05.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯଦି ସମ୍ମାନର ସହିତ ପାସ୍ କରିବାକୁ ଚାହୁଁଛ ତେବେ ବୁଦ୍ଧିଯୋଗ ଟିକିଏ ବି କୁଆଡେ ନଯାଉ, ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହୁ, ଦେହକୁ ମନେ ପକାଉଥିବା ପିଲାମାନେ ଉଚ୍ଚ ପଦ ପାଇପାରିବେ ନାହିଁ ।

ପ୍ରଶ୍ନ:-
ସବୁଠାରୁ ଉଚ୍ଚ ଲକ୍ଷ୍ୟ କଣ ?

ଉତ୍ତର:-
ଆତ୍ମା ଜୀବିତ ଅବସ୍ଥାରେ ଥାଇ ମଧ୍ୟ ପୁରୁଣା ଦୁନିଆରୁ ମରି ଏକମାତ୍ର ବାବାଙ୍କର ହେବା ଏବଂ ଅନ୍ୟ କେହି ବି ମନେ ନ ପଡିବା, ଦେହ-ଅଭିମାନ ବିଲ୍କୁଲ୍ ସମାପ୍ତ ହୋଇଯିବା ଏହା ହିଁ ହେଉଛି ସବୁଠାରୁ ଉଚ୍ଚ ଲକ୍ଷ୍ୟ । ନିରନ୍ତର ଦେହୀ-ଅଭିମାନୀ ଅବସ୍ଥା ରହିବା ଏହା ହେଉଛି ବହୁତ ଉଚ୍ଚ ଲକ୍ଷ୍ୟ । ଏହା ଦ୍ୱାରା ହିଁ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବ ।

ଗୀତ:-
ତୁ ପ୍ୟାର କା ସାଗର ହେ...

ଓମ୍ ଶାନ୍ତି ।
ଏଇ ଗୀତ ମଧ୍ୟ ଭୁଲ୍ ଅଟେ । ସ୍ନେହର ସାଗର ବଦଳରେ ଜ୍ଞାନର ସାଗର ହେବା ଦରକାର । ସ୍ନେହର କୌଣସି ଲୋଟା ନଥାଏ । ଲୋଟା, ଗଙ୍ଗାଜଳ ଇତ୍ୟାଦିର ଥାଏ । ଏହା ହେଉଛି ଭକ୍ତିମାର୍ଗର ମହିମା । ଏହା ଭୁଲ୍ ଏବଂ ତାହା ଠିକ୍ । ବାବା ପ୍ରଥମେ-ପ୍ରଥମେ ଜ୍ଞାନର ସାଗର ଅଟନ୍ତି । ଯଦି ସନ୍ତାନମାନଙ୍କ ଭିତରେ ଅଳ୍ପ କିଛି ମଧ୍ୟ ଜ୍ଞାନ ଅଛି ତେବେ ମଧ୍ୟ ବହୁତ ଉଚ୍ଚ ପଦ ପ୍ରାପ୍ତ କରୁଛନ୍ତି । ସନ୍ତାନମାନେ ଜାଣିଛନ୍ତି ଯେ ବର୍ତ୍ତମାନ ଏହି ସଂଗମ ସମୟରେ ଆମେ ନିଶ୍ଚିତ ଭାବରେ ଚୈତନ୍ୟ ଦିଲ୍ୱାଡା ମନ୍ଦିରର ସଦସ୍ୟ ଅଟୁ । ତାହା ହେଉଛି ଜଡ ଦିଲ୍ୱାଡା ମନ୍ଦିର ଏବଂ ଏହା ହେଉଛି ଚୈତନ୍ୟ ଦିଲ୍ୱାଡା । ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ ନା, ଯେଉଁଠି ଜଡ ସ୍ମୃତିସବୁ ଅଛି ସେହିଠାରେ ହିଁ ତୁମେ ଚୈତନ୍ୟରେ ବସିଛ । କିନ୍ତୁ ମନୁଷ୍ୟ କିଛି ବୁଝି ହେଲେ ବି ବୁଝି ନାହାଁନ୍ତି । ଆଗକୁ ଗଲେ ବୁଝିବେ ଯେ ଏହା ପ୍ରକୃତରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅଟେ, ଏଠାରେ ଭଗବାନ ପାଠ ପଢାଉଛନ୍ତି । ଏହାଠାରୁ ବଡ ୟୁନିଭରସିଟି ଅନ୍ୟ କେହି ହୋଇପାରିବ ନାହିଁ ଏବଂ ଏକଥା ମଧ୍ୟ ବୁଝି ପାରିବେ ଯେ ଇଏ ବାସ୍ତବରେ ଚୈତନ୍ୟ ଦିଲ୍ୱାଡା ମନ୍ଦିର ଅଟେ । ଏହି ଦିଲ୍ୱାଡା ମନ୍ଦିର ତୁମର ଅବିକଳ ସ୍ମୃତି ଅଟେ । ଉପରେ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀମାନଙ୍କର ନମୁନା ରହିଛି, ତଳେ ଆଦିଦେବ ଆଦିଦେବୀ ଏବଂ ସନ୍ତାନମାନେ ତପସ୍ୟାରେ ବସିଛନ୍ତି । ତାଙ୍କର ନାମ ହେଉଛି ବ୍ରହ୍ମା । ସରସ୍ୱତୀ ହେଉଛନ୍ତି ବ୍ରହ୍ମାଙ୍କର କନ୍ୟା । ପ୍ରଜାପିତା ବ୍ରହ୍ମା ଯେହେତୁ ଅଛନ୍ତି ତେଣୁ ନିଶ୍ଚୟ ଗୋପ-ଗୋପିମାନେ ମଧ୍ୟ ଥିବେ ନା, ତାହା ହେଉଛି ଜଡ ଚିତ୍ର । ଯେଉଁମାନେ ଏଠାକୁ ଆସି ଅଭିନୟ କରିଯାଇଛନ୍ତି ତାଙ୍କର ପୁଣି ଚିତ୍ର ତିଆରି ହୋଇଛି । ଯଦି କେହି ମୃତ୍ୟୁବରଣ କରୁଛନ୍ତି ତେବେ ତୁରନ୍ତ ତାଙ୍କର ଚିତ୍ର ତିଆରି କରି ଦେଉଛନ୍ତି, ତାଙ୍କର ପୋଜିସନ୍, ଜୀବନକାହାଣୀ ବିଷୟରେ କିଛି ବି ଜଣାନାହିଁ । ଯଦି ଆକ୍ୟୁପେସନ୍ ଲେଖା ନଥିବ ତେବେ ସେହି ଚିତ୍ର କୌଣସି କାମର ନୁହେଁ । ଯଦି ଆକୁପେସନ୍ ଜଣାଥିବ ଅମୁକ ଏଇ-ଏଇ କର୍ତ୍ତବ୍ୟ କରିଛନ୍ତି । ଏବେ ଯେଉଁ ଦେବତାଙ୍କର ମନ୍ଦିର ଅଛି, ତାଙ୍କର ଆକ୍ୟୁପେସନ୍, ବାୟୋଗ୍ରାଫି କାହାକୁ ଜଣା ନାହିଁ । ଉଚ୍ଚରୁ ଉଚ୍ଚ ଶିବବାବାଙ୍କୁ କେହି ମଧ୍ୟ ଜାଣି ନାହାଁନ୍ତି । ଏବେ ତୁମେମାନେ ସମସ୍ତଙ୍କର ବାୟୋଗ୍ରାଫି (ଜୀବନ କାହାଣୀ)କୁ ଜାଣୁଛ । ମୁଖ୍ୟ ମୁଖ୍ୟ କିଏ ଯେଉଁମାନେ ଏଠାକୁ ଆସି ପାର୍ଟ କରି ଯାଇଛନ୍ତି ଯାହାଙ୍କୁ ପୁଜା କରୁଛ । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ । ଶିବରାତ୍ରୀ ପାଳନ କରୁଛନ୍ତି ତେଣୁ ନିଶ୍ଚୟ ତାଙ୍କର ଅବତରଣ ହୋଇଛି କିନ୍ତୁ କେବେ ହେଲା, ସିଏ-କଣ ଆସି କରିଲେ - ଏକଥା କାହାକୁ ଜଣା ନାହିଁ । ଶିବଙ୍କ ସାଥିରେ ବ୍ରହ୍ମା, ଆଦିଦେବ ଏବଂ ଆଦିଦେବୀ ଅଛନ୍ତି । ତେବେ ସେମାନେ କିଏ, ଏତେ ଭୁଜା କାହିଁକି ଦେଇଛନ୍ତି ? କାହିଁକି ନା ଆତ୍ମାମାନଙ୍କର ସଂଖ୍ୟା ବୃଦ୍ଧି ହୋଇଥାଏ । ପ୍ରଜାପିତା ବ୍ରହ୍ମାଙ୍କଠାର ଆରମ୍ଭ କରି ଏପର୍ଯ୍ୟନ୍ତ କେତେ ବୃଦ୍ଧି ହେଉଛି । ବ୍ରହ୍ମାଙ୍କ ପାଇଁ ହିଁ କହୁଛନ୍ତି ୧୦୦ ଭୁଜା, ହଜାର ଭୁଜାଧାରୀ । ବିଷ୍ଣୁ ବା ଶଙ୍କରଙ୍କ ପାଇଁ ଏତେ ଭୁଜା କହିବେ ନାହିଁ । ବ୍ରହ୍ମାଙ୍କ ପାଇଁ କାହିଁକି କହୁଛନ୍ତି ? ଏହା ପ୍ରଜାପିତା ବ୍ରହ୍ମାଙ୍କର ହିଁ ସମସ୍ତ ବଂଶାବଳୀ ଅଟେ । ଏହା କୌଣସି ଭୂଜାର କଥା ନୁହେଁ । ଯଦିଓ ସେମାନେ କହୁଛନ୍ତି ହଜାର ଭୁଜାବାଲା ବ୍ରହ୍ମା, କିନ୍ତୁ ଅର୍ଥ କିଛି ବି ବୁଝୁ ନାହାଁନ୍ତି । ଏବେ ତୁମେ ବାସ୍ତବରେ ଦେଖ ବ୍ରହ୍ମାଙ୍କର କେତେ ଭୂଜା ଅଛି । ଇଏ ହେଉଛି ବେହଦର ଭୁଜା । ପ୍ରଜାପିତା ବ୍ରହ୍ମାଙ୍କୁ ସମସ୍ତେ ମାନୁଛନ୍ତି କିନ୍ତୁ ଆକ୍ୟୁପେସନ୍କୁ ଜାଣି ନାହାଁନ୍ତି । ଆତ୍ମାର ଭୂଜା ନାହିଁ, କିନ୍ତୁ ଭୂଜା ଶରୀରର ଅଛି । ଏତେ କୋଟି କୋଟି ଆତ୍ମା ଅଛନ୍ତି ତେଣୁ ତାଙ୍କର ଭୁଜା କେତେ ହେଲା ? କିନ୍ତୁ ପ୍ରଥମେ ଯେବେ କିଏ ଭଲ ଭାବରେ ଜ୍ଞାନ ବୁଝିଯିବ, ତେବେ ପରେ ଏଇ କଥା ଶୁଣାଇବ । ପ୍ରଥମ ଏବଂ ମୁଖ୍ୟ କଥା ହେଲା ବାବା କହୁଛନ୍ତି ମୋତେ ମନେ ପକାଅ ଏବଂ ବର୍ସାକୁ ମନେ ପକାଅ । ଜ୍ଞାନର ସାଗରଙ୍କର ମଧ୍ୟ ଗାୟନ ରହିଛି । ବାବା କେତେ ଅଥାହ ପଏଣ୍ଟସ୍ ଶୁଣାଉଛନ୍ତି ଏତେ ସବୁ ପଏଣ୍ଟସ୍ ମନେ ରହିପାରିବ ନାହିଁ । କେବଳ ତନ୍ତ ଅର୍ଥାତ୍ ସାର ବୁଦ୍ଧିରେ ରହିଯାଉଛି । ତେବେ ପରେ ସାରାଂଶ ରହିଯାଉଛି -- ମନମନାଭବ ।

ଜ୍ଞାନର ସାଗର ଶ୍ରୀକୃଷ୍ଣଙ୍କୁ କୁହାଯାଇ ପାରିବ ନାହିଁ । ସିଏ ହେଲେ ରଚନା, ରଚୟିତା ଏକମାତ୍ର ବାବା ହିଁ ଅଟନ୍ତି । ବାବା ହିଁ ସମସ୍ତଙ୍କୁ ବର୍ସା ଦେବେ, ଘରକୁ ନେଇଯିବେ । ବାବା ତଥା ଆତ୍ମାମାନଙ୍କର ଘର ହେଉଛି ହିଁ ସାଇଲେନ୍ସ ହୋମ୍ । ବିଷ୍ଣୁପୁରୀକୁ ବାବାଙ୍କର ଘର କୁହାଯିବ ନାହିଁ । ବ୍ରହ୍ମଲୋକକୁ ଘର କୁହାଯିବ, ଯେଉଁଠି ଆତ୍ମାମାନେ ରହୁଛନ୍ତି । ଏହି ସବୁ କଥାକୁ ବୁଦ୍ଧିମାନ ସନ୍ତାନମାନେ ହିଁ ଧାରଣ କରିପାରିବେ । ଏତେ ସବୁ ଜ୍ଞାନ କାହାର ବୁଦ୍ଧିରେ ମନେ ରହିପାରିବ ନାହିଁ କିମ୍ବା ଏତେ ସବୁ କାଗଜରେ ମଧ୍ୟ ଲେଖିପାରିବେ ନାହିଁ । ଯଦି ସବୁ ମୁରଲୀକୁ ମଧ୍ୟ ଏକାଠି କରିବ ତେବେ ସାରା ହଲ୍ ଭରିଯିବ । ଏହି ଦୁନିଆର ପାଠପଢାରେ ମଧ୍ୟ କେତେ ଢେର ବହି ରହିଛି । ପରୀକ୍ଷା ପାସ୍ କରି ନେଲ ପୁଣି ପାଠର ସାରାଂଶ ବୁଦ୍ଧିରେ ରହିଯାଉଛି । ଯଦି ପରୀକ୍ଷାରେ ବାରିଷ୍ଟରୀ ପାସ୍ କରିଲ, ତେବେ ତାଦ୍ୱାରା ଗୋଟିଏ ଜନ୍ମ ପାଇଁ ଅଳ୍ପକାଳ ସୁଖ ମିଳିଯାଉଛି । ତାହା ହେଉଛି ବିନାଶୀ ରୋଜଗାର । ଭବିଷ୍ୟତ ପାଇଁ ତୁମକୁ ବାବା ଅବିନାଶୀ ରୋଜଗାର କରାଉଛନ୍ତି । ବାକି ଯେଉଁ ଗୁରୁ-ଗୋସାଇଁ ଆଦି ଅଛନ୍ତି ସେସବୁ ବିନାଶୀ ରୋଜଗାର ଚଲାଉଛନ୍ତି । ଯେତିକି ବିନାଶ ପାଖେଇ ଆସିବ, ରୋଜଗାର ସେତିକି କମ୍ ହୋଇଯିବ । ତୁମେ କହିବ ରୋଜଗାର ବଢିଚାଲିଛି, କିନ୍ତୁ ନୁହେଁ । ଏସବୁ ସମାପ୍ତ ହୋଇଯିବ । ପୂର୍ବରୁ ରାଜାମାନଙ୍କର ରୋଜଗାର ଚାଲୁଥିଲା । ବର୍ତ୍ତମାନ ସେମାନେ ମଧ୍ୟ ନାହାଁନ୍ତି । ତୁମର ରୋଜଗାର ତ ବହୁତ ସମୟ ଚାଲୁଛି । ତୁମେ ଜାଣିଛ ଏହା ହେଉଛି ବନା ବନାୟା ପୂର୍ବ ପ୍ରସ୍ତୁତ ଡ୍ରାମା, ଯାହାକୁ ଦୁନିଆରେ କେହି ଜାଣି ନାହାଁନ୍ତି । ତୁମମାନଙ୍କ ଭିତରେ ମଧ୍ୟ ନମ୍ବରବାର ଅଛନ୍ତି, ଯେଉଁମାନଙ୍କୁ ଏହି ଜ୍ଞାନର ଧାରଣା ହେଉଛି । କେହି କେହି ତ କିଛି ବି ବୁଝାଇପାରୁ ନାହାଁନ୍ତି । କେହି କହୁଛନ୍ତି ଆମେ ମିତ୍ର-ସମ୍ବନ୍ଧୀମାନଙ୍କୁ ବୁଝାଉଛୁ, ତେବେ ତାହା ମଧ୍ୟ ଅଳ୍ପକାଳର କଥା ହେଲା ନା । ଅନ୍ୟମାନଙ୍କୁ ପ୍ରଦର୍ଶନୀ କାହିଁକି ବୁଝାଉନାହଁ ? କାରଣ ସେମାନେ ଜ୍ଞାନକୁ ପୂରା ଧାରଣା କରି ନାହାଁନ୍ତି । ନିଜକୁ ମିୟା ମିଠୁ ଭାବ ନାହିଁ । ସର୍ଭିସ୍ର ସଉକ ଅଛି ତେବେ ଯେଉଁମାନେ ଭଲ ଭାବରେ ବୁଝାଉଛନ୍ତି, ତାଙ୍କର ଶୁଣିବା ଦରକାର । ବାବା ଉଚ୍ଚରୁ ଉଚ୍ଚ ପଦ ପ୍ରାପ୍ତ କରାଇବା ପାଇଁ ଆସିଛନ୍ତି ତେଣୁ ପୁରୁଷାର୍ଥ କରିବା ଦରକାର । କିନ୍ତୁ ଭାଗ୍ୟରେ ନାହିଁ ତେଣୁ ଶ୍ରୀମତ ମଧ୍ୟ ମାନୁନାହାଁନ୍ତି, ପୁଣି ପଦ ଭ୍ରଷ୍ଟ ହୋଇଯାଉଛି । ଡ୍ରାମା ପ୍ଲାନ୍ ଅନୁସାରେ ରାଜଧାନୀ ସ୍ଥାପନା ହେଉଛି । ସେଥିରେ ସବୁ ପ୍ରକାରର ପଦଧାରୀ ଦରକାର ନା । ତୁମେମାନେ ବୁଝିପାରିବ ଯେ, କିଏ ଭଲ ପ୍ରଜା ହେବେ, କିଏ କମ୍ । ବାବା କହୁଛନ୍ତି ମୁଁ ତୁମକୁ ରାଜଯୋଗ ଶିଖାଇବା ପାଇଁ ଆସିଛି । ଦିଲ୍ୱାଡା ମନ୍ଦିରରେ ରାଜାମାନଙ୍କର ଚିତ୍ର ଅଛି ନା । ଯେଉଁମାନେ ପୂଜ୍ୟ ହେଉଛନ୍ତି ସେହିମାନେ ହିଁ ପୁଣି ପୂଜାରୀ ହେଉଛନ୍ତି । ରାଜା-ରାଣୀଙ୍କର ପଦ ତ ଅଟେ ନା । ପୁଣି ଯେତେବେଳେ ବାମ ମାର୍ଗରେ ଆସୁଛନ୍ତି ସେତେବେଳେ ମଧ୍ୟ ରାଜତ୍ୱ ଅଥବା ବଡ-ବଡ ସାହୁକାର ରହୁଛନ୍ତି । ଜଗନ୍ନାଥଙ୍କର ମନ୍ଦିରରେ ସମସ୍ତଙ୍କ ମସ୍ତକରେ ମୁକୁଟ ଦେଖାଇଛନ୍ତି । କିନ୍ତୁ ପ୍ରଜାମାନଙ୍କ ମସ୍ତକରେ ତ ମୁକୁଟ ରହିବ ନାହିଁ । ତେବେ ମୁକୁଟଧାରୀ ରାଜାମାନେ ମଧ୍ୟ ବିକାରୀ ଅଟନ୍ତି । ସୁଖ ସମ୍ପତ୍ତି ସେମାନଙ୍କର ବହୁତ ଥିବ । କିନ୍ତୁ ସମ୍ପତ୍ତି କମ୍ ବେଶୀ ନିଶ୍ଚିତ ରହିବ । ହୀରାର ମହଲ ଏବଂ ଚାନ୍ଦିର ମହଲ ଭିତରେ ପାର୍ଥକ୍ୟ ଅଛି । ତେଣୁ ବାବା ସନ୍ତାନମାନଙ୍କୁ କହିବେ - ଭଲ ପୁରୁଷାର୍ଥ କରି ଉଚ୍ଚ ପଦ ପାଅ । ରାଜାମାନଙ୍କୁ ସୁଖ ବେଶି ହୋଇଥାଏ, ସେଠାରେ ସବୁ ସୁଖୀ ହୋଇଥାନ୍ତି । ଯେମିତି ଏଠାରେ ସମସ୍ତଙ୍କର ଦୁଃଖ ରହିଛି, ବିମାରୀ ଆଦି ସମସ୍ତଙ୍କୁ ହେଉଛି । ସେଠାରେ ସୁଖ ରହିବ, କିନ୍ତୁ କ୍ରମାନୁସାରେ ପଦବୀ ହୋଇଥାଏ । ବାବା ସବୁବେଳେ କହୁଛନ୍ତି ପୁରୁଷାର୍ଥ କରିଚାଲ, ଅବହେଳା କର ନାହିଁ, ତେବେ ପୁରୁଷାର୍ଥ ଦ୍ୱାରା ବୁଝିପାରିବେ ଡ୍ରାମା ଅନୁସାରେ ଏହାଙ୍କର ସଦ୍ଗତି ଏହି ପ୍ରକାରର ଏତିକି ହିଁ ହେଉଛି ।

ନିଜର ସଦ୍ଗତି ପାଇଁ ଶ୍ରୀମତରେ ଚାଲିବାକୁ ପଡିବ । ଯଦି ଶିକ୍ଷକଙ୍କର ମତ ଅନୁସାରେ ଷ୍ଟୁଡେଣ୍ଟ ନ ଚାଲିବ ତେବେ ସିଏ କୌଣସି କାମର ନୁହେଁ । ସେଥିପାଇଁ ନମ୍ବରବାର ପୁରୁଷାର୍ଥ ଅନୁସାରେ ସବୁ ରହୁଛନ୍ତି । ଯଦି କେହି କହୁଛନ୍ତି ଯେ ମୁଁ ଏହା କରିପାରିବି ନାହିଁ ତେବେ ସିଏ କଣ ଶିଖିବେ! ତେଣୁ ତୁମେମାନେ ସବୁ କିଛି ଶିଖି ଏଭଳି ହୁସିଆର ହେବା ଦରକାର ଯେପରି ସମସ୍ତେ କହିବେ ଇଏ ବହୁତ ଭଲ ବୁଝାଉଛନ୍ତି କିନ୍ତୁ ବଞ୍ଚି ଥାଉ ଥାଉ ମରି ବାବାଙ୍କର ହେବା, ଅନ୍ୟ କାହାର ସ୍ମୃତି ନ ଆସିବା, ଦେହ-ଅଭିମାନରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ଏହା ହେଉଛି ସବୁଠାରୁ ଉଚ୍ଚ ଲକ୍ଷ୍ୟ । ତୁମକୁ ସବୁ କିଛି ଭୁଲିବାକୁ ପଡିବ । ଅବସ୍ଥା ପୂରା ଦେହ-ଅଭିମାନୀ ହୋଇଯିବା ଏହା ହିଁ ବହୁତ ବଡ ଲକ୍ଷ୍ୟ ଅଟେ । ସେଠାରେ ଆତ୍ମାମାନେ ଅଶରୀରି ହୋଇ ରହିଥାନ୍ତି ପୁଣି ଏଠାକୁ ଆସି ଦେହ ଧାରଣ କରୁଛନ୍ତି । ଏବେ ପୁଣି ଏଠାରେ ଏହି ଦେହରେ ରହି ମଧ୍ୟ ନିଜକୁ ଅଶରୀରି ମନେ କରିବାକୁ ପଡିବ । ଏହା ବହୁତ ପରିଶ୍ରମର କଥା ଅଟେ । ନିଜକୁ ଆତ୍ମା ଭାବି କର୍ମାତୀତ ଅବସ୍ଥାରେ ରହିବାକୁ ପଡିବ । ସାପର ମଧ୍ୟ ଅକଲ ଅଛି ନା - ପୁରୁଣା ଖୋଳ ଛାଡିଥାଏ । ଏବେ ତୁମକୁ ମଧ୍ୟ ଦେହ-ଅଭିମାନରୁ କେତେ ଅଲଗା ହେବାକୁ ପଡିବ । ବ୍ରହ୍ମଲୋକରେ ତୁମର ଦେହୀ-ଅଭିମାନୀ ଅବସ୍ଥା ରହିଥାଏ । ଏଠାରେ ମଧ୍ୟ ଦେହରେ ଥାଇ ନିଜକୁ ଆତ୍ମା ମନେ କରିବାକୁ ପଡିବ । ଦେହ-ଅଭିମାନ ସମ୍ପୂର୍ଣ୍ଣ ତୁଟିଯିବା ଦରକାର । ଏହା କେତେ ବଡ ପରୀକ୍ଷା । ଭଗବାନଙ୍କୁ ନିଜେ ଆସି ପାଠ ପଢାଇବାକୁ ପଡୁଛି । ଏମିତି ଅନ୍ୟ କେହି ବି କହିପାରିବେ ନାହିଁ ଯେ ଦେହର ସବୁ ସମ୍ବନ୍ଧ ଛାଡି ମୋର ହୁଅ, ନିଜକୁ ନିରାକାର ଆତ୍ମା ମନେ କର । କୌଣସି କଥାର ମଧ୍ୟ ଅଭିମାନ ନ ରହୁ । ମାୟା ପରସ୍ପରକୁ ଦେହର ବନ୍ଧନରେ ବାନ୍ଧି ଦେଇଥାଏ ସେଥିପାଇଁ ବାବା କହୁଛନ୍ତି ଏହି ସାକାରଙ୍କୁ (ବ୍ରହ୍ମାବାବା) ମଧ୍ୟ ମନେ ପକାଅ ନାହିଁ । ବାବା କହୁଛନ୍ତି ତୁମକୁ ନିଜର ଦେହକୁ ମଧ୍ୟ ଭୁଲିବାକୁ ପଡିବ, କେବଳ ବାବାଙ୍କୁ ହିଁ ମନେ ପକାଇବାକୁ ପଡିବ । ସେଥିପାଇଁ ବହୁତ ପରିଶ୍ରମ କରିବାକୁ ହେବ । ମାୟା ଭଲ-ଭଲ ସନ୍ତାନମାନଙ୍କୁ ମଧ୍ୟ ନାମ-ରୂପର ବନ୍ଧନରେ ବାନ୍ଧି ଦେଇଥାଏ, ଏହି ଅଭ୍ୟାସ ବହୁତ ଖରାପ । ଶରୀରକୁ ମନେ ପକାଇବା - ଏହା ତ ଭୂତଙ୍କୁ ମନେ ପକାଇବା ସଙ୍ଗେ ସମାନ । ସେଥିପାଇଁ ଆମେ କହୁଛୁ ଯେ ଏକମାତ୍ର ଶିବବାବାଙ୍କୁ ମନେ ପକାଅ । କିନ୍ତୁ ତୁମେମାନେ ୫ ଭୂତଙ୍କୁ ମନେ ପକାଇ ଚାଲିଛ । ତେବେ ଦେହରେ ଆକର୍ଷଣ ବିଲ୍କୁଲ୍ ରହିବା ଉଚିତ୍ ନୁହେଁ । ବ୍ରାହ୍ମଣୀମାନଙ୍କଠାରୁ ମଧ୍ୟ ଶିଖିବା ଦରକାର, ନୁହେଁ କି ତାଙ୍କର ନାମ-ରୂପରେ ବାନ୍ଧି ହୋଇଯିବା ଦରକାର । ଦେହୀ-ଅଭିମାନୀ ହେବାରେ ହିଁ ପରିଶ୍ରମ ରହିଛି । ବାବାଙ୍କ ପାଖକୁ ବହୁତ ପିଲା ଚାର୍ଟ ପଠାଇ ଥାନ୍ତି କିନ୍ତୁ ବାବା ତ ସେଥିରେ ବିଶ୍ୱାସ କରୁ ନାହାଁନ୍ତି । କେହି କହୁଛନ୍ତି ଆମେ ଶିବବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ମନେ ପକାଉ ନାହୁଁ, କିନ୍ତୁ ବାବା ଜାଣିଛନ୍ତି ସେମାନେ ପାଇ ପଇସାର ମଧ୍ୟ ଯୋଗ କରୁ ନାହାଁନ୍ତି । ଯୋଗ କରିବାରେ ବହୁତ ପରିଶ୍ରମ ରହିଛି । ପିଲାମାନେ କେଉଁଠି ନା କେଉଁଠି ବାନ୍ଧି ହୋଇ ଯାଉଛନ୍ତି । ଦେହଧାରୀକୁ ମନେ ପକାଇବା ଅର୍ଥାତ୍ ୫ ଭୂତଙ୍କର ମନେ ପକାଇବା ଏହାକୁ ଭୂତ ପୂଜା କୁହାଯାଉଛି । ଏବେ ସମସ୍ତେ ଭୂତଙ୍କୁ ମନେ ପକାଉଛନ୍ତି । ଏଠାରେ ତୁମକୁ ଏକମାତ୍ର ଶିବବାବାଙ୍କୁ ମନେପକାଇବାକୁ ପଡିବ । ପୂଜାପାଠର କୌଣସି କଥା ନାହିଁ । ଭକ୍ତିର ଚିହ୍ନ-ବର୍ଣ୍ଣ ମଧ୍ୟ ସମାପ୍ତ ହୋଇଯାଉଛି ପୁଣି ମୂର୍ତ୍ତିକୁ କଣ ମନେ ପକାଇବ । ତାହା ମଧ୍ୟ ମାଟିରେ ତିଆରି ହୋଇଛି । ବାବା କହୁଛନ୍ତି ଏହା ମଧ୍ୟ ସବୁ ଡ୍ରାମାରେ ନିଧାର୍ଯ୍ୟ ଅଛି । ଏବେ ପୁଣି ତୁମକୁ ପୂଜାରୀରୁ ପୂଜ୍ୟ ମୁଁ କରୁଛି । ତେଣୁ ବାବାଙ୍କ ବ୍ୟତୀତ ଅନ୍ୟ କୌଣସି ଦେହଧାରୀଙ୍କୁ ମନେ ପକାଇବା ଉଚିତ୍ ନୁହେଁ । ଆତ୍ମା ଯେବେ ପାବନ ହୋଇଯିବ ତେବେ ଶରୀର ମଧ୍ୟ ପାବନ ମିଳିବ । ବର୍ତ୍ତମାନ ଏହି ଶରୀର ପବିତ୍ର ନୁହେଁ । ପ୍ରଥମେ ଆତ୍ମା ଯେତେବେଳେ ସତ୍ତ୍ୱପ୍ରଧାନରୁ ସତ୍ତ୍ୱ, ରଜୋ, ତମୋରେ ଆସୁଛି ତେବେ ଶରୀର ମଧ୍ୟ ସେହି ଅନୁସାରେ ମିଳୁଛି । ବର୍ତ୍ତମାନ ତୁମର ଆତ୍ମା ପାବନ ହୋଇ ଚାଲିବ ମାତ୍ର ଶରୀର ଏବେ ପାବନ ହେବ ନାହିଁ । ଏହା ସବୁ ବୁଝିବାର କଥା । ଏହି ପଏଣ୍ଟସ୍ ମଧ୍ୟ ତାଙ୍କର ବୁଦ୍ଧିରେ ରହିବ ଯିଏ ଭଲ ଭାବରେ ବୁଝି ଅନ୍ୟମାନଙ୍କୁ ବୁଝାଇବ । ଆତ୍ମାକୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବାଙ୍କୁ ମନେ ପକାଇବାରେ ହିଁ ବହୁତ ପରିଶ୍ରମ ରହିଛି । କାହା କାହାକୁ ତ ବାବାଙ୍କର ସ୍ମୃତି ଟିକିଏ ବି ରହୁ ନାହିଁ । ଯଦି ପାସ୍ ୱିଥ୍ ଅନର ହେବା ପାଇଁ ଚାହୁଁଛ ତେବେ ବୁଦ୍ଧିଯୋଗ ଟିକିଏ ବି କେଉଁଠି ହେଲେ ଭ୍ରମିତ କର ନାହିଁ । ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହିବା ଦରକାର । କିନ୍ତୁ ପିଲାମାନଙ୍କର ବୁଦ୍ଧିଯୋଗ ଏଣେତେଣେ ଘୁରି ବୁଲୁଛି । ଯେତେ ବହୁତଙ୍କୁ ନିଜ ସମାନ କରିବେ ସେତେ ଉଚ୍ଚ ପଦ ମିଳିବ । ଯେଉଁମାନେ ଦେହକୁ ମନେ ପକାଇଥାନ୍ତି ସେମାନେ କେବେ ଉଚ୍ଚ ପଦ ପାଇ ପାରିବେ ନାହିଁ । ଏଠାରେ ପାସ୍ ୱିଦ୍ ଅନର ଅର୍ଥାତ୍ ସମ୍ମାନର ସହିତ ପାସ ହେବାକୁ ପଡିବ । ପରିଶ୍ରମ ବିନା ପଦ କିପରି ମିଳିବ! ଦେହର ସ୍ମୃତିରେ ରହିଲାବାଲା ତ କେହି ପୁରୁଷାର୍ଥ କରିପାରିବେ ନାହିଁ । ବାବା କହୁଛନ୍ତି ଯେଉଁମାନେ ପୁରୁଷାର୍ଥ କରୁଛନ୍ତି ସେମାନଙ୍କୁ ଅନୁସରଣ କର । ବ୍ରହ୍ମାବାବା ମଧ୍ୟ ପୁରୁଷାର୍ଥୀ ଅଟନ୍ତି ନା ।

ଇଏ ବଡ ବିଚିତ୍ର ଜ୍ଞାନ ଅଟେ । ଦୁନିଆରେ କାହାକୁ ମଧ୍ୟ ଏକଥା ଜଣା ନାହିଁ । କାହାର ମଧ୍ୟ ବୁଦ୍ଧିରେ ଆସିବ ନାହିଁ ଯେ ଆତ୍ମାର ପରିବର୍ତ୍ତନ କେମିତି ହୋଇଥାଏ । ଏସବୁ ଗୁପ୍ତ ପରିଶ୍ରମର କଥା ଅଟେ । ବାବା ମଧ୍ୟ ଗୁପ୍ତ । ତୁମେ ରାଜତ୍ୱ କେମିତି ପ୍ରାପ୍ତ କରୁଛ, ଏଥିରେ ଲଢେଇ-ଝଗଡାର କୌଣସି କଥା ନାହିଁ । ସେଥିପାଇଁ ଜ୍ଞାନ ଏବଂ ଯୋଗ ଦରକାର । ଆମେ କାହା ସହିତ ଝଗଡା କରୁ ନାହୁଁ । ଆତ୍ମାକୁ ପବିତ୍ର କରିବା ପାଇଁ ଏହିପରି ପରିଶ୍ରମ କରିବାକୁ ପଡିବ । ଆତ୍ମା ଯେତେ-ଯେତେ ପତିତ ହୋଇ ଯାଉଥିବ ସେହିପରି ଶରୀର ମଧ୍ୟ ପତିତ ନେଉଥିବ ପୁଣି ଆତ୍ମାକୁ ପାବନ ହୋଇ ଯିବାକୁ ପଡିବ, ସେଥିପାଇଁ ବହୁତ ପରିଶ୍ରମ କରିବାକୁ ହେବ । ତେବେ ବାବା ବୁଝିପାରିଥାନ୍ତି ଯେ କିଏ-କିଏ କିପରି ପୁରୁଷାର୍ଥ କରୁଛନ୍ତି । ଏହା ହେଉଛି ଶିବବାବାଙ୍କର ଭଣ୍ଡାର । ଶିବବାବାଙ୍କର ଭଣ୍ଡାରରେ ତୁମେ ସେବା କରୁଛ । ଯଦି ସେବା କରିବ ନାହିଁ ତେବେ ପାଇ ପଇସାର ପଦ ପାଇବ । ତୁମେମାନେ ବାବାଙ୍କ ପାଖକୁ ସେବା ପାଇଁ ଆସିଛ, ଯଦି ସେବା ନ କରିବ ତେବେ କଣ ପଦ ମିଳିବ! ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି, ସେଠାରେ ଦାସ ଦାସୀ ମଧ୍ୟ ରହିବେ । ଏବେ ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ, ବାକି ଏଠାରେ ଲଢେଇ ଇତ୍ୟାଦିର କଥା ନାହିଁ । ଏଠାରେ ସମସ୍ତଙ୍କୁ ବୁଝାଯାଉଛି ଯେ ଏହା କେତେ ଗୁପ୍ତ କଥା । ଯୋଗବଳ ଦ୍ୱାରା ବିଶ୍ୱର ବାଦଶାହୀ ତୁମେ ନେଉଛ । ତୁମେ ଜାଣିଛ ଆମେ ଆମର ଶାନ୍ତିଧାମର ନିବାସୀ ଅଟୁ । ତୁମମାନଙ୍କୁ ସେହି ବେହଦର ଘର ହିଁ ମନେ ଅଛି । ଏଠାକୁ ଆମେ ଅଭିନୟ କରିବା ପାଇଁ ଆସିଛୁ ପୁଣି ଯାଉଛୁ ନିଜ ଘରକୁ । ଆତ୍ମା କେମିତି ଯାଉଛି ଏହା ମଧ୍ୟ କେହି ଜାଣି ନାହାଁନ୍ତି, ଡ୍ରାମା ପ୍ଲାନ୍ ଅନୁସାରେ ଆତ୍ମାମାନଙ୍କୁ ଏଠାକୁ ଆସିବାକୁ ପଡିଥାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) କୌଣସି ଦେହଧାରୀ ସହିତ ମୋହ ରଖିବାର ନାହିଁ । ଶରୀରକୁ ମନେ ପକାଇବା ମଧ୍ୟ ଭୂତମାନଙ୍କୁ ମନେ ପକାଇବାର ସହିତ ସମାନ, ସେଥିପାଇଁ କାହାର ନାମ ରୂପରେ ପ୍ରଭାବିତ ହେବାର ନାହିଁ । ନିଜର ଦେହକୁ ମଧ୍ୟ ଭୁଲିବାକୁ ହେବ ।

(୨) ଭବିଷ୍ୟତ ପାଇଁ ଅବିନାଶୀ ରୋଜଗାର ଜମା କରିବାକୁ ହେବ । ଜ୍ଞାନବାନ ହୋଇ ଜ୍ଞାନର ପଏଣ୍ଟ ଗୁଡିକୁ ବୁଦ୍ଧିରେ ଧାରଣ କରିବାକୁ ହେବ । ଯାହା ସବୁ ବାବା ବୁଝାଉଛନ୍ତି ସେଗୁଡିକୁ ବୁଝି ଅନ୍ୟମାନଙ୍କୁ ଶୁଣାଇବାକୁ ହେବ ।

ବରଦାନ:-
ସଚ୍ଚା ଏବଂ ନିର୍ମଳ ହୃଦୟ ଆଧାରରେ ନମ୍ବରୱାନ ପଦ ପ୍ରାପ୍ତ କରୁଥିବା ଦିଲାରାମଙ୍କ ମନ ପସନ୍ଦି ଆତ୍ମା ହୁଅ ।

ଦିଲାରାମ ବାବାଙ୍କୁ ସଚ୍ଚା ହୃଦୟ ବାଲା ପିଲାମାନେ ହିଁ ପସନ୍ଦ । ଦୁନିଆ ହିସାବରେ ବୁଦ୍ଧିମାନ ନ ହୋଇଥିଲେ ମଧ୍ୟ ଯଦି ସଚ୍ଚା ଏବଂ ନିର୍ମଳ ହୃଦୟ ଥିବ ତେବେ ନମ୍ବରୱାନ ପଦ ପ୍ରାପ୍ତ କରିପାରିବ କାହିଁକି ନା ବାବା ତୁମମାନଙ୍କୁ ଏତେ ବିଶାଳବୁଦ୍ଧି କରିଦେଉଛନ୍ତି ଯାହା ଦ୍ୱାରା ରଚୟିତା ପିତାଙ୍କୁ ଜାଣିଯିବା ଦ୍ୱାରା ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ଜାଣିଯାଉଛ । ତେଣୁ ସଚ୍ଚା ଏବଂ ନିର୍ମଳ ହୃଦୟ ଦ୍ୱାରା ହିଁ ନମ୍ବର ମିଳିଥାଏ, ସେବା ଆଧାରରେ ନୁହେଁ, କାରଣ ସଚ୍ଚା ହୃଦୟର ସେବାର ପ୍ରଭାବ ହୃଦୟକୁ ସ୍ପର୍ଶ କରିଥାଏ । ତେଣୁ ବୁଦ୍ଧିବଳ ଦ୍ୱାରା ସେବା କରୁଥିବା ପିଲାମାନଙ୍କର ନାମ ବିଖ୍ୟାତ ହୋଇଥାଏ କିନ୍ତୁ ସଚ୍ଚା ହୃଦୟବାନ ପିଲାମାନେ ଆଶୀର୍ବାଦର ପାତ୍ର ହୋଇଯାଆନ୍ତି ।

ସ୍ଲୋଗାନ:-
ସମସ୍ତଙ୍କ ପ୍ରତି ଶୁଭଚିନ୍ତନ ଏବଂ ଶୁଭକାମନା ରଖିବା ହିଁ ପ୍ରକୃତ ପରୋପକାର ।