06.05.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ତୁମ ବ୍ରାହ୍ମଣମାନଙ୍କୁ ଈଶ୍ୱରଙ୍କର କୋଳ ମିଳିଛି, ତେଣୁ ତୁମର ନିଶା ରହିବା ଦରକାର ଯେ ବାବା ଏହି ଶରୀର ଦ୍ୱାରା ଆମକୁ ନିଜର କରିଛନ୍ତି ।

ପ୍ରଶ୍ନ:-
ବାବା କେଉଁ ଦିବ୍ୟ କର୍ତ୍ତବ୍ୟ କରିଛନ୍ତି? ଯେଉଁ କାରଣରୁ ତାଙ୍କର ଏତେ ମହିମା ଗାୟନ କରାଯାଇଛି?

ଉତ୍ତର:-
ପତିତମାନଙ୍କୁ ପାବନ କରିବା । ସବୁ ମନୁଷ୍ୟମାନଙ୍କୁ ମାୟା ରାବଣର ଜଞ୍ଜିରରୁ ମୁକ୍ତ କରିବା - ଏହି ଦିବ୍ୟ କର୍ତ୍ତବ୍ୟ ଏକମାତ୍ର ବାବା ହିଁ କରୁଛନ୍ତି । ବେହଦର ବାବାଙ୍କଠାରୁ ହିଁ ଅବିନାଶୀ ସୁଖର ବର୍ସା ମିଳିଥାଏ, ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ ଚାଲିଥାଏ । ସତ୍ୟଯୁଗରେ ହେଲା ଗୋଲଡେନ୍ ଜୁବୁଲୀ ଅର୍ଥାତ୍ ସ୍ୱର୍ଣ୍ଣିମ ଜୟନ୍ତୀ, ତ୍ରେତାରେ ସିଲଭର୍ ଜୁବୁଲି ଅର୍ଥାତ୍ ରୌପ୍ୟ ଜୟନ୍ତୀ । ତାହା ସତ୍ୱପ୍ରଧାନ, ଏହା ସତ୍ୱଗୁଣି । ଉଭୟକୁ ହିଁ ସୁଖଧାମ କୁହାଯାଏ । ଏହିଭଳି ସୁଖଧାମର ସ୍ଥାପନା ବାବା ହିଁ କରିଛନ୍ତି, ସେଥିପାଇଁ ତାଙ୍କର ମହିଁମା ଗାୟନ କରାଯାଉଛି ।

ଗୀତ:-
ଇନସାଫ କା ମନ୍ଦିର ହୈ ୟହ...

ଓମ୍ ଶାନ୍ତି ।
ବାବା ଏବଂ ଦାଦା ମିଶି ପିଲାମାନଙ୍କୁ ବୁଝାଉଛନ୍ତି । କେବେ ବାବା ବୁଝାଉଛନ୍ତି, କେବେ ପୁଣି ଦାଦା ମଧ୍ୟ ବୁଝାଉଛନ୍ତି କାରଣ ନା ଏହି ଶରୀର ଦାଦାଙ୍କର ମଧ୍ୟ ଘର ଅଟେ । ପରମପିତା ପରମାତ୍ମା ତ ପରମଧାମରେ ରହୁଛନ୍ତି । ନିଶ୍ଚିତ କୌଣସି ସମୟରେ ଏହି ଭାରତ ହିଁ ତାଙ୍କର ଘର ହୋଇଥାଏ ସେଥିପାଇଁ ତ ଶିବରାତ୍ରୀ ପାଳନ କରାଯାଉଛି । ଶିବଙ୍କର ବହୁତ ମନ୍ଦିର ମଧ୍ୟ ଅଛି । ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ ଏହି ଭାରତ ରାଷ୍ଟ୍ରରେ ହିଁ ସିଏ ଆସୁଛନ୍ତି, ପତିତମାନଙ୍କୁ ପବିତ୍ର କରିବା ପାଇଁ ଅଥବା ସବୁ ମନୁଷ୍ୟଙ୍କୁ ମାୟା ରାବଣର ଜଞ୍ଜିରରୁ ମୁକ୍ତ କରିବା ପାଇଁ କାହିଁକି ନା ଏବେ ରାବଣର ରାଜ୍ୟ ଚାଲିଛି । ଭାରତରେ ହିଁ ରାବଣକୁ ଜଳାଉଛନ୍ତି । ଶିବରାତ୍ରୀ ଏବଂ କୃଷ୍ଣ ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ କରୁଛନ୍ତି । ରାବଣର ରାଜ୍ୟ ମଧ୍ୟ ଅଧାକଳ୍ପ ଚାଲିଥାଏ । ପୁଣି ବାବା ଆସୁଛନ୍ତି ପତିତମାନଙ୍କୁ ପବିତ୍ର କରିବା ପାଇଁ । କେବଳ ଥରେ ମାତ୍ର ପବିତ୍ର କରିଦେଉଛନ୍ତି ପୁଣି ଆଉ ଆସୁନାହାଁନ୍ତି । ବାବାଙ୍କର ନାମ ଭାରତରେ ହିଁ ପ୍ରସିଦ୍ଧ ଅଟେ । ନିଶ୍ଚିତ ସିଏ କୌଣସି ଦିବ୍ୟ କର୍ତ୍ତବ୍ୟ କରିଛନ୍ତି ସେଥିପାଇଁ ତ ତାଙ୍କର ନାମ ରହିଛି । ମନୁଷ୍ୟ, ମନୁଷ୍ୟମାନଙ୍କୁ ତ ପବିତ୍ର କରିପାରିବେ ନାହିଁ । ପତିତ-ପାବନ ଏକମାତ୍ର ହିଁ ବାବାଙ୍କୁ କୁହାଯାଇଥାଏ । ସ୍ୱର୍ଗ ନର୍କ ଏହି ନାମ ମଧ୍ୟ ଭାରତରେ ହିଁ ରଖାଯାଉଛି । ଭାରତ ୫ ହଜାର ବର୍ଷ ପୂର୍ବେ ସ୍ୱର୍ଗ ଥିଲା, ତାକୁ ପରିସ୍ତାନ ବୋଲି ମଧ୍ୟ କୁହାଯାଇଥାଏ, ତେବେ ନିଶ୍ଚିତ ବାବାଙ୍କଠାରୁ ସମ୍ପତ୍ତି ମିଳିଛି । ବାବା ଶବ୍ଦ ବହୁତ ମିଠା ଲାଗିଥାଏ । ତାଙ୍କଠାରୁ ହିଁ ଅବିନାଶୀ ସୁଖର ସମ୍ପତ୍ତି ମିଳିଥାଏ, ଯେଉଁ ସୁଖ ଅଧାକଳ୍ପ ଚାଲିଥାଏ । ଯାହାର ସ୍ୱର୍ଣ୍ଣିମ ଜୟନ୍ତୀ, ରୌପ୍ୟ ଜୟନ୍ତୀ ପାଳନ କରିଥାନ୍ତି । ସତ୍ୟଯୁଗକୁ ସ୍ୱର୍ଣ୍ଣିମ ଜୟନ୍ତୀ, ତ୍ରେତାକୁ ରୈାପ୍ୟ ଜୟନ୍ତୀ କହିଥାନ୍ତି । ତାହା ସତ୍ତ୍ୱପ୍ରଧାନ, ଏହା ସତ୍ତ୍ୱ, ଉଭୟକୁ ମିଶାଇ ସୁଖଧାମ କୁହାଯାଉଛି । ପ୍ରଥମ ନମ୍ବର ହେଉଛି ସୂର୍ଯ୍ୟବଂଶୀ, ଦ୍ୱିତୀୟ ନମ୍ବରରେ ହେଉଛି ଚନ୍ଦ୍ରବଂଶୀ । ବାବା ଯେବେ ଏହି ଭାରତ ଦେଶରେ ଆସୁଛନ୍ତି ତେବେ ଭାରତକୁ ପବିତ୍ର କରୁଛନ୍ତି ପୁଣି ଯେବେ ଭକ୍ତି ଆରମ୍ଭ ହୋଇଥାଏ ତେବେ କଳାଗୁଡିକ କ୍ଷୟ ହୋଇଯାଇଥାଏ । ସେତେବେଳେ ଏହି ବୃକ୍ଷ ଜୀର୍ଣ୍ଣଶୀର୍ଣ୍ଣ ତମୋପ୍ରଧାନ ହୋଇଯାଇଥାଏ । ସମସ୍ତେ ଭକ୍ତ ହୋଇଯାଆନ୍ତି । ସାଧୁମାନେ ମଧ୍ୟ ସାଧନା କରିଥାନ୍ତି ବାବାଙ୍କୁ ପାଇବା ପାଇଁ ଅର୍ଥାତ୍ ମୁକ୍ତି ଜୀବନମୁକ୍ତି ଧାମକୁ ଯିବା ପାଇଁ । ସେମାନେ ଅଧାକଳ୍ପ ଭକ୍ତି କରିଥାନ୍ତି ବାବାଙ୍କୁ ପାଇବା ପାଇଁ । ଯେତେବେଳେ ସେହି ସମୟ ଶେଷ ହୋଇଥାଏ ସେତେବେଳେ ପୁଣି ବାବା ଆସିଥାନ୍ତି ଭକ୍ତଙ୍କୁ ସୁଖୀ କରିବା ପାଇଁ । ସତ୍ୟଯୁଗରେ ତ ସୁଖ-ଶାନ୍ତି, ସମ୍ପତ୍ତି ସବୁ ଅଛି । ସେଠାରେ କେବେ ଅକାଳ ମୃତ୍ୟୁ ହୋଇନଥାଏ । କେହି କେବେହେଲେ କନ୍ଦା-କଟା, ମାଡପିଟ୍ କରିନଥାନ୍ତି । ଏକଥା କିଏ ବୁଝାଉଛନ୍ତି? ବେହଦର ବାବା, ତାଙ୍କର ନାମ ମଧ୍ୟ ଥିବା ଦରକାର ନା । କଳିଯୁଗରେ ତ ଅନ୍ଧକାର ହିଁ ରହିଛି । ସେମାନେ ଭକ୍ତିମାର୍ଗର ଧକ୍କା ଖାଇ ଚାଲିଥାନ୍ତି । ସ୍ୱର୍ଗରେ ତ ଦୁଃଖର କଥା ହୋଇନଥାଏ, ସମସ୍ତେ ସୁଖୀ ରହିଥାନ୍ତି ସେଥିପାଇଁ ଭଗବାନଙ୍କୁ ଡାକୁନାହାଁନ୍ତି । ସତ୍ୟଯୁଗକୁ ସୁଖଧାମ, କଳିଯୁଗକୁ ଦୁଃଖଧାମ କୁହାଯାଇଥାଏ । ବଲ୍ଲଭାଚାରୀ ବୈଷ୍ଣବ ଧର୍ମାବଲମ୍ବୀମାନେ ତ ବୁଝନ୍ତି ଯେ ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଯେପରି ରାଜା ରାଣୀ, ସେହିପରି ପ୍ରଜା ମଧ୍ୟ ସୁଖୀ ଥିଲେ, ତାକୁ ସ୍ୱର୍ଣ୍ଣିମଯୁଗ କୁହାଯାଉଛି । ସତ୍ୟଯୁଗରୁ ଆରମ୍ଭ କରି ଯେଉଁମାନେ ଏହି ଚକ୍ରରେ ଆସୁଛନ୍ତି ତାଙ୍କର ହିଁ ୮୪ ଜନ୍ମ ହେବ । ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ଏହା ବୃକ୍ଷ ଅଟେ । ଏଥିରେ ସବୁ ପତ୍ର ଏକତ୍ର ଆସିବେ ନାହିଁ । ସତ୍ୟଯୁଗରେ ଏକମାତ୍ର ହିଁ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ତାଙ୍କୁ ହିନ୍ଦୁ ବୋଲି କହିବା ନାହିଁ । ଦେବୀ-ଦେବତାମାନେ ତ ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ ବୋଲି ଗାୟନ କରାଯାଇଥାଏ.... ଯେଉଁମାନେ ତାଙ୍କର ପୂଜାରୀ ଅଟନ୍ତି, ସେମାନେ ନିଶ୍ଚିତ ସେହି ଧର୍ମର ହେବା ଦରକାର । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କୁ ସ୍ମରଣ କରିଥାନ୍ତି ତେଣୁ ସେମାନେ ସେହି ଧର୍ମର ଅଟନ୍ତି ନା । ପୁଣି ଭାରତବାସୀମାନେ ନିଜର ଦେବୀ-ଦେବତା ଧର୍ମର ନାମ କାହିଁକି ହଜାଇ ଦେଇଛନ୍ତି?

ତୁମ୍ଭେମାନେ ଜାଣିଛ ଯେ ଆମେ ଦେବତା ଥିଲୁ । ଆମେ ହିଁ ଜନ୍ମ-ମରଣରେ ଆସୁଛୁ । ଆମେ ହିଁ ଦେବତା, କ୍ଷତ୍ରୀୟ ହେଉଛୁ । ୮୪ ଜନ୍ମ ନେଇ ନେଇ ଶେଷରେ ଆସି ଶୂଦ୍ର ହେଉଛୁ । ଶୁଦ୍ରରୁ ପୁଣି ବ୍ରାହ୍ମଣ ହେବାକୁ ପଡିବ । ବ୍ରହ୍ମାଙ୍କର ସନ୍ତାନମାନେ ହିଁ ବ୍ରାହ୍ମଣ ହୋଇଥାନ୍ତି । ବାସ୍ତବରେ ସବୁ ଆତ୍ମାମାନେ ଶିବଙ୍କର ହିଁ ସନ୍ତାନ ଅଟନ୍ତି । ସିଏ ହେଉଛନ୍ତି ଅବିନାଶୀ ପିତା । ତାଙ୍କୁ ପରମପିତା ପରମାତ୍ମା, ହେ ଈଶ୍ୱର ପିତା ଅଥବା ସ୍ୱର୍ଗୀୟ ଈଶ୍ୱର ପିତା ବୋଲି କୁହାଯାଇଥାଏ । ସିଏ ହେଉଛନ୍ତି ସ୍ୱର୍ଗର ରଚୟିତା । ଏବେ ବୁଦ୍ଧି ଦ୍ୱାରା ପିଲାମାନଙ୍କୁ କାମ କରିବାକୁ ହେବ । ଯେତେବେଳେ କି ବାବା ସ୍ୱର୍ଗ ସ୍ଥାପନ କରୁଛନ୍ତି ତେବେ ଆମେ କାହିଁକି ନୂଆ ଦୁନିଆର ଉତ୍ତରାଧିକାରୀ ନହେବୁ । ଏବେ ସେହି ନୂଆ ଦୁନିଆ ପୁରୁଣା ହୋଇଗଲାଣି, ପୁଣି ନୂଆ ଦୁନିଆ କିପରି ହେବ? ଗାନ୍ଧୀ ମଧ୍ୟ ଗୁଣଗାନ କରୁଥିଲେ ନା ଯେ ନୂଆ ରାମରାଜ୍ୟ, ନୂଆ ଭାରତ ହେଉ । ଆମେ ଜାଣିଛୁ ଯେ ଏବେ ତାହା ସ୍ଥାପନ ହେଉଛି । ଏବେ ତୁମ ବ୍ରାହ୍ମଣମାନଙ୍କୁ ଈଶ୍ୱରୀୟ କୋଳ ମିଳୁଛି, ତୁମେ ବାସ୍ତବରେ ବେହଦର ବାବାଙ୍କୁ ନିଜର କରିଛ । ଏପରି ତ ସମସ୍ତେ କହୁଛନ୍ତି ଯେ ହେ ଈଶ୍ୱର ପିତା ଦୟା କର । କିନ୍ତୁ ବର୍ତ୍ତମାନ ସମୟରେ ବାବା ଆସି ଏହି ଶରୀର ଦ୍ୱାରା ତୁମକୁ ନିଜର କରିଛନ୍ତି । ସେହି କଳିଯୁଗୀ ବ୍ରାହ୍ମଣ ହେଉଛନ୍ତି ଦୈହିକ ସନ୍ତାନ, ଆମେ ହେଉଛୁ ବ୍ରହ୍ମା ମୁଖ ବଂଶାବଳୀ । ଇଏ ପ୍ରଜାପିତା ବ୍ରହ୍ମା ଅଟନ୍ତି ତେବେ ତ ଏତେ ସନ୍ତାନ ଜନ୍ମ କରିବେ ନା । ତେଣୁ ଇଏ ହେଲେ ମୁଖ ବଂଶାବଳୀ । ପରମପିତା ପରମାତ୍ମା ପୋଷ୍ୟ ଗ୍ରହଣ କରିଛନ୍ତି - ବ୍ରହ୍ମା ମୁଖ ଦ୍ୱାରା, ତେଣୁ ଏହାର ଅର୍ଥ ମାତା ମଧ୍ୟ ହୋଇଗଲେ । ତୁମେ ମାତା-ପିତା.... ହେ ବାବା ଆପଣ ଆମକୁ ବ୍ରହ୍ମା ମୁଖ ଦ୍ୱାରା ନିଜର କରିଛନ୍ତି । ଏହା ମଧ୍ୟ ବୁଝିବାର କଥା ଅଟେ । ଜ୍ଞାନର ସାଗର ଜଣେ ହିଁ ବାବା ଅଟନ୍ତି । ଜ୍ଞାନ ଦ୍ୱାରା ହିଁ ସଦଗତି ଅର୍ଥାତ୍ ଦିନ ହୋଇଥାଏ । ଅଜ୍ଞାନ ଦ୍ୱାରା ରାତି ହୋଇଥାଏ । କଳିଯୁଗ ତ ରାତ୍ରି ଅଟେ ନା, ଏହାକୁ ଭକ୍ତିମାର୍ଗ କୁହାଯାଇଥାଏ । ସବୁ ଶାସ୍ତ୍ର ଭକ୍ତିମାର୍ଗର ଅଟେ । ତାଦ୍ୱାରା ବାବାଙ୍କ ପାଖରେ ପହଞ୍ଚିବାର କୌଣସି ରାସ୍ତା ମିଳିନଥାଏ । ବାବା କଳ୍ପ-କଳ୍ପ ହିଁ ଆସୁଛନ୍ତି । ଆମେ ଶିବରାତ୍ରୀ ପାଳନ କରୁଛନ୍ତି ତେଣୁ ସିଏ ନିଶ୍ଚିତ ଆସୁଛନ୍ତି । ତାଙ୍କର ନିଜର ଶରୀର ନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ଦେବତା କୁହାଯାଇଥାଏ । ବ୍ରହ୍ମା ଦେବତା ନମଃ, ବିଷ୍ଣୁ ଦେବତା ନମଃ ପୁଣି ଶିବ ପରମାତ୍ମା ନମଃ । ବ୍ରହ୍ମା ହେଉଛନ୍ତି ଏହି ସାକାର ବଂଶାବଳୀର ମୁଖ୍ୟ । ଏବେ ସିଏ ବାସ୍ତବରେ ଅଛନ୍ତି । ବାବା ସଂଗମଯୁଗରେ ହିଁ ଆସୁଛନ୍ତି । ଏବେ ଯାଦବ ଅଛନ୍ତି, କୌରବ ମଧ୍ୟ ଅଛନ୍ତି ଏବଂ ପାଣ୍ଡବ ତ ହେଉଛନ୍ତି ଯୋଗବଳ ସହିତ ଶକ୍ତି ସେନା । ତେଣୁ ଏବେ ତୁମେମାନେ ଜାଣୁଛ ଯେ ଶିବବାବା ବାସ୍ତବରେ ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି । ସେହି ନିରକାର ଶିବଙ୍କର ମନ୍ଦିର ମଧ୍ୟ ରହିଛି । ସେଥିପାଇଁ ଶିବରାତ୍ରୀ ପାଳନ କରାଯାଇଥାଏ । କିନ୍ତୁ ସରକାର ଶିବଜୟନ୍ତୀକୁ ଛୁଟି ଦିବସ ରୂପେ ଆଉ ଘୋଷଣା କରୁନାହାଁନ୍ତି । ଅନ୍ୟମାନଙ୍କର ଜୟନ୍ତୀ ପାଳନ କରୁଛନ୍ତି । ଧର୍ମର ତ ଆଉ ଶକ୍ତି ନାହିଁ ସେଥିପାଇଁ ଅନରାଇଟିୟସ୍ (ଅଧର୍ମ) ଅନ୍ଲଫୁଲ ଅର୍ଥାତ୍ ଅନ୍ୟାୟ ହୋଇଚାଲିଛି ଏବଂ ସମସ୍ତେ ଗରିବ ହୋଇଯାଇଛନ୍ତି । ସେଥିପାଇଁ ନା ଶାନ୍ତି ଅଛି ନା ପବିତ୍ରତା ଅଛି, ନା ସମୃଦ୍ଧି ଅଛି । ଏହି ଭାରତରେ ୫ ହଜାର ବର୍ଷ ପୂର୍ବରୁ ଯେବେ ସୁବର୍ଣ୍ଣ ଜୟନ୍ତୀ ହେଉଥିଲା, ତେବେ ପବିତ୍ରତା, ଶାନ୍ତି, ସମୃଦ୍ଧି ଥିଲା । ସେଠାରେ କେବେ ଅକାଳମୃତ୍ୟୁ ହେଉନଥିଲା । ଭାରତ ପରି ଶ୍ରେଷ୍ଠ ସମ୍ପତ୍ତିବାନ ଆଉ କେହି ହୋଇପାରିବ ନାହିଁ । ଭାରତ ରାଷ୍ଟ୍ର ହେଲା ସବୁଠାରୁ ଉଚ୍ଚ । ତାର ଇତିହାସ ମଧ୍ୟ ରଚନା କରାଯାଇଛି । ଏହି ଭାରତ ପବିତ୍ର ମଧ୍ୟ ହେଉଛି ତ ପତିତ ମଧ୍ୟ ହେଉଛି । ଆଦି ସନାତନ ଦେବୀ-ଦେବତା ଧର୍ମବାଲା ହିଁ ଚକ୍ର ସଦୃଶ ବୁଲି ଆସି ପୁଣି ଶୁଦ୍ର ବର୍ଣ୍ଣରେ ଆସିଛନ୍ତି । ପୁଣି ଶୂଦ୍ର ବର୍ଣ୍ଣରୁ ଏବେ ବ୍ରାହ୍ମଣ ବର୍ଣ୍ଣରେ ଆସିଛନ୍ତି । ଦେବତାମାନଙ୍କଠାରୁ ମଧ୍ୟ ବ୍ରାହ୍ମଣ ବର୍ଣ୍ଣ ଉଚ୍ଚ ସ୍ଥାନରେ ଅଛି । ସତ୍ୟଯୁଗୀ ଦେବତାମାନଙ୍କର ଯେଉଁ ମହିମା ରହିଛି, ତାହା ବାବାଙ୍କର ମହିଁମାଠାରୁ ଅଲଗା ଅଟେ । ବାବାଙ୍କୁ କହୁଛନ୍ତି ଜ୍ଞାନର ସାଗର, ଆନନ୍ଦର ସାଗର, ପୁଣି ଦେବତାମାନଙ୍କୁ କହିବେ ସର୍ବଗୁଣ ସମ୍ପନ୍ନ... । ସେଠାରେ ବିକାରର କୌଣସି କଥା ନାହିଁ । ଶାସ୍ତ୍ରରେ ତ ବହୁତ କାହାଣୀ ଲେଖି ଦେଇଛନ୍ତି ଯେ କୃଷ୍ଣପୁରୀରେ ମଧ୍ୟ କଂସ, ରାବଣ ଆଦି ଥିଲେ । ବାସ୍ତବରେ ତ ବର୍ତ୍ତମାନ ସମୟ କଂସପୁରୀ ଅଟେ । ପୁଣି ସତ୍ୟଯୁଗରେ ହେବ କୃଷ୍ଣପୁରୀ । ଏହା ହେଉଛି ସଂଗମଯୁଗ ସେଥିପାଇଁ ସେମାନେ କଂସ, ଜରାସନ୍ଧ, ରାବଣ ଆଦିଙ୍କୁ ସତ୍ୟଯୁଗୀ ଦେବତାମାନଙ୍କ ସହିତ ମିଶାଇ ଦେଇଛନ୍ତି । ଏହା ହେଉଛି ଆସୁରୀ ରାବଣ ସମ୍ପ୍ରଦାୟ । ଏବେ ତୁମେ ଈଶ୍ୱରୀୟ ସମ୍ପ୍ରଦାୟର ହୋଇଛ । ଈଶ୍ୱରୀୟ କୋଳରେ ଆସି ପବିତ୍ର ହୋଇ ପୁଣି ୨୧ ଜନ୍ମ ପାଇଁ ଦୈବୀ କୋଳକୁ ଯାଉଛ । ୮ ଜନ୍ମ ଦୈବୀ କୋଳ, ପୁଣି ୧୨ ଜନ୍ମ କ୍ଷତ୍ରିୟ କୋଳ । ଭାରତରେ ହିଁ ଏହି ଗାୟନ ରହିଛି ଯେ ସିଏ ହିଁ କନ୍ୟା ଯିଏ ୨୧ କୁଳର ଉଦ୍ଧାର କରିଥାଏ । ତେଣୁ ତୁମେ ହିଁ ସେହି କୁମାରୀ ଅଟ ।

ଏବେ ତୁମେ ଈଶ୍ୱରୀୟ କୁଳର ଅଟ । ଦାଦା ହେଲେ ଶିବବାବା, ବାବା ହେଉଛନ୍ତି ବ୍ରହ୍ମା । ତୁମେ ହେଉଛ ବ୍ରହ୍ମାକୁମାର-କୁମାରୀମାନେ । ବର୍ସା ସେହି ଅବିନାଶୀ ବାବାଙ୍କଠାରୁ ମିଳୁଛି । ଦେଲାବାଲା ସିଏ ଅଟନ୍ତି । ସିଏ ତ ନିରାକାର ଅଟନ୍ତି । ତେଣୁ ସିଏ ଏବେ ରାଜଯୋଗ କିପରି ଶିଖାଇବେ । ନରରୁ ନାରାୟଣ ହେବା ପାଇଁ ନିଶ୍ଚିତ ସାକାର ଶରୀର ଦରକାର । ତେଣୁ ଏହି ପତିତ ଶରୀରରେ ଆସୁଛନ୍ତି ଯିଏକି ୮୪ ଜନ୍ମ ନେଇଛନ୍ତି । ଏହା ହେଉଛି ସବୁଠାରୁ ବଡ ବିଶ୍ୱ ବିଦ୍ୟାଳୟ । ଯେଉଁଠାରେ ସ୍ୱୟଂ ପରମାତ୍ମା ବସି ରାଜଯୋଗ ଶିଖାଉଛନ୍ତି, ରାଜାମାନଙ୍କର ରାଜା କରିବା ପାଇଁ । ଗୀତାର ରଚୟିତା କୃଷ୍ଣ ନୁହେଁ । ଗୀତା ମାତା କୃଷ୍ଣଙ୍କୁ ଜନ୍ମ ଦେଇଥିଲେ । ଯେଉଁମାନେ ଦେବତା ହେବେ ତାଙ୍କୁ ଶିବବାବାଙ୍କଠାରୁ ଜନ୍ମ ମିଳିଛି, ଖ୍ରୀଷ୍ଟିୟାନଙ୍କୁ ଖ୍ରୀଷ୍ଟଙ୍କ ଦ୍ୱାରା ବାଇବେଲରୁ ଜନ୍ମ ମିଳିଛି । ତୁମକୁ ମଧ୍ୟ ବ୍ରାହ୍ମଣରୁ ଦେବତା କିଏ କରିଲେ? ଶିବବାବା ବ୍ରହ୍ମା ମୁଖ ଦ୍ୱାରା କଲେ । ଏହା ତୁମର ଅବିନାଶୀ ସନ୍ନ୍ୟାସ ଅଟେ । ତାହା ହେଉଛି ବିନାଶୀ ରଜୋଗୁଣୀ ସନ୍ନ୍ୟାସ । ତାହା ନିବୃତ୍ତିମାର୍ଗର ସନ୍ନ୍ୟାସ । ତୁମର ବୈବାଗ୍ୟ ଆସିଛି ଏହି ପୁରୁଣା ବିକାରୀ ଦୁନିଆରୁ । ତୁମେ ଜାଣିଛ ଯେ ଏହା ତ ଏବେ ଶେଷ ହେବାର ଅଛି । ତେଣୁ କାହିଁକି ଆମେ ସ୍ୱର୍ଗର ରଚୟିତା ବାବାଙ୍କୁ ୟାଦ ନ କରିବୁ । ବାବା କହୁଛନ୍ତି ପ୍ରିୟ ପିଲାମାନେ ତୁମେ ବହୁତ ଜନ୍ମ ପରେ ଆସି ମିଶିଛ । ତୁମେ ୮୪ ଜନ୍ମର ଚକ୍ର ପୂର୍ଣ୍ଣ କରିଛ । ଏବେ ପୁଣି ତୁମକୁ ଦେବତା ବର୍ଣ୍ଣରେ ଯିବାକୁ ହେବ । ଏଥିରେ ବହୁତ ତ୍ୟାଗ ଓ ନିଷ୍ଟା ମଧ୍ୟ ରହିଛି, କୌଣସି ପ୍ରକାର ଅଶୁଦ୍ଧ ଜିନିଷ ଖାଇପାରିବ ନାହିଁ । ବାବା କହୁଛନ୍ତି ମୁଁ ସଂଗମରେ ଆସୁଛି ବିକାରଯୁକ୍ତ ବସ୍ତ୍ରକୁ ସଫା କରିବା ପାଇଁ । ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ଅଛି । ଯାଦବ, କୌରବ ଏବଂ ପାଣ୍ଡବ ମଧ୍ୟ ଅଛନ୍ତି ତେବେ ନିଶ୍ଚିତ ପାଣ୍ଡବପତି ମଧ୍ୟ ଥିବେ । ପାଣ୍ଡବପତି ପିତା ପରମାତ୍ମାଙ୍କୁ କହିବା, ତୁମେ ପୁଣି ପଣ୍ଡା ଅଟ । ସୁଖଧାମ, ଶାନ୍ତିଧାମର ରାସ୍ତା ବତାଉଛ ସେଥିପାଇଁ ତୁମକୁ ପାଣ୍ଡବ ଶିବଶକ୍ତି ସେନା କୁହାଯାଇଥାଏ । ଯାଦବ, ୟୁରୋପବାସୀ ତ ନିଜ କୁଳର ହିଁ ବିନାଶ କରୁଛନ୍ତି । ଭାରତରେ ଅଛନ୍ତି ପାଣ୍ଡବ ଏବଂ କୌରବ ଯାହାଙ୍କ ପାଇଁ କହୁଛନ୍ତି ଯେ ଅସୁର ଏବଂ ବେଦତାମାନଙ୍କର ଯୁଦ୍ଧ ଚାଲିଥିଲା । ତୁମେ ଏବେ ତ ଦେବତା ହୋଇ ନାହଁ, ହେବାକୁ ଯାଉଛ । ଶ୍ରୀମତ ଆଧାରରେ ତୁମେ ସ୍ୱର୍ଗର ମାଲିକ ହେଉଛ । ଆଉ ଅନ୍ୟ ସମସ୍ତଙ୍କର ଆସୁରୀ ରାବଣ ମତ ଅଟେ । ଅଧାକଳ୍ପ ରାବଣର ମତ ଚାଲିଥାଏ । ଏବେ ତ ସାରା ଦୁନିଆ ତମୋପ୍ରଧାନ ଅଟେ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ, ଯେଉଁଠାରେ ବାବା ବସି ରାଜଯୋଗ ଶିଖାଉଛନ୍ତି । ଯେବେ ରାଜତ୍ୱ ସ୍ଥାପନ ହୋଇଯାଇଥାଏ, ତେବେ ଏହି ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଥାଏ, ପୁଣି ଏହି ଜ୍ଞାନ ପ୍ରାୟ ଲୋପ ପାଇଯାଇଥାଏ । ପୁଣି ଡ୍ରାମା ଅନୁସାରେ ଭକ୍ତିମାର୍ଗରେ ଯେଉଁ ଶାସ୍ତ୍ର ଅଛି, ତାହା ହିଁ ତିଆରି ହେବ । ସନ୍ନ୍ୟାସୀମାନଙ୍କର ବହୁତ ଅନୁସରଣକାରୀ ଥାନ୍ତି । ସମସ୍ତେ ପାପ ଧୋଇବା ପାଇଁ ଗଙ୍ଗାକୁ ଯାଇଥାନ୍ତି । ଗଙ୍ଗା ନଦୀ ତ କାହାକୁ ପବିତ୍ର କରିପାରିବ ନାହିଁ । ତାହା ତ ପାଣିର ସାଗରରୁ ବାହାରିଛି । ବାସ୍ତବରେ ତୁମେ ଜ୍ଞାନଗଙ୍ଗା ଅଟ, ଯିଏକି ଜ୍ଞାନ ସାଗରଙ୍କଠାରୁ ବାହାରିଛ । କିନ୍ତୁ ସେହି ଗଙ୍ଗା କୌଣସି ପତିତ-ପାବନୀ ହୋଇନଥାଏ । ମୁଁ ପିଲାମାନଙ୍କୁ ପୁଣି ଥରେ ଭକ୍ତିର ଫଳ ଅବିନାଶୀ ସୁଖର ସମ୍ପତ୍ତି ଦେବା ପାଇଁ ଆସିଛି । ଯେଉଁମାନେ ବାବାଙ୍କ ନିକଟରେ ଆସି ପଢିବେ ସେମାନେ ସ୍ୱର୍ଗରେ ଆସିବେ, ଅନ୍ୟ ସମସ୍ତେ ନିଜ-ନିଜର ବିଭାଗକୁ ଚାଲିଯିବେ । ଏହି ଡ୍ରାମାର ଚକ୍ରକୁ ମଧ୍ୟ ବୁଝିବାକୁ ହେବ । ଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେଉଛ । ସରକାର ମଧ୍ୟ ଅଶୋକ ଚକ୍ର ବାହାର କରିଛନ୍ତି । ୩ଟି ସିଂହ ଦେଖାଇ ପୁଣି ତଳେ ଲେଖୁଛନ୍ତି ସତ୍ୟମେବ ଜୟତେ ।

ଏବେ ଶିବବାବା ତୁମ ସବୁ ପାର୍ବତୀମାନଙ୍କୁ ଆସି ଅମର କଥା ଶୁଣାଉଛନ୍ତି - ଅମରପୁରୀର ମାଲିକ କରିବା ପାଇଁ । ଏହାକୁ ହିଁ ସତ୍ୟ ନାରାୟଣଙ୍କ କଥା ବା ଅମରକଥା କୁହାଯାଇଥାଏ । ଏହି କଥା ଥରେ ମାତ୍ର ଶୁଣି ପୁଣି ତୁମେ ସ୍ୱର୍ଗର ମାଲିକ ହେଉଛ । ଆଉ ସବୁ ହେଉଛି କାହାଣୀ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଦେବତା ବର୍ଣ୍ଣରେ ଯିବା ପାଇଁ ହେଲେ ଖାଦ୍ୟପେୟରେ ବହୁତ ମିତାହାରୀ ହେବାକୁ ପଡିବ । କୌଣସି ଅଶୁଦ୍ଧ ଖାଦ୍ୟ ଖାଇବାର ନାହିଁ ।

(୨) ଏହି ପୁରୁଣା ଛି-ଛି (ବିକାରୀ) ଦୁନିଆ, ଯାହାକି ଏବେ ବିନାଶ ହେବାକୁ ଯାଉଛି, ଏହା ପ୍ରତି ଅବିନାଶୀ ବୈରାଗ୍ୟ ରଖି ସ୍ୱର୍ଗର ରଚୟିତା ବାବାଙ୍କୁ ସ୍ମରଣ କରିବାକୁ ହେବ ।

ବରଦାନ:-
ନିଜର ଶକ୍ତି ଦ୍ୱାରା ବା ଗୁଣ ଦ୍ୱାରା ନିର୍ବଳକୁ ଶକ୍ତିଶାଳୀ କରୁଥିବା ଶ୍ରେଷ୍ଠ ଦାନୀ ବା ସହଯୋଗୀ ହୁଅ ।

ଶ୍ରେଷ୍ଠ ସ୍ଥିତି ସମ୍ପନ୍ନ ସୁପୁତ୍ର ସନ୍ତାନମାନଙ୍କର ସର୍ବଶକ୍ତି ଏବଂ ସର୍ବଗୁଣ ଯଥା ସମୟରେ ସହଯୋଗୀ ହୋଇଥାନ୍ତି । ସେମାନଙ୍କର ସେବାର ବିଶେଷ ସ୍ୱରୂପ ହେଲା ବାବାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଗୁଣ ଏବଂ ଶକ୍ତିଗୁଡିକୁ ଅଜ୍ଞାନୀ ଆତ୍ମାମାନଙ୍କୁ ଦାନ କରିବା ଏବଂ ବ୍ରାହ୍ମଣ ଆତ୍ମାମାନଙ୍କୁ ସହଯୋଗ ଦେବା । ତେଣୁ ନିର୍ବଳକୁ ଶକ୍ତିଶାଳୀ କରିବା - ଏହା ହିଁ ହେଉଛି ଶ୍ରେଷ୍ଠଦାନ ବା ସହଯୋଗ । ଯେପରି ବାଣୀ ଦ୍ୱାରା ବା ମାନସିକ ସ୍ଥିତି ଦ୍ୱାରା ସେବା କରୁଛ ସେହିପରି ନିଜକୁ ପ୍ରାପ୍ତ ହୋଇଥିବା ଗୁଣ ଏବଂ ଶକ୍ତିର ସହଯୋଗ ଅନ୍ୟ ଆତ୍ମାମାନଙ୍କୁ ଦିଅ, ସେମାନଙ୍କୁ ପ୍ରାପ୍ତି କରାଅ ।

ସ୍ଲୋଗାନ:-
ଯେଉଁମାନେ ଦୃଢ ନିଶ୍ଚୟ ଆଧାରରେ ନିଜର ଭାଗ୍ୟକୁ ନିଶ୍ଚିତ କରିଦିଅନ୍ତି ସେହିମାନେ ହିଁ ସର୍ବଦା ନିଶ୍ଚିନ୍ତ ରହିଥାଆନ୍ତି ।