05.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ଏହି ପୁରୁଣା ଦୁନିଆ, ପୁରୁଣା ଶରୀରଠାରୁ ବଞ୍ଚି ଥାଉ ଥାଉ ମରିବାର ଅନୁଭବ କରି ଘରକୁ ଯିବାକୁ ହେବ, ସେଥିପାଇଁ ଦେହ ଅଭିମାନ ତ୍ୟାଗ କରି ଦେହୀ ଅଭିମାନୀ ହୁଅ ।

ପ୍ରଶ୍ନ:-
ଭଲ ଭଲ ପୁରୁଷାର୍ଥୀ ପିଲାମାନଙ୍କର ଲକ୍ଷଣ କିପରି ହୋଇଥିବ ?

ଉତ୍ତର:-
ଯେଉଁମାନେ ଭଲ ପୁରୁଷାର୍ଥୀ ସେମାନେ ସକାଳୁ ସକାଳୁ ଅର୍ଥାତ୍ ଅମୃତବେଳାରୁ ଉଠି ଦେହୀ-ଅଭିମାନୀ ହେବାର ଅଭ୍ୟାସ କରିବେ । ସେମାନେ ସର୍ବଦା ଏକମାତ୍ର ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରିବେ । ସେମାନେ ଲକ୍ଷ୍ୟ ରଖିଥାନ୍ତି ଯେ ଅନ୍ୟ କେହି ବି ଦେହଧାରୀ ମନେନପଡନ୍ତୁ, ନିରନ୍ତର ବାବା ଏବଂ ୮୪ ଜନ୍ମର ଚକ୍ର ସ୍ମୃତିରେ ରହୁ । ଏହାକୁ ମଧ୍ୟ ଅହୋ ସୌଭାଗ୍ୟ କୁହାଯିବ ।

ଓମ୍ ଶାନ୍ତି ।
ଏବେ ତୁମେମାନେ ବଞ୍ଚି ଥାଉ ଥାଉ ମରିଯାଇଛ । କିପରି ମରିଛ ? ଦେହ ଅଭିମାନକୁ ତ୍ୟାଗ କଲ ତେବେ ବାକି ରହିଲା ଆତ୍ମା । ଶରୀରର ଅଭିମାନ ତ ସମାପ୍ତ ହୋଇଯାଏ । ଆତ୍ମା ତ ମରେ ନାହିଁ । ବାବା କହୁଛନ୍ତି ବଞ୍ଚି ଥାଉ ଥାଉ ନିଜକୁ ଆତ୍ମା ନିଶ୍ଚୟ କରି ପରମପିତା ପରମାତ୍ମାଙ୍କ ସହଯୋଗ ଲଗାଇଲେ ଆତ୍ମା ପବିତ୍ର ହୋଇଯିବ । ଯେପର୍ଯ୍ୟନ୍ତ ଆତ୍ମା ପବିତ୍ର ହୋଇନାହିଁ ସେପର୍ଯ୍ୟନ୍ତ ପବିତ୍ର ଶରୀର ମିଳିବ ନାହିଁ । ଆତ୍ମା ପବିତ୍ର ହୋଇଗଲେ ଏହି ପୁରୁଣା ଶରୀର ଆପେ ଆପେ ଅଲଗା ହୋଇଯିବ, ଯେପରି ସର୍ପର କାତି ସ୍ୱତଃ ଛାଡି ଯାଇଥାଏ । ସେଥିରୁ ତାର ମୋହତୁଟିଯାଏ କାରଣ ସେ ଜାଣେ ମୋତେ ନୂଆ କାତି ମିଳିବ, ପୁରୁଣା କାତି ବାହାରିଯିବ । ପ୍ରତ୍ୟେକଙ୍କର ନିଜର ବୁଦ୍ଧି ଥାଏ ନା । ଏବେ ତୁମେମାନେ ବୁଝୁଛ ଯେ ଆମେ ବଞ୍ଚି ଥାଉ ଥାଉ ଏହି ପୁରୁଣା ଦୁନିଆରୁ, ପୁରୁଣା ଶରୀରରୁ ମରିଯାଇଛୁ ପୁଣି ତୁମେ ଆତ୍ମାମାନେ ଶରୀର ଛାଡି କେଉଁଠାକୁ ଯିବ ? ନିଜ ଘରକୁ । ପ୍ରଥମେ ପ୍ରଥମେ ତ ଏହା ପକ୍କା ମନେରଖ -- ମୁଁ ଆତ୍ମା, ଶରୀର ନୁହେଁ । ଆତ୍ମା କହୁଛି ବାବା, ମୁଁ ଆପଣଙ୍କର ହୋଇସାରିଛି, ବଞ୍ଚି ଥାଉ ଥାଉ ମରିଯାଇଛି । ଆତ୍ମାକୁ ଏବେ ଆଦେଶ ମିଳିଛି କି ବାବାଙ୍କୁ ୟାଦ କର ତେବେ ତୁମେ ତମୋପ୍ରଧାନରୁ ସତୋପ୍ରଧାନ ହୋଇଯିବ । ଏହି ୟାଦର ଅଭ୍ୟାସ ପକ୍କା ହେବା ଦରକାର । ଆତ୍ମା କହୁଛି ବାବା, ଆପଣ ଆସିଛନ୍ତି ତେଣୁ ମୁଁ ଆପଣଙ୍କର ହିଁ ହେବି । ଆତ୍ମା ମେଲ୍ ଅର୍ଥାତ୍ ପୁରୁଷ, ଫିମେଲ୍ ଅର୍ଥାତ୍ ନାରୀ ନୁହେଁ । ସର୍ବଦା କହନ୍ତି ଆମେ ଭାଇ ଭାଇ ଅଟୁ, ଏପରି କହନ୍ତି ନାହିଁ କି ଆମେ ସବୁ ଭଉଣୀ, ସମସ୍ତେ ସନ୍ତାନ । ସବୁ ପିଲାମାନଙ୍କୁ ସମ୍ପତ୍ତି ମିଳିବାର ଅଛି । ଯଦି ନିଜକୁ କନ୍ୟା କହିବେ ତେବେ ସମ୍ପତ୍ତି କିପରି ମିଳିବ ? ଆତ୍ମା ସବୁ ଭାଇ ଭାଇ ଅଟନ୍ତି । ବାବା ସମସ୍ତଙ୍କୁ କହୁଛନ୍ତି ଆତ୍ମିକ ସନ୍ତାନମାନେ ମୋତେ ମନେ ପକାଅ । ଆତ୍ମା କେତେ ଛୋଟ । ଏହା ବହୁତ ସୂକ୍ଷ୍ମ ବୁଝିବାର କଥା । ପିଲାମାନଙ୍କର ୟାଦ ସ୍ଥାୟୀ ରହୁନାହିଁ । ସନ୍ନ୍ୟାସୀମାନେ ଦୃଷ୍ଟାନ୍ତ ଦିଅନ୍ତି ମୁଁ ମଇଁଷି, ମୁଁ ମଇଁଷି... । ଏପରି କହିବା ଦ୍ୱାରା ମଇଁଷି ପରି ହୋଇଯାଆନ୍ତି । ବାସ୍ତବରେ କଣ କେହି ମଇଁଷି ହୁଅନ୍ତି ? ବାବା ତ କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର । ଏହି ଆତ୍ମା ଓ ପରମାତ୍ମାଙ୍କର ଜ୍ଞାନ ତ କେହି ଜାଣିନାହାନ୍ତି ସେଥିପାଇଁ ଏପରି କଥାମାନ କହିଦେଉଛନ୍ତି । ଏବେ ତୁମକୁ ଦେହୀ ଅଭିମାନୀ ହେବାର ଅଛି, ମୁଁ ଆତ୍ମା, ଏହି ପୁରୁଣା ଶରୀର ତ୍ୟାଗ କରି ପୁଣି ନୂଆ ନେବି । ମନୁଷ୍ୟ ମୁଖ ଦ୍ୱାରା ମଧ୍ୟ କହନ୍ତି ଆତ୍ମା ତାରକା ଅଟେ, ଭ୍ରୁକୁଟୀ ମଝିରେ ରହେ । ପୁଣି କହିଦିଅନ୍ତି ବୁଢା ଆଙ୍ଗୁଳି ପରି ଅଟେ । କେଉଁଠି କୁହନ୍ତି ତାରକା, କେଉଁଠି କୁହନ୍ତି ଆଙ୍ଗୁଳି । ପୁଣି ମାଟିର ଶାଳଗ୍ରାମ ବସି ତିଆରି କରନ୍ତି, ଆତ୍ମା ତ ଏତେ ବଡ ହୋଇପାରିବ ନାହିଁ । ମନୁଷ୍ୟ ଦେହ ଅଭିମାନୀ ଅଟନ୍ତି ନା ତେଣୁ ଚିତ୍ର ବଡ ବଡ ତିଆରି କରିଦେଉଛନ୍ତି । ଏହା ତ ବହୁତ ସୂକ୍ଷ୍ମ କଥା । ମନୁଷ୍ୟ ଭକ୍ତି ମଧ୍ୟ ଏକାନ୍ତରେ କୋଠିରେ ବସି କରନ୍ତି । ତୁମକୁ ତ ଗୃହସ୍ଥ ବ୍ୟବହାରରେ କର୍ମଧନ୍ଦାରେ ରହି ବୁଦ୍ଧିରେ ଏହାକୁ ପକ୍କା କରିବାର ଅଛି କି ମୁଁ ଆତ୍ମା । ବାବା କହୁଛନ୍ତି ମୁଁ ତୁମର ପିତା ମଧ୍ୟ କେତେ ଛୋଟ ବିନ୍ଦୁ ଅଟେ । ଏପରି ନୁହେଁ ଯେ ମୁଁ ବଡ । ମୋଠାରେ ସମ୍ପୂର୍ଣ୍ଣ ଜ୍ଞାନ ରହିଛି । ଆତ୍ମା ଓ ପରମାତ୍ମା ଦୁହେଁ ଏକାପରି ଅଟନ୍ତି । କେବଳ ତାଙ୍କୁ ପରମ (ଶ୍ରେଷ୍ଠ)କୁହାଯାଏ । ଏହା ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ବାବା କହୁଛନ୍ତି ମୁଁ ତ ଅମର ଅଟେ । ମୁଁ ଯଦି ଅମର ନହୋଇଥାନ୍ତି ତୁମକୁ ପବିତ୍ର କିପରି କରିଥାନ୍ତି । ତୁମକୁ ମିଠା ସନ୍ତାନ କିପରି କହିଥାନ୍ତି । ଆତ୍ମା ହିଁ ସବୁକିଛି କରିଥାଏ । ବାବା ଆସି ଦେହୀ-ଅଭିମାନୀ କରୁଛନ୍ତି, ଏଥିରେ ହିଁ ମେହେନତ କରିବାକୁ ପଡିବ । ବାବା କହୁଛନ୍ତି ମୋତେ ହିଁ ମନେ ପକାଅ ଅନ୍ୟ କାହାକୁ ମନେପକାଅ ନାହିଁ । ଯୋଗୀ ତ ଦୁନିଆରେ ବହୁତ ଅଛନ୍ତି । କନ୍ୟା ଯେତେବେଳେ ବିବାହ କରେ ତାର ବୁଦ୍ଧି ଯୋଗ ସ୍ୱାମୀ ସାଥିରେ ଲାଗିଯାଏ ନା । ପୂର୍ବରୁ କଣ ଥିଲା କି ? ସ୍ୱାମୀଙ୍କୁ ଦେଖିଲା ପରେ ତାଙ୍କୁ ମନେପକାଏ । ଏବେ ବାବା କହୁଛନ୍ତି କେବଳ ମୋତେ ୟାଦ କର । ଏହି କଥାର ଭଲ ଭାବେ ଅଭ୍ୟାସ ଦରକାର । ଯିଏ ଭଲ ପୁରୁଷାର୍ଥୀ ସନ୍ତାନ, ସେମାନେ ସକାଳୁ ସକାଳୁ ଉଠି ଦେହୀ ଅଭିମାନୀ ରହିବାର ଅଭ୍ୟାସ କରିବେ । ଭକ୍ତି ମଧ୍ୟ ସକାଳୁ କରିଥାନ୍ତି ନା । ନିଜ ନିଜର ଇଷ୍ଟଦେବଙ୍କୁ ମନେପକାନ୍ତି । ହନୁମାନଙ୍କର ବି କେତେ ପୂଜା କରୁଛନ୍ତି କିନ୍ତୁ କିଛି ଜାଣିନାହାନ୍ତି । ବାବା ଆସି ବୁଝାଉଛନ୍ତି ତୁମର ବୁଦ୍ଧି ମାଙ୍କଡ ପରି ହୋଇଯାଇଛି । ଏବେ ପୁଣି ତୁମେ ଦେବତା ହେଉଛ । ଏବେ ଏହା ପତିତ ତମୋପ୍ରଧାନ ଦୁନିଆ ଅଟେ । ଏବେ ତୁମେ ଆସିଛ ବେହଦ ପିତାଙ୍କ ପାଖକୁ । ମୁଁ ତ ପୁନର୍ଜନ୍ମ ରହିତ ଅଟେ । ଏହି ଶରୀର ବ୍ରହ୍ମାବାବାଙ୍କର ଅଟେ । ମୋର କୌଣସି ଶାରିରୀକ ନାମ ନାହିଁ । ମୋର ନାମ ହେଲା କଲ୍ୟାଣକାରୀ ଶିବ । ତୁମେମାନେ ଜାଣିଛ କଲ୍ୟାଣକାରୀ ଶିବବାବା ଆସି ନର୍କକୁ ସ୍ୱର୍ଗ କରୁଛନ୍ତି । ବାବା କେତେ କଲ୍ୟାଣ କରୁଛନ୍ତି । ନର୍କର ଏକଦମ୍ ବିନାଶ କରାଇ ଦେଉଛନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଏବେ ସ୍ଥାପନା ହେଉଛି । ଏମାନେ ହେଲେ ପ୍ରଜାପିତା ବ୍ରହ୍ମା ମୁଖବଂଶାବଳୀ । ଚାଲିଲା ବୁଲିଲା ବେଳେ ପରସ୍ପରଙ୍କୁ ସାବଧାନ କର ମନମନାଭବ । ବାବା କହୁଛନ୍ତି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ । ପତିତ ପାବନ ତ ବାବା ଅଟନ୍ତି ନା । ସେମାନେ ଭୁଲ୍ରେ ଶିବ ଭଗବାନୁବାଚ ବଦଳରେ କୃଷ୍ଣ ଭଗବାନୁବାଚ ଲେଖିଦେଇଛନ୍ତି । ଭଗବାନ ତ ନିରାକାର ଅଟନ୍ତି, ତାଙ୍କୁ ପରମପିତା ପରମାତ୍ମା କୁହାଯାଏ । ତାଙ୍କର ନାମ ହେଲା ଶିବ । ଶିବଙ୍କର ମଧ୍ୟ ବହୁତ ପୂଜା କରାଯାଏ । ଶିବ କାଶୀ, ଶିବ କାଶୀ କହି ଚାଲିଥାନ୍ତି । ଭକ୍ତିମାର୍ଗରେ ଅନେକ ପ୍ରକାରର ନାମ ରଖିଦେଇଛନ୍ତି । ରୋଜଗାର ପାଇଁ ଅନେକ ପ୍ରକାରର ମନ୍ଦିର ତିଆରି କରିଛନ୍ତି । ଅସଲ ନାମ ହେଲା ଶିବ । ପୁଣି ସୋମନାଥ ନାମ ରଖିଛନ୍ତି, ସୋମନାଥ ଅର୍ଥାତ୍ ସୋମରସ ପାନ କରାଉଛନ୍ତି, ଜ୍ଞାନ ଧନ ଦେଉଛନ୍ତି । ତାପରେ ଯେତେବେଳେ ପୂଜାରୀ ହୁଅନ୍ତି ତାଙ୍କ ମନ୍ଦିର ତିଆରି କରିବାକୁ କେତେ ଖର୍ଚ୍ଚ କରନ୍ତି କାରଣ ସେ ସୋମରସ ପାନ କରାଇଛନ୍ତି ନା । ସୋମନାଥଙ୍କ ସହ ସୋମନାଥିନୀ ମଧ୍ୟ ଥିବେ ! ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ସୋମନାଥ ସୋମନାଥିନୀ ଅଟନ୍ତି । ତୁମେ ସୁନାର ଦୁନିଆକୁ ଯାଉଛ । ସେଠାରେ ସୁନାର ଇଟା ଥାଏ । ନହେଲେ କାନ୍ଥ ଆଦି କିପରି ତିଆରି ହେବ! ବହୁତ ସୁନା ଥାଏ ସେଥିପାଇଁ ତାକୁ ସୁନାର ଦୁନିଆ କୁହାଯାଏ । ଏହା ହେଉଛି ଲୁହା ଏବଂ ପଥରର ଦୁନିଆ । ସ୍ୱର୍ଗର ନାମ ଶୁଣି ମୁହଁରେ ଖୁସିରେ ପାଣି ଆସିଯାଏ । ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ ଓ ନାରାୟଣ ଅଲଗା ଅଲଗା ହେବେ ନା । ତୁମେ ବିଷ୍ଣୁପୁରୀର ମାଲିକ ହେଉଛ । ଏବେ ତୁମେ ରାବଣ ପୁରୀରେ ଅଛ । ତେଣୁ ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ବାବା ମଧ୍ୟ ପରମଧାମରେ ରହୁଛନ୍ତି, ତୁମେ ଆତ୍ମାମାନେ ମଧ୍ୟ ପରମଧାମରେ ରହିଥାଅ । ବାବା କହୁଛନ୍ତି ତୁମକୁ କିଛି କଷ୍ଟ ଦେଉନାହିଁ । ବହୁତ ସହଜ କଥା । ବାକି ଏହି ରାବଣ ଶତ୍ରୁ ହୋଇ ତୁମ ସାମ୍ନାରେ ଠିଆ ହୋଇଛି । ସେ ହିଁ ବିଘ୍ନ ପକାଉଛି । ଜ୍ଞାନରେ ବିଘ୍ନ ପଡେ ନାହିଁ, ଯୋଗରେ ହିଁ ବିଘ୍ନ ପଡେ । ଘଡିକୁ ଘଡି ମାୟା ୟାଦ ଭୁଲାଇଦେଉଛି । ଦେହ-ଅଭିମାନୀ କରାଇ ଦେଉଛି । ବାବାଙ୍କୁ ୟାଦ କରାଇ ଦେଉନାହିଁ । ଏହିପରି ଯୁଦ୍ଧ ଚାଲିଛି । ବାବା କହୁଛନ୍ତି ତୁମେ କର୍ମଯୋଗୀ ଅଟ । ଆଚ୍ଛା, ଦିନରେ ମନେପକାଇପାରୁନାହଁ ତେବେ ରାତିରେ ମନେପକାଅ । ରାତିର ଅଭ୍ୟାସ ଦିନରେ କାମରେ ଆସିବ ।

ନିରନ୍ତର ସ୍ମୃତିରେ ରହୁ ଯେଉଁ ବାବା ମୋତେ ବିଶ୍ୱର ମାଲିକ କରୁଛନ୍ତି, ମୁଁ ତାଙ୍କୁ ମନେପକାଉଛି! ବାବାଙ୍କ ୟାଦ ଓ ୮୪ ଜନ୍ମର ଚକ୍ର ମନେରହିଲେ ଅହୋ ସୌଭାଗ୍ୟ । ଅନ୍ୟମାନଙ୍କୁ ବି ଶୁଣାଇବାର ଅଛି ଭଉଣୀ ଓ ଭାଇମାନେ, ଏବେ କଳିଯୁଗ ପୁରା ହୋଇ ସତ୍ୟଯୁଗ ଆସୁଛି । ବାବା ଆସିଛନ୍ତି, ସତ୍ୟଯୁଗ ପାଇଁ ରାଜଯୋଗ ଶିଖାଉଛନ୍ତି । କଳିଯୁଗ ପରେ ସତ୍ୟଯୁଗ ଆସିବ । ଏକ ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ମନେ ପକାନ୍ତୁ ନାହିଁ । ବାନପ୍ରସ୍ଥୀମାନେ ଯାଇ ସନ୍ନ୍ୟାସୀମାନଙ୍କର ସଙ୍ଗ କରନ୍ତି । ବାନପ୍ରସ୍ଥ ଅର୍ଥାତ୍ ସେଠାରେ ବାଣୀର କାମ ନଥାଏ । ଆତ୍ମା ଶାନ୍ତ ଅବସ୍ଥାରେ ରହେ । ଆତ୍ମା କେବେ ଲୀନ ହୋଇପାରିବ ନାହିଁ । ଡ୍ରାମାରୁ କେହି ମଧ୍ୟ ପାର୍ଟଧାରୀ ବାହାରି ଯାଇ ପାରିବେ ନାହିଁ । ବାବା ଏହା ମଧ୍ୟ ବୁଝାଉଛନ୍ତି ଏକା ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ମନେପକାଅ ନାହିଁ । ଅନ୍ୟ ସବୁ କିଛି ଦେଖୁଥିଲେ ବି ମନେପକାଅ ନାହିଁ । ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ, ଏହା ଶ୍ମଶାନ ଭୂମି ଅଟେ ନା । ମୁର୍ଦ୍ଦାମାନଙ୍କୁ କେବେ ମନେପକାଯାଏ କି! ବାବା କହୁଛନ୍ତି ଏମାନେ ସବୁ ମରିପଡିଛନ୍ତି । ମୁଁ ଆସୁଛି, ପତିତମାନଙ୍କୁ ପାବନ କରି ନେଇଯାଉଛି । ଏଠାରେ ଏସବୁ ସମାପ୍ତ ହୋଇଯିବ । ଆଜିକାଲି ଯେଉଁ ବମ୍ ଆଦି ତିଆରି କରୁଛନ୍ତି, ତାହା ବହୁତ ତୀକ୍ଷ୍ଣ । କହୁଛନ୍ତି ଏଠାରେ ବସି ଯେଉଁଠାକୁ ଛାଡିବୁ ସେହିଠାରେ ହିଁ ପଡିବ । ଏହା ପୂର୍ବ ନିର୍ଦ୍ଧାରିତ କଳ୍ପ ପୂର୍ବ ଭଳି ପୁନଃ ବିନାଶ ହେବ । ଭଗବାନ ଆସି ନୂଆ ଦୁନିଆ ପାଇଁ ରାଜଯୋଗ ଶିଖାଉଛନ୍ତି । ଏହା ମହାଭାରତ ଲଢ଼େଇ ଅଟେ, ଯାହାର ଶାସ୍ତ୍ରରେ ଗାୟନ ରହିଛି । ନିଶ୍ଚିତ ଭାବରେ ଭଗବାନ ଆସିଛନ୍ତି ସ୍ଥାପନା ଓ ବିନାଶ କରିବାକୁ । ଚିତ୍ର ମଧ୍ୟ ସ୍ପଷ୍ଟ ରହିଛି । ତୁମେ ସାକ୍ଷାତ୍କାର କରୁଛ ଆମେ ଏପରି ଲକ୍ଷ୍ମୀ-ନାରାୟଣ ହେବୁ । ଏଠାରେ ପଢ଼ିଥିବା ପାଠ ଭୁଲିଯିବ । ସେଠାରେ ତ ବାରିଷ୍ଟର, ଡାକ୍ତର ଆଦିଙ୍କର ଦରକାର ନଥାଏ । ତୁମେ ତ ଏଠାକାର ପାଠପଢା ଅନୁସାରେ ବର୍ସା ପ୍ରାପ୍ତ କରୁଛ । କଳା କୌଶଳ ବି ସବୁ ଏହିଠାରୁ ହିଁ ଶିଖି କରି ଯିବେ । ଘର ନିର୍ମାଣ କରୁଥିବା ଆତ୍ମା ଏଠାରେ ବହୁତ ଭଲ ଘର ତିଆରି କରି ପୁଣି ସେଠାରେ ବି ତିଆରି କରିବେ । ବଜାର ଆଦି ବି ରହିବ ନା । କାରୋବାର ତ ଚାଲିବ । ଏହିଠାରେ ଅର୍ଜନ କରିଥିବା ଦକ୍ଷତା ସେଠାକୁ ନେଇଯାଆନ୍ତି । ବିଜ୍ଞାନ ଦ୍ୱାରା ମଧ୍ୟ ଭଲ କଳା କୌଶଳ ଶିଖୁଛନ୍ତି । ତାହା ସବୁ ସେଠାରେ କାମରେ ଆସିବ । ସେମାନେ ପ୍ରଜାରେ ଆସିବେ । ତୁମମାନଙ୍କୁ ତ ପ୍ରଜାରେ ଆସିବାର ନାହିଁ । ତୁମେ ଆସିଛ ବାବା-ମମ୍ମାଙ୍କ ସିଂହାସନର ଅଧିକାରୀ ହେବା ପାଇଁ । ବାବା ଯେଉଁ ଶ୍ରୀମତ ଦେଉଛନ୍ତି, ତାହା ପାଳନ କରିବାର ଅଛି । ସର୍ବଶ୍ରେଷ୍ଠ ଶ୍ରୀମତ ତ ଗୋଟିଏ ଦେଉଛନ୍ତି କି ମୋତେ ୟାଦ କର । କାହାର ତ ଭାଗ୍ୟ ହଠାତ୍ ହିଁ ଖୋଲିଯାଉଛି । କୌଣସି ନା କୌଣସି କାରଣ ନିମିତ୍ତ ହୋଇଯାଏ । କୁମାରୀମାନଙ୍କୁ ମଧ୍ୟ ବାବା କହୁଛନ୍ତି ବିବାହ ତ ବରବାଦର କାରଣ ହୋଇଯିବ । ଏହି ନର୍ଦ୍ଦମାରେ ପଡ ନାହିଁ । ତୁମେ କଣ ବାବାଙ୍କର କଥା ମାନିବ ନାହିଁ! ସ୍ୱର୍ଗର ମହାରାଣୀ ହେବନାହିଁ! ନିଜ ସାଥିରେ ପ୍ରତିଜ୍ଞା କରିବାର ଅଛି କି ମୁଁ ସେହି ନର୍କ ଦୁନିଆକୁ ଯିବିନାହିଁ । ସେହି ଦୁନିଆକୁ କେବେହେଲେ ମନେପକାଇବି ନାହିଁ । ଶ୍ମଶାନକୁ କେବେ ମନେପକାନ୍ତି କି! ଏଠାରେ ତ ତୁମେ କହୁଛ କିପରି ଏହି ଶରୀର ତ୍ୟାଗ କରିବୁ ଏବଂ ନିଜ ସ୍ୱର୍ଗକୁ ଯିବୁ । ଏବେ ୮୪ ଜନ୍ମ ପୁରା ହେଲା, ଏବେ ଆମେ ନିଜ ଘରକୁ ଯାଉଛୁ । ଅନ୍ୟମାନଙ୍କୁ ମଧ୍ୟ ଏହା ଶୁଣାଇବାର ଅଛି । ଏହା ବି ବୁଝୁଛ ବାବାଙ୍କ ଛଡା ସତ୍ୟଯୁଗର ରାଜତ୍ୱ ଅନ୍ୟ କେହି ଦେଇପାରିବେ ନାହିଁ ।

ଏହି ରଥକୁ ମଧ୍ୟ କର୍ମଭୋଗ ଭୋଗିବାକୁ ତ ପଡିବ ନା । ବାପଦାଦାଙ୍କର ମଧ୍ୟ ପରସ୍ପର ମଧ୍ୟରେ ବାର୍ତ୍ତାଳାପ ହୋଇଥାଏ ଏହି ବ୍ରହ୍ମାବାବା କହନ୍ତି ବାବା ଆଶୀର୍ବାଦ କରିଦିଅ । କାଶ ପାଇଁ କିଛି ଔଷଧ ଦିଅ ବା ଛୁ-ମନ୍ତ୍ର କରି ଉଡାଇଦିଅ । ବାବା କହିଥାନ୍ତି ନା, ଏହା ତ ଭୋଗିବାର ହିଁ ଅଛି । ତୁମର ଏହି ରଥ ଲୋନ୍ ନେଉଛି, ତା ବଦଳର ପାରିଶ୍ରମିକ ତ ଦେଇ ଦେଉଛି, ବାକି ଏହା ତ ତୁମର ହିସାବ କିତାବ । ଅନ୍ତ ପର୍ଯ୍ୟନ୍ତ କିଛି ନା କିଛି ହେଉଥିବ । ଯଦି ତୁମକୁ ଆଶୀର୍ବାଦ କରିବି ତେବେ ସମସ୍ତଙ୍କ ପ୍ରତି କରିବାକୁ ପଡିବ । ଆଜି ଏହି ଝିଅ ଏଠାରେ ବସିଛି କାଲି ଟ୍ରେନ୍ରେ ଦୁର୍ଘଟଣା ହୋଇଯିବ, ଶରୀର ତ୍ୟାଗ କରିଦେବ, ବାବା କହିବେ ଡ୍ରାମା । ଏପରି କହିପାରିବ ନାହିଁ କି ବାବା ପୂର୍ବରୁ କାହିଁକି କହିଲେ ନାହିଁ । ଏପରି ନିୟମ ନାହିଁ । ମୁଁ ତ ଆସୁଛି ପତିତରୁ ପାବନ କରିବାକୁ । ଏହିକଥା କହିବାକୁ ଆସୁଛି କି ? ନିଜର ଏହି ହିସାବ କିତାବ ତ ତୁମକୁ ହିଁ ଚୁକ୍ତି କରିବାର ଅଛି । ଏଥିରେ ଆଶୀର୍ବାଦର କଥା ନାହିଁ । ଆଶୀର୍ବାଦ ପାଇବାକୁ ହେଲେ ସନ୍ନ୍ୟାସୀମାନଙ୍କ ପାଖକୁ ଯାଅ । ବାବା ତ ଗୋଟିଏ କଥା ବତାଉଛନ୍ତି । ମୋତେ ଏଥିପାଇଁ ଡାକିଛ ଯେ ଆମକୁ ଆସି ନର୍କରୁ ସ୍ୱର୍ଗକୁ ନେଇଚାଲ । ଗାୟନ ମଧ୍ୟ କରନ୍ତି ପତିତ ପାବନ ସୀତାରାମ । ପରନ୍ତୁ ଅର୍ଥ ଓଲଟା କରିଦେଇଛନ୍ତି । ପୁଣି ରାମଙ୍କର ମହିମା କରନ୍ତି ରଘୁପତି ରାଘବ ରାଜାରାମ... । ବାବା କହୁଛନ୍ତି ଏହି ଭକ୍ତିମାର୍ଗରେ ତୁମେ କେତେ ପଇସା ହରାଇଛ । ଗୋଟିଏ ଗୀତ ମଧ୍ୟ ଅଛି ନା କ୍ୟା କୌତୁକ ଦେଖା... ଦେବୀମାନଙ୍କ ମୂର୍ତ୍ତି ତିଆରି କରି ପୂଜା କରି ପୁଣି ସମୁଦ୍ରରେ ପକାଇଦେଉଛନ୍ତି । ଏବେ ବୁଝିହେଉଛି କେତେ ପଇସା ବରବାଦ କରୁଛନ୍ତି, ପୁଣି ମଧ୍ୟ କରିବେ । ସତ୍ୟଯୁଗରେ ତ ଏପରି କାମ ହୁଏନାହିଁ । ସେକେଣ୍ଡ ପରେ ସେକେଣ୍ଡ ଡ୍ରାମାରେ ନିର୍ଦ୍ଧାରିତ ଅଛି । କଳ୍ପ ପରେ ପୁଣି ଏହିକଥା ପୁନରାବୃତ୍ତି ହେବ । ଡ୍ରାମାକୁ ବହୁତ ଭଲ ଭାବରେ ବୁଝିବା ଦରକାର । ଆଚ୍ଛା, କେହି ଅଧିକ ମନେ ପକାଇପାରୁନାହାନ୍ତି ତେବେ ବାବା କହୁଛନ୍ତ କେବଳ ଅଲଫ୍ ଆଉ ବେ, ବାବା ଓ ବାଦଶାହୀକୁ ମନେପକାଅ । ଅନ୍ତରରେ ସର୍ବଦା ଏହି ଚିନ୍ତନ ଚାଲୁଥାଉ ଯେ ଆମେ ଆତ୍ମା କିପରି ୮୪ର ଚକ୍ର ଲଗାଇ ଆସିଛୁ । ଚିତ୍ର ଉପରେ ବୁଝାଅ । ବହୁତ ସହଜ ହେବ । ଏହା ରୁହାନୀ ପିଲାମାନଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ । ବାବା ପିଲାମାନଙ୍କ ସାଥିରେ ବାର୍ତ୍ତାଳାପ କରୁଛନ୍ତି । ଅନ୍ୟ କାହା ସହିତ ତ କରି ପାରିବେ ନାହିଁ । ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା ହିଁ ସବୁକିଛି କରୁଛି । ବାବା ମନେପକାଇ ଦେଉଛନ୍ତି, ତୁମେ ୮୪ ଜନ୍ମ ନେଇଛ । ମନୁଷ୍ୟ ହିଁ ହେଉଛ । ଯେପରି ବାବା ଅଧ୍ୟାଦେଶ ଜାରି କରୁଛନ୍ତି ଯେ ବିକାରୀ ହୁଅ ନାହିଁ । ସେହିପରି ଏହି ଅଧ୍ୟାଦେଶ ମଧ୍ୟ ଜାରି କରୁଛନ୍ତି ଯେ କାହାରିକୁ କାନ୍ଦିବାର ନାହିଁ । ସତ୍ୟଯୁଗ ତ୍ରେତାରେ କେବେ କେହି କାନ୍ଦନ୍ତି ନାହିଁ । ଛୋଟ ପିଲା ବି କାନ୍ଦିବେ ନାହିଁ । ଡ୍ରାମାର କାନ୍ଦିବାର ନିୟମ ନାହିଁ । ତାହା ହେଉଛି ହର୍ଷିତ ରହିବାର ଦୁନିଆ । ସେଠିକାର ସବୁ ଅଭ୍ୟାସ ଏଠାରେ ହିଁ କରିବାକୁ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କଠାରୁ ଆଶୀର୍ବାଦ ମାଗିବା ପରିବର୍ତ୍ତେ ଯୋଗର ଯାତ୍ରା ଦ୍ୱାରା ନିଜର ସମସ୍ତ ହିସାବ-କିତାବ ଚୁକ୍ତ କରିବାକୁ ହେବ । ପାବନ ହେବାର ପୁରୁଷାର୍ଥ କରିବାକୁ ହେବ । ଏହି ଡ୍ରାମାର ରହସ୍ୟ ଯଥାର୍ଥ ଭାବେ ବୁଝିବାକୁ ହେବ ।

(୨) ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ମନେ ପକାଇବାର ନାହିଁ । ସର୍ବଦା କର୍ମଯୋଗୀ ହେବାକୁ ହେବ । ସଦାସର୍ବଦା ହର୍ଷିତ ରହିବାର ଅଭ୍ୟାସ କରିବାକୁ ହେବ । କେବେ ବି କାନ୍ଦିବାର ନାହିଁ ।

ବରଦାନ:-
ସମସ୍ତଙ୍କ ପ୍ରତି ଶୁଭ ଏବଂ ଶ୍ରେଷ୍ଠ ଭାବନା ଧାରଣ କରୁଥିବା ହଂସ ବୁଦ୍ଧି ହୋଲିହଂସ ହୁଅ ।

ହଂସ ବୁଦ୍ଧି ଅର୍ଥାତ୍ ସର୍ବଦା ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଏବଂ ଶୁଭ ବିଚାର କରୁଥିବା ଆତ୍ମା । ପ୍ରଥମେ ପ୍ରତ୍ୟେକ ଆତ୍ମାର ଭାବନାକୁ ପରଖି ତା ପରେ ବୁଦ୍ଧି ଦ୍ୱାରା ଧାରଣ କରୁଥିବା ଆତ୍ମା । କେବେହେଲେ ବୁଦ୍ଧିରେ କୌଣସି ବି ଆତ୍ମା ପ୍ରତି ଅଶୁଭ କର୍ମ ବା ସାଧାରଣ ଭାବନା ଉତ୍ପନ୍ନ ନ ହେଉ । ସର୍ବଦା ସମସ୍ତଙ୍କ ପ୍ରତି ଶୁଭଭାବନା ଏବଂ ଶୁଭକାମନା ରଖୁଥିବା ଆତ୍ମା ହିଁ ହୋଲୀହଂସ ଅଟନ୍ତି । ସେମାନେ କୌଣସି ବି ଆତ୍ମାର ଅକଲ୍ୟାଣର କଥା ଶୁଣୁଥିଲେ ବା ଦେଖୁଥିଲେ ମଧ୍ୟ ଅକଲ୍ୟାଣକୁ କଲ୍ୟାଣର ଭାବନା ଆଧାରରେ ପରିବର୍ତ୍ତନ କରିଦେବେ । ସେମାନଙ୍କର ଦୃଷ୍ଟି ପ୍ରତ୍ୟେକ ଆତ୍ମାଙ୍କ ପ୍ରତି ଶ୍ରେଷ୍ଠ ଏବଂ ଶୁଦ୍ଧ ସ୍ନେହଯୁକ୍ତ ହୋଇଥିବ ।

ସ୍ଲୋଗାନ:-
ଏଭଳି ପ୍ରେମରେ ଭରପୁର ଗଙ୍ଗା ହୋଇଯାଅ ଯାହାକି ତୁମ ଭିତରେ ସ୍ନେହର ସାଗର ବାବା ଦେଖାଯିବେ ।