05.09.21    Avyakt Bapdada     Odia Murli     15.03.88     Om Shanti     Madhuban


ନୂଆ ଦୁନିଆର ଚିତ୍ରର ଆଧାର ବର୍ତ୍ତମାନର ଶ୍ରେଷ୍ଠ ବ୍ରାହ୍ମଣ ଜୀବନ


ଆଜି ବିଶ୍ୱ ରଚୟିତା, ବିଶ୍ୱର ଶ୍ରେଷ୍ଠ ଭାଗ୍ୟ ନିର୍ମାତା ବାପଦାଦା ନିଜର ଶ୍ରେଷ୍ଠ ଭାଗ୍ୟର ଚିତ୍ର ସ୍ୱରୂପ ପିଲାମାନଙ୍କୁ ଦେଖୁଛନ୍ତି । ତୁମେ ସବୁ ବ୍ରାହ୍ମଣ ଆତ୍ମାମାନେ ବିଶ୍ୱର ଶ୍ରେଷ୍ଠ ଭାଗ୍ୟର ଚିତ୍ର ଅଟ, କାରଣ ବ୍ରାହ୍ମଣ ଜୀବନର ଚିତ୍ର ଦ୍ୱାରା ଭବିଷ୍ୟତର ଶ୍ରେଷ୍ଠ ଭାଗ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି । ବ୍ରାହ୍ମଣ ଜୀବନର ପ୍ରତ୍ୟେକ ଶ୍ରେଷ୍ଠ କର୍ମ ଭବିଷ୍ୟତ ଶ୍ରେଷ୍ଠ ଫଳର ଅନୁଭବ କରାଇ ଦେଉଛି । ବ୍ରାହ୍ମଣ ଜୀବନର ଶ୍ରେଷ୍ଠ ସଂକଳ୍ପ ଭବିଷ୍ୟତର ଶ୍ରେଷ୍ଠ ସଂସ୍କାରକୁ ସ୍ପଷ୍ଟ କରୁଛି । ତେଣୁ ବର୍ତ୍ତମାନର ବ୍ରାହ୍ମଣ ଜୀବନ ଭବିଷ୍ୟତ ଭାଗ୍ୟବାନ ସଂସାରର ଚିତ୍ର ଅଟେ । ବାପଦାଦା ଏହିଭଳି ଭବିଷ୍ୟତର ଚିତ୍ର ସ୍ୱରୂପ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ଚିତ୍ର ମଧ୍ୟ ତୁମେମାନେ ଅଟ, ଭବିଷ୍ୟତର ଭାଗ୍ୟର ଆଧାର ମୂରତ ମଧ୍ୟ ତୁମେମାନେ ହିଁ ଅଟ । ଯେତେବେଳେ ତୁମେମାନେ ଶ୍ରେଷ୍ଠ ହେଉଛ ସେତେବେଳେ ଦୁନିଆ ମଧ୍ୟ ଶ୍ରେଷ୍ଠ ହୋଇଯାଉଛି । ତୁମମାନଙ୍କର ଉଡିବାର କଳା ଆଧାରରେ ବିଶ୍ୱର ମଧ୍ୟ ଉଡିବାର କଳା ହୋଇଥାଏ । ତୁମେ ବ୍ରାହ୍ମଣ ଆତ୍ମାମାନେ ସମୟ ଅନୁସାରେ ଯେଉଁ ସବୁ ଅବସ୍ଥା ଦେଇ ଗତି କରୁଛ ସେହି ଅନୁସାରେ ବିଶ୍ୱର ଅବସ୍ଥା ମଧ୍ୟ ପରିବର୍ତ୍ତନ ହୋଇ ଚାଲିଛି । ତୁମମାନଙ୍କର ସତ୍ତ୍ୱପ୍ରଧାନ ସ୍ଥିତି ରହିବା ସମୟରେ ବିଶ୍ୱର ମଧ୍ୟ ସତ୍ତ୍ୱପ୍ରଧାନ ସତ୍ୟଯୁଗୀ ସ୍ଥିତି ରହୁଛି । ତୁମେ ପରିବର୍ତ୍ତନ ହେଲେ ବିଶ୍ୱର ମଧ୍ୟ ପରିବର୍ତ୍ତନ ହେଉଛି । ତେଣୁ ଏହି ଅନୁସାରେ ତୁମେମାନେ ଆଧାରମୂରତ ଅଟ!

ବର୍ତ୍ତମାନ ସମୟରେ ମଧ୍ୟ ବାବାଙ୍କ ସାଥୀରେ କେତେ ଶ୍ରେଷ୍ଠ ପାର୍ଟ କରୁଛ! ସାରା କଳ୍ପ ଭିତରେ ସବୁଠାରୁ ବଡରୁ ବଡ ବିଶେଷ ପାର୍ଟ ଏହି ସମୟରେ ହିଁ କରୁଛ । ବାବାଙ୍କ ସାଥୀରେ ସହଯୋଗୀ ହୋଇ ବିଶ୍ୱର ପ୍ରତ୍ୟେକ ଆତ୍ମାର ଅନେକ ଜନ୍ମର ଆଶା ଗୁଡିକୁ ପୂର୍ଣ୍ଣ କରୁଛ । ବାବାଙ୍କ ଦ୍ୱାରା ପ୍ରତ୍ୟେକ ଆତ୍ମାକୁ ମୁକ୍ତି ବା ଜୀବନମୁକ୍ତିର ଅଧିକାର ପ୍ରାପ୍ତ କରାଇବାର ନିମିତ୍ତ ହୋଇଛ । ତେଣୁ ତୁମେମାନେ ସମସ୍ତଙ୍କର ଅନେକ ପ୍ରକାରର ଇଚ୍ଛାକୁ ପୂର୍ଣ୍ଣ କରୁଥିବା ବାବାଙ୍କ ସମାନ କାମଧେନୁ ଅଟ ଯିଏକି ସର୍ବ କାମନା ଗୁଡିକୁ ମଧ୍ୟ ପୂର୍ଣ୍ଣ କରୁଛ । ପ୍ରତ୍ୟେକ ଆତ୍ମାକୁ ଏଭଳି ଇଚ୍ଛା ମାତ୍ରର ଅବିଦ୍ୟା ସ୍ଥିତିର ଅନୁଭବ କରାଉଛ ଯାହାକି ଅଧାକଳ୍ପ ଅନେକ ଜନ୍ମ ପର୍ଯ୍ୟନ୍ତ ନା ଭକ୍ତ ଆତ୍ମାମାନଙ୍କୁ, ନା ଜୀବନମୁକ୍ତ ଅବସ୍ଥାକୁ ପ୍ରାପ୍ତ କରୁଥିବା ଆତ୍ମାମାନଙ୍କୁ କୌଣସି ପ୍ରକାରର ଈଚ୍ଛା ରହୁଛି । କେବଳ ଗୋଟିଏ ଜନ୍ମର ଇଚ୍ଛା ପୂରଣ କରାଉ ନାହଁ କିନ୍ତୁ ଅନେକ ଜନ୍ମ ପର୍ଯ୍ୟନ୍ତ ଈଚ୍ଛା ମାତ୍ରର ଅବିଦ୍ୟାର ଅନୁଭୂତି କରାଉଛ । ଯେପରି ବାବାଙ୍କର ସର୍ବ ଭଣ୍ଡାର ବା ସର୍ବ ସମ୍ପତ୍ତି ସଦା ସର୍ବଦା ଭରପୁର ରହିଛି, ଅପ୍ରାପ୍ତିର କୌଣସି ଚିହ୍ନ ମଧ୍ୟ ନାହିଁ, ସେହିଭଳି ବାବାଙ୍କ ସମାନ ସର୍ବଦା ଏବଂ ସର୍ବ ସମ୍ପତ୍ତିରେ ଭରପୁର ଅଟ ।

ତେବେ ବ୍ରାହ୍ମଣ ଆତ୍ମା ଅର୍ଥାତ୍ ପ୍ରାପ୍ତି ସ୍ୱରୂପ ଆତ୍ମା, ସମ୍ପନ୍ନ ଆତ୍ମା । ଯେପରି ବାବା ସର୍ବଦା ଲାଇଟ୍ ହାଉସ୍‌, ମାଇଟ୍ ହାଉସ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ଅଟନ୍ତି ସେହିଭଳି ତୁମେ ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ବାବାଙ୍କ ସମାନ ଅଟ, ଲାଇଟ୍ ହାଉସ୍ ଅଟ । ସେଥିପାଇଁ ପ୍ରତ୍ୟେକ ଆତ୍ମାକୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାର ନିମିତ୍ତ ଅଟ । ଯେପରି ବାବା ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ବାଣୀ, ପ୍ରତ୍ୟେକ କର୍ମ ଦ୍ୱାରା ସବୁ ସମୟରେ ଦାତା ଅଟନ୍ତି, ବରଦାତା ଅଟନ୍ତି, ସେହିପରି ତୁମେ ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ଦାତା ଅଟ, ମାଷ୍ଟର ବରଦାତା ଅଟ । ଏହିଭଳି ବ୍ରାହ୍ମଣ ଜୀବନର ଚିତ୍ର ଅଟ ତ? ଯେତେବେଳେ କୌଣସି ବି ଚିତ୍ରକୁ ତିଆରି କରୁଛ ସେଥିରେ ସବୁ ବିଶେଷତା ଗୁଡିକୁ ଦେଖାଉଛ ନା । ସେହିଭଳି ବର୍ତ୍ତମାନ ସମୟର ବ୍ରାହ୍ମଣ ଜୀବନର ଚିତ୍ରର ବିଶେଷତା ଗୁଡିକୁ ନିଜ ଭିତରେ ଭରି ସାରିଲଣି? ତେବେ ତୁମେମାନେ ବଡରୁ ବଡ ଚିତ୍ରକାର ମଧ୍ୟ ଅଟ ଯାହାକି ନିଜର ଚିତ୍ର ମଧ୍ୟ ନିଜେ ତିଆରି କରୁଛ ଏବଂ ନିଜର ଚିତ୍ରକୁ ତିଆରି କରିବା ମାତ୍ରକେ ବିଶ୍ୱର ଚିତ୍ର ମଧ୍ୟ ତିଆରି ହୋଇଯାଉଛି । ଏହିଭଳି ଅନୁଭବ କରୁଛ ନା!

କେହି କେହି ପଚାରୁଛନ୍ତି ନା, ନୂଆ ଦୁନିଆରେ କଣ ସବୁ ଥିବ? ତେଣୁ ନୂଆ ଦୁନିଆର ଚିତ୍ର ହିଁ ତୁମେମାନେ ଅଟ । ତୁମମାନଙ୍କର ଜୀବନ ଦ୍ୱାରା ହିଁ ଭବିଷ୍ୟତ ସ୍ପଷ୍ଟ ହେଉଛି । ବର୍ତ୍ତମାନ ସମୟରେ ମଧ୍ୟ ନିଜର ଚିତ୍ରକୁ ଦେଖ ଯେ ମୋର ଚିତ୍ର ଏଭଳି ହେଲାଣି ଯାହାକି କେହି ବି ମୋର ଚିତ୍ରକୁ ଦେଖି ସଦାକାଳ ପାଇଁ ପ୍ରସନ୍ନଚିତ୍ତ ଅର୍ଥାତ୍ ଖୁସି ହୋଇଯିବ । କେହି ଯଦି ଟିକିଏ ବି ଅଶାନ୍ତିର ବଶୀଭୂତ ହୋଇଥିବ ତେବେ ସେ ତୁମର ଚିତ୍ରକୁ ଦେଖି ଅଶାନ୍ତିକୁ ଭୁଲିଯାଉ ଏବଂ ଶାନ୍ତିର ତରଙ୍ଗରେ ମଉଜର ଅନୁଭବ କରୁ । ଅପ୍ରାପ୍ତି ସ୍ୱରୂପ ଆତ୍ମା ଆପେ ଆପେ ପ୍ରାପ୍ତିର ଅନୁଭବ କରୁ । ଭିକାରୀ ହୋଇ ଆତ୍ମାମାନେ ତୁମ ନିକଟକୁ ଆସନ୍ତୁ କିନ୍ତୁ ଭରପୁର ହୋଇ ଯାଆନ୍ତୁ । ତୁମମାନଙ୍କର ସ୍ମିତହାସ୍ୟ ଯୁକ୍ତ ମୂର୍ତ୍ତିକୁ ଦେଖି ମନର ବା ଆଖିର କାନ୍ଦ ଭୁଲି ଯାଆନ୍ତୁ ଏବଂ ହସିବା ଶିଖି ଯାଆନ୍ତୁ । ତୁମେମାନେ ମଧ୍ୟ ବାବାଙ୍କୁ କହୁଛ ନା ହସିବା ଶିଖାଇ ଦେଲ... ତେଣୁ ତୁମମାନଙ୍କର କାମ ହେଲା କାନ୍ଦିବା ଭୁଲାଇ ହସିବା ଶିଖାଇବା । ତେବେ ବ୍ରାହ୍ମଣ ଜୀବନର ଚିତ୍ର ଏହିଭଳି ହେଲାଣି? ସର୍ବଦା ଏହି କଥା ସ୍ମୃତିରେ ରଖ ଯେ ଆମେମାନେ ଏହିଭଳି ମୂଳଦୁଆ ବା ଆଧାରମୂରତ ଆତ୍ମା ଅଟୁ । ତେବେ କଳ୍ପବୃକ୍ଷର ଚିତ୍ରରେ ତ ଦେଖିଛ ନା - ବ୍ରାହ୍ମଣମାନେ କେଉଁଠି ବସିଛନ୍ତି? ମୂଳରେ ବସିଛ ନା । ବ୍ରାହ୍ମଣ ଜୀବନର ମୂଳଦୁଆ ମଜବୁତ ଅଛି ସେଥିପାଇଁ ଅଧାକଳ୍ପ ପର୍ଯ୍ୟନ୍ତ ଅଚଳ ଅଟଳ ରହିପାରୁଛ । ତୁମେମାନେ ସାଧାରଣ ଆତ୍ମା ନୁହେଁ, ବିଶ୍ୱର ଆଧାର ମୂରତ ଅଟ, ମୂଳଦୁଆ ଅଟ । ବର୍ତ୍ତମାନ ସମୟର ସମ୍ପୂର୍ଣ୍ଣ ସ୍ଥିତି ହିଁ ସତ୍ୟଯୁଗର ୧୬ କଳା ସମ୍ପୂର୍ଣ୍ଣ ସ୍ଥିତିର ଆଧାର ଅଟେ । ବର୍ତ୍ତମାନ ସମୟର ଏକମତ ହିଁ ସେଠିକାର ଏକ ରାଜ୍ୟର ଆଧାର । ଏଠିକାର ସର୍ବ ସମ୍ପତ୍ତିର ସମ୍ପନ୍ନତା ଅର୍ଥାତ୍ ଜ୍ଞାନ, ଗୁଣ, ଶକ୍ତି ଇତ୍ୟାଦିର ସମ୍ପନ୍ନତା ହିଁ ସେଠିକାର ସମ୍ପନ୍ନତାର ଆଧାର । ଏଠିକାର ଦୈହିକ ଆକର୍ଷଣ ଠାରୁ ଦୂରେଇ ରହିବାର ସଂସ୍କାର ହିଁ ସେଠିକାର ଶାରୀରିକ ସ୍ୱାସ୍ଥ୍ୟର ପ୍ରାପ୍ତିର ଆଧାର, କାରଣ ଅଶରୀରୀ ପଣିଆର ସ୍ଥିତି ହିଁ ନିରୋଗ ଜୀବନ ତଥା ଦୀର୍ଘାୟୁ ହେବାର ଆଧାର ସ୍ୱରୂପ ଅଟେ । ଏଠିକାର ଚିନ୍ତାମୁକ୍ତ ରାଜତ୍ୱ ବର୍ତ୍ତମାନର ଜୀବନ ହିଁ ସେଠିକାର ସବୁ ସମୟରେ ମାନସିକ ମଉଜଭରା ଜୀବନ ପ୍ରାପ୍ତ କରିବାର ଆଧାର ହୋଇଯାଉଛି । ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ - ଏହିଭଳି ଅଖଣ୍ଡ-ଅଟଳ ସାଧନା ସେଠିକାର ଅଖଣ୍ଡ, ଅଟଳ, ଅସରନ୍ତି ଏବଂ ନିର୍ବିଘ୍ନ ସାଧନ ଗୁଡିକୁ ପ୍ରାପ୍ତି କରିବା ଆଧାର ପାଲଟି ଯାଉଛି । ଏଠିକାର ଛୋଟିଆ ସଂସାର ଅର୍ଥାତ୍ ବାପଦାଦା ବା ମାତା-ପିତା ଏବଂ ଭାଇ-ଭଉଣୀ, ସେଠିକାର ଛୋଟିଆ ସଂସାରର ଆଧାର ହୋଇଯାଇଛି । ଏଠିକାର ଏକମାତ୍ର ମାତା-ପିତାଙ୍କ ସହିତ ସମ୍ବନ୍ଧର ସଂସ୍କାର ସେଠାରେ ମଧ୍ୟ ଗୋଟିଏ ହିଁ ବିଶ୍ୱର ବିଶ୍ୱ-ମହାରାଜା ବା ବିଶ୍ୱ-ମହାରାଣୀଙ୍କୁ ମାତା-ପିତା ରୂପରେ ଅନୁଭବ କରିଥାନ୍ତି । ଏଠାକାର ସ୍ନେହଭରା ପରିବାରର ସମ୍ବନ୍ଧ, ସେଠାରେ ମଧ୍ୟ ଯଦିଓ ରାଜା ଏବଂ ପ୍ରଜା ସମ୍ବନ୍ଧରେ ରହୁଛନ୍ତି କିନ୍ତୁ ସେଠିକାର ପ୍ରଜା ମଧ୍ୟ ନିଜକୁ ପରିବାରର ସଦସ୍ୟ ମନେ କରୁଛି କାରଣ ସ୍ନେହର ସମୀପତା ପରିବାର ଭଳି ରହୁଛି । ଯଦିଓ ଭିନ୍ନ ଭିନ୍ନ ପଦ ରହୁଛି କିନ୍ତୁ ପଦରେ ମଧ୍ୟ ସ୍ନେହଯୁକ୍ତ ସମ୍ବନ୍ଧ ରହିବ, ସଂକୋଚ ଯୁକ୍ତ ବା ଭୟଯୁକ୍ତ ନୁହେଁ । ତେଣୁ ଭବିଷ୍ୟତର ଚିତ୍ର ତୁମେମାନେ ହିଁ ଅଟ ନା । ଏହିସବୁ କଥା ଗୁଡିକୁ ନିଜର ଚରିତ୍ର ରୂପକ ଚିତ୍ରରେ ଚେକ୍ କର ଯେ ମୋର ଚିତ୍ର କେତେ ମାତ୍ରାରେ ଶ୍ରେଷ୍ଠ ରୂପରେ ତିଆରି ହୋଇଛି, ନା ଏବେ ପର୍ଯ୍ୟନ୍ତ କେବଳ ଗାର ଟାଣିବାରେ ହିଁ ରହିଛ? ଦକ୍ଷ ଚିତ୍ରକାର ଅଟ ନା!

ବାପଦାଦା ତ ଏହି କଥା ହିଁ ଦେଖୁଛନ୍ତି ଯେ ପ୍ରତ୍ୟେକ ସନ୍ତାନ କେତେ ମାତ୍ରାରେ ନିଜର ଚରିତ୍ରକୁ ତିଆରି କରିଛନ୍ତି? ଏଥିରେ ତ ଅନ୍ୟ କାହାକୁ ଦୋଷ ଦେଇପାରିବ ନାହିଁ ଯେ ଇଏ ଏହି କଥା ଠିକ୍ କରିଲା ନାହିଁ ସେଥିପାଇଁ ଏହିଭଳି ହୋଇଗଲା । ତେଣୁ ନିଜର ଚିତ୍ର ନିଜକୁ ହିଁ ତିଆରି କରିବାକୁ ହେବ । ଅନ୍ୟ ସବୁ ଜିନିଷ ତ ବାପଦାଦାଙ୍କଠାରୁ ମିଳିଯାଉଛି, ସେଥିରେ ତ କୌଣସି କମୀ ନାହିଁ ନା । ତେଣୁ ଏହା ତିଆରି କରିବାବାଲା ଉପରେ ନିର୍ଭର କରେ ଯେ ସେ କିଭଳି ଚିତ୍ର ତିଆରି କରିପାରିବ । ସେହିପରି ଏଠାରେ ମଧ୍ୟ ସମସ୍ତଙ୍କ ପାଇଁ ଖୋଲା ଭଣ୍ଡାର ରହିଛି କେବଳ ନେଇପାରିଲେ ହେଲା । ବାପଦାଦା ମଧ୍ୟ କୌଣସି ହିସାବ ରଖୁନାହାଁନ୍ତି ଯେ ଦୁଇଟି ନେଉଛ ବା ଚାରିଟି ନେଉଛ କିନ୍ତୁ ନିଜର ଚିତ୍ରକୁ ବହୁତ ସୁନ୍ଦର ଭାବରେ ତିଆରି କରୁଛ ନା । ସର୍ବଦା କିନ୍ତୁ ନିଜକୁ ଏଭଳି ଭାବ ଯେ ମୁଁ ହି ଭବିଷ୍ୟତର ଭାଗ୍ୟର ଚିତ୍ର ଅଟେ । ଏହିଭଳି ମନେ କରି ପ୍ରତ୍ୟେକ କର୍ମ କର । ତୁମେମାନେ ସ୍ନେହୀ ହୋଇଥିବା କାରଣରୁ ସହଯୋଗୀ ମଧ୍ୟ ଅଟ ଏବଂ ସହଯୋଗୀ ହୋଇଥିବା କାରଣରୁ ସବୁ ଆତ୍ମାଙ୍କ ପ୍ରତି ବାବାଙ୍କର ସହଯୋଗ ମଧ୍ୟ ରହିଛି । ଏମିତି ନୁହେଁ ଯେ କିଛି ଆତ୍ମାଙ୍କୁ ଅଧିକ ସହଯୋଗ କରୁଛନ୍ତି ଆଉ କାହାକୁ କମ୍ କରୁଛନ୍ତି । ନା । ବାବାଙ୍କର ସହଯୋଗ ପ୍ରତ୍ୟେକ ଆତ୍ମା ପ୍ରତି ଗୋଟିଏର ପଦ୍ମଗୁଣା ହିସାବରେ ହିଁ ମିଳୁଛି । ତେଣୁ ଯେଉଁମାନେ ବି ସହଯୋଗୀ ଆତ୍ମା ଅଟ, ସମସ୍ତଙ୍କୁ ବାବାଙ୍କର ସହଯୋଗ ସର୍ବଦା ହିଁ ପ୍ରାପ୍ତ ହେଉଛି ଏବଂ ଯେ ପର୍ଯ୍ୟନ୍ତ ଏଠାରେ ଅଛ ସେପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ପ୍ରାପ୍ତ ହେଉଥିବ । ଯେହେତୁ ବାବାଙ୍କର ପୂର୍ଣ୍ଣ ସହଯୋଗ ରହିଛି ତେଣୁ ସମସ୍ତ କାର୍ଯ୍ୟ ହୋଇ କରି ହିଁ ରହିଛି । ଏହିଭଳି ଅନୁଭବ ଏବେ ମଧ୍ୟ କରୁଛ ଏବଂ ଆଗକୁ ମଧ୍ୟ କରିଚାଲ । କାରଣ ତୁମ ପାଇଁ କୌଣସି କଥା ମୁଶକିଲ୍ ନୁହେଁ କାହିଁକି ନା ସ୍ୱୟଂ ଭାଗ୍ୟବିଧାତା ହିଁ ତୁମମାନଙ୍କୁ ଭାଗ୍ୟ ପ୍ରାପ୍ତି କରାଇବାର ଆଧାର ଅଟନ୍ତି । ଯେଉଁଠାରେ ଭାଗ୍ୟ ମଧ୍ୟ ଅଛି ଏବଂ ବରଦାନ ମଧ୍ୟ ଅଛି ସେଠାରେ କୌଣସି କଥା ମୁଶକିଲ୍ ନୁହେଁ । ଯାହାର ଚିତ୍ର ବହୁତ ସୁନ୍ଦର ସେ ନିଶ୍ଚିତ ଭାବରେ ପ୍ରଥମ ନମ୍ବରରେ ଆସିବ । ତେଣୁ ଫାଷ୍ଟ ଡିଭିଜନ୍‌ରେ ତ ସମସ୍ତେ ଆସିବ ନା ।

ପ୍ରଥମ ନମ୍ବରରେ ତ ଜଣେ ହିଁ ଆସିବ କିନ୍ତୁ ଫାଷ୍ଟ ଡିଭିଜନ ଅର୍ଥାତ୍ ପ୍ରଥମ ଶ୍ରେଣୀ ତ ଅଛି ନା । ତେବେ ତୁମେମାନେ କେଉଁଥିରେ ଆସିବ? ଫାଷ୍ଟଡିଭିଜନ୍ ତ ସମସ୍ତଙ୍କ ପାଇଁ ରହିଛି, ତେଣୁ କିଛି ନା କିଛି କରିନେବା ବହୁତ ଭଲ । ବାପଦାଦା ତ ସମସ୍ତଙ୍କୁ ସୁଯୋଗ ଦେଉଛନ୍ତି - ଚାହେଁ ଭାରତବାସୀ ହୁଅନ୍ତୁ, ବା ଡବଲ ବିଦେଶୀ ହୁଅନ୍ତୁ । କାହିଁକି ନା ଏବେ ତ ଫଳାଫଳ ଘୋଷଣା ହୋଇ ନାହିଁ । କେବେ କେବେ ଭଲ ଭଲ ବିଦ୍ୟାର୍ଥୀମାନେ ମଧ୍ୟ ଫଳ ବାହାରିବା ପୂର୍ବରୁ ହିଁ ତାଲିକାରୁ ବାହାରିଯାଆନ୍ତି ଅର୍ଥାତ୍ ନିଜ ପାଇଁ ବିକଳ୍ପ ବ୍ୟବସ୍ଥା କରିନିଅନ୍ତି ତେଣୁ ସେମାନଙ୍କର ସ୍ଥାନ ଅନ୍ୟମାନଙ୍କୁ ମିଳିଯାଏ, ସେଥିପାଇଁ ଯେଉଁ ସ୍ଥାନ ନେବା ପାଇଁ ଚାହିଁବ, ଏବେ ସୁଯୋଗ ଅଛି । ଯେପରି ଶେଷରେ ବୋର୍ଡ ଲଗାଇ ଦିଅନ୍ତି ନା - ଏବେ ଆଉ ଜାଗା ଖାଲି ନାହିଁ । ସେହିପରି ଏଠାରେ ମଧ୍ୟ ସ୍ଥାନ ପୂରଣ ହୋଇଯିବ । ସେଥିପାଇଁ ଖୁବ୍ ଉଡ । ଏବେ ଆଉ ଦୌଡ ନାହିଁ କିନ୍ତୁ ଉଡ, କାରଣ ଦୌଡିବାବାଲା ତ ତଳେ ରହିଯିବେ କିନ୍ତୁ ଉଡିବାବାଲା ଉଡିଯିବେ, ତେଣୁ ଉଡିଚାଲ ଏବଂ ଉଡାଇଚାଲ । ଆଚ୍ଛା!

ଚାରିଆଡର ସର୍ବଶ୍ରେଷ୍ଠ ଭାଗ୍ୟର ଶ୍ରେଷ୍ଠ ଚିତ୍ର ସ୍ୱରୂପ ମହାନ ଆତ୍ମାମାନଙ୍କୁ, ସର୍ବଦା ନିଜକୁ ବିଶ୍ୱର ଆଧାରମୂରତ ଅନୁଭବ କରୁଥିବା ଆତ୍ମାମାନଙ୍କୁ, ସର୍ବଦା ନିଜକୁ ପ୍ରାପ୍ତି ସ୍ୱରୂପର ଅନୁଭୂତି ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ପ୍ରାପ୍ତି ସ୍ୱରୂପର ଅନୁଭବ କରାଉଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କର ସ୍ନେହ ଏବଂ ସହଯୋଗର ପଦ୍ମଗୁଣା ଅଧିକାର ପ୍ରାପ୍ତ କରୁଥିବା ପୂଜ୍ୟ ବ୍ରାହ୍ମଣ ତଥା ଦେବାତ୍ମାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ପାର୍ଟିମାନଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତ୍‌:- ବାବାଙ୍କର ହାତ ସର୍ବଦା ମୋର ମସ୍ତକ ଉପରେ ନିଶ୍ଚିତ ରହିଛି - ଏହିଭଳି ଅନୁଭବ କରୁଛ? ବାବାଙ୍କର ଶ୍ରେଷ୍ଠ ମତ ହିଁ ଶ୍ରେଷ୍ଠ ହାତ ଅଟେ । ତେଣୁ ଯେଉଁଠାରେ ପ୍ରତିପାଦରେ ବାବାଙ୍କର ହାତ ଅର୍ଥାତ୍ ଶ୍ରେଷ୍ଠ ମତ ରହିଛି, ସେଠାରେ ଶ୍ରେଷ୍ଠ ମତ ଆଧାରରେ ଶ୍ରେଷ୍ଠ କାର୍ଯ୍ୟ ସ୍ୱତଃ ହିଁ ହୋଇଥାଏ । ସର୍ବଦା ଶ୍ରୀମତ ରୂପୀ ହାତକୁ ସ୍ମୃତିରେ ରଖି ନିଜେ ସମର୍ଥ ହୋଇ ସମସ୍ତଙ୍କୁ ଆଗକୁ ବଢାଇଚାଲ କାରଣ ବାବାଙ୍କର ହାତ ସର୍ବଦା ଆଗକୁ ବଢାଇବାର ଅନୁଭବ ସହଜରେ କରାଇଥାଏ, ସେଥିପାଇଁ ଏହି ଶ୍ରେଷ୍ଠ ଭାଗ୍ୟକୁ ପ୍ରତ୍ୟେକ କାର୍ଯ୍ୟରେ ସ୍ମୃତିରେ ରଖି ଆଗକୁ ବଢିଚାଲ ଏବଂ ଅନୁଭବ କର, ସର୍ବଦା ହାତ ମଧ୍ୟ ରହିଛି ଏବଂ ମୋର ବିଜୟ ମଧ୍ୟ ସୁନିଶ୍ଚତ ଅଟେ ।

ପ୍ରଶ୍ନ:- ସଦାସର୍ବଦା ସହଜଯୋଗୀ ହୋଇ ରହିବାର ବିଧି କଣ?

ଉତ୍ତର:- ବାବା ହିଁ ମୋର ସଂସାର - ଏହି ସ୍ମୃତିରେ ରହିଲେ ସହଜଯୋଗୀ ହୋଇଯିବ କାହିଁକି ନା ସାରା ଦିନ ସଂସାର ପ୍ରତି ହିଁ ବୁଦ୍ଧି ଆକର୍ଷିତ ହୋଇଥାଏ । ଯେବେକି ବାବା ହିଁ ସଂସାର ଅଟନ୍ତି ତେବେ ବୁଦ୍ଧି ଆଉ କେଉଁଠାକୁ ଯିବ? ସଂସାର ଆଡକୁ ହିଁ ଯିବ ନା, ଜଙ୍ଗଲ ଆଡକୁ ତ ଯିବ ନାହିଁ ନା । ତେଣୁ ବାବା ଯଦି ସଂସାର ହୋଇଗଲେ ତେବେ ସହଜଯୋଗୀ ହୋଇଯିବ । ନଚେତ୍ ମେହନତ୍ କରିବାକୁ ପଡିବ - ଏଠାରୁ ବୁଦ୍ଧିକୁ ହଟାଅ, ଏଠାରେ ଲଗାଅ । ତେଣୁ ସଦାସର୍ବଦା ବାବାଙ୍କର ସ୍ନେହରେ ସମାହିତ ହୋଇ ରୁହ ତେବେ ବାବାଙ୍କୁ କେବେ ବି ଭୁଲିପାରିବ ନାହିଁ । ଆଚ୍ଛା!

ଅବ୍ୟକ୍ତ ବାପଦାଦାଙ୍କ ସହିତ ଡବଲ ବିଦେଶୀ ଭାଇ ଭଉଣୀଙ୍କର ସାକ୍ଷାତ୍‌:-

ଡବଲ ବିଦେଶୀମାନଙ୍କ ଭିତରେ ସେବା କରିବାର ବହୁତ ଭଲ ଉମଙ୍ଗ ଉତ୍ସାହ ରହିଛି, ସେଥିପାଇଁ ବହୁତ ଭଲ ବୃଦ୍ଧି ମଧ୍ୟ କରିଚାଲିଛନ୍ତି । ୧୪ ବର୍ଷ ଭିତରେ ବିଦେଶ ସେବାରେ ବହୁତ ଭଲ ବୃଦ୍ଧି ହୋଇଛି । ଲୌକିକ ଏବଂ ଅଲୌକିକ - ଉଭୟ କାର୍ଯ୍ୟ କରି ମଧ୍ୟ ଆଗକୁ ବଢି ଚାଲିଛନ୍ତି । ଦୁଇଟିଯାକ କାର୍ଯ୍ୟରେ ସମୟ ମଧ୍ୟ ଲଗାଉଛ ଏବଂ ବୁଦ୍ଧିର ଶକ୍ତି ସହିତ ଶାରୀରିକ ଶକ୍ତି ମଧ୍ୟ ଲଗାଉଛ । ଏହା ମଧ୍ୟ ବୁଦ୍ଧିର ଚମତ୍କାରୀ ଅଟେ । ଲୌକିକ କାର୍ଯ୍ୟ କରି ମଧ୍ୟ ସେବାରେ ଆଗକୁ ବଢି ଚାଲିବା, ଏହା ମଧ୍ୟ ବାହାଦୁରୀ ଅଟେ । ଏହିଭଳି ବାହାଦୁର ପିଲାମାନଙ୍କର ପ୍ରତ୍ୟେକ କାର୍ଯ୍ୟରେ ବାପଦାଦା ମଧ୍ୟ ସର୍ବଦା ସହଯୋଗୀ ହୋଇଥାନ୍ତି । ଯିଏ ଯେତିକି ସାହାସ ରଖିଥାନ୍ତି ବାପଦାଦା ମଧ୍ୟ ସେହି ଅନୁସାରେ ପଦ୍ମଗୁଣା ସହଯୋଗୀ ନିଶ୍ଚିତ ହୋଇଥାନ୍ତି । ଯେହେତୁ ଦୁଇଟିଯାକ ପାର୍ଟ କରିବା ସହିତ ଉନ୍ନତି କରିଚାଲିଛ ତେଣୁ ବାପଦାଦା ମଧ୍ୟ ଏହାକୁ ଦେଖି ପିଲାମାନଙ୍କ ଉପରେ ପଦ୍ମଗୁଣା ହର୍ଷିତ ହେଉଛନ୍ତି । ତେବେ ମାୟାଠାରୁ ତ ମୁକ୍ତ ଅଟ ନା? ଯେତେବେଳେ ଯୋଗଯୁକ୍ତ ସ୍ଥିତିରେ ରହୁଛ, ସେତେବେଳେ ମାୟାଠାରୁ ତ ସ୍ୱତଃ ହିଁ ମୁକ୍ତ ରହୁଛ । ଯଦି ଯୋଗଯୁକ୍ତ ସ୍ଥିତିରେ ନ ରହିବ ତେବେ ମାୟାଠାରୁ ମଧ୍ୟ ମୁକ୍ତ ରହିପାରିବ ନାହିଁ । ମାୟାକୁ ମଧ୍ୟ ବ୍ରାହ୍ମଣ ଆତ୍ମାମାନେ ହିଁ ପ୍ରିୟ ଅଟନ୍ତି କାରଣ ଯିଏ ନିଜେ ପହିଲମାନ ହୋଇଥାଏ ତାକୁ ପହିଲ୍‌ମାନ ସହିତ ଲଢିବା ପାଇଁ ମଜା ଲାଗିଥାଏ । ମାୟା ମଧ୍ୟ ଶକ୍ତିଶାଳୀ ଅଟେ, ତୁମେମାନେ ମଧ୍ୟ ସର୍ବଶକ୍ତିମାନ ଅଟ ତେଣୁ ମାୟାକୁ ସର୍ବଶକ୍ତିମାନ ପିଲାମାନଙ୍କ ସହିତ ଖେଳିବା ପାଇଁ ଭଲ ଲାଗୁଛି । ଏବେ ତ ମାୟାକୁ ଭଲ ଭାବରେ ଜାଣିଗଲଣି ନା, ନା, କେବେ କେବେ ନୂଆ ନୂଆ ରୂପ ନେଇ ଆସିଯାଉଛି? ନଲେଜଫୁଲ୍ ଅର୍ଥାତ୍ ଜ୍ଞାନବାନ ହେବାର ଅର୍ଥ ହେଲା ବାବାଙ୍କୁ ମଧ୍ୟ ଜାଣିବା, ବାବାଙ୍କ ରଚନା ଅର୍ଥାତ୍ ସୃଷ୍ଟିଚକ୍ରକୁ ମଧ୍ୟ ଜାଣିବା ଏବଂ ମାୟାକୁ ମଧ୍ୟ ଜାଣିବା । ଯଦି ରଚୟିତା ଏବଂ ରଚନାକୁ ଜାଣିଗଲ କିନ୍ତୁ ମାୟାକୁ ଜାଣିପାରିଲ ନାହିଁ ତେବେ ଜ୍ଞାନବାନ ଆତ୍ମା ବୋଲି କୁହାଯିବ ନାହିଁ । କେବେ ବି କୌଣସି କଥାରେ ଯଦି ଶରୀର ମଧ୍ୟ ଦୁର୍ବଳ ହୋଇଯାଇଥିବ ବା ଅତ୍ୟଧିକ କାର୍ଯ୍ୟଭାର ବଢିଯାଇଥିବ ତେବେ ବି ମନରେ କେବେ ଥକିଯାଅନାହିଁ, କାରଣ ଶାରୀରିକ କ୍ଲାନ୍ତି ମଧ୍ୟ ମନର ଖୁସି ଆଧାରରେ ସମାପ୍ତ ହୋଇଯାଇଥାଏ । କିନ୍ତୁ ମାନସିକ କ୍ଲାନ୍ତି ଶାରୀରିକ କ୍ଲାନ୍ତିକୁ ମଧ୍ୟ ବଢାଇଦିଏ । ତେଣୁ ମନ କେବେ ବି ଥକିବା ଉଚିତ୍ ନୁହେଁ । ଯଦି କେବେ ବି ଥକିଯାଉଛ ତେବେ ଗୋଟିଏ ସେକେଣ୍ଡ ଭିତରେ ବାବାଙ୍କର ବତନକୁ ଆସିଯାଅ । ଯଦି ମାନସୀକ କ୍ଲାନ୍ତର ଅଭ୍ୟସ୍ତ ହୋଇଯିବ ତେବେ ବ୍ରାହ୍ମଣ ଜୀବନରେ ଉମଙ୍ଗ-ଉତ୍ସାହର ଯେଉଁଭଳି ଅନୁଭବ ହେବା କଥା ସେଭଳି ହେବ ନାହିଁ । ଚାଲିବାର ଅନୁଭବ ତ ହେବ କିନ୍ତୁ ଚଲାଇବାବାଲା ବାବା ହିଁ ମୋତେ ଚଲାଉଛନ୍ତି - ଏଭଳି ଅନୁଭବ ହେବ ନାହିଁ । ଯଦି ମେହନତ କରି ଚାଲିବାର ଅନୁଭବ ହେଉଥିବ ତେବେ ନିଶ୍ଚିତ ଭାବରେ କ୍ଲାନ୍ତ ହୋଇଯିବ ଅର୍ଥାତ୍ ଥକି ପଡିବ । ସେଥିପାଇଁ ସର୍ବଦା ଏହି କଥା ଭାବ ଯେ - ନିର୍ଦ୍ଦେଶକର୍ତ୍ତା ବାବା ହିଁ ସବୁ କିଛି କରାଉଛନ୍ତି, ଚାଳକ ହୋଇ ଚଳାଉଛନ୍ତି ।

ସମୟ ଏବଂ ଶକ୍ତି ଉଭୟକୁ ଦୃଷ୍ଟିରେ ରଖି ସେବା କରିଚାଲ । ସେବା କେବେ ବି ଅଟକିବ ନାହିଁ, ଆଜି ନହେଲେ ବି କାଲି ନିଶ୍ଚିତ ହେବ । ଯଦି ସଚ୍ଚା ହୃଦୟରେ, ଆନ୍ତରିକ ସ୍ନେହପୂର୍ବକ ଯେତିକି ସେବା କରିପାରିବ ସେତିକି କରୁଛ ତେବେ ବାପଦାଦା କେବେ ବି ଉଲୁଗୁଣା ଦେବେ ନାହିଁ ବା ଅସନ୍ତୁଷ୍ଟ ହେବେ ନାହିଁ ଯେ ଏତିକି କାମ କରିଛ, ଏତିକି କରିନାହଁ । ବରଂ ସାବାସୀ ମିଳିବ । ଯେତିକି ସମୟ ମିଳୁଛି, ନିଜର ଶକ୍ତି ଅନୁସାରେ ଯଦି ସଚ୍ଚା ହୃଦୟରେ ସେବା କରୁଛ ତେବେ ସଚ୍ଚା ହୃଦୟବାନ୍ ଆତ୍ମାଙ୍କ ଉପରେ ସାହେବ ପରମାତ୍ମା ସର୍ବଦା ସନ୍ତୁଷ୍ଟ ରହିଥାନ୍ତି । ଯଦି ତୁମର କାର୍ଯ୍ୟ କିଛି ମାତ୍ରାରେ ବାକି ମଧ୍ୟ ରହିଯିବ ତେବେ ବାବା ତାକୁ କିପରି ବି ହେଉ ପୂରଣ କରିଦେବେ କାରଣ ଯେଉଁ ସେବା ଯେଉଁ ସମୟରେ ହେବା କଥା ତାହା ନିଶ୍ଚିତ ହେବ, ଅଟକିବ ନାହିଁ । ବାପଦାଦା କୌଣସି ନା କୌଣସି ଆତ୍ମାକୁ ପ୍ରେରଣା ଦେଇ ପିଲାମାନଙ୍କର ସହଯୋଗୀ କରିଦେବେ । ଯୋଗୀ ପିଲାମାନଙ୍କୁ ସବୁ ପ୍ରକାରର ସହଯୋଗ ସମୟ ଅନୁସାରେ ନିଶ୍ଚିତ ମିଳିଥାଏ । କିନ୍ତୁ କାହାକୁ ମିଳିବ? ଯିଏ ସଚ୍ଚା ହୃଦୟବାନ, ସଚ୍ଚା ସେବାଧାରୀ ସନ୍ତାନ । ତେଣୁ ସମସ୍ତେ ସଚ୍ଚା ସେବାଧାରୀ ଅଟ? ସାହେବ ବାବା ମୋ ଉପରେ ସନ୍ତୁଷ୍ଟ ଅଛନ୍ତି - ଏହିଭଳି ଅନୁଭବ କରୁଛ ନା! ଆଚ୍ଛା!

ବରଦାନ:-
ଏକମାତ୍ର ବାବାଙ୍କର ଲବ୍ ଅର୍ଥାତ୍ ସ୍ନେହରେ ଲବଲୀନ ରହି ଉନ୍ନତିର ଅନୁଭବ କରୁଥିବା ସଫଳତା ମୂରତ ହୁଅ ।

ସେବାରେ ହେଉ ବା ନିଜର ଉନ୍ନତି କରିବାରେ ହେଉ, ସଫଳତାର ମୁଖ୍ୟ ଆଧାର ହେଲା - ଏକମାତ୍ର ବାବାଙ୍କ ସହିତ ଅତୁଟ ସ୍ନେହ । ବାବାଙ୍କ ବ୍ୟତୀତ ଅନ୍ୟ କିଛି ବି ଦେଖାନଯାଉ । ସଂକଳ୍ପରେ ମଧ୍ୟ ବାବା, ବାଣୀରେ ମଧ୍ୟ ବାବା ଏବଂ କର୍ମରେ ମଧ୍ୟ ବାବାଙ୍କର ସଂଗର ଅନୁଭବ ହେଉ । ଏହିଭଳି ଲବଲୀନ ସ୍ଥିତିରେ ରହୁଥିବା ଆତ୍ମା ଯଦି କାହାକୁ ଗୋଟିଏ ବି ଶବ୍ଦ ଶୁଣାଇ ଦେବ ତେବେ ତାର ସ୍ନେହପୂର୍ଣ୍ଣ ବାଣୀ ଅନ୍ୟ ଆତ୍ମାକୁ ମଧ୍ୟ ସ୍ନେହରେ ବାନ୍ଧି ଦେବ । ଏହିଭଳି ଲବଲୀନ ଆତ୍ମାର ଗୋଟିଏ ବାବା ଶବ୍ଦ ହିଁ ଯାଦୁ ଭଳି କାମ କରିଥାଏ ଅର୍ଥାତ୍ ସେ ଆତ୍ମିକ ଯାଦୁକର ହୋଇଯାଏ ।

ସ୍ଲୋଗାନ:-
ଯୋଗୀ ତୁ ଆତ୍ମା ତାଙ୍କୁ କୁହାଯିବ ଯେଉଁମାନେ ଅନ୍ତର୍ମୁଖୀ ହୋଇ ଲାଇଟ୍ ମାଇଟ୍ ସ୍ଥିତିରେ ସ୍ଥିତ ରହିଥାନ୍ତି ।