06.01.19       Avyakt Bapdada        Odia Murli        08.04.84    Om Shanti     Madhuban


ବାବା ବର୍ତ୍ତମାନ ପିଲାମାନଙ୍କୁ ବୁଝାଉଛନ୍ତି ଯେ ଯେଉଁମାନେ ଏଠାରେ ଜନ୍ମ ନେଇ ଶ୍ରେଷ୍ଠ କର୍ତ୍ତବ୍ୟ କରିଯାଇଛନ୍ତି ।
ସଂଗମଯୁଗରେ ପ୍ରାପ୍ତ ହେଉଥିବା ଅଧିକାର ଦ୍ୱାରା ବିଶ୍ୱ ରାଜ୍ୟ ଅଧିକାରୀ


ଆଜି ବାପଦାଦା ସ୍ୱରାଜ୍ୟ ଅଧିକାରୀ ଶ୍ରେଷ୍ଠ ଆତ୍ମାମାନଙ୍କର ଦିବ୍ୟ ଦରବାରକୁ ଦେଖୁଛନ୍ତି । ବିଶ୍ୱର ରାଜ୍ୟ ଦରବାର ଏବଂ ସ୍ୱରାଜ୍ୟ ଦରବାର ଏହି ଦୁଇଟିଯାକ ଦରବାରର ଅଧିକାରୀ ତୁମେ ଶ୍ରେଷ୍ଠ ଆତ୍ମାମାନେ ହିଁ ହେଉଛ । ବର୍ତ୍ତମାନର ସ୍ୱରାଜ୍ୟ ଅଧିକାରୀ ହିଁ ବିଶ୍ୱ ରାଜ୍ୟ ଅଧିକାରୀ ହୋଇଥାନ୍ତି । ତେବେ ସଦା ସର୍ବଦା ଏହିଭଳି ଡବଲ ନିଶା ଅର୍ଥାତ୍ ଖୁସି ରହୁଛି ? ବାବାଙ୍କର ହେବା ଅର୍ଥ ଅନେକ ଅଧିକାର ପ୍ରାପ୍ତି କରିବା । ତେବେ କେତେ ପ୍ରକାରର ଅଧିକାର ପ୍ରାପ୍ତ କରିଛ, ତାହା ଜାଣିଛ ? ତେଣୁ ନିଜର ଅଧିକାରର ମାଳାକୁ ମନେ ପକାଅ । ପ୍ରଥମ ଅଧିକାର ପରମାତ୍ମ ସନ୍ତାନ ହେଲ ଅର୍ଥାତ୍ ସର୍ବଶ୍ରେଷ୍ଠ ମାନନୀୟ ଏବଂ ପୂଜନୀୟ ଆତ୍ମା ହେବାର ଅଧିକାର ପ୍ରାପ୍ତ କରିଲ । କାରଣ ବାବାଙ୍କର ସନ୍ତାନ ନ ହେଲେ ପୂଜନୀୟ ଆତ୍ମା ହେବାର ଅଧିକାର ପ୍ରାପ୍ତ ହୋଇପାରିବ ନାହିଁ । ତେଣୁ ପ୍ରଥମ ଅଧିକାର ହେଲା ପୂଜନୀୟ ଆତ୍ମା ହେଲ । ଦ୍ୱିତୀୟ ଅଧିକାର ଜ୍ଞାନରୂପକ ସମ୍ପତ୍ତିର ମାଲିକ ହେଲ ଅର୍ଥାତ୍ ଅଧିକାରୀ ହେଲ । ତୃତୀୟ ଅଧିକାର ସର୍ବଶକ୍ତିକୁ ପ୍ରାପ୍ତ କରିବାର ଅଧିକାରୀ ହେଲ । ଚତୁର୍ଥ ଅଧିକାର ସର୍ବ କର୍ମେନ୍ଦ୍ରିୟଜିତ୍ ସ୍ୱରାଜ୍ୟ ଅଧିକାରୀ ହେଲ । ତେବେ ଏହି ସମସ୍ତ ଅଧିକାର ଦ୍ୱାରା ମାୟାଜିତ୍ ତଥା ଜଗତଜିତ୍ ହୋଇ ବିଶ୍ୱ ରାଜ୍ୟର ଅଧିକାରୀ ହୋଇଯାଉଛ । ତେଣୁ ନିଜର ସମସ୍ତ ଅଧିକାର ଗୁଡିକୁ ସଦା ସର୍ବଦା ସ୍ମୃତିରେ ରଖି ସମର୍ଥ ଆତ୍ମା ହୋଇଯାଉଛ । ଏହିଭଳି ସମର୍ଥ ହୋଇଛ ନା ।

ସ୍ୱରାଜ୍ୟ ବା ବିଶ୍ୱର ରାଜ୍ୟ ପ୍ରାପ୍ତ କରିବା ପାଇଁ ବିଶେଷ କରି ତିନିଟି କଥାର ଧାରଣା ଦ୍ୱାରା ହିଁ ସଫଳତାକୁ ପ୍ରାପ୍ତ କରିଛ । କୌଣସି ବି ଶ୍ରେଷ୍ଠ କାର୍ଯ୍ୟର ସଫଳତାର ଆଧାର ହେଲା ତ୍ୟାଗ, ତପସ୍ୟା ଏବଂ ସେବା । ଏହି ତିନିଟିଯାକ ଧାରଣା ଆଧାରରେ ସଫଳତା ମିଳିବ କି ନାହିଁ, ଏଭଳି ପ୍ରଶ୍ନ ମଧ୍ୟ ଉଠିପାରିବ ନାହିଁ । ଯେଉଁଠି ଏହି ତିନିଟି କଥାର ଧାରଣା ରହିଛି ସେଠାରେ ଗୋଟିଏ ସେକେଣ୍ଡରେ ସଫଳତା ନିଶ୍ଚିତ ମିଳିବ । ଯେପରିକି ପୂର୍ବ ନିଶ୍ଚିତ ଅଟେ । ତେବେ ତ୍ୟାଗ କେଉଁ କଥାର କରିବାକୁ ହେବ ? କେବଳ ଗୋଟିଏ କଥାର ତ୍ୟାଗ ହିଁ ସବୁ ପ୍ରକାରର ତ୍ୟାଗକୁ ସହଜରେ ଏବଂ ଆପେ ଆପେ କରାଇ ଦେଇଥାଏ । ସେହି ଗୋଟିଏ ତ୍ୟାଗ ହେଲା ଦେହଭାନ ଅର୍ଥାତ୍ ଦୈହିକ ସ୍ମୃତିର ତ୍ୟାଗ ଯାହାକି ମୁଁ ପଣିଆର ତ୍ୟାଗ ସହଜରେ କରାଇ ଦେଇଥାଏ, କାରଣ ଏହି ହଦର ମୁଁ ପଣିଆ ତପସ୍ୟା ଏବଂ ସେବାରୁ ବଞ୍ଚିତ କରାଇ ଦେଇଥାଏ । ଯେଉଁଠି ହଦର ମୁଁ ପଣିଆ ଅଛି ସେଠାରେ ତ୍ୟାଗ, ତପସ୍ୟା ଏବଂ ସେବା ହୋଇପାରିବ ନାହିଁ । ତେଣୁ ହଦର ମୁଁ ପଣିଆ ବା ମୋର ପଣିଆଏହି ଗୋଟିଏ କଥାର ତ୍ୟାଗ କରିବା ଦରକାର । ଯଦି ମୁଁ ଏବଂ ମୋର ସମାପ୍ତ ହୋଇଗଲା ତେବେ ଆଉ କଣ ବାକି ରହିଲା ? ବେହଦର ସ୍ମୃତି । ମୁଁ ଏକ ଶୁଦ୍ଧ ପବିତ୍ର ଆତ୍ମା ଅଟେ ଏବଂ ମୋର ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ । ଯେଉଁଠି ବେହଦର ସର୍ବଶକ୍ତିମାନ ପିତା ସାଥୀରେ ଅଛନ୍ତି । ସେଠାରେ ସଫଳତା ମଧ୍ୟ ସଦା ସର୍ବଦା ସାଥୀରେ ରହିଛି । ଏହି ତ୍ୟାଗ ଦ୍ୱାରା ତପସ୍ୟା ମଧ୍ୟ ସିଦ୍ଧ ହୋଇଗଲା ନା । ତେବେ ତପସ୍ୟା ମଧ୍ୟ କାହାକୁ କୁହାଯାଉଛି ? ମୁଁ ସେହି ଜଣଙ୍କର ହିଁ ଅଟେ । ଜଣଙ୍କର ହିଁ ଶ୍ରେଷ୍ଠ ମତ ଅନୁସାରେ ଚାଲୁଛି । ଏହା ଦ୍ୱାରା ଏକରସ ଅବସ୍ଥା ମଧ୍ୟ ଆପେ ଆପେ ହୋଇଥାଏ । ସଦା ସର୍ବଦା ଏକମାତ୍ର ପରମାତ୍ମାଙ୍କର ସ୍ମୃତି ହିଁ ହେଉଛି ତପସ୍ୟା । ଏକରସ ସ୍ଥିତି ଅର୍ଥାତ୍ ସ୍ଥିର ଅବସ୍ଥା ହିଁ ଶ୍ରେଷ୍ଠ ଆସନ ଅଟେ । କମଳ ପୁଷ୍ପ ସମାନ ସ୍ଥିତି ହିଁ ତପସ୍ୟାର ଆସନ । ତେଣୁ ତ୍ୟାଗ ଦ୍ୱାରା ତପସ୍ୟା ମଧ୍ୟ ଆପେ ଆପେ ସିଦ୍ଧ ହୋଇଯାଏ ଅର୍ଥାତ୍ ସଫଳ ହୋଇଯାଏ । ଯେବେକି ତ୍ୟାଗ ଏବଂ ତପସ୍ୟାର ସ୍ୱରୂପ ହୋଇଗଲ ତେବେ କଣ କରିବ ? ନିଜର ପଣିଆର ତ୍ୟାଗ ଅଥବା ମୁଁ ପଣିଆ ସମାପ୍ତ ହୋଇଗଲା । ଯେତେବେଳେ ଜଣଙ୍କର ଲଗନ ଅର୍ଥାତ୍ ସ୍ନେହରେ ମଗ୍ନ ରହୁଥିବା ତପସ୍ୱୀ ହୋଇଗଲ ତେବେ ସେବା ନ କରି ରହିପାରିବ ନାହିଁ । ଏହି ହଦର ମୁଁ ଏବଂ ମୋର ପଣିଆ ପ୍ରକୃତ ସେବା କରିବାକୁ ଦେଇନଥାଏ । ତେଣୁ ତ୍ୟାଗୀ ଏବଂ ତପସ୍ୱୀମୂର୍ତ୍ତି ଆତ୍ମାମାନେ ହିଁ ସଚ୍ଚା ସେବାଧାରୀ ଅଟନ୍ତି । ମୁଁ ଏହି ସବୁ କରିଛ, ମୁଁ ଏହିପରି ଅଟେ, ଏହିଭଳି ଦେହ ଅଭିମାନ ଯଦି ଟିକିଏ ବି ଆସିଲା ତେବେ ସେବାଧାରୀ ପରିବର୍ତ୍ତେ କଣ ହୋଇଯିବ ? କେବଳ ନାମଧାରୀ ସେବାଧାରୀ ହୋଇଯିବ । ପ୍ରକୃତ ସେବାଧାରୀ ହୋଇପାରିବ ନାହିଁ । କାରଣ ପ୍ରକୃତ ସଚ୍ଚା ସେବାର ମୂଳଦୁଆ ହେଲା ତ୍ୟାଗ ଏବଂ ତପସ୍ୟା । ଏହିଭଳି ତ୍ୟାଗୀ-ତପସ୍ୱୀ ସେବାଧାରୀ ସଦାସର୍ବଦା ସଫଳତାର ସ୍ୱରୂପ ଅଟନ୍ତି । ବିଜୟ ବା ସଫଳତା ସେମାନଙ୍କର ଗଳାର ମାଳା ହୋଇଯାଏ । ସେମାନେ ବିଜୟର ଜନ୍ମସିଦ୍ଧ ଅଧିକାରୀ ହୋଇଯାଆନ୍ତି । ତେବେ ବାପଦାଦା ସାରା ବିଶ୍ୱର ସମସ୍ତ ସନ୍ତାନମାନଙ୍କୁ ଏହି ଶ୍ରେଷ୍ଠ ଶିକ୍ଷା ଦେଉଛନ୍ତି ଯେ ତ୍ୟାଗୀ ହୁଅ, ତପସ୍ୱୀ ହୁଅ ଏବଂ ସଚ୍ଚା ସେବାଧାରୀ ହୁଅ । ଆଜିର ସଂସାର ମୃତ୍ୟୁର ଭୟରେ ଭୟଭୀତ ସଂସାର (ଖୁବ୍ ଜୋରରେ ଝଡ ଆସିଲା) ପ୍ରକୃତିର ହଲଚଲରେ ତୁମେମାନେ ତ ଅଚଳ ଅଟ ନା! ତମୋଗୁଣୀ ପ୍ରକୃତିର କାମ ହେଲା ହଲଚଲ୍ କରିବା ଏବଂ ତୁମେ ଅଚଳ ସ୍ଥିତିବାଲା ଆତ୍ମାମାନଙ୍କର କାର୍ଯ୍ୟ ହେଲା ପ୍ରକୃତିକୁ ପରିବର୍ତ୍ତନ କରିବା । କିଛି ବି ନୂଆ ନୁହେଁ । ଏସବୁ ତ ନିଶ୍ଚିତ ହେବ । ହଲଚଲ୍ ହେଲେ ତ ଆମେ ଅଚଳ ହେବା । ତେବେ ସ୍ୱରାଜ୍ୟ ଅଧିକାରୀ ଦରବାର ନିବାସୀ ଶ୍ରେଷ୍ଠ ଆତ୍ମାମାନେ ବୁଝିପାରିଲ! ଏହା ମଧ୍ୟ ରାଜ୍ୟ ଦରବାର ଅଟେ ନା । ରାଜଯୋଗୀ ଅର୍ଥାତ୍ ନିଜ ଉପରେ ରାଜା । ରାଜଯୋଗୀ ଦରବାର ଅର୍ଥାତ୍ ସ୍ୱରାଜ୍ୟ ଦରବାର । ତୁମେମାନେ ମଧ୍ୟ ରାଜନେତା ହୋଇଯାଇଛ ନା । ସେମାନେ ହେଲେ ଦେଶର ରାଜନେତା ଏବଂ ତୁମେମାନେ ହେଲ ସ୍ୱରାଜ୍ୟ ନେତା । ନେତା ଅର୍ଥାତ୍ ନୀତି ଅନୁସାରେ ଚାଲିବାବାଲା । ତେଣୁ ତୁମେମାନେ ଧର୍ମନୀତି ଏବଂ ସ୍ୱରାଜ୍ୟ ନୀତି ଅନୁସାରେ ଚାଲୁଥିବା ସ୍ୱରାଜ୍ୟ ନେତା ଅଟ । ଯଥାର୍ଥ ଶ୍ରେଷ୍ଠ ନୀତି ଅର୍ଥାତ୍ ଶ୍ରୀମତ । କାରଣ ଶ୍ରୀମତ ହିଁ ଯଥାର୍ଥ ନୀତି ଅଟେ । ଏହି ନୀତି ଅନୁସାରେ ଚାଲୁଥିବା ତୁମେମାନେ ସଫଳ ନେତା ଅଟ ।

ବାପଦାଦା ଦେଶର ନେତାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି । କାହିଁକି ନା ଯାହା ବି ହେଉ ସେମାନେ ପରିଶ୍ରମ ତ କରୁଛନ୍ତି ନା । ଯଦିଓ ସେମାନଙ୍କ ଭିତରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଅଛନ୍ତି, ପୁଣି ବି ଦେଶପ୍ରତି ସ୍ନେହ ତ ଅଛି ନା । ଆମର ରାଜ୍ୟ ଅମର ରହୁ ଏହି ଲଗନରେ ମେହନତ ତ କରୁଛନ୍ତି ନା । ଆମର ଭାରତ ଉଚ୍ଚ ଆସନରେ ରହୁ, ଏହିଭଳି ଲଗନ ମଧ୍ୟ ଆପେ ଆପେ ମେହନତ କରାଇଥାଏ । ଆଗକୁ ସମୟ ମଧ୍ୟ ଆସିବ ଯେବେକି ରାଜ୍ୟସତ୍ତା ଏବଂ ଧର୍ମସତ୍ତା ଉଭୟ ମିଶିଯିବେ, ସେତେବେଳେ ହିଁ ସାରା ବିଶ୍ୱରେ ଭାରତର ଜୟଜୟକାର ହେବ । ଭାରତ ହିଁ ଲାଇଟ୍ ହାଉସ୍ ଅର୍ଥାତ୍ ଆଲୋକର କେନ୍ଦ୍ର ହେବ । ଭାରତ ଆଡକୁ ହିଁ ସମସ୍ତଙ୍କର ଦୃଷ୍ଟି ରହିଥିବ । ଭାରତକୁ ହିଁ ସାରା ବିଶ୍ୱ ପ୍ରେରଣାର ପୁଞ୍ଜ ଅନୁଭବ କରିବ । ଭାରତ ହିଁ ଅବିନାଶୀ ଖଣ୍ଡ ଅର୍ଥାତ୍ ମହାଦ୍ୱୀପ ଅଟେ । ଏହା ଅବିନାଶୀ ପିତା ପରମାତ୍ମାଙ୍କର ଅବତରଣ ଭୂମି ହୋଇଥିବା କାରଣରୁ ଏହାର ମହତ୍ୱ ସଦାସର୍ବଦା ମହାନ ଅଟେ । ଆଚ୍ଛା!

ତେବେ ସମସ୍ତେ ନିଜର ମିଠା ଘରେ ପହଞ୍ଚିଯାଇଛ । ବାପଦାଦା ସମସ୍ତ ସନ୍ତାନମାନଙ୍କୁ ଏଠାକୁ ଆସିଥିବା କାରଣରୁ ଅଭିନନ୍ଦନ ଦେଉଛନ୍ତି । ବାବାଙ୍କର ଘରର ଶୋଭା ତୁମେ ପିଲାମାନେ ହିଁ ଅଟ ତେଣୁ ଆସିଛ ବହୁତ ଭଲ କରିଛ । ଆଚ୍ଛା! ସମସ୍ତ ସଫଳତାର ତାରକା ପିଲାମାନଙ୍କୁ, ସର୍ବଦା ଏକରସ ସ୍ଥିତିର ଆସନରେ ସ୍ଥିତ ରହୁଥିବା ତପସ୍ୱୀ ପିଲାମାନଙ୍କୁ, ସଦାସର୍ବଦା ଏକମାତ୍ର ପରମାତ୍ମାଙ୍କର ଶ୍ରେଷ୍ଠ ସ୍ମୃତିରେ ରହୁଥିବା ମହାନ ଆତ୍ମାମାନଙ୍କୁ ଶ୍ରେଷ୍ଠ ଭାବନା, ଶ୍ରେଷ୍ଠ କାମନା କରୁଥିବା ବିଶ୍ୱ କଲ୍ୟାଣକାରୀ ସେବାଧାରୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହଭରା ସ୍ମୃତି ସହିତ ନମସ୍ତେ ।

ଅବ୍ୟକ୍ତ ବାପଦାଦାଙ୍କ ସହିତ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କର ସାକ୍ଷାତ:-

ପିତାଙ୍କର ଘରକୁ ବା ନିଜ ଘରକୁ ହିଁ ଆସିଛ । ବାବା ଜାଣିଛନ୍ତି ଯେ ତୁମର ସେବା କରିବାର ବହୁତ ଭଲ ଲଗନ ରହିଛି । କୋଟିକ ଭିତରେ କେହି ଗୋଟିଏ ଏହିଭଳି ସେବାଧାରୀ ଥାଆନ୍ତି ସେଥିପାଇଁ ସେବାରେ ମେହନତ କରିବାର ଆନ୍ତରିକ ଖୁସି ପ୍ରତ୍ୟକ୍ଷ ଫଳ ରୂପରେ ତୁମକୁ ସଦାସର୍ବଦା ମିଳୁଥିବ । ଏହି ମେହନତ ହିଁ ତୁମର ସଫଳତାର ଆଧାର । ଯଦି ସମସ୍ତ ନିମିତ୍ତ ସେବାଧାରୀ (ନେତା) ମାନେ ମେହନତ କରିବାରେ ଲାଗିପଡିବେ ତେବେ ଭାରତର ରାଜ୍ୟ ସଦାସର୍ବଦା ସଫଳତା ପ୍ରାପ୍ତ କରିଚାଲିବ । ତେବେ ଏହା ତ ନିଶ୍ଚିତ ଯେ ସଫଳତା ତ ମିଳିବ ହିଁ ମିଳିବ କିନ୍ତୁ ଏଥିରେ ଯେଉଁମାନେ ନିମିତ୍ତ ହୋଇଥାନ୍ତି ସେମାନଙ୍କୁ ସେବାର ପ୍ରତ୍ୟକ୍ଷ ଫଳ ଏବଂ ଭବିଷ୍ୟତ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ । ତୁମେ ମଧ୍ୟ ସେବାର ନିମିତ୍ତ ଅଟ । ତେଣୁ ନିମିତ୍ତ ଭାବନା ରଖି ସଦାସର୍ବଦା ସେବାରେ ଆଗକୁ ବଢିଚାଲ । ଯେଉଁଠାରେ ନିମିତ୍ତ ଭାବନା ରହିଛି, ମୁଁ ପଣିଆର ଭାବନା ନାହିଁ ସେଠାରେ ସର୍ବଦା ଉନ୍ନତି ହୋଇଚାଲିବ । ଏହି ନିମିତ୍ତ ଭାବନା, ଶୁଭଭାବନା ଏବଂ ଶୁଭକାମନାକୁ ସ୍ୱତଃ ଜାଗ୍ରତ କରିଥାଏ । ଆଜି ଯଦି ଶୁଭଭାବନା ଶୁଭ କାମନାର ଅଭାବ ଅଛି ତେବେ ଏହାର କାରଣ ହେଲା ନିମିତ୍ତ ଭାବନା ପରିବର୍ତ୍ତେ ମୁଁ ପଣିଆ ଆସିଯାଇଛି । ଯଦି ନିଜକୁ ନିମିତ୍ତ ବୋଲି ମନେ କରିବେ ତେବେ କରାଇବାବାଲା ପରମାତ୍ମା ଅଟନ୍ତି ବୋଲି ଭାବିବେ କାରଣ କରିକରାଇଲାବାଲା ସ୍ୱାମୀ ପରମାତ୍ମା ସବୁବେଳେ ଶ୍ରେଷ୍ଠ କର୍ମ ହିଁ କରାଇବେ । ତେବେ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ପଣିଆ ପରିବର୍ତ୍ତେ ରାଜ୍ୟ ଚଳାଇବାର ଗୃହସ୍ଥୀ ହୋଇଯାଇଛନ୍ତି ଏବଂ ଗୃହସ୍ଥୀରେ ବୋଝର ଅନୁଭବ ହୋଇଥାଏ କିନ୍ତୁ ଟ୍ରଷ୍ଟୀ ଭାବନାରେ ହାଲୁକା ରହିଥାନ୍ତି । ଯେପର୍ଯ୍ୟନ୍ତ ହାଲୁକା ଅର୍ଥାତ୍ ଚିନ୍ତାମୁକ୍ତ ହୋଇ ନାହାଁନ୍ତି ସେପର୍ଯ୍ୟନ୍ତ ନିର୍ଣ୍ଣୟ ଶକ୍ତିର ମଧ୍ୟ ଅଭାବ ରହିବ । ଯଦି ନିଜକୁ ଟ୍ରଷ୍ଟୀ ମନେ କରିବେ ତେବେ ହାଲୁକା ରହିବେ ଏବଂ ନିର୍ଣ୍ଣୟଶକ୍ତି ମଧ୍ୟ ଶ୍ରେଷ୍ଠ ରହିବ, ସେଥିପାଇଁ ସର୍ବଦା ନିଜକୁ ଟ୍ରଷ୍ଟୀ ମନେ କର । ମୁଁ ନିମିତ୍ତ ଅଟେ, ଏହିଭଳି ଭାବନା ବହୁତ ଫଳଦାୟକ ଅଟେ କାରଣ ଭାବନାର ଫଳ ମଧ୍ୟ ମିଳିଥାଏ । ତେଣୁ ଏହିଭଳି ନିମିତ୍ତ ପଣିଆର ଭାବନା ସଦାସର୍ବଦା ଶ୍ରେଷ୍ଠ ଫଳ ପ୍ରାପ୍ତ କରାଇ ଚାଲିବ । ତେଣୁ ସମସ୍ତ ସାଥୀମାନଙ୍କୁ ଏହି କଥା ସ୍ମରଣ କରାଇ ଦିଅ ଯେ ନିମିତ୍ତ ଭାବନା ବା ଟ୍ରଷ୍ଟୀ ପଣିଆର ଭାବନା ରଖ । ତେବେ ଏହି ରାଜନୀତି ବିଶ୍ୱ ପାଇଁ ଶ୍ରେଷ୍ଠ ନୀତି ହୋଇଯିବ । ସାରା ବିଶ୍ୱ ଭାରତର ରାଜନୀତିକୁ ଅନୁକରଣ କରିବ କିନ୍ତୁ ଏହାର ଆଧାର ହେଲା ଟ୍ରଷ୍ଟୀ ଭାବନା ଅର୍ଥାତ୍ ନିମିତ୍ତ ଭାବନା ।

କୁମାରମାନଙ୍କ ସହିତ:- କୁମାର ଅର୍ଥାତ୍ ସର୍ବଶକ୍ତିକୁ, ସର୍ବସମ୍ପତ୍ତିକୁ ଜମା କରି ଅନ୍ୟମାନଙ୍କୁ ମଧ୍ୟ ଶକ୍ତିବାନ କରିବାର ସେବା କରିବାବାଲା । ତେବେ ସର୍ବଦା ଏହି ସେବାରେ ବ୍ୟସ୍ତ ରହୁଛ ନା । ଯଦି ସର୍ବଦା ସେବାରେ ବ୍ୟସ୍ତ ରହିବ ତେବେ ଉନ୍ନତି ହେବାକୁ ଲାଗିବ । ଯଦି ଟିକିଏ ବି ଏଠାକୁ ମୁକ୍ତ ଅର୍ଥାତ୍ ଖାଲି ରହିବ ତେବେ ବ୍ୟର୍ଥ ସଂକଳ୍ପ ଚାଲିବ । ତେଣୁ ସମର୍ଥ ରହିବା ପାଇଁ ସର୍ବଦା ବ୍ୟସ୍ତ ରୁହ । ନିଜର ଦିନଚର୍ଯ୍ୟାର ଟାଇମ୍ ଟେବୁଲ୍ ଅର୍ଥାତ୍ ସମୟ ସାରଣୀ ନିର୍ଦ୍ଧାରିତ କର । ଯେପରି ଶରୀରର ଟାଇମ୍ ଟେବୁଲ୍ ନିର୍ଦ୍ଧାରିତ କରୁଛ ସେହିପରି ବୁଦ୍ଧିର ମଧ୍ୟ ଟାଇମ୍ ଟେବୁଲ୍ ତିଆରି କର । ବୁଦ୍ଧି ଦ୍ୱାରା ବ୍ୟସ୍ତ ରହିବାର ଯୋଜନା ତିଆରି କର । ତେଣୁ ବ୍ୟସ୍ତ ରହିବା ଦ୍ୱାରା ସର୍ବଦା ଉନ୍ନତି ହୋଇ ଚାଲିବ । ଆଜିକାଲିର ସମୟ ଅନୁସାରେ କୁମାର ଜୀବନରେ ଶ୍ରେଷ୍ଠ ହେବା ବହୁତ ବଡ ଭାଗ୍ୟ । ମୁଁ ଏକ ଶ୍ରେଷ୍ଠ ଭାଗ୍ୟବାନ ଆତ୍ମାଏହିକଥା ସବୁବେଳେ ସ୍ମରଣ କର । ସର୍ବଦା ସେବା ଏବଂ ଯୋଗର ସନ୍ତୁଳନ ରହିବା ଦରକାର । ଏଥିରେ ସନ୍ତୁଳନ ରକ୍ଷା କରିବା ଦ୍ୱାରା ସର୍ବଦା ସମସ୍ତଙ୍କର ଆଶୀର୍ବାଦ ମିଳିବାକୁ ଲାଗିବ । ଆଚ୍ଛା!

ସଂଗୃହୀତ ହୋଇଥିବା ବିଶେଷ ଅବ୍ୟକ୍ତ ମହାବାକ୍ୟ:- ପରମାତ୍ମ ସ୍ନେହରେ ସଦା ସର୍ବଦା ମଜ୍ଜି ରୁହ ।

ପରମାତ୍ମ ସ୍ନେହ ଆନନ୍ଦମୟ ଝୁଲଣା ଅଟେ । ଏହି ସୁଖଦାୟୀ ଝୁଲଣାରେ ଝୁଲିବା ସହିତ ସଦାସର୍ବଦା ପରମାତ୍ମ ସ୍ନେହରେ ମଜ୍ଜି ରୁହ ତେବେ କେବେ ବି କୌଣସି ପରିସ୍ଥିତି ବା ମାୟାର ହଲଚଲ ଆସିପାରିବ ନାହିଁ । ପରମାତ୍ମ ସ୍ନେହ ଅସରନ୍ତି, ଅଟଳ ଏବଂ ଏତେ ମାତ୍ରାରେ ଅଛି ଯାହାକି ସମସ୍ତଙ୍କୁ ପ୍ରାପ୍ତ ହୋଇପାରିବ କିନ୍ତୁ ପରମାତ୍ମ ସ୍ନେହ ପ୍ରାପ୍ତ କରିବାର ବିଧି ହେଲା ନ୍ୟାରା ହେବା ଅର୍ଥାତ୍ ଅନାସକ୍ତ ହେବା ଏବଂ ଯିଏ ଯେତେ ଦୁନିଆ ପ୍ରତି ଅନାସକ୍ତ ରହିଥାନ୍ତି ସିଏ ସେତେ ପରମାତ୍ମ ସ୍ନେହର ଅଧିକାରୀ ହୋଇଥାନ୍ତି । ପରମାତ୍ମ ସ୍ନେହରେ ସମାହିତ ହୋଇ ରହିଥିବା ଆତ୍ମା କେବେହେଲେ ହଦର ପ୍ରଭାବରେ ଆସିପାରିବେ ନାହିଁ କାରଣ ସେମାନେ ସଦା ସର୍ବଦା ବେହଦର ପ୍ରାପ୍ତିରେ ମଗ୍ନ ରହିଥାନ୍ତି । ସେମାନଙ୍କଠାରୁ ସଦାସର୍ବଦା ଆତ୍ମିକ ଭାବନାର ସୁଗନ୍ଧ ଆସିଥାଏ । ତେବେ ସ୍ନେହର ଚିହ୍ନ ହେଲା ଯାହା ପ୍ରତି ସ୍ନେହ ଥାଏ ତାହା ଉପରେ ସବୁ କିଛି ଲୁଟାଇ ଦେଇଥାନ୍ତି । ସେହିପରି ବାବାଙ୍କର ପିଲାମାନଙ୍କ ପ୍ରତି ଏତେ ସ୍ନେହ ରହିଛି ଯାହାକି ପ୍ରତିଦିନ ସ୍ନେହର ପ୍ରମାଣ ଦେବା ପାଇଁ ଏତେ ବଡ ପତ୍ର ଲେଖୁଛନ୍ତି ଅର୍ଥାତ୍ ମୁରଲୀ ଶୁଣାଉଛନ୍ତି । ସ୍ନେହଭରା ସ୍ମୃତି ମଧ୍ୟ ଦେଉଛନ୍ତି ଏବଂ ପିଲାମାନଙ୍କର ସାଥୀ ହୋଇ ସଦାସର୍ବଦା ସଂଗରେ ରହୁଛନ୍ତି । ତେଣୁ ବାବାଙ୍କର ଏହି ସ୍ନେହ ଉପରେ ତୁମେମାନେ ନିଜର ସମସ୍ତ ଦୋଷ-ଦୁର୍ବଳତାକୁ ସ୍ୱାହା କରିଦିଅ । ପିଲାମାନଙ୍କ ପ୍ରତି ବାବାଙ୍କର ସ୍ନେହ ରହିଛି ସେଥିପାଇଁ ସବୁବେଳେ କହୁଛନ୍ତି ପିଲାମାନେ ତୁମେ ଯିଏ ହୋଇଥାଅ, ଯେଭଳି ହୋଇଥାଅ କିନ୍ତୁ ମୋର ସନ୍ତାନ । ସେହିଭଳି ତୁମେମାନେ ମଧ୍ୟ ସଦାସର୍ବଦା ସ୍ନେହରେ ବୁଡି ରୁହ ଏବଂ ହୃଦୟର ସହିତ କୁହ ଯେ ବାବା ଆପଣ ଯିଏ ହୁଅନ୍ତୁ କିନ୍ତୁ ଆପଣ ହିଁ ମୋର ସବୁ କିଛି ଅଟନ୍ତି । କେବେହେଲେ ଅସତ୍ୟର ରାଜ୍ୟର ପ୍ରଭାବରେ ଆସ ନାହିଁ । ଯେଉଁମାନେ ଗେହ୍ଲା ହୋଇଥାନ୍ତି ସେମାନଙ୍କୁ ମନେ ପକାଇବାକୁ ପଡେ ନାହିଁ, ତାଙ୍କର ସ୍ମୃତି ଆପେ ଆପେ ଆସିଥାଏ । କେବଳ ସ୍ନେହ ଆନ୍ତରୀକ ହେବା ଦରକାର, ସଚ୍ଚା ଏବଂ ନିସ୍ୱାର୍ଥ ହେବା ଦରକାର । ଯେବେକି କହୁଛ ମେରା ବାବା, ପ୍ୟାରା ବାବା ତେବେ ପ୍ୟାରା ଅର୍ଥାତ୍ ପ୍ରିୟତମଙ୍କୁ କେହି ଭୁଲିପାରିବେ ନାହିଁ ଏବଂ ନିଃସ୍ୱାର୍ଥ ସ୍ନେହ ମଧ୍ୟ ବାବାଙ୍କ ବ୍ୟତୀତ ଅନ୍ୟ କୌଣସି ଆତ୍ମାଠାରୁ ମିଳିପାରିବ ନାହିଁ । ସେଥିପାଇଁ କେବେହେଲେ ସ୍ୱାର୍ଥ ପୂରଣ କରିବା ପାଇଁ ମନେ ପକାଅ ନାହିଁ, ନିଃସ୍ୱାର୍ଥ ସ୍ନେହରେ ବୁଡି ରୁହ । ପରମାତ୍ମ ସ୍ନେହର ଅନୁଭବୀ ହୁଅ ତେବେ ସେହି ଅନୁଭବ ଦ୍ୱାରା ସହଜଯୋଗୀ ହୋଇ ଉଡିବାକୁ ଲାଗିବ, କାରଣ ପରମାତ୍ମ ସ୍ନେହ ଉଡାଇବାର ଆଧାର ଅଟେ ଏବଂ ଉଡିଲାବାଲା କେବେହେଲେ ଧରଣୀର ଆକର୍ଷଣରେ ଆସିପାରିବେ ନାହିଁ । ତେବେ ମାୟାର କେତେ ବି ଆକର୍ଷିତ ରୂପ ହୋଇଥାଉ କିନ୍ତୁ ସେହି ଆକର୍ଷଣ ଉଡନ୍ତା ସ୍ଥିତିରେ ରହୁଥିବା ଆତ୍ମାଙ୍କ ନିକଟରେ ପହଞ୍ଚି ପାରିବ ନାହିଁ । ପରମାତ୍ମ ସ୍ନେହର ଏହି ଡୋରୀ ବହୁତ ଦୂରରୁ ଟାଣିଆଣିଥାଏ । ଏହା ଏପରି ସୁଖଦାୟୀ ସ୍ନେହ ଯାହାକି ଏହି ସ୍ନେହରେ ଯିଏ ଗୋଟିଏ ସେକେଣ୍ଡ ମଧ୍ୟ ହଜିଯାଆନ୍ତି ସେମାନଙ୍କର ଅନେକ ଦୁଃଖ ଭୁଲି ହୋଇଯାଏ ଏବଂ ସେମାନେ ସଦାକାଳ ପାଇଁ ସୁଖର ଝୁଲଣାରେ ଝୁଲିବାକୁ ଲାଗିଥାନ୍ତି । ଜୀବନରେ ଯାହା ଆବଶ୍ୟକ ଥାଏ ତାହା ଯଦି କେହି ଦେଇ ଦିଅନ୍ତି ତେବେ ତାହା ହିଁ ସ୍ନେହର ପ୍ରତୀକ ହୋଇଯାଏ । ତେଣୁ ବାବାଙ୍କର ତୁମମାନଙ୍କ ପ୍ରତି ଏତେ ସ୍ନେହ ରହିଛି ଯାହାକି ଜୀବନରେ ସୁଖ-ଶାନ୍ତି ପାଇବାର ସମସ୍ତ ମନୋକାମନା ପୂରଣ କରିଦେଉଛନ୍ତି । ବାବା କେବଳ ସୁଖ ଦେଉନାହାଁନ୍ତି କିନ୍ତୁ ସୁଖର ଭଣ୍ଡାରର ମାଲିକ କରିଦେଉଛନ୍ତି । ତାସହିତ ଶ୍ରେଷ୍ଠ ଭାଗ୍ୟର ରେଖା ଟାଣିବାର କଲମ ମଧ୍ୟ ଦେଉଛନ୍ତି, ଯାହା ଦ୍ୱାରା ଯେତେ ଇଚ୍ଛା ସେତେ ନିଜର ଶ୍ରେଷ୍ଠ ଭାଗ୍ୟ ଗଢିପାରିବଏହା ହିଁ ହେଉଛି ପରମାତ୍ମ ସ୍ନେହ । ଯେଉଁ ପିଲାମାନେ ପରମାତ୍ମ ସ୍ନେହରେ ସଦାସର୍ବଦା ବୁଡି ରହିଥାନ୍ତି, ହଜି ଯାଇଥାନ୍ତି ସେମାନଙ୍କର ଆତ୍ମାର ଚମକ ଏବଂ ଆତ୍ମିକ ନିଶା, ଅନୁଭୂତିର କିରଣ ଏତେ ଶକ୍ତିଶାଳୀ ହୋଇଥାଏ ଯାହାକି କୌଣସି ବି ସମସ୍ୟା ତାଙ୍କ ନିକଟକୁ ଆସିବା ତ ଦୂରର କଥା କିନ୍ତୁ ଆଖି ଖୋଲି ଦେଖି ପାରିନଥାଏ । ସେମାନଙ୍କୁ କେବେ ବି କୌଣସି ପ୍ରକାରର ମେହନତ କରିବାକୁ ପଡିନଥାଏ ।

ତେବେ ବାବାଙ୍କର ପିଲାମାନଙ୍କ ପ୍ରତି ଏତେ ସ୍ନେହ ଅଛି ଯାହାକି ଅମୃତବେଳା ହିଁ ପିଲାମାନଙ୍କର ପାଳନା କରିଥାନ୍ତି ଏବଂ ଦିନର ଆରମ୍ଭ ମଧ୍ୟ କେତେ ଶ୍ରେଷ୍ଠ ହୋଇଥାଏ! ସ୍ୱୟଂ ଭଗବାନ ମିଳନ କରିବା ପାଇଁ ଡାକିଥାନ୍ତି ଏବଂ ବାର୍ତ୍ତାଳାପ କରିଥାଆନ୍ତି, ଶକ୍ତି ଭରିଥାନ୍ତି । ବାବାଙ୍କର ସ୍ନେହଭରା ସଂଗୀତ ତୁମମାନଙ୍କୁ ନିଦରୁ ଉଠାଉଛି । କେତେ ସ୍ନେହର ସହିତ ଡାକୁଛନ୍ତି, ଉଠାଉଛନ୍ତିମିଠେ ବଚ୍ଚେ, ପ୍ୟାରେ ବଚ୍ଚେ, ଆସ...... । ତେବେ ଏହି ସ୍ନେହଭରା ପାଳନାର ବାସ୍ତବିକ ସ୍ୱରୂପ ହେଉଛି ସହଜଯୋଗୀ ଜୀବନ । ଯାହାର ଯାହା ପ୍ରତି ସ୍ନେହଥାଏ, ତାକୁ ଯାହା ଭଲ ଲାଗେ ତାହା ହିଁ କରିଥାନ୍ତି । ତେବେ ବାବାଙ୍କୁ ମଧ୍ୟ ପିଲାମାନଙ୍କର ହଲଚଲ୍ ହେବା ଅର୍ଥାତ୍ ଦୁଃଖୀ ହେବା ଭଲ ଲାଗେ ନାହିଁ । ସେଥିପାଇଁ କେବେ ବି ଏହି କଥା କୁହନାହିଁ ଯେ କଣ କରିବି, ପରିସ୍ଥିତି ସେହିଭଳି ଥିଲା ସେଥିପାଇଁ ହଲଚଲ୍ ହୋଇଗଲି.... ଯଦି ବି ହଲଚଲ୍ ହେଲାଭଳି କୌଣସି କଥା ଆସୁଛି କିନ୍ତୁ ତୁମେ ହଲଚଲ୍ ସ୍ଥିତିକୁ ଆସ ନାହିଁ । ବାପଦାଦାଙ୍କର ପିଲାମାନଙ୍କ ପ୍ରତି ଏତେ ସ୍ନେହ ଅଛି ଯାହାକି ଭାବୁଛନ୍ତି ପ୍ରତ୍ୟେକ ସନ୍ତାନ ମୋଠାରୁ ମଧ୍ୟ ଆଗକୁ ଚାଲିଯାଆନ୍ତୁ । ଦୁନିଆରେ ମଧ୍ୟ ଯାହା ପ୍ରତି ଅଧିକ ସ୍ନେହ ଥାଏ ତାକୁ ନିଜଠାରୁ ଆଗକୁ ବଢାଇ ଥାଆନ୍ତି । ଏହା ହିଁ ହେଉଛି ସ୍ନେହର ପ୍ରତୀକ । ତେଣୁ ବାପଦାଦା ମଧ୍ୟ କହୁଛନ୍ତି ମୋ ପିଲାମାନଙ୍କ ଭିତରେ ଏବେ ଆଉ କୌଣସି ଦୁର୍ବଳତା ନ ରହୁ, ସମସ୍ତେ ସମ୍ପୂର୍ଣ୍ଣ, ସମ୍ପନ୍ନ ଏବଂ ସମାନ ହୋଇଯାଆନ୍ତୁ । ତେଣୁ ଆଦିକାଳ ଅର୍ଥାତ୍ ଅମୃତବେଳାରେ ନିଜର ହୃଦୟରେ ପରମାତ୍ମାଙ୍କର ସ୍ନେହକୁ ସମ୍ପୂର୍ଣ୍ଣ ରୂପରେ ଧାରଣ କରିନିଅ । ଯଦି ହୃଦୟରେ ପରମାତ୍ମ ସ୍ନେହ, ପରମାତ୍ମ ଶକ୍ତି, ପରମାତ୍ମ ଜ୍ଞାନ ଭରପୁର ହୋଇ ରହିଥିବ ତେବେ କେବେ ବି ଅନ୍ୟ କୌଣସି ଆଡକୁ ଆସକ୍ତି ବା ସ୍ନେହ ଯାଇପାରିବ ନାହିଁ ।

ତେବେ ପରମାତ୍ମ ସ୍ନେହ ମଧ୍ୟ ଏହି ଗୋଟିଏ ଜନ୍ମରେ ହିଁ ପ୍ରାପ୍ତ ହୋଇଥାଏ । ୮୩ ଜନ୍ମ ଦେବାତ୍ମାମାନଙ୍କ ଦ୍ୱାରା ବା ସାଧାରଣ ଆତ୍ମାଙ୍କ ଦ୍ୱାରା ସ୍ନେହ ମିଳିଲା! କେବଳ ବର୍ତ୍ତମାନ ସମୟରେ ହିଁ ପରମାତ୍ମାଙ୍କର ସ୍ନେହ ମିଳୁଛି । ସେହି ଆତ୍ମାମାନଙ୍କର ସ୍ନେହ ରାଜ୍ୟ-ଭାଗ୍ୟ ହରାଇ ଦେଇଥାଏ ଏବଂ ପରମାତ୍ମାଙ୍କର ସ୍ନେହ ରାଜ୍ୟ ଭାଗ୍ୟ ପ୍ରାପ୍ତ କରାଇଥାଏ । ତେଣୁ ଏହି ସ୍ନେହର ଅନୁଭୂତି ମଧ୍ୟରେ ସମାହିତ ହୋଇ ରୁହ । ଯଦି ପିତାଙ୍କ ସହିତ ସଚ୍ଚା ସ୍ନେହ ଅଛି ତେବେ ତାର ଚିହ୍ନ ହେଲା ପିତାଙ୍କ ସମାନ ହୁଅ ଏବଂ କର୍ମାତୀତ ହୁଅ । କରାଇବାବାଲା ହୋଇ କର୍ମ କର ଏବଂ କରାଅ । କର୍ମେନ୍ଦ୍ରିୟମାନେ ତୁମ ଦ୍ୱାରା କର୍ମ ନ କରାନ୍ତୁ କିନ୍ତୁ ତୁମେ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଅ । କେବେ ବି ମନ, ବୁଦ୍ଧି ବା ସଂସ୍କାରର ବଶୀଭୂତ ହୋଇ କୌଣସି ବିକର୍ମ କର ନାହିଁ ।

ବରଦାନ:-
ନିର୍ବଳରୁ ବଳବାନ ହୋଇ ଅସମ୍ଭବକୁ ସମ୍ଭବ କରୁଥିବା ସାହସୀ ଆତ୍ମା ହୁଅ ।

କଥାରେ ଅଛି ପିଲାମାନଙ୍କର ସାହସ ଆଧାରରେ ବାବା ସାହାଯ୍ୟ କରିଥାନ୍ତି । ଏହି ବରଦାନ ଆଧାରରେ ସାହାସର ପ୍ରଥମ ଦୃଢ ସଂକଳ୍ପ କରିଛ ଯେ ଆମକୁ ପବିତ୍ର ହେବାର ହିଁ ଅଛି ଏବଂ ବାବା ମଧ୍ୟ ପଦମଗୁଣା ସହଯୋଗ ଦେଇଛନ୍ତି ଯେ ତୁମେ ଆତ୍ମାମାନେ ଅନାଦି-ଆଦି ପବିତ୍ରି ଅଟ, ଅନେକ ଥର ପବିତ୍ର ହୋଇଛ ଏବଂ ଆଗକୁ ମଧ୍ୟ ହେଉଥିବ । ଅନେକ ଥରର ସ୍ମୃତି ଆସିବା ଦ୍ୱାରା ସମର୍ଥ ହୋଇଯାଉଛ । ନିର୍ବଳରୁ ଏତେ ବଳବାନ ହୋଇଯାଇଛ ଯାହାକି ଚ୍ୟାଲେଞ୍ଚ କରୁଛ ଯେ ବିଶ୍ୱକୁ ମଧ୍ୟ ପବିତ୍ର କରି ଦେଖାଇ ଦେବୁ, ଯାହାକୁ ଋଷି-ମୁନି, ଇତ୍ୟାଦି ମହାନ ଆତ୍ମାମାନେ ଭାବୁଛନ୍ତି ଯେ ଘର ଗୃହସ୍ଥ ଭିତରେ ରହି ପବିତ୍ର ରହିବା କଷ୍ଟକର, ତାହାକୁ ତୁମେମାନେ ଅତି ସହଜ ବୋଲି କହୁଛ ।

ସ୍ଲୋଗାନ:-
ଦୃଢ ସଂକଳ୍ପ କରିବା ହିଁ ବ୍ରତ ପାଳନ କରିବା, ତେଣୁ ସଚ୍ଚା ଭକ୍ତ କେବେହେଲେ ବ୍ରତକୁ ଭାଙ୍ଗିଦିଅନ୍ତି ନାହିଁ ।


ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-
ଯେପରି ବ୍ରହ୍ମାବାବା ସାଧାରଣ ରୂପରେ ରହି ମଧ୍ୟ ଆସାଧାରଣ ବା ଅଲୌକିକ ସ୍ଥିତିରେ ରହୁଥିଲେ, ସେହିପରି ଫଲୋ ଫାଦର କର ଅର୍ଥାତ୍ ପିତାଙ୍କୁ ଅନୁକରଣ କର । ଯେପରି ତାରାମାନଙ୍କର ସଂଗଠନ ଭିତରେ ଯେଉଁମାନେ ବିଶେଷ ତାରା ଥାନ୍ତି ସେମାନଙ୍କର ଚମକ ଏବଂ ଝଲକ ଦୁରରୁ ହିଁ ଭିନ୍ନ ଏବଂ ସୁନ୍ଦର ଅନୁଭବ ହୋଇଥାଏ, ସେହିପରି ତୁମେ ଆତ୍ମାରୂପୀ ତାରକାମାନେ ମଧ୍ୟ ସାଧାରଣ ଆତ୍ମାମାନଙ୍କ ଭିତରେ ବିଶେଷ ଆତ୍ମା ରୂପରେ ଦେଖାଯାଅ ।