05.12.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ନିଜର ଲକ୍ଷ୍ୟ ଏବଂ ଲକ୍ଷ୍ୟଦାତା ବାବାଙ୍କୁ ମନେ ପକାଅ ତେବେ ଦୈବୀଗୁଣ ଆସିଯିବ, କାହାକୁ ଦୁଃଖ ଦେବା, ନିନ୍ଦା କରିବା ଏସବୁ ଆସୁରୀ ଲକ୍ଷଣ ଅଟେ ।

ପ୍ରଶ୍ନ:-
ବାବାଙ୍କର ତୁମମାନଙ୍କ ପ୍ରତି ନିବିଡ ସ୍ନେହ ରହିଛି, ତାହାର ପ୍ରତୀକ କଣ ?

ଉତ୍ତର:-
ବାବାଙ୍କଠାରୁ ଯେଉଁ ସବୁ ମିଠା-ମିଠା ଶିକ୍ଷା ମିଳୁଛି, ଏହି ଶିକ୍ଷା ଦେବା ହିଁ ତାଙ୍କର ନିବିଡ ସ୍ନେହର ପ୍ରତୀକ ଅଟେ । ବାବାଙ୍କର ପ୍ରଥମ ଶିକ୍ଷା ହେଉଛି ମିଠା ସନ୍ତାନଗଣ, ଶ୍ରୀମତ ବିରୁଦ୍ଧ କୌଣସି ଓଲଟା-ସୋଲଟା କାମ କର ନାହିଁ, (୨) ତୁମେମାନେ ବିଦ୍ୟାର୍ଥୀ ଅଟ, ତେଣୁ କେବେ ବି ନିୟମକୁ ହାତକୁ ନିଅ ନାହିଁ ଅର୍ଥାତ୍ କାହାକୁ ଦଣ୍ଡ ଦିଅ ନାହିଁ । ତୁମେ ନିଜ ମୁଖରୁ ସର୍ବଦା ରତ୍ନ ବାହର କର, ପଥର ନୁହେଁ ।

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି । ଏବେ ଏହାଙ୍କୁ (ଲକ୍ଷ୍ମୀ-ନାରାୟଣଙ୍କୁ) ତ ତୁମେମାନେ ଭଲ ଭାବରେ ଦେଖୁଛ । ଏହା ହେଉଛି ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅର୍ଥାତ୍ ତୁମେ ଏହି କୁଳର ଥିଲ । ତେବେ କେତେ ରାତି-ଦିନର ଫରକ ରହିଛି, ତେଣୁ ଘଡି-ଘଡି ଏମାନଙ୍କୁ ଦେଖ । ଆମକୁ ଏପରି ହେବାକୁ ପଡିବ । ଏମାନଙ୍କର ମହିମାକୁ ତ ଭଲ ଭାବରେ ଜାଣିଛ । ଏମାନଙ୍କର ଚିତ୍ର ପକେଟରେ ରଖିଲେ ଖୁସି ଲାଗିବ । ତୁମ ଭିତରେ ଯେଉଁ ଦ୍ୱନ୍ଦ ରହିଛି, ତାହା ରହିବା ଠିକ୍ ନୁହେଁ । ଏହାକୁ ଦେହ-ଅଭିମାନ କୁହାଯାଏ । ଦେହୀ-ଅଭିମାନୀ ହୋଇ ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଦେଖିଲେ ବୁଝିପାରିବ ଯେ, ଆମେ ଏହିପରି ହେବାକୁ ଯାଉଛୁ । ତେଣୁ ନିଶ୍ଚିତ ଏମାନଙ୍କୁ ଦେଖିବା ଦରକାର । ବାବା ବୁଝାଉଛନ୍ତି ତୁମକୁ ଏପରି ହେବାକୁ ପଡିବ । ମଧ୍ୟାଜୀଭବ, ଏମାନଙ୍କୁ ଦେଖ ଏବଂ ମନେ ପକାଅ । ଏଭଳି ଏକ ଦୃଷ୍ଟାନ୍ତ ମଧ୍ୟ ରହିଛି ନା ଜଣେ ଲୋକ ଭାବିଲା ମୁଁ ଏକ ମଇଁଷି ଅଟେ, ତେଣୁ ସେ ନିଜକୁ ମଇଁଷି ଭଳି ବୁଝିବାକୁ ଲାଗିଲା । ତୁମେ ଜାଣିଛ ଏହା ଆମର ଏମ୍ ଅବଜେକ୍ଟ ଅଟେ । ଆମକୁ ଏହିପରି ହେବାକୁ ହିଁ ପଡିବ । କିପରି ହେବ ? ତୁମେ ଯେତେ ବାବାଙ୍କୁ ମନେ ପକାଇବ । ସେଥିପାଇଁ ପ୍ରତ୍ୟେକ ନିଜକୁ ପଚାର ବାସ୍ତବରେ ଆମେ ଏମାନଙ୍କୁ ଦେଖି ବାବାଙ୍କୁ ମନେପକାଉଛୁ ? ଏକଥା ତ ବୁଝିପାରୁଛ ଯେ ବାବା ଆମକୁ ଦେବତା କରୁଛନ୍ତି । ତେଣୁ ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଇବା ଉଚିତ୍ । ବାବା ଏକଥା ମଧ୍ୟ କହୁଛନ୍ତି ଯେ ନିରନ୍ତର ବାବାଙ୍କର ସ୍ମୃତି ରହିପାରିବ ନାହିଁ । କିନ୍ତୁ ଚେଷ୍ଟା ତ କରିବାକୁ ହେବ । ଘର ଗୃହସ୍ଥର କାର୍ଯ୍ୟ କରି ମଧ୍ୟ ଯଦି ଏମାନଙ୍କୁ (ଲକ୍ଷ୍ମୀ-ନାରାୟଣଙ୍କୁ) ମନେ ପକାଇବ ତେବେ ବାବା ନିଶ୍ଚିତ ମନେ ପଡିବେ । ବାବାଙ୍କୁ ମନେ ପକାଇଲେ ଏମାନେ ମଧ୍ୟ ନିଶ୍ଚିତ ମନେ ପଡିବେ ଯେ ଆମକୁ ଏପରି ହେବାକୁ ହେବ । ଏହି ଧୁନ୍ ସାରା ଦିନ ଲାଗି ରହୁ । ତେବେ ଜଣେ ଅନ୍ୟ ଜଣଙ୍କର ଗ୍ଲାନି କେବେ କରିବ ନାହିଁ । ଇଏ ଏମିତି, ସିଏ ସେମିତି... ଯିଏ ଏପରି କଥାରେ ଲାଗି ରହନ୍ତି ସେମାନେ କେବେ ଉଚ୍ଚପଦ ପାଇପାରିବେ ନାହିଁ । ସେମାନେ ଏମିତି ହିଁ ରହିଯିବେ । ତୁମକୁ କେତେ ସହଜ କରି ବୁଝାଯାଉଛି । ଏମାନଙ୍କୁ ମନେ ପକାଅ ଏବଂ ବାବାଙ୍କୁ ମନେ ପକାଅ ତେବେ ତୁମେ ଏହିପରି ହୋଇଯିବ । ଏଠାରେ ତ ତୁମେ ସମ୍ମୁଖରେ ବସିଛ । ସମସ୍ତଙ୍କ ଘରେ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ନିଶ୍ଚିତ ରହିବା ଦରକାର । ଏହି ଚିତ୍ର କେତେ ଆକ୍ୟୁରେଟ୍ (ସଠିକ୍) ଅଟେ । ଏମାନଙ୍କୁ ମନେ ପକାଇଲେ ବାବା ମଧ୍ୟ ମନେ ପଡିବେ । ଦିନ ସାରା ଅନ୍ୟ କଥା ବଦଳରେ ଏହିସବୁ କଥା ସମସ୍ତଙ୍କୁ ଶୁଣାଇଚାଲ । ସେ ଏପରି, ଏମିତି.... କାହାର ନିନ୍ଦା କରିବା ଏହାକୁ ଦ୍ୱିଧା କୁହାଯାଏ । ନିଜ ବୁଦ୍ଧିକୁ ଦୈବୀ ବୁଦ୍ଧି କରିବାକୁ ହେବ । କାହାକୁ ଦୁଃଖ ଦେବା, ଗ୍ଲାନି କରିବା, ଚଞ୍ଚଳତା କରିବା ଏହିଭଳି ସ୍ୱଭାବ ରହିବା ଉଚିତ୍ ନୁହେଁ । ଏହିଭଳି ସ୍ୱଭାବରେ ତ ଅଧାକଳ୍ପ ରହିଥିଲ । ଏବେ ତୁମ ପିଲାମାନଙ୍କୁ କେତେ ମିଠା ଶିକ୍ଷା ମିଳୁଛି । ଏହାଠାରୁ ଅଧିକ ସ୍ନେହ ଆଉ କିଛି ନାହିଁ । କୌଣସି ଓଲଟା-ସିଧା କାମ, ବିନା ଶ୍ରୀମତର କାମ କରିବା ଅନୁଚିତ୍ । ବାବା ଧ୍ୟାନ ପାଇଁ ମଧ୍ୟ (ଆଦେଶ) ଡାଇରେକ୍ସନ୍ ଦେଇଛନ୍ତି କେବଳ ଭୋଗ ଲଗାଇ ଚାଲିଆସ । ବାବା ଏକଥା ତ କହୁ ନାହାଁନ୍ତି ଯେ, ବୈକୁଣ୍ଠକୁ ଯାଅ, ରାସ-ବିଳାସ କର । ଅନ୍ୟ ସ୍ଥାନକୁ ଗଲ ଅର୍ଥାତ୍ ମାୟାର ପ୍ରବେଶତା ହେଲା । ମାୟାର ପ୍ରଥମ କର୍ତ୍ତବ୍ୟ ହେଲା ପତିତ କରିବା । ବେନିୟମ ଚଳଣି ଦ୍ୱାରା ବହୁତ କ୍ଷତି ହୋଇଥାଏ । ଏମିତି ବି ହୋଇପାରେ ତୁମକୁ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ, ଯଦି ନିଜକୁ ସୁରକ୍ଷିତ ନ ରଖିବ ତେବେ ବାବାଙ୍କ ସହିତ ଧର୍ମରାଜ ମଧ୍ୟ ଅଛନ୍ତି । ତାଙ୍କ ପାଖରେ ବେହଦର ହିସାବ-କିତାବ ରହିଛି । ରାବଣର ଜେଲରେ କେତେ ବର୍ଷ ହେବ ଦଣ୍ଡ ଭୋଗ କରିଆସିଛ । ଏହି ଦୁନିଆରେ କେତେ ଅପାର ଦୁଃଖ ରହିଛି । ଏବେ ବାବା କହୁଛନ୍ତି ଆଉ ସବୁ କଥା ଭୁଲି ଏକମାତ୍ର ବାବାଙ୍କୁ ମନେ ପକାଅ ଏବଂ ମନରୁ ସବୁ ଦ୍ୱନ୍ଦ ବାହାର କରିଦିଅ । ବିକାରୀ କିଏ କରୁଛି ? ମାୟାର ଭୂତ । ଏହା ହିଁ ହେଉଛି ତୁମର ଏମ୍ ଅବଜେକ୍ଟ । ରାଜଯୋଗ ଅଟେ ନା । ବାବାଙ୍କୁ ମନେପକାଇଲେ ତୁମକୁ ଏହି ବର୍ସା ମିଳିବ । ତେଣୁ ଏହି ଧନ୍ଦାରେ ଲାଗିଯିବା ଉଚିତ୍ । ଭିତରୁ ସବୁ ଖରାପ ଜିନିଷ (କାଦୁଅ) ବାହାର କରିଦେବା ଉଚିତ୍ । ମାତ୍ର ମାୟାର ପରାକାଷ୍ଠା ମଧ୍ୟ ବହୁତ । ଏହାକୁ ଉଡେଇ ଚାଲ । ଯେତେ ପାରିବ ଯୋଗଯୁକ୍ତ ହୋଇ ରୁହ । ଏବେ ତ ନିରନ୍ତର ଯୋଗ କରିପାରିବ ନାହିଁ । ଶେଷ ସମୟରେ ନିରନ୍ତର ଯୋଗୀ ହୋଇଯିବ ଏବଂ ତେବେ ଯାଇ ଉଚ୍ଚ ପଦ ପାଇବ । ଯଦି ଭିତରେ ଦ୍ୱନ୍ଦ, ଖରାପ ଚିନ୍ତାଧାରା ରହିବ ତେବେ ଉଚ୍ଚପଦ ମିଳିବ ନାହିଁ । ମାୟାର ବଶୀଭୂତ ହେଲେ ହିଁ ହାରିଯାଇଥାନ୍ତି ।

ବାବା ବୁଝାଉଛନ୍ତି ପିଲେ, ଖରାପ କାମ କରି ହାରିଯାଅ ନାହିଁ । ପରସ୍ପରକୁ ନିନ୍ଦା ଆଦି କରି କରି ତୁମର ଅବସ୍ଥା ବହୁତ ଖରାପ ହୋଇଯାଇଛି । ଏବେ ତୁମର ସଦଗତି ହେଉଛି ତେଣୁ ଖରାପ କର୍ମ ବା ପାପ କର୍ମ କର ନାହିଁ । ବାବା ଦେଖୁଛନ୍ତି, ମାୟା ତଣ୍ଟି ପର୍ଯ୍ୟନ୍ତ ଗିଳି ପକାଇଛି । ତୁମେମାନେ ଜାଣି ମଧ୍ୟ ପାରୁ ନାହଁ । ନିଜେ ଭାବୁଛନ୍ତି ଆମେ ବହୁତ ଭଲରେ ଚାଲିଛୁ କିନ୍ତୁ ତାହା ସତ୍ୟ ନୁହେଁ । ବାବା ବୁଝାଉଛନ୍ତି ମନ, ବଚନ ଓ କର୍ମରେ ମୁଖରୁ କେବଳ ରତ୍ନ ହିଁ ବାହାରିବା ଉଚିତ୍ । ଖରାପ କଥା କହିବା ପଥର ସମାନ ଅଟେ । ଏବେ ତୁମେ ପଥରରୁ ପାରସ ହେଉଛ ତେଣୁ ମୁଖରୁ କେବେ ପଥର ବାହାରିବା ଉଚିତ୍ ନୁହେଁ । ବାବାଙ୍କୁ ତ ବୁଝାଇବାକୁ ପଡୁଛି । ପିଲାମାନଙ୍କୁ ବୁଝାଇବାର ଅଧିକାର ବାବାଙ୍କର ଅଛି । ଏପରି ନୁହେଁ ଯେ ଭାଇ-ଭାଇଙ୍କୁ ସାବଧାନ କରିବ । ଟୀଚରର କାମ ହେଉଛି ଶିକ୍ଷା ଦେବା । ସେ କିଛି ବି କହିପାରିବେ । ତୁମେ କେବେ ବି ନିୟମକୁ ହାତକୁ ନେବା ଉଚିତ୍ ନୁହେଁ । ତୁମେ ସବୁ ବିଦ୍ୟାର୍ଥୀ ଅଟ ନା । ବାବା ହିଁ ତୁମମାନଙ୍କୁ ବୁଝାଇ ପାରିବେ । ପିଲାମାନଙ୍କୁ ତ ବାବା ଆଦେଶ ଦେଉଛନ୍ତି ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ । ତୁମର ଭାଗ୍ୟ ଏବେ ଖୋଲିଛି । ଯଦି ଶ୍ରୀମତରେ ନ ଚାଲିବ ତେବେ ତୁମର ଭାଗ୍ୟ ବିଗିଡିଯିବ ପୁଣି ବହୁତ ପଶ୍ଚାତାପ କରିବାକୁ ପଡିବ । ବାବାଙ୍କ ଶ୍ରୀମତରେ ନ ଚାଲିଲେ ପ୍ରଥମେ ତ ଦଣ୍ଡ ଖାଇବାକୁ ପଡିବ, ଦ୍ୱିତୀୟରେ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଏହା ଜନ୍ମ-ଜନ୍ମାନ୍ତର ଓ କଳ୍ପ-କଳ୍ପାନ୍ତରର ଖେଳ ଅଟେ । ବାବା ଆସି ତୁମମାନଙ୍କୁ ପାଠ ପଢାଉଛନ୍ତି ଏକଥା ବୁଦ୍ଧିରେ ରହିବା ଦରକାର । ବାବା ଆମର ଟିଚର ଯାହାଙ୍କଠାରୁ ଏହି ନୂଆ ଜ୍ଞାନ ମିଳୁଛି ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା ଓ ପରମାତ୍ମାଙ୍କର ମେଳା କୁହାଯାଏ ନା । ପ୍ରତି ୫ ହଜାର ବର୍ଷ ପରେ ଏହି ମେଳା ହୁଏ, ଏହାଙ୍କଠାରୁ ଏବେ ଯେତେ ବର୍ସା ନେଇପାରିବ, ନେଇଯାଅ ନହେଲେ ବହୁତ ପଶ୍ଚାତାପ କରିବାକୁ ପଡିବ, କାନ୍ଦିବାକୁ ପଡିବ । ଶେଷରେ ସବୁର ସାକ୍ଷାତ୍କାର ହୋଇଯିବ । ସ୍କୁଲମାନଙ୍କରେ ପିଲାମାନଙ୍କର ଟ୍ରାନ୍ସଫର (ବଦଳି) ହେଲେ ପଛରେ ବସିଥିବା ପିଲାମାନଙ୍କୁ ସମସ୍ତେ ଦେଖନ୍ତି । ଏଠାରେ ମଧ୍ୟ ବଦଳି ହୁଏ । ତୁମେ ଜାଣିଛ ଏଠାରେ ଶରୀର ତ୍ୟାଗ କରି ପୁଣି ଯାଇ ସତ୍ୟଯୁଗରେ ପ୍ରିନ୍ସ କଲେଜରେ ଭାଷା ଶିଖିବୁ । ସେଠାକାର ମାତୃଭାଷା ତ ସମସ୍ତଙ୍କୁ ପଢିବାକୁ ପଡେ । ବହୁତଙ୍କ ଠାରେ ପୁରା ଜ୍ଞାନ ନାହିଁ, ତେଣୁ ରେଗୁଲାର ପଢୁ ନାହାଁନ୍ତି । ଥରେ ଦୁଇଥର ମିସ୍ କଲେ ପୁଣି ମିସ୍ କରିବାର ଅଭ୍ୟାସ ପଡିଯାଏ । ମାୟାର ଚେଲାମାନଙ୍କ ସହିତ ସଙ୍ଗ ହେଉଛନ୍ତି । ଶିବବାବାଙ୍କ ଶିଷ୍ୟ ଅଳ୍ପ ଅଛନ୍ତି, ବାକି ସବୁ ମାୟାର ଚେଲା । ତୁମେ ଶିବବାବାଙ୍କର ଶିଷ୍ୟ ହୋଇଛ ତେଣୁ ମାୟା ସହନ କରିପାରୁ ନାହଁ, ସେଥିପାଇଁ ତୁମକୁ ବହୁତ ସାବଧାନତା ପୂର୍ବକ ଚଳିବାକୁ ହେବ । ବିକାରୀ ମନୁଷ୍ୟଙ୍କଠାରୁ ଦୂରେଇ ରହିବାକୁ ହେବ । ହଂସ ଏବଂ ବଗୁଲା ଅଛନ୍ତି ନା । ବାବା ରାତ୍ରି କ୍ଳାସରେ ମଧ୍ୟ ଶିକ୍ଷା ଦେଇଥାନ୍ତି, ଦିନସାରା କାହାର ନା କାହାର ନିନ୍ଦା କରିବା, ପରଚିନ୍ତନ କରିବା, ଏହାକୁ କୌଣସି ଦୈବୀଗୁଣ କୁହାଯାଏ ନାହିଁ । ଦେବତାମାନେ ଏପରି କର୍ମ କରନ୍ତି ନାହିଁ । ବାବା କହୁଛନ୍ତି ବାବା ଏବଂ ବର୍ସାକୁ ମନେ ପକାଅ ତଥାପି ମଧ୍ୟ ନିନ୍ଦା କରି ଚାଲିଛନ୍ତି । ନିନ୍ଦା ତ ଜନ୍ମ ଜନ୍ମାନ୍ତର କରି ଆସିଅଛ । ଭିତରେ ବହୁତ ସଂଶୟ ରହିଛି । ଏହାକୁ ମଧ୍ୟ ଭିତରେ ଭିତରେ ଯେମିତିକି ନିଶ୍ଚୟ ଏବଂ ସଂଶୟର ଯୁଦ୍ଧ ଚାଲୁଛି । ତୁଚ୍ଛାଟାରେ ନିଜକୁ ହତ୍ୟା କରୁଛନ୍ତି । ଏଭଳି କରିବା ଦ୍ୱାରା ଅନେକଙ୍କର କ୍ଷତି ହୋଇଥାଏ । ଅମୁକ ଏପରି, ଏଥିରେ ତୁମର କଣ ଯାଉଛି । ସମସ୍ତଙ୍କର ସହାୟକ କେବଳ ବାବା ଅଟନ୍ତି । ଏବେ ତ ତୁମକୁ ଶ୍ରୀମତରେ ଚାଲିବାକୁ ହେବ । ମନୁଷ୍ୟ ମତ ତ ବଡ ଚରିତ୍ରହୀନ କରି ଦେଇଛି । ଜଣେ ଅନ୍ୟ ଜଣଙ୍କର ଗ୍ଲାନି କରି ଚାଲିଛନ୍ତି । ଗ୍ଲାନି କରିବା, ଏହା ହେଉଛି ମାୟାର ଭୂତ । ଏହା ତ ପତିତ ଦୁନିଆ । ତୁମେ ଭାବୁଛ ଯେ ଆମେ ଏବେ ପତିତରୁ ପବିତ୍ର ହେଉଛୁ । ତେବେ ଏସବୁ ବହୁତ ବଡ ଦୁର୍ଗୁଣ ଅଟେ । ବାବା ବୁଝାଉଛନ୍ତି, ଆଜିଠାରୁ ନିଜର କାନ ଧରିବା ଉଚିତ୍ କେବେହେଲେ ଏପରି କାର୍ଯ୍ୟ କରିବି ନାହିଁ । କିଛି ବି ଯଦି ଦେଖୁଛ ତେବେ ବାବାଙ୍କୁ ଜଣାଇବା ଦରକାର । ତୁମର କଣ ଯାଉଛି । ତୁମେ ଜଣେ ଅନ୍ୟ ଜଣଙ୍କର ନିନ୍ଦା କାହିଁକି କରୁଛ । ବାବା ତ ସବୁ କିଛି ଶୁଣାଇଛନ୍ତି ନା । ବାବା ତ କାନ ଏବଂ ଆଖିକୁ ଲୋନ୍ ନେଇଛନ୍ତି ନା । ତେଣୁ ବାବା ମଧ୍ୟ ଦେଖୁଛନ୍ତି ତ ଏହି ଦାଦା ମଧ୍ୟ ଦେଖୁଛନ୍ତି । ଚଳଣି ବାତାବରଣ ତ କାହା କାହାର ବିଲକୁଲ୍ ବେକାଇଦା ହୋଇଥାଏ । ଯାହାର ବାପା ନଥାଏ ତାକୁ ଛୋରା (ଅନାଥ) କୁହାଯାଏ । ସେମାନେ ନିଜର ପିତାକୁ ଜାଣି ନାହାଁନ୍ତି, ମନେ ମଧ୍ୟ ପକାନ୍ତି ନାହିଁ । ତେଣୁ ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡିଥାନ୍ତି । ନିଜର ହିଁ ପଦ ହରାଇଥାନ୍ତି । ଶ୍ରୀମତରେ ଚାଲୁନାହାଁନ୍ତି ତେଣୁ ସେମାନେ ଅନାଥ ଅଟନ୍ତି । ମା-ବାପାଙ୍କର ଶ୍ରୀମତରେ ଚାଲୁନାହାଁନ୍ତି । ତ୍ୱମେବ ମାତାଶ୍ଚ ପିତା... ବନ୍ଧୁ ଆଦି ବି ହୋଇଥାନ୍ତି । କିନ୍ତୁ ଆଦି ପିତାଙ୍କର ପରିଚୟ ତ ନାହିଁ ତେବେ ମାତା ପୁଣି କେଉଁଠୁ ଆସିବେ, ଏତିକି ବି ବୁଦ୍ଧି ନାହିଁ । ମାୟା ବୁଦ୍ଧିକୁ ଏକଦମ୍ ଘୂରାଇ ଦେଇଥାଏ । ବେହଦ ବାବାଙ୍କର ଆଜ୍ଞା ନ ମାନିବା କାରଣରୁ ଦଣ୍ଡର ଭାଗୀଦାର ହୋଇଯାନ୍ତି । ଟିକିଏ ବି ସଦଗତି ହୁଏ ନାହିଁ । ବାବା ଦେଖୁଛନ୍ତି ତେବେ ତ କହିବେ ନା ଏହାଙ୍କର କେତେ ଦୁର୍ଗତି ହେବ । ଇଏ ତ ନର୍ଦ୍ଦମା, ଅରଖ ଫୁଲ ସଦୃଶ ଅଟନ୍ତି । ଯାହାକୁ କେହି ବି ପସନ୍ଦ କରନ୍ତି ନାହିଁ । ତେଣୁ ସୁଧୁରିବା ଦରକାର ନା । ନହେଲେ ପଦଭ୍ରଷ୍ଟ ହୋଇଯିବ । ଜନ୍ମ ଜନ୍ମାନ୍ତର ପାଇଁ କ୍ଷତି ହୋଇଯିବ । କିନ୍ତୁ ଦେହ-ଅଭିମାନୀମାନଙ୍କର ବୁଦ୍ଧି କିଛି ଗ୍ରହଣ କରିପାରୁ ନାହିଁ । ଆତ୍ମ-ଅଭିମାନୀ ହିଁ ବାବାଙ୍କୁ ସ୍ନେହ କରିପାରିବେ । ସମର୍ପଣ ହେବା କୌଣସି ମାଉସୀ ଘର କଥା ନୁହେଁ । ବଡ ବଡ ଲୋକମାନେ ସମର୍ପଣ ତ ହୋଇପାରିବେ ନାହିଁ । ସେମାନେ ସମର୍ପଣ ହେବାର ଅର୍ଥକୁ ମଧ୍ୟ ବୁଝି ନାହାଁନ୍ତି । ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଯାଏ । ବହୁତ ବନ୍ଧନମୁକ୍ତ ମଧ୍ୟ ଅଛନ୍ତି । ସନ୍ତାନ ସନ୍ତତି କିଛି ବି ନାହାଁନ୍ତି । କହୁଛନ୍ତି ବାବା ଆପଣ ହିଁ ଆମର ସବୁ କିଛି ଅଟନ୍ତି । ଏମିତି ମୁଖରେ କହି ଦିଅନ୍ତି କିନ୍ତୁ ବାସ୍ତବରେ ସେମାନେ ସେହିଭଳି ହୁଅନ୍ତି ନାହିଁ । ବାବାଙ୍କୁ ମଧ୍ୟ ମିଛ କହିଦିଅନ୍ତି ମାତ୍ର ସମର୍ପଣ କରିବା ପରେ ନିଜର ମୋହ ତୁଟେଇ ଦେବା ଦରକାର । ଏବେ ତ ଶେଷ ସମୟ ତେଣୁ ଶ୍ରୀମତରେ ଚାଲିବା ଦରକାର । ଧନ ସମ୍ପତ୍ତି ଆଦିରୁ ମଧ୍ୟ ମୋହ ତୁଟିଯିବା ଦରକାର ଏଭଳି ବନ୍ଧନମୁକ୍ତ ମଧ୍ୟ ବହୁତ ଅଛନ୍ତି । ଶିବବାବାଙ୍କୁ ନିଜର କରିଛନ୍ତି, ଯେପରି ପୋଷ୍ୟ କରିଥାନ୍ତି ନା । ଇଏ ଆମର ପିତା, ଶିକ୍ଷକ, ସଦଗୁରୁ ଅଟନ୍ତି । ଆମେ ପୁରା ସମ୍ପତ୍ତି ନେବା ପାଇଁ ତାଙ୍କୁ ନିଜର କରୁଛୁ । ଯିଏ ବାବାଙ୍କ ସନ୍ତାନ ହୋଇଛନ୍ତି ସେମାନେ ରାଜ ପରିବାରରେ ନିଶ୍ଚୟ ଆସିବେ । କିନ୍ତୁ ସେଥିରେ ପଦ କଣ ପାଇବେ । ସେଠାରେ କେତେ ଦାସ ଦାସୀ ରହିବେ । ଜଣେ ଅନ୍ୟ ଜଣକୁ ଆଦେଶ ମଧ୍ୟ ଦେଇଥାନ୍ତି । ଦାସୀମାନଙ୍କ ମଧ୍ୟରେ ବି କ୍ରମାନୁସାରେ ଥାନ୍ତି । ରାଜପରିବାରକୁ ବାହାରୁ ଦାସ-ଦାସୀ ତ ଆସି ପାରିବେ ନାହିଁ, ଯିଏ ବାବାଙ୍କର ହୋଇଛନ୍ତି, ସେହିମାନେ ହିଁ ହେବେ । ଏଭଳି ମଧ୍ୟ ପିଲା ଅଛନ୍ତି, ଯାହାଙ୍କଠାରେ ପାଇ-ପଇସା କର ମଧ୍ୟ ଅକଲ ନାହିଁ ।

ବାବା ଏମିତି ତ କହୁନାହାଁନ୍ତି କି ମମ୍ମାଙ୍କୁ ମନେ ପକାଅ ବା ମୋ ରଥକୁ ମନେ ପକାଅ । ବାବା କହୁଛନ୍ତି ମାମେକମ୍ ୟାଦ କର ଅର୍ଥାତ୍ ମୋତେ ମନେ ପକାଅ । ଦେହର ସର୍ବ ବନ୍ଧନକୁ ଛାଡି ନିଜକୁ ଆତ୍ମା ନିଶ୍ଚୟ କର । ବାବା ବୁଝାଉଛନ୍ତି ପ୍ରୀତି ରଖିବାର ଅଛି ତ ଜଣଙ୍କ ସହିତ ରଖ ତେବେ ବେଡା ପାରି ହୋଇଯିବ । ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲ । ମୋହଜିତ୍ ରାଜାଙ୍କର କାହାଣୀ ମଧ୍ୟ ଅଛି ନା । ତେବେ ପିଲାମାନେ ପ୍ରଥମ ନମ୍ବରରେ ଅଛନ୍ତି, ପିଲାମାନେ ହିଁ ତ ସମ୍ପତ୍ତିର ମାଲିକ ହେବେ । ସ୍ତ୍ରୀ ତ ହାଫ୍ ପାର୍ଟନର, କିନ୍ତୁ ପିଲା ସମ୍ପୂର୍ଣ୍ଣ ମାଲିକ ହୋଇଥାଏ । ତେଣୁ ବୁଦ୍ଧି ସେହି ଆଡକୁ ଯାଇଥାଏ, ବାବାଙ୍କୁ ସମ୍ପୂର୍ଣ୍ଣ ମାଲିକ କରିବ ତେବେ ସିଏ ସବୁକିଛି ତୁମକୁ ଦେଇଦେବେ । ଏଥିରେ ନେବା-ଦେବାର କିଛି କଥା ହିଁ ନାହିଁ । ଏହା ତ ବୁଝିବାର କଥା । ଯଦିଓ ତୁମେ ଶୁଣୁଛ ପୁଣି ପରଦିନ ସବୁ ଭୁଲିଯାଉଛ । ଯଦି ବୁଦ୍ଧିରେ ରହିବ ତେବେ ତ ଅନ୍ୟକୁ ମଧ୍ୟ ବୁଝାଇପାରିବ । ବାବାଙ୍କୁ ମନେ ପକାଇଲେ ତୁମେ ସ୍ୱର୍ଗର ମାଲିକ ହୋଇଯିବ । ଏହା ତ ବହୁତ ସହଜ, ମୁଖ ଦ୍ୱାରା ଜ୍ଞାନ ଶୁଣାଉଥାଅ । ଏମ୍ ଅବଜେକ୍ଟ ଶୁଣାଇଚାଲ । ଯେଉଁମାନଙ୍କର ବୁଦ୍ଧି ବିଶାଳ ସେମାନେ ସଙ୍ଗେ-ସଙ୍ଗେ ବୁଝିଯିବେ । ଶେଷ ସମୟରେ ଏହି ଚିତ୍ର ସବୁ କାମରେ ଆସିବ । ଏଥିରେ ସାରା ଜ୍ଞାନ ଭରି ରହିଛି । ଲକ୍ଷ୍ମୀ-ନାରାୟଣ ଓ ରାଧା-କୃଷ୍ଣଙ୍କ ମଧ୍ୟରେ କଣ ସଂପର୍କ ଅଛି ? ଏହା କେହି ବି ଜାଣି ନାହାଁନ୍ତି । ଲକ୍ଷ୍ମୀ-ନାରାୟଣ ତ ନିଶ୍ଚୟ ପ୍ରଥମ ରାଜକୁମାର-କୁମାରୀ ହେବେ । ବେଗର ଟୁ ପ୍ରିନ୍ସ ଅର୍ଥାତ୍ ଭିକାରୀରୁ ରାଜକୁମାର ହେବେ । ବେଗରରୁ କିଙ୍ଗ୍ (ରାଜା) କୁହାଯାଏ ନାହିଁ । ରାଜକୁମାର ହେବା ପରେ ହିଁ ରାଜା ହୁଅନ୍ତି । ଏହା ତ ବହୁତ ସହଜ କିନ୍ତୁ ମାୟା କାହାକୁ କାହାକୁ ଧରିନିଏ ପୁଣି କାହାର ନିନ୍ଦା କରିବା, ଗ୍ଳାନି କରିବା ଏହା ତ ବହୁତଙ୍କର ପ୍ରକୃତି । ଆଉ ତ କିଛି କାମ ନାହିଁ । ସେମାନେ ବାବାଙ୍କୁ କେବେ ମନେ ପକାଇବେ ନାହିଁ । ସେମାନେ କେବଳ ଜଣେ ଅନ୍ୟ ଜଣଙ୍କର ଗ୍ଲାନି କରିବାର ଧନ୍ଦା ହିଁ କରନ୍ତି । ଏହା ହେଉଛି ମାୟାର ପାଠ । ବାବାଙ୍କର ପାଠ ତ ବିଲକୁଲ୍ ସିଧା । ଶେଷରେ ଏହି ସନ୍ନ୍ୟାସୀମାନେ ମଧ୍ୟ ଜାଗ୍ରତ ହେବେ, କହିବେ ଜ୍ଞାନ କେବଳ ଏହି ବି.କେ.ମାନଙ୍କ ପାଖରେ ଅଛି । କୁମାର-କୁମାରୀ ତ ପବିତ୍ର ଅଟନ୍ତି । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟନ୍ତି । ଆମମାନଙ୍କ ଭିତରେ କୌଣସି ଖରାପ ଭାବନା ମଧ୍ୟ ଆସିବା ଉଚିତ୍ ନୁହେଁ । ବହୁତଙ୍କୁ ଏବେ ମଧ୍ୟ ଖରାପ ଭାବନା ଆସିଥାଏ, ପୁଣି ଏହାର ଦଣ୍ଡ ମଧ୍ୟ ବହୁତ କଡା ମିଳିଥାଏ । ବାବା ତ ବହୁତ ବୁଝାଉଛନ୍ତି । ଯଦି ତୁମର କୌଣସି ଚଳଣି ଖରାପ ଜଣାପଡିବ ତେବେ ଏଠାରେ ରହିପାରିବ ନାହିଁ । ଅଳ୍ପ ଦଣ୍ଡ ମଧ୍ୟ ଦିଆଯାଏ, ତୁମେ ଯୋଗ୍ୟ ନୁହଁ । ବାବାଙ୍କୁ ଠକୁଛ । ତୁମେ ବାବାଙ୍କୁ ସ୍ମରଣ କରି ପାରିବ ନାହିଁ । ଅବସ୍ଥା ପୁରା ତଳକୁ ଖସିଯିବ । ଅବସ୍ଥା ତଳକୁ ଖସିଯିବା ମଧ୍ୟ ଦଣ୍ଡ ଭୋଗ କରିବା ଅଟେ । ଶ୍ରୀମତରେ ନ ଚାଲି ନିଜର ପଦ ଭ୍ରଷ୍ଟ କରିଦିଅନ୍ତି । ବାବାଙ୍କ ଡାଇରେକ୍ସନରେ ନ ଚାଲିଲେ ଆହୁରି ଭୂତମାନଙ୍କର ପ୍ରବେଶତା ହୋଇଯାଏ । ବାବାଙ୍କର ତ ବେଳେ-ବେଳେ ବିଚାର ଆସେ, ବହୁତ କଡା ଦଣ୍ଡ ଏବେଠାରୁ ଆରମ୍ଭ ହୋଇଯିବ ନାହିଁ ତ । ଦଣ୍ଡ ମଧ୍ୟ ବହୁତ ଗୁପ୍ତ । କେଉଁଠି କଡା ଦଣ୍ଡ ନ ମିଳିଯାଉ । ଏମିତି ବହୁତ ଅଛନ୍ତି ଯେଉଁମାନେ ବହୁତ ତଳକୁ ଖସିଯାଆନ୍ତି ପୁଣି ଦଣ୍ଡ ମଧ୍ୟ ବହୁତ ଭୋଗ କରନ୍ତି । ବାବା ତ ସବୁକିଛି ଈଶାରାରେ ହିଁ ବୁଝାଉଛନ୍ତି । ଏମିତି ବହୁତ ଅଛନ୍ତି ଯେଉଁମାନେ କି ନିଜର ଭାଗ୍ୟରେ ପୁର୍ଣ୍ଣଛେଦ ମଧ୍ୟ ଲଗେଇ ଦିଅନ୍ତି । ତେଣୁ ବାବା ସାବଧାନ କରୁଛନ୍ତି, ଏବେ ଭୁଲ୍ କରିବାର ସମୟ ନୁହେଁ, ନିଜକୁ ସୁଧାରିନିଅ । ଶେଷ ସମୟ ଆସିବାରେ ଆଉ ବେଶୀ ଡେରି ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କୌଣସି ବେମର୍ଯ୍ୟାଦା ଶ୍ରୀମତ ବିରୁଦ୍ଧ କାର୍ଯ୍ୟ କରିବା ଉଚିତ୍ ନୁହେଁ । ନିଜକୁ ନିଜେ ହିଁ ସୁଧାରିବାକୁ ହେବ । ଛି- ଛି ଅର୍ଥାତ୍ ଚରିତ୍ରହୀନ ମନୁଷ୍ୟମାନଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ହେବ ।

(୨) ଯଦି ବନ୍ଧନମୁକ୍ତ ଅଟ ତେବେ ପୁରା-ପୁରା ସମର୍ପଣ ହେବାକୁ ପଡିବ । ସବୁଥିରୁ ନିଜର ମମତ୍ୱ ତୁଟାଇ ଦେବାକୁ ହେବ । କେବେ ବି କାହାର ନିନ୍ଦା ବା ପରଚିନ୍ତନ କରିବା ଉଚିତ୍ ନୁହେଁ । ବିକାରୀ ଅର୍ଥାତ୍ ଭ୍ରଷ୍ଟ ବିଚାରଠାରୁ ନିଜକୁ ମୁକ୍ତ ରଖିବାକୁ ହେବ ।

ବରଦାନ:-
ସ୍ୱରାଜ୍ୟ ଅଧିକାରୀର ନିଶା ଏବଂ ନିଶ୍ଚୟ ଦ୍ୱାରା ସର୍ବଦା ଶକ୍ତିଶାଳୀ ହୋଇ ସହଜଯୋଗୀ ନିରନ୍ତର ଯୋଗୀ ହୁଅ ।

ସ୍ୱରାଜ୍ୟ ଅଧିକାରୀ ଅର୍ଥାତ୍ ପ୍ରତ୍ୟେକ କର୍ମେନ୍ଦ୍ରିୟ ଉପରେ ନିଜର ରାଜ୍ୟ ଅର୍ଥାତ୍ ନିୟନ୍ତ୍ରଣ ଥିବ । କେବେ ବି ସଂକଳ୍ପରେ ମଧ୍ୟ କର୍ମେନ୍ଦ୍ରିୟ ଗୁଡିକୁ ଧୋକା ଦେଉନଥିବେ । ଯଦି କେତେବେଳେ ଟିକିଏ ବି ଦେହ-ଅଭିମାନ ଆସିଯାଏ ତେବେ ଉତ୍ତେଜନା ଅଥବା କ୍ରୋଧ ସହଜରେ ଆସିଯାଏ, କିନ୍ତୁ ଯେଉଁମାନେ ସ୍ୱରାଜ୍ୟ ଅଧିକାରୀ ଆତ୍ମା ସେମାନେ ସର୍ବଦା ନିରହଂକାରୀ, ସର୍ବଦା ନିର୍ମାଣଚିତ୍ତ ସ୍ଥିତିରେ ସେବା କରୁଥାନ୍ତି ସେଥିପାଇଁ ମୁଁ ସ୍ୱରାଜ୍ୟ ଅଧିକାରୀ ଆତ୍ମା ଏହି ନିଶା ଏବଂ ନିଶ୍ଚୟ ଦ୍ୱାରା ଶକ୍ତିଶାଳୀ ହୋଇ ମାୟାଜୀତ୍ ତଥା ଜଗତଜୀତ୍ ହୁଅ ତେବେ ସହଜଯୋଗୀ, ନିରନ୍ତର ଯୋଗୀ ହୋଇଯିବ ।

ସ୍ଲୋଗାନ:-
ଲାଇଟ୍ ହାଉସ୍ ହୋଇ ମନ-ବୁଦ୍ଧି ଦ୍ୱାରା ଚତୁର୍ଦ୍ଦିଗରେ ଆଲୋକ ବିଚ୍ଛୁରିତ କରିବାରେ ବ୍ୟସ୍ତ ରୁହ ତେବେ କୌଣସି କଥାରେ ଭୟ ଲାଗିବ ନାହିଁ ।