06.02.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏବେ ଅଶରୀରୀ ହୋଇ ଘରକୁ ଯିବାକୁ ହେବ, ସେଥିପାଇଁ ଯେତେବେଳେ କାହା ସହିତ କଥାବାର୍ତ୍ତା ହେଉଛ ଆତ୍ମା ଭାଇ-ଭାଇ ମନେ କରି କଥାବାର୍ତ୍ତା କର, ଦେହୀ-ଅଭିମାନୀ ସ୍ଥିତିରେ ରହିବାର ମେହନତ କର ।

ପ୍ରଶ୍ନ:-
ଭବିଷ୍ୟତର ରାଜତିଳକ ପ୍ରାପ୍ତ କରିବାର ଆଧାର କଣ ?

ଉତ୍ତର:-
ପାଠପଢା । ସମସ୍ତଙ୍କୁ ଏଠାରେ ପାଠପଢି ରାଜତିଳକ ନେବାକୁ ହେବ । ବାବାଙ୍କର ଦାୟିତ୍ୱ ହେଲା ପାଠ ପଢାଇବା, ଏଥିରେ ଆଶୀର୍ବାଦର କୌଣସି କଥା ନାହିଁ । ଯଦି ବାବାଙ୍କ ପ୍ରତି ପୁରା ନିଶ୍ଚୟ ଅଛି ତେବେ ଶ୍ରୀମତରେ ଚାଲିବାରେ ଲାଗିପଡ । ଅବହେଳା କର ନାହିଁ । ଯଦି ମତଭେଦରେ ଆସି ପାଠପଢା ଛାଡିଦେବ ତେବେ ଫେଲ୍ ହୋଇଯିବ । ସେଥିପାଇଁ ବାବା କହୁଛନ୍ତି ମଧୁର ସନ୍ତାନମାନେ ନିଜେ ନିଜ ଉପରେ ଦୟା କର । ଆଶୀର୍ବାଦ ନମାଗି ପାଠପଢା ଉପରେ ଧ୍ୟାନ ଦିଅ ।

ଓମ୍ ଶାନ୍ତି ।
ପରମ ଶିକ୍ଷକ ଏଠାକୁ ଆସି ତୁମମାନଙ୍କୁ ପାଠପଢାଉଛନ୍ତି । ତୁମେମାନେ ଜାଣିଛ ପରମପିତା ପରମାତ୍ମା ପିତା ମଧ୍ୟ ତ ଶିକ୍ଷକ ମଧ୍ୟ ଅଟନ୍ତି । ସିଏ ଏଭଳି ପାଠପଢାଇଥାନ୍ତି ଯାହାକି ଅନ୍ୟ କେହି ବି ପଢାଇପାରିବେ ନାହିଁ । ତୁମେମାନେ କହୁଛ ଶିବବାବା ଆମକୁ ପାଠପଢାଉଛନ୍ତି । ତେବେ ଏହି ଶିବବାବା କେବଳ ଜଣକର ନୁହଁନ୍ତି । ମନମନାଭବ, ମଧ୍ୟାଜୀଭବ ଏହାର ଅର୍ଥକୁ ବାବା ବୁଝାଉଛନ୍ତି, କହୁଛନ୍ତି ଏହାର ଅର୍ଥ ହେଲା ତୁମେ କେବଳ ମୋତେ ମନେ ପକାଅ । ଏବେ ତୁମେମାନେ ତ ବୁଦ୍ଧିମାନ ହୋଇଗଲଣି । ବେହଦର ବାବା କହୁଛନ୍ତି ତୁମର ସମ୍ପତ୍ତି ତ ତୁମ ପାଇଁ ହିଁ ରହିଛି ଏହି କଥା କେବେ ବି ଭୁଲିବା ଉଚିତ୍ ନୁହେଁ । ବାବା ଆତ୍ମାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ବର୍ତ୍ତମାନ ତୁମେ ଜୀବଆତ୍ମା ଅଟ ନା । ବେହଦର ବାବା ତ ନିରାକାର ଅଟନ୍ତି । ତୁମେ ଜାଣିଛ ସିଏ ଏହି ଶରୀରର ଆଧାର ନେଇ ଆମକୁ ପାଠ ପଢାଉଛନ୍ତି ଅନ୍ୟମାନେ ଏହି କଥାକୁ ବୁଝିପାରିବେ ନାହିଁ । ସ୍କୁଲମାନଙ୍କରେ ଶିକ୍ଷକମାନେ ପାଠପଢାଇଥାନ୍ତି ତେଣୁ କହିଥାନ୍ତି ଲୌକିକ ଶିକ୍ଷକ, ଲୌକିକ ପିଲାମାନଙ୍କୁ ପାଠ ପଢାଉଛନ୍ତି । କିନ୍ତୁ ଇଏ ହେଉଛନ୍ତି ପାରଲୌକିକ ପରମ ଶିକ୍ଷକ ଯିଏକି ପାରଲୌକିକ ପିଲାମାନଙ୍କୁ ପଢାଉଛନ୍ତି । ତୁମେମାନେ ମଧ୍ୟ ପରଲୋକ, ବ୍ରହ୍ମଲୋକର ନିବାସୀ ଅଟ । ବାବା ମଧ୍ୟ ପରଲୋକ ନିବାସୀ ଅଟନ୍ତି । ଆମେ ଉଭୟ ହେଲେ ଗୋଟିଏ ଲୋକର ନିବାସୀ । ତୁମେମାନେ ନିଜକୁ ଆତ୍ମା ମନେ କର । ମୁଁ ହେଉଛି ପରମଆତ୍ମା । ଏବେ ତୁମେ ଏଠାରେ ନିଜ ନିଜର ଅଭିନୟ କରୁଛ । ଅଭିନୟ କରି କରି ତୁମେ ଏବେ ପତିତ ହୋଇଯାଇଛ । ଏହା ହେଉଛି ବେହଦ ସୃଷ୍ଟି ରଙ୍ଗମଞ୍ଚ, ଯେଉଁଠାରେ ବେହଦର ଖେଳ ଚାଲିଛି । ଏହି ସାରା ସୃଷ୍ଟି ହେଉଛି ତୁମମାନଙ୍କର କର୍ମଭୂମି, ଏଠାରେ ତୁମମାନଙ୍କର ଖେଳ ହେଉଛି । ଏକଥା ମଧ୍ୟ କେବଳ ତୁମେମାନେ ହିଁ ଜାଣିଛ ଯେ ଏହା ହେଉଛି ବେହଦର ଖେଳ, ଏଥିରେ ଦିନ ଏବଂ ରାତି ମଧ୍ୟ ହୋଇଥାଏ, ସୂର୍ଯ୍ୟ ଏବଂ ଚନ୍ଦ୍ର କେତେ ଅସରନ୍ତି ଆଲୋକ ଦେଉଛନ୍ତି, ଏହା ହେଉଛି ବେହଦର କଥା । ବର୍ତ୍ତମାନ ତୁମକୁ ଏସବୁର ଜ୍ଞାନ ମିଳିଯାଇଛି । ରଚୟିତା ହିଁ ଏଠାକୁ ଆସି ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ପରିଚୟ ଦେଉଛନ୍ତି । ବାବା କହୁଛନ୍ତି ତୁମକୁ ଏହି ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଇବା ପାଇଁ ମୁଁ ଏଠାକୁ ଆସିଛି । ଏହା ହେଉଛି ପାଠଶାଳା, ଏଠାକାର ଶିକ୍ଷକ ହେଉଛନ୍ତି ଅଭୋକ୍ତା । ଏପରି କେହି ବି କହିବେ ନାହିଁ ଯେ ମୁଁ ଅଭୋକ୍ତା ଅଟେ । ଅହମଦାବାଦରେ ଜଣେ ସାଧୁ ଏଭଳି କହୁଥିଲେ, କିନ୍ତୁ ପରେ ତାଙ୍କ ମିଥ୍ୟା ଧରାପଡିଗଲା । ବର୍ତ୍ତମାନ ତ ବହୁତ ମିଥ୍ୟାବାଦୀ ମଧ୍ୟ ବାହାରୁଛନ୍ତି । ଛଦ୍ମବେଶଧାରୀ (ଭଣ୍ଡବାବା) ବହୁତ ଅଛନ୍ତି । କିନ୍ତୁ ବାବାଙ୍କର କୌଣସି ବେଶ ନାହିଁ । ମନୁଷ୍ୟମାନେ ଭାବୁଛନ୍ତି ଶ୍ରୀକୃଷ୍ଣ ଗୀତା ଶୁଣାଇଥିଲେ କିନ୍ତୁ ଏବେ ତ ବହୁତ କୃଷ୍ଣ ବାହାରିଗଲେଣି । ତେବେ ଏତେ କୃଷ୍ଣ କେବେ ବି ହୋଇପାରିବେ ନାହିଁ । ଏଠାରେ ତୁମମାନଙ୍କୁ ଶିବବାବା ପଢାଉଛନ୍ତି, ଆତ୍ମାମାନଙ୍କୁ ଜ୍ଞାନ ଶୁଣାଉଛନ୍ତି ।

ତୁମମାନଙ୍କୁ ମଧ୍ୟ ବାରମ୍ବାର କୁହାଯାଉଛି ଯେ ନିଜକୁ ଆତ୍ମା ମନେ କରି ଆତ୍ମା ଭାଇକୁ ଜ୍ଞାନ ଶୁଣାଉଛି ବୋଲି ମନେ କର । ବୁଦ୍ଧିରେ ରହୁ ବାବାଙ୍କର ଜ୍ଞାନକୁ ମୁଁ ଆତ୍ମା ଭାଇକୁ ଶୁଣାଉଛି । ସ୍ତ୍ରୀ ହୁଅନ୍ତୁ ଅଥବା ପୁରୁଷ ଉଭୟ ହେଲେ ଆତ୍ମା ଭାଇ ଭାଇ । ସେଥିପାଇଁ ବାବା କହୁଛନ୍ତିସ୍ତ୍ରୀ ହୁଅନ୍ତୁ ଅଥବା ପୁରୁଷ ତୁମେ ସମସ୍ତେ ମୋର ସମ୍ପତ୍ତିର ମାଲିକ ଅଟ । ଏମିତି ତ ଲୌକିକରେ କନ୍ୟାମାନଙ୍କୁ ବାପାଙ୍କର ସମ୍ପତ୍ତି ମିଳିନଥାଏ । କାରଣ ତାଙ୍କୁ ଶଶୁର ଘରକୁ ଯିବାକୁ ହୁଏ । ଏଠାରେ ତ ସମସ୍ତେ ଆତ୍ମା । ସମସ୍ତଙ୍କୁ ଅଶରୀରୀ ହୋଇ ଘରକୁ ଯିବାକୁ ହେବ । ଏବେ ତୁମକୁ ଯେଉଁ ଜ୍ଞାନ ରତ୍ନ ମିଳୁଛି ତାହା ଅବିନାଶୀ ହୋଇଯାଉଛି । ଆତ୍ମା ଜ୍ଞାନର ସାଗର ହୋଇଯାଉଛି ନା । ଆତ୍ମା ହିଁ ସବୁକିଛି କରୁଛି । କିନ୍ତୁ ମନୁଷ୍ୟମାନଙ୍କର ଦେହ-ଅଭିମାନ ଥିବା କାରଣରୁ ଦେହୀ-ଅଭିମାନୀ ହୋଇପାରୁନାହାଁନ୍ତି । ଏବେ ତୁମକୁ ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବାକୁ ହେବ । କିଛି ତ ମେହନତ କରିବାକୁ ହେବ ନା । ମନୁଷ୍ୟମାନେ ଲୌକିକ ଗୁରୁଙ୍କୁ ମଧ୍ୟ କେତେ ମନେ ପକାଉଛନ୍ତି । ମୂର୍ତ୍ତି ଇତ୍ୟାଦି ମଧ୍ୟ ରଖୁଛନ୍ତି । ଏବେ ଦେଖ କାହିଁ ଶିବବାବାଙ୍କର ଚିତ୍ର ଏବଂ କାହିଁ ମନୁଷ୍ୟମାନଙ୍କର ଚିତ୍ର । ଏଥିରେ ରାତି-ଦିନର ଫରକ ରହିଛି । ସ୍ତ୍ରୀ ଲୋକମାନେ ଗୁରୁମାନଙ୍କର ଫଟୋକୁ ମଧ୍ୟ ଲକେଟ କରି ପିନ୍ଧିଥାନ୍ତି । କିନ୍ତୁ ତାଙ୍କର ସ୍ୱାମୀମାନେ ଅନ୍ୟ କାହାର ଫଟୋକୁ ଲକେଟ୍ କରି ପିନ୍ଧିବା ପସନ୍ଦ କରନ୍ତି ନାହିଁ । କିନ୍ତୁ ଯଦି ଶିବବାବାଙ୍କର ଲକେଟ୍ ପିନ୍ଧିବେ ତେବେ ସମସ୍ତଙ୍କୁ ଭଲ ଲାଗିବ କାଣଣ ସିଏ ହେଉଛନ୍ତି ପରମପିତା ପରମାତ୍ମା । ତାଙ୍କର ଚିତ୍ର ତ ସମସ୍ତଙ୍କ ପାଖରେ ରହିବା ଉଚିତ୍ । ସିଏ ସମସ୍ତଙ୍କୁ ନିଜର ଗଳାର ହାର କରୁଛନ୍ତି । ତୁମେମାନେ ରୁଦ୍ରମାଳାର ମୋତି ହେଉଛ ନା । ଏମିତି ତ ସାରା ଦୁନିଆର ମନୁଷ୍ୟ ଆତ୍ମା ରୁଦ୍ରମାଳାର ଦାନା ଅଟନ୍ତି, ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ମାଳା ରହିଛି ଉପରେ ପରମଧାମରେ ଆତ୍ମାମାନଙ୍କର ବଂଶାବଳୀ ରହିଛି ନା । ତାହା ହେଲା ହଦର ବଂଶାବଳୀ ଏବଂ ଏହା ହେଲା ବେହଦର ବଂଶାବଳୀ । ଏଠାରେ ଯେତେ ବି ମନୁଷ୍ୟ ଅଛନ୍ତି ସମସ୍ତ ମାଳାର ଦାନା ଅଟନ୍ତି । ଆତ୍ମା କେତେ ଛୋଟରୁ ଛୋଟ ବିନ୍ଦୁ ଅଟେ, ବିଲକୁଲ୍ ଛୋଟ ବିନ୍ଦୁ ଅଟେ । ଏଭଳି ଗୋଟିଏ ପରେ ଗୋଟିଏ ବିନ୍ଦୁ ଲଗାଇ ଚାଲିଲେ ଅଗଣିତ ବିନ୍ଦୁ ହୋଇଯିବ ଯାହାକି ଗଣିତ କରି କରି ଥକିଯିବ । କିନ୍ତୁ ଦେଖ ପରମଧାମରେ ଆତ୍ମାମାନଙ୍କର ବୃକ୍ଷ କେତେ ଛୋଟ । ବ୍ରହ୍ମ ମହତତ୍ତ୍ୱରେ କେତେ କମ୍ ଜାଗାରେ ଆତ୍ମାମାନେ ରହୁଛନ୍ତି । ସେଠାରୁ ପୁଣି ଏଠାକୁ ଆସୁଛନ୍ତି ଅଭିନୟ କରିବା ପାଇଁ । ତେବେ ଏଠାରେ କେତେ ଲମ୍ବା ଚଉଡା ଦୁନିଆ ରହିଛି । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଏରୋପ୍ଲେନ୍ (ଉଡାଜାହାଜ)ରେ ଯିବାକୁ ପଡୁଛି । କିନ୍ତୁ ସେଠାରେ ଉଡାଜାହାଜ ଇତ୍ୟାଦିର ଦରକାର ନାହିଁ । ଆତ୍ମାମାନଙ୍କର ବହୁତ ଛୋଟ ବୃକ୍ଷ ରହିଛି । ଏଠାରେ ମନୁଷ୍ୟ ସୃଷ୍ଟି ରୂପି ବୃକ୍ଷ କେତେ ବିଶାଳ ।

ଏମାନେ ସମସ୍ତେ ହେଲେ ବ୍ରହ୍ମାଙ୍କର ସନ୍ତାନ । ଯାହାକୁ କେହି ଆଦମ ବା କେହି ଆଦିଦେବ ବୋଲି କହୁଛନ୍ତି । ଏଠାରେ ସ୍ତ୍ରୀ, ପୁରୁଷ ତ ନିଶ୍ଚିତ ରହିବା ଦରକାର । ଏହା ହେଉଛି ତୁମର ପ୍ରବୃତ୍ତିମାର୍ଗ । ସୃଷ୍ଟିନାଟକ ନିବୃତ୍ତିମାର୍ଗ ଉପରେ ଆଧାରିତ ନୁହେଁ । ଗୋଟିଏ ହାତରେ କଣ ତାଳି ବାଜିବ । ଦୁଇଟି ଚକ ଦରକାର ଅର୍ଥାତ୍ ସ୍ତ୍ରୀ ପୁରୁଷ ଉଭୟ ଦରକାର । ଦୁଇଜଣ ରହିଲେ ପରସ୍ପର ପୁରୁଷାର୍ଥରେ ପ୍ରତିଯୋଗିତା କରିଥାଆନ୍ତି । ଯଦି ଅନ୍ୟ ଚକଟି ଅର୍ଥାତ୍ ସ୍ତ୍ରୀ ବା ପୁରୁଷ ଯଦି କେହି ପୁରା ସହଯୋଗ ନ କରିବେ ତେବେ ପୁରୁଷାର୍ଥରେ ଢିଲା ହୋଇଯିବ । କିନ୍ତୁ ଜଣଙ୍କ କାରଣରୁ ଅଟକିଯିବା ଉଚିତ୍ ନୁହେଁ । ପ୍ରଥମେ ପ୍ରଥମେ ପ୍ରବୃତ୍ତିମାର୍ଗ ଥିଲା, ପରେ ପୁଣି ଅପବିତ୍ର ହେଉଛି । ଧୀରେ ଧୀରେ ତଳକୁ ଖସୁଛନ୍ତି । ତୁମମାନଙ୍କ ବୁଦ୍ଧିରେ ବର୍ତ୍ତମାନ ସବୁ ଜ୍ଞାନ ରହିଛି । ଏହି ସୃଷ୍ଟିରୂପି ବୃକ୍ଷ କିପରି ବୃଦ୍ଧି ହେଉଛି କିପରି ଅନ୍ୟ ଧର୍ମ ସବୁ ଏଥିରେ ସାମିଲ ହେଉଛନ୍ତି । ଏଭଳି କଳ୍ପ ବୃକ୍ଷର ଚିତ୍ର କେହି ତିଆରି କରିପାରିବେ ନାହିଁ । କାହାରି ବୁଦ୍ଧିରେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ହିଁ ନାହିଁ । ସେଥିପାଇଁ ବାବା କହିଛନ୍ତି ଏହି କଥା ଲେଖିଦିଅ ଯେ ଆମେ ରଚୟିତାଙ୍କ ଦ୍ୱାରା ରଚୟିତା ଏବଂ ରଚନାର ଜ୍ଞାନର ପରିଚୟ ପାଇଛୁ । ସେମାନେ ତ ନ ରଚୟିତାକୁ ଜାଣିଛନ୍ତି । ଯଦି ପରମ୍ପରାରୁ ଏହି ଜ୍ଞାନ ଚାଲି ଆସୁଥାନ୍ତା ତେବେ କେହି ତ କହିଥାଆନ୍ତେ ନା । ଏହି ଜ୍ଞାନକୁ କେବଳ ତୁମ ବ୍ରହ୍ମାକୁମାର, ବ୍ରହ୍ମାକୁମାରୀମାନଙ୍କ ବ୍ୟତୀତ କେହି ବି କହିପାରିବେ ନାହିଁ । ତୁମେ ଜାଣିଛ ଆମ ବ୍ରାହ୍ମଣମାନଙ୍କୁ ହିଁ ପରମପିତା ପରମାତ୍ମା ରାଜଯୋଗର ପାଠ ପଢାଉଛନ୍ତି । ଆମ ବ୍ରାହ୍ମଣମାନଙ୍କ ଧର୍ମ ହିଁ ହେଉଛି ସବୁଠାରୁ ଉଚ୍ଚ ଧର୍ମ । ଏହାର ଚିତ୍ର ମଧ୍ୟ ନିଶ୍ଚିତ ଭାବରେ ଦେଖାଇବା ଦରକାର । ଚିତ୍ର ବ୍ୟତୀତ କେବେ ବି ଜ୍ଞାନ ବୁଦ୍ଧିରେ ରହିବ ନାହିଁ । ତେଣୁ ଏସବୁର ବହୁତ ବଡ ବଡ ଚିତ୍ର ତିଆରି ହେବା ଦରକାର । ଏହି ଭେରାଇଟି ଧର୍ମର ବୃକ୍ଷ କିପରି ବୃଦ୍ଧି ହେଉଛି ଏକଥା ବାବା ଆମମାନଙ୍କୁ ବୁଝାଉଛନ୍ତି । ପୂର୍ବରୁ ତ କହୁଥିଲେ ଯେ ଆତ୍ମା ହିଁ ପରମାତ୍ମା ଏବଂ ପରମାତ୍ମା ହିଁ ଆତ୍ମା ଅଟେ । ଏବେ ବାବା ଏହାର ପ୍ରକୃତ ଅର୍ଥ ବୁଝାଉଛନ୍ତି । ଏହି ସମୟରେ ଆମେ ବ୍ରାହ୍ମଣ ହୋଇଛୁ ପୁଣି ନୂଆ ଦୁନିଆରେ ଆମେ ହିଁ ଦେବତା ହେବା । ଏବେ ଆମେ ପୁରୁଷୋତ୍ତମ ସଂଗମଯୁଗରେ ଅଛୁ ଅର୍ଥାତ୍ ଏହା ହେଉଛି ପୁରୁଷୋତ୍ତମ ହେବାର ସଂଗମଯୁଗ । ରଚୟିତା ଏବଂ ରଚନାର ଅର୍ଥ ଏବଂ ହମ ସୋର ଅର୍ଥକୁ କେବଳ ତୁମେମାନେ ହିଁ ବୁଝାଇପାରିବ । ଓମ୍ ଅର୍ଥାତ୍ ମୁଁ ଆତ୍ମା । ପୁଣି ଏହା ହେଉଛି ମୋର ଶରୀର । ଆତ୍ମା ଅବିନାଶୀ ଏବଂ ଏହି ଶରୀର ହେଉଛି ବିନାଶୀ । ତେଣୁ ଏହି ଶରୀର ଧାରଣ କରି ଏଠାରେ ଅଭିନୟ କରୁଛି । ଏହାକୁ ହିଁ ଆତ୍ମ-ଅଭିମାନୀ ସ୍ଥିତି କୁହାଯିବ । ମୁଁ ଆତ୍ମା ଅମୁକ ଅଭିନୟ କରୁଛି, ମୁଁ ଆତ୍ମା ଏହା କରୁଛି, ମୁଁ ଆତ୍ମା ପରମାତ୍ମାଙ୍କର ସନ୍ତାନ ଅଟେ । ଏହା କେତେ ଆଶ୍ଚର୍ଯ୍ୟଜନକ ଜ୍ଞାନ ଅଟେ । ଏହି ଜ୍ଞାନ କେବଳ ବାବାଙ୍କଠାରେ ହିଁ ଅଛି, ସେଥିପାଇଁ ସମସ୍ତେ କେବଳ ବାବାଙ୍କୁ ହିଁ ଡାକିଥାନ୍ତି ।

ବାବା ହେଉଛନ୍ତି ଜ୍ଞାନର ସାଗର । ତାଙ୍କ ତୁଳନାରେ ପୁଣି ହେଉଛି ଅଜ୍ଞାନ ସାଗର । ଅଧାକଳ୍ପ ହେଲା ଜ୍ଞାନ ଏବଂ ଅଧାକଳ୍ପ ହେଲା ଅଜ୍ଞାନ । ଏହି ଜ୍ଞାନ ବିଷୟରେ କାହାକୁ ହେଲେ ଜଣାନାହିଁ । ରଚୟିତାଙ୍କ ଦ୍ୱାରା ରଚନାକୁ ଜାଣିବାକୁ ହିଁ ବାସ୍ତବରେ ଜ୍ଞାନ କୁହାଯାଉଛି । ତେବେ ନିଶ୍ଚିତ ଭାବରେ ରଚୟିତାଙ୍କ ଠାରେ ହିଁ ଜ୍ଞାନ ରହିଛି ସେଥିପାଇଁ ତାଙ୍କୁ ରଚୟିତା ବୋଲି କୁହାଯାଏ । ମନୁଷ୍ୟମାନେ ଭାବୁଛନ୍ତି ଯେ ରଚୟିତା ହିଁ ଏହି ସୃଷ୍ଟିକୁ ରଚନା କରିଛନ୍ତି । କିନ୍ତୁ ବାବା ବୁଝାଉଛନ୍ତି, ଏହା ହେଉଛି ଅନାଦି, ପୂର୍ବ ନିର୍ଦ୍ଧାରିତ ଖେଳ । ମନୁଷ୍ୟ କହୁଛନ୍ତି ହେ ପତିତ-ପାବନ ଆସ । ତେବେ ଏହି କଥା ରଚୟିତା କିପରି କହିପାରିବେ ? ରଚୟିତା ସେତେବେଳେ କହିବେ ଯେତେବେଳେ ପ୍ରଳୟ ହେବ ପୁଣି ରଚନା କରିବେ । କିନ୍ତୁ ବାବା ତ ପତିତ ଦୁନିଆକୁ ପବିତ୍ର କରୁଛନ୍ତି । ଏହି ବିଶ୍ୱରେ ଯେଉଁ ମନୁଷ୍ୟ ସୃଷ୍ଟି ରୂପି ବୃକ୍ଷ ରହିଛି ତାହାର ଆଦି-ମଧ୍ୟ-ଅନ୍ତକୁ ମୋର ମିଠା ମିଠା ସନ୍ତାନମାନେ ହିଁ ଜାଣିଛନ୍ତି । ଯେପରି ମାଳୀ ପ୍ରତ୍ୟେକ ବୀଜ ଏବଂ ବୃକ୍ଷକୁ ଜାଣିଥାଏ । ବୀଜକୁ ଦେଖିଲେ ହିଁ ସାରା ବୃକ୍ଷର କଥା ବୃଦ୍ଧିକୁ ଆସିଯାଏ । ତେବେ ଏହା ତ ମନୁଷ୍ୟ ସୃଷ୍ଟିର ବୀଜ । ତାଙ୍କୁ କେହି ବି ଜାଣି ନାହାଁନ୍ତି । ଗାୟନ ମଧ୍ୟ କରୁଛନ୍ତି ଯେ ପରମପିତା ପରମାତ୍ମା ହେଉଛନ୍ତି ମନୁଷ୍ୟ ସୃଷ୍ଟିର ବୀଜ । ସିଏ ହେଉଛନ୍ତି ସତ୍ୟ, ଚୈତନ୍ୟ, ଆନନ୍ଦ ସ୍ୱରୂପ, ସୁଖ, ଶାନ୍ତି ଆନନ୍ଦର ସାଗର । ତୁମେ ଜାଣିଛ ଏହି ସବୁ ଜ୍ଞାନ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଦେଉଛନ୍ତି । ତେବେ ନିଶ୍ଚିତ ଭାବରେ ତାଙ୍କୁ ଏଠାକୁ ଆସିବାକୁ ହେବ ନା । ପ୍ରେରଣା ଦ୍ୱାରା ପତିତମାନଙ୍କୁ ପବିତ୍ର କିପରି କରିବେ । ତେଣୁ ବାବା ଏଠାକୁ ଆସି ସମସ୍ତଙ୍କୁ ପବିତ୍ର କରି ସାଥିରେ ନେଇଯାଉଛନ୍ତି । ସେହି ବାବା ହିଁ ତୁମକୁ ରାଜଯୋଗର ପାଠ ପଢାଉଛନ୍ତି । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏହି ବିଷୟରେ ତୁମେମାନେ ଭାଷଣ ମଧ୍ୟ କରିପାରିବ ଯେ, ଆତ୍ମା ରୂପି ପୁରୁଷ କିପରି ତମୋପ୍ରଧାନରୁ ପୁଣି ଶ୍ରେଷ୍ଠ ସତ୍ତ୍ୱପ୍ରଧାନ ହେଉଛି, ତୁମମାନଙ୍କ ନିକଟରେ ଟପିକ ତ ବହୁତ ଅଛି । ଏହି ପତିତ ତମୋପ୍ରଧାନ ଦୁନିଆ ପୁଣି ସତ୍ତୋପ୍ରଧାନ କିପରି ହେଉଛି-- ଏକଥା ମଧ୍ୟ ବୁଝିବା ଯୋଗ୍ୟ ଅଟେ । ଆଗକୁ ତୁମର ଏହି ଜ୍ଞାନ ସମସ୍ତେ ଶୁଣିବେ । ଯଦିଓ ମଝିରେ ଜ୍ଞାନକୁ ଛାଡିଦେବେ କିନ୍ତୁ ପରେ ନିଶ୍ଚିତ ଭାବରେ ଆସିବେ କାରଣ ଗତି-ସଦଗତିର ରାସ୍ତା କେବଳ ଗୋଟିଏ । ତୁମେ କହିପାରିବ ଯେ ସମସ୍ତଙ୍କର ସଦଗତି ଦାତା କେବଳ ବାବା ହିଁ ଅଟନ୍ତି । ତାଙ୍କୁ ହିଁ ଶ୍ରେଷ୍ଠରୁ ଶ୍ରେଷ୍ଠ ବୋଲି କହିଥାନ୍ତି । ଶ୍ରେଷ୍ଠରୁ ଶ୍ରେଷ୍ଠ ହେଲେ ପରମପିତା ପରମାତ୍ମା । ସିଏ ଆମ ସମସ୍ତଙ୍କୁ ଶ୍ରେଷ୍ଠ କରୁଛନ୍ତି । ସତ୍ୟଯୁଗ ହେଉଛି ସବୁଠାରୁ ଶ୍ରେଷ୍ଠ ଦୁନିଆ ଏବଂ କଳିଯୁଗ ହେଉଛି ସବୁଠାରୁ ଭ୍ରଷ୍ଟ ଦୁନିଆ । ଶ୍ରେଷ୍ଠାଚାରୀ ବୋଲି କହୁଛନ୍ତି କିନ୍ତୁ ନିଜକୁ କେବେ ବି ଶ୍ରେଷ୍ଠାଚାରୀ ବୋଲି ଭାବୁନାହାଁନ୍ତି । ଏହି ପତିତ ଦୁନିଆରେ କେହି ଜଣେ ହେଲେ ଶ୍ରେଷ୍ଠାଚାରୀ ନାହାଁନ୍ତି । ଶ୍ରୀ ଶ୍ରୀ ଯେତେବେଳେ ଆସିବେ ସେତେବେଳେ ହି ଶ୍ରୀ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠାଚାରୀ କରିବେ । ଶ୍ରୀର ଟାଇଟେଲ୍ (ଉପାଧି) କେବଳ ସତ୍ୟଯୁଗରେ ଦେବତାମାନଙ୍କର ଥିଲା । ଏଠାରେ ତ ସମସ୍ତଙ୍କୁ ଶ୍ରୀ ଶ୍ରୀ ବୋଲି କହିଦେଉଛନ୍ତି । ବାସ୍ତବରେ ଶ୍ରୀ ଶବ୍ଦ ହେଉଛି ପବିତ୍ରତାର ସୂଚକ । ଅନ୍ୟ ଧର୍ମର ଆତ୍ମାମାନେ କେହି ବି ନିଜକୁ ଶ୍ରୀ ବୋଲି କହିନଥାନ୍ତି । କଣ ଶ୍ରୀ ପୋପ ବୋଲି କହିବେ କି ? ଏଠାରେ ତ ସମସ୍ତଙ୍କୁ ଶ୍ରୀ ଶ୍ରୀ କହିବାରେ ଲାଗିଛନ୍ତି । କାହିଁ ମୋତି ସଂଗ୍ରହ କରୁଥିବା ହଂସ, କାହିଁ ଗନ୍ଧ କରୁଥିବା ବଗୁଲା ଅନ୍ତର ରହିଛି ନା । ଏହି ଦେବତାମାନେ ହେଲେ ଫୁଲ ଏବଂ ତାହା ହେଉଛି ଆଲ୍ଲାଙ୍କର ବଗିଚା । ବାବା ଆସି ତୁମମାନଙ୍କୁ ଫୁଲ ସଦୃଶ କରୁଛନ୍ତି । କିନ୍ତୁ ଫୁଲ ଭିତରେ ଭୋରାଇଟୀ ରହିଛି । ସବୁଠାରୁ ଭଲ ଫୁଲ ହେଉଛି ପଦ୍ମ ଫୁଲ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ନୂଆ ଦୁନିଆର ରାଜା ରାଣୀ ଫୁଲ କୁହାଯିବ ।

ତୁମମାନଙ୍କୁ ଆନ୍ତରିକ ଖୁସି ରହିବା ଦରକାର । ଏଥିରେ ବାହାରେ କିଛି କରିବା ଦରକାର ନାହିଁ । ବତୀ ବା ଦ୍ୱୀପ ଇତ୍ୟାଦି ଜଳାଇବାର ଅର୍ଥ ମଧ୍ୟ ଜାଣିବା ଦରକାର । ଶିବ ଜୟନ୍ତୀରେ ଜଳାଇବା ଦରକାର ନା ଦ୍ୱିପାବଳୀରେ ? ଦୀପାବଳୀରେ ଲକ୍ଷ୍ମୀଙ୍କୁ ଆହ୍ୱାନ କରିଥାନ୍ତି । ତାଙ୍କୁ ଧନ ମାଗିଥାନ୍ତି । ଯେବେକି ଭଣ୍ଡାର ଭରପୁର ଶିବଭୋଳା ବାବା ହିଁ କରିଥାନ୍ତି । ତୁମେ ଜାଣୁଛ ଶିବବାବାଙ୍କ ଦ୍ୱାରା ଆମର ଅମାପ ସମ୍ପତ୍ତି ଭରପୁର ହୋଇଯାଉଛି । ଏହି ଜ୍ଞାନ ରତ୍ନ ହିଁ ଧନ ଅଟେ ନା । ସେଠାରେ ମଧ୍ୟ ଅଥାହ ଧନ ରହିଥାଏ । ନୁଆ ଦୁନିଆରେ ତୁମେ ମାଲାମାଲ ହୋଇଯିବ । ସତ୍ୟଯୁଗରେ ଢେର ହୀରା ନୀଳା ଥିଲା, ପୁଣି ତାହା ହିଁ ହେବ । ମନୁଷ୍ୟମାନଙ୍କୁ ସଂଶୟ ଆସୁଛି, ଏସବୁ ଯଦି ସମାପ୍ତ ହୋଇଯିବ ତେବେ ପୁଣି ଆସିବ କେଉଁଠାରୁ ? ଖଣି ସବୁ ନଷ୍ଟ ହୋଇଯିବ, ପାହାଡ ସବୁ ଭାଙ୍ଗିଯିବ ତେବେ ପୁଣି ତାହା ସବୁ କିପରି ତିଆରି ହେବ ? ତୁମେ ତାଙ୍କୁ କୁହ ସୃଷ୍ଟିର ଇତିହାସ ପୁନରାବୃତ୍ତି ହେଉଛି ନା, ଯାହା କିଛି ବି ଥିଲା ତାହା ପୁଣି ପୁନରାବୃତ୍ତି ହେବ । ତୁମେମାନେ ସ୍ୱର୍ଗର ମାଲିକ ହେବାପାଇଁ ପୁରୁଷାର୍ଥ କରୁଛ । ସ୍ୱର୍ଗର ଇତିହାସ ପୁଣି ପୁନରାବୃତ୍ତି ହେବ । ଗୀତରେ ଅଛି ନା ଆପଣ ସାରା ସୃଷ୍ଟି, ସାରା ସମୁଦ୍ର, ସାରା ପୃଥିବୀ ଆମକୁ ଦେଇ ଦେଇଛନ୍ତି ଯାହାକୁ କେହି ବି ଆମଠାରୁ ଛଡାଇ ନେଇପାରିବେ ନାହିଁ । ତା ତୁଳନାରେ ଏବେ କଣ ଅଛି! ଜମି ପାଇଁ, ପାଣି ପାଇଁ, ଭାଷା ପାଇଁ ଝଗଡା ହେଉଛି ।

ସ୍ୱର୍ଗର ରଚୟିତା ବାବାଙ୍କର ଜନ୍ମଦିନ ପାଳନ କରାଯାଉଛି । ତେବେ ନିଶ୍ଚିତ ଭାବରେ ସିଏ ସ୍ୱର୍ଗର ରାଜତ୍ୱ ଦେଇଥିବେ । ସେଥିପାଇଁ ବାବା ଏବେ ତୁମମାନଙ୍କୁ ପାଠ ପଢାଉଛନ୍ତି । କହୁଛନ୍ତି ତୁମକୁ ଏହି ଶରୀରର ନାମ ରୂପରୁ ଅଲଗା ହୋଇ ନିଜକୁ ଆତ୍ମା ମନେ କରିବାକୁ ହେବ । ତୁମକୁ ତ ଯୋଗବଳ ଦ୍ୱାରା ପବିତ୍ର ହେବାକୁ ପଡିବ ନଚେତ୍ ଦଣ୍ଡ ଭୋଗ କରିବ । ପୁଣି ପଦ ମଧ୍ୟ କମ ହୋଇଯିବ । ସ୍କୁଲରେ ବିଦ୍ୟାର୍ଥୀମାନଙ୍କର ସ୍ମରଣ ରହିଥାଏ ନା ମୁଁ ଏହି ପଦ ପାଇବି । ମୋର ଶିକ୍ଷକ ଏତେ ପାଠ ପଢାଉଛନ୍ତି, ପୁଣି ଶିକ୍ଷକଙ୍କୁ ମଧ୍ୟ ପୁରସ୍କାର ଦେଇଥାଆନ୍ତି । ଏଠାରେ ତ ବାବା ତୁମକୁ ବିଶ୍ୱର ମାଲିକ କରୁଛନ୍ତି । ସେଥିପାଇଁ ତ ତୁମେ ଭକ୍ତିମାର୍ଗରେ ମଧ୍ୟ ମନେ ପକାଇ ଆସିଛ । ବାକି ବାବାଙ୍କୁ ତୁମେ କଣ ପୁରସ୍କାର ଦେବ ? ଏଠାରେ ତୁମେମାନେ ଯାହାକିଛି ବି ଦେଖୁଛ ତାହା କିଛି ବି ରହିବ ନାହିଁ । ଏହା ହେଉଛି ପୁରୁଣା ଛି ଛି ଦୁନିଆ, ସେଥିପାଇଁ ତ ମୋତେ ଡାକୁଛନ୍ତି ନା । ବାବା ତୁମକୁ ପତିତରୁ ପବିତ୍ର କରୁଛନ୍ତି । ଏହି ଖେଳକୁ ମନେ ପକାଇବା ଦରକାର । ମୋ ଭିତରେ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି, ଯାହାକି ତୁମମାନଙ୍କୁ ଶୁଣାଉଛି । ତୁମେ ଏବେ ଶୁଣୁଛ ପୁଣି ଭୁଲିଯାଉଛ । ୫ ହଜାର ବର୍ଷ ପରେ ପୁଣି ଚକ୍ର ପୁରା ହୋଇଯିବ । ତୁମମାନଙ୍କର ଏହି ଅଭିନୟ କେତେ ମନମୁଗ୍ଧକର । ତୁମେ ସତ୍ତୋପ୍ରଧାନ ଅର୍ଥାତ୍ କେତେ ସୁନ୍ଦର ହୋଇଯାଉଛ । ପୁଣି ତମୋପ୍ରଧାନ ମଧ୍ୟ ତୁମେ ହିଁ ହେଉଛ । ତୁମେମାନେ ହିଁ ଡାକୁଛ ହେ ବାବା ଆସ । ତେଣୁ ମୁଁ ଏବେ ଆସିଛି । ଯଦି ନିଶ୍ଚୟ ଅଛି ତେବେ ଶ୍ରୀମତରେ ଚାଲିବା ଦରକାର । ଅବହେଳା କରିବା ଉଚିତ୍ ନୁହେଁ । କେହି କେହି ମତଭେଦରେ ଆସି ପାଠପଢାକୁ ମଧ୍ୟ ଛାଡି ଦେଉଛନ୍ତି । ଯଦି ପଢିବ ନାହିଁ ତେବେ ଫେଲ୍ ହୋଇଯିବ । ବାବା ତ କହୁଛନ୍ତି ନିଜ ଉପରେ ଦୟା କର । ନିଜେ ପଢି ନିଜକୁ ରାଜତିଳକ ଦେବାକୁ ହେବ । ବାବାଙ୍କର କାମ ହେଲା ପଢାଇବା, ଏଥିରେ ଆଶୀର୍ବାଦ ଇତ୍ୟାଦିର କୌଣସି କଥା ହିଁ ନାହିଁ । ତେବେ ତ ସମସ୍ତଙ୍କ ଉପରେ ଆଶୀର୍ବାଦ କରିବାକୁ ହେବ । କୃପା ଇତ୍ୟାଦି ଭକ୍ତିମାର୍ଗରେ ମାଗିଥାନ୍ତି । ଏଠାରେ ସେସବୁ କଥା ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଘର ଗୃହସ୍ଥରେ ରହି ମଧ୍ୟ ନିଜ ନିଜ ଭିତରେ ପୁରୁଷାର୍ଥରେ ପ୍ରତିଯୋଗିତା କରିବାକୁ ହେବ । କିନ୍ତୁ କୌଣସି କାରଣ ବଶତଃ ଯଦି ଗୋଟିଏ ଚକ ଠିକ୍ ଭାବରେ ଗଡୁନାହିଁ ତେବେ ସେଥିପାଇଁ ଅଟକିଯିବା ଉଚିତ୍ ନୁହେଁ । ନିଜକୁ ରାଜତିଳକ ଦେବାର ଯୋଗ୍ୟ କରିବା ଉଚିତ୍ ।

(୨) ଶିବ ଜୟନ୍ତୀକୁ ବହୁତ ଧୁମଧାମରେ ପାଳନ କରିବା ଉଚିତ୍ କାରଣ ଶିବବାବା ଯେଉଁ ଜ୍ଞାନ ରତ୍ନ ଦେଉଛନ୍ତି, ତାଦ୍ୱାରା ହିଁ ତୁମେ ନୂଆ ଦୁନିଆରେ ମାଲାମାଲ ହେଉଛ । ତୁମର ସବୁ ଭଣ୍ଡାର ଭରପୁର ହୋଇଯାଉଛି ।

ବରଦାନ:-
ସମସ୍ତ ପଦାର୍ଥର ଆସକ୍ତିରୁ ଉର୍ଦ୍ଧ୍ଵରେ ରହି ଅନାସକ୍ତ, ପ୍ରକୃତିଜିତ୍ ହୁଅ ।

ଯଦି କୌଣସି ବି ପଦାର୍ଥ କର୍ମେନ୍ଦ୍ରିୟକୁ ବିଚଳିତ କରୁଛି ଅର୍ଥାତ୍ ଆସକ୍ତି ଭାବ ଉତ୍ପନ୍ନ ହେଉଛି ତେବେ ନିଆରା ହୋଇପାରିବ ନାହିଁ କାରଣ ଇଚ୍ଛାଗୁଡିକ ହିଁ ଆସକ୍ତିର ରୂପ ଅଟେ । କେହି କେହି କହୁଛନ୍ତି ମୋର ଇଚ୍ଛା ନାହିଁ କିନ୍ତୁ ଏହା ଭଲ ଲାଗୁଛି । ତେବେ ଏହା ମଧ୍ୟ ସୂକ୍ଷ୍ମ ଆସକ୍ତି ଅଟେ । ଏହାକୁ ସୂକ୍ଷ୍ମ ରୂପରେ ଚେକିଂ କର ଯେ ଏହି ପଦାର୍ଥ ଅଥବା ଅଳ୍ପକାଳର ସାଧନ ମୋତେ ଆକର୍ଷିତ କରୁନାହିଁ ତ ? ଏହି ପଦାର୍ଥଗୁଡିକ ପ୍ରକୃତିର ସାଧନ ଅଟେ । ଯେତେବେଳେ ଏହି ସବୁଥିରୁ ଅନାସକ୍ତ ଅର୍ଥାତ୍ ନିଆରା ହୋଇଯିବ ତେବେ ପ୍ରକୃତିଜିତ୍ ହେବ ।

ସ୍ଲୋଗାନ:-
ମୋର ମୋରର ଝାମେଲାକୁ ଛାଡି ବେହଦରେ ରୁହ ତେବେ କୁହାଯିବ ବିଶ୍ୱ କଲ୍ୟାଣକାରୀ ।