06.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ଜ୍ଞାନର ମୁଳଦୁଆ ହେଲା ନିଶ୍ଚୟ, ଯଦି ନିଶ୍ଚୟ ବୁଦ୍ଧି ହୋଇ ପୁରୁଷାର୍ଥ କରିବ ତେବେ ଲକ୍ଷ୍ୟ
ସ୍ଥଳରେ ପହଞ୍ଚିଯିବ ।”
ପ୍ରଶ୍ନ:-
କେଉଁ ଗୋଟିଏ କଥା
ବହୁତ ଭଲ ଭାବରେ ବୁଝିବାର ଏବଂ ନିଶ୍ଚୟ କରିବାର ଅଟେ?
ଉତ୍ତର:-
ଏବେ ସବୁ ଆତ୍ମାଙ୍କର ହିସାବ-କିତାବ ଚୁକ୍ତ ହେବ । ସମସ୍ତେ ମଶା-ମାଛି ସଦୃଶ ନିଜର ଘର
ଶାନ୍ତିଧାମକୁ ଯିବେ, ତା’ପରେ ନୂଆ ଦୁନିଆକୁ ବହୁତ କମ ଆତ୍ମା ଆସିବେ । ଏହି କଥାକୁ ବହୁତ ଭଲ
ଭାବରେ ବୁଝିବା ଏବଂ ନିଶ୍ଚୟ କରିବା ଦରକାର ।”
ପ୍ରଶ୍ନ:-
ବାବା କେଉଁ
ପିଲାମାନଙ୍କୁ ଦେଖି ଖୁସି ହୋଇଥା’ନ୍ତି?
ଉତ୍ତର:-
ଯେଉଁ ପିଲାମାନେ ବାବାଙ୍କ ଉପରେ ପୂରା ସମର୍ପଣ ହୋଇଯାଆନ୍ତି, ଯେଉଁମାନେ ମାୟା ଦ୍ୱାରା ହଲଚଲ
ହୋଇନଥା’ନ୍ତି ଅର୍ଥାତ୍ ଅଙ୍ଗଦ ପରି ଅଚଳ ଅଟଳ ରହିଥା’ନ୍ତି, ଏହିଭଳି ପିଲାମାନଙ୍କୁ ଦେଖି ବାବା
ବହୁତ ଖୁସି ହୋଇଥାଆନ୍ତି ।
ଗୀତ:
ଧୀରଜ ଧର ମନୁଆ....
ଓମ୍ ଶାନ୍ତି ।
ପିଲାମାନେ କ’ଣ
ଶୁଣିଲେ? ଏକଥା ବାବା ହିଁ କହିପାରିବେ ନା । ସନ୍ନ୍ୟାସୀ, ଉଦାସୀ କେହି କହିପାରିବେ ନାହିଁ ।
ପାରଲୌକିକ ବେହଦର ବାବା ହିଁ ପିଲାମାନଙ୍କୁ କହୁଛନ୍ତି କାହିଁକି ନା ଆତ୍ମାରେ ହିଁ ମନ-ବୁଦ୍ଧି ଅଛି
। ବାବା ଆତ୍ମାମାନଙ୍କୁ କହୁଛନ୍ତି - ଏବେ ଧୈର୍ଯ୍ୟ ଧର । ପିଲାମାନେ ହିଁ ଜାଣିଛନ୍ତି ଯେ, ଏହି
ବେହଦର ବାବା ସାରା ଦୁନିଆକୁ କହୁଛନ୍ତି - ଧୈର୍ଯ୍ୟ ଧର । ଏବେ ତୁମର ସୁଖ-ଶାନ୍ତିର ଦିନ ଆସୁଛି ।
ବର୍ତ୍ତମାନ ତ ଦୁଃଖଧାମ, ଏହା ପରେ ପୁଣି ସୁଖଧାମ ଆସିବ ହିଁ ଆସିବ ଏବଂ ସୁଖଧାମର ସ୍ଥାପନା ମଧ୍ୟ
ବାବା ହିଁ କରିବେ ନା । ବାବା ହିଁ ପିଲାମାନଙ୍କୁ ଧୈର୍ଯ୍ୟ ଦେଉଛନ୍ତି । ପ୍ରଥମେ ତ ନିଶ୍ଚୟ ହେବା
ଦରକାର ନା । ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କୁ ହିଁ ନିଶ୍ଚୟ ହୋଇଥାଏ । ନଚେତ୍ ଏତେ
ବ୍ରାହ୍ମଣ କେଉଁଠାରୁ ଆସିଲେ? ବି.କେ.ଙ୍କର ଅର୍ଥ ହିଁ ହେଉଛି ପୁତ୍ର ଏବଂ କନ୍ୟାମାନେ । ଯଦି ଏତେ
ସବୁ ନିଜକୁ ବି.କେ. କହୁଛନ୍ତି ତେବେ ନିଶ୍ଚିତ ପ୍ରଜାପିତା ବ୍ରହ୍ମା ଥିବେ ନା! ସମସ୍ତଙ୍କର
ମାତା-ପିତା ଜଣେ ହିଁ ଅଟନ୍ତି । ଆଉ ସମସ୍ତଙ୍କର ତ ଅଲଗା-ଅଲଗା ମାତା-ପିତା ଥା’ନ୍ତି । କିନ୍ତୁ
ଏଠାରେ ତୁମ ସମସ୍ତଙ୍କର ଜଣେ ହିଁ ମାତାପିତା ଅଛନ୍ତି । ତେବେ ଏହା ନୂଆ କଥା ହେଲା ନା । ତୁମେମାନେ
ଆଗରୁ ବ୍ରାହ୍ମଣ ନଥିଲ, ଏବେ ହୋଇଛ । ସେମାନେ ଲୌକିକ ବ୍ରାହ୍ମଣ, ତୁମେମାନେ ହେଲ ବ୍ରହ୍ମା ମୁଖ
ବଂଶାବଳୀ ବ୍ରାହ୍ମଣ । ପ୍ରତ୍ୟେକ କଥାରେ ପ୍ରଥମେ ନିଶ୍ଚୟ ହେବା ଦରକାର ଯେ ଆମକୁ କିଏ ବୁଝାଉଛନ୍ତି
। ସ୍ୱୟଂ ଭଗବାନ ହିଁ ଆମକୁ ବୁଝାଉଛନ୍ତି ଯେ, ଏବେ କଳିଯୁଗର ଅନ୍ତିମ ସମୟ ବିଶ୍ୱ ଯୁଦ୍ଧ ମଧ୍ୟ
ସମ୍ମୁଖରେ ଉପସ୍ଥିତ । ୟୁରୋପବାସୀ ହେଲେ ଯାଦବ, ଯେଉଁମାନେ କି ବୋମା ଆଦି ଉଦ୍ଭାବନ କରିଛନ୍ତି ।
ଗାୟନ ମଧ୍ୟ ରହିଛି ଯେ, ନିଜ ପେଟରୁ ମୁସଳ ବାହାର କରିଲେ ଏବଂ ତା’ଦ୍ୱାରା ନିଜ କୁଳର ହିଁ ବିନାଶ
କରିଲେ । ବାସ୍ତବରେ ସେମାନେ ମନୁଷ୍ୟ କୁଳର ବିନାଶ ନିଶ୍ଚିତ କରିବେ । ଏହା ତ ଗୋଟିଏ ହିଁ କୁଳ ଅଟେ
। ପରସ୍ପରକୁ କହୁଛନ୍ତି ଯେ, ଆମେ ବିନାଶ କରିଦେବୁ । ବାସ୍ତବରେ ଏକଥା ମଧ୍ୟ ଗୀତାରେ ବର୍ଣ୍ଣିତ
ଅଛି । ତେଣୁ ଏବେ ବାବା କହୁଛନ୍ତି - ପିଲାମାନେ ଧୈର୍ଯ୍ୟ ଧର । ଏବେ ଏହି ପୁରୁଣା ଦୁନିଆ ବିନାଶ
ହେବାକୁ ଯାଉଛି । ଯେତେବେଳେ କଳିଯୁଗ ସମାପ୍ତ ହେବ ସେତେବେଳେ ସତ୍ୟଯୁଗ ହେବ ନା । ତେଣୁ ନିଶ୍ଚିତ
ଭାବରେ ତା ପୂର୍ବରୁ ହିଁ ସତ୍ୟଯୁଗ ସ୍ଥାପନା ହେବା ଦରକାର । ଗାୟନ ମଧ୍ୟ ରହିଛି - ବ୍ରହ୍ମାଙ୍କ
ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ । ପ୍ରଥମେ ସ୍ଥାପନା କରିବେ ପୁଣି ଯେତେବେଳେ
ସ୍ଥାପନା ସଂପୂର୍ଣ୍ଣ ହୋଇଯାଇଥାଏ ସେତେବେଳେ ଯାଇ ବିନାଶ ହୋଇଥାଏ । ବର୍ତ୍ତମାନ ସ୍ଥାପନା ହେଉଛି
। ଏହା ହେଉଛି ସବୁଠାରୁ ଅଲଗା ମାର୍ଗ ଯାହାକୁ କେହି ବି ବୁଝିପାରୁ ନାହାଁନ୍ତି । ଏକଥା କେହି କେବେ
ଶୁଣିନାହାଁନ୍ତି, ତେଣୁ ଭାବୁଛନ୍ତି ଯେପରି ଅନ୍ୟ ସବୁ ମଠ ପନ୍ଥ ରହିଛି ସେହିପରି ଏହା ମଧ୍ୟ ବି.କେ.
ମାନଙ୍କର ସଂସ୍ଥା । ବିଚରା ସେମାନଙ୍କର କୌଣସି ଦୋଷ ନାହିଁ । ସେମାନେ କଳ୍ପ ପୂର୍ବରୁ ମଧ୍ୟ
ଏହିପରି ବିଘ୍ନ ପକାଇଥିଲେ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ଶିବଙ୍କୁ ରୁଦ୍ର ବୋଲି
କୁହାଯାଇଥାଏ । ସିଏ ହିଁ ରାଜଯୋଗ ଶିଖାଉଛନ୍ତି, ଯାହାକୁ ପ୍ରାଚୀନ ସହଜ ରାଜଯୋଗ ବୋଲି କୁହାଯାଏ ।
କିନ୍ତୁ ସେମାନେ ପ୍ରତ୍ୟେକ ପ୍ରାଚୀନର ଅର୍ଥକୁ ମଧ୍ୟ ବୁଝୁ ନାହାଁନ୍ତି । ଏହା ସଂଗମ ଯୁଗର କଥା,
ପତିତ ଏବଂ ପାବନ ତେବେ ସଂଗମ ହେଲା ନା । ସତ୍ୟଯୁଗ ଆରମ୍ଭରେ ଗୋଟିଏ ଧର୍ମ ହିଁ ଥିଲା । ତାକୁ
କୁହାଯାଉଛି ଆସୁରୀ ସମ୍ପ୍ରଦାୟ, ତୁମେମାନେ ହେଲ ଦୈବୀ ସମ୍ପ୍ରଦାୟର । ଏଥିରେ ଯୁଦ୍ଧ ଆଦିର ତ
କୌଣସି କଥା ହିଁ ନାହିଁ । ଏକଥା ମଧ୍ୟ ଭୁଲ୍ । ତୁମେ ଭାଇ-ଭାଇ ପରସ୍ପର ଭିତରେ କିପରି ଲଢେଇ କରିବ
।
ଏବେ ବାବା ବ୍ରହ୍ମାଙ୍କ
ଦ୍ୱାରା ସବୁ ବେଦ ଶାସ୍ତ୍ରଗୁଡିକର ସାରାଂଶକୁ ବୁଝାଉଛନ୍ତି । ବାସ୍ତବ ରୂପରେ ଚାରୋଟି ମୁଖ୍ୟ
ଧର୍ମ ରହିଛି । ଯାହାର ଚାରୋଟି ଧର୍ମ ଶାସ୍ତ୍ର ମଧ୍ୟ ରହିଛି । ସେଥି ମଧ୍ୟରୁ ପ୍ରଥମ ହେଉଛି ଆଦି
ସନାତନ ଦେବୀ-ଦେବତା ଧର୍ମ, ଯାହାର ଶାସ୍ତ୍ର ହେଲା ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତା, ଯାହାକି
ଭାରତର ପ୍ରଥମ ମୁଖ୍ୟ ଶାସ୍ତ୍ର ଅଟେ ଯାହା ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ଅଥବା
ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ ଧର୍ମର ସ୍ଥାପନ ହୋଇଥିଲା । ତେବେ ତାହା ତ ନିଶ୍ଚିତ ସଂଗମ ଯୁଗରେ
ହିଁ ହୋଇଥିବ । ଏହାକୁ କୁମ୍ଭ ବୋଲି ମଧ୍ୟ କୁହାଯାଉଛି । ତୁମେମାନେ ଜାଣିଛ ଯେ, ଏହା ହେଉଛି
କୁମ୍ଭ ମେଳା - ଅର୍ଥାତ୍ ଆତ୍ମା ଏବଂ ପରମାତ୍ମାଙ୍କର ମେଳା, ଯାହାକି ଅତି ସୁଖଦାୟୀ ଏବଂ
କଲ୍ୟାଣକାରୀ ଅଟେ । କଳିଯୁଗ ପରିବର୍ତ୍ତନ ହୋଇ ସତ୍ୟଯୁଗ ହେବାକୁ ଯାଉଛି, ସେଥିପାଇଁ କଲ୍ୟାଣକାରୀ
କୁହାଯାଉଛି । ସତ୍ୟଯୁଗରୁ ତ୍ରେତା ପୁଣି ତ୍ରେତାରୁ ଦ୍ୱାପର ହୋଇଥାଏ ଯେତେବେଳେ କି କଳା କମ
ହୋଇଯାଇଥାଏ । ଏହିପରି ଅକଲ୍ୟାଣ ହୋଇ ଚାଲିଥାଏ । ପୁଣି ନିଶ୍ଚିତ କଲ୍ୟାଣ କରିଲାବାଲା ଦରକାର ।
ଯେତେବେଳେ ପୂରା ଅକଲ୍ୟାଣ ହୋଇଯାଏ ସେତେବେଳେ ବାବା ଆସନ୍ତି ଏବଂ ସମସ୍ତଙ୍କର କଲ୍ୟାଣ କରନ୍ତି ।
ବୁଦ୍ଧି ଦ୍ୱାରା କାମ କରିବାକୁ ହୋଇଥାଏ । ବାବା ନିଶ୍ଚିତ କଲ୍ୟାଣ କରିବା ପାଇଁ ହିଁ ସଂଗମ ଯୁଗରେ
ଆସିଥିବେ । କାରଣ ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି । ସମସ୍ତେ ତ ଦ୍ୱାପର
ଯୁଗରେ ରହିବେ ନାହିଁ । ସତ୍ୟଯୁଗ ତ୍ରେତା ଯୁଗରେ ମଧ୍ୟ ସମସ୍ତେ ରହୁନାହାଁନ୍ତି । ତେଣୁ ବାବା
ଅନ୍ତିମ ସମୟରେ ହିଁ ଆସିବେ, ଯେବେକି ସବୁ ଆତ୍ମାମାନେ ଏଠାକୁ ଆସି ଯାଇଥିବେ । ତେଣୁ ବାବା ହିଁ
ଆସି ଧୈର୍ଯ୍ୟ ଦେଉଛନ୍ତି । ପିଲାମାନେ କହୁଛନ୍ତି - ବାବା ଏହି ପୁରୁଣା ଦୁନିଆରେ ଦୁଃଖ ବହୁତ ଅଛି
। ଆମକୁ ଏଠାରୁ ତୁରନ୍ତ ନେଇଚାଲ । ବାବା କହୁଛନ୍ତି - ନାଁ ପିଲାମାନେ, ଡ୍ରାମା ଏହିପରି ତିଆରି
ହୋଇଛି, ତୁରନ୍ତ ତ ଭ୍ରଷ୍ଟାଚାରୀରୁ ଶ୍ରେଷ୍ଠାଚାରୀ ହୋଇପାରିବ ନାହିଁ । ତେଣୁ ନିଶ୍ଚୟ ବୁଦ୍ଧି
ହୋଇ ପୁରୁଷାର୍ଥ କରିବାକୁ ହେବ । ସେକେଣ୍ଡରେ ଜୀବନମୁକ୍ତି ମିଳୁଛି ଏହା ତ ଠିକ୍ କଥା । ପିଲା
ଜନ୍ମ ହେବା ଅର୍ଥାତ୍ ସମ୍ପତ୍ତିର ହକଦାର ହେବା କିନ୍ତୁ ସେଠାରେ ମଧ୍ୟ କ୍ରମାନୁସାରେ ପଦ ତ ରହିଛି
ନା । ଉଚ୍ଚ ପଦ ପାଇବା ପାଇଁ ପାଠପଢାରେ ପୁରୁଷାର୍ଥ କରିବାକୁ ହୋଇଥାଏ । ଏପରି ନୁହେଁ ଯେ ତୁରନ୍ତ
କର୍ମାତୀତ ଅବସ୍ଥା ହୋଇଯିବ । କର୍ମାତୀତ ଅବସ୍ଥା ହୋଇଗଲେ ଶରୀର ମଧ୍ୟ ଛାଡିବାକୁ ପଡିବ । ତେଣୁ
ଏପରି ନିୟମ ନାହିଁ । ମାୟା ସହିତ ଭଲ ଭାବରେ ଯୁଦ୍ଧ କରିବାକୁ ହେବ । ତୁମେମାନେ ଜାଣିଛ ଯେ,
ଯୁଦ୍ଧ ୮-୧୦ ବର୍ଷ ମଧ୍ୟ ଚାଲିଥାଏ । ତୁମର ଯୁଦ୍ଧ ତ ମାୟା ସହିତ ହେଉଛି । ଯେପର୍ଯ୍ୟନ୍ତ ବାବା
ଅଛନ୍ତି ତୁମର ଯୁଦ୍ଧ ଚାଲିଥିବ । ଶେଷରେ ଫଳାଫଳ ବାହାରିବ - କିଏ କେତେ ମାୟାକୁ ଜିତିଲା ।
କେତେଜଣ କର୍ମାତୀତ ଅବସ୍ଥାରେ ପହଞ୍ଚିଲେ । ତେଣୁ ବାବା କହୁଛନ୍ତି - ଯେତେ ଦୂର ସମ୍ଭବ ନିଜର ଘରକୁ
ମନେପକାଅ । ତାହା ହେଲା ଶାନ୍ତିଧାମ । ଯାହାକି ବାଣୀରୁ ଉର୍ଦ୍ଧ୍ୱ ସ୍ଥାନ ଅଟେ । ଏବେ ତୁମମାନଙ୍କ
ବୁଦ୍ଧିରେ କେତେ ଖୁସୀ ରହିଛି । ତୁମେମାନେ ଜାଣିଛ ଯେ, ଏହି ଡ୍ରାମା କିପରି ତିଆରି ହୋଇଛି ।
ତିନିଲୋକକୁ ମଧ୍ୟ ତୁମେମାନେ ଜାଣିଛ । ଏକଥା ଆଉ କାହା ବୁଦ୍ଧିରେ ନାହିଁ । ବାବା ମଧ୍ୟ ଶାସ୍ତ୍ର
ଆଦି ବହୁତ ପଢିଛନ୍ତି । କିନ୍ତୁ ଏକଥା କ’ଣ ତାଙ୍କର ବୁଦ୍ଧିରେ ଥିଲା । ଯଦିଓ ଗୀତା ଆଦି ପଢୁଥିଲେ,
କିନ୍ତୁ ଏକଥା କ’ଣ ବୁଦ୍ଧିରେ ଥିଲା ଯେ, ଆମେ ଦୂରଦେଶ, ପରମଧାମର ନିବାସୀ ଅଟୁ । ତୁମେ ଏବେ
ଜାଣୁଛ ଯେ, ଆମର ବାବା, ଯାହାଙ୍କୁ ପରମପିତା ପରମାତ୍ମା ବୋଲି କହୁଛ, ସିଏ ପରମଧାମରେ ରହୁଛନ୍ତି ।
ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି, ହେ ପତିତ-ପାବନ ଆସ । କେହି ତ ଫେରି ଯାଇପାରିବେ ନାହିଁ ।
ଯେପରି ଭୁଲ-ଭୁଲୈୟାର ଖେଳ ହୋଇଥାଏ ନା, ଯେଉଁ ଆଡକୁ ଯାଅ ଦ୍ୱାର ସମ୍ମୁଖକୁ ଆସିଯାଇଥାଏ । ତେଣୁ
ଲକ୍ଷ୍ୟ ସ୍ଥଳକୁ ଯାଇପାରିନଥା’ନ୍ତି । ଯେତେବେଳେ ଥକିଯାଆନ୍ତି ସେତେବେଳେ ଚିତ୍କାର କରନ୍ତି ।
ଯେପରି କେହି ଆସି ରାସ୍ତା ବତାଇବେ । ସେହିପରି ଏଠାରେ ମଧ୍ୟ କେତେ ବି ବେଦଶାସ୍ତ୍ର ଆଦି ପଢ,
ତୀଥଯାତ୍ରାକୁ ଯାଅ, କିଛି ବି ଜଣାନାହିଁ - କେଉଁ ଆଡକୁ ଆମେ ଯାଉଛୁ! କେବଳ କହିଦେଉଛନ୍ତି ଯେ,
ଅମୁକ ଜ୍ୟୋତିରେ ମିଶିଗଲା । ବାବା କହୁଛନ୍ତି - କେହି ଘରକୁ ଯାଇପାରିବେ ନାହିଁ । ନାଟକ ଯେତେବେଳେ
ଶେଷ ହେବାକୁ ଥାଏ ସେତେବେଳେ ସମସ୍ତ ଅଭିନେତା ମଞ୍ଚ ଉପରକୁ ଆସିଯାଆନ୍ତି । ଏହା ହିଁ କାଇଦା ଅଟେ
। ସମସ୍ତେ ସେହି ପୋଷାକରେ ଛିଡା ହୋଇଯାଇଥାନ୍ତି । ସମସ୍ତଙ୍କୁ ମୁହଁ ଦେଖାଇ ପୋଷାକ ଆଦି ବଦଳାଇ,
ପୁଣି ଘରକୁ ଚାଲିଯାଆନ୍ତି । ପୁଣି ଥରେ ସେହି ଅଭିନୟ ପୁନରାବୃତ୍ତି କରିଥା’ନ୍ତି । ସେହିପରି ଏହା
ମଧ୍ୟ ବେହଦର ନାଟକ । ଏବେ ତୁମେମାନେ ଦେହୀ-ଅଭିମାନୀ ହେଉଛ । ତୁମେମାନେ ଜାଣିଛ ଯେ, ଆମେ ଆତ୍ମା
ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେବୁ । ପୁନର୍ଜନ୍ମ ତ ହୋଇଥାଏ ନା । ୮୪ ଜନ୍ମରେ ଆମେ ୮୪ ନାମ
ଧାରଣ କରିଛୁ । ଏବେ ଏହି ନାଟକ ପୂରା ହେବାକୁ ଯାଉଛି, ବର୍ତ୍ତମାନ ସମସ୍ତଙ୍କର ଜୀର୍ଣ୍ଣଶୀର୍ଣ୍ଣ
ଅବସ୍ଥା । ଏବେ ବିଶ୍ୱର ଇତିହାସ-ଭୂଗୋଳ ପୁଣି ଥରେ ପୁନରାବୃତ୍ତି ହେବ । ତୁମେ ଜାଣିଛ ଯେ, ଏବେ
ଆମର ନାଟକ ପୂରା ହେବାକୁ ଯାଉଛି, ପୁଣି ଆମକୁ ଘରକୁ ଫେରିଯିବାକୁ ହେବ । ବାବାଙ୍କର ନିର୍ଦ୍ଦେଶ
ମଧ୍ୟ କିଛି କମ ନୁହେଁ । ପତିତ-ପାବନ ବାବା ଆସି ବୁଝାଉଛନ୍ତି - ପିଲାମାନେ, ତୁମକୁ ବହୁତ ସହଜ
ଉପାୟ ବତାଉଛି । ଉଠିବା, ବସିବା, ଚାଲିବା ସମୟରେ ମନ ଭିତରେ ଏହି କଥା ରଖ ଯେ, ଆମେ ଅଭିନେତା ।
ଏବେ ୮୪ ଜନ୍ମ ପୂରା ହେବାକୁ ଯାଉଛି । ତେଣୁ ବାବା ଆମକୁ ଫୁଲ ଭଳି କରିବା ପାଇଁ, ମନୁଷ୍ୟରୁ ଦେବତା
କରିବା ପାଇଁ ଆସିଛନ୍ତି । ଆମ ପତିତମାନଙ୍କୁ ପବିତ୍ର କରୁଛନ୍ତି । ପତିତରୁ ପାବନ ଆମେ ଅନେକ ଥର
ହୋଇଛୁ, ଏବେ ମଧ୍ୟ ହେବୁ । ଇତିହାସ-ଭୂଗୋଳର ପୁନରାବୃତ୍ତି ହେବ । ପ୍ରଥମେ ତ ଦେବୀ-ଦେବତା ଧର୍ମର
ଆତ୍ମାମାନେ ହିଁ ଆସିବେ । ଏବେ ଚାରା ଲାଗୁଛି । ଆମେ ଗୁପ୍ତ । ଉତ୍ସବ ଆଦି କ’ଣ ପାଳନ କରିବୁ ।
ଆମ ପାଖରେ ଜ୍ଞାନ ଅଛି, ଆମକୁ ଆନ୍ତରିକ ଖୁସି ମିଳିଛି । ଯେଉଁମାନେ ଆମ ଦେବୀ-ଦେବତା ଧର୍ମର ଅଥବା
ବୃକ୍ଷର ପତ୍ର ଅଟନ୍ତି ସମସ୍ତେ ଧର୍ମଭ୍ରଷ୍ଟ, କର୍ମଭ୍ରଷ୍ଟ ହୋଇଯାଇଛନ୍ତି । ଏହି
ଭାରତବାସୀମାନଙ୍କର ଧର୍ମଶ୍ରେଷ୍ଠ କର୍ମଶ୍ରେଷ୍ଠ ଥିଲା । ମାୟା କେବେ ପାପ କରାଉନଥିଲା । ପୁଣ୍ୟ
ଆତ୍ମାମାନଙ୍କର ଦୁନିଆ ଥିଲା । ସେଠାରେ ରାବଣ ନଥାଏ, ତେଣୁ ସେଠାରେ କର୍ମ, ଅକର୍ମ ହୋଇଥାଏ କିନ୍ତୁ
ରାବଣ ରାଜ୍ୟରେ କର୍ମ ବିକର୍ମ ହେବା ଆରମ୍ଭ ହୋଇଯାଇଥାଏ । ସେଠାରେ ତ ବିକର୍ମ ହୋଇପାରିବ ନାହିଁ ।
ତେଣୁ କେହି ଭ୍ରଷ୍ଟାଚାରୀ ହୋଇପାରିବେ ନାହିଁ । ତୁମେମାନେ ଶ୍ରୀମତ ଆଧାରରେ ଯୋଗବଳ ଦ୍ୱାରା
ବିଶ୍ୱର ମାଲିକ ହେଉଛ । ବାହୁବଳ ଦ୍ୱାରା ତ କେହି ବିଶ୍ୱର ମାଲିକ ହୋଇପାରିବେ ନାହିଁ । ତୁମେମାନେ
ଜାଣିଛ ଯେ, ଏମାନେ ଯଦି ପରସ୍ପର ସହିତ ମିଶିଯିବେ ତେବେ ବିଶ୍ୱର ମାଲିକ ହୋଇ ପାରିବେ । କିନ୍ତୁ
ଡ୍ରାମାରେ ଏହିପରି ପାର୍ଟ ହିଁ ନାହିଁ । କାହାଣୀ ଅଛି - ଦୁଇଟି ବିଲେଇ ଲଢିଲେ ଲହୁଣୀ ମଝିରେ
ମାଙ୍କଡ ଖାଇଗଲା । ସାକ୍ଷାତ୍କାର ମଧ୍ୟ କରୁଛନ୍ତି, କୃଷ୍ଣଙ୍କ ମୁଖରେ ଲହୁଣୀ । ତାଙ୍କୁ ଏହି
ସୃଷ୍ଟିର ରାଜ୍ୟ ରୂପକ ଲହୁଣୀ ମିଳୁଅଛି । ବାକି ଲଢେଇ ବାସ୍ତବରେ ଯାଦବ ଏବଂ କୌରବଙ୍କର, ତାହା
ମଧ୍ୟ ଏବେ ହେଉଥିବାର ତୁମେମାନେ ଦେଖୁଛ । ଖବରକାଗଜରେ ପଢୁଛ - ଅମୁକ ସ୍ଥାନରେ ଏତେ ବଡ ହିଂସା
ହେଲା, ତୁରନ୍ତ କାହାକୁ ନା କାହାକୁ ମାରିଦେଉଛନ୍ତି । ଭାରତରେ ତ ପ୍ରଥମେ ଗୋଟିଏ ହିଁ ଧର୍ମ ଥିଲା
। ପୁଣି ଅନ୍ୟ ଧର୍ମର ରାଜ୍ୟ କେଉଁଠାରୁ ଆସିଲା? ଖ୍ରୀଷ୍ଟିୟାନମାନେ ଶକ୍ତିଶାଳୀ ଥିଲେ, ସେଥିପାଇଁ
ସେମାନେ ରାଜ୍ୟ କଲେ । ଏବେ ବାସ୍ତବରେ ସାରା ଦୁନିଆ ଉପରେ ରାବଣ ଅଧିକାର କରିଛି । ଏହା ବାସ୍ତବରେ
ଗୁପ୍ତ କଥା । ଶାସ୍ତ୍ରରେ ଏସବୁ କଥା ନାହିଁ । ବାବା ବୁଝାଉଛନ୍ତି - ଏହି ବିକାର ତୁମର ଅଧାକଳ୍ପର
ଶତ୍ରୁ ଅଟେ, ଯାହାଦ୍ୱାରା ତୁମେମାନେ ଆଦି-ମଧ୍ୟ-ଅନ୍ତ ଦୁଃଖ ପାଉଛ ସେଥିପାଇଁ ସନ୍ନ୍ୟାସୀମାନେ
କହୁଛନ୍ତି ଯେ ସଂସାରର ସୁଖ କାଗ ବିଷ୍ଠା ସମାନ ଅଟେ । ସେମାନେ କ’ଣ ଜାଣିଛନ୍ତି ଯେ, ସ୍ୱର୍ଗରେ
ସର୍ବଦା ସୁଖ ହିଁ ସୁଖ ରହିଥାଏ । ଭାରତବାସୀମାନଙ୍କୁ ତ ଜଣା ଅଛି, ସେଥିପାଇଁ କେହି ଶରୀର ତ୍ୟାଗ
କରିଲେ କହୁଛନ୍ତି ଯେ - ସିଏ ସ୍ୱର୍ଗକୁ ଗଲା । ସ୍ୱର୍ଗର କେତେ ମହିମା ରହିଛି । ତେବେ ନିଶ୍ଚିତ
ଏହା ଏକ ଖେଳ ଅଟେ, ଯଦି ତୁମେ କାହାକୁ ନର୍କବାସୀ ବୋଲି କହିବ ତେବେ ସେମାନେ ବିଗିଡିଯିବେ । ଏହା
କେତେ ଆଶ୍ଚର୍ଯ୍ୟଜନକ କଥା ନା । ମୁଖ ଦ୍ୱାରା କହୁଛନ୍ତି ସ୍ୱର୍ଗବାସୀ ହେଲା ତେବେ ନିଶ୍ଚିତ
ନର୍କରୁ ଗଲା ନା । ପୁଣି ତାଙ୍କୁ ଡାକି ନର୍କର ଜିନିଷ କାହିଁକି ଖୁଆଉଛ? ସ୍ୱର୍ଗରେ ତ ତାଙ୍କୁ
ବହୁତ ଭଲ ବୈଭବ ମିଳୁଥିବ ନା! ଏହାର ଅର୍ଥ ହେଲା ତୁମକୁ ନିଶ୍ଚୟ ନାହିଁ । ସେଠାରେ କ’ଣ-କ’ଣ ଅଛି,
ପିଲାମାନେ ସବୁ ଦେଖିଛନ୍ତି । ନର୍କରେ ଦେଖ କ’ଣ-କ’ଣ ସବୁ କରୁଛନ୍ତି, ପିଲା ବାପାକୁ ମଧ୍ୟ
ମାରିବାରେ ଡେରି କରୁନାହିଁ । ଯଦି ସ୍ତ୍ରୀର କାହାଠାରେ ମନ ଲାଗିଗଲା ତେବେ ସ୍ୱାମୀକୁ ମଧ୍ୟ
ମାରିଦେଉଛି । ଭାରତ ଉପରେ ଏକ ଗୀତ ରଚନା ହୋଇଛି - ଗୋଟିଏ ପାର୍ଶ୍ଵରେ କହୁଛନ୍ତି କ’ଣ ହୋଇଗଲା
ଆଜିର ଲୋକମାନଙ୍କୁ... ପୁଣି କହୁଛନ୍ତି ଭାରତ ଆମର ସବୁଠାରୁ ଭଲ ସୁନାର ଦେଶ । ଆରେ ଭାରତ ସବୁଠାରୁ
ଭଲ ଥିଲା, ଏବେ ନୁହେଁ । ଏବେ ତ କାଙ୍ଗାଳ ହୋଇଯାଇଛି, ଏଠାରେ କେହି ବି ନିରାପଦରେ ନାହିଁ । ଆମେ
ମଧ୍ୟ ଆସୁରୀ ସମ୍ପ୍ରଦାୟର ଥିଲୁ । ଏବେ ବାବା ଆମକୁ ଈଶ୍ୱରୀୟ ସମ୍ପ୍ରଦାୟର କରିବା ପାଇଁ
ପୁରୁଷାର୍ଥ କରାଉଛନ୍ତି । ଏହା କିଛି ନୂଆ କଥା ନୁହେଁ । କଳ୍ପ-କଳ୍ପ, କଳ୍ପର ସଂଗମଯୁଗରେ ଆମେ
ପୁଣି ଥରେ ନିଜର ବର୍ସା ନେଉଛୁ । ବାବା ବର୍ସା ଦେବାକୁ ଆସୁଛନ୍ତି । ମାୟା ପୁଣି ଅଭିଶାପ ଦେଉଛି
। ମାୟା ମଧ୍ୟ କେତେ ସମର୍ଥ ଅଟେ । ବାବା କହୁଛନ୍ତି ମାୟା ତୁମେ କେତେ ଶକ୍ତିଶାଳୀ, ଭଲ-ଭଲ
ମହାରଥୀମାନଙ୍କୁ ମଧ୍ୟ ତଳକୁ ଖସାଇ ଦେଉଛି । ହଦର ସେନାମାନଙ୍କ ଭିତରେ ମରିବା ମାରିବାର ଖିଆଲ
ରହିନଥାଏ । ଚୋଟ ଖାଇ ପୁଣି ମଇଦାନକୁ ଆସିଥା’ନ୍ତି, ଏହା ହିଁ ତାଙ୍କର ଧନ୍ଦା ଅଥବା ପେସା ଅଟେ ।
ତାଙ୍କୁ ପୁଣି ପୁରସ୍କାର ମଧ୍ୟ ମିଳିଥାଏ । ଏଠାରେ ତ ତୁମେମାନେ ଶିବବାବାଙ୍କଠାରୁ ଶକ୍ତି ନେଉଛ
ଏବଂ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ । ବାବା ବାରିଷ୍ଟର ଅଟନ୍ତି, ଯିଏକି ମାୟାଠାରୁ ତୁମକୁ
ମୁକ୍ତ କରିଦେଉଛନ୍ତି । ତୁମେମାନେ ହେଉଛ ଶିବ ଶକ୍ତି ସେନା, ସେଥିମଧ୍ୟରୁ ମାତାମାନଙ୍କୁ ଉଚ୍ଚରେ
ରଖିଛନ୍ତି ବନ୍ଦେ ମାତରମ୍ । ଏକଥା କିଏ କହିଲେ? ବାବା, କାହିଁକି ନା ତୁମେମାନେ ବାବାଙ୍କ ନିକଟରେ
ସମର୍ପିତ ହୋଇଯାଇଛ । ବାବା ଖୁସି ହେଉଛନ୍ତି - ଏହାଙ୍କର ସ୍ଥିତି ବହୁତ ମଜବୁତ ଅଛି, ହଲଚଲ
ହେଉନାହିଁ । ଅଙ୍ଗଦର ମଧ୍ୟ ଉଦାହରଣ ରହିଛି ନା, ତାଙ୍କୁ ରାବଣ ହଲାଇ ପାରିଲା ନାହିଁ । ଏହା
ଅନ୍ତିମ ସମୟର କଥା । ଅନ୍ତିମ ସମୟରେ ସେହିଭଳି ଅବସ୍ଥା ହେବ । ସେହି ସମୟରେ ତୁମକୁ ବହୁତ ଖୁସି
ମିଳିବ, ଯେପର୍ଯ୍ୟନ୍ତ ବିନାଶ ନ ହୋଇଛି ଧରିତ୍ରୀ ପବିତ୍ର ନ ହୋଇଛି, ସେପର୍ଯ୍ୟନ୍ତ ତ ଦେବତାମାନେ
ଆସିପାରିବେ ନାହିଁ । ଏହି ସଂସାରରେ ନିଶ୍ଚିତ ନିଆଁ ଲାଗିବ । ସବୁ ଆତ୍ମାମାନଙ୍କୁ ହିସାବ-କିତାବ
ଚୁକ୍ତ କରି ମଶା ସଦୃଶ ଶାନ୍ତିଧାମକୁ ଫେରିବାକୁ ହେବ । କେତେ କୋଟି-କୋଟି ମଶା ମାଛି ମରୁଛନ୍ତି ।
ସେଥିପାଇଁ ଗାୟନ କରାଯାଇଥାଏ ରାମ ଗଲେ, ରାବଣ ଗଲେ... ଘରକୁ ତ ସମସ୍ତଙ୍କୁ ଫେରିବାକୁ ହେବ ନା ।
ପୁଣି ତୁମେମାନେ ନୂଆ ଦୁନିଆକୁ ଆସିବ । ଯେଉଁଠାରେ ବହୁତ କମ୍ ସଂଖ୍ୟାରେ ଆତ୍ମାମାନେ ରହିବେ । ଏହା
ବୁଝିବା ଏବଂ ନିଶ୍ଚୟ କରିବାର କଥା ଅଟେ । ଏହି ଜ୍ଞାନ ବାବା ହିଁ ଦେଇପାରିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଉଠିବା-ବସିବା ଚାଲିବା ସମୟରେ ନିଜକୁ ଅଭିନେତା ବୋଲି ଭାବିବାକୁ ହେବ, ମନରେ ରହୁ ଯେ ମୁଁ ୮୪
ଜନ୍ମର ପାର୍ଟ ଶେଷ କରିଲି, ଏବେ ଘରକୁ ଯିବାକୁ ହେବ । ଦେହୀ-ଅଭିମାନୀ ହୋଇ ରହିବାକୁ ହେବ ।
(୨) ନିଶ୍ଚୟବୁଦ୍ଧି ହୋଇ
କଣ୍ଟାରୁ ଫୁଲ ହେବାର ପୁରୁଷାର୍ଥ କରିବାକୁ ପଡିବ । ମାୟା ସହିତ ଯୁଦ୍ଧ କରି ବିଜୟୀ ହୋଇ
କର୍ମାତୀତ ହେବାକୁ ପଡିବ । ଯେତେ ଦୂର ସମ୍ଭବ ନିଜର ଘରକୁ ମନେ ପକାଇବାକୁ ହେବ ।
ବରଦାନ:-
ନିଜର ହାଲୁକା
ପଣିଆର ସ୍ଥିତି ଦ୍ୱାରା ପ୍ରତ୍ୟେକ କାର୍ଯ୍ୟକୁ ହାଲୁକା କରି ଦେଉଥିବା ବାବାଙ୍କ ସମାନ ସ୍ୱତନ୍ତ୍ର
ଆତ୍ମା ହୁଅ ।
ମନ-ବୁଦ୍ଧି ଏବଂ
ସଂସ୍କାର ରୂପରେ ଆତ୍ମାର ଯେଉଁ ତିନୋଟି ସୂକ୍ଷ୍ମ ଶକ୍ତି ରହିଛି, ସେହି ତିନୋଟି ଯାକରେ ନିଜକୁ
ହାଲୁକା ଅନୁଭବ କରିବା ହିଁ ବାବାଙ୍କ ସମାନ ସବୁଥିରୁ ସ୍ୱତନ୍ତ୍ର ହେବା କାହିଁକି ନା ସମୟ ଅନୁସାରେ
ବାହାରର ତମୋପ୍ରଧାନ ବାତାବରଣ କାରଣରୁ ମନୁଷ୍ୟ ଆତ୍ମାମାନଙ୍କର ମନୋବୃତ୍ତିରେ ଭାରୀପଣିଆ ବୃଦ୍ଧି
ପାଇବ । ତେବେ ଯେତେ ଯେତେ ବାହାରର ବାତାବରଣ ଭାରୀ ହେଉଥିବ ସେହି ଅନୁସାରେ ତୁମମାନଙ୍କର ସଂକଳ୍ପ,
କର୍ମ ଏବଂ ସମ୍ବନ୍ଧ-ସମ୍ପର୍କ ହାଲୁକା ହେବାକୁ ଲାଗିବ ଏବଂ ହାଲୁକା ପଣିଆ କାରଣରୁ ସାରା କାର୍ଯ୍ୟ
ହାଲୁକା ଭାବରେ ଅର୍ଥାତ୍ ସହଜ ଭାବରେ ହୋଇ ଚାଲିବ । କାର୍ଯ୍ୟ ବ୍ୟବହାରର ପ୍ରଭାବ ତୁମମାନଙ୍କର
ସ୍ଥିତି ଉପରେ ପଡିବ ନାହିଁ - ଏହା ହିଁ ହେଉଛି ବାପ ସମାନ ସ୍ଥିତି ।
ସ୍ଲୋଗାନ:-
ଏହି ଅଲୌକିକ
ନିଶାରେ ରୁହ ଯେ “ବାଃରେ ମୁଁ” ତେବେ ମନ ଦ୍ୱାରା ଏବଂ ଶରୀର ଦ୍ୱାରା ସ୍ୱାଭାବିକ ଭାବରେ ନାଚିବାକୁ
ଲାଗିବ ।