06.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପତିତ-ପାବନ ବାବାଙ୍କ ଶ୍ରୀମତରେ ତୁମେ ପାବନ ହେଉଛ ସେଥିପାଇଁ ତୁମକୁ ପବିତ୍ର ଦୁନିଆର ରାଜତ୍ୱ ମିଳୁଛି, ନିଜ ମତରେ ପବିତ୍ର ହେଲାବାଲାଙ୍କୁ କୌଣସି ପ୍ରାପ୍ତି ହେଉ ନାହିଁ ।

ପ୍ରଶ୍ନ:-
ପିଲାମାନଙ୍କୁ ସେବାରେ ବିଶେଷ କେଉଁ କଥା ପ୍ରତି ଧ୍ୟାନ ରଖିବା ଦରକାର?

ଉତ୍ତର:-
ସେବାରେ ଯିବାବେଳେ କେବେହେଲେ ଛୋଟ ମୋଟ କଥାରେ କେହି କାହା ଉପରେ ଅଭିମାନ କର ନାହିଁ ଅର୍ଥାତ୍ ଅସନ୍ତୁଷ୍ଟ ହୁଅ ନାହିଁ । ଯଦି ପରସ୍ପର ମଧ୍ୟରେ ଲୁଣପାଣି ହୋଇଯାନ୍ତି, କଥାବାର୍ତ୍ତା ହେଉ ନାହାଁନ୍ତି ତେବେ ଡିସ୍‌ସର୍ଭିସ୍ ଅର୍ଥାତ୍ ଅପସେବାର ନିମିତ୍ତ ହୋଇଯାଆନ୍ତି । କେତେକ ସନ୍ତାନ ତ ବାବାଙ୍କ ଉପରେ ମଧ୍ୟ ଋଷି ଯାଆନ୍ତି । ଓଲଟା କର୍ମ କରିବାରେ ଲାଗିଯାଆନ୍ତି । ତେବେ ଏହିପରି ସନ୍ତାନଙ୍କର ପୋଷ୍ୟ ହେବା ରଦ୍ଦ ହୋଇଯାଏ ।

ଓମ୍ ଶାନ୍ତି ।
ଯେଉଁ ସନ୍ତାନମାନେ ପାବନ ହେଉଛନ୍ତି ସେମାନଙ୍କୁ ପତିତ-ପାବନ ବାବା ଆସି ବୁଝାଉଛନ୍ତି । ପତିତ ସନ୍ତାନମାନେ ହିଁ ପାବନ କର୍ତ୍ତା ବାବାଙ୍କୁ ଡାକୁଛନ୍ତି । ଡ୍ରାମାର ନିଧାର୍ଯ୍ୟ ଅନୁସାରେ ରାବଣ ରାଜ୍ୟ ହେବା କାରଣରୁ ସବୁ ମନୁଷ୍ୟ ପତିତ ହୋଇଯାଇଛନ୍ତି । ପତିତ ତାଙ୍କୁ କୁହାଯାଏ ଯିଏ ବିକାରର ଅଧିନ ହୋଇଥାନ୍ତି । ଏହିପରି ଅନେକ ଅଛନ୍ତି ଯିଏକି ବିକାରଗ୍ରସ୍ଥ ହେଉ ନାହାଁନ୍ତି । ବ୍ରହ୍ମଚାରୀ ରହିଥାନ୍ତି । ଭାବନ୍ତି ଆମେ ନିର୍ବିକାରୀ ଅଟୁ । ଯେପରି ପାଦ୍ରୀ ଅର୍ଥାତ୍ ଖ୍ରୀଷ୍ଟିୟାନ ଧର୍ମରଗୁରୁ, ମୁଲ୍ଲେକାଜୀ, ଅର୍ଥାତ୍ ମୁସଲମାନଙ୍କର ଧର୍ମଗୁରୁ, ବୌଦ୍ଧି ମଧ୍ୟ ଅଛନ୍ତି ଯିଏକି ପବିତ୍ର ରହୁଛନ୍ତି । ସେମାନଙ୍କୁ ପବିତ୍ର କିଏ କରାଇଲା? ସେମାନେ ନିଜେ ନିଜେ ହୋଇଛନ୍ତି । ଦୁନିଆରେ ଏପରି ବହୁତ ଧର୍ମର ଲୋକ ଅଛନ୍ତି ଯେଉଁମାନେ କି ବିକାରଗ୍ରସ୍ଥ ହୋଇଥାନ୍ତି । କିନ୍ତୁ ସେମାନଙ୍କୁ ପତିତ-ପାବନ ବାବା ତ ପାବନ କରାଉ ନାହାଁନ୍ତି ନା । ସେଥିପାଇଁ ସେମାନେ ପାବନ ଦୁନିଆର ମାଲିକ ହୋଇପାରିବେ ନାହିଁ । ପବିତ୍ର ଦୁନିଆକୁ ଯାଇପାରିବେ ନାହିଁ । ସନ୍ନ୍ୟାସୀ ମଧ୍ୟ ୫ ବିକାରକୁ ତ୍ୟାଗ କରିଥାନ୍ତି । କିନ୍ତୁ ତାଙ୍କୁ କିଏ ସନ୍ନ୍ୟାସ କରାଇଲା? ପତିତ-ପାବନ ପରମପିତା ପରମାତ୍ମା ତ ସନ୍ନ୍ୟାସ କରାଇନାହାଁନ୍ତି ନା । ପତିତ-ପାବନ ବାବାଙ୍କ ବିନା ସଫଳତା ମିଳିପାରିବ ନାହିଁ । ସେମାନେ ପବିତ୍ର ଦୁନିଆ ଶାନ୍ତିଧାମକୁ ଯାଇପାରିବେ ନାହିଁ । ଏଠାକୁ ବାବା ଆସି ତୁମକୁ ପବିତ୍ର ହେବାର ଶ୍ରୀମତ ଦେଉଛନ୍ତି । ସତ୍ୟଯୁଗକୁ ନିର୍ବିକାରୀ ଦୁନିଆ ବୋଲି କୁହାଯାଉଛି । ଏଥିରୁ ସିଦ୍ଧ ହେଉଛି, ଯେଉଁମାନେ ସତ୍ୟଯୁଗରେ ଆସିବେ ସେମାନେ ନିଶ୍ଚିତ ପବିତ୍ର ହୋଇଥିବେ । ସତ୍ୟଯୁଗରେ ମଧ୍ୟ ପବିତ୍ର ଥିଲେ, ଶାନ୍ତିଧାମରେ ମଧ୍ୟ ଆତ୍ମାମାନେ ପବିତ୍ର ରହୁଛନ୍ତି । ଏହି ରାବଣ ରାଜ୍ୟରେ ସମସ୍ତେ ପତିତ ଅଟନ୍ତି । ଏଠାରେ ପୁନର୍ଜନ୍ମ ତ ନେବାକୁ ହିଁ ହେବ । ସତ୍ୟଯୁଗରେ ମଧ୍ୟ ପୁନର୍ଜନ୍ମ ନେଉଛନ୍ତି, କିନ୍ତୁ ବିକାର ଦ୍ୱାରା ନୁହେଁ । ତାହା ହେଉଛି ସଂପୂର୍ଣ୍ଣ ନିର୍ବିକାରୀ ଦୁନିଆ । ଯଦିଓ ତ୍ରେତାରେ ୨କଳା କମ୍ ଥାଏ କିନ୍ତୁ ତାଙ୍କୁ ମଧ୍ୟ ବିକାରୀ କୁହାଯିବ ନାହିଁ । ଭଗବାନ ଶ୍ରୀରାମ, ଭଗବତୀ ଶ୍ରୀ ସୀତା କହିଥାନ୍ତି ନା । ୧୬ କଳା ପୁଣି ୧୪ କଳା କୁହାଯାଏ । ଚନ୍ଦ୍ରମାର ମଧ୍ୟ ଏହିପରି ହୋଇଥାଏ ନା । ତେଣୁ ଏଥିରୁ ସିଦ୍ଧ ହେଉଛି ଯେପର୍ଯ୍ୟନ୍ତ ପତିତ-ପାବନ ବାବା ଆସି ପାବନ ନ କରାଇଛନ୍ତି ସେ ପର୍ଯ୍ୟନ୍ତ ମୁକ୍ତି-ଜୀବନମୁକ୍ତିକୁ କେହି ଯାଇପାରିବେ ନାହିଁ । ବାବା ହିଁ ଗାଇଡ୍ ଅଟନ୍ତି । ଏହି ଦୁନିଆରେ ପବିତ୍ର ତ ବହୁତ ଅଛନ୍ତି । ସନ୍ନ୍ୟାସୀମାନଙ୍କର ମଧ୍ୟ ପବିତ୍ରତା ଯୋଗୁଁ ମାନ୍ୟତା ରହିଛି । କିନ୍ତୁ ସେମାନେ ବାବାଙ୍କ ଦ୍ୱାରା ପବିତ୍ର ହେଉ ନାହାଁନ୍ତି । ଏବେ ତୁମେ ଜାଣିଛ ଯେ ଆମକୁ ନିରାକାର ପରମପିତା ପରମାତ୍ମା ପାବନ କରାଉଛନ୍ତି । ସେମାନେ ସ୍ୱତଃ ନିଜ ମତରେ ପବିତ୍ର ହୋଇଥାନ୍ତି । ତୁମେ ବାବାଙ୍କ ଦ୍ୱାରା ପବିତ୍ର ହେଉଛ । ପତିତ-ପାବନ ବାବାଙ୍କ ଦ୍ୱାରା ହିଁ ପାବନ ଦୁନିଆର ବର୍ସା ମିଳୁଛି । ବାବା କହୁଛନ୍ତି - ହେ ପିଲାମାନେ କାମ ବିକାର ତୁମର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର, ଏଥିରେ ହିଁ ତଳକୁ ଖସିଥାନ୍ତି । ଏପରି କେବେହେଲେ ଲେଖିବେ ନାହିଁ ଯେ ଆମେ କ୍ରୋଧ କରିବାରୁ ମୁହଁ କଳା କଲୁ । କାମ ବିକାର ପାଇଁ ହିଁ ଲେଖନ୍ତି ଯେ ଆମେ ମୁହଁ କଳା କରିଛୁ । ତଳକୁ ଖସିଗଲୁ । ଏହି କଥାକୁ ତୁମେମାନେ ହିଁ ଜାଣିଛ, ଦୁନିଆ ଜାଣି ନାହିଁ । ଡ୍ରାମା ଅନୁସାରେ ଯେଉଁମାନଙ୍କୁ ଆସି ବ୍ରାହ୍ମଣ ହେବାର ଥିବ, ସେମାନେ ଆସିବେ । ଅନ୍ୟ ସତସଙ୍ଗରେ କୌଣସି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହିଁ ନାହିଁ । ଶିବାନନ୍ଦଙ୍କର ଶିଷ୍ୟ ବହୁତ ଅଛନ୍ତି କିନ୍ତୁ ତାଙ୍କ ମଧ୍ୟରେ କେହି-କେହି ସନ୍ନ୍ୟାସ ନେଉଥିବେ । ଗୃହସ୍ଥୀମାନେ ତ ନେଇନଥାନ୍ତି । ବାକି ଘର ଦ୍ୱାର ଛାଡିଥିବା ସନ୍ନ୍ୟାସୀ ବହୁତ କମ୍ ବାହାରିଥାନ୍ତି । ସନ୍ନ୍ୟାସୀ ହେଲେ ମଧ୍ୟ ପୁଣି ପୁନର୍ଜନ୍ମ ନେବାକୁ ହିଁ ପଡିଥାଏ । ଶିବାନନ୍ଦଙ୍କ ପାଇଁ କୁହାଯିବ ନାହିଁ ଯେ ଜ୍ୟୋତି ଜ୍ୟୋତିରେ ମିଶିଗଲା । ତୁମେ ଜାଣିଛ ଯେ ସମସ୍ତଙ୍କର ସଦ୍‌ଗତି ଦାତା ବାବା, ସିଏ ହିଁ ଗାଇଡ୍ ଅଟନ୍ତି । ଗାଇଡ୍ ବିନା କେହି ଯାଇପାରିବେ ନାହିଁ । ତୁମେ ଜାଣିଛ ଆମର ବାବା, ପିତା ସହିତ ଜ୍ଞାନର ସାଗର ମଧ୍ୟ ଅଟନ୍ତି । ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ସାରା ମନୁଷ୍ୟ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବୀଜରେ ରହିବ ନା । ଫାଦର ବୋଲି ସମସ୍ତେ କହିଥାନ୍ତି । ପିଲାମାନେ ଜାଣିଛନ୍ତି ଯେ ଆମର ଈଶ୍ୱର ପିତା ଜଣେ ତେଣୁ ସେହି ପିତାଙ୍କର ସମସ୍ତଙ୍କ ପ୍ରତି ଦୟା ଆସିବ ନା । କେତେ ଢେର ମନୁଷ୍ୟ, ଜୀବଜନ୍ତୁ ରହିଛନ୍ତି । ସତ୍ୟଯୁଗରେ ମନୁଷ୍ୟ କମ୍ ଥିବାରୁ ଜୀବଜନ୍ତୁ ମଧ୍ୟ କମ ହୋଇଥାନ୍ତି । ସତ୍ୟଯୁଗରେ ଏପରି ଆବର୍ଜନା ନଥାଏ । ଏଠାରେ ଅନେକ ପ୍ରକାରର କେତେ ବେମାରୀ ଆଦି ବାହାରୁଛି, ଯାହା ପାଇଁ ପୁଣି ନୂଆ ଔଷଧ ବାହାରୁଛି । ଡ୍ରାମାର ପ୍ଲାନ ଅନୁସାରେ ଅନେକ ପ୍ରକାରର କଳା କୌଶଳ ବାହାର କରୁଛନ୍ତି । ଏସବୁ ମନୁଷ୍ୟ ମାନଙ୍କର କୌଶଳ । ପାରଲୌକିକ ପିତାଙ୍କର କୌଶଳ କଣ? ବାବାଙ୍କ ପାଇଁ କହୁଛନ୍ତି ହେ ପତିତ-ପାବନ ଆସି ଆମ ଆତ୍ମାକୁ ଓ ଶରୀରକୁ ମଧ୍ୟ ପାବନ କରାଅ, କହନ୍ତି ପତିତ-ପାବନ, ଦୁଃଖହର୍ତ୍ତା, ସୁଖକର୍ତ୍ତା, ଜଣଙ୍କୁ ହିଁ ଡାକୁଛନ୍ତି ନା ନିଜ-ନିଜର ଭାଷାରେ ୟାଦ ନିଶ୍ଚିତ ଭାବେ କରୁଛନ୍ତି । ମନୁଷ୍ୟ ମୃତ୍ୟୁ ସମୟରେ ଭଗବାନଙ୍କୁ ମନେ ପକାଇଥାନ୍ତି, ଜାଣିଥାନ୍ତି ଯେ ଅନ୍ୟ କେହି ସାହାରା ଦେବେ ନାହିଁ, ସେଥିପାଇଁ କହିଥାନ୍ତି - ଈଶ୍ୱର ପିତାଙ୍କୁ ସ୍ମରଣ କର । ଖ୍ରୀଷ୍ଟିୟାନମାନେ ମଧ୍ୟ କହିଥାନ୍ତି ଯେ ଗଡ ଫାଦରଙ୍କୁ ସ୍ମରଣ କର । ଏପରି କହନ୍ତି ନାହିଁ ଯେ ଖ୍ରୀଷ୍ଟଙ୍କୁ ୟାଦ କର । ଜାଣିଛନ୍ତି ଯେ ଖ୍ରୀଷ୍ଟଙ୍କ ଉପରେ ଗଡ ଅଛନ୍ତି । ଭଗବାନ ସମସ୍ତଙ୍କର ଜଣେ ହେବେ ନା । ଏବେ ତୁମେ ଜାଣୁଛ ମୃତ୍ୟୁଲୋକ ଓ ଅମରଲୋକ କଣ! ଏକଥା ଦୁନିଆରେ କେହି ହେଲେ ଜାଣିନାହାଁନ୍ତି । ସେମାନେ କହୁଛନ୍ତି ସ୍ୱର୍ଗ ନର୍କ ସବୁ ଏଠାରେ ଅଛି । କେହି-କେହି ବୁଝୁଛନ୍ତି, ସତ୍ୟଯୁଗ ଥିଲା ଦେବତାମାନଙ୍କ ରାଜ୍ୟ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କେତେ ନୂଆ-ନୂଆ ମନ୍ଦିର ତିଆରି ହେଉଛି । ତୁମେମାନେ ଜାଣିଛ ବାବାଙ୍କ ବିନା ଆଉ କେହି ମଧ୍ୟ ଆମକୁ ପବିତ୍ର କରାଇ ଘରକୁ ନେଇଯାଇ ପାରିବେ ନାହିଁ । ତୁମ ବୁଦ୍ଧିରେ ଅଛି ଯେ ଆମେ ନିଜର ଶାନ୍ତିଧାମକୁ ଯାଉଛୁ । ବାବା ଆମକୁ ଘରକୁ ନେଇଯିବା ପାଇଁ ଯୋଗ୍ୟ କରାଉଛନ୍ତି । ଏହା ସ୍ମୃତିରେ ରହିବା ଦରକାର ।

ବାବା ବୁଝାଉଛନ୍ତି ପିଲାମାନେ ତୁମେ ଏତେ-ଏତେ ଜନ୍ମ ନେଇଛ । ଏବେ ଆମେ ଆସି ଶୂଦ୍ରରୁ ବ୍ରାହ୍ମଣ ହୋଇଛୁ । ପୁଣି ବ୍ରାହ୍ମଣରୁ ଦେବତା ହୋଇ ସ୍ୱର୍ଗକୁ ଯିବୁ । ବର୍ତ୍ତମାନ ହେଉଛି ସଂଗମ । ବିରାଟ ରୂପରେ ବ୍ରାହ୍ମଣଙ୍କର ଚୂଟୀ ପ୍ରସିଦ୍ଧ । ହିନ୍ଦୁଙ୍କର ଚିତ୍ର ମଧ୍ୟ ଚୂଳ ଅଟେ । ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି । କିନ୍ତୁ ଖଲିସ୍ଥାନର ନିବାସୀମାନେ, ମୁସଲମାନମାନେ ଏପରି ବେଶ ହୋଇଯାଉଛନ୍ତି ଯାହାକି ତୁମେ ଜାଣିପାରିବ ନାହିଁ ଯେ ଏମାନେ କେଉଁ ଧର୍ମର? ବାକି ଚିନ୍‌ବାସୀ, ଆଫ୍ରିକାବାସୀ ମାନଙ୍କର ଚେହେରାରୁ ଜଣାପଡିଯାଇଥାଏ । ସେମାନଙ୍କର ଚେହେରା ହିଁ ଅଲଗା । ଖ୍ରୀଷ୍ଟିୟାନମାନଙ୍କର ଭାରତ ସହିତ ସମ୍ପର୍କ ଥିବାରୁ ଏହା ଶିଖିଛନ୍ତି । କେତେ ଧର୍ମର ଭିନ୍ନତା ରହିଛି । ସମସ୍ତଙ୍କର ନୀତି-ନିୟମ ପୋଷାକ-ପରିଚ୍ଛଦ ସବୁ ଅଲଗା । ଏବେ ତୁମକୁ ଜ୍ଞାନ ମିଳିଛି, ଆମେ ସତ୍ୟଯୁଗର ସ୍ଥାପନ କରୁଛୁ । ସେଠାରେ ଆଉ କୌଣସି ଧର୍ମ ନଥିଲା । ଏବେ ତ ସବୁ ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନେ ଉପସ୍ଥିତ ଅଛନ୍ତି । ଏବେ ଅନ୍ତ ସମୟରେ ଆଉ କେଉଁ ଧର୍ମ ସ୍ଥାପନ କରିବେ । ହଁ, ନୂଆ ଆତ୍ମାମାନେ ପବିତ୍ର ହୋଇଥାନ୍ତି ସେଥିପାଇଁ ଯେଉଁ ନୂଆ ଆତ୍ମା ଆସିଥାନ୍ତି ସେମାନଙ୍କର କିଛି ନା କିଛି ମହିମା ହୋଇଥାଏ । ବିବେକ କହୁଛି ଯିଏ ପଛରେ ଆସିବେ ତାଙ୍କୁ ପ୍ରଥମେ ନିଶ୍ଚିତ ସୁଖ ମିଳିବ । ମହିମା ହେବ ପୁଣି ଦୁଃଖ ମଧ୍ୟ ହେବ । ସେମାନେ ଗୋଟିଏ ଜନ୍ମ ହିଁ ନେଉଛନ୍ତି, ଯେପରି ତୁମେ ସୁଖଧାମରେ ବହୁତ ସମୟ ରହୁଛ । ସେମାନେ ପୁଣି ଶାନ୍ତିଧାମରେ ବହୁତ ସମୟ ରହୁଛନ୍ତି । ଅନ୍ତ ପର୍ଯ୍ୟନ୍ତ ବହୁତ ବୃଦ୍ଧି ହେବ । ଏହା ବଡ ବୃକ୍ଷ ଅଟେ ନା । ଏହି ସମୟରେ ମନୁଷ୍ୟମାନଙ୍କର କେତେ ବୃଦ୍ଧି ହେଉଛି ସେଥିପାଇଁ ଏହାକୁ ବନ୍ଦ କରିବାର ଉପାୟ ବାହାର କରୁଛନ୍ତି କିନ୍ତୁ ଏହା ଦ୍ୱାରା କିଛି ହୋଇପାରିବ ନାହିଁ । ତୁମେ ଜାଣିଛ ଯେ ଡ୍ରାମାର ପ୍ଲାନ ଅନୁସାରେ ବୃଦ୍ଧି ହେବ ନିଶ୍ଚୟ । ନୂଆ ପତ୍ର ସବୁ ଆସି ପୁଣି ଶାଖା ଆଦି ବାହାରିବ । କେତେ ପ୍ରକାରର ଭିନ୍ନତା ରହିଛି । ଏବେ ପିଲାମାନେ ଜାଣିଛନ୍ତି ଆମେ ଆଉ କାହାର ସମ୍ପର୍କରେ ନାହୁଁ । ବାବା ହିଁ ଆମକୁ ପବିତ୍ର କରାଇ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ସମାଚାର ଶୁଣାଉଛନ୍ତି । ତୁମେ ମଧ୍ୟ ତାଙ୍କୁ ଡାକୁଛ ଯେ ହେ ପତିତ-ପାବନ ଆସି ଆମକୁ ପାବନ କରାଅ ତେବେ ନିଶ୍ଚୟ ପତିତ ଦୁନିଆର ବିନାଶ ହେବ । ଏହି ହିସାବ ମଧ୍ୟ ରହିଛି । ସତ୍ୟଯୁଗରେ କମ୍ ମନୁଷ୍ୟ ରହିବେ । କଳିଯୁଗରେ କେତେ ଢେର ମନୁଷ୍ୟ ଅଛନ୍ତି, ତୁମକୁ ବୁଝାଇବାକୁ ପଡିବ । ବାବା ଆମକୁ ପାଠ ପଢାଉଛନ୍ତି ପୁଣି ଏହି ପୁରୁଣା ଦୁନିଆର ଏବେ ବିନାଶ ହେବ । ସ୍ଥାପନା ବାବା ହିଁ କରିବେ । ଭଗବାନୁବାଚ ମୁଁ ସ୍ଥାପନା କରାଉଛି । ବିନାଶ ତ ଡ୍ରାମା ଅନୁସାରେ ହେବ । ଭାରତରେ ହିଁ ଏହି ଚିତ୍ର ରହିଛି । ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ, ବହ୍ମା ମୁଖ ବଂଶାବଳୀ ଦେଖ କେତେ ଅଛନ୍ତି । ସେମାନେ ହେଲେ ଦୈହିକ ବଂଶାବଳୀ ବ୍ରାହ୍ମଣ । ସେମାନେ ତ ବାବାଙ୍କୁ ଜାଣି ନାହାଁନ୍ତି । ତୁମର ଏବେ ହୋସ୍ ଆସିଛି । ତୁମେ ଜାଣିଛ ଏବେ କଳିଯୁଗ ବିନାଶ ହୋଇ ସତ୍ୟଯୁଗ ଆସିବ । ଏହା ହେଉଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ । ପୁରୁଣା ଦୁନିଆର ଏଥିରେ ଆହୁତି ପଡିବ । ଆଉ କୌଣସି ଆହୁତି ନାହିଁ । ବାବା କହୁଛନ୍ତି - ମୁଁ ସାରା ସୃଷ୍ଟିରେ ଏହି ରାଜସ୍ୱ ଅଶ୍ୱମେଧ ଯଜ୍ଞ ରଚନା କରିଛି । ଏହା ସମଗ୍ର ଭୂମି ଉପରେ ରଚନା କରାଯାଇଛି । ଯଜ୍ଞ କୁଣ୍ଡ ରହିଥାଏ ନା । ଏଥିରେ ସାରା ସୃଷ୍ଟି ସ୍ୱାହା ହୋଇଯିବ । ସେଥିପାଇଁ ଯଜ୍ଞକୁଣ୍ଡ ରଚନା କରିଥାନ୍ତି । ଏହି ସାରା ସୃଷ୍ଟି ଯଜ୍ଞ କୁଣ୍ଡ ହୋଇଛି । ଏହି ଯଜ୍ଞ କୁଣ୍ଡରେ କଣ ହେବ? ସମସ୍ତେ ଏଥିରେ ସ୍ୱାହା ହୋଇଯିବେ । ଏହି କୁଣ୍ଡ ପବିତ୍ର ନୂଆ ହୋଇଯିବ, ଏଠାକୁ ପୁଣି ଦେବତାମାନେ ଆସିବେ । ଚତୁର୍ଦ୍ଦିଗରେ ସମୁଦ୍ର ଅଛି, ସାରା ଦୁନିଆ ନୂଆ ହୋଇଯିବ । ଓଲଟ-ପାଲଟ ତ ବହୁତ ହେବ । ଏପରି କୌଣସି ଜାଗା ନାହିଁ ଯାହା କାହାର ହୋଇ ନଥିବ । ସମସ୍ତେ କହୁଛନ୍ତି ଏହା ମୋର । ମୋର-ମୋର କହୁଥିବା ମନୁଷ୍ୟମାନେ ସବୁ ବିନାଶ ହୋଇଯିବେ । ବାକି ମୁଁ ଯେଉଁମାନଙ୍କୁ ପବିତ୍ର କରାଉଛି ସେମାନେ ଅଳ୍ପ ସଂଖ୍ୟାରେ ଦୁନିଆରେ ରହିବେ । ପ୍ରଥମେ ଆଦି ସନାତନ ଦେବୀ-ଦେବତା ଧର୍ମ ହେବ । ଯମୁନା ନଦୀ କୂଳରେ ତାଙ୍କର ରାଜ୍ୟ ହେବ । ଏସବୁ କଥା ତୁମ ବୁଦ୍ଧିରେ ରହିବା ଦରକାର, ଖୁସି ରହିବା ଉଚିତ୍ । ମନୁଷ୍ୟ ପରସ୍ପରକୁ ବସି କାହାଣୀ ଶୁଣାଉଛନ୍ତି ନା । ଏହା ମଧ୍ୟ ସତ୍ୟ ନାରାୟଣଙ୍କର କାହାଣୀ, ଏହା ହେଉଛି ବେଦହର କଥା । ତୁମ ବୁଦ୍ଧିରେ ହିଁ ଏହିସବୁ କଥା ରହିଛି । ତାଙ୍କ ଭିତରେ ଯିଏ ଭଲ ସେବାଧାରୀ ଅଛନ୍ତି, ତାଙ୍କ ବୁଦ୍ଧିରେ ଧାରଣା ହୋଇଥାଏ, ସେମାନେ ଝୁଲା ଭରି, ଦାନ ଦେଇ ଚାଲିବେ । ସେଥିପାଇଁ କୁହାଯାଏ ଧନ ଦେଲେ ଧନ ସରିବ ନାହିଁ । ଭାବନ୍ତି ଦାନ ଦେବା ଦ୍ୱାରା ଭଗବାନଙ୍କର କୃପା ଅଧିକ ହେବ । ତୁମର ହେଉଛି ଅବିନାଶୀ ଧନ । ଏବେ ଧନ ଦେଲେ ଧନ ସରିବ ନାହିଁ, ଯେତେ ଦାନ ଦେବ ସେତେ ଖୁସି ମିଳିବ । ଶୁଣିବା ସମୟରେ କେହି କେହି ମୁଣ୍ଡ ହଲାଇ ଥାନ୍ତି । କେହି ତ ନିର୍ବୋଧଙ୍କ ଭଳି ମଧ୍ୟ ବସିଥାନ୍ତି । ବାବା ଏତେ ଭଲ-ଭଲ ପଏଣ୍ଟସ୍ ଶୁଣାଉଛନ୍ତି । ତେଣୁ ଶୁଣିବା ସମୟରେ ଆପେ ଆପେ କାନ୍ଧ ହଲିବ । ଏଠାକୁ ପିଲାମାନେ ଆସୁଛନ୍ତି ସମ୍ମୁଖରେ ବାବାଙ୍କଠାରୁ ରିଫ୍ରେସ୍ ବା ସତେଜ ହେବା ପାଇଁ । ବାବା କିପରି ବସି ଯୁକ୍ତିର ସହିତ ପଏଣ୍ଟ ଶୁଣାଉଛନ୍ତି । ତୁମେ ଜାଣିଛ ଯେ ଭାରତରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଭାରତକୁ ସ୍ୱର୍ଗ କୁହାଯାଏ । ଏବେ ତ ନର୍କ ହୋଇଯାଇଛି । ନର୍କ ବଦଳି ସ୍ୱର୍ଗ ହେବ ବାକି ଏତେ ସବୁଙ୍କର ବିନାଶ ହୋଇଯିବ । ତୁମ ପାଇଁ ସ୍ୱର୍ଗ ଯେପରି କାଲିର କଥା । କାଲି ରାଜ୍ୟ କରୁଥିଲ, ଦ୍ୱିତୀୟ କେହି ଏପରି କହିପାରିବେ ନାହିଁ । କହନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା, ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା । ଦ୍ୱାପରରୁ ସବୁ ଧର୍ମ ଆରମ୍ଭ ହୋଇଛି । ଏହା ବଡ ସହଜ କଥା । କିନ୍ତୁ ମନୁଷ୍ୟମାନଙ୍କର ବୁଦ୍ଧି ଏହି କଥାରେ ନାହିଁ ଯାହା ଫଳରେ କି ବୁଝିପାରିବେ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ ତେବେ ଆସି ନିଶ୍ଚୟ ପତିତରୁ ପାବନ କରାଇବେ ନା! ଏଠାରେ ତ କେହି ପାବନ ହୋଇପାରିବେ ନାହିଁ । ସତ୍ୟଯୁଗକୁ ନିର୍ବିକାରୀ ଦୁନିଆ କୁହାଯାଏ । ଏବେ ତ ବିକାରୀ ଦୁନିଆ ହୋଇଯାଇଛି । ମୁଖ୍ୟ କଥା ହେଉଛି ପବିତ୍ରତା । ଏଥିପାଇଁ ତୁମକୁ କେତେ ପରିଶ୍ରମ କରିବାକୁ ପଡୁଛି । ତୁମେ ଜାଣିଛ ଆଜି ପର୍ଯ୍ୟନ୍ତ ଯାହା କିଛି ବିତିଲା ତାକୁ ଡ୍ରାମା ଅନୁସାରେ ହିଁ କୁହାଯିବ । ଏଥିରେ ଆମେ କାହାକୁ ଖରାପ ଭଲ ବୋଲି କହି ପାରିବା ନାହିଁ । ଯାହା କିଛି ହେଉଛି ଡ୍ରାମାରେ ନିଧାର୍ଯ୍ୟ ରହିଛି ବାବା ଭବିଷ୍ୟତ ପାଇଁ ବୁଝାଉଛନ୍ତି ଯେ ସେବାରେ ଏପରି କର୍ମ କର ନାହିଁ । ନଚେତ୍ ଅପସେବା ହୋଇଯିବ । ବାବା ହିଁ କହିବେ ନା । ତୁମେ ପରସ୍ପର ମଧ୍ୟରେ ଲୁଣପାଣି ହୋଇଯାଇଛ । ଭାବୁଛନ୍ତି ଆମେ ଲୁଣପାଣି, ହୋଇ ଯାଇଛୁ, ପରସ୍ପର ସହିତ କଥା ହେଉ ନାହାଁନ୍ତି ପୁଣି କାହାକୁ କିଛି କହିଲେ ଏକଦମ୍ ବିଗିଡିଯାଆନ୍ତି । ଶିବବାବାଙ୍କୁ ଭୁଲିଯାଉଛନ୍ତି । ସେଥିପାଇଁ ବୁଝାଯାଉଛି ସର୍ବଦା ଶିବବାବାଙ୍କୁ ୟାଦ କର । ବାବା ପିଲାମାନଙ୍କୁ ସାବଧାନ କରାଉଛନ୍ତି । ଏହିପରି କାମ କରିବା ଦ୍ୱାରା ଦୁର୍ଗତି ହୋଇଥାଏ । କିନ୍ତୁ ଭାଗ୍ୟରେ ନଥିବାରୁ ବୁଝୁନାହାଁନ୍ତି । ଶିବବାବା ଯାହାଙ୍କଠାରୁ ବର୍ସା ମିଳୁଛି, ତାଙ୍କ ଉପରେ ମଧ୍ୟ ଋଷି ଯାଉଛନ୍ତି । ବ୍ରାହ୍ମଣୀ ଓ ଏହାଙ୍କ ଉପରେ ମଧ୍ୟ ଋଷୁଛନ୍ତି । ପୁଣି କେବେ କ୍ଳାସ୍‌କୁ ଆସୁ ନାହାଁନ୍ତି । ଶିବବାବାଙ୍କ ଉପରେ କେବେ ଋଷିବା ଅନୁଚିତ୍ । ତାଙ୍କ ମୁରଲୀ ତ ପଢିବାକୁ ହେବ । ୟାଦ ମଧ୍ୟ ତାଙ୍କୁ କରିବାକୁ ହେବ । ବାବା କହୁଛନ୍ତି ନା - ପିଲାମାନେ ନିଜକୁ ଆତ୍ମା ଭାବି ମୋତେ ୟାଦ କଲେ ସଦ୍‌ଗତି ହେବ । ଦେହ-ଅଭିମାନରେ ଆସିବା ଦ୍ୱାରା ଦେହଧାରୀଙ୍କ ଉପରେ ଋଷି ଯାଉଛନ୍ତି । ବର୍ସା ତ ଦାଦାଙ୍କଠାରୁ ମିଳୁଛି । ବାବାଙ୍କର ହେଲେ ହିଁ ଦାଦାଙ୍କର ବର୍ସା ମିଳିବ । ବାବାଙ୍କୁ ହିଁ ଛାଡପତ୍ର ଦେଇ ଦେଲେ ବର୍ସା କିପରି ମିଳିବ । ବ୍ରାହ୍ମଣ କୂଳରୁ ବାହାରି ଶୂଦ୍ର କୂଳକୁ ଚାଲି ଗଲେ ବର୍ସା ସମାପ୍ତ । ବାବାଙ୍କର ପୋଷ୍ୟ ହେବା ରଦ୍ଦ ହୋଇଗଲା । ତଥାପି ବି ବୁଝୁ ନାହାଁନ୍ତି । ମାୟା ଏପରି ଯେ ଏକଦମ୍ ବରବାଦ କରିଦେଉଛି । ବାବାଙ୍କୁ କେତେ ସ୍ନେହର ସହିତ ୟାଦ କରିବା ଉଚିତ୍ କିନ୍ତୁ ୟାଦ କରୁ ନାହାଁନ୍ତି । ଆମେ ଶିବବାବାଙ୍କର ସନ୍ତାନ, ଯିଏ ଆମକୁ ବିଶ୍ୱର ମାଲିକ କରାଉଛନ୍ତି । ସିଏ ନିଶ୍ଚୟ ଭାରତରେ ହିଁ ଜନ୍ମ ନେଉଛନ୍ତି । ଶିବଜୟନ୍ତୀ ପାଳନ କରୁଛନ୍ତି ନା । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଲେ ପ୍ରଥମେ ଶିବବାବା ହିଁ ଆସି ସ୍ୱର୍ଗର ରଚନା କରିବେ । ତୁମେ ଜାଣିଛ ଯେ ଆମକୁ ସ୍ୱର୍ଗର ବାଦଶାହୀ ମିଳୁଛି । ବାବା ହିଁ ଆସି ସ୍ୱର୍ଗବାସୀ କରାଉଛନ୍ତି । ନୂଆ ଦୁନିଆ ପାଇଁ ରାଜଯୋଗ ଶିଖାଉଛନ୍ତି । ତୁମେ ଯାଇ ନୂଆ ଦୁନିଆରେ ରାଜ୍ୟ ଚଲାଇବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବୁଦ୍ଧି ରୂପୀ ଝୁଲାରେ ଅବିନାଶୀ ଜ୍ଞାନରତ୍ନ ଭରପୂର କରି ଦାନ କରିବାକୁ ହେବ । ଦାନ କରିବା ଦ୍ୱାରା ହିଁ ଖୁସି ମିଳିବ । ଜ୍ଞାନ ଧନ ବଢିଚାଲିବ ।

(୨) କେବେ ବି ପରସ୍ପର ମଧ୍ୟରେ ବିଗିଡିଯାଇ ଲୁଣପାଣି ହେବାର ନାହିଁ । ବହୁତ ସ୍ନେହର ସହିତ ବାବାଙ୍କୁ ୟାଦ କରିବାର ଅଛି ଏବଂ ମୁରଲୀ ଶୁଣିବାର ଅଛି । ଅନ୍ୟମନସ୍କ ହେବାର ନାହିଁ ।

ବରଦାନ:-
ସର୍ବଦା ପୂଣ୍ୟର ଖାତା ଜମା କରୁଥିବା ଏବଂ ଅନ୍ୟମାନଙ୍କୁ କରାଉଥିବା ମାଷ୍ଟର ଶିକ୍ଷକ ହୁଅ ।

ଆମେ ମାଷ୍ଟର ଶିକ୍ଷକ ଅଟୁ, ମାଷ୍ଟର କହିବା ଦ୍ୱାରା ବାବା ସ୍ୱତଃ ମନେ ପଡିଥାନ୍ତି । ଆମକୁ ଶିକ୍ଷକ ରୂପରେ ତିଆରି କରୁଥିବା ବାବାଙ୍କର ସ୍ମୃତି ଆସିବା ଦ୍ୱାରା ମୁଁ ନିମିତ୍ତ ଅଟେ - ଏହି ସ୍ମୃତି ମଧ୍ୟ ସ୍ୱତଃ ଆସିଯାଇଥାଏ । ତେଣୁ ବିଶେଷ ଭାବରେ ସର୍ବଦା ଏହି ସ୍ମୃତି ରହୁ ଯେ ଆମେ ପୂଣ୍ୟ ଆତ୍ମା ଅଟୁ, ପୂଣ୍ୟର ଖାତା ଜମା କରିବା ଏବଂ କରାଇବା - ଏହା ହିଁ ଆମର ବିଶେଷ ସେବା । ପୂଣ୍ୟ ଆତ୍ମା କେବେ ବି ଏକ ପ୍ରତିଶତ ପାପ ସଂକଳ୍ପ ମଧ୍ୟ କରିପାରିବ ନାହିଁ । ମାଷ୍ଟର ଶିକ୍ଷକ ଅର୍ଥାତ୍ ସର୍ବଦା ନିଜେ ପୂଣ୍ୟର ଖାତା ଜମା କରୁଥିବା ଏବଂ କରାଉଥିବା ଆତ୍ମା ।

ସ୍ଲୋଗାନ:-
ସଂଗଠନର ମହତ୍ୱକୁ ଜାଣିଥିବା ଆତ୍ମା ସଂଗଠନ ଭିତରେ ହିଁ ନିଜର ସୁରକ୍ଷାର ଅନୁଭବ କରିଥାଆନ୍ତି ।