05.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ଆଖି ଦ୍ୱାରା ଯାହା କିଛି ଦେଖାଯାଉଛି, ସେଗୁଡିକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ । ସେଥିରୁ ମମତ୍ୱ ତୁଟାଇଦିଅ କାହିଁକି ନା ସେଥିରେ ନିଆଁ ଲାଗିବାକୁ ଯାଉଛି ।
 

ପ୍ରଶ୍ନ:-
ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ (ସରକାର)ର ଗୁପ୍ତ କର୍ତ୍ତବ୍ୟ କଣ, ଯାହାକୁ ଦୁନିଆ ଜାଣି ନାହିଁ ?

ଉତ୍ତର:-
ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ ଆତ୍ମାମାନଙ୍କୁ ପବିତ୍ର କରି ଦେବତା କରାଉଛି ଏହା ହେଉଛି ବହୁତ ଗୁପ୍ତ କର୍ତ୍ତବ୍ୟ, ଯାହାକୁ ଲୋକମାନେ ବୁଝିପାରିବେ ନାହିଁ । ଯେତେବେଳେ ମନୁଷ୍ୟ ଦେବତା ହେବ ସେତେବେଳେ ତ ନର୍କବାସୀରୁ ସ୍ୱର୍ଗବାସୀ ହୋଇପାରିବ । ବର୍ତ୍ତମାନ ମନୁଷ୍ୟମାନଙ୍କର ଚରିତ୍ରକୁ ବିକାରଗୁଡିକ ସମ୍ପୂର୍ଣ୍ଣ ରୂପେ ବିଗାଡି ଦେଇଛନ୍ତି । ଏବେ ତୁମେମାନେ ସମସ୍ତଙ୍କୁ ଶ୍ରେଷ୍ଠ ଚରିତ୍ରବାନ୍ କରାଇବାର ସେବା କରୁଛ, ଏହା ହିଁ ତୁମର ମୁଖ୍ୟ କର୍ତ୍ତବ୍ୟ ଅଟେ ।

ଓମ୍ ଶାନ୍ତି ।
ଯେତେବେଳେ ଓମ୍ ଶାନ୍ତି କୁହାଯାଉଛି ସେ ସମୟରେ, ନିଜର ସ୍ୱଧର୍ମ ଏବଂ ଘର ମନେ ପଡୁଛି କିନ୍ତୁ କେବଳ ଘରକୁ ମନେ ପକାଇଲେ ହେବ ନାହିଁ । ବାବାଙ୍କର ସନ୍ତାନ ହୋଇଛ ତେଣୁ ନିଶ୍ଚୟ ସ୍ୱର୍ଗର ସମ୍ପତ୍ତି ମଧ୍ୟ ମନେ ପଡିବ । ଓମ୍ ଶାନ୍ତି କହିବା ଦ୍ୱାରା ସାରା ଜ୍ଞାନ ବୁଦ୍ଧିରେ ଆସିଯାଉଛି । ମୁଁ ଆତ୍ମା ଶାନ୍ତ ସ୍ୱରୂପ, ଶାନ୍ତିର ସାଗର ବାବାଙ୍କ ସନ୍ତାନ ଅଟେ । ଯେଉଁ ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ସେ ବାବା ଆମକୁ ପବିତ୍ର, ଶାନ୍ତ-ସ୍ୱରୂପ କରାଉଛନ୍ତି । ମୁଖ୍ୟ କଥା ହେଉଛି ପବିତ୍ରତା । ପବିତ୍ର ଦୁନିଆ ଏବଂ ଅପବିତ୍ର ଦୁନିଆ ରହିଛି । ପବିତ୍ର ଦୁନିଆରେ କୌଣସି ବିକାର ନଥାଏ । ଅପବିତ୍ର ଦୁନିଆରେ ୫ ବିକାର ରହିଛି ଏଥିପାଇଁ ଏହାକୁ ବିକାରୀ ଦୁନିଆ କୁହାଯାଏ । ତାହା ହେଉଛି ନିର୍ବିକାରୀ ଦୁନିଆ । ନିର୍ବିକାରୀ ଦୁନିଆରୁ ସିଡି ଓହ୍ଲାଇ-ଓହ୍ଲାଇ ପୁଣି ତଳକୁ ବିକାରୀ ଦୁନିଆକୁ ଆସୁଛନ୍ତି । ତାହା ହେଲା ପବିତ୍ର ଦୁନିଆ ଏବଂ ଏହା ଅପବିତ୍ର ଦୁନିଆ । ରାମରାଜ୍ୟ ଏବଂ ରାବଣ ରାଜ୍ୟ ଅଟେ ନା । ସମୟକୁ ନେଇ ଦିନ ଏବଂ ରାତିର ଗାୟନ କରାଯାଇଛି । ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତି । ଦିନ ସୁଖ, ରାତି ଦୁଃଖ । ରାତିରେ ବାଟବଣା ହୋଇ ଥାଆନ୍ତି । କିନ୍ତୁ ବାସ୍ତବରେ ରାତ୍ରିରେ ତ କେହି ବାଟବଣା ହୋଇନଥାନ୍ତି କିନ୍ତୁ ଭକ୍ତି ରୂପେ ରାତ୍ରିରେ ବାଟବଣା ହେବା କୁହାଯାଉଛି । ତୁମେ ଏଠାକୁ ଆସିଛ ସଦଗତି ପାଇବା ପାଇଁ । ତୁମ ଆତ୍ମାରେ ୫ ବିକାର କାରଣରୁ ପାପ ଥିଲା, ସେଥିମଧ୍ୟରୁ ମୁଖ୍ୟ ହେଉଛି କାମ ବିକାର, ଯାହା ଦ୍ୱାରା ମନୁଷ୍ୟ ପାପ ଆତ୍ମା ହେଉଛନ୍ତି । ଏକଥା ପ୍ରତ୍ୟେକ ଜାଣିଛନ୍ତି ଆମେ ପତିତ ଅଟୁ । ଭ୍ରଷ୍ଟାଚାର ଦ୍ୱାରା ଜନ୍ମ ହୋଇଛୁ । ଏକମାତ୍ର କାମ ବିକାର କାରଣରୁ ହିଁ ସବୁ କ୍ୱାଲିଫିକେସନ୍ ଅର୍ଥାତ୍ ଯୋଗ୍ୟତା ବିଗିଡିଯାଇଛି ସେଥିପାଇଁ ବାବା କହୁଛନ୍ତି ଏହି କାମ ବିକାରକୁ ଜିତିଲେ ଜଗତଜିତ୍ ହୋଇ ନୂଆ ଦୁନିଆର ମାଲିକ ହେବ । ତେଣୁ ମନ ଭିତରେ ଅସରନ୍ତି ଖୁସୀ ରହିବା ଉଚିତ୍ । ମନୁଷ୍ୟ ପତିତ ହେଉଥିବା କାରଣରୁ କିଛି ବୁଝୁ ନାହାଁନ୍ତି । ଏହି କାମ ବିକାର ପାଇଁ କେତେ ହଙ୍ଗାମା କରୁଛନ୍ତି । କେତେ ଅଶାନ୍ତି, ହାହାକାର ହୋଇଯାଉଛି । ବର୍ତ୍ତମାନ ଦୁନିଆରେ କାହିଁକି ଏତେ ହାହାକାର ହେଉଛି ? କାହିଁକି ନା ଏଠାରେ ସମସ୍ତେ ପାପ ଆତ୍ମା ଅଟନ୍ତି । ଆତ୍ମାରେ ବିକାର ଥିବା କାରଣରୁ ହିଁ ଅସୁର କୁହାଯାଉଛି । ଏବେ ବାବାଙ୍କ ଦ୍ୱାରା ଜାଣୁଛ ଆମେ ତ ବିଲକୁଲ୍ କଉଡି ତୁଲ୍ୟ ୱର୍ଥ ନଟ୍ ଏ ପେନୀ ଅର୍ଥାତ୍ ମୂଲ୍ୟହୀନ ଥିଲୁ । ଯେଉଁ ବସ୍ତୁ କୌଣସି କାମରେ ଆସେ ନାହିଁ ତାକୁ ନିଆଁରେ ଜଳାଇ ଦିଆଯାଇଥାଏ । ଏବେ ତୁମେ ଜାଣୁଛ ଦୁନିଆରେ କୌଣସି ଜିନିଷ କାମର ନୁହେଁ । ସଂସାରର ସବୁ ମନୁଷ୍ୟଙ୍କୁ ନିଆଁ ଲାଗିବ । ଯାହା କିଛି ଏହି ଆଖି ଦ୍ୱାରା ଦେଖୁଛ, ସବୁଥିରେ ନିଆଁ ଲାଗିଯିବ । ଆତ୍ମାରେ ତ ନିଆଁ ଲାଗିବ ନାହିଁ । ଆତ୍ମା ତ ଯେପରି ଇନ୍ସିଓର ଅର୍ଥାତ୍ ବୀମାକୃତ ଅଟେ । ଆତ୍ମାକୁ କଣ କେବେ କେହି ଇନ୍ସିଓର କରାନ୍ତି ? ଶରୀରକୁ ଇନ୍ସିଓର କରାଯାଇଥାଏ । ପିଲାମାନଙ୍କୁ ବୁଝାଯାଇଛି, ଏହା ହେଉଛି ଅବିନାଶୀ ଖେଳ । ଆତ୍ମା ତ ୫ ତତ୍ୱଠାରୁ ମଧ୍ୟ ଉର୍ଦ୍ଧ୍ଵ ଦୁନିଆରେ ରହୁଛି । ୫ ତତ୍ୱ ଦ୍ୱାରା ହିଁ ଦୁନିଆର ସମସ୍ତ ସାମଗ୍ରୀ ତିଆରି ହେଉଛି । ଆତ୍ମା ତ କେବେ ତିଆରି ହେଉ ନାହିଁ । ଆତ୍ମା ସର୍ବଦା ରହିଛି । ଆତ୍ମା କେବଳ ପୁଣ୍ୟ ଆତ୍ମା ଓ ପାପ ଆତ୍ମା ହେଉଛି । ୫ ବିକାର ଦ୍ୱାରା ଆତ୍ମା କେତେ ଅପବିତ୍ର ହୋଇଯାଉଛି । ଏବେ ବାବା ଆସିଛନ୍ତି ପାପରୁ ମୁକ୍ତ କରିବା ପାଇଁ । ବିକାର ଦ୍ୱାରା ସମ୍ପୂର୍ଣ୍ଣ ରୂପେ ସମସ୍ତଙ୍କର ଚରିତ୍ର ବିଗିଡିଯାଇଛି । ଚରିତ୍ର କାହାକୁ କୁହାଯାଏ ଏକଥା ମଧ୍ୟ କାହାକୁ ଜଣାନାହିଁ । ଗାୟନ ମଧ୍ୟ ରହିଛି ପାଣ୍ଡବ ରାଜ୍ୟ ଏବଂ କୌରବ ରାଜ୍ୟ । ପ୍ରକୃତରେ ପାଣ୍ଡବ କିଏ ଥିଲେ, ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ଏବେ ତୁମେ ଜାଣୁଛ ଆମେ ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟର ଅଟୁ । ବାବା ରାମରାଜ୍ୟ ସ୍ଥାପନ କରିବାକୁ ଆସିଛନ୍ତି । ବର୍ତ୍ତମାନ ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟ କଣ କରୁଛି ? ଆତ୍ମାମାନଙ୍କୁ ପବିତ୍ର କରାଇ ସତ୍ୟଯୁଗର ଦେବତା କରୁଛି । ନଚେତ୍ ପୁଣି ସତ୍ୟଯୁଗ ପାଇଁ ଦେବତା କେଉଁଠୁ ଆସିବେ ଏକଥା କେହି ଜାଣି ନାହାଁନ୍ତି ସେଥିପାଇଁ ଏହାକୁ ଗୁପ୍ତ ଗଭର୍ଣ୍ଣମେଣ୍ଟ କୁହାଯାଉଛି । ଦେବତା ମଧ୍ୟ ମନୁଷ୍ୟ ହିଁ ଅଟନ୍ତି କିନ୍ତୁ ଦିବ୍ୟ ଗୁଣଧାରୀ ଦେବତା କିପରି ହେଲେ, ଏଭଳି ଶ୍ରେଷ୍ଠ କିଏ କରିଲେ ? ଦେବୀ-ଦେବତାମାନେ ତ ସ୍ୱର୍ଗରେ ରହିଥାନ୍ତି । ତେଣୁ ତାଙ୍କୁ ସ୍ୱର୍ଗବାସୀ କିଏ କରାଇଲା । ସ୍ୱର୍ଗବାସୀରୁ ପୁଣି ନର୍କବାସୀ ହେଉଛନ୍ତି । ପୁଣି ନର୍କବାସୀରୁ ସ୍ୱର୍ଗବାସୀ ହେବେ । ଏକଥା ତୁମେ ମଧ୍ୟ ଜାଣି ନଥିଲ । ତେବେ ଅନ୍ୟମାନେ କିପରି ଜାଣିବେ । ସ୍ୱର୍ଗ ସତ୍ୟଯୁଗକୁ, ନର୍କ କଳିଯୁଗକୁ କୁହାଯାଏ । ଏକଥା ମଧ୍ୟ ତୁମେ ଏବେ ବୁଝୁଛ । ଏହିପରି ଡ୍ରାମା ତିଆରି ହୋଇଛି । ଏହି ପାଠପଢା ହେଉଛି ପତିତରୁ ପବିତ୍ର ହେବା ପାଇଁ । ଆତ୍ମା ହିଁ ପତିତ ହେଉଛି । ପତିତରୁ ପବିତ୍ର କରାଇବା ଏହି ଧନ୍ଦା ବାବା ହିଁ ତୁମକୁ ଶିଖାଇଛନ୍ତି । ତୁମେ ପବିତ୍ର ହେଲେ ପବିତ୍ର ଦୁନିଆକୁ ଚାଲିଯିବ । ଆତ୍ମା ପବିତ୍ର ହେଲେ ଯାଇ ସ୍ୱର୍ଗ ଦୁନିଆକୁ ଯିବା ପାଇଁ ଯୋଗ୍ୟ ହେବ । ଏହି ଜ୍ଞାନ ତୁମକୁ ଏହି ସଂଗମଯୁଗରେ ହିଁ ମିଳୁଛି । ବାବାଙ୍କ ଦ୍ୱାରା ପବିତ୍ର ହେବାର ଅସ୍ତ୍ର ମିଳୁଛି । ଏକ ବାବାଙ୍କୁ ହିଁ ପତିତ-ପାବନ କୁହାଯାଉଛି । କହୁଛନ୍ତି ଆମକୁ ପବିତ୍ର କର । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ । ପୁଣି ୮୪ ଜନ୍ମ ନେଇ ପତିତ ହୋଇଛନ୍ତି । ଶ୍ୟାମ ଏବଂ ସୁନ୍ଦର, କୃଷ୍ଣଙ୍କ ନାମ ମଧ୍ୟ ଏପରି ରଖାଯାଇଛି କିନ୍ତୁ ମନୁଷ୍ୟ ଏହାର ଅର୍ଥ କିଛି ବୁଝି ନାହାଁନ୍ତି । ଏଠାରେ କୃଷ୍ଣଙ୍କ ବିଷୟରେ ମଧ୍ୟ ସ୍ପଷ୍ଟ ଭାବରେ ବୁଝାଯାଉଛି । ଶାସ୍ତ୍ରରେ ଦୁଇଟି ଦୁନିଆର କଳ୍ପନା କରିଦେଇଛନ୍ତି । ବାସ୍ତବରେ ଦୁନିଆ ଗୋଟିଏ । କେବଳ ନୂଆ ଏବଂ ପୁରୁଣା ହୋଇଥାଏ । ଯେପରି ଛୋଟ ପିଲା ପୁଣି ବଡ ହୋଇ ତାପରେ ବୁଢା ହୋଇଥାନ୍ତି । ସେହିପରି ଦୁନିଆ ମଧ୍ୟ ନୂଆରୁ ପୁରୁଣା ହୋଇଥାଏ । ଏକଥା ତୁମେ ବୁଝାଇବା ପାଇଁ କେତେ ମୁଣ୍ଡ ପିଟୁଛ । ନିଜର ରାଜଧାନୀ ସ୍ଥାପନ କରୁଛ ନା । ଏମାନେ ଦେବତାମାନେ ମଧ୍ୟ ବୁଝିଛନ୍ତି । ବୁଝିବା ଦ୍ୱାରା କେତେ ମଧୁର ହୋଇଛନ୍ତି । ସେମାନଙ୍କୁ କିଏ ବୁଝାଇଛନ୍ତି ? ଭଗବାନ । ଲଢେଇ ଆଦିର ତ କୌଣସି କଥା ନାହିଁ । ଭଗବାନ କେତେ ବୁଦ୍ଧିମାନ ଏବଂ ଜ୍ଞାନୀ କରାଉଛନ୍ତି । ଶିବଙ୍କ ମନ୍ଦିରରେ ଯାଇ ପ୍ରଣାମ କରୁଛନ୍ତି କିନ୍ତୁ ସେ କିଏ, ଏକଥା କେହି ଜାଣିନାହାଁନ୍ତି । ଶିବ କାଶୀ ବିଶ୍ୱନାଥ ଗଙ୍ଗା... ବାସ୍ କେବଳ କହିଚାଲିଛନ୍ତି । ଅର୍ଥ ଟିକେ ହେଲେ ମଧ୍ୟ ବୁଝି ନାହାଁନ୍ତି । ତୁମେ ବୁଝାଇଲେ କହିବେ ତୁମେ ଆମକୁ କଣ ବୁଝାଇବ, ଆମେ ତ ବେଦ-ଶାସ୍ତ୍ର ଆଦି ସବୁ ପଢୁଛୁ । ତୁମ ଭିତରେ ମଧ୍ୟ କ୍ରମାନ୍ୱୟରେ ଏସବୁ କଥାକୁ ଧାରଣା କରୁଛନ୍ତି । କେତେକ ତ ପୁରା ଭୁଲିଯାଉଛନ୍ତି କାହିଁକି ନା ବିଲକୁଲ୍ ପଥରବୁଦ୍ଧି ହୋଇଗଲେଣି । ତେଣୁ ବର୍ତ୍ତମାନ ବ୍ରାହ୍ମଣମାନଙ୍କ ମଧ୍ୟରେ ଯେଉଁମାନେ ପାରସ ବୁଦ୍ଧି ହୋଇଛନ୍ତି ତାଙ୍କର କାମ ହେଉଛି ଅନ୍ୟମାନଙ୍କୁ ପାରସବୁଦ୍ଧି କରାଇବା । ପଥରବୁଦ୍ଧି ଆତ୍ମାଙ୍କର ଚାଲିଚଳଣି ହିଁ ସେହିପରି ହୋଇଥାଏ କାହିଁକି ନା ବଗ ସଦୃଶ ହେଲେ ନା । ହଂସ ଅର୍ଥାତ୍ ପାରସ ବୁଦ୍ଧି ଆତ୍ମା କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ । ବଗୁଲାମାନେ ଅର୍ଥାତ୍ ପଥର ବୁଦ୍ଧି ଆତ୍ମା ଦୁଃଖ ଦେଇଥାନ୍ତି । ତାଙ୍କୁ ଅସୁର କୁହାଯାଏ । କିନ୍ତୁ ପ୍ରତ୍ୟକ୍ଷ ରୂପେ ଜଣାପଡନ୍ତି ନାହିଁ ବହୁତ ସେଣ୍ଟରରେ ମଧ୍ୟ ଏପରି ବିକାରଗ୍ରସ୍ତ ଆତ୍ମା ବହୁତ ଆସିଯାଉଛନ୍ତି । ବାହାନା କରି କହିଥାନ୍ତି ଆମେ ପବିତ୍ର ରହୁଛୁ କିନ୍ତୁ ସେସବୁ ମିଛ । କଥାରେ ଅଛି ମିଛ ଦୁନିଆ... । ବର୍ତ୍ତମାନ ହେଉଛି ସଂଗମ, କେତେ ଫରକ ରହୁଛି । ଯିଏ ମିଛ କହି, ମିଛ କାମ କରୁଛନ୍ତି ସେ ଥାର୍ଡ ଗ୍ରେଡ୍ ହେଉଛନ୍ତି । ପ୍ରଥମ, ଦ୍ୱିତୀୟ, ତୃତୀୟ ଗ୍ରେଡ୍ ରହିଛି ନା । ବାବା କହିପାରିବେ ଇଏ ଥାର୍ଡ ଗ୍ରେଡ୍ର ଆତ୍ମା ଅଟନ୍ତି ।

ବାବା ବୁଝାଉଛନ୍ତି ପବିତ୍ରତାର ପୂରା ପ୍ରମାଣ ଦେବାକୁ ପଡିବ । କେତେକ କହୁଛନ୍ତି ତୁମେ ଦୁଇଜଣ ଅର୍ଥାତ୍ ସ୍ୱାମୀ, ସ୍ତ୍ରୀ ଏକତ୍ର ରହି ପବିତ୍ର ରହୁଛ ଏହା ତ ଅସମ୍ଭବ ଅଟେ । କିନ୍ତୁ ପିଲାମାନଙ୍କ ପାଖରେ ଯୋଗବଳ ନଥିବାରୁ ଏତେ ସହଜ କଥା ମଧ୍ୟ ସଂପୂର୍ଣ୍ଣ ରୂପେ ସେମାନଙ୍କୁ ବୁଝାଇ ପାରୁ ନାହାଁନ୍ତି । ତାଙ୍କୁ ଏହି କଥା କେହି ବୁଝାଉ ନାହାଁନ୍ତି କି ଏଠାରେ ଆମକୁ ଭଗବାନ୍ ପଢାଉଛନ୍ତି । ଭଗବାନ କହୁଛନ୍ତି ପବିତ୍ର ହେବା ଦ୍ୱାରା ତୁମେ ୨୧ ଜନ୍ମ ସ୍ୱର୍ଗର ମାଲିକ ହେବ । ଆମକୁ ବହୁତ ବଡ ଲଟେରୀ ମିଳୁଛି । ତେଣୁ ଆହୁରି ଖୁସି ଅନୁଭବ ହେଉଛି । କେତେକ ସନ୍ତାନ ଗନ୍ଧର୍ବ ବିବାହ କରି ମଧ୍ୟ ପବିତ୍ର ରହି ପ୍ରମାଣ ଦେଉଛନ୍ତି । ଦେବୀ ଦେବତାମାନେ ପବିତ୍ର ଅଟନ୍ତି ନା । ଅପବିତ୍ରରୁ ପବିତ୍ର ତ ଏକମାତ୍ର ବାବା ହିଁ କରାଇବେ । ଏକଥା ମଧ୍ୟ ବୁଝାଯାଉଛି ଜ୍ଞାନ, ଭକ୍ତି, ବୈରାଗ୍ୟ । ଜ୍ଞାନ ଓ ଭକ୍ତି ଅଧା-ଅଧା ସମୟ ଅଟେ ପୁଣି ଭକ୍ତି ପରେ ବୈରାଗ୍ୟ ରହିଛି । ଏବେ ତୁମକୁ ଏହି ପତିତ ଦୁନିଆରେ ରହିବାର ନାହିଁ, ଏହି କପଡା ଓହ୍ଲାଇ ଅର୍ଥାତ୍ ଶରୀରକୁ ଛାଡି ଘରକୁ ଯିବାକୁ ହେବ । ୮୪ ଜନ୍ମର ଚକ୍ର ଏବେ ପୂର୍ଣ୍ଣ ହେଉଛି । ଏବେ ଆମେ ଯାଉଛୁ ଶାନ୍ତିଧାମ । ପ୍ରଥମ କଥା ଅଲଫ ଅର୍ଥାତ୍ ଆଲ୍ଲା ବା ବାବାଙ୍କ କଥା କେବେ ବି ଭୁଲିବା ଅନୁଚିତ୍ । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ପୁରୁଣା ଦୁନିଆ ଏବେ ନିଶ୍ଚୟ ବିନାଶ ହେବ । ବାବା ଆମ ପାଇଁ ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ବାବା ଅନେକ ଥର ନୂଆ ଦୁନିଆ ସ୍ଥାପନ କରିବାକୁ ଆସିଛନ୍ତି ନୂଆ ଦୁନିଆ ସ୍ଥାପନା ହୋଇଯିବା ପରେ ପୁଣି ନର୍କର ବିନାଶ ହୋଇଯିବ । ନର୍କ କେତେ ବଡ, ସ୍ୱର୍ଗ କେତେ ଛୋଟ । ନୂଆ ଦୁନିଆରେ ଗୋଟିଏ ଧର୍ମ ଥାଏ । ଏଠାରେ ତ କେତେ ଢେର ଧର୍ମ ରହିଛି । ଲେଖାଯାଇଛି ମଧ୍ୟ ଶଙ୍କରଙ୍କ ଦ୍ୱାରା ବିନାଶ । ଅନେକ ଧର୍ମର ବିନାଶ ହୋଇ ପୁଣି ଏକ ଧର୍ମର ସ୍ଥାପନା ବ୍ରହ୍ମାଙ୍କ ଦ୍ୱାରା ହେଉଛି । ଏହି ଧର୍ମ କିଏ ସ୍ଥାପନ କରୁଛନ୍ତି ? ବ୍ରହ୍ମା ତ କରୁ ନାହାଁନ୍ତି । ବ୍ରହ୍ମା ମଧ୍ୟ ପତିତରୁ ପୁଣି ପବିତ୍ର ହେଉଛନ୍ତି । ମୋ ପାଇଁ (ଶିବବାବାଙ୍କ ପାଇଁ) ତ କୁହାଯିବ ନାହିଁ ଯେ ପତିତରୁ ପବିତ୍ର ହେଉଛନ୍ତି । ପବିତ୍ର ଥିବା ସମୟରେ ଏହାଙ୍କର ନାମ ଲକ୍ଷ୍ମୀ-ନାରାୟଣ ରଖାଯାଉଛି, ପତିତ ହେଲା ପରେ ବ୍ରହ୍ମା ନାମ ରଖାଯାଉଛି । କୁହାଯାଏ ବ୍ରହ୍ମାଙ୍କ ଦିନ, ବ୍ରହ୍ମାଙ୍କ ରାତି । ଶିବବାବାଙ୍କୁ ଅନାଦି ରଚୟିତା କୁହାଯାଉଛି । ଆତ୍ମାମାନେ ତ ସଦାସର୍ବଦା ରହି ଆସିଛନ୍ତି । ଶିବବାବାଙ୍କୁ ଆତ୍ମାମାନଙ୍କର କ୍ରିଏଟର ଅର୍ଥାତ୍ ରଚୟିତା କୁହାଯିବ ନାହିଁ ସେଥିପାଇଁ ଆତ୍ମାକୁ ଅନାଦି କୁହାଯାଉଛି । ବାବାଙ୍କ ସହିତ ଆତ୍ମାମାନେ ମଧ୍ୟ ଅନାଦି ଅଟନ୍ତି । ଖେଳ ଅର୍ଥାତ୍ ଡ୍ରାମା ମଧ୍ୟ ଅନାଦି ଅଟେ । ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ ? ସ୍ୱ ଆତ୍ମାକୁ ସୃଷ୍ଟି ଚକ୍ରର ଆଦି-ମଧ୍ୟ-ଅନ୍ତ ଓ ସମୟର ଜ୍ଞାନ ମିଳୁଛି । ଏହା କିଏ ଦେଉଛନ୍ତି ? ବାବା । ତୁମେ ୨୧ ଜନ୍ମ ପାଇଁ ସନାଥ ହୋଇଯାଉଛ ପୁଣି ରାବଣ ରାଜ୍ୟରେ ଅନାଥ ହୋଇଯାଉଛ । ପୁଣି ତୁମର ଚରିତ୍ର ବିଗିଡିବାରେ ଲାଗୁଛି । ଏହା ମଧ୍ୟ ବିକାର ଅଟେ ନା । ମନୁଷ୍ୟ ଭାବୁଛନ୍ତି ନର୍କ ସ୍ୱର୍ଗ ସବୁ ଏକତ୍ର ରହିଛି । ଏବେ ତୁମକୁ କେତେ ସ୍ପଷ୍ଟ ଭାବରେ ବୁଝାଯାଉଛି । ଏବେ ତୁମେ ଗୁପ୍ତ ଅଟ, ଶାସ୍ତ୍ରରେ କଣ ସବୁ ଲେଖିଦେଇଛନ୍ତି । ଜ୍ଞାନର ସୂତା କେତେ ଅଡୁଆ ହୋଇଯାଇଛି । ବାବାଙ୍କୁ ହିଁ ଡାକୁଛନ୍ତି ଆମେ ଅଯୋଗ୍ୟ ହୋଇଯାଇଛୁ । ଆପଣ ଆସି ଆମକୁ ପବିତ୍ର କରି ଆମର ଚରିତ୍ରକୁ ସୁଧାରନ୍ତୁ । ତୁମର ଚରିତ୍ର ଏବେ କେତେ ସୁଧୁରୁଛି । କେତେକ ପିଲା ତ ସୁଧୁରିବା ବଦଳରେ ଆହୁରି ବିଗିଡି ଯାଉଛନ୍ତି । ଏସବୁ ଚଳଣିରୁ ଜଣାପଡିଥାଏ । ଆଜି ହଂସ ବୋଲାଉଛନ୍ତି, କାଲି ବଗ ହୋଇଯାଉଛନ୍ତି । ଏଥିପାଇଁ ଡେରି ଲାଗୁ ନାହିଁ । ମାୟା ମଧ୍ୟ ବହୁତ ଗୁପ୍ତ ଅଟେ । ଏଠାରେ କଣ କିଛି ଦେଖିବାର କଥା ଅଛି ? ବାହାରକୁ ଗଲେ ଜଣାପଡୁଛି ପୁଣି ଆଶ୍ଚର୍ଯ୍ୟ ହୋଇ ଶୁଣନ୍ତୀ... ଭାଗନ୍ତୀ ହୋଇଯାଉଛନ୍ତି । ଏତେ ମାତ୍ରାରେ ବିକାରଗ୍ରସ୍ତ ହୋଇଯାଉଛନ୍ତି ଯେ ଉଠିବା କଷ୍ଟକର ହେଉଛି । ଏହା ଇନ୍ଦ୍ରପ୍ରସ୍ଥ ଅଟେ ନା । ସବୁ କଥା ଜଣା ତ ପଡିଯାଉଛି । ଏହିଭଳି ଆତ୍ମାମାନେ ପୁଣି ସଭାକୁ ଆସିବା ଅନୁଚିତ୍ । ଅଳ୍ପ ବହୁତ ଜ୍ଞାନ ଶୁଣିଥିବାରୁ ସ୍ୱର୍ଗକୁ ତ ଆସିଯିବେ । କାରଣ ଜ୍ଞାନର ବିନାଶ ହୁଏ ନାହିଁ । ଏବେ ବାବା କହୁଛନ୍ତି ପୁରୁଷାର୍ଥ କରି ଉଚ୍ଚ ପଦ ପାଅ । ଯଦି ବିକାରଗ୍ରସ୍ତ ହେବ ତେବେ ପଦ ଭ୍ରଷ୍ଟ ହୋଇଯିବ । ଏବେ ତୁମେ ଜାଣୁଛ ଏହି ଚକ୍ର କିପରି ଘୂରୁଛି ।

ଏବେ ତୁମର ବୁଦ୍ଧି କେତେ ପରିବର୍ତ୍ତନ ହେଉଛି ତଥାପି ମାୟା ନିଶ୍ଚୟ ଧୋକା ଦେଇଥାଏ । ଇଚ୍ଛା ମାତ୍ରମ୍ ଅବିଦ୍ୟା ହୁଅ । କୌଣସି ଇଚ୍ଛା ରଖିଲେ ପୁରୁଷାର୍ଥ ସରିଲା । ୱର୍ଥ ନଟ୍ ଏ ପେନୀ ଅର୍ଥାତ୍ ପାଇପଇସାରୁ ହୀନ ହୋଇଯାଉଛନ୍ତି । ଭଲ-ଭଲ ମହାରଥୀଙ୍କୁ ମଧ୍ୟ ମାୟା କୌଣସି ନା କୌଣସି ପ୍ରକାର ଧୋକା ଦେଇଥାଏ ଯାହାକି ସେମାନେ ବାବାଙ୍କ ହୃଦୟରେ ସ୍ଥାନ ପାଆନ୍ତି ନାହିଁ । କେତେକ ଏପରି ସନ୍ତାନ ମଧ୍ୟ ଥାଆନ୍ତି ଯିଏକି ନିଜ ପିତାଙ୍କୁ ହତ୍ୟା କରିବାରେ ଡେରି କରନ୍ତି ନାହିଁ । ପରିବାରକୁ ମଧ୍ୟ ଶେଷ କରିଦେଉଛନ୍ତି । ଏମାନେ ମହାନ୍ ପାପ ଆତ୍ମା ଅଟନ୍ତି । ରାବଣ କଣ କଣ କରାଇ ଦେଉଛି । ଏସବୁ ପ୍ରତି ବହୁତ ଘୃଣା ଆସୁଛି । କେତେ ଅପବିତ୍ର ଦୁନିଆ ଅଟେ । ତେଣୁ ଏହି ଦୁନିଆରେ ଆଦୌ ମନ ଲଗାଇବାର ନାହିଁ । ପବିତ୍ର ହେବା ପାଇଁ ବହୁତ ସାହସ ଦରକାର । ବିଶ୍ୱର ବାଦଶାହୀ ରୂପୀ ପୁରଷ୍କାର ନେବା ପାଇଁ ମୁଖ୍ୟ ହେଉଛି ପବିତ୍ରତା । ପବିତ୍ରତାକୁ ନେଇ କେତେ ହଙ୍ଗାମା କରୁଛନ୍ତି । ଗାନ୍ଧିଜୀ ମଧ୍ୟ କହୁଥିଲେ ହେ ପତିତ-ପାବନ ଆସ । ଏବେ ବାବା କହୁଛନ୍ତି ଇତିହାସ-ଭୂଗୋଳ ପୁଣି ଥରେ ପୁନରାବୃତ୍ତି ହେଉଛି । ସମସ୍ତଙ୍କୁ ଘରକୁ ଫେରିବାକୁ ହିଁ ହେବ, ସବୁ ଆତ୍ମା ପରମଧାମରୁ ଏଠାକୁ ଆସିବେ ତେବେ ତ ସମସ୍ତେ ଏକାଠି ଯିବେ । ବାବା ମଧ୍ୟ ଆସିଛନ୍ତି ନା ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ । ବାବାଙ୍କ ଆସିବା ବିନା କୌଣସି ଆତ୍ମା ଫେରି ଯାଇପାରିବେ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ମାୟାର ଧୋକାରୁ ସୁରକ୍ଷିତ ରହିବା ପାଇଁ କୌଣସି ପ୍ରକାରର ଇଚ୍ଛା ରଖିବା ଅନୁଚିତ୍ । ସେଥିପାଇଁ ଇଚ୍ଛା ମାତ୍ରମ୍ ଅବିଦ୍ୟା ହେବାକୁ ପଡିବ ।

(୨) ବିଶ୍ୱର ବାଦଶାହୀର ପୁରସ୍କାର ନେବା ପାଇଁ ମୁଖ୍ୟ ହେଉଛି ପବିତ୍ରତା, ସେଥିପାଇଁ ପବ୍ରିତ ହେବାର ସାହସ ରଖିବାକୁ ହେବ । ନିଜର ଚରିତ୍ରକୁ ସୁଧାରିବାକୁ ହେବ ।

ବରଦାନ:-
ଦୟାର ଭାବନା ଦ୍ୱାରା ନିମିତ୍ତ ହୋଇ ସେବା କରୁଥିବା ସମସ୍ତ ଆକର୍ଷଣରୁ ମୁକ୍ତ ହୁଅ ।

ବର୍ତ୍ତମାନ ସମୟରେ ଯେବେକି ସବୁ ଆତ୍ମାମାନେ କ୍ଳାନ୍ତ ଏବଂ ନିରାଶ ହୋଇ କୃପା ଭିକ୍ଷା କରୁଛନ୍ତି ସେତେବେଳେ ତୁମେ ଦାତାଙ୍କର ସନ୍ତାନମାନେ ନିଜର ଭାଇ ଭଉଣୀମାନଙ୍କ ପ୍ରତି ମଧ୍ୟ ଦୟାର ଭାବନା ରଖ ତେବେ କେବେହେଲେ ଘୃଣା ବା ଈର୍ଷା ବା କ୍ରୋଧର ଭାବନା ଆସିବ ନାହିଁ କାରଣ ଦୟାର ଭାବନା ସହଜରେ ନିମିତ୍ତ ଭାବ ଉତ୍ପନ୍ନ କରାଇଥାଏ । ତେବେ କୌଣସି ପ୍ରକାରର ଆକର୍ଷଣ କାରଣରୁ ଦୟା ନୁହେଁ ବରଂ ପ୍ରକୃତ ଦୟାଭାବ ଏହା ଆତ୍ମାକୁ ଆକର୍ଷଣରୁ ମୁକ୍ତ କରି ଦେଇଥାଏ କାରଣ ସେଥିରେ କୌଣସି ଦୈହିକ ସ୍ମୃତି ନଥାଏ ।

ସ୍ଲୋଗାନ:-
ଅନ୍ୟମାନଙ୍କୁ ସହଯୋଗ ଦେବା ହିଁ ନିଜର ଖାତାକୁ ଜମା କରିବା ।