06.11.23          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ଦେହୀ-ଅଭିମାନୀ ହେବା ଦ୍ୱାରା ହଁ ତୁମେ ନିରାପଦ ରହିବ, ତୁମେ ଶ୍ରୀମତ ଆଧାରରେ ଆତ୍ମିକ ସେବାରେ ଲାଗିଯାଅ, ତେବେ ଦେହ-ଅଭିମାନ ରୂପୀ ଶତ୍ରୁ ଆକ୍ରମଣ କରିବ ନାହିଁ ।”

ପ୍ରଶ୍ନ:-
ବିକର୍ମର ବୋଝ ମୁଣ୍ଡ ଉପରେ ଥିଲେ, ତା’ର ଲକ୍ଷଣ କ’ଣ ହୋଇଥିବ? ଏହାକୁ ହାଲୁକା କରିବାର ବିଧି ଶୁଣାଅ?

ଉତ୍ତର:-
ଯେପର୍ଯ୍ୟନ୍ତ ବିକର୍ମର ବୋଝ ମୁଣ୍ଡ ଉପରେ ରହିଛି ସେ ପର୍ଯ୍ୟନ୍ତ ଜ୍ଞାନର ଧାରଣା ହୋଇପାରିବ ନାହିଁ । ତୁମେ ଏଭଳି କର୍ମ କରିଛ ଯାହାଦ୍ୱାରା ତାହା ବାରମ୍ବାର ବିଘ୍ନ ପକାଉଛି, ଆଗକୁ ବଢିବାକୁ ଦେଉନାହିଁ । ଏହି ବୋଝକୁ ହାଲୁକା କରିବା ପାଇଁ ନିଦ୍ରା ଉପରେ ବିଜୟ ପ୍ରାପ୍ତ କରି ନିଦ୍ରାଜିତ୍ ହୁଅ । ରାତ୍ରିରେ ଉଜାଗର ରହି ବାବାଙ୍କୁ ମନେ ପକାଅ ତେବେ ବିକର୍ମର ବୋଝ ହାଲୁକା ହୋଇଯିବ ।

ଗୀତ:-
ମାତା ଓ ମାତା.....

ଓମ୍ ଶାନ୍ତି ।
ଏହା ହେଲା ଜଗତଅମ୍ବାଙ୍କର ମହିମା କାହିଁକି ନା ଏହା ନୂଆ ରଚନା । ଏକଦମ୍ ନୂଆ ରଚନା ତ ହୋଇ ନ ଥାଏ । ପୁରୁଣାରୁ ନୂଆ ହୋଇଥାଏ । ଆମକୁ ମୃତ୍ୟୁଲୋକରୁ ଅମରଲୋକକୁ ଯିବାକୁ ହେବ । ଏହା ଯେପରି ବଞ୍ଚିବା ଏବଂ ମରିବାର ପ୍ରଶ୍ନ ଅଟେ । ଏଠାରେ ତ ମୃତ୍ୟୁଲୋକରେ ମରିବାର ଅଛି କିମ୍ବା ବଞ୍ଚି ଥାଉ ଥାଉ ମରି ଅମରଲୋକକୁ ଯିବାର ଅଛି । ଜଗତର ମାଆ ଅର୍ଥାତ୍ ଜଗତର ରଚୟିତା । ଏହା ନିଶ୍ଚିତ ଯେ, ବାବା ସ୍ୱର୍ଗର ରଚୟିତା ଅଟନ୍ତି, ଏହି ରଚନା ବାବା ବ୍ରହ୍ମାଙ୍କ ଦ୍ୱାରା ହିଁ କରୁଛନ୍ତି । ବାବା କହୁଛନ୍ତି, ମୁଁ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ରାଜଧାନୀ ସ୍ଥାପନ କରୁଛି । ତେଣୁ ତାଙ୍କୁ ଏହି ସଂଗମଯୁଗରେ ହିଁ ଆସିବାକୁ ହେବ । ଏକଥା ମଧ୍ୟ କହୁଛନ୍ତି ଯେ, ମୁଁ କଳ୍ପର, ପ୍ରତ୍ୟେକ ସଂଗମଯୁଗରେ ଆସୁଛି । ଏକଥା ସ୍ପଷ୍ଟ ଭାବରେ ବୁଝାଇବାକୁ ହେବ । କେବଳ ମନୁଷ୍ୟମାନେ ଭୁଲ୍‌ରେ ଏହି ନାମକୁ ପରିବର୍ତ୍ତନ କରିଦେଇଛନ୍ତି । ସେମାନେ ସର୍ବବ୍ୟାପୀର ଯେଉଁ ଜ୍ଞାନ ଶୁଣାଉଛନ୍ତି, ତାଙ୍କୁ ପଚାରିବାକୁ ହେବ ଯେ, ଏକଥା କିଏ କହିଥିଲେ, କେବେ କହିଥିଲେ ଏବଂ କେଉଁଠାରେ ଲେଖା ହୋଇଛି? ଆଚ୍ଛା, ଗୀତାର ଭଗବାନ କିଏ, ଯିଏକି ଏପରି କହୁଛନ୍ତି? ଶ୍ରୀକୃଷ୍ଣ ତ ଦେହଧାରୀ ଅଟନ୍ତି, ସିଏ ତ ସର୍ବବ୍ୟାପୀ ହୋଇପାରିବେ ନାହିଁ । ଯଦି ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ପରିବର୍ତ୍ତନ ହୋଇଯିବ ତେବେ ବାବାଙ୍କୁ ଅର୍ଥାତ୍ ନିରାକାର ପରମାତ୍ମାଙ୍କୁ ହିଁ ଗୀତାର ଭଗବାନ ବୋଲି ମାନିଯିବେ । ବାବାଙ୍କୁ ତ ସମ୍ପତ୍ତି ଦେବାକୁ ହେବ । ବାବା କହୁଛନ୍ତି, ମୁଁ ତୁମକୁ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀର ବର୍ସା ଦେବା ପାଇଁ ରାଜଯୋଗ ଶିଖାଉଛି । ନଚେତ୍ ୨୧ ଜନ୍ମର ବର୍ସା ସେମାନଙ୍କୁ କିଏ ଦେଲା? ଲେଖା ମଧ୍ୟ ଯାଇଛି ଯେ, ବ୍ରହ୍ମାଙ୍କ ମୁଖ ଦ୍ୱାରା ବ୍ରାହ୍ମଣ ରଚନା କରିଲେ । ପୁଣି ବ୍ରାହ୍ମଣମାନଙ୍କୁ ବସି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛି । ତେଣୁ ଯିଏ ଏହି ଜ୍ଞାନ ଦେବେ ସିଏ ନିଶ୍ଚିତ ଭାବରେ ବୁଝାଇବା ପାଇଁ ଚିତ୍ର ମଧ୍ୟ ତିଆରି କରାଇବେ । ବାସ୍ତବରେ ଏଥିରେ କୌଣସି ଲେଖା-ପଢା କରିବାର କଥା ନାହିଁ । କିନ୍ତୁ ଏହି କଥାକୁ ସହଜ କରି ବୁଝାଇବା ପାଇଁ ଚିତ୍ର ସବୁ ତିଆରି କରାଯାଇଛି । ଏହି ଚିତ୍ର ଦ୍ୱାରା ବହୁତ କାମ ହୋଇପାରିବ । ତେବେ ଜଗତଅମ୍ବାଙ୍କର ମଧ୍ୟ ମହିମା ରହିଛି । ଶିବଶକ୍ତି ବୋଲି କୁହାଯାଉଛି । ଶକ୍ତି କାହାଠାରୁ ମିଳୁଛି? ବିଶ୍ୱର ସର୍ବଶକ୍ତିମାନ ବାବାଙ୍କଠାରୁ । “ସାରା ବଶ୍ୱର ସର୍ବଶକ୍ତିମାନ ଅଧିକାରୀ” ଏହି ଶବ୍ଦ ମଧ୍ୟ ମହିମା କରିବା ସମୟରେ ଲେଖିବାକୁ ପଡିବ । ଅଧିକାରୀ ଅର୍ଥାତ୍ ଯାହା କିଛି ବି ଶାସ୍ତ୍ର ଆଦିରେ ଅଛି ସିଏ ସବୁ ଜାଣିଛନ୍ତି । ଅଧିକାରୀ ରହିଥା’ନ୍ତି ବୁଝାଇବା ପାଇଁ । ବ୍ରହ୍ମାଙ୍କ ହାତରେ ଶାସ୍ତ୍ର ଥିବାର ମଧ୍ୟ ଦେଖାଉଛନ୍ତି ଏବଂ କହୁଛନ୍ତି ବ୍ରହ୍ମା ମୁଖ କମଳ ଦ୍ୱାରା ସମସ୍ତ ବେଦ-ଶାସ୍ତ୍ରର ରହସ୍ୟକୁ ବୁଝାଉଛନ୍ତି । ତେବେ ଏହା ଅଧିକାର ହେଲା ନା । ବାବା ତୁମମାନଙ୍କୁ ସମସ୍ତ ବେଦ-ଶାସ୍ତ୍ରର ରହସ୍ୟକୁ ବୁଝାଉଛନ୍ତି, ଦୁନିଆ ଏକଥା ଜାଣି ନାହିଁ ଯେ ଧର୍ମଶାସ୍ତ୍ର କାହାକୁ କୁହାଯାଏ । ୪ଟି ଧର୍ମ ରହିଛି ବୋଲି ମଧ୍ୟ କୁହାଯାଉଛି । ସେଥିରୁ ମଧ୍ୟ ଗୋଟିଏ ଧର୍ମ ମୁଖ୍ୟ ଅଟେ । ଏହା ହିଁ ମୂଳଦୁଆ ଅଟେ । ସେଥିପାଇଁ ବରଗଛର ଉଦାହରଣ ମଧ୍ୟ ଦିଅଯାଉଛି । ଏହାର ମୂଳ ବର୍ତ୍ତମାନ ନଷ୍ଟ ହୋଇଗଲାଣି । ବାକି ଏହାର ଶାଖା-ପ୍ରଶାଖାମାନ ରହିଛି, ଏହା ହିଁ ତ ଉଦାହରଣ ଅଟେ । ଦୁନିଆରେ ତ ବହୁତ ବୃକ୍ଷ ଅଛି । ସତ୍ୟଯୁଗରେ ମଧ୍ୟ ବୃକ୍ଷ ରହିବ ନା । କିନ୍ତୁ ଜଙ୍ଗଲ ନୁହେଁ ସେଠାରେ ବଗିଚା ରହିବ । ଆବଶ୍ୟକୀୟ ଜିନିଷ ପାଇଁ ଜଙ୍ଗଲ ମଧ୍ୟ ରହିବ । କାଠ ଆଦି ତ ଦରକାର ହେବ ନା । ଜଙ୍ଗଲରେ ମଧ୍ୟ ପଶୁପକ୍ଷୀ ବହୁତ ରହିଥା’ନ୍ତି । କିନ୍ତୁ ସେଠାରେ ସବୁ ଜିନିଷ ଫଳଦାୟକ ହେବ । ପଶୁପକ୍ଷୀ ମଧ୍ୟ ଶୋଭାବର୍ଦ୍ଧନ କରିଥା’ନ୍ତି, କିନ୍ତୁ ଅପରିଷ୍କାର କରିବେ ନାହିଁ । ଏହି ପଶୁ-ପକ୍ଷୀମାନେ ମଧ୍ୟ ସୃଷ୍ଟିର ସୌନ୍ଦର୍ଯ୍ୟ ଅଟନ୍ତି ନା । ସେଠାରେ ସୃଷ୍ଟି ସତ୍ତ୍ୱପ୍ରଧାନ ହେବ ତେଣୁ ସବୁ ଜିନିଷ ସତ୍ତ୍ୱପ୍ରଧାନ ହେବ । ତେବେ ସ୍ୱର୍ଗ ଆଉ କ’ଣ! ପ୍ରଥମ ଏବଂ ମୁଖ୍ୟ କଥା ହେଲା - ବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ । ଚିତ୍ର ତିଆରି ହୋଇ ଚାଲିଛି, ଏଥିରେ ମଧ୍ୟ ଲେଖିବାକୁ ହେବ ଯେ - ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ବିଷ୍ଣୁଙ୍କ ଦ୍ୱାରା ପାଳନା.... ଏହି କଥାକୁ ମନୁଷ୍ୟମାନେ ବୁଝିପାରୁ ନାହାଁନ୍ତି ସେଥିପାଇଁ ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ପାଳନା କର୍ତ୍ତା । ଏକଥା ତ ବୁଝିପାରୁଛ ନା । ଏକଥା କୋଟିକରେ କେହି ଜଣେ ଜଣେ ହିଁ ବୁଝିପାରିବେ । ପୁଣି ଏକଥା ମଧ୍ୟ ଲେଖାଯାଇଛି ଆଶ୍ଚର୍ଯ୍ୟର ସହିତ ଶୁଣୁଛନ୍ତି, କହୁଛନ୍ତି... ପୁରୁଷାର୍ଥର କ୍ରମାନୁସାରେ ନିଜର ପଦ ପ୍ରାପ୍ତ କରିଥା’ନ୍ତି । କେଉଁଠି କେଉଁଠି ଏହି କଥା ମଧ୍ୟ ଲେଖାଯାଇଛି । ଭଗବାନୁବାଚ ଅକ୍ଷର ମଧ୍ୟ ସଠିକ୍ ଅଟେ । ଭଗବାନଙ୍କର ଜୀବନ କାହାଣୀ ଯଦି ବିଗିଡି ଯିବ ତେବେ ସବୁ ଶାସ୍ତ୍ର ଖଣ୍ଡନ ହୋଇଯିବ । ଦେଖାଯାଇଛି ଯେ, ବାବା ଦିନକୁ ଦିନ ଭଲ-ଭଲ ପଏଣ୍ଟସ୍ ଶୁଣାଉଛନ୍ତି । ପ୍ରଥମେ-ପ୍ରଥମେ ନିଶ୍ଚୟ କରାଇବାକୁ ହେବ ଯେ, ଭଗବାନ ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ତେବେ ଚୈତନ୍ୟ ବୀଜରେ କେଉଁ ଜ୍ଞାନ ଥାଏ? ନିଶ୍ଚିତ ଭାବରେ ଚୈତନ୍ୟ ବୃକ୍ଷର ଜ୍ଞାନ ହିଁ ରହିଥିବ । ତେଣୁ ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ଜ୍ଞାନ ବୁଝାଉଛନ୍ତି । ବ୍ରହ୍ମାକୁମାର-କୁମାରୀ ନାମ ବହୁତ ସୁନ୍ଦର ଅଟେ । ପ୍ରଜାପିତା ବ୍ରହ୍ମାଙ୍କର କୁମାର-କୁମାରୀ ତ ଢେର ଅଛନ୍ତି । ଏଥିରେ ଅନ୍ଧଶ୍ରଦ୍ଧାର କୌଣସି କଥା ହିଁ ନାହିଁ । ଏହା ତ ରଚନା ଅଟେ ନା । ବାବା-ମମ୍ମା ଅଥବା ମାତା-ପିତା ତ ସମସ୍ତେ କହୁଛନ୍ତି । ଜଗତଅମ୍ବା ସରସ୍ୱତୀ ବ୍ରହ୍ମାଙ୍କର କନ୍ୟା ଅଟନ୍ତି । ଏମାନେ ବାସ୍ତବିକ ବ୍ରହ୍ମାକୁମାର-କୁମାରୀ ଅଟନ୍ତି । କଳ୍ପ ପୂର୍ବରୁ ମଧ୍ୟ ବାବା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରିଥିଲେ । ଏବେ ମଧ୍ୟ ନିଶ୍ଚିତ ଭାବରେ ଏହି ବ୍ରହ୍ମାଙ୍କ ଦ୍ୱାରା ହିଁ ରଚନା ହେବ । ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବାବା ହିଁ ବୁଝାଉଛନ୍ତି, ସେଥିପାଇଁ ତାଙ୍କୁ ଜ୍ଞାନର ସାଗର ବୋଲି କୁହାଯାଉଛି । ବୀଜରେ ନିଶ୍ଚିତ ସୃ୍‌ଷ୍ଟିଚକ୍ରର ଜ୍ଞାନ ହିଁ ରହିଥିବ । ତେବେ ତାଙ୍କର ରଚନା ଚୈତନ୍ୟ ମନୁଷ୍ୟ ସୃଷ୍ଟି ହିଁ ଅଟେ । ବାବା ରାଜଯୋଗ ମଧ୍ୟ ଶିଖାଉଛନ୍ତି । ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କୁ ଶିଖାଉଛନ୍ତି ଯେଉଁ ବ୍ରାହ୍ମଣମାନେ ପୁଣି ଦେବତା ହେଉଛନ୍ତି । ଶୁଣିବା ସମୟରେ ତ ସମସ୍ତଙ୍କୁ ବହୁତ ମଜା ଲାଗୁଛି, କିନ୍ତୁ ଦେହ-ଅଭିମାନ ଥିବା କାରଣରୁ ଧାରଣା ହେଉନାହିଁ । ଏଠାରୁ ବାହାରକୁ ଗଲା ମାତ୍ରେ ସବୁକିଛି ଭୁଲି ହୋଇଯାଉଛି । ଅନେକ ପ୍ରକାରର ଦେହ-ଅଭିମାନ ରହିଛି, କିନ୍ତୁ ଏଥିରେ ବହୁତ ପରିଶ୍ରମ କରିବାକୁ ହେବ ।

ବାବା କହୁଛନ୍ତି ତୁମେ ନିଦ୍ରାଜିତ ହୁଅ । ଦେହ-ଅଭିମାନ ଛାଡି, ଦେହୀ-ଅଭିମାନୀ ହୁଅ । ସେଥିପାଇଁ ରାତ୍ରିରେ ଉଜାଗର ହୋଇ ମନେ ପକାଇବାକୁ ହେବ, କାହିଁକି ନା ତୁମ ମୁଣ୍ଡ ଉପରେ ଜନ୍ମ-ଜନ୍ମାନ୍ତରର ବିକର୍ମର ବୋଝ ବହୁତ ରହିଛି । ସେଥିପାଇଁ ଧାରଣା ହେବାକୁ ଦେଉନାହିଁ । ଏଭଳି କିଛି କର୍ମ କରିଛନ୍ତି, ଯାହାଦ୍ୱାରା ଦେହୀ-ଅଭିମାନୀ ହୋଇ ପାରୁନାହାଁନ୍ତି । କିନ୍ତୁ ଚାର୍ଟ ଲେଖି ପଠାଇ ଦେଉଛନ୍ତି ଯେ, ଆମେ ୭୫ ଶତକଡା ଯୋଗ କରୁଛୁ । କିନ୍ତୁ ବାବା କହୁଛନ୍ତି, ଏହା ଅସମ୍ଭବ ଅଟେ । ଯିଏ ସବୁଠାରେ ଆଗରେ ରହିଛନ୍ତି ସିଏ ନିଜେ କହୁଛନ୍ତି ଯେ - ମୁଁ ମନେ ପକାଇବା ପାଇଁ ଯେତେ ଚେଷ୍ଠା କରୁଛି କିନ୍ତୁ ମାୟା ଭୁଲାଇ ଦେଉଛି । ତେଣୁ ସତ ଚାର୍ଟ ଲେଖିବା ଦରକାର । ବାବା କହୁଛନ୍ତି - ତେଣୁ ପିଲାମାନେ ଅନୁକରଣ କରିବା ଦରକାର । ଅନୁକରଣ କରୁନାହାନ୍ତି, ତେଣୁ ଚାର୍ଟ ମଧ୍ୟ ପଠାଉନାହାଁନ୍ତି । ବର୍ତ୍ତମାନ ପୁରୁଷାର୍ଥ କରିବା ପାଇଁ ସମୟ ମିଳୁଛି । ଏ ସବୁକୁ ଧାରଣା କରିବା କୌଣସି ମାଉସୀ ଘରର କଥା ନୁହେଁ । ଏଥିରେ ଥକିଯିବାର ନାହିଁ । ଆଉ କେହି କେହି ତ’ ବୁଝିବା ପାଇଁ ସମୟ ନେଉଛନ୍ତି, ତେବେ ଆଜି ନ ହେଲେ କାଲି ବୁଝିଯିବେ । ବାବା କହିଛନ୍ତି - ଯେଉଁମାନେ ଦେବୀ-ଦେବତା ଧର୍ମର ହୋଇଥିବେ ଏବଂ ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଥିବେ ସେମାନେ ଏଠାକୁ ଆସିଯିବେ । ଏକଦା ଆଫ୍ରିକାନମାନଙ୍କର ମଧ୍ୟ ସମ୍ମିଳନୀ ହେବ । ତେଣୁ ସେମାନେ ଭାରତକୁ ଆସିବାକୁ ଲାଗିବେ, ଆଗରୁ କେବେ ଆସୁ ନ ଥିଲେ । ଏବେ ସବୁ ଦେଶରୁ ଆସୁଛନ୍ତି । ଜର୍ମାନୀର ରାଜକୁମାର ଆଦି କେବେ ବାହାରକୁ ବାହାରୁ ନ ଥିଲେ । ନେପାଳର ରାଜା କେବେ ରେଳ ଦେଖିନଥିଲେ, ନିଜ ଦେଶରୁ ବାହାରକୁ ଯିବାର ହୁକୁମ୍ ନ ଥିଲା । ପୋପ୍ କେବେ ବାହାରକୁ ବାହାରୁ ନଥିଲେ, ଏବେ ଆସୁଛନ୍ତି । ତେବେ ଏଠାକୁ ସମସ୍ତେ ଆସିବେ, କାହିଁକି ନା ଏହି ଭାରତ ସବୁ ଧର୍ମାବଲମ୍ବୀଙ୍କର ସବୁଠାରୁ ବଡ ତୀର୍ଥ ଅଟେ, ସେଥିପାଇଁ ଏହାର ପ୍ରଚାର ବହୁତ ଜୋର୍‌ରେ ହେବ । ତୁମକୁ ସବୁ ଧର୍ମର ଧର୍ମାତ୍ମାମାନଙ୍କୁ ଏହି କଥା କହି ନିମନ୍ତ୍ରଣ ଦେବାକୁ ହେବ । ତେବେ ସେହିମାନେ ହିଁ ଏହି ଜ୍ଞାନକୁ ଧାରଣା କରିବେ ଯେଉଁମାନେ ଦେବୀ-ଦେବତା ଧର୍ମର ହୋଇଥିବେ ଏବଂ ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଥିବେ, ଏଥିରେ ବହୁତ ବୁଦ୍ଧିମାନ ହେବା ଦରକାର । ଯଦି ଏହି କଥା ବୁଝିଯିବେ ତେବେ ନିଶ୍ଚିତ ଭାବରେ ଶଙ୍ଖଧ୍ୱନି କରିବେ । ଆମେମାନେ ବ୍ରାହ୍ମଣ ଅଟୁ ନା, ତେଣୁ ଆମକୁ ଗୀତା ଶୁଣାଇବାକୁ ହିଁ ହେବ ଏବଂ ଏହା ବହୁତ ସହଜ ମଧ୍ୟ । ଏହି ଅବିନାଶୀ ବାବା ସ୍ୱର୍ଗର ରଚୟିତା ଅଟନ୍ତି । ତାଙ୍କଠାରୁ ସମ୍ପତ୍ତି ପାଇବା ଆମର ଅଧିକାର, ନିଜ ପିତାଙ୍କ ଘରକୁ ଅର୍ଥାତ୍ ମୁକ୍ତିଧାମ ଯିବା ପାଇଁ ସମସ୍ତଙ୍କର ଅଧିକାର ଅଛି । ତେଣୁ ମୁକ୍ତି-ଜୀବନମୁକ୍ତି ପାଇବାର ଅଧିକାର ସମସ୍ତଙ୍କର ରହିଛି । ଜୀବନମୁକ୍ତି ତ ସମସ୍ତଙ୍କୁ ମିଳିବ । ଜୀବନବନ୍ଧନରୁ ମୁକ୍ତ ହୋଇ ଶାନ୍ତିଧାମକୁ ଯାଇ ପୁଣି ଜୀବନମୁକ୍ତିକୁ ଆସୁଛନ୍ତି । କିନ୍ତୁ ସମସ୍ତଙ୍କୁ ତ ଜୀବନମୁକ୍ତି ମିଳି ନ ଥାଏ । ସତ୍ୟଯୁଗରେ ଦେବୀ-ଦେବତାମାନେ ଜୀବନମୁକ୍ତିରେ ଥିଲେ । ଯେଉଁମାନେ ପରେ ଆସୁଛନ୍ତି ସେମାନେ କମ୍ ସୁଖ, କମ୍ ଦୁଃଖ ପାଉଛନ୍ତି । ଏହା ହିଁ ହିସାବ-କିତାବ ଅଟେ । ଭାରତ ହିଁ ସବୁଠାରୁ ଅଧିକ କାଙ୍ଗାଳ ହୋଇଯାଇଛି, ଯିଏକି ସବୁଠାରୁ ଉଚ୍ଚ ଥିଲା । ବାବା ମଧ୍ୟ କହୁଛନ୍ତି - ଏହି ଦେବୀ-ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ, ଏଠାରେ ସମସ୍ତେ ନିଜ-ନିଜର ସମୟ ଅନୁସାରେ ଆସି ଅଭିନୟ କରୁଛନ୍ତି । ତେବେ ସ୍ୱର୍ଗର ଈଶ୍ୱର ପିତା ହିଁ ସ୍ୱର୍ଗ ସ୍ଥାପନ କରୁଛନ୍ତି ଯାହା ଆଉ କେହି କରିପାରିବେ ନାହିଁ । କହୁଥିଲେ ଯେ ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା, ନୂଆ ଦୁନିଆ ଥିଲା । ଖ୍ରୀଷ୍ଟ କ’ଣ କେବେ ସେଠାରେ ଆସିପାରିବେ କି! ସିଏ ତ’ ନିଜ ସମୟରେ ହିଁ ଆସୁଛନ୍ତି । ତାଙ୍କୁ ପୁଣି ନିଜ ଅଭିନୟର ପୁନରାବୃତ୍ତି କରିବାକୁ ହେବ । ଏହି ସବୁ କଥା ବୁଦ୍ଧିରେ ରହିଲେ ତୁମେ ଶ୍ରୀମତରେ ଚାଲିପାରିବ । କିନ୍ତୁ ସମସ୍ତଙ୍କ ବୁଦ୍ଧି ଏକାଭଳି ନୁହେଁ । ଶ୍ରୀମତରେ ଚାଲିବା ପାଇଁ ସାହାସ ଦରକାର । ଶିବବାବା ଆପଣ ଯାହା ଖୁଆଇବେ, ଯାହା ପିନ୍ଧିବାକୁ ଦେବେ... ବ୍ରହ୍ମା ଏବଂ ଜଗଦମ୍ବାଙ୍କ ଦ୍ୱାରା । ବାବା ଏହି ବ୍ରହ୍ମାଙ୍କ ଦ୍ୱାରା ହିଁ ତ ସବୁ କିଛି କରିବେ ନା । ସେଥିପାଇଁ ଉଭୟ ଏକତ୍ର ରହିଛନ୍ତି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ହିଁ କର୍ତ୍ତବ୍ୟ କରିବେ ନା । ଏଠାରେ ଦୁଇଟି ଶରୀର ତ ଏକତ୍ର ନାହିଁ । କେତେକ ଯୁଗ୍ମ ଶରୀରଧାରୀଙ୍କୁ ମଧ୍ୟ ବାବା ଦେଖିଛନ୍ତି । କିନ୍ତୁ ଆତ୍ମା ତ ଉଭୟଙ୍କର ଅଲଗା-ଅଲଗା ହୋଇଗଲା । ବ୍ରହ୍ମାଙ୍କ ଶରୀରରେ ବାବା ପ୍ରବେଶ କରୁଛନ୍ତି, ସିଏ ଜ୍ଞାନର ସାଗର ଅଟନ୍ତି । ତେବେ ଏହି ଜ୍ଞାନ କାହା ଦ୍ୱାରା ଦେବେ? ଶ୍ରୀକୃଷ୍ଣଙ୍କର ଚିତ୍ର ତ ଅଲଗା । ଏଠାରେ ତ ବ୍ରହ୍ମାଙ୍କର ଆବଶ୍ୟକତା ରହିଛି । ବାସ୍ତବରେ କେତେ ବ୍ରହ୍ମାକୁମାର-କୁମାରୀ ଅଛନ୍ତି, ଏହା କୌଣସି ଅନ୍ଧଶ୍ରଦ୍ଧା ନୁହେଁ । ପୋଷ୍ୟ ସନ୍ତାନମାନଙ୍କୁ ଭଗବାନ ପାଠ ପଢାଉଛନ୍ତି । କଳ୍ପ ପୂର୍ବରୁ ଯେଉଁମାନେ ପୋଷ୍ୟ ହୋଇଥିଲେ ସେହିମାନେ ହିଁ ହେଉଛନ୍ତି । ବାହାରେ ଅଫିସରେ ତ କେହି ନିଜକୁ ବି.କେ. ବୋଲି କହିବେ ନାହିଁ । ତେଣୁ ଏମାନେ ଗୁପ୍ତ ହୋଇଗଲେ । ବାସ୍ତବରେ ସମସ୍ତେ ତ ଶିବବାବାଙ୍କର ସନ୍ତାନ । ବାକି ନୂଆ ସୃଷ୍ଟିର ରଚନା କରିବାକୁ ପଡୁଛି । ବାବା ପୁରୁଣାରୁ ନୂଆ କରୁଛନ୍ତି । ଆତ୍ମାରେ ଖାଦ ମିଶିବା ଦ୍ୱାରା ଆତ୍ମା ପୁରୁଣା ହୋଇଯାଉଛି । ସୁନାରେ ଖାଦ ମିଶିଲେ ତାହା ନକଲି ହୋଇଯାଇଥାଏ । ଆତ୍ମା ଅପବିତ୍ର ହେଲେ ଶରୀର ମଧ୍ୟ ଅପବିତ୍ର ହୋଇଯାଏ । ପୁଣି ଏହା ପବିତ୍ର କିପରି ହେବ? ସୁନାକୁ ପବିତ୍ର କରିବା ପାଇଁ ନିଆଁରେ ପକାଯାଇଥାଏ । ତେଣୁ କେତେ ବଡ ବିନାଶ ହେଉଛି । ଏହି ପର୍ବ ଆଦି ସବୁ ଭାରତରେ ହିଁ ହେଉଛି । କିନ୍ତୁ ଏହା କାହାର ଏବଂ କେବେଠାରୁ ହୋଇ ଆସୁଛି, ଏକଥା କେହି ବି ଜାଣିନାହାଁନ୍ତି । ଏହି ଜ୍ଞାନକୁ ବହୁତ କମ୍ ଲୋକ ଧାରଣ କରିପାରିବେ । ଯଦି ପରେ ରାଜତ୍ୱ ମିଳିବ, ତେବେ ତା’ ଦ୍ୱାରା କ’ଣ ହେବ? ବହୁତ କମ୍ ସୁଖ ମିଳିବ ନା । ଦୁଃଖ ତ’ ଧୀରେ ଧୀରେ ଆରମ୍ଭ ହୋଇଥାଏ ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କରିବାକୁ ହେବ । କେତେକ ନୂଆ ସନ୍ତାନମାନେ ମଧ୍ୟ ବହୁତ ଆଗକୁ ଚାଲିଯାଉଛନ୍ତି, ପୁରୁଣାମାନେ ଏତେ ଧ୍ୟାନ ଦେଉନାହାଁନ୍ତି । ଦେହ-ଅଭିମାନ ବହୁତ ରହିଛି, ତେବେ ଯିଏ ସେବା କରିବେ ସିଏ ହିଁ ବାବାଙ୍କର ହୃଦୟରେ ରହିବେ । କୁହାଯାଏ ନା ଭିତରେ ଗୋଟିଏ ପ୍ରକାର ତ’ ବାହାରେ ଆଉ ଗୋଟିଏ ପ୍ରକାରର ହୋଇଥା’ନ୍ତି । ବାବା ଭଲ ଭଲ ପିଲାମାନଙ୍କୁ ହିଁ ଅନ୍ତରର ସହିତ ସ୍ନେହ କରିଥାଆନ୍ତି । ଆଉ କେହି ବାହାରେ ଭଲ, ଭିତରେ ଖରାପ ମଧ୍ୟ ହୋଇଥା’ନ୍ତି । କେହି ପୁଣି ସେବା ମଧ୍ୟ କରି ନ ଥା’ନ୍ତି, ଅନ୍ଧମାନଙ୍କର ସାହାରା ହୋଇ ନ ଥା’ନ୍ତି । କିନ୍ତୁ ବର୍ତ୍ତମାନ ତ ତୁମ ପାଇଁ ବଞ୍ଚିବା-ମରିବାର ପ୍ରଶ୍ନ ଅର୍ଥାତ୍ ଜୀବନକୁ ବାଜି ଲଗାଇବାକୁ ହେବ । ତୁମକୁ ଅମରପୁରୀରେ ଉଚ୍ଚପଦ ପାଇବାକୁ ହେବ । ଜଣାପଡିଯାଉଛି ଯେ, କିଏ-କିଏ କଳ୍ପ ପୂର୍ବରୁ ପୁରୁଷାର୍ଥ କରି ଉଚ୍ଚପଦ ପାଇଥିଲେ, ସବୁକିଛି ଏହିଠାରେ ହିଁ ଜଣାପଡିଯାଉଛି । ତୁମେ ଯେତେ-ଯେତେ ଦେହୀ-ଅଭିମାନୀ ହେବ ସେତେ ନିରାପଦରେ ରହିବ । ଦେହ-ଅଭିମାନ ହିଁ ତୁମକୁ ହରାଇ ଦେଉଛି । ବାବା ତ କହୁଛନ୍ତି - ତୁମେ ଯେତେ ଶ୍ରୀମତ ଆଧାରରେ ଆତ୍ମିକ ସେବା କରିବ ସେତେ ଭଲ । ସମସ୍ତଙ୍କୁ ବାବା ବୁଝାଉଛନ୍ତି । ତେବେ ଚିତ୍ର ଉପରେ ବୁଝାଇବା ବହୁତ ସହଜ । ବ୍ରହ୍ମାକୁମାର କୁମାରୀ ତ ସମସ୍ତେ, ତେବେ ଶିବବାବା ହେଉଛନ୍ତି ସବୁଠାରୁ ବଡ ବାବା । ପୁଣି ଇଏ ନୂଆ ସୃଷ୍ଟି ମଧ୍ୟ ରଚନା କରୁଛନ୍ତି । ଗାୟନ ମଧ୍ୟ କରୁଛନ୍ତି ମନୁଷ୍ୟରୁ ଦେବତା.... ଶିଖ୍‌ଧର୍ମବାଲା ମଧ୍ୟ ଭଗବାନଙ୍କର ମହିମା କରୁଛନ୍ତି, ଗୁରୁନାନକଙ୍କର ଶବ୍ଦ ମଧ୍ୟ ବହୁତ ସୁନ୍ଦର ଅଟେ । ସାହେବଙ୍କୁ ଜପ କଲେ ସୁଖ ମିଳିବ । ଏହା ହେଉଛି ସାରାଂଶ, ସତ୍ୟ ସାହେବଙ୍କୁ ମନେପକାଇଲେ ସୁଖ ପାଇବ ଅର୍ଥାତ୍ ସମ୍ପତ୍ତି ମିଳିବ । ଏକ ଓଁକାରଙ୍କୁ ମଧ୍ୟ ମାନୁଛନ୍ତି... ଆତ୍ମାକୁ କୌଣସି କାଳ ଖାଇପାରିବ ନାହିଁ । ଆତ୍ମା କେବଳ ଅପବିତ୍ର ହୋଇଥାଏ । ବାକି ବିନାଶ ହୋଇ ନ ଥାଏ ସେଥିପାଇଁ ଅକାଳମୂରତ ବୋଲି କହୁଛନ୍ତି । ବାବା ବୁଝାଉଛନ୍ତି ମୁଁ ଅକାଳ ମୂରତ ଅଟେ ତେବେ ଆତ୍ମାମାନେ ମଧ୍ୟ ଅବିନାଶୀ ଅଟନ୍ତି । ବାକି ହଁ ଆତ୍ମାମାନେ ପୁନର୍ଜନ୍ମ ନେଇଥା’ନ୍ତି । କିନ୍ତୁ ମୁଁ ଏକରସ ଅଟେ ପୁନର୍ଜନ୍ମ ନେଇ ନ ଥାଏ । ବାବା ସ୍ପଷ୍ଟ ରୂପେ କହୁଛନ୍ତି - ମୁଁ ଜ୍ଞାନର ସାଗର, ରୂପ-ବସନ୍ତ ମଧ୍ୟ ଅଟେ । ତେଣୁ ଏହି ସବୁ କଥାକୁ ଭଲ ଭାବରେ ବୁଝି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ତୁମକୁ ଅନ୍ଧମାନଙ୍କର ସାହାରା ହେବାକୁ ପଡିବ । ସମସ୍ତଙ୍କୁ ଜୀବଦାନ ଦେବାକୁ ହେବ । ତାହା ହେଲେ କେବେ ବି ଅକାଳମୃତ୍ୟୁ ହେବ ନାହିଁ । ଏବେ ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଶ୍ରୀମତ ଆଧାରରେ ଆତ୍ମିକ ସେବା କରିବାକୁ ହେବ । ଅନ୍ଧମାନଙ୍କର ସାହାରା ହେବାକୁ ପଡିବ । ଜ୍ଞାନ ଶୁଣାଇବାର ଶଙ୍ଖଧ୍ୱନି ନିଶ୍ଚିତ ଭାବରେ କରିବାକୁ ହେବ ।

(୨) ଦେହୀ-ଅଭିମାନୀ ହେବା ପାଇଁ ଯୋଗର ଚାର୍ଟ ରଖିବାକୁ ହେବ । ରାତ୍ରିରେ ଉଜାଗର ରହି ବିଶେଷ ଭାବରେ ଯୋଗ କରିବାକୁ ହେବ । ଯୋଗରେ କେବେ ଥକିଯିବାର ନାହିଁ ।

ବରଦାନ:-
ସର୍ବଦା ନିଜର ଶ୍ରେଷ୍ଠ ସ୍ୱମାନରେ ସ୍ଥିତ ରହି ଦୁଃଖ-ଅଶାନ୍ତିକୁ ସମାପ୍ତ କରୁଥିବା ମାଷ୍ଟର ସର୍ବଶକ୍ତିମାନ ହୁଅ ।

ସର୍ବଦା ଏହି ବରଦାନ ସ୍ମୃତିରେ ରହୁ ଯେ ମୁଁ ନିଜର ଶ୍ରେଷ୍ଠ ସ୍ୱମାନରେ ରହି ଅନ୍ୟମାନଙ୍କର ଦୁଃଖ-ଅଶାନ୍ତିକୁ ସମାପ୍ତ କରୁଥିବା ମାଷ୍ଟର ସର୍ବଶକ୍ତିମାନ ଆତ୍ମା ଅଟେ । ଦୁର୍ବଳ ଆତ୍ମା ନୁହେଁ । ଶ୍ରେଷ୍ଠ ସ୍ୱମାନ ରୂପୀ ସିଂହାସନର ଅଧିକାରୀ ଅଟେ । ଯେଉଁମାନେ ସର୍ବଦା ଅକାଳ ସିଂହାସନର ଅଧିକାରୀ, ତଥା ବାବାଙ୍କର ହୃଦୟ ସିହାସନର ଅଧିକାରୀର ଶ୍ରେଷ୍ଠ ସ୍ୱମାନରେ ରହୁଥିବେ ସେମାନେ ସ୍ୱପ୍ନରେ ମଧ୍ୟ କେବେ ବି ଦୁଃଖୀ ହୋଇପାରିବେ ନାହିଁ । ଯିଏ ଯେତେ ବି ତାଙ୍କୁ ଦୁଃଖୀ କରିବାକୁ ଚେଷ୍ଟା କରୁ କିନ୍ତୁ ସେମାନେ ସର୍ବଦା ନିଜର ଶ୍ରେଷ୍ଠ ସ୍ୱମାନରେ ହିଁ ସ୍ଥିତ ହୋଇ ରହିଥାଆନ୍ତି ।

ସ୍ଲୋଗାନ:-
ଯଦି ସର୍ବଦା ନିଜର ସ୍ୱମାନରେ ସ୍ଥିତ ହୋଇ ରହିବ ତେବେ ସମସ୍ତଙ୍କଠାରୁ ସମ୍ମାନ ପ୍ରାପ୍ତ ହେବାକୁ ଲାଗିବ ।