05.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ବେହଦ ନାଟକରେ ଆତ୍ମାମାନଙ୍କୁ ନିଜର ସ୍ୱତନ୍ତ୍ର ଅଭିନୟ ମିଳିଛି, ବର୍ତ୍ତମାନ ତୁମକୁ ଏହି ଶରୀର ରୂପୀ ବସ୍ତ୍ରକୁ ତ୍ୟାଗ କରି ଘରକୁ ଯିବାକୁ ହେବ, ପୁଣି ନୂଆ ରାଜ୍ୟକୁ ଆସିବାକୁ ହେବ ।

ପ୍ରଶ୍ନ:-
ବାବା କୌଣସି କାର୍ଯ୍ୟ ପ୍ରେରଣା ଦ୍ୱାରା କରନ୍ତି ନାହିଁ, ତାଙ୍କର ଅବତରଣ ହୋଇଥାଏ, ଏହା କେଉଁ କଥାରୁ ପ୍ରମାଣିତ ହେଉଛି ?

ଉତ୍ତର:-
ବାବାଙ୍କୁ କରି କରାଇବାବାଲା ହିଁ କୁହାଯାଏ । ପ୍ରେରଣାର ଅର୍ଥ ହେଉଛି ବିଚାର । ତେଣୁ ପ୍ରେରଣା ଦ୍ୱାରା କୌଣସି ନୂଆ ଦୁନିଆର ସ୍ଥାପନା ହୋଇନଥାଏ । ବାବା ପିଲାମାନଙ୍କ ଦ୍ୱାରା ହିଁ ସ୍ଥାପନା କରାଇଥାନ୍ତି ତେବେ କର୍ମେନ୍ଦ୍ରିୟ ବିନା ତ କିଛି ବି କରାଇପାରିବେ ନାହିଁ । ସେଥିପାଇଁ ତାଙ୍କୁ ଶରୀରର ଆଧାର ନେବାକୁ ପଡୁଛି ।

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନେ ଆତ୍ମିକ ବାବାଙ୍କ ସମ୍ମୁଖରେ ବସିଛନ୍ତି । ଅର୍ଥାତ୍ ଆତ୍ମାମାନେ ନିଜ ବାବାଙ୍କ ସମ୍ମୁଖରେ ବସିଛନ୍ତି । ଆତ୍ମା ନିଶ୍ଚିତ ଭାବେ ଶରୀର ସାଥିରେ ହିଁ ବସିବ । ବାବା ମଧ୍ୟ ଯେତେବେଳେ ଶରୀରର ଆଧାର ନେଉଛନ୍ତି ସେତେବେଳେ ହିଁ ତୁମ ସମ୍ମୁଖରେ ରହୁଛନ୍ତି; ଏହାକୁ ହିଁ କୁହାଯାଏ ଆତ୍ମା-ପରମାତ୍ମା ଅଲଗା ରହିଥାନ୍ତି ବହୁକାଳ... ତୁମେ ପିଲାମାନେ ଜାଣିଛ ଯେ ସର୍ବୋଚ୍ଚ ବାବାଙ୍କୁ ହିଁ ଈଶ୍ୱର ପ୍ରଭୁ ପରମାତ୍ମା ଏହିଭଳି ଭିନ୍ନ ଭିନ୍ନ ନାମ ଦେଇଛନ୍ତି । ଲୌକିକ ବାବାଙ୍କୁ କେବେହେଲେ ପରମପିତା କୁହାଯାଇନଥାଏ । ଶିବବାବାଙ୍କୁ କେବଳ ପରମପିତା ଲେଖିଲେ ମଧ୍ୟ କୌଣସି ଆପତ୍ତି ନାହିଁ । ପରମପିତା ଅର୍ଥାତ୍ ସମସ୍ତଙ୍କର ପିତା ସେ ଜଣେ ହିଁ ଅଟନ୍ତି । ପିଲାମାନେ ଜାଣୁଛନ୍ତି ଯେ ଆମେ ପରମପିତାଙ୍କ ସାଥିରେ ବସିଛୁ । ପରମପିତା ପରମାତ୍ମା ଏବଂ ଆମେ ଆତ୍ମାମାନେ ଶାନ୍ତିଧାମର ବାସୀନ୍ଦା ଅଟୁ । ଏଠାକୁ ଅଭିନୟ କରିବା ପାଇଁ ଆସୁଛୁ । ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ଶେଷ ପର୍ଯ୍ୟନ୍ତ ଅଭିନୟ କରିଲୁ । ଏହା ହୋଇଗଲା ନୂଆ ରଚନା । ରଚୟିତା ବାବା ବୁଝାଇଛନ୍ତି ଯେ ତୁମେ ପିଲାମାନେ ଏଭଳି ଅଭିନୟ କରିଛ । ପୂର୍ବେ ଏହା ଜାଣିନଥିଲ ଯେ ଆମେ ୮୪ ଜନ୍ମର ଚକ୍ର ଲଗାଇଛୁ । ଯେଉଁ ପିଲାମାନେ ୮୪ ଜନ୍ମ ପରିକ୍ରମା କରିଛନ୍ତି ବାବା ସେହି ପିଲାମାନଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି । ସମସ୍ତେ ତ ୮୪ ଜନ୍ମ ନେବେ ନାହିଁ । ଏହା ବୁଝାଇବା ଦରକାର ଯେ ୮୪ ଜନ୍ମର ଚକ୍ର କିପରି ଘୁରୁଛି । ବାକି ଲକ୍ଷେ ବର୍ଷର କଥା ତ କିଛି ନାହିଁ । ପିଲାମାନେ ଜାଣୁଛନ୍ତି ଯେ ଆମେ ପ୍ରତି ୫ ହଜାର ବର୍ଷ ପରେ ଅଭିନୟ କରିବା ପାଇଁ ଆସିଥାଉ । ଆମେ ଅଭିନୟକାରୀ ଅଟୁ । ସର୍ବୋଚ୍ଚ ଭଗବାନଙ୍କର ମଧ୍ୟ ବିଚିତ୍ର ଅଭିନୟ ରହିଛି । ବ୍ରହ୍ମା ଏବଂ ବିଷ୍ଣୁଙ୍କର ବିଚିତ୍ର ଅଭିନୟ କୁହାଯିବ ନାହିଁ । ଦୁଇଜଣ ହିଁ ୮୪ ଜନ୍ମର ଚକ୍ର ଲଗାଇଥାନ୍ତି । ବାକି ଶଙ୍କରଙ୍କ ଅଭିନୟ ତ ଏ ଦୁନିଆରେ ହିଁ ନାହିଁ । ତ୍ରିମୂର୍ତ୍ତିରେ ଦେଖାଇଛନ୍ତି ସ୍ଥାପନା, ବିନାଶ, ପାଳନା । ଚିତ୍ର ଦ୍ୱାରା ବୁଝାଯାଇଥାଏ, ଚିତ୍ର ଯାହା ଦେଖାଉଛ ତାହା ସମ୍ବନ୍ଧରେ ବୁଝାଇବାକୁ ହେବ । ସଂଗମ ଯୁଗରେ ପୁରୁଣା ଦୁନିଆର ବିନାଶ ତ ନିଶ୍ଚିତ ହେବ । ପ୍ରେରକ ଅକ୍ଷର ମଧ୍ୟ ଭୁଲ୍ ଅଟେ । ଯେପରି କେହି କହନ୍ତି ଯେ ଆଜି ମୋତେ ବାହାରକୁ ଯିବା ପାଇଁ ପ୍ରେରଣା ଆସୁ ନାହିଁ । ପ୍ରେରଣା ଅର୍ଥାତ୍ ବିଚାର । ପ୍ରେରଣାର ଅନ୍ୟ କୌଣସି ଅର୍ଥ ନାହିଁ । ପରମାତ୍ମା କୌଣସି ପ୍ରେରଣା ଦ୍ୱାରା କାମ କରନ୍ତି ନାହିଁ । ପ୍ରେରଣା ଦ୍ୱାରା ତ ଜ୍ଞାନ ମିଳିପାରିବ ନାହିଁ । ବାବା ଆସିଥାନ୍ତି ବ୍ରହ୍ମାବାବାଙ୍କ କର୍ମେନ୍ଦ୍ରିୟ ଦ୍ୱାରା ଅଭିନୟ କରିବା ପାଇଁ । କରି କରାଉଥାନ୍ତି ନା । କରାଇବେ ପିଲାମାନଙ୍କ ଦ୍ୱାରା । ଶରୀର ବିନା ତ କିଛି କରିପାରିବେ ନାହିଁ । ଏହି କଥାକୁ କେହି ମଧ୍ୟ ଜାଣିପାରନ୍ତି ନାହିଁ । ନା ଈଶ୍ୱରଙ୍କୁ ଜାଣିଛନ୍ତି । ଋଷି-ମୁନି ଆଦି କହୁଥିଲେ ଯେ ଆମେ ଈଶ୍ୱରଙ୍କୁ ଜାଣିନାହୁଁ । ନା ଆତ୍ମା, ନା ପରମାତ୍ମାଙ୍କ ବିଷୟରେ, କାହା ମଧ୍ୟରେ ଜ୍ଞାନ ଅଛି । ବାବା ହେଲେ ରଚୟିତା, ନିର୍ଦ୍ଦେଶିକ, ନିର୍ଦ୍ଦେଶ ମଧ୍ୟ ଦେଇଥାନ୍ତି । ଶ୍ରୀମତ ଦେଇଥାନ୍ତି । ମନୁଷ୍ୟଙ୍କ ବୁଦ୍ଧିରେ ତ ସର୍ବବ୍ୟାପୀର ଜ୍ଞାନ ଅଛି । ତୁମେ ବୁଝୁଛ ଯେ ବାବା ଆମର ପିତା ଅଟନ୍ତି, ସେହି ଲୋକମାନେ ସର୍ବବ୍ୟାପୀ କହିଦେଇଥିବାରୁ ପିତା ବୋଲି ବୁଝିପାରୁ ନାହାଁନ୍ତି । ତୁମେ ଜାଣୁଛ ଏହା ବେହଦ ବାବାଙ୍କର ପରିବାର ଅଟେ । ସର୍ବବ୍ୟାପୀ କହିବା ଦ୍ୱାରା ପରିବାରର ଅନୁଭୂତି ହୋଇନଥାଏ । ତାଙ୍କୁ କୁହାଯାଏ ନିରାକାରୀ ଶିବବାବା । ନିରାକାରୀ ଆତ୍ମାମାନଙ୍କର ପିତା । ଶରୀର ଥିବାରୁ ଆତ୍ମା କହିଥାଏ ପିତା । ବିନା ଶରୀରରେ ତ ଆତ୍ମା କଥା କହିପାରିବ ନାହିଁ । ଭକ୍ତିମାର୍ଗରୁ ଭଗବାନଙ୍କୁ ଡାକି ଆସିଛନ୍ତି । ଭାବିଥାନ୍ତି ଯେ ବାବା ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି । ସୁଖ ମିଳିଥାଏ ସୁଖଧାମରେ । ଶାନ୍ତି ମିଳିଥାଏ ଶାନ୍ତିଧାମରେ । ଏଠାରେ ତ କେବଳ ଦୁଃଖ ହିଁ ରହିଛି । ତୁମକୁ ଏହି ଜ୍ଞାନ ସଂଗମ ଯୁଗରେ ମିଳୁଛି; ପୁରୁଣା ଏବଂ ନୂଆ ଦୁନିଆର ମଝିରେ । ବାବା ସେତେବେଳେ ଆସିଥାନ୍ତି ଯେତେବେଳେ ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ହେବାକୁ ଥାଏ । ପ୍ରଥମେ କହିବା ଦରକାର ଯେ ନୂଆ ଦୁନିଆର ସ୍ଥାପନା । ପ୍ରଥମେ ପୁରୁଣା ଦୁନିଆର ବିନାଶ କହିବା ଭୁଲ୍ ହୋଇଯାଉଛି । ବର୍ତ୍ତମାନ ତୁମକୁ ବେହଦ ନାଟକର ଜ୍ଞାନ ମିଳୁଛି । ଯେପରି ସେ ନାଟକରେ କଳାକାର ଘରୁ ସାଧାରଣ କପଡା ପିନ୍ଧିକରି ଆସିଥାନ୍ତି, ପୁଣି ନାଟକରେ ଆସି ଡ୍ରେସ୍ ବଦଳାଇଥାନ୍ତି । ତାପରେ ନାଟକ ଶେଷ ହେବା ପରେ ଡ୍ରେସ୍ ପରିବର୍ତ୍ତନ କରି ଘରକୁ ଯାଇଥାନ୍ତି । ଏଠାରେ ତୁମେ ଆତ୍ମାମାନଙ୍କୁ ପରମଧାମ ଘରୁ ଅଶରୀରୀ ଆସିବାକୁ ପଡିଥାଏ । ଏଠାକୁ ଆସି ଏହି ଶରୀର ରୂପୀ ବସ୍ତ୍ର ପିନ୍ଧୁଛ । ପ୍ରତ୍ୟେକ ମନୁଷ୍ୟଙ୍କୁ ନିଜ ନିଜର ଅଭିନୟ ମିଳିଛି । ଏହା ହେଲା ବିଶାଳ ନାଟକ । ଏବେ ଏହି ସମଗ୍ର ବିଶାଳ ଦୁନିଆ ପୁରୁଣା ହୋଇଯାଇଛି । ପୁଣି ନୂଆ ଦୁନିଆ ହେବ । ତାହା ବହୁତ ଛୋଟ ହେବ, ଏକ ଧର୍ମ ରହିବ । ତୁମ ପିଲାମାନଙ୍କୁ ଏହି ପୁରୁଣା ଦୁନିଆରୁ ବାହାରି ପୁଣି ନୂଆ ଦୁନିଆକୁ ଯିବାକୁ ହେବ, କାହିଁକି ନା ସେଠାରେ ଏକ ଧର୍ମ ରହୁଛି । ଅନେକ ଧର୍ମ, ଅନେକ ମନୁଷ୍ୟ ହେବା ଦ୍ୱାରା ଅସିମୀତ ହୋଇଯାଉଛି । ସେଠାରେ ତ ଗୋଟିଏ ଧର୍ମ ରହିବ, କମ୍ ମନୁଷ୍ୟ ରହୁଛନ୍ତି । ବାବାଙ୍କୁ ଏକ ଧର୍ମର ସ୍ଥାପନା ପାଇଁ ଆସିବାକୁ ପଡିଥାଏ । ତୁମେ ପିଲାମାନେ ଏହି ବିଶାଳ ନାଟକର ରହସ୍ୟକୁ ଜାଣୁଛ ଯେ ଏହି ଚକ୍ର କିପରି ଘୂରୁଛି । ଏହି ସମୟରେ ଯାହା କିଛି ପ୍ରତ୍ୟକ୍ଷ ରୂପେ ହେଉଛି ଭକ୍ତିମାର୍ଗରେ ପୁଣି ତାକୁ ଉତ୍ସବ ରୂପେ ପାଳନ କରିଥାନ୍ତି । କ୍ରମାନୁସାରେ କେଉଁ କେଉଁ ଉତ୍ସବ ରହିଛି,ଏହା ବି ତୁମେ ପିଲାମାନେ ଜାଣିଛ । ସର୍ବୋଚ୍ଚ ଭଗବାନ ଶିବବାବାଙ୍କର ଜୟନ୍ତୀ କୁହାଯିବ । ଶିବବାବା ଯେବେ ଆସିବେ ସେବେଠାରୁ ଅନ୍ୟ ସବୁ ଉତ୍ସବ ପାଳନ ହେବ । ଶିବବାବା ପ୍ରଥମେ ଆସି ଗୀତା ଶୁଣାଇଥାନ୍ତି ଅର୍ଥାତ୍ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଇଥାନ୍ତି । ଯୋଗ ମଧ୍ୟ ଶିଖାଇଥାନ୍ତି । ତାହା ସହିତ ତୁମକୁ ପଢାଇଥାନ୍ତି ମଧ୍ୟ । ତେଣୁ ପ୍ରଥମେ-ପ୍ରଥମେ ବାବା ଆସିଲେ ଶିବ ଜୟନ୍ତୀ ହେଲା । ତାପରେ ପୁଣି ହେବ ଗୀତା ଜୟନ୍ତୀ । ଆତ୍ମାମାନଙ୍କୁ ବାବା ଜ୍ଞାନ ଶୁଣାଉଥିବାରୁ ଗୀତା ଜୟନ୍ତୀ ମଧ୍ୟ ହୋଇଗଲା । ତୁମେ ପିଲାମାନେ ବିଚାର କରି ଉତ୍ସବଗୁଡିକୁ କ୍ରମାନ୍ୱୟରେ ଲେଖ । ନିଜ ଧର୍ମର ଯିଏ ହୋଇଥିବେ ସେ ହିଁ ଏକଥାକୁ ବୁଝିବେ । ପ୍ରତ୍ୟେକଙ୍କୁ ନିଜ ଧର୍ମ ପ୍ରିୟ ଲାଗିଥାଏ ନା । ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରଶ୍ନ ଉଠୁ ନାହିଁ । କାହାକୁ ଏହି ଧର୍ମ ପ୍ରିୟ ଲାଗିଲେ ମଧ୍ୟ ସେ ଏ ଧର୍ମରେ ଆସିପାରିବେ ନାହିଁ । ସ୍ୱର୍ଗକୁ ଅନ୍ୟ ଧର୍ମାବଲମ୍ବୀମାନେ କଣ ଆସିପାରିବେ କି । ବୃକ୍ଷରେ ବିଲ୍କୁଲ୍ ସ୍ପଷ୍ଟ ରହିଛି । ଯେଉଁ ଯେଉଁ ଧର୍ମ ଯେଉଁ ସମୟରେ ଆସିଥାନ୍ତି ପୁଣି ସେହି ସମୟରେ ଆସିବେ । ପ୍ରଥମେ ବାବା ଆସିଥାନ୍ତି, ସେ ଆସି ରାଜଯୋଗ ଶିଖାଇଥାନ୍ତି ତେଣୁ ଶିବଜୟନ୍ତୀ କୁହାଯାଏ । ଏହାପରେ ଗୀତା ଜୟନ୍ତୀ ଏହାପରେ ହୁଏ ନାରାୟଣ ଜୟନ୍ତୀ । ସେସମୟରେ ସତ୍ୟଯୁଗ ହୋଇଥାଏ । ତାହା ବି କ୍ରମାନୁସାରେ ଲେଖିବାକୁ ପଡ଼ିବ । ଏହା ଜ୍ଞାନର କଥା ଅଟେ । ଶିବ ଜୟନ୍ତୀ କେବେ ହୋଇଥିଲା ତାହା ବି ଜଣାନାହିଁ । ବାବା ଯେଉଁ ଜ୍ଞାନ ଶୁଣାଉଛନ୍ତି ତାହାକୁ ଗୀତା କୁହାଯାଉଛି, ପୁଣି ବିନାଶ ବି ହୋଇଥାଏ । ଜଗଦମ୍ବା ଆଦିଙ୍କର ଜୟନ୍ତୀରେ କୌଣସି ଛୁଟି ଆଦି ହୁଏ ନାହିଁ । ମନୁଷ୍ୟ କାହାର ମଧ୍ୟ ତିଥି ତାରିଖ ଆଦିକୁ ବିଲକୁଲ୍ ଜାଣିନାହାଁନ୍ତି । ଲକ୍ଷ୍ମୀ-ନାରାୟଣ, ରାମ-ସୀତାଙ୍କର ରାଜ୍ୟକୁ ମଧ୍ୟ, ଜାଣିନାହାଁନ୍ତି ୨୫୦୦ ବର୍ଷ ମଧ୍ୟରେ ଯିଏ ଆସିଛନ୍ତି, ତାଙ୍କୁ ଜାଣିଛନ୍ତି କିନ୍ତୁ ତାଙ୍କ ପୂର୍ବରୁ ଯେଉଁ ଆଦି ସନାତନ ଦେବୀ ଦେବତା ଥିଲେ, ସେମାନଙ୍କୁ କେତେ ସମୟ ହେଲା, କିଛି ଜାଣିନାହାଁନ୍ତି । ୫ ହଜାର ବର୍ଷ ଠାରୁ ତ ଅଧିକ ସମୟ କଳ୍ପ ହୋଇପାରିବ ନାହିଁ । ଅଧାକଳ୍ପରେ ବହୁତ ଧର୍ମ ଆସିଗଲା, ବାକି ଅଧାରେ ଦେବତାଙ୍କର ରାଜ୍ୟ ଅଟେ । ପୁଣି ବେଶି ବର୍ଷର କଳ୍ପ କିପରି ହୋଇପାରିବ । ୮୪ ଲକ୍ଷ ଜନ୍ମ ମଧ୍ୟ ହୋଇ ପାରିବ ନାହିଁ । ସେମାନେ ଶାସ୍ତ୍ରବାଦୀ ଭାବିଥାନ୍ତି; କଳିଯୁଗର ଆୟୁ ଲକ୍ଷ ଲକ୍ଷ ବର୍ଷ ଅଟେ । ମନୁଷ୍ୟଙ୍କୁ ଅନ୍ଧକାରରେ ପକାଇ ଦେଇଛନ୍ତି । କେଉଁଠି ସମ୍ପୂର୍ଣ୍ଣ ଡ଼୍ରାମାର ଆୟୁ ୫ ହଜାର ବର୍ଷ, କେଉଁଠି ପୁଣି କେବଳ କଳିଯୁଗ ପାଇଁ କହିଥାନ୍ତି ଯେ ଏବେ ୪୦ ହଜାର ବର୍ଷ ବାକି ରହିଛି । ଯେତେବେଳେ ଲଢେଇ ଲାଗୁଛି ସେତେବେଳେ ଭାବନ୍ତି ଭଗବାନଙ୍କୁ ଆସିବା ଦରକାର କିନ୍ତୁ ଭଗବାନଙ୍କୁ ତ ସଂଗମଯୁଗରେ ଆସିବା ଦରକାର । ମହାଭାରତ ଲଢେଇ ତ ଲାଗୁଛି ସଂଗମଯୁଗରେ । ବାବା କହୁଛନ୍ତି ମୁଁ ବି କଳ୍ପ କଳ୍ପ ସଂଗମଯୁଗରେ ଆସୁଛି । ନୂଆ ଦୁନିଆର ସ୍ଥାପନା, ପୁରୁଣା ଦୁନିଆର ବିନାଶ କରିବା ପାଇଁ ବାବା ଆସନ୍ତି । ନୂଆ ଦୁନିଆର ସ୍ଥାପନା ହେଲେ ପୁରୁଣା ଦୁନିଆ ବିନାଶ ନିଶ୍ଚିତ ହେବ, ଏଥିପାଇଁ ଏହି ଲଢେଇ ଲାଗୁଛି । ଏଥିରେ ଶଙ୍କରଙ୍କର ପ୍ରେରଣା ଆଦିର କିଛି କଥା ନାହିଁ । ବୁଝାପଡୁଛି ଯେ ପୁରୁଣା ଦୁନିଆ ବିନାଶ ହୋଇଯିବ । ଘର ଆଦି ତ ଭୁମିକମ୍ପରେ ସବୁ ନଷ୍ଟ ହୋଇଯିବ କାହିଁକି ନା ନୂଆ ଦୁନିଆ ଦରକାର । ନିଶ୍ଚିତ ତ ନୂଆ ଦୁନିଆ ଥିଲା । ଦିଲ୍ଲୀ ରାଜଧାନୀ ଥିଲା, ଯମୁନାର କୂଳ ଥିଲା । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଚିତ୍ର ବି ଅଛି । ଲକ୍ଷ୍ମୀ-ନାରାୟଣଙ୍କୁ ସ୍ୱର୍ଗର ମାଲିକ କୁହାଯିବ ତୁମେ ପିଲାମାନେ ସାକ୍ଷାତ୍କାର ମଧ୍ୟ କରିଛ କିପରି ସ୍ୱଂୟମ୍ବର ହୋଇଥାଏ । ଏହି ସବୁ ପଏଣ୍ଟ ବାବା ପୁନରାବୃତ୍ତି କରାଉଛନ୍ତି । ଯଦି ଭଲ ପଏଣ୍ଟ ମନେ ପଡୁନାହିଁ ତେବେ ବାବାଙ୍କୁ ୟାଦ କର । ବାବାଙ୍କୁ ଭୁଲିଯାଉଛ ତ ଟୀଚରକୁ ମନେ ପକାଅ । ଟୀଚର ଯାହା ଶିଖାଉଛନ୍ତି ତାହା ମଧ୍ୟ ନିଶ୍ଚିତ ମନେ ପଡିବ ନା । ଟିଚର ବି ମନେ ପଡିବେ, ଜ୍ଞାନ ବି ମନେ ପଡିବ । ଉଦ୍ଦେଶ୍ୟ ବି ବୁଦ୍ଧିରେ ଅଛି । ମନେ ରଖିବାକୁ ହିଁ ପଡିବ କାହିଁକି ନା ଏହା ତୁମର ଛାତ୍ର ଜୀବନ ନା । ଏହା ବି ଜାଣୁଛ ଯେ ଯିଏ ଆମକୁ ପଢାଉଛନ୍ତି ସେ ମଧ୍ୟ ଆମର ପିତା, ଲୌକିକ ପିତା ତ ଗୁପ୍ତ ରହିନଥାନ୍ତି । ଲୌକିକ ପାରଲୌକିକ ଆଉ ବ୍ରହ୍ମା ହେଲେ ଅଲୌକିକ । ଏହାଙ୍କୁ କେହି ମନେ ପକାନ୍ତି ନାହିଁ । ଲୌକିକ ପିତାଙ୍କଠାରୁ ତ ସମ୍ପତ୍ତି ମିଳିଥାଏ । ଶେଷ ପର୍ଯ୍ୟନ୍ତ ମନେ ରହିଥାଏ । ଶରୀର ଛାଡିଲେ ପୁଣି ଆଉ ଏକ ପିତା ମିଳିଥାନ୍ତି । ଜନ୍ମଜନ୍ମାନ୍ତର ଲୌକିକ ପିତା ମିଳିଥାନ୍ତି । ପାରଲୌକିକ ବାବାଙ୍କୁ ମଧ୍ୟ ଦୁଃଖ କିମ୍ବା ସୁଖରେ ମନେ ପକେଇଥାନ୍ତି । ସନ୍ତାନ ପ୍ରାପ୍ତ ହେଲା ତ କହିବେ ଈଶ୍ୱର ସନ୍ତାନ ଦେଇଛନ୍ତି । କିନ୍ତୁ ପ୍ରଜାପିତା ବ୍ରହ୍ମାଙ୍କୁ କାହିଁକି ମନେ ପକାଇବେ, ଏହାଙ୍କଠାରୁ ତ କିଛି ମିଳୁ ନାହିଁ । ଏହାଙ୍କୁ ଅଲୌକିକ ପିତା କୁହାଯାଉଛି ।

ତୁମେ ଜାଣୁଛ ଯେ ଆମେ ବ୍ରହ୍ମାଙ୍କ ଦ୍ୱାରା ଶିବବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ । ଯେପରି ଆମେ ପଢୁଛୁ, ଏହି ରଥ ନିମିତ୍ତ ହୋଇ ମଧ୍ୟ ପଢୁଛନ୍ତି । ବହୁତ ଜନ୍ମର ଅନ୍ତରେ ଏହାଙ୍କ ଶରୀର ହିଁ ପରମାତ୍ମାଙ୍କ ରଥ ହୋଇଛି । ରଥର ନାମ ତ ରଖିବାକୁ ପଡୁଛି ନା । ଏହା ହେଲା ବେହଦର ସନ୍ନ୍ୟାସ । ବ୍ରହ୍ମାବାବାଙ୍କ ରଥ ଅନ୍ତିମ ସମୟ ପର୍ଯ୍ୟନ୍ତ ସେବା କରିଥାଏ, ବାକି ଅନ୍ୟମାନଙ୍କର ଠିକଣା ନାହିଁ । ଆଜି ଅଛନ୍ତି କାଲି ଚାଲିଯାଇଥାନ୍ତି । ଡ୍ରାମା ଅନୁସାରେ ଏହି ରଥ ତ ନିର୍ଦ୍ଧାରିତ । ଏହାକୁ କୁହାଯାଉଛି ଭାଗ୍ୟଶାଳୀ ରଥ । ତୁମ ସମସ୍ତଙ୍କୁ ଭାଗ୍ୟଶାଳୀ ରଥ କୁହାଯାଇପାରିବ ନାହିଁ । ଭାଗ୍ୟଶାଳୀ ରଥ ଜଣଙ୍କୁ ହିଁ କୁହାଯିବ, ଯାହାଙ୍କ ମାଧ୍ୟମରେ ବାବା ଆସି ଜ୍ଞାନ ଦେଉଛନ୍ତି ଓ ସ୍ଥାପନାର କାର୍ଯ୍ୟ କରାଇଥାନ୍ତି । ତୁମେ ଭାଗ୍ୟଶାଳୀ ରଥ ନୁହେଁ । ତୁମର ଆତ୍ମା ଏହି ରଥରେ ବସି ପାଠ ପଢୁଛି । ଆତ୍ମା ପବିତ୍ର ହୋଇଯାଉଛି । ଏଣୁ ଏହି ଶରୀର ପରମ ଆତ୍ମାଙ୍କଠାରେ ସମର୍ପିତ ହେଉଛି ଏବଂ ପରମାତ୍ମା ଏଥିରେ ବସି ପାଠ ପଢ଼ାଉଛନ୍ତି । ଏହି ଅନ୍ତିମ ଜନ୍ମ ବହୁତ ମୂଲ୍ୟବାନ ଅଟେ ପୁଣି ଶରୀର ବଦଳାଇ ଆମେ ସବୁ ଦେବତା ହୋଇଯିବୁ । ଏହି ପୁରୁଣା ଶରୀର ଦ୍ୱାରା ହିଁ ତୁମେ ଶିକ୍ଷା ଗ୍ରହଣ କରୁଛ । ଶିବବାବାଙ୍କର ହେଉଛ । ତୁମେ ଜାଣୁଛ ଯେ ଆମର ପୂର୍ବଜନ୍ମ ପାଇ ପଇସାର ମୂଲ୍ୟ ନଥିଲା । ଏବେ ମୂଲ୍ୟବାନ ହେଉଛି । ଯେତେ ପଢିବେ ସେତେ ଉଚ୍ଚ ପଦ ପ୍ରାପ୍ତ କରିବେ । ବାବା ବୁଝାଇଛନ୍ତି ଯେ ଯୋଗର ଯାତ୍ରା ହେଲା ମୁଖ୍ୟ । ଏହାକୁ ହିଁ ଭାରତର ପ୍ରାଚୀନ ଯୋଗ କହନ୍ତି ଯାହା ଦ୍ୱାରା ତୁମେ ପତିତରୁ ପବିତ୍ର ହେଉଛ, ସ୍ୱର୍ଗବାସୀ ତ ସମସ୍ତେ ହେବେ । ପୁଣି ସବୁ ନିର୍ଭର କରୁଛି ପାଠପଢା ଉପରେ । ତୁମେ ଆତ୍ମିକ ସ୍କୁଲରେ ବସିଛ । ତୁମେ ହିଁ ପୁଣି ଦେବତା ହେବ । ତୁମେ ଜାଣିପାରିବ ଯେ ଉଚ୍ଚ ପଦ କିଏ ପାଇପାରିବ । ସେମାନଙ୍କର ଯୋଗ୍ୟତା କଣ ରହିବା ଦରକାର । ପ୍ରଥମେ ଆମ ଭିତରେ ମଧ୍ୟ ଯୋଗ୍ୟତା ନଥିଲା । ଆସୁରୀ ମତରେ ଚାଲୁଥିଲୁ । ଏବେ ଈଶ୍ୱରୀୟ ମତ ମିଳୁଛି । ଆସୁରୀ ମତରେ ଆମର ପତନକଳା ହେଉଛି । ଈଶ୍ୱରୀୟ ମତରେ ଉତ୍ଥାନ କଳା ହେଉଛି, ଈଶ୍ୱରୀୟ ମତ ଜଣେ ଦେଇଥାନ୍ତି, ଆସୁରୀ ମତ ଅନେକ ଦେଇଥାନ୍ତି । ବାପା-ମାଆ, ଭାଈ-ଭଉଣୀ, ଶିକ୍ଷକ ଗୁରୁ ଅନେକଙ୍କର ମତ ମିଳୁଛି । ଏବେ ତୁମକୁ ଜଣଙ୍କର ମତ ମିଳୁଛି ଯାହା ୨୧ ଜନ୍ମ କାମରେ ଆସିବ । ତେଣୁ ଏହିପରି ଶ୍ରୀମତ ଆଧାରରେ ପରିଚାଳିତ ହେବା ଦରକାର ନା । ଯେତେ ଶ୍ରୀମତ ପାଳନ କରିବ ସେତେ ଶ୍ରେଷ୍ଠ ପଦ ପ୍ରାପ୍ତ କରିବ । କମ୍ ଶ୍ରୀମତ ପାଳନ କଲେ କମ ପଦ ପାଇବ । ଶ୍ରୀମତ ହେଲା ଭଗବାନଙ୍କର । ଭଗବାନ ହେଲେ ସର୍ବୋଚ୍ଚ, ଯେକି କୃଷ୍ଣଙ୍କୁ ମଧ୍ୟ ଶ୍ରେଷ୍ଠ କରିଛନ୍ତି, ରାବଣ ପୁଣି ନିଚ୍ଚ ଅବସ୍ଥା କରିଛି । ବାବା ଗୋରା କରୁଛନ୍ତି, ରାବଣ ଶ୍ୟାମଳ କରୁଛି । ବାବା ସମ୍ପତ୍ତି ଦେଉଛନ୍ତି । ଦେବତାମାନେ ତ ନିର୍ବିକାରୀ ହୋଇଥାନ୍ତି । ଦେବତାମାନଙ୍କର ମହିମା ଗାୟନ କରିଥାନ୍ତି ସର୍ବଗୁଣ ସମ୍ପନ୍ନ... ସନ୍ନ୍ୟାସୀମାନଙ୍କୁ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯିବ ନାହିଁ । ସତ୍ୟଯୁଗରେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଥାଏ । ଦେବତାମାନଙ୍କୁ ସମସ୍ତେ ଜାଣିଛନ୍ତି, ସେମାନେ ସଂମ୍ପୂର୍ଣ୍ଣ ନିର୍ବିକାରୀ ଥିବା କାରଣରୁ ସଂମ୍ପୂର୍ଣ୍ଣ ବିଶ୍ୱର ମାଲିକ ଥିଲେ । କିନ୍ତୁ ବର୍ତ୍ତମାନ ନାହାନ୍ତି । ଏବେ ପୁଣି ତୁମେ ନିର୍ବିକାରୀ ହେଉଛ । ବାବା ମଧ୍ୟ ସଂଗମଯୁଗରେ ହିଁ ଆସିଥାନ୍ତି । ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣଙ୍କର ସୃଷ୍ଟି । ବ୍ରହ୍ମାଙ୍କ ସନ୍ତାନ ତ ତୁମେ ସମସ୍ତେ ଅଟ । ବ୍ରହ୍ମା ହେଲେ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡଫାଦର ଅର୍ଥାତ୍ ପିତାମହ । କୁହ ପ୍ରଜାପିତା ବ୍ରହ୍ମାଙ୍କର ନାମ ଶୁଣିନାହଁ ? ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ହିଁ ସୃଷ୍ଟି ରଚନା କରିବେ ନା । ବ୍ରାହ୍ମଣ କୁଳ ରହିଛି । ବ୍ରହ୍ମାମୁଖ ବଂଶାବଳୀ ଭାଇ-ଭଉଣୀ ହୋଇଗଲେ, ଏଠାରେ ରାଜା-ରାଣୀର କଥା ନାହିଁ । ଏହି ବ୍ରାହ୍ମଣ କୁଳର ଅବସ୍ଥିତ ତ ସଂଗମଯୁଗରେ କମ୍ ସମୟ । ରାଜତ୍ୱ ନା ପାଣ୍ଡବଙ୍କର ନା କୌରବଙ୍କର ଅଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ୨୧ ଜନ୍ମ ପର୍ଯ୍ୟନ୍ତ ଶ୍ରେଷ୍ଠ ପଦର ଅଧିକାରୀ ହେବା ପାଇଁ ସମସ୍ତ ଆସୁରୀ ମତକୁ ଛାଡି ଏକମାତ୍ର ଈଶ୍ୱରୀୟ ମତରେ ଚାଲିବାକୁ ହେବ । ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡିବ ।

(୨) ଏହି ପୁରୁଣା ଶରୀରରେ ରହି ବାବାଙ୍କର ଶିକ୍ଷାଗୁଡିକୁ ଧାରଣ କରି ଦେବତା ହେବାକୁ ପଡିବ । ଏହା ବହୁତ ଅମୂଲ୍ୟ ଜୀବନ, ଏଥିରେ ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ ହେବାକୁ ପଡିବ ।

ବରଦାନ:-
ସର୍ବ ସମ୍ବନ୍ଧର ସହଯୋଗର ଅନୁଭୂତି ଦ୍ୱାରା ନିରନ୍ତର ଯୋଗୀ, ସହଜଯୋଗୀ ହୁଅ ।

ସବୁ ସମୟରେ ବାବାଙ୍କଠାରୁ ଭିନ୍ନ-ଭିନ୍ନ ସମ୍ବନ୍ଧର ସହଯୋଗ ପ୍ରାପ୍ତ କରିବା ଅର୍ଥାତ୍ ଅନୁଭବ କରିବା ହିଁ ସହଯୋଗ ଅଟେ । ତେବେ ଯେକୌଣସି ସମୟରେ ସମ୍ବନ୍ଧ ରକ୍ଷା କରିବା ପାଇଁ ବାବା ବନ୍ଧାୟମାନ ଅଟନ୍ତି । ସାରା କଳ୍ପ ଭିତରେ ବର୍ତ୍ତମାନ ସମୟରେ ହିଁ ସର୍ବ ଅନୁଭବର ଭଣ୍ଡାର ପ୍ରାପ୍ତ ହୋଇଥାଏ ସେଥିପାଇଁ ସର୍ବଦା ସର୍ବ ସମ୍ବନ୍ଧର ସହଯୋଗ ନିଅ ଏବଂ ନିରନ୍ତର ଯୋଗୀ, ସହଜଯୋଗୀ ହୁଅ କାହିଁକି ନା ଯିଏ ସର୍ବ ସମ୍ବନ୍ଧର ଅନୁଭୂତିରେ ବା ପ୍ରାପ୍ତିରେ ମଗ୍ନ ରହିଥାଏ ସିଏ ସହଜରେ ପୁରୁଣା ଦୁନିଆର ବାତାବରଣର ପ୍ରଭାବ ଠାରୁ ଉର୍ଦ୍ଧ୍ୱକୁ ଚାଲିଯାଇଥାଏ ।

ସ୍ଲୋଗାନ:-
ସର୍ବଶକ୍ତିରେ ସମ୍ପନ୍ନ ରହିବା ହିଁ ବ୍ରାହ୍ମଣ ସ୍ୱରୂପର ବିଶେଷତା ।