟ
ବୃତ୍ତି ଦ୍ୱାରା ଇଚ୍ଛାର ବଶୀଭୂତ ହୋଇ ଦୁଃଖୀ ହେଉଥିବା ଆତ୍ମାମାନଙ୍କର ଦୁଃଖ ଦୂର କର ।