05.05.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଯଦି
ତୁମେ ବାବାଙ୍କର ଶ୍ରୀମତ ଅନୁସାରେ ଚାଲିବ ତେବେ ତୁମକୁ କେହିହେଲେ ଦୁଃଖ ଦେଇପାରିବେ ନାହିଁ,
ଦୁଃଖ କଷ୍ଟ ଦେଲାବାଲା ରାବଣ ଅଟେ ଯିଏକି ତୁମ ରାଜ୍ୟରେ ରହିବ ନାହିଁ ।”
ପ୍ରଶ୍ନ:-
ଏହି ଜ୍ଞାନ
ଯଜ୍ଞରେ ତୁମେମାନେ କେଉଁ ପ୍ରକାରର ଆହୁତି ଦେଉଛ?
ଉତ୍ତର:-
ଏହି ଜ୍ଞାନ ଯଜ୍ଞରେ ତୁମେ କୌଣସି ତିଳ (ଖସା), ଯଅ ଆଦିର ଆହୁତି ଦେଉନାହଁ, ଏଥିରେ ତୁମକୁ ଦେହ
ସହିତ ଯାହା କିଛି ବି ଅଛି ସେସବୁକୁ ଆହୁତି ଦେବାକୁ ହେବ ଅର୍ଥାତ୍ ବୁଦ୍ଧିରୁ ସବୁ କିଛି ଭୁଲାଇ
ଦେବାକୁ ହେବ । ଏହି ଯଜ୍ଞର ଦାୟିତ୍ୱ ପବିତ୍ର ରହୁଥିବା ବ୍ରାହ୍ମଣ ହିଁ ତୁଲାଇ ପାରିବେ ।
ଯେଉଁମାନେ ପବିତ୍ର ବ୍ରାହ୍ମଣ ହୋଇଥା’ନ୍ତି ସେହିମାନେ ହିଁ ପୁଣି ବ୍ରାହ୍ମଣରୁ ଦେବତା ହୋଇଥାନ୍ତି
।
ଗୀତ:-
ତୁହ୍ମେ ପାକେ
ହମନେ ଜହାନ....
ଓମ୍ ଶାନ୍ତି ।
ପିଲାମାନେ
ବାବାଙ୍କ ପାଖକୁ ଆସିଛନ୍ତି । ପିଲାମାନେ ନିଶ୍ଚିତ ସେତେବେଳେ ହିଁ ଆସିବେ, ଯେତେବେଳେ ପିତାଙ୍କୁ
ଜାଣି ବାବା ବୋଲି କହିବେ । ନଚେତ୍ ଆସିପାରିବେ ନାହିଁ । ପିଲାମାନେ ଜାଣିଛନ୍ତି ଯେ ଆମେ ଯାଉଛୁ
ନିରାକାରୀ ବାବାଙ୍କ ପାଖକୁ, ତାଙ୍କର ନାମ ଶିବବାବା ଅଟେ । ତାଙ୍କର ନିଜର ଶରୀର ନାହିଁ, ତାଙ୍କର
କେହିହେଲେ ଶତ୍ରୁ ହୋଇପାରିବେ ନାହିଁ । ଏଠାରେ ଯଦି ଶତ୍ରୁ ହୋଇଥାନ୍ତି ତେବେ ରାଜାଙ୍କୁ ମଧ୍ୟ
ମାରି ଦେଇଥାନ୍ତି । ଗାନ୍ଧୀଙ୍କୁ ମାରିଲେ, କାହିଁକି ନା ତାଙ୍କର ତ ଶରୀର ଥିଲା । ବାବାଙ୍କର ତ
ନିଜର ଶରୀର ନାହିଁ । ତାଙ୍କୁ ହିଁ ମାରିବାକୁ ଚାହିଁବେ, ଯାହାଙ୍କ ଶରୀରରେ ମୁଁ ପ୍ରବେଶ କରୁଛି ।
ଆତ୍ମାକୁ ତ କେହି ମାରି-ହାଣି ପାରିବେ ନାହିଁ । ତେଣୁ ଯିଏ ମୋତେ ଯଥାର୍ଥ ରୀତି ଜାଣିଛନ୍ତି,
ତାଙ୍କୁ ହିଁ ମୁଁ ରାଜ୍ୟ-ଭାଗ୍ୟ ଦେଉଛି । ତାଙ୍କର ରାଜ୍ୟ-ଭାଗ୍ୟକୁ କେହି ଜଳାଇ ପାରିବେ ନାହିଁ ।
ନା କୌଣସି ଅବସ୍ଥାରେ ପାଣି ବୁଡାଇ ପାରିବ ।
ତୁମ୍ଭେମାନେ
ବାବାଙ୍କଠାରୁ ଅବିନାଶୀ ରାଜଧାନୀର ସମ୍ପତ୍ତି ନେବାକୁ ଆସିଛ । ଯାହାକୁ କେହି ହେଲେ ଦୁଃଖ ଅଥବା
କଷ୍ଟ ଦେଇପାରିବେ ନାହିଁ । ସେଠାରେ କଷ୍ଟ ଦେଲାବାଲା କେହି ନଥାନ୍ତି । କଷ୍ଟ ଦେଲାବାଲା ହେଉଛି
ରାବଣ । ରାବଣର ୧୦ଟି ମୁଣ୍ଡ ମଧ୍ୟ ଦେଖାଇଥାନ୍ତି । କେବଳ ରାବଣକୁ ଦେଖାଉଛନ୍ତି, ମନ୍ଦୋଦରୀଙ୍କୁ
ଦେଖାଉ ନାହାଁନ୍ତି । କେବଳ ନାମ ରଖିଦେଇଛନ୍ତି ଯେ ଇଏ ରାବଣର ସ୍ତ୍ରୀ ଥିଲା । ତେଣୁ ଏହି ରାବଣ
ରାଜ୍ୟରେ ତୁମକୁ ଅସୁବିଧା ହୋଇପାରେ । ସେଠାରେ ତ ରାବଣ ରହିନଥାଏ । ବାବା ତ ନିରାକାର ଅଟନ୍ତି,
ତାଙ୍କୁ କେହି ମାରି କାଟି ପାରିବେ ନାହିଁ । ତୁମକୁ କଷ୍ଟ ଏହିପରି କରାଉଛନ୍ତି ଯାହାକି ତୁମର
ଶରୀର ଥାଇ ମଧ୍ୟ କୌଣସି ଦୁଃଖ ହୋଇପାରିବ ନାହିଁ । ତେଣୁ ଏଭଳି ବାବାଙ୍କର ମତରେ ଚାଲିବାକୁ ପଡିବ
। ବାବା ହିଁ ଜ୍ଞାନର ସାଗର ଅଟନ୍ତି, ଆଉ କେହି ଏହି ଜ୍ଞାନ ଦେଇପାରିବେ ନାହିଁ । ବାବା ବ୍ରହ୍ମା
ଦ୍ୱାରା ସବୁ ଶାସ୍ତ୍ରଗୁଡିକର ସାରମର୍ମ ବୁଝାଉଛନ୍ତି । ବ୍ରହ୍ମା ହେଲେ ଶିବବାବାଙ୍କର ସନ୍ତାନ ।
ଏପରି ନୁହେଁ ଯେ ବିଷ୍ଣୁଙ୍କର ନାଭିରୁ ବ୍ରହ୍ମା ବାହାରିଲେ । ଯଦି ନାଭି କହିବା, ତେବେ
ଶିବବାବାଙ୍କର ନାଭି-କମଳରୁ ବ୍ରହ୍ମା ବାହାରିଲେ । ତୁମେ ମଧ୍ୟ ଶିବଙ୍କର ନାଭିରୁ ବାହାରିଛ । ଆଉ
ଚିତ୍ର ତ ସବୁ ଭୁଲ୍ ଅଟେ । ଏକମାତ୍ର ବାବା ହିଁ ନ୍ୟାୟ ଓ ସତ୍ୟ ଅଟନ୍ତି । କିନ୍ତୁ ରାବଣ ଅନ୍ୟାୟ
ତଥା ଅସତ୍ୟ କରିଦେଉଛି । ଏହା ଖେଳ ଅଟେ । ଏହି ଖେଳକୁ ତୁମେ ହିଁ ଜାଣିଛ । କେବେଠାରୁ ରାବଣ
ରାଜ୍ୟ ଆରମ୍ଭ ହେଲା, କିପରି ମନୁଷ୍ୟମାନେ ତଳକୁ ଖସି-ଖସି ପତିତ ହୋଇଯାଉଛନ୍ତି, ଉପରକୁ କେହିହେଲେ
ଚଢିପାରିବେ ନାହିଁ । ବାବାଙ୍କ ପାଖକୁ ଯିବାର ଯେଉଁ ରାସ୍ତା ବତାଉଛନ୍ତି, ତାହା ଆହୁରି ହିଁ ଘୋର
ଜଙ୍ଗଲ ଭିତରକୁ ଠେଲି ଦେଉଛନ୍ତି କାହିଁକି ନା ସେମାନେ ବାବାଙ୍କର ଘର ଏବଂ ସ୍ୱର୍ଗର ରାସ୍ତା
ଜାଣିନାହାଁନ୍ତି - ଯେତେ ବି ଗୁରୁ ଆଦି ଅଛନ୍ତି, ସମସ୍ତେ ହଠଯୋଗୀ ଅଟନ୍ତି । ସେମାନେ ଘରଦ୍ୱାର
ଛାଡି ଦେଇଥାନ୍ତି । କିନ୍ତୁ ବାବା ଘରଦ୍ୱାର ଛଡାଉ ନାହାଁନ୍ତି । ବାବା କହୁଛନ୍ତି ଯେ ପବିତ୍ର
ହୁଅ । କୁମାର ଏବଂ କୁମାରୀମାନେ ପବିତ୍ର ଅଟନ୍ତି । ଦ୍ରୈାପଦୀ ଡାକିଥିଲେ ଯେ ବାବା ମୋତେ ବଞ୍ଚାଅ
। ମୁଁ ପବିତ୍ର ହୋଇ କୃଷ୍ଣପୁରୀକୁ ଯିବାକୁ ଚାହୁଁଛି । କନ୍ୟାମାନେ ମଧ୍ୟ ଡାକୁଛନ୍ତି - ମା’ ବାପ
ହଇରାଣ କରୁଛନ୍ତି, ମାରୁଛନ୍ତି ଯେ ବିବାହ କରିବାକୁ ହିଁ ହେବ । ପ୍ରଥମେ ମାତା ପିତା କନ୍ୟାର ପାଦ
ତଳେ ପଡୁଛନ୍ତି, କାହିଁକି ନା ନିଜକୁ ପତିତ ଏବଂ କନ୍ୟାକୁ ପାବନ ବୋଲି ଭାବୁଛନ୍ତି । ଡାକୁଛନ୍ତି
ମଧ୍ୟ - ହେ ପତିତ-ପାବନ ଆସ । ଏବେ ବାବା କହୁଛନ୍ତି କୁମାରୀମାନେ ପତିତ ହୁଅ ନାହିଁ । ନଚେତ୍ ପୁଣି
ଉଦ୍ଧାର କରିବା ପାଇଁ ଆର୍ତ୍ତନାଦ କରବାକୁ ପଡିବ । ତୁମକୁ ନିଜକୁ ବଞ୍ଚାଇବାକୁ ହେବ । ବାବା
ଆସିଛନ୍ତି ହିଁ ପବିତ୍ର କରିବା ପାଇଁ । ବାବା କହୁଛନ୍ତି ଯେ ସ୍ୱର୍ଗର ବାଦଶାହୀର ସମ୍ପତ୍ତି
ଦେବାକୁ ମୁଁ ଆସିଛି ସେଥିପାଇଁ ପବିତ୍ର ହେବାକୁ ପଡିବ । ଯଦି ପତିତ ହେବ ତେବେ ପତିତ ହୋଇକରି
ମରିବ । ସ୍ୱର୍ଗର ସୁଖ ଦେଖିପାରିବ ନାହିଁ । ସ୍ୱର୍ଗରେ ତ ବହୁତ ସୁଖ ରହିଛି । ହୀରା-ନୀଳାର ମହଲ
ରହିଛି । ସେହି ରାଧା-କୃଷ୍ଣ ପୁଣି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ତେଣୁ ଲକ୍ଷ୍ମୀ-ନାରାୟଣଙ୍କୁ
ମଧ୍ୟ ସେତିକି ସ୍ନେହ କରିବା ଦରକାର । ତାହେଲେ କୃଷ୍ଣଙ୍କୁ ସ୍ନେହ କରୁଛନ୍ତି ପୁଣି ରାଧାଙ୍କୁ
କାହିଁକି ଗୁପ୍ତ କରିଦେଇଛନ୍ତି? କୃଷ୍ଣ ଜନ୍ମାଷ୍ଟମୀରେ କୃଷ୍ଣଙ୍କୁ ଦୋଳିରେ ଝୁଲାଇଥାନ୍ତି ।
ମାତାମାନେ କୃଷ୍ଣଙ୍କୁ ବହୁତ ସ୍ନେହ କରିଥାନ୍ତି, ରାଧାଙ୍କୁ ନୁହେଁ । ଆଉ ପୁଣି ବ୍ରହ୍ମା ଯିଏକି
କୃଷ୍ଣ ହେବେ, ତାଙ୍କର ଏତେ ପୂଜା ହେଉନାହିଁ । ଜଗତଅମ୍ବାଙ୍କର ତ ବହୁତ ପୂଜା କରୁଛନ୍ତି, ଯେଉଁ
ସରସ୍ୱତୀ ହିଁ ବ୍ରହ୍ମାଙ୍କର କନ୍ୟା ଅଟନ୍ତି । ଆଦିଦେବ ବ୍ରହ୍ମାଙ୍କର କେବଳ ଆଜମେରରେ ମନ୍ଦିର ଅଛି
। ଏବେ ମମ୍ମା ହେଉଛନ୍ତି ଜ୍ଞାନ ଜ୍ଞାନେଶ୍ୱରୀ । ତୁମେ ଜାଣିଛ ଯେ ସିଏ ବ୍ରାହ୍ମଣୀ ଅଟନ୍ତି, ସିଏ
କୌଣସି ସ୍ୱର୍ଗର ଆଦିଦେବୀ ନୁହଁନ୍ତି । ନା ତାଙ୍କର କୌଣସି ୮ଟି ହାତ ଅଛି । ମନ୍ଦିରରେ ୮ଟି ହାତ
ଥିବାର ଦେଖାଇଥାନ୍ତି । ବାବା କହୁଛନ୍ତି ମାୟାର ରାଜ୍ୟରେ ମିଛ ହିଁ ମିଛ ରହିଛି । ଏକମାତ୍ର ବାବା
ହିଁ ସତ୍ୟ ଅଟନ୍ତି ଯିଏକି ସତ୍ୟ କଥା କହୁଛନ୍ତି, ମନୁଷ୍ୟରୁ ଦେବତା କରିବା ପାଇଁ । ଶାରୀରିକ
ବ୍ରାହ୍ମଣମାନଙ୍କ ଦ୍ୱାରା ତ ତୁମେ କଥା ଆଦି ଶୁଣି-ଶୁଣି ଏହି ଅବସ୍ଥାରେ ପହଞ୍ଚି ଯାଇଛ । ଏବେ
ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ଅଛି । ବାବା କହୁଛନ୍ତି ଯେତେବେଳେ ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା
ଆସିଯାଇଥାଏ, ତେବେ କଳିଯୁଗର ଅନ୍ତରେ କଳ୍ପର ସଂଗମଯୁଗରେ ମୁଁ ଆସିଥାଏ । ମୁଁ ଯୁଗେ-ଯୁଗେ ଆସୁନାହିଁ
। ମୁଁ କଚ୍ଛ-ମଚ୍ଛ ଅବତାର, ବରାହ ଅବତାର ନେଉନାହିଁ । ମୁଁ ପ୍ରତ୍ୟେକ କ୍ଷୁଦ୍ର ପଦାର୍ଥ ଭିତରେ
ରହୁନାହିଁ, ତୁମେ ଆତ୍ମାମାନେ ମଧ୍ୟ କ୍ଷୁଦ୍ର-କ୍ଷୁଦ୍ର ଅଂଶକୁ ଯାଉ ନାହଁ ତେବେ ମୁଁ କିପରି ଯିବି
। ମନୁଷ୍ୟମାନଙ୍କ ପାଇଁ ସେମାନେ କହୁଛନ୍ତି ଯେ, ଏମାନେ ପଶୁ ମଧ୍ୟ ହେଉଛନ୍ତି । ଏମିତି ତ ଅନେକ
ଯୋନି ରହିଛି, ତାକୁ ଗଣନା କରାଯାଇପାରିବ ନାହିଁ । ବାବା କହୁଛନ୍ତି ଏବେ ମୁଁ ତୁମକୁ ସଠିକ୍ କଥା
ବୁଝାଉଛି । ଏବେ ନିର୍ଣ୍ଣୟ କର ୮୪ ଲକ୍ଷ ଜନ୍ମ ସତ୍ୟ ନା ମିଛ? ଏହି ମିଛ ଦୁନିଆରେ ସତ୍ୟ କେଉଁଠାରୁ
ମିଳିବ? ସତ୍ୟ ତ ଗୋଟିଏ ହୋଇଥାଏ । ବାବା ହିଁ ଆସି ସତ୍ୟ-ଅସତ୍ୟର ନିର୍ଣ୍ଣୟ କରୁଛନ୍ତି । ମାୟା
ସମସ୍ତଙ୍କୁ ଅସତ୍ୟ କରିଦେଇଛି । ବାବା ଆସି ସମସ୍ତଙ୍କୁ ସତ୍ୟ କରାଉଛନ୍ତି । ଏବେ ନିର୍ଣ୍ଣୟ କର -
ସଠିକ୍ କିଏ? ତୁମର ଏତେ ଗୁରୁ ଗୋସାଇଁ ଠିକ୍ ନା ଏକମାତ୍ର ବାବା ଠିକ୍? ଏକମାତ୍ର ସତ୍ୟ ବାବା ହିଁ
ସତ୍ୟ ଦୁନିଆର ସ୍ଥାପନା କରୁଛନ୍ତି । ସେଠାରେ ନିତି ବିହୀନ ଭାବେ କୌଣସି କାମ ହୋଇନଥାଏ । ସେଠାରେ
କାହାକୁ ବିଷ ମିଳିନଥାଏ ।
ତୁମେ ଜାଣିଛ ଯେ ଆମେ
ଭାରତବାସୀ ବାସ୍ତବରେ ଦେବୀ-ଦେବତା ଥିଲୁ । ଏବେ ପତିତ ହୋଇଯାଇଛୁ । ଡାକୁଛନ୍ତି ମଧ୍ୟ ହେ
ପତିତ-ପାବନ ଆସ । ଯେପରି ରାଜା-ରାଣୀ, ସେପରି ପ୍ରଜା ସମସ୍ତେ ପତିତ ଅଟନ୍ତି ସେଥିପାଇଁ ତ
ଲକ୍ଷ୍ମୀ-ନାରାୟଣ ଆଦିଙ୍କୁ ପୂଜା କରୁଛନ୍ତି ନା । ଭାରତରେ ହିଁ ରାଜାମାନେ ଥିଲେ, ଏବେ ଅପବିତ୍ର
ହୋଇଯାଇଛନ୍ତି । ପବିତ୍ରମାନଙ୍କୁ ପୂଜା କରାଯାଇଥାଏ । ଏବେ ବାବା ଆସି ତୁମକୁ ମହାରାଜା-ମହାରାଣୀ
କରୁଛନ୍ତି । ତେଣୁ ପୁରୁଷାର୍ଥ କରିବା ଦରକାର । କିନ୍ତୁ ୮ ଭୁଜାଧାରୀ ତ କେହି ନାହାଁନ୍ତି ।
ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ଦୁଇଟି ଭୁଜ ରହିଛି । ଚିତ୍ର ଗୁଡିକରେ ପୁଣି ନାରାୟଣଙ୍କୁ ଶ୍ୟାମଳ,
ଲକ୍ଷ୍ମୀଙ୍କୁ ଗୋରା ଦେଖାଉଛନ୍ତି । ତେବେ ଜଣେ ପବିତ୍ର, ଆଉ ଜଣେ ଅପବିତ୍ର କିପରି ହୋଇପାରିବ,
ତେଣୁ ଏହି ଚିତ୍ର ମିଛ ହେଲା ନା । ଏବେ ବାବା ବୁଝାଉଛନ୍ତି ଯେ ରାଧା କୃଷ୍ଣ ଉଭୟ ଗୋରା ଥିଲେ ପୁଣି
କାମ ବିକାର ରୂପକ ଚିତା ଉପରେ ବସି ଉଭୟ ଶ୍ୟାମଳ ହୋଇଯାଇଛନ୍ତି । ଜଣେ ଗୋରା ଜଣେ ଶ୍ୟାମଳ ତ
ହୋଇପାରିବେ ନାହିଁ । କୃଷ୍ଣଙ୍କୁ ଶ୍ୟାମ ସୁନ୍ଦର ବୋଲି କହିଥାନ୍ତି । ରାଧାଙ୍କୁ ଶ୍ୟାମ ସୁନ୍ଦର
କାହିଁକି କହୁନାହାଁନ୍ତି । ଏହି ପାର୍ଥକ୍ୟ କାହିଁକି ରଖାଯାଇଛି । ଯୋଡି ତ ଏକାପରି ହେବା ଦରକାର
। ଏବେ ତୁମେ ଜ୍ଞାନର ଚିତା ଉପରେ ବସିଛ, ତୁମେ ପୁଣି କାମ ବିକାରର ଚିତାରେ କୋହିଁକି ବସୁଛ!
ପିଲାମାନଙ୍କୁ ମଧ୍ୟ ଏହି ପୁରୁଷାର୍ଥ କରିବାକୁ ହେବ । ମୁଁ ଏବେ ଜ୍ଞାନ ଚିତାରେ ବସିଛି ତୁମେ ପୁଣି
କାମ ବିକାରର ଚିତାରେ ବସିବାକୁ ଚେଷ୍ଟା କାହିଁକି କରୁଛ । ଯଦି ପୁରୁଷ ଜ୍ଞାନରେ ଚାଲୁଛି, ସ୍ତ୍ରୀ
ଚାଲୁନାହିଁ ତେବେ ଝଗଡା ହୋଇଥାଏ । ଯଜ୍ଞରେ ବିଘ୍ନ ତ ବହୁତ ପଡିଥାଏ । ଏହି ଜ୍ଞାନ କେତେ ଲମ୍ବା
ଚଉଡା ଅଟେ । ଯେବେଠାରୁ ବାବା ଆସିଛନ୍ତି ସେବେଠାରୁ ରୁଦ୍ର ଯଜ୍ଞ ଆରମ୍ଭ ହୋଇଛି । ଯେପର୍ଯ୍ୟନ୍ତ
ତୁମେ ବ୍ରାହ୍ମଣ ନ ହୋଇଛ ସେ ପର୍ଯ୍ୟନ୍ତ ଦେବତା ହୋଇପାରିବ ନାହିଁ । ଶୂଦ୍ର ପତିତରୁ ପବିତ୍ର
ଦେବତା ହେବା ପାଇଁ ବ୍ରାହ୍ମଣ ହେବାକୁ ପଡିବ । ବ୍ରାହ୍ମଣ ହିଁ ଯଜ୍ଞ ରକ୍ଷକ ଅଟନ୍ତି, ତେଣୁ ଏଥିରେ
ପବିତ୍ର ରହିବାକୁ ହେବ । ବାକି କୌଣସି ତିଳ-ଯଅ ଆଦି ଏକତ୍ର କରି ରଖିବାର ନାହିଁ, ଯେପରି ଅନ୍ୟ
ଲୋକମାନେ କରୁଛନ୍ତି । ବିପଦ ସମୟରେ ଯଜ୍ଞ ରଚନା କରିଥାନ୍ତି । ଭାବୁଛନ୍ତି ଯେ ଭଗବାନ ମଧ୍ୟ ଏପରି
ଯଜ୍ଞ ରଚନା କରିଥିଲେ । ବାବା ତ କହୁଛନ୍ତି ଯେ ଏହା ଜ୍ଞାନ ରୂପୀ ଯଜ୍ଞ ଅଟେ, ଯେଉଁଥିରେ ତୁମେ
ଆହୁତି ଦେଉଛ । ଦେହ ସହିତ ଯାହା କିଛି ଅଛି, ସବୁ ଆହୁତି ଦେବାକୁ ହେବ । ପଇସା ଆଦି ପକାଇବାର ନାହିଁ,
ଏଥିରେ ସବୁକିଛି ସ୍ୱାହା କରିବାକୁ ହେବ ଏହା ଉପରେ ଏକ କାହାଣୀ ଅଛି । ଦକ୍ଷ ପ୍ରଜାପିତା ଯଜ୍ଞ
ରଚନା କରିଥିଲେ (କାହାଣୀ), ଏବେ ପ୍ରଜାପିତା ତ ଜଣେ ଅଟନ୍ତି । ପ୍ରଜାପିତା ବ୍ରହ୍ମା ପୁଣି ଦକ୍ଷ
ପ୍ରଜାପିତା କେଉଁଠୁ ଆସିଲେ? ବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଯଜ୍ଞ ରଚନା କରୁଛନ୍ତି ।
ତୁମେ ସମସ୍ତେ ବ୍ରାହ୍ମଣ ଅଟ । ତୁମକୁ ଦାଦାଙ୍କର ସମ୍ପତ୍ତି ମିଳୁଛି । ତୁମେ କହୁଛ ମଧ୍ୟ ଆମେ
ବ୍ରହ୍ମାଙ୍କ ମାଧ୍ୟମରେ ଶିବବାବାଙ୍କ ପାଖକୁ ଆସିଛୁ । ଇଏ ଶିବବାବାଙ୍କର ପୋଷ୍ଟ ଅଫିସ ଅଟନ୍ତି ।
ଯଦି ଚିଠି ମଧ୍ୟ ଲେଖୁଛ, ତେବେ ବ୍ରହ୍ମାଙ୍କ ମାଧ୍ୟମରେ ଶିବବାବାଙ୍କ ପାଖକୁ ଲେଖ । ଏହାଙ୍କ
ଶରୀରରେ ବାବା ନିବାସ କରୁଛନ୍ତି । ଏହି ସବୁ ବ୍ରାହ୍ମଣ ପବିତ୍ର ହେବା ପାଇଁ ଜ୍ଞାନ-ଯୋଗ
ଶିଖୁଛନ୍ତି । ତୁମେ ଏପରି କହିପାରିବ ନାହିଁ ଯେ ଆମେ ପତିତ ନୁହେଁ । ଆମେ ପତିତ ଅଟୁ, କିନ୍ତୁ
ପତିତ-ପାବନ ଆମକୁ ପବିତ୍ର କରୁଛନ୍ତି, ଆଉ କୌଣସି ମନୁଷ୍ୟ ମାତ୍ରକେ ପବିତ୍ର ନୁହଁନ୍ତି, ସେଥିପାଇଁ
ତ ଗଙ୍ଗାସ୍ନାନ କରିବାକୁ ଯାଉଛନ୍ତି । ଏବେ ତୁମେ ଜାଣୁଛ ଯେ ଏକମାତ୍ର ସତଗୁରୁ ବାବା ହିଁ ଆମକୁ
ପବିତ୍ର କରାଉଛନ୍ତି । ତାଙ୍କର ଶ୍ରୀମତ ହେଉଛି ପିଲାମାନେ ତୁମେ ଏକମାତ୍ର ମୋ ସହିତ ନିଜର
ବୁଦ୍ଧିଯୋଗ ଯୋଡ । ନିର୍ଣ୍ଣୟ କର ଯେ ସେହି ଗୁରୁମାନଙ୍କ ପାଖକୁ ଯିବ ନା ମୋ ମତରେ ଚାଲିବ । ତୁମର
ତ ଏକମାତ୍ର ହିଁ ବାପ, ଶିକ୍ଷକ, ସତଗୁରୁ ରହିଛନ୍ତି । ଅବିନାଶୀ ବାବା ମନୁଷ୍ୟ ମାତ୍ରକୁ କହୁଛନ୍ତି
ଯେ ଆତ୍ମ-ଅଭିମାନୀ ହୁଅ । ଦେବତାମାନେ ଆତ୍ମ-ଅଭିମାନୀ ହୋଇଥାନ୍ତି । ଏଠାରେ ତ ଏହି ଜ୍ଞାନ କାହା
ପାଖରେ ନାହିଁ । ସନ୍ନ୍ୟାସୀ ତ କହିଦେଉଛନ୍ତି ଯେ ଆତ୍ମା ହିଁ ପରମାତ୍ମା ଅଟେ । ଆତ୍ମା
ବ୍ରହ୍ମତତ୍ତ୍ୱରେ ଲୀନ ହୋଇଯାଇଥାଏ । ଏପରି କଥା ଶୁଣି-ଶୁଣି ତୁମେ କେତେ ଦୁଃଖୀ ପତିତ ହୋଇଯାଇଛ ।
ଭ୍ରଷ୍ଟାଚାରୀ ପତିତ ସେମାନଙ୍କୁ କୁହାଯାଏ ଯିଏକି ବିକାର ଦ୍ୱାରା ଜନ୍ମ ହୋଇଥାନ୍ତି । ସେମାନେ
ରାବଣ ରାଜ୍ୟରେ ଭ୍ରଷ୍ଟାଚାରୀ କାମ ହିଁ କରିଥାନ୍ତି । ପୁଣି ଫୁଲ ସଦୃଶ କରିବା ପାଇଁ ବାବାଙ୍କୁ
ହିଁ ଆସିବାକୁ ପଡିଥାଏ । ବାବା ଭାରତକୁ ହିଁ ଆସୁଛନ୍ତି । ବାବା କହୁଛନ୍ତି ଯେ ମୁଁ ତୁମକୁ ଜ୍ଞାନ
ଏବଂ ଯୋଗ ଶିଖାଉଛି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ତୁମକୁ ଏହା ଶିଖାଇ ସ୍ୱର୍ଗର ମାଲିକ କରିଥିଲି,
ପୁଣି ଥରେ ଏବେ କରୁଛି । କଳ୍ପ-କଳ୍ପ ହିଁ ମୁଁ ଆସୁଛି । ଏହାର ନା ଆଦି, ନା ଅନ୍ତ ଅଛି । ଏହି
ଚକ୍ର ହିଁ ଘୂରି ଚାଲିଛି । ପ୍ରଳୟର କଥା ହିଁ ନାହିଁ । ତୁମ୍ଭେମାନେ ଏହି ସମୟରେ ଅବିନାଶୀ ଜ୍ଞାନ
ରତ୍ନ ଦ୍ୱାରା ନିଜର ବୁଦ୍ଧି ରୂପୀ ଝୁଲାମୁଣି ପୂର୍ଣ୍ଣ କରୁଛ । ଶିବବାବାଙ୍କୁ ବମ୍ବମ୍ ମହାଦେବ
ବୋଲି କହିଥାନ୍ତି । ବମ୍ବମ୍ ଅର୍ଥାତ୍ ଶଙ୍ଖଧ୍ୱନି କରି ଆମର ଝୁଲାମୁଣି ପୂର୍ଣ୍ଣ କର । ଜ୍ଞାନ
ବୁଦ୍ଧିରେ ରହିଥାଏ ନା । ଆତ୍ମାରେ ହିଁ ସଂସ୍କାର ରହିଥାଏ । ଆତ୍ମା ହିଁ ପାଠପଢି ଇଞ୍ଜିନିୟର,
ବାରିଷ୍ଟର ଆଦି ହୋଇଥାଏ । ଏବେ ତୁମେ ଆତ୍ମାମାନେ କ’ଣ ହେବ? କହୁଛ ଯେ ଆମେ ବାବାଙ୍କଠାରୁ ବରଦାନ
ନେଇ ଲକ୍ଷ୍ମୀ-ନାରାୟଣ ହେବୁ । ଆତ୍ମା ପୁନର୍ଜନ୍ମ ତ ନିଶ୍ଚିତ ନେଇଥାଏ । ଏହା ବୁଝିବାର କଥା ଅଟେ
ନା । ପ୍ରତ୍ୟେକଙ୍କୁ କାହାକୁ କେବଳ ଏହି ଦୁଇଟି ଅକ୍ଷର କାନରେ ପକାଇଦିଅ - ତୁମେ ଆତ୍ମା ଅଟ,
ଶିବବାବାଙ୍କୁ ୟାଦ କର ତେବେ ସ୍ୱର୍ଗର ବାଦଶାହୀ ମିଳିବ । ଏହା କେତେ ସହଜ ଅଟେ । ଏକମାତ୍ର ହିଁ
ବାବା ସତ୍ୟ କହୁଛନ୍ତି, ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି । ଆଉ ଅନ୍ୟ ସମସ୍ତେ ମିଛ କହି ଦୁର୍ଗତି
ହିଁ କରିବେ । ଏହି ଶାସ୍ତ୍ର ଆଦି ମଧ୍ୟ ସବୁ ପରେ ରଚନା ହୋଇଛି । ଭାରତର ଶାସ୍ତ୍ର ଏକମାତ୍ର ଗୀତା
ଅଟେ । କହୁଛନ୍ତି ଯେ ଏହା ପରମ୍ପରାରୁ ଚାଲିଆସୁଛି । କିନ୍ତୁ କେବେଠାରୁ? ଭାବୁଛନ୍ତି ଯେ ଏହି
ସୃଷ୍ଟିକୁ ଲକ୍ଷ-ଲକ୍ଷ ବର୍ଷ ହେଲାଣି । ଆଚ୍ଛା ।
ତୁମ୍ଭେମାନେ ବାବାଙ୍କ
ପାଇଁ ଅଙ୍ଗୁର ନେଇକରି ଆସୁଛ । ତୁମେ ହିଁ ଆଣୁଛ ପୁଣି ତୁମେ ହିଁ ଖାଉଛ, ମୁଁ ଖାଉ ନାହିଁ । ମୁଁ
ତ ଅଭୋକ୍ତା ଅଟେ । ସତ୍ୟଯୁଗରେ ମଧ୍ୟ ତୁମ ପାଇଁ ମହଲ ତିଆରି କରୁଛି । ଏଠାରେ ମଧ୍ୟ ନୂଆ କୋଠା ଘରେ
ରଖୁଛି, ମୁଁ ତ ପୁରୁଣାରେ ହିଁ ରହୁଛି । ଇଏ ୱାଣ୍ଡରଫୁଲ ବାବା ଅଟନ୍ତି । ଇଏ ବାବା ଅଟନ୍ତି ତ
ଅତିଥି ମଧ୍ୟ ଅଟନ୍ତି । ବମ୍ବେକୁ ଯିବେ ତ ଅତିଥି ବୋଲି କହିବା ନା । ଏପରି ଭାବରେ ତ ବିଶାଳ ସାରା
ଦୁନିଆର ଅତିଥି ଅଟନ୍ତି । ଏହାଙ୍କୁ ଆସିବା ଏବଂ ଯିବାରେ ଡେରୀ ଲାଗୁନାହିଁ । ଏହି ଅତିଥି ମଧ୍ୟ
ଆଶ୍ଚର୍ଯ୍ୟଜନକ ଅଟନ୍ତି । ଦୂରଦେଶର ବାସିନ୍ଦା, ପରଦେଶକୁ ଆସିଛନ୍ତି । ତେଣୁ ଅତିଥି ହେଲେ ନା ।
ବାବା ଆସୁଛନ୍ତି ତୁମକୁ ଫୁଲ ସଦୃଶ ସୁନ୍ଦର କରି ସମ୍ପତ୍ତିର ଅଧିକାର ଦେବାପାଇଁ । କଉଡିରୁ
ହୀରାତୁଲ୍ୟ କରିବା ପାଇଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅବିନାଶୀ
ଜ୍ଞାନରତ୍ନ ଗୁଡିକୁ ଧାରଣ କରି ଶଙ୍ଖ-ଧ୍ୱନି କରିବାକୁ ହେବ । ସମସ୍ତଙ୍କୁ ଏହି ଜ୍ଞାନ ରତ୍ନ
ଦେବାକୁ ହେବ ।
(୨) ସତ୍ୟ ଏବଂ ଅସତ୍ୟକୁ
ବୁଝି ସତ୍ୟ ମତରେ ଚାଲିବାକୁ ହେବ । କୌଣସି ବେନିୟମ କର୍ମ କରିବା ଉଚିତ୍ ନୁହେଁ ।
ବରଦାନ:-
ବୁଦ୍ଧିକୁ
ବ୍ୟସ୍ତ ରଖିବାର ବିଧି ଦ୍ୱାରା ବ୍ୟର୍ଥକୁ ସମାପ୍ତ କରୁଥିବା ସଦାସମର୍ଥ ଆତ୍ମା ହୁଅ ।
ସବୁ ସମୟରେ ସମର୍ଥ
ଅର୍ଥାତ୍ ଶକ୍ତିଶାଳୀ ସେହି ଆତ୍ମା ହୋଇଥାଏ ଯିଏ ନିଜର ବୁଦ୍ଧିକୁ ବ୍ୟସ୍ତ ରଖିବାର ବିଧିକୁ ଆପଣାଇ
ନେଇଥାଏ । ତେବେ ବ୍ୟର୍ଥକୁ ସମାପ୍ତ କରି ସମର୍ଥ ହେବାର ସହଜ ବିଧି ହେଲା - ସର୍ବଦା ବ୍ୟସ୍ତ ରହିବା,
ସେଥିପାଇଁ ପ୍ରତିଦିନ ଅମୃତବେଳାରେ ଯେପରି ନିଜର ସ୍ଥୂଳ ଦିନଚର୍ଯ୍ୟା ତିଆରି କରୁଛ ସେହିପରି ନିଜର
ବୁଦ୍ଧିକୁ ବ୍ୟସ୍ତ ରଖିବାର ଟାଇମ୍ ଟେବୁଲ୍ ପ୍ରସ୍ତୁତ କର ଯେ ଏହି ସମୟରେ ବୁଦ୍ଧିରେ ଏହି ସମର୍ଥ
ସଂକଳ୍ପକୁ ଧାରଣ କରି ବ୍ୟର୍ଥକୁ ସମାପ୍ତ କରିବି । ଯଦି ସର୍ବଦା ଏହିଭଳି ବ୍ୟସ୍ତ ରହିବ ତେବେ ମାୟା
ଦୂରରୁ ହିଁ ଫେରି ଚାଲିଯିବ ।
ସ୍ଲୋଗାନ:-
ଯଦି ଦୁଃଖର
ଦୁନିଆକୁ ଭୁଲିବାକୁ ଚାହୁଁଛ ତେବେ ପରମାତ୍ମାଙ୍କ ସ୍ନେହରେ ସର୍ବଦା ବୁଡି ରୁହ ।