05.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଆତ୍ମା ଏବଂ ଶରୀର ଯାହାକି ପତିତ ଏବଂ କଳା ହୋଇଯାଇଛନ୍ତି, ବାବାଙ୍କୁ ମନେ ପକାଇ ଏମାନଙ୍କୁ ପବିତ୍ର କର କାହିଁକି ନା ଏବେ ପବିତ୍ର ଦୁନିଆକୁ ଯିବାକୁ ହେବ ।

ପ୍ରଶ୍ନ:-
ଭଗବାନ କେଉଁ ପିଲାମାନଙ୍କୁ ମିଳୁଛନ୍ତି, ବାବା କେଉଁ ହିସାବ ବତାଇ ଦେଇଛନ୍ତି?

ଉତ୍ତର:-
ଯେଉଁମାନେ ଆରମ୍ଭରୁ ଭକ୍ତି କରି ଆସିଛନ୍ତି, ସେହିମାନଙ୍କୁ ହିଁ ଭଗବାନ ମିଳୁଛନ୍ତି । ବାବା ଏହି ହିସାବ ବତାଇଛନ୍ତି ଯେ ପ୍ରଥମେ ତୁମେମାନେ ହିଁ ଭକ୍ତି କରୁଛ ସେଥିପାଇଁ ତୁମକୁ ହିଁ ପ୍ରଥମେ-ପ୍ରଥମେ ଭଗବାନଙ୍କ ଦ୍ୱାରା ଜ୍ଞାନ ମିଳୁଛି, ଯାହା ଦ୍ୱାରା ତୁମେ ନୂଆ ଦୁନିଆରେ ରାଜ୍ୟ କରୁଛ । ବାବା କହୁଛନ୍ତି ତୁମେମାନେ ଅଧାକଳ୍ପ ହେଲା ମୋତେ ମନେ ପକାଇ ଆସିଛ ତେଣୁ ଏବେ ତୁମମାନଙ୍କୁ ଭକ୍ତିର ଫଳ ଦେବାପାଇଁ ହିଁ ମୁଁ ଆସିଛି ।

ଗୀତ:-
ମରନା ତେରି ଗଲୀ ମେଁ....

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଯେବେ କେହି ମରିଯାଇଥାନ୍ତି ତେବେ ବାପାଙ୍କ ପାଖରେ ଜନ୍ମ ନେଇଥାନ୍ତି । ତୁମେମାନେ ଜାଣିଛ ଯେ ଆମେ ଆତ୍ମା ଅଟୁ । ତାହା ହୋଇଗଲା ଶରୀରର ମୃତ୍ୟୁ କଥା । ଆତ୍ମା ଗୋଟିଏ ଶରୀର ଛାଡି ପୁଣି ଅନ୍ୟ ଏକ ପିତାଙ୍କ ପାଖକୁ ଯାଇଥାଏ । ତୁମେମାନେ ଜନ୍ମ-ଜନ୍ମାନ୍ତର ଅନେକ ସାକାରୀ ପିତାଙ୍କୁ ପାଇଛ । ଅସଲରେ ତୁମେ ହେଉଛ ନିରାକାରୀ ବାବାଙ୍କର ସନ୍ତାନ । ତୁମେ ଆତ୍ମାମାନେ ପରମପିତା ପରମାତ୍ମାଙ୍କର ସନ୍ତାନ ଅଟ, ସେଠାକାର ବାସିନ୍ଦା ମଧ୍ୟ ଅଟ, ଯାହାକୁ ନିର୍ବାଣଧାମ ବା ଶାନ୍ତିଧାମ କୁହାଯାଇଥାଏ । ବାବା ମଧ୍ୟ ସେଠାରେ ରହିଥାନ୍ତି । ଏଠାକୁ ତୁମେ ଆସି ଲୌକିକ ପିତାଙ୍କର ସନ୍ତାନ ହେଉଛ, ପୁଣି ସେହି ପିତାକୁ ଭୁଲିଯାଉଛ । ସତ୍ୟଯୁଗରେ ତୁମେ ସୁଖୀ ହୋଇଯାଉଛ, ତେଣୁ ସେହି ପାରଲୌକିକ ପିତାଙ୍କୁ ଭୁଲିଯାଉଛ । ତୁମେ ସୁଖ ସମୟରେ ସେହି ବାବାଙ୍କୁ ସ୍ମରଣ କରୁନାହଁ । ଦୁଃଖରେ ୟାଦ କରୁଛ ଏବଂ ଆତ୍ମା ହିଁ ୟାଦ କରୁଛି । ଯେବେ ଲୌକିକ ପିତାଙ୍କୁ ୟାଦ କରିଥାନ୍ତି ତେବେ ବୁଦ୍ଧି ଶରୀର ଆଡକୁ ରହିଥାଏ । ସେହି ବାବାଙ୍କୁ ୟାଦ କରିବ ତେବେ ବି କହିବ ତ ବାବା, ଉଭୟ ବାବା ହିଁ ଅଟନ୍ତି । ବାବା ହିଁ ସଠିକ୍ ଅକ୍ଷର ଅଟେ । ସିଏ ବି ପିତା, ଇଏ ବି ପିତା ଅଟନ୍ତି । ଯଦି ଆତ୍ମା ରୁହାନୀ ବାବାଙ୍କୁ ୟାଦ କରିଥାଏ ତେବେ ବୁଦ୍ଧି ସେଠାକୁ ଚାଲିଯାଇଥାଏ । ଏକଥା ବାବା ବସି ବୁଝାଉଛନ୍ତି । ଏବେ ତୁମେମାନେ ଜାଣୁଛ ଯେ ବାବା ଆସିଛନ୍ତି, ଆମକୁ ନିଜର କରିଛନ୍ତି । ବାବା କହୁଛନ୍ତି - ପ୍ରଥମେ-ପ୍ରଥମେ ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି । ତୁମେ ବହୁତ ସାହୁକାର ଥିଲ ପୁଣି ୮୪ ଜନ୍ମ ନେଇ ଡ୍ରାମାର ପ୍ଲାନ ଅନୁସାରେ ଏବେ ତୁମେ ଦୁଃଖୀ ହୋଇଯାଇଛ । ଡ୍ରାମା ଅନୁସାରେ ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ତୁମର ଆତ୍ମା ଏବଂ ଏହି ଶରୀର ରୂପୀ ବସ୍ତ୍ର ସତ୍ୱପ୍ରଧାନ ଥିଲା ପୁଣି ସୁବର୍ଣ୍ଣ ଯୁଗରୁ ଆତ୍ମା ରୌପ୍ୟ ଯୁଗକୁ ଆସିଲା ତେବେ ଶରୀର ମଧ୍ୟ ରୌପ୍ୟଯୁଗକୁ ଆସିଲା ପୁଣି ତାମ୍ର ଯୁଗରେ ଆସିଲା । ଏବେ ତୁମର ଆତ୍ମା ବିଲକୁଲ୍ ହିଁ ପତିତ ହୋଇଯାଇଛି, ତେଣୁ ଶରୀର ମଧ୍ୟ ପତିତ ଅଟେ । ଯେପରି ୧୪ କ୍ୟାରେଟ୍‌ର ସୁନା କେହି ପସନ୍ଦ କରିନଥାନ୍ତି କାରଣ ଏହା କଳା ପଡିଯାଇଥାଏ । ତୁମେମାନେ ମଧ୍ୟ ଏବେ କଳା ତମୋପ୍ରଧାନ ହୋଇଗଲଣି । ଏବେ ଆତ୍ମା ଏବଂ ଶରୀର ଏପରି କଳା ହୋଇ ଯାଇଛି ପୁଣି ପବିତ୍ର କିପରି ହେବ । ଯଦି ଆତ୍ମା ପବିତ୍ର ହେବ ତେବେ ଶରୀର ମଧ୍ୟ ପବିତ୍ର ମିଳିବ । ତାହା କିପରି ହେବ? କଣ ଗଙ୍ଗା ସ୍ନାନ କରିବା ଦ୍ୱାରା? ନା, ଡାକିଥାନ୍ତି - ହେ ପତିତ-ପାବନ ଆସ । ଏକଥା ଆତ୍ମା କହୁଛି ତେଣୁ ବୁଦ୍ଧି ପାରଲୌକିକ ବାବାଙ୍କ ଆଡକୁ ଚାଲିଯାଉଛି । ହେ ବାବା, ଦେଖ ବାବା ଅକ୍ଷର ହିଁ କେତେ ମିଠା ଅଟେ । ଭାରତରେ ହିଁ ବାବା-ବାବା କହୁଛନ୍ତି । ଏବେ ତୁମେ ଆତ୍ମ ଅଭିମାନୀ ହୋଇ ବାବାଙ୍କର ହୋଇଛ । ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି, ତୁମେ ନୂଆ ଶରୀର ଧାରଣ କରିଥିଲ । ଏବେ ତୁମେ କଣ ହୋଇଗଲଣି । ଏହି କଥା ସର୍ବଦା ମନରେ ରହିବା ଦରକାର । ବାବାଙ୍କୁ ହିଁ ୟାଦ କରିବା ଉଚିତ୍ । ୟାଦ ସମସ୍ତେ କରୁଛନ୍ତି ନା - ହେ ବାବା, ଆମେ ସବୁ ଆତ୍ମାମାନେ ପତିତ ହୋଇଯାଇଛୁ, ଏବେ ତୁମେ ଆସ, ଆସି ପବିତ୍ର କର । ଡ୍ରାମାରେ ଏହି ପାର୍ଟ ମଧ୍ୟ ଅଛି, ସେଥିପାଇଁ ତ ଡାକୁଛନ୍ତି । ବାବା ଡ୍ରାମାର ପ୍ଲାନ ଅନୁସାରେ ସେତେବେଳେ ଆସିବେ ଯେତେବେଳେ ପୁରୁଣା ଦୁନିଆରୁ ନୂଆ ହୋଇଥାଏ । ତେବେ ନିଶ୍ଚିତ ବାବା ସଂଗମ ଯୁଗରେ ହିଁ ଆସିବେ ନା । ତୁମମାନଙ୍କର ନିଶ୍ଚୟ ରହିଛି - ବାବା ସବୁଠାରୁ ପ୍ରିୟ ଅଟନ୍ତି । କହନ୍ତି ମଧ୍ୟ ମିଠା, ଅତି ମିଠା... ଏବେ ମିଠା କିଏ? ଲୌକିକ ସମ୍ବନ୍ଧରେ ପ୍ରଥମେ ପିତା, ଯିଏ ଜନ୍ମ ଦେଉଛନ୍ତି । ପୁଣି ଶିକ୍ଷକ । ଶିକ୍ଷକଙ୍କ ପାଖରୁ ପାଠପଢି ତୁମେ ପଦ ପାଉଛ । ଜ୍ଞାନକୁ ରୋଜଗାରର ଉତ୍ସ ବୋଲି କୁହାଯାଏ । ଜ୍ଞାନ ହେଉଛି ନଲେଜ, ଯୋଗ ହେଲା ୟାଦ । ତେବେ ଏହି ବେହଦର ଜ୍ଞାନ ବିଷୟରେ କେହି ଜାଣିନାହାଁନ୍ତି । ଚିତ୍ରରେ ମଧ୍ୟ ସ୍ପଷ୍ଟ ଦେଖାଯାଇଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ଶିବବାବା କରାଉଛନ୍ତି । କୃଷ୍ଣ କିପରି ରାଜଯୋଗ ଶିଖାଇବେ । ରାଜଯୋଗ ଶିଖାଉଛନ୍ତି ହିଁ ସତ୍ୟଯୁଗ ପାଇଁ । ତେବେ ନିଶ୍ଚିତ ସଂଗମଯୁଗରେ ବାବା ଶିଖାଇଥିବେ । ସତ୍ୟଯୁଗର ସ୍ଥାପନାକର୍ତ୍ତା ହେଉଛନ୍ତି ବାବା । ବ୍ରହ୍ମାଙ୍କ ଦ୍ୱାରା କରାଉଛନ୍ତି, ସିଏ କରନକରାବନହାର ଅଟନ୍ତି ନା । ଲୋକମାନେ ତ ତ୍ରିମୂର୍ତ୍ତି ବ୍ରହ୍ମା ବୋଲି କହିଦେଉଛନ୍ତି । କିନ୍ତୁ ଉଚ୍ଚରୁ ଉଚ୍ଚ ଶିବ ଅଟନ୍ତି ନା । ସିଏ ସାକାର, ଇଏ ନିରାକାର ଅଟନ୍ତି । ଏହି ସୃଷ୍ଟି ମଧ୍ୟ ରହିଛି । ଏହି ସୃଷ୍ଟିରେ ହିଁ ଚକ୍ର ଘୂରି ଚାଲିଛି, ଏହାର ପୁନରାବୃତ୍ତି ହେଉଛି । ସୂକ୍ଷ୍ମବତନରେ ସୃଷ୍ଟିଚକ୍ରର ଗାୟନ କରାଯାଏ ନାହିଁ । ବିଶ୍ୱର ଇତିହାସ-ଭୂଗୋଳ ପୁନରାବୃତ୍ତି ହେଉଛି । ଗାଉଛନ୍ତି ମଧ୍ୟ ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ । ମଝିରେ ନିଶ୍ଚିତ ସଂଗମଯୁଗ ରହିବା ଦରକାର । ନହେଲେ କଳିଯୁଗକୁ ସତ୍ୟଯୁଗ କିଏ କରାଇବ! ନର୍କବାସୀମାନଙ୍କୁ ସ୍ୱର୍ଗବାସୀ କରିବା ପାଇଁ ବାବା ସଂଗମରେ ହିଁ ଆସୁଛନ୍ତି । ଦୁନିଆ ଯେତେ ପୁରୁଣା ହେଉଛି ସେତେ ଅଧିକ ଦୁଃଖ ମିଳୁଛି । ଆତ୍ମା ଯେତେ ତମୋପ୍ରଧାନ ହୋଇଯାଉଛି, ସେତେ ଦୁଃଖୀ ହେଉଛି । ଦେବତାମାନେ ସତ୍ୱପ୍ରଧାନ ଅଟନ୍ତି । ଇଏ ତ ସବୁଠାରୁ ଉଚ୍ଚ ଅଧିକାରୀ ଈଶ୍ୱର ପିତାଙ୍କର ଗଭର୍ଣ୍ଣମେଣ୍ଟ ଅଟେ । ତା ସହିତ ଧର୍ମରାଜ ମଧ୍ୟ ଅଟନ୍ତି । ବାବା କହୁଛନ୍ତି - ତୁମେ ଶିବାଳୟରେ ରହୁଥିଲ, ଏବେ ବେଶ୍ୟାଳୟରେ ଅଛ । ତୁମେ ପବିତ୍ର ଥିଲ ଏବେ ପତିତ ହୋଇଛ ତେବେ କହୁଛ ଯେ ମୁଁ ତ ପାପୀ ଅଟେ । ଆତ୍ମା କହୁଛି ମୁଁ ନିର୍ଗୁଣ ମୋ ପାଖରେ କୌଣସି ଗୁଣ ନାହିଁ । ଯେକୌଣସି ବି ଦେବତାଙ୍କ ମନ୍ଦିରକୁ ଯିବେ ତାଙ୍କ ଆଗରେ ଏହିପରି କହିବେ । କିନ୍ତୁ ଏହା ବାବାଙ୍କ ଆଗରେ କହିବା ଦରକାର । ତାଙ୍କୁ ଛାଡି ଭାଇମାନଙ୍କ ଆଗରେ କହୁଛନ୍ତି, ଏହି ଦେବତାମାନେ ତୁମର ଭାଇ ଅଟନ୍ତି ନା । ଭାଇଠାରୁ ତ କିଛି ମିଳିବାର ନାହିଁ । ଭାଇମାନଙ୍କର ପୂଜା କରି-କରି ତଳକୁ ଖସି ଆସିଛନ୍ତି । ଏବେ ତୁମେମାନେ ଜାଣିଛ - ବାବା ଆସିଛନ୍ତି, ତାଙ୍କଠାରୁ ଆମକୁ ବର୍ସା ମିଳୁଛି । ବାକି ମନୁଷ୍ୟମାନେ ତ ବାବାଙ୍କୁ ଜାଣି ହିଁ ନାହାଁନ୍ତି । ସେମାନେ ସର୍ବବ୍ୟାପୀ କହିଦେଉଛନ୍ତି । କେହି ପୁଣି କହୁଛନ୍ତି ଅଖଣ୍ଡ ଜ୍ୟୋତି ତତ୍ତ୍ୱ ଅଟନ୍ତି । କେହି କହୁଛନ୍ତି ସିଏ ନାମ ରୂପରୁ ଅଲଗା ଅଟନ୍ତି । ଆରେ ତୁମେ କହୁଛ ଅଖଣ୍ଡ ଜ୍ୟୋତି ସ୍ୱରୂପ ଅଟନ୍ତି, ପୁଣି ନାମ ରୂପରୁ ଅଲଗା କିପରି କହିଦେଉଛ । ବାବାଙ୍କୁ ନ ଜାଣିବା କାରଣରୁ ହିଁ ପତିତ ହୋଇଯାଇଛନ୍ତି । ତମୋପ୍ରଧାନ ବି ହେବାକୁ ହିଁ ପଡିବ । ପୁଣି ଯେବେ ବାବା ଆସିବେ ସମସ୍ତଙ୍କୁ ପବିତ୍ର କରିବେ । ସବୁ ଆତ୍ମାମାନେ ନିରାକାରୀ ଦୁନିଆରେ ବାବାଙ୍କ ସାଥିରେ ରହିଥାନ୍ତି । ପୁଣି ଏଠାକୁ ଆସି ସତ୍ତ୍ୱ-ରଜୋ-ତମୋର ପାର୍ଟ କରୁଛନ୍ତି । ଆତ୍ମା ହିଁ ବାବାଙ୍କୁ ୟାଦ କରୁଛି । ବାବା ଆସୁଛନ୍ତି ମଧ୍ୟ, କହୁଛନ୍ତି ମୁଁ ବ୍ରହ୍ମାଙ୍କ ଶରୀରର ଆଧାର ନେଉଛି, ଇଏ ହେଉଛି ଭାଗ୍ୟଶାଳୀ ରଥ । ଆତ୍ମା ନଥିଲେ ରଥ ମଧ୍ୟ ନଥାଏ । କହନ୍ତି ଯେ ଭାଗୀରଥ ଗଙ୍ଗା ଆଣିଥିଲେ । ଏକଥା ତ ହୋଇପାରିବ ନାହିଁ । କିନ୍ତୁ କିଛି ବି ବୁଝୁନାହାଁନ୍ତି ଯେ ଆମେ କଣ କହୁଛୁ!

ଏବେ ତୁମମାନଙ୍କୁ ବୁଝାଯାଉଛି - ଏହା ହେଉଛି ଜ୍ଞାନ ବର୍ସା । ଏହା ଦ୍ୱାରା କଣ ହେଉଛି? ପତିତରୁ ପାବନ ହେଉଛନ୍ତି । ଗଙ୍ଗା ଯମୁନା ତ ସତ୍ୟଯୁଗରେ ବି ରହିବେ । କହନ୍ତି ଯେ କୃଷ୍ଣ ଯମୁନା ନଦୀ କୂଳରେ ଖେଳକୁଦ କରୁଥିଲେ । ଏପରି କୌଣସି କଥା ନାହିଁ । ସିଏ ତ ସତ୍ୟଯୁଗର ରାଜକୁମାର ଅଟନ୍ତି, ତାଙ୍କର ବହୁତ ଯତ୍ନର ସହିତ ପାଳନା ହୋଇଥାଏ କାହିଁକି ନା ସିଏ ଫୁଲ ଅଟନ୍ତି ନା । ଫୁଲ କେତେ ସୁନ୍ଦର ହୋଇଥାଏ । ସମସ୍ତେ ଆସି ଫୁଲଠାରୁ ସୁଗନ୍ଧ ନେଇଥାନ୍ତି । କଣ୍ଟାରୁ କଣ ସୁଗନ୍ଧ ନେବେ । ବର୍ତ୍ତମାନ ତ ହେଉଛି କଣ୍ଟାର ଦୁନିଆ । ଏହି ଜଙ୍ଗଲକୁ ବାବା ଆସି ଫୁଲର ବଗିଚା କରୁଛନ୍ତି ସେଥିପାଇଁ ତାଙ୍କର ନାମ ବବୁଲନାଥ ମଧ୍ୟ ରଖିଦେଇଛନ୍ତି । ବାବା କଣ୍ଟାରୁ ଫୁଲ କରୁଛନ୍ତି ସେଥିପାଇଁ ତାଙ୍କର ମହିମା ଗାନ କରୁଛନ୍ତି ଯେ କଣ୍ଟାକୁ ଫୁଲ କରିଲାବାଲା ବାବା । ତୁମମାନଙ୍କର ବାବାଙ୍କ ସହିତ କେତେ ସ୍ନେହ ରହିବା ଦରକାର । ଏବେ ତୁମେ ଜାଣୁଛ ଯେ ଆମେ ବେହଦ ବାବାଙ୍କର ହୋଇଛୁ । ବର୍ତ୍ତମାନ ତୁମର ସମ୍ବନ୍ଧ ତାଙ୍କ ସହିତ ବି ଅଛି ତ ଲୌକିକ ସହିତ ବି ରହିଛି । ପାରଲୌକିକ ବାବାଙ୍କୁ ୟାଦ କରିବା ଦ୍ୱାରା ତୁମେ ପବିତ୍ର ହେବ । ଆତ୍ମା ଜାଣିଛି ଯେ ସିଏ ଆମର ଲୌକିକ ପିତା ଅଟନ୍ତି ଏବଂ ଇଏ ପାରଲୌକିକ ପିତା ଅଟନ୍ତି । ଭକ୍ତିମାର୍ଗରେ ମଧ୍ୟ ଆତ୍ମା ଜାଣିଥାଏ ଯେ, ସିଏ ଆମର ଲୌକିକ ପିତା ଏବଂ ଇଏ ଈଶ୍ୱର ପିତା ଅଟନ୍ତି । ସମସ୍ତେ ଅବିନାଶୀ ବାବାଙ୍କୁ ୟାଦ କରିଥାନ୍ତି । ସିଏ କେବେ ଆସି ସ୍ୱର୍ଗ ସ୍ଥାପନ କରୁଛନ୍ତି, ଏକଥା କେହି ଜାଣିନାହାଁନ୍ତି । ବାବା ଆସୁଛନ୍ତି ହିଁ ପତିତମାନଙ୍କୁ ପବିତ୍ର କରିବା ପାଇଁ । ତେବେ ନିଶ୍ଚୟ ସଂଗମ ଯୁଗରେ ହିଁ ଆସିବେ । ଶାସ୍ତ୍ର ଗୁଡିକରେ ତ କଳ୍ପର ଆୟୁ ଲକ୍ଷ-ଲକ୍ଷ ବର୍ଷ ଲେଖି ମନୁଷ୍ୟମାନଙ୍କୁ ବିଲ୍‌କୁଲ୍ ଘୋର ଅନ୍ଧକାରରେ ପକାଇ ଦେଇଛନ୍ତି । କୁହନ୍ତି ଯେଉଁମାନେ ବହୁତ ଭକ୍ତି କରୁଛନ୍ତି ତାଙ୍କୁ ଭଗବାନ ମିଳିଥାନ୍ତି । ତେବେ ସବୁଠାରୁ ଅଧିକ ଭକ୍ତି କରିଲାବାଲାଙ୍କୁ ନିଶ୍ଚୟ ପ୍ରଥମେ ମିଳିବା ଦରକାର । ବାବା ହିସାବ ମଧ୍ୟ ବତାଇଛନ୍ତି । ପ୍ରଥମେ ତୁମେ ଭକ୍ତି କରୁଛ, ତେଣୁ ତୁମକୁ ହିଁ ପ୍ରଥମେ-ପ୍ରଥମେ ଭଗବାନଙ୍କ ଦ୍ୱାରା ଜ୍ଞାନ ମିଳିବା ଦରକାର, ଯାହା ଫଳରେ ତୁମେ ହିଁ ନୂଆ ଦୁନିଆରେ ରାଜ୍ୟ କରିବ । ବେହଦର ବାବା ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି, ଏଥିରେ ଅସୁବିଧାର କୌଣସି କଥା ନାହିଁ । ବାବା କହୁଛନ୍ତି ତୁମେମାନେ ଅଧାକଳ୍ପ ୟାଦ କରିଛ । ସୁଖରେ ତ କେହି ୟାଦ କରିନଥାନ୍ତି । ଅନ୍ତ ସମୟରେ ଯେବେ ଦୁଃଖୀ ହୋଇଯାଉଛନ୍ତି ତେବେ ମୁଁ ଆସି ସୁଖୀ କରାଉଛି । ଏବେ ତୁମେ ବହୁତ ବଡ ଲୋକ ଅର୍ଥାତ୍ ଦେବତା ହେଉଛ । ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ଆଦିଙ୍କର ବଙ୍ଗଳା କେତେ ଫାଷ୍ଟକ୍ଲାସ ହୋଇଥାଏ । ତାଙ୍କର ସମସ୍ତ ଆସବାବପତ୍ର ଗୁଡିକ ସେହିପରି ଫାଷ୍ଟକ୍ଲାସ ହେବ । ତୁମେ କେତେ ଶ୍ରେଷ୍ଠ ଦେବତା ହେଉଛ । ଦୈବୀଗୁଣଯୁକ୍ତ ଦେବତା ସ୍ୱର୍ଗରେ ମାଲିକ ହୋଇଥାନ୍ତି । ସେଠାରେ ତୁମମାନଙ୍କ ପାଇଁ ହୀରା ନୀଳାର ମହଲ ମଧ୍ୟ ହେବ । ସେଠାରେ ତୁମର ଫର୍ଣ୍ଣିଚର ସ୍ୱର୍ଣ୍ଣ ଜଡିତ ବହୁତ ଫାଷ୍ଟକ୍ଲାସ ହେବ ।

ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ଶିବଙ୍କୁ ରୁଦ୍ର ମଧ୍ୟ କହିଥାନ୍ତି । ଯେତେବେଳେ ଭକ୍ତି ଶେଷ ହୋଇଯାଏ, ସେତେବେଳେ ଭଗବାନ ରୁଦ୍ର ଯଜ୍ଞ ରଚନା କରିଥାନ୍ତି । ସତ୍ୟଯୁଗରେ ଯଜ୍ଞ ଅଥବା ଭକ୍ତିର କଥା ହିଁ ନାହିଁ । ବର୍ତ୍ତମାନ ସମୟରେ ହିଁ ବାବା ଏହି ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରୁଛନ୍ତି, ଯାହାର ପୁଣି ପରେ ଗାୟନ ଚାଲିଥାଏ । ଭକ୍ତି ତ ସର୍ବଦା ରହିବ ନାହିଁ । ଭକ୍ତି ଏବଂ ଜ୍ଞାନ, ଭକ୍ତି ହେଉଛି ରାତି, ଜ୍ଞାନ ହେଉଛି ଦିନ । ବାବା ଆସି ରାତିକୁ ଦିନ କରୁଛନ୍ତି, ତେଣୁ ପିଲାମାନଙ୍କର ମଧ୍ୟ ବାବାଙ୍କ ସହିତ କେତେ ସ୍ନେହ ରହିବା ଦରକାର । ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ସବୁଠାରୁ ପ୍ରିୟ ବାବା ହିଁ ଅଟନ୍ତି ନା । ତାଙ୍କଠାରୁ ଅଧିକ ପ୍ରିୟ ବସ୍ତୁ ଆଉ କିଛି ହୋଇପାରିବ ନାହିଁ । ତୁମେମାନେ ଅଧାକଳ୍ପରୁ ତାଙ୍କୁ ୟାଦ କରିଆସିଛ ଯେ ବାବା ଆସି ଆମର ଦୁଃଖ ହରଣ କର । ଏବେ ବାବା ଆସିଛନ୍ତି, ବୁଝାଉଛନ୍ତି ପିଲାମାନେ ତୁମକୁ ନିଜର ଗୃହସ୍ଥ ବ୍ୟବହାରରେ ରହିବାକୁ ହିଁ ହେବ । ଏଠାରେ ବାବାଙ୍କ ପାଖରେ କେଉଁ ପର୍ଯ୍ୟନ୍ତ ବସିବ । ବାବାଙ୍କ ସାଥିରେ ତ ପରମଧାମରେ ହିଁ ରହିପାରିବ । ଏଠାରେ ତ ରହିପାରିବ ନାହିଁ । ଏଠାରେ ତ ଜ୍ଞାନ ନେବାର ଅଛି । ଜ୍ଞାନ ନେବାବାଲା ଅଳ୍ପ ରହିଥାନ୍ତି । ଡାକବାଜି ଯନ୍ତ୍ର ବା ମାଇକ୍ ସେଟରେ କଣ କେବେ ପାଠପଢା ଯାଇଥାଏ କି? ଶିକ୍ଷକ ପ୍ରଶ୍ନ କିପରି ପଚାରିବେ? ଲାଉଡ୍ ସ୍ପିକରରେ ଉତ୍ତର କିପରି ଦେଇପାରିବେ? ସେଥିପାଇଁ ଅଳ୍ପ-ଅଳ୍ପ ପିଲାଙ୍କୁ ପାଠ ପଢାଇଥାନ୍ତି । କଲେଜ ତ ବହୁତ ରହିଛି ପୁଣି ସମସ୍ତଙ୍କର ପରୀକ୍ଷା ହୋଇଥାଏ । ଫଳାଫଳ ବାହାରିଥାଏ । ଏଠାରେ ତ ଏକମାତ୍ର ବାବା ହିଁ ପାଠ ପଢାଉଛନ୍ତି, ଏକଥା ମଧ୍ୟ ବୁଝାଇବା ଦରକାର ଯେ ଦୁଇଜଣ ପିତା ଅଛନ୍ତି - ଲୌକିକ ଏବଂ ପାରଲୌକିକ । ଦୁଃଖରେ ସେହି ପାରଲୌକିକ ବାବାଙ୍କୁ ସ୍ମରଣ କରିଥାନ୍ତି । ବର୍ତ୍ତମାନ ବାବା ଆସିଛନ୍ତି । ମହାଭାରତ ଲଢେଇ ମଧ୍ୟ ସମ୍ମୁଖରେ ଉପସ୍ଥିତ ରହିଛି । ସେମାନେ ଭାବୁଛନ୍ତି ମହାଭାରତ ଲଢେଇରେ କୃଷ୍ଣ ଆସିଥିଲେ, ଏହା ତ ହୋଇପାରିବ ନାହିଁ । ବିଚରା ଦ୍ୱନ୍ଦରେ ପଡୁଛନ୍ତି । ତଥାପି ବି କୃଷ୍ଣ-କୃଷ୍ଣ କହିଚାଲିଛନ୍ତି, ସବୁଠାରୁ ପ୍ରିୟ ଶିବ ମଧ୍ୟ ଅଟନ୍ତି ଏବଂ କୃଷ୍ଣ ମଧ୍ୟ ଅଟନ୍ତି । କିନ୍ତୁ ସିଏ ହେଉଛନ୍ତି ନିରାକାର ଇଏ ସାକାର । ନିରାକାର ବାବା ସବୁ ଆତ୍ମାମାନଙ୍କର ପିତା ଅଟନ୍ତି । ଉଭୟ ହିଁ ସବୁଠାରୁ ପ୍ରିୟ । କୃଷ୍ଣ ମଧ୍ୟ ବିଶ୍ୱର ମାଲକ ଅଟନ୍ତି ନା । ଏବେ ତୁମେମାନେ ନିର୍ଣ୍ଣୟ କରି ପାରିବ ଯେ ସବୁଠାରୁ ପ୍ରିୟ କିଏ? ଶିବବାବା ହିଁ ଏହିପରି ଯୋଗ୍ୟ କରାଉଛନ୍ତି ନା । କୃଷ୍ଣ କଣ କରୁଛନ୍ତି? ବାବା ହିଁ ତାଙ୍କୁ ଏହିପରି କରୁଛନ୍ତି ନା । ତେବେ ଗାୟନ ମଧ୍ୟ ଅଧିକ ସେହି ବାବାଙ୍କର ହେବା ଦରକାର ନା । ବାବା ବୁଝାଉଛନ୍ତି - ତୁମେମାନେ ସବୁ ପାର୍ବତୀ ଅଟ । ଏହି ଶିବ ଅମରନାଥ ତୁମକୁ କଣ ଶୁଣାଉଛନ୍ତି । ତୁମେମାନେ ହିଁ ସବୁ ଅର୍ଜ୍ଜୁନ ଅଟ, ତୁମେମାନେ ହିଁ ଦ୍ରୌପଦୀ ଅଟ । ଏହି ବିକାରୀ ଦୁନିଆକୁ ରାବଣ ରାଜ୍ୟ କୁହାଯାଉଛି । ତାହା ହେଉଛି ନିର୍ବିକାରୀ ଦୁନିଆ । ସେଠାରେ ବିକାରର କୌଣସି କଥା ନାହିଁ । ନିରାକାର ବାବା କଣ ବିକାରୀ ଦୁନିଆ ରଚନା କରିବେ? ବିକାରରେ ହିଁ ଦୁଃଖ ରହିଛି । ସନ୍ନ୍ୟାସୀମାନଙ୍କର ହେଉଛି ହିଁ ହଠଯୋଗ, ନିବୃତ୍ତି ମାର୍ଗ । କର୍ମ ସନ୍ନ୍ୟାସ ତ କେବେ ହେଉନାହିଁ । ତାହା ସେତେବେଳେ ହେବ ଯେବେ ଆତ୍ମା ଶରୀରରୁ ଅଲଗା ହୋଇଯିବ । ଗର୍ଭ ଜେଲରେ ପୁଣି କର୍ମର ହିସାବ ଆରମ୍ଭ ହୋଇଯାଇଥାଏ । ବାକି ଏହାକୁ କର୍ମ ସନ୍ନ୍ୟାସ କହିବା ଭୁଲ୍ ଅଟେ, ସେମାନେ ହଠଯୋଗ ଆଦି ବହୁତ ଶିଖୁଛନ୍ତି, ଗୁମ୍ପା ମାନଙ୍କରେ ଯାଇ ବସିଯାଉଛନ୍ତି । ନିଆଁ ଉପରେ ମଧ୍ୟ ଚାଲୁଛନ୍ତି । ରିଦ୍ଧି ସିଦ୍ଧି ମଧ୍ୟ ବହୁତ ରହିଛି । ଜାଦୁଗରୀ ଦ୍ୱାରା ବହୁତ ଜିନିଷ ମଧ୍ୟ ବାହାର କରୁଛନ୍ତି । ଭଗବାନଙ୍କୁ ମଧ୍ୟ ଜାଦୁଗର, ରତ୍ନାଗର, ସୌଦାଗର କହିଥାନ୍ତି । କିନ୍ତୁ ସନ୍ନ୍ୟାସୀମାନଙ୍କ ଠାରୁ କାହାକୁ ଗତି ସଦ୍‌ଗତି ମିଳିପାରିବ ନାହିଁ । ବାବା ହିଁ ଏକମାତ୍ର ସଚ୍ଚା ସତଗୁରୁ ଅଟନ୍ତି । ସେ ଆସି ସମସ୍ତଙ୍କର ଗତି ସଦ୍‌ଗତି କରିଥାନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କଣ୍ଟାରୁ ଫୁଲ କରୁଥିବା ଅତିପ୍ରିୟ ଆତ୍ମା ଏକମାତ୍ର ବାବା ହିଁ ଅଟନ୍ତି, ତାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବାକୁ ହେବ । ସୁଗନ୍ଧଯୁକ୍ତ ପବିତ୍ର ଫୁଲ ହୋଇ ସମସ୍ତଙ୍କୁ ସୁଖ ଦେବାକୁ ହେବ ।

(୨) ଏହି ଜ୍ଞାନ ରୋଜଗାରର ଉପାୟ ଅଟେ, ଏହାଦ୍ୱାରା ୨୧ ଜନ୍ମ ପାଇଁ ତୁମେ ବହୁତ ବଡ ଲୋକ ହୋଇଯାଉଛ ସେଥିପାଇଁ ଏହାକୁ ଭଲ ଭାବରେ ପଢିବା ସହିତ ଅନ୍ୟମାନଙ୍କୁ ପଢାଇବାକୁ ହେବ । ଆତ୍ମ-ଅଭିମାନୀ ହେବାକୁ ପଡିବ ।

ବରଦାନ:-
ବାପଦାଦାଙ୍କୁ ନିଜର ସାଥୀ ମନେ କରି ଡବଲ ଫୋର୍ସରେ କାର୍ଯ୍ୟ କରୁଥିବା ସହଜଯୋଗୀ ହୁଅ ।

ଯେକୌଣସି କାର୍ଯ୍ୟ କରିବା ସମୟରେ ବାପଦାଦାଙ୍କୁ ନିଜର ସାଥୀ କରିନିଅ ତେବେ ଡବଲ ଫୋର୍ସରେ ଅର୍ଥାତ୍ ଦୁଇଗୁଣା ଶକ୍ତିର ସହିତ କାର୍ଯ୍ୟ ହୋଇଯିବ ଏବଂ ବହୁତ ସହଜରେ ବାବାଙ୍କର ସ୍ମୃତି ରହିବ କାହିଁକି ନା ଯିଏ ସର୍ବଦା ସାଥୀରେ ରହିଥାନ୍ତି ତାଙ୍କର ସ୍ମୃତି ମଧ୍ୟ ସ୍ୱତଃ ରହିଥାଏ । ତେଣୁ ଏହିଭଳି ସାଥୀ ହୋଇ ରହିବା ଦ୍ୱାରା ବା ବୁଦ୍ଧି ଦ୍ୱାରା ନିରନ୍ତର ସତ୍‌ସଂଗ କରିବା ଦ୍ୱାରା ସହଜଯୋଗୀ ହୋଇଯିବ ଏବଂ ଶକ୍ତିଶାଳୀ ସଂଗ କାରଣରୁ ପ୍ରତ୍ୟେକ କର୍ତ୍ତବ୍ୟରେ ତୁମକୁ ଦୁଇଗୁଣା ଶକ୍ତି ପ୍ରାପ୍ତ ହେବ ଯାହା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତାର ଅନୁଭୂତି ହେବ ।

ସ୍ଲୋଗାନ:-
ମହାରଥୀ ତାଙ୍କୁ କୁହାଯିବ ଯିଏ କେବେ ବି ମାୟାର ପ୍ରଭାବରେ ଆସି ପରବଶ ହେଉନଥିବ ।