06.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ପୁରୁଣା ଦୁନିଆ ପ୍ରତି ବେହଦର ବୈରାଗୀ ହୁଅ କାହିଁକି ନା ବାବା ତୁମମାନଙ୍କ ପାଇଁ ସ୍ୱର୍ଗ ରୂପକ ନୂଆ ଘର ତିଆରି କରୁଛନ୍ତି ।

ପ୍ରଶ୍ନ:-
ଏହି ଅବିନାଶୀ ରୁଦ୍ର ଯଜ୍ଞରେ କେଉଁ କେଉଁ କଥା କାରଣରୁ ବିଘ୍ନ ପଡୁଛି?

ଉତ୍ତର:-
ଏହା ଶିବବାବାଙ୍କ ଦ୍ୱାରା ରଚନା ହୋଇଥିବା ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ ଅଟେ, ଏଥିରେ ତୁମେ ମନୁଷ୍ୟରୁ ଦେବତା ହେବା ପାଇଁ ପବିତ୍ର ହେଉଛ, ଭକ୍ତି କରିବା ଛାଡି ଦେଉଛ ସେଥିପାଇଁ ଏଠାରେ ଏତେ ବିଘ୍ନ ପଡୁଛି । ଲୋକମାନେ କହୁଛନ୍ତି - ଦୁନିଆରେ ଶାନ୍ତି ଫେରିଆସୁ, ବିନାଶ ନହେଉ କିନ୍ତୁ ବାବା ଏହି ରୁଦ୍ର ଜ୍ଞାନ-ଯଜ୍ଞର ରଚନା କରିଛନ୍ତି, କେବଳ ପୁରୁଣା ଦୁନିଆର ବିନାଶ ପାଇଁ । ଏହା ପରେ ହିଁ ଶାନ୍ତିର ଦୁନିଆ ଆସିବ ।

ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଅର୍ଥ ବାବା ପିଲାମାନଙ୍କୁ ବୁଝାଇଛନ୍ତି । ମୁଁ ଆତ୍ମା, ମୋର ସ୍ୱଧର୍ମ ହେଉଛି ଶାନ୍ତ । ଶାନ୍ତିଧାମକୁ ଯିବା ପାଇଁ କୌଣସି ପୁରୁଷାର୍ଥ କରିବାକୁ ପଡିନଥାଏ । ଆତ୍ମା ସ୍ୱୟଂ ଶାନ୍ତ ସ୍ୱରୂପ । ଶାନ୍ତିଧାମ ନିବାସୀ ଅଟେ । ଏଠାରେ ଅଳ୍ପ ସମୟ ପାଇଁ ଆତ୍ମା ଶାନ୍ତ ରହିପାରିବ । ଆତ୍ମା କହୁଛି ମୋ କର୍ମେନ୍ଦ୍ରିୟର ବାଜା ଥକିଯାଇଛି । ମୁଁ ନିଜର ସ୍ୱଧର୍ମରେ ସ୍ଥିତ ହୋଇଯାଉଛି । ତେଣୁ ଶରୀରରୁ ଅଲଗା ହୋଇଯାଉଛି । କିନ୍ତୁ କର୍ମ ତ କରିବାକୁ ହିଁ ହେବ । ଶାନ୍ତିରେ କେଉଁ ପର୍ଯ୍ୟନ୍ତ ବସି ରହିବେ । ଆତ୍ମା କହୁଛି - ମୁଁ ଶାନ୍ତି ଦେଶର ଅଧିବାସୀ ଅଟେ । କେବଳ ଏଠାକୁ ଶରୀରରେ ଆସିବା ଦ୍ୱାରା ମୁଁ କଥାବାର୍ତ୍ତା ହେଉଛି । ମୁଁ ଆତ୍ମା ଏହା ମୋର ଶରୀର ଅଟେ । ଆତ୍ମା ହିଁ ପତିତ ଏବଂ ପାବନ ହୋଇଥାଏ । ଆତ୍ମା ପତିତ ହେବା ଦ୍ୱାରା ଶରୀର ମଧ୍ୟ ପତିତ ହୋଇଥାଏ କାହିଁକି ନା ସତ୍ୟଯୁଗରେ ୫ ତତ୍ତ୍ୱ ବି ସତ୍ତ୍ୱପ୍ରଧାନ ହୋଇଥାଏ । ଏଠାରେ ୫ ତତ୍ତ୍ୱ ମଧ୍ୟ ତମୋପ୍ରଧାନ ଅଟେ । ସୁନାରେ ଖାଦ ମିଶିବା ଦ୍ୱାରା ସୁନା ଖାଦ ମିଶା ହୋଇଯାଏ । ପୁଣି ତାକୁ ସଫା କରିବା ପାଇଁ ନିଆଁରେ ପକାଯାଏ । ତାକୁ ଯୋଗଅଗ୍ନି କୁହାଯାଏ ନାହିଁ । ଯୋଗ ଅଗ୍ନି ମଧ୍ୟ ଅଟେ, ଯାହା ଦ୍ୱାରା ପାପ ଜଳିଯାଇଥାଏ । ଆତ୍ମାକୁ ପତିତରୁ ପାବନ କରିଲାବାଲା ପରମାତ୍ମା ଅଟନ୍ତି । ଜଣଙ୍କର ହିଁ ନାମ ରହିଛି । ଡାକୁଛନ୍ତି ହେ ପତିତ-ପାବନ ଆସ । ଡ୍ରାମାର ଯୋଜନା ଅନୁଯାୟୀ ସମସ୍ତଙ୍କୁ ପତିତ ତମୋପ୍ରଧାନ ହେବାକୁ ହିଁ ହେବ । ଏହା ବୃକ୍ଷ ଅଟେ ନା । ସାଧାରଣତଃ ବୃକ୍ଷର ବୀଜ ତଳେ ରହିଥାଏ । କିନ୍ତୁ ଏହାର ବୀଜ ଉପରେ ରହିଛି । ବାବାଙ୍କୁ ଯେତେବେଳେ ଡାକିଥାନ୍ତି ତେବେ ବୁଦ୍ଧି ଉପରକୁ ଚାଲିଯାଇଥାଏ । ଯାହାଙ୍କଠାରୁ ତୁମେ ବର୍ସା ନେଉଛ ସିଏ ଏବେ ତଳକୁ ଆସିଛନ୍ତି । କହୁଛନ୍ତି ମୋତେ ଆସିବାକୁ ପଡୁଛି । ମୋର ଯେଉଁ ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ରହିଛି, ଏହା ଭିନ୍ନ-ଭିନ୍ନ ଧର୍ମର ଅଟେ । ଏବେ ସିଏ ତମୋପ୍ରଧାନ ପତିତ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଗଲାଣି । ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି - ସତ୍ୟଯୁଗରେ ପ୍ରଥମେ ଏହି ଦେବୀ-ଦେବତାମାନେ ଆସିବେ । ଏବେ କଳିଯୁଗରେ ଅସୁରମାନେ ଅଛନ୍ତି । ବାକି ଅସୁର ଏବଂ ଦେବତାମାନଙ୍କର ଲଢେଇ ଲାଗି ନଥିଲା । ତୁମେ ଏହି ଆସୁରୀ ୫ ବିକାର ଉପରେ ଯୋଗବଳ ଦ୍ୱାରା ବିଜୟ ପାଉଛ । ବାକି କୌଣସି ହିଂସକ ଲଢେଇର କଥା ନାହିଁ । ତୁମେମାନେ କୌଣସି ପ୍ରକାରର ବି ହିଂସା କରୁନାହଁ । ତୁମେ କାହାକୁ ମଧ୍ୟ ହାତ ଉଠାଇ ମାରି ପାରିବ ନାହିଁ । ତୁମେ ଡବଲ ଅହିଂସକ ଅଟ । କାମ ବିକାରଗ୍ରସ୍ତ ହେବା, ଏହା ତ ସବୁଠାରୁ ବଡ ପାପ । ବାବା କହୁଛନ୍ତି - ଏହି କାମ ବିକାର ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । ତେଣୁ ବିକାରଗ୍ରସ୍ତ ହେବାର ନାହିଁ । ଦେବତାମାନଙ୍କ ଆଗରେ ମହିମା ଗାଇଥାନ୍ତି - ଆପଣ ସର୍ବଗୁଣ ସମ୍ପନ୍ନ, ସଂପୂର୍ଣ୍ଣ ନିର୍ବିକାରୀ । ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ଜାଣିଛି । କହୁଛନ୍ତି ଯେ ଆମେ ପତିତ ହୋଇଯାଇଛୁ ତେବେ ନିଶ୍ଚିତ କେବେ ପାବନ ଥିଲେ, ଯେଉଁମାନେ କହୁଛନ୍ତି ଯେ ଆମେ ପତିତ ହୋଇଯାଇଛୁ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ । ଯେବେ ପାବନ ଥିଲେ ସେବେ କେହି ଡାକୁ ହିଁ ନଥିଲେ । ତାକୁ ସ୍ୱର୍ଗ କୁହାଯାଉଥିଲା । ଏଠାରେ ତ ସାଧୁ-ସନ୍ଥ ଆଦି କେତେ ଧୁନ୍ ଲଗାଇଥାନ୍ତି ପତିତ-ପାବନ ସୀତାରାମ.... ଯେଉଁଠାକୁ ମଧ୍ୟ ଯାଇଥାନ୍ତି ଏହି ଗାୟନ କରିଥାନ୍ତି । ବାବା ବୁଝାଉଛନ୍ତି ଯେ ବର୍ତ୍ତମାନ ସାରା ଦୁନିଆ ପତିତ ଅଟେ । ଏହା ରାବଣ ରାଜ୍ୟ ଅଟେ ନା, ସେଥିପାଇଁ ରାବଣକୁ ଜଳାଇଥାନ୍ତି । କିନ୍ତୁ ସେମାନଙ୍କର ରାଜ୍ୟ କେବେଠାରୁ ହେଲା, କାହାକୁ ମଧ୍ୟ ଜଣାନାହିଁ । ଅନେକ ପ୍ରକାରର ଭକ୍ତିମାର୍ଗର ସାମଗ୍ରୀ ରହିଛି । କେହି କଣ କରୁଛନ୍ତି, କେହି ପୁଣି ଆଉ କଣ କରୁଛନ୍ତି । ସନ୍ନ୍ୟାସୀମାନେ ମଧ୍ୟ କେତେ ଯୋଗ ଶିଖାଇଥାନ୍ତି । ବାସ୍ତବରେ ଯୋଗ କାହାକୁ କୁହାଯାଉଛି - ଏକଥା କେହି ଜାଣିନାହାଁନ୍ତି । ଏଥିରେ ମଧ୍ୟ କାହାର ଦୋଷ ନାହିଁ । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ । ଯେପର୍ଯ୍ୟନ୍ତ ମୁଁ ନ ଆସିଛି, ଏମାନଙ୍କୁ ନିଜର ପାର୍ଟ ବଜାଇବାକୁ ହେବ । ଜ୍ଞାନ ଏବଂ ଭକ୍ତି, ଜ୍ଞାନ ହେଉଛି ଦିନ ସତ୍ୟଯୁଗ ତ୍ରେତାଯୁଗ, ଭକ୍ତି ହେଉଛି ରାତି ଦ୍ୱାପର କଳିଯୁଗ ପୁଣି ରହିଛି ବୈରାଗ୍ୟ । ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସିବା ଏହା ହେଉଛି ବେହଦର ବୈରାଗ୍ୟ । ସେମାନଙ୍କର ହେଉଛି ହଦର ବୈରାଗ୍ୟ । ତୁମେମାନେ ଜାଣିଛ ଯେ ଏହି ପୁରୁଣା ଦୁନିଆ ଏବେ ବିନାଶ ହେବାକୁ ବସିଛି । ଯଦି ନୂଆ ଘର ତିଆରି କରିଥାନ୍ତି ତେବେ ପୁରୁଣାରୁ ବୈରାଗ୍ୟ ଆସିଯାଇଥାଏ ।

ଦେଖ, ବେହଦର ବାବା କିପରି ଅଟନ୍ତି! ମୁଁ ତୁମକୁ ସ୍ୱର୍ଗ ରୂପୀ ଘର ତିଆରି କରି ଦେଉଛି । ସ୍ୱର୍ଗ ହେଉଛି ନୂଆ ଦୁନିଆ । ନର୍କ ହେଲା ପୁରୁଣା ଦୁନିଆ । ନୂଆରୁ ପୁରୁଣା ତାହା ପୁଣି ନୂଆ ହେଉଛି । ନୂଆ ଦୁନିଆର ଆୟୁଷ କେତେ ଏକଥା କେହି ଜାଣିନାହାଁନ୍ତି । ଏବେ ଆମେ ପୁରୁଣା ଦୁନିଆରେ ରହି ନୂଆ ଦୁନିଆ ଗଢୁଛୁ । ପୁରୁଣା କବରସ୍ତାନରେ ଆମେ ପରିସ୍ତାନ ତିଆରି କରିବୁ । ଏହିଠାରେ ହିଁ ଯମୁନା କୂଳ ହେବ, ଏଠାରେ ମହଲ ତିଆରି ହେବ । ଏହି ଦିଲ୍ଲୀ ଯମୁନା ନଦୀ କୂଳେ ହେବ । ବାକି ଯାହା ଦେଖାଉଛନ୍ତି - ପାଣ୍ଡବମାନଙ୍କର ଦୁର୍ଗ ଥିଲା । ଏସବୁ ଡ୍ରାମାର ପ୍ଲାନ ଅନୁସାରେ ନିଶ୍ଚିତ ପୁଣି ମଧ୍ୟ ତିଆରି ହେବ । ଯେପରି ତୁମେ ଯଜ୍ଞ ତପ ଦାନ ଆଦି କରୁଥିଲ, ଏହା ପୁଣି ମଧ୍ୟ କରିବାକୁ ହେବ । ପ୍ରଥମେ ତୁମେ ଶିବଙ୍କର ଭକ୍ତି କରୁଛ । ଫାଷ୍ଟକ୍ଲାସ ମନ୍ଦିର ତିଆରି କରୁଛ, ତାକୁ ଅବ୍ୟଭିଚାରୀ ଭକ୍ତି କୁହାଯାଏ । ଏବେ ତୁମେ ଜ୍ଞାନ ମାର୍ଗରେ ଅଛ । ଏହା ହେଉଛି ଅବ୍ୟଭିଚାରୀ ଜ୍ଞାନ । ଏକମାତ୍ର ଶିବବାବାଙ୍କଠାରୁ ହିଁ ତୁମେମାନେ ଶୁଣୁଛ ଯାହାଙ୍କର ପ୍ରଥମେ ତୁମେ ଭକ୍ତି କରିଥିଲ, ସେହି ସମୟରେ ଅନ୍ୟ କୌଣସି ଧର୍ମ ରହିନଥାଏ । ସେହି ସମୟରେ ତୁମେ ବହୁତ ସୁଖୀ ରହିଥାଅ । ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ । ନାମ ନେବା ଦ୍ୱାରା ମୁଖ ବହୁତ ମିଠା ହୋଇଯାଏ । ତୁମେ ଏକମାତ୍ର ବାବାଙ୍କଠାରୁ ହିଁ ଜ୍ଞାନ ଶୁଣୁଛ । ବାବା କହୁଛନ୍ତି ଆଉ କାହାଠାରୁ ତୁମେ ଜ୍ଞାନ ଶୁଣ ନାହିଁ । ଏହା ହେଉଛି ତୁମମାନଙ୍କର ଅବ୍ୟଭିଚାରୀ ଜ୍ଞାନ । ତୁମେମାନେ ବେହଦ ବାବାଙ୍କର ହୋଇଛ । ପୁରୁଷାର୍ଥର କ୍ରମଅନୁସାରେ ହିଁ ବାବାଙ୍କଠାରୁ ବର୍ସା ମିଳିବ । ବାବା ଅଳ୍ପ ସମୟ ପାଇଁ ସାକାରରେ ଆସିଛନ୍ତି । କହୁଛନ୍ତି ମୋତେ ତୁମ ପିଲାମାନଙ୍କୁ ହିଁ ଜ୍ଞାନ ଦେବାକୁ ହେବ । ଏହା ମୋର ସ୍ଥାୟୀ ଶରୀର ନୁହେଁ, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରୁଛି । ଶିବ ଜୟନ୍ତୀରୁ ପୁଣି ତୁରନ୍ତ ଗୀତା ଜୟନ୍ତୀ ହୋଇଯାଉଛି । ସେବେଠାରୁ ହିଁ ଜ୍ଞାନ ଶୁଣାଇବା ଆରମ୍ଭ କରି ଦେଉଛନ୍ତି । ଏହି ରୁହାନୀ ବିଦ୍ୟା ପରମାତ୍ମା ଦେଉଛନ୍ତି । ଏଠାରେ ପାଣିର କୌଣସି କଥା ନାହିଁ । ପାଣିକୁ ଜ୍ଞାନ କୁହାଯିବ ନାହିଁ । ପତିତରୁ ପାବନ, ଜ୍ଞାନ ଦ୍ୱାରା ହିଁ ହେବେ । ପାଣି ଦ୍ୱାରା ପବିତ୍ର ହେବେ ନାହିଁ । ନଦୀ ତ ସାରା ଦୁନିଆରେ ଅଛି । ଏଠାରେ ତ ଜ୍ଞାନର ସାଗର ବାବା ଆସି, ଏହାଙ୍କ ଶରୀରରେ ପ୍ରବେଶ କରି ଜ୍ଞାନ ଶୁଣାଉଛନ୍ତି । ଏଠାରେ ଗଉମୁଖକୁ ଯାଇଥାନ୍ତି । ବାସ୍ତବରେ ଗଉମୁଖ ତୁମେ ଚୈତନ୍ୟରେ ଅଟ । ତୁମ ମୁଖରୁ ଜ୍ଞାନ ଅମୃତ ବାହାରୁଛି । ଗାଈଠାରୁ ତ କ୍ଷୀର ମିଳିଥାଏ । ପାଣିର ତ କିଛି କଥା ହିଁ ନାହିଁ, ଏହି ସବୁ କଥା ବାବା ବସି ବୁଝାଉଛନ୍ତି । ସିଏ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ଏବେ ସମସ୍ତେ ଦୁର୍ଗତିରେ ପଡିଛନ୍ତି । ଆଗରୁ ତୁମେମାନେ ଜାଣିନଥିଲ ଯେ ରାବଣକୁ କାହିଁକି ଜଳାଉଛନ୍ତି । ଏବେ ତୁମେମାନେ ଜାଣିଛ ଯେ ବେହଦର ଦଶହରା ହେବାର ଅଛି । ଏହି ସାରା ଦୁନିଆ ଟାପୁ ଅଟେ । ରାବଣର ରାଜ୍ୟ ସାରା ସୃଷ୍ଟି ଉପରେ ରହିଛି । ଯାହା ଶାସ୍ତ୍ରରେ ଅଛି ଯେ ବନ୍ଦର ସେନା ଥିଲେ, ବନ୍ଦରମାନେ ପୋଲ ତିଆରି କଲେ... ଏସବୁ ହେଉଛି ଦନ୍ତକଥା । ଏବେ ଭକ୍ତି ଆଦି କରୁଛନ୍ତି । ପ୍ରଥମେ ହେଉଛି ଅବ୍ୟଭିଚାରୀ ଭକ୍ତି, ପୁଣି ବ୍ୟଭିଚାରୀ ଭକ୍ତି ହେଉଛି । ଦଶହରା, ରାକ୍ଷୀବନ୍ଧନ ସବୁ ବର୍ତ୍ତମାନର ପର୍ବ ଅଟେ । ଶିବ ଜୟନ୍ତୀ ପରେ ହୋଇଥାଏ କୃଷ୍ଣ ଜୟନ୍ତୀ । ଏବେ କୃଷ୍ଣପୁରୀ ସ୍ଥାପନ ହେଉଛି । ଆଜି କଂସପୁରୀ ଅଛି କାଲି କୃଷ୍ଣପୁରୀ ହେବ । କଂସ ଆସୁରୀ ସମ୍ପ୍ରଦାୟକୁ କୁହାଯାଏ । ପାଣ୍ଡବ ଏବଂ କୌରବମାନଙ୍କର ଲଢେଇ ହେଉନାହିଁ । କୃଷ୍ଣଙ୍କର ଜନ୍ମ ସତ୍ୟଯୁଗରେ ହେବ, ସେ ହେଉଛନ୍ତି ପ୍ରଥମ ରାଜକୁମାର । ସିଏ ସ୍କୁଲକୁ ପଢିବାକୁ ଯାଇଥାନ୍ତି । ଯେବେ ବଡ ହୁଅନ୍ତି ତେବେ ରାଜ ଗଦିରେ ବସିଥାନ୍ତି । ସମସ୍ତ ମହିମା ଶିବବାବାଙ୍କର ଅଟେ, ଯିଏକି ପତିତଙ୍କୁ ପାବନ କରିଲାବାଲା ଅଟନ୍ତି । ବାକି ଏହି ରାସ ଲୀଳା ଆଦି ଏହା ତ ପରସ୍ପର ମଧ୍ୟରେ ଖୁସିରେ ପାଳନ କରିଥାନ୍ତି । ବାକି କୃଷ୍ଣ କାହାକୁ ଜ୍ଞାନ ଶୁଣାଇବେ, ଏହା କିପରି ହୋଇପାରିବ । ବାବା କହୁଛନ୍ତି - କାହାକୁ ମନା କର ନାହିଁ ଯେ ଭକ୍ତି କର ନାହିଁ । ତାହା ସ୍ୱତଃ ଛାଡି ହୋଇଯାଇଥାଏ । ଭକ୍ତି ଓ ବିକାରକୁ ତ୍ୟାଗ କରୁଛନ୍ତି, ଏଥିପାଇଁ ହିଁ ଗଣ୍ଡଗୋଳ ହୋଇଥାଏ । ବାବା କହୁଛନ୍ତି ମୁଁ ରୁଦ୍ର ଯଜ୍ଞ ରଚନା କରୁଛି, ଏଥିରେ ଆସୁରୀ ସମ୍ପ୍ରଦାୟର ବିଘ୍ନ ପଡିଥାଏ । ଏହା ହେଉଛି ଶିବବାବାଙ୍କର ବେହଦର ଜ୍ଞାନ, ଯାହା ଦ୍ୱାରା ମନୁଷ୍ୟରୁ ଦେବତା ହେଉଛନ୍ତି । ଗାୟନ ରହିଛି ଯେ ଜ୍ଞାନ ଯଜ୍ଞରୁ ବିନାଶ ଜ୍ୱାଳା ପ୍ରକଟିତ ହେଲା । ଯେବେ ପୁରୁଣା ଦୁନିଆର ବିନାଶ ହେବ - ତେବେ ତୁମେ ନୂଆ ଦୁନିଆରେ ରାଜ୍ୟ କରିବ । ଲୋକମାନେ କହୁଛନ୍ତି ଆମେ କହୁଛୁ ଶାନ୍ତି ହେଉ, ଏହି ବି.କେ. କହୁଛନ୍ତି ବିନାଶ ହେଉ । ଜ୍ଞାନ ନ ବୁଝିବା କାରଣରୁ ଏହିପରି କହୁଛନ୍ତି । ବାବା ବୁଝାଉଛନ୍ତି - ସାରା ପୁରୁଣା ଦୁନିଆ ଏହି ଜ୍ଞାନ ଯଜ୍ଞରେ ସ୍ୱାହା ହୋଇଯିବ । ଏହି ପୁରୁଣା ଦୁନିଆରେ ନିଆଁ ଲାଗିବାର ଅଛି । ପ୍ରାକୃତିକ ବିପର୍ଯ୍ୟୟ ଆସିବ, ଶୋରିଷ ସଦୃଶ ସମସ୍ତେ ପେଶୀ ହୋଇ ବିନାଶ ହୋଇଯିବେ । ବାକି କିଛି ଆତ୍ମା ବଞ୍ଚିଯିବେ । ଆତ୍ମା ତ ଅବିନାଶୀ ଅଟେ । ଏବେ ବେହଦର ହୋଲିକା ଦହନ ହେବାକୁ ଯାଉଛି । ଯାହା ଦ୍ୱାରା ଶରୀର ସବୁ ନଷ୍ଟ ହୋଇଯିବ । ବାକି ଆତ୍ମା ପବିତ୍ର ହୋଇ ଘରକୁ ଚାଲିଯିବ । ନିଆଁରେ ପକାଇବା ଦ୍ୱାରା ଜିନିଷ ଶୁଦ୍ଧ ହୋଇଥାଏ । ହୋମ କରିଥାନ୍ତି ଶୁଦ୍ଧତା ପାଇଁ । ସେ ସବୁ ହେଉଛି ଶାରୀରିକ କଥା । ଏବେ ସାରା ଦୁନିଆ ସ୍ୱାହା ହେବାର ଅଛି । ବିନାଶ ପୂର୍ବରୁ ନିଶ୍ଚୟ ସ୍ଥାପନା ହେବା ଦରକାର । କାହାକୁ ବି ବୁଝାଅ - ପ୍ରଥମେ ସ୍ଥାପନା ପୁଣି ବିନାଶ ହେଉଛି । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ହେଉଛି । ପ୍ରଜାପିତା ପ୍ରସିଦ୍ଧ ଅଟନ୍ତି ଆଦି ଦେବ, ଆଦି ଦେବୀ.... ଜଗତ ଅମ୍ବାଙ୍କର ଲକ୍ଷ-ଲକ୍ଷ ମନ୍ଦିର ରହିଛି । ସେଠାରେ କେତେ ମେଳା ଲାଗିଥାଏ । ତୁମେ ହେଉଛ ଜଗତଅମ୍ବାଙ୍କର ସନ୍ତାନ ଜ୍ଞାନ-ଜ୍ଞାନେଶ୍ୱରୀ ପୁଣି ହେବ ରାଜ-ରାଜେଶ୍ୱରୀ । ତୁମେମାନେ ବହୁତ ଧନବାନ ହେଉଛ । ପୁଣି ଭକ୍ତିମାର୍ଗରେ ଲକ୍ଷ୍ମୀଙ୍କଠାରୁ ଦୀପାବଳୀରେ ବିନାଶୀ ଧନ ମାଗିଥାନ୍ତି । ଏଠାରେ ତୁମକୁ ସବୁ କିଛି ମିଳିଯାଉଛି ଆୟୁଷ୍ମାନ ହୁଅ, ପୁତ୍ରବାନ ହୁଅ । ସତ୍ୟଯୁଗରେ ୧୫୦ ବର୍ଷ ଆୟୁଷ ରହିଥାଏ । ଏଠାରେ ତୁମେ ଯେତେ ଯୋଗ ଲଗାଇବ ସେତେ ଆୟୁଷ ବଢିଚାଲିବ । ତୁମେ ଈଶ୍ୱରଙ୍କ ସହିତ ଯୋଗ ଲଗାଇ ଯୋଗେଶ୍ୱର ହେଉଛ ।

ବାବା କହୁଛନ୍ତି ମୁଁ ଧୋବା ଅଟେ । ସବୁ ବିକାରୀ ଆତ୍ମାମାନଙ୍କୁ ସ୍ୱଚ୍ଛ କରାଉଛି । ପୁଣି ତୁମକୁ ଶରୀର ମଧ୍ୟ ଶୁଦ୍ଧ ମିଳିବ । ମୁଁ ଗୋଟିଏ ସେକେଣ୍ଡରେ ଦୁନିଆର ବସ୍ତ୍ରକୁ ସଫା କରିଦେଉଛି । କେବଳ ମନମନାଭବ ହେବା ଦ୍ୱାରା ଆତ୍ମା ଏବଂ ଶରୀର ପବିତ୍ର ହୋଇଯିବ । ଏହା ଛୁ ମନ୍ତ୍ର ହେଲା ନା । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି, କେତେ ସହଜ ଉପାୟ ଅଟେ । ତୁମେ ଚଲା-ବୁଲା କରି କେବଳ ବାବାଙ୍କୁ ମନେ ପକାଅ, ମୁଁ ଆଉ କିଛି ହେଲେ ବି ତୁମକୁ କଷ୍ଟ ଦେଉ ନାହିଁ । ଏବେ ତୁମର ଗୋଟିଏ ସେକେଣ୍ଡରେ ଉନ୍ନତିର କଳା ହେଉଛି । ବାବା କହୁଛନ୍ତି - ମୁଁ ତୁମମାନଙ୍କର ସେବାଧାରୀ ହୋଇ ଆସିଛି । ତୁମେ ମୋତେ ଡାକିଛ - ହେ ପତିତ-ପାବନ ଆସି ଆମକୁ ପବିତ୍ର କରାଅ ତେବେ ମୁଁ ସେବାଧାରୀ ହେଲି ନା । ଯେବେ ତୁମେମାନେ ବହୁତ ପତିତ ହୋଇଯାଉଛ ତେବେ ଜୋରରେ ଚିତ୍କାର କରୁଛ । ଏବେ ମୁଁ ଆସିଛି । ମୁଁ କଳ୍ପ-କଳ୍ପ ଆସି ପିଲାମାନଙ୍କୁ ମନ୍ତ୍ର ଦେଉଛି ଯେ ମୋତେ ମନେ ପକାଅ । ମନମନାଭବର ଅର୍ଥ ମଧ୍ୟ ଏହା ହିଁ ଅଟେ । ପୁଣି ବିଷ୍ଣୁପୁରୀର ମାଲିକ ହେବ । ତୁମେ ଆସିଛ ବିଷ୍ଣୁପୁରୀର ରାଜ୍ୟ ନେବା ପାଇଁ, ରାବଣ ପୁରୀ ପରେ ଅଛି ବିଷ୍ଣୁପୁରୀ । କଂସପୁରୀ ପରେ କୃଷ୍ଣପୁରୀ । କେତେ ସହଜ ଭାବରେ ବୁଝାଯାଉଛି । ବାବା କହୁଛନ୍ତି ଏହି ପୁରୁଣା ଦୁନିଆରୁ କେବଳ ମମତ୍ୱ ତୁଟାଇ ଦିଅ । ଏବେ ଆମେ ୮୪ ଜନ୍ମ ଶେଷ କରିଛୁ । ଏହି ପୁରୁଣା ଶରୀରକୁ ଛାଡି ଆମେ ନୂଆ ଦୁନିଆକୁ ଯିବା । ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମର ପାପ କଟିଯିବ, ତେଣୁ ସେତିକି ସାହାସ ରଖିବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ମୁଖରୁ ସର୍ବଦା ଜ୍ଞାନ ଅମୃତ ବାହାର କରିବାକୁ ହେବ । ଜ୍ଞାନ ଦ୍ୱାରା ହିଁ ସମସ୍ତଙ୍କର ସଦ୍‌ଗତି କରିବାକୁ ହେବ । ଏକମାତ୍ର ବାବାଙ୍କଠାରୁ ହିଁ ଜ୍ଞାନ ଶୁଣିବାକୁ ହେବ ଅନ୍ୟମାନଙ୍କ ଠାରୁ ନୁହେଁ ।

(୨) ଚଢତି କଳା ଅର୍ଥାତ୍ ଉନ୍ନତିର ମାର୍ଗକୁ ଯିବା ପାଇଁ ହେଲେ ଚାଲିବା ବୁଲିବା ସମୟରେ ବାବାଙ୍କୁ ମନେ ପକାଇବାର ଅଭ୍ୟାସ କରିବାକୁ ହେବ । ଏହି ପୁରୁଣା ଦୁନିଆ, ପୁରୁଣା ଶରୀର ଠାରୁ ମମତ୍ୱ ଅର୍ଥାତ୍ ମୋହ ତୁଟାଇ ଦେବାକୁ ହେବ ।

ବରଦାନ:-
ଗୋଟିଏ ହିଁ ରାସ୍ତା ଏବଂ ଜଣଙ୍କ ସହିତ ରିସ୍ତା ଅର୍ଥାତ୍ ସମ୍ବନ୍ଧ ରଖି ସମ୍ପୂର୍ଣ୍ଣ ଫରିସ୍ତା ହୁଅ ।

ନିରାକାର ବା ସାକାର ରୂପରେ ବୁଦ୍ଧିର ସଂଗ ବା ସମ୍ବନ୍ଧ ଯଦି ଏକମାତ୍ର ବାବାଙ୍କ ସହିତ ମଜବୁତ ଥିବ ତେବେ ତୁମେ ଫରିସ୍ତା ହୋଇଯିବ । ଯେଉଁମାନଙ୍କର ସର୍ବ ସମ୍ବନ୍ଧ ବା ରିସ୍ତା ଜଣଙ୍କ ସହିତ ରହିଛି ସେହିମାନେ ହିଁ ସର୍ବଦା ଫରିସ୍ତା ଅଟନ୍ତି । ସରକାର ଯେପରି ରାସ୍ତାରେ ବୋର୍ଡ ଲଗାଇ ଦିଅନ୍ତି ଯେ ଏହି ରାସ୍ତା ବନ୍ଦ ଅଛି ସେହିପରି ତୁମେମାନେ ମଧ୍ୟ ସବୁ ରାସ୍ତା ବନ୍ଦ କରିଦିଅ ତେବେ ବୁଦ୍ଧି ଭଟକିବା ବନ୍ଦ ହୋଇଯିବ । ତେଣୁ ବାପଦାଦାଙ୍କର ଆଦେଶ ହେଲା - ପ୍ରଥମେ ସବୁ ରାସ୍ତାକୁ ବନ୍ଦ କର ଯାହାଦ୍ୱାରା ସହଜରେ ଫରିସ୍ତା ହୋଇଯିବ ।

ସ୍ଲୋଗାନ:-
ସଦାସର୍ବଦା ସେବାର ଉମଙ୍ଗ-ଉତ୍ସାହରେ ରହିବା ହିଁ ମାୟାଠାରୁ ସୁରକ୍ଷିତ ରହିବାର ଆଧାର ।


ମାତେଶ୍ୱରୀଜୀଙ୍କର ଅମୂଲ୍ୟ ମହାବାକ୍ୟ
ନିରନ୍ତର ଈଶ୍ୱରୀୟ ସ୍ମୃତି

ପରମାତ୍ମାଙ୍କ ସ୍ମୃତିରେ ବସିବାର ଉଦ୍ଦେଶ୍ୟ କଣ? ଆମକୁ କେବଳ ପରମାତ୍ମାଙ୍କ ସ୍ମୃତିରେ ବସିବାର ନାହିଁ ପରନ୍ତୁ ନିଜର ଈଶ୍ୱରୀୟ ସ୍ମୃତି ତ ନିତ୍ୟ ନିରନ୍ତର କରିବା ଆବଶ୍ୟକ । ଯେଉଁ ବସ୍ତୁର ପରିଚୟ ଥାଏ ସେହି ବସ୍ତୁର ହିଁ ସ୍ମୃତି ରହିଥାଏ । ଯଦି ଆମେ କହିବା ଈଶ୍ୱର ନାମ ରୂପ ରହିତ ତେବେ କେଉଁ ରୂପକୁ ମନେ ପକାଇବା? ଯଦି କହିବା ଈଶ୍ୱର ସର୍ବବ୍ୟାପୀ ତେବେ ତାଙ୍କର ଉପସ୍ଥିତ ତ ସର୍ବତ୍ର ହୋଇଗଲା ତେବେ କାହାକୁ ମନେ ପକାଇବା । ଯଦି ମନେ ପକାଇବା ଶବ୍ଦ ରହିଛି ତେବେ ନିଶ୍ଚିତ ମନେ ପକାଇବା ପାଇଁ କୌଣସି ରୂପ ମଧ୍ୟ ଥିବ । ମନେ ପକାଇବାର ଅର୍ଥ ଜଣେ ଅନ୍ୟ ଜଣଙ୍କୁ ମନେ ପକାଇଥାଏ ତେବେ ଯିଏ ମନେ ପକାଏ ଓ ଯାହାକୁ ମନେ ପକାଏ ପରସ୍ପର ଭିନ୍ନ ଅର୍ଥାତ୍ ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି । ଯଦି କେହି କୁହନ୍ତି ଯେ ମୁଁ ଈଶ୍ୱରଙ୍କର ଅଂଶ ତେବେ କଣ ପରମାତ୍ମା ଭାଗ ଭାଗ ହୋଇଥାଆନ୍ତି । ତେବେ ତ ପରମାତ୍ମା ବିନାଶୀ ହୋଇଗଲେ । ତେବେ ତାଙ୍କର ସ୍ମୃତି ମଧ୍ୟ ବିନାଶୀ ହୋଇଗଲା । ଲୋକମାନେ ଏକଥାକୁ ଜାଣି ନ ଥାଆନ୍ତି । ବାସ୍ତବରେ ପରମାତ୍ମା ଅବିନାଶୀ ଏବଂ ଅବିନାଶୀ ପରମାତ୍ମାଙ୍କର ସନ୍ତାନ ଆତ୍ମା ମଧ୍ୟ ଅବିନାଶୀ, ତେଣୁ ଅଂଶ ନୁହଁନ୍ତି ବଂଶ । ବର୍ତ୍ତମାନ ସମୟରେ ପରମାତ୍ମା ସ୍ୱୟଂ ଆମ ପିଲାମାନଙ୍କୁ ଜ୍ଞାନ ଦେଉଛନ୍ତି । ପରମାତ୍ମାଙ୍କର ଆମ ପିଲାମାନଙ୍କ ପ୍ରତି ମହାବାକ୍ୟ - ହେ ସନ୍ତାନଗଣ ମୁଁ ଯିଏ ଓ ପେଯରି ମୋତେ ସେହି ରୂପରେ ମନେ ପକାଇବା ଦ୍ୱାରା ତୁମେ ମୋତେ ଅବଶ୍ୟ ପ୍ରାପ୍ତ କରିବ । ଯଦି ମୁଁ ସୁଖ ଦୁଃଖରୁ ଉର୍ଦ୍ଧ୍ୱରେ ରହି ସର୍ବବ୍ୟାପୀ ହୋଇଥାନ୍ତି ତେବେ ଏହି ଖେଳରେ ସୁଖ ଦୁଃଖ ହିଁ ରହିନଥାନ୍ତା । ମୁଁ ସର୍ବବ୍ୟାପୀ ନୁହେଁ, ମୁଁ ମଧ୍ୟ ଆତ୍ମା ସଦୃଶ ଆତ୍ମା । କିନ୍ତୁ ସର୍ବ ଆତ୍ମାଙ୍କ ମଧ୍ୟରେ ମୋର ଗୁଣ ପରମ ତେଣୁ ମୋତେ ପରମଆତ୍ମା ଅର୍ଥାତ୍ ପରମାତ୍ମା କହୁଛନ୍ତି । ଆଚ୍ଛା - ଓମ୍ ଶାନ୍ତି ।