05.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କୁ ପାଠପଢା କେବେ ବି ମିସ୍ କରିବାର ନାହିଁ, ପାଠପଢା ଦ୍ୱାରା ହିଁ ବୃତ୍ତି (ସ୍କଲରଶିପ୍) ମିଳିଥାଏ ତେଣୁ ବାବାଙ୍କ ଦ୍ୱାରା ଯେଉଁ ଜ୍ଞାନ ମିଳୁଛି ତାକୁ ଗ୍ରହଣ କର ।

ପ୍ରଶ୍ନ:-
ଯୋଗ୍ୟ ବ୍ରାହ୍ମଣ କାହାକୁ କୁହାଯିବ ? ତାଙ୍କର ଲକ୍ଷଣ ଶୁଣାଅ ?

ଉତ୍ତର:-
(୧) ଯୋଗ୍ୟ ବ୍ରାହ୍ମଣ ସିଏ ଯାହାଙ୍କ ମୁଖରେ ବାବାଙ୍କର ଗୀତା ଜ୍ଞାନ ମୁଖସ୍ଥ ହୋଇ ରହିଥିବ । (୨) ଯିଏ ଅନେକଙ୍କୁ ନିଜ ସମାନ କରାଉଥିବ । (୩) ଅନେକଙ୍କୁ ଜ୍ଞାନ ଧନର ଦାନ-ପୁଣ୍ୟ କରୁଥିବ । (୪) କେବେହେଲେ ନିଜ ଭିତରେ ମତଭେଦରେ ଆସୁନଥିବ । (୫) କୌଣସି ଦେହଧାରୀଙ୍କ ପ୍ରତି ତାଙ୍କର ବୁଦ୍ଧି ଯାଉନଥିବ । (୬) ବ୍ରାହ୍ମଣ ଅର୍ଥାତ୍ ଯାହାଙ୍କ ଭିତରେ କୌଣସି ଭୂତ ନଥିବ, ଯିଏକି ଦେହ ଅହଂକାରକୁ ଛାଡି ଦେହୀ-ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କରୁଥିବ ।

ଓମ୍ ଶାନ୍ତି ।
ବାବା ନିଜର ଏବଂ ସୃଷ୍ଟିଚକ୍ରର ପରିଚୟ ତ ଦେଇଛନ୍ତି ଏବଂ ଏହା ମଧ୍ୟ ପିଲାମାନଙ୍କର ବୁଦ୍ଧିରେ ଧାରଣ ହୋଇଯାଉଛି ଯେ ସୃଷ୍ଟିଚକ୍ରର ଅବିକଳ ପୁନରାବୃତ୍ତି ହେଉଛି । ଯେମିତି ଦୁନିଆରେ ନାଟକ ତିଆରି କରୁଛନ୍ତି, ମଡେଲ୍ ତିଆରି କରୁଛନ୍ତି, ତାହା ପୁଣି ବାରମ୍ବାର ପୁନରାବୃତ୍ତି ମଧ୍ୟ ହୋଇଥାଏ । ସେହିଭଳି ତୁମମାନଙ୍କ ବୁଦ୍ଧିରେ ମଧ୍ୟ ଏହି ସୃଷ୍ଟିଚକ୍ରର ଜ୍ଞାନ ଘୁରିବା ଦରକାର । ତୁମର ନାମ ହେଲା ସ୍ୱଦର୍ଶନ ଚକ୍ରଧାରୀ । ତେଣୁ ତୁମ ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ଘୂରିବା ଦରକାର ଅର୍ଥାତ୍ ଜ୍ଞାନର ଚିନ୍ତନ ମନ୍ଥନ ଚାଲିବା ଦରକାର । ବାବାଙ୍କ ଦ୍ୱାରା ଯେଉଁ ଜ୍ଞାନ ମିଳୁଛି ତାକୁ ଗ୍ରହଣ କରିବା ଦରକାର । ଏଭଳି ଗ୍ରହଣ କରିବା ଦରକାର ଯେପରି ଅନ୍ତିମ ସମୟରେ ବାବା ଏବଂ ରଚନାର ଆଦି-ମଧ୍ୟ-ଅନ୍ତ ହିଁ ମନେ ରହୁଥିବ । ତେଣୁ ପିଲାମାନଙ୍କୁ ବହୁତ ଭଲ ଭାବରେ ପୁରୁଷାର୍ଥ କରିବାକୁ ହେବ । ଏହା ହିଁ ହେଉଛି ଶିକ୍ଷା । ତୁମେମାନେ ଜାଣିଛ ଏହି ଶିକ୍ଷା ତୁମେ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ କେହି ଜାଣିନାହାଁନ୍ତି । ବର୍ଣ୍ଣ ଗୁଡିକର ପାର୍ଥକ୍ୟ ତ ରହିଛି ନା । ମନୁଷ୍ୟ ଭାବୁଛନ୍ତି ଆମେ ସମସ୍ତେ ମିଶି ଏକ ହୋଇଯିବୁ । ତେବେ ଏତେ ବଡ ଦୁନିଆ ତ ଏକ ହୋଇପାରିବ ନାହିଁ । ଏଠାରେ ତ ସାରା ବିଶ୍ୱରେ ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଏବଂ ଗୋଟିଏ ଭାଷା ରହିବା ଦରକାର । ତାହା ତ ସତ୍ୟଯୁଗରେ ହିଁ ଥିଲା । ସେଠାରେ ସାରା ବିଶ୍ୱରେ ଗୋଟିଏ ରାଜଧାନୀ ଥିଲା, ଯାହାର ମାଲିକ ଏହି ଲକ୍ଷ୍ମୀ-ନାରାୟଣ ଥିଲେ । ତୁମେମାନେ ସମସ୍ତଙ୍କୁ ବୁଝାଅ ଯେ ବିଶ୍ୱରେ ଶାନ୍ତିର ରାଜ୍ୟ ଏହା ହିଁ ଅଟେ । ଏହା କେବଳ ଭାରତର କଥା, ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେଉଛି ସେତେବେଳେ ସାରା ବିଶ୍ୱରେ ଶାନ୍ତି ହୋଇଯାଉଛି । ଏକଥା ତୁମମାନଙ୍କ ବ୍ୟତୀତ ଆଉ କେହି ବି ଜାଣିନାହାଁନ୍ତି । ସମସ୍ତେ ତ ଭକ୍ତ ଅଟନ୍ତି । ଜ୍ଞାନ ଏବଂ ଭକ୍ତିର ଅନ୍ତର ମଧ୍ୟ ତୁମେ ଦେଖୁଛ । ଭକ୍ତି ଅଲଗା ଏବଂ ଜ୍ଞାନ ଅଲଗା । ଏମିତି ନୁହେଁ, ଭକ୍ତି ନ କରିବା ଦ୍ୱାରା ଭୂତ ପ୍ରେତ ଖାଇଯିବେ । ନା । ତୁମେମାନେ ତ ବାବାଙ୍କର ହୋଇଛ । ତୁମମାନଙ୍କ ଭିତରେ ଯେଉଁ ଭୂତ ଅଛି ସେସବୁ ବାହାରି ଯିବ । ପ୍ରଥମ ନମ୍ବର ଭୂତ ହେଉଛି ଦେହ ଅହଂକାର । ଏହାକୁ ବାହାର କରିବା ପାଇଁ ହିଁ ବାବା ତୁମକୁ ଦେହୀ-ଅଭିମାନୀ କରାଉଛନ୍ତି । ବାବାଙ୍କ ସ୍ମୃତିରେ ରହିଲେ କୌଣସି ଭୂତ ସାମନାକୁ ଆସିପାରିବ ନାହିଁ ଅର୍ଥାତ୍ ୨୧ ଜନ୍ମ ପର୍ଯ୍ୟନ୍ତ କୌଣସି ଭୂତ ଆସିପାରିବ ନାହିଁ । ଏହି ୫ ଭୂତ ହେଉଛି ରାବଣ ସମ୍ପ୍ରଦାୟର । ରାବଣ ରାଜ୍ୟ ବୋଲି କୁହାଯାଉଛି ନା । ରାମରାଜ୍ୟ ଅଲଗା ଏବଂ ରାବଣ ରାଜ୍ୟ ଅଲଗା । ରାବଣ ରାଜ୍ୟରେ ଭ୍ରଷ୍ଟାଚାରୀ ହେଉଛନ୍ତି ଏବଂ ରାମରାଜ୍ୟରେ ଶ୍ରେଷ୍ଠାଚାରୀ ହେଉଛନ୍ତି । ଏହାର ପାର୍ଥକ୍ୟ ମଧ୍ୟ ତୁମମାନଙ୍କ ବ୍ୟତୀତ ଆଉ କାହାକୁ ଜଣାନାହିଁ । ତୁମମାନଙ୍କ ଭିତରେ ମଧ୍ୟ ଯେଉଁମାନେ ବୁଦ୍ଧିମାନ ଚତୁର ଅଟନ୍ତି ସେହିମାନେ ହିଁ ଭଲ ଭାବରେ ବୁଝି ପାରିବେ କାରଣ ମାୟା ବିଲେଇ ମଧ୍ୟ କିଛି କମ୍ ନୁହେଁ । ସେଥିପାଇଁ କେବେ କେବେ ପାଠପଢା ଛାଡି ଦେଉଛନ୍ତି, ସେବାକେନ୍ଦ୍ରକୁ ଯାଉ ନାହାଁନ୍ତି, ଦୈବୀଗୁଣ ମଧ୍ୟ ଧାରଣ କରୁନାହାଁନ୍ତି । ଆଖି ମଧ୍ୟ ଧୋକା ଦେଉଛି ନା । ଯଦି କୌଣସି ଜିନିଷ ଭଲ ଲାଗିଲା ତାକୁ ତୁରନ୍ତ ଖାଇ ଦିଅନ୍ତି । ଏବେ ବାବା ତୁମମାନଙ୍କୁ ବୁଝାଉଛନ୍ତି ଯେ ତୁମମାନଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଉଛି ଲକ୍ଷ୍ମୀ-ନାରାୟଣ ହେବା । ତୁମକୁ ଏହିଭଳି ହେବାର ଅଛି । ତେଣୁ ଦୈବୀଗୁଣ ଧାରଣ କରିବାକୁ ହେବ, ଯଥା ରାଜା ରାଣୀ ତଥା ପ୍ରଜା ସେଠାରେ ସମସ୍ତଙ୍କ ଭିତରେ ଦୈବୀଗୁଣ ଥାଏ । ସେଠାରେ କାହାଠାରେ ଆସୁରୀ ଅବଗୁଣ ନଥାଏ । କାରଣ ସେଠାରେ ଅସୁର ହିଁ ନାହିଁ । ତୁମ ବ୍ରହ୍ମାକୁମାର-କୁମାରୀମାନଙ୍କ ବ୍ୟତୀତ ଏଭଳି ଆଉ କେହି ବି ନାହାଁନ୍ତି ଯିଏକି ଏହି କଥାକୁ ବୁଝିବେ । ତୁମକୁ ଏବେ ଶୁଦ୍ଧ ଅହଂକାର ରହୁଛି ନା । ତୁମେ ବର୍ତ୍ତମାନ ଆସ୍ତିକ ହୋଇଛ କାରଣ ତୁମେ ମିଠା ମିଠା ଆତ୍ମିକ ପିତାଙ୍କର ସନ୍ତାନ ହୋଇଛ । ତୁମେ ଏହା ମଧ୍ୟ ଜାଣିଛ ଯେ କୌଣସି ଦେହଧାରୀ କେବେହେଲେ ରାଜଯୋଗର ଜ୍ଞାନ ଏବଂ ଯୋଗର ଯାତ୍ରା ଶିଖାଇ ପାରିବେ ନାହିଁ । ଏହା ଏକମାତ୍ର ବାବା ହିଁ ଶିଖାଉଛନ୍ତି । ତୁମେ ପୁଣି ତାଙ୍କଠାରୁ ଶିଖି ଅନ୍ୟମାନଙ୍କୁ ଶିଖାଉଛ । ତେଣୁ ସେମାନେ ତୁମକୁ ପଚାରିବେ ତୁମକୁ କିଏ ଶିଖାଇଲେ ? ତୁମର ଗୁରୁ କିଏ ? ଶିକ୍ଷକ ତ ଆଧ୍ୟାତ୍ମିକ କଥା ଶିଖାଇ ନଥାନ୍ତି, ଏହା ତ କେବଳ ଗୁରୁମାନେ ହିଁ ଶିଖାଇଥାନ୍ତି । ଏକଥା ତୁମେମାନେ ଜାଣିଛ ଯେ ଆମର ଗୁରୁ ନାହାଁନ୍ତି, ସତଗୁରୁ ଅଛନ୍ତି, ତାଙ୍କୁ ପରମଆତ୍ମା କୁହାଯାଏ । ଡ୍ରାମା ଅନୁସାରେ ସତଗୁରୁ ନିଜେ ଆସି ନିଜର ପରିଚୟ ଦେଉଛନ୍ତି ଏବଂ ଯାହା କିଛି ଶୁଣାଉଛନ୍ତି ତାହା ସବୁ ସତ୍ୟ କଥା ହିଁ ଶୁଣାଉଛନ୍ତି ଏବଂ ସତ୍ୟ ଦୁନିଆକୁ ନେଇଯାଉଛନ୍ତି । ସତ୍ୟ ତ ଜଣେ ହିଁ ଅଟନ୍ତି । କୌଣସି ଦେହଧାରୀଙ୍କୁ ମନେ ପକାଇବା ତ ମିଥ୍ୟା ଅଟେ । ଏଠାରେ ତ ତୁମକୁ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଯେପରି ସବୁ ଆତ୍ମା ଜ୍ୟୋତିର୍ବିନ୍ଦୁ ଅଟନ୍ତି ସେହିପରି ବାବା ମଧ୍ୟ ଜ୍ୟୋତିର୍ବିନ୍ଦୁ ଅଟନ୍ତି । ବାକି ପ୍ରତ୍ୟେକ ଆତ୍ମାଙ୍କର ସଂସ୍କାର, କର୍ମ ନିଜସ୍ୱ ଅଟେ । ଏକାଭଳି ସଂସ୍କାର ତ ସମସ୍ତଙ୍କର ହୋଇପାରିବ ନାହିଁ । ଯଦି ସମସ୍ତଙ୍କର ସଂସ୍କାର ସମାନ ହୋଇଯିବ ତେବେ ଚେହେରା ମଧ୍ୟ ଏକାଭଳି ହୋଇଯିବ । କେବେହେଲେ ସମସ୍ତଙ୍କର ଏକାଭଳି ଚେହେରା ହୋଇପାରିବ ନାହିଁ । କିଛି ଫରକ ତ ନିଶ୍ଚିତ ରହିବ ।

ଏହି ନାଟକ ତ ଗୋଟିଏ । ସୃଷ୍ଟି ମଧ୍ୟ ଗୋଟିଏ, ଅନେକ ନୁହେଁ । ଏମିତି ତ କଥାରେ କହି ଦିଅନ୍ତି ଯେ ଉପରେ ଗୋଟିଏ ଦୁନିଆ ରହିଛି, ତଳେ ଗୋଟିଏ ଦୁନିଆ ରହିଛି । କହୁଛନ୍ତି ଉପରେ ତାରାମାନଙ୍କର ଦୁନିଆ ଅଛି । ସେଥିପାଇଁ ବାବା ପଚାରୁଛନ୍ତିଏକଥା କିଏ କହିଲେ ? ସେମାନେ ଶାସ୍ତ୍ରରେ ଉଲ୍ଲେଖ ଅଛି ବୋଲି କହୁଛନ୍ତି ତେବେ ଶାସ୍ତ୍ର ତ ନିଶ୍ଚିତ କେହି ମନୁଷ୍ୟ ହିଁ ଲେଖିଥିବେ । ତୁମେ ଜାଣିଛ ଏହା ହେଉଛି ପୂର୍ବ ପ୍ରସ୍ତୁତ ଖେଳ । ପ୍ରତି ସେକେଣ୍ଡରେ ସାରା ଦୁନିଆରେ ଯାହା ଅଭିନୟ ଚାଲିଛି, ତାହା ମଧ୍ୟ ଡ୍ରାମାର ପୂର୍ବ ପ୍ରସ୍ତୁତ ଖେଳ । ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ଆସିଗଲାଣିଏହି ଚକ୍ର କିପରି ଘୂରୁଛି, ଏତେ ସବୁ ମନୁଷ୍ୟ କିପରି ଅଭିନୟ କରୁଛନ୍ତି ? ବାବା ତ କହି ଦେଇଛନ୍ତି ସତ୍ୟଯୁଗରେ କେବଳ ତୁମମାନଙ୍କର ହିଁ ଅଭିନୟ ରହିବ । ତୁମେମାନେ କ୍ରମାନୁସାରେ ଅଭିନୟ କରିବା ପାଇଁ ଆସୁଛ । ବାବା ଆମକୁ କେତେ ଭଲ ଭାବରେ ବୁଝାଉଛନ୍ତି । ତୁମମାନଙ୍କୁ ପୁଣି ଏକଥା ଅନ୍ୟମାନଙ୍କୁ ବୁଝାଇବାକୁ ପଡୁଛି । ଯଦି ବଡ-ବଡ ସେବାକେନ୍ଦ୍ର ଖୋଲିବ ତେବେ ସେଠାକୁ ବଡ-ବଡ ଲୋକ ମଧ୍ୟ ଆସିବେ । ଗରୀବମାନେ ମଧ୍ୟ ଆସିବେ । ଗରୀବମାନଙ୍କ ବୁଦ୍ଧିରେ ହିଁ ଜ୍ଞାନ ତୁରନ୍ତ ରହୁଛି । ଯଦିଓ ବଡ ବଡ ଲୋକ ଆସୁଛନ୍ତି କିନ୍ତୁ କର୍ମଧନ୍ଦାରେ ଲାଗିଗଲେ କହିବେ ଫୁର୍ସତ ନାହିଁ । ପ୍ରତିଜ୍ଞା ମଧ୍ୟ କରୁଛନ୍ତି ଯେ ଆମେ ଭଲ ଭାବରେ ପଢିବୁ ପୁଣି ନ ପଢିବା ଦ୍ୱାରା ମାୟା ଆହୁରି ଆକ୍ରମଣ କରୁଛି । ମାୟା ନିଜ ଆଡକୁ ଆହୁରି ଟାଣି ନେଉଛି । ଅନେକ ପିଲା ଅଛନ୍ତି ଯିଏକି ପାଠପଢା ବନ୍ଦ କରିଦେଉଛନ୍ତି । ଯଦି ପାଠପଢା ମିସ୍ କରିବ ତେବେ ନିଶ୍ଚିତ ଫେଲ୍ ହୋଇଯିବ । ଦୁନିଆର ସ୍କୁଲ ଗୁଡିକରେ ମଧ୍ୟ ଯେଉଁମାନେ ଭଲ ବିଦ୍ୟାର୍ଥୀ ସେମାନେ କେବେ ବିବାହ ଉତ୍ସବ ଇତ୍ୟାଦିରେ ଏଠାକୁ ସେଠାକୁ ଯିବା ପାଇଁ ଛୁଟି ନିଅନ୍ତି ନାହିଁ । ସେମାନଙ୍କ ବୁଦ୍ଧିରେ ରହିଥାଏ ଯେ ଆମେ ଭଲ ଭାବରେ ପାଠପଢି ବୃତ୍ତି ନେବୁ ସେଥିପାଇଁ ପାଠ ପଢିଥାନ୍ତି । ପାଠପଢା ମିସ୍ କରିବାର ଭାବନା ମଧ୍ୟ ଆଣନ୍ତି ନାହିଁ । ସେମାନଙ୍କୁ ପାଠପଢା ବ୍ୟତୀତ କିଛି ବି ମିଠା ଲାଗେ ନାହିଁ । ଭାବନ୍ତି ଅକାରଣରେ ସମୟ ବ୍ୟର୍ଥ ହୋଇଯିବ । ଏଠାରେ ତ ଏକମାତ୍ର ଶିକ୍ଷକ ପଢାଉଛନ୍ତି ତେଣୁ କେବେହେଲେ ବି ପାଠପଢା ମିସ୍ କରିବା ଉଚିତ୍ ନୁହେଁ । କିନ୍ତୁ ଏଠାରେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ଅଛନ୍ତି । ଯଦି ପଢିଲାବାଲା ବିଦ୍ୟାର୍ଥୀମାନେ ମନ ଦେଇ ପାଠ ପଢିଥାନ୍ତି ତେବେ ଶିକ୍ଷକଙ୍କର ମଧ୍ୟ ପାଠ ପଢାଇବାରେ ମନ ଲାଗିଯାଏ । ଭଲ ଶିକ୍ଷକଙ୍କର ଖ୍ୟାତି ହୋଇଥାଏ । ଗ୍ରେଡ୍ ବଢିଥାଏ । ଉଚ୍ଚ ପଦ ମଧ୍ୟ ମିଳିଥାଏ । ଏଠାରେ ମଧ୍ୟ ଯେଉଁ ପିଲାମାନେ ଯେତେ ଭଲ ପଢନ୍ତି ସେମାନେ ସେତେ ଉଚ୍ଚ ପଦ ପ୍ରାପ୍ତ କରନ୍ତି । ଗୋଟିଏ ହିଁ ଶ୍ରେଣୀରେ କେହି କେହି ଭଲ ପାଠପଢି ଉଚ୍ଚ ପଦ ପ୍ରାପ୍ତ କରୁଛନ୍ତି ତ ଆଉ କେହି କମ୍ । ସମସ୍ତଙ୍କର ରୋଜଗାର ଏକାଭଳି ହୋଇନଥାଏ । ସବୁ କିଛି ବୁଦ୍ଧି ଉପରେ ନିର୍ଭର କରୁଛି । ଦୁନିଆରେ ତ ମନୁଷ୍ୟ, ମନୁଷ୍ୟଙ୍କୁ ପଢାଉଛନ୍ତି । ତୁମେ ଜାଣିଛ ଏଠାରେ ବେହଦର ବାବା ଆମକୁ ପଢାଉଛନ୍ତି ତେଣୁ ଭଲ ଭାବରେ ପଢିବା ଦରକାର । ଏଥିରେ ଅବହେଳା କରିବା ଉଚିତ୍ ନୁହେଁ । ପାଠପଢା କେବେ ଛାଡିବା ଉଚିତ୍ ନୁହେଁ । କେତେକ ଓଲଟା କଥା ଶୁଣାଇ ପରସ୍ପର ପ୍ରତି ବିଶ୍ୱାଘାତକ ହୋଇଯାଆନ୍ତି । ସେଥିପାଇଁ ତୁମକୁ ପରମତରେ ଚାଲିବା ଉଚିତ୍ ନୁହେଁ । ଶ୍ରୀମତ ବିରୁଦ୍ଧରେ କେହି କିଛି ବି କୁହନ୍ତୁ, ତୁମର ତ ନିଶ୍ଚୟ ଅଛି ଯେ ବାବା ଆମକୁ ପାଠ ପଢାଉଛନ୍ତି ତେଣୁ ଏହି ପାଠପଢାକୁ କେବେ ଛାଡିବା ଉଚିତ୍ ନୁହେଁ । କିନ୍ତୁ ପିଲାମାନେ କ୍ରମାନୁସାରେ ଅଛନ୍ତି, ବାବା ତ ପ୍ରଥମ ନମ୍ବରରେ ଅଛନ୍ତି । ଏହି ପାଠପଢାକୁ ଛାଡି ପିଲାମାନେ କେଉଁଆଡେ ଯିବେ! ଅନ୍ୟ କେଉଁଠାରେ ତ ଏହି ପାଠପଢା ମିଳିପାରିବ ନାହିଁ । ତୁମକୁ ଶିବବାବାଙ୍କ ନିକଟରେ ହିଁ ପଢିବାର ଅଛି । ସୌଦା ମଧ୍ୟ ଶିବବାବାଙ୍କଠାରୁ ହିଁ କରିବାର ଅଛି । କେହି କେହି ଓଲଟା କଥା ଶୁଣାଇ ଅନ୍ୟମାନଙ୍କର ବୁଦ୍ଧିକୁ ମଧ୍ୟ ପରିବର୍ତ୍ତନ କରି ଦେଉଛନ୍ତି । ଏହା ହେଉଛି ଶିବବାବାଙ୍କର ବ୍ୟାଙ୍କ । ଧରିନିଅ କେହି ବାହାରେ ସତସଙ୍ଗ କରୁଛନ୍ତି ଏବଂ ସିଏ କହୁଛନ୍ତି ଆମକୁ ଶିବବାବାଙ୍କ ବ୍ୟାଙ୍କରେ ଜମା କରିବାର ଅଛି, ତେବେ ସିଏ କିପରି କରିବେ ? ପିଲାମାନେ ତ ଶିବବାବାଙ୍କ ଭଣ୍ଡାରୀରେ ପକାଉଛନ୍ତି । ଗୋଟିଏ ପଇସା ଦେଲେ ତାହା ଶହେଗୁଣା ହୋଇ ମିଳୁଛି । ଶିବବାବା କହୁଛନ୍ତି ତୁମକୁ ପଇସା ବଦଳରେ ମହଲ ମିଳିଯିବ । ଏହି ସାରା ପୁରୁଣା ଦୁନିଆ ବିନାଶ ହେବାକୁ ଯାଉଛି । ଭଲ ଭଲ ଧନଶାଳୀ ପରିବାରରୁ ମଧ୍ୟ ବହୁତ ଆସୁଛନ୍ତି । ଏମିତି କେହି କହୁନାହାଁନ୍ତି ଯେ ଆମର ଶିବବାବାଙ୍କ ଭଣ୍ଡାରୀରୁ ପାଳନ ପୋଷଣ ହେଉନାହିଁ । ସମସ୍ତଙ୍କର ପାଳନା ହେଉଛି । ଏଠାରେ କେହି କେହି ଗରୀବ ଅଛନ୍ତି, କେହି କେହି ସାହୁକାର ମଧ୍ୟ ଅଛନ୍ତି । ସାହୁକାରମାନଙ୍କ ଦ୍ୱାରା ଗରୀବମାନେ ପାଳିତ ହେଉଛନ୍ତି କିନ୍ତୁ ଏଥିରେ ଡରିବାର କିଛି କଥା ନାହିଁ । ଅନେକ ଚାହୁଁଛନ୍ତି ଆମେ ବାବାଙ୍କର ହୋଇଯିବୁ କିନ୍ତୁ ସେଥିପାଇଁ ଯୋଗ୍ୟ ମଧ୍ୟ ହୋଇଥିବା ଦରକାର । ସ୍ୱାସ୍ଥ୍ୟବାନ ହୋଇଥିବା ଦରକାର । ଜ୍ଞାନ ମଧ୍ୟ ଅନ୍ୟମାନଙ୍କୁ ଶୁଣାଇ ପାରୁଥିବା ଦରକାର । ସରକାର ମଧ୍ୟ ଯେତେବେଳେ ଚାକିରି ଦେଉଛି ସେତେବେଳେ ବହୁତ କଥା ପରୀକ୍ଷା କରି ପୁଣି ଚାକିରୀ ହୋଇଥାଏ । ଏଠାରେ ମଧ୍ୟ ସବୁକିଛି ଯାଞ୍ଚ କରାଯାଇଥାଏ ଯେ ଇଏ ସେବା କରିବା ଯୋଗ୍ୟ ଅଟନ୍ତି ନା ନାହିଁ । କ୍ରମାନୁସାରେ ତ ସମସ୍ତେ ଅଛନ୍ତି । ଏଠାରେ ସମସ୍ତେ ନିଜ ନିଜର ପୁରୁଷାର୍ଥ କରୁଛନ୍ତି । କେହି କେହି ପୁଣି ଭଲ ପୁରୁଷାର୍ଥ କରୁ କରୁ ଏହି ପାଠପଢାକୁ ଛାଡି ଦେଉଛନ୍ତି । କାରଣେ ଅକାରଣେ ଆସିବା ଛାଡି ଦେଉଛନ୍ତି ପୁଣି ସ୍ୱାସ୍ଥ୍ୟ ମଧ୍ୟ ସେହିଭଳି ହୋଇଯାଉଛି । ତେଣୁ ସଦା ନିରୋଗୀ ରହିବା ପାଇଁ ଏହି ପାଠ ପଢା ଯାଉଛି ଏସବୁ ଶିଖାଯାଉଛି । ଯେଉଁମାନଙ୍କର ସଉକ ରହୁଛି, ସେମାନେ ଭାବୁଛନ୍ତି ବାବାଙ୍କୁ ମନେ ପକାଇବା ଦ୍ୱାରା ଆମର ପାପ କଟିଯାଉଛି ଏବଂ ସେହିମାନେ ହିଁ ଭଲ ଭାବରେ ପୁରୁଷାର୍ଥ କରୁଛନ୍ତି । କେହି କେହି ତ ଲୋକ ଦେଖାଣିଆ ଭାବରେ ସମୟ କଟାଇବା ପାଇଁ ଆସୁଛନ୍ତି । ତେଣୁ ନିଜେ ନିଜର ଯାଞ୍ଚ କରିବାକୁ ହେବ । ବାବା ବୁଝାଉଛନ୍ତି ଯଦି ଅବହେଳା କରିବ ତେବେ ଏଥିରୁ ଜଣାପଡିଯିବ ଯେ ଇଏ କାହାକୁ ପଢାଇ ପାରିବେ ନାହିଁ ।

ବାବା କହୁଛନ୍ତି ୭ ଦିନ ଭିତରେ ତୁମକୁ ଯୋଗ୍ୟ ବ୍ରାହ୍ମଣ-ବ୍ରାହ୍ମଣୀ ହେବାର ଅଛି । କେବଳ ନାମକୁ ମାତ୍ର ବ୍ରାହ୍ମଣ ବ୍ରାହ୍ମଣୀ ହେବା ଉଚିତ୍ ନୁହେଁ । ବ୍ରାହ୍ମଣ-ବ୍ରାହ୍ମଣୀ ସିଏ ଯାହାଙ୍କର ମୁଖରେ ବାବାଙ୍କର ଗୀତା ଜ୍ଞାନ ମୁଖସ୍ଥ ହୋଇ ରହିଥିବ । ଲୌକିକ ବ୍ରାହ୍ମଣମାନେ ମଧ୍ୟ କ୍ରମାନୁସାରେ ଅଛନ୍ତି । ଏଠାରେ ମଧ୍ୟ ସେହିଭଳି । ଯଦି ପାଠପଢା ଉପରେ ଧ୍ୟାନ ଦେବ ନାହିଁ ତେବେ କଣ ହେବ । ପ୍ରତ୍ୟେକଙ୍କୁ ନିଜର ପୁରୁଷାର୍ଥ କରିବାକୁ ହେବ । ସେବାର ପ୍ରମାଣ ମଧ୍ୟ ଦେବାକୁ ହେବ, ତେବେ ଜଣାପଡିବ ଯେ ଇଏ ଏଭଳି ପଦ ପ୍ରାପ୍ତ କରିବ । ପୁଣି ତାହା କଳ୍ପ କଳ୍ପାନ୍ତର ପାଇଁ ହୋଇଯିବ । ଯଦି ନିଜେ ପଢୁନାହଁ କିମ୍ବା ଅନ୍ୟମାନଙ୍କୁ ପଢାଉନାହଁ ତେବେ ବୁଝିଯିବା ଦରକାର ଯେ ମୁଁ ପୂରା ପଢିନାହିଁ, ସେଥିପାଇଁ ଅନ୍ୟମାନଙ୍କୁ ପଢାଇ ପାରୁ ନାହିଁ । ତେଣୁ ବାବା କହୁଛନ୍ତି ତୁମେ ଅନ୍ୟକୁ ପଢାଇବା ପାଇଁ ଯୋଗ୍ୟ କାହିଁକି ହୋଇନାହଁ । ଆଉ କେତେ ବ୍ରାହ୍ମଣୀ ପଠାଇବି! ତୁମେ ନିଜ ସମାନ କାହାକୁ କରିନାହଁ! ଯେଉଁ ସ୍ଥାନରେ ଭଲ ଭାବରେ ପାଠପଢା ପ୍ରତି ଧ୍ୟାନ ଦେଉଛନ୍ତି ସେମାନଙ୍କୁ ସହଯୋଗ ଦେବା ଦରକାର । ବହୁତ ପିଲାମାନଙ୍କର ପରସ୍ପର ଭିତରେ ମତଭେଦ ରହୁଛି । କେହି କେହି ପୁଣି ପରସ୍ପରର ନାମ ରୂପରେ ଆକର୍ଷିତ ହୋଇ ମଧ୍ୟ ପାଠପଢା ଛାଡି ଦେଉଛନ୍ତି । ତେଣୁ ଯିଏ କରିବ ସିଏ ପାଇବ । ଅନ୍ୟମାନଙ୍କ କଥାରେ ଆସି ତୁମେ କାହିଁକି ପାଠପଢା ଛାଡି ଦେଉଛ ? ଏହା ମଧ୍ୟ ଡ୍ରାମା । ଏହି ପାଠପଢା ସମସ୍ତଙ୍କ ଭାଗ୍ୟରେ ନାହିଁ । ଦିନକୁ ଦିନ ପାଠପଢାର ବୃଦ୍ଧି ହୋଇ ଚାଲିଛି । ସେବାକେନ୍ଦ୍ର ଖୋଲି ଚାଲିଛି । ଏହା ଶିବବାବାଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହେଉ ନାହିଁ, ଏହା ତ ପିଲାମାନଙ୍କ ଉଦ୍ଦେଶ୍ୟରେ ହିଁ ଖର୍ଚ୍ଚ ହେଉଛି । ଏହି ଦାନ ସବୁଠାରୁ ଉତ୍ତମ । ଦୁନିଆରେ କରୁଥିବା ଦାନ ଦ୍ୱାରା ଅଳ୍ପକାଳର ସୁଖ ମିଳିଥାଏ, କିନ୍ତୁ ଏହି ପାଠପଢା ଦ୍ୱାରା ୨୧ ଜନ୍ମର ପ୍ରାରବ୍ଧ ମିଳୁଛି । ତୁମେ ଜାଣିଛ ଆମେ ଏଠାକୁ ନରରୁ ନାରାୟଣ ହେବା ପାଇଁ ଆସିଛୁ । ତେଣୁ ଯିଏ ଭଲ ପାଠ ପଢୁଛନ୍ତି ତାଙ୍କୁ ଅନୁସରଣ କର । ତୁମକୁ ପ୍ରତ୍ୟହ ପାଠପଢିବା ଦରକାର । ବହୁତ ଅଛନ୍ତି ଯେଉଁମାନେ ଦେହ-ଅଭିମାନରେ ଆସି ବହୁତ ଲଢେଇ କରିଥାନ୍ତି । ତେବେ ଏହାର ଅର୍ଥ ନିଜ ଭାଗ୍ୟ ଉପରେ ଋଷିଯାଆନ୍ତି ସେଥିପାଇଁ ମାତାମାନଙ୍କର ସଂଖ୍ୟା ଅଧିକ । ନାମ ମଧ୍ୟ ମାତାମାନଙ୍କର ପ୍ରସିଦ୍ଧ ହେଉଛି । ମାତାମାନଙ୍କର ଉନ୍ନତି ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି ।

ତେଣୁ ବାବା ମିଠା-ମିଠା ପିଲାମାନଙ୍କୁ କହୁଛନ୍ତିନିଜକୁ ଆତ୍ମା ଭାବି କେବଳ ମୋତେ ମନେ ପକାଅ । ଆତ୍ମ-ଅଭିମାନୀ ହୋଇ ରୁହ । ଯଦି ଶରୀର ହିଁ ନାହିଁ ତେବେ ଅନ୍ୟର କଥା ଶୁଣିବ କିପରି । ତେଣୁ ଏହା ଅଭ୍ୟାସ କର-- ଆମେ ଆତ୍ମା, ଏବେ ଆମକୁ ଘରକୁ ଫେରିବାକୁ ହେବ । ବାବା କହୁଛନ୍ତି ସବୁକିଛି ତ୍ୟାଗ କର, ବାବାଙ୍କୁ ମନେ ପକାଅ । ଏହା ଉପରେ ହିଁ ସବୁକିଛି ନିର୍ଭର କରୁଛି । ବାବା କହୁଛନ୍ତି ଚାହେଁ କର୍ମଧନ୍ଦା ଆଦି କରୁଥାଅ, ୮ ଘଣ୍ଟା ନିଜର କର୍ମଧନ୍ଦା କର, ୮ ଘଣ୍ଟା ଆରାମ କର ଆଉ ବାକି ୮ଘଣ୍ଟା ଏହି ଈଶ୍ୱରୀୟ ସରକାରଙ୍କର ସେବା କର । ଏହା ମଧ୍ୟ ତୁମେ କରୁ ନାହଁ, ସାରା ବିଶ୍ୱର ସେବା କରୁଛ, ତେଣୁ ଏଥିପାଇଁ ସମୟ ବାହାର କର । ମୁଖ୍ୟ ହେଉଛି ଯୋଗର ଯାତ୍ରା । ତୁମକୁ ସମୟ ବ୍ୟର୍ଥରେ ହରାଇବାର ନାହିଁ । ତୁମେ ଦୁନିଆର ସରକାରଙ୍କର ୮ ଘଣ୍ଟା ସେବା କରୁଛ ସେଥିରୁ କଣ ମିଳୁଛି! ହଜାରେ-ଦୁଇ ହଜାର, ପାଞ୍ଚ ହଜାର..... କିନ୍ତୁ ଏହି ସରକାରଙ୍କର ସେବା କରିବା ଦ୍ୱାରା ତୁମେ ପଦ୍ମାପଦ୍ମପତି ହେଉଛ । ତେଣୁ କେତେ ମନ ଯୋଗ ଦେଇ ସେବା କରିବା ଉଚିତ୍ । ୮ ରତ୍ନ ହେଉଛନ୍ତି ତେବେ ନିଶ୍ଚିତ ୮ ଘଣ୍ଟା ବାବାଙ୍କୁ ମନେ ପକାଉଥିବେ । ଭକ୍ତିମାର୍ଗରେ ତ ବହୁତ ମନେ ପକାଉଛନ୍ତି, କିନ୍ତୁ ସେଥିରେ କେବଳ ସମୟ ନଷ୍ଟ କରୁଛନ୍ତି, କିଛି ବି ମିଳୁନାହିଁ । ଗଙ୍ଗାସ୍ନାନ, ଜପ, ତପ ଇତ୍ୟାଦି କରିବା ଦ୍ୱାରା ବାବା ମିଳିନଥାନ୍ତି ତେବେ ସମ୍ପତ୍ତି କିପରି ମିଳିପାରିବ । ଏଠାରେ ତ ତୁମକୁ ବାବାଙ୍କ ନିକଟରୁ ସମ୍ପତ୍ତି ମିଳୁଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଶ୍ରୀମତକୁ ଛାଡି କେବେହେଲେ ଅନ୍ୟର ମତରେ ଚାଲିବାର ନାହିଁ । ଓଲଟା-ସୋଲଟା କଥାର ପ୍ରଭାବରେ ଆସି ପାଠପଢା ପ୍ରତି ମୁହଁ ମୋଡିବାର ନାହିଁ । ମତଭେଦରେ ଆସିବାର ନାହିଁ ।

(୨) ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୁଁ କେଉଁଠି କୌଣସି ଭୁଲ୍ କରୁନାହିଁ ତ ? ପାଠପଢା ପ୍ରତି ମୋର ପୁରା ଧ୍ୟାନ ରହୁଛି ? ସମୟକୁ ବ୍ୟର୍ଥରେ ନଷ୍ଟ କରୁ ନାହିଁ ତ ? ମୁଁ ଆତ୍ମ-ଅଭିମାନୀ ହୋଇଛି ? ମନ ଯୋଗ ଦେଇ ଆତ୍ମିକ ସେବା କରୁଛି ?

ବରଦାନ:-
ପୁରୁଣା ସଂସ୍କାର ଏବଂ ସଂସାରର ସମ୍ବନ୍ଧର ଆକର୍ଷଣଠାରୁ ମୁକ୍ତ ରହୁଥିବା ଡବଲ ଲାଇଟ୍ ଫରିସ୍ତା ହୁଅ ।

ଫରିସ୍ତା ଅର୍ଥାତ୍ ପୁରୁଣା ସଂସାରର ଆକର୍ଷଣରୁ ମୁକ୍ତ, ନା ତ ପୁରୁଣା ସମ୍ବନ୍ଧର ଆକର୍ଷଣ ରହୁ, ନା ନିଜର ଦେହ ବା କୌଣସି ଦେହଧାରୀ ବ୍ୟକ୍ତି ବା ବସ୍ତୁ ପ୍ରତି ଆକର୍ଷଣ ରହୁ, ସେହିଭଳି ପୁରୁଣା ସଂସ୍କାରର ଆକର୍ଷଣରୁ ମଧ୍ୟ ମୁକ୍ତ-- ସଂକଳ୍ପ, ବୃତ୍ତି ବା ବାଣୀ ରୂପରେ କୌଣସି ସଂସ୍କାରର ଆକର୍ଷଣ ନ ରହୁ । ଯେତେବେଳେ ଏହିଭଳି ସବୁ ପ୍ରକାରର ଆକର୍ଷଣଠାରୁ ଅଥବା ବ୍ୟର୍ଥ ସମୟ, ବ୍ୟର୍ଥ ବାତାବରଣଠାରୁ ମୁକ୍ତ ହେବ ତେବେ କୁହାଯିବ ଡବଲ ଲାଇଟ୍ ଫରିସ୍ତା ।

ସ୍ଲୋଗାନ:-
ଶାନ୍ତିର ଶକ୍ତି ଦ୍ୱାରା ସର୍ବ ଆତ୍ମାମାନଙ୍କର ପାଳନା କରୁଥିବା ଆତ୍ମା ହିଁ ଆତ୍ମିକ ସମାଜସେବୀ ଅଟନ୍ତି ।