06.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଜ୍ଞାନର ସାଗର ବାବା ତୁମକୁ ଜ୍ଞାନ ରତ୍ନରେ ଥାଳି ଭରପୂର କରି ଦେଉଛନ୍ତି, ତେଣୁ ଯେତେ ଇଚ୍ଛା ସେତେ ନିଜର ବୁଦ୍ଧିରୂପୀ ଥଳିରେ ଭରିନିଅ, ସବୁ ଚିନ୍ତାରୁ ମୁକ୍ତ ହୋଇଯାଅ ।

ପ୍ରଶ୍ନ:-
ଜ୍ଞାନମାର୍ଗର କେଉଁ କଥା ଭକ୍ତିମାର୍ଗରେ ମଧ୍ୟ ପସନ୍ଦ କରୁଛନ୍ତି ?

ଉତ୍ତର:-
ସ୍ୱଚ୍ଛତା । ଜ୍ଞାନମାର୍ଗରେ ତୁମେ ପିଲାମାନେ ସ୍ୱଚ୍ଛ ହେଉଛ । ବାବା ତୁମର ମଇଳା କପଡାକୁ ସ୍ୱଚ୍ଛ କରିବା ପାଇଁ ଅର୍ଥାତ୍ ପତିତ ଶରୀରକୁ ପବିତ୍ର କରିବା ପାଇଁ ଆସିଛନ୍ତି, ଆତ୍ମା ଯେତେବେଳେ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୋଇଯାଉଛି ସେତେବେଳେ ତାର ଘରକୁ ଯିବାର ବା ଉଡିବାର ଡେଣା ଲାଗିଯାଉଛି । ଭକ୍ତିମାର୍ଗରେ ମଧ୍ୟ ସ୍ୱଚ୍ଛତାକୁ ବହୁତ ପସନ୍ଦ କରୁଛନ୍ତି । ସ୍ୱଚ୍ଛ ହେବା ପାଇଁ ସେମାନେ ଗଙ୍ଗା ନଦୀରେ ସ୍ନାନ କରୁଛନ୍ତି କିନ୍ତୁ ପାଣି ଦ୍ୱାରା ଆତ୍ମା ସ୍ୱଚ୍ଛ ହୋଇପାରିବ ନାହିଁ ।

ଓମ୍ ଶାନ୍ତି ।
ମିଠା-ମିଠା ସନ୍ତାନମାନେ, ତୁମେ ଯୋଗର ଯାତ୍ରାକୁ କେବେ ଭୁଲିଯାଅ ନାହିଁ । ଅମୃତବେଳାରେ ତୁମେ ଏହି ଯୋଗର ଯାତ୍ରାର ଅଭ୍ୟାସ କରୁଛ, ସେଥିରେ ମୁଖ ଦ୍ୱାରା କିଛି କହିବାକୁ ପଡିନଥାଏ କାହିଁକି ନା ତାହା ହେଉଛି ନିର୍ବାଣଧାମକୁ ଯିବାର ଉପାୟ । ତେଣୁ ପବିତ୍ର ହେବା ବିନା ତୁମେମାନେ ଘରକୁ ଯାଇପାରିବ ନାହିଁ । ଉଡିପାରିବ ନାହିଁ । ଏହା ମଧ୍ୟ ଜାଣିଛ ଯେ ଯେତେବେଳ ସତ୍ୟଯୁଗ ଆରମ୍ଭ ହେଉଛି ସେତେବେଳେ ଅନେକ ଆତ୍ମା ଏହି ଦୁନିଆରୁ ପରମଧାମକୁ ଉଡି ଚାଲିଯାଆନ୍ତି । ଏବେ ତ କୋଟି କୋଟି ଆତ୍ମା ଅଛନ୍ତି । କିନ୍ତୁ ସତ୍ୟଯୁଗରେ ଅଳ୍ପ କେତେ ଲକ୍ଷ ଆତ୍ମା ହିଁ ରହିବେ । ବାକି ଅନ୍ୟ ସମସ୍ତେ ଉଡିଯିବେ । ତେବେ ନିଶ୍ଚିତ କିଏ ଆସି ଉଡିବାର ଡେଣା ଦେଉଛନ୍ତି ନା । ଏହି ଯୋଗର ଯାତ୍ରା ଦ୍ୱାରା ହିଁ ଆତ୍ମା ପବିତ୍ର ହେଉଛି । ଏହା ବ୍ୟତୀତ ପବିତ୍ର ହେବାର ଆଉ କୌଣସି ଉପାୟ ନାହିଁ । ଏକମାତ୍ର ବାବାଙ୍କୁ ହିଁ ପତିତ ପାବନ କୁହାଯାଏ ପୁଣି କେହି ତାଙ୍କୁ ଈଶ୍ୱର କହୁଛନ୍ତି, କେହି ପରମାତ୍ମା ଅଥବା ଭଗବାନ ମଧ୍ୟ କହୁଛନ୍ତି । ତେବେ ସିଏ ଜଣେ ହିଁ ଅଟନ୍ତି । ଅନେକ ନୁହଁନ୍ତି ସିଏ ହିଁ ହେଉଛନ୍ତି ସମସ୍ତଙ୍କର ପିତା । ଲୌକିକ ପିତା ତ ସମସ୍ତଙ୍କର ଥାନ୍ତି । କିନ୍ତୁ ପାରଲୌକିକ ପିତା ସମସ୍ତଙ୍କର ଜଣେ ହିଁ ଅଟନ୍ତି । ସେହି ଏକମାତ୍ର ପିତା ଯେତେବେଳେ ଆସୁଛନ୍ତି ସେତେବେଳେ ସମସ୍ତଙ୍କୁ ସୁଖ ଦେଇ ଯାଉଛନ୍ତି । ପୁଣି ସୁଖରେ ତାଙ୍କୁ ମନେ ପକାଇବାର ଆବଶ୍ୟକତା ପଡୁ ନାହିଁ କିନ୍ତୁ ଏବେ ତାହା ମଧ୍ୟ ଅତୀତ ହୋଇଯାଇଛି । ଏବେ ବାବା ଆସି ଅତୀତ, ବର୍ତ୍ତମାନ, ଭବିଷ୍ୟତର ରହସ୍ୟକୁ ବୁଝାଉଛନ୍ତି । ଏହି ସୃଷ୍ଟି ବୃକ୍ଷର ଅତୀତ, ବର୍ତ୍ତମାନ, ଭବିଷ୍ୟତର ଜ୍ଞାନ ବହୁତ ସହଜ । ବୀଜରୁ କିପରି ବୃକ୍ଷର ଉତ୍ପତ୍ତି ହେଉଛି ତାହା ତୁମେମାନେ ଜାଣିଛ । ପୁଣି ବୃଦ୍ଧି ହୋଇ ହୋଇ ଶେଷରେ ତାର ଅନ୍ତିମ ଅବସ୍ଥା ଆସିଯାଉଛି । ତାକୁ ହିଁ କୁହାଯାଏ ଆଦି, ମଧ୍ୟ, ଅନ୍ତ । ଏହା ହେଉଛି ଭିନ୍ନ ଭିନ୍ନ ଧର୍ମର, ଭିନ୍ନ ଭିନ୍ନ ଚିତ୍ରର ବୃକ୍ଷ । ଏଠାରେ ସମସ୍ତଙ୍କର ଚେହେରା ଅଲଗା ଅଲଗା । ଫୁଲମାନଙ୍କରେ ମଧ୍ୟ ତୁମେ ଦେଖିବ ଯେମିତି ଯେମିତି ବୃକ୍ଷ ସେମିତି ତାର ଫୁଲ ବାହାରିଥାଏ । ସେହି ଫୁଲ ଗୁଡିକର ରୂପ ଏକାପରି ହୋଇଥାଏ କିନ୍ତୁ ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷରେ ଭିନ୍ନତା ରହିଛି । ସେଥିରେ ପ୍ରତ୍ୟେକ ବୃକ୍ଷ ଅର୍ଥାତ୍ ପ୍ରତ୍ୟେକ ଧର୍ମର ଶୋଭା ନିଜସ୍ୱ ହୋଇଥାଏ । ଏହି କଳ୍ପ ବୃକ୍ଷରେ ଅନେକ ପ୍ରକାରର ଶୋଭା ରହିଛି । ବାବା ବୁଝାଉଛନ୍ତି ଏହି ଦେବୀ-ଦେବତାମାନଙ୍କ ପାଇଁ ଶ୍ୟାମ ସୁନ୍ଦର ଅକ୍ଷର ଉଦ୍ଦିଷ୍ଟ । ଯେତେବେଳେ ଏମାନେ ସତ୍ତୋପ୍ରଧାନରୁ ତମୋପ୍ରଧାନ ହେଉଛନ୍ତି ସେତେବେଳେ ସୁନ୍ଦରରୁ ଶ୍ୟାମ ଅର୍ଥାତ୍ ପବିତ୍ରରୁ ପତିତ ହେଉଛନ୍ତି । ଏହିଭଳି ଶ୍ୟାମ ସୁନ୍ଦର ଆଉ କୌଣସି ଧର୍ମରେ ହେଉନାହାଁନ୍ତି କାହିଁକି ନା ଏମିତି ମଧ୍ୟ ଧର୍ମ ଅଛି ଯେଉଁଥିରେ କଳାକୁ କଳା ହିଁ ରହୁଛନ୍ତି । ସେମାନଙ୍କ ଚେହେରାକୁ ଦେଖ । ଜାପାନୀମାନଙ୍କର, ୟୁରୋପ ବାସୀଙ୍କର, ଚୀନବାସୀଙ୍କର ଚେହେରା ଦେଖ ଅଲଗା ଅଲଗା । ସେହିଭଳି ଭାରତୀୟମାନଙ୍କର ମଧ୍ୟ ଚେହେରା ପରିବର୍ତ୍ତନ ହୋଇ ଚାଲୁଛି । ଏମାନଙ୍କ ପାଇଁ ହିଁ ଶ୍ୟାମ ସୁନ୍ଦରର ଗାୟନ ରହିଛି, ଅନ୍ୟ କୌଣସି ଧର୍ମ ପାଇଁ ନୁହେଁ । ଏହା ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ଅଟେ, ଏଥିରେ ଭିନ୍ନ ଭିନ୍ନ ଧର୍ମ ରହିଛି । ଏମାନେ ସମସ୍ତେ କ୍ରମାନୁସାରେ କିପରି ଆସୁଛନ୍ତି, ଏହି ଜ୍ଞାନ ତୁମମାନଙ୍କୁ ଏବେ ମିଳୁଛି । ଆଉ କୌଣସି ମନୁଷ୍ୟ ଏହି ଜ୍ଞାନ ବୁଝାଇ ପାରିବେ ନାହିଁ । ଏହି କଳ୍ପ ହେଉଛି ୫ ହଜାର ବର୍ଷର । ଏହାକୁ ବୃକ୍ଷ କୁହ ବା ଦୁନିଆ କୁହ, ଅଧାକଳ୍ପ ପରେ ହେଉଛି ଭକ୍ତି, ଯାହାକୁ ରାବଣ ରାଜ୍ୟ କୁହାଯାଏ । ସେତେବେଳେ ୫ ବିକାରର ରାଜ୍ୟ ଚାଲେ, ମନୁଷ୍ୟ କାମ ବିକାର ରୂପୀ ଅଗ୍ନିରେ ଜଳି ପତିତ ଅଥବା କଳା ହୋଇଯାଆନ୍ତି । ରାବଣ ସମ୍ପ୍ରଦାୟ ଏବଂ ଦୈବୀ ସମ୍ପ୍ରଦାୟର ଆତ୍ମାମାନଙ୍କର ଚାଲି ଚଳନରେ ରାତି ଦିନର ଅନ୍ତର ରହିଛି । ମନୁଷ୍ୟ ସେମାନଙ୍କର ମହିମା ଗାଉଛନ୍ତି, ଆଉ ନିଜକୁ ନୀଚ୍ଚ ପାପୀ କହୁଛନ୍ତି । ଅନେକ ପ୍ରକାରର ମନୁଷ୍ୟ ଅଛନ୍ତି ନା । ଭକ୍ତି ତ ତୁମେମାନେ ବହୁତ କରିଛ । ତୁମେ ପୁନର୍ଜନ୍ମ ନେଇ ନେଇ ଭକ୍ତି କରି ଆସିଛ । ପ୍ରଥମେ ହେଉଛି ଅବ୍ୟଭିଚାରୀ ଭକ୍ତି । ପ୍ରଥମେ ପ୍ରଥମେ ଜଣଙ୍କର ଭକ୍ତି କରିବା ଆରମ୍ଭ କରୁଛନ୍ତି, ପରେ ପୁଣି ତାହା ବ୍ୟଭିଚାରୀ ହୋଇଯାଉଛି । ପୁଣି ଯେତେବେଳେ ଅନ୍ତିମ ସମୟରେ ସମ୍ପୂର୍ଣ୍ଣ ବ୍ୟଭିଚାରୀ ହୋଇଯାଆନ୍ତି, ସେତେବେଳେ ବାବା ଆସି ଅବ୍ୟଭିଚାରୀ ଜ୍ଞାନ ଦିଅନ୍ତି । ଏହି ଜ୍ଞାନ ଦ୍ୱାରା ସଦଗତି ହେଉଛି, କିନ୍ତୁ ଏହି କଥା ଯେପର୍ଯ୍ୟନ୍ତ ଜଣା ନାହିଁ ସେପର୍ଯ୍ୟନ୍ତ ଭକ୍ତିର ଅହଂକାର ରହୁଛି । ଏକଥା ଜାଣିନାହାନ୍ତି ଯେ ଜ୍ଞାନର ସାଗର ଏକମାତ୍ର ପରମାତ୍ମା ଅଟନ୍ତି । ଭକ୍ତିରେ କେତେ ବେଦ ଶାସ୍ତ୍ର କଣ୍ଠସ୍ଥ କରି ଭାଷଣ ଆଦି କରୁଛନ୍ତି । ଏସବୁ ହେଲା ଭକ୍ତିର ବିସ୍ତାର, ଭକ୍ତିର ଶୋଭା । ବାବା କହୁଛନ୍ତି ଏହା ମୃଗ ତୃଷ୍ଣା ସମାନ ଶୋଭା ଅର୍ଥାତ୍ କ୍ଷଣିକ ସମୟର ଶୋଭା । ସେହି ମୃଗତୃଷ୍ଣା ଦୂରରୁ ଏମିତି ଚମକୁଥାଏ ଯେମିତି ରୂପା ଚମକୁଛି । ହରୀଣକୁ ଶୋଷ ଲାଗିଲେ ସିଏ ସେହି ମୃଗତୃଷ୍ଣା ପଛରେ ଧାଇଁ ଧାଇଁ ଶେଷରେ ନିରାଶ ହୁଏ । ଭକ୍ତି ମଧ୍ୟ ସେହିଭଳି, ଏଥିରେ ସମସ୍ତେ ବାନ୍ଧି ହୋଇ ଯାଇଛନ୍ତି, ଏଥିରୁ ବାହାର କରିବା ପାଇଁ ପିଲାମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଛି । ବିଘ୍ନ ମଧ୍ୟ ଏଥିରେ ବହୁତ ପଡୁଛି କାହିଁକି ନା ବାବା ପବିତ୍ର କରୁଛନ୍ତି । ଦ୍ରୌପଦୀ ମଧ୍ୟ ଡାକିଥିଲା । ବର୍ତ୍ତମାନ ସାରା ଦୁନିଆରେ ସମସ୍ତେ ଦ୍ରୌପଦୀ ଏବଂ ଦୁର୍ଯ୍ୟୋଧନ ଅଟନ୍ତି । କିନ୍ତୁ ତୁମେ ସମସ୍ତେ ହେଉଛ ପାର୍ବତୀ ବର୍ତ୍ତମାନ ତୁମେ ଅମର କଥା ଶୁଣୁଛ । ବାବା ହିଁ ତୁମକୁ ଅମରଲୋକକୁ ନେଇଯିବା ପାଇଁ ଅମର କଥା ଶୁଣାଉଛନ୍ତି । ଏହା ହେଉଛି ମୃତ୍ୟୁଲୋକ । ଏଠାରେ ଅକାଳମୃତ୍ୟୁ ହୋଇ ଚାଲିଛି । ବସୁ ବସୁ ହାର୍ଟଫେଲ୍ ହୋଇଯାଉଛନ୍ତି । ତୁମେ ଡାକ୍ତରଖାନାକୁ ଯାଇ ମଧ୍ୟ ବୁଝାଇପାରିବ ଯେ ଏଠାରେ ତୁମର ଆୟୁଷ ବହୁତ କମ୍, ଏଠାରେ ତୁମେ ବେମାରୀରେ ପଡୁଛ କିନ୍ତୁ ସେଠାରେ (ସତ୍ୟଯୁଗରେ) କୌଣସି ବେମାରୀ ହେବ ନାହିଁ ।

ଭଗବାନୁବାଚ--ନିଜକୁ ଆତ୍ମା ଭାବି, ମୋତେ ମନେ ପକାଅ । ଅନ୍ୟମାନଙ୍କଠାରୁ ମମତ୍ତ୍ୱ ତୁଟାଇଦିଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ପୁଣି ଆଉ କେବେ ବେମାରୀ ହେବ ନାହିଁ, କାଳ ଖାଇବ ନାହିଁ, ଆୟୁଷ ମଧ୍ୟ ଅଧିକ ହେବ । ଏହି ଦେବତାମାନଙ୍କର ଆୟୁଷ ଅଧିକ ଥିଲା ନା । ପୁଣି ସେହି ଅଧିକ ଆୟୁ ସମ୍ପନ୍ନ ଦେବତାମାନେ କେଉଁଆଡେ ଗଲେ ? ତେବେ ପୁନର୍ଜନ୍ମ ନେଇ ନେଇ ସେମାନଙ୍କର ଆୟୁଷ କମ୍ ହୋଇଯାଇଛି । ଏହା ହେଉଛି ଦୁଃଖ ସୁଖର ଖେଳ, ଏହାକୁ କେହି ଜାଣିନାହାଁନ୍ତି । ବିଭିନ୍ନ ପ୍ରକାରର ମେଳା ଆଦି କେତେ ହେଉଛି । କୁମ୍ଭମେଳାକୁ ଅସଂଖ୍ୟ ଲୋକ ସ୍ନାନ କରିବା ପାଇଁ ଯାଉଛନ୍ତି କିନ୍ତୁ ତାହା ଦ୍ୱାରା ଫାଇଦା କିଛି ବି ନାହିଁ । ପ୍ରତ୍ୟେକ ଦିନ ତୁମେ ସ୍ନାନ କରୁଛ, ପାଣି ତ ସାଗରରୁ ହିଁ ସବୁ ସ୍ଥାନକୁ ଯାଉଛି । ସବୁଠାରୁ ଭଲ ହେଉଛି କୂଅର ପାଣି କାରଣ ନଦୀ ଗୁଡିକରେ ତ ଅଳିଆ ଆବର୍ଜନା ପଡୁଛି । କୂଅର ପାଣି ତ ବିଶୁଦ୍ଧ ହୋଇଥାଏ । ତେବେ ସେଥିରେ ସ୍ନାନ କରିଲେ ବହୁତ ଭଲ । ପୂର୍ବରୁ ଏହି ପରମ୍ପରା ଥିଲା, ଏବେ ନଦୀରେ ସ୍ନାନ କରିବାର ପରମ୍ପରା ଚାଲିଛି । ଭକ୍ତିମାର୍ଗରେ ମଧ୍ୟ ସ୍ୱଚ୍ଛତାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏବେ ପରମାତ୍ମାଙ୍କୁ ସମସ୍ତେ ଡାକୁଛନ୍ତି କହୁଛନ୍ତି-- ଆସି ଆମକୁ ସ୍ୱଚ୍ଛ କର । ଗୁରୁ ନାନକ ମଧ୍ୟ ପରମାତ୍ମାଙ୍କର ମହିମା ଗାନ କରିଛନ୍ତି--ମଇଳା ବସ୍ତ୍ର ଅର୍ଥାତ୍ ପତିତ ଶରୀରକୁ ସ୍ୱଚ୍ଛ କର.... ତେବେ ବାବା ଆସି ମଇଳା ବସ୍ତ୍ରକୁ ସ୍ୱଚ୍ଛ କରୁଛନ୍ତି । ଏଠାରେ ବାବା ଆତ୍ମାକୁ ସ୍ୱଚ୍ଛ କରୁଛନ୍ତି । ଦୁନିଆର ମନୁଷ୍ୟମାନେ ଆତ୍ମାକୁ ନିର୍ଲେପ ବୋଲି ଭାବୁଛନ୍ତି । ବାବା କହୁଛନ୍ତି ଏହା ହେଉଛି ରାବଣ ରାଜ୍ୟ, ସୃଷ୍ଟିକୁ ତଳକୁ ଖସିବାର ସମୟ । ଗାୟନ ମଧ୍ୟ ରହିଛି--ଚଢତି କଳା ତେରେ ଭାନେ ସର୍ବ କା ଭଲା ଅର୍ଥାତ୍ ସମସ୍ତଙ୍କର ସଦଗତି ହୋଇଯାଉଛି । ହେ ବାବା, ଆପଣଙ୍କ ଦ୍ୱାରା ସମସ୍ତଙ୍କର ମଙ୍ଗଳ ହେଉଛି । ସତ୍ୟଯୁଗରେ ସମସ୍ତଙ୍କର ମଙ୍ଗଳ ହେଉଛି । ସେଠାରେ ସମସ୍ତେ ଶାନ୍ତିରେ ରୁହନ୍ତି, କାରଣ ସେଠାରେ କେବଳ ଗୋଟିଏ ରାଜ୍ୟ ଥିଲା । ସେହି ସମୟରେ ଅନ୍ୟ ସମସ୍ତେ ଶାନ୍ତିଧାମରେ ରହିଥାନ୍ତି । ମନୁଷ୍ୟ କେତେ ମୁଣ୍ଡ ପିଟୁଛି, ବିଶ୍ୱରେ ଶାନ୍ତି ଆସୁ । ତେବେ ସେମାନଙ୍କୁ ପଚାରଆଗରୁ କେବେ ବିଶ୍ୱରେ ଶାନ୍ତି ଥିଲା ଯାହାକି ଏବେ ମାଗୁଛ ? ସେମାନେ କହୁଛନ୍ତିଏବେ କଳିଯୁଗ ଆହୁରି ୪୦ ହଜାର ବର୍ଷ ପଡିଛି । ତେବେ ମନୁଷ୍ୟ କେତେ ଘୋର ଅନ୍ଧକାରରେ ଅଛନ୍ତି । ସାରା କଳ୍ପର ଆୟୁଷ ୫ ହଜାର ବର୍ଷ ଥିବା ବେଳେ ସେମାନେ କଳିଯୁଗ ଆହୁରି ୪୦ ହଜାର ବର୍ଷ ବାକି ଅଛି ବୋଲି କହୁଛନ୍ତି । ଏଠାରେ ଅନେକ ପ୍ରକାରର ମତ ରହିଛି । ଏବେ ବାବା ଆସି ସତ୍ୟ କଥା କହୁଛନ୍ତି ଯେ ତୁମର ଜନ୍ମ ମଧ୍ୟ ୮୪ ଥର ହେଉଛି । ଯଦି କଳ୍ପ ଲକ୍ଷ ଲକ୍ଷ ବର୍ଷର ହୋଇଥାନ୍ତା ତେବେ ମନୁଷ୍ୟ ପଶୁ ପକ୍ଷୀ ଜନ୍ମ ନିଅନ୍ତେ, କିନ୍ତୁ ଏପରି ନିୟମ ହିଁ ନାହିଁ । ମନୁଷ୍ୟ କେବଳ ୮୪ ଜନ୍ମ ହିଁ ନେଉଛି । ତାର ହିସାବ କିତାବ ମଧ୍ୟ ବାବା ବୁଝାଉଛନ୍ତି । ତେବେ ତୁମକୁ ଏହି ଜ୍ଞାନକୁ ଧାରଣ କରିବାକୁ ହେବ । ଋଷି ମୁନିମାନେ ତ ନେତି-ନେତି କହି ଯାଇଛନ୍ତି ଅର୍ଥାତ୍ ଆମେ ଜାଣିନାହୁଁ ବୋଲି କହିଛନ୍ତି ତେବେ ସେମାନେ ନାସ୍ତିକ ହେଲେ ନା, କିନ୍ତୁ କେହି ତ ଆସ୍ତିକ ଥିବେ । ତେବେ ଦେବତାମାନେ ହେଉଛନ୍ତି ଆସ୍ତିକ ଏବଂ ରାବଣ ରାଜ୍ୟରେ ସମସ୍ତେ ନାସ୍ତିକ । ଜ୍ଞାନ ଦ୍ୱାରା ହିଁ ତୁମେ ଆସ୍ତିକ ହେଉଛ ଯାହା ଫଳରେ ତୁମକୁ ୨୧ ଜନ୍ମର ସମ୍ପତ୍ତି ମିଳିଯାଉଛି । ତେଣୁ ସେଠାରେ ଆଉ ଜ୍ଞାନର ଆବଶ୍ୟକତା ହିଁ ନାହିଁ । ଏବେ ହେଉଛି ପୁରୁଷୋତ୍ତମ ସଂଗମଯୁଗ ଯେବେକି ଆମେ ଉତ୍ତମରୁ ଉତ୍ତମ ପୁରୁଷ ଅର୍ଥାତ୍ ସ୍ୱର୍ଗର ମାଲିକ ହେଉଛୁ । ଏଥିରେ ଯିଏ ଯେତେ ପାଠ ପଢିବେ ସେତେ ଉଚ୍ଚ ପଦ ପ୍ରାପ୍ତ କରିବେ । ଯିଏ ପଢିବ ଲେଖିବ ସିଏ ବିଶ୍ୱର ମାଲିକ ହେବ, ନଚେତ୍ କମ ପଦ ପାଇବ । ତଥାପି ମଧ୍ୟ ତାହା ହେଉଛି ସୁଖର ରାଜ୍ୟ । ଏହା ହେଉଛି ଦୁଃଖର ରାଜ୍ୟ । ଆମେମାନେ ଆସ୍ତିକ ହେଉଛୁ ତେଣୁ ସୁଖରେ ରାଜତ୍ୱ କରୁଛୁ । ପୁଣି ରାବଣ ଆସିବା ଦ୍ୱାରା ନାସ୍ତିକ ହେଉଛ, ତେଣୁ ଦୁଃଖ ମିଳୁଛି । ଭାରତ ଯେତେବେଳେ ଧନବାନ ଥିଲା ସେତେବେଳେ ଅସରନ୍ତି ଧନ ଥିଲା । ସୋମନାଥ ମନ୍ଦିର ଦେଖ କେତେ ସୁନ୍ଦର ଭାବରେ ତିଆରି ହୋଇଛି । ମନ୍ଦିର ତିଆରି କରିବା ପାଇଁ ଯଦି ଏତେ ପଇସା ଥିଲା ତେବେ ନିଜ ପାଖରେ କେତେ ନଥିବ! ତେବେ ଏତେ ସବୁ ପଇସା କେଉଁଠାରୁ ମିଳିଲା ? ଶାସ୍ତ୍ରରେ ଉଲ୍ଲେଖ ଅଛି ସାଗର ରତ୍ନର ଥାଳି ଭରପୂର କରିଦେଇଥିଲା । ତେଣୁ ଏବେ ଜ୍ଞାନର ସାଗର ତୁମକୁ ରତ୍ନର ଥାଳି ଭରପୂର କରିଦେଉଛନ୍ତି । ଏବେ ତୁମର ବୁଦ୍ଧି ରୂପୀ ଝୁଲାମୁଣି ଭରପୂର ହେଉଛି । ଦୁନିଆର ମନୁଷ୍ୟ ଶଙ୍କରଙ୍କ ମୂର୍ତ୍ତୀ ନିକଟରେ ଯାଇ କହୁଛନ୍ତିଆମର ଝୋଲି ଭରିଦିଅ, ସେମାନେ ତ ବାବାଙ୍କୁ ଜାଣି ନାହାଁନ୍ତି । ଏବେ ତୁମେ ଜାଣୁଛ ବାବା ଆମର ଝୁଲା ମୁଣି ଭରପୁର କରୁଛନ୍ତି । ତେଣୁ ଯିଏ ଯେତେ ପାରୁଛ ସେତେ ଭରିଚାଲ । ଯିଏ ଯେତେ ଭଲ ପାଠ ପଢିବେ ତାଙ୍କୁ ସେତେ ଭଲ ବୃତ୍ତି ମିଳିବ । ତୁମେ ଚାହେଁ ଉଚ୍ଚରୁ ଉଚ୍ଚ ଦ୍ୱିମୁକୁଟଧାରୀ ହୁଅ, ଚାହେଁ ଗରୀବ ପ୍ରଜା ବା ଦାସଦାସୀ ହୁଅ । ବହୁତ ପିଲା ଅଛନ୍ତି ଯିଏକି ବାବାଙ୍କୁ ଛାଡି ଚାଲିଯାଉଛନ୍ତି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ବାବା କହୁଛନ୍ତି ମୋର କୌଣସି ଚିନ୍ତା ନାହିଁ । ମୁଁ ତ ଚିନ୍ତାରୁ ମୁକ୍ତ ଅଟେ । ତେଣୁ ତୁମମାନଙ୍କୁ ମଧ୍ୟ ସେହିଭଳି କରୁଛି । ଚିନ୍ତାରୁ ମୁକ୍ତ କରିଲାବାଲା ହେଉଛନ୍ତି ସ୍ୱାମୀ ସତଗୁରୁ...... ସ୍ୱାମୀ ଯିଏକି ସମସ୍ତଙ୍କର ପିତା ଅଟନ୍ତି, ତାଙ୍କୁ ମାଲିକ ମଧ୍ୟ କୁହାଯାଏ । ବାବା କହୁଛନ୍ତି ମୁଁ ହେଉଛି ତୁମର ବେହଦର ଶିକ୍ଷକ । ଭକ୍ତିମାର୍ଗରେ ତୁମେ ଅନେକ ଶିକ୍ଷକଙ୍କଠାରୁ ଅନେକ ବିଦ୍ୟା ଗ୍ରହଣ କରିଛ । କିନ୍ତୁ ବାବା ଏବେ ଯାହା ତୁମକୁ ପଢାଉଛନ୍ତି ତାହା ସବୁଠାରୁ ଅଲଗା ଜ୍ଞାନ । ସିଏ ହେଉଛନ୍ତି ଜ୍ଞାନର ସାଗର, ତାଙ୍କୁ ସର୍ବଜ୍ଞାତା କୁହାଯିବ ନାହିଁ । ଏମିତି ତ ଅନେକ କହୁଛନ୍ତି ଆପଣ ତ ଆମ ମନ ଭିତରର କଥା ଜାଣିଛନ୍ତି । କିନ୍ତୁ ବାବା କହୁଛନ୍ତିମୁଁ କିଛି ଜାଣେ ନାହିଁ । ମୁଁ ତ ତୁମମାନଙ୍କୁ ପାଠ ପଢାଇବା ପାଇଁ ଆସୁଛି, ତୁମେ ଆତ୍ମା ନିଜର ଏହି ଭ୍ରୃକୁଟୀ ସିଂହାସନରେ ବିରାଜମାନ ହୋଇଛ । ମୁଁ ମଧ୍ୟ ଏହି ବ୍ରହ୍ମାଙ୍କ ଭ୍ରୃକୁଟୀ ସିଂହାସନରେ ବିରାଜମାନ ହୋଇଛି । ଆତ୍ମା କେତେ ଛୋଟ ବିନ୍ଦୁ ସ୍ୱରୂପ ଏକଥା କେହି ଜାଣି ହିଁ ନାହାଁନ୍ତି । ସେଥିପାଇଁ ବାବା କହୁଛନ୍ତିପ୍ରଥମେ ଆତ୍ମାକୁ ଜାଣ ତେବେ ବାବାଙ୍କୁ ମଧ୍ୟ ଜାଣିପାରିବ । ବାବା ପ୍ରଥମେ ଆତ୍ମାର ଜ୍ଞାନ ବୁଝାଉଛନ୍ତି । ତାପରେ ନିଜର ପରିଚୟ ଦେଉଛନ୍ତି । ଭକ୍ତିରେ ମନୁଷ୍ୟ ଶାଳଗ୍ରାମ ତିଆରି କରି ତାର ପୂଜା କରନ୍ତି ତାପରେ ଭାଙ୍ଗି ଦିଅନ୍ତି । ବାବା କହୁଛନ୍ତି ଏସବୁ ହେଉଛି କଣ୍ଢେଇମାନଙ୍କର ପୂଜା । ଯିଏ ଏହି ସବୁ କଥାକୁ ଭଲ ଭାବରେ ବୁଝୁଛନ୍ତି ସିଏ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରୁଛନ୍ତି । ବାବା ହେଉଛନ୍ତି କଲ୍ୟାଣକାରୀ ତେଣୁ ପିଲାମାନଙ୍କୁ ମଧ୍ୟ ସେହିଭଳି ହେବାକୁ ପଡିବ । କେହି କେହି ତ ଅନ୍ୟକୁ ବିକାରର ପଙ୍କରୁ ଉଦ୍ଧାର କରୁ-କରୁ ନିଜେ ପଙ୍କରେ ପଡି ମରୁଛନ୍ତି ଅର୍ଥାତ୍ ଅପବିତ୍ର ହୋଇଯାଉଛନ୍ତି । କରିଥିବା ରୋଜଗାରକୁ ସମାପ୍ତ କରିଦେଉଛନ୍ତି ସେଥିପାଇଁ ବାବା କହୁଛନ୍ତି ସାବଧାନ ରୁହ । କାମ ରୂପୀ ଅଗ୍ନିରେ ବସିବା ଦ୍ୱାରା ହିଁ ତୁମେ କଳା (ପତିତ) ହୋଇଯାଇଛ । ତୁମେ ନିଜେ କହୁଛ ଆମେ ହିଁ ଗୋରା (ପବିତ୍ର) ଥିଲୁ ପୁଣି ଆମେ ହିଁ କଳା (ପତିତ) ହୋଇଯାଇଛୁ । ଆମେ ନିଜେ ହିଁ ଦେବତା ଥିଲୁ, ପୁଣି ନିଜେ ତଳକୁ ଖସି ଆସିଛୁ । ନଚେତ୍ ୮୪ ଜନ୍ମ କିଏ ନେଉଛନ୍ତି । ଏହି ହିସାବ ବାବା ବୁଝାଉଛନ୍ତି । ପିଲାମାନଙ୍କୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡୁଛି । ଅଧାକଳ୍ପରୁ ଯେଉଁମାନେ ବିଷୟ ସାଗରରେ ପଡି ରହିଛନ୍ତି ସେଥିରୁ ବାହାରିବା ମାଉସୀ ଘର କଥା ନୁହେଁ । ଯଦି କେହି ଅଳ୍ପ କିଛି ବି ଜ୍ଞାନ ଶୁଣିଥାଆନ୍ତି ତେବେ ତାହାର ବିନାଶ ହୋଇନଥାଏ । ଏହି କଥା ହେଉଛି, ସତ୍ୟ ନାରାୟଣ ହେବାର କଥା, ପୁଣି କେହି କେହି ପ୍ରଜା ମଧ୍ୟ ହେଉଛନ୍ତି । ଯେଉଁମାନେ ଅଳ୍ପ କିଛି ଜ୍ଞାନ ବୁଝି ଚାଲିଯାଉଛନ୍ତି ହୋଇପାରେ ସେମାନେ ପୁଣି ଥରେ ଆସି ବୁଝିବେ । ଶେଷ ସମୟରେ ମନୁଷ୍ୟମାନଙ୍କ ଭିତରେ ବୈରାଗ୍ୟ ଆସିବ । ଯେମିତି ଶ୍ମଶାନରେ ବୈରାଗ୍ୟ ଆସିଥାଏ, ପୁଣି ସେଠାରୁ ବାହାରକୁ ଆସିଲା ପରେ ଭୁଲିଯାନ୍ତି । ତୁମେ ମଧ୍ୟ ଯେତେବେଳେ ଅନ୍ୟକୁ ବୁଝାଉଛ, ସେତେବେଳେ ଭଲ ଭଲ ବୋଲି କହୁଛନ୍ତି, ପୁଣି ବାହାରକୁ ଗଲାପରେ ସବୁ ଭୁଲିଯାଉଛନ୍ତି । କହୁଛନ୍ତି ଏହି କାର୍ଯ୍ୟ ସମାପ୍ତ କରି ଆସିବୁ । ପୁଣି ବାହାରକୁ ଯିବା ପରେ ମାୟା ଭୁଲାଇ ଦେଉଛି । ତେବେ ଏଥିରେ କୋଟିକରୁ କେହି ଜଣେ ଜଣେ ବାହାରୁଛନ୍ତି । ରାଜ୍ୟ ପଦ ପ୍ରାପ୍ତ କରିବାରେ ହିଁ ପରିଶ୍ରମ କରିବାକୁ ପଡୁଛି । ପ୍ରତ୍ୟେକ ନିଜକୁ ପଚାରିବା ଦରକାରମୁଁ ବେହଦ ବାବାଙ୍କୁ କେତେ ମନେ ପକାଉଛି ? କହୁଛନ୍ତି ବାବାଙ୍କର ସ୍ମୃତି ଭୁଲି ହୋଇଯାଉଛି । ଆରେ, ଅଜ୍ଞାନ କାଳରେ କେବେ ଏହିଭଳି କହୁଥିଲ କି ମୁଁ ନିଜର ପିତାଙ୍କୁ ଭୁଲିଯାଉଛି ।

ବାବା କହୁଛନ୍ତି ଚାହେଁ କେତେ ବି ତୋଫାନ ଆସୁ ତୁମକୁ ହଲଚଲ ହେବାର ନାହିଁ । ତୋଫାନ ତ ଆସିବ, କିନ୍ତୁ କର୍ମେନ୍ଦ୍ରିୟ ଦ୍ୱାରା କୌଣସି ଖରାପ କର୍ମ କର ନାହିଁ । କହୁଛନ୍ତିବାବା, ମାୟା ଆମକୁ ଯାଦୁ ଲଗାଇଦେଲା । ସେଥିପାଇଁ ବାବା କହୁଛନ୍ତି-- ମିଠା ମିଠା ପିଲାମାନେ, ମୋତେ ମନେ ପକାଅ ତେବେ ତୁମର କଳଙ୍କି ଛାଡିଯିବ । ଆତ୍ମାରେ କଳଙ୍କି ଲାଗିଛି, ତାହା ବାବାଙ୍କ ସ୍ମୃତି ଦ୍ୱାରା ହିଁ ଛାଡିବ । ବାବା ମଧ୍ୟ ବିନ୍ଦୁ ସ୍ୱରୂପ ଅଟନ୍ତି । ବାବାଙ୍କ ସ୍ମୃତି ବ୍ୟତୀତ ଆଉ କୌଣସି ଉପାୟରେ କଳଙ୍କି ଛାଡି ପାରିବ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଆମେ ସମସ୍ତେ କଲ୍ୟାଣକାରୀ ବାବାଙ୍କର ସନ୍ତାନ ଅଟୁ ସେଥିପାଇଁ ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ଏମିତି କିଛି କୌଣସି କର୍ମ ନ ହେଉ, ଯାହା ଫଳରେ କରିଥିବା ରୋଜଗାର ଶେଷ ହୋଇଯିବ ସେଥିପାଇଁ ସାବଧାନରେ ରହିବାକୁ ହେବ ।

(୨) ଭଲ ଭାବରେ ପାଠ ପଢି ଜ୍ଞାନ ରତ୍ନରେ ନିଜର ବୁଦ୍ଧି ରୂପୀ ଝୁଲା ମୁଣିକୁ ଭରପୂର କରିବାକୁ ହେବ । ପାଠପଢ଼ାରେ ବୃତ୍ତି ପାଇବାର ପୁରୁଷାର୍ଥ କରିବାକୁ ହେବ । ବାବାଙ୍କ ଭଳି ଚିନ୍ତାରୁ ମୁକ୍ତ ବା ନିଶ୍ଚିନ୍ତ ରହିବାକୁ ହେବ ।


ବରଦାନ:-
ବ୍ରାହ୍ମଣ ଜୀବନର ବିଶେଷତାକୁ ନିଜର ସ୍ୱାଭାବିକ ଗୁଣରେ ପରିଣତ କରି ସହଜ ପୁରୁଷାର୍ଥୀ ହୁଅ ।

ବ୍ରାହ୍ମଣ ଜନ୍ମ ମଧ୍ୟ ବିଶେଷ, ବ୍ରାହ୍ମଣ ଧର୍ମ ଏବଂ କର୍ମ ମଧ୍ୟ ବିଶେଷ ଅର୍ଥାତ୍ ସର୍ବଶ୍ରେଷ୍ଠ ଅଟେ, କାରଣ ବ୍ରାହ୍ମଣ ଆତ୍ମା କର୍ମ କରିବାରେ ସାକାର ବ୍ରହ୍ମାବାବାଙ୍କୁ ଅନୁକରଣ କରିଥାନ୍ତି । ତେଣୁ ବ୍ରାହ୍ମଣମାନଙ୍କର ଗୁଣ ବା ସ୍ୱଭାବ ହିଁ ବିଶେଷ ଅଟେ । ସାଧାରଣ ବା ମାୟାବି ସ୍ୱଭାବ ବ୍ରାହ୍ମଣମାନଙ୍କର ସ୍ୱଭାବ ନୁହେଁ । କେବଳ ଏହି କଥା ସ୍ମୃତିରେ ରହୁ ଯେ ମୁଁ ଏକ ବିଶେଷ ଆତ୍ମା । ଏହିଭଳି ସ୍ୱଭାବ ଯେତେବେଳେ ସ୍ୱାଭାବିକ ହୋଇଯିବ ସେତେବେଳେ ବାବାଙ୍କ ସମାନ ହେବା ପାଇଁ ସହଜ ଅନୁଭବ କରିବ । ସ୍ମୃତି ସ୍ୱରୂପ ତଥା ସମର୍ଥ ସ୍ୱରୂପ ହୋଇଯିବଏହା ହିଁ ହେଉଛି ସହଜ ପୁରୁଷାର୍ଥ ।

ସ୍ଲୋଗାନ:-
ପବିତ୍ରତା ଏବଂ ଶାନ୍ତିର କିରଣ ଚାରିଆଡେ ବିଚ୍ଛୁରିତ କରୁଥିବା ଆତ୍ମା ହିଁ ଲାଇଟ୍ ହାଉସ୍ ଅଟନ୍ତି ।