05.11.23 Avyakt Bapdada Odia Murli 10.03.96 Om Shanti Madhuban
“କରନହାର ଅର୍ଥାତ୍
କର୍ମକର୍ତ୍ତା ଏବଂ କରାବନହାର ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତାର ସ୍ମୃତି ଦ୍ୱାରା କର୍ମାତୀତ
ସ୍ଥିତିର ଅନୁଭବ”
ଆଜି କଲ୍ୟାଣକାରୀ ପିତା
ନିଜର ସାଥୀ କଲ୍ୟାଣକାରୀ ପିଲାମାନଙ୍କୁ ଦେଖୁଛନ୍ତି । ସବୁ ପିଲା ବହୁତ ସ୍ନେହ ତଥା ଲଗନର ସହିତ
ବିଶ୍ୱ କଲ୍ୟାଣ କାର୍ଯ୍ୟରେ ଲାଗି ରହିଛନ୍ତି । ଏହିଭଳି ସାଥୀମାନଙ୍କୁ ଦେଖି ବାପଦାଦା ସର୍ବଦା
ବାଃ ମୋ’ର ସାଥୀ ପିଲାମାନେ ବାଃ! ଏହି ଗୀତ ଗାଉଛନ୍ତି । ତୁମେମାନେ ମଧ୍ୟ ବାଃ!-ବାଃ! ର ଗୀତ
ଗାଇବାରେ ଲାଗିଛ ନା? ଆଜି ବାପଦାଦା ଚାରିଆଡର ସେବାର ଗତିକୁ ଦେଖୁଥିଲେ, ତା’ ସହିତ
ସ୍ୱପୁରୁଷାର୍ଥର ଗତିକୁ ମଧ୍ୟ ଦେଖିଲେ । ତେବେ ସେବା ଏବଂ ସ୍ୱ ପୁରୁଷାର୍ଥର ଗତିରେ କ’ଣ ସବୁ
ଦେଖିଥିବେ? ତୁମେ ଜାଣିଛ? ସେବାର ଗତି ତୀବ୍ର ଅଟେ, ନା ସ୍ୱ ପୁରୁଷାର୍ଥର ଗତି ତୀବ୍ର ଅଟେ? କ’ଣ
ହୋଇଥିବ? କ’ଣ ଦୁଇଟିଯାକର ବାଲାନ୍ସ ଅର୍ଥାତ୍ ସନ୍ତୁଳନ ଅଛି? ନା ନାହିଁ? ତେବେ ବିଶ୍ୱ
ପରିବର୍ତ୍ତନ ରୂପକ ବ୍ଲେସିଂଗ୍ ଅର୍ଥାତ୍ ଆଶୀର୍ବାଦ ଆତ୍ମାମାନଙ୍କୁ ବା ପ୍ରକୃତିକୁ କେବେ ମିଳିବ?
କାହିଁକି ନା ବାଲାନ୍ସ ରଖିବା ଦ୍ୱାରା ତୁମମାନଙ୍କୁ ଯେଉଁ ବ୍ଲେସିଂଗ୍ ମିଳିଛି ତାହା ଅନ୍ୟମାନଙ୍କୁ
ମଧ୍ୟ ମିଳିବ । ତେବେ ଏଥିରେ ଅନ୍ତର କାହିଁକି ରହିଛି? ତୁମେମାନେ ନିଜକୁ କ’ଣ ବୋଲାଉଛ - କର୍ମଯୋଗୀ,
ନା କେବଳ ଯୋଗୀ? କର୍ମଯୋଗୀ ଅଟ ନା? ତେବେ ସେବା ମଧ୍ୟ କର୍ମ ଅଟେ ନା! ଯେକୌଣସି କର୍ମ କରୁଛ, କଥା
କହୁଛ, ଦୃଷ୍ଟି ଦେଉଛ, କୋର୍ସ କରାଉଛ ବା ମ୍ୟୁଜିୟମ ବୁଝାଉଛ - ଏସବୁ ହେଲା ଶ୍ରେଷ୍ଠ କର୍ମ
ଅର୍ଥାତ୍ ସେବା । ତେବେ କର୍ମଯୋଗୀ ଅର୍ଥାତ୍ କର୍ମ କରିବା ସମୟରେ ମଧ୍ୟ ଯୋଗର ସନ୍ତୁଳନ ରଖିବାବାଲା
। କିନ୍ତୁ ତୁମେମାନେ ତ ନିଜେ ହିଁ କହୁଛ ଯେ ଆମର ବାଲାନ୍ସ କମ୍ ହୋଇଯାଉଛି । ଏହାର କାରଣ କ’ଣ?
ତାହା ମଧ୍ୟ ତୁମେ ଭଲ ଭାବରେ ଜାଣିଛ, କିଛି ନୂଆ କଥା ନୁହେଁ । ବହୁତ ପୁରୁଣା କଥା । ବାପଦାଦା
ଦେଖୁଥିଲେ ଯେ ସେବା ବା କର୍ମ ଏବଂ ସ୍ୱ ପୁରୁଷାର୍ଥ ଅର୍ଥାତ୍ ଯୋଗଯୁକ୍ତ ସ୍ଥିତି, ଏହି ଦୁଇଟି
ଯାକର ବାଲାନ୍ସ ରଖିବା ପାଇଁ ବିଶେଷ କରି ଗୋଟିଏ ଶବ୍ଦକୁ ମନେ ରଖ - ତାହା କ’ଣ? “ବାବା”
ନିର୍ଦ୍ଦେଶକର୍ତ୍ତା ଅଟନ୍ତି ଏବଂ ମୁଁ (ମୁଁ ଅମୁକ ନୁହେଁ) ଆତ୍ମା କର୍ମକର୍ତ୍ତା ଅଟେ । ତେବେ
“କରନ-କରାବନହାର” ଅର୍ଥାତ୍ କରିକରାଇବାବାଲା ଶବ୍ଦ ହିଁ ତୁମମାନଙ୍କର ସନ୍ତୁଳନକୁ ସହଜରେ ଠିକ୍
କରିପାରିବ । ଯଦି ସ୍ୱ ପୁରୁଷାର୍ଥର ସନ୍ତୁଳନ ବା ଗତି କେବେ ବି କମ୍ ହେଉଛି ତେବେ ଏହାର କାରଣ
କ’ଣ? ନିଜକୁ କର୍ମକର୍ତ୍ତା ଭାବିବା ପରିବର୍ତ୍ତେ ମୁଁ ହିଁ କରିବାବାଲା ଅଟେ ଅର୍ଥାତ୍ କରିବାବାଲା
ଭାବିବା ପରିବର୍ତ୍ତେ ନିଜକୁ ନିର୍ଦ୍ଦେଶକର୍ତ୍ତା ବା କରାଇବାବାଲା ଭାବି ଦେଉଛ । ମୁଁ କରୁଛି
ଯାହାବି ବା ଯେଉଁଭଳି ବି ମାୟା ଆସୁଛି, ତା’ର ଆସିବାର ଦ୍ୱାରଟି କ’ଣ? ମାୟାର ଆସିବାର ସବୁଠାରୁ
ଭଲ ଏବଂ ସହଜ ରାସ୍ତା ବା ଦ୍ୱାର ହେଲା ଯାହାକି ତୁମେ ମଧ୍ୟ ଭଲ ଭାବରେ ଜାଣିଛ, ତାହା ହେଲା -
“ମୁଁ” । ତେବେ ଏହି ଗେଟ୍କୁ ଏବେ ପୂରା ବନ୍ଦ କରିନାହିଁ । ଏଭଳି ବନ୍ଦ କରୁଛ ଯାହାକି ମାୟା
ସହଜରେ ଖାଲିଦେଉଛି ଏବଂ ଆସିଯାଉଛି । ଯଦି ମୁଁ କରିବାବାଲା ଅଟେ ତେବେ କରାଇବାବାଲା ନିଶ୍ଚିତ ମନେ
ପଡିବେ । ଯଦିଓ ମୁଁ କରୁଛି କିନ୍ତୁ କରାଇବାବାଲା ବାବା ଅଟନ୍ତି । କରାଇବାବାଲା ଅର୍ଥାତ୍
ନିର୍ଦ୍ଦେଶକର୍ତ୍ତାଙ୍କ ସ୍ମୃତି ବିନା ତୁମେ କରିବାବାଲା ଅର୍ଥାତ୍ କର୍ମକର୍ତ୍ତା ହୋଇପାରିବ ନାହିଁ
। ତେଣୁ ଦୁଇଟି ରୂପରେ କରାଇବାବାଲାଙ୍କର ସ୍ମୃତି ରହିବା ଉଚିତ୍ । ଗୋଟିଏ ହେଲା ବାବା କରାଇବାବାଲା
ଅଟନ୍ତି ଏବଂ ଦ୍ୱିତୀୟରେ ମୁଁ ଆତ୍ମା ମଧ୍ୟ ଏହି କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଇବାବାଲା
ଅଟେ । ଏହାଦ୍ୱାରା କ’ଣ ହେବ ନା, କର୍ମ କରୁଥିଲେ ମଧ୍ୟ କର୍ମର ଭଲ ବା ମନ୍ଦ ପ୍ରଭାବରେ ପ୍ରଭାବିତ
ହେବ ନାହିଁ । ଏହାକୁ ହିଁ କୁହାଯାଏ କର୍ମାତୀତ ଅବସ୍ଥା ।
ତେବେ ତୁମମାନଙ୍କର
ଲକ୍ଷ୍ୟ କ’ଣ? କର୍ମାତୀତ ହେବାର ଲକ୍ଷ୍ୟ ରଖିଛ ନା! ନା କିଛି କିଛି କର୍ମବନ୍ଧନ ରହିଗଲେ ବି କୌଣସି
ଆପତ୍ତି ନାହିଁ । ତେବେ ରହିବା ଉଚିତ୍ ନା ନ ରହିବା ଉଚିତ୍ । କର୍ମାତୀତ ହେବାକୁ ଚାହୁଁଛ?
ବାବାଙ୍କ ସହିତ ସ୍ନେହର ପ୍ରତୀକ ହେଲା କର୍ମାତୀତ ହେବା । ତେଣୁ କରାଇବାବାଲା ହୋଇ କର୍ମ କର ଏବଂ
କରାଅ, କର୍ମେନ୍ଦ୍ରିୟ ଗୁଡିକ ତୁମ ଦ୍ୱାରା କର୍ମ ନ କରାନ୍ତୁ କିନ୍ତୁ ତୁମେ କର୍ମେନ୍ଦ୍ରିୟ
ଗୁଡିକ ଦ୍ୱାରା କର୍ମ କରାଅ । ନିଜକୁ ଦେହଠାରୁ ସମ୍ପୂର୍ଣ୍ଣ ଅଲଗା ମନେ କରି କର୍ମ କରାଇବା - ଏହି
ସ୍ମୃତି ସର୍ବଦା ଜାଗ୍ରତ ରୂପରେ ରହିଥାଉ । ସୁପ୍ତ ରୂପରେ ନୁହେଁ, କାରଣ ସୁପ୍ତ ଅବସ୍ଥାରେ କେବେ
କେବେ କରାଇବାବାଲା ପରିବର୍ତ୍ତେ କର୍ମେନ୍ଦ୍ରିୟଗୁଡିକର ଅର୍ଥାତ୍ ମନର, ବୁଦ୍ଧି ଏବଂ ସଂସ୍କାରର
ବଶୀଭୂତ ହୋଇଯାଉଛ । ଏହାର କାରଣ କ’ଣ ମୁଁ କରାବନହାର ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ଆତ୍ମା ଅଟେ,
ମାଲିକ ଅଟେ, ବିଶେଷ ଆତ୍ମା, ମାଷ୍ଟର ସର୍ବଶକ୍ତିମାନ ଆତ୍ମା ଅଟେ, ଏହି ସ୍ମୃତି ରହିବା ଅର୍ଥ
ମାଲିକ ପଣିଆର ସ୍ମୃତି ରହିବା, ନଚେତ୍ କେବେ ମନ ତୁମକୁ ଚଲାଉଛି ତ କେବେ ତୁମେ ମନକୁ ଚଲାଉଛି,
ସେଥିପାଇଁ ସବୁବେଳେ ସ୍ୱାଭାବିକ ଭାବରେ ମନମନାଭବ ସ୍ଥିତି ରହିପାରୁ ନାହିଁ । ମୁଁ ସମ୍ପୂର୍ଣ୍ଣ
ଅଲଗା ଅଟେ ଏବଂ କେବଳ ଅଲଗା ନୁହେଁ କିନ୍ତୁ ମାଲିକ ମଧ୍ୟ ଅଟେ । ଏହା ଛଡା ବାବାଙ୍କୁ ମନେ ପକାଇବା
ଦ୍ୱାରା ମୁଁ ବାଳକ ଅଟେ ଏବଂ କାର୍ଯ୍ୟ କରାଉଥିବା ମାଲିକ ମଧ୍ୟ ଅଟେ । ଏହାର ଅଭ୍ୟାସ ପ୍ରତି
ଧ୍ୟାନ ଦେବା ଏବେ କମ୍ ହେଉଛି । ସେବାରେ ବହୁତ ଭଲ ଭାବରେ ଲାଗି ରହୁଛ କିନ୍ତୁ ତୁମର ଲକ୍ଷ୍ୟ କ’ଣ?
ସେବାଧାରୀ ହେବାର ନା କର୍ମାତୀତ ହେବାର? ନା ଦୁଇଟିଯାକ ଏକାଠି ହେବ? ଏହି ଅଭ୍ୟାସ ପକ୍କା ଅଟେ ତ?
ଏବେ ଏବେ ଅଳ୍ପ ସମୟ ପାଇଁ ଅଭ୍ୟାସ କରିପାରିବ? ଅଲଗା ହୋଇପାରିବ? ନା ଏଭଳି ଯୋଡି ହୋଇଯାଇଛ ଯାହାକି
ଅଲଗା ହେବା ପାଇଁ ସମୟ ଦରକାର? ତେବେ କେତେ ସମୟରେ ଅଲଗା ହୋଇପାରିବ? ପାଞ୍ଚ ମିନିଟ୍ ଦରକାର, ଏକ
ମିନିଟ୍ ଦରକାର ନା ଏକ ସେକେଣ୍ଡ ଦରକାର? ଗୋଟିଏ ସେକେଣ୍ଡରେ ଅଲଗା ହୋଇପାରିବ?
ପାଣ୍ଡବମାନେ ଗୋଟିଏ
ସେକେଣ୍ଡରେ ଏକଦମ୍ ଅଲଗା ହୋଇପାରିବ? ଆତ୍ମା ମାଲିକ ଅଲଗା ଏବଂ କର୍ମେନ୍ଦ୍ରିୟ ରୂପୀ
କର୍ମଚାରୀମାନେ ଅଲଗା । ଏହିଭଳି ଅଭ୍ୟାସ ଯେବେ ଇଚ୍ଛା ସେବେ ହେବା ଦରକାର । ଆଚ୍ଛା, ଏବେ ଏବେ
ଗୋଟିଏ ସେକେଣ୍ଡରେ ଦେହଠାରୁ ଅଲଗା ଅର୍ଥାତ୍ ନ୍ୟାରା ଏବଂ ବାବାଙ୍କର ପ୍ୟାରା ହୋଇଯାଅ ।
ଶକ୍ତିଶାଳୀ ଅଭ୍ୟାସ କର - ବାସ୍ “ମୁଁ ଆତ୍ମା” ଦେହଠାରୁ ସ୍ୱତନ୍ତ୍ର ଅଟେ । ଏହି
କର୍ମେନ୍ଦ୍ରିୟଗୁଡିକ ମୋର ସାଥୀ ଅଟନ୍ତି, କର୍ମ କରିବାରେ ସାଥୀ ଅଟନ୍ତି କିନ୍ତୁ ମୁଁ
ସମ୍ପୂର୍ଣ୍ଣ ନ୍ୟାରା ଏବଂ ପ୍ୟାରା ଅଟେ । ଏବେ ଗୋଟିଏ ସେକେଣ୍ଡରେ ଏହି ଅଭ୍ୟାସକୁ ଦୋହରାଅ (ଡ୍ରିଲ୍)
ସହଜ ଲାଗୁଛି ନା କଷ୍ଟ ଲାଗୁଛି? ଯଦି ସହଜ ଲାଗୁଛି ତେବେ ସାରା ଦିନ ଭିତରେ କର୍ମ କରିବା ସମୟରେ
ବାରମ୍ବାର ଏହି ସ୍ମୃତିକୁ ଜାଗ୍ରତ କର, ତେବେ ସହଜରେ କର୍ମାତୀତ ସ୍ଥିତିର ଅନୁଭବ କରିପାରିବ,
କାହିଁକି ନା ସେବାକୁ ବା କର୍ମକୁ ତ ଛାଡିପାରିବ ନାହିଁ, ନା ଛାଡିପାରିବ? କରିବାକୁ ହିଁ ପଡିବ ।
ତପସ୍ୟାରେ ବସିବା ମଧ୍ୟ କର୍ମ ଅଟେ । ତେଣୁ କର୍ମ ବିନା ବା ସେବା ବିନା ତ ରହିପାରିବ ନାହିଁ ।
ଯଦିଓ ସେବାର ରୂପରେଖା ବଦଳିଯାଉଛି କିନ୍ତୁ ଏବେ ବି ଅନେକ ଆତ୍ମାଙ୍କର ଉଲୁଗୁଣା ଦେବା ବାକି ଅଛି,
ସେଥିପାଇଁ ସେବା ଏବଂ ସ୍ୱ ପୁରୁଷାର୍ଥ ଉଭୟର ବାଲାନ୍ସ ରଖ । ଏମିତି ନୁହେଁ ଯେ ସେବାରେ ବହୁତ
ବ୍ୟସ୍ତ ଥିଲି ତେଣୁ ସ୍ୱପୁରୁଷାର୍ଥ କମ୍ ହୋଇଗଲା, ନା । ବରଂ ସେବା ସମୟରେ ସ୍ୱ ପୁରୁଷାର୍ଥ ପ୍ରତି
ଅଧିକ ଧ୍ୟାନ ଦେବାକୁ ହେବ କାହିଁକି ନା ମାୟାକୁ ଆସିବା ପାଇଁ ସେବାରେ ହିଁ ବହୁତ ପ୍ରକାରର ସୁଯୋଗ
ଅଛି । ନାମକୁ ମାତ୍ର ସେବା କରୁଛୁ କିନ୍ତୁ ଭିତରେ ଥାଏ ସ୍ୱାର୍ଥ ଭାବନା । ନିଜକୁ ଆଗକୁ ବଢାଇବାର
ଅଛି, କିନ୍ତୁ ନିଜକୁ ଆଗକୁ ବଢାଇବା ସହିତ ସନ୍ତୁଳନ ରଖିବାକୁ ମଧ୍ୟ ଭୁଲିବାର ନାହିଁ କାହିଁକି ନା
ସେବାରେ ହିଁ ସ୍ୱଭାବର, ସମ୍ବନ୍ଧର ବିସ୍ତାର ହୋଇଥାଏ ଏବଂ ମାୟା ମଧ୍ୟ ସୁଯୋଗ ନେଇଥାଏ । ଯଦି
ଟିକିଏ ବି ବାଲାନ୍ସ ରଖିବା କମ୍ ହେଲା ତେବେ ମାୟା ନୂଆ ନୂଆ ରୂପ ଧାରଣ କରି ଆସିଯିବ, ପୁରୁଣା
ରୂପରେ ଆସିବ ନାହିଁ । ନୂଆ ନୂଆ ରୂପରେ, ନୂଆ ନୂଆ ପରିସ୍ଥିତି ରୂପରେ, ସମ୍ପର୍କ ରୂପରେ ଆସିଯିବ
। ତେବେ ସେବାକୁ ବାଦ ଦେଇ ଯଦି ବାପଦାଦା ତୁମକୁ ଅଲଗା କେଉଁଠି ବସାଇ ଦେବ, ଏକମାସ ବା ୧୫ ଦିନ
ଅଲଗା ବସାଇ ଦେବେ ତେବେ କର୍ମାତୀତ ହୋଇଯିବ ତ? ଗୋଟିଏ ମାସ ଦେଇ ଦେବା, ବାସ୍ କିଛି କରିବାର ନାହିଁ
କେବଳ ବସି ରୁହ, ତପସ୍ୟା କର, ଭୋଜନ ମଧ୍ୟ ଥରେ ହିଁ ତିଆରି କର, ବାସ୍ । ତାହାହେଲେ କର୍ମାତୀତ
ହୋଇଯିବ? ନା ହୋଇପାରିବ ନାହିଁ?
ଯଦି ସନ୍ତୁଳନ ରଖିବାର
ଅଭ୍ୟାସ ନାହିଁ ତେବେ କେତେ ବି ଏକମାସ କ’ଣ, ଦୁଇମାସ ମଧ୍ୟ ବସିଯାଅ କିନ୍ତୁ ମନ ବସିବ ନାହିଁ,
ଶରୀର ବସିଯିବ । କିନ୍ତୁ ତୁମକୁ ତ ମନକୁ ହିଁ ବସାଇବାର ବା ଶାନ୍ତ କରିବାର ଅଛି, ନା କେବଳ ଶରୀରକୁ
ଶାନ୍ତ କରିଦେଲେ ଚଳିବ? ଶରୀର ସହିତ ମନକୁ ମଧ୍ୟ ବସାଇବାକୁ ହେବ, ମନ ବସିବା ଦରକାର, ବାସ୍ ବାବା
ଏବଂ ମୁଁ ଅନ୍ୟ କେହି ନାହିଁ । ତେବେ ଗୋଟିଏ ମାସ ଏହିଭଳି ତପସ୍ୟା କରିପାରିବ, ନା ସେବା ମନେ
ପଡିବ? ବାପଦାଦା ବା ଡ୍ରାମା ଦେଖାଇ ଦେଉଛି ଯେ ଦିନକୁ ଦିନ ସେବା ବଢି ବଢି ଚାଲିଛି ଏବଂ ଆହୁରି
ମଧ୍ୟ ବଢିବ ତେଣୁ ବସିଯିବ କିପରି? ବର୍ଷକ ପୂର୍ବରୁ ଯେତିକି ସେବା କରିଥିଲ ଏବଂ ଏହି ବର୍ଷ ଯେତିକି
ସେବା କରିଛ ତାହା ବଢିଛି ନା, କମ୍ ହୋଇଛି! ବଢିଯାଇଛି ନା! ନ ଚାହିଁଲେ ମଧ୍ୟ ସେବାର ବନ୍ଧନରେ
ବାନ୍ଧି ହୋଇ ରହିଛ କିନ୍ତୁ ସନ୍ତୁଳନ ରଖିବା ଦ୍ୱାରା ସେବାର ବନ୍ଧନ ସମ୍ବନ୍ଧରେ ପରିଣତ ହୋଇଯିବ ।
ଯେପରି ଲୌକିକ ସମ୍ବନ୍ଧରେ ଭାବୁଛ ଯେ ଗୋଟିଏ ହେଲା କର୍ମର ବନ୍ଧନ ଏବଂ ଆଉ ଗୋଟିଏ ହେଲା ସେବାର
ସମ୍ବନ୍ଧ ତେଣୁ ବନ୍ଧନର ଅନୁଭବ ହେବ ନାହିଁ, ବରଂ ସେବାର ମିଠା ସମ୍ବନ୍ଧର ଅନୁଭବ ହେବ, ତେବେ
ଏଥିପାଇଁ କେଉଁ କଥା ପ୍ରତି ଧ୍ୟାନ ଦେବ? ସେବା ଏବଂ ସ୍ୱପୁରୁଷାର୍ଥର ବାଲାନ୍ସ ରଖିବା ଅର୍ଥାତ୍
ସନ୍ତୁଳନ । ସେବାର ଅତିକୁ ମଧ୍ୟ ଯାଅ ନାହିଁ, ବାସ୍ ମୋତେ ହିଁ କରିବାକୁ ହେବ, ମୁଁ ହିଁ
କରିପାରିବି, ନା । କରାଇବାବାଲା କରାଉଛନ୍ତି, ମୁଁ କେବଳ ନିମିତ୍ତ “କରିବାବାଲା” ଅଟେ । ତେବେ
ଦାୟିତ୍ୱ ଥିଲେ ମଧ୍ୟ ଥକିବାର ଅନୁଭବ କମ୍ ହୋଇଯିବ । କେତେକ ପିଲା କୁହନ୍ତି - ବହୁତ ସେବା କରିଛି
ନା ତେଣୁ ଥକି ଯାଇଛି, ମଥା ଭାରୀ ହୋଇଯାଇଛି । ତେବେ ମଥାଭାରୀ ଲାଗିବ ନାହିଁ । ବରଂ କରାବନହାର
ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ବାବା ବହୁତ ଭଲ ଭାବରେ ମାଲିସ୍ କରିଦେବ, ଯାହାଦ୍ୱାରା ତୁମର ମଥା
ଆହୁରି ଫ୍ରେଶ୍ ହୋଇଯିବ । କ୍ଲାନ୍ତ ଲାଗିବ ନାହିଁ, ଆହୁରି ଅଧିକ ଶକ୍ତି ମିଳିଯିବ । ଯଦି
ବିଜ୍ଞାନର ଔଷଧ ଦ୍ୱାରା ଶରୀରରେ ଶକ୍ତି ଆସିଯାଉଛି ତେବେ କ’ଣ ବାବାଙ୍କୁ ମନେ ପକାଇବା ଦ୍ୱାରା
ଆତ୍ମାକୁ ଶକ୍ତି ମିଳିପାରିବ ନାହିଁ? ଯଦି ଆତ୍ମାକୁ ଶକ୍ତି ମିଳିଯିବ ତେବେ ଶରୀର ଉପରେ ତ ଆପେ ଆପେ
ତା’ର ପ୍ରଭାବ ପଡିବ । ଏହାର ତ ଅନୁଭବୀ ମଧ୍ୟ ଅଟ ନା, କେବେ କେବେ ତ ଅନୁଭବ ହେଉଛି ନା । ପୁଣି
ବି ଚାଲୁ ଚାଲୁ ଲାଇନ୍ ବଦଳିଯାଉଛି କିନ୍ତୁ ଜଣାପଡୁ ନାହିଁ । ଯେତେବେଳେ କେଣସି ଉଦାସୀ ବା
କ୍ଲାନ୍ତ ଅନୁଭବ କରୁଛ ବା ମଥା ଭାରୀ ହୋଇଯାଉଛି ସେତେବେଳେ ପୁଣି ହୋଶ୍ ଆସୁଛି, କ’ଣ ହେଲା?
କାହିଁକି ହେଲା? ତେଣୁ କେବଳ ଗୋଟିଏ ଶବ୍ଦ “କର୍ମକର୍ତ୍ତା ଏବଂ “ନିର୍ଦ୍ଦେଶକର୍ତ୍ତା” ଏତିକି ମନେ
ରଖ, କ’ଣ ମୁଶକିଲ୍ ନା ସହଜ? କୁହ ହାଁ ଜୀ । ଆଚ୍ଛା!
ଏବେ ୯ ଲକ୍ଷ ପ୍ରଜା
ତିଆରି କରିସାରିଲଣି? ବିଦେଶରେ କେତେ ହେଲେଣି? ୯ ଲକ୍ଷ ହୋଇଗଲେଣି? ଭାରତରେ ହୋଇଗଲେଣି?
ହୋଇନାହାଁନ୍ତି । ତେବେ ତୁମେମାନେ ହିଁ ସମାପ୍ତିର କଣ୍ଟାକୁ ଆଗକୁ ବଢିବାକୁ ଦେଉ ନାହିଁ । ତେଣୁ
ବାଲାନ୍ସ ରଖ, ଡାଇମଣ୍ଡ ଜୁବଲୀ ପାଳନ କରୁଛ ନା ତେଣୁ ଖୁବ୍ ସେବା କର କିନ୍ତୁ ବାଲାନ୍ସ ରଖି ସେବା
କର । ତାହାହେଲେ ପ୍ରଜାମାନେ ଶ୍ରୀଘ୍ର ଶୀଘ୍ର ପ୍ରସ୍ତୁତ ହୋଇଯିବେ, ସମୟ ଲାଗିବ ନାହିଁ । ପ୍ରକୃତି
ମଧ୍ୟ ବହୁତ ଥକି ଗଲାଣି, ଆତ୍ମାମାନେ ମଧ୍ୟ ନିରାଶ ହୋଇଗଲେଣି । ତେବେ ସମସ୍ତେ ଯେତେବେଳେ ନିରାଶ
ହୋଇଯାଆନ୍ତି ସେତେବେଳେ କାହାକୁ ମନେ ପକାନ୍ତି? ଭଗବାନଙ୍କୁ ନିଜର ପିତାଙ୍କୁ ମନେ ପକାନ୍ତି,
କିନ୍ତୁ ତାଙ୍କର ପୂରା ପରିଚୟ ଜଣାନଥିବା କାରଣରୁ ତୁମେ ଦେବୀ-ଦେବତାମାନଙ୍କୁ ଅଧିକ ମନେ
ପକାଉଛନ୍ତି? ଭଗବାନଙ୍କୁ ବା ନିଜର ପିତାଙ୍କୁ ମନେ ପକାଉଛନ୍ତି, ତେବେ କ’ଣ ନିରାଶ ଆତ୍ମାମାନଙ୍କର
ଡାକରା ତୁମକୁ ଶୁଭୁ ନାହିଁ? କ’ଣ ଶୁଭୁଛି? ନା ନିଜ ନିଜର ମୌଜ-ମସ୍ତୀରେ ରହିଛ? ଦୟାଳୁ ଅଟ ନା!
ବାବାଙ୍କୁ ମଧ୍ୟ କ’ଣ କହୁଛନ୍ତି? ମର୍ସିଫୁଲ୍ ଅର୍ଥାତ୍ ଦୟାଳୁ କୃପାଳୁ ଏବଂ ସବୁ ଧର୍ମବାଲା ମର୍ସି
ନିଶ୍ଚିତ ଭାବରେ ମାଗିଥାଆନ୍ତି, ସୁଖ ମାଗିବେ ନାହିଁ କିନ୍ତୁ ମର୍ସି ସମସ୍ତଙ୍କୁ ଦରକାର । ତେବେ
ଦେବାବାଲା କିଏ? ତୁମେମାନେ ଅଟ ନା? ନା ନେଲାବାଲା ଅଟ? ନା ବାବାଙ୍କଠାରୁ ନେଇ କରିଦେବାବାଲା ।
ଦାତାଙ୍କର ସନ୍ତାନ ଅଟ ନା! ତେଣୁ ନିଜର ଭାଇ ଭଉଣୀଙ୍କ ଉପରେ ଦୟାଶୀଳ ହୁଅ, ଯଦି ଦୟାର ଭାବନା ରଖି
ସେବା କରିବ ତେବେ ସେଥିରେ ନିମିତ୍ତ ଭାବ ନିଶ୍ଚିତ ରହିବ । କିଏ କେତେ ବି ଖରାପ ହୋଇ ଥାଉ ଯଦି
ତା’ ଉପରେ ତୁମର ଦୟାଭାବ ରହିବ ତେବେ ତା’ ପ୍ରତି କେବେ ବି ଘୃଣା ବା ଈର୍ଷା ବା କ୍ରୋଧର ଭାବନା
ଆସିବ ନାହିଁ । ଦୟାର ଭାବନା ସହଜରେ ନିମିତ୍ତ ଭାବନା ଜାଗ୍ରତ କରାଇଦିଏ । ତେବେ ସ୍ୱାର୍ଥଯୁକ୍ତ
ଦୟା ନୁହେଁ, ପ୍ରକୃତ ଦୟା । କେଉଁଠି କେଉଁଠି ସ୍ୱାର୍ଥଯୁକ୍ତ ଦୟା ମଧ୍ୟ ଥାଏ । ଯଦି କୌଣସି ଆତ୍ମା
ପ୍ରତି ଭିତରେ ମୋହ ରହିଥିବ କିନ୍ତୁ ଭାବୁଥିବ ମୋ’ର ତାପ୍ରତି ଦୟା ଆସୁଛି ତେବେ ତାହାହେଲା
ସ୍ୱାର୍ଥଯୁକ୍ତ ଦୟା । ପ୍ରକୃତ ଦୟା ଭାବନା ନୁହେଁ, ପ୍ରକୃତ ଦୟା ଭାବନାରେ କୌଣସି ପ୍ରକାରର ମୋହର
ଆକର୍ଷଣ ନଥିବ, କୌଣସି ଦୈହିକ ସ୍ମୃତି ନ ଥିବ, ଆତ୍ମା ଆତ୍ମା ଉପରେ ଦୟା କରୁଛି । ଦେହଅଭିମାନ ବା
ଦେହର କୌଣସି ଆକର୍ଷଣର ଚିହ୍ନ-ବର୍ଣ୍ଣ ନ ଥିବ କାହାର ମୋହ ଦେହ ସହିତ ଥାଏ, କାହାର କୌଣସି ଗୁଣ
ପ୍ରତି ଥାଏ ବା କୌଣସି ବିଶେଷତା ପ୍ରତି ମଧ୍ୟ ଥାଏ । କିନ୍ତୁ ସେହି ବିଶେଷତା ବା ଗୁଣର ଦାତା କିଏ?
ଆତ୍ମା ଯେତେ ବି ବଡ ହୋଇଥାଉ କିନ୍ତୁ ବାବାଙ୍କ ଠାରୁ ତ ନେଇଥାଏ ନା । ନିଜର କିଛି ବି ନୁହେଁ,
ସବୁକିଛି ବାବା ଦେଇଛନ୍ତି । ତେବେ ତୁମେ ମଧ୍ୟ ସିଧାସଳଖ ଦାତାଙ୍କ ଠାରୁ କାହିଁକି ନ ନେବ ।
ସେଥିପାଇଁ କୁହାଯାଉଛି ସ୍ୱାର୍ଥ ଯୁକ୍ତ ଦୟା ରଖ ନାହିଁ । କେତେକ ପିଲା ଏହିପରି ଭେଳିକି ମଧ୍ୟ
କରିଥାଆନ୍ତି, ଭିତରେ ସ୍ୱାର୍ଥ ରହିଥିବ କିନ୍ତୁ କହୁଥିବେ ମୋତେ ଦୟା ଲାଗୁଛି । ଆଉ କିଛି ନୁହେଁ
କେବଳ ଦୟାର ଭାବନା ଅଛି । କିନ୍ତୁ ଚେକ୍ କର - ନିଃସ୍ୱାର୍ଥ ଦୟା ଅଛି ତ? ମୋହମୁକ୍ତ ଦୟା ଭାବନା
ଅଛି ତ? କୌଣସି ଅଳ୍ପକାଳର ପ୍ରାପ୍ତି କାରଣରୁ ଦୟା ଆସୁନାହିଁ ତ? ଆଉ କ’ଣ କହିବେ ସେ ବହୁତ ଭଲ ନା
ସେଥିପାଇଁ ଟିକିଏ ଦୟା ଆସିଯାଉଛି... ତେବେ ଏଥିପାଇଁ ତ ଟିକିଏ ବି ଅନୁମତି ନାହିଁ । ଯଦି
କର୍ମାତୀତ ହେବାକୁ ଚାହୁଁଛ ତେବେ ଏସବୁ ବାଧା ଅଟେ ଯାହାକି ଦେହ-ଅଭିମାନୀ କରିଦିଏ । ଭଲ ତ ଅଟେ
କିନ୍ତୁ ତାକୁ ଭଲ କରିବାବାଲା କିଏ? ଯଦିଓ କାହାର ଭଲ ଗୁଣକୁ ଧାରଣ କର କିନ୍ତୁ ସେଥିରେ ପ୍ରଭାବିତ
ହୁଅ ନାହିଁ । ସବୁଥିରୁ ନିଆରା ଏବଂ ଏକମାତ୍ର ବାବାଙ୍କର ପ୍ୟାରା ଅର୍ଥାତ୍ ପ୍ରିୟ ପାତ୍ର ହୋଇ
ରୁହ । ଯେଉଁମାନେ ବାବାଙ୍କର ପ୍ରିୟ ପାତ୍ର ଅଟନ୍ତି ସେମାନେ ସର୍ବଦା ସୁରକ୍ଷିତ ରହିଥାଆନ୍ତି ।
ବୁଝିପାରିଲ!
ଯଦି ସେବାକୁ ବଢାଉଛ ଏବଂ
ବଢାଇବାକୁ ହିଁ ହେବ ତେବେ ସ୍ଥାପନା କାର୍ଯ୍ୟକୁ ମଧ୍ୟ ପାଖେଇ ଆଣିବାକୁ ହେବ, ନା ନାହିଁ? ତେବେ
ଆଣିବ କିଏ? ବାବା ଆଣିବେ? ସମସ୍ତ ମିଶି ଆଣିବ । ସାଥୀ ଅଟ ନା । ତୁମଭଳି ସାଥୀ ପିଲାମାନଙ୍କ ବିନା
ଏକା ଏକା ବାବା ମଧ୍ୟ କିଛି କରିପାରିବେ ନାହିଁ । ଦେଖ ବାବାଙ୍କୁ ଯଦି କୌଣସି କଥା ବୁଝାଇବାକୁ
ପଡୁଛି ତେବେ ବି ଶରୀରର ସାହାଯ୍ୟ ନେବାକୁ ପଡୁଛି । ଶରୀରକୁ ସାଥୀ ନ କରି କଥା କହିପାରିବେ? ଚାହେଁ
ପୁରୁଣା ଗାଡି ହୋଇଥାଉ ବା ନୂଆ ହୋଇଥାଉ, କିନ୍ତୁ ଆଧାର ତ ନେବାକୁ ପଡୁଛି ନା । ଆଧାର ବିନା କିଛି
ବି କରିପାରିବେ ନାହିଁ । ବ୍ରହ୍ମାବାବାଙ୍କର ସଂଗର ଆଧାର ନେବାକୁ ପଡିଲା ନା, ତେବେ ତ ତୁମେମାନେ
ବ୍ରାହ୍ମଣ ହେଲ । ନିଜକୁ ବ୍ରହ୍ମାକୁମାର ବୋଲି କହୁଛ ଶିବକୁମାର କହୁ ନାହିଁ, କାହିଁକି ନା
ନିରାକାର ପିତାଙ୍କୁ ମଧ୍ୟ ସାକାରର ଆଧାର ନେବାକୁ ହିଁ ପଡିବ । ଯେପରି ସାକାରରେ ବ୍ରହ୍ମାଙ୍କର
ଆଧାର ନେଇଥିଲେ ସେହିପରି ଏବେ ମଧ୍ୟ ଶିବବାବା ବ୍ରହ୍ମାଙ୍କର ଅବ୍ୟକ୍ତ ଫରିସ୍ତା ରୂପର ଆଧାର ନ
ନେଇ ତୁମମାନଙ୍କର ପାଳନା କରିପାରିବେ ନାହିଁ । ଚାହେଁ ସାକାରରେ ନେଇଥିଲେ, ଚାହେଁ ଆକାରୀ ରୂପରେ
ମଧ୍ୟ ନେଉଛନ୍ତି କିନ୍ତୁ ଆତ୍ମାର ଆଧାର ବା ସହଯୋଗ ନେବାକୁ ହିଁ ପଡୁଛି । ଏମିତି ତ
ସର୍ବଶକ୍ତିମାନ ମଧ୍ୟ ଅଟନ୍ତି, ଯେବେକି କୌଣସି ଯାଦୁକର ଗୋଟିଏ ସେକେଣ୍ଡରେ ବିନାଶୀ ଖେଳ ଦେଖାଇ
ପାରୁଛି ତେବେ କ’ଣ ସର୍ବଶକ୍ତିମାନ, କ୍ଷମତା ସମ୍ପନ୍ନ ପରମାତ୍ମା ଯାହା ଚାହିଁବେ ତାହା କରିପାରିବେ
ନାହିଁ? କରିପାରିବେ ନା? ଏବେ ଏବେ ବିନାଶକୁ ନିକଟକୁ ନେଇଆସିପାରିବେ? ଏକୁଟିଆ ଆଣିପାରିବେ? ନା
ଏକୁଟିଆ କରିପାରିବେ ନାହିଁ । ଯଦିଓ ଅଲମାଇଟୀ ଅଥୋରିଟୀ ଅର୍ଥାତ୍ ସର୍ବଶକ୍ତିମାନ କ୍ଷମତା
ସମ୍ପନ୍ନ ମଧ୍ୟ ଅଟନ୍ତି କିନ୍ତୁ ତୁମଭଳି ସାଥୀମାନଙ୍କର ସମ୍ବନ୍ଧରେ ବନ୍ଧା ହୋଇଛନ୍ତି । ତେଣୁ
ବାବାଙ୍କର ତୁମମାନଙ୍କ ପ୍ରତି କେତେ ସ୍ନେହ ଅଛି? ଚାହିଁଲେ କରିପାରିବେ କିନ୍ତୁ ଡ୍ରାମା ଏଭଳି
କରିପାରିବେ ନାହିଁ । କ’ଣ ଯାଦୁର ଛଡି ଘୂରାଇ ପାରିବେ ନାହିଁ? କିନ୍ତୁ ବାବା କହୁଛନ୍ତି ରାଜ୍ୟ
ଅଧିକାରୀ କିଏ ହେବ? କ’ଣ ବାବା ହେବେ କି? ତୁମମାନଙ୍କ ବିନା କାମ ଚଳିବ? ସେଥିପାଇଁ ବାବାଙ୍କୁ
ତୁମ ସମସ୍ତଙ୍କୁ କର୍ମାତୀତ କରିବାକୁ ହିଁ ହେବ । ତୁମକୁ ମଧ୍ୟ କର୍ମାତୀତ ହେବାକୁ ପଡିବ, ନା ବାବା
ଜବରଦସ୍ତି କରିବେ?
ବାବାଙ୍କୁ ମଧ୍ୟ କରିବାକୁ
ହିଁ ହେବ ଏବଂ ତୁମ ସମସ୍ତଙ୍କୁ ହେବାକୁ ହିଁ ପଡିବ । ଏହା ହିଁ ହେଉଛି ମିଠା ଡ୍ରାମା । ତେବେ
ଡ୍ରାମା ଭଲ ଲାଗୁଛି ନା । ନା କେବେ କେବେ ବିରକ୍ତ ହୋଇଯାଉଛ, ଏମିତି କାହିଁକି ଡ୍ରାମା ତିଆରି
ହୋଇଛି? ଭାବୁଛ କି - ଏହା ବଦଳିବା ଦରକାର? ବାବା ମଧ୍ୟ କହୁଛନ୍ତି - ଡ୍ରାମା ପୂର୍ବ ପ୍ରସ୍ତୁତ
ବା ପୂର୍ବନିର୍ଦ୍ଧାରିତ ଅଟେ, ତେଣୁ ବଦଳି ପାରିବ ନାହିଁ । ପୁନରାବୃତ୍ତି ହେବ କିନ୍ତୁ ବଦଳି
ପାରିବ ନାହିଁ । ଡ୍ରାମା ଅନୁସାରେ ତୁମର ଏହି ଅନ୍ତିମ ଜନ୍ମକୁ ବହୁତ ଶକ୍ତି ପ୍ରାପ୍ତ ହୋଇଛି ।
ଡ୍ରାମା ତ ଅଟେ କିନ୍ତୁ ଡ୍ରାମାରେ ଏହି ଶ୍ରେଷ୍ଠ ବ୍ରାହ୍ମଣ ଜନ୍ମରେ ତୁମମାନଙ୍କୁ ବହୁତ ଶକ୍ତି
ମିଳିଛି । ବାବା ତୁମମାନଙ୍କୁ ୱିଲ୍ କରିଦେଇଛନ୍ତି ସେଥିପାଇଁ ଏହାକୁ ୱିଲ୍ ପାୱାର ଅର୍ଥାତ୍
ଇଚ୍ଛାଶକ୍ତି କୁହାଯାଉଛି । ତାହା ହେଲେ କେଉଁ ଶବ୍ଦକୁ ମନେ ରଖିବ? “କରନକରାବନହାର” ଅର୍ଥାତ୍
କରିକରାଇବାବାଲା ଏହା ପୂରା ପକ୍କା ଅଟେ ତ, ନା ପ୍ଳେନ୍ରେ ଯାଉ ଯାଉ ଭୁଲିଯିବ? ନା ଏହାକୁ
ଭଲିବାର ନାହିଁ ।
ଏବେ ପୁନର୍ବାର ନିଜକୁ
ଶରୀରର ବନ୍ଧନଠାରୁ ପୃଥକ କର୍ମାତୀତ ଅବସ୍ଥାରେ, କର୍ମ କରାଉଥିଲେ ମଧ୍ୟ ମୁଁ ସମ୍ପୂର୍ଣ୍ଣ ଅଲଗା,
ଦେଖୁଛି, କଥା କହୁଛି କିନ୍ତୁ ଅଲଗା, ମୁଁ ମାଲିକ ଅଟେ ଏବଂ ବାବାଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା
ନିମିତ୍ତ ଆତ୍ମା ଅଟେ, ଏହି ସ୍ମୃତିରେ ପୁନର୍ବାର ମନ ଏବଂ ବୁଦ୍ଧିକୁ ସ୍ଥିତ କର । (ଡ୍ରିଲ୍)
ଆଚ୍ଛା!
ଚାରିଆଡର ସର୍ବଦା ସେବାର
ଉମଙ୍ଗ-ଉତ୍ସାହରେ ରହୁଥିବା ସେବାଧାରୀ ଆତ୍ମାମାନଙ୍କୁ, ସର୍ବଦା ସ୍ୱ ପୁରୁଷାର୍ଥ ଏବଂ ସେବାର
ସନ୍ତୁଳନ ରଖି ଆନନ୍ଦିତ ରହୁଥିବା ଆତ୍ମାମାନଙ୍କୁ, ସର୍ବଦା ନିଃସ୍ୱାର୍ଥ ଦୟାଳୁ ହୋଇ ସର୍ବ
ଆତ୍ମାଙ୍କ ପ୍ରତି ସଚ୍ଚା ଦୟା ରଖିଥିବା ବିଶେଷ ଆତ୍ମାମାନଙ୍କୁ, ସର୍ବଦା ନିଜକୁ ଗୋଟିଏ ସେକେଣ୍ଡରେ
ନିଜର କର୍ମବନ୍ଧନ ବା ଅନେକ ପ୍ରକାରର ରାଜକୀୟ ବନ୍ଧନରୁ ମୁକ୍ତ କରୁଥିବା ତୀବ୍ର ପୁରୁଷାର୍ଥୀ
ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ଆଜ୍ଞାକାରୀ ହୋଇ
ବାବାଙ୍କର ସହଯୋଗ ବା ଆଶୀର୍ବାଦର ଅନୁଭବ କରୁଥିବା ସଫଳତାମୂରତ ହୁଅ ।
ବାବାଙ୍କର ଆଜ୍ଞା ହେଲା
“କେବଳ ମୋତେ ହିଁ ମନେ ପକାଅ” । ଏକମାତ୍ର ବାବା ହିଁ ତୁମର ସଂସାର ସେଥିପାଇଁ ବାବାଙ୍କ ବ୍ୟତୀତ
ଦିଲ୍ରେ ଅନ୍ୟ କିଛି ବି ନ ରହୁ । ଏକମତ, ଏକ ବଳ, ଏକ ଭରସା.... ଯେଉଁଠି ଏକତା ଅଛି ସେଠାରେ
ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ । ସେମାନଙ୍କ ପାଇଁ ଯେକୌଣସି ପରିସ୍ଥିତିକୁ ପାର କରିବା
ସହଜ ଅଟେ । ଆଜ୍ଞା ପାଳନ କରୁଥିବା ପିଲାମାନଙ୍କୁ ବାବାଙ୍କଠାରୁ ଆଶୀର୍ବାଦ ମିଳିଥାଏ ସେଥିପାଇଁ
କଷ୍ଟକର କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ ।
ସ୍ଲୋଗାନ:-
ଏହି ନୂଆ
ବ୍ରାହ୍ମଣ ଜୀବନର ସ୍ମୃତିରେ ରହିଲେ କୌଣସି ବି ପୁରୁଣା ସଂସ୍କାର ପ୍ରକଟ ହୋଇ ପାରିବ ନାହିଁ ।