06.05.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ନିଜେ ନିଜକୁ ଦେଖ ମୁଁ ଫୁଲ ଭଳି ହୋଇଛି, ଦେହ-ଅହଂକାରରେ ଆସି କଣ୍ଟା ଭଳି ହେଉ ନାହିଁ ତ ? ବାବା ତୁମମାନଙ୍କୁ କଣ୍ଟାରୁ ଫୁଲ କରିବା ପାଇଁ ଆସିଛନ୍ତି ।

ପ୍ରଶ୍ନ:-
କେଉଁ ନିଶ୍ଚୟ ଆଧାରରେ ବାବାଙ୍କ ସହିତ ଅତୁଟ ସ୍ନେହ ରହି ପାରିବ ?

ଉତ୍ତର:-
ପ୍ରଥମେ ନିଜକୁ ଆତ୍ମା ନିଶ୍ଚୟ କର ତେବେ ବାବାଙ୍କ ସହିତ ସ୍ନେହ ରହିବ । ତେବେ ନିଶ୍ଚୟ ଅତୁଟ ରହିବା ଦରକାର ଯେ ନିରାକାର ବାବା ଏହି ଭାଗୀରଥ ବ୍ରହ୍ମାଙ୍କ ଶରୀରରେ ବିରାଜମାନ ହୋଇଛନ୍ତି । ସେ ଆମକୁ ଏହାଙ୍କ ଦ୍ୱାରା ପାଠ ପଢାଉଛନ୍ତି । ଯେତେବେଳେ ଏହି ନିଶ୍ଚୟ ତୁଟିଯାଏ ସେତେବେଳେ ସ୍ନେହ କମ୍ ହୋଇଯାଏ ।

ଓମ୍ ଶାନ୍ତି ।
କଣ୍ଟାରୁ ଫୁଲ କରୁଥିବା ଭଗବାନୁବାଚ ଅଥବା ବଗିଚାର ମାଲିକ ଭଗବାନୁଉବାଚ । ପିଲାମାନେ ଜାଣିଛନ୍ତି ଯେ ଆମେ ଏଠାକୁ କଣ୍ଟାରୁ ଫୁଲ ହେବାକୁ ଆସିଛୁ । ସମସ୍ତେ ଏବେ ଜାଣୁଛନ୍ତି ଯେ, ପୂର୍ବରୁ ଆମେ କଣ୍ଟା ଥିଲୁ, ଏବେ ଫୁଲ ହେଉଛୁ । ବାବାଙ୍କର ମହିମା ତ ବହୁତ କରୁଛନ୍ତି, ହେ ପତିତ-ପାବନ ଆସ । ସେ ଏହି ବିଷୟ ସାଗରର ନାଉରିଆ, ସୃଷ୍ଟି ରୂପି ବଗିଚାର ମାଲିକ, ପାପ କଟେଶ୍ୱର । ତାଙ୍କର ବହୁତ ନାମ କହିଦେଇଥାନ୍ତି କିନ୍ତୁ ଚିତ୍ର ସବୁ ଜାଗାରେ ଗୋଟିଏ ରହିଛି । ତାଙ୍କର ମହିମାର ମଧ୍ୟ ଗାୟନ କରୁଛନ୍ତି ଜ୍ଞାନର ସାଗର, ସୁଖର ସାଗର... ଏବେ ତୁମେମାନେ ଜାଣିଛ ଆମେ ସେହି ବାବାଙ୍କ ପାଖରେ ବସିଛୁ । କଣ୍ଟା ରୂପୀ ମନୁଷ୍ୟରୁ ଏବେ ଆମେ ଫୁଲରୂପୀ ଦେବତା ହେବା ପାଇଁ ଆସିଛୁ । ଏହା ହିଁ ଆମର ଲକ୍ଷ୍ୟ । ତେବେ ସମସ୍ତେ ନିଜ ଅନ୍ତରକୁ ଦେଖିବା ଉଚିତ୍, ମୋ ପାଖରେ ଦେବୀଗୁଣ ଅଛି ? ମୁଁ ସର୍ବଗୁଣ ସମ୍ପନ୍ନ ହୋଇଛି ? ଆଗରୁ ତ ଦେବତାମାନଙ୍କର ମହିମାର ଗାୟନ କରୁଥିଲ ଏବଂ ନିଜକୁ କଣ୍ଟା ବୋଲି ଭାବୁଥିଲ । ଆମେ ନିର୍ଗୁଣ ଆମ ପାଖରେ କୌଣସି ଗୁଣ ନାହିଁ... କାହିଁକି ନା ଆମ ଭିତରେ ୫ ବିକାର ରହିଛି । ଦେହ-ଅଭିମାନ ମଧ୍ୟ ବହୁତ କଡା ଅଭିମାନ । ଯଦି ନିଜକୁ ଆତ୍ମା ଭାବିବେ ତେବେ ମଧ୍ୟ ବାବାଙ୍କ ସହିତ ବହୁତ ସ୍ନେହ ରହିବ । ଏବେ ତୁମେ ଜାଣୁଛ ନିରାକାର ବାବା ଏହି ରଥ ଉପରେ ବିରାଜମାନ କରିଛନ୍ତି । ଏହି ନିଶ୍ଚୟ କରୁ-କରୁ ପୁଣି ନିଶ୍ଚୟ ତୁଟି ଯାଇଥାଏ । ତୁମେମାନେ କହୁଛ ମଧ୍ୟ ଆମେ ଶିବବାବାଙ୍କ ପାଖକୁ ଆସିଛୁ ଯିଏକି ଭାଗୀରଥ ଅର୍ଥାତ୍ ଏହି ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅଛନ୍ତି । ଆମ ସମସ୍ତ ଆତ୍ମାମାନଙ୍କର ପିତା ହେଉଛନ୍ତି ଶିବବାବା, ଯିଏକି ଏହି ରଥରେ ବିରାଜମାନ କରିଛନ୍ତି । ଏକଥା ପକ୍କା ନିଶ୍ଚୟ ରହିବା ଦରକାର, କିନ୍ତୁ ଏଥିରେ ହିଁ ମାୟା ସଂଶୟ ଆଣିଥାଏ । କନ୍ୟା ପତି ସହିତ ବିବାହ କରିଥାଏ, ଭାବେ ଯେ ତାଙ୍କଠାରୁ ବହୁତ ସୁଖ ମିଳିବ କିନ୍ତୁ ସୁଖ କଣ ମିଳୁଛି, ତୁରନ୍ତ ଯାଇ ଅପବିତ୍ର ହୋଇଯାଆନ୍ତି, କୁମାରୀ ଥିବା ସମୟରେ ମାତା-ପିତା ସମସ୍ତେ ତାଙ୍କୁ ମୁଣ୍ଡ ନୁଆଁଇଥାନ୍ତି କାରଣ ସେ ପବିତ୍ର ଥାନ୍ତି । ଅପବିତ୍ର ହେବା ପରେ ସିଏ ପୁଣି ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଁଇବା ଆରମ୍ଭ କରିଦେଇଥାଏ । ଆଜି ସମସ୍ତେ ତାଙ୍କ ଆଗରେ ମୁଣ୍ଡ ନୁଆଁଇଥାନ୍ତି କାଲି ପୁଣି ସେମାନେ ନିଜେ ଅନ୍ୟ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଇଁଥାନ୍ତି ।

ଏବେ ତୁମେମାନେ ଏହି ସଂଗମଯୁଗରେ ପୁରୁଷୋତ୍ତମ ହେଉଛ, କାଲି କେଉଁଠି ଯିବ ? ଆଜି ଏହି ଘର-ଘାଟର ଅବସ୍ଥା କଣ ? ଦୁନିଆ କେତେ ବିକାରୀ ହୋଇଯାଇଛି, ଏହାକୁ ବୈଶ୍ୟାଳୟ କୁହାଯାଉଛି । ଏଠାରେ ସମସ୍ତେ ବିଷରୁ ଜନ୍ମ ନେଇଥାନ୍ତି । ତୁମେମାନେ ହିଁ ଶିବାଳୟରେ ଥିଲ, ଆଜକୁ ୫ ହଜାର ବର୍ଷ ପୂର୍ବେ ବହୁତ ସୁଖୀ ଥିଲ, ଦୁଃଖର ଚିହ୍ନ ବର୍ଣ୍ଣ ନଥିଲା । ଏବେ ପୁଣି ସେହପରି ହେବା ପାଇଁ ଏଠାକୁ ଆସିଛ । ମନୁଷ୍ୟମାନଙ୍କୁ ଶିବାଳୟ ବିଷୟରେ କିଛି ବି ଜଣା ନାହିଁ । ସ୍ୱର୍ଗକୁ ଶିବାଳୟ କୁହାଯାଏ । ଯାହାର ସ୍ଥାପନା ସ୍ୱୟଂ ଶିବବାବା କରିଥାନ୍ତି । ବାବା ବୋଲି ତ ସମସ୍ତେ କହୁଛନ୍ତି କିନ୍ତୁ ସେମାନଙ୍କୁ ପଚାର ସେହି ବାବା କେଉଁଠି ଅଛନ୍ତି ? ତେବେ କହି ଦିଅନ୍ତି ସିଏ ସର୍ବବ୍ୟାପୀ ଅଟନ୍ତି । କୁକୁର-ବିଲେଇ, କଇଁଚ୍ଛ-ମତ୍ସ ରୂପରେ ଅଛନ୍ତି ବୋଲି କହିଦିଅନ୍ତି, ତେବେ କେତେ ଫରକ ରହୁଛି ନା! ବାବା କହୁଛନ୍ତି ତୁମେମାନେ ପୁରୁଷୋତ୍ତମ ଥିଲ, ପୁଣି ୮୪ ଜନ୍ମ ଭୋଗ କରି କଣ ହୋଇଯାଇଛ ? ସମସ୍ତେ ନର୍କବାସୀ ହୋଇଯାଇଛ ସେଥିପାଇଁ ଗାୟନ କରୁଛ ହେ ପତିତ-ପାବନ ଆସ । ଏବେ ବାବା ପାବନ କରିବାକୁ ଆସିଛନ୍ତି । କହୁଛନ୍ତି ଏହି ଅନ୍ତିମ ଜନ୍ମରେ ବିଷ ପିଇବା ବନ୍ଦ କର । କିନ୍ତୁ କେହି ବି ବୁଝୁ ନାହାଁନ୍ତି । ସମସ୍ତ ଆତ୍ମାମାନଙ୍କର ପିତା ପରମାତ୍ମା ଏବେ କହୁଛନ୍ତି ପବିତ୍ର ହୁଅ । ସମସ୍ତେ କହୁଛନ୍ତି ମଧ୍ୟ ବାବା, ପ୍ରଥମେ ଆତ୍ମାକୁ ସେହି ବାବା ମନେ ପଡୁଛନ୍ତି, ପରେ ଏହି ବାବା । ନିରାକାରରେ ସେ ବାବା, ସାକାରରେ ପୁଣି ଏହି ବାବା । ସୁପ୍ରିମ ଆତ୍ମା ଏହି ପତିତ ଆତ୍ମାମାନଙ୍କୁ ବୁଝାଉଛନ୍ତି । ତୁମେମାନେ ପ୍ରଥମେ ପବିତ୍ର ଥିଲ, ବାବାଙ୍କ ସାଥିରେ ରହୁଥିଲ ପୁଣି ତୁମେମାନେ ପାର୍ଟ କରିବାକୁ ଏଠାକୁ ଆସିଲ । ଏହି ଜନ୍ମ ମୃତ୍ୟୁର ଚକ୍ରକୁ ଭଲ ଭାବରେ ବୁଝି ନିଅ । ଏବେ ଆମେ ସତ୍ୟଯୁଗ ନୂଆ ଦୁନିଆକୁ ଯିବା । ତୁମର ମଧ୍ୟ ଆଶା ଅଛି ଯେ ଆମେ ସ୍ୱର୍ଗକୁ ଯିବୁ । ତୁମେମାନେ ଏକଥା ମଧ୍ୟ କହୁଥିଲ ଯେ ଶ୍ରୀକୃଷ୍ଣଙ୍କ ସଦୃଶ ସନ୍ତାନ ମିଳୁ, ଏବେ ତୁମମାନଙ୍କୁ ସେହିପରି କରିବା ପାଇଁ ମୁଁ ଆସିଛି । ସେଠାରେ ସମସ୍ତ ପିଲା ଶ୍ରୀକୃଷ୍ଣଙ୍କ ସଦୃଶ ହିଁ ହୋଇଥାନ୍ତି । ସମସ୍ତେ ଫୁଲ ଅର୍ଥାତ୍ ସତ୍ତ୍ୱପ୍ରଧାନ ହୋଇଥାନ୍ତି । ଏବେ ତୁମେ କୃଷ୍ଣପୁରୀକୁ ଯାଉଛ । ତୁମେମାନେ ତ ସ୍ୱର୍ଗର ମାଲିକ ହେଉଛ । ତେବେ ନିଜକୁ ପଚାରିବା ଉଚିତ୍ ମୁଁ ଫୁଲ ହୋଇଛି ? ଦେହ-ଅଭିମାନରେ ଆସି କେଉଁଠି କଣ୍ଟା ହୋଇ ଯାଉନାହିଁ ତ ? ମନୁଷ୍ୟମାନେ ନିଜକୁ ଆତ୍ମା ମନେ କରିବା ବଦଳରେ ଦେହ ମନେ କରୁଛନ୍ତି । ଆତ୍ମାକୁ ଭୁଲିଯିବା କାରଣରୁ ବାବାଙ୍କୁ ମଧ୍ୟ ଭୁଲିଯାଇଛନ୍ତି । ବାବାଙ୍କୁ ବାବାଙ୍କ ଦ୍ୱାରା ହିଁ ଜାଣିଲେ ବାବାଙ୍କ ଠାରୁ ବର୍ସା ମିଳିଥାଏ । ଏବେ ବେହଦର ବାବାଙ୍କ ଠାରୁ ସମସ୍ତଙ୍କୁ ବର୍ସା ମିଳୁଛି । ଏମିତି କେହି ଜଣେ ହେଲେ ରହିଯାଉ ନାହାଁନ୍ତି ଯାହାଙ୍କୁ ବର୍ସା ମିଳୁ ନାହିଁ । କେବଳ ବାବା ହିଁ ଏଠାକୁ ଆସି ସମସ୍ତଙ୍କୁ ପାବନ କରୁଛନ୍ତି ଏବଂ ନିର୍ବାଣଧାମକୁ ନେଇଯାଉଛନ୍ତି । ସେମାନେ ତ କହିଦେଉଛନ୍ତି ଆତ୍ମା ଜ୍ୟୋତି ପରମାତ୍ମା ଜ୍ୟୋତିରେ ମିଶିଗଲା ଅର୍ଥାତ୍ ବ୍ରହ୍ମରେ ଲୀନ ହୋଇଗଲା । କାରଣ ତାଙ୍କର ଭିତରେ ତ ଜ୍ଞାନ କିଛି ବି ନାହିଁ । ତୁମେମାନେ ଜାଣିଛ ଆମେ କାହା ପାଖକୁ ଆସିଛୁ ? ଏହା କୌଣସି ମନୁଷ୍ୟମାନଙ୍କର ସତସଙ୍ଗ ନୁହେଁ । ଆତ୍ମାମାନେ ପରମାତ୍ମାଙ୍କଠାରୁ ଅଲଗା ହୋଇ ଯାଇଥିଲେ, ଏବେ ତାଙ୍କର ସଙ୍ଗ ମିଳିଛି । ଏହି ସଚ୍ଚା ସତସଙ୍ଗ ୫ ହଜାର ବର୍ଷରେ ଥରେ ମାତ୍ର ହୋଇଥାଏ । ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ତ ସତ୍ସଙ୍ଗ ହୁଏ ନାହିଁ । ବାକି ଭକ୍ତିମାର୍ଗରେ ଅନେକ ସତ୍ସଙ୍ଗ ହେଉଛି । ବାସ୍ତବରେ ସତ୍ ହେଉଛନ୍ତି ଏକମାତ୍ର ବାବା । ଏବେ ତୁମେମାନେ ତାଙ୍କୁ ସଙ୍ଗ କରିଛ । ଯଦି ଏକଥା ମଧ୍ୟ ସ୍ମୃତିରେ ରହିବ ଯେ ଆମେ ହେଉଛୁ ଗଡଲି ଷ୍ଟୁଡେଣ୍ଟ ଅର୍ଥାତ୍ ଈଶ୍ୱରୀୟ ବିଦ୍ୟାର୍ଥୀ । ଭଗବାନ ଆମକୁ ପାଠ ପଢାଉଛନ୍ତି । ତେବେ ବି ଅହୋ ସୌଭାଗ୍ୟ କୁହାଯିବ ।

ଆମର ବାବା ଏଠାରେ ଅଛନ୍ତି, ସିଏ ଆମର ପିତା, ଶିକ୍ଷକ ପୁଣି ଗୁରୁ ମଧ୍ୟ ଅଟନ୍ତି । ଯିଏକି ତିନୋଟି ଯାକ ଅଭିନୟ ଏବେ କରୁଛନ୍ତି । ପିଲାମାନଙ୍କୁ ନିଜର କରୁଛନ୍ତି । ବାବା କହୁଛନ୍ତି ଯୋଗବଳ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ବାବାଙ୍କୁ ସ୍ମରଣ କରିଲେ ହିଁ ପାପ କଟିଥାଏ ପୁଣି ତୁମକୁ ଲାଇଟର ମୁକୁଟ ମିଳିଯାଉଛି । ଏହା ମଧ୍ୟ ଏକ ଚିହ୍ନ ଅଟେ । ବାକି ଏପରି ନୁହେଁ ଯେ ଲାଇଟ୍ ଦେଖାଯାଏ । ଏହା ପବିତ୍ରତାର ଚିହ୍ନ । ଏହି ଜ୍ଞାନ ଆଉ କାହାକୁ ମିଳିପାରିବ ନାହିଁ । ଏହା ତ ଏକମାତ୍ର ବାବା ହିଁ ଦେଇଥାନ୍ତି । ତାଙ୍କଠାରେ ଫୁଲ୍ ଜ୍ଞାନ ରହିଛି । ବାବା କହୁଛନ୍ତି ମୁଁ ମନୁଷ୍ୟ ସୃଷ୍ଟିର ବୀଜରୂପ । ଏହା ମନୁଷ୍ୟ ସୃଷ୍ଟିରୂପି ଓଲଟା ବୃକ୍ଷ । ଯାହାକୁ କଳ୍ପ ବୃକ୍ଷ ବୋଲି କୁହାଯାଇଥାଏ । ପ୍ରଥମେ ଦୈବୀ ଫୁଲର ବୃକ୍ଷ ଥିଲା । ଏବେ କଣ୍ଟାର ଜଙ୍ଗଲ ହୋଇଯାଇଛି କାହିଁକି ନା ୫ ବିକାରର ପ୍ରବେଶତା ହୋଇଗଲା । ଏଠାରେ ପ୍ରଥମ ଏବଂ ମୁଖ୍ୟ କଥା ହେଲା ଦେହ-ଅଭିମାନ । ସେଠାରେ ଦେହ-ଅଭିମାନ ରହିବ ନାହିଁ । କେବଳ ଏତିକି ଜାଣିପାରିବେ ଯେ ମୁଁ ଆତ୍ମା, ବାକି ପରମାତ୍ମା ବାବାଙ୍କୁ ଜାଣିପାରିବେ ନାହିଁ । ମୁଁ ଆତ୍ମା, ବାସ୍ । ଅନ୍ୟ କିଛି ଜ୍ଞାନ ସେଠାରେ ରହିବ ନାହିଁ । (ସର୍ପର ଉଦାହରଣ), ଏବେ ତୁମମାନଙ୍କୁ ବୁଝାଯାଉଛି ଯେ ଜନ୍ମ-ଜନ୍ମାନ୍ତରର ପୁରୁଣା ସଢି ଯାଇଥିବା ଏହି ଚମଡା ଅର୍ଥାତ୍ ଶରୀର ତୁମକୁ ତ୍ୟାଗ କରିବାକୁ ହେବ । ଏବେ ଆତ୍ମା ଏବଂ ଶରୀର ଉଭୟ ପତିତ ହୋଇଯାଇଛି । ଆତ୍ମା ପବିତ୍ର ହୋଇଗଲେ ପୁଣି ଏହି ପତିତ ଶରୀରକୁ ତ୍ୟାଗ କରିବାକୁ ହେବ । ଆତ୍ମାମାନେ ସବୁ ପରମଧାମକୁ ଚାଲିଯିବେ । ତୁମଠାରେ ଜ୍ଞାନ ଅଛି ଯେ ଏବେ ଏହି ନାଟକ ପୂରା ହେବାକୁ ଯାଉଛି । ଆମକୁ ବାବାଙ୍କ ପାଖକୁ ଯିବାକୁ ହେବ, ସେଥିପାଇଁ ଘରକୁ ମନେ ପକାଇବାକୁ ହେବ । ଏହି ଦେହକୁ ଛାଡି ଦେବାକୁ ହେବ, ଶରୀର ସମାପ୍ତ ହୋଇଗଲେ ଦୁନିଆ ସମାପ୍ତ ହୋଇଗଲା, ପୁଣି ନୂଆ ଘରକୁ ଗଲେ ନୂଆ ସମ୍ବନ୍ଧ ମିଳିବ । ସେମାନେ ତଥାପି ପୁନର୍ଜନ୍ମ ଏହିଠାରେ ହିଁ ନେଉଛନ୍ତି । ତୁମକୁ ତ ଫୁଲର ଦୁନିଆରେ ପୁର୍ନଜନ୍ମ ନେବାକୁ ପଡିବ । ଦେବତାମାନଙ୍କୁ ପବିତ୍ର କୁହାଯାଏ । ତୁମେ ଜାଣିଛ ଆମେ ହିଁ ଫୁଲ ଥିଲୁ ପୁଣି କଣ୍ଟା ହୋଇଛୁ ପୁଣି ଫୁଲର ଦୁନିଆକୁ ଯିବୁ । ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତ୍କାର ହେବ । ଯାହାକୁ ଖେଳକୁଦ ବୋଲି କୁହାଯିବ । ମୀରା ଧ୍ୟାନସ୍ଥ ହୋଇ ଖେଳୁ ଥିଲେ ତାଙ୍କର ଜ୍ଞାନ ନଥିଲା । ସିଏ କୌଣସି ବୈକୁଣ୍ଠକୁ ଯାଇନାହାଁନ୍ତି । ସିଏ ଏହିଠାରେ ହିଁ କେଉଁଠି ଥିବେ । ଯଦି ଏହି ବ୍ରାହ୍ମଣ କୂଳର ହୋଇଥିବେ ତେବେ ଏହିଠାରେ ଏହି ଜ୍ଞାନମାର୍ଗରେ ଥିବେ । ଏପରି ନୁହେଁ ଯେ ଶ୍ରୀକୃଷ୍ଣଙ୍କ ସହିତ ରାସ କରୁଥିଲେ ତେଣୁ ବୈକୁଣ୍ଠକୁ ଚାଲିଗଲେ । ଏମିତି ତ ବହୁତ ଭାଇ ଭଉଣୀ ଥିଲେ ଯେଉଁମାନେ ଶ୍ରୀକୃଷ୍ଣଙ୍କ ସହିତ ରାସ କରୁଥିଲେ । ଧ୍ୟାନରେ ଯାଇ ବୈକୁଣ୍ଠପୁରୀର ସାକ୍ଷାତ୍କାର କରି ଆସୁଥିଲେ, କିନ୍ତୁ ଏହି ଜ୍ଞାନମାର୍ଗକୁ ଛାଡି ପୁଣି ବିକାରୀ ହୋଇଗଲେ, ସେମାନେ ଆଜି ନାହାଁନ୍ତି । ଏହି ଜ୍ଞାନମାର୍ଗର ଗାୟନ ମଧ୍ୟ କରାଯାଏ ନା ଚଢିଲେ ଚାଖିବ ବୈକୁଣ୍ଠ ରସ... ବାବା ଭିତି ଅର୍ଥାତ୍ ପ୍ରତିଶ୍ରୁତି ଦେଉଛନ୍ତି ଯଦି ଜ୍ଞାନ-ଯୋଗ ଶିଖିବ ତେବେ ତୁମେମାନେ ବୈକୁଣ୍ଠର ମାଲିକ ହୋଇପାରିବ । ଯଦି ବାବାଙ୍କୁ ଛାଡିଲେ ତେବେ ଯାଇ ନର୍ଦ୍ଦମାରେ ପଡିଲେ ଅର୍ଥାତ୍ ବିକାରୀ ହୋଇଗଲେ । ଆଶ୍ଚର୍ଯ୍ୟବତ୍ ବାବାଙ୍କର ହୁଅନ୍ତି, ଶୁଣନ୍ତି, ଶୁଣାନ୍ତି ପୁଣି ପଳାଇ ଯାଆନ୍ତି । ଦେଖ ମାୟାର କେତେ ବଡ ଆଘାତ ଲାଗିଯାଉଛି । ଏବେ ବାବାଙ୍କ ଶ୍ରୀମତ ଆଧାରରେ ତୁମେମାନେ ଦେବତା ହେବାକୁ ଯାଉଛ । ସେଥିପାଇଁ ଆତ୍ମା ଏବଂ ଶରୀର ଉଭୟ ଶ୍ରେଷ୍ଠ ଦରକାର ନା । ଦେବତାମାନଙ୍କର ଜନ୍ମ ବିକାରରୁ ହୁଏ ନାହିଁ । ତାହା ହେଉଛି ହିଁ ନିର୍ବିକାରୀ ଦୁନିଆ । ସେଠାରେ ୫ ବିକାର ରହିବ ନାହିଁ । ଶିବବାବା ସ୍ୱର୍ଗର ସ୍ଥାପନା କରିଥିଲେ, ତାହା ତ ଏବେ ନର୍କ ହୋଇଯାଇଛି । ଏବେ ତୁମେମାନେ ପୁନର୍ବାର ସ୍ୱର୍ଗବାସୀ ହେବା ପାଇଁ ଆସିଛ । ତେବେ ଯେଉଁମାନେ ଭଲ ଭାବରେ ପାଠ ପଢୁଛନ୍ତି ସେହିମାନେ ହିଁ ସ୍ୱର୍ଗକୁ ଯିବେ । ତୁମେମାନେ ଏବେ ପୁନର୍ବାର ପାଠ ପଢୁଛ ଏବଂ କଳ୍ପ-କଳ୍ପ ଏହିଭଳି ପଢୁଥିବ । ଏହି ଚକ୍ର ଏହିଭଳି ଘୂରୁଥିବ । ଏହା ପୂର୍ବ-ପ୍ରସ୍ତୁତ ଡ୍ରାମା, ଏଥିରୁ କେହି ମୁକ୍ତି ପାଇପାରିବେ ନାହିଁ । ଏବେ ଯାହା କିଛି ଦେଖୁଛ, ମାଛି ଉଡିଗଲା, ତାହା ପୁଣି କଳ୍ପ ପରେ ମଧ୍ୟ ଉଡିବ । ଏହାକୁ ବୁଝିବାକୁ ବହୁତ ଭଲ ବୁଦ୍ଧି ଦରକାର । ଶୁଟିଙ୍ଗ୍ ହେଉଛି । ଏହା ହେଉଛି କର୍ମକ୍ଷେତ୍ର । ଆତ୍ମା ଅଭିନୟ କରିବା ପାଇଁ ପରମଧାମରୁ ଏଠାକୁ ଆସିଛି ।

ଏହି ପାଠପଢାରେ କେହି ତ ବହୁତ ହୁସିଆର ହୋଇଯାଉଛନ୍ତି, କେହି ଏବେ ପଢୁଛନ୍ତି । କେହି ପଢୁପଢୁ ପୁରୁଣାମାନଙ୍କଠାରୁ ମଧ୍ୟ ପ୍ରବୀଣ ହୋଇଯାଉଛନ୍ତି । ଜ୍ଞାନର ସାଗର ତ ସମସ୍ତଙ୍କୁ ପାଠ ପଢାଉଛନ୍ତି । ବାବାଙ୍କର ହୋଇଗଲ ଅର୍ଥାତ୍ ବିଶ୍ୱର ବର୍ସା ତୁମର ହୋଇଗଲା । ତୁମର ଆତ୍ମା ଏବେ ପତିତ ହୋଇଯାଇଛି ଯାହାକୁ ପାବନ ନିଶ୍ଚିତ କରିବାକୁ ହେବ, ଏଥିପାଇଁ ସହଜରୁ ସହଜ ଉପାୟ ହେଉଛି ବେହଦର ବାବାଙ୍କୁ ୟାଦ କଲେ ତୁମେ ଏହିପରି ହୋଇଯିବ । ତୁମର ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସିବା ଉଚିତ୍ । ବାକି ଏକମାତ୍ର ବାବା ଏବଂ ମୁକ୍ତି-ଜୀବନମୁକ୍ତିଧାମ ବ୍ୟତୀତ ଅନ୍ୟ କାହାକୁ ମନେ ପକାଉ ନାହାଁନ୍ତି । ସକାଳୁ-ସକାଳୁ ଉଠି ଅଭ୍ୟାସ କରିବାକୁ ହେବ ଯେ ମୁଁ ଅଶରୀରୀ ହୋଇ ଆସିଥିଲି, ପୁଣି ଅଶରୀରୀ ହୋଇ ଯିବାକୁ ହେବ । ତେଣୁ କୌଣସି ଦେହଧାରୀଙ୍କୁ ମୁଁ କାହିଁକି ମନେ ପକାଇବି । ସକାଳୁ ସକାଳୁ ଅମୃତ ବେଳାରୁ ଉଠି ନିଜେ ନିଜ ସହିତ ଏହିପରି କଥାବାର୍ତ୍ତା ହେବା ଉଚିତ୍ । ସକାଳକୁ ଅମୃତବେଳା କୁହାଯାଏ । ଜ୍ଞାନର ଅମୃତ ଜ୍ଞାନ ସାଗର ବାବାଙ୍କ ପାଖରେ ଅଛି । ସେହି ଜ୍ଞାନର ସାଗର ବାବା କହୁଛନ୍ତି ସକାଳର ସମୟ ବହୁତ ଭଲ । ତେଣୁ ସକାଳୁ ସକାଳୁ ଉଠି ବହୁତ ସ୍ନେହର ସହିତ ବାବାଙ୍କୁ ମନେ ପକାଅ ବାବା, ଆପଣ ୫ ହଜାର ବର୍ଷ ପରେ ପୁଣି ମିଳିଛନ୍ତି । ବାବା କହୁଛନ୍ତି ମୋତେ ମନେ ପକାଇଲେ ପାପ କଟିଯିବ । ତା ସହିତ ଶ୍ରୀମତରେ ତୁମମାନଙ୍କୁ ଚାଲିବାକୁ ହେବ । ସତ୍ତ୍ୱପ୍ରଧାନ ନିଶ୍ଚୟ ହେବାକୁ ପଡିବ । ବାବାଙ୍କୁ ମନେ ପକାଇବାର ଅଭ୍ୟାସ ହୋଇଗଲେ ଖୁସିରେ ବାବାଙ୍କ ସ୍ମୃତିରେ ବସି ରହିବେ, ଶରୀରର ଅଭିମାନ ତୁଟିଯିବ । ପୁଣି ଦେହର ଅଭିମାନ ରହିବ ନାହିଁ । ବହୁତ ଖୁସି ରହିବ । ତୁମେ ଖୁସିରେ ଥିଲ ଯେତେବେଳେ ପବିତ୍ର ଥିଲ । ଏବେ ତୁମମାନଙ୍କ ବୁଦ୍ଧିରେ ଏହି ସବୁ ଜ୍ଞାନ ରହିବା ଉଚିତ୍ । ପ୍ରଥମେ ଯେଉଁମାନେ ଆସୁଛନ୍ତି ସେମାନେ ନିଶ୍ଚିତ ୮୪ ଜନ୍ମ ନେଉଥିବେ । ପୁଣି ଚନ୍ଦ୍ରବଂଶୀ କିଛି କମ୍, ଇସ୍ଲାମୀ ତାଙ୍କଠାରୁ କମ ଜନ୍ମ ନେଉଥିବେ । କ୍ରମାନୁସାରେ ବୃକ୍ଷର ବୃଦ୍ଧି ହେଉଛି ନା । ମୁଖ୍ୟ ହେଉଛି ଡିଟି ଧର୍ମ ଅର୍ଥାତ୍ ଦୈବୀଧର୍ମ, ସେଥିରୁ ୩ଟି ଧର୍ମ ବାହାରୁଛି ପୁଣି ସେଥିରୁ ଶାଖା-ପ୍ରଶାଖା ବାହାରୁଛି । ଏବେ ତୁମେମାନେ ଡ୍ରାମାକୁ ଜାଣିଯାଇଛ । ଏହି ଡ୍ରାମା ଉଙ୍କୁଣୀ ସଦୃଶ୍ୟ ବହୁତ ଧିରେ ଧିରେ ଚାଲୁଛି । ସେକେଣ୍ଡ ସେକେଣ୍ଡ ଟିକ୍ଟିକ୍ ଚାଲୁଛି ସେଥିପାଇଁ ଗାୟନ ଅଛି ସେକେଣ୍ଡରେ ଜୀବନମୁକ୍ତି । ଏବେ ଆତ୍ମା ନିଜର ପିତାଙ୍କୁ ମନେ ପକାଉଛି । ବାବା ମୁଁ ଆପଣଙ୍କର ସନ୍ତାନ । ଆମେ ତ ସ୍ୱର୍ଗରେ ରହିବା ଉଚିତ୍ । ପୁଣି ନର୍କରେ କାହିଁକି ପଡିଛୁ । ବାବା ତ ସ୍ୱର୍ଗର ସ୍ଥାପନାକର୍ତ୍ତା । ପୁଣି ନର୍କରେ କାହିଁକି ପଡିଛ । ବାବା ବୁଝାଉଛନ୍ତି ତୁମେ ସ୍ୱର୍ଗରେ ଥିଲ ପୁଣି ୮୪ ଜନ୍ମ ନେଇ ନେଇ ତୁମେ ସବୁ ଭୁଲିଯାଇଛ । ଏବେ ପୁଣି ମୋର ମତରେ ଚାଲ । ଯୋଗବଳ ଦ୍ୱାରା ହିଁ ବିକର୍ମ ବିନାଶ ହେବ କାହିଁକି ନା ଆତ୍ମାରେ ହିଁ ଖାଦ ପଡୁଛି । ଶରୀର ହେଉଛି ଆତ୍ମାର ଅଳଙ୍କାର । ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିଥାଏ । ତୁମେ ଜାଣିଛ ଆମେ ସ୍ୱର୍ଗରେ ଥିଲୁ, ଏବେ ପୁଣି ବାବା ଆସିଛନ୍ତି ତେଣୁ ତାଙ୍କଠାରୁ ପୂରା ବର୍ସା ନେବା ଉଚିତ୍ । ସେଥିପାଇଁ ୫ ବିକାରକୁ ଛାଡିବାକୁ ହେବ । ଦେହ-ଅଭିମାନ ଛାଡିବାକୁ ପଡିବ ଏବଂ କାମଧନ୍ଦା କରି ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ । ଆତ୍ମା ନିଜ ପ୍ରେମିକଙ୍କୁ ଅଧାକଳ୍ପରୁ ସ୍ମରଣ କରିଆସିଛି । ଏବେ ସେହି ପ୍ରେମିକ ଆସିଛନ୍ତି । କହୁଛନ୍ତି ତୁମେ କାମ ଚିତାରେ ବସି କଳା ହୋଇଯାଇଛ, ଏବେ ମୁଁ ସୁନ୍ଦର କରିବାକୁ ଆସିଛି । ସେଥିପାଇଁ ଏହି ଯୋଗ ଅଗ୍ନିର ଆବଶ୍ୟକତା ରହିଛି । ଜ୍ଞାନକୁ ଚିତ୍ତା କୁହାଯାଏ ନାହିଁ । ଯୋଗକୁ ଚିତ୍ତା କୁହାଯାଏ, ଯେଉଁ ଚିତ୍ତା ଉପରେ ବସିଲେ ତୁମମାନଙ୍କର ବିକର୍ମ ବିନାଶ ହେବ । ଜ୍ଞାନକୁ ତ ନଲେଜ କୁହାଯାଉଛି, ବାବା ତୁମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ଉଚ୍ଚରୁ ଉଚ୍ଚ ହେଉଛନ୍ତି ବାବା ତାପରେ ବ୍ରହ୍ମା-ବିଷ୍ଣୁ-ଶଙ୍କର, ତାପରେ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଏବଂ ଅନ୍ୟ ଧର୍ମର ଶାଖା ସବୁ ରହିଛି । ତେଣୁ ବୃକ୍ଷ କେତେ ବଡ ହୋଇଯାଉଛି । ଏବେ ଏହି ବୃକ୍ଷର ମୂଳଦୂଆ ନାହିଁ ସେଥିପାଇଁ କଲିକତାର ବରଗଛର ଉଦାହରଣ ଦିଆଯାଇଥାଏ । ଦେବୀ-ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଇଛି । ମନୁଷ୍ୟ ଧର୍ମ ଭ୍ରଷ୍ଟ, କର୍ମ ଭ୍ରଷ୍ଟ ହୋଇଯାଇଛନ୍ତି । ଏବେ ତୁମେ ସନ୍ତାନମାନେ ଶ୍ରେଷ୍ଠ ହେବା ପାଇଁ ଶ୍ରେଷ୍ଠ କର୍ମ କରୁଛ । ନିଜର ଦୃଷ୍ଟିକୁ ସିଭିଲ୍ କରୁଛ, ତେଣୁ ତୁମମାନଙ୍କୁ ଏବେ ଭ୍ରଷ୍ଟ କର୍ମ କରିବା ଉଚିତ୍ ନୁହେଁ । କାହାପ୍ରତି କୌଣସି କୁଦୃଷ୍ଟି ନଯାଉ । ନିଜକୁ ଦେଖ ମୁଁ ଲକ୍ଷ୍ମୀଙ୍କୁ ବରଣ କରିବା ଯୋଗ୍ୟ ହୋଇଛି ? ମୁଁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ସ୍ମରଣ କରୁଛି । ପ୍ରତିଦିନ ନିଜର ଚାର୍ଟ ଦେଖ । ସାରା ଦିନରେ ଭିତରେ ଦେହ-ଅଭିମାନରେ ଆସି କୌଣସି ବିକର୍ମ କରି ନାହିଁ ତ ? ନଚେତ୍ ଶହେ ଗୁଣା ଦଣ୍ଡ ହୋଇଯିବ । ମାୟା ଚାର୍ଟ ରଖିବାକୁ ଦିଏ ନାହିଁ, ୨-୪ ଦିନ ଚାର୍ଟ ଲେଖି ପୁଣି ଛାଡି ଦେଉଛନ୍ତି । ବାବାଙ୍କର ଖିଆଲ ରହୁଛି ନା । ଦୟା ଆସୁଛି -- କହୁଛନ୍ତି ପିଲାମାନେ, ମୋତେ ମନେ ପକାଇଲେ ତୁମମାନଙ୍କର ପାପ କଟିଯିବ । ଏଥିରେ ମେହନତ ରହିଛି । ନିଜର କ୍ଷତି ଯେପରି ନହେଉ । ଜ୍ଞାନ ତ ବହୁତ ସହଜ | ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସକାଳୁ ସକାଳୁ ଅମୃତବେଳାରୁ ଉଠି ବାବାଙ୍କ ସହିତ ମିଠା-ମିଠା କଥା ହେବା ଉଚିତ୍ । ଅଶରୀରୀ ହେବାର ଅଭ୍ୟାସ ମଧ୍ୟ କରିବାକୁ ହେବ । ଧ୍ୟାନ ରହୁ - ବାବାଙ୍କ ସ୍ମୃତି ବ୍ୟତୀତ ଅନ୍ୟ କିଛି ବି ମନେ ନ ପଡୁ ।

(୨) ନିଜର ଦୃଷ୍ଟିକୁ ବହୁତ ଶୁଦ୍ଧ ପବିତ୍ର କରିବାକୁ ହେବ । ଦୈବୀଫୁଲର ବଗିଚା ତିଆରି ହେଉଛି ସେଥିପାଇଁ ଫୁଲ ହେବାର ପୂରା ପୁରୁଷାର୍ଥ କରିବାକୁ ହେବ । କଣ୍ଟା ଭଳି ହୁଅ ନାହିଁ ।

ବରଦାନ:-
ପ୍ରତ୍ୟେକ ସଂକଳ୍ପ, ସମୟ, ମନୋବୃତ୍ତି ଏବଂ କର୍ମ ଦ୍ୱାରା ସେବା କରୁଥିବା ନିରନ୍ତର ସେବାଧାରୀ ହୁଅ ।

ଯେପରି ବାବା ସମସ୍ତଙ୍କୁ ଅତି ପ୍ରିୟ ଅଟନ୍ତି ବାବାଙ୍କ ବିନା ଜୀବନର କୌଣସି ମୂଲ୍ୟ ନାହିଁ, ସେହିପରି ସେବା ବିନା ମଧ୍ୟ ବ୍ରାହ୍ମଣ ଜୀବନ ନିରର୍ଥକ । ସେଥିପାଇଁ ନିରନ୍ତର ଯୋଗୀ ହେବା ସହିତ ନିରନ୍ତର ସେବାଧାରୀ ମଧ୍ୟ ହୁଅ, ଯାହାକି ଶୋଇଥିବା ସମୟରେ ମଧ୍ୟ ସେବା ହେଉଥିବ । ଶୋଇଥିବା ସମୟରେ ଯଦି କେହି ତୁମକୁ ଦେଖିବ ତେବେ ତୁମ ମୁଖମଣ୍ଡଳରୁ ଶାନ୍ତି ଏବଂ ଆନନ୍ଦର ତରଙ୍ଗ ଅନୁଭବ କରିବ । ତେଣୁ ପ୍ରତ୍ୟେକ କର୍ମେନ୍ଦ୍ରିୟ ଦ୍ୱାରା ବାବାଙ୍କୁ ମନେ ପକାଇବା ପାଇଁ ଏବଂ ସମସ୍ତଙ୍କୁ ସ୍ମରଣ କରାଇ ଦେବାର ସେବା କରିଚାଲ । ନିଜର ଶକ୍ତିଶାଳୀ ମନୋବୃତ୍ତି ଦ୍ୱାରା ବାୟୁମଣ୍ଡଳରେ ସକାରାତ୍ମକ ତରଙ୍ଗ ବିଚ୍ଛୁରୀତ କରିବାର ସେବା କରିଚାଲ । ନିଜର କର୍ମ ଦ୍ୱାରା ଅନ୍ୟମାନଙ୍କୁ କର୍ମଯୋଗୀ ଭବର ବରଦାନ ଦେଇଚାଲ, ଏହିଭଳି ପ୍ରତି ପଦକ୍ଷେପରେ ପଦ୍ମର ରୋଜଗାର ଜମା କରିଚାଲ ତେବେ କୁହାଯିବ ନିରନ୍ତର ସେବାଧାରୀ ଅର୍ଥାତ୍ ସର୍ଭିସ୍ଏବୁଲ୍ ।

ସ୍ଲୋଗାନ:-
ଯଦି ନିଜର ଆଧ୍ୟାତ୍ମିକ ବ୍ୟକ୍ତିତ୍ୱକୁ ସ୍ମୃତିରେ ରଖିବ ତେବେ ମାୟାଜିତ୍ ହୋଇଯିବ ।