05.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମିଠେ ବଚ୍ଚେ: ଏକାନ୍ତରେ ବସି ଏବେ ଏପରି ଅଭ୍ୟାସ କର ଯେପରି ଅନୁଭବ ହେବ ଯେ ମୁଁ ଶରୀର ଠାରୁ ଭିନ୍ନ ଆତ୍ମା ଅଟେ, ଏହାକୁ ହିଁ ଜୀବିତ ଥାଇ ମରିବା କୁହାଯାଏ ।

ପ୍ରଶ୍ନ:-
ଏକାନ୍ତର ଅର୍ଥ କଣ ? ଏକାନ୍ତରେ ବସି ତୁମମାନଙ୍କୁ କେଉଁ ଅନୁଭବ କରିବାକୁ ହେବ ?

ଉତ୍ତର:-
ଏକାନ୍ତର ଅର୍ଥ ହେଉଛି ଜଣଙ୍କର ସ୍ମୃତିରେ ଏହି ଶରୀରର ଅନ୍ତ ହେଉ ଅର୍ଥାତ୍ ଏକାନ୍ତରେ ବସି ଏପରି ଅନୁଭବ କର ଯେ ମୁଁ ଆତ୍ମା ଏହି ଶରୀର ରୂପୀ ଚମଡାକୁ ଛାଡି ବାବାଙ୍କ ପାଖକୁ ଯାଉଛି । କେହି ବି ମନେ ନପଡନ୍ତୁ । ବସି ବସି ଅଶରୀରୀ ହୋଇଯାଅ । ଯେପରିକି ମୁଁ ଏହି ଶରୀରରୁ ମରିଗଲି । ବାସ୍ ମୁଁ ଏକ ଆତ୍ମା, ଶିବବାବାଙ୍କର ସନ୍ତାନ । ଏହିଭଳି ଅଭ୍ୟାସ କରିବା ଦ୍ୱାରା ଦେହ ଅଭିମାନ ତୁଟିଯିବ ।

ଓମ୍ ଶାନ୍ତି ।
ପିଲାମାନଙ୍କୁ ବାବା ପ୍ରଥମେ ବୁଝାଉଛନ୍ତି ଯେ ମିଠା ମିଠା ସନ୍ତାନମାନେ ଯେତେବେଳେ ଏଠାରେ ବସୁଛ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ଆଉ କୌଣସି ଆଡକୁ ବୁଦ୍ଧି ଯିବା ଅନୁଚିତ୍ । ଏକଥା ତୁମେ ଜାଣିଛ ଯେ ଆମେ ଆତ୍ମା ଅଟୁ । ଆମେ ଆତ୍ମା ଏହି ଶରୀର ଦ୍ୱାରା ଅଭିନୟ କରୁଛୁ । ଆତ୍ମା ଅବିନାଶୀ, ଶରୀର ବିନାଶୀ । ତେଣୁ ତୁମକୁ ଦେହୀ-ଅଭିମାନୀ ହୋଇ ବାବାଙ୍କ ସ୍ମୃତିରେ ରହିବାକୁ ହେବ । ଆମେ ଆତ୍ମା ଚାହିଁଲେ ଏହି କର୍ମେନ୍ଦ୍ରିୟ ଦ୍ୱାରା କାମ କରିବୁ ଅଥବା ନକରିବୁ । ନିଜକୁ ଶରୀରରୁ ଅଲଗା ଭାବିବା ଦରକାର । ବାବା କହୁଛନ୍ତି ନିଜକୁ ଆତ୍ମା ବୋଲି ଭାବ । ଦେହକୁ ଭୁଲିଯାଅ । ମୁଁ ଆତ୍ମା ସ୍ୱାଧିନ ଅଟେ । ମୋତେ ଏକମାତ୍ର ବାବାଙ୍କ ବିନା କାହାକୁ ମନେ ପକାଇବାର ନାହିଁ । ବଞ୍ଚି ଥାଇ ମଧ୍ୟ ସମସ୍ତ ଦେହ-ଅଭିମାନରୁ ଦୂରେଇ ରହିବାକୁ ହେବ । ଆମ ଆତ୍ମାର ଯୋଗ ଏକମାତ୍ର ବାବାଙ୍କ ସହିତ ରହିବା ଦରକାର । କାରଣ ତୁମେ ତ ଦୁନିଆ ପ୍ରତି ଓ ଘର ପ୍ରତି ମରିଗଲ । କୁହାଯାଏ ନା ନିଜେ ମରିଲେ ଦୁନିଆ ମରିଗଲା । ଏବେ ତୁମକୁ ଜୀଇଁ ଥାଉ ଥାଉ ମରିବାକୁ ହେବ । ଆମେ ଆତ୍ମା ଶିବବାବାଙ୍କର ସନ୍ତାନ ଅଟୁ । ତେଣୁ ଶରୀରର ଅଭିମାନ (ଚେତନା) ସମାପ୍ତ କରିଦେବା ଉଚିତ୍ । ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ଶରୀରର ଅଭିମାନ ଛାଡ । ଏହା ପୁରୁଣା ଶରୀର ଅଟେ ନା । ପୁରୁଣା ଜିନିଷକୁ ତ୍ୟାଗ କରାଯାଇଥାଏ ନା । ତେବେ ନିଜକୁ ଅଶରୀରୀ ମନେ କର । ଏବେ ତୁମକୁ ବାବାଙ୍କୁ ମନେ ପକାଇ ପକାଇ ବାବାଙ୍କ ପାଖକୁ ଯିବାକୁ ହେବ । ଏପରି କରୁ-କରୁ ତୁମର ପୁଣି ଅଭ୍ୟାସ ହୋଇଯିବ । ଏବେ ତ ତୁମକୁ ଘରକୁ ଯିବାକୁ ହେବ ପୁଣି ଏହି ପୁରୁଣା ଦୁନିଆକୁ କାହିଁକି ମନେ ପକାଉଛ । ଏକାନ୍ତରେ ବସି ଏହିପରି ନିଜ ସହିତ କଥାବାର୍ତ୍ତା କରିବା ଉଚିତ୍ । ଭକ୍ତିମାର୍ଗରେ ମଧ୍ୟ କୋଠରୀରେ ବସି ମାଳା ଗଡାଇ ପୂଜା କରିଥାନ୍ତି । ତୁମେ ମଧ୍ୟ ଏକାନ୍ତରେ ବସି ଏହି ଚେଷ୍ଟା କର ତେବେ ତୁମର ଅଭ୍ୟାସ ହୋଇଯିବ । ତୁମକୁ ମୁଖ ଦ୍ୱାରା ତ କିଛି କହିବାର ନାହିଁ । ଏଥିରେ ହିଁ ବୁଦ୍ଧିର କଥା ରହିଛି । ଶିବବାବା ତ ଶିଖାଉଛନ୍ତି । ତାଙ୍କୁ ତ ପୁରୁଷାର୍ଥ କରିବାର ନାହିଁ । ଏହି ବ୍ରହ୍ମାବାବା ପୁରୁଷାର୍ଥ କରୁଛନ୍ତି, ପୁଣି ତୁମମାନଙ୍କୁ ମଧ୍ୟ ବୁଝାଉଛନ୍ତି । ତେଣୁ ଯେତେ ସମ୍ଭବ ଏହିପରି ବସି ବିଚାର କର ଏବେ ଆମକୁ ଘରକୁ ଯିବାକୁ ହେବ । ଏହି ଶରୀରରକୁ ତ ଏଠାରେ ଛାଡିବାକୁ ହେବ । ବାବାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ ଏବଂ ଆୟୁଷ ମଧ୍ୟ ବଢିବ । ଭିତରେ ଏହି ଚିନ୍ତନ ଚାଲିବା ଉଚିତ୍ । ମୁଖ ଦ୍ୱାରା କିଛି କହିବାର ନାହିଁ । ଭକ୍ତିମାର୍ଗରେ ମଧ୍ୟ ବ୍ରହ୍ମତତ୍ୱକୁ ଅଥବା କେହି କେହି ଶିବଙ୍କୁ ମନେ ପକାଇଥାନ୍ତି । କିନ୍ତୁ ଏହା କୌଣସି ଯଥାର୍ଥ ଯୋଗ ନୁହେଁ । ବାବାଙ୍କର ପରିଚୟ ହିଁ ନାହିଁ ତେବେ କିପରି ମନେ ପକାଇବେ । ତୁମକୁ ଏବେ ବାବାଙ୍କର ପରିଚୟ ମିଳିଛି । ସକାଳୁ-ସକାଳୁ ଉଠି ଏକାନ୍ତରେ ଏହିପରି ନିଜ ସହିତ କଥା ହୁଅ । ବିଚାର ସାଗର ମନ୍ଥନ କର, ବାବାଙ୍କୁ ମନେ ପକାଅ । ବାବା ମୁଁ ବର୍ତ୍ତମାନ ଆପଣଙ୍କର ସୁଖଦାୟୀ କୋଳକୁ ଯାଉଛି । ତାହା ହେଉଛି ଆତ୍ମିକ କୋଳ । ତେଣୁ ଏହିପରି ନିଜ ସହିତ କଥା ହେବା ଉଚିତ୍ । ବର୍ତ୍ତମାନ ବାବା ଆସିଛନ୍ତି । ବାବା କଳ୍ପ-କଳ୍ପ ଆସି ଆମକୁ ରାଜଯୋଗ ଶିଖାଉଛନ୍ତି । ବାବା କହୁଛନ୍ତି ମୋତେ ଏବଂ ସୃଷ୍ଟିଚକ୍ରକୁ ମନେ ପକାଅ । ତୁମକୁ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । ବାବାଙ୍କ ପାଖରେ ହିଁ ଚକ୍ରର ସମସ୍ତ ଜ୍ଞାନ ରହିଛି ନା । ସେ ପୁଣି ତୁମକୁ ଦେଉଛନ୍ତି । ତୁମକୁ ତ୍ରିକାଳଦର୍ଶୀ କରାଉଛନ୍ତି । ତିନି କାଳ ଅର୍ଥାତ୍ ଆଦି-ମଧ୍ୟ-ଅନ୍ତକୁ ତୁମେ ଜାଣିଛ । ବାବା ମଧ୍ୟ ପରମ ଆତ୍ମା ଅଟନ୍ତି । ତାଙ୍କର ଶରୀର ତ ନାହିଁ । ବର୍ତ୍ତମାନ ଏହି ଶରୀରରେ ବସି ତୁମକୁ ବୁଝାଉଛନ୍ତି । ଏହା ଆଶ୍ଚର୍ଯ୍ୟଜନକ କଥା ଅଟେ । ଭାଗୀରଥ ଉପରେ ନିଶ୍ଚୟ ଅନ୍ୟ ଆତ୍ମା ବିରାଜମାନ ହୋଇଥିବେ । ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ନମ୍ବରୱାନ୍ ପବିତ୍ର ପୁଣି ନମ୍ବରୱାନ ପତିତ ହେଉଛନ୍ତି । ସେ ନିଜକୁ ଭଗବାନ, ବିଷ୍ଣୁ ଆଦି ତ କହୁନାହାଁନ୍ତି । ଏଠାରେ ଜଣେ ହେଲେ ଆତ୍ମା ପବିତ୍ର ନାହାଁନ୍ତି, ସମସ୍ତେ ପତିତ ଅଟନ୍ତି । ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି ଏପରି ଭାବରେ ବିଚାର ସାଗର ମନ୍ଥନ କର, ଏଥିରେ ତୁମକୁ ଖୁସି ମିଳିବ । ଏଥିରେ ଏକାନ୍ତ ମଧ୍ୟ ନିଶ୍ଚୟ ଆବଶ୍ୟକ । ଜଣଙ୍କର ସ୍ମୃତିରେ ରହି ଶରୀରର ଅନ୍ତ ହେବାକୁ ଏକାନ୍ତ କୁହାଯାଏ । ଆତ୍ମା ଚମଡା ଶରୀରରୁ ଅଲଗା ହୋଇଯାଏ । ସନ୍ନ୍ୟାସୀ ମଧ୍ୟ ବ୍ରହ୍ମ ଅଥବା ତତ୍ତ୍ୱର ସ୍ମୃତିରେ ରହିଥାନ୍ତି, ସେହି ସ୍ମୃତିରେ ରହି-ରହି ଶରୀରର ଅଭିମାନ ତୁଟିଯାଏ । ବାସ୍ ମୋତେ ବ୍ରହ୍ମରେ ଲୀନ ହେବାକୁ ପଡିବ । ଏହିପରି ନିଷ୍ଠାରେ ବସି ଯାଆନ୍ତି । ତପସ୍ୟାରେ ବସି-ବସି ଶରୀର ଛାଡି ଦିଅନ୍ତି । ଭକ୍ତିରେ ତ ମନୁଷ୍ୟ ବହୁତ ଧକ୍କା ଖାଇଥାନ୍ତି । ଏଥିରେ ଧକ୍କା ଖାଇବାର କୌଣସି କଥା ନାହିଁ । ବାବାଙ୍କ ସ୍ମୃତିରେ ହିଁ ରହିବାକୁ ହେବ । ପଛକୁ କାହାର ସ୍ମୃତି ନ ଆସୁ । ଘର ଗୃହସ୍ଥରେ ତ ରହିବାକୁ ପଡିବ । ବାକି ସମୟ ବାହାର କରିବାକୁ ହେବ । ବିଦ୍ୟାର୍ଥୀଙ୍କର ପାଠପଢାର ସଉକ ରହିଥାଏ ନା । ଏହା ହେଉଛି ପାଠପଢା, ନିଜକୁ ଆତ୍ମା ନ ଭାବିବା ଦ୍ୱାରା ପିତା-ଶିକ୍ଷକ-ଗୁରୁ ସମସ୍ତଙ୍କୁ ଭୁଲିଯାଉଛନ୍ତି । ଏକାନ୍ତରେ ବସି ଏହିପରି ବିଚାର କର । ଗୃହସ୍ଥୀ ଘରେ ତ ବାତାବରଣ ଠିକ୍ ନଥାଏ । ଯଦି ଅଲଗା ପ୍ରବନ୍ଧ ଅଛି, ତେବେ ଗୋଟିଏ କୋଠରୀରେ ଏକାନ୍ତରେ ବସିଯାଅ । ମାତାମାନଙ୍କୁ ତ ଦିନରେ ମଧ୍ୟ ସମୟ ମିଳିଥାଏ । ସେହି ସମୟରେ ପିଲାମାନେ ସ୍କୁଲ୍କୁ ଚାଲିଯାଆନ୍ତି । ତେଣୁ ଯେତେ ସମୟ ମିଳୁଛି ଏକାନ୍ତରେ ବସି ବାବାଙ୍କୁ ମନେପକାଇବାର ଚେଷ୍ଟା କର । ତୁମର ତ ଗୋଟିଏ ଘର, ବାବାଙ୍କର ତ କେତେ ଢେର ଦୋକାନ ରହିଛି, ଆହୁରି ହିଁ ବୃଦ୍ଧି ହୋଇ ଚାଲିବ । ମନୁଷ୍ୟମାନଙ୍କର ଧନ୍ଦାର ଚିନ୍ତା ରହିଲେ ନିଦ ମଧ୍ୟ ଭାଙ୍ଗିଯାଏ । ଏହା ମଧ୍ୟ ବ୍ୟବସାୟ ଅଟେ ନା । ଇଏ କେତେ ବଡ ଦଲାଲ୍ ଅଟନ୍ତି । କେତେ ଅଦଳ ବଦଳ କରୁଛନ୍ତି । ପୁରୁଣା ଶରୀର ନେଇ ନୂଆ ଦେଉଛନ୍ତି, ସମସ୍ତଙ୍କୁ ରାସ୍ତା ବତାଉଛନ୍ତି । ଏହି ଧନ୍ଦା ମଧ୍ୟ ତାଙ୍କୁ କରିବାକୁ ହେବ । ଏହି ବ୍ୟବସାୟ ତ ବହୁତ ବଡ । ବ୍ୟବସାୟୀଙ୍କୁ ବ୍ୟବସାୟର ହିଁ ଖିଆଲ ରହିଥାଏ । ବାବା ଏହିପରି ଅଭ୍ୟାସ କରି କହୁଛନ୍ତି ଏଭଳି କର । ଯେତେ ତୁମେ ବାବାଙ୍କ ସ୍ମୃତିରେ ରହିବ ସ୍ୱତଃ ହିଁ ନିଦ ଭାଙ୍ଗିଯିବ । ରୋଜଗାରରେ ଆତ୍ମାକୁ ବହୁତ ମଜା ଲାଗିଥାଏ । ରୋଜଗାର ପାଇଁ ମନୁଷ୍ୟ ରାତ୍ରିରେ ମଧ୍ୟ ଉଜାଗର ରହିଥାନ୍ତି । ସିଜନ୍ରେ ସାରା ରାତି ମଧ୍ୟ ଦୋକାନ ଖୋଲା ରହିଥାଏ । ତୁମର ରୋଜଗାର ମଧ୍ୟ ରାତ୍ରିରେ ଏବଂ ସକାଳେ ବହୁତ ଭଲ ହେବ । ତୁମେ ସ୍ୱଦର୍ଶନ ଚକ୍ରଧାରୀ ଏବଂ ତ୍ରିକାଳଦର୍ଶୀ ହେଉଛ । ସେଥିପାଇଁ ୨୧ ଜନ୍ମ ପାଇଁ ଧନ ଏକତ୍ର କରୁଛ । ମନୁଷ୍ୟ ସାହୁକାର ହେବା ପାଇଁ ପୁରୁଷାର୍ଥ କରିଥାନ୍ତି । ତୁମେ ମଧ୍ୟ ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଏବଂ ବଳ ମଧ୍ୟ ମିଳିବ । ଯୋଗର ଯାତ୍ରାରେ ନ ରହିଲେ ବହୁତ କ୍ଷତି ହେବ କାହିଁକି ନା ମୁଣ୍ଡ ଉପରେ ପାପର ବୋଝ ବହୁତ ରହିଛି । ସେଥିପାଇଁ ଏବେ ଜମା କରିବାକୁ ହେବ, ଜଣଙ୍କୁ ହିଁ ମନେ ପକାଇ ତ୍ରିକାଳଦର୍ଶୀ ହେବାକୁ ପଡିବ । ଏହି ଅବିନାଶୀ ଧନ ଅଧାକଳ୍ପ ପାଇଁ ଏକତ୍ର କରିବାକୁ ହେବ । ଏହା ତ ବହୁତ ମୂଲ୍ୟବାନ ଅଟେ । ତେଣୁ ବିଚାର ସାଗର ମନ୍ଥନ କରି ରତ୍ନ ବାହାର କରିବାକୁ ହେବ । ବାବା ନିଜେ ବିଚାର ସାଗର ମନ୍ଥନ କରିବା ସହିତ ପିଲାମାନଙ୍କୁ ମଧ୍ୟ ଯୁକ୍ତି ବତାଉଛନ୍ତି । କହୁଛନ୍ତି ବାବା ମାୟାର ବହୁତ ତୁଫାନ ଆସୁଛି ।

ବାବା କହୁଛନ୍ତି ଯେତେ ଦୂର ସମ୍ଭବ ନିଜର ରୋଜଗାର କର, ଏହି ରୋଜଗାର ହିଁ କାମରେ ଆସିବ । ଏକାନ୍ତରେ ବସି ବାବାଙ୍କୁ ମନେ ପକାଇବାକୁ ହେବ । ଫୁରସତ୍ ଥିଲେ ମନ୍ଦିର ଆଦିରେ ମଧ୍ୟ ବହୁତ ସେବା କରିପାରିବ । ସେଥିପାଇଁ ସର୍ବଦା ବ୍ୟାଜ୍ ପିନ୍ଧିଥିବା ଦରକାର । ସମସ୍ତେ ବୁଝିଯିବେ ଏମାନେ ହେଲେ ଆତ୍ମିକ ସେନା । ତୁମେ ଲେଖୁଛ ମଧ୍ୟ ଆମେ ସ୍ୱର୍ଗର ସ୍ଥାପନା କରୁଛୁ । ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ଏବେ ନାହିଁ ଯାହାକୁ ପୁଣି ସ୍ଥାପନ କରୁଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟନ୍ତି ନା । କୌଣସି ସମୟରେ ଟ୍ରାନ୍ସଲାଇଟ୍ର ଚିତ୍ର ବ୍ୟାଟେରୀ ସହିତ ନେଇ ପରିକ୍ରମା କରି ସମସ୍ତଙ୍କୁ କହିବ, ଏହି ରାଜ୍ୟ ଆମେ ସ୍ଥାପନ କରୁଛୁ । ଏହି ଚିତ୍ର ସବୁଠାରୁ ଫାଷ୍ଟ କ୍ଲାସ୍ ଅଟେ । ଏହି ଚିତ୍ର ବହୁତ ପ୍ରସିଦ୍ଧ ହୋଇଯିବ । କେବଳ ଜଣେ ଲକ୍ଷ୍ମୀ-ନାରାୟଣ ନଥିଲେ, ତାଙ୍କର ରାଜଧାନୀ ଥିଲା ନା । ଏହି ସ୍ୱରାଜ୍ୟ ବର୍ତ୍ତମାନ ସ୍ଥାପନ ହେଉଛି । ତେଣୁ ବାବା କହୁଛନ୍ତି ମନମନାଭବ । ବାବାଙ୍କୁ ମନେ ପକାଅ ତେବେ ଯାଇ ବିକର୍ମ ବିନାଶ ହେବ । କହୁଛନ୍ତି ଆମେ ଗୀତାର ସପ୍ତାହ ପାଳନ କରିବୁ । ଏହି ସବୁ ଯୋଜନା କଳ୍ପ ପୂର୍ବ ସଦୃଶ ପ୍ରସ୍ତୁତ ହେଉଛି । ପରିକ୍ରମାରେ ଏହି ଚିତ୍ର ନେବାକୁ ପଡିବ । ଏହାଙ୍କୁ ଦେଖି ସମସ୍ତେ ଖୁସି ହେବେ । ତୁମେ କହିବ ବାବାଙ୍କୁ ଏବଂ ସ୍ୱର୍ଗକୁ ମନେ ପକାଅ, ମନମନାଭବ । ଏହା ଗୀତାର ଅକ୍ଷର ନା । ଭଗବାନ ଶିବବାବା ଅଟନ୍ତି, ସେ କହୁଛନ୍ତି ମୋତେ ୟାଦ କଲେ ବିକର୍ମ ବିନାଶ ହେବ । ୮୪ ଜନ୍ମର ଚକ୍ରକୁ ସ୍ମୃତିରେ ଆଣ ତେବେ ଏହିପରି ଲକ୍ଷ୍ମୀ-ନାରାୟଣ ହୋଇଯିବ । ଲିଟ୍ରେଚର ମଧ୍ୟ ତୁମେ ଉପହାରରେ ଦିଅ । ଶିବବାବାଙ୍କ ଭଣ୍ଡାର ତ ସଦା ଭରପୂର ରହିଛି । ଆଗକୁ ଗଲେ ବହୁତ ସେବା ହେବ । ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ କେତେ ସ୍ପଷ୍ଟ ଅଟେ । ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା, ବହୁତ ସାହୁକାର ଥିଲ । ମନୁଷ୍ୟମାନେ ଚାହୁଁଛନ୍ତି ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ହେଉ । ମନୁଷ୍ୟ ଯାହା ଚାହୁଁଛନ୍ତି ତାର ଲକ୍ଷଣ ଏବେ ଦେଖାଯାଉଛି ପୁଣି ଧିରେ-ଧିରେ ବୁଝିଯିବେ ଯେ ଏମାନେ ତ ଠିକ୍ କହୁଛନ୍ତି । ଶତ ପ୍ରତିଶତ ପବିତ୍ରତା, ସୁଖ, ଶାନ୍ତିର ରାଜ୍ୟ ପୁନର୍ବାର ସ୍ଥାପନ କରୁଛନ୍ତି ପୁଣି ତୁମର ଖୁସି ମଧ୍ୟ ରହିବ । ବାବାଙ୍କ ସ୍ମୃତିରେ ରହିଲେ ହିଁ ତୀର ଲାଗିବ । ଶାନ୍ତିରେ ରହି ଅଳ୍ପ କଥା କହିବା ଉଚିତ୍ । ଅଧିକ ଆବାଜ କରିବାର ନାହିଁ । ଗୀତ, କବିତା ଆଦି କିଛି ବି ବାବା ପସନ୍ଦ କରୁ ନାହାଁନ୍ତି । ବାହାରର ମନୁଷ୍ୟମାନଙ୍କ ସହିତ ମନଉଣା କରିବା ଉଚିତ୍ ନୁହେଁ । ତୁମର କଥା ହିଁ ଅଲଗା । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ ବାସ୍ । ଭଲ ସ୍ଲୋଗାନ ମଧ୍ୟ ଥିବା ଦରକାର ଯେପରି ମନୁଷ୍ୟ ପଢି ଜାଗ୍ରତ ହେବେ । ପିଲାମାନଙ୍କର ବୃଦ୍ଧି ହୋଇ ଚାଲିଛି । ସମ୍ପତ୍ତି ତ ଭରପୂର ରହିଛି । ପିଲାମାନେ ଯାହା ଦେଇଛନ୍ତି ତାହା ପୁଣି ତାଙ୍କରି କାମରେ ହିଁ ଆସୁଛି । ବାବା ତ ପଇସା ନେଉ ନାହାଁନ୍ତି । ତୁମ ଜିନିଷ ତୁମ କାମରେ ହିଁ ଆସୁଛି । ଭାରତବାସୀ ଜାଣିଛନ୍ତି ଆମେ ବହୁତ ସୁଧାରୁଛୁ । ୫ ବର୍ଷ ଭିତରେ ଏତେ ଶସ୍ୟ ହେବ ଯେ ଶସ୍ୟର କେବେ ଅଭାବ ରହିବ ନାହିଁ । ତୁମେ ଜାଣିଛ ଏପରି ଅବସ୍ଥା ହେବ ଖାଇବାକୁ ଅନ୍ନ ମଧ୍ୟ ମିଳିବ ନାହିଁ । ଏପରି ନୁହେଁ ଯେ ଶସ୍ୟ ଶସ୍ତା ହୋଇଯିବ ।

ତୁମେମାନେ ଜାଣିଛ ଯେ ଆମେ ୨୧ ଜନ୍ମ ପାଇଁ ନିଜର ରାଜ୍ୟ-ଭାଗ୍ୟ ପ୍ରାପ୍ତ କରୁଛୁ । ଅଳ୍ପ ବହୁତ ଅସୁବିଧା ତ ସହନ କରିବାକୁ ହିଁ ହେବ । କୁହାଯାଏ ଖୁସି ପରି ଖୋରାକ ନାହିଁ । ଅତୀନ୍ଦ୍ରିୟ ସୁଖ ପାଇଁ ଗୋପ-ଗୋପୀଙ୍କର ଗାୟନ ରହିଛି । ଢେର ସନ୍ତାନ ହୋଇଯିବେ । ଯେଉଁମାନେ ଏହି ଦେବୀ-ଦେବତା ଧର୍ମର ହୋଇଥିବେ ସେମାନେ ଆସିଯିବେ । ଏହିଠାରେ ହିଁ ବୃକ୍ଷ ବଢିବ ନା । ବର୍ତ୍ତମାନ ସ୍ଥାପନା ହେଉଛି । ଅନ୍ୟ ଧର୍ମରେ ଏପରି ହେଉ ନାହିଁ । ସେମାନେ ତ ଉପରୁ ଆସୁଛନ୍ତି । ଏହା ତ ଯେପରି ବୃକ୍ଷ ସ୍ଥାପନ ହୋଇ ରହିଛି । ଏଥିରେ ପୁଣି କ୍ରମାନ୍ୱୟରେ ଆସି ବୃଦ୍ଧି ହୋଇଯିବେ । ଅସୁବିଧା କିଛି ହେଲେ ନାହିଁ । ସେମାନଙ୍କୁ ତ ଉପରୁ ଆସି ଅଭିନୟ କରିବାକୁ ହିଁ ପଡିବ, ଏଥିରେ ମହିମାର କଣ କଥା ରହିଛି । ଧର୍ମସ୍ଥାପକଙ୍କର ପଛରେ ଆସୁଛନ୍ତି । ସେମାନେ ସଦ୍ଗତିର କଣ ଶିକ୍ଷା ଦେବେ ? କିଛି ବି ନୁହେଁ । ଏଠାରେ ତ ବାବା ଭବିଷ୍ୟତ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ସଂଗମଯୁଗରେ ନୂଆ ଚାରା ଲଗାଉଛନ୍ତି ନା । ପ୍ରଥମେ ଚାରାକୁ କୁଣ୍ଡରେ ଲଗାଇ ପୁଣି ତଳେ ଲଗାଇ ଦେଇଥାନ୍ତି । ଏହା ପୁଣି ବୃଦ୍ଧି ହେବାକୁ ଲାଗେ । ତୁମେ ମଧ୍ୟ ଏବେ ଗଛ ଲଗାଉଛ ଅର୍ଥାତ୍ ଅନ୍ୟମାନଙ୍କୁ ବୁଝାଉଛ ପୁଣି ସତ୍ୟଯୁଗରେ ବୃଦ୍ଧି ହୋଇ ରାଜ୍ୟ-ଭାଗ୍ୟ ପ୍ରାପ୍ତ କରିବେ । ତୁମେ ନୂଆ ଦୁନିଆର ସ୍ଥାପନା କରୁଛ । ମନୁଷ୍ୟ ଭାବୁଛନ୍ତି କଳିଯୁଗରେ ଏବେ ବହୁତ ବର୍ଷ ବାକି ରହିଛି କାହିଁକି ନା ଶାସ୍ତ୍ରରେ ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇଛନ୍ତି । ଭାବୁଛନ୍ତି କଳିଯୁଗ ଏବେ ୪୦ ହଜାର ବର୍ଷ ବାକି ରହିଛି ପୁଣି ବାବା ଆସି ନୂଆ ଦୁନିଆ କରାଇବେ । କେହି କେହି ଭାବୁଛନ୍ତି ଏହା ସେହି ମହାଭାରତ ଲଢେଇ ଅଟେ । ଗୀତାର ଭଗବାନ ମଧ୍ୟ ନିଶ୍ଚୟ ରହିଥିବେ । ତୁମେ କହୁଛ କୃଷ୍ଣ ତ ନଥିଲେ । ବାବା ବୁଝାଉଛନ୍ତି କୃଷ୍ଣ ତ ୮୪ ଜନ୍ମ ନେଉଛନ୍ତି । ଜଣଙ୍କର ଚେହେରା ଅନ୍ୟ ଜଣଙ୍କ ସହିତ ମିଶିପାରିବ ନାହିଁ । ତେବେ ଏଠାକୁ ପୁଣି କୃଷ୍ଣ କିପରି ଆସିବେ । କେହି ମଧ୍ୟ ଏହି କଥା ଉପରେ ବିଚାର କରୁ ନାହାଁନ୍ତି । ତୁମେ ଜାଣୁଛ କୃଷ୍ଣ ସ୍ୱର୍ଗର ରାଜକୁମାର ଥିଲେ ପୁଣି ସେ ଦ୍ୱାପରରେ କୁଆଡୁ ଆସିବେ । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ରକୁ ଦେଖିଲେ ହିଁ ବୁଝି ହୁଏ ଯେ ଶିବବାବା ଏହି ସମ୍ପତ୍ତି ଦେଉଛନ୍ତି । ସତ୍ୟଯୁଗର ସ୍ଥାପନା ବାବା ହିଁ କରୁଛନ୍ତି । ଏହି ସୃଷ୍ଟିଚକ୍ର, ବୃକ୍ଷ ଆଦିର ଚିତ୍ର କଣ କମ୍ କି । ଏକଦା ତୁମ ପାଖରେ ଏହି ଚିତ୍ର ଟ୍ରାନସ୍ ଲାଇଟ୍ର ତିଆରି ହୋଇଯିବ । ପୁଣି ସମସ୍ତେ କହିବେ ଆମର ଏହିପରି ଚିତ୍ର ଦରକାର । ଏହି ଚିତ୍ର ଦ୍ୱାରା ପୁଣି ବିହଙ୍ଗ ମାର୍ଗର ସେବା ହୋଇଯିବ । ତୁମ ପାଖକୁ ଏତେ ସନ୍ତାନ ଆସିବେ ଯେ ଫୁରସତ ମିଳିବ ନାହିଁ । ଢେର ଆସିବେ । ତୁମକୁ ବହୁତ ଖୁସି ଲାଗିବ । ଦିନକୁ ଦିନ ତୁମର ଫୋର୍ସ ବଢିଚାଲିବ । ଡ୍ରାମା ଅନୁସାରେ ଯେଉଁମାନେ ଫୁଲ ହେବେ ତାଙ୍କୁ ଅନୁଭବ ହେବ । ତୁମକୁ ଏପରି କହିବାକୁ ପଡିବ ନାହିଁ ଯେ ବାବା ଏହାଙ୍କୁ ଅନୁଭବ କରାଅ । ବାବା କଣ ଅନୁଭବ କରାନ୍ତି କି । ଉଚିତ୍ ସମୟରେ ସ୍ୱତଃ ଅନୁଭବ ହେବ । ବାବା ତ ରାସ୍ତା ବତାଇବେ ନା । ବହୁତ ମାତାମାନେ ଲେଖୁଛନ୍ତି ଯେ ଆମ ସ୍ୱାମୀକୁ ଅନୁଭବ କରାଅ । ଏପରି ସମସ୍ତଙ୍କୁ ଅନୁଭବ କରାଇବି ତେବେ ତ ସମସ୍ତେ ସ୍ୱର୍ଗରେ ଏକତ୍ର ହୋଇଯିବେ । ପାଠପଢାରେ ହିଁ ପରିଶ୍ରମ ରହିଛି । ତୁମେ ଈଶ୍ୱରୀୟ ସେବାଧାରୀ ନା । ସତ୍ୟକଥା ବାବା ପୂର୍ବରୁ ହିଁ ବତାଇ ଦେଉଛନ୍ତି କଣ କଣ ସବୁ କରିବାକୁ ହେବ । ଏହିପରି ଚିତ୍ର ନେଇଯିବାକୁ ପଡିବ । ସିଡିର ଚିତ୍ର ମଧ୍ୟ ନେବାକୁ ପଡିବ । ଡ୍ରାମା ଅନୁସାରେ ସ୍ଥାପନା ତ ନିଶ୍ଚିତ ହେବ । ବାବା ସେବା ପାଇଁ ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ହେବ । ବାବା କହୁଛନ୍ତି ଭିନ୍ନ-ଭିନ୍ନ ରକମର ଲକ୍ଷ-ଲକ୍ଷ ବ୍ୟାଜ୍ ବନାଅ । ଟ୍ରେନ୍ରେ ଟିକେଟ୍ କରି ୧୦୦ ମାଇଲ୍ ପର୍ଯ୍ୟନ୍ତ ସେବା କରି ଆସ । ଗୋଟିଏ ଡବାରୁ ଦ୍ୱିତୀୟ ଡବା, ପୁଣି ତୃତୀୟ ଡବା, ଏଭଳି ସେବା କର, ଏହା ବହୁତ ସହଜ ଅଟେ । ପିଲାମାନଙ୍କୁ ସେବାର ସଉକ ରହିବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବିଚାର ସାଗର ମନ୍ଥନ କରି ଭଲ-ଭଲ ରତ୍ନ ବାହାର କରିବାକୁ ହେବ, ରୋଜଗାର ଜମା କରିବାକୁ ହେବ । ସଚ୍ଚା-ସଚ୍ଚା ଈଶ୍ୱରୀୟ ସେବାଧାରୀ ହୋଇ ସେବା କରିବାକୁ ପଡିବ ।

(୨) ପାଠପଢା ପ୍ରତି ବହୁତ ସଉକ ରହିବାକୁ ହେବ । ଯେତେବେଳେ ବି ସମୟ ମିଳୁଛି ଏକାନ୍ତକୁ ଚାଲିଯିବା ଦରକାର । ଏପରି ଅଭ୍ୟାସ ହେଉ ଯେପରି ଜୀବିତ ଥାଇ ମଧ୍ୟ ଏହି ଶରୀରରୁ ମରିଯାଇଛୁ, ଏହିଭଳି ସ୍ଥିତିର ଅନୁଭବ ହେଉ । ଦେହର ସ୍ମୃତି ମଧ୍ୟ ଭୁଲି ହୋଇଯାଉ ।

ବରଦାନ:-
ଭିନ୍ନତାକୁ ସମାପ୍ତ କରି ଏକତା ସୃଷ୍ଟି କରୁଥିବା ସଚ୍ଚା ସେବାଧାରୀ ହୁଅ ।

ବ୍ରାହ୍ମଣ ପରିବାରର ବିଶେଷତା ହେଲା ଅନେକ ହୋଇଥିଲେ ମଧ୍ୟ ଏକ । ତୁମମାନଙ୍କର ଏକତା ଦ୍ୱାରା ହିଁ ସାରା ବିଶ୍ୱରେ ଏକ ଧର୍ମ, ଏକ ରାଜ୍ୟର ସ୍ଥାପନା ହେଉଛି ସେଥିପାଇଁ ବିଶେଷ ଭାବରେ ଧ୍ୟାନ ଦେଇ ଭିନ୍ନତାକୁ ସମାପ୍ତ କର ଏବଂ ଏକତା ସୃଷ୍ଟି କର ତେବେ କୁହାଯିବ ସଚ୍ଚା ସେବାଧାରୀ । ସେବାଧାରୀ ନିଜ ପାଇଁ ନୁହେଁ କିନ୍ତୁ ସେବା ପାଇଁଥାନ୍ତି । ନିଜର ସବୁ କିଛି ସେବାରେ ସ୍ୱାହା କରିଦିଅନ୍ତି, ଯେପରି ସାକାର ବାବା ସେବାରେ ନିଜର ହାଡ ମଧ୍ୟ ସ୍ୱାହା କରି ଦେଇଥିଲେ ଅର୍ଥାତ୍ ଶରୀର-ମନ-ଧନ ସବୁ କିଛି ସମ୍ପୂର୍ଣ୍ଣ ସମର୍ପଣ କରିଦେଇଥିଲେ ସେହିପରି ତୁମର ପ୍ରତ୍ୟେକ କର୍ମେନ୍ଦ୍ରିୟ ଦ୍ୱାରା ସେବା ହେଉଥାଉ ।

ସ୍ଲୋଗାନ:-
ପରମାତ୍ମ ସ୍ନେହରେ ହଜିଯାଅ ତେବେ ଦୁଃଖର ଦୁନିଆ ଭୁଲି ହୋଇଯିବ ।