06.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ପୁରୁଣା ଦୁନିଆରେ ଅଳ୍ପକାଳ କ୍ଷଣଭଙ୍ଗୁର ସୁଖ ରହିଛି, ଯାହାକି ସାଥିରେ ଯିବନାହିଁ, ସାଥିରେ ତ କେବଳ ଅବିନାଶୀ ଜ୍ଞାନ ରତ୍ନ ହିଁ ଯିବ ସେଥିପାଇଁ ଅବିନାଶୀ ଧନ ଜମା କରିଚାଲ ।

ପ୍ରଶ୍ନ:-
ବାବାଙ୍କ ପାଠପଢାରେ ତୁମକୁ କେଉଁ ବିଦ୍ୟା ଶିଖାଯାଉ ନାହିଁ ?

ଉତ୍ତର:-
ଭୂତ ବିଦ୍ୟା । କାହାର ସଂକଳ୍ପକୁ ଜାଣିପାରିବା ଏହା ଭୂତ ବିଦ୍ୟା ଅଟେ, ତୁମକୁ ଏହି ବିଦ୍ୟା ଶିଖା ଯାଉନାହିଁ । ବାବା କୌଣସି ଥଟ୍ ରିଡ଼ର ଅର୍ଥାତ୍ ସଂକଳ୍ପକୁ ଜାଣିବାବାଲା ନୁହଁନ୍ତି । ତାଙ୍କୁ ସର୍ବଜ୍ଞାତା କୁହାଯାଏ ଅର୍ଥାତ୍ ସେ ଜ୍ଞାନ ସାଗର ଅଟନ୍ତି । ବାବା ତୁମମାନଙ୍କୁ କେବଳ ଆତ୍ମିକ ପାଠ ପଢାଇବା ପାଇଁ ଆସୁଛନ୍ତି ଯାହା ଦ୍ୱାରା ତୁମକୁ ୨୧ ଜନ୍ମ ପାଇଁ ବିଶ୍ୱର ରାଜତ୍ୱ ମିଳୁଛି ।

ଓମ୍ ଶାନ୍ତି ।
ଭାରତରେ ଭାରତବାସୀମାନେ ଗାୟନ କରିଥାନ୍ତି ଯେ ଆତ୍ମା ଏବଂ ପରମାତ୍ମା ଅଲଗା ରହିଲେ ବହୁତ କାଳ... ଏବେ ସନ୍ତାନମାନେ ଜାଣିଛନ୍ତି ଆମ ଆତ୍ମାମାନଙ୍କର ପିତା ପରମପିତା ପରମାତ୍ମା ଆମକୁ ରାଜଯୋଗର ଶିକ୍ଷା ଦେଉଛନ୍ତି । ନିଜର ପରିଚୟ ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ପରିଚୟ ମଧ୍ୟ ଦେଉଛନ୍ତି । କିନ୍ତୁ କେହି ତ ପକ୍କା ନିଶ୍ଚୟ ବୁଦ୍ଧି ଅଛନ୍ତି, କେହି କମ୍ ବୁଝୁଛନ୍ତି, କ୍ରମାନୁସାରେ ଅଛନ୍ତି ନା । ସନ୍ତାନମାନେ ଜାଣିଛନ୍ତି ଆମେ ଜୀବାତ୍ମାମାନେ ପରମପିତା ପରମାତ୍ମାଙ୍କର ସମ୍ମୁଖରେ ବସିଛୁ । ଲୋକମାନେ କହିଥାନ୍ତି ଆତ୍ମା ପରମାତ୍ମା ଅଲଗା ରହିଲେ ବହୁତ କାଳ । ତେବେ ଆତ୍ମାମାନେ ଯେତେବେଳେ ବ୍ରହ୍ମଲୋକରେ ଥାନ୍ତି ସେତେବେଳେ ଅଲଗା ହେବାର ପ୍ରଶ୍ନ ଉଠୁନାହିଁ । ଏଠାକୁ ଆସି ଯେତେବେଳେ ଜୀବାତ୍ମା ହୁଅନ୍ତି ତେବେ ପରମାତ୍ମା ବାବାଙ୍କଠାରୁ ସମସ୍ତ ଆତ୍ମାମାନେ ଅଲଗା ହୋଇଯାନ୍ତି । ପରମପିତା ପରମାତ୍ମାଙ୍କଠାରୁ ଅଲଗା ହୋଇ ଏଠାକୁ ଅଭିନୟ କରିବାପାଇଁ ଆସୁଛନ୍ତି । ଆଗରୁ ତ ବିନା ଅର୍ଥରେ ଏପରି ଗାୟନ କରୁଥିଲେ । ଏବେ ତ ବାବା ଆସି ବୁଝାଉଛନ୍ତି । ସନ୍ତାନମାନେ ଜାଣିଛନ୍ତି ପରମପିତା ପରମାତ୍ମାଙ୍କଠାରୁ ଆମେ ଅଲଗା ହୋଇ ଏଠାକୁ ଅଭିନୟ କରିବା ପାଇଁ ଆସୁଛୁ । ତୁମେ ହିଁ ପ୍ରଥମେ-ପ୍ରଥମେ ଅଲଗା ହୋଇଛ ତେଣୁ ଶିବବାବା ମଧ୍ୟ ପ୍ରଥମେ ତୁମ ସହିତ ମିଶୁଛନ୍ତି । ତୁମମାନଙ୍କ ପାଇଁ ବାବାଙ୍କୁ ଆସିବାକୁ ପଡ଼ୁଛି । ବାବା କହୁଛନ୍ତି -- କଳ୍ପ ପୂର୍ବରୁ ମଧ୍ୟ ଏହି ସନ୍ତାନମାନଙ୍କୁ ପାଠ ପଢାଇଥିଲି ଯେଉଁମାନେ ସ୍ୱର୍ଗର ମାଲିକ ହୋଇଥିଲେ । ସେ ସମୟରେ ଆଉ କୌଣସି ଭୂଖଣ୍ଡ ନଥିଲା । ସନ୍ତାନମାନେ ଜାଣିଛନ୍ତି ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲୁ ଯାହାକୁ ଦୈବୀ ଧର୍ମ, ଦୈବୀ ରାଜବଂଶୀ ମଧ୍ୟ କହୁଛନ୍ତି । ପ୍ରତ୍ୟେକଙ୍କର ନିଜ ନିଜର ଧର୍ମ ଅଛି । କୁହାଯାଉଛି ଧର୍ମ ହେଉଛି ଶକ୍ତି । ଧର୍ମରେ ତାକତ୍ ରହିଥାଏ । ତୁମେମାନେ ଜାଣିଛ ଏହି ଲକ୍ଷ୍ମୀ-ନାରାୟଣ କେତେ ତାକତ୍ବାନ୍ ଥିଲେ । କିନ୍ତୁ ଭାରତବାସୀ ନିଜର ଧର୍ମକୁ ହିଁ ଜାଣିନାହାଁନ୍ତି । କାହାର ମଧ୍ୟ ବୁଦ୍ଧିରେ ଆସୁନାହିଁ ଯେ ନିଶ୍ଚିତ ଭାବରେ ଭାରତରେ ଏମାନଙ୍କର (ଦେବତାଙ୍କର) ଧର୍ମ ଥିଲା । କିନ୍ତୁ ନିଜ ଧର୍ମକୁ ନ ଜାଣିବା କାରଣରୁ ଧର୍ମ ହୀନ ହୋଇଯାଇଛନ୍ତି । ଧର୍ମରେ ଆସିବାରୁ ତୁମ ଭିତରେ କେତେ ତାକତ୍ ରହୁଛି । ତୁମେ କଳିଯୁଗୀ ପାହାଡକୁ ଉଠାଇ ଗୋଲଡ଼େନ୍ ଏଜେଡ଼୍ ଦୁନିଆର (ସତ୍ୟଯୁଗ) ସ୍ଥାପନା କରିଦେଉଛ । ଭାରତକୁ ସୁନାର ପହାଡ଼ କରିଦେଉଛ । ସେଠାରେ ତ ଖଣିମାନଙ୍କରେ ଢେର ସୁନା ଭରିରହିବ । ସୁନାର ପାହାଡ଼ ଥିବ ତାହା ପୁଣି ଖୋଲିବ । ସୁନାକୁ ତରଳାଇ ସେଥିରେ ଇଟା ତିଆରି ହେବ । ଘର ତ ବଡ଼-ବଡ ଇଟାରେ ହିଁ ତିଆରି ହେବ ନା । ମାୟା ମଛନ୍ଦରର ଖେଳ ମଧ୍ୟ ଦେଖାଉଛନ୍ତି ନା । ତାହା ସବୁ ହେଉଛି କାହାଣୀ । ବାବା କହୁଛନ୍ତି ସେସବୁର ସାରାଂଶ ମୁଁ ତୁମମାନଙ୍କୁ ଶୁଣାଉଛି । ଦେଖାଉଛନ୍ତି ଧ୍ୟାନରେ ଦେଖିଲି ମୁଁ ହୀରା ଲୀଲାର ଝୋଲି ପୂର୍ଣ୍ଣକରି ନେଇଯାଉଛି, ଧ୍ୟାନରୁ ତଳକୁ ଖସିଲେ ତ କିଛି ନାହିଁ । ସେହିପରି ତୁମର ମଧ୍ୟ ହେଉଛି । ଏହାକୁ କୁହାଯାଉଛି ଦିବ୍ୟ ଦୃଷ୍ଟି । ଏଥିରେ କିଛି ନାହିଁ । ନୌଧା ଭକ୍ତି ମଧ୍ୟ ବହୁତ କରୁଛନ୍ତି । ଭକ୍ତିର ମାଳା ଅଲଗା, ଜ୍ଞାନ ମାଳା ଅଲଗା । ରୁଦ୍ରମାଳା ଏବଂ ବିଷ୍ଣୁମାଳା ଅଛି ନା । ତାହା ପୁଣି ହେଉଛି ଭକ୍ତିରମାଳା । ଏବେ ତୁମେ ରାଜତ୍ୱ ପାଇବା ପାଇଁ ପାଠପଢୁଛ । ତୁମର ବୁଦ୍ଧିଯୋଗ ଶିକ୍ଷକ ଏବଂ ରାଜତ୍ୱ ସହିତ ଅଛି । ଯେପରି ଯିଏ କଲେଜ୍ରେ ପାଠ ପଢୁଛନ୍ତି ତ ତାଙ୍କର ବୁଦ୍ଧିଯୋଗ ଶିକ୍ଷକଙ୍କ ସହିତ ରହିଥାଏ । ବାରିଷ୍ଟର ନିଜେ ପାଠପଢାଇ ନିଜ ସମାନ କରିଥାନ୍ତି । ଏହି ବାବା ନିଜେ ତ ହେଉନାହାଁନ୍ତି । ଏହା ହେଉଛି ଏଠାକାର । ଆଶ୍ଚର୍ଯ୍ୟ ତୁମର ଏହା ହେଉଛି ଆଧ୍ୟାତ୍ମିକ ପାଠପଢା । ତୁମର ବୁଦ୍ଧି ଯୋଗ ଶିବବାବାଙ୍କ ସହିତ ଅଛି, ତାଙ୍କୁ ହିଁ ନଜେଲଫୁଲ ଅର୍ଥାତ୍ ଜ୍ଞାନର ସାଗର କୁହାଯାଉଛି । ଜାନୀ- ଜାନନ୍ହାରା ର ଅର୍ଥ ଏହା ନୁହେଁ ଯେ ସେ ସମସ୍ତଙ୍କ ମନକୁ ଜାଣିବେ, ଏହାଙ୍କର ଭିତରେ କଣ ଚିନ୍ତନ ଚାଲୁଛି । ଯେଉଁମାନେ ଥଟ୍ ରିଡ଼ର ସେମାନେ ଏସବୁ ଶୁଣାଇଥାନ୍ତି । ତାହାକୁ ଭୂତବିଦ୍ୟା କୁହାଯାଉଛି । ଏଠାରେ ବାବା, ମନୁଷ୍ୟରୁ ଦେବତା କରିବା ପାଇଁ ପାଠପଢାଉଛନ୍ତି । ଗାୟନ ମଧ୍ୟ ଅଛି ମନୁଷ୍ୟରୁ ଦେବତା... ଏବେ ତୁମେମାନେ ବୁଝି ପାରୁଛ ଆମେ ଏବେ ବ୍ରାହ୍ମଣ ହୋଇଛୁ ପୁଣି ପରବର୍ତ୍ତୀ ଜନ୍ମରେ ଦେବତା ହେବୁ । ଆଦି ସନାତନ ଦେବୀ-ଦେବତାଙ୍କର ହିଁ ଗାୟନ କରାଯାଉଛି । ଶାସ୍ତ୍ରରେ ତ ଢେର କାହାଣୀ ଲେଖିଦେଇଛନ୍ତି । ଏଠାରେ ତ ବାବା ସିଧାସଳଖ ବସି ପାଠ ପଢାଉଛନ୍ତି ।

ଭଗବାନୁବାଚ ଭଗବାନ ହିଁ ଜ୍ଞାନର ସାଗର, ସୁଖର ସାଗର, ଶାନ୍ତିର ସାଗର ଅଟନ୍ତି । ସିଏ ଏବେ ତୁମମାନଙ୍କୁ ବର୍ସା ଦେଉଛନ୍ତି । ଏହି ପାଠପଢା ହେଉଛି ତୁମର ୨୧ ଜନ୍ମ ପାଇଁ । ତେଣୁ କେତେ ଭଲ ଭାବରେ ପଢିବା ଦରକାର । ନୂଆ ଦୁନିଆର ସ୍ଥାପନା ପାଇଁ ଏହି ଆଧ୍ୟାତ୍ମିକ ପାଠପଢା ବାବା ଗୋଟିଏ ଥର ହିଁ ଆସି ପଢାଉଛନ୍ତି । ନୂଆ ଦୁନିଆରେ ଏହି ଦେବୀ-ଦେବତାମାନଙ୍କର ରାଜ୍ୟଥିଲା । ବାବା କହୁଛନ୍ତି ମୁଁ ବ୍ରହ୍ମା ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛି । ଯେତେବେଳେ ଏହି ଧର୍ମ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ଏବେ ଆଉ ସବୁ ଧର୍ମ ଅଛି ସେଥିପାଇଁ ତ୍ରିମୂର୍ତ୍ତି ଚିତ୍ର ଉପରେ ମଧ୍ୟ ତୁମେ ବୁଝାଉଛ ବ୍ରହ୍ମାଙ୍କ ଦ୍ୱାରା ଏବେ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ଯେଉଁ ଧର୍ମ ଏବେ ନାହିଁ । ଗାଉଛନ୍ତି ମଧ୍ୟ ମୁଁ ନିର୍ଗୁଣ ହାର ମୋ ପାଖରେ କୌଣସି ଗୁଣ ନାହିଁ, ଆପେହୀ ତରସ ପରୋଇ...କହୁଛନ୍ତି ଆମ ପାଖରେ କିଛି ଗୁଣ ନାହିଁ ତେବେ ବୁଦ୍ଧି ପରମପିତାଙ୍କ ଆଡ଼କୁ ହିଁ ଯାଉଛି , ତାଙ୍କୁ ହିଁ ଦୟାରସାଗର କୁହାଯାଉଛି । ବାବା ଆସିଛନ୍ତି ସନ୍ତାନମାନଙ୍କର ସମସ୍ତ ଦୁଃଖକୁ ସମାସ୍ତ କରି ୧୦୦ ଶତକଡ଼ା ସୁଖ ଦେବା ପାଇଁ । କେତେ ଦୟା କରୁଛନ୍ତି । ତୁମେ ଭାବୁଛ ଆମେ ବାବାଙ୍କ ପାଖକୁ ଆସିଛୁ ତେଣୁ ବାବାଙ୍କ ଠାରୁ ସଂପୂର୍ଣ୍ଣ ସୁଖ ନେବାକୁ ହେବ । ତାହା ହେଉଛି ସୁଖଧାମ, ଏହା ହେଉଛି ଦୁଃଖ ଧାମ । ଏହି ଚକ୍ରକୁ ମଧ୍ୟ ଭଲ ଭାବରେ ବୁଝିବାକୁ ହେବ । ଶାନ୍ତିଧାମ, ସୁଖଧାମକୁ ମନେ ପକାଅ ତେବେ ଅନ୍ତମତି ସୋଗତି (ଅନ୍ତିମ ସ୍ମୃତି ଅନୁସାରେ ଜନ୍ମ) ହୋଇଯିବ । ଶାନ୍ତିଧାମକୁ ମନେ ପକାଇଲେ ନିଶ୍ଚୟ ଶରୀର ଛାଡ଼ିବାକୁ ପଡ଼ିବ ତେବେ ତ ଆତ୍ମାମାନେ ଶାନ୍ତିଧାମକୁ ଯାଇପାରିବେ । ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାର ସ୍ମୃତି ନ ଆସୁ । ଏକଦମ୍ ବୁଦ୍ଧିର ଲାଇନ କ୍ଲିୟର (ସ୍ୱଚ୍ଛ) ହେବା ଆବଶ୍ୟକ । ଏକମାତ୍ର ବାବାଙ୍କୁ ମନେ ପକାଇଲେ ଭିତରେ ଖୁସିର ପାରଦ ଚଢିଥାଏ । ଏହି ପୁରୁଣା ଦୁନିଆରେ ତ ଅଳ୍ପକାଳ କ୍ଷଣ ଭଙ୍ଗୁର ସୁଖ ଅଛି । ଏହା ସାଥିରେ ଯାଇପାରିବ ନାହିଁ । ସାଥିରେ ତ ଅବିନାଶୀ ଜ୍ଞାନରତ୍ନ ହିଁ ଯିବ ଅର୍ଥାତ୍ ଏହି ଜ୍ଞାନ ରତ୍ନର ଆୟ ହିଁ ସାଥିରେ ଯିବ ଯାହାକୁ ପୁଣି ତୁମେ ୨୧ ଜନ୍ମ ପ୍ରାଲବ୍ଧ ରୂପରେ ଭୋଗ କରିବ । ହିଁ, ବିନାଶୀ ଧନ ମଧ୍ୟ ତାଙ୍କ ସହିତ ଯିବ ଯେଉଁମାନେ ବାବାଙ୍କୁ ସାହାଯ୍ୟ କରୁଛନ୍ତି । ବାବା ଆମର ଏହି କଉଡ଼ିକୁ ନିଅନ୍ତୁ ସେଠାରେ ମହଲ ଦେବେ । ବାବା କଉଡ଼ି ବଦଳରେ କେତେ ରତ୍ନ ଦେଉଛନ୍ତି । ଯେପରି ଆମେରିକାନ୍ ଲୋକମାନେ, ବହୁତ ପଇସା ଖର୍ଚ୍ଚକରି ପୁରୁଣା ଜିନିଷ ସବୁ କିଣୁଛନ୍ତି । ମନୁଷ୍ୟ ପୁରୁଣା ଜିନିଷର ବହୁତ ଦାମ୍ ନେଇ ଯାଉଛନ୍ତି । ଆମେରିକାନ୍ ଲୋକଙ୍କ ଠାରୁ ପଇସାଟିଏର ଜିନିଷକୁ ହଜାରେ ଟଙ୍କାରେ ନେଇଯିବେ । ବାବା ମଧ୍ୟ କେତେ ଭଲ ଗ୍ରାହକ ଅଟନ୍ତି ନା ଭୋଳାନାଥ ବୋଲି ଗାୟନ କରାଯାଇଛି । ମନୁଷ୍ୟମାନଙ୍କୁ ଏକଥା ମଧ୍ୟ ଜଣାନାହିଁ । ସେମାନେ ଶିବ-ଶଙ୍କରଙ୍କୁ ଏକ୍ କହିଦେଉଛନ୍ତି । ତାଙ୍କ (ଶଙ୍କରଙ୍କ) ପାଇଁ କହୁଛନ୍ତି ଭରିଦିଅ ଝୋଲି । ଏବେ ତୁମେମାନେ ବୁଝୁଛ ଆମକୁ ଜ୍ଞାନରତ୍ନ ମିଳୁଛି, ଯାହା ଦ୍ୱାରା ଆମର ଝୋଲି ପୂର୍ଣ୍ଣ ହେଉଛି । ଇଏ ହେଉଛନ୍ତି ବେହଦର ବାବା । ସେମାନେ ପୁଣି ଶଙ୍କରଙ୍କ ପାଇଁ କହି ଦେଉଛନ୍ତି ଏବଂ ପୁଣି ଦେଖାଉଛନ୍ତି ଧତୁରା ( ଅଫିମ) ଖାଉଥିଲେ, ଭାଙ୍ଗ ପିଉଥିଲେ । କଣ-କଣ କଥା ବସି ତିଆରି କରିଛନ୍ତି ! ତୁମେମାନେ ଏବେ ସଦ୍ଗତି ପାଇଁ ପାଠ ପଢୁଛ । ଏହି ପାଠପଢା ହେଉଛି ପୂରାପୂରି ଶାନ୍ତିରେ ରହିବାପାଇଁ । ଏହିସବୁ ବତୀ ଆଦି ଯାହା ଜଳାଉଛ, ସୋ କରୁଛ, ତାହା ମଧ୍ୟ ଏଥିପାଇଁ ଯେ ମନୁଷ୍ୟ ଆସି ପଚାରିବେ ଆପଣ ଶିବଜୟନ୍ତୀ ଏତେ ଆଡମ୍ବରର ସହିତ କାହିଁକି ପାଳନ କରୁଛନ୍ତି ? ଶିବ ହିଁ ଭାରତକୁ ଧନ୍ବାନ୍ କରୁଛନ୍ତି ନା । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ସ୍ୱର୍ଗର ମାଲିକ କିଏ କରିଲେ ଏକଥା ତୁମେ ଜାଣିଛ । ଲକ୍ଷ୍ମୀ ନାରାୟଣ ପୂର୍ବ ଜନ୍ମରେ କିଏ ଥିଲେ ? ପୂର୍ବ ଜନ୍ମରେ ଜଗତ ଅମ୍ବା ଜ୍ଞାନ-ଜ୍ଞାନେଶ୍ୱରୀ ଥିଲେ ଯିଏ ପୁଣି ରାଜ-ରାଜେଶ୍ୱରୀ ହେଉଛନ୍ତି । ତେବେ ପଦ କାହାର ବଡ଼ ? ଦେଖିବାକୁ ଗଲେ ତ ଇଏ (ଲକ୍ଷ୍ମୀ) ସ୍ୱର୍ଗର ମାଲିକ । ଜଗଦମ୍ବା କେଉଁଠିକାର ଥିଲେ ? ଏହାଙ୍କ ପାଖକୁ କାହିଁକି ଯାଉଛନ୍ତି ? ବ୍ରହ୍ମାଙ୍କୁ ମଧ୍ୟ ୧୦୦ ଭୂଜାଧାରୀ, ୨୦୦ ଭୂଜାଧାରୀ, ୧୦୦୦ ଭୂଜାଧାରୀ ଦେଖାଉଛନ୍ତି ନା । ତେବେ ଯେତେ ସନ୍ତାନ ହେଉଛନ୍ତି, ସେତେ ଭୂଜା ବଢିଚାଲିଛି । ଜଗତ୍ଅମ୍ବାଙ୍କୁ ମଧ୍ୟ ଲକ୍ଷ୍ମୀଙ୍କ ଠାରୁ ଅଧିକ ଭୂଜା ଦେଖାଇଛନ୍ତି । ତାଙ୍କ ପାଖକୁ ଯାଇ ସବୁକିଛି ମାଗୁଛନ୍ତି । ବହୁତ ଆଶା ନେଇ ଯାଉଛନ୍ତି ସନ୍ତାନ ଦରକାର, ଏହା ଦରକାର... ଲକ୍ଷ୍ମୀଙ୍କ ପାଖକୁ କେବେ ଏପରି ଆଶା ନେଇଯିବେ ନାହିଁ । ସେ କେବଳ ଧନବାନ ଅଟନ୍ତି । ଜଗତଅମ୍ବାଙ୍କ ଠାରୁ ସ୍ୱର୍ଗର ବାଦଶାହୀ ମିଳୁଛି । ଏକଥା ମଧ୍ୟ କାହାକୁ ଜଣାନାହିଁ ଯେ ଜଗଦଅମ୍ବାଙ୍କୁ କଣ ମାଗିବା ଦରକାର ? ଏହା ପାଠପଢା ଅଟେ ନା । ଜଗତଅମ୍ବା କଣ ପଢାଉଛନ୍ତି ? ରାଜଯୋଗର ପାଠ । ଏହାକୁ ହିଁ କୁହାଯାଉଛି ବୁଦ୍ଧିଯୋଗ । ତୁମର ଅନ୍ୟ ସବୁ ଆଡ଼ୁ ବୁଦ୍ଧି ବାହାରି ଆସି ଏକମାତ୍ର ବାବାଙ୍କ ସହିତ ଲାଗିଯାଉଛି । ବୁଦ୍ଧି ତ ଅନେକ ଆଡ଼କୁ ଦୌଡୁଛି ନା । ଏବେ ବାବା କହୁଛନ୍ତି ମୋ ସହିତ ବୁଦ୍ଧିଯୋଗ ଲଗାଅ, ନହେଲେ ବିକର୍ମ ବିନାଶ ହେବ ନାହିଁ । ସେଥିପାଇଁ ବାବା ଫଟୋ ରଖିବା ପାଇଁ ମଧ୍ୟ ମନା କରୁଛନ୍ତି । ଏହା ତ ଏହାଙ୍କର (ବ୍ରହ୍ମାଙ୍କର) ଦେହ ଅଟେ ନା । ବାବା ନିଜେ ଦଲାଲ ହୋଇ କହୁଛନ୍ତି ଏବେ ତୁମର ହସ୍ତଗଣ୍ଠି (ବିକାରୀ ସମ୍ବନ୍ଧ) ରଦ୍ଦ ହେଲା । କାମ ଚିତାରୁ ଉଠି ଏବେ ଜ୍ଞାନ ଚିତା (ଅଗ୍ନି) ଉପରେ ବସ । କାମ ଚିତାରୁ ଉଠ । ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହେବ । ଆଉ କୌଣସି ମନୁଷ୍ୟ ଏପରି କହିପାରିବେ ନାହିଁ । ମନୁଷ୍ୟଙ୍କୁ ଭଗବାନ ମଧ୍ୟ କୁହାଯାଇପାରିବ ନାହିଁ । ତୁମେମାନେ ଜାଣିଛ ବାବା ହିଁ ପତିତ ପାବନ । ସେ ହିଁ ଆସି କାମ ଚିତାରୁ ଉଠାଇ ଜ୍ଞାନ ଚିତା ଉପରେ ବସାଉଛନ୍ତି । ସେ ହେଉଛନ୍ତି ଆତ୍ମିକ ପିତା । ସେ ୟାଙ୍କ ଭିତରେ ପ୍ରବେଶ କରି କହୁଛନ୍ତି ତୁମେ ମଧ୍ୟ ଆତ୍ମା ଅଟ, ଏହିକଥା ଅନ୍ୟମାନଙ୍କୁ ମଧ୍ୟ ବୁଝାଅ । ବାବା କହୁଛନ୍ତି ମନମନାଭବ । ମନମନାଭବ ରହିଲେ ସବୁ ସ୍ମୃତିରେ ଆସିଯିବ । ଏହି ପୁରୁଣା ଦୁନିଆର ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ । ବାବା ବୁଝାଉଛନ୍ତି ଏହା ହେଉଛି ମହାଭାରୀ ମହାଭାରତ ଲଢେଇ । କହିବେ ଲଢେଇ ତ ବିଲାତରେ ମଧ୍ୟ ହେଉଛି ପୁଣି ଏହାକୁ ମହାଭାରତ ଲଢେଇ କାହିଁକି କହୁଛନ୍ତି ? ତେବେ ଭାରତରେ ହିଁ ଯଜ୍ଞ ରଚନା ହୋଇଛି । ଏଥିରୁ ହିଁ ବିନାଶର ଜ୍ୱାଳା ବାହାରିଛି । ତୁମ ପାଇଁ ନୂଆଦୁନିଆ ଦରକାର ତେଣୁ ଅମୃତ ସନ୍ତାନଗଣ ଏହି ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବା ଦରକାର । ଏହି ଲଢେଇର ମୂଳ ଏହିଠାରୁ ହିଁ ବାହାରିଛି । ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ମହାଭାରୀ ଲଢେଇ, ବିନାଶ ଜ୍ୱଳା ପ୍ରଜ୍ୱଳିତ ହୋଇଛି । ଯଦିଓ ଶାସ୍ତ୍ରରେ ଲେଖାଯାଇଛି କିନ୍ତୁ ଏକଥା କିଏ କହିଛନ୍ତି ତାହା ଜଣିନାହାଁନ୍ତି । ଏବେ ବାବା ନୂଆ ଦୁନିଆ ପାଇଁ ବୁଝାଉଛନ୍ତି । ଏବେ ତୁମେ ରାଜତ୍ୱ ନେବ, ଦେବୀ-ଦେବତା ହେବ, ତେଣୁ ତୁମର ରାଜ୍ୟରେ ଅନ୍ୟ କେହି ମଧ୍ୟ ରହିବା ଉଚିତ୍ ନୁହେଁ । ଆସୁରୀ ଦୁନିଆ ବିନାଶ ହେବ । ଏକଥା ବୁଦ୍ଧିରେ ମନେ ରହିବା ଉଚିତ୍ କାଲି ଆମେ ରାଜ୍ୟ କରିଥିଲୁ । ବାବା ରାଜତ୍ୱ ଦେଇଥିଲେ ପୁଣି ୮୪ ଜନ୍ମ ନେଇ ଆସିଛ । ଏବେ ପୁଣି ବାବା ଆସିଛିନ୍ତି । ତୁମମାନଙ୍କ ଭିତରେ ଏହି ଜ୍ଞାନ ତ ଅଛି ନା । ବାବା ଏହି ଜ୍ଞାନ ଦେଇଛନ୍ତି । ଯେତେବେଳେ ଦୈବୀ ଧର୍ମର ସ୍ଥାପନା ହେଉଛି ବାକି ସଂପୂର୍ଣ୍ଣ ଆସୁରୀ ଦୁନିଆର ବିନାଶ ହେଉଛି । ଏହି କଥା ବାବା ବସି ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ବ୍ରହ୍ମା ମଧ୍ୟ ଶିବଙ୍କର ସନ୍ତାନ, ବିଷ୍ଣୁଙ୍କର ରହସ୍ୟକୁ ମଧ୍ୟ ବୁଝାଉଛନ୍ତି ଯେ ସିଏ ବ୍ରହ୍ମା ରୁ ବିଷ୍ଣୁ, ବିଷ୍ଣୁ ରୁ ବ୍ରହ୍ମା ହୋଇଥାନ୍ତି ଏବେ ତୁମେ ବୁଝିଯାଇଛ ଆମେ ବ୍ରାହ୍ମଣ ଅଛୁ ପୁଣି ଦେବତା ହେବୁ ପୁଣି ୮୪ ଜନ୍ମ ନେବୁ । ଏହି ଜ୍ଞାନର ଦାତା ଏକମାତ୍ର ବାବା ଅଟନ୍ତି ତେବେ ପୁଣି କୌଣସି ମନୁଷ୍ୟଠାରୁ କିପରି ଏହି ଜ୍ଞାନ ମିଳିପାରିବ ? ଏହା ସଂପୂର୍ଣ୍ଣ ବୁଦ୍ଧିର କଥା । ବାବା କହୁଛନ୍ତି ଯେ ଅନ୍ୟ ସବୁ ଆଡ଼ୁ ନିଜର ବୁଦ୍ଧିଯୋଗ ହଟେଇ ଦିଅ । ବୁଦ୍ଧି ହିଁ ବିଗୁଡ଼ୁଛି । ବାବା କହୁଛନ୍ତି ଯେ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ । ଚାହେଁ ଗୃହସ୍ଥ ବ୍ୟବହାରରେ ରୁହ, ଲକ୍ଷ୍ୟ ତ ସମ୍ମୁଖରେ ଅଛି । ଜାଣିଛ ଆମେ ପାଠପଢି ଏପରି ହେବୁ । ତୁମର ପାଠପଢା ହେଉଛି ସଙ୍ଗଗଯୁଗର । ଏବେ ତୁମେ ନା ଏପାର୍ଶ୍ଵରେ, ନା ସେପାର୍ଶ୍ଵରେ ଅଛ । ତୁମେ ବାହାରେ ଅଛ । ବାବାଙ୍କୁ ନାଉରିଆ ମଧ୍ୟ କହୁଛନ୍ତି, ଗାୟନ ମଧ୍ୟ କରୁଛନ୍ତି ଆମ ଡ଼ଙ୍ଗାକୁ ପାରି କରିଦିଅ । ଏହା ଉପରେ ଗୋଟିଏ କାହାଣୀ ମଧ୍ୟ ତିଆରି କରାଯାଇଛି । କେହି ଚାଲୁଛନ୍ତି, କେହି ରହିଯାଉଛନ୍ତି । ଏବେ ବାବା କହୁଛନ୍ତି ମୁଁ ଏହି ବ୍ରହ୍ମାଙ୍କ ମୁଖ ଦ୍ୱାରା ଶୁଣାଉଛି । ବ୍ରହ୍ମା କେଉଁଠାରୁ ଆସିଲେ ? ପ୍ରଜାପିତା ତ ନିଶ୍ଚୟ ଏହିଠାରେ ଆବଶ୍ୟକ ନା । ମୁଁ ଏହାଙ୍କୁ ପୋଷ୍ୟ କରୁଛି, ଏହାଙ୍କର ନାମ ମଧ୍ୟ ରଖୁଛି । ତୁମେ ମଧ୍ୟ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ଅଟ, ଯେଉଁମାନେ କଳିଯୁଗର ଅନ୍ତିମ ସମୟରେ ଅଛନ୍ତି, ସେମାନେ ପୁଣି ସତ୍ୟଯୁଗ ଆରମ୍ଭରେ ଆସିବ । ତୁମେ ହିଁ ପ୍ରଥମେ-ପ୍ରଥମେ ବାବାଙ୍କ ଠାରୁ ଅଲଗା ହୋଇ ଅଭିନୟ କରିବାପାଇଁ ଆସିଛ । ଆମମାନଙ୍କ ଭିତରେ ମଧ୍ୟ ସମସ୍ତଙ୍କୁ ତ କୁହାଯିବ ନାହିଁ ନା । ଏହା ମଧ୍ୟ ଜଣାପଡ଼ିଯିବ କିଏ ସଂପୂର୍ଣ୍ଣ ୮୪ ଜନ୍ମ ନେଉଛନ୍ତି! ଏହି ଲକ୍ଷ୍ମୀ-ନାରାୟଣଙ୍କର ତ ଗ୍ୟାରେଣ୍ଟି ଅଛି । ଏହାଙ୍କ ପାଇଁ ହିଁ ଗାୟନ କରାଯାଇଛି ଶ୍ୟାମ ସୁନ୍ଦର । ଦେବୀ-ଦେବତାମାନେ ସୁନ୍ଦର ଥିଲେ । ଶ୍ୟାମଳରୁ ସୁନ୍ଦର ହୋଇଥିଲେ । ଗାଁଉଲି ପିଲାରୁ ପରିବର୍ତ୍ତନ ହୋଇ ସୁନ୍ଦର ହୋଇଯାନ୍ତି । ବର୍ତ୍ତମାନ ସମସ୍ତେ ଗାଁର ବାଳକ-ବାଳିକା ଅଟନ୍ତି । ଏହା ହେଉଛି ବେହଦର କଥା । ଏସବୁ କଥା କେହି ଜାଣିନାହାଁନ୍ତି । ଏଠାରେ କେତେ ଭଲ ଭଲ ଜ୍ଞାନଯୁକ୍ତ କଥା କୁହାଯାଉଛି । ପ୍ରତ୍ୟେକଙ୍କର ସର୍ଜନ (ଡାକ୍ତର) କେବଳ ଜଣେ ହିଁ ଅଟନ୍ତି । ଇଏ ହେଉଛନ୍ତି ଅବିନାଶୀ ସର୍ଜନ ।

ଯୋଗକୁ ଅଗ୍ନି କୁହାଯାଉଛି । କାହିଁକିନା ଯୋଗ ଦ୍ୱାରା ହିଁ ଆତ୍ମାର ମଇଳା ସଫା ହେବ । ଯୋଗ ଅଗ୍ନି ଦ୍ୱାରା ତମୋପ୍ରଧାନ ଆତ୍ମା ସତ୍ତ୍ୱପ୍ରଧାନ ହେଉଛି । ଯଦି ନିଆଁ ଥଣ୍ଡା ହେବ ତେବେ ଖାଦ ବାହାରିବ ନାହିଁ । ଯୋଗକୁ ଯୋଗ ଅଗ୍ନି କୁହାଯାଉଛି । ଯାହା ଦ୍ୱାରା ବିକର୍ମ ବିନାଶ ହେଉଛି । ତେଣୁ ବାବା କହୁଛନ୍ତି ତୁମକୁ କେତେ ବୁଝାଉଛି । କିନ୍ତୁ ଧାରଣା ହେଲେ ତ । ଆଚ୍ଛା ମନମନାଭବ । ଏଥିରେ ତ ଥକିବା ଉଚିତ୍ ନୁହେଁ ନା । କିନ୍ତୁ ବାବାଙ୍କୁ ମନେ ପକାଇବା ପାଇଁ ମଧ୍ୟ ଭୁଲିଯାଉଛନ୍ତି । ଏହି ପତିମାନଙ୍କର ପତି ଜ୍ଞାନ ଦ୍ୱାରା ତୁମର କେତେ ଶୃଙ୍ଗାର କରୁଛନ୍ତି । ନିରାକାର ବାବା କହୁଛନ୍ତି ଅନ୍ୟ ସମସ୍ତଙ୍କଠାରୁ ବୁଦ୍ଧିଯୋଗ ତୁଟେଇ ନିଜର ପିତାଙ୍କୁ ମନେ ପକାଅ । ସମସ୍ତଙ୍କର ବାବା କେବଳ ଜଣେ ଅଟନ୍ତି । ତୁମର ଏବେ ଉନ୍ନତିକଳା ହେଉଛି । କହୁଛନ୍ତି ନା ତୁମର ମଙ୍ଗଳରେ ସମସ୍ତଙ୍କର ମଙ୍ଗଳ ନିହିତ । ବାବା ଆସିଛନ୍ତି ସମସ୍ତଙ୍କର ଭଲ କରିବା ପାଇଁ । ରାବଣ ତ ସମସ୍ତଙ୍କୁ ଦୁର୍ଗତିକୁ ନେଇଯାଉଛି, ରାମ ସମସ୍ତଙ୍କୁ ସଦ୍ଗତିକୁ ନେଇଯାଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କର ସ୍ମୃତି ଦ୍ୱାରା ଅପାର ସୁଖର ଅନୁଭବ କରିବାପାଇଁ ବୁଦ୍ଧିର ଲାଇନ୍ କ୍ଲିୟର ଅର୍ଥାତ୍ ସ୍ୱଚ୍ଛ ରହିବା ଦରକାର । ତୁମମାନଙ୍କର ଯୋଗ ଯେତେବେଳେ ଅଗ୍ନିର ରୂପ ଧାରଣ କରିବ ସେତେବେଳେ ହିଁ ଆତ୍ମା ସତ୍ତ୍ୱପ୍ରଧାନ ହୋଇପାରିବ ।

(୨) ବାବା ତୁମକୁ କଉଡ଼ି ବଦଳରେ ରତ୍ନ ଦେଉଛନ୍ତି । ଏହିଭଳି ଭୋଳାନାଥ ବାବାଙ୍କ ଠାରୁ ନିଜର ଭାଗ୍ୟ ରୂପୀ ଝୁଲା ମୁଣିକୁ ଭରପୁର କରିବାକୁ ହେବ । ଶାନ୍ତିରେ ରହିବାର ପାଠପଢି ସଦ୍ଗତିକୁ ପ୍ରାପ୍ତ କରିବାକୁ ହେବ ।

ବରଦାନ:-
ତିନି ପ୍ରକାରର ବିଜୟର ପଦକ ପ୍ରାପ୍ତ କରି ସଦା ବିଜୟୀ ହୁଅ ।

ବିଜୟ ମାଳାରେ ଉଚ୍ଚ ନମ୍ବର ପ୍ରାପ୍ତ କରିବା ପାଇଁ ପ୍ରଥମେ ନିଜ ଉପରେ ବିଜୟୀ, ତାପରେ ସମସ୍ତଙ୍କ ଉପରେ ବିଜୟୀ ଏବଂ ପ୍ରକୃତି ଉପରେ ମଧ୍ୟ ବିଜୟୀ ହୁଅ । ଯେତେବେଳେ ତୁମକୁ ଏହି ତିନି ପ୍ରକାରର ବିଜୟର ପଦକ ପ୍ରାପ୍ତ ହୋଇଯିବ ସେତେବେଳେ ଯାଇ ବିଜୟ ମାଳାର ଦାନା ହୋଇପାରିବ । ସ୍ୱଉପରେ ବିଜୟୀ ହେବା ଅର୍ଥାତ୍ ନିଜର ବ୍ୟର୍ଥ ଭାବନା ଏବଂ ବ୍ୟର୍ଥ ଚାଲିଚଳଣକୁ ଶ୍ରେଷ୍ଠ ଭାବନା ଏବଂ ଶୁଭଭାବନା ଦ୍ୱାରା ପରିବର୍ତ୍ତନ କରିବା । ଯେଉଁମାନେ ଏହିଭଳି ନିଜ ଉପରେ ବିଜୟୀ ହୋଇଥାନ୍ତି ସେହିମାନେ ହିଁ ଅନ୍ୟମାନଙ୍କ ଉପରେ ବିଜୟ ପ୍ରାପ୍ତ କରିନିଅନ୍ତି । ତେବେ ପ୍ରକୃତି ଉପରେ ବିଜୟ ପ୍ରାପ୍ତ କରିବା ଅର୍ଥାତ୍ ବାୟମୁଣ୍ଡଳ ଉପରେ ଏବଂ ଅଶୁଦ୍ଧ ବିଚାର ଉପରେ ତଥା ସ୍ଥୂଳ ପ୍ରକୃତିର ସମସ୍ୟା ଗୁଡିକ ଉପରେ ବିଜୟୀ ହେବ ।

ସ୍ଲୋଗାନ:-
ନିଜର କର୍ମେନ୍ଦ୍ରିୟମାନଙ୍କ ଉପରେ ପୂର୍ଣ୍ଣ ରୂପରେ ରାଜ୍ୟ କରୁଥିବା ଆତ୍ମାମାନେ ହିଁ ସଚ୍ଚା ରାଜଯୋଗୀ ଅଟନ୍ତି ।