06.09.20    Avyakt Bapdada     Odia Murli     16.03.86     Om Shanti     Madhuban


ଆତ୍ମିକ ଡ୍ରିଲ୍


ଆଜି ବାପଦାଦା ସବୁ ପିଲାଙ୍କର ସ୍ୱୀଟ୍ ସାଇଲେନ୍ସ ଅର୍ଥାତ୍ ମଧୁର ଶାନ୍ତିପୂର୍ଣ୍ଣ ସ୍ଥିତିକୁ ଦେଖୁଛନ୍ତି । ଗୋଟିଏ ସେକେଣ୍ଡରେ ଶାନ୍ତି ସ୍ଥିତିରେ ସ୍ଥିତ ହେବାର ଅଭ୍ୟାସ କେତେ ପରିମାଣରେ କରିଛନ୍ତି ? ଏହି ସ୍ଥିତିରେ ଯେତେବେଳେ ଇଚ୍ଛା ସେତେବେଳେ ସ୍ଥିତ ହୋଇପାରିବ, ନା ସମୟ ଲାଗିବ ? କାହିଁକି ନା ତୁମମାନଙ୍କର ଅନାଦି ସ୍ୱରୂପ ହେଲା ସ୍ୱୀଟ୍ ସାଇଲେନ୍ସ । କିନ୍ତୁ ଆଦି ସ୍ୱରୂପ ଶବ୍ଦରେ ଅର୍ଥାତ୍ ବାଣୀରେ ଆସିବାର ସ୍ୱରୂପ, କିନ୍ତୁ ଅନାଦି ଅବିନାଶୀ ସଂସ୍କାର ହେଲା ଶାନ୍ତି । ତେଣୁ ନିଜର ଅନାଦି ସଂସ୍କାର, ଅନାଦି ସ୍ୱରୂପ, ଅନାଦି ସ୍ୱଭାବକୁ ଜାଣି ଯେତେବେଳେ ଇଚ୍ଛା ସେତେବେଳେ ସେହି ସ୍ୱରୂପରେ ସ୍ଥିତି ହୋଇପାରିବ ? ବାଣୀରେ ଆସିବାର ସଂସ୍କାର ତ ୮୪ ଜନ୍ମର ଅଟେ ସେଥିପାଇଁ ଏଥିରେ ଅଭ୍ୟସ୍ତ ହୋଇଯାଇଛ । କିନ୍ତୁ ତୁମର ଆଦି ସ୍ୱରୂପ ସହିତ ବର୍ତ୍ତମାନ ଚକ୍ର ପୂରା ହେଉଥିବା କାରଣରୁ ଶାନ୍ତିଧାମ ଘରକୁ ଫେରିବାକୁ ମଧ୍ୟ ପଡିବ ତେଣୁ ଉଭୟ ସ୍ୱରୁପକୁ ମନେ ପକାଅ । ଏବେ ତ ଘରକୁ ଫେରିବାର ସମୟ ନିକଟବର୍ତ୍ତୀ ହୋଇଗଲାଣି । ବର୍ତ୍ତମାନ ଡ୍ରାମାର ଆଦି-ମଧ୍ୟ-ଅନ୍ତ ତିନି କାଳର ପାର୍ଟକୁ ସମାପ୍ତ କରି ନିଜର ଅନାଦି ସ୍ୱରୂପରେ, ଅନାଦି ସ୍ଥିତିରେ ସ୍ଥିତ ହେବାର ସମୟ ସେଥିପାଇଁ ବର୍ତ୍ତମାନ ଏହି ଅଭ୍ୟାସ ଅଧିକ ଆବଶ୍ୟକ । ଏବେ ନିଜେ ନିଜକୁ ଚେକ୍ କର ଯେ - ମୁଁ କର୍ମେନ୍ଦ୍ରିୟଜିତ୍ ହେଲିଣି ? ଯଦି ମୁଁ ନୀରବ ରହିବାକୁ ଚାହୁଁଛି ତେବେ ଏହି ମୁଖ ମୋତେ କଥା କହିବା ପାଇଁ ବାଧ୍ୟ କରୁ ନାହିଁ ତ ? ଏହାକୁ ହିଁ ଆତ୍ମିକ ଡ୍ରିଲ୍ କୁହାଯାଏ ।

ଯେପରି ବର୍ତ୍ତମାନ ସମୟ ଅନୁସାରେ ଶରୀରର ସବୁ ପ୍ରକାରର ରୋଗର ଚିକିତ୍ସା କରିବା ପାଇଁ ବ୍ୟାୟାମ ଶିଖାଉଛନ୍ତି, ସେହିପରି ବର୍ତ୍ତମାନ ସମୟରେ ଆତ୍ମାକୁ ଶକ୍ତିଶାଳୀ କରିବା ପାଇଁ ଏହିଭଳି ଆତ୍ମିକ ବ୍ୟାୟାମ କରିବାର ଅଭ୍ୟାସ ଦରକାର । ଚାରିପାଖର ବାତାବରଣ କିପରି ବି ହୋଇଥାଉ, ଯେତେ ବି ହଲଚଲ୍ ପରିସ୍ଥିତି ହୋଇଥାଉ କିନ୍ତୁ କୋଳାହଳ ଭିତରେ ରହିଥିଲେ ମଧ୍ୟ କୋଳାହଳ ଠାରୁ ବା କଥାବାର୍ତ୍ତାଠାରୁ ଉର୍ଦ୍ଧ୍ୱ ସ୍ଥିତିରେ ରହିବାର ଅଭ୍ୟାସ ଏବେ ବହୁତ ସମୟର ହେବା ଆବଶ୍ୟକ । ଶାନ୍ତ ବାତାବରଣରେ ସ୍ଥିତିକୁ ଶାନ୍ତ ରଖିବା କିଛି ବଡ କଥା ନୁହେଁ କିନ୍ତୁ ଅଶାନ୍ତିର ବାତାବରଣ ଭିତରେ ଶାନ୍ତିରେ ରହିବାର ଅଭ୍ୟାସ ଦରକାର, ତାହା ଜଣା ଅଛି ? ଚାହେଁ ନିଜର ଦୁର୍ବଳତା ଗୁଡିକର ହଲଚଲ୍ ହେଉ ବା ପୁରୁଣା ସଂସ୍କାରରୁ ଉତ୍ପନ୍ନ ହେଉଥିବା ବ୍ୟର୍ଥ ସଂକଳ୍ପର ହଲଚଲ୍ ହେଉ -- ଏହିଭଳି ହଲଚଲ ସମୟରେ ନିଜକୁ ଅଚଳ କରିପାରିବ, ନା ସମୟ ଲାଗିବ ? କାହିଁକି ନା ସମୟ ଲାଗିବା କାରଣରୁ ମଧ୍ୟ କେତେବେଳେ ଧୋକା ଖାଇବାକୁ ପଡିବ କାରଣ ଡ୍ରାମାର ସମାପ୍ତି ସମୟରେ ଅଧିକ ସମୟ ମଧ୍ୟ ମିଳିବ ନାହିଁ । ଅନ୍ତିମ ଫଳାଫଳର ପରୀକ୍ଷା ତ କିଛି ସେକେଣ୍ଡର ବା କିଛି ମିନିଟ୍ର ହିଁ ହେବ । କିନ୍ତୁ ଚାରିଆଡର ହଲଚଲ୍ ବାତାବରଣ ଭିତରେ ଅଚଳ ଅବସ୍ଥାରେ ରହିବା ଉପରେ ନମ୍ବର ମିଳିବ । ଯଦି ବହୁତ କାଳର ହଲଚଲ୍ ସ୍ଥିତିରୁ ବାହାରି ଅଚଳ ହେବା ପାଇଁ ସମୟ ଲଗାଇବାର ଅଭ୍ୟାସ ଥିବ ତେବେ ସମାପ୍ତି ସମୟରେ ପରିଣାମ କଣ ହେବ ? ସେଥିପାଇଁ ଏହିଭଳି ଆତ୍ମିକ ବ୍ୟାୟାମର ଅଭ୍ୟାସ କର ଯେପରି ମନକୁ ଯେଉଁଠାରେ ଯେତିକି ସମୟ ସ୍ଥିତି କରିବା ପାଇଁ ଚାହିଁବ ସେତିକି ସମୟ ପର୍ଯ୍ୟନ୍ତ ସେଠାରେ ରଖି ପାରୁଥିବ ଏବଂ ଫାଇନାଲ୍ ପରୀକ୍ଷା ମଧ୍ୟ ବହୁତ ସହଜ କାରଣ ପୂର୍ବରୁ ହିଁ କହିଦିଆଯାଉଛି ଯେ ଏହିଭଳି ପରୀକ୍ଷା ଆସିବ କିନ୍ତୁ ବହୁତ କମ୍ ସମୟ ଭିତରେ ନମ୍ବର ନେବାକୁ ହେବ ଏବଂ ସ୍ଥିତି ମଧ୍ୟ ସେତିକି ଶକ୍ତିଶାଳୀ ଥିବା ଦରକାର ।

ଦେହ, ଦେହର ସମ୍ବନ୍ଧ, ଦେହର ସଂସ୍କାର, ବ୍ୟକ୍ତି ବା ବୈଭବ, ବାତାବରଣ, ପରିସ୍ଥିତି ସବୁ କିଛି ଥିଲେ ମଧ୍ୟ ଆକର୍ଷିତ କରିପାରୁନଥିବ - ଏହାକୁ ହିଁ କୁହାଯାଏ ନଷ୍ଟୋମୋହା ସମର୍ଥ ସ୍ୱରୂପ ସ୍ଥିତି । ତେବେ ଏହିଭଳି ଅଭ୍ୟାସ ଅଛି ତ ? ଲୋକମାନେ ଚିତ୍କାର କରୁଥିବେ କିନ୍ତୁ ତୁମେ ଅଚଳ ଅବସ୍ଥାରେ ଥିବ । ପ୍ରକୃତି, ମାୟା, ସମସ୍ତେ ଶେଷ ପରୀକ୍ଷା ନେବା ପାଇଁ କେତେ ବି ନିଜ ଆଡକୁ ଟାଣୁଥିଲେ ମଧ୍ୟ ତୁମେ ସବୁଥିରୁ ମୁକ୍ତ ରହି ଏବଂ ବାବାଙ୍କର ପ୍ରିୟ ହେବାର ସ୍ଥିତିରେ ଲବଲୀନ ରୁହ, ଏହାକୁ ହିଁ କୁହାଯାଏ ଦେଖୁଥିଲେ ମଧ୍ୟ ନ ଦେଖିବା, ଶୁଣୁଥିଲେ ମଧ୍ୟ ନ ଶୁଣିବା... ତେଣୁ ତୁମମାନଙ୍କର ଅଭ୍ୟାସ ଏହିଭଳି ରହିବା ଦରକାର । ଏହାକୁ ହିଁ ସ୍ୱୀଟ୍ ସାଇଲେନ୍ସ ସ୍ୱରୂପ ସ୍ଥିତି କୁହାଯାଏ । ପୁଣି ବି ବାପଦାଦା ସମୟ ଦେଉଛନ୍ତି, ଯଦି କୌଣସି ଦୋଷ-ଦୁର୍ବଳତା ରହିଯାଇଛି ତେବେ ଏବେ ବି ତାକୁ ସୁଧାରି ପାରିବ କାହିଁକି ନା ବହୁତ ସମୟର ହିସାବର କଥା ତ ଶୁଣାଇଲୁ ନା । ତେଣୁ ଏବେ କିଛିଟା ସୁଯୋଗ ଅଛି, ସେଥିପାଇଁ ଏହିଭଳି ଅଭ୍ୟାସ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅ । ତେବେ ତୁମେ ସମ୍ମାନର ସହିତ ପାସ ହେବ, କିମ୍ବା କେବଳ ପାସ ହେବ, ତାହା ମଧ୍ୟ ଏହି ଅଭ୍ୟାସ ଉପରେ ନିର୍ଭର କରୁଛି । ତେବେ ଏହିଭଳି ଅଭ୍ୟାସ ଅଛି ? ସମୟର ଘଣ୍ଟି ବାଜିବା ମାତ୍ରକେ ପ୍ରସ୍ତୁତ ହୋଇଯିବ ନା, ଏବେ ଭାବୁଛ ପ୍ରସ୍ତୁତ ହେବାକୁ ପଡିବ ? ଏହି ଅଭ୍ୟାସ କାରଣରୁ ହିଁ ଅଷ୍ଟରତ୍ନଙ୍କର ମାଳା ଏତେ ଛୋଟ ହୋଇଛି ତେବେ ପରୀକ୍ଷା ତ ବହୁତ କମ୍ ସମୟର କଥା । ଯେପରି ତୁମେମାନେ ମଧ୍ୟ କହୁଛ ନା ଗୋଟିଏ ସେକେଣ୍ଡରେ ମୁକ୍ତି ବା ଜୀବନମୁକ୍ତିର ସମ୍ପତ୍ତି ପାଇବାର ଅଧିକାର ସମସ୍ତଙ୍କର ଅଛି । ତେଣୁ ନାଟକର ସମାପ୍ତି ସମୟରେ ନମ୍ବର ପ୍ରାପ୍ତ କରିବା ମଧ୍ୟ ଅଳ୍ପ ସମୟର କଥା । କିନ୍ତୁ ଏଥିରେ ଟିକିଏ ବି ହଲଚଲରେ ଆସିବାର ନାହିଁ । ବାସ୍, ବିନ୍ଦୁ କହିବା ମାତ୍ରକେ ବିନ୍ଦୁ ସ୍ଥିତିରେ ସ୍ଥିତ ହୋଇଯାଉଥିବ, ଯେମିତି ଟିକିଏ ବି ହଲଚଲ୍ ହେଉନଥିବ । ଏମିତି ନୁହେଁ ଯେ ସେତିକିବେଳେ ହିଁ ଅଭ୍ୟାସ କରିବା ଆରମ୍ଭ କରିବ - ମୁଁ ଆତ୍ମା... ମୁଁ ଆତ୍ମା.... ଏସବୁ ଚଳିବ ନାହିଁ କାରଣ ଶୁଣାଇଲୁ ନା ସେତେବେଳେ ଚାରିଆଡୁ ଆକ୍ରମଣ ହେଉଥିବ କାହିଁକି ନା ସମସ୍ତେ ଶେଷ ପରୀକ୍ଷା ନେବେ । ପ୍ରକୃତିର ମଧ୍ୟ ଯେତେ ଶକ୍ତିଥିବ, ମାୟାର ମଧ୍ୟ ଯେତେ ଶକ୍ତି ଥିବ ସମସ୍ତେ ମିଶି ପରୀକ୍ଷା ନେବେ । ସେମାନଙ୍କର ମଧ୍ୟ ଲାଷ୍ଟ ପରୀକ୍ଷା ହୋଇଥିବ ଏବଂ ତୁମମାନଙ୍କର ମଧ୍ୟ ଅନ୍ତିମ କର୍ମାତୀତ, କର୍ମବନ୍ଧନ ମୁକ୍ତ ସ୍ଥିତି ହୋଇଥିବ । ଦୁଇପଟରୁ ବହୁତ ଶକ୍ତି ପ୍ରଦର୍ଶନ କରିବାର ଦୃଶ୍ୟ ଥିବ । ପରୀକ୍ଷା ମଧ୍ୟ ଫୁଲ ଫୋର୍ସରେ ଥିବ ଏବଂ କର୍ମାତୀତ, କର୍ମବନ୍ଧନ ମୁକ୍ତ ସ୍ଥିତି ମଧ୍ୟ ଫୁଲ ଫୋର୍ସରେ ଥିବ । କିନ୍ତୁ ବିଜୟପ୍ରାପ୍ତ କରିବା ମାତ୍ର ଗୋଟିଏ ସେକେଣ୍ଡର କଥା । ସେତିକିବେଳେ ହିଁ ବିଜୟର ନାଗରା ବାଜିବ । ଏବେ ବୁଝିପାରିଲ ଶେଷ ପରୀକ୍ଷା କଣ ହେବ ? ସମସ୍ତେ ତ ଏହିଭଳି ଶୁଭ ସଂକଳ୍ପ ମଧ୍ୟ ରଖିଛନ୍ତି ଏବଂ ରଖିବା ମଧ୍ୟ ଉଚିତ୍ ଯେ ମୋତେ ପ୍ରଥମ ନମ୍ବର ପଦ ନେବାକୁ ହିଁ ପଡିବ । ତେଣୁ ଯେତେବେଳେ ଚାରିଆଡର ପରିସ୍ଥିତି ଉପରେ ବିଜୟୀ ହେବ ତେବେ ଯାଇ ପ୍ରଥମ ନମ୍ବରରେ ଆସିପାରିବ । ଯଦି ଗୋଟିଏ କଥାରେ ବି ଟିକିଏ ବ୍ୟର୍ଥ ସଂକଳ୍ପ ଆସିଲା ବା ବ୍ୟର୍ଥରେ ସମୟ ଲାଗିଗଲା ତେବେ ନମ୍ବର ପଛକୁ ରହିଯିବ, ସେଥିପାଇଁ ସବୁ ଗୁଡିକୁ ଚେକ୍ କର । ଚାରିଆଡୁ ଚେକ୍ କର । ଡବଲ ବିଦେଶୀମାନେ ସବୁଥିରେ ତୀବ୍ରଗତିରେ ଯିବାକୁ ଚାହୁଁଛନ୍ତି ନା, ସେଥିପାଇଁ ଏବେଠାରୁ ହିଁ ଏହି ଅଭ୍ୟାସ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅ । ବୁଝିଲ! ତେବେ ତୁମେମାନେ ପରୀକ୍ଷାର ପ୍ରଶ୍ନକୁ ମଧ୍ୟ ଜାଣୁଛ ଏବଂ ସମୟକୁ ମଧ୍ୟ ଜାଣୁଛ, ତେଣୁ ସମସ୍ତେ ପାସ୍ ହୋଇଯିବା ଉଚିତ୍ । ଯଦି ପୂର୍ବରୁ ହିଁ ପ୍ରଶ୍ନ ଜଣାପଡିଯାଏ ତେବେ ସେହି ଅନୁସାରେ ପ୍ରସ୍ତୁତ ହୋଇଯାଆନ୍ତି ଏବଂ ପାସ୍ ମଧ୍ୟ ହୋଇଯାଆନ୍ତି । ତେଣୁ ତୁମେ ସମସ୍ତେ ତ ପାସ୍ ହୋଇଯିବ ନା! ଆଚ୍ଛା!

ଏହି ମିଳନ ଋତୁ ଅର୍ଥାତ୍ ସିଜିନ୍ରେ ବାପଦାଦା ପ୍ରତ୍ୟେକ ସନ୍ତାନ ସହିତ ମିଶିବା ପାଇଁ ଭଣ୍ଡାର ଖୋଲି କରିଦେଇଛନ୍ତି । ଆଗକୁ କଣ ହେବ, ତାହା ପୁଣି କେବେ ଶୁଣାଇବୁ । ଏବେ ଖୋଲା ଭଣ୍ଡାରରୁ ଯେଉଁମାନେ ବି ନେବା ପାଇଁ ଆସିଛନ୍ତି ସେମାନେ ତ ନିଶ୍ଚିତ ନେବେ । ଡ୍ରାମାର ଦୃଶ୍ୟ ତ ସବୁବେଳେ ବଦଳିବାରେ ଲାଗିଛି କିନ୍ତୁ ଏହି ମିଳନ ଋତୁରେ ଚାହେଁ ଭାରତବାସୀ ହୁଅନ୍ତୁ, ଚାହେଁ ଡବଲ ବିଦେଶୀ ହୁଅନ୍ତୁ ସମସ୍ତଙ୍କୁ ବିଶେଷ ବରଦାନ ନିଶ୍ଚିତ ମିଳିଛି । ବାପଦାଦା ଯାହା ବି ପ୍ରତିଜ୍ଞା କରିଛନ୍ତି ତାକୁ ନିଶ୍ଚିତ ପୂରଣ କରିବେ । ତେଣୁ ଏବେ ଏହି ସିଜିନ୍ର ଫଳ ଖାଅ ଏବଂ ସେହି ଫଳ ହେଲା ମିଳନ ଏବଂ ବରଦାନ । ତେବେ ସମସ୍ତେ ସିଜିନ୍ର ଫଳ ଖାଇବା ପାଇଁ ଆସିଛ ନା । ବାପଦାଦାଙ୍କୁ ପିଲାମାନଙ୍କୁ ଦେଖି ଖୁସି ଲାଗୁଛି । ପୁଣି ବି ସାକାରୀ ସୃଷ୍ଟିରେ ତ ସବୁକିଛି ଦେଖିବାକୁ ପଡିଥାଏ ନା । ଏବେ ତ ମଉଜ କରିନିଅ, ଆଉ ଯାହା ବାକି ରହିଲା ତାହା ସିଜିନର ଶେଷରେ ଶୁଣାଇବା ।

ସମସ୍ତଙ୍କର ସେବା କରିବାର ସ୍ଥାନ ଯଦିଓ ଅଲଗା ଅଲଗା କିନ୍ତୁ ସେବାର ଲକ୍ଷ୍ୟ ତ ଗୋଟିଏ ଏବଂ ଉମଙ୍ଗ-ଉତ୍ସାହ ମଧ୍ୟ ସମସ୍ତଙ୍କର ଏକା ଭଳି ଅଟେ ସେଥିପାଇଁ ବାପଦାଦା ସବୁ ସ୍ଥାନକୁ ବିଶେଷ ମହତ୍ୱ ଦେଉଛନ୍ତି । ଏମିତି ନୁହେଁ ଯେ ଗୋଟିଏ ସ୍ଥାନର ମହତ୍ୱ ଅଧିକ କିନ୍ତୁ ଅନ୍ୟ ସ୍ଥାନର ତାଠାରୁ କମ୍ ନା, ଯେଉଁ ଧରଣୀ ଉପରେ ପିଲାମାନେ ପାଦ ରଖିଛନ୍ତି ସେଠାରୁ କିଛି ନା କିଛି ବିଶେଷ ଫଳ ନିଶ୍ଚିତ ମିଳିବ । ଚାହେଁ କାହାର ଟିକିଏ ଶୀଘ୍ର ଦେଖାଯାଏ ଆଉ କାହାର ସମୟ ଅନୁସାରେ ଦେଖାଯାଏ, କିନ୍ତୁ ବିଶେଷତା ସବୁ ସ୍ଥାନର ରହିଛି । ସବୁଆଡୁ କେତେ ଭଲ ଭଲ ରତ୍ନ ସବୁ ବାହାରି ପଡିଛନ୍ତି । ଏମିତି ଭାବ ନାହିଁ ଯେ ମୁଁ ତ ସାଧାରଣ ହିଁ ଅଟେ ନା, ତୁମେ ସମସ୍ତେ ବିଶେଷ ଅଟ । ଯଦି କେହି ବିଶେଷ ଆତ୍ମା ନ ହୋଇଥାଆନ୍ତ ତେବେ ବାବାଙ୍କ ନିକଟରେ ପହଞ୍ଚି ପାରିନଥାନ୍ତ, ତେବେ ବିଶେଷତା ତ ସମସ୍ତଙ୍କ ଭିତରେ ଅଛି କିନ୍ତୁ କେହି କେହି ତାକୁ ସେବାରେ ଲଗାଉଛନ୍ତି, ଆଉ କେହି ସେବାରେ ଲଗାଇବା ପାଇଁ ଏବେ ପ୍ରସ୍ତୁତ ହେଉଛନ୍ତି । ବାକି ସମସ୍ତେ ବିଶେଷ ଆତ୍ମା ହିଁ ଅଟ । ସମସ୍ତେ ମହାରଥୀ, ମହାବୀର ଅଟ । ଜଣ-ଜଣଙ୍କର ମହିମା ଗାନ କରିବାକୁ ଆରମ୍ଭ କରିଲେ ବହୁତ ଲମ୍ବା-ଚଉଡା ମାଳା ହୋଇଯିବ । ଯଦି ଶକ୍ତିମାନଙ୍କୁ ଦେଖିବ ତେବେ ପ୍ରତ୍ୟେକ ଶକ୍ତି ମହାନ ଆତ୍ମା, ବିଶ୍ୱ କଲ୍ୟାଣକାରୀ ଆତ୍ମା ବୋଲି ଜାଣିପାରିବ । ତେବେ ସମସ୍ତେ ଏହିଭଳି ଅଟ । ନା କେବଳ ନିଜ ନିଜ ସ୍ଥାନରେ କଲ୍ୟାଣକାରୀ ଅଟ ? ଆଚ୍ଛା!

୦୬.୦୯.୨୦ ଅମୃତବେଳା - ଶ୍ରେଷ୍ଠ ପ୍ରାପ୍ତିର ବେଳା ୧୯.୦୩.୮୬

ଆଜି ଆତ୍ମିକ ଫୁଲ ବଗିଚାର ମାଲିକ ନିଜର ଆତ୍ମିକ ଗୋଲାପ ଫୁଲର ବଗିଚାକୁ ଦେଖୁଛନ୍ତି । ଏହିଭଳି ଆତ୍ମିକ ଗୋଲାପ ଫୁଲର ବଗିଚା ଏବେ ହିଁ ଏହି ସଂଗମଯୁଗରେ ବାପଦାଦାଙ୍କ ଦ୍ୱାରା ତିଆରି ହେଉଛି । ତେବେ ବାପଦାଦା ପ୍ରତ୍ୟେକ ଆତ୍ମିକ ଗୋଲାପ ଫୁଲମାନଙ୍କର ଆତ୍ମିକ ଭାବର ସୁଗନ୍ଧ ଏବଂ ଆତ୍ମିକ ଭାବ ଯୁକ୍ତ ପ୍ରସ୍ଫୁଟିତ ଫୁଲ ମାନଙ୍କର ଚମକକୁ ଦେଖୁଛନ୍ତି । ଏମିତି ତ ସମସ୍ତେ ସୁଗନ୍ଧଯୁକ୍ତ ପୁଷ୍ପ ଅଟନ୍ତି କିନ୍ତୁ କାହାର-କାହାର ସୁଗନ୍ଧ ସଦାକାଳ ପାଇଁ ସ୍ଥାୟୀ ଭାବରେ ରହିଥାଏ, ଆଉ କାହାର ଅଳ୍ପ ସମୟ ପାଇଁ ରହିଥାଏ । କେହି କେହି ଗୋଲାପ ଫୁଲ ସବୁବେଳ ପାଇଁ ପ୍ରସ୍ଫୁଟିତ ଅବସ୍ଥାରେ ଥାନ୍ତି, ଆଉ କେହି କେବେ କେବେ ପ୍ରସ୍ଫୁଟିତ ଅବସ୍ଥାରେ ରହିଥାନ୍ତି, ଆଉ କେବେ କେବେ ଟିକିଏ ସୂର୍ଯ୍ୟକିରଣ ବା ଜଳବାୟୁ ପ୍ରଭାବରେ ଝାଉଁଳି ମଧ୍ୟ ପଡିଥାନ୍ତି କିନ୍ତୁ ପୁଣି ବି ଆତ୍ମିକ ଫୁଲ ବଗିଚାର ମାଲିକ ଶିବବାବାଙ୍କର ଆତ୍ମିକ ଗୋଲାପ ଫୁଲ ହିଁ ଅଟନ୍ତି । ଆଉ କେହି କେହି ଆତ୍ମିକ ଗୋଲାପ ମାନଙ୍କ ଭିତରେ ଜ୍ଞାନର ସୁଗନ୍ଧ ବିଶେଷ ଭାବରେ ରହିଛି, ପୁଣି ଆଉ କାହା ଭିତରେ ଯୋଗର ସୁଗନ୍ଧ ବିଶେଷ ଭାବରେ ରହିଛି । ତେବେ ଆଉ କାହା ଭିତରେ ଧାରଣାର ସୁଗନ୍ଧ ବିଶେଷ ଭାବରେ ଥିବାବେଳେ କେହି ପୁଣି ସେବାର ସୁଗନ୍ଧରେ ସୁଗନ୍ଧିତ ଅଟନ୍ତି । କେହି କେହି ଏପରି ମଧ୍ୟ ଅଛନ୍ତି ଯାହାକି ସବୁ ପ୍ରକାରର ସୁଗନ୍ଧରେ ସମ୍ପନ୍ନ ଅଟନ୍ତି । ତେଣୁ ବଗିଚାରେ ସର୍ବ ପ୍ରଥମେ କାହା ଉପରେ ଦୃଷ୍ଟି ପଡିବ ? ଯାହାର ସୁଗନ୍ଧ ଦୂରରୁ ହିଁ ଆକର୍ଷିତ କରୁଥିବ । ତେବେ ସେହି ଫୁଲ ଆଡକୁ ହିଁ ସମସ୍ତଙ୍କର ଦୃଷ୍ଟି ସର୍ବ ପ୍ରଥମେ ଯିବ । ତେଣୁ ବଗିଚାର ମାଲିକ ସବୁ ସମୟରେ ସମସ୍ତ ଆତ୍ମିକ ଗୋଲାପ ଫୁଲମାନଙ୍କୁ ଦେଖୁଛନ୍ତି, କିନ୍ତୁ ସୁଗନ୍ଧର କ୍ରମଅନୁସାରେ ଦେଖୁଛନ୍ତି । ତେଣୁ ମାଲିକଙ୍କର ମଧ୍ୟ ସମସ୍ତଙ୍କ ପ୍ରତି ସ୍ନେହ ରହିଛି କାହିଁକି ନା ପ୍ରତ୍ୟେକ ଗୋଲାପ ଫୁଲ ଭିତରେ ବଗିଚାର ମାଲିକଙ୍କ ପ୍ରତି ମଧ୍ୟ ଅତି ସ୍ନେହ ରହିଛି ଅର୍ଥାତ୍ ଫୁଲମାନଙ୍କର ମାଲିକଙ୍କ ପ୍ରତି ସ୍ନେହ ରହିଛି ଏବଂ ମାଲିକଙ୍କର ମଧ୍ୟ ଫୁଲମାନଙ୍କ ପ୍ରତି ସ୍ନେହ ରହିଛି । ପୁଣି ବି ସବୁବେଳ ପାଇଁ ଶୋ କେଶ୍ରେ ରହିବା ଭଳି ଆତ୍ମିକ ଗୋଲାପ ସେହିମାନେ ହୋଇଥାନ୍ତି ଯେଉଁମାନେ ସର୍ବଦା ସବୁ ପ୍ରକାରର ସୁଗନ୍ଧରେ ସମ୍ପନ୍ନ ଅଟନ୍ତି ଏବଂ ସର୍ବଦା ପ୍ରସ୍ଫୁଟିତ ଅବସ୍ଥାରେ ରହିଥାନ୍ତି, କେବେ ବି ଝାଉଁଳି ଯାଆନ୍ତି ନାହିଁ । ତେଣୁ ପ୍ରତିଦିନ ଅମୃତବେଳାରେ ବାପଦାଦା ସ୍ନେହ ଏବଂ ଶକ୍ତିର ବିଶେଷ ପାଳନା ଦ୍ୱାରା ସମସ୍ତ ଆତ୍ମିକ ଗୋଲାପ ଫୁଲମାନଙ୍କ ସହିତ ମିଳନ କରିଥାନ୍ତି ।

ତେଣୁ ଅମୃତବେଳା ବିଶେଷ ଭାବରେ ପ୍ରଭୁଙ୍କଠାରୁ ପାଳନା ପାଇବାର ବେଳା, ପରମାତ୍ମ ମିଳନର ବେଳା, ଆତ୍ମିକ ବାର୍ତ୍ତାଳାପ କରିବାର ବେଳା । ଅମୃତବେଳା ହିଁ ଭୋଳା ଭଣ୍ଡାରୀଙ୍କର ବରଦାନର ଭଣ୍ଡାରରୁ ସହଜରେ ବରଦାନ ପ୍ରାପ୍ତ ହେବାର ବେଳା । ଦୁନିଆରେ ଯେଉଁ ଗାୟନ ରହିଛି ଯେ ମନ ଇଚ୍ଛିତ ଫଳ ମିଳିଥାଏ, ତାହା ଏହି ସଂଗମଯୁଗର ଅମୃତବେଳା ସମୟର ହିଁ ଗାୟନ ଅଟେ । ବିନା ମେହନତରେ ଖୋଲା ଭଣ୍ଡାର ପ୍ରାପ୍ତ କରିବାର ବେଳା ଅଟେ । ଏହିଭଳି କଲ୍ୟାଣକାରୀ ସମୟକୁ ଅନୁଭବ ଆଧାରରେ ଜାଣିଛ ନା । କେବଳ ଅନୁଭବୀ ହିଁ ଏହି ଶ୍ରେଷ୍ଠ ସୁଖକୁ ଏବଂ ଶ୍ରେଷ୍ଠ ପ୍ରାପ୍ତିଗୁଡିକୁ ହିଁ ଜାଣିପାରିବ । ତେଣୁ ବାପଦାଦା ସମସ୍ତ ଆତ୍ମିକ ଗୋଲାପମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ବାପଦାଦା ମଧ୍ୟ କହୁଛନ୍ତି ବାଃ ମୋର ଆତ୍ମିକ ଗୋଲାପ ବାଃ । ତୁମେମାନେ ମଧ୍ୟ ବାଃ ବାଃର ଗୀତ ଗାଉଛ ଏବଂ ବାପଦାଦା ମଧ୍ୟ ଗାଉଛନ୍ତି । ବୁଝିଲ!

ମୁରଲୀ ତ ବହୁତ ଶୁଣିସାରିଲଣି ଏବଂ ଶୁଣି-ଶୁଣି ସମ୍ପନ୍ନ ମଧ୍ୟ ହୋଇଗଲଣି । ଏବେ ବରଦାନୀ ହୋଇ ବାଣ୍ଟିବାର ଯୋଜନା କରୁଛ । ତେବେ ଏହି ଉମଙ୍ଗ-ଉତ୍ସାହ ମଧ୍ୟ ବହୁତ ଭଲ । ଆଜି ୟୁ.କେ ଅର୍ଥାତ୍ ସର୍ବଦା ଓ.କେ.ରହୁଥିବା ଆତ୍ମାମାନଙ୍କର ପାଳି । ଡବଲ ବିଦେଶୀମାନଙ୍କର ଗୋଟଏ ଶବ୍ଦ ଶୁଣି ବାପଦାଦା ସର୍ବଦା ହର୍ଷିତ ହେଉଛନ୍ତି । ତାହା କଣ ? ଥ୍ୟାଙ୍କ୍ ୟୁ ଅର୍ଥାତ୍ ଧନ୍ୟବାଦ । ଥ୍ୟାଙ୍କ୍ ୟୁ କରିବା ସହିତ ବାବାଙ୍କୁ ମଧ୍ୟ ମନେ ପକାଇଥାନ୍ତି କାହିଁକି ନା ସର୍ବପ୍ରଥମେ ବାବାଙ୍କୁ ହିଁ ଅନ୍ତରରୁ ଧନ୍ୟବାଦ ଦେଉଛନ୍ତି । ତେଣୁ ଯେତେବେଳେ କାହାକୁ ବି ଧନ୍ୟବାଦ ଦେଉଛ ସେତେବେଳେ ପ୍ରଥମେ ବାବା ହିଁ ମନେ ପଡିବେ ନା! ବ୍ରାହ୍ମଣ ଜୀବନରେ ସ୍ୱତଃ ଭାବରେ ପ୍ରଥମେ ବାବାଙ୍କ ପ୍ରତି ହିଁ ଧନ୍ୟବାଦ ବାହାରିଥାଏ । ଉଠିବା-ବସିବା ସମୟରେ ଅନେକ ଥର ଧନ୍ୟବାଦ କହୁଛ ନା । ଏହା ମଧ୍ୟ ବାବାଙ୍କୁ ମନେ ପକାଇବାର ଏକ ବିଧି । ୟୁ.କେ.ର ପିଲାମାନେ ସମସ୍ତ ଭିନ୍ନ ଭିନ୍ନ ବିନାଶୀ ଶକ୍ତିରେ ସମ୍ପନ୍ନ ଆତ୍ମାମାନଙ୍କୁ ମିଳନ କରାଇବାର ନିମିତ୍ତ ହୋଇଛ ନା । ଦୁନିଆରେ ତ ଅନେକ ପ୍ରକାରର ଜ୍ଞାନର ଶକ୍ତି ରହିଛି । ତେବେ ଭିନ୍ନ ଭିନ୍ନ ଶକ୍ତିର ଅଧିକାରଙ୍କୁ, ଭିନ୍ନ-ଭିନ୍ନ ବର୍ଗର ଅନ୍ତର୍ଭୁକ୍ତ, ଭିନ୍ନ ଭିନ୍ନ ମଧ୍ୟବଲମ୍ବୀଙ୍କୁ, ଭାଷାଭାଷିଙ୍କୁ, ସମସ୍ତଙ୍କୁ ମିଶାଇ ଗୋଟିଏ ବ୍ରାହ୍ମଣ ବର୍ଗର ଅନ୍ତର୍ଭୁକ୍ତ କରିବା ଅର୍ଥାତ୍ ବ୍ରାହ୍ମଣ ଧର୍ମକୁ, ବ୍ରାହ୍ମଣ ଭାଷାକୁ ଆଣିବା କାରଣ ବ୍ରାହ୍ମଣମାନଙ୍କର ଭାଷା ମଧ୍ୟ ସ୍ୱତନ୍ତ୍ର ଅଟେ । ନୂଆମାନେ ତ ବୁଝିପାରୁ ନାହାଁନ୍ତି ଯେ ଏମାନେ କଣ କହୁଛନ୍ତି । ତେଣୁ ବ୍ରାହ୍ମଣମାନଙ୍କର ଭାଷା ଏବଂ ବ୍ରାହ୍ମଣମାନଙ୍କର ଡିକ୍ସିନାରୀ ହିଁ ଅଲଗା । ତେଣୁ ୟୁ.କେ. ନିବାସୀ ପିଲାମାନେ ସମସ୍ତଙ୍କୁ ଏକତ୍ରିତ କରିବାରେ ତତ୍ପର ରହୁଛ ନା । ତୁମମାନଙ୍କର ସଂଖ୍ୟା ମଧ୍ୟ ବହୁତ ଭଲ ଏବଂ ସ୍ନେହ ମଧ୍ୟ ବହୁତ ଭଲ । ପ୍ରତ୍ୟେକ ସ୍ଥାନର ଅଲଗା-ଅଲଗା ବିଶେଷତା ତ ନିଶ୍ଚିତ ରହିଛି କିନ୍ତୁ ଆଜି ୟୁ.କେ.ର ବିଶେଷତା ବର୍ଣ୍ଣନା କରାଯାଉଛି । ଯଜ୍ଞ ସ୍ନେହୀ, ଯଜ୍ଞ ସହଯୋଗୀ ଏହି ଦୁଇଟି ବିଶେଷତା ତ ଭଲ ଭାବରେ ଜଣାପଡୁଛି । ପ୍ରତିପାଦରେ ଅର୍ଥାତ୍ ପ୍ରତ୍ୟେକ କାର୍ଯ୍ୟରେ ପ୍ରଥମେ ଯଜ୍ଞ ଅର୍ଥାତ୍ ମଧୁବନର ବାଣ୍ଟ(ଭାଗ) ଅଲଗା ରଖିବାରେ ଭଲ ନମ୍ବର ରଖୁଛନ୍ତି । ସିଧାସଳଖ ମଧୁବନର ସ୍ମୃତି ସେମାନଙ୍କ ପାଇଁ ଯେପରି ଏକ ସ୍ପେଶାଲ ଲିଫ୍ଟ ହୋଇଯାଉଛି । ପ୍ରତ୍ୟେକ କାର୍ଯ୍ୟରେ, ପ୍ରତ୍ୟେକ ପାଦରେ ମଧୁବନ ଅର୍ଥାତ୍ ବାବାଙ୍କର ସ୍ମୃତି ରହିଥିବ କିମ୍ବା ବାବାଙ୍କର ପାଠପଢା ମନେ ପଡୁଥିବ କିମ୍ବା ବାବାଙ୍କର ବ୍ରହ୍ମାଭୋଜନ ମନେ ପଡୁଥିବ ବା ବାବାଙ୍କ ସହିତ ମିଳନ ମନେ ପଡୁଥିବ । ତେବେ ମଧୁବନର ସ୍ମୃତି ମଧ୍ୟ ଆପେ ଆପେ ବାବାଙ୍କର ସ୍ମରଣ କରାଇ ଦେଇଥାଏ । ଯେଉଁଠାରେ ବି ଥାଅ ନା କାହିଁକି ମଧୁବନର ସ୍ମୃତି ଆସିବା ଅର୍ଥ ବିଶେଷ ସ୍ନେହ ରୂପୀ ଲିଫ୍ଟ ତିଆରି ହୋଇଯିବା । ଅର୍ଥାତ୍ ଚଢିବାର କଷ୍ଟରୁ ମୁକ୍ତ ହେବା । ଗୋଟିଏ ସେକେଣ୍ଡରେ ସ୍ୱିଚ୍ ଅନ୍ କରିବା ମାତ୍ରକେ ପହଞ୍ଚି ଯାଉଛ ।

ବାପଦାଦାଙ୍କୁ ତ ଅନ୍ୟ କୌଣସି ହୀରା ମୋତିର ଆବଶ୍ୟକତା ନାହିଁ । ବାବାଙ୍କୁ ତ ପିଲାମାନଙ୍କର ସ୍ନେହର ଛୋଟିଆ ବସ୍ତୁଟିଏ ମଧ୍ୟ ହୀରା ରତ୍ନ ଭଳି ଲାଗିଥାଏ ସେଥିପାଇଁ ତ ସୁଦାମାର ଖୁଦଭଜାର ଗାୟନ ହେଉଛି । ଏହାର ଭାବାର୍ଥ ହେଲା ସ୍ନେହର ଛୋଟିଆ ଛୁଞ୍ଜିଟିରେ ମଧ୍ୟ ମଧୁବନର ସ୍ମୃତି ଆସିଥାଏ । ତେଣୁ ଏହା ମଧ୍ୟ ବହୁତ ବଡ ଅମୂଲ୍ୟ ରତ୍ନ କାରଣ ସ୍ନେହର ମଧ୍ୟ ଦାମ୍ ରହିଛି । ତେଣୁ ସ୍ନେହର ହିଁ ମୂଲ୍ୟ କୁହାଯିବ, ଜିନିଷର ନୁହେଁ । ଯଦି କେହି ସେମିତିରେ କେତେ ବି ଦେଇଦେଉ କିନ୍ତୁ ସ୍ନେହ ନଥିଲେ ତାହା ଜମା ହୋଇନଥାଏ କିନ୍ତୁ ସ୍ନେହର ସହିତ ଟିକିଏ ବି ଜମା କରିଦେଲେ ତାହା ପଦ୍ମଗୁଣା ହୋଇ ଜମା ହୋଇଯାଏ । ତେଣୁ ବାବାଙ୍କୁ ପିଲାମାନଙ୍କର ସ୍ନେହ ହିଁ ପସନ୍ଦ । ତେବେ ୟୁ.କେ. ନିବାସୀ ତ ଆରମ୍ଭରୁ ହିଁ ଯଜ୍ଞ ସ୍ନେହୀ, ଯଜ୍ଞ ସହଯୋଗୀ ହୋଇ ଆସିଛନ୍ତି । ଏହା ହିଁ ହେଉଛି ସହଜ ଯୋଗର ଆଧାର କାରଣ ସହଯୋଗ ହିଁ ସହଜଯୋଗ । ସହଯୋଗର ସଂକଳ୍ପ ଆସିବା ମାତ୍ରକେ ବାବା ତ ମନେ ପଡିବେ ନା ତେଣୁ ସହଯୋଗୀ ଆତ୍ମା ସହଜଯୋଗୀ ଆପେ ଆପେ ହୋଇଯାଏ । କାରଣ ଯୋଗ ତ ବାବାଙ୍କ ସହିତ ହୋଇଥାଏ, ତେଣୁ ମଧୁବନର ସ୍ମୃତି ଅର୍ଥାତ୍ ବାପଦାଦାଙ୍କ ସହିତ ଯୋଗ । ତେବେ ସହଯୋଗୀ ଆତ୍ମାମାନେ ମଧ୍ୟ ସହଜଯୋଗର ବିଷୟରେ ଭଲ ନମ୍ବର ନେଇଯାଆନ୍ତି । ସଚ୍ଚା ହୃଦୟର ସହଯୋଗ ବାବାଙ୍କୁ ଅତିପ୍ରିୟ ଅଟେ, ସେଥିପାଇଁ ଏଠାରେ ଦିଲ୍ବାଡା ମନ୍ଦିର ସ୍ମାରକୀ ରୂପରେ ତିଆରି ହୋଇଛି । ତେଣୁ ଦିଲ୍ବାଲା ବାବାଙ୍କୁ ଦିଲ୍ର ସ୍ନେହ, ଦିଲ୍ର ସହଯୋଗ ହିଁ ପ୍ରିୟ ଅଟେ । ଯେଉଁମାନଙ୍କର ଦିଲ୍ ଛୋଟ ସେମାନେ ଛୋଟିଆ ସଉଦା କରି ଖୁସି ହୋଇଯାଆନ୍ତି କିନ୍ତୁ ବଡ ଦିଲବାଲା ବେହଦର ସଉଦା କରିଥାନ୍ତି । ବଡଦିଲ୍ର ମୂଳଦୂଆ ପଡିଥିବା କାରଣରୁ ବିସ୍ତାର ମଧ୍ୟ ବଢି ବଢି ଚାଲିଛି । ଯେମିତି କେଉଁଠି କେଉଁଠି ଏପରି ବି ବୃକ୍ଷ ଦେଖିଥିବ ଯେଉଁଠାରେ ବୃକ୍ଷର ଶାଖା ଗୁଡିକ ମଧ୍ୟ କାଣ୍ଡ ପାଲଟି ଯାଇଥାଏ । ତେଣୁ ୟୁ.କେ.ର ମୂଳଦୁଆରୁ କାଣ୍ଡ ମଧ୍ୟ ବାହାରିଛି ଏବଂ ଶାଖା ଗୁଡିକ ମଧ୍ୟ ବାହାରିଛନ୍ତି । ଏବେ ସେହି ଶାଖାଗୁଡିକ ମଧ୍ୟ କାଣ୍ଡ ପାଲଟିଗଲେଣି ଏବଂ ସେହି କାଣ୍ଡରୁ ମଧ୍ୟ ଆହୁରି ଶାଖା ପ୍ରଶାଖା ବାହାରିବାରେ ଲାଗିଛି । ଯେପରି ଅଷ୍ଟ୍ରେଲିୟା ବାହାରିଲା, ଆମେରିକା, ୟୁରୋପ, ଆଫ୍ରିକା ଇତ୍ୟାଦି ବାହାରିଲେ, ପୁଣି ସମସ୍ତେ କାଣ୍ଡ ହୋଇଗଲେ ଏବଂ ପ୍ରତ୍ୟେକ କାଣ୍ଡର ଶାଖା ଗୁଡିକ ମଧ୍ୟ ଭଲ ଭାବରେ ବୃଦ୍ଧି କରିଚାଲିଛନ୍ତି କାରଣ ସ୍ନେହ ଏବଂ ସହଯୋଗର ଜଳ ଦ୍ୱାରା ମୂଳଦୁଆ ମଜବୁତ ଅଛି ସେଥିପାଇଁ ବିସ୍ତାର ମଧ୍ୟ ଭଲ ହେଉଛି ଏବଂ ଫଳ ମଧ୍ୟ ଭଲ ଫଳୁଛି । ଆଚ୍ଛା!

ରଦାନ:-
ଦୈହିକ ସ୍ମୃତିକୁ ତ୍ୟାଗ କରି ନିକ୍ରୋଧୀ ହୋଇ ନିର୍ମାଣଚିତ୍ତ ହୁଅ ।

ଯେଉଁ ପିଲାମାନେ ଦୈହିକ ସ୍ମୃତିକୁ ତ୍ୟାଗ କରିଥାନ୍ତି ସେମାନଙ୍କୁ କେବେ ବି କ୍ରୋଧ ଆସିପାରିବ ନାହିଁ କାରଣ କ୍ରୋଧ ଆସିବାର ଦୁଇଟି କାରଣ ଥାଏ - ପ୍ରଥମଟି ହେଲା - ଯେତେବେଳେ କେହି ମିଥ୍ୟା କଥା କହିଥାଏ, ଦ୍ୱିତୀୟରେ କେହି ଯଦି ନିନ୍ଦା କରିଥାଏ । ଏହି ଦୁଇଟି କଥା କ୍ରୋଧକୁ ଜନ୍ମ ଦେଇଥାଏ । ଏହିଭଳି ପରିସ୍ଥିତିରେ ନିର୍ମାଣଚିତ୍ତ ହେବାର ବରଦାନ ଦ୍ୱାରା ଅପକାରୀର ମଧ୍ୟ ଉପକାର କର, ଗାଳି ଦେଉଥିବା ବ୍ୟକ୍ତିକୁ ମଧ୍ୟ ଗଳାରେ ଲଗାଅ, ନିନ୍ଦା କରୁଥିବା ବ୍ୟକ୍ତିଙ୍କୁ ନିଜର ପ୍ରକୃତ ମିତ୍ର ମନେ କର - ତେବେ କୁହାଯିବ ଚମତ୍କାର । ଯେତେବେଳେ ଏହିଭଳି ପରିବର୍ତ୍ତନ ଦେଖାଇପାରିବ ସେତେବେଳେ ହିଁ ବିଶ୍ୱ ସମ୍ମୁଖରେ ପ୍ରସିଦ୍ଧ ହୋଇପାରିବ ।

ସ୍ଲୋଗାନ:-
ମଉଜର ଅନୁଭବ କରିବାକୁ ହେଲେ ମାୟାର ଅଧୀନତାକୁ ଛାଡି ସ୍ୱତନ୍ତ୍ର ହୁଅ ।