05.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ଯେତେବେଳେ ଭକ୍ତମାନଙ୍କ ଉପରେ କଷଣ ପଡିଲା, ବିପଦ ଆସିଲା ସେତେବେଳେ ବାବା ଆସିଲେ ଜ୍ଞାନ ଦ୍ୱାରା
ଗତି ସଦ୍ଗତି କରିବା ପାଇଁ ।”
ପ୍ରଶ୍ନ:-
ବିକର୍ମାଜିତ୍
କେଉଁମାନେ ହେଉଛନ୍ତି? ବିକର୍ମାଜୀତ୍ ହେଲାବାଲାଙ୍କର ଲକ୍ଷଣ କ’ଣ ହୋଇଥିବ?
ଉତ୍ତର:-
ବିକର୍ମାଜିତ୍ ସେହିମାନେ ହୋଇଥାଆନ୍ତି ଯେଉଁମାନେ କର୍ମ-ଅକର୍ମ ଏବଂ ବିକର୍ମର ଗତିକୁ ଜାଣି
ଶ୍ରେଷ୍ଠ କର୍ମ କରିଥାଆନ୍ତି ।ବିକର୍ମାଜିତ୍ ହେଲାବାଲା କେବେହେଲେ କର୍ମଭୋଗ ଭୋଗି ନ ଥାଆନ୍ତି ।ସେମାନଙ୍କର
କର୍ମ ବିକର୍ମ ହୋଇ ନଥାଏ ।
ପ୍ରଶ୍ନ:-
ଏହି ସମୟରେ ବାବା
କେଉଁ ଦୁଇ ପ୍ରକାରର ସେବା କରୁଛନ୍ତି?
ଉତ୍ତର:-
ଆତ୍ମା ଏବଂ ଶରୀର ଉଭୟଙ୍କୁ ପବିତ୍ର ମଧ୍ୟ କରୁଛନ୍ତି ଏବଂ ନିଜ ସହିତ ଘରକୁ ମଧ୍ୟ ଫେରାଇ ନେଉଛନ୍ତି
। ଚରିତ୍ର (ଯାହାକି ଗାୟନ ଯୋଗ୍ୟ) ଏକମାତ୍ର ବାବାଙ୍କର ହିଁ ଅଟେ । ମନୁଷ୍ୟମାନଙ୍କର ଏଭଳି
ଚରିତ୍ର ହୋଇପାରିବ ନାହିଁ ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ଏହି ଗୀତ
ପିଲାମାନେ ଶୁଣିଲେ । ଯେଉଁମାନେ ବି ଭକ୍ତିମାର୍ଗବାଲା ଅଛନ୍ତି, ସେମାନେ ଏହିଭଳି ଗୀତ ଗାଇଥାନ୍ତି
। ସେମାନେ ଘୋର ଅନ୍ଧକାରରୁ ଆଲୋକକୁ ଯିବାକୁ ଚାହିଁଥାନ୍ତି ଏବଂ ଦୁଃଖରୁ ମୁକ୍ତ ହେବା ପାଇଁ
ଡାକିଥାନ୍ତି । ତୁମେମାନେ ତ ଶିବବଂଶୀ ବ୍ରହ୍ମାକୁମାର କୁମାରୀ ଅଟ । ଏହା ତ ବୁଝିବାର କଥା । ଏତେ
ସନ୍ତାନ ତ ଦୈହିକ ବଂଶାବଳୀର ହୋଇପାରିବେ ନାହିଁ । ନିଶ୍ଚିତ ମୁଖବଂଶାବଳୀ ହୋଇଥିବେ । କୃଷ୍ଣଙ୍କର
ତ ଏତେ ରାଣୀ ଅଥବା ପିଲା ନଥିଲେ । ଗୀତାର ଭଗବାନ ତ ରାଜଯୋଗ ଶିଖାଉଛନ୍ତି, ତେଣୁ ନିଶ୍ଚିତ ମୁଖ
ବଂଶାବଳୀ ହୋଇଥିବେ । ପ୍ରଜାପିତା ଅକ୍ଷର ତ ବହୁତ ପ୍ରସିଦ୍ଧ ଅଟେ । ବାବା ଆସି ୟାଙ୍କ ମୁଖ ଦ୍ୱାରା
ବ୍ରାହ୍ମଣ ଧର୍ମ ରଚନା କରୁଛନ୍ତି । ବାବାଙ୍କୁ ଏହି ପ୍ରଜାପିତା ନାମ ହିଁ ଶୋଭା ପାଉଛି । ଏବେ
ତୁମେ ବାସ୍ତବରେ ସେହି ବାବାଙ୍କର ହୋଇଛ । ଲୋକେ ତ କହିଦେଉଛନ୍ତି ଯେ କୃଷ୍ଣ ବି ଭଗବାନ ଥିଲେ,
ଶିବ ମଧ୍ୟ ଭଗବାନ ଥିଲେ । ରୁଦ୍ର ଭଗବାନଙ୍କ ବଦଳରେ କୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ଶଙ୍କର
ପାର୍ବତୀ କହିଥାନ୍ତି, ରୁଦ୍ର ପାର୍ବତୀ କହିବେ ନାହିଁ । ଶିବ ଶଙ୍କର ମହାଦେବ ବୋଲି କହିଥାନ୍ତି ।
ତେବେ କୃଷ୍ଣ କେଉଁଠାରୁ ଆସିଲେ । ତାଙ୍କୁ ତ ରୁଦ୍ର ଅଥବା ଶଙ୍କର ବୋଲି କୁହାଯିବ ନାହିଁ ।
ଭକ୍ତମାନେ ଗାୟନ କରୁଛନ୍ତି କିନ୍ତୁ ଭଗବାନଙ୍କୁ ଜାଣିନାହାଁନ୍ତି । ଭାରତରେ ବାସ୍ତବରେ ସେହିମାନେ
ହିଁ ସଚ୍ଚା ସଚ୍ଚା ଭକ୍ତ ଅଟନ୍ତି, ଯେଉଁମାନେ ପୁଜ୍ୟ ଥିଲେ ବର୍ତ୍ତମାନ ପୂଜାରୀ ହୋଇଯାଇଛନ୍ତି ।
ସେମାନେ ମଧ୍ୟ କ୍ରମାନୁସାରେ ରହିଛନ୍ତି । ତୁମମାନଙ୍କ ଭିତରେ ବି କ୍ରମାନୁସାରେ ଅଛନ୍ତି ।
ତୁମେମାନେ ହେଉଛ ବ୍ରାହ୍ମଣ, ସେମାନେ ହେଉଛନ୍ତି ଶୂଦ୍ର । ଦେବତା ଧର୍ମବାଲା ହିଁ ବହୁତ ଦୁଃଖୀ
ହୋଇଥାନ୍ତି କାହିଁକି ନା ଏମାନେ ବହୁତ ସୁଖ ମଧ୍ୟ ଦେଖିଛନ୍ତି । ଏବେ ତୁମର ଅଧାକଳ୍ପ ପାଇଁ
ଦୁଆର-ଦୁଆର ବୁଲିବା ବନ୍ଦ ହୋଇଯାଇଛି । ଏହି ରହସ୍ୟ ମଧ୍ୟ କ୍ରମାନୁସାରେ ତୁମେମାନେ ହିଁ ଜାଣିଛ ।
ଯେଉଁମାନେ କଳ୍ପ ପୂର୍ବରୁ ଯେତିକି ପୁରୁଷାର୍ଥ କରିଥିଲେ ବର୍ତ୍ତମାନ ସେତିକି ହିଁ କରୁଛନ୍ତି ।
ଏପରି ନୁହେଁ ଯେ ଯାହା ଡ୍ରାମାରେ ଥିବ, ତଥାପି ପୁରୁଷାର୍ଥ କରିବାର ନାମ ଆସୁଛି । ଡ୍ରାମାକୁ ତ
ପିଲାମାନଙ୍କ ଦ୍ୱାରା ପୁରୁଷାର୍ଥ କରାଇବାର ଅଛି । ଯେଉଁଭଳି ପୁରୁଷାର୍ଥ କରିବେ ସେହିଭଳି ପଦ
ମିଳିବ । ଆମେ ଜାଣିଛୁ ଯେ କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ପୁରୁଷାର୍ଥ କରିଥିଲୁ । ଏହିପରି କଷ୍ଟ
ସହନ କରିଥିଲୁ, ଯଜ୍ଞରେ ବିଘ୍ନ ପଡିଥିଲା ।
ତୁମେମାନେ ଜାଣିଛ ଯେ
ବାବା ପୁନର୍ବାର ଆସିଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ଏହି ସମୟରେ ଆସିଥିଲେ ଯେତେବେଳେ କି
ଇଂରେଜମାନଙ୍କର ରାଜ୍ୟ ଚାଲିଥିଲା । ଯେଉଁମାନଙ୍କଠାରୁ କଂଗ୍ରେସୀମାନେ ରାଜ୍ୟ ନେଲେ ପୁଣି
ପାକିସ୍ତାନ ହେଲା । ଏହା କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା । ଗୀତାରେ ଏହି ସବୁ କଥା ନାହିଁ । ଶେଷରେ
ବୁଝିଯିବେ ଯେ ବାସ୍ତବରେ ବର୍ତ୍ତମାନ ସେହି ସମୟ ଅଟେ । କେହି କେହି ଭାବୁଛନ୍ତି ଯେ ଈଶ୍ୱର
ଆସିଯାଇଛନ୍ତି । ଯେତେବେଳେ ମହାବିନାଶର ଲଢେଇ ଲାଗିଥିଲା ସେତେବେଳେ ଭଗବାନ ଆସିଥିଲେ । ଠିକ୍ କଥା
କହୁଛନ୍ତି, କେବଳ ନାମ ବଦଳାଇ ଦେଇଛନ୍ତି । ଯଦି ରୁଦ୍ର ନାମ ନେବେ ତାହା ହେଲେ ମଧ୍ୟ ଜାଣିବ ଯେ
ଠିକ୍ କଥା କହୁଛନ୍ତି । ରୁଦ୍ର (ଶିବବାବା) ଜ୍ଞାନ ଯଜ୍ଞ ରଚନା କରିଥିଲେ, ଯାହାଦ୍ୱାରା ଦୁନିଆର
ବିପଦ ଟଳିଥିଲା । ଏହା ମଧ୍ୟ ଧୀରେ ଧୀରେ ତୁମ ଦ୍ୱାରା ଜଣାପଡିଯିବ । ଏଥିପାଇଁ ବର୍ତ୍ତମାନ ଆଉ
ସମୟ ଲାଗିବ । ନଚେତ୍ ଏଠାରେ ଏଭଳି ଭିଡ ହୋଇଯିବ ଯେ ଯାହାକି ତୁମେ ପଢି ମଧ୍ୟ ପାରିବ ନାହିଁ ।
କିନ୍ତୁ ଏବେ ଭିଡ ହେବାର ନିୟମ ହିଁ ନାହିଁ । ଏହିଭଳି ଗୁପ୍ତ ବେଶରେ କାମ ଚାଲିଥିବ । ଯଦି ଏଠାକୁ
କୌଣସି ଧନୀ ଲୋକ ଆସିବେ ତେବେ କହିବେ ଯେ ୟାଙ୍କର ମୁଣ୍ଡ ଖରାପ ହୋଇଯାଇଛି । ଏଠାରେ ତ ବାବା ତୁମକୁ
ପାଠ ପଢାଉଛନ୍ତି । ଦେବତା ଧର୍ମ ତ ଭଗବାନ ଆସି ରଚନା କରିବେ ନା । ସିଏ ଏବେ ଆସିଛନ୍ତି ନୂଆ
ଦୁନିଆ ରଚନା କରିବା ପାଇଁ, ଭକ୍ତମାନଙ୍କର ବିପଦ ଦୂର କରିବା ପାଇଁ । ବିନାଶ ପରେ ତ ଆଉ କୌଣସି
ଦୁଃଖ ହେବ ନାହିଁ । ସତ୍ୟଯୁଗରେ କୌଣସି ଭକ୍ତ ରହିବେ ନାହିଁ । ନା ସେଠାରେ ଏଭଳି କୌଣସି କର୍ମ
କରିବେ ଯାହା ଦ୍ୱାରା ଦୁଃଖୀ ହେବେ ।
(ବମ୍ବେରୁ ରମେଶ
ଭାଇଙ୍କର ଫୋନ ଆସିଲା) ବାପଦାଦା ଯେତେବେଳେ ଚାଲିଯାଆନ୍ତି ପିଲାମାନେ ଉଦାସ ହୋଇଯାଇଥାନ୍ତି ।
ଯେପରି ସ୍ତ୍ରୀର ସ୍ୱାମୀ ବିଦେଶକୁ ଗଲେ ତାର ସ୍ମୃତିରେ ସିଏ କାନ୍ଦିପକାଇଥାଏ । ତାହା ହେଲା
ଶାରୀରିକ ସମ୍ବନ୍ଧ । ଏଠାରେ ତ ବାବାଙ୍କ ସହିତ ତୁମର ଆତ୍ମିକ ସମ୍ବନ୍ଧ ରହିଛି । ବାବାଙ୍କଠାରୁ
ଅଲଗା ହେବା ସମୟରେ ପ୍ରେମର ଲୁହ ବୋହି ଆସିଥାଏ । ଯେଉଁମାନେ ସେବା ଯୋଗ୍ୟ ସନ୍ତାନ ଅଟନ୍ତି,
ବାବାଙ୍କର ସେମାନଙ୍କ ପ୍ରତି ସ୍ନେହ ରହିଥାଏ । ସୁପୁତ୍ର ପିଲା ପ୍ରତି ବାପର ସ୍ନେହ ରହିଥାଏ ନା ।
ଶିବବାବାଙ୍କ ସହିତ ତ ବହୁତ ଉଚ୍ଚରୁ ଉଚ୍ଚ ସମ୍ବନ୍ଧ ରହିଛି । ତାଙ୍କଠାରୁ ଉଚ୍ଚ ସମ୍ବନ୍ଧ ତ ଆଉ
କିଛି ନାହିଁ । ଶିବବାବା ତ ପିଲାମାନଙ୍କୁ ନିଜଠାରୁ ମଧ୍ୟ ଉଚ୍ଚ କରୁଛନ୍ତି । ପବିତ୍ର ତ ତୁମେମାନେ
ହେଉଛ, କିନ୍ତୁ ବାବାଙ୍କ ଭଳି ସଦା ସର୍ବଦା ପବିତ୍ର ହୋଇପାରିବ ନାହିଁ । ହଁ ତୁମେ ପବିତ୍ର ଦେବତା
ହେଉଛ । ବାବା ତ ଜ୍ଞାନର ସାଗର ଅଟନ୍ତି । ଆମେ ଯେତେ ଜ୍ଞାନ ଶୁଣିଲେ ମଧ୍ୟ ଜ୍ଞାନର ସାଗର
ହୋଇପାରିବା ନାହିଁ । ସିଏ ଜ୍ଞାନର ସାଗର, ଆନନ୍ଦର ସାଗର ଅଟନ୍ତି, ପିଲାମାନଙ୍କୁ ମଧ୍ୟ ଆନନ୍ଦମୟ
କରୁଛନ୍ତି । ଅନ୍ୟମାନେ ତ କେବଳ ନାମ ରଖିଦେଉଛନ୍ତି । ବର୍ତ୍ତମାନ ସମୟରେ ଦୁନିଆରେ ଭକ୍ତମାନଙ୍କର
ବହୁତ ଲମ୍ବା ଚଉଡା ମାଳା ରହିଛି । ତୁମର ୧୬୧୦୮ର ମାଳା ରହିଛି । ଭକ୍ତ ତ କୋଟି କୋଟି ସଂଖ୍ୟାରେ
ଅଛନ୍ତି । ଏଠାରେ ଭକ୍ତିର କୌଣସି କଥା ନାହିଁ । ଜ୍ଞାନ ଦ୍ୱାରା ହିଁ ସଦ୍ଗତି ହୋଇଥାଏ । ଏବେ
ତୁମକୁ ଭକ୍ତିର ଜଞ୍ଜିରରୁ ମୁକ୍ତ କରାଯାଉଛି । ବାବା କହୁଛନ୍ତି ସବୁ ଭକ୍ତମାନଙ୍କ ଉପରେ ଯେବେ
ବିପଦ ପଡିଥାଏ, ସେତେବେଳେ ସମସ୍ତଙ୍କର ଗତି ସଦ୍ଗତି କରିବା ପାଇଁ ମୋତେ ଆସିବାକୁ ପଡିଥାଏ ।
ସ୍ୱର୍ଗର ଦେବତାମାନେ ନିଶ୍ଚିତ ଏପରି କର୍ମ କରିଥିଲେ ସେଥିପାଇଁ ତ ଏତେ ଉଚ୍ଚ ପଦ ପାଇଛନ୍ତି ।
ମନୁଷ୍ୟମାନଙ୍କର କର୍ମ ବିକର୍ମ ହୋଇଯାଉଛି । କିନ୍ତୁ ସେଠାରେ ବା ସତ୍ୟଯୁଗରେ କୌଣସି ଖରାପ କର୍ମ
ହେବ ନାହିଁ । ଏଠାରେ ହିଁ କର୍ମ ବିକର୍ମ ହୋଇଥାଏ କାହିଁକି ନା ମାୟା ରହିଛି । ସେଠାରେ କିନ୍ତୁ
ମାୟା ନଥାଏ । ତୁମେମାନେ ଏବେ ବିକର୍ମାଜିତ୍ ହେଉଛ ଯେଉଁ ପିଲାମାନଙ୍କୁ ମୁଁ ବର୍ତ୍ତମାନ କର୍ମ
ଅକର୍ମ ଏବଂ ବିକର୍ମର ଗତି ବୁଝାଉଛି ସେହିମାନେ ହିଁ ବିକର୍ମାଜିତ ହେବେ । କଳ୍ପ ପୂର୍ବରୁ ମଧ୍ୟ
ତୁମମାନଙ୍କୁ ମୁଁ ରାଜଯୋଗ ଶିଖାଇଥିଲି, ପୁଣି ବର୍ତ୍ତମାନ ମଧ୍ୟ ଶିଖାଉଛି । କଂଗ୍ରେସୀମାନେ
ଇଂରେଜଙ୍କୁ ତଡି ରାଜାମାନଙ୍କଠାରୁ ରାଜତ୍ୱ ଛଡାଇ ନେଲେ ଏବଂ ରାଜା ନାମ ହିଁ ଉଡାଇ ଦେଲେ । ୫
ହଜାର ବର୍ଷ ପୂର୍ବରୁ ଭାରତ ରାଜସ୍ଥାନ ଥିଲା, ଏଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ।
ଦେବତାମାନଙ୍କର ରାଜ୍ୟକୁ ପରିସ୍ତାନ କୁହାଯାଉଥିଲା । ନିଶ୍ଚିତ ସେମାନଙ୍କୁ ଭଗବାନ ରାଜଯୋଗ
ଶିଖାଇଥିବେ ସେଥିପାଇଁ ତାଙ୍କର ନାମ ଭଗବାନ ଭଗବତୀ ରଖାଯାଇଛି । କିନ୍ତୁ ବର୍ତ୍ତମାନ ଆମ ପାଖରେ
ଜ୍ଞାନ ଥିଲେ ମଧ୍ୟ ଆମେ ନିଜକୁ ଭଗବାନ ଭଗବତୀ ବୋଲି କହିପାରିବା ନାହିଁ । ନଚେତ୍ ଯଥା ରାଜା ରାଣୀ
ତଥା ପ୍ରଜା ମଧ୍ୟ ଭଗବାନ ଭଗବତୀ ହେବା ଦରକାର । କିନ୍ତୁ ଏପରି ହୋଇପାରିବ ନାହିଁ ।
ଲକ୍ଷ୍ମୀ-ନାରାୟଣଙ୍କର ନାମ ମଧ୍ୟ ପ୍ରଜା ନିଜ ଉପରେ ରଖିପାରିବେ ନାହିଁ, ନିୟମ ହିଁ ନାହିଁ ।
ବିଦେଶରେ ମଧ୍ୟ ରାଜାଙ୍କର ନାମକୁ କେହି ନିଜର ନାମ ରୂପେ ରଖିପାରନ୍ତି ନାହିଁ । କାହିଁକି ନା
ତାଙ୍କୁ ବହୁତ ସମ୍ମାନ ଦେଇଥା’ନ୍ତି । ତେଣୁ ପିଲାମାନେ ଜାଣୁଛନ୍ତି ଯେ ୫ ହଜାର ବର୍ଷ ପୂର୍ବରୁ
ବାବା ଆସିଥିଲେ । ଏବେ ମଧ୍ୟ ବାବା ଆସିଛନ୍ତି - ଦୈବୀ ରାଜସ୍ଥାନ ସ୍ଥାପନ କରିବା ପାଇଁ ।
ବର୍ତ୍ତମାନ ହିଁ ଶିବବାବାଙ୍କୁ ଆସିବାକୁ ପଡୁଛି । ସିଏ ହେଉଛନ୍ତି ପାଣ୍ଡବମାନଙ୍କର ପତି, କୃଷ୍ଣ
ନୁହଁନ୍ତି । ବାବା ପଣ୍ଡା ହୋଇ ଆସିଛନ୍ତି ଘରକୁ ନେଇଯିବା ପାଇଁ ଏବଂ ନୂଆ ସତ୍ୟଯୁଗୀ ଦୁନିଆ ରଚନା
କରିବା ପାଇଁ । ତେବେ ନିଶ୍ଚିତ ବ୍ରହ୍ମାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ରଚିବେ । କୃଷ୍ଣ ତ ଏହିଭଳି
କରିପାରିବେ ନାହିଁ । ମୁଖ୍ୟ ରୂପେ ଗୀତାକୁ ହିଁ ଖଣ୍ଡନ କରିଦେଇଛନ୍ତି । ଏବେ ବାବା ବୁଝାଉଛନ୍ତି
ଯେ ମୁଁ କୃଷ୍ଣ ନୁହେଁ । ମୋତେ ରୁଦ୍ର କିମ୍ବା ସୋମନାଥ ବୋଲି କହିପାରିବ । ମୁଁ ତୁମକୁ ଜ୍ଞାନର
ସୋମରସ ପିଆଉଛି । ବାକି ଏଠାରେ ଲଢେଇ ଆଦିର କୌଣସି କଥା ନାହିଁ । ତୁମକୁ ଯୋଗବଳ ଦ୍ୱାରା
ରାଜତ୍ୱରୂପୀ ଲହୁଣୀ ମିଳୁଛି । କୃଷ୍ଣଙ୍କୁ ଲହୁଣୀ ନିଶ୍ଚିତ ମିଳିଥାଏ । ଇଏ ହେଉଛନ୍ତି
କୃଷ୍ଣଙ୍କର ଅନ୍ତିମ ଜନ୍ମର ଆତ୍ମା । ୟାଙ୍କୁ (ବ୍ରହ୍ମା ସରସ୍ୱତୀଙ୍କୁ) ମଧ୍ୟ ବାବା ଏଭଳି କର୍ମ
ଶିଖାଉଛନ୍ତି ଯାହାକି ଭବିଷ୍ୟତରେ ଲକ୍ଷ୍ମୀ-ନାରାୟଣ ହୋଇଯାଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ହିଁ
ଛୋଟ ବୟସରେ ରାଧା କୃଷ୍ଣ ଥିଲେ ସେଥିପାଇଁ ଲକ୍ଷ୍ମୀ-ନାରାୟଣଙ୍କ ସହିତ ରାଧା କୃଷ୍ଣଙ୍କର ମଧ୍ୟ
ଚିତ୍ର ଦେଖାଇଛନ୍ତି । ବାକି ୟାଙ୍କର କୌଣସି ନାମ ନାହିଁ । କଥା ତ ଏକମାତ୍ର ଗୀତାର ଭଗବାନଙ୍କର
ରହିଛି । ଶିବବାବା ପିଲାମାନଙ୍କୁ ଭିନ୍ନ-ଭିନ୍ନ ପ୍ରକାରର ସାକ୍ଷାତ୍କାର କରାଉଛନ୍ତି । ବାକି
ମନୁଷ୍ୟମାନଙ୍କର ଚରିତ୍ରର କୌଣସି କଥା ହିଁ ନାହିଁ । ଖ୍ରୀଷ୍ଟ ମଧ୍ୟ ଆସି ନିଜର ଧର୍ମ ସ୍ଥାପନ
କରିଛନ୍ତି, ତେଣୁ ସମସ୍ତଙ୍କୁ ନିଜର ଅଭିନୟ କରିବାକୁ ହିଁ ହେବ, ଏଥିରେ ଚରିତ୍ରର ତ କୌଣସି କଥା
ହିଁ ନାହିଁ । ସିଏ କାହାକୁ ଗତି ଦେଇପାରିବେ ନାହିଁ । ଏବେ ବେହଦର ବାବା କହୁଛନ୍ତି ଯେ ମୁଁ
ପିଲାମାନଙ୍କର ଡବଲ ସେବା କରିବା ପାଇଁ ଆସିଛି, ଯାହା ଦ୍ୱାରା ତୁମର ଆତ୍ମା ଏବଂ ଶରୀର ଉଭୟ
ପବିତ୍ର ହୋଇଯିବ । ମୁଁ ସମସ୍ତଙ୍କୁ ମୁକ୍ତିଧାମ ଘରକୁ ନେଇଯିବି । ପୁଣି ସେଠାରୁ ତୁମେ ନିଜ-ନିଜର
ଅଭିନୟ କରିବାକୁ ଆସିବ । ବାବା କେତେ ଭଲ ଭାବରେ ପିଲାମାନଙ୍କୁ ବୁଝାଉଛନ୍ତି । ଏହି ଲକ୍ଷ୍ମୀ
ନାରାୟଣଙ୍କର ଚିତ୍ର ଉପରେ ବୁଝାଇବା ବହୁତ ସହଜ ଅଟେ । ତ୍ରିମୂର୍ତ୍ତି ଏବଂ ଶିବବାବାଙ୍କର ଚିତ୍ର
ମଧ୍ୟ ରହିଛି । କେହି କେହି କହୁଛନ୍ତି ତ୍ରିମୂର୍ତ୍ତି ନ ରହୁ, ଆଉ କେହି ପୁଣି କହୁଛନ୍ତି
କୃଷ୍ଣଙ୍କର ଚିତ୍ରରେ ୮୪ଜନ୍ମର କାହାଣୀ ନ ରହୁ । ମନୁଷ୍ୟ ଯେତେବେଳେ ଶୁଣୁଛନ୍ତି ଯେ କୃଷ୍ଣ ମଧ୍ୟ
୮୪ ଜନ୍ମ ନେଇ ପତିତ ହେଉଛନ୍ତି ତେବେ ସେମାନେ ବିଚଳିତ ହୋଇଯାଉଛନ୍ତି । ଆମେ ପ୍ରମାଣ କରି କହୁଛୁ
ଯେ, ନିଶ୍ଚିତ ପ୍ରଥମ ନମ୍ବରବାଲା କୃଷ୍ଣଙ୍କୁ ସବୁଠାରୁ ଅଧିକ ଜନ୍ମ ନେବାକୁ ପଡିବ । ନୂଆ ନୂଆ
ପଏଣ୍ଟସ୍ ତ ପ୍ରତ୍ୟେକ ଦିନ ଆସୁଛି, କିନ୍ତୁ ଧାରଣା ମଧ୍ୟ ହେବା ଦରକାର । ସବୁଠାରୁ ସହଜ ହେଲା
ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଉପରେ ବୁଝାଇବା । ମନୁଷ୍ୟମାନେ କ’ଣ କୌଣସି ବି ଚିତ୍ରର ଅର୍ଥ
ବୁଝୁଛନ୍ତି । କେବଳ ଓଲଟା ସିଧା ଚିତ୍ର କରିଦେଇଛନ୍ତି । ନାରାୟଣଙ୍କୁ ଦୁଇ ଭୂଜା ଏବଂ
ଲକ୍ଷ୍ମୀଙ୍କୁ ଚାରିଭୂଜା ଦେଇଛନ୍ତି । ସତ୍ୟଯୁଗରେ ତ ଏତେ ଭୂଜା ନଥାଏ । ସୂକ୍ଷ୍ମବତନରେ ତ
ବ୍ରହ୍ମା ବିଷ୍ଣୁ ଶଙ୍କର ଅଛନ୍ତି । ସେମାନଙ୍କର ମଧ୍ୟ ଏତେ ଭୂଜା ହୋଇପାରିବ ନାହିଁ । ମୂଳବତନରେ
ତ ନିରାକାରୀ ଆତ୍ମାମାନେ ଅଛନ୍ତି । ପୁଣି ଏହି ୮-୧୦ ଭୂଜାବାଲା କେଉଁଠାରେ ରହିଥାଆନ୍ତି ।
ପ୍ରଥମେ-ପ୍ରଥମେ ମନୁଷ୍ୟ ସୃଷ୍ଟିରେ ରହିବାବାଲା ଲକ୍ଷ୍ମୀ-ନାରାୟଣ ଦୁଇଭୂଜା ବାଲା ଅଟନ୍ତି ।
କିନ୍ତୁ ତାଙ୍କୁ ଚାରିଭୂଜା ଦେଇ ଦେଇଛନ୍ତି । ନାରାୟଣଙ୍କୁ ଶ୍ୟାମଳ ପୁଣି ଲକ୍ଷ୍ମୀଙ୍କୁ ଗୋରା
ଦେଖାଇଛନ୍ତି । ତେବେ ତାଙ୍କର ଯେଉଁ ସନ୍ତାନ ଜନ୍ମ ହେବେ ସେମାନେ କିପରି ଏବଂ କେତେ ଭୂଜାବାଲା
ହେବେ? କ’ଣ ପୁତ୍ରର ଚାରି ଭୂଜା,କନ୍ୟାର ଦୁଇ ଭୂଜା ହେବ କି? ଏପରି-ଏପରି ପ୍ରଶ୍ନ ପଚାରିପାରିବ ।
ପିଲାମାନଙ୍କୁ ବୁଝାଯାଇଛି ଯେ ସର୍ବଦା ଭାବ ଯେ ଆମକୁ ଶିବବାବା ମୁରଲୀ ଶୁଣାଉଛନ୍ତି । କେତେବେଳେ
ପୁଣି ଏହି ବ୍ରହ୍ମା ମଧ୍ୟ ଶୁଣାଉଛନ୍ତି । ଶିବବାବା କହୁଛନ୍ତି ମୁଁ ଗାଇଡ୍ ହୋଇ ଆସିଛି । ଏହି
ବ୍ରହ୍ମା ମୋର ପ୍ରଥମ ସନ୍ତାନ । ସେଥିପାଇଁ ତ୍ରିମୂର୍ତ୍ତି ବ୍ରହ୍ମା ବୋଲି କହିଥାନ୍ତି ।
ତ୍ରିମୂର୍ତ୍ତି ଶଙ୍କର ବା ବିଷ୍ଣୁ କହିବେ ନାହିଁ । ମହାଦେବ ଶଙ୍କରଙ୍କୁ କହିଥାନ୍ତି । ପୁଣି
ତ୍ରିମୂର୍ତ୍ତି ବ୍ରହ୍ମା କାହିଁକି କହୁଛନ୍ତି? ଇଏ ପ୍ରଜା ରଚନା କରିଥିବାରୁ ତାଙ୍କର (ଶିବବାବାଙ୍କର)
ଯୁଗଳ ହେଉଛନ୍ତି । ଶଙ୍କର ବା ବିଷ୍ଣୁଙ୍କୁ ଯୁଗଳ କୁହାଯିବ ନାହିଁ । ବୁଝିବା ପାଇଁ ଏହା ବହୁତ
ଉତ୍କୃଷ୍ଟ କଥା ଅଟେ । ଏଠାରେ କେବଳ ବାବା ଏବଂ ବର୍ସାକୁ ମନେ ପକାଇବାକୁ ହେବ । ବାସ୍ ଏଥିରେ ହିଁ
ମେହନତ ରହିଛି । ଏବେ ତୁମେ କେତେ ବୁଦ୍ଧିମାନ ହୋଇଯାଇଛ । ବେହଦର ବାବାଙ୍କ ଦ୍ୱାରା ତୁମେ ବେହଦର
ମାଲିକ ହେଉଛ । ଏହି ପୃଥିବୀ, ଆକାଶ ସବୁ ତୁମର ହୋଇଯିବ । ଏହି ବ୍ରହ୍ମାଣ୍ଡ ମଧ୍ୟ ତୁମର ହୋଇଯିବ
। ସର୍ବଶକ୍ତିମାନଙ୍କର ରାଜ୍ୟ ହୋଇଯିବ । ଗୋଟିଏ ଗଭର୍ଣ୍ଣମେଣ୍ଟ ରହିବ । ଯେତେବେଳେ ସୂର୍ଯ୍ୟବଂଶୀ
ଗଭର୍ଣ୍ଣମେଣ୍ଟ ଥିଲା ସେତେବେଳେ ଚନ୍ଦ୍ରବଂଶୀ ନଥିଲା । ପୁଣି ଯେତେବେଳେ ଚନ୍ଦ୍ରବଂଶୀ ହେଉଛି
ସେତେବେଳେ ସୁର୍ଯ୍ୟବଂଶୀ ରହିବେ ନାହିଁ । ତାହା ଅତୀତ ହୋଇଗଲା । ଡ୍ରାମା ଓଲଟିଗଲା । ଏହା ବହୁତ
ବିଚିତ୍ର କଥା । ପିଲାମାନଙ୍କର କେତେ ଖୁସିର ନିଶା ଚଢିବା ଦରକାର । ବେହଦର ବାବାଙ୍କଠାରୁ ଆମେ
ବେଦଦର ବର୍ସା ନିଶ୍ଚିତ ନେବୁ । ହଦର ପତିକୁ କେତେ ମନେ ପକାଇଥା’ନ୍ତି । ଇଏ ତ ବେହଦର ବାଦଶାହୀ
ଦେଲାବାଲା ଅଟନ୍ତି । ତେଣୁ ଏହିଭଳି ପତିମାନଙ୍କର ପତିକୁ କେତେ ମନେ ପକାଇବାକୁ ପଡିବ । ଏହା
ଦ୍ୱାରା ତୁମର କେତେ ଉଚ୍ଚ ପ୍ରାପ୍ତି ହେଉଛି । ସେଠାରେ ତୁମେ କାହାକୁ ଭିକ ମାଗିବ ନାହିଁ ।
ସେଠାରେ କେହି ଗରୀବ ନଥା’ନ୍ତି । ବେହଦର ବାବା ଭାରତର ଝୁଲା ଭରି ଦେଉଛନ୍ତି ।
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟକୁ ସ୍ୱର୍ଣ୍ଣିମ ଦୁନିଆ କୁହାଯାଏ । ଏବେ ତ ଲୌହ ଦୁନିଆ ଅଟେ, ଫରକ
ଦେଖ କେତେ ରହିଛି । ବାବା କହୁଛନ୍ତି ମୁଁ ପିଲାମାନଙ୍କୁ ରାଜଯୋଗ ଶିଖାଉଛି । ତୁମେ ଦେବୀ-ଦେବତା
ଥିଲ ପୁଣି କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର ହେଲ । ଏବେ ପୁଣି ବ୍ରାହ୍ମଣ ହୋଇଛ, ପୁଣି ଦେବତା ମଧ୍ୟ
ହେବ । ତେଣୁ ଏହି ୮୪ ଜନ୍ମର ଚକ୍ରକୁ ତୁମେ ମନେ ପକାଅ । ଏହି ଚିତ୍ର ଉପରେ ବୁଝାଇବା ବହୁତ ସହଜ ।
ଯେତେବେଳେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା ସେତେବେଳେ ଆଉ କୌଣସି ରାଜ୍ୟ ନଥିଲା । ଗୋଟିଏ ହିଁ
ରାଜ୍ୟ ଥିଲା ଏବଂ ବହୁତ କମ୍ ଲୋକ ଥିଲେ । ତାକୁ ସ୍ୱର୍ଗ କୁହାଯାଉଥିଲା, ସେଠାରେ ପବିତ୍ରତା ବି
ଥିଲା, ସୁଖ-ଶାନ୍ତି ବି ଥିଲା । ତୁମେ ପୁନର୍ଜନ୍ମ ନେଇ-ନେଇ ତଳକୁ ଆସିଛ । ୮୪ ଜନ୍ମ ମଧ୍ୟ
ସେହିମାନେ ନେଇଛନ୍ତି, ପୁଣି ସେହିମାନେ ହିଁ ତମଃପ୍ରଧାନ ହୋଇଯାଉଛନ୍ତି । ପୁଣି ଏମାନଙ୍କୁ ହିଁ
ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତେବେ ସତ୍ତ୍ୱପ୍ରଧାନ କିପରି ହେବେ, ନିଶ୍ଚିତ କେହି ଶିଖାଇବାବାଲା
ଦରକାର । ଏହା ଶିବବାବାଙ୍କ ବ୍ୟତୀତ ଆଉ କେହି ଶିଖାଇ ପାରିବେ ନାହିଁ । ତୁମେ ଜାଣିଛ ଯେ ଶିବବାବା
ୟାଙ୍କର ବହୁତ ଜନ୍ମର ଅନ୍ତରେ ଏହାଙ୍କ ମଧ୍ୟରେ ପ୍ରବେଶ କରୁଛନ୍ତି । କେତେ ସ୍ପଷ୍ଟ ଭାବରେ
ବୁଝାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏକମାତ୍ର
ବାବାଙ୍କ ସହିତ ହିଁ ସମସ୍ତ ରୁହାନୀ ସମ୍ବନ୍ଧ ରଖିବାର ଅଛି । ସେବା ଯୋଗ୍ୟ ସନ୍ତାନମାନଙ୍କର
ସମ୍ମାନ ରଖିବାର ଅଛି । ନିଜ ସମାନ କରିବା ପାଇଁ ସେବା କରିବାର ଅଛି ।
(୨) ବେହଦ ବାବାଙ୍କ
ଦ୍ୱାରା ଆମକୁ ବେହଦ ବିଶ୍ୱର ରାଜ୍ୟ ଭାଗ୍ୟ ପ୍ରାପ୍ତ ହେଉଛି । ସେଠାରେ ଆକାଶ, ପୃଥିବୀ ସବୁ ଉପରେ
ଆମର ଅଧିକାର ରହିବ - ଏହି ଖୁସି ଏବଂ ନିଶାରେ ରହିବାର ଅଛି । ସେଥିପାଇଁ ବାବା ଏବଂ ବର୍ସାକୁ ମନେ
ପକାଇବାର ଅଛି ।
ବରଦାନ:-
ବାଳକ ଏବଂ
ମାଲିକପଣିଆର ସନ୍ତୁଳନ ଦ୍ୱାରା ପୁରୁଷାର୍ଥରେ ଏବଂ ସେବାକ୍ଷେତ୍ରରେ ସଦା ସଫଳତାମୂରତ ହୁଅ ।
ସର୍ବଦା ଏହି ନିଶାରେ
ରୁହ ଯେ ଅବିନାଶୀ ପିତା ଏବଂ ତାଙ୍କର ଅବିନାଶୀ ସମ୍ପତ୍ତିର ବାଳକ ଅର୍ଥାତ୍ ସନ୍ତାନ ହିସାବରେ ମୁଁ
ମାଲିକ ଅଟେ, କିନ୍ତୁ ଯେତେବେଳେ କୌଣସି ରାୟ ବା ମତାମତ ଦେବାର ଅଛି ବା କୌଣସି ସେବାର ଯୋଜନା
ବିଷୟରେ ଚିନ୍ତା କରିବାର ଅଛି ବା କୌଣସି କାର୍ଯ୍ୟ କରିବାର ଅଛି ସେତେବେଳେ ମାଲିକ ହୋଇ କର କିନ୍ତୁ
ଯେତେବେଳେ ଅଧିକ ସଂଖ୍ୟକ ଆତ୍ମାଙ୍କ ଦ୍ୱାରା ବା ନିମିତ୍ତ ହୋଇଥିବା ଆତ୍ମାଙ୍କ ଦ୍ୱାରା କୌଣସି
କଥାର ନିଷ୍ପତ୍ତି ଦିଆଯାଉଛି ସେହି ସମୟରେ ତୁମେ ବାଳକ ହୋଇଯାଅ । କେତେବେଳେ ରାୟ ବାହାଦୁର ହେବାର
ଅଛି, କେତେବେଳେ ରାୟକୁ ମାନିବାବାଲା ହେବାର ଅଛି - ଏହି ବିଧିକୁ ଜାଣିଯାଅ ତେବେ ପୁରୁଷାର୍ଥ ଏବଂ
ସେବା ଉଭୟରେ ସଫଳତା ପ୍ରାପ୍ତ କରିପାରିବ ।
ସ୍ଲୋଗାନ:-
ନିମିତ୍ତ ଏବଂ
ନିର୍ମାଣଚିତ୍ତ ହେବା ପାଇଁ ମନ ଏବଂ ବୁଦ୍ଧିକୁ ପ୍ରଭୁ ଅର୍ପଣ କରିଦିଅ ।