06.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସର୍ବଦା ଏହି ଖୁସିରେ ରୁହ ଯେ ଆମକୁ କିଏ ପାଠ ପଢାଉଛନ୍ତି, ତେବେ ଏହା ମଧ୍ୟ ମନମନାଭବ ଅଟେ, ତୁମେମାନେ ଏଥିପାଇଁ ଖୁସୀ ହେଉଛ ଯେ କାଲି ଆମେ ପଥର ବୁଦ୍ଧି ଥିଲୁ, ଆଜି ପାରସ ବୁଦ୍ଧି ହୋଇଯାଇଛୁ ।

ପ୍ରଶ୍ନ:-
ଭାଗ୍ୟ ଉଦୟ ହେବାର ଆଧାର କଣ ?

ଉତ୍ତର:-
ନିଶ୍ଚୟ । ଯଦି ଭାଗ୍ୟ ଉଦୟ ହେବାରେ ଡେରି ଥିବ ତେବେ ଛୋଟେଇ-ଛୋଟେଇ କରି ଚାଲିବେ । ନିଶ୍ଚୟ ବୁଦ୍ଧି ଆତ୍ମା ଭଲ ଭାବରେ ପାଠପଢି ଦ୍ରୁତଗତିରେ ଆଗକୁ ବଢି ଚାଲିବେ । ଯଦି କୌଣସି କଥାରେ ସଂଶୟ ଥିବ ତେବେ ପଛରେ ରହିଯିବ । ଯେଉଁମାନେ ନିଶ୍ଚୟବୁଦ୍ଧି ହୋଇ ନିଜର ବୁଦ୍ଧିକୁ ବାବାଙ୍କ ପର୍ଯ୍ୟନ୍ତ ଦୌଡାଉଛନ୍ତି ଅର୍ଥାତ୍ ବାବାଙ୍କ ସହିତ ଲଗାଉଛନ୍ତି, ସେମାନେ ସତ୍ତ୍ୱପ୍ରଧାନ ହୋଇଯିବେ ।

ଓମ୍ ଶାନ୍ତି ।
ବିଦ୍ୟାର୍ଥୀମାନେ ବିଦ୍ୟାଳୟରେ ପାଠ ପଢନ୍ତି ଏବଂ ଜାଣିଥାନ୍ତି ଯେ ଆମକୁ ପାଠପଢି କଣ ହେବାର ଅଛି । ସେହିପରି ମିଠା-ମିଠା ଆତ୍ମିକ ସନ୍ତାନମାନଙ୍କର ବୁଦ୍ଧିରେ ମଧ୍ୟ ଆସିବା ଦରକାର ଯେ, ଆମେ ସତ୍ୟଯୁଗୀ ପାରସପୁରୀର ମାଲିକ ହେବାକୁ ଯାଉଛୁ । ତେଣୁ ଏହି ଦେହର ସମ୍ବନ୍ଧକୁ ଛାଡିବାକୁ ହେବ । ଏବେ ଆମେ ପାରସ ପୁରୀର ମାଲିକ ପାରସନାଥ ହେବାକୁ ଯାଉଛୁ, ସାରାଦିନ ଏହି ଖୁସିରେ ରହିବା ଉଚିତ୍ । ତୁମେମାନେ ଜାଣିଛ ପାରସବୁଦ୍ଧି କାହାକୁ କୁହାଯାଉଛି ? ସେଠାରେ ଘର ଆଦି ସବୁ ସୁନା-ଚାନ୍ଦିର ହେବ । ଏଠାରେ ତ ପଥର-ଇଟାର ଘର ତିଆରି ହେଉଛି । ଏବେ ପୁଣି ତୁମେମାନେ ପଥର ବୁଦ୍ଧିରୁ ପାରସବୁଦ୍ଧି ହେଉଛ । ତେବେ ବାବା ଏଠାକୁ ଆସିଲେ ହିଁ ପଥର ବୁଦ୍ଧିରୁ ପାରସବୁଦ୍ଧି କରାଇବେ ନା! ତୁମେମାନେ ଏଠାରେ ବସିଛ ଏବଂ ଜାଣିଛ ଯେ, ଆମର ସ୍କୁଲ ସବୁଠାରୁ ଉଚ୍ଚ । ଏହି ସ୍କୁଲ ଠାରୁ ବଡ ସ୍କୁଲ୍ ଆଉ ନାହିଁ । ଏହି ସ୍କୁଲରୁ ତୁମେମାନେ କୋଟି-କୋଟି ପଦ୍ମ ଭାଗ୍ୟଶାଳୀ ବିଶ୍ୱର ମାଲିକ ହେଉଛ । ତେଣୁ ତୁମମାନଙ୍କ ଭିତରେ କେତେ ଖୁସି ରହିବା ଉଚିତ୍ । ଏହି ପଥର ପୁରୀରୁ ପାରସ ପୁରୀକୁ ଯିବା ପାଇଁ ଏହା ହେଉଛି ପୁରୁଷୋତ୍ତମ ସଗଂମଯୁଗ । କାଲି ପଥରବୁଦ୍ଧି ଥିଲ, ଆଜି ପାରସବୁଦ୍ଧି ହେଉଛ । ଏହି ସବୁ କଥା ବୁଦ୍ଧିରେ ରହିଲେ ମଧ୍ୟ ମନମନାଭବ ଅଟେ । ପାଠ ପଢାଇବା ପାଇଁ ସ୍କୁଲ୍କୁ ଶିକ୍ଷକମାନେ ଆସିଥାନ୍ତି । ଛାତ୍ରମାନଙ୍କ ମନରେ ମଧ୍ୟ ରହିଥାଏ, ଏବେ ଶିକ୍ଷକ ଆସିବେ । ତୁମେମାନେ ମଧ୍ୟ ଜାଣିଛ ଆମର ଶିକ୍ଷକ ହେଲେ ସ୍ୱୟଂ ଭଗବାନ । ସେ ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି । ତେଣୁ ନିଶ୍ଚୟ ସଂଗମଯୁଗରେ ହିଁ ଆସିବେ । ଏବେ ତୁମେମାନେ ଜାଣୁଛ ମନୁଷ୍ୟମାନେ ଡାକି ଚାଲିଛନ୍ତି ଏବଂ ସେ ମଧ୍ୟ ଏହି ସୃଷ୍ଟିକୁ ଆସିଗଲେଣି । କଳ୍ପ ପୂର୍ବରୁ ମଧ୍ୟ ଏପରି ହୋଇଥିଲା । ସେଥିପାଇଁ ଶାସ୍ତ୍ରରେ ଲେଖାଯାଇଛି ବିନାଶ କାଳେ ବିପରୀତ ବୁଦ୍ଧି, କାହିଁକି ନା ସେମାନେ ହେଲେ ପଥର ବୁଦ୍ଧି । ତୁମମାନଙ୍କର ବିନାଶ କାଳେ ପ୍ରୀତିବୁଦ୍ଧି ହେଉଛି । ତୁମମାନଙ୍କର ବୁଦ୍ଧି ଏବେ ପାରସ ହେଉଛି । ତେବେ ଏପରି କୌଣସି ଉପାୟ ବାହାର କରିବା ଉଚିତ୍ ଯାହା ଦ୍ୱାରା ମନୁଷ୍ୟ ତୁରନ୍ତ ବୁଝିଯିବେ । ଏଠାକୁ ମଧ୍ୟ ବହୁତଙ୍କୁ ନେଇ ଆସୁଛନ୍ତି, ତଥାପି କହୁଛନ୍ତି ଶିବବାବା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ କିପରି ପାଠ ପଢାଉଥିବେ! କିପରି ଆସୁଥିବେ ? କିଛି ହେଲେ ବୁଝୁ ନାହାଁନ୍ତି । ଏତେ ସବୁ ସେଣ୍ଟରକୁ ଆସୁଛନ୍ତି, ତେବେ ଏମାନେ ନିଶ୍ଚୟ ବୁଦ୍ଧି ଅଟନ୍ତି ନା । ସମସ୍ତେ କହୁଛନ୍ତି ଶିବ ଭଗବାନୁବାଚ ଏବଂ ସେହି ଶିବବାବା ହିଁ ସମସ୍ତଙ୍କର ପିତା । କୃଷ୍ଣଙ୍କୁ ସମସ୍ତଙ୍କର ପିତା କୁହାଯିବ ନାହିଁ । ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ନାହିଁ । କିନ୍ତୁ ଯଦି ଭାଗ୍ୟ ଡ଼େରିରେ ଖୋଲିବାର ଥିବ ତେବେ ଛୋଟେଇ ଛୋଟେଇ କରି ଚାଲିବେ । କମ୍ ପାଠୁଆକୁ କୁହାଯାଏ ଇଏ ଛୋଟାଉଛି । ଯେଉଁମାନେ ସଂଶୟ ବୁଦ୍ଧି ସେମାନେ ପଛରେ ରହିଯିବେ । ନିଶ୍ଚୟ ବୁଦ୍ଧି, ଭଲ ଭାବରେ ପାଠ ପଢ଼ି ଆଗକୁ ଦ୍ରୁତ ଗତିରେ ବଢିଚାଲିବେ । ବାବା କେତେ ସରଳ ଭାବରେ ବୁଝାଉଛନ୍ତି । ଯେପରି ପିଲାମାନେ ଦୌଡ ପ୍ରତିଯୋଗିତାରେ ଦୌଡି଼ ଦୌଡି ଚିହ୍ନ ପର୍ଯ୍ୟନ୍ତ ଯାଇ ପୁଣି ଫେରିଆସନ୍ତି । ବାବା ମଧ୍ୟ କହୁଛନ୍ତି ଯେତେ ଜଲଦି ବୁଦ୍ଧିକୁ ଶିବବାବାଙ୍କ ପାଖକୁ ଦୌଡ଼ାଇବ ସେତେ ଜଲଦି ସତ୍ତ୍ୱପ୍ରଧାନ ହୋଇଯିବ । ଯେଉଁମାନେ ଏଠାରେ ବହୁତ ଭଲ ଭାବରେ ବୁଝୁଛନ୍ତି ତୀର ମଧ୍ୟ ଲାଗୁଛି, କିନ୍ତୁ ଏଠାରୁ ବାହାରକୁ ଗଲେ ତ ସବୁ ସମାପ୍ତ ହୋଇଯାଉଛି । ବାବା ଜ୍ଞାନର ଇଞ୍ଜେକ୍ସନ୍ ଲଗାଉଛନ୍ତି, ତେବେ ତାର ନିଶା ମଧ୍ୟ ଚଢିବା ଦରକାର ନା । କିନ୍ତୁ ଚଢୁନାହିଁ । ଏଠାରେ ଜ୍ଞାନ ଅମୃତର ପିଆଲା ପିଉଛନ୍ତି ତେଣୁ ତାର ପ୍ରଭାବ ରହୁଛି, ନିଶା ଚଢୁଛି । ବାହାରକୁ ଗଲେ ପୁଣି ଭୁଲିଯାଉଛନ୍ତି । ପିଲାମାନେ ଜାଣିଛନ୍ତି ଜ୍ଞାନ ସାଗର ପତିତ ପାବନ ସଦ୍ଗତି ଦାତା ମୁକ୍ତିଦାତା ଏକମାତ୍ର ବାବା ହିଁ ଅଟନ୍ତି । ସେ ହିଁ ପ୍ରତ୍ୟେକ କଥାର ସମ୍ପତ୍ତି ଅର୍ଥାତ୍ ବର୍ସା ଦେଉଛନ୍ତି । ବାବା କହୁଛନ୍ତି ସନ୍ତାନମାନେ ତୁମେମାନେ ମଧ୍ୟ ପୂରା ସାଗର ହୁଅ । ମୋ ପାଖରେ ଯେତେ ଜ୍ଞାନ ଅଛି, ତୁମେମାନେ ମଧ୍ୟ ସେ ସବୁ ଧାରଣ କର ।

ଶିବବାବାଙ୍କର ଦେହର ନିଶା ନାହିଁ । ବାବା କହୁଛନ୍ତି, ପିଲାମାନେ ମୁଁ ସର୍ବଦା ଶାନ୍ତ ରହୁଛି । ତୁମମାନଙ୍କର ମଧ୍ୟ ଯେତେବେଳେ ଦେହ ନଥିଲା ସେସମୟରେ ଦେହର ନିଶା ନଥିଲା । ଶିବବାବା କହୁନାହାଁନ୍ତି ଯେ ଏହା ମୋର ନିଜର ଶରୀର । ଶିବବାବା ଏହି ଶରୀରକୁ ଲୋନ ଅର୍ଥାତ୍ ଧାର ନେଇଛନ୍ତି, ତେବେ ଲୋନ୍ ନେଇଥିବା ଜିନିଷ କଣ ନିଜର ହୁଏ ? ମୁଁ ଏହାଙ୍କ ଶରୀରରେ ଅଳ୍ପ ସମୟ ପାଇଁ ସେବା କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଛି । ଏବେ ତୁମମାନଙ୍କୁ ଘରକୁ ଫେରିଯିବାକୁ ହେବ, ତେଣୁ ଭଗବାନଙ୍କ ସହିତ ମିଶିବା ପାଇଁ ଦୌଡ଼ିବା ଉଚିତ୍ । ଏତେ ଯଜ୍ଞ ତପ ଆଦି କରୁଛନ୍ତି, ବୁଝୁ ନାହାଁନ୍ତି ଯେ ସେ ମିଳିବେ କିପରି ? ଭାବୁଛନ୍ତି କୌଣସି ନା କୌଣସି ରୂପରେ ଭଗବାନ ଆସିଯିବେ । ବାବା ବହୁତ ସହଜ ଭାବରେ ବୁଝାଉଛନ୍ତି, ପ୍ରଦର୍ଶନୀରେ ମଧ୍ୟ ତୁମେମାନେ ବୁଝାଅ । ସତ୍ୟଯୁଗ-ତ୍ରେତାଯୁଗର ଆୟୁଷ ମଧ୍ୟ ଲେଖାଯାଇଛି । ଏଥିରେ ୨୫୦୦ ବର୍ଷ ପର୍ଯ୍ୟନ୍ତ ବିଲ୍କୁଲ୍ ଠିକ୍ ଅଛି । ସୂର୍ଯ୍ୟବଂଶୀମାନେ ପରେ ପୁଣି ଚନ୍ଦ୍ରବଂଶୀରେ ଆସିଥାନ୍ତି ପୁଣି ଦେଖାଅ ଯେବେଠାରୁ ରାବଣରାଜ୍ୟ ଆରମ୍ଭ ହେଲା, ଭାରତ ପତିତ ହେବାକୁ ଲାଗିଲା । ଦ୍ୱାପର ଯୁଗ ଏବଂ କଳିଯୁଗରେ ରାବଣ ରାଜ୍ୟ ଆରମ୍ଭ ହେଲା, ଯାହାର ତିଥି - ତାରିଖ ସବୁ ଏଥିରେ ଲଗାଯାଇଛି । ମଝିରେ ରହିଛି ସଙ୍ଗମଯୁଗ । ତେବେ ରଥୀ ମଧ୍ୟ ନିଶ୍ଚୟ ଦରକାର ନା । ଯେଉଁ ରଥରେ ପ୍ରବେଶ ହୋଇ ବାବା ରାଜଯୋଗର ଶିକ୍ଷା ଦେଉଛନ୍ତି, ଯେଉଁ ଶିକ୍ଷା ଦ୍ୱାରା ସେମାନେ ଲକ୍ଷ୍ମୀ-ନାରାୟଣ ପଦବୀକୁ ପ୍ରାପ୍ତ କରୁଛନ୍ତି । କାହାକୁ ମଧ୍ୟ ଜ୍ଞାନ ବୁଝାଇବା ବହୁତ ସହଜ । ଲକ୍ଷ୍ମୀ-ନାରାୟଣଙ୍କର ରାଜତ୍ୱ କେତେ ସମୟ ଚାଲୁଛି । ଆଉ ସବୁ ପରିବାର ହଦର ଅଟେ । ଏହା ବେହଦର । ତେବେ ଏହି ବେହଦର ଇତିହାସ-ଭୂଗୋଳକୁ ଜାଣିବା ଦରକାର ନା । ବର୍ତ୍ତମାନ ହେଉଛି ସଂଗମଯୁଗ । ପୁଣି ଦୈବୀ ରାଜ୍ୟ ସ୍ଥାପନ ହେଉଛି । ଏହି ପଥରପୁରୀ, ପୁରୁଣା ଦୁନିଆର ବିନାଶ ହେବ । ବିନାଶ ନ ହେଲେ, ନୂଆ ଦୁନିଆ କିପରି ଆସିବ । ବର୍ତ୍ତମାନ କହୁଛନ୍ତି ନୂଆ ଦିଲ୍ଲୀ । ଏବେ ତୁମେମାନେ ଜାଣୁଛ ବାସ୍ତବରେ ନୂଆ ଦିଲ୍ଲୀ କେବେ ହେବ । ନୂଆ ଦୁନିଆରେ, ନୂଆ ଦିଲ୍ଲୀ ହେବ । ଗାୟନ ମଧ୍ୟ କରନ୍ତି ଯମୁନା ନଦୀ କୂଳରେ ମହଲ ହେବ । ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ହେବ ସେତେବେଳେ କୁହାଯିବ ନୂଆ ଦିଲ୍ଲୀ, ପାରସପୁରୀ । ନୂଆ ରାଜ୍ୟ ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କ ହେବ । ମନୁଷ୍ୟ ଏକଥା ମଧ୍ୟ ଭୁଲିଯାଇଛନ୍ତି ଯେ ଡ୍ରାମା କିପରି ଆରମ୍ଭ ହେଉଛି । ମୁଖ୍ୟ ଅଭିନେତା କିଏ-କିଏ, ତାହା ଜାଣିବା ଦରକାର ନା । ଅଭିନେତା ତ ବହୁତ ଅଛନ୍ତି କିନ୍ତୁ ମୁଖ୍ୟ ଅଭିନେତାଙ୍କୁ ତୁମେମାନେ ଜାଣିଛ, ତୁମେ ମଧ୍ୟ ଏହି ନାଟକର ମୁଖ୍ୟ ଏକ୍ଟର୍ସ ଅଟ । ସବୁଠାରୁ ମୁଖ୍ୟ ପାର୍ଟ ତୁମେମାନେ କରୁଛ । ତୁମେମାନେ ଆତ୍ମିକ ସମାଜ ସେବକ ଅଟ । ବାକି ସବୁ ଶାରୀରିକ ସମାଜ ସେବକ ଅଟନ୍ତି । ତୁମେମାନେ ଆତ୍ମାକୁ ବୁଝାଉଛ, ଆତ୍ମା ହିଁ ଏଠାରେ ପାଠ ପଢୁଛି । ମନୁଷ୍ୟ ଭାବୁଛନ୍ତି ଶରୀର ପଢୁଛି । ଏକଥା କାହାକୁ ମଧ୍ୟ ଜଣା ନାହିଁ ଯେ ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ପଢୁଛି । ବାରିଷ୍ଟର ଆଦି ମୁଁ ଆତ୍ମା ହେଉଛି । ଏବେ ବାବା ଆମକୁ ପାଠ ପଢାଉଛନ୍ତି । ସଂସ୍କାର ମଧ୍ୟ ଆତ୍ମାରେ ରହୁଛି । ଆତ୍ମା ହିଁ ସଂସ୍କାର ନେଇଯିବ ପୁଣି ଆସି ନୂଆ ଦୁନିଆରେ ରାଜ୍ୟ କରିବ, ଯେପରି ସତ୍ୟଯୁଗରେ ରାଜଧାନୀ ଚାଲିଥିଲା ସେହିପରି ପୁଣି ଆରମ୍ଭ ହୋଇଯିବ । ଏଥିରେ କୌଣସି ପଚାରିବାର ଆବଶ୍ୟକତା ନାହିଁ । ମୁଖ୍ୟ କଥା ହେଉଛି ଦେହ-ଅଭିମାନରେ କେବେ ହେଲେ ଆସ ନାହିଁ । ନିଜକୁ ଆତ୍ମା ମନେ କର । କୌଣସି ବିକର୍ମ କରନାହିଁ । ଯୋଗଯୁକ୍ତ ହୋଇ ରୁହ, ନଚେତ୍ ଗୋଟିଏ ବିକର୍ମର ବୋଝ ଶହେଗୁଣା ହୋଇଯିବ । ହାଡ଼ଗୋଡ଼ ଏକଦମ୍ ଭାଙ୍ଗିଯିବ । ଏଥିରେ ପୁଣି ମୁଖ୍ୟ ବିକାର ହେଉଛି କାମ । କେହି କେହି କହୁଛନ୍ତି ପିଲାମାନେ ହଇରାଣ କରୁଛନ୍ତି, ପୁଣି ସେମାନଙ୍କୁ ମାରିବାକୁ ପଡ଼ୁଛି । ଏଥିରେ ପଚାରିବାର କୌଣସି କଥା ନାହିଁ । ଏହାକୁ ଛୋଟ ପଇସାକର ପାପ କୁହାଯିବ । ତୁମମାନଙ୍କ ମୁଣ୍ଡ ଉପରେ ତ ଜନ୍ମ-ଜନ୍ମାନ୍ତରର ପାପ ଅଛି; ପ୍ରଥମେ ତାକୁ ଭସ୍ମ କର । ବାବା ପବିତ୍ର ହେବାର ବହୁତ ସହଜ ଉପାୟ ବତାଉଛନ୍ତି । ତୁମେମାନେ ଏକମାତ୍ର ବାବାଙ୍କ ସ୍ମରଣ ଦ୍ୱାରା ପାବନ ହୋଇଯିବ । ଭଗବାନୁବାଚ ମୁଁ ତୁମ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା ହେଉଛି । ଅନ୍ୟ କୌଣସି ମନୁଷ୍ୟ ଏକଥା ବୁଝିପାରିବେ ନାହିଁ । ସେମାନେ ତ ନିଜକୁ ଶରୀର ହିଁ ଭାବୁଛନ୍ତି । ବାବା କହୁଛନ୍ତି ମୁଁ ତୁମ ଆତ୍ମାମାନଙ୍କୁ ବୁଝାଉଛି । ଗାୟନ ମଧ୍ୟ କରାଯାଏ, ଆତ୍ମା ଏବଂ ପରମାତ୍ମାଙ୍କର ମେଳା ଲାଗୁଛି । ଏଥିରେ କୌଣସି ଶବ୍ଦ ଝାଞ୍ଜ କୀର୍ତ୍ତନ ଆଦି କରିବାର ନାହିଁ । ଏହା ହେଉଛି ପାଠପଢା, ଦୂର-ଦୂରରୁ ବାବାଙ୍କ ପାଖକୁ ଆସୁଛନ୍ତି । ଯେଉଁମାନେ ନିଶ୍ଚୟ ବୁଦ୍ଧି ଅଟନ୍ତି, ଆଗକୁ ସେମାନଙ୍କୁ ବହୁତ ଆକର୍ଷଣ ହେବ । ଏବେ କାହାକୁ ଏତେ ଆକର୍ଷଣ ହେଉନାହିଁ, କାହିଁକିନା ଯୋଗ କରୁନାହାଁନ୍ତି । ଯେପରି ତୀର୍ଥଯାତ୍ରାରୁ ଯେତେବେଳେ ଘରକୁ ଫେରନ୍ତି, ଘର ପାଖରେ ପହଞ୍ଚିଲେ ଘର ମନେ ପଡିଥାଏ, ପିଲାମାନେ ମନେ ପଡ଼ିଥାନ୍ତି । ଘରେ ପହଞ୍ଚିବା ମାତ୍ରେ ଖୁସିରେ ଆସି ମିଶିଥାନ୍ତି । ଖୁସି ଦ୍ୱିଗୁଣିତ ହୋଇଯାଏ । ପ୍ରଥମେ ସ୍ତ୍ରୀ ମନେ ପଡ଼ିବ, ପୁଣି ପିଲାଛୁଆ ଆଦି ମନେ ପଡ଼ିବେ । ସେହିପରି ତୁମମାନଙ୍କୁ ଘର ପରମଧାମ ମନେ ପଡିବ, ମନେ ପଡିଯିବ ଯେ ଆମେ ଘରକୁ ଯାଉଛୁ, ସେଠାରେ କେବଳ ବାବା ଏବଂ ସନ୍ତାନମାନେ ହିଁ ରହିଥାନ୍ତି । ତେବେ ଡ଼ବଲ ଖୁସି ହେଉଛି ଯେ, ଶାନ୍ତିଧାମ ଘରକୁ ଯିବୁ ପୁଣି ରାଜଧାନୀକୁ ଆସିବୁ । ବାସ୍ ଏବେ କେବଳ ବାବାଙ୍କୁ ମନେ ପକାଇବାକୁ ହେବ, ବାବା କହୁଛନ୍ତି ମନମନାଭବ । ନିଜକୁ ଆତ୍ମା ନିଶ୍ଚୟ କରି ବାବା ଏବଂ ବର୍ସାକୁ ମନେ ପକଅ । ବାବା ତୁମମାନଙ୍କୁ ଗୁଲ୍ ଗୁଲ୍ ଅର୍ଥାତ୍ ଫୁଲ ସଦୃଶ କରି, ନୟନରେ ବସାଇ ସାଥିରେ ନେଇଯିବେ । ଏଥିରେ ଟିକିଏ ହେଲେ କଷ୍ଟ ନାହିଁ । ଯେପରି ମଶାମାନଙ୍କର ଦଳ ଯାଇଥାଏ ନା । ତୁମେ ଆତ୍ମାମାନେ ମଧ୍ୟ ଏହିପରି ବାବାଙ୍କ ସହିତ ଯିବ । ପବିତ୍ର ହେବା ପାଇଁ ତୁମେମାନେ ବାବାଙ୍କୁ ସ୍ମରଣ କରୁଛ । ଘର ଅର୍ଥାତ୍ ପରମଧାମକୁ ନୁହେଁ ।

ବାବାଙ୍କର ଦୃଷ୍ଟି ପ୍ରଥମେ-ପ୍ରଥମେ ଗରୀବ ସନ୍ତାନମାନଙ୍କ ଉପରେ ପଡୁଛି । ବାବା ଦୀନବନ୍ଧୁ ଅଟନ୍ତି ନା । ତୁମେ ମଧ୍ୟ ଗାଁ କୁ ସେବା କରିବାକୁ ଯାଉଛ । ବାବା କହୁଛନ୍ତି ମୁଁ ମଧ୍ୟ ତୁମମାନଙ୍କର ଗାଁ କୁ ଅର୍ଥାତ୍ ଏ ଦୁନିଆକୁ ପାରସପୁରୀ କରୁଛି । ବର୍ତ୍ତମାନ ଏହା ନର୍କ, ପୁରୁଣା ଦୁନିଆ ଅଟେ । ଏହାକୁ ନିଶ୍ଚୟ ଭାଙ୍ଗିବାକୁ ପଡ଼ିବ । ନୂଆ ଦୁନିଆରେ ନୂଆ ଦିଲ୍ଲୀ, ସତ୍ୟଯୁଗରେ ହିଁ ହେବ । ସେଠାରେ ରାଜ୍ୟ ମଧ୍ୟ ତୁମମାନଙ୍କର ହେବ । ଏବେ ତୁମମାନଙ୍କର ନିଶା ଚଢୁଛି ଯେ ଯେପରି କଳ୍ପ ପୂର୍ବରୁ ଥିଲା ସେହିପରି ଆମେ ପୁନର୍ବାର ରାଜଧାନୀ ସ୍ଥାପନ କରିବୁ । ଏପରି କୁହାଯିବ ନାହିଁ ଯେ ଆମେ ଏପରି ଘର ତିଆରି କରିବୁ । ନା । ତୁମେମାନେ ସେଠାକୁ ଗଲେ ସ୍ୱତଃ ତିଆରି କରିବାରେ ଲାଗିପଡ଼ିବ । କାହିଁକିନା ଆତ୍ମାରେ ସେହି ପାର୍ଟ ସବୁ ଭରି ରହିଛି । ଏଠାରେ କେବଳ ପାଠ ପଢିବାର ପାର୍ଟ ରହିଛି । ସେଠାରେ ସ୍ୱତଃ ତୁମମାନଙ୍କର ବୁଦ୍ଧିରେ ଆସିବ ଯେ ଆମେ ଏହିପରି ମହଲ ତିଆରି କରିବୁ । ଯେପରି କଳ୍ପ ପୂର୍ବରୁ କରିଥିଲ, ସେହିପରି ତାକୁ କରିବାରେ ଲାଗିପଡିବ । ଆତ୍ମାରେ ସେହି ସଂସ୍କାର ପୂର୍ବରୁ ନିଧାର୍ଯ୍ୟ ହୋଇ ରହିଛି । ତୁମେମାନେ ସେହି ମହଲ ତିଆରି କରିବ, ଯେଉଁ ମହଲରେ ତୁମେମାନେ କଳ୍ପ-କଳ୍ପ ରହିଆସିଛ । ଏହି କଥାକୁ ନୂଆମାନେ କେହି ବୁଝିପାରିବେ ନାହିଁ । ଏକଥା ତୁମେମାନେ ଜାଣୁଛ ଯେ, ଆମେ ଆସି ନୂଆ-ନୂଆ ପଏଣ୍ଟସ୍ ଶୁଣି ରିଫ୍ରେସ୍ ଅର୍ଥାତ୍ ସତେଜ ହୋଇ ଯାଉଛୁ । ଦିନକୁ ଦିନ ନୂଆ ନୂଆ ପଏଣ୍ଟସ୍ ବାହାରୁଛି । ତାହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ବାବା କହୁଛନ୍ତି ସନ୍ତାନମାନେ, ମୁଁ ଏହି ବଳଦ ଅର୍ଥାତ୍ ରଥରେ ସର୍ବଦା ସବାରୀ କରିବି, ଏଥିରେ ମୋତେ ସୁଖ ମିଳୁନାହିଁ । ମୁଁ ତୁମମାନଙ୍କୁ ପାଠ ପଢାଇବାକୁ ଆସୁଛି । ଏପରି ନୁହେଁ, ମୁଁ ସର୍ବଦା ବଳଦ ଉପରେ ସବାରୀ କରି ବସିଛି । ରାତି ଦିନ କଣ ବଳଦ ଉପରେ ବସିଥାନ୍ତି କି ? ତାଙ୍କର ତ ସେକେଣ୍ଡରେ ଯିବା ଆସିବା ହୋଇଥାଏ । ସର୍ବଦା ବସିବାର କାଇଦା ହିଁ ନାହିଁ । ବାବା କେତେ ଦୂରରୁ ପାଠ ପଢାଇବା ପାଇଁ ଆସୁଛନ୍ତି, ତାହା ହିଁ ହେଉଛି ତାଙ୍କର ଘର । ସାରା ଦିନ ଶରୀରରେ ତ ରହିବେ ନାହିଁ, ସେଥିରେ ତାଙ୍କୁ ସୁଖ ମିଳେ ନାହିଁ । ଯେପରି ପିଞ୍ଜରାରେ ଶୁଆ ବନ୍ଧନରେ ରହିଥାଏ, ତୁମମାନଙ୍କୁ ବୁଝାଇବା ପାଇଁ ମୁଁ ଏହାକୁ ଲୋନ୍ ନେଉଛି । ତୁମେମାନେ କହୁଛ ଜ୍ଞାନର ସାଗର ବାବା ଆମକୁ ପାଠ ପଢାଇବା ପାଇଁ ଆସୁଛନ୍ତି । ତେଣୁ ଖୁସିରେ ଲୋମ ଟାଙ୍କୁରି ଉଠିବା ଉଚିତ୍ । ଏହି ଖୁସି କମ୍ ହେବା ଉଚିତ୍ ନୁହେଁ । ଏହି ଧନୀ ଅର୍ଥାତ୍ ବ୍ରହ୍ମା ବାବା ସ୍ଥାୟୀ ବସିଛନ୍ତି । ଗୋଟିଏ ବଳଦ ଉପରେ କଣ ଦୁଇଟା ସବାରୀ ସର୍ବଦା ହୋଇପାରିବ କି ? ଶିବବାବା ନିଜ ଧାମରେ ରହୁଛନ୍ତି, ଏଠାକୁ ଆସୁଛନ୍ତି, ତାଙ୍କୁ ଆସିବାରେ ଆଦୌ ଡେରି ଲାଗୁ ନାହିଁ । ରକେଟ୍ ଦେଖ, କେତେ ତୀକ୍ଷ୍ଣ ଯାଉଛି । ଆବାଜଠାରୁ ମଧ୍ୟ ତୀକ୍ଷ୍ଣ । ଆତ୍ମା ମଧ୍ୟ ବହୁତ ଛୋଟ ରକେଟ୍ ଅଟେ । ଆତ୍ମା କିପରି ଯାଉଛି । ଏଠାରୁ ତୁରନ୍ତ ଲଣ୍ଡନକୁ ଚାଲିଯାଉଛି । ସେଥିପାଇଁ ଏକ ସେକେଣ୍ଡରେ ଜୀବନମୁକ୍ତିର ଗାୟନ ରହିଛି ନା । ବାବା ନିଜେ ମଧ୍ୟ ରକେଟ୍ ଅଟନ୍ତି । କହୁଛନ୍ତି ମୁଁ ତୁମମାନଙ୍କୁ ପାଠ ପଢାଇବା ପାଇଁ ଆସୁଛି । ପୁଣି ନିଜ ଘରକୁ ଚାଲିଯାଉଛି । ଏହି ସମୟରେ ମୁଁ ବହୁତ ବ୍ୟସ୍ତ ରହୁଛି । ମୁଁ ଦିବ୍ୟଦୃଷ୍ଟି ଦାତା ଅଟେ, ତେଣୁ ଭକ୍ତମାନଙ୍କୁ ମଧ୍ୟ ଖୁସୀ ରାଜି କରାଇବାକୁ ପଡୁଛି । ତୁମମାନଙ୍କୁ ମଧ୍ୟ ପାଠ ପଢାଉଛି । ଭକ୍ତମାନଙ୍କ ମନ ହେଉଛି ସାକ୍ଷାତ୍କାର ହେଉ, କିଛି ନା କିଛି ଭିକ ମାଗୁଛନ୍ତି । ସବୁଠାରୁ ଅଧିକ ଭିକ ଜଗତ୍ଅମ୍ବାଙ୍କୁ ମାଗୁଛନ୍ତି । ତୁମେ ଜଗତଅମ୍ବା ଅଟ ନା । ତୁମେମାନେ ବିଶ୍ୱ ରାଜତ୍ୱର ଭିକ ଦେଉଛ । ଗରୀବମାନଙ୍କୁ ଭିକ ମିଳିଥାଏ ନା । ଆମେ ମଧ୍ୟ ଗରୀବ ସେଥିପାଇଁ, ଶିବବାବା ସ୍ୱର୍ଗର ରାଜତ୍ୱକୁ ଭିକ୍ଷା ରୂପରେ ଦେଉଛନ୍ତି । ଭିକ ଆଉ କିଛି ନୁହେଁ, କେବଳ କହୁଛନ୍ତି ବାବାଙ୍କୁ ଯୋଗ କରିଲେ ବିକର୍ମ ବିନାଶ ହେବ । ତୁମେମାନେ ଶାନ୍ତିଧାମକୁ ଚାଲିଯିବ । ଯଦି ମୋତେ ମନେ ପକାଇବ ତେବେ ମୁଁ ଗ୍ୟାରେଣ୍ଟି କରୁଛି, ତୁମମାନଙ୍କର ଆୟୁଷ ମଧ୍ୟ ବଡ ହେବ । ସତ୍ୟଯୁଗରେ ମୃତ୍ୟୁର ନାମ ମଧ୍ୟ ରହିବ ନାହିଁ । ତାହା ହେଉଛି ଅମର ଲୋକ, ସେଠାରେ ମୃତ୍ୟୁର ନାମ ରହିବ ନାହିଁ । କେବଳ ଗୋଟିଏ ଶରୀର ଛାଡି, ଅନ୍ୟ ଏକ ଶରୀର ନେଉଛନ୍ତି, ଏହାକୁ କଣ ମୃତ୍ୟୁ କୁହାଯିବ । ତାହା ହେଉଛି ଅମରପୁରୀ । ସାକ୍ଷାତ୍କାର ହେବ ଯେ, ଆମେ ଛୋଟ ପିଲା ହେବୁ । ତେବେ ଏହା କେତେ ଖୁସିର କଥା । ବାବାଙ୍କର ଇଚ୍ଛା ହେଉଛି ଏବେ ଯାଇ ସନ୍ତାନ ହେବି । ଜାଣିଛନ୍ତି ସେଠାରେ ମୁଖରେ ସୁନାର ଚାମଚ ହେବ । ମୁଁ ଏକମାତ୍ର ସିକିଲଧା ସନ୍ତାନ ଅଟେ । ବାବା ମୋତେ ପୋଷ୍ୟ କରିଛନ୍ତି । ମୁଁ ସିକିଲଧେ ସନ୍ତାନ ସେଥିପାଇଁ ବାବା ମୋତେ କେତେ ସ୍ନେହ କରୁଛନ୍ତି । ମୋ ଭିତରେ ଏକଦମ୍ ପ୍ରବେଶ କରିଯାଉଛନ୍ତି । ଏହା ମଧ୍ୟ ଖେଳ ଅଟେ ନା । ଖେଳରେ ସର୍ବଦା ଖୁସି ମିଳିଥାଏ । ତୁମେମାନେ ଏକଥା ମଧ୍ୟ ଜାଣୁଛ ଯେ ଇଏ ନିଶ୍ଚିତ ବହୁତ-ବହୁତ ଭାଗ୍ୟଶାଳୀ ରଥ ହୋଇଥିବେ । ଯାହାଙ୍କ ପାଇଁ ଗାୟନ ମଧ୍ୟ ରହିଛି ଜ୍ଞାନର ସାଗର, ଏହାଙ୍କ ଭିତରେ ପ୍ରବେଶ କରି ତୁମମାନଙ୍କୁ ଜ୍ଞାନ ଦେଉଛି । ତୁମମାନଙ୍କ ପାଇଁ କେବଳ ଗୋଟିଏ ଖୁସି ଯଥେଷ୍ଟ । ତାହା ହେଲା -- ଭଗବାନ ଆସି ପାଠ ପଢାଉଛନ୍ତି । ଭଗବାନ ସ୍ୱର୍ଗର ରାଜତ୍ୱ ସ୍ଥାପନ କରୁଛନ୍ତି । ଆମେ ତାଙ୍କର ସନ୍ତାନ, ପୁଣି ନର୍କରେ କାହିଁକି ଅଛୁ! ଏକଥା କାହା ବୁଦ୍ଧିରେ ଆସୁ ନାହିଁ । ତୁମେମାନେ ବହୁତ ଭାଗ୍ୟଶାଳୀ ଅଟ; ତେଣୁ ବିଶ୍ୱର ମାଲିକ ହେବା ପାଇଁ ପାଠ ପଢୁଛ । ତେବେ ଏପରି ଉଚ୍ଚ ପାଠପଢା ଉପରେ କେତେ ଧ୍ୟାନ ଦେବା ଉଚିତ୍ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହିଭଳି ଡବଲ ଖୁସିରେ ରହିବାକୁ ହେବ ଯେ ଏବେ ଆମର ଯାତ୍ରା ସମାପ୍ତ ହେଲା, ପ୍ରଥମେ ଆମେ ନିଜର ଘର ଶାନ୍ତିଧାମକୁ ଯିବୁ ତାପରେ ପୁଣି ନିଜର ରାଜଧାନୀକୁ ଆସିବୁ ।

(୨) ମୁଣ୍ଡ ଉପରେ ଯେଉଁ ଜନ୍ମ-ଜନ୍ମାନ୍ତର ପାପର ବୋଝ ରହିଛି ତାକୁ ଭସ୍ମ କରିବାକୁ ହେବ । ଦେହ-ଅଭିମାନରେ ଆସି ଆଉ କୌଣସି ବିକର୍ମ କରିବାର ନାହିଁ ।

ବରଦାନ:-
ମନର ସ୍ୱତନ୍ତ୍ରତା ଦ୍ୱାରା ସର୍ବ ଆତ୍ମାଙ୍କୁ ଶାନ୍ତିର ଦାନ ଦେଉଥିବା ମାନସିକ ଶକ୍ତିର ମହାଦାନୀ ହୁଅ ।

ବାନ୍ଧେଲୀ ମାତାମାନେ ଯଦିଓ ଶାରୀରିକ ଦୃଷ୍ଟିରୁ ପରତନ୍ତ୍ର ଅଟନ୍ତି କିନ୍ତୁ ମନରେ ଯଦି ସ୍ୱତନ୍ତ୍ର ଥାନ୍ତି ତେବେ ନିଜର ମନର ବୃତ୍ତି ଦ୍ୱାରା, ନିଜର ଶୁଦ୍ଧ ସଂକଳ୍ପ ଦ୍ୱାରା ବିଶ୍ୱର ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାର ସେବା କରିପାରିବେ । ଆଜିକାଲି ସାରା ବିଶ୍ୱକୁ ମନର ଶାନ୍ତିର ଆବଶ୍ୟକତା ରହିଛି । ତେଣୁ ମନ ଦ୍ୱାରା ସ୍ୱତନ୍ତ୍ର ଆତ୍ମା ନିଜର ମାନସିକ ଶକ୍ତି ଆଧାରରେ ସାରା ବିଶ୍ୱରେ ଶାନ୍ତିର ପ୍ରକମ୍ପନ ବା ତରଙ୍ଗ ଖେଳାଇ ପାରିବ । ଶାନ୍ତିର ସାଗର ପିତାଙ୍କର ସ୍ମୃତିରେ ରହିବା ଦ୍ୱାରା ଆପେ ଆପେ ଶାନ୍ତିର କିରଣ ଚତୁଃର୍ଦ୍ଦିଗରେ ବିଚ୍ଛୁରିତ ହୋଇଥାଏ ତେଣୁ ଏହିଭଳି ଶାନ୍ତିର ଦାନ ଦେଉଥିବା ଆତ୍ମାମାନେ ହିଁ ମାନସିକ ଶକ୍ତିର ମହାଦାନୀ ଅଟନ୍ତି ।

ସ୍ଲୋଗାନ:-
ସ୍ନେହ ରୂପର ଅନୁଭବ ତ ଶୁଣାଉଛ ଏବେ ଶକ୍ତି ରୂପର ଅନୁଭବ ଶୁଣାଅ ।