06.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବର୍ତ୍ତମାନ ତୁମେମାନେ ନିଜ ଭିତରେ ଥିବା ବିକାର ଗୁଡିକୁ ଦାନ କରି ଦିଅ ତେବେ ଗ୍ରହଣ ଛାଡିଯିବ ଏବଂ ତମୋପ୍ରଧାନ ଦୁନିଆ ସତ୍ତ୍ୱପ୍ରଧାନ ହୋଇଯିବ ।

ପ୍ରଶ୍ନ:-
ତୁମମାନଙ୍କୁ କେଉଁ କଥା ପ୍ରତି ଆଦୌ ବିତୃଷ୍ଣା ଆସିବା ଉଚିତ୍ ନୁହେଁ ?

ଉତ୍ତର:-
ତୁମମାନଙ୍କୁ ନିଜର ଜୀବନ ପ୍ରତି କେବେ ବି ବିତୃଷ୍ଣା ଆସିବା ଉଚିତ୍ ନୁହେଁ । କାରଣ ଏହି ଜନ୍ମକୁ ହୀରା ତୁଲ୍ୟ ଜନ୍ମ ବୋଲି ଗାୟନ କରାଯାଇଛି ତେଣୁ ଏହାର ଯତ୍ନ ନେବାକୁ ପଡିବ, ଯଦି ସୁସ୍ଥ ରହିବ ତେବେ ସିନା ଜ୍ଞାନ ଶୁଣିପାରିବ । ଏଠାରେ ଯେତେ ଦିନ ବଞ୍ଚି ଥିବେ, ରୋଜଗାର ମଧ୍ୟ ହେଉଥିବ ତାସହିତ ପୁରୁଣା ହିସାବ- କିତାବ ମଧ୍ୟ ଚୁକ୍ତ ହୋଇଯିବ ।

ଗୀତ:-
ଓମ୍ ନମୋ ଶିବାୟ ....

ଓମ୍ ଶାନ୍ତି ।
ଆଜି ହେଉଛି ଗୁରୁବାର । ତୁମେମାନେ କହିବ ସତ୍ଗୁରୁବାର, କାହିଁକି ନା ସତ୍ୟଯୁଗର ସ୍ଥାପନାକର୍ତ୍ତା ମଧ୍ୟ ଉପସ୍ଥିତ ଅଛନ୍ତି, ସିଏ ବାସ୍ତବରେ ସତ୍ୟ ନାରାୟଣଙ୍କର କଥା ଶୁଣାଉଛନ୍ତି । ନରରୁ ନାରାୟଣ ମଧ୍ୟ କରାଉଛନ୍ତି । ଗାୟନ ମଧ୍ୟ କରାଯାଏ ସମସ୍ତଙ୍କର ସଦ୍ଗତିଦାତା । ପୁଣି ବୃକ୍ଷପତି ମଧ୍ୟ ଅଟନ୍ତି । ଏହା ହେଉଛି ମନୁଷ୍ୟ ସୃଷ୍ଟି ରୂପକ ବୃକ୍ଷ, ଯାହାକୁ କଳ୍ପ ବୃକ୍ଷ ମଧ୍ୟ କହିଥାନ୍ତି । କହୁଛନ୍ତି । କଳ୍ପ-କଳ୍ପ ଅର୍ଥାତ୍ ୫ ହଜାର ବର୍ଷ ପରେ ଏହା ପୁନରାବୃତ୍ତି ହେଉଛି । ସୃଷ୍ଟି ବୃକ୍ଷ ମଧ୍ୟ ପୁନରାବୃତ୍ତି ହେଉଛି । ଜଡ ବୃକ୍ଷର ମଧ୍ୟ ପୁନରାବୃତ୍ତି ହେଉଛି । ଫୁଲ ୬ ମାସ ଫୁଟିଥାଏ, ପୁଣି ମାଳିମାନେ ତାର ଚେର (ପିଣ୍ଡ) ସାଇତି ରଖି ପୁଣି ଲଗାଇଥାନ୍ତି, ଯେଉଁଥିରୁ ଫୁଲ ପୁଣି ଫୁଟିଥାଏ ।

ଏବେ ଏକଥା ପିଲାମାନେ ଜାଣୁଛନ୍ତି ଯେ ବାବାଙ୍କର ଜୟନ୍ତୀ ମଧ୍ୟ ଅଧାକଳ୍ପ ପର୍ଯ୍ୟନ୍ତ ପାଳନ କରୁଛନ୍ତି, ଆଉ ଅଧାକଳ୍ପ ପୁଣି ଭୁଲି ଯାଉଛନ୍ତି । ଭକ୍ତିମାର୍ଗରେ ଅଧାକଳ୍ପ ପର୍ଯ୍ୟନ୍ତ ମନେ ପକାଇଥାନ୍ତି । ବାବା ପୁଣି କେବେ ଆସି ଏହି ଫୁଲ ବଗିଚା ସ୍ଥାପନା କରିବେ ? ମନୁଷ୍ୟଙ୍କର ଦଶା ତ ବହୁତ ପ୍ରକାର ଅଛି ନା! ବୃହସ୍ପତିର ଦଶା ମଧ୍ୟ ଅଛି, ଅବତରଣ କଳାର ମଧ୍ୟ ଦଶା ରହିଛି । ବର୍ତ୍ତମାନ ସମୟରେ ଭାରତ ଉପରେ ରାହୁ ଦଶାର ଗ୍ରହଣ ପ୍ରବେଶ ହୋଇଛି । ଚନ୍ଦ୍ରମାକୁ ଯେବେ ଗ୍ରହଣ ଲାଗିଥାଏ ଲୋକେ କହିଥାନ୍ତି ଯଦି ଦାନ ଦେବ ତେବେ ଗ୍ରହଣ ଛାଡିଯିବ । ଏବେ ବାବା ମଧ୍ୟ ସେହି କଥା କହୁଛନ୍ତି ୫ ବିକାରକୁ ଦାନ ଦେଇଦିଅ ତେବେ ଏହି ଗ୍ରହଣ ଛାଡିଯିବ । ବର୍ତ୍ତମାନ ସାରା ସୃଷ୍ଟି ଉପରେ ଗ୍ରହଣ ଲାଗିଯାଇଛି, ୫ ତତ୍ତ୍ୱରେ ମଧ୍ୟ ଗ୍ରହଣ ଲାଗିଛି କାହିଁକି ନା ତମୋପ୍ରଧାନ ହୋଇଯାଇଛି । ଏ ଦୁନିଆର ପ୍ରତ୍ୟେକ ଜିନିଷ ନୂଆରୁ ପୁଣି ପୁରୁଣା ନିଶ୍ଚୟ ଦିନେ ହୋଇଥାଏ । ନୂଆକୁ ସତ୍ତ୍ୱପ୍ରଧାନ, ପୁରୁଣାକୁ ତମୋପ୍ରଧାନ ବୋଲି କୁହାଯାଏ । ଛୋଟ ଛୁଆକୁ ମଧ୍ୟ ସତ୍ତ୍ୱପ୍ରଧାନ ମହାତ୍ମାଠାରୁ ମଧ୍ୟ ଉଚ୍ଚ ରୂପରେ ଗଣାଯାଇଥାଏ, କାହିଁକି ନା ତାଙ୍କ ଭିତରେ ୫ ବିକାର ନଥାଏ । ସନ୍ନ୍ୟାସୀମାନେ ଭକ୍ତି ମଧ୍ୟ ଛୋଟ ଅବସ୍ଥାରେ ହିଁ କରିଥାନ୍ତି । ଯେପରିକି ରାମ ତୀର୍ଥ କୃଷ୍ଣଙ୍କର ଭକ୍ତ ଥିଲେ ପୁଣି ଯେବେ ବଡ ହୋଇ ସନ୍ନ୍ୟାସ ଗ୍ରହଣ କଲେ, ତାପରେ ପୂଜାପାଠ ସମାପ୍ତ । ସୃଷ୍ଟିରେ ପବିତ୍ରତା ମଧ୍ୟ ଦରକାର । ଭାରତ ପ୍ରଥମେ ସବୁଠାରୁ ପବିତ୍ର ଥିଲା ପୁଣି ଯେତେବେଳେ ଦେବତାମାନେ ବାମମାର୍ଗରେ ଗଲେ ସେତେବେଳେ ଭୂମିକମ୍ପ ଆଦିରେ ସ୍ୱର୍ଗର ସମସ୍ତ ସାମଗ୍ରୀ, ସୁନାର ମହଲ ଆଦି ସବୁ ନଷ୍ଟ ହୋଇଗଲା ପୁଣି ଥରେ ନୂଆ ରୂପରେ ବର୍ତ୍ତମାନ ତିଆରି ଆରମ୍ଭ ହେଉଛି । ବିନାଶ ତ ନିଶ୍ଚୟ ହୋଇଥାଏ । ଉପଦ୍ରବ ସେତେବେଳେ ହୁଏ ଯେତେବେଳେ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ, ଏହି ସମୟରେ ସମସ୍ତେ ପତିତ ଅଟନ୍ତି । ସତ୍ୟଯୁଗରେ ଦେବତାମାନେ ରାଜ୍ୟ କରିବେ । ଦୁନିଆରେ ଅସୁର ଏବଂ ଦେବତାଙ୍କର ଯେଉଁ ଯୁଦ୍ଧ ଦେଖାଇଛନ୍ତି, ବାସ୍ତବରେ ସେହିଭଳି କିଛି ହୋଇନଥାଏ, କାହିଁକି ନା ଦେବତାମାନେ ସତ୍ୟଯୁଗରେ ହିଁ ଥିଲେ । ସେଠାରେ ଲଢେଇ କିପରି ବା ହୋଇପାରିବ ? ବର୍ତ୍ତମାନ ଏ ସଂଗମଯୁଗରେ ଦେବତାମାନେ ତ ଏଠାରେ ନାହାଁନ୍ତି । ତୁମମାନଙ୍କର ନାମ ହିଁ ହେଉଛି ପାଣ୍ଡବ ସେନା । ପାଣ୍ଡବ କୌରବଙ୍କର ମଧ୍ୟରେ ଲଢେଇ ହୁଏ ନାହିଁ । ଏହା ସବୁ ହେଉଛି ଗପ । ଏହି ସୃଷ୍ଟି କେତେ ବଡ ବୃକ୍ଷ ଅଟେ । କେତେ ଅସରନ୍ତି ପତ୍ର ଅଛି, ସେସବୁର ହିସାବ କେହି ବାହାର କରିପାରିବେ ନାହିଁ । ସଂଗମଯୁଗରେ ଦେବତାମାନେ ଆଦୌ ନଥାନ୍ତି । ବାବା ବର୍ତ୍ତମାନ ବସି ଆତ୍ମାମାନଙ୍କୁ ବୁଝାଉଛନ୍ତି, ଆତ୍ମା ହିଁ ସେହି କଥାକୁ ଶୁଣି କାନ୍ଧ (ମୁଣ୍ଡ) ହଲାଇଥାଏ । ଆମେ ଆତ୍ମା, ବାବା ଆମକୁ ପାଠ ପଢାଉଛନ୍ତି, ଏହି କଥା ଉପରେ ପକ୍କା ନିଶ୍ଚୟ କରିବାକୁ ପଡିବ । ବାବା ହିଁ ଆମକୁ ପତିତରୁ ପବିତ୍ର କରାଉଛନ୍ତି । ପ୍ରତ୍ୟେକଙ୍କ ଆତ୍ମାରେ ହିଁ ଭଲ ବା ଖରାପର ସଂସ୍କାର ରହିଥାଏ । ଆତ୍ମା ନିଜର କର୍ମଇନ୍ଦ୍ରିୟ ଦ୍ୱାରା କହୁଛି ଆମକୁ ବାବା ପାଠ ପଢାଉଛନ୍ତି । ବାବା କହୁଛନ୍ତି ମୋର ମଧ୍ୟ ମୁଖ ଦରକାର, ଯାହାଦ୍ୱାରା ମୁଁ ବୁଝାଇବି । ଆତ୍ମାକୁ ଖୁସି ହେଉଛି । ବାବା ପ୍ରତି ୫ ହଜାର ବର୍ଷରେ ଥରେ ଆସୁଛନ୍ତି ଆମକୁ ଶୁଣାଇବା ପାଇଁ । ତୁମେ ସବୁ ସମ୍ମୁଖରେ ବସିଛ ନା । ତେବେ ମଧୁବନର ହିଁ ସବୁ ମହିମା ରହିଛି । ସମସ୍ତ ଆତ୍ମାଙ୍କର ବାବା ସେ ହିଁ ଅଟନ୍ତି, ସମସ୍ତେ ତାଙ୍କୁ ଡାକୁଛନ୍ତି । ତୁମକୁ ଏଠାରେ ସମ୍ମୁଖରେ ବସିବାରେ ମଜା ଆସୁଛି । କିନ୍ତୁ ଏଠାରେ ସମସ୍ତେ ରହିପାରିବେ ନାହିଁ । ନିଜର କାମଧନ୍ଦା ଚାକିରୀ ଆଦିକୁ ମଧ୍ୟ ଦେଖିବାର ଅଛି । ଆତ୍ମାମାନେ ଜ୍ଞାନ ସାଗରଙ୍କ ପାଖକୁ ଆସୁଛନ୍ତି, ଏହି ଜ୍ଞାନ ନିଜେ ଧାରଣ କରି ପୁଣି ଯାଇ ଅନ୍ୟକୁ ଶୁଣାଇବାକୁ ହେବ । ନ ହେଲେ ଅନ୍ୟମାନଙ୍କର କଲ୍ୟାଣ କେମିତି କରିବେ ? ଯୋଗୀ ଏବଂ ଜ୍ଞାନୀ ଆତ୍ମାଙ୍କୁ ସଉକ ରହୁଛି ଯେ ଆମେ କିପରି ଯାଇ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବୁ । ଏବେ ଶିବ ଜୟନ୍ତୀ ପାଳନ କରାଯାଉଛି ନା । ଏହା ଭଗବାନୁବାଚ ଅଟେ । ଭଗବାନୁବାଚ କୃଷ୍ଣଙ୍କ ପାଇଁ କୁହାଯାଇପାରିବ ନାହିଁ, କାରଣ ସେ ହେଉଛନ୍ତି ଦୈବୀଗୁଣଧାରୀ ମନୁଷ୍ୟ । ଦେବୀ-ଦେବତା ଧର୍ମ କୁହାଯାଇଥାଏ । ଏବେ ପିଲାମାନେ ଏକଥା ବୁଝିଗଲେଣି ଯେ ଏବେ ଦେବୀ-ଦେବତା ଧର୍ମ ନାହିଁ, ବର୍ତ୍ତମାନ ଏହାର ସ୍ଥାପନା ହେଉଛି । ତୁମେ ଏମିତି କହି ପାରିବ ନାହିଁ ଯେ ଏବେ ଆମେ ଦେବୀ-ଦେବତା ଧର୍ମର ଅଟୁ । ନା, ଏବେ ତୁମେ ବ୍ରାହ୍ମଣ ଧର୍ମର ଅଟ, ଦେବୀ-ଦେବତା ଧର୍ମର ହେଉଛ । ଦେବତାମାନଙ୍କର ଛାଇ ଏହି ପତିତ ସୃଷ୍ଟିରେ ପଡିପାରିବ ନାହିଁ, ଏ ସୃଷ୍ଟିକୁ ଦେବତାମାନେ ଆସିପାରିବେ ନାହିଁ । ତୁମମାନଙ୍କ ପାଇଁ ନୂଆ ଦୁନିଆ ଦରକାର । ଲକ୍ଷ୍ମୀଙ୍କର ମଧ୍ୟ ଯେତେବେଳେ ପୂଜା କରିଥାନ୍ତି ଘରଦ୍ୱାର କେତେ ସଫା ରଖିଥାନ୍ତି । ଏବେ ସୃଷ୍ଟିର ମଧ୍ୟ କେତେ ସଫାଇ ଦରକାର । ସାରା ପୁରୁଣା ଦୁନିଆର ସମାପ୍ତି ଘଟିବ । ଲକ୍ଷ୍ମୀଙ୍କଠାରୁ ମନୁଷ୍ୟ କେବଳ ଧନ ମାଗିଥାନ୍ତି । ତେବେ ଲକ୍ଷ୍ମୀ ବଡ ନା ଜଗତ ଅମ୍ବା ବଡ ? ଅମ୍ବାଙ୍କର ମନ୍ଦିର ମଧ୍ୟ ବହୁତ ଅଛି । ମନୁଷ୍ୟମାନଙ୍କୁ ଏକଥା କିଛି ମଧ୍ୟ ଜଣା ନାହିଁ । ତୁମେମାନେ ଜାଣିଛ ଲକ୍ଷ୍ମୀ ସ୍ୱର୍ଗର ମାଲିକ ଅଟନ୍ତି ଏବଂ ଜଗତ ଅମ୍ବା ଯାହାଙ୍କୁ ସରସ୍ୱତୀ ମଧ୍ୟ କୁହାଯାଉଛି ସେହି ଜଗତଅମ୍ବା ପୁଣି ଲକ୍ଷ୍ମୀ ହେଉଛନ୍ତି । ତୁମର ପଦ ଏବେ ଉଚ୍ଚ, ଦେବତାଙ୍କର ପଦ ବ୍ରାହ୍ମଣଙ୍କଠାରୁ କମ୍ ଅଟେ । ଉଚ୍ଚରୁ ଉଚ୍ଚ ବ୍ରାହ୍ମଣ ଚୁଟୀ ନା । ତୁମେ ହେଉଛ ସମସ୍ତଙ୍କଠାରୁ ଉଚ୍ଚ । ତୁମମାନଙ୍କର ମହିମା ରହିଛି ସରସ୍ୱତୀ, ଜଗତଅମ୍ବା, ତାଙ୍କଠାରୁ କଣ ମିଳୁଛି ? ଏହି ସୃଷ୍ଟିର ରାଜତ୍ୱ । ସେଠାରେ ତୁମେ ଧନାବାନ ହେଉଛ, ବିଶ୍ୱର ରାଜତ୍ୱ ମିଳୁଛି । ପୁଣି ଯେତେବେଳେ ଗରୀବ ହୋଇଯାଉଛ, ଭକ୍ତିମାର୍ଗ ଆରମ୍ଭ ହୋଇଯାଉଛି । ପୁଣି ଲକ୍ଷ୍ମୀଙ୍କୁ ସ୍ମରଣ କରିଥାନ୍ତି । ପ୍ରତ୍ୟେକ ବର୍ଷ ଲକ୍ଷ୍ମୀଙ୍କର ପୂଜା ମଧ୍ୟ କରିଥାନ୍ତି । ତାଙ୍କୁ ପ୍ରତ୍ୟେକ ବର୍ଷ ଡାକିଥାନ୍ତି, ଜଗତ ଅମ୍ବାଙ୍କୁ ଡାକି ନଥାନ୍ତି । ଜଗତ ଅମ୍ବାଙ୍କର ସର୍ବଦା ପୂଜା ହେଉଛି, ଯେତେବେଳେ ଚାହିଁବେ ସେତେବେଳେ ଅମ୍ବାଙ୍କର ମନ୍ଦିର ଯାଇପାରିବେ । ଏଠାରେ ମଧ୍ୟ ଯେତେବେଳେ ଚାହିଁବ, ଜଗତ ଅମ୍ବାଙ୍କ ସହ ମିଶିପାରିବ । ତୁମେ ମଧ୍ୟ ଜଗତଅମ୍ବା ଅଟ ନା । ସମସ୍ତଙ୍କୁ ବିଶ୍ୱର ମାଲିକ ହେବାର ରାସ୍ତା ବତାଇଲାବାଲା ଅଟ । ଜଗତଅମ୍ବାଙ୍କ ପାଖକୁ ଯାଇ ସବୁ କିଛି ମାଗୁଛନ୍ତି । ଲକ୍ଷ୍ମୀଙ୍କୁ କେବଳ ଧନ ମାଗୁଛନ୍ତି । ତାଙ୍କ ଆଗରେ ସବୁ ମନୋକାମନା ରଖିବେ, ତେଣୁ ସବୁଠାରୁ ଉଚ୍ଚ ପଦ ଏବେ ତୁମର, ଯେବେ କି ବାବାଙ୍କର ସନ୍ତାନ ହେଉଛ । ବାବା ତୁମମାନଙ୍କୁ ବର୍ସା ଦେଉଛନ୍ତି ।

ଏବେ ତୁମେ ହେଉଛ ଈଶ୍ୱରୀୟ ସମ୍ପ୍ରଦାୟ, ପୁଣି ଭବିଷ୍ୟତରେ ଦୈବୀ ସଂମ୍ପ୍ରଦାୟର ହେବ । ଏହି ସମୟରେ ତୁମମାନଙ୍କର ସବୁ ମନୋକାମନା ଭବିଷ୍ୟ ପାଇଁ ପୂର୍ଣ୍ଣ ହୋଇଥାଏ । କାମନା ମନୁଷ୍ୟ ମାନଙ୍କର ରହିଥାଏ ନା । ତୁମର ସବୁ କାମନା ଏବେ ପୂରଣ ହୋଇଯାଉଛି । ଏହା ହେଉଛି ଆସୁରୀ ଦୁନିଆ । ଦେଖ ଏବେ କେତେ ପିଲା ଜନ୍ମ କରୁଛନ୍ତି । ତୁମ୍ଭମାନଙ୍କୁ ସାକ୍ଷାତ୍କାର କରିଦିଆଯାଇଛି, ସତ୍ୟଯୁଗରେ କୃଷ୍ଣଙ୍କର ଜନ୍ମ ହେଉଛି ? ସେଠାରେ ସବୁ ନିୟମ ଅନୁଯାୟୀ ହୋଇଥାଏ, ଦୁଃଖର ନାମ ହିଁ ନଥାଏ । ତାହାକୁ ହିଁ କୁହାଯାଏ ସୁଖଧାମ । ତୁମେ ଅନେକ ଥର ସୁଖରୁ ଅତିକ୍ରମ କରିଛ, ଅନେକ ଥର ହାରିଛ ଏବଂ ବିଜୟ ମଧ୍ୟ ପ୍ରାପ୍ତ କରିଛ । ଏବେ ସ୍ମୃତି ଆସିଛି ଯେ ଆମକୁ ବାବା ପାଠ ପଢାଉଛନ୍ତି । ସ୍କୁଲ୍ରେ ଜ୍ଞାନ ପ୍ରାପ୍ତ କରିଥାନ୍ତି । ତତ୍ ସଙ୍ଗେ ସଙ୍ଗେ ବ୍ୟବହାର ମଧ୍ୟ ଶିଖିଥାନ୍ତି । ସେଠାରେ କେହି ଲକ୍ଷ୍ମୀ-ନାରାୟଣ ସଦୃଶ ବ୍ୟବହାର ଶିଖିନଥାନ୍ତି । ଏବେ ତୁମେ ଦୈବୀଗୁଣ ଧାରଣ କରୁଛ । ମହିମା ମଧ୍ୟ ତାଙ୍କର ହିଁ ଗାନ କରୁଛନ୍ତି ସର୍ବଗୁଣ ସମ୍ପନ୍ନ... ତେବେ ଏବେ ତୁମକୁ ସେହିପରି ହେବାକୁ ପଡିବ । ତୁମ୍ଭମାନଙ୍କୁ ନିଜର ଏଇ ଜୀବନ ଉପରେ ବିରକ୍ତ ହେବା ଉଚିତ୍ ନୁହେଁ, କାହିଁକି ନା ଏହାକୁ ହୀରା ସଦୃଶ ଜନ୍ମ ବୋଲି ଗାୟନ କରାଯାଇଛି । ତେଣୁ ଏହାର ଯତ୍ନ ମଧ୍ୟ ନେବାକୁ ହେବ । ସୁସ୍ଥ ରହିଲେ ହିଁ ଜ୍ଞାନ ଶୁଣିପାରିବେ । ବେମାରୀରେ ମଧ୍ୟ ଶୁଣି ପାରିବେ । ବାବାଙ୍କୁ ମନେ ପକାଇପାରିବେ । ଏଠାରେ ଯେତେ ଦିନ ବଞ୍ଚିବେ ସୁଖି ରହିବେ । ରୋଜଗାର ଚାଲୁଥିବ, ହିସାବ-କିତାବ ଚୁକ୍ତ ହେବ । ସନ୍ତାନମାନେ କହୁଛନ୍ତି -- ବାବା ସତ୍ୟଯୁଗ କେବେ ଆସିବ ? ଏହା ବହୁତ ଖରାପ ଦୁନିଆ ଅଟେ । ବାବା କହୁଛନ୍ତି ଆରେ, ପ୍ରଥମେ ନିଜର କର୍ମାତୀତ ଅବସ୍ଥା କରାଅ । ଯେତେ ପାରୁଛ ପୁରୁଷାର୍ଥ କରିଚାଲ । ସନ୍ତାନମାନଙ୍କୁ ଶିଖାଇବା ଦରକାର ଯେ ଶିବବାବାଙ୍କୁ ମନେ ପକାଅ, ଏହା ହେଉଛି ଅବ୍ୟଭିଚାରୀ ସ୍ମୃତି । ଏକମାତ୍ର ଶିବଙ୍କର ଭକ୍ତି କରିବା ହେଉଛି ଅବ୍ୟଭିଚାରୀ ଭକ୍ତି । ପୁଣି ଦେବୀ-ଦେବତାଙ୍କୁ ମନେ ପକାଇବା ହେଉଛି ସତ୍ତ୍ୱ ଭକ୍ତି । ବାବା କହୁଛନ୍ତି ଉଠିବା-ବସିବା ବେଳେ ମଧ୍ୟ ମୋତେ ମନେ ପକାଅ । ସନ୍ତାନମାନେ ହିଁ ଡାକୁଛନ୍ତି ହେ ପତିତପାବନ, ହେ ମୁକ୍ତିଦାତା, ହେ ପଥପ୍ରଦର୍ଶକ.... ତେବେ ଏହା ଆତ୍ମା କହିଲା ନା ।

ସନ୍ତାନମାନେ ମନେ ପକାଉଛନ୍ତି ଏବଂ ବାବା ମଧ୍ୟ ସ୍ମରଣ କରାଉଛନ୍ତି, ତୁମେମାନେ ମଧ୍ୟ ମନେ ପକାଇ ପକାଇ ଆସିଛ ହେ ଦୁଃଖହର୍ତ୍ତା ସୁଖକର୍ତ୍ତା, ଆସି ଦୁଃଖରୁ ମୁକ୍ତ କର, ଆମକୁ ଉଦ୍ଧାର କର, ଶାନ୍ତିଧାମକୁ ନେଇଯାଅ । ବାବା କହୁଛନ୍ତି ତୁମକୁ ଶାନ୍ତିଧାମକୁ ନେଇଯିବି, ପୁଣି ସୁଖଧାମରେ ତୁମ ସାଥିରେ ରହିବି ନାହିଁ । ମୁଁ ଏବେ ହିଁ ତୁମର ସାଥି ହେଉଛି । ସବୁ ଆତ୍ମାଙ୍କୁ ଘରକୁ ନେଇଯାଉଛି । ମୁଁ ଏବେ ତୁମକୁ ପଢାଇବା ପାଇଁ ତୁମର ସାଥି ହୋଇଛି ଏବଂ ତା ସହିତ ଘରକୁ ଫେରେଇ ନେବାର ସାଥି ହୋଇଛି । ବାସ୍, ମୁଁ ନିଜର ପରିଚୟ ତୁମମାନଙ୍କୁ ଏବେ ଭଲ ଭାବରେ ଶୁଣାଉଛି । ଯେମିତି-ଯେମିତି ଯିଏ ପୁରୁଷାର୍ଥ କରିବେ ସେହି ଅନୁସାରେ ପୁଣି ସେଠାରେ ପ୍ରାଲବ୍ଧ ପାଇବେ । ଏବେ ବାବା ତୁମମାନଙ୍କୁ ବହୁତ ଜ୍ଞାନ ଦେଉଛନ୍ତି । ତେଣୁ ଯେତେ ହୋଇପାରୁଛି ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ ଏବଂ ଉଡିବା ପାଇଁ ପର ମିଳିଯିବ । ଆତ୍ମାର କୌଣସି ଏପରି କିଛି ଡେଣା ନାହିଁ । ଆତ୍ମା ଗୋଟିଏ ଛୋଟ ବିନ୍ଦୁ । କାହାକୁ ଏକଥା ଜଣା ନାହିଁ ଯେ ଆତ୍ମାରେ କେମିତି ୮୪ ଜନ୍ମର ପାର୍ଟ ନିଧାର୍ଯ୍ୟ ହୋଇଛି । ନା ଆତ୍ମାର କାହାକୁ ପରିଚୟ ଅଛି, ନା ପରମାତ୍ମାଙ୍କର ପରିଚୟ ଅଛି । ତେଣୁ ବାବା କହୁଛନ୍ତି ମୁଁ ଯାହା, ଯେମିତି ଅଟେ, ମୋତେ କେହି ମଧ୍ୟ ଜାଣିପାରିବେ ନାହିଁ । ମୋ ଦ୍ୱାରା ହିଁ ମୋତେ ଏବଂ ମୋର ରଚନାକୁ ଜାଣିପାରିବେ । ମୁଁ ହିଁ ଆସି ତୁମମାନଙ୍କୁ ନିଜର ପରିଚୟ ଦେଉଛି । ଆତ୍ମା କଣ, ତାହା ମଧ୍ୟ ବୁଝାଉଛି । ଏହାଙ୍କୁ ଆତ୍ମ ଜ୍ଞାନ କୁହାଯାଏ । ଆତ୍ମା ଭ୍ରୁକୁଟୀ ମଝିରେ ରହୁଛି । କହୁଛନ୍ତି ମଧ୍ୟ ଭ୍ରୁକୁଟୀ ମଝିରେ ଚମକୁଛି ଅଜବ ସୀତାରା... କିନ୍ତୁ ଆତ୍ମା କଣ କି ଜିନିଷ, ଏହା ବିଲ୍କୁଲ୍ କେହି ଜାଣି ନାହାଁନ୍ତି । ଯେତେବେଳେ କେହି କହୁଛନ୍ତି ଯେ ଆତ୍ମାର ସାକ୍ଷାତ୍କାର ହୋଇଛି ତେବେ ସେମାନଙ୍କୁ ବୁଝାଅ ଯେ ତୁମେ ହିଁ କହୁଛ ତାରକା ସଦୃଶ ଆତ୍ମା ଭ୍ରୁକୁଟୀ ମଝିରେ ରହୁଛି, ତେବେ ସୂକ୍ଷ୍ମ ତାରକାକୁ କଣ ଦେଖି ହେବ ? ମଥାରେ ଟିକା ମଧ୍ୟ ତାରକା ସଦୃଶ ଦେଇଥାନ୍ତି । ଚନ୍ଦ୍ରମାରେ ମଧ୍ୟ ତାରକା ଦେଖାଯାଏ, ବାସ୍ତବରେ ଆତ୍ମା ତାରକା ସଦୃଶ ଅଟେ । ଏବେ ବାବା ବୁଝାଉଛନ୍ତି ତୁମେ ଜ୍ଞାନ ତାରକା ଅଟ, ବାକି ଏହି ସୂର୍ଯ୍ୟ, ଚନ୍ଦ୍ର, ତାରା ଦୁନିଆକୁ ଆଲୋକ ଦେଲାବାଲା ଅଟନ୍ତି । ସେସବୁ କୌଣସି ଦେବତା ନୁହଁନ୍ତି । ଭକ୍ତିମାର୍ଗରେ ସୂର୍ଯ୍ୟକୁ ମଧ୍ୟ ପାଣି ଦେଉଛନ୍ତି । ଭକ୍ତିମାର୍ଗରେ ଏଇ ବାବା ମଧ୍ୟ ସବୁ କରୁଥିଲେ । ସୂର୍ଯ୍ୟ ଦେବତା ନମଃ, ଚନ୍ଦ୍ରମା ଦେବତା ନମଃ କହି ପାଣି ଦେଉଥିଲେ । ଏହା ସବୁ ହେଉଛି ଭକ୍ତିମାର୍ଗ । ଏହି ବ୍ରହ୍ମାବାବା ତ ବହୁତ ଭକ୍ତି କରିଛନ୍ତି । ନମ୍ବରୱାନ ପୂଜ୍ୟ ପୁଣି ନମ୍ବରୱାନ ପୂଜାରୀ ହୋଇଛନ୍ତି । ନମ୍ବର ତ ତଳକୁ ଖସିବ ନା । ରୁଦ୍ରମାଳାର ମଧ୍ୟ ନମ୍ବର ଅଛି ନା । ଭକ୍ତି ମଧ୍ୟ ସବୁଠାରୁ ଅଧିକ ଇଏ କରିଛନ୍ତି । ଏବେ ବାବା କହୁଛନ୍ତି ଛୋଟ-ବଡ ସମସ୍ତଙ୍କର ଏବେ ବାନପ୍ରସ୍ଥ ଅବସ୍ଥା ଅଟେ । ଏବେ ମୁଁ ସମସ୍ତଙ୍କୁ ନେଇଯିବି ପୁଣି ଏଠାକୁ କେହି ଆସିବେ ହିଁ ନାହିଁ । ବାକି ଶାସ୍ତ୍ରରେ ଯାହା ଦେଖାଉଛନ୍ତି ପ୍ରଳୟ ହେଲା, ଜଳମୟ ହୋଇଗଲା ପୁଣି ଅଶ୍ୱସ୍ଥ ପତ୍ରରେ କୃଷ୍ଣ ଆସିଲେ... ବାବା ବୁଝାଉଛନ୍ତି ଏଥିରେ ସାଗରର କୌଣସି କଥା ନାହିଁ । ସେଠାରେ ଗର୍ଭ ମହଲ ଅଟେ, ଯେଉଁଠି ସନ୍ତାନମାନେ ବହୁତ ଖୁସିରେ ରହିଥାନ୍ତି । ଏଠାରେ ଗର୍ଭ ଜେଲ୍ କୁହାଯାଉଛି । ଏଠାରେ ପାପର ଦଣ୍ଡ ଗର୍ଭ ଜେଲରେ ମିଳୁଛି । ତଥାପି ବାବା କହୁଛନ୍ତି ମନମନାଭବ, ମୋତେ ମନେ ପକାଅ । ପ୍ରଦର୍ଶନୀରେ କେହି ପଚାରୁଛନ୍ତି ସିଢିରେ ଅନ୍ୟ କେଉଁ ଧର୍ମ, କାହିଁକି ଦେଖାଇ ନାହିଁ ? କୁହ, ଅନ୍ୟ ଧର୍ମମାନଙ୍କର ୮୪ ଜନ୍ମ ହେଉ ନାହିଁ । ସବୁ ଧର୍ମକୁ ବୃକ୍ଷରେ ଦେଖାଇଛନ୍ତି, ସେଥିରେ ତୁମେ ନିଜର ହିସାବ ବାହାର କର ଯେ କେତେ ଜନ୍ମ ନେଇଥିବ । ଆମକୁ ତ ସିଢି ୮୪ ଜନ୍ମର ଦେଖେଇବାର ଅଛି । ବାକି ସବୁ ସୃଷ୍ଟିଚକ୍ରରେ ଏବଂ କଳ୍ପବୃକ୍ଷର ଚିତ୍ରରେ ଦର୍ଶାଯାଇଛି । ଏଥିରେ ସବୁ କଥା ବୁଝାଯାଇଛି । ନକ୍ସା ଦେଖିବା ଦ୍ୱାରା ବୁଦ୍ଧିରେ ଆସିଯାଉଛି ନା - ଲଣ୍ଡନ କେଉଁଠି, ଅମୁକ ସହର କେଉଁଠି । ବାବା କେତେ ସହଜ କରି ବୁଝାଉଛନ୍ତି । ସମସ୍ତଙ୍କୁ ଏହା ଜଣାଅ ଯେ ୮୪ ଜନ୍ମର ଚକ୍ର ଏପରି ଘୂରୁଛି, ଏବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ ତେଣୁ ବେହଦର ବାବାଙ୍କୁ ମନେ ପକାଅ ତେଣୁ ତୁମେ ପବିତ୍ର ହୋଇଯିବ ପୁଣି ପବିତ୍ର ହୋଇ ପବିତ୍ର ଦୁନିଆକୁ ଚାଲିଯିବ । ଏଥିରେ କୌଣସି କଷ୍ଟକର କଥା ନାହିଁ । ଯେତେ ସମୟ ମିଳୁଛି ବାବାଙ୍କୁ ମନେ ପକାଅ ତେବେ ଅଭ୍ୟାସ ତୁମର ପଡିଯିବ । ବାବାଙ୍କର ସ୍ମୃତିରେ ତୁମେ ଦିଲ୍ଲୀ ପର୍ଯ୍ୟନ୍ତ ପାଦରେ ଗଲେ ମଧ୍ୟ ଥକିବ ନାହିଁ । ବାବାଙ୍କୁ ଯଦି ପ୍ରକୃତରେ ମନେ ପକାଉଥିବ ତେବେ ଦେହର ଅଭିମାନ ତୁଟିଯିବ, ପୁଣି କେବେ ଥକିବ ନାହିଁ । ପଛରେ ଆସିଲାବାଲା ବାବାଙ୍କୁ ବହୁତ ମନେ ପକାଇ ତୀବ୍ରଗତିରେ ଆଗକୁ ଚାଲିଯିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ଏକମାତ୍ର ବାବାଙ୍କର ଅବ୍ୟଭିଚାରୀ ସ୍ମୃତିରେ ରହି ଦୈହିକ ସ୍ମୃତିକୁ ସମାପ୍ତ କରିବାକୁ ହେବ, ନିଜର କର୍ମାତୀତ ଅବସ୍ଥା ପାଇଁ ପୁରୁଷାର୍ଥ କରିବାକୁ ପଡିବ । ଏହି ଶରୀରରେ ରହି ଅବିନାଶୀ ରୋଜଗାର ଜମା କରିବାକୁ ହେବ ।

(୨) ଜ୍ଞାନୀ ତୁ ଆତ୍ମା ହୋଇ ଅନ୍ୟମାନଙ୍କର ସେବା କରିବାକୁ ହେବ, ବାବାଙ୍କଠାରୁ ଯାହା ସବୁ ଶୁଣୁଛ ସେଗୁଡିକୁ ଧାରଣ କରି ଅନ୍ୟମାନଙ୍କୁ ଶୁଣାଇବାକୁ ହେବ । ୫ ବିକାରର ଦାନ ଦେଇ ରାହୁର ଗ୍ରହଣରୁ ମୁକ୍ତ ହେବାକୁ ପଡିବ ।

ବରଦାନ:-
ମାନସିକ ଶକ୍ତିର ଅନୁଭବ ଦ୍ୱାରା ବିଶାଳ କାର୍ଯ୍ୟରେ ସଦା ସହଯୋଗୀ ହୁଅ ।

ପ୍ରକୃତିକୁ ପରିବର୍ତ୍ତନ କରିବା, ତମୋଗୁଣୀ ଆତ୍ମାମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ବାତାବରଣ ପରିବର୍ତ୍ତନ କରିବା ତଥା ଅକାରଣେ ରକ୍ତପାତର ବାତାବରଣରେ ନିଜକୁ ସୁରକ୍ଷିତ ରଖିବା, ଅନ୍ୟ ଆତ୍ମାମାନଙ୍କୁ ସହଯୋଗ ଦେବା, ନୂତନ ସୃଷ୍ଟିରେ ନୂତନ ରଚନାର ଯୋଗବଳ ଦ୍ୱାରା ଆରମ୍ଭ କରିବା ଭଳି ବିଶାଳ କାର୍ଯ୍ୟ ପାଇଁ ମାନସିକ ଶକ୍ତିର ଆବଶ୍ୟକତା ରହିଛି । ମାନସିକ ଶକ୍ତି ଆଧାରରେ ହିଁ ନିଜର ଅନ୍ତିମ ସମୟ ସୁଖମୟ ହୋଇପାରିବ । ମାନସିକ ଶକ୍ତି ଅର୍ଥାତ୍ ଶ୍ରେଷ୍ଠ ସଂକଳ୍ପର ଶକ୍ତି, ଜଣଙ୍କ ସହିତ ନିଜର ମନ ବୁଦ୍ଧିର ସଂଯୋଗ ସ୍ପଷ୍ଟ ରୂପରେ ରହୁଥିବ ବର୍ତ୍ତମାନ ଏହିଭଳି ସେବା କରିବାର ଅନୁଭବୀ ହୁଅ । ତେବେ ଯାଇ ବେହଦ ଅର୍ଥାତ୍ ବିଶ୍ୱ ପରିବର୍ତ୍ତନର ବିଶାଳ କାର୍ଯ୍ୟରେ ସହଯୋଗୀ ହୋଇ ବେହଦ ବିଶ୍ୱର ରାଜ୍ୟ ଅଧିକାରୀ ହୋଇପାରିବ ।

ସ୍ଲୋଗାନ:-
ନିର୍ଭୟତା ଏବଂ ନମ୍ରତା ହିଁ ଯୋଗୀ ବା ଜ୍ଞାନୀ ଆତ୍ମାର ସ୍ୱରୂପ ଅଟେ ।