06.12.18          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯଦି ନିଜର ଶ୍ରେଷ୍ଠ ଭାଗ୍ୟ ଜମା କରିବାର ଅଛି ତେବେ ଈଶ୍ୱରୀୟ ସେବାରେ ଲାଗିଯାଅ, ମାତା-କନ୍ୟାମାନଙ୍କର ବାବାଙ୍କ ଉପରେ ସ୍ୱାହା ହେବା ପାଇଁ ତୀବ୍ର ଇଚ୍ଛା ଉତ୍ପନ୍ନ ହେବା ଦରକାର, ଶିବଶକ୍ତି ମାନେ ହିଁ ବାବାଙ୍କର ନାମକୁ ବିଖ୍ୟାତ କରିପାରିବେ ।

ପ୍ରଶ୍ନ:-
ସବୁ କନ୍ୟାମାନଙ୍କୁ ବାବା କେଉଁ ଶୁଭ ପରାମର୍ଶ ଦେଉଛନ୍ତି ?

ଉତ୍ତର:-
ହେ କନ୍ୟାମାନେ ତୁମେ ଏବେ କମାଲ୍ କରି ଦେଖାଅ । ତୁମମାନଙ୍କୁ ମମ୍ମାଙ୍କ ଭଳି ହେବାକୁ ପଡିବ । ଏବେ ତୁମେ ପତିତ ଦୁନିଆର ଲୋକ-ଲାଜକୁ ତ୍ୟାଗ କର, ନଷ୍ଟୋମୋହା ହୁଅ । ଯଦି ଅଧରକନ୍ୟା ହେଲ ତେବେ ଦାଗ ଲାଗିଯିବ । ତୁମକୁ ରଙ୍ଗ-ବେରଙ୍ଗୀ ମାୟାଠାରୁ ଦୂରେଇ ରହିବାକୁ ହେବ । ଯଦି ତୁମେ ଈଶ୍ୱରୀୟ ସେବା କରିବ ତେବେ ହଜାର ହଜାର ଭକ୍ତ ତୁମ ଚରଣରେ ମୁଣ୍ଡ ନୁଆଁଇବେ ।

ଓମ୍ ଶାନ୍ତି । ତୁମେମାନେ ଈଶ୍ୱରୀୟ ସେବାରେ ଉଛୁଳୁଥିବା ଶିବଶକ୍ତି ଅଟ । ତୁମକୁ ବାବାଙ୍କ ଉପରେ ସ୍ୱାହା ହେବାର ତୀବ୍ର ଇଚ୍ଛା ରହିବା ଦରକାର । ଏହାକୁ ହିଁ କୁହାଯାଏ ଈଶ୍ୱରୀୟ ନିଶା । ବାବାଙ୍କୁ ପ୍ରଥମେ ସମ୍ମୁଖକୁ ଦେଖିବାକୁ ପଡିଥାଏ ଯେ କିଏ କିଏ ବସିଛନ୍ତି । ବାସ୍ତବରେ କ୍ଲାସରେ ବସିବାର ବ୍ୟବସ୍ଥା ଏଭଳି ହେବା ଉଚିତ୍ ଯାହାକି ଶିକ୍ଷକଙ୍କର ଦୃଷ୍ଟି ସମସ୍ତଙ୍କ ଉପରେ ପଡି ପାରୁଥିବ । ତେବେ ଏହା ଯେପରି ସତସଙ୍ଗ ଭଳି ହୋଇଯାଉଛି । କିନ୍ତୁ କଣ କରାଯିବ ଡ୍ରାମାର ନିଧାର୍ଯ୍ୟ ହିଁ ଏହିପରି ଅଛି । ପୁରୁଷାର୍ଥର କ୍ରମ ଅନୁସାରେ କ୍ଲାସରେ ବସାଯାଇ ପାରିବ ନାହିଁ । ପିଲାମାନେ ବାବାଙ୍କର ମୁଖ ଦେଖିବା ପାଇଁ ଆତୁର ଅଟନ୍ତି ନା, ସେହିଭଳି ବାବା ମଧ୍ୟ ଅତୁର ରହିଥାନ୍ତି । ପିଲାମାନଙ୍କ ବିନା ଘରକୁ ଅନ୍ଧକାର ମନେ କରନ୍ତି କାରଣ ତୁମେମାନେ ହିଁ ଭାରତ ସହିତ ସାରା ବିଶ୍ୱକୁ ଆଲୋକିତ କରିବ ।

ଗୀତ:-
ମାତା ଓ ମାତା ତୁ ହୈ ସବକୀ ଭାଗ୍ୟ ବିଧାତା...

ଓମ୍ ଶାନ୍ତି ।
ଏହି ଗୀତ ଗୁଡିକ ମଧ୍ୟ ତୁମର ଶାସ୍ତ୍ର । ତେବେ ସର୍ବ ଶାସ୍ତ୍ରମୟୀ ଶିରୋମଣୀ ହେଉଛି ଗୀତା ଏବଂ ଅନ୍ୟ ସବୁ ଶାସ୍ତ୍ର ମହାଭାରତ, ରାମାୟଣ, ଶିବପୁରାଣ, ବେଦ, ଉପନିଷେଦ ଇତ୍ୟାଦି ଗୀତାରୁ ହିଁ ସୃଷ୍ଟି ହୋଇଛନ୍ତି । ଏହା ଆଶ୍ଚର୍ଯ୍ୟର କଥା ନା । ଲୋକମାନେ କହୁଛନ୍ତି ଏମାନେ ନାଟକର ଗୀତ ବଜାଉଛନ୍ତି । ଶାସ୍ତ୍ର-ପୁରାଣ ତ ଏମାନଙ୍କର କିଛି ନାହିଁ । ଆମେ କହୁଛୁ ଏହି ଗୀତ ଗୁଡିକରୁ ଯେଉଁ ଅର୍ଥ ବାହାରୁଛି ସେଥିରୁ ସମସ୍ତ ବେଦ-ଶାସ୍ତ୍ରର ସାର କଥା ମିଳିଯାଉଛି । (ଗୀତ ବାଜିଲା) ଏହା ହେଉଛି ମମ୍ମାଙ୍କର ମହିମାର ଗୀତ । ଏମିତି ତ ମାତା ଅନେକ ଅଛନ୍ତି କିନ୍ତୁ ମୁଖ୍ୟ ହେଲେ ଜଗଦମ୍ବା । ଏହି ଜଗଦମ୍ବା ହିଁ ସ୍ୱର୍ଗର ଦ୍ୱାର ଖୋଲୁଛନ୍ତି । ତାପରେ ପ୍ରଥମେ ସେ ନିଜେ ହିଁ ଜଗତର ମାଲିକ ହେଉଛନ୍ତି, ତେବେ ନିଶ୍ଚିତ ଭାବରେ ମା ସାଥୀରେ ତୁମେ ପିଲାମାନେ ମଧ୍ୟ ଅଛ । ତେବେ ବାବାଙ୍କର ହିଁ ଗାୟନ ହେଉଛି ତୁମ ମାତ୍ ପିତା.... । ଶିବବାବାଙ୍କୁ ହିଁ ମାତା-ପିତା କୁହାଯାଏ । ତେବେ ଭାରତରେ ଜଗଦମ୍ବା ମଧ୍ୟ ଅଛନ୍ତି ଏବଂ ଜଗତପିତା ମଧ୍ୟ ଅଛନ୍ତି । କିନ୍ତୁ ବ୍ରହ୍ମାଙ୍କର ନାମ ଏତେ ବିଖ୍ୟାତ ନୁହେଁ କି ମନ୍ଦିର ଇତ୍ୟାଦି ମଧ୍ୟ ନାହିଁ । କେବଳ ଅଜମେର (ରାଜସ୍ଥାନର ପୁଷ୍କର ତୀର୍ଥ)ରେ ବ୍ରହ୍ମାଙ୍କର ମନ୍ଦିର ସୁବିଖ୍ୟାତ ଯେଉଁଠାରେ ବ୍ରାହ୍ମଣମାନେ ମଧ୍ୟ ଅଛନ୍ତି । ତେବେ ବ୍ରାହ୍ମଣ ମଧ୍ୟ ଦୁଇ ପ୍ରକାରର ଅଛନ୍ତି ସାରସିଦ୍ଧ ଏବଂ ପୁଷ୍କରଣୀ । ପୁଷ୍କର ତୀର୍ଥରେ ରହୁଥିବାରୁ ସେମାନଙ୍କୁ ପୁଷ୍କରଣୀ କୁହାଯାଉଛି । କିନ୍ତୁ ସେହି ବ୍ରାହ୍ମଣମାନଙ୍କୁ କଣ ଏସବୁ କଥା ଜଣା ଅଛି । ସେମାନେ କହୁଛନ୍ତି ଆମେ ହେଉଛୁ ବ୍ରହ୍ମା ମୁଖ ବଂଶୀ ବ୍ରାହ୍ମଣ । ଜଗଦମ୍ବାଙ୍କର ନାମ ତ ବହୁତ ବିଖ୍ୟାତ । ବ୍ରହ୍ମାଙ୍କୁ ଏତେ କେହି ଜାଣି ନାହାଁନ୍ତି । ଯଦି କାହାକୁ ବହୁତ ଧନ ମିଳିଯାଉଛି ତେବେ ଭାବୁଛନ୍ତି ସାଧୁ-ସନ୍ଥଙ୍କର କୃପା ହେଲା । ଈଶ୍ୱରଙ୍କର କୃପା ବୋଲି ଭାବୁନାହାଁନ୍ତି । ବାବା କହୁଛନ୍ତି କେବଳ ମୋ ବ୍ୟତୀତ ଆଉ କେହି ବି କୃପା କରିପାରିବେ ନାହିଁ । ମୁଁ ତ ସନ୍ନ୍ୟାସୀମାନଙ୍କର ମଧ୍ୟ ମହିମା କରୁଛି । ଯଦି ଏହି ସନ୍ନ୍ୟାସୀମାନେ ପବିତ୍ର ରହିନଥାନ୍ତେ ତେବେ ଭାରତ ବିକାରର ଅଗ୍ନିରେ ଜଳି ମରୁଥାନ୍ତା । କିନ୍ତୁ ସମସ୍ତଙ୍କର ସଦଗତିଦାତା ତ ଏକମାତ୍ର ବାବା ହିଁ ଅଟନ୍ତି । ମନୁଷ୍ୟ ମନୁଷ୍ୟଙ୍କର ସଦଗତି କରିପାରିବେ ନାହିଁ ।

ବାବା ବୁଝାଉଛନ୍ତି ତୁମେ ସମସ୍ତେ ହେଉଛ ସୀତା ଯିଏକି ଶୋକ ବାଟିକାରେ ଅଛ । ତେବେ ଦୁଃଖ ଭିତରେ ତ ଶୋକ ରହିଛି ନା । ଯେତେବେଳେ ରୋଗ-ବେମାରୀ ହେଉଛି ସେତେବେଳେ କଣ ଦୁଃଖ ଲାଗୁନାହିଁ । ବେମାରୀ ସମୟରେ ଭାବନ୍ତି କେବେ ଏଥିରୁ ଠିକ୍ ହେବି! ଏମିତି ତ କେହି ଭାବନ୍ତି ନାହିଁ ଯେ ରୋଗରେ ପଡି ରହିଲେ ଭଲ । ସମସ୍ତେ ସୁସ୍ଥ ହେବା ପାଇଁ ପୁରୁଷାର୍ଥ କରିଥାନ୍ତି ନଚେତ୍ ଔଷଧ-ପତ୍ର କାହିଁକି ଖାଉଛନ୍ତି ? ଏବେ ବାବା କହୁଛନ୍ତି ମୁଁ ତୁମକୁ ଏହି ସବୁ ଦୁଃଖ, ରୋଗ ଆଦିରୁ ମୁକ୍ତ କରି ତୁମର ଆୟୁଷ ବୃଦ୍ଧି କରୁଛି । ମାୟା ରାବଣ ତୁମକୁ ଦୁଃଖ ଦେଉଛି । ମୋତେ ତ କହୁଛନ୍ତି ସୃଷ୍ଟିର ରଚୟିତା । ସମସ୍ତେ କହୁଛନ୍ତି ଭଗବାନ କଣ ଆମକୁ ଦୁଃଖ ଦେବା ପାଇଁ ସୃଷ୍ଟି ରଚନା କରିଛନ୍ତି! ସ୍ୱର୍ଗରେ ତ ଏପରି କେହି କହିବେ ନାହିଁ! ଯେହେତୁ ଏଠାରେ ଦୁଃଖ ମିଳୁଛି ତେଣୁ ମନୁଷ୍ୟ କହୁଛନ୍ତି ଭଗବାନଙ୍କର କଣ ଦରକାର ଥିଲା ଯାହାକି ଏହିଭଳି ଦୁଃଖର ଦୁନିଆ ରଚନା କରିଛନ୍ତି, ତାଙ୍କର କଣ ଆଉ କିଛି କାମ ନଥିଲା ? କିନ୍ତୁ ବାବା କହୁଛନ୍ତି ଏହା ତ ସୁଖ-ଦୁଃଖ, ହାରିବା-ଜିତିବାର ଖେଳ । ତେବେ ଏହି ରାମ-ରାବଣର ଖେଳ ତ ଭାରତ ଉପରେ ହିଁ ଆଧାରିତ । ଭାରତ ହିଁ ରାବଣଠାରୁ ପରାଜିତ ହେଉଛି ଏବଂ ରାବଣ ଉପରେ ବିଜୟ ପ୍ରାପ୍ତ କରି ରାମ ଅର୍ଥାତ୍ ବାବାଙ୍କର ହୋଇଯାଉଛି । ଏଠାରେ ଶିବବାବାଙ୍କୁ ହିଁ ରାମ କୁହାଯାଉଛି । ତେବେ ବୁଝାଇବା ପାଇଁ ରାମ ଏବଂ ଶିବବାବା, ଉଭୟଙ୍କର ନାମ ଶୁଣାଇବାକୁ ପଡୁଛି । ଶିବବାବା ତ ପିଲାମାନଙ୍କର ମାଲିକ ଅଥବା ନାଥ ଅଟନ୍ତି । ସିଏ ତୁମକୁ ସ୍ୱର୍ଗର ମାଲିକ କରୁଛନ୍ତି । ବାବାଙ୍କର ସମ୍ପତ୍ତି ହେଉଛି ସ୍ୱର୍ଗର ପ୍ରାପ୍ତି, ପୁଣି ତାଭିତରେ ମଧ୍ୟ ଉଚ୍ଚ-ନୀଚ୍ଚ ପଦ ରହିଛି । ସ୍ୱର୍ଗ ଦୁନିଆରେ ତ ଦେବତାମାନେ ରହୁଥିଲେ । ଆଚ୍ଛା ଏବେ ସ୍ୱର୍ଗର ସ୍ଥାପନ କର୍ତ୍ତାଙ୍କର ମହିମା ଶୁଣ ।

(ଗୀତ) ଭାରତର ସୌଭାଗ୍ୟ ବିଧାତା ଏହି ଜଗଦମ୍ବା ହିଁ ଅଟନ୍ତି । ତାଙ୍କୁ ତ କେହି ଜାଣି ହିଁ ନାହାଁନ୍ତି । ଅମ୍ବାଜୀ ମନ୍ଦିର (ଗୁଜୁରାଟ)କୁ ତ ବହୁତ ଭକ୍ତ ଯାଉଥିବେ । ଏହି ବାବା ମଧ୍ୟ ବହୁତ ଥର ଯାଇଛନ୍ତି । ବବୁରିନାଥ ମନ୍ଦିର, ଲକ୍ଷ୍ମୀ-ନାରାୟଣ ମନ୍ଦିରକୁ ମଧ୍ୟ ଅନେକ ଥର ଯାଇଥିବେ । ହେଲେ କିଛି ବି ଜଣା ନଥିଲା । କେତେ ନିର୍ବୋଧ ଥିଲେ । ବର୍ତ୍ତମାନ ମୁଁ ୟାଙ୍କୁ ବୁଦ୍ଧିମାନ କରିଦେଇଛି । ଜଗଦମ୍ବାଙ୍କର ଉପାଧି ମଧ୍ୟ କେତେ ଶ୍ରେଷ୍ଠ ଯିଏକି ଭାରତର ସୌଭାଗ୍ୟ ବିଧାତା ଅଟନ୍ତି । ଏବେ ତୁମକୁ ଅମ୍ବାଜୀଙ୍କ ମନ୍ଦିରକୁ ଯାଇ ସେବା କରିବା ଦରକାର । ଜଗଦମ୍ବାଙ୍କର ୮୪ ଜନ୍ମର କାହାଣୀ ଶୁଣାଇବା ଦରକାର । ଏମିତି ତ ମନ୍ଦିର ବହୁତ ଅଛି । ମମ୍ମାଙ୍କର ବର୍ତ୍ତମାନର ଚିତ୍ରକୁ ତ କେହି ମାନିବେ ନାହିଁ । ଆଚ୍ଛା, ମନ୍ଦିରର ଅମ୍ବା ମୂର୍ତ୍ତି ଉପରେ ହିଁ ବୁଝାଅ ଏବଂ ସାଥୀରେ ଏହି ଗୀତକୁ ମଧ୍ୟ ନେଇଯାଅ । ତେବେ ଏହି ଗୀତ ଗୁଡିକ ହିଁ ତୁମର ପ୍ରକୃତ ଗୀତା । ସେବା ତ ବହୁତ କରିବା ପାଇଁ ଅଛି ନା । କିନ୍ତୁ ସେବା କରୁଥିବା ପିଲାମାନଙ୍କ ଭିତରେ ମଧ୍ୟ ସତ୍ୟତା ରହିବା ଦରକାର । ତୁମେ ଏହି ଗୀତକୁ ଜଗଦମ୍ବାଙ୍କ ମନ୍ଦିରକୁ ନେଇଯାଅ ଏବଂ ତା ଉପରେ ବୁଝାଅ । ଜଗଦମ୍ବା ମଧ୍ୟ କନ୍ୟା ଅଟନ୍ତି ନା, ତା ସହିତ ବ୍ରାହ୍ମଣୀ ମଧ୍ୟ । ତେବେ ଜଗଦମ୍ବାଙ୍କୁ ଏତେ ଗୁଡିଏ ଭୁଜା କାହିଁକି ଦେଇଛନ୍ତି? କାହିଁକି ନା ତାଙ୍କର ସହଯୋଗୀ ପିଲାମାନେ ବହୁତ ଅଛନ୍ତି । ଶକ୍ତି ସେନା କୁହାଯାଏ ନା । ତେଣୁ ଚିତ୍ରରେ ପୁଣି ଅନେକ ବାହୁ ଦେଖାଇ ଦେଇଛନ୍ତି । ଅନେକ ଶରୀର ତ ଦେଖାଇ ହେବ ନାହିଁ ତେଣୁ ବାହୁକୁ ପ୍ରତୀକ ରୂପରେ ଦେଖାଇବା ସହଜ ଏବଂ ଶୋଭା ପାଉଛି ମଧ୍ୟ । ଯଦି ଅନେକ ଗୁଡିଏ ଗୋଡ ଦେଖାଇ ଦେବେ ତେବେ ଭାବିନିଅ କିପରି ମୂର୍ତ୍ତି ଦେଖାଯିବ । ବ୍ରହ୍ମାଙ୍କର ମଧ୍ୟ ଅନେକ ଭୁଜା ଦେଖାଇଛନ୍ତି । ତୁମେ ସମସ୍ତେ ତାଙ୍କର ସନ୍ତାନ କିନ୍ତୁ ଏତେଗୁଡିଏ ବାହୁ ତ ଦେଖାଇ ହେବ ନାହିଁ । ତେଣୁ ତୁମେ ମାତା-କନ୍ୟାମାନଙ୍କୁ ସେବାରେ ଲାଗିପଡିବା ଦରକାର, ସେବା ଆଧାରରେ ନିଜର ସୌଭାଗ୍ୟ ଗଢିନେବା ଦରକାର । ତେବେ ଅମ୍ବାଙ୍କ ମନ୍ଦିରକୁ ଯାଇ ତୁମେମାନେ ଏହି ଗୀତ ଉପରେ ଅମ୍ବାଙ୍କର ମହିମା କରିବା ଦ୍ୱାରା ଅନେକ ଭକ୍ତ ଆସିଯିବେ । ତୁମେମାନେ ନିଜର ନାମକୁ ଏତେ ବିଖ୍ୟାତ କରିପାରିବ ଯାହାକି ପୁରୁଣା ବ୍ରହ୍ମାକୁମାରୀମାନେ ମଧ୍ୟ କରିପାରି ନାହାଁନ୍ତି । ଏହି ଛୋଟ-ଛୋଟ କନ୍ୟାମାନେ କମାଲ (ଚମତ୍କାରୀ) କରିପାରିବେ । ବାବା କେବଳ ଜଣକୁ କହୁନାହାଁନ୍ତି, ସବୁ କନ୍ୟାମାନଙ୍କୁ କହୁଛନ୍ତି । ହଜାର ହଜାର ଭକ୍ତ ଆସି ତୁମ ଚରଣରେ ପଡିବେ । ସେମାନଙ୍କ ନିକଟରେ ଏତେ କେହି ମୁଣ୍ଡ ନୁଆଁଇବେ ନାହିଁ ଯେତିକି ତୁମ ନିକଟରେ ମୁଣ୍ଡ ନୁଆଁଇବେ । ହଁ, ଏଥିରେ ଲୋକଲାଜକୁ ତ୍ୟାଗ କରିବାକୁ ହେବ । ବିଲକୁଲ୍ ନଷ୍ଟୋମୋହା ହେବାକୁ ପଡିବ । କହିବାକୁ ହେବ ମୋତେ ତ କାହା ସହିତ ନିର୍ବନ୍ଧ କରିବାର ହିଁ ନାହିଁ, ମୁଁ ପବିତ୍ର ରହି ଭାରତକୁ ସ୍ୱର୍ଗରେ ପରିଣତ କରିବାର ସେବା କରିବି । ଅଧରକୁମାରୀ (ବିବାହିତା ବ୍ରହ୍ମାକୁମାରୀ) ହେବା ଦ୍ୱାରା ଦାଗ ତ ଲାଗିବ ନା! କୁମାରୀର ନିର୍ବନ୍ଧ ହେବା ମାତ୍ରେ, ଦାଗ ଲାଗିବା ଆରମ୍ଭ ହୋଇଯାଏ । ରଙ୍ଗ-ବେରଙ୍ଗୀ ମାୟାର ସଂଗ ଲାଗିଯାଏ । ଏହି ଗୋଟିଏ ଜନ୍ମରେ ମନୁଷ୍ୟ କଣରୁ କଣ ହୋଇପାରିବ । ମମ୍ମା ମଧ୍ୟ ଏହି ଜନ୍ମରେ ଏତେ ଶ୍ରେଷ୍ଠ ହୋଇଛନ୍ତି । ସେମାନଙ୍କୁ (ଦୁନିଆର କନ୍ୟାମାନଙ୍କୁ) ତ ଅଳ୍ପ କାଳ ପାଇଁ ପଦ-ପଦବୀ ମିଳୁଛି କିନ୍ତୁ ମମ୍ମାଙ୍କୁ ତ ୨୧ ଜନ୍ମ ପାଇଁ ପଦ ମଳିଯାଇଛି । ତୁମେମାନେ ମଧ୍ୟ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେଉଛ । ଯେତେବେଳେ ସମ୍ପୂର୍ଣ୍ଣ ପାସ୍ ହୋଇଯିବ ସେତେବେଳେ ଯାଇ ଦୈବୀ ଜନ୍ମ ମିଳିବ । ସେମାନଙ୍କୁ ତ ଅଳ୍ପକାଳର ସୁଖ ମିଳୁଛି ସେଥିରେ ମଧ୍ୟ କେତେ ଚିନ୍ତା, ସମସ୍ୟା ଆଦି ରହୁଛି । ଆମେମାନେ ତ ଗୁପ୍ତରେ ଅଛୁ । ଆମକୁ ବାହାରେ କୌଣସି ଶୋ ଅର୍ଥାତ୍ ବାହ୍ୟ ଆଡମ୍ବର କରିବାର ନାହିଁ । ସେମାନେ ତ ବହୁତ ଶୋ କରୁଛନ୍ତି । ବର୍ତ୍ତମାନର ଏହି ରାଜ୍ୟ ତ ମୃଗତୃଷ୍ଣା ସମାନ ଅଟେ । ଶାସ୍ତ୍ରରେ ମଧ୍ୟ ରହିଛି ଦ୍ରୌପଦୀ କହିଲା ଅନ୍ଧର ପୁତ୍ର ଅନ୍ଧ, ଅର୍ଥାତ୍ ଯାହାକୁ ତୁମେ ରାଜ୍ୟ ବୋଲି ମନେ କରୁଛ ତାହା ତ ଏବେ ବିନାଶ ହୋଇଯିବ । ରକ୍ତର ନଦୀ ବହିବ । ପାକିସ୍ତାନ ବିଭାଜନ ସମୟରେ ଘରେ ଘରେ କେତେ ମରାମରି ଚାଲିଥିଲା । ଆଗକୁ ତ ଚାଲିବା ବୁଲିବା ସମୟରେ ମଧ୍ୟ ରାସ୍ତା ଉପରେ ମରାମରି ହେବେ । କେତେ ରକ୍ତପାତ ହେଉଛି, କଣ ଏହାକୁ ସ୍ୱର୍ଗ କୁହାଯିବ ? କଣ ଏହା ହିଁ ନୂଆ ଦିଲ୍ଲୀ ବା ନୂଆ ଭାରତ ? ନୂଆ ଭାରତ ତ ପରିସ୍ତାନ ଥିଲା । ଏବେ ତ ବିକାରର ପ୍ରବେଶତା ହେବା କାରଣରୁ ସମସ୍ତେ ପରସ୍ପରର ଶତ୍ରୁ ପାଲଟିଯାଇଛନ୍ତି । ରାମଙ୍କର ଏବଂ ରାବଣର ଜନ୍ମ ଭାରତରେ ହିଁ ଦେଖାଉଛନ୍ତି । ତେବେ ଶିବରାତ୍ରି ମଧ୍ୟ ବିଦେଶରେ ପାଳନ କରନ୍ତି ନାହିଁ । ଏହିଠାରେ ହିଁ ପାଳନ କରାଯାଏ । ତୁମେମାନେ ଜାଣିଛ ରାବଣ କେବେ ଆସୁଛି ? ଯେତେବେଳେ ଦିନ ଅର୍ଥାତ୍ ସ୍ୱର୍ଗ ଦୁନିଆ ସମାପ୍ତ ହୋଇ ରାତି ଅର୍ଥାତ୍ ଦ୍ୱାପର ଯୁଗ ନର୍କ ଦୁନିଆ ଆରମ୍ଭ ହେଲା ସେତେବେଳେ ହିଁ ରାବଣ ଆସିଗଲା, ଯାହାଙ୍କୁ ବାମମାର୍ଗ କୁହାଯାଉଛି । ତେବେ ବାମମାର୍ଗରେ ଯିବା ଦ୍ୱାରା ଦେବତାମାନଙ୍କର ଅବସ୍ଥା କଣ ହେଲା ତାହା ମଧ୍ୟ ଦେଖାଇଛନ୍ତି ।

ତେଣୁ ପିଲାମାନଙ୍କୁ ସେବା କରିବା ଦରକାର । ଯିଏ ନିଜେ ଜାଗ୍ରତ ହେବେ ସେହିମାନେ ହିଁ ଅନ୍ୟମାନଙ୍କୁ ଜାଗ୍ରତ କରିପାରିବେ । ବାବା ତ ସମସ୍ତଙ୍କର ଶୁଭଚିନ୍ତକ । କହୁଛନ୍ତି କାଳେ ୟାଙ୍କୁ ମାୟାର ଚାପୁଡା ଲାଗିଯିବ । ଯଦି ବେମାର ହୋଇଯିବେ ତେବେ ସେବା କରିପାରିବେ ନାହିଁ । ଏଠାରେ ଜଗଦମ୍ବାଙ୍କୁ ହିଁ ଜ୍ଞାନର କଳସ ମିଳୁଛି, ଲକ୍ଷ୍ମୀଙ୍କୁ ନୁହେଁ । ଲକ୍ଷ୍ମୀଙ୍କୁ ଧନ ଦେଇଛନ୍ତି ଯାହାଦ୍ୱାରା ସେ ଦାନ କରିପାରିବେ । କିନ୍ତୁ ସେଠାରେ ତ ଦାନ ପୁଣ୍ୟ କରାଯାଏ ନାହିଁ । ଦାନ ତ ସର୍ବଦା ଗରିବମାନଙ୍କୁ ହିଁ କରାଯାଏ । ତେବେ କନ୍ୟାମାନେ ମନ୍ଦିରକୁ ଯାଇ ଏହିଭଳି ବୁଝାଇବା ଦ୍ୱାରା ବହୁତ ଲୋକ ଆସିବେ । ତୁମକୁ ସାବାସୀ ଦେବେ, ପାଦ ତଳେ ପଡିବେ । ମାତାମାନଙ୍କର ମଧ୍ୟ ସମ୍ମାନ ଅଛି । ମାତାମାନେ ଶୁଣିଲେ ମଧ୍ୟ ଖୁସି ହେବେ । ପୁରୁଷମାନଙ୍କୁ ତ ନିଜର ଅଭିମାନ ଥାଏ ନା ।

ବାବା ବୁଝାଉଛନ୍ତି ଏହି ସାକାରୀ ବାବା ହେଉଛନ୍ତି ବାହାରଯ୍ୟାମୀ (ଯିଏ ଅନ୍ତର୍ଯ୍ୟାମୀ ନୁହଁନ୍ତି) । ୟାଙ୍କ ଭିତରେ ଯେଉଁ ମାଲିକ (ଲର୍ଡ) ରହୁଛନ୍ତି । ସେ ହେଉଛନ୍ତି ସବୁ ମାଲିକଙ୍କର ମାଲିକ । କୃଷ୍ଣଙ୍କୁ ଲର୍ଡ କୃଷ୍ଣ କୁହନ୍ତି ନା । ଆମେ ତ କହୁଛୁ କୃଷ୍ଣଙ୍କର ମଧ୍ୟ ମାଲିକ ହେଉଛନ୍ତି ପରମାତ୍ମା । ତାଙ୍କୁ ଏହି ବ୍ରହ୍ମାଙ୍କର ଶରୀରରୂପୀ ଘର ଭଡା ଦିଆଯାଇଛି । ତେବେ ଏହି ବ୍ରହ୍ମାଙ୍କୁ ଲ୍ୟାଣ୍ଡଲେଡୀ ଏବଂ ଲ୍ୟାଣ୍ଡଲର୍ଡ ଅର୍ଥାତ୍ ଘର ମାଲିକାଣୀ ଏବଂ ଘର ମାଲିକ ଉଭୟ କୁହାଯିବ । କାରଣ ଇଏ ପୁରୁଷ ମଧ୍ୟ ଅଟନ୍ତି ଏବଂ ନାରୀ ମଧ୍ୟ ଅଟନ୍ତି । ଏସବୁ ବଡ ବିଚିତ୍ର କଥା ନା ।

(ବାବାଙ୍କୁ ଭୋଗ ଲାଗୁଛି) । ଆଚ୍ଛା ବାବାଙ୍କୁ ସମସ୍ତଙ୍କର ୟାଦପ୍ୟାର (ସ୍ନେହଭରା ସ୍ମୃତି) ଜଣାଇବ । ବଡ ଖୁସିର ସହିତ ବଡ ଓସ୍ତାତ ଅର୍ଥାତ୍ ବଡ ଶିକ୍ଷକ ଶିବବାବାଙ୍କୁ ପ୍ରଣାମ ଜଣାଉଛୁ । ଏହା ମଧ୍ୟ ଏକ ପରମ୍ପରା । ଯେପରି ଆରମ୍ଭ ସମୟରେ ବହୁତ ସାକ୍ଷାତ୍କାର ହେଉଥିଲା ସେହିପରି ଅନ୍ତ ସମୟରେ ମଧ୍ୟ ବାବା ପିଲାମାନଙ୍କୁ ବହୁତ ମନ ଖୁସି କରାଇବେ । ଆବୁକୁ ବହୁତ ପିଲା ଆସିଯିବେ । ତେବେ ସେତେବେଳେ ଯାହାସବୁ ହେବ ତାହା ଦେଖିବା । ଆଚ୍ଛା! ।

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରି କ୍ଲାସ (୮-୪-୬୮)

ତୁମର ଏହି ଈଶ୍ୱରୀୟ ମିଶନ ଅର୍ଥାତ୍ ସେବାକାର୍ଯ୍ୟ ତ ଚାଲିଛି ତେଣୁ ଯେଉଁମାନେ ଏହି ଦେବୀ ଦେବତା ଧର୍ମର ହୋଇଥିବେ, ସେମାନେ ଆସିଯିବେ । ଯେପରି ସେମାନଙ୍କର ମିଶନ ହେଲା ଖ୍ରୀଷ୍ଟିୟାନ କରିବା । ଯେଉଁମାନେ ଖ୍ରୀଷ୍ଟିୟାନ ହେଉଛନ୍ତି ସେମାନଙ୍କୁ ଖ୍ରୀଷ୍ଟିୟାନ କୁଳର ସୁଖ ମିଳୁଛି । ଦରମା ମଧ୍ୟ ବହୁତ ମିଳୁଛି, ସେଥିପାଇଁ ବହୁତ ଲୋକ ଖ୍ରୀଷ୍ଟିୟାନ ହୋଇଯାଇଛନ୍ତି । ଭାରତବାସୀ ଏତେ ଦରମା ଦେଇପାରିବେ ନାହିଁ । କାରଣ ଏଠାରେ ତ ଦୁର୍ନିତି ବହୁତ ହେଉଛି । ଲାଞ୍ଚ ନ ନେଲେ ଚାକିରୀ ମଧ୍ୟ ହରାଇବାକୁ ପଡୁଛି । ପିଲାମାନେ ବାବାଙ୍କୁ ପଚାରୁଛନ୍ତି ଏହିଭଳି ପରିସ୍ଥିତିରେ କଣ କରାଯିବ ? ବାବା କହୁଛନ୍ତି ଅବସ୍ଥା ଦେଖି କାର୍ଯ୍ୟ କର, ଯଦି ନିହାତି ନେବାକୁ ପଡୁଛି ତେବେ ତାକୁ ଶୁଭକାର୍ଯ୍ୟରେ ଅର୍ଥାତ୍ ସେବାରେ ଲଗାଇଦିଅ । ଏଠାରେ ତ ସମସ୍ତେ ବାବାଙ୍କୁ ଡାକୁଛନ୍ତି ଏଠାକୁ ଆସି ଆମଭଳି ପତିତମାନଙ୍କୁ ପବିତ୍ର କର । ଆମକୁ ମୁକ୍ତିଦିଅ, ଘରକୁ ନେଇଯାଅ । ବାବା ତ ନିଶ୍ଚିତ ଘରକୁ ନେଇଯିବେ ନା । ଘରକୁ ଯିବା ପାଇଁ ହିଁ ଏତେ ସବୁ ଭକ୍ତି ଇତ୍ୟାଦି କରୁଛନ୍ତି । କିନ୍ତୁ ଯେତେବେଳେ ବାବା ଆସିବେ ସେତେବେଳେ ତ ସାଥୀରେ ନେବେ ନା । ଭଗବାନ ତ ଜଣେ ହିଁ ଅଟନ୍ତି । ଏମିତି ନୁହେଁ ଯେ ସମସ୍ତଙ୍କ ଭିତରେ ଭଗବାନ ଆସି ଜ୍ଞାନ ଦେଉଛନ୍ତି । ତାଙ୍କର ତ ଆସିବା ହିଁ ସଂଗମଯୁଗରେ ହୋଇଥାଏ । ଏବେ ତୁମେ ଏହିଭଳି କଥା ସବୁ ମାନିପାରିବ ନାହିଁ । ଆଗରୁ ମାନୁଥିଲ । ଏବେ ତୁମେ ଭକ୍ତି କରୁନାହଁ । ତୁମେ କହୁଛ ଆମେ ତ ପୂର୍ବରୁ ପୂଜା ମଧ୍ୟ କରୁଥିଲୁ । ଏବେ ବାବା ଆମକୁ ପୂଜ୍ୟ ଦେବତା କରିବା ପାଇଁ ଆସିଛନ୍ତି । ଶିଖମାନଙ୍କୁ ମଧ୍ୟ ତୁମେ ବୁଝାଅ । ଗାୟନ ଅଛି ନା ମନୁଷ୍ୟରୁ ଦେବତା.... । ଦେବତାମାନଙ୍କର ମହିମା ହେଉଛି ନା । ଦେବତାମାନେ ତ ସତ୍ୟଯୁଗରେ ହିଁ ଥାଆନ୍ତି । ଏବେ ହେଲା କଳିଯୁଗ । ବାବା ମଧ୍ୟ ସଂଗମଯୁଗରେ ଆସି ପୁରୁଷୋତ୍ତମ ହେବାର ଶିକ୍ଷା ଦେଉଛନ୍ତି । ଦେବତାମାନେ ହେଲେ ସମସ୍ତଙ୍କଠାରୁ ଉତ୍ତମ, ସେଥିପାଇଁ ତ ତାଙ୍କୁ ଏତେ ପୂଜା କରୁଛନ୍ତି । ଯେଉଁମାନଙ୍କର ପୂଜା କରୁଛନ୍ତି ସେମାନେ ନିଶ୍ଚିତ କେବେଥିଲେ, ଏବେ ନାହାଁନ୍ତି । ଭାବୁଛନ୍ତି ଏହି ରାଜଧାନୀ ଅତୀତ ହୋଇଯାଇଛି । ଏବେ ତୁମେ ହେଲ ଗୁପ୍ତ । କେହି କଣ ଜାଣନ୍ତି କି ଆମେ ବିଶ୍ୱର ମାଲିକ ହେବାକୁ ଯାଉଛୁ । ତୁମେମାନେ ଜାଣିଛ ଯେ ଆମେ ଏହି ଈଶ୍ୱରୀୟ ପାଠ ପଢି ଏହିଭଳି ହେବୁ । ସେଥିପାଇଁ ପାଠପଢା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ । ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବାକୁ ହେବ । ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି ତେବେ ତାଙ୍କୁ କାହିଁକି ମନେ ନ ପକାଇବା । ପୁଣି ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଆଚ୍ଛା

ଆତ୍ମିକ ପିଲାମାନଙ୍କୁ ଆତ୍ମିକ ବାବା ଏବଂ ଦାଦାଙ୍କର ୟାଦପ୍ୟାର ଶୁଭରାତ୍ରି ଏବଂ ନମସ୍ତେ ।


ଧାରଣା ପାଇଁ ମୁଖ୍ୟ ସାର :

(୧) ଏହି ଦୁନିଆରେ କୌଣସି ବାହ୍ୟ ଚାକଚକ୍ୟ କରିବା ପରିବର୍ତ୍ତେ ପୂର୍ଣ୍ଣ ସଫଳତା ପାଇବା ପାଇଁ ଗୁପ୍ତ ପୁରୁଷାର୍ଥ କରିବାକୁ ହେବ ।

(୨) ଏହି ରଙ୍ଗ ବେରଙ୍ଗୀ ଦୁନିଆ ପ୍ରତି ଆକର୍ଷିତ ହେବାର ନାହିଁ । ନଷ୍ଟୋମୋହା ହୋଇ ବାବାଙ୍କର ନାମକୁ ବିଖ୍ୟାତ କରିବା ସହିତ ସେବା ଦ୍ୱାରା ସମସ୍ତଙ୍କର ଶ୍ରେଷ୍ଠ ଭାଗ୍ୟ ଗଢିବାକୁ ହେବ ।

ବରଦାନ:-
ସର୍ବଦା ଖୁସିର ଭୋଜନ କରୁଥିବା ଏବଂ କରାଉଥିବା ଖୁସିବାସିଆ, ସୌଭାଗ୍ୟଶାଳୀ ଆତ୍ମା ହୁଅ ।

ତୁମମାନଙ୍କ ନିକଟରେ ସଚ୍ଚା ଅବିନାଶୀ ଧନ ରହିଛି ସେଥିପାଇଁ ତୁମେମାନେ ହିଁ ସମସ୍ତଙ୍କଠାରୁ ଧନୀ । ଚାହେଁ ସୁଖିଲା ରୁଟୀ ମଧ୍ୟ ଖାଉଥାଅ କିନ୍ତୁ ଖୁସି ରୂପୀ ଭୋଜନ ସେହି ସୁଖିଲା ରୁଟୀ ଭିତରେ ଭରି ରହିଛି, ଯାହାଠାରୁ ମୂଲ୍ୟବାନ ଭୋଜନ ଆଉ କିଛି ନାହିଁ । ତେବେ ସବୁଠାରୁ ଭଲ ଭୋଜନ ସ୍ୱୀକାର କରୁଥିବା, ସୁଖର ରୁଟୀ ଖାଉଥିବା ସୁଖୀ ଆତ୍ମା ତୁମେମାନେ ହିଁ ଅଟ, ସେଥିପାଇଁ ସଦାସର୍ବଦା ଖୁସିବାସିଆ ସ୍ଥିତିରେ ରହୁଛ । ତେବେ ତୁମେମାନେ ଏଭଳି ଖୁସିବାସିଆ ସ୍ଥିତିରେ ରୁହ ଯାହାକି ତୁମକୁ ଦେଖି ଅନ୍ୟମାନଙ୍କର ମଧ୍ୟ ଖୁସିବାସିଆ ସ୍ଥିତି ହୋଇଯିବ, ତେବେ କୁହାଯିବ ସୌଭାଗ୍ୟଶାଳୀ ଆତ୍ମା ।

ସ୍ଲୋଗାନ:-
ଜ୍ଞାନୀ ଆତ୍ମା ସିଏ ଯାହାର ଗୋଟିଏ ବି ସଂକଳ୍ପ ବା ବାଣୀ ବ୍ୟର୍ଥରେ ଯାଉନଥିବ ।