05.01.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ନିଜକୁ ଆତ୍ମା ମନେ କରି ଆତ୍ମା ଭାଇ ସହିତ କଥାବାର୍ତ୍ତା କର । ଏହିଭଳି ଆତ୍ମିକ ଦୃଷ୍ଟିକୁ ପକ୍କା କର ତେବେ ଯାଇ ବିକାର ରୂପୀ ଭୂତ ପ୍ରବେଶ କରିପାରିବ ନାହିଁ । ଯଦି କାହାଠାରେ ଭୂତ ପ୍ରବେଶ ହେବାର ଦେଖୁଛ ତେବେ ତାଠାରୁ ନିଜକୁ ଦୂରେଇ ରଖ ।

ପ୍ରଶ୍ନ:-
ବାବାଙ୍କର ହେବା ପରେ ମଧ୍ୟ ପିଲାମାନଙ୍କ ଭିତରେ ଆସ୍ତିକ ଏବଂ ନାସ୍ତିକ ଅଛନ୍ତି, ତାହା କିପରି ?

ଉତ୍ତର:-

ଆସ୍ତିକ ସେହିମାନଙ୍କୁ କୁହାଯିବ ଯେଉଁମାନେ କି ଈଶ୍ୱରୀୟ କାଇଦା ଅର୍ଥାତ୍ ନିୟମ ମର୍ଯ୍ୟାଦାକୁ ପାଳନ କରିଥାଆନ୍ତି ଏବଂ ଦେହୀ-ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କରିଥାନ୍ତି । କିନ୍ତୁ ନାସ୍ତିକ ସେହିମାନେ ଯେଉଁମାନେ କି ଈଶ୍ୱରୀୟ ନିୟମ ମର୍ଯ୍ୟାଦାର ବିରୋଧୀ ହୋଇ, ବିକାରରୂପୀ ଭୂତମାନଙ୍କର ବଶୀଭୂତ ହୋଇ ପରସ୍ପର ମଧ୍ୟରେ ଲଢେଇ ଝଗଡା କରିଥାନ୍ତି । (୨) ଆସ୍ତିକ ସନ୍ତାନମାନେ ଦେହ ସହିତ ଦେହର ସବୁ ସମ୍ବନ୍ଧଠାରୁ ବୁଦ୍ଧିଯୋଗ ତୁଟାଇ ନିଜକୁ ଭାଇ-ଭାଇ ମନେ କରନ୍ତି, କିନ୍ତୁ ନାସ୍ତିକମାନେ ଦେହ-ଅଭିମାନୀ ହୋଇ ରହିଥାନ୍ତି ।

ଓମ୍ ଶାନ୍ତି ।
ପ୍ରଥମେ ପ୍ରଥମେ ବାବା ତୁମମାନଙ୍କୁ ବୁଝାଉଛନ୍ତି ହେ ସନ୍ତାନମାନେ ବୁଦ୍ଧିରେ ସଦାସର୍ବଦା ଏହି କଥା ମନେ ରହୁ, ଯେ ଶିବବାବା ଆମର ପରମପିତା, ପରମ ଶିକ୍ଷକ ଏବଂ ପରମ ସଦଗୁରୁ ମଧ୍ୟ ଅଟନ୍ତି । ଏହି କଥା ନିଶ୍ଚିତ ଭାବରେ ପ୍ରଥମେ ବୁଦ୍ଧିରେ ଧାରଣ କରିବା ଦରକାର । ସମସ୍ତେ ନିଜେ ନିଜେ ଜାଣିପାରୁଥିବେ ଯେ ଆମ ବୁଦ୍ଧିରେ ଏହି କଥା ଅଛି ନା ନାହିଁ । ଯଦି ଏହି କଥା ସ୍ମୃତିରେ ନାହିଁ ତେବେ ନାସ୍ତିକ ବୋଲି କୁହାଯିବ । ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ତୁରନ୍ତ ଆସିଯିବା ଦରକାର ଯେ ଶିକ୍ଷକ ଆସିଛନ୍ତି । ଘରେ ରହୁଥିବା କାରଣରୁ ଏହି କଥା ଭୁଲି ହୋଇଯାଉଛି । କେହି କେହି ବହୁତ ମୁସକିଲରେ ଏଭଳି ଆତ୍ମିକ ଭାବନାରେ ରହୁଛନ୍ତି ଯେ ଆମର ପରମପିତା ପରମାତ୍ମା ଏଠାକୁ ଆସିଛନ୍ତି । ସିଏ ଶିକ୍ଷକ ମଧ୍ୟ ଏବଂ ସମସ୍ତଙ୍କର ସଦଗତି ଦାତା ସଦଗୁରୁ ମଧ୍ୟ ଅଟନ୍ତି । ଏସବୁ କଥା ସ୍ମୃତିରେ ରହିଲେ ଖୁସିର ପାରା ଚଢିବ । ନଚେତ୍ ନିଜର ଦୁଃଖ କଷ୍ଟ ଭରା ଦୁନିଆର ବିକାରି କଥା ତଥା ବିଭିନ୍ନ ପ୍ରକାରର ବିଚାର ଭିତରେ ହିଁ ସମୟ ନଷ୍ଟ ହୋଇଯିବ । ଦ୍ୱିତୀୟ କଥା ହେଲା କେହି କେହି ତୁମମାନଙ୍କୁ ପଚାରୁଛନ୍ତି ଯେ ବିନାଶ ହେବା ପାଇଁ ବାକି ଆଉ କେତେ ସମୟ ରହିଲା । ତେବେ ତୁମେ କୁହ, ଏସବୁ କଥା ପଚାରିବାର କୌଣସି ଆବଶ୍ୟକତା ହିଁ ନାହିଁ । ପ୍ରଥମ କଥା ହେଲା ଏକଥା ଆମକୁ କିଏ କହିଛନ୍ତି, ଏହି କଥା ଜାଣ । ପ୍ରଥମେ ବାବାଙ୍କର ପରିଚୟ ଦିଅ । ଯଦି ଅଭ୍ୟାସ ଥିବ ତେବେ ବୁଝାଇବେ ନଚେତ୍ ଭୁଲିଯିବ । ବାବା କେତେ କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର । ଅନ୍ୟକୁ ଆତ୍ମିକ ଦୃଷ୍ଟିରେ ଦେଖ କିନ୍ତୁ ସେହିଭଳି ଦୃଷ୍ଟି ରହୁ ନାହିଁ । ଏହି କଥା ଟଙ୍କାକରୁ ଏକଅଣା ବି ମୁସ୍କିଲ୍ ବୁଦ୍ଧିରେ ରହୁଛି । ଯେପରିକି ବୁଦ୍ଧିରେ କିଛି ବି ସ୍ମୃତି ରହୁ ନାହିଁ । ବାବା ଅଭିଶାପ ଦେଉ ନାହାଁନ୍ତି ବରଂ ବୁଝାଉଛନ୍ତି ଯେ ଏହି ଜ୍ଞାନ କେତେ ଉଚ୍ଚ । ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି । ସେଠାରେ ଗରୀବ ମଧ୍ୟ ରହିବେ ଏବଂ ସାହୁକାର ମଧ୍ୟ ରହିବେ । ସାହୁକାର ବହୁତ କମ ରହିବେ । କିନ୍ତୁ ଗରୀବ କ୍ରମାନୁସାରେ ରହିବେ । ଶେଷ ନମ୍ବର ଆତ୍ମାର ବୁଦ୍ଧିରେ କୌଣସି କଥାର ସ୍ମୃତି ରହିନଥାଏ । ତେଣୁ ଯେତେବେଳେ ପ୍ରଥମେ କାହାକୁ ବୁଝାଉଛ ତେବେ ଶିବବାବାଙ୍କର ଯେଉଁ ୩୨ଗୁଣଯୁକ୍ତ ଚିତ୍ର ତିଆରି ହୋଇଛି ସେହି ଚିତ୍ର ଉପରେ ବୁଝାଇବା ଦରକାର । ସେହି ଚିତ୍ରରେ ଲେଖା ହୋଇଛି ବାବା ହେଉଛନ୍ତି ପରମପିତା, ପରମ ଶିକ୍ଷକ ଏବଂ ପରମ ସଦଗୁରୁ ।

ଯେତେବେଳେ ନିଶ୍ଚୟ ହୋଇଯିବ ଯେ ବୁଝଇଲାବାଲା ପରମପିତା ପରମାତ୍ମା ଅଟନ୍ତି ସେତେବେଳେ ସବୁ ସଂଶୟ ଦୂର ହୋଇଯିବ । ବାବାଙ୍କ ବ୍ୟତୀତ ଏହି ସ୍ଥାପନାର କର୍ତ୍ତବ୍ୟ କେହି ବି କରିପାରିବେ ନାହିଁ । କିନ୍ତୁ ତୁମେ ଯେତେବେଳେ ବୁଝାଉଛ ଯେ ବର୍ତ୍ତମାନ ସ୍ଥାପନା ହେଉଛି ସେତେବେଳେ ସେମାନଙ୍କ ବୁଦ୍ଧିରେ ନିଶ୍ଚିତ ଭାବରେ ଆସିବା ଦରକାର, ଯେ ଏମାନଙ୍କୁ କିଏ ବୁଝାଉଛନ୍ତି । କୌଣସି ମନୁଷ୍ୟ ତ ଏଭଳି କହିପାରିବେ ନାହିଁ ଯେ ରାଜ୍ୟ ସ୍ଥାପନ ହେଉଛି । ତେଣୁ ପ୍ରଥମେ ପ୍ରଥମେ ବାବାଙ୍କ ଉପରେ ନିଶ୍ଚୟ ପକ୍କା କରାଇବା ଦରକାର । ଆମକୁ ପରମାତ୍ମା ପିତା ପଢାଉଛନ୍ତି । ଏହା କୌଣସି ମନୁଷ୍ୟର ମତ ନୁହେଁ, ଏହା ହେଉଛି ଈଶ୍ୱରୀୟ ମତ । ନୂଆ ଦୁନିଆ ତ ନିଶ୍ଚିତ ଭାବରେ ବାବାଙ୍କ ଦ୍ୱାରା ହିଁ ସ୍ଥାପନା ହେବ ନା । ପୁରୁଣା ଦୁନିଆର ବିନାଶ କରାଇବା, ଏହା ମଧ୍ୟ ବାବାଙ୍କର ହିଁ କାମ । ଏହି ନିଶ୍ଚୟ ଯେତେବେଳ ପର୍ଯ୍ୟନ୍ତ ନ ହୋଇଛି ସେତେବେଳ ପର୍ଯ୍ୟନ୍ତ ପଚାରୁଥିବେ ଯେ ଏହା କିପରି ହେଉଛି । ସେଥିପାଇଁ ପ୍ରଥମେ ପ୍ରଥମେ ଶ୍ରୀମତର କଥାକୁ ବୁଦ୍ଧିରେ ଧାରଣା କରାଇବାକୁ ପଡିବ ତେବେ ଯାଇ ଆଗକୁ ବୁଝିପାରିବେ । ନଚେତ୍ ଏହି ଶ୍ରୀମତକୁ ମଧ୍ୟ ମନୁଷ୍ୟମାନଙ୍କର ମତ ବୋଲି ଭାବି ନେଉଛନ୍ତି । ପ୍ରତ୍ୟେକ ମନୁଷ୍ୟର ମତ ଅଲଗା ଅଲଗା । ମନୁଷ୍ୟର ମତ କେବେ ବି ଏକ ହୋଇପାରିବ ନାହିଁ । ବର୍ତ୍ତମାନ କେବଳ ବାବା ହିଁ ତୁମକୁ ମତ ଦେଉଛନ୍ତି । କାଇଦା ଅନୁସାରେ ବାବାଙ୍କର ଶ୍ରୀମତରେ ଚାଳିବା ମଧ୍ୟ ବହୁତ ମୁସକିଲ୍ ଅଟେ । ବାବା କହୁଛନ୍ତି ତୁମେମାନେ ଦେହୀ-ଅଭିମାନୀ ହୋଇ ରୁହ । ବାକି ଏଭଳି ଭାବ ଯେ ମୁଁ ଆତ୍ମା ଭାଇ ସହିତ କଥାବାର୍ତ୍ତା କରୁଛି ତେବେ କେବେ ବି ଲଢେଇ ଝଗଡା ହେବ ନାହିଁ । ହେଦ-ଅଭିମାନ ଆସିଲା ଅର୍ଥାତ୍ ସିଏ ନାସ୍ତିକ । ଯଦି ଦେହୀ-ଅଭିମାନୀ ଅବସ୍ଥା ରହିଲା ତେବେ ବୁଝିଯାଅ ଯେ ମୁଁ ଆସ୍ତିକ ଅଟେ । ଦେହ-ଅଭିମାନ ବହୁତ କ୍ଷତିକାରକ ଅଟେ । ଯଦି ଟିକିଏ ହେଲେ ବି ଲଢେଇ ଝଗଡା ହେଲା ତେବେ ବୁଝିଯାଅ ଏମାନେ ନାସ୍ତିକ ଅଟନ୍ତି । ବାବାଙ୍କୁ ଜାଣି ନାହାଁନ୍ତି । କ୍ରୋଧ ରୂପି ଭୂତ ଅଛି ଅର୍ଥାତ୍ ନାସ୍ତିକ । ବାବାଙ୍କ ସନ୍ତାନମାନଙ୍କ ଭିତରେ ପୁଣି ଭୂତ କେଉଁଠୁ ଆସିବ । ଯଦି ଭୂତ ଅଛି ତେବେ ତାକୁ ଆସ୍ତିକ କୁହାଯିବ ନାହିଁ । ଯଦିଓ କେତେ ବି କହୁ ମୋର ବାବାଙ୍କ ପ୍ରତି ବହୁତ ସ୍ନେହ ଅଛି କିନ୍ତୁ ଯଦି ଈଶ୍ୱରୀୟ କାଇଦା ବିରୁଦ୍ଧରେ କଥାବାର୍ତ୍ତା କରୁଛନ୍ତି ତେବେ ସିଏ ରାବଣ ସମ୍ପ୍ରଦାୟର ବୋଲି ବୁଝିନେବା ଦରକାର । ଦେହ-ଅଭିମାନ ଅଛି । କାହା ଭିତରେ ଯଦି ବିକାରରୂପି ଭୂତକୁ ଦେଖୁଛ କିମ୍ବା ଦୃଷ୍ଟି ଖରାପ ଅନୁଭବ କରୁଛ ତେବେ ତାଙ୍କଠାରୁ ଦୂରେଇଯିବା ଦରକାର । ଭୂତ ସମ୍ମୁଖରେ ଠିଆ ହେଲେ ଭୂତର ପ୍ରବେଶ ହୋଇଯିବ । ଭୂତ ଭୂତ ମଧ୍ୟରେ ଲଢେଇ ହୋଇଯିବ । ଭୂତ ଆସିଲା ଅର୍ଥାତ୍ ସମ୍ପୂର୍ଣ୍ଣ ନାସ୍ତିକ । ଦେବତାମାନେ ତ ସର୍ବଗୁଣ ସମ୍ପନ୍ନ ହୋଇଥାନ୍ତି ନା । ଯଦି ଦେବତାଇ ଗୁଣ ନାହିଁ ତେବେ ନାସ୍ତିକ । ନାସ୍ତିକମାନଙ୍କୁ କେବେ ବି ବର୍ସା ମିଳିବ ନାହିଁ । ସେଥିପାଇଁ ଟିକିଏ ହେଲେ ବି ଅବଗୁଣ ରହିବା ଉଚିତ୍ ନୁହେଁ । ନଚେତ୍ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ପ୍ରଜା ପଦ ମିଳିବ । ସେଥିପାଇଁ ସବୁ ପ୍ରକାରର ଭୂତରୁ ଦୂରେଇ ରହିବା ଉଚିତ୍ । ଭୂତର ସମ୍ମୁଖୀନ ହେଲେ ତୁମ ଭିତରକୁ ମଧ୍ୟ ଭୂତ ଆସିଯିବ । ତେଣୁ ଭୂତର ସମ୍ମୁଖୀନ କେବେ ବି କରାଯାଏ ନାହିଁ । ସେମାନଙ୍କ ସହିତ ଅଧିକା କଥାବାର୍ତ୍ତା ମଧ୍ୟ କରିବା ଉଚିତ୍ ନୁହେଁ । ବାବା କହୁଛନ୍ତି ଏହା ହେଉଛି ଭୂତମାନଙ୍କ ଦୁନିଆ । ଯେପର୍ଯ୍ୟନ୍ତ ଭୂତ ନ ବାହାରିଛି ସେପର୍ଯ୍ୟନ୍ତ ଦଣ୍ଡ ଭୋଗ କରିବାକୁ ପଡିବ ପୁଣି ପଦ ମଧ୍ୟ ପାଇ ପାରିବ ନାହିଁ । ଯୁଦ୍ଧ ତ ଗୋଟିଏ କିନ୍ତୁ କେହି ସାହୁକାର ହେଉଛନ୍ତି କେହି ଗରୀବ । ପୂର୍ବରୁ ସାହୁକାରମାନଙ୍କର ଦୁନିଆ ଥିଲା ଏବେ ଗରୀବମାନଙ୍କର ଦୁନିଆ । ଏଠାରେ ସମସ୍ତଙ୍କ ଭିତରେ ଭୂତ ଅଛି । ତେଣୁ ଭୂତକୁ ବାହାର କରିଦେବା ଦରକାର । ବାବା ମୁରଲୀରେ ବହୁତ ବୁଝାଉଛନ୍ତି । କେତେ ପ୍ରକାରର ସ୍ୱଭାବ ରହିଛି, ନ କହିଲେ ଭଲ ।

ତେବେ ପ୍ରଦର୍ଶନୀ ଇତ୍ୟାଦିରେ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ବାବା ତ ବହୁତ ପ୍ରିୟ ଅଟନ୍ତି । ବାବା ଆମକୁ ମଧ୍ୟ ସେହିଭଳି ଦେବତା କରୁଛନ୍ତି । ଗାୟନ ମଧ୍ୟ ରହିଛି ମନୁଷ୍ୟରୁ ଦେବତା କରିବା ପାଇଁ ସମୟ ଲାଗି ନଥାଏ । ଦେବତାମାନେ ସତ୍ୟଯୁଗରେ ଥିଲେ ତେବେ ନିଶ୍ଚିତ ଭାବରେ ତାପୂର୍ବରୁ କଳିଯୁଗ ଥିଲା । ଏହି ସୃଷ୍ଟିଚକ୍ରର ଜ୍ଞାନ ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଏବେ ଅଛି ସେଠାରେ (ସତ୍ୟଯୁଗରେ) ଦେବତାମାନଙ୍କ ଠାରେ ଏହି ଜ୍ଞାନ ରହିବ ନାହିଁ । ଏବେ ତୁମେମାନେ ଏହି ଜ୍ଞାନକୁ ଜାଣିଛ ପୁଣି ଯେତେବେଳେ ଦେବତା ପଦ ମିଳିଯିବ ସେତେବେଳେ ଏହି ଜ୍ଞାନର ଆବଶ୍ୟକତା ରହିବ ହିଁ ନାହିଁ । ଇଏ ହେଉଛନ୍ତି ବେହଦର ପିତା ଯାହାଙ୍କଠାରୁ ୨୧ ଜନ୍ମ ପାଇଁ ସ୍ୱର୍ଗର ସମ୍ପତ୍ତି ମିଳିବ । ତେବେ ଏହିଭଳି ବାବାଙ୍କୁ କେତେ ମନେ ପକାଇବା ଦରକାର । ବାବା ସବୁବେଳେ ବୁଝାଉଛନ୍ତି ଯେ ଭାବିନିଅ ଶିବବାବା ହିଁ ସବୁବେଳେ ଆମକୁ ବୁଝାଉଛନ୍ତି । ଶିବବାବା ଏହି ରଥ ଦ୍ୱାରା ଆମକୁ ରାଜଯୋଗର ପାଠ ପଢାଉଛନ୍ତି । ସିଏ ଆମର ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି । ଏହା ହେଉଛି ବେହଦର ପାଠପଢା, ତୁମେମାନେ ଜାଣିଛ ପ୍ରଥମେ ଆମର ବୁଦ୍ଧି ତୁଚ୍ଛ ଥିଲା । ଏହି କଲେଜ ସମ୍ବନ୍ଧରେ କାହାକୁ ଟିକିଏ ହେଲେ ବି ଜଣା ନାହିଁ । ସେଥିପାଇଁ ଅନ୍ୟମାନଙ୍କୁ ବୁଝାଇବା ସମୟରେ ବହୁତ ଭଲ ଭାବରେ ବୁଝାଇବା ଦରକାର । ଏଠାରେ ତ କୃଷ୍ଣଙ୍କର କୌଣସି କଥା ହିଁ ନାହିଁ । ବାବା ବୁଝାଉଛନ୍ତି ଶ୍ରୀକୃଷ୍ଣଙ୍କର ଚରିତ୍ରର କାହାଣୀ ଏଠାରେ କିଛି ବି ନାହିଁ । ଏଠାରେ ତ କେବଳ ଶିବବାବାଙ୍କର କଥା କୁହାଯାଉଛି । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ରଚିତ୍ର କୁହାଯିବ ନାହିଁ । ଚରିତ୍ର କେବଳ ଏକ ଶିବବାବାଙ୍କର ଯିଏକି ମନୁଷ୍ୟରୁ ଦେବତା କରୁଛନ୍ତି । ସାରା ବିଶ୍ୱକୁ ସ୍ୱର୍ଗ କରୁଛନ୍ତି । ତୁମେମାନେ ସେହି ବାବାଙ୍କର ଶ୍ରୀମତ ଅନୁସାରେ ଚାଲୁଛ । ବାବାଙ୍କର ସହଯୋଗୀ ହୋଇଛ । ଯଦି ବାବା ନଥାଆନ୍ତେ ତେବେ ତୁମେମାନେ କିଛି ବି କରିପାରି ନଥାଆନ୍ତ । ତୁମେ ଏବେ ସମ୍ପୂର୍ଣ୍ଣ ମୂଲ୍ୟହୀନରୁ ସମ୍ପୂର୍ଣ୍ଣ ମୂଲ୍ୟବାନ ହେଉଛ । ଏବେ ପୁରୁଷାର୍ଥର କ୍ରମ ଅନୁସାରେ ତୁମେ ସବୁ କିଛି ଜାଣିଯାଇଛ । ତେବେ ପ୍ରଥମ କଥା ହେଲା ବାବାଙ୍କର ପରିଚୟ । ଶ୍ରୀକୃଷ୍ଣ ତ ଛୋଟପିଲା । ସତ୍ୟଯୁଗରେ ତାଙ୍କର ବେହଦର ରାଜତ୍ୱ ଥିଲା । ତାଙ୍କ ରାଜ୍ୟରେ ଅନ୍ୟ କୌଣସି ଧର୍ମ ନଥିଲା । ଏବେ ତ କଳିଯୁଗରେ ଅନେକ ଧର୍ମ ରହିଛି । ଏହା କେବଳ ଗୋଟିଏ ଆଦି ସନାତନ ଦେବୀ-ଦେବତା ଧର୍ମ ଯାହାର ସ୍ଥାପନା କେବେ ହୋଇଥିଲା ଏକଥା କାହାରି ବୁଦ୍ଧିରେ ନାହିଁ । ତୁମମାନଙ୍କ ବୁଦ୍ଧିରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ରହିଛି । ତେଣୁ ପ୍ରଥମେ ବାବାଙ୍କର ମହିମା ସମ୍ବନ୍ଧରେ ଭଲ ଭାବରେ ବୁଝାଇବା ଦରକାର । ଆମେ ଜାଣିଛେ ନିଶ୍ଚିତ ଭାବରେ ବାବାଙ୍କ ଦ୍ୱାରା ହିଁ ଆମକୁ ପରିଚୟ ମିଳିଛି । ବାବା କହୁଛନ୍ତି ସମସ୍ତଙ୍କର ସଦ୍ଗତିଦାତା ମଧ୍ୟ କେବଳ ମୁଁ ହିଁ ଅଟେ । ପ୍ରତିକଳ୍ପରେ ମୁଁ ହିଁ ତୁମମାନଙ୍କୁ ମତ ଦେଉଛି ଯେ, ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ ତେବେ ଆତ୍ମା ପତିତରୁ ପବିତ୍ର ହୋଇଯିବ । ଆତ୍ମ-ଅଭିମାନୀ ଭବ । ଅନ୍ୟମାନଙ୍କୁ ମଧ୍ୟ ଆତ୍ମିକ ଦୃଷ୍ଟିରେ ଦେଖିଲେ ବିକାରୀ ଭାବନା ରହିବ ନାହିଁ । ଆତ୍ମା ହିଁ ଶରୀରର ମାଧ୍ୟମ ନେଇ କର୍ମ କରୁଛି ମୁଁ ମଧ୍ୟ ଆତ୍ମା, ଇଏ ମଧ୍ୟ ଆତ୍ମା ଏହି ଅଭ୍ୟାସ ପକ୍କା କରିବାକୁ ହେବ । ତୁମେ ଜାଣିଛ ପ୍ରଥମେ ଆମେ ଶତକଡା ଶହେଭାଗ ପବିତ୍ର ଥିଲୁ, ପୁଣି ପତିତ ହୋଇଗଲୁ । ତେବେ ଆତ୍ମା ହିଁ ଡାକୁଛି ହେ ବାବା ଆସ । ତେଣୁ ଆତ୍ମାର ଅଭିମାନ ଅର୍ଥାତ୍ ଆତ୍ମିକ ସ୍ମୃତି ପକ୍କା ରହିବା ଆବଶ୍ୟକ ଅନ୍ୟ ସବୁ ସମ୍ବନ୍ଧକୁ ଭୁଲିଯିବା ଆବଶ୍ୟକ । ଆମେ ଆତ୍ମା ସ୍ୱିଟ୍ ହୋମ ଅର୍ଥାତ୍ ମିଠା ଘର ପରମଧାମର ନିବାସୀ ଅଟୁ । ଏଠାକୁ ଶରୀର ଧାରଣ କରି ଅଭିନୟ କରିବାକୁ ଆସିଛୁ । ଏକଥା ମଧ୍ୟ କେବଳ ତୁମେମାନେ ହିଁ ବୁଝିଛ । ତୁମମାନଙ୍କ ଭିତରେ ମଧ୍ୟ କ୍ରମ ଅନୁସାରେ ଏହି କଥା ମନେ ରହୁଛି । ନଚେତ୍ ସ୍ୱୟଂ ଭଗବାନ ରାଜଯୋଗର ପାଠ ପଢାଉଛନ୍ତି ତେଣୁ କେତେ ଖୁସି ରହିବା ଦରକାର । ସ୍ୱୟଂ ଭଗବାନ ଆମର ପିତା, ଶିକ୍ଷକ ଏବଂ ସଦଗୁରୁ ମଧ୍ୟ ଅଟନ୍ତି । ତୁମେ କହିବା ଉଚିତ୍ ଯେ ଆମର ଶିବବାବାଙ୍କ ବ୍ୟତୀତ ଅନ୍ୟ କାହାର ସ୍ମୃତି ନାହିଁ । ବାବା କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡି କେବଳ ମୋତେ ମନେ ପକାଅ । ତୁମେ ସମସ୍ତେ ଆତ୍ମା ଭାଇ ଭାଇ ଅଟ ଏହି କଥାକୁ କେହି ମାନୁଛନ୍ତି କେହି ମାନୁ ନାହାଁନ୍ତି । ଯେଉଁମାନେ ମାନୁ ନାହାଁନ୍ତି ତାଙ୍କୁ ନାସ୍ତିକ କୁହାଯିବ । ଆମେ ଶିବବାବାଙ୍କର ସନ୍ତାନ ତେଣୁ ପବିତ୍ର ହେବା ଉଚିତ୍ । ବାବାଙ୍କୁ ଡାକୁଛନ୍ତି ବାବା ଆସ ଆମକୁ ପବିତ୍ର ବିଶ୍ୱର ମାଲିକ କର । ସତ୍ୟଯୁଗରେ ତ ପବିତ୍ର ହେବାର କୌଣସି କଥା ହିଁ ନାହିଁ । ତାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା ହେଉଛି । ଯଦି କେହି ପଚାରନ୍ତି ଯେ ବିନାଶ କେବେ ହେବ, ତେବେ କୁହ ପ୍ରଥମେ ଅଲଫ ଅର୍ଥାତ୍ ଭଗବାନଙ୍କୁ ଜାଣ । ଯଦି ଭଗବାନଙ୍କୁ ଜାଣି ନାହଁ ତେବେ ପରବର୍ତ୍ତୀ କଥା ବୁଦ୍ଧିକୁ କିପରି ଆସିବ । ଆମେ ସତ୍ୟ ପିତାଙ୍କର ସନ୍ତାନ ସତ୍ୟ କଥା କହୁଛୁ । ଆମେ କୌଣସି ମନୁଷ୍ୟର ସନ୍ତାନ ନୁହେଁ, ଆମେ ଶିବବାବାଙ୍କର ସନ୍ତାନ । ଭଗବାନୁବାଚ, ଭଗବାନ ତାଙ୍କୁ କୁହାଯାଏ ଯିଏକି ସମସ୍ତ ଆତ୍ମା ଭାଇମାନଙ୍କର ପିତା ଅଟନ୍ତି । ମନୁଷ୍ୟ ନିଜକୁ ଭଗବାନ କହିପାରିବ ନାହିଁ । ଭଗବାନ ହେଉଛନ୍ତି ନିରାକାର । ସିଏ ହେଉଛନ୍ତି ପିତା, ଶିକ୍ଷକ ଏବଂ ସଦଗୁରୁ । କେହି ମନୁଷ୍ୟ କେବେ ବି ପିତା, ଶିକ୍ଷକ, ସଦଗୁରୁ ହୋଇପାରିବେ ନାହିଁ । କେହି ବି ମନୁଷ୍ୟ କାହାର ସଦଗତି କରିପାରିବେ ନାହିଁ । ମନୁଷ୍ୟ ଭଗବାନ ହୋଇପାରିବେ ନାହିଁ । ବାବା ହେଉଛନ୍ତି ପତିତ-ପାବନ । ସମସ୍ତଙ୍କୁ ପତିତ କରିଛି ରାବଣ । ବାକି ଏମାନେ ହେଲେ ଭକ୍ତିମାର୍ଗର ଗୁରୁ । ଏକଥା ମଧ୍ୟ ତୁମେ ଜାଣିଛ ଯେ ଯିଏ ବି ଏଠାକୁ ଆସିବେ ସିଏ ଆସ୍ତିକ ହୋଇଯିବେ । ବେହଦ ପିତାଙ୍କ ନିକଟକୁ ଆସି ନିଶ୍ଚୟ ହୋଇଯାଉଛି ଯେ ଇଏ ହେଉଛନ୍ତି ଆମର ପିତା, ଶିକ୍ଷକ ଏବଂ ଗୁରୁ । ଯେତେବେଳେ ଦୈବୀଗୁଣରେ ପୂର୍ଣ୍ଣ ହୋଇଯିବ ସେତେବେଳେ ଲଢେଇ ଲାଗିବ । ସମୟ ଅନୁସାରେ ତୁମେମାନେ ନିଜେ ବୁଝିପାରିବ ଯେ ଆମେ ଏବେ କର୍ମାତୀତ ଅବସ୍ଥା ନିକଟକୁ ପହଞ୍ଚିଯିବୁ । ଏବେ କାହାର ହେଲେ କର୍ମାତୀତ ଅବସ୍ଥା ହୋଇନାହିଁ । ଏବେ ତ ବହୁତ କାମ ବାକି ଅଛି । ଅନେକଙ୍କୁ ସନ୍ଦେଶ ଦେବାର ଅଛି । ବାବାଙ୍କଠାରୁ ସମ୍ପତ୍ତି ନେବାର ଅଧିକାର ତ ସମସ୍ତଙ୍କର ଅଛି । ଏବେ ତ ଲଢେଇ ବହୁତ ଜୋରରେ ଲାଗିବ । ପୁଣି ହସପିଟାଲ, ଡକ୍ଟର ଇତ୍ୟାଦି କିଛି ବି ରହିବ ନାହିଁ । ବାବା ପିଲାମାନଙ୍କ ସମ୍ମୁଖରେ ବସି ବୁଝାଉଛନ୍ତି ଯେ, ତୁମର ଆତ୍ମା ଶରୀର ଧାରଣ କରି ୮୪ ଜନ୍ମର ଅଭିନୟ କରୁଛି । କାହା କାହାର ୭୦-୮୦ ଜନ୍ମ ମଧ୍ୟ ହେବ । କିନ୍ତୁ ଏବେ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ । ବିନାଶ ମଧ୍ୟ ନିଶ୍ଚିତ ହେବ । ତେବେ ଅପବିତ୍ର ଆତ୍ମା ତ ସେଠାକୁ (ପରମଧାମ) ଯାଇପାରିବ ନାହିଁ । ତେଣୁ ପବିତ୍ର ହେବା ପାଇଁ ବାବାଙ୍କୁ ମନେ ପକାଇବାକୁ ହେବ, କିନ୍ତୁ ଏଥିରେ ମେହନତ୍ ଅଛି । ୨୧ ଜନ୍ମ ପାଇଁ ସ୍ୱର୍ଗବାସୀ ହେବ । ଏହା କୌଣସି କମ୍ କଥା ନୁହେଁ । ମନୁଷ୍ୟ ତ କହିଦେଉଛନ୍ତି ଅମୁକ ସ୍ୱର୍ଗବାସୀ ହେଲା । ଆରେ ସ୍ୱର୍ଗ କେଉଁଠାରେ ? କିଛି ହେଲେ ମଧ୍ୟ ବୁଝୁନାହାଁନ୍ତି । ତେବେ ତୁମମାନଙ୍କୁ ବହୁତ ଖୁସି ହେବା ଦରକାର ଯେ ଆମକୁ ସ୍ୱୟଂ ଭଗବାନ ପାଠ ପଢାଉଛନ୍ତି, ବିଶ୍ୱର ମାଲିକ କରୁଛନ୍ତି । ଖୁସି ଦୁଇ ପ୍ରକାରର ଗୋଟିଏ ହେଲା ସ୍ଥାୟୀ ଖୁସି ଏବଂ ଅନ୍ୟଟି ହେଲା ଅଳ୍ପକାଳର ଖୁସି । ଯଦି ନିଜେ ପଢିବ ନାହିଁ କିମ୍ବା ଅନ୍ୟମାନଙ୍କୁ ପଢାଇବ ନାହିଁ ତେବେ ଖୁସି କିପରି ହେବ । ତୁମମାନଙ୍କୁ ତ ସମସ୍ତ ଆସୁରୀ ଗୁଣକୁ ଦୂରେଇ ଦେବାକୁ ହେବ । ବାବା କେତେ ବୁଝାଉଛନ୍ତି, କିନ୍ତୁ ତୁମର ବହୁତ କର୍ମଭୋଗ ରହିଛି । ଯେବେ ପର୍ଯ୍ୟନ୍ତ କର୍ମଭୋଗ ରହିଛି ତାର ଲକ୍ଷଣ ହେଲା କର୍ମାତୀତ ଅବସ୍ଥା ହୋଇନାହିଁ । ଏବେ ବହୁତ ମେହନତ କରିବାକୁ ହେବ ଯେପରି କୌଣସି ମାୟାର ତୋଫାନ ନ ଆସୁ । ତୁମମାନଙ୍କୁ ଏହି ନିଶ୍ଚୟ ରହିଛି ଯେ ବାବା ଆମକୁ ଅନେକ ଥର ମନୁଷ୍ୟରୁ ଦେବତା କରିଛନ୍ତି । ଯଦି ଏକଥା ମଧ୍ୟ ବୁଦ୍ଧିରେ ରହିଲା ତେବେ ମଧ୍ୟ ଅହୋ ସୌଭାଗ୍ୟ । ଏହା ହେଉଛି ବେହଦର ବହୁତ ବଡ ସ୍କୁଲ । ତାହା ହେଉଛି ସିମୀତ ଛୋଟ ସ୍କୁଲ । ବାବାଙ୍କୁ ବହୁତ ଦୟା ଆସୁଛି, କିପରି ବୁଝାଇବି କାହା କାହା ଭିତରୁ ତ ଏବେ ପର୍ଯ୍ୟନ୍ତ ଭୂତ ବାହାରିନାହିଁ । ବାବାଙ୍କ ହୃଦୟରେ ରହିବା ପରିବର୍ତ୍ତେ ତଳକୁ ଖସିଯାଉଛନ୍ତି । କେହି କେହି କନ୍ୟାମାନେ ତ ଅନ୍ୟମାନଙ୍କର କଲ୍ୟାଣ କରିବା ପାଇଁ ଏବେ ବି ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।


ଧାରଣା ପାଇଁ ମୁଖ୍ୟ ସାର :
(୧) ଈଶ୍ୱରୀୟ ମର୍ଯ୍ୟାଦା ବିରୁଦ୍ଧ କୌଣସି କଥା କହିବାର ନାହିଁ । କାହା ଭିତରେ ଯଦି କୌଣସି ଭୂତ ପ୍ରବେଶ କରିଥିବାର ଅନୁଭବ କରୁଛ କିମ୍ବା ଦୃଷ୍ଟି ଖରାପ ହେବାର ଅନୁଭବ କରୁଛ ତେବେ ନିଜକୁ ତା ସମ୍ମୁଖରୁ ଦୁରେଇ ରଖିବା ଉଚିତ୍ ଏବଂ ତା ସହିତ ଅଧିକ କଥାବାର୍ତ୍ତା କରିବା ଉଚିତ୍ ନୁହେଁ ।

(୨) ସ୍ଥାୟୀ ଖୁସିରେ ରହିବା ପାଇଁ ପାଠପଢା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ । ଆସୁରୀ ଅବଗୁଣକୁ ବାହାର କରି ଦୈବୀଗୁଣକୁ ଧାରଣ କରିବାକୁ ହେବ, ଆସ୍ତିକ ହେବାକୁ ପଡିବ ।

ବରଦାନ:-
ପ୍ରତ୍ୟେକ ସେକେଣ୍ଡର, ପ୍ରତ୍ୟେକ ସଂକଳ୍ପର ମହତ୍ୱକୁ ଜାଣି ନିଜର ଜମା ଖାତାକୁ ଭରପୁର କରୁଥିବା ସମର୍ଥ ଆତ୍ମା ହୁଅ ।

ଏହି ସଂଗମଯୁଗରେ ଅବିନାଶୀ ବାବାଙ୍କ ଦ୍ୱାରା ସବୁ ସମୟରେ ଅବିନାଶୀ ପ୍ରାପ୍ତି ହୋଇ ଚାଲିଛି । ସାରା କଳ୍ପରେ ଏହିଭଳି ଭାଗ୍ୟ ପ୍ରାପ୍ତ କରିବାର ଏହା ହିଁ ଏକମାତ୍ର ସମୟ, ସେଥିପାଇଁ ତୁମର ସ୍ଲୋଗାନ ହେଉଛି ଏବେ ନୁହେଁ ତ କେବେ ନୁହେଁ । ତେଣୁ ଯାହାବି ଶ୍ରେଷ୍ଠ କର୍ମ କରିବାର ଅଛି ତାହା ଏବେ ହିଁ କରିବାକୁ ହେବ । ଯଦି ଏହିଭଳି ସୃତି ରହିବ ତେବେ କେବେ ବି ସମୟ, ସଂକଳ୍ପ ବା କର୍ମ ବ୍ୟର୍ଥରେ ନଷ୍ଟ ହେବ ନାହିଁ ବରଂ ସମର୍ଥ ସଂକଳ୍ପ ଦ୍ୱାରା ଜମାର ଖାତା ଭରପୁର ହୋଇଯିବ ଏବଂ ଆତ୍ମା ସମର୍ଥ ହୋଇଯିବ ।

ସ୍ଲୋଗାନ:-
ପ୍ରତ୍ୟେକ ବାଣୀ, ପ୍ରତ୍ୟେକ କର୍ମର ଅଲୌକିକତା ହିଁ ପବିତ୍ରତା ଅଟେ, ତେଣୁ ସାଧାରଣତାକୁ ଅଲୌକିକତାରେ ପରିବର୍ତ୍ତନ କରିଦିଅ ।

ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-
ଲୌକିକରେ ରହି ମଧ୍ୟ ଅଲୌକିକତାର ସ୍ମୃତି ସର୍ବଦା ରହିଥାଉ । ଲୌକିକ ଦୁନିଆରେ ଥିଲେ ମଧ୍ୟ ଆମେ ଲୋକମାନଙ୍କ ଠାରୁ ଭିନ୍ନ ଅଟୁ । ନିଜକୁ ଆତ୍ମିକ ରୂପରେ ସବୁଠାରୁ ନିଆରା ମନେ କରିବାକୁ ହେବ । କର୍ତ୍ତବ୍ୟ ଠାରୁ ନିଆରା ହୋଇଯିବା ତ ବହୁତ ସହଜ କିନ୍ତୁ ତାହା ଦ୍ୱାରା ଦୁନିଆର ପ୍ରିୟ ହୋଇପାରିବ ନାହିଁ । କିନ୍ତୁ ଯେତେବେଳେ ଦେହଠାରୁ ନିଆରା ହୋଇ ଆତ୍ମା ରୂପରେ କାର୍ଯ୍ୟ କରିବ ସେତେବେଳେ ସମସ୍ତଙ୍କୁ ପ୍ରିୟ ଲାଗିବ । ଏହାକୁ ହିଁ ଅଲୌକିକ ସ୍ଥିତି କୁହାଯିବ ।