05.02.19 Morning Odia Murli Om Shanti BapDada Madhuban
ମିଠେ ବଚ୍ଚେ:—
ବାବା ଆସିଛନ୍ତି
କଣ୍ଟାରୁ ଫୁଲ କରିବା ପାଇଁ, ବାବାଙ୍କର ସ୍ନେହ କଣ୍ଟା ସହିତ ମଧ୍ୟ ରହିଛି ଏବଂ ଫୁଲ ସହିତ ମଧ୍ୟ
ରହିଛି । ବାବା କଣ୍ଟାମାନଙ୍କୁ ହିଁ ଫୁଲ କରିବାର ପରିଶ୍ରମ କରୁଛନ୍ତି ।
ପ୍ରଶ୍ନ:-
ଯେଉଁ
ପିଲାମାନଙ୍କର ଜ୍ଞାନର ଧାରଣା ହେଉଥିବ ସେମାନଙ୍କର ଲକ୍ଷଣ ଶୁଣାଅ ?
ଉତ୍ତର:-
ସେମାନେ
ନିଶ୍ଚିତ ଚମତ୍କାର କରି ଦେଖାଇବେ । ସେମାନେ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ ନ କରି ରହିପାରିବେ
ନାହିଁ । ଯଦି ତାଙ୍କୁ ଜ୍ଞାନର ତୀର ଲାଗିଗଲା ତେବେ ସେମାନେ ନଷ୍ଟୋମୋହା ହୋଇ ରୁହାନୀ ସେବାରେ
ଲାଗିଯିବେ । ସେମାନଙ୍କର ଅବସ୍ଥା ମଧ୍ୟ ସ୍ଥିର ଏବଂ ଅଚଳ-ଅଟଳ ହୋଇଥିବ, କେବେହେଲେ କୌଣସି
କାର୍ଯ୍ୟ ଅଜ୍ଞାନୀଙ୍କ ଭଳି କରିବେ ନାହିଁ । କାହାକୁ ବି ଦୁଃଖ ଦେବେ ନାହିଁ । ଅବଗୁଣ ରୂପୀ
କଣ୍ଟାଗୁଡିକୁ ନିଜ ଭିତରୁ ବାହାର କରି ଚାଲିବେ ।
ଓମ୍ ଶାନ୍ତି ।
ଏକଥା ତ
ପିଲାମାନେ ଜାଣିଛନ୍ତି ବାବା ଲିବର ଘଣ୍ଟା ଅଟନ୍ତି । ବିଲକୁଲ୍ ସଠିକ୍ ସମୟରେ କଣ୍ଟାକୁ ଫୁଲ କରିବା
ପାଇଁ ଆସୁଛନ୍ତି । ଏଥିରେ ଗୋଟିଏ ସେକେଣ୍ଡ କମ୍ ବେଶୀ ହୋଇପାରିବ ନାହିଁ । ଟିକିଏ ବି ଫରକ
ପଡିପାରିବ ନାହିଁ । ଏକଥା ମଧ୍ୟ ମଧୁର ସନ୍ତାନଗଣ ଜାଣିଛନ୍ତି କି ବର୍ତ୍ତମାନ ଏହା କଳିଯୁଗୀ
କଣ୍ଟାର ଜଙ୍ଗଲ ଅଟେ । ତେଣୁ ଫୁଲ ସମାନ ହେଉଥିବା ପିଲାମାନଙ୍କୁ ଏକଥା ହୃଦୟଙ୍ଗମ ହେବା ଦରକାର ଯେ
ଆମେ ଫୁଲ ହେଉଛୁ । ପ୍ରଥମେ ଆମେ ସମସ୍ତେ କଣ୍ଟା ସମାନ ଥିଲୁ, କେହି ଛୋଟ ତ ଆଉ କେହି ବଡ କଣ୍ଟା
ଥିଲେ । କେହି ବହୁତ ଦୁଃଖ ଦେଇଥା’ନ୍ତି ଆଉ କେହି କମ୍ ଦୁଃଖ ଦେଇଥା’ନ୍ତି । ତେବେ ବାବାଙ୍କର
ସ୍ନେହ ତ ସମସ୍ତଙ୍କ ସହିତ ରହିଛି । ସେଥିପାଇଁ ଗାୟନ ମଧ୍ୟ ରହିଛି କଣ୍ଟା ଏବଂ ଫୁଲ ସହିତ ମଧ୍ୟ
ସ୍ନେହ ରହିଛି । ପ୍ରଥମେ କାହା ସହିତ ସ୍ନେହ ଅଛି ? ନିଶ୍ଚିତ ଭାବରେ କଣ୍ଟା ସମାନ ଥିବା
ଆତ୍ମାଙ୍କ ସହିତ ଅଛି । ଏତେ ସ୍ନେହ ରହିଛି ଯେ ପରିଶ୍ରମ କରି ସେହି କଣ୍ଟାକୁ ଫୁଲ କରୁଛନ୍ତି ।
ବାବା ଏହି କଣ୍ଟାର ଦୁନିଆକୁ ହିଁ ଆସୁଛନ୍ତି ଏଥିରେ ସର୍ବବ୍ୟାପୀର କୌଣସି କଥା ନାହିଁ । ଜଣଙ୍କର
ହିଁ ମହିମା ହୋଇଥାଏ । ଆତ୍ମାର ହିଁ ମହିମା ହୋଇଥାଏ । ଯେବେ ଆତ୍ମା ଶରୀର ଧାରଣ କରି ଅଭିନୟ
କରିଥାଏ ତେବେ ଆତ୍ମା ହିଁ ଶ୍ରେଷ୍ଠାଚାରୀ ହୋଇଥାଏ ଏବଂ ଆତ୍ମା ହିଁ ଭ୍ରଷ୍ଟାଚାରୀ ହୋଇଥାଏ ।
ଆତ୍ମା ଶରୀର ଧାରଣ କରି ଯେପରି କର୍ମ କରିଥାଏ, ସେହି ଅନୁସାରେ କୁହାଯାଏ ଇଏ କୁକର୍ମୀ ବା ଇଏ
ସୁକର୍ମୀ ଅଟନ୍ତି । ଆତ୍ମା ହିଁ ଭଲ ଅଥବା ମନ୍ଦ କର୍ମ କରିଥାଏ । ତେଣୁ ତୁମେ ନିଜକୁ ପଚାର ତୁମେ
ସତ୍ୟଯୁଗୀ ଦୈବୀ ଫୁଲ ଅଟ ଅଥବା କଳିଯୁଗୀ ଆସୁରୀ କଣ୍ଟା ସମାନ ଅଟ ? କେଉଁଠି ସତ୍ୟଯୁଗ ଏବଂ କେଉଁଠି
କଳିଯୁଗ । କେଉଁଠି ଦୈବୀ ସ୍ୱଭାବ ଏବଂ କେଉଁଠି ଆସୁରୀ ସ୍ୱଭାବ । ଏଥିରେ ବହୁତ ଫରକ ରହିଛି ।
ଯେଉଁମାନେ କଣ୍ଟା ସମାନ ଅଟନ୍ତି ସେମାନେ ନିଜକୁ ଫୁଲ ବୋଲି କହିପାରିବେ ନାହିଁ, ଫୁଲ ତ ସତ୍ୟଯୁଗରେ
ଥା’ନ୍ତି । କଳିଯୁଗରେ ନୁହେଁ । ବର୍ତ୍ତମାନ ହେଉଛି ସଂଗମଯୁଗ । ଯେତେବେଳେ କି ତୁମେ କଣ୍ଟାରୁ
ଫୁଲ ହେଉଛ । ଶିକ୍ଷକ ଶିକ୍ଷା ଦେଉଛନ୍ତି, ପିଲାମାନଙ୍କର କାମ ହେଲା ତାକୁ ପରିଶୁଦ୍ଧ କରି ବିତରଣ
କରିବା । ସେଥିରେ ଏକଥା ମଧ୍ୟ ଲେଖ ଯେ ଯଦି ତୁମେ ଫୁଲ ହେବାକୁ ଚାହୁଁଛ ତେବେ ନିଜକୁ ଆତ୍ମା ଭାବ
ଏବଂ ଫୁଲ କରିଲାବାଲା ପରମପିତା ପରମାତ୍ମାଙ୍କୁ ମନେପକାଅ ତେବେ ତୁମର ଅବଗୁଣ ସମାପ୍ତ ହୋଇଯିବ ଏବଂ
ତୁମେ ସତ୍ତୋପ୍ରଧାନ ହୋଇଯିବ । ବାବା ପ୍ରବନ୍ଧ ଦେଉଛନ୍ତି, ପିଲାମାନଙ୍କର କାମ ହେଲା ଏହାକୁ ଠିକ୍
କରି ଛପାଇବା । ତେବେ ସବୁ ମନୁଷ୍ୟମାନେ ଚିନ୍ତାରେ ପଡିଯିବେ । ଏହା ହେଉଛି ପାଠପଢା, ବାବା ତୁମକୁ
ଅବିନାଶୀ ଇତିହାସ-ଭୂଗୋଳ ପଢାଉଛନ୍ତି । ଦୁନିଆରେ ଥିବା ସ୍କୁଲରେ ତ ପୁରୁଣା ଦୁନିଆର
ଇତିହାସ-ଭୂଗୋଳ ପଢାଯାଇଥାଏ । ନୂଆଦୁନିଆର ଇତିହାସ-ଭୂଗୋଳ ତ କେହି ଜାଣି ନାହାଁନ୍ତି । ତେଣୁ କରି
ଏହା ପାଠପଢା ସହିତ, ଜ୍ଞାନ ମଧ୍ୟ ଅଟେ । କୌଣସି ପ୍ରକାର ବିକାରୀ କର୍ମ କରିବା ଅଜ୍ଞାନତା ଅଟେ ।
ପୁଣି ବୁଝାଯାଉଛି ଯେ ଏହି ବିକାରୀ ଦୁଃଖଦାୟୀ କାମ କରିବା ଉଚିତ୍ ନୁହେଁ । ସେଥିପାଇଁ
ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବାଙ୍କର ମହିମା ରହିଛି ନା । ଏଠାରେ ତୁମେ ମଧ୍ୟ ଶିଖୁଛ ଯେ କାହାକୁ
ଦୁଃଖ ଦେବାର ନାହିଁ । ବାବା ଶିକ୍ଷା ଦେଉଛନ୍ତି— ସର୍ବଦା ସୁଖ ଦେଇଚାଲ । ଏହି ଅବସ୍ଥା ତୁରନ୍ତ
ହୋଇଯିବ ନାହିଁ । ତୁମେ ଗୋଟିଏ ସେକେଣ୍ଡରେ ବାବାଙ୍କଠାରୁ ସମ୍ପତ୍ତି ନେଇପାରିବ । ସମ୍ପତ୍ତି ହେଲା
ସ୍ୱର୍ଗର ରାଜତ୍ୱ । ତୁମେ ବୁଝାଇ ମଧ୍ୟ ପାରିବ ଯେ ପାରଲୌକିକ ପିତାଙ୍କଠାରୁ ଭାରତକୁ ବିଶ୍ୱର
ବାଦଶାହୀ ମଧ୍ୟ ମିଳିଥିଲା । ତୁମେ ସମସ୍ତେ ବିଶ୍ୱର ମାଲିକ ଥିଲ । ଏଥିପାଇଁ ତୁମର ଆନ୍ତରିକ ଖୁସି
ରହିବା ଉଚିତ୍ । ଏହା କାଲିର କଥା, ଯେତେବେଳେ କି ତୁମେ ସ୍ୱର୍ଗର ମାଲିକ ଥିଲ । କିନ୍ତୁ
ମନୁଷ୍ୟମାନେ କହୁଛନ୍ତି ଏହା ଲକ୍ଷ-ଲକ୍ଷ ବର୍ଷର କଥା ଅଟେ । କେଉଁଠି ଗୋଟିଏ ଯୁଗର ଆୟୁଷକୁ
ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି, ଏଠାରେ କିନ୍ତୁ ସାରା କଳ୍ପର ଆୟୁଷ ୫ ହଜାର ବର୍ଷ ଅଟେ । ଏଥିରେ
ବହୁତ ଫରକ ରହିଛି ।
ଏକମାତ୍ର ଅବିନାଶୀ ବାବା ହିଁ ଜ୍ଞାନର ସାଗର ଅଟନ୍ତି । ତେଣୁ ତାଙ୍କଠାରୁ ଦୈବୀଗୁଣ ଧାରଣ କରିବା
ଉଚିତ୍ । ଏହି ଦୁନିଆର ମନୁଷ୍ୟମାନେ ଦିନ ପ୍ରତିଦିନ ତମୋପ୍ରଧାନ ହୋଇ ଅଧିକ ଅବଗୁଣ ଶିଖିବାରେ
ଲାଗିଛନ୍ତି । ଆଗରୁ ଏତେ ଭ୍ରଷ୍ଟାଚାର, ଅପମିଶ୍ରଣ ନଥିଲା, ଏବେ ବଢିଚାଲିଛି । ଏବେ ତୁମେ
ବାବାଙ୍କର ୟାଦର ବଳ ଦ୍ୱାରା ସତ୍ତୋପ୍ରଧାନ ହୋଇ ଚାଲିଛ । ଯେପରି ତଳକୁ ଓହ୍ଲାଉଛ, ସେହିପରି ଭାବରେ
ଚଢିବାକୁ ହେବ । ପ୍ରଥମେ ତ ବାବା ମିଳିଛନ୍ତି ଏଥିପାଇଁ ଖୁସି ହେଉଛ । ବାବାଙ୍କ ସହିତ ସଂଯୋଗ ଯୋଡି
ହୋଇଗଲା ପୁଣି ୟାଦର ଯାତ୍ରା କରିବାକୁ ହେବ । ଯେଉଁମାନେ ଅଧିକ ଭକ୍ତି କରିଥିବେ ସେମାନେ ୟାଦର
ଯାତ୍ରାରେ ମଧ୍ୟ ଅଧିକ ସମୟ ରହୁଥିବେ । ଅନେକ ସନ୍ତାନ କହୁଛନ୍ତି ବାବା ଏହି ସ୍ମୃତିର ଯାତ୍ରା
ସ୍ଥାୟୀ ହୋଇ ରହୁନାହିଁ । ଭକ୍ତିରେ ମଧ୍ୟ ଏହିପରି ହୋଇଥାଏ । କଥା ଶୁଣିବାକୁ ବସିବା ମାତ୍ରେ
ବୁଦ୍ଧି ଅନ୍ୟ ଆଡକୁ ଚାଲିଯାଏ । ଶୁଣାଇଲାବାଲା ଏକଥା ଦେଖି ପୁଣି ଅଚାନକ ପଚାରିଥା’ନ୍ତି ଯେ ମୁଁ
କ’ଣ ଶୁଣାଇଲି ତେବେ ବାଉଳା ହୋଇଯାଇଥା’ନ୍ତି । ଦ୍ୱନ୍ଦ୍ୱରେ ପଡିଥା’ନ୍ତି, ଆଉ କେହି ତୁରନ୍ତ
କହିଦେଇଥା’ନ୍ତି । ସମସ୍ତେ ତ ଏକାଭଳି ହୋଇନଥା’ନ୍ତି । ଯଦିଓ ଏଠାରେ ବସିଛନ୍ତି କିନ୍ତୁ ଧାରଣା
କିଛି ବି ନାହିଁ । ଯଦି ଧାରଣା ହେଉଥାନ୍ତା ତେବେ କମାଲ କରି ଦେଖାଇଥାନ୍ତେ । ଏମାନେ ନିଜର ଏବଂ
ଅନ୍ୟମାନଙ୍କର କଲ୍ୟାଣ କରିବା ବିନା ରହିପାରିବେ ନାହିଁ । ଯଦିଓ କାହାକୁ ଘରେ ବହୁତ ସୁଖ ମିଳିଥାଏ
। ମହଲ, ମୋଟର ଆଦିଥାଏ କିନ୍ତୁ ଥରେ ଯଦି ଜ୍ଞାନର ନିଶା ଲାଗିଗଲା ତେବେ ସ୍ୱାମୀକୁ କହିବେ ଯେ ମୁଁ
ଏହି ରୁହାନୀ ସେବା କରିବା ପାଇଁ ଚାହୁଁଛି । କିନ୍ତୁ ମାୟା ବହୁତ ଶକ୍ତିଶାଳୀ ଅଟେ, ଯାହାକି
କରିବାକୁ ଦେଇନଥାଏ । ମୋହ ରହିଥାଏ ନା । ଏତେ ମହଲ, ଏତେ ସୁଖ କିପରି ଛାଡିବୁ । ଆରେ, ଏମାନେ
ସମସ୍ତେ ଆଗରୁ ଆସିଛନ୍ତି, ଯେଉଁମାନେ କି ବଡ-ବଡ ଲକ୍ଷପତି, କୋଟିପତି ଘରର ଥିଲେ, ସବୁ କିଛି
ଛାଡିକରି ଚାଲିଆସିଲେ । ସେମାନଙ୍କ ଭାଗ୍ୟରୁ ହିଁ ଜଣାପଡିଯାଇଥାଏ । ସେଥିପାଇଁ ତ୍ୟାଗ କରିବାର
ଶକ୍ତି ନଥାଏ । ଏମାନେ ରାବଣ ଜଞ୍ଜିରରେ ବନ୍ଧା ହୋଇଛନ୍ତି । ଏହା ହେଲା ବୁଦ୍ଧିର ଜଞ୍ଜିର । ବାବା
ବୁଝାଉଛନ୍ତି— ଆରେ, ତୁମେ ସ୍ୱର୍ଗର ମାଲିକ ପୂଜ୍ୟ ହେଉଛ । ବାବା ଗ୍ୟାରେଣ୍ଟି ଦେଉଛନ୍ତି ୨୧
ଜନ୍ମ ତୁମେ କେବେ ରୋଗରେ ପଡିବ ନାହିଁ । ୨୧ ଜନ୍ମ ପର୍ଯ୍ୟନ୍ତ ସର୍ବଦା ସୁସ୍ଥ ରହିବ । ଯଦିଓ ତୁମେ
ନିଜ ସ୍ୱାମୀଙ୍କ ପାଖରେ ରହୁଛ କିନ୍ତୁ ତାଙ୍କଠାରୁ ଅନୁମତି ଆଣ ଯେ ମୁଁ ନିଜେ ପବିତ୍ର ରହି
ଅନ୍ୟମାନଙ୍କୁ ପବିତ୍ର କରାଇବି । ତୁମର କର୍ତ୍ତବ୍ୟ ହେଲା ବାବାଙ୍କୁ ମନେ ପକାଇବା । ଯାହା ଦ୍ୱାରା
ଅସରନ୍ତି ସୁଖ ମିଳିଥାଏ ଏହିଭଳି ତୁମେ ବାବାଙ୍କୁ ମନେ ପକାଇ-ପକାଇ ତମୋପ୍ରଧାନରୁ ସତ୍ତୋପ୍ରଧାନ
ହୋଇଯିବ । ଏହା ବୁଝିବାର କଥା ଅଟେ । ଏହି ଶରୀର ଉପରେ କୌଣସି ଭରସା ନାହିଁ ତେଣୁ ତୁମେ ବାବାଙ୍କର
ହୋଇଯାଅ । ବାବାଙ୍କ ଭଳି ପ୍ରିୟ ବସ୍ତୁ ଆଉ କିଛି ନାହିଁ । ବାବା ବିଶ୍ୱର ମାଲିକ କରୁଛନ୍ତି,
କହୁଛନ୍ତି ତୁମେ ପୁରୁଷାର୍ଥ କରି ସଂପୂର୍ଣ ସତ୍ତୋପ୍ରଧାନ ହୋଇପାରିବ । ତୁମେମାନେ ସେଠାରେ
ଅସରନ୍ତି ସୁଖ ଦେଖିବ ବାବା ସ୍ୱର୍ଗର ଦ୍ୱାର ଏହି ନାରୀମାନଙ୍କ ଦ୍ୱାରା ଖୋଲୁଛନ୍ତି ।
ମାତାମାନଙ୍କ ଉପରେ ହିଁ ଜ୍ଞାନର କଳସ ରଖାଯାଇଥାଏ । ବାବା ମାତାମାନଙ୍କୁ ଟ୍ରଷ୍ଟ ତିଆରି କରି
ଟ୍ରଷ୍ଟି କରିଛନ୍ତି, କହୁଛନ୍ତି ସବୁ କିଛି ତୁମେ ମାତାମାନେ ସମ୍ଭାଳ । ଏହାଙ୍କ ଦ୍ୱାରା ବାବା
କଳସ ରଖିଛନ୍ତି ନା । କିନ୍ତୁ ଶାସ୍ତ୍ରରେ ଲେଖି ଦେଇଛନ୍ତି ସାଗର ମନ୍ଥନ କଲେ, ଅମୃତର କଳସ
ଲକ୍ଷ୍ମୀଙ୍କୁ ଦେଲେ । ଏବେ ତୁମେ ଜାଣୁଛ— ବାବା ସ୍ୱର୍ଗର ଦ୍ୱାର ଖୋଲୁଛନ୍ତି । ତେବେ କାହିଁକି
ଆମେ ବାବାଙ୍କଠାରୁ ସମ୍ପତ୍ତି ନ ନେବୁ । କାହିଁକି ବିଜୟ ମାଳାରେ ନ ଆସିବୁ କାହିଁକି ମହାବୀର
ନହେବୁ । ଅବିନାଶୀ ବାବା ପିଲାମାନଙ୍କୁ ନିଜର କୋଳକୁ ନେଉଛନ୍ତି— କ’ଣ ପାଇଁ ? ସ୍ୱର୍ଗର ମାଲିକ
କରିବା ପାଇଁ । ଏକଦମ୍ କଣ୍ଟାମାନଙ୍କୁ ବାବା ଆସି ଶିକ୍ଷା ଦେଉଛନ୍ତି । ତେଣୁ କଣ୍ଟା ପ୍ରତି ମଧ୍ୟ
ବାବାଙ୍କର ସ୍ନେହ ରହିଛି ନା ସେଥିପାଇଁ ତ ଏମାନଙ୍କୁ ଫୁଲ କରୁଛନ୍ତି । ବାବାଙ୍କୁ ଏହି ପତିତ
ଦୁନିଆ ଏବଂ ପତିତ ଶରୀରକୁ ହିଁ ଡାକୁଛନ୍ତି ଯେ ତୁମେ ନିର୍ବାଣଧାମ ଛାଡି ଏଠାକୁ ଆସ । ବାବା
କହୁଛନ୍ତି ଡ୍ରାମା ଅନୁସାରେ ମୋତେ କଣ୍ଟାର ଦୁନିଆକୁ ହିଁ ଆସିବାକୁ ପଡୁଛି । ତେବେ ନିଶ୍ଚିତ
ଭାବରେ ସ୍ନେହ ଅଛି ନା । ବିନା ସ୍ନେହରେ ଫୁଲ କିପରି କରିବେ ? ଏବେ ତୁମେ କଳିଯୁଗୀ କଣ୍ଟାରୁ
ସତ୍ୟଯୁଗୀ ଦେବତା ସତ୍ତୋପ୍ରଧାନ ବିଶ୍ୱର ମାଲିକ ହୁଅ । ତୁମକୁ କେତେ ସ୍ନେହର ସହିତ ବୁଝାଯାଉଛି ।
କୁମାରୀମାନେ ଫୁଲ ସମାନ ଅଟନ୍ତି ସେଥିପାଇଁ ତ ସମସ୍ତେ କୁମାରୀଙ୍କର ପାଦ ତଳେ ପଡିଥା’ନ୍ତି ।
କୁମାରୀ ଯେବେ ପତିତ ହୋଇଯାନ୍ତି ତେବେ ତାଙ୍କୁ ମଧ୍ୟ ସମସ୍ତଙ୍କ ପାଖରେ ମୁଣ୍ଡ ନୁଆଁଇବାକୁ
ପଡିଥାଏ । ତେଣୁ କ’ଣ କରିବା ଦରକାର ? ସର୍ବଦା ଫୁଲ ସମାନ ପବିତ୍ର ରୁହ ତେବେ ସଦାସର୍ବଦା ଫୁଲ
ସମାନ ହୋଇଯିବ । କୁମାରୀ ତ ନିର୍ବିକାରୀ ଅଟେ ନା । ଭଲେ ବିକାର ଦ୍ୱାରା ଜନ୍ମ ନେଇଛନ୍ତି । ଯେପରି
ସନ୍ନ୍ୟାସୀ ମଧ୍ୟ ବିକାର ଦ୍ୱାରା ଜନ୍ମ ନେଇଥା’ନ୍ତି ନା । ବିବାହ କରି ପୁଣି ଘର ଦ୍ୱାର ଛାଡି
ପଳାଇଥା’ନ୍ତି । ସେମାନଙ୍କୁ ପୁଣି ମହାନ୍ ଆତ୍ମା କହିଥା’ନ୍ତି । କେଉଁଠି ସତ୍ୟଯୁଗର ମହାନ ଆତ୍ମା
ବିଶ୍ୱର ମାଲିକ ଏବଂ କେଉଁଠି ଏହି କଳିଯୁଗର ମହାନ ଆତ୍ମା । ସେଥିପାଇଁ ବାବା କହୁଛନ୍ତି— ପ୍ରଶ୍ନ
ଲେଖ କି ତୁମେ କଳିଯୁଗୀ କଣ୍ଟା ଅଟ ବା ସତ୍ୟଯୁଗୀ ଫୁଲ ? ଭ୍ରଷ୍ଟାଚାରୀ ଅଟ ବା ଶ୍ରେଷ୍ଠାଚାରୀ ?
ଏହା ହେଉଛି ଭ୍ରଷ୍ଟାଚାରୀ ଦୁନିଆ ଯେତେବେଳେ କି ରାବଣର ରାଜ୍ୟ ଚାଲିଛି । କହୁଛନ୍ତି ଏହା ଆସୁରୀ
ରାଜ୍ୟ, ରାକ୍ଷସ ରାଜ୍ୟ ଅଟେ । କିନ୍ତୁ ନିଜକୁ କେହି ଆସୁରୀ ପ୍ରକୃତିର ବୋଲି ଭାବୁଛନ୍ତି କି! ଏବେ
ତୁମେମାନେ ଯୁକ୍ତିର ସହିତ ପ୍ରଶ୍ନ ପଚାରୁଛ ତେଣୁ ସେମାନେ ସ୍ୱତଃ ବୁଝିଯାଉଛନ୍ତି ଯେ ବାସ୍ତବରେ
ଆମେ କାମୀ, କ୍ରୋଧୀ, ଲୋଭୀ ଅଟୁ । ପ୍ରଦର୍ଶନୀରେ ମଧ୍ୟ ଏହିଭଳି ଲେଖ ତେବେ ସେମାନଙ୍କର ହୃଦବୋଧ
ହେବ ଯେ ବାସ୍ତବିକ ମୁଁ କଳିଯୁଗୀ କଣ୍ଟା ସମାନ ଅଟେ । ଏବେ ତୁମେମାନେ ଫୁଲ ସମାନ ହେବାକୁ ଯାଉଛ ।
ବାବା ତ ସଦାସର୍ବଦା ଫୁଲ ଅଟନ୍ତି । ସିଏ କେବେ କଣ୍ଟା ଅର୍ଥାତ୍ ଅପବିତ୍ର ହେଉନାହାଁନ୍ତି । ବାକି
ଆଉ ସମସ୍ତେ କଣ୍ଟା ସଦୃଶ ଅପବିତ୍ର ହେଉଛନ୍ତି । ତେଣୁ ସେହି ପବିତ୍ର ଫୁଲ ଭଳି ବାବା କହୁଛନ୍ତି—
ମୁଁ ତୁମକୁ ମଧ୍ୟ କଣ୍ଟାରୁ ଫୁଲ କରୁଛି । ତେଣୁ ତୁମେ ମୋତେ ମନେ ପକାଅ । ମାୟା କେତେ ଶକ୍ତିଶାଳୀ
ଅଟେ । ତେବେ ତୁମକୁ କ’ଣ ମାୟାଧୀନ ହେବାର ଅଛି ? ବାବା ତୁମକୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି ।
ମାୟା ପୁଣି ନିଜ ଆଡକୁ ଟାଣୁଛି । ଏହି ଶରୀର ଆମର ପୁରୁଣା ଜୋତା ସମାନ ଅଟେ । ଆତ୍ମାକୁ ପ୍ରଥମେ
ନୂଆ ଶରୀର ମିଳିଥାଏ ପରେ ଏହା ପୁରୁଣା ହୋଇଥାଏ । ବର୍ତ୍ତମାନ ସମସ୍ତଙ୍କର ଶରୀର ତମୋପ୍ରଧାନ
ହୋଇଯାଇଛି । ମୁଁ ତୁମକୁ ମଖମଲ ସମାନ ମୂଲ୍ୟବାନ କରିଦେଉଛି । ସତ୍ୟଯୁଗରେ ଆତ୍ମା ପବିତ୍ର ହେବା
ଯୋଗୁଁ ଶରୀର ମଧ୍ୟ ସେହିଭଳି ସୁନ୍ଦର ହୋଇଥାଏ । ଏଥିରେ କୌଣସି ପ୍ରକାର ଡିଫେକ୍ଟ ଅର୍ଥାତ୍ ତ୍ରୁଟି
ନଥାଏ । ଏଠାରେ ତ ବହୁତ ଡିଫେକ୍ଟ ଅର୍ଥାତ୍ ତ୍ରୁଟି ରହିଛି । ସେଠାକାର ଚେହେରା ଦେଖ କେତେ
ସୁନ୍ଦର ସେଭଳି ଚେହେରା ତ ଏଠାରେ କେହି ତିଆରି କରିପାରିବେ ନାହିଁ । ଏବେ ବାବା ମଧ୍ୟ କହୁଛନ୍ତି
ମୁଁ ତୁମକୁ କେତେ ଉଚ୍ଚ କରୁଛି ତେଣୁ ତୁମେ ଘର ଗୃହସ୍ଥରେ ରହି କମଳ ସମାନ ପବିତ୍ର ହୁଅ ଏବଂ ଜନ୍ମ
ଜନ୍ମାନ୍ତରର ଯେଉଁ ପାପ ରହିଛି, ତାକୁ ଚୁକ୍ତ କରିବା ପାଇଁ ଯୋଗଯୁକ୍ତ ରୁହ । ଏହି ଯୋଗ ଅଗ୍ନି
ଦ୍ୱାରା ସବୁ ପାପ ଭସ୍ମ ହୋଇଯିବ । ଏହା ଦ୍ୱାରା ତୁମେ ପକ୍କା ସୁନା ଭଳି ପବିତ୍ର ହୋଇଯିବ । ବାବା
ଖାଦ ବାହାର କରିବାର ବହୁତ ଭଲ ଯୁକ୍ତି ବତାଉଛନ୍ତି, କହୁଛନ୍ତି ମୋତେ ମନେ ପକାଅ । ତୁମ ବୁଦ୍ଧିରେ
ଏହି ଜ୍ଞାନ ରହିଛି । ଆତ୍ମା ମଧ୍ୟ ବହୁତ ଛୋଟ ଅଟେ । ଯଦି ବଡ ହେବ ତେବେ ଏଥିରେ ପ୍ରବେଶ
କରିପାରିବ ନାହିଁ । କିପରି କରିବ ? ଆତ୍ମାକୁ ଦେଖିବା ପାଇଁ ଡାକ୍ତରମାନେ ବହୁତ ଚେଷ୍ଟା କରୁଛନ୍ତି
। କିନ୍ତୁ ଦେଖିପାରୁ ନାହାଁନ୍ତି । ସାକ୍ଷାତ୍କାର ମଧ୍ୟ ହୋଇଥାଏ କିନ୍ତୁ ସାକ୍ଷାତ୍କାର ଦ୍ୱାରା
କୌଣସି ଫାଇଦା ହୋଇନଥାଏ । ଧରିନିଅ ଯଦି ତୁମକୁ ବୈକୁଣ୍ଠର ସାକ୍ଷାତ୍କାର ହେଲା କିନ୍ତୁ ଏହାଦ୍ୱାରା
ଫାଇଦା କ’ଣ ? ପୁରୁଣା ଦୁନିଆ ସମାପ୍ତ ହେଲେ ତ ବୈକୁଣ୍ଠବାସୀ ହେବେ । ଏଥିପାଇଁ ତୁମେ ଯୋଗର
ଅଭ୍ୟାସ କର ।
ତେଣୁ ବାବା ବୁଝାଉଛନ୍ତି ପିଲାମାନେ, ପ୍ରଥମେ ମୁଁ କଣ୍ଟାକୁ ସ୍ନେହ କରୁଛି । ବାବା ହିଁ ସବୁଠାରୁ
ଅଧିକ ସ୍ନେହୀ, ସ୍ନେହର ସାଗର ଅଟନ୍ତି । ତୁମେମାନେ ମଧ୍ୟ ବାବାଙ୍କ ଭଳି ମିଠା ହେଉଛ । ବାବା
ବୁଝାଉଛନ୍ତି ନିଜକୁ ଆତ୍ମା ଭାବି ଭାଇ-ଭାଇକୁ ଦେଖ ତେବେ ତୁମର ବିକାରୀ ଖିଆଲ ସମାପ୍ତ ହୋଇଯିବ ।
ଭାଇ-ଭଉଣୀର ସମ୍ବନ୍ଧରେ ମଧ୍ୟ ବୁଦ୍ଧି ଚଞ୍ଚଳ ହୋଇଥାଏ ସେଥିପାଇଁ ତୁମେ ଭାଇ-ଭାଇକୁ ଦେଖ । ସେଠାରେ
ଅର୍ଥାତ୍ ପରମଧାମରେ ତ ଶରୀର ରହିବ ନାହିଁ ଯାହା ଦ୍ୱାରା ଶରୀରର ଅଭିମାନ ଆସିବ ବା ମୋହ ଆସିଯିବ ।
ବାବା ଆତ୍ମାମାନଙ୍କୁ ହିଁ ପାଠ ପଢାଉଛନ୍ତି । ତେଣୁ ତୁମେ ମଧ୍ୟ ନିଜକୁ ଆତ୍ମା ବୋଲି ଭାବ । ଏହି
ଶରୀର ବିନାଶୀ ଅଟେ, ଏଥିରେ ମନ ଲଗାଇବାର ନାହିଁ । ସତ୍ୟଯୁଗରେ ଶରୀର ସହିତ ସ୍ନେହ ରହିନଥାଏ ।
ତୁମେ ମୋହଜିତ୍ ରାଜାଙ୍କର କଥା ଶୁଣିଛ ନା । କହିଲେ ଆତ୍ମା ଗୋଟିଏ ଶରୀର ଛାଡି ଯାଇ ଆଉ ଗୋଟିଏ
ନେଇଥାଏ । ଆମକୁ ଅଭିନୟ ମିଳିଛି, ତେଣୁ ମୋହ କାହିଁକି ରଖିବୁ ? ସେଥିପାଇଁ ବାବା ମଧ୍ୟ କହୁଛନ୍ତି
ଖବରଦାର ରହିବାର ଅଛି । ମାଆ ଅଥବା ସ୍ତ୍ରୀ ମଲେ ମଧ୍ୟ ନଷ୍ଟୋମୋହା ହେବାର ଅଛି । ଏହି ପ୍ରତିଜ୍ଞା
କର ଯେ କେହି ବି ମଲେ ଆମର କାନ୍ଦିବାର ନାହିଁ । ତେଣୁ ତୁମେ ବାବାଙ୍କୁ ମନେ ପକାଇ, ସତ୍ତୋପ୍ରଧାନ
ହୁଅ । ସତ୍ତୋପ୍ରଧାନ ହେବାର ଆଉ କୌଣସି ରାସ୍ତା ନାହିଁ । ପୁରୁଷାର୍ଥ କରିବା ଦ୍ୱାରା ହିଁ ବିଜୟ
ମାଳାର ଦାନା ହେବ । ତୁମେ ପୁରୁଷାର୍ଥ ଦ୍ୱାରା ଯାହା ଚାହିଁବ ତାହା ହୋଇପାରିବ । ବାବା ଜାଣିଛନ୍ତି
କଳ୍ପ ପୂର୍ବରୁ ତୁମେ ଯେତିକି ପୁରୁଷାର୍ଥ କରିଥିବ ସେତିକି କରିବ । ବାବା ତ ଦୀନବନ୍ଧୁ ଅଟନ୍ତି ।
ଗରୀବମାନଙ୍କୁ ହିଁ ଦାନ ଦିଆଯାଇଥାଏ ନା । ବାବା ସ୍ୱୟଂ କହୁଛନ୍ତି ମୁଁ ମଧ୍ୟ ସାଧାରଣ ଶରୀରରେ
ଆସୁଛି ନା । ନା ଗରୀବ, ନା ସାହୁକାର ଶରୀରରେ ଆସୁଛି । ତୁମେମାନେ ହିଁ ବାବାଙ୍କୁ ଜାଣିଛ, ବାକି
ସାରା ଦୁନିଆ ତ ସର୍ବବ୍ୟାପୀ କହିଦେଉଛି । ବାବା ଏଭଳି ଧର୍ମ ସ୍ଥାପନ କରୁଛନ୍ତି ଯାହା ଦ୍ୱାରା
ସେଠାରେ ଦୁଃଖର ନାମ ମଧ୍ୟ ରହିବ ନାହିଁ ।
ଭକ୍ତିମାର୍ଗରେ ମନୁଷ୍ୟ ଆଶୀର୍ବାଦ ମାଗିଥା’ନ୍ତି । ଏଠାରେ ତ କୃପାର କୌଣସି କଥା ନାହିଁ ତେବେ
କାହା ପାଖରେ ମୁଣ୍ଡ ନୁଆଁଇବେ ? ଇଏ ତ ବିନ୍ଦୁ ଅଟନ୍ତି ନା । ବଡ ଜିନିଷ ହୋଇଥିଲେ ମୁଣ୍ଡ
ନୁଆଁଇଥାନ୍ତେ । ଛୋଟ ଜିନିଷ ହୋଇଥିବାରୁ ମୁଣ୍ଡିଆ ମାରି ପାରିବେ ନାହିଁ । ହାତ ମଧ୍ୟ କାହାକୁ
ଯୋଡିବେ, ଭକ୍ତିମାର୍ଗର ଏହି ଚିହ୍ନ ସବୁ ଗୁପ୍ତ ହୋଇଯିବ । ହାତ ଯୋଡିବା ମଧ୍ୟ ଭକ୍ତିମାର୍ଗ
ହୋଇଯାଉଛି । ଭାଇ-ଭଉଣୀ ଘରେ କ’ଣ ପରସ୍ପରକୁ ହାତ ଯୋଡିଥା’ନ୍ତି କି ? ଉତ୍ତରାଧିକାରୀ କରିବା ପାଇଁ
ସନ୍ତାନ ମାଗିଥା’ନ୍ତି । ପିଲାମାନେ ମାଲିକ ଅଟନ୍ତି ନା ସେଥିପାଇଁ ବାବା ପିଲାମାନଙ୍କୁ ନମସ୍କାର
କରୁଛନ୍ତି । ବାବା ତ ପିଲାମାନଙ୍କର ସେବାଧାରୀ ଅଟନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ
ମୁଖ୍ୟ ସାର :—
(୧) ବିନାଶୀ
ଶରୀର ସହିତ ମନ ଲଗାଇବାର ନାହିଁ । ମୋହଜିତ ହେବାର ଅଛି । ପ୍ରତିଜ୍ଞା କର ଯେ କେହି ବି ଶରୀର
ଛାଡିଦେଉ କିନ୍ତୁ ଆମେ କାନ୍ଦିବୁ ନାହିଁ ।
(୨) ବାବାଙ୍କ ସମାନ ମିଠା
ହୋଇ ସମସ୍ତଙ୍କୁ ସୁଖ ଦେବାର ଅଛି । କାହାକୁ ବି ଦୁଃଖ ଦେବାର ନାହିଁ । କଣ୍ଟାକୁ ଫୁଲ କରିବାର
ସେବା କରିବାକୁ ହେବ । ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ ।
ବରଦାନ:-
ଦେହ ଅଭିମାନଠାରୁ
ଦୂରେଇ ରହି ପରମାତ୍ମ ସ୍ନେହର ଅନୁଭବ କରୁଥିବା କମଳ ଆସନଧାରୀ ହୁଅ ।
କମଳ ଆସନ ବ୍ରାହ୍ମଣ
ଆତ୍ମାମାନଙ୍କର ଶ୍ରେଷ୍ଠ ସ୍ଥିତିର ପ୍ରତୀକ ଅଟେ । ଏହିଭଳି କମଳ ଆସନଧାରୀ ଆତ୍ମାମାନେ ଏହି ଦେହର
ଅଭିମାନଠାରୁ ଆପେ ଆପେ ପୃଥକ ରହିଥା’ନ୍ତି । ସେମାନଙ୍କୁ ଦେହର ସ୍ମୃତି ନିଜ ଆଡକୁ ଆକର୍ଷିତ
କରିନଥାଏ । ଯେପରି ବ୍ରହ୍ମାବାବାଙ୍କୁ ଚାଲୁଥିବା ବୁଲୁଥିବା ସମୟରେ ଫରିସ୍ତା ସ୍ୱରୂପ ବା ଦେବତା
ସ୍ୱରୂପ ସଦାସର୍ବଦା ସ୍ମୃତିରେ ରହୁଥିଲା । ସେହିଭଳି ଆତ୍ମ-ଅଭିମାନୀ ସ୍ଥିତି ସ୍ୱାଭାବିକ ଭାବରେ
ସବୁବେଳେ ରହିଥାଉ ତେବେ କୁହାଯିବ ଦେହ-ଅଭିମାନଠାରୁ ଉର୍ଦ୍ଧ୍ଵରେ ରହୁଥିବା ଆତ୍ମା । ଏହିଭଳି
ଦେହ-ଅଭିମାନ ଠାରୁ ଉର୍ଦ୍ଧ୍ଵରେ ରହୁଥିବା ଆତ୍ମା ହିଁ ପରମାତ୍ମାଙ୍କର ପ୍ରିୟ ହୋଇଥା’ନ୍ତି ।
ସ୍ଲୋଗାନ:-
ତୁମର ଗୁଣ ବା
ବିଶେଷତା ଗୁଡିକ ପ୍ରଭୁ ପ୍ରସାଦ ଅଟେ ସେଗୁଡିକୁ ମୋର ବୋଲି ଭାବିବା ହିଁ ଦେହ-ଅଭିମାନ ଅଟେ ।