05.01.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମ ମୁଖରୁ କେବେ ବି ହେ ଈଶ୍ୱର, ହେ ବାବା ଶବ୍ଦ ବାହାରିବା ଉଚିତ୍ ନୁହେଁ, ଏହା ତ ଭକ୍ତିମାର୍ଗର ଅଭ୍ୟାସ ।

ପ୍ରଶ୍ନ:-
ତୁମେମାନେ ଧଳା ପୋଷାକ କାହିଁକି ପସନ୍ଦ କରୁଛ? ଏହା କେଉଁ କଥାର ପ୍ରତୀକ?

ଉତ୍ତର:-
ବର୍ତ୍ତମାନ ତୁମେମାନେ ଏହି ପୁରୁଣା ଦୁନିଆରୁ ଜିଁଇ ଥାଉ ଥାଉ ମରିଯାଇଛ ସେଥିପାଇଁ ଧଳା ପୋଷାକ ପସନ୍ଦ କରୁଛ । ତୁମମାନଙ୍କର ଏହି ଧଳା ପୋଷାକ ମୃତ୍ୟୁକୁ ପ୍ରମାଣ କରୁଛି । ଯଦି କେହି ମରିଯାଏ ତେବେ ତା ଉପରେ ମଧ୍ୟ ଧଳା କପଡା ପକାଇଥାନ୍ତି, ତୁମେ ପିଲାମାନେ ମଧ୍ୟ ଏବେ ମରଜୀବା ହୋଇଛ ଅର୍ଥାତ୍ ଜୀବିତ ଥାଇ ମଧ୍ୟ ପୁରୁଣା ଦୁନିଆ ପୁରୁଣା ଜୀବନରୁ ମରିଯାଇଛ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ଆତ୍ମିକ ଅକ୍ଷର ନ କହି କେବଳ ପିତା କହିଲେ ମଧ୍ୟ ଠିକ୍ ହେବ । ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି । ସମସ୍ତେ ତ ନିଜକୁ ଭାଇ-ଭାଇ କହୁଛନ୍ତି । ତେଣୁ ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି । ସମସ୍ତଙ୍କୁ ତ ବୁଝାଉ ନଥିବେ ନା । ସମସ୍ତେ ନିଜକୁ ଭାଇ-ଭାଇ କହୁଛନ୍ତି । ଗୀତାରେ ଲେଖାଯାଇଛି - ଭଗବାନୁବାଚ । ବାସ୍ତବରେ ଭଗବାନୁବାଚ କାହା ପ୍ରତି? ସମସ୍ତେ ଭଗବାନଙ୍କର ସନ୍ତାନ । ସିଏ ହେଲେ ପିତା ତେଣୁ ଭଗବାନଙ୍କର ସନ୍ତାନ ସମସ୍ତେ ହେଲେ ଭାଇ-ଭାଇ । ଭଗବାନ ହିଁ ବୁଝାଇଥିବେ, ରାଜଯୋଗ ଶିଖାଇଥିବେ । ଏବେ ତୁମ ବୁଦ୍ଧିର ତାଲା ଖୋଲିଛି । ଦୁନିଆରେ ଆଉ କାହାର ବୁଦ୍ଧିରେ ଏଭଳି ବିଚାର ନଥିବ । ଯେଉଁମାନଙ୍କୁ ବାବାଙ୍କ ସନ୍ଦେଶ ମିଳିବ ସେମାନେ ସ୍କୁଲରେ ଆସି ପଢିବେ । ଭାବିବେ ଯେ ପ୍ରଦର୍ଶନୀ ତ ଦେଖିଲୁ, ଏବେ ଯାଇ କିଛି ଅଧିକ ଶୁଣିବୁ । ପ୍ରଥମ-ପ୍ରଥମ ମୁଖ୍ୟ କଥା ହେଉଛି ଜ୍ଞାନର ସାଗର, ପତିତ-ପାବନ ଗୀତା ଜ୍ଞାନ ଦାତା ଶିବ ଭଗବାନୁବାଚ, ପ୍ରଥମେ ସେମାନେ ଜାଣନ୍ତୁ ଯେ ଏମାନଙ୍କୁ କିଏ ଶିଖାଉଛନ୍ତି ଅଥବା ବୁଝାଉଛନ୍ତି! ସେହି ସୁପ୍ରିମ୍ ସୋଲ୍ ଜ୍ଞାନର ସାଗର ହେଉଛନ୍ତି ନିରାକାର । ସେ ତ ସତ୍ୟ ହିଁ ଅଟନ୍ତି ଏବଂ ସତ୍ୟ ହିଁ କହିବେ । ଏଥିରେ ପୁଣି ଆଉ କୌଣସି ପ୍ରଶ୍ନ ବା ସଂଶୟ ଆସିବାର ନାହିଁ । ପ୍ରଥମେ ତ ଏହା ସମ୍ବନ୍ଧରେ ବୁଝାଇବାକୁ ହେବ, ଆମକୁ ପରମପିତା ପରମାତ୍ମା ବ୍ରହ୍ମା ଦ୍ୱାରା ରାଜଯୋଗ ଶିଖାଉଛନ୍ତି । ଏହା ହେଉଛି ରାଜ ପଦ । ଯାହାଙ୍କର ନିଶ୍ଚୟ ହୋଇଯିବ ସର୍ବ ଆତ୍ମାଙ୍କର ପିତା, ପାରଲୌକିକ ବାବା ବସି ବୁଝାଉଛନ୍ତି, ସେ ହିଁ ସବୁଠାରୁ ବଡ ଅଥରିଟୀ ତେବେ ଅନ୍ୟ କୌଣସି ପ୍ରଶ୍ନ ଉତ୍ପନ୍ନ ହେବ ନାହିଁ । ସେ ହେଲେ ପତିତ-ପାବନ ତେଣୁ ସିଏ ଏଠାକୁ ନିଜ ସମୟରେ ହିଁ ଆସିବେ । ତୁମେ ଦେଖୁଛ ମଧ୍ୟ - ଏହା ସେହି ମହାଭାରତ ଲଢେଇ ଅଟେ । ବିନାଶ ପରେ ପୁଣି ନିର୍ବିକାରୀ ଦୁନିଆ ହେବ । ଏହା ବିକାରୀ ଦୁନିଆ । ଏହି ମନୁଷ୍ୟମାନେ ଜାଣିନାହାଁନ୍ତି ଯେ ଭାରତ ନିର୍ବିକାରୀ ଥିଲା । କାହାର ବୁଦ୍ଧିରେ କୌଣସି କଥା ଆସୁ ନାହିଁ । ଗଡରେଜ୍‌ର ତାଲା ଲାଗିଯାଇଛି । ତାର ଚାବି ଏକମାତ୍ର ବାବାଙ୍କ ପାଖରେ ହିଁ ଅଛି ସେଥିପାଇଁ ତାଙ୍କୁ ଜ୍ଞାନ ଦାତା, ଦିବ୍ୟ ଚକ୍ଷୁ ବିଧାତା ବୋଲି କୁହାଯାଉଛି । ବାବା ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି । ଏକଥା କାହାକୁ ହେଲେ ଜଣା ନାହିଁ ଯେ ତୁମକୁ କିଏ ପଢାଉଛନ୍ତି । ବ୍ରହ୍ମା ପଢାଉଛନ୍ତି ଭାବିନେବାରୁ ପରିହାସ କରୁଛନ୍ତି । କିଛି ନାଁ କିଛି ପରିହାସ କରି କହିଦେଉଛନ୍ତି - ସେଥିପାଇଁ ପ୍ରଥମେ-ପ୍ରଥମେ ଏହି କଥା ହିଁ ବୁଝାଅ । ଏଥିରେ ଲେଖା ମଧ୍ୟ ହୋଇଛି - ଶିବ ଭଗବାନୁବାଚ । ସେ ତ ସତ୍ୟ ହିଁ ଅଟନ୍ତି ।

ବାବା ବୁଝାଉଛନ୍ତି ଯେ ମୁଁ ପତିତ-ପାବନ ଶିବ ଅଟେ । ମୁଁ ପରମଧାମରୁ ଆସିଛି, ଏହି ଶାଳିଗ୍ରାମମାନଙ୍କୁ ପାଠ ପଢାଇବା ପାଇଁ । ବାବା ହେଉଛନ୍ତି ଜ୍ଞାନର ସାଗର । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ଏହି ଶିକ୍ଷା ଏବେ ତୁମକୁ ବେହଦର ବାବାଙ୍କଠାରୁ ମିଳୁଛି । ସେ ହିଁ ସୃଷ୍ଟିର ରଚୟିତା ଅଟନ୍ତି । ପତିତ ସୃଷ୍ଟିକୁ ପବିତ୍ର କରାଉଛନ୍ତି । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ ତେଣୁ ପ୍ରଥମେ ପ୍ରଥମେ ତାଙ୍କର ହିଁ ପରିଚୟ ଦେବାକୁ ହେବ । ସେହି ପରମପିତା ପରମାତ୍ମାଙ୍କ ସହିତ ତୁମର ସମ୍ବନ୍ଧ କଣ? ସେ ହିଁ ସତ୍ୟ ଅଟନ୍ତି । ନରରୁ ନାରାୟଣ ହେବାର ସତ୍ୟ ଜ୍ଞାନ ଦେଉଛନ୍ତି । ପିଲାମାନେ ଜାଣିଛନ୍ତି ଯେ ବାବା ସତ୍ୟ ଅଟନ୍ତି, ବାବା ହିଁ ସତ୍ୟଖଣ୍ଡ ସ୍ଥାପନା କରୁଛନ୍ତି । ତୁମେ ଏଠାକୁ ଆସୁଛ ନରରୁ ନାରାୟଣ ହେବା ପାଇଁ । ବାରିଷ୍ଟରଙ୍କ ପାଖକୁ ଗଲେ ଭାବନ୍ତି ଯେ ଆମେ ବାରିଷ୍ଟର ହେବାକୁ ଆସିଛୁ । ଏବେ ତୁମର ନିଶ୍ଚୟ ହେଉଛି ଯେ ଆମକୁ ଭଗବାନ ପଢାଉଛନ୍ତି । ଯଦି କେହି ନିଶ୍ଚୟ କରି ମଧ୍ୟ ପୁଣି ସଂଶୟ ବୁଦ୍ଧି ହୋଇଗଲେ ତେବେ ତାଙ୍କୁ ଲୋକମାନେ କହିଥାନ୍ତି, ତୁମେ ତ କହୁଥିଲ, ଭଗବାନ ପଢାଉଛନ୍ତି ପୁଣି ଭଗବାନଙ୍କୁ ଛାଡି କାହିଁକି ଆସିଛ? ସଂଶୟ ଆସିବା ଦ୍ୱାରା ହିଁ ହାତଛାଡି ଦେଇଥାଆନ୍ତି । କୌଣସି ନା କୌଣସି ବିକର୍ମ କରିଥାନ୍ତି । ଭଗବାନୁବାଚ - କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କଲେ ହିଁ ତୁମେ ଜଗତ୍‌ଜିତ୍ ହେବ । ଯିଏ ପବିତ୍ର ହେବେ ସେ ହିଁ ପବିତ୍ର ଦୁନିଆକୁ ଯିବେ । ଏଠାରେ ହିଁ ରାଜଯୋଗର କଥା ରହିଛି । ତୁମେ ସେଠାରେ ଯାଇ ରାଜତ୍ୱ କରିବ । ବାକି ଯେଉଁ ଆତ୍ମାମାନେ ଅଛନ୍ତି ସେମାନେ ନିଜର ହିସାବ-କିତାବ ଚୁକ୍ତ କରି ନିଜ ଘର ପରମଧାମକୁ ଫେରିଯିବେ । ଏହା ବିନାଶର ସମୟ ଅଟେ । ଏବେ ବୁଦ୍ଧି କହୁଛି ଯେ ସତ୍ୟଯୁଗର ସ୍ଥାପନା ନିଶ୍ଚୟ ହେବ । ସତ୍ୟଯୁଗକୁ ପବିତ୍ର ଦୁନିଆ ବୋଲି କୁହାଯାଉଛି । ବାକି ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । ସେମାନଙ୍କୁ ପୁଣି ନିଜର ଅଭିନୟ ପୁନରାବୃତ୍ତି କରିବାକୁ ପଡିବ । ତୁମେ ମଧ୍ୟ ନିଜ ପାଇଁ ପୁରୁଷାର୍ଥ କରୁଛ ପବିତ୍ର ହୋଇ ପୁଣି ପବିତ୍ର ଦୁନିଆର ମାଲିକ ହେବା ପାଇଁ । ସେଠାରେ ସମସ୍ତେ ତ ନିଜକୁ ମାଲିକ ବୋଲି ଭାବିବେ ନା । ପ୍ରଜା ମଧ୍ୟ ମାଲିକ ହେବେ । ଏବେ ପ୍ରଜା ମଧ୍ୟ କହୁଛନ୍ତି ନା - ଆମର ଭାରତ । ବିଜ୍ଞ ପୁରୁଷ, ସନ୍ନ୍ୟାସୀ ଆଦି ମଧ୍ୟ କହୁଛନ୍ତି ଆମର ଭାରତ । ତୁମେ ଜାଣିଛ ଯେ ବର୍ତ୍ତମାନ ଭାରତରେ ସମସ୍ତେ ନର୍କବାସୀ ଅଟନ୍ତି । ଏବେ ଆମେ ସ୍ୱର୍ଗବାସୀ ହେବା ପାଇଁ ଏହି ରାଜଯୋଗ ଶିଖୁଛୁ । ସମସ୍ତେ ତ ସ୍ୱର୍ଗବାସୀ ହେବେ ନାହିଁ । ଏହି ଜ୍ଞାନ ତ ଏବେ ମିଳିଲା । ସେମାନେ ଯାହା ଶୁଣାଉଛନ୍ତି ଶାସ୍ତ୍ର ହିଁ ଶୁଣାଉଛନ୍ତି । ସେମାନେ ହେଲେ ଶାସ୍ତ୍ରର ଅଧିକାରୀ । ବାବା କହୁଛନ୍ତି ଏହି ଭକ୍ତିମାର୍ଗର ବେଦଶାସ୍ତ୍ର ଆଦି ପଢିବା ଦ୍ୱାରା ସିଡି ତଳକୁ ଖସିବାରେ ଲାଗିଛନ୍ତି । ଏସବୁ ହେଉଛି ଭକ୍ତିମାର୍ଗ । ବାବା କହୁଛନ୍ତି ଯେବେ ଭକ୍ତିମାର୍ଗ ପୂରା ହେବ ତେବେ ହିଁ ମୁଁ ଆସିବି । ମୋତେ ହିଁ ଆସି ସବୁ ଭକ୍ତଙ୍କୁ ଭକ୍ତିର ଫଳ ଦେବାକୁ ହେବ । ଅଧିକାଂଶ ମନୁଷ୍ୟ ତ ଭକ୍ତ ଅଟନ୍ତି । ସମସ୍ତେ ଡାକୁଛନ୍ତି ନା - ହେ ଗଡ୍ ଫାଦର । ଭକ୍ତଙ୍କ ମୁଖରୁ ଓ ଗଡ ଫାଦର, ହେ ଭଗବାନ ନିଶ୍ଚୟ ବାହାରିବ । ବାସ୍ତବରେ ଭକ୍ତି ଏବଂ ଜ୍ଞାନ ମଧ୍ୟରେ ଫରକ ରହିଛି । ତୁମ ମୁଖରୁ କେବେ ହେ ଈଶ୍ୱର, ହେ ଭଗବାନ ଏହି ଅକ୍ଷର ବାହାରିବ ନାହିଁ । ମନୁଷ୍ୟମାନଙ୍କର ତ ଏହିଭଳି କହିବା ଅଧାକଳ୍ପର ଅଭ୍ୟାସ ରହିଛି । ତୁମେ ଜାଣିଛ ସେ ଆମର ପିତା, ତୁମେ କଣ ତାଙ୍କୁ ହେ ବାବା କହି ଡାକିବ କି ବାବାଙ୍କଠାରୁ ତ ତୁମକୁ ସମ୍ପତ୍ତି ନେବାକୁ ହେବ । ପ୍ରଥମ ତ ଏହି ନିଶ୍ଚୟ ରହିଛି ଯେ ଆମେ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ବାବା ପିଲାମାନଙ୍କୁ ସମ୍ପତ୍ତି ନେବାର ଅଧିକାରୀ କରାଉଛନ୍ତି । ଇଏ ତ ସତ୍ୟ ବାବା ଅଟନ୍ତି ନା । ବାବା ଜାଣିଛନ୍ତି - ଏମାନେ ମୋର ସନ୍ତାନ, ଯେଉଁମାନଙ୍କୁ ମୁଁ ଜ୍ଞାନ ଅମୃତ ପିଆଇ, ଜ୍ଞାନ ଚିତାରେ ବସାଇ ଘୋର ନିଦ୍ରାରୁ ଉଠାଇ ସ୍ୱର୍ଗକୁ ନେଇଯାଉଛି । ବାବା ବୁଝାଉଛନ୍ତି - ଆତ୍ମାମାନେ ପ୍ରଥମେ ଶାନ୍ତିଧାମରେ ଥାନ୍ତି ପୁଣି ସୁଖଧାମକୁ ଆସନ୍ତି । ସୁଖଧାମକୁ ନିର୍ବିକାରୀ ଦୁନିଆ ବୋଲି କୁହାଯାଉଛି । ଦେବତାମାନେ ସଂପୂର୍ଣ୍ଣ ନିର୍ବିକାରୀ ଅଟନ୍ତି ଏବଂ ତାହା ହେଉଛି ତୁମର ପ୍ରିୟ ଘର । ତୁମେ ଜାଣିଛ ଯେ ତାହା ଆମର ଘର, ଆମେ ଅଭିନେତା ସେହି ଶାନ୍ତିଧାମରୁ ଆସୁଛୁ - ଏଠାରେ ଅଭିନୟ କରିବା ପାଇଁ । ଆମେ ଆତ୍ମାମାନେ ଏଠାକାର ବାସିନ୍ଦା ନୁହେଁ । ଦୁନିଆର ନାଟକରେ ଅଭିନୟ କରୁଥିବା ଅଭିନେତାମାନେ ଏଠାକାର ବାସିନ୍ଦା ଅଟନ୍ତି । କେବଳ ଘରୁ ଆସି ଡ୍ରେସ୍ ବଦଳାଇ ଅଭିନୟ କରୁଛନ୍ତି । ତୁମେ ତ ବୁଝାଉଛ ଯେ ଆମ ଘର ଶାନ୍ତିଧାମ ଅଟେ, ପୁଣି ଆମେ ସେଠାକୁ ଫେରିଯିବୁ । ଯେବେ ସମସ୍ତ ଅଭିନେତାମାନେ ଷ୍ଟେଜକୁ ଆସିଯିବେ ତେବେ ପୁଣି ବାବା ଆସି ସମସ୍ତଙ୍କୁ ନେଇଯିବେ, ସେଥିପାଇଁ ତାଙ୍କୁ ମୁକ୍ତିଦାତା ଓ ପଥପ୍ରଦର୍ଶକ ମଧ୍ୟ କୁହାଯାଉଛି । ସେ ତ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି । ଏତେ ସବୁ ମନୁଷ୍ୟ କୁଆଡେ ଯିବେ । ବିଚାର କର - ପତିତ-ପାବନଙ୍କୁ ଡାକୁଛନ୍ତି । କଣ ପାଇଁ? ନିଜର ମୃତ୍ୟୁ ପାଇଁ, ଦୁଃଖର ଦୁନିଆରେ ରହିବାକୁ ଚାହୁଁନାହାଁନ୍ତି, ସେଥିପାଇଁ କହୁଛନ୍ତି ଘରକୁ ଚାଲ । ଏମାନେ ସବୁ ମୁକ୍ତିକୁ ହିଁ ମାନ୍ୟତା ଦେଇଥାନ୍ତି । ଭାରତର ପ୍ରାଚୀନ ରାଜଯୋଗ ମଧ୍ୟ କେତେ ପ୍ରସିଦ୍ଧ ଅଟେ । ବିଦେଶକୁ ମଧ୍ୟ ଯାଉଛନ୍ତି ପ୍ରାଚୀନ ରାଜଯୋଗ ଶିଖାଇବା ପାଇଁ । ବାସ୍ତବରେ ହଠଯୋଗୀ ତ ରାଜଯୋଗ ଜାଣି ହିଁ ନାହାଁନ୍ତି । ତାଙ୍କର ଯୋଗ ହିଁ ଭୁଲ୍ ସେଥିପାଇଁ ତୁମକୁ ଯାଇ ସଠିକ୍ ରାଜଯୋଗ ଶିଖାଇବାକୁ ହେବ । ମନୁଷ୍ୟମାନେ ସନ୍ନ୍ୟାସୀମାନଙ୍କର କୌପିନୀ ଦେଖି ତାଙ୍କୁ କେତେ ସମ୍ମାନ ଦେଇଥାନ୍ତି । ବୌଦ୍ଧ ଧର୍ମରେ ମଧ୍ୟ ସନ୍ନ୍ୟାସୀମାନଙ୍କୁ, କୌପିନୀ ପିନ୍ଧିଥିବାର ଦେଖି ସମ୍ମାନ ଦେଇଥାନ୍ତି । ବହୁତ ସମୟ ପରେ ସନ୍ନ୍ୟାସୀ ହୋଇଥାନ୍ତି । ବୌଦ୍ଧ ଧର୍ମର ଆରମ୍ଭରେ ମଧ୍ୟ କେହି ସନ୍ନ୍ୟାସୀ ହେଉନଥିଲେ । ଯେବେ ପାପ ବୃଦ୍ଧି ହୋଇଥାଏ ବୌଦ୍ଧ ଧର୍ମରେ ସନ୍ନ୍ୟାସ ଧର୍ମ ସ୍ଥାପନ ହୋଇଥାଏ । ଆରମ୍ଭରେ ତ ସେହି ଆତ୍ମାମାନେ ଉପରୁ ଆସିଥାନ୍ତି । ତାଙ୍କ ଧର୍ମର ସମସ୍ତ ଅନୁଗାମୀ ସୃଷ୍ଟିକୁ ଆସିଥାନ୍ତି । ଆରମ୍ଭରୁ ସନ୍ନ୍ୟାସ ଶିଖାଇ କଣ କରିବେ, ପରେ ହିଁ ସନ୍ନ୍ୟାସ କରାନ୍ତି । ଏହା ମଧ୍ୟ ଏହିଠାରୁ ହିଁ କପି କରୁଛନ୍ତି । ଖ୍ରୀଷ୍ଟିୟାନମାନଙ୍କ ଭିତରେ ମଧ୍ୟ ବହୁତ ଅଛନ୍ତି ଯେଉଁମାନେ କି ସନ୍ନ୍ୟାସୀମାନଙ୍କର ସମ୍ମାନ ରଖିଥାନ୍ତି । ହଠଯୋଗୀମାନେ କୌପୀନୀ ପିନ୍ଧିଥାନ୍ତି । ତୁମକୁ ତ ଘରଦ୍ୱାର ଛାଡିବାର ନାହିଁ । ନାଁ ଧଳାବସ୍ତ୍ର ପିନ୍ଧିବା କୌଣସି ବାଧ୍ୟବାଧକତା ରହିଛି କିନ୍ତୁ ଧଳା ବସ୍ତ୍ର ଭଲ । ତୁମେ ଭଟ୍ଟୀରେ ରହିଛ ତେଣୁ ଶ୍ୱେତବସ୍ତ୍ର ତୁମର ପୋଷାକ ହୋଇଯାଇଛି । ଆଜିକାଲି ଧଳା ବହୁତ ପସନ୍ଦ କରୁଛନ୍ତି । ମନୁଷ୍ୟ ମରିଗଲେ ମଧ୍ୟ ଧଳା ଚାଦର ପକାଇଥାନ୍ତି । ତୁମେ ମଧ୍ୟ ଏବେ ମରଜୀବା ହୋଇଛ ତେଣୁ ତୁମ ପାଇଁ ଧଳା ଡ୍ରେସ୍ ଭଲ ।

କାହାକୁ ବି ପ୍ରଥମେ ବାବାଙ୍କର ପରିଚୟ ଦିଅ । କୁହ ଆମର ଦୁଇଟି ପିତା ଅଛନ୍ତି ଏହି କଥାକୁ ବୁଝିବା ପାଇଁ ସମୟ ନେଉଛନ୍ତି । ପ୍ରଦର୍ଶନୀରେ ତ ଏତେ କଥା ବୁଝାଇପାରିବ ନାହିଁ । ସତ୍ୟଯୁଗରେ ଜଣେ ପିତା ରହିବେ । ବର୍ତ୍ତମାନ ତୁମର ୩ ଜଣ ପିତା ଅଛନ୍ତି କାହିଁକି ନା ଭଗବାନ ଆସୁଛନ୍ତି ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ସେ ମଧ୍ୟ ସମସ୍ତଙ୍କର ପିତା ଅଟନ୍ତି । ଲୌକିକ ପିତା ମଧ୍ୟ ଅଛନ୍ତି । ଆଚ୍ଛା ଏବେ ତିନି ପିତାଙ୍କ ମଧ୍ୟରୁ ଶ୍ରେଷ୍ଠ ସମ୍ପତ୍ତି କିଏ ହେଉଛନ୍ତି? ନିରାକାର ବାବା ସମ୍ପତ୍ତି କିପରି ଦେବେ । ସେ ପୁଣି ବ୍ରହ୍ମାଙ୍କ ଦ୍ୱାରା ଦେଉଛନ୍ତି । ଏହି ଚିତ୍ର ସମ୍ବନ୍ଧରେ ତୁମେ ବହୁତ ଭଲ ଭାବରେ ବୁଝାଇପାରିବ । ଶିବବାବା ନିରାକାର ଅଟନ୍ତି ଏବଂ ଇଏ ପ୍ରଜାପିତା ବ୍ରହ୍ମା ହେଲେ ଆଦିଦେବ, ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦିପିତା । ଶିବବାବା କହୁଛନ୍ତି ମୋତେ ତୁମେ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର କହିବ ନାହିଁ । ମୁଁ ସମସ୍ତଙ୍କର ପିତା ଅଟେ । ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା । ତୁମେ ସମସ୍ତେ ହୋଇଗଲ ଭାଇ-ଭଉଣୀ । ସ୍ତ୍ରୀ ପୁରୁଷ ହେଲେ ମଧ୍ୟ ବୁଦ୍ଧି ଦ୍ୱାରା ଜାଣୁଛ ଆମେ ହେଲୁ ଭାଇ-ଭଉଣୀ । ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ଭାଇ-ଭଉଣୀ ପରସ୍ପର ମଧ୍ୟରେ ବିକାରୀ କର୍ମ କରିପାରିବେ ନାହିଁ । ଯଦି ଉଭୟଙ୍କୁ ପରସ୍ପରର ବିକାରୀ ଦୃଷ୍ଟି ଆକର୍ଷଣ କରେ ତେବେ ସ୍ଥିତି ବିଗିଡିଯାଏ । ବାବାଙ୍କୁ ଭୁଲିଯାଆନ୍ତି । ବାବା କହୁଛନ୍ତି ତୁମେ ମୋର ସନ୍ତାନ ହୋଇ ପୁଣି ମୁହଁ କଳା କରୁଛ । ବେହଦର ବାବା ସନ୍ତାନମାନଙ୍କୁ ବସି ବୁଝାଉଛନ୍ତି । ତୁମର ଏହି ନିଶା ରହିଛି । ଜାଣିଛ ଯେ ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ପଡିବ । ଲୌକିକ ସମ୍ବନ୍ଧୀମାନଙ୍କ ସହିତ ମଧ୍ୟ ସମ୍ପର୍କ ରଖିବାକୁ ହେବ । ଲୌକିକ ପିତାଙ୍କୁ ତ ତୁମେ ବାପା କହିବ ନା । ତାଙ୍କୁ ତ ତୁମେ ଭାଇ ବୋଲି କହିପାରିବ ନାହିଁ । ସାଧାରଣ ରୂପେ ପିତାଙ୍କୁ ପିତା ବୋଲି ହିଁ କହିବ । ବୁଦ୍ଧିରେ ଥାଏ ଇଏ ମୋର ଲୌକିକ ପିତା ଅଟନ୍ତି । ଜ୍ଞାନ ତ ଅଛି ନା । ଏହି ଜ୍ଞାନ ବହୁତ ବିଚିତ୍ର ଅଟେ । ଆଜିକାଲି ହୁଏତ ନାମ ଧରି ଡାକିଦେଉଛନ୍ତି କିନ୍ତୁ କୌଣସି ନୂଆ ଆଗନ୍ତୁକ ଆଦି ବାହାର ଲୋକଙ୍କ ସମ୍ମୁଖରେ ଯଦି ଭାଇ ବୋଲି କହିଦେବ ତେବେ ସିଏ ଭାବିବେ ୟାଙ୍କର ମୁଣ୍ଡ ଖରାପ ହୋଇଯାଇଛି । ସେଥିପାଇଁ ବହୁତ କାଇଦାରେ ଚଳିବା ଆବଶ୍ୟକ । ତୁମର ଗୁପ୍ତ ଜ୍ଞାନ, ଗୁପ୍ତ ସମ୍ବନ୍ଧ ଅଟେ । ଏଥିରେ ବହୁତ ଯୁକ୍ତିରେ ଚାଲିବାକୁ ହେବ । କିନ୍ତୁ ପରସ୍ପରକୁ ସମ୍ମାନ ଦେବା ଭଲ । ଲୌକିକ ସହିତ ମଧ୍ୟ ସର୍ମ୍ପକ ରଖିବାକୁ ହେବ । ବୁଦ୍ଧି ବାବାଙ୍କ ସହ ଲାଗି ରହିବା ଉଚିତ୍ । ମୁଁ ବାବାଙ୍କଠାରୁ ସମ୍ପତ୍ତି ନେଉଛି, ବାକି ଚାଚାଙ୍କୁ ଚାଚା, ବାପାଙ୍କୁ ବାପା ବୋଲି କହିବାକୁ ପଡିବ । ଯେଉଁମାନେ ବି.କେ. ହୋଇ ନାହାଁନ୍ତି ତେବେ ସେମାନେ ଭାଇ-ଭଉଣୀର ଅର୍ଥ ବୁଝିବେ ନାହିଁ । ଯେଉଁମାନେ ବ୍ରହ୍ମାକୁମାର-କୁମାରୀ ହୋଇଛନ୍ତି ସେଇମାନେ ହିଁ ଏହି କଥାକୁ ବୁଝିବେ । ବାହାର ଲୋକେ ତ ପ୍ରଥମେ ଶୁଣି ଆଶ୍ଚର୍ଯ୍ୟ ହେବେ । ଏସବୁ କଥା ବୁଝିବା ନିମନ୍ତେ ବହୁତ ବିଶାଳ ବୁଦ୍ଧି ଦରକାର । ବାବା ତୁମମାନଙ୍କୁ ବିଶାଳ ବୁଦ୍ଧି କରାଉଛନ୍ତି । ତୁମେ ପୂର୍ବରୁ ସୀମିତ ବୁଦ୍ଧି ସମ୍ପନ୍ନ ଥିଲ । ଏବେ ବୁଦ୍ଧି ବିଶାଳ ହୋଇଯାଇଛି । ଆମର ସେ ହେଲେ ବେହଦର ପିତା । ଏମାନେ ସମସ୍ତେ ଆମର ଭାଇ-ଭଉଣୀ ଅଟନ୍ତି । ବାକି ସମ୍ବନ୍ଧରେ ତ ବୋହୁକୁ ବୋହୁ, ଶାଶୁକୁ ଶାଶୁ ହିଁ କୁହାଯିବ, ଆଉ କଣ ଭଉଣୀ ବୋଲି କହିବେ । ଉଭୟ ତ ବାବାଙ୍କ ଘରକୁ ଆସୁଛନ୍ତି । ଘରେ ରହି ମଧ୍ୟ ବହୁତ ଯୁକ୍ତିରେ ଚଳିବାକୁ ହେବ । ଲୋକାଚାରକୁ ମଧ୍ୟ ଦେଖିବାକୁ ପଡିବ । ନଚେତ୍ ଲୋକେ କହିବେ ଏମାନେ ସ୍ୱାମୀକୁ ଭାଇ, ଶାଶୁକୁ ଭଉଣୀ କହୁଛନ୍ତି, ଇଏ କଣ ଶିଖୁଛନ୍ତି । ଏହି ଜ୍ଞାନ କଥା ତ କେବଳ ତୁମେ ହିଁ ଜାଣିଛ ଆଉ କେହି ଜାଣିପାରିବେ ନାହିଁ । କହୁଛନ୍ତି ନା - ତୁମର ଗତି ମତି ତୁମେ ହିଁ ଜାଣ । ଏବେ ତୁମେ ତାଙ୍କର ସନ୍ତାନ ହୋଇଛ ତେଣୁ ତୁମର ଗତି ମତି ତୁମେ ହିଁ ଜାଣିଛ । ନିଜକୁ ସମ୍ଭାଳି ଚାଲିବାକୁ ହେବ । ଯେମିତି କେହି ଦ୍ୱନ୍ଦରେ ନ ପଡନ୍ତୁ । ତେଣୁ ପ୍ରଦର୍ଶନୀରେ ମଧ୍ୟ ତୁମକୁ ପ୍ରଥମେ ବୁଝାଇବାକୁ ହେବ ଯେ ଆମକୁ ଭଗବାନ ପଢାଉଛନ୍ତି । ଏବେ କୁହ ସେ କିଏ? ନିରାକାର ଶିବ ଅଥବା କୃଷ୍ଣ । ଶିବ ଜୟନ୍ତୀ ପରେ ପୁଣି ଆସେ କୃଷ୍ଣ ଜୟନ୍ତୀ କାହିଁକି ନା ବାବା ରାଜଯୋଗ ଶିଖାଇଥାନ୍ତି । ପିଲାମାନଙ୍କ ବୁଦ୍ଧିରେ ଏକଥା ଆସୁଛି ନା । ଶିବ ପରମାତ୍ମା ଏକଥା ବୁଦ୍ଧିରେ ନ ଆସିବା ପର୍ଯ୍ୟନ୍ତ, ଶିବ ଜୟନ୍ତୀ ଯଥାର୍ଥ ଭାବେ ପାଳନ କରିପାରିବ ନାହିଁ । ଶିବ ଆସି କୃଷ୍ଣପୁରୀ ସ୍ଥାପନ ନ କରିବା ପର୍ଯ୍ୟନ୍ତ କୃଷ୍ଣ ଜୟନ୍ତୀ ମଧ୍ୟ କିପରି ପାଳନ କରାଯିବ । କୃଷ୍ଣଙ୍କ ଜୟନ୍ତୀ ତ ପାଳନ କରୁଛନ୍ତି କିନ୍ତୁ କିଛି ବୁଝୁ ନାହାଁନ୍ତି । କୃଷ୍ଣ ତ ରାଜକୁମାର ଥିଲେ ତେବେ ନିଶ୍ଚୟ ସତ୍ୟଯୁଗରେ ରାଜକୁମାର ଥିବେ ନା । ସେଠାରେ ଦେବୀ-ଦେବତାମାନଙ୍କର ରାଜଧାନୀ ଥିବ । କେବଳ ଏକା କୃଷ୍ଣଙ୍କୁ ତ ବାଦଶାହୀ ମିଳିନଥିବ । ନିଶ୍ଚୟ କୃଷ୍ଣପୁରୀ ଥିବ ନା । କହୁଛନ୍ତି ମଧ୍ୟ କୃଷ୍ଣପୁରୀ ଏବଂ ଏହା କଂସପୁରୀ । କଂସପୁରୀ ବିନାଶ ହେବା ପରେ ପୁଣି କୃଷ୍ଣପୁରୀ ସ୍ଥାପନ ହେଲା ନା । ଏସବୁ ଭାରତରେ ହିଁ ହେଉଛି । ନୂଆ ଦୁନିଆରେ କଣ ଏହି କଂସ ଆଦି ରହିବେ କି । କଳିଯୁଗକୁ କଂସପୁରୀ ବୋଲି କୁହାଯାଉଛି । ଏଠାରେ ତ ଦେଖ କେତେ ମନୁଷ୍ୟ ରହିଛନ୍ତି । ସତ୍ୟଯୁଗରେ ଅଳ୍ପ ମନୁଷ୍ୟ ରହିବେ । ଦେବତାମାନେ କୌଣସି ଲଢେଇ କରିନଥିଲେ । କୃଷ୍ଣପୁରୀ କୁହ ଅଥବା ବିଷ୍ଣୁପୁରୀ କୁହ, ଦୈବୀ ସମ୍ପ୍ରଦାୟ କୁହ, ଅଥବା ଆସୁରୀ ସମ୍ପ୍ରଦାୟ କୁହ ସବୁ ଏଠାରେ ହିଁ ହେଉଛି । ନାଁ ଦେବତା ଅସୁରଙ୍କର, ନା କୌରବ ପାଣ୍ଡବମାନଙ୍କର ଲଢେଇ ହୋଇଥିଲା । ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ । ବାବା କହୁଛନ୍ତି ଏହି ୫ ବିକାର ଉପରେ ବିଜୟ ପ୍ରାପ୍ତ କଲେ ତୁମେ ଜଗତ୍‌ଜିତ୍ ହୋଇଯିବ, ଏଥିରେ ଲଢିବାର କୌଣସି କଥା ନାହିଁ । ଲଢିବାର ନାମ ନେଲେ ହିଂସା ହୋଇଯିବ । ରାବଣ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । କିନ୍ତୁ ଅହିଂସାର ସହିତ । କେବଳ ବାବାଙ୍କୁ ମନେ ପକାଇଲେ ଆମର ବିକର୍ମ ବିନାଶ ହେବ । ଲଢେଇ ଆଦିର କୌଣସି କଥା ନାହିଁ । ବାବା କହୁଛନ୍ତି ତୁମେ ତମୋପ୍ରଧାନ ହୋଇଯାଇଛ ଏବେ ତୁମକୁ ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଭାରତର ପ୍ରାଚୀନ ରାଜଯୋଗ ପ୍ରସିଦ୍ଧ ଅଟେ । ବାବା କହୁଛନ୍ତି - ମୋ ସହିତ ବୁଦ୍ଧିର ଯୋଗ ଲଗାଇଲେ ତୁମର ପାପ ଭସ୍ମ ହେବ । ବାବା ପତିତ-ପାବନ ଅଟନ୍ତି ତେଣୁ ତାଙ୍କ ସହିତ ବୁଦ୍ଧିର ଯୋଗ ଲଗାଇବାକୁ ହେବ ତେବେ ତୁମେ ପତିତରୁ ପବିତ୍ର ହୋଇଯିବ । ଏବେ ପ୍ରକୃତରେ ତୁମେ ବାବାଙ୍କ ସହିତ ଯୋଗ ଲଗାଉଛ, ଏଥିରେ ଲଢେଇର କୌଣସି କଥା ନାହିଁ । ଯିଏ ଭଲ ଭାବରେ ପଢି ବାବାଙ୍କ ସହିତ ଯୋଗ ଲଗାଇବେ ସେ ହିଁ ବାବାଙ୍କ ଠାରୁ ସମ୍ପତ୍ତି ପାଇବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଭାଇ-ଭାଇ ଦୃଷ୍ଟିର ଅଭ୍ୟାସ କରିବା ସହିତ ଲୌକିକ ସମ୍ବନ୍ଧ ଗୁଡିକ ସହିତ ମଧ୍ୟ ସମ୍ପର୍କ ରଖିବାକୁ ହେବ । ବହୁତ କାଇଦାର ସହିତ ଚାଲିବାକୁ ହେବ । ବିକାରୀ ଦୃଷ୍ଟି ଆଦୌ ରହିବା ଉଚିତ ନୁହେଁ । ବିନାଶ ସମୟରେ ସଂପୂର୍ଣ୍ଣ ପବିତ୍ର ହେବାକୁ ପଡିବ ।

(୨) ବାବାଙ୍କଠାରୁ ପୂରା ସମ୍ପତ୍ତି ନେବା ପାଇଁ ଭଲ ଭାବରେ ପାଠ ପଢିବାକୁ ହେବ ଏବଂ ପତିତ-ପାବନ ବାବାଙ୍କ ସହିତ ଯୋଗ ଲଗାଇ ପାବନ ହେବାକୁ ପଡିବ ।

ବରଦାନ:-
ଦୋଷ-ଦୁର୍ବଳତା ଗୁଡିକୁ ପୂର୍ଣ୍ଣଛେଦ ଲଗାଇ ନିଜର ସମ୍ପନ୍ନ ସ୍ୱରୂପକୁ ବିଖ୍ୟାତ କରୁଥିବା ସାକ୍ଷାତ୍କାର ମୂରତ ହୁଅ ।

ସାରା ବିଶ୍ୱ ତୁମମାନଙ୍କର କଳ୍ପ ପୂର୍ବର ସମ୍ପନ୍ନ ସ୍ୱରୂପକୁ ବା ପୂଜ୍ୟ ସ୍ୱରୂପକୁ ସ୍ମରଣ କରୁଛି ସେଥିପାଇଁ ଏବେ ନିଜର ସମ୍ପନ୍ନ ସ୍ୱରୂପକୁ ବାସ୍ତବିକ ରୂପରେ ବିଖ୍ୟାତ କର । ବିତିଯାଇଥିବା ଦୋଷ-ଦୁର୍ବଳତା ଗୁଡିକୁ ପୂର୍ଣ୍ଣଛେଦ ଲଗାଅ, ଦୃଢ ସଂକଳ୍ପ ଦ୍ୱାରା ପୁରୁଣା ସ୍ୱଭାବ-ସଂସ୍କାରକୁ ସମାପ୍ତ କର, ଅନ୍ୟମାନଙ୍କର ଦୋଷ-ଦୁର୍ବଳତାକୁ ନକଲ କର ନାହିଁ, ଅବଗୁଣକୁ ଧାରଣ କରୁଥିବା ବୁଦ୍ଧିକୁ ନଷ୍ଟ କର, ଦିବ୍ୟଗୁଣ ଧାରଣ କରୁଥିବା ସତ୍ୱପ୍ରଧାନ ବୁଦ୍ଧି ଧାରଣ କର ତେବେ ଯାଇ ସାକ୍ଷାତ୍‌କାର ମୂରତ ହୋଇପାରିବ ।

ସ୍ଲୋଗାନ:-
ନିଜର ସମସ୍ତ ଅନାଦି ଏବଂ ଆଦିଗୁଣକୁ ସ୍ମୃତିରେ ରଖି ସେଗୁଡିକୁ ସ୍ୱରୂପରେ ଆଣ ଅର୍ଥାତ୍ କାର୍ଯ୍ୟରେ କରି ଦେଖାଅ ।