06.04.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏବେ ଘରକୁ ଫେରିବାର ଅଛି, ସେଥିପାଇଁ ଦେହଭାନକୁ ଭୂଲି ନିଜକୁ ଅଶରୀରୀ ଆତ୍ମା ଭାବ, ସମସ୍ତଙ୍କଠାରୁ ମମତ୍ତ୍ୱ ତୁଟାଇ ଦିଅ

ପ୍ରଶ୍ନ:-
ସଙ୍ଗମଯୁଗରେ ତୁମେମାନେ ବାପାଙ୍କଠାରୁ କେଉଁ ବୁଦ୍ଧି ଶିଖୁଛ?

ଉତ୍ତର:-
ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କିପରି ହେବୁ, ନିଜର ଭାଗ୍ୟ କିପରି ଶ୍ରେଷ୍ଠ ବନାଇବୁ, ଏହି ବୁଦ୍ଧି ଏବେ ହିଁ ତୁମେ ଶିଖୁଛ । ଯିଏ ଯେତେ ଯୋଗଯୁକ୍ତ ଏବଂ ଜ୍ଞାନ ଯୁକ୍ତ ହୋଇଛନ୍ତି, ତାଙ୍କର ସେତିକି ଉନ୍ନତି ହୋଇଥାଏ । ଉନ୍ନତି କରୁଥିବା ସନ୍ତାନ କେବେ ବି ଲୁଚି ରହିପାରିବେ ନାହିଁ । ବାବା ପ୍ରତ୍ୟେକ ପିଲାମାନଙ୍କର ଚାଲି-ଚଳନରୁ ବୁଝୁଛନ୍ତି କି କେଉଁ ସନ୍ତାନ ନିଜର ଉଚ୍ଚ ଭାଗ୍ୟ ବନାଉଛନ୍ତି ।

ଗୀତ:-
ମରନା ତେରୀ ଗଲି ମେଁ...

ଓମ୍ ଶାନ୍ତି ।
ସବୁ ପିଲାମାନେ ଏହି ଗୀତ ଶୁଣିଲେ । ପିଲାମାନେ କହିବା ଦ୍ୱାରା ସବୁ ସେଣ୍ଟରର ପିଲାମାନେ ଜାଣି ଯାଆନ୍ତି ଯେ ବାବା, ଆମ ବ୍ରାହ୍ମଣ ସନ୍ତାନମାନଙ୍କ ପାଇଁ କହୁଛନ୍ତି ଯେ ପିଲାମାନେ ଏହି ଗୀତ ଶୁଣିଲ - ଏହାର ଅର୍ଥ ବଞ୍ଚି ଥାଉ-ଥାଉ ବାବାଙ୍କ ଗଳାର ହାର ହେବା ଅର୍ଥାତ୍ ମୂଳବତନକୁ ଯାଇ ବାବାଙ୍କ ଘରେ ରହିବା । ତାହା ଶିବବାବାଙ୍କ ଘର ଅଟେ ନା, ଯେଉଁଠି ସବୁ ଶାଳିଗ୍ରାମମାନେ ରହୁଛନ୍ତି । ସନ୍ତାନମାନେ, ବ୍ରାହ୍ମାଣକୁଳ ଭୂଷଣ, ସ୍ୱଦର୍ଶନ ଚକ୍ରଧାରୀ ଜାଣିଛନ୍ତି ଯେ ବାସ୍ତବରେ ସେହି ବାବା ଆସିଛନ୍ତି । କହୁଛନ୍ତି - ଏବେ ତୁମକୁ ଅଶରୀରୀ ହେବାର ଅଛି ଅର୍ଥାତ୍ ଦେହର ଅଭିମାନକୁ ଭୂଲିବାର ଅଛି । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ଏହି ଶରୀର ତ ସମସ୍ତଙ୍କୁ ଛାଡିବାର ଅଛି କାହିଁକିନା ଏହି ଦୁନିଆ ହିଁ ବିନାଶ ହେବାର ଅଛି । ତେଣୁ ଏବେ ଘରକୁ ଫେରିବାକୁ ହେବ । ସବୁ ସନ୍ତାନମାନେ ଏବେ ଖୁସି ହେଉଛନ୍ତି କାହିଁକି ନା ଅଧାକଳ୍ପ ଘରକୁ ଯିବା ପାଇଁ ବହୁତ ଧକ୍କା ଖାଇଛନ୍ତି । କିନ୍ତୁ ରାସ୍ତା ମିଳିଲା ନାହିଁ! ଆହୁରି ହିଁ ଭକ୍ତି ମାର୍ଗର ଆଡମ୍ବର ଦେଖି ମନୁଷ୍ୟ ଛନ୍ଦି ହୋଇ ଯାଆନ୍ତି । ଏହା ହେଉଛି ଭକ୍ତିମାର୍ଗର ଦଲଦଲ ଯେଉଁଠି ମନୁଷ୍ୟମାନେ ଗଳା ପର୍ଯ୍ୟନ୍ତ ବୁଡି ଯାଇଛନ୍ତି । ଏବେ ପିଲାମାନେ କହୁଛନ୍ତି - ବାବା ଆମେ ପୁରୁଣା ଦୁନିଆ, ପୁରୁଣା ଶରୀରକୁ ଭୂଲୁଛୁ । ବର୍ତ୍ତମାନ ଆପଣଙ୍କ ସହିତ ଅଶରୀର ହୋଇ ଘରକୁ ଯିବୁ । ସମସ୍ତଙ୍କର ବୁଦ୍ଧିରେ ଅଛି, ଯେ ପରମପିତା ପରମାତ୍ମା ଆମକୁ ନେବା ପାଇଁ ପରମଧାମରୁ ଆସିଛନ୍ତି । କେବଳ କହୁଛନ୍ତି, ତୁମେ ପବିତ୍ର ହୋଇ ମୋତେ ମନେପକାଅ । ବଞ୍ଚି ଥାଉ-ଥାଉ ମରିବାର ଅଛି । ତୁମେ ଜାଣିଛ, ସେଇଠି ଆତ୍ମାମାନେ ରୁହନ୍ତି । ଆତ୍ମା ତ ବିନ୍ଦୁ ରୂପରେ ଥାଏ । ନିରାକାରୀ ଦୁନିଆକୁ ସବୁ ଆତ୍ମା ଚାଲିଯିବେ, ଯେତିକି ମନୁଷ୍ୟ ଅଛନ୍ତି, ସେତିକି ଆତ୍ମା ସେଠାରେ ରହିବେ । ଆତ୍ମାମାନେ ସେହି ମହତତ୍ତ୍ୱରେ ଅଳ୍ପ ସ୍ଥାନ ନେଇଥାଆନ୍ତି । ଶରୀର ତ ଏତେ ବଡ ଅଟେ, କେତେ ବିଶାଳ ସ୍ଥାନ ନେଉଛି କିନ୍ତୁ ଆତ୍ମାକୁ କେତେ କମ୍ ଜାଗା ଦରକାର! ଆମେ ଆତ୍ମାମାନେ କେତେ ସ୍ଥାନ ନେବା? ବହୁତ କମ୍ । ପିଲାମାନଙ୍କୁ ଏହି ସବୁ କଥା ଶୁଣିବାର ସୌଭାଗ୍ୟ ଏବେ ମିଳୁଛି । ବାବା ହିଁ କହୁଛନ୍ତି କି ତୁମେ ଅଶରୀରୀ ହୋଇ ଆସିଥିଲ, ପୁଣି ଶରୀର ଧାରଣ କରି ଅଭିନୟ କଲ, ଏବେ ପୁନଃ ବଞ୍ଚି ଥାଉ-ଥାଉ ମରିବାର ଅଛି, ସମସ୍ତଙ୍କୁ ଭୂଲିବାକୁ ହେବ । ବାବା ଆସି ମରିବା ଶିଖାଉଛନ୍ତି । କହୁଛନ୍ତି ଯେ ନିଜ ପିତାଙ୍କୁ, ନିଜ ଘରକୁ ମନେପକାଅ । ଖୁବ୍ ପୁରୁଷାର୍ଥ କର । ଯୋଗରେ ରହିଲେ ପାପ ନାଶ ହେବ । ପୁଣି ଆତ୍ମା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ ସେଥିପାଇଁ ବାବା ରାୟ ଦେଉଛନ୍ତି କଳ୍ପ ପୂର୍ବେ ମଧ୍ୟ କହିଥିଲି ଯେ ଦେହର ସର୍ବ ସମ୍ବନ୍ଧ ଛାଡି ମୋତେ ମନେପକାଅ । ସିଏ ସମସ୍ତଙ୍କର ପିତା ଅଟନ୍ତି ନା । ତୁମେ ହେଉଛ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ସନ୍ତାନ, ଯେଉଁମାନେ କି ଜ୍ଞାନ ପାଉଛ । ତୁମେ ଶିବଙ୍କର ମଧ୍ୟ ସନ୍ତାନ ଅଟ । ଏହି ନିଶ୍ଚୟ ସମସ୍ତଙ୍କର ଅଛି - ଆମେ ଭଗବାନଙ୍କର ସନ୍ତାନ ଅଟୁ । କିନ୍ତୁ ତାଙ୍କର ନାମ, ରୂପ, ଦେଶ, କାଳକୁ ଭୂଲିବା କାରଣରୁ ଭଗବାନଙ୍କ ପ୍ରତି କାହାର ମଧ୍ୟ ଏତେ ସ୍ନେହ ରହୁ ନାହିଁ । ଏଥିରେ କାହାକୁ ଦୋଷ ଦିଆଯାଉ ନାହିଁ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ।

ବାବା ବୁଝାଉଛନ୍ତି କି ତୁମେ ଆତ୍ମା କେତେ ଛୋଟ ବିନ୍ଦୁ ଅଟ, ସେଥିରେ ୮୪ ଜନ୍ମର ଅଭିନୟ ଭରି ହୋଇଅଛି । ଏହା କେତେ ଆଶ୍ଚର୍ଯ୍ୟଜନକ କଥା । ଆତ୍ମା କିପରି ଶରୀର ନେଇ ଅଭିନୟ କରୁଛି । ଏବେ ତୁମେ ବେହଦର ଅଭିନୟକୁ ଜାଣି ପାରିଛ । ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ତୁମେ ମଧ୍ୟ ଦେହୀ-ଅଭିମାନୀ ଥିଲ । ଏବେ ତୁମେ କେତେ ପରିବର୍ତ୍ତନ ହେଉଛ । ତାହା ମଧ୍ୟ ପ୍ରତ୍ୟେକଙ୍କର ଭାଗ୍ୟ ଅନୁସାରେ ହେଉଛି । କଳ୍ପ ପୂର୍ବ ଭାଗ୍ୟର ଏବେ ସାକ୍ଷାତ୍‌କାର ହେଉଛି । ଦୁନିଆରେ ବହୁତ ମନୁଷ୍ୟ ଅଛନ୍ତି, ସମସ୍ତଙ୍କର ନିଜର ଭାଗ୍ୟ ଅଛି । ଯେପରି ଯିଏ କର୍ମ କରିଛନ୍ତି, ସେହି ଅନୁସାରେ ଦୁଃଖି, ସୁଖି, ସାହୁକାର, ଗରୀବ ହୁଅନ୍ତି । ଆତ୍ମା ହିଁ ଏହିପରି ସ୍ଥିତିକୁ ପ୍ରାପ୍ତ କରେ । ଆତ୍ମା କିପରି ସୁଖି ହୁଏ, କିପରି ଦୁଃଖି ହୁଏ, ଏହା ବାବା ବସି ବୁଝାଉଛନ୍ତି । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଯୁକ୍ତି ବାବା ହିଁ କଳ୍ପ ପୂର୍ବ ସଦୃଶ ଶିଖାଉଛନ୍ତି । ଯିଏ ଯେତିକି ବୁଦ୍ଧି ପାଇଛନ୍ତି, ସେତିକି ଏବେ ପାଉଛନ୍ତି । ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଭାଗ୍ୟକୁ ଜାଣିଯିବେ । ପୁଣି କହିବେ କଳ୍ପ-କଳ୍ପ ଏହିପରି ହିଁ ସମସ୍ତଙ୍କର ଭାଗ୍ୟ ରହିବ । ଯିଏ ବହୁତ ଯୋଗଯୁକ୍ତ, ଜ୍ଞାନଯୁକ୍ତ ହେବେ - ସିଏ ସେବା ମଧ୍ୟ କରିଚାଲିବେ । ପାଠପଢାରେ ସର୍ବଦା ଉନ୍ନତି ହୋଇଥାଏ । କେତେକ ସନ୍ତାନମାନଙ୍କର ଶିଘ୍ର ଉନ୍ନତି ହୋଇଥାଏ, କେତେକ ବହୁତ ମୁଣ୍ଡ ଖର୍ଚ୍ଚ କରିଥାନ୍ତି । ଏଇଠି ମଧ୍ୟ ସେହିପରି ହେଉଛି । କଳ୍ପ ପୂର୍ବ ସଦୃଶ ଯିଏ ଯିଏ ଉନ୍ନତି କରୁଛନ୍ତି, ସିଏ ଲୁଚି ରହିପାରିବେ ନାହିଁ । ବାବା ତ ଜାଣନ୍ତି ନା -ସମସ୍ତଙ୍କର କନେକ୍‌ସନ୍ ଶିବବାବାଙ୍କ ସହିତ ଅଛି । ବ୍ରହ୍ମାବାବା ମଧ୍ୟ ପିଲାମାନଙ୍କର ଚାଲି-ଚଳନ ଦେଖି ବୁଝି ଯାଉଛନ୍ତି, ଶିବବାବା ମଧ୍ୟ ଦେଖୁଛନ୍ତି । ଯଦିବି କେହି ବ୍ରହ୍ମାଙ୍କଠାରୁ କିଛି ଲୁଚାଇବେ କିନ୍ତୁ ଶିବବାବାଙ୍କ ଠାରୁ ଲୁଚାଇ ପାରିବେ ନାହିଁ । ଭକ୍ତି ମାର୍ଗରେ ପରମାତ୍ମାଙ୍କ ପାଖରେ ଲୁଚାଇ ପାରନ୍ତି ନାହିଁ, ତେବେ ଜ୍ଞାନ ମାର୍ଗରେ କିପରି ଲୁଚାଇ ପାରିବେ । ବାବା ବୁଝାଉଛନ୍ତି, ପାଠପଢା ତ ବହୁତ ସହଜ ଅଟେ । କର୍ମ ବି କରିବାର ଅଛି । ମିତ୍ର ସମ୍ବନ୍ଧିମାନଙ୍କ ସହିତ ପୁରୁଣା ଦୁନିଆରେ ରହିବାର ଅଛି । ସେଠାରେ ରହି ମେହେନତ୍ କରିବାର ଅଛି । ଭଲ ପ୍ରୟାସ ରହିଲେ ଏଇଠି ରହି ପୁରୁଷାର୍ଥ କରୁଥିବା ସନ୍ତାନମାନଙ୍କଠାରୁ, ଘରେ ରହି ପୁରୁଷାର୍ଥ କରୁଥିବା ସନ୍ତାନମାନେ ତୀକ୍ଷ୍ଣ ହୋଇପାରିବେ । ଶାସ୍ତ୍ରରେ ଅର୍ଜୁନ ଏବଂ ଏକଲବ୍ୟର ଦୃଷ୍ଟାନ୍ତ ଅଛି ନା । ଯଦିଓ ଏକଲବ୍ୟ ବାହାରେ ରହୁଥିଲା କିନ୍ତୁ ସିଏ ଅଭ୍ୟାସ ଦ୍ୱାରା ଅର୍ଜୁନଙ୍କ ଠାରୁ ମଧ୍ୟ ତୀର ଚଳାଇବାରେ ଯୋଗ୍ୟ ହୋଇଗଲା । ତେବେ ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରହିବାର ଅଛି । ଏହାର ମଧ୍ୟ ଦୃଷ୍ଟାନ୍ତ ଦେଖିବ । ସେମାନେ ଗୃହସ୍ଥ ବ୍ୟବହାରରେ ରହି ବହୁତ ଉତ୍ତମ ସେବା କରିପାରିବେ । ଏଇଠି ରହୁଥିବା ଆତ୍ମାମାନଙ୍କୁ ମଧ୍ୟ ମାୟା ଛାଡୁ ନାହିଁ । ଏହିପରି ନୁହେଁ ଯେ ବାବାଙ୍କ ପାଖକୁ ଆସିବା ଦ୍ୱାରା ମୁକ୍ତ ହୋଇଯାଆନ୍ତି । ନା, ପ୍ରତ୍ୟେକଙ୍କର ନିଜ-ନିଜର ପୁରୁଷାର୍ଥ ଅଛି । ଗୃହସ୍ଥ ବ୍ୟବହାରରେ ରହିଲାବାଲା, ଏଇଠି ରହିଲାବାଲାଙ୍କ ଠାରୁ ବହୁତ ଉଚ୍ଚ ପୁରୁଷାର୍ଥ କରି ପାରିବେ । ବହୁତ ବଡ ବାହାଦୁରୀ ଦେଖାଇ ପାରିବେ, ତାଙ୍କୁ ହିଁ ମହାବୀର କୁହାଯାଏ, ଯିଏ ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ହୋଇ ଦେଖାଇବେ । ସେମାନେ କହିବେ ଯେ, ବାବା ଆପଣ ଆମ ହାତ ଛାଡି ଦେଲେ । ବାବା କହୁଛନ୍ତି - ମୁଁ କେଉଁଠି ଛାଡିଛି, ମୋତେ ହିଁ ଛାଡି କରି ଯାଇଛନ୍ତି । ବାବା ତ କାହାକୁ ଛାଡି ଆସି ନାହାନ୍ତି । ଘରକୁ ଆହୁରି ଅଧିକ ସନ୍ତାନ ଆସିଗଲେ । ବାକି କନ୍ୟାମାନଙ୍କ ପାଇଁ ବାବା କହୁଛନ୍ତି ଯେ ତୁମେ ଏହି ଈଶ୍ୱରୀୟ ସେବା କର । ଇଏ ମଧ୍ୟ ବାବା, ସିଏ ମଧ୍ୟ ବାବା ଅଟନ୍ତି । କୁମାର ମଧ୍ୟ ବହୁତ ଆସିଥିଲେ କିନ୍ତୁ ରହିପାରିଲେ ନାହିଁ । ତଥାପି କନ୍ୟାମାନେ ବହୁତ ଭଲ । କନ୍ୟା ୧୦୦ ବ୍ରାହ୍ମଣଙ୍କ ଠାରୁ ଉତ୍ତମ ଗଣାଯାଇଥାଏ । ବାସ୍ତବରେ କନ୍ୟା ତାଙ୍କୁ ହିଁ କୁହାଯିବ ଯିଏ ୨୧ କୁଳର ଉଦ୍ଧାର କରନ୍ତି, ଜ୍ଞାନର ବାଣ ମାରିଥାନ୍ତି । ବାକି ଯିଏ ବି ଗୃହସ୍ଥ ବ୍ୟବହାରରେ ରହନ୍ତି, ସେମାନେ ମଧ୍ୟ ବି.କେ. ଅଟନ୍ତି । ଆଗକୁ ଗଲେ ସେମାନେ ମଧ୍ୟ ବନ୍ଧନମୁକ୍ତ ହୋଇଯିବେ । ସେବା ତ କରିବାର ଅଛି । କେତେକ ସେବାଧାରୀ ସନ୍ତାନମାନେ ବାପଦାଦାଙ୍କ ହୃଦୟରେ ବସିଛନ୍ତି, ଯିଏକି ହଜାର-ହଜାର ଲୋକଙ୍କର କଲ୍ୟାଣ କରୁଛନ୍ତି । ତେବେ ଏହିପରି ସେବାଧାରୀ ସନ୍ତାନମାନଙ୍କ ପ୍ରତି ଆଶୀର୍ବାଦ ମଧ୍ୟ ରହିବ । ସେମାନେ ହୃଦୟରେ ରହିବେ । ଯିଏ ହୃଦୟରେ ଅଛନ୍ତି, ସିଏ ସିଂହାସନରେ ବସିବେ । ବାବା କହୁଛନ୍ତି ପରସ୍ପର ସହିତ ମିଶି ସମସ୍ତଙ୍କୁ ମାର୍ଗ ଦେଖାଇବା ପାଇଁ ଯୁକ୍ତି ରଚନା କର । ଚିତ୍ର ମଧ୍ୟ ତିଆରି ହେଉଛି । ଏସବୁ ହେଉଛି ବାସ୍ତବ କଥା ।

ବର୍ତ୍ତମାନ ତୁମେ ବୁଝାଉଛ ଯେ ପରମପିତା ପରମାତ୍ମା ହେଉଛନ୍ତି ନିରାକାର, ସିଏ ମଧ୍ୟ ବିନ୍ଦୁ ଅଟନ୍ତି । କିନ୍ତୁ ସିଏ ଜ୍ଞାନର ସାଗର, ପତିତ-ପାବନ ଅଟନ୍ତି । ଆତ୍ମା ମଧ୍ୟ ବିନ୍ଦୁ ସ୍ୱରୂପ ଅଟେ । ସନ୍ତାନ ସର୍ବଦା ଛୋଟ ହୋଇଥାଏ । ପିତା ଓ ପୁତ୍ର ମଧ୍ୟରେ ଅନ୍ତର ତ ରହିଥାଏ ନା । ଆଜିକାଲି ତ ୧୫-୧୬ ବର୍ଷର ପିଲା ମଧ୍ୟ ବାପା ହୋଇଯାଉଛନ୍ତି । ତଥାପି ପିଲା ତାଙ୍କ ଠାରୁ ଛୋଟ ହେବ ନା । ଏଠାରେ ଆଶ୍ଚର୍ଯ୍ୟଜନକ କଥା ଦେଖ ଯେ - ବାପା ମଧ୍ୟ ଆତ୍ମା, ପିଲା ମଧ୍ୟ ଆତ୍ମା । ସିଏ ହେଉଛନ୍ତି ସୁପ୍ରିମ ଆତ୍ମା, ନଲେଜ୍‌ଫୁଲ୍ । ଆଉ ସମସ୍ତେ ନିଜର ପାଠପଢା ଅନୁସାରେ ନୀଚ ବା ଉଚ୍ଚ ପଦ ପାଉଛନ୍ତି । ସବୁର ମୂଳ ହେଉଛି ପାଠପଢା । ଶ୍ରେଷ୍ଠ କର୍ମ କରିବା ଦ୍ୱାରା ଉଚ୍ଚ ପଦ ପାଇଥାଆନ୍ତି । ଏବେ ପିଲାମାନଙ୍କ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଅଛି । ସ୍ୱର୍ଗରେ କେବଳ ଭାରତ ହିଁ ଥିଲା ଆଉ କୌଣସି ରାଷ୍ଟ୍ର ନଥିଲା । ତେଣୁ ନୂଆ ଭାରତରେ ଆମର ସ୍ୱର୍ଗର ଚିତ୍ର ଦେଖାଇବା ଦରକାର । ଯେପରି ଦ୍ୱାରିକା ନୁହେଁ, ଲକ୍ଷ୍ମୀ-ନାରାୟଣଙ୍କ ରାଜବଂଶର ରାଜ୍ୟ ବୋଲି ଲେଖିବା ଦରକାର । ବୁଦ୍ଧି ମଧ୍ୟ କହୁଛି, ସତ୍ୟଯୁଗରେ ପ୍ରଥମେ ଦୈବୀ କୁଳର ରାଜ୍ୟ ଥିବ । ସେମାନଙ୍କର ଗାଁ ଥିବ, ଛୋଟ-ଛୋଟ ଅଞ୍ଚଳ ଥିବ । ଏହା ଉପରେ ମଧ୍ୟ ବିଚାର ସାଗର ମନ୍ଥନ କରିବାକୁ ହେବ । ତା ସହିତ ଶିବବାବାଙ୍କ ସଙ୍ଗେ ବୁଦ୍ଧିର ଯୋଗ ମଧ୍ୟ ଲଗାଇବାକୁ ହେବ । ଆମେ ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିଶ୍ୱର ବାଦଶାହୀ ନେଉଛୁ । ଏହା ଦ୍ୱାରା ହିଁ କଳଙ୍କ ଛାଡିବ, ଏଥିରେ ହିଁ ସବୁ ମେହେନତ ଅଛି । କେତେକଙ୍କର ବୁଦ୍ଧି ବାହାରେ ଭ୍ରମୁଛି, ଏଇଠି ବସି ମଧ୍ୟ ବାବାଙ୍କ ସ୍ମୃତିରେ ରହିପାରୁ ନାହାଁନ୍ତି, ବୁଦ୍ଧି ଅନ୍ୟ ଆଡକୁ ଚାଲିଯାଉଛି । ଭକ୍ତିମାର୍ଗରେ ମଧ୍ୟ ଏହିପରି ହୁଏ । ଶ୍ରୀକୃଷ୍ଣଙ୍କୁ ଭକ୍ତି କରୁ-କରୁ ଅନ୍ୟ ଆଡକୁ ବୁଦ୍ଧି ଚାଲିଯାଏ । ନୌଧା ଭକ୍ତି ବାଲା ସାକ୍ଷାତ୍‌କାର ପାଇଁ ବହୁତ ମେହେନତ୍ କରନ୍ତି । କେତେ ଘଣ୍ଟା ବସି ରହୁଛନ୍ତି ଯେ କୃଷ୍ଣଙ୍କ ବିନା ଆଉ କେହି ମନେ ନ ପଡନ୍ତୁ, ବହୁତ ମେହେନତ ଅଟେ । ଏଥିରେ ୮ର ମାଳା ଆଉ ପୁଣି ୧୬୧୦୮ର ମାଳା ହୋଇଥାଏ । ସେମାନେ ତ ଲକ୍ଷେ ସଂଖ୍ୟାର ମାଳା ମଧ୍ୟ ଦେଖାଇଥାନ୍ତି । କିନ୍ତୁ ଜ୍ଞାନ ମାର୍ଗର ମାଳା ବହୁତ ମୂଲ୍ୟବାନ । ଭକ୍ତିମାର୍ଗର ମାଳା ବହୁତ ଶସ୍ତା, କାହିଁକି ନା ଏଥିରେ ଆତ୍ମିକ ପରିଶ୍ରମ ଅଛି । କୃଷ୍ଣଙ୍କୁ ଦେଖ କିପରି ଖୁସିରେ ନୃତ୍ୟ କରୁଛନ୍ତି । ଭକ୍ତି ଏବଂ ଜ୍ଞାନ ମଧ୍ୟରେ ରାତି ଦିନର ଅନ୍ତର ଅଛି, ସେଥିରେ ଏକଥା ବୁଝାଯାଏ ନାହିଁ ଯେ କୃଷ୍ଣଙ୍କୁ ୟାଦ କରିବା ଦ୍ୱାରା କଳଙ୍କ ଛାଡିବ । ଏଇଠି ବୁଝାଯାଏ ଯେ ଯେତିକି ବାବାଙ୍କୁ ମନେ ପକାଇବ, ସେତିକି ପାପ ନାଶ ହେବ ।

ତୁମେମାନେ ଏବେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ । ଏକଥା କାହାରି ସ୍ୱପ୍ନରେ ମଧ୍ୟ ଖିଆଲ ନଥିବ । ଲକ୍ଷ୍ମୀ-ନାରାୟଣ କୌଣସି ଲଢେଇ ଆଦି କରିନାହାନ୍ତି । ପୁଣି ବିଶ୍ୱର ମାଲିକ କିପରି ହେଲେ? ଏକଥା ତୁମେମାନେ ହିଁ ଜାଣିଛ । ବାବା କହୁଛନ୍ତି, ତୁମକୁ ଯୋଗବଳ ଦ୍ୱାରା ରାଜ୍ୟ ମିଳିବ । କିନ୍ତୁ ଭାଗ୍ୟରେ ନାହିଁ, ତେଣୁ ପୁରୁଷାର୍ଥ ମଧ୍ୟ କରୁ ନାହାନ୍ତି । ସେବାଧାରୀ ହେଉ ନାହାଁନ୍ତି । ବାବା ତ ନିର୍ଦ୍ଦେଶ ଦେଉଛନ୍ତି ଯେ ଏହିପରି ପ୍ରଦର୍ଶନୀ କର । ଅତି କମ୍‌ରେ ୧୫୦-୨୦୦ ପ୍ରଦର୍ଶନୀ ଗୋଟିଏ ଦିନରେ ହୋଇଯିବ । ଗାଁ-ଗାଁକୁ ଯାଇ ପରିକ୍ରମା କର । ଯେତିକି ସେଣ୍ଟର ଅଛି, ସେତିକି ପ୍ରଦର୍ଶନୀ ଲଗାଅ । ପ୍ରତ୍ୟେକ ସେଣ୍ଟରରେ ପ୍ରଦର୍ଶନୀ ହେଲେ ବୁଝାଇବାରେ ସହଜ ହୋଇଯିବ । ସେବାକେନ୍ଦ୍ର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବ, ଯାହାଦ୍ୱାରା ଚିତ୍ର ଆଦି ମଧ୍ୟ ରଖି ହେବ । ନୂଆ ନୂଆ ଚିତ୍ର ତିଆରି ହୋଇ ଚାଲିଛି । ବୈକୁଣ୍ଠର ଚିତ୍ର, ଖୁବ୍ ସୁନ୍ଦର ମହଲ ଆଦିର ଚିତ୍ର ତିଆରି କରିବା ଉଚିତ୍ । ଆଗକୁ ଗଲେ ବୁଝାଇବା ପାଇଁ ବହୁତ ବଢିଆ ଚିତ୍ର ବାହାରିବ । ବରିଷ୍ଠ ନାଗରିକମାନେ ଭ୍ରମଣ ସମୟରେ ମଧ୍ୟ ସେବା କରିଚାଲନ୍ତୁ, ଯାହାର ଭାଗ୍ୟ ଉଦୟ ହେବ, ସିଏ ବୁଝିଯିବେ । କେତେକ ସନ୍ତାନ କୁକର୍ମ କରି ନିଜର ଇଜ୍ଜତ ହରାନ୍ତି, ତଥା ଯଜ୍ଞର ଇଜ୍ଜତ ମଧ୍ୟ ହରାଇଥାଆନ୍ତି । ଯେପରି ଚାଲି-ଚଳନ ହେବ, ସେହିପରି ପଦ ମିଳିବ । ଯିଏ ବହୁତଙ୍କୁ ସୁଖ ଦିଅନ୍ତି, ତାଙ୍କର ତ ନାମ ଗାନ କରାଯାଏ ନା । ଏବେ ତ ସର୍ବଗୁଣରେ ସମ୍ପନ୍ନ ହୋଇନାହଁ ନା । କେହି-କେହି ବହୁତ ବଢିଆ ସେବା କରୁଛନ୍ତି । ତାଙ୍କର ନାଁ ଶୁଣି ବାବା ଖୁସି ହୁଅନ୍ତି । ସେବାଧାରୀ ପିଲାମାନଙ୍କୁ ଦେଖି ବାବା ଖୁସି ହେବେ ନା । ଉତ୍ତମ ସେବା କରିବା ପାଇଁ ମେହେନତ କରୁଛନ୍ତି । ସେଣ୍ଟର ମଧ୍ୟ ଖୋଲୁଛନ୍ତି, ଯାହା ଦ୍ୱାରା ହଜାର-ହଜାର ଆତ୍ମାଙ୍କର କଲ୍ୟାଣ ହେବାର ଅଛି । ତାଙ୍କ ଦ୍ୱାରା ପୁଣି ବହୁତ ବାହାରିବେ । ସମ୍ପୂର୍ଣ୍ଣ ତ କେହି ହୋଇନାହାନ୍ତି । କିଛି ନା କିଛି ଭୂଲ୍ ବି ହୋଇଯାଉଛି । ମାୟା କାହାକୁ ହେଲେ ଛାଡୁ ନାହିଁ । ଯେତିକି ସେବା କରି ନିଜର ଉନ୍ନତି କରିବେ, ସେତିକି ହୃଦୟରେ ବସିବେ । ସେତିକି ହିଁ ଉଚ୍ଚ ପଦ ପାଇବେ । ପୁଣି କଳ୍ପ-କଳ୍ପ ଏହିପରି ହିଁ ପଦ ହେବ । ଶିବବାବାଙ୍କୁ ତ କେହି ନିଜର କର୍ମ ଲୁଚାଇ ପାରିବେ ନାହିଁ । ଶେଷରେ ପ୍ରତ୍ୟେକଙ୍କୁ ନିଜ କର୍ମର ସାକ୍ଷାତ୍‌କାର ତ ହେବ । ପୁଣି କଣ କରି ପାରିବେ । ବହୁତ କାନ୍ଦିବାକୁ ପଡିବ, ସେଥିପାଇଁ ବାବା ବୁଝାଉଛନ୍ତି କି ଏପରି କୌଣସି କର୍ମ କରନାହିଁ, ଯାହାଦ୍ୱାରା ଶେଷରେ ଦଣ୍ଡର ଭାଗୀଦାରୀ ହେବ, ପଶ୍ଚାତାପ କରିବାକୁ ପଡିବ । କିନ୍ତୁ ଯେତେ ବି ବୁଝାଅ, ଯଦି ଭାଗ୍ୟରେ ନାହିଁ ତେବେ ପୁରୁଷାର୍ଥ ମଧ୍ୟ କରୁ ନାହାଁନ୍ତି । ଆଜିକାଲିର ମନୁଷ୍ୟ ତ ବାବାଙ୍କୁ ଜାଣନ୍ତି ନାହିଁ । ଭଗବାନଙ୍କୁ ସ୍ମରଣ କରୁଛନ୍ତି କିନ୍ତୁ ତାଙ୍କୁ ଜାଣନ୍ତି ନାହିଁ । ତାଙ୍କର କଥା ମାନୁ ନାହାଁନ୍ତି । ଏବେ ସେହି ବେହଦର ବାପାଙ୍କ ଠାରୁ ସେକେଣ୍ଡରେ ତୁମକୁ ସତ୍ୟଯୁଗୀ ସ୍ୱରାଜ୍ୟର ସମ୍ପତ୍ତି ମିଳୁଛି । ଶିବବାବଙ୍କ ନାମ ତ ସମସ୍ତେ ପସନ୍ଦ କରୁଛନ୍ତି ନା । ପିଲାମାନେ ଜାଣିଛନ୍ତି ଯେ ସେହି ବେହଦର ପିତାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ଚାଲି-ଚଳନ ଦ୍ୱାରା ବାବାଙ୍କର ବା ଯଜ୍ଞର ନାମ ପ୍ରତ୍ୟକ୍ଷ କରିବାର ଅଛି, ଏପରି କୌଣସି କର୍ମ ନ ହେଉ ଯଦ୍ୱାରା ବାବାଙ୍କ ଇଜ୍ଜତ ଯିବ । ସେବା ଦ୍ୱାରା ନିଜର ଭାଗ୍ୟ ନିଜେ ହିଁ ତିଆରି କରିବାର ଅଛି ।

(୨) ବାପ ସମାନ କଲ୍ୟାଣକାରୀ ହୋଇ ସମସ୍ତଙ୍କର ଆଶୀର୍ବାଦ ନେଇ ପ୍ରଥମ ନମ୍ବର ନେବାର ଅଛି । ଗୃହସ୍ଥ ବ୍ୟବହାରରେ ରହି କମଳ ଫୁଲ ସମାନ ରହି ବାହାଦୁରୀ ଦେଖାଇବାର ଅଛି ।

ବରଦାନ:-
ସହଯୋଗ ଦ୍ୱାରା ନିଜକୁ ସହଜଯୋଗୀ କରି ନିରନ୍ତର ଯୋଗୀ ହୁଅ ।

ସଂଗମଯୁଗରେ ବାବାଙ୍କର ସହଯୋଗୀ ହେବା ହିଁ ସହଜଯୋଗୀ ହେବାର ଆଧାର । ଯେଉଁମାନଙ୍କର ପ୍ରତ୍ୟେକ ସଂକଳ୍ପ, ଶବ୍ଦ ଏବଂ କର୍ମ ବାବାଙ୍କର ବା ନିଜର ରାଜ୍ୟ ସ୍ଥାପନା କର୍ତ୍ତବ୍ୟରେ ସହଯୋଗୀ ହୋଇଥାଏ ସେମାନଙ୍କୁ ଜ୍ଞାନୀ, ଯୋଗୀ ତଥା ନିରନ୍ତର ସଚ୍ଚା ସେବାଧାରୀ କୁହାଯାଏ । ତେଣୁ ମନ ଦ୍ୱାରା ନ ହୋଇ ପାରିଲେ ଶରୀର ଦ୍ୱାରା ବା ଧନ ଦ୍ୱାରା ବା ଯେଉଁଥିରେ ବି ସହଯୋଗୀ ହୋଇପାରିବ ସେଥିରେ ହୁଅ, ତେବେ ଏହା ମଧ୍ୟ ଯୋଗ ଅଟେ । ତୁମେମାନେ ଏକମାତ୍ର ବାବାଙ୍କର ହିଁ ସନ୍ତାନ ଅଟ ତେଣୁ ବାବା ଏବଂ ତୁମ ଭିତରେ ଅନ୍ୟ କେହି ବି ନ ରୁହନ୍ତୁ ଏହା ଦ୍ୱାରା ନିରନ୍ତର ଯୋଗୀ ହୋଇଯିବ ।

ସ୍ଲୋଗାନ:-
ସଂଗମ ଯୁଗରେ ସହନ କରିବା ଅର୍ଥାତ୍ ମରିବା ହିଁ ସ୍ୱର୍ଗର ରାଜ୍ୟ ଅଧିକାର ପ୍ରାପ୍ତ କରିବା ।