06.12.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମ ପାଖରେ ମନମନାଭବ ଓ ମଧ୍ୟାଜୀଭବରୂପକ ତୀକ୍ଷ୍ଣ ବାଣ ଅଛି, ଏହି ବାଣ ଦ୍ୱାରା ତୁମେ ମାୟା ଉପରେ ବିଜୟ ପ୍ରାପ୍ତ କରିପାରିବ ।

ପ୍ରଶ୍ନ:-
ବାବାଙ୍କର ସାହାଯ୍ୟ କେଉଁ ଆଧାରରେ ପିଲାମାନଙ୍କୁ ମିଳିଥାଏ ? ଏବଂ ପିଲାମାନେ କେଉଁ ରୂପରେ ବାବାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥାଆନ୍ତି ?

ଉତ୍ତର:-
ଯେଉଁ ପିଲାମାନେ ଯେତେ ସ୍ନେହର ସହିତ ବାବାଙ୍କୁ ମନେପକାଇଥାନ୍ତି ତାଙ୍କୁ ସେତିକି ସାହାଯ୍ୟ ମିଳିଥାଏ । ତେଣୁ ବାବାଙ୍କ ସହିତ ସ୍ନେହପୂର୍ଣ୍ଣ ବାର୍ତ୍ତାଳାପ କର । ନିଜର ଯୋଗାଯୋଗ ଠିକ୍ ରଖ, ଶ୍ରୀମତ୍ ଅନୁସାରେ ଚାଲୁଥାଅ ତେବେ ବାବା ମଧ୍ୟ ସାହାଯ୍ୟ କରି ଚାଲିବେ । ପିଲାମାନେ ମଧ୍ୟ ବାବାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି କହୁଛନ୍ତି - ବାବା ଆପଣ ପରମଧାମରୁ ଆସି ଆମକୁ ପତିତରୁ ପାବନ କରୁଛନ୍ତି, ଆପଣଙ୍କଠାରୁ ଆମକୁ କେତେ ସୁଖ ମିଳୁଛି । ଏହିଭଳି କହୁ କହୁ ଆଖିରେ ପ୍ରେମର ଲୁହ ମଧ୍ୟ ଆସିଯାଉଛି ।

ଓମ୍ ଶାନ୍ତି ।
ପିଲାଙ୍କୁ ସବୁଠାରୁ ପ୍ରିୟ ଲାଗନ୍ତି ମା ଏବଂ ବାପା । ଆଉ ମାଆ-ବାପାଙ୍କୁ ପିଲା ହିଁ ସବୁଠାରୁ ପ୍ରିୟ ଲାଗେ । ତେବେ ଆମମାନଙ୍କର ପ୍ରିୟ ହେଉଛନ୍ତି ବାବା ଯାହାଙ୍କୁ ତ୍ୱମେବ ମାତାଶ୍ଚ ପିତା କୁହାଯାଏ । ଲୌକିକ ମା-ବାପାଙ୍କୁ ତ ଏପରି କେହି କହିବେ ନାହିଁ । ଏହି ମହିମା ଅଛି ନିଶ୍ଚୟ, କିନ୍ତୁ କାହାର ତାହା କେହି ଜାଣିନାହାଁନ୍ତି । ଯଦି ଜାଣିଥାନ୍ତେ ତାହେଲେ ସେଠାକୁ ଚାଲି ଯାଇଥାନ୍ତେ, ଆଉ ବହୁତଙ୍କୁ ମଧ୍ୟ ନେଇଯାଇଥାନ୍ତେ । କିନ୍ତୁ ଡ୍ରାମା ଏପରି ନିର୍ଦ୍ଧାରିତ ହୋଇଛି । ଯେତେବେଳେ ଡ୍ରାମା ପୁରା ହୋଇଯାଏ, ସେତେବେଳେ ହିଁ ଆସିଥାଆନ୍ତି । ଆଗରୁ ଟକି (ବାଣୀର) ନାଟକ ଚାଲିଥିଲା । ଯେତେବେଳେ ନାଟକ ସଂପୂର୍ଣ୍ଣ ହେଉଥିଲା ସବୁ ଅଭିନେତା (ଆକ୍ଟର) ମଞ୍ଚ ଉପରେ ଛିଡା ହୋଇଯାଉଥିଲେ । ଏହା ମଧ୍ୟ ବେହଦର ଏକ ବଡ ନାଟକ । ଏହି ସବୁ କଥା ପିଲାଙ୍କ ବୁଦ୍ଧିରେ ଆସିବା ଉଚିତ୍ - ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ ଏହା ସୃଷ୍ଟିଚକ୍ର ଅଟେ । ଏମିତି ନୁହେଁ ଯେ ବ୍ରହ୍ମଲୋକ, ସୂକ୍ଷ୍ମଲୋକ ଚକ୍ର ଘୂରୁଛି, ସୃଷ୍ଟି ଚକ୍ର ଏହିଠାରେ ହିଁ ଘୂରୁଛି ।

ଗାୟନ ମଧ୍ୟ ଅଛି ଏକ ଓଁକାର ସତ୍ନାମ... ଏହି ମହିମା କାହାର ? ଯଦିଓ ଗ୍ରନ୍ଥରେ ଶିଖମାନେ ମହିମା କରିଥାଆନ୍ତି ଗୁରୁନାନକ ଉବାଚ... ଏକ ଓଁକାର ଏହା ତ ସେହି ଏକମାତ୍ର ନିରାକାର ପରମାତ୍ମାଙ୍କର ମହିମା । କିନ୍ତୁ ଏମାନେ ପରମାତ୍ମାଙ୍କର ମହିମାକୁ ଭୁଲି ଗୁରୁ ନାନକଙ୍କର ମହିମା କରୁଛନ୍ତି ତାଙ୍କୁ ହିଁ ସତ୍ଗୁରୁ ଭାବୁଛନ୍ତି । ବାସ୍ତବରେ ସାରା ସୃଷ୍ଟିରେ ଯେତେ ବି ମହିମା କରାଯାଉଛି ସେହି ଜଣଙ୍କର ହିଁ କରାଯାଉଛି ଆଉ କାହାର ମହିମା ହିଁ ନାହିଁ । ଏବେ ଦେଖ ବ୍ରହ୍ମାଙ୍କଠାରେ ଯଦି ବାବାଙ୍କ ପ୍ରବେଶତା ନ ହୋଇଥାଆନ୍ତା ତେବେ ସେ କଉଡି ତୁଲ୍ୟ ହୋଇଥାଆନ୍ତେ । ଏବେ ତୁମେ ପରମପିତା ପରମାତ୍ମାଙ୍କ ଦ୍ୱାରା କଉଡିରୁ ହୀରାତୁଲ୍ୟ ହେଉଛ । ଏବେ ହେଉଛି ପତିତ ଦୁନିଆ, ବ୍ରହ୍ମାଙ୍କ ରାତି । ପତିତ ଦୁନିଆରେ ଯେବେ ବାବା ଆସନ୍ତି ଏବଂ ଯିଏ ତାଙ୍କୁ ଚିହ୍ନିପାରନ୍ତି ସେମାନେ ତାଙ୍କ ଉପରେ ସମର୍ପଣ ହୋଇଯାଆନ୍ତି । ଆଜିର ଦୁନିଆରେ ପିଲାମାନେ ମଧ୍ୟ ଉଶୃଙ୍ଖଳ (ଧୁନ୍ଦୁକାରୀ) ହୋଇଯାଉଛନ୍ତି । ଦେବତାମାନେ କେତେ ଭଲ ଥିଲେ । ଏବେ ସେମାନେ ପୁନର୍ଜନ୍ମ ନେଇ ନେଇ ତମୋପ୍ରଧାନ ହୋଇଯାଇଛନ୍ତି । ସନ୍ନ୍ୟାସୀ ମଧ୍ୟ ପୂର୍ବରୁ ବହୁତ ଭଲ ଥିଲେ, ପବିତ୍ର ଥିଲେ । ଭାରତକୁ ପବିତ୍ରତାରୂପକ ବଳର ସହଯୋଗ କରୁଥିଲେ । ଭାରତରେ ଯଦି ପବ୍ରିତତା ରହିବ ନାହିଁ ତେବେ କାମ ଚିତାରେ ଜଳିଯିବେ । ସତ୍ୟଯୁଗରେ କାମ ବିକାର ନଥାଏ । ଏହି କଳିଯୁଗରେ ସମସ୍ତେ କାମ ଅଗ୍ନିର କଣ୍ଟା ଉପରେ ବସିଛନ୍ତି । ସତ୍ୟଯୁଗରେ ତ ଏପରି କୁହାଯିବ ନାହିଁ । ସେଠାରେ ଏହି ବିଷ (ବିକାର) ହିଁ ନାହିଁ । କୁହାଯାଏ ନା ଅମୃତ ଛାଡି ବିଷ କାହିଁକି ଖାଇଲ । ବିକାରୀକୁ ହିଁ ପତିତ କୁହାଯାଏ । ଆଜିକାଲି ମନୁଷ୍ୟଙ୍କୁ ଦେଖ ୧୦-୧୨ ପିଲା ଜନ୍ମ କରି ଚାଲିଛନ୍ତି । କୌଣସି ନିୟମ ହିଁ ନାହିଁ । ସତ୍ୟଯୁଗରେ ଯେତେବେଳେ ପିଲା ଜନ୍ମ ହୁଏ ତା ପୂର୍ବରୁ ସାକ୍ଷାତ୍କାର ହୋଇଥାଏ । ଶରୀର ଛାଡିବା ପୂର୍ବରୁ ମଧ୍ୟ ସାକ୍ଷାତ୍କାର ହୋଇଥାଏ କି ମୁଁ ଏହି ଶରୀର ଛାଡି ଯାଇ ଶିଶୁ ହେବି ଏବଂ ଗୋଟିଏ ହିଁ ସନ୍ତାନ ହୁଏ, ଅଧିକ ନୁହେଁ । ଏହା ନିୟମ ପ୍ରମାଣ ଚାଲିଥାଏ । ବୃଦ୍ଧି ତ ନିଶ୍ଚିତ ହେବାର ଅଛି । କିନ୍ତୁ ସେଠାରେ ବିକାର ନଥାଏ । ବହୁତ ଲୋକ ପଚାରନ୍ତି ସେଠାରେ ପିଲା ଜନ୍ମ କିପରି ହୋଇଥାଏ ? ତାଙ୍କୁ କହିବା ଦରକାର ସେଠାରେ ଯୋଗବଳ ଦ୍ୱାରା ସବୁ କାର୍ଯ୍ୟ ହୋଇଥାଏ । ଯୋଗବଳ ଦ୍ୱାରା ହିଁ ଆମେ ସୃଷ୍ଟିର ରାଜ୍ୟତ୍ୱ ନେଉଛୁ । ବାହୁବଳ ଦ୍ୱାରା ସୃଷ୍ଟିର ରାଜପଦ ମିଳିପାରିବ ନାହିଁ ।

ବାବା ବୁଝାଉଛନ୍ତି ଯଦି ଖ୍ରୀଷ୍ଟିୟାନ ମାନେ ପରସ୍ପର ସହିତ ମିଶିଯିବେ ତାହେଲେ ସାରା ସୃଷ୍ଟିରେ ରାଜ୍ୟ କରିପାରିବେ, କିନ୍ତୁ ପରସ୍ପର ମଧ୍ୟରେ ମିଶିପାରିବେ ହିଁ ନାହିଁ, ନିୟମ କହୁନାହିଁ, ଏଥିପାଇଁ ବାବା କହୁଛନ୍ତି - ଦୁଇଟି ବିଲେଇ ପରସ୍ପର ସହିତ ଲଢିଲେ ଆଉ ଲହୁଣୀ ଅର୍ଥାତ୍ ବିଶ୍ୱର ରାଜତ୍ୱ ତୁମେ ପିଲାମାନଙ୍କୁ ମିଳିଯାଉଛି । କୃଷ୍ଣଙ୍କ ମୁଖରେ ଲହୁଣୀ ଦେଖାଯାଇଛି । ତେବେ ଏହା ହେଉଛି ସୃଷ୍ଟିରୂପୀ ଲହୁଣୀ ।

ବେହଦର ବାବା କହୁଛନ୍ତି ଏହି ଯୋଗବଳରୂପୀ ଲଢେଇର ଗାୟନ ଶାସ୍ତ୍ରରେ ଅଛି, ବାହୁବଳର ନୁହେଁ । ସେମାନେ ପୁଣି ଶାସ୍ତ୍ରରେ ହିଂସକ ଯୁଦ୍ଧ ଦେଖାଇଛନ୍ତି । ସେଥିରେ ଆମର କୌଣସି ସମ୍ବନ୍ଧ ନାହିଁ । ବାସ୍ତବରେ ପାଣ୍ଡବ କୌରବମାନଙ୍କର ଲଢେଇ ହୋଇନାହିଁ । ଏହି ଅନେକ ଧର୍ମ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଥିଲା, ଯେଉଁମାନେ କି ନିଜ ନିଜ ମଧ୍ୟରେ ଲଢି ବିନାଶକୁ ପ୍ରାପ୍ତ ହୋଇଥିଲେ । ପାଣ୍ଡବମାନେ ଦେବୀ-ଦେବତା ଧର୍ମର ସ୍ଥାପନା କରିଥିଲେ । ଏହା ହେଉଛି ଯୋଗବଳ, ଯାହା ଦ୍ୱାରା ସୃଷ୍ଟିର ରାଜ୍ୟ ମିଳିଥାଏ । ସେଠାରେ ମାୟାଜିତ୍ ଜଗତଜିତ୍ ହୋଇଥାଆନ୍ତି । ସତ୍ୟଯୁଗରେ ମାୟା ରାବଣ ନଥାଏ । ସେଠାରେ ରାବଣର କୁଶ ପୁତଳିକା ଜଳାଇବେ ନାହିଁ । ଏଠାରେ ରାବଣର କୁଶ ପୁତଳିକ ଦେଖ କିପରି ସବୁ ତିଆରି କରୁଛନ୍ତି । ଏମିତି କୌଣସି ଦୈତ୍ୟ ବା ଅସୁର ନଥାନ୍ତି । ମନୁଷ୍ୟ ଏହା ମଧ୍ୟ ବୁଝୁନାହାଁନ୍ତି ଯେ ୫ ବିକାର ସ୍ତ୍ରୀର ଏବଂ ୫ ବିକାର ପୁରୁଷର ଅଟେ । ତାକୁ ମିଶାଇ ୧୦ ମୁଣ୍ଡଧାରୀ ରାବଣ ଗଢିଦେଇଛନ୍ତି । ଯେମିତି ବିଷ୍ଣୁଙ୍କୁ ମଧ୍ୟ ୪ ଭୁଜା ଦେଇଛନ୍ତି । ମନୁଷ୍ୟ ତ ଏହି ସାଧାରଣ କଥାକୁ ବୁଝିପାରୁ ନାହାଁନ୍ତି । ବଡ ରାବଣ ତିଆରି କରି ଜଳାଉଛନ୍ତି । ଅତିପ୍ରିୟ ସନ୍ତାନଙ୍କୁ ଏବେ ବେହଦର ବାବା ବୁଝାଉଛନ୍ତି । ବାବାଙ୍କୁ ସନ୍ତାନମାନେ କ୍ରମାନ୍ୱୟରେ ସ୍ନେହୀ ଲାଗନ୍ତି । କେହି ତ ବହୁତ ସ୍ନେହୀ ଅଟନ୍ତି ଆଉ କେହି ଅଳ୍ପ ସ୍ନେହୀ ଅଟନ୍ତି । ଯେତେ ସିକିଲଧା (ବିଚ୍ଛେଦୀ) ପିଲା ହୋଇଥିବ, ସେତେ ଅଧିକ ସ୍ନେହ ରହିବ । ଏଠାରେ ମଧ୍ୟ ଯିଏ ସେବାରେ ତତ୍ପର ରୁହନ୍ତି, ଦୟାଶୀଳ ହୋଇଥାନ୍ତି, ସେମାନେ ସ୍ନେହୀ ଲାଗନ୍ତି । ଭକ୍ତିମାର୍ଗରେ ଦୟା ମାଗିଥାଆନ୍ତି ନା! ଡାକନ୍ତି ଭଗବାନ ଦୟା କର, କୃପା କର । କିନ୍ତୁ ଡ୍ରାମାକୁ କେହି ଜାଣିନାହାଁନ୍ତି । ଯେତେବେଳେ ଅଧିକ ତମୋପ୍ରଧାନ ହୋଇଯାଆନ୍ତି ସେତେବେଳେ ବାବାଙ୍କର ଆସିବାର ଯୋଜନା ହୁଏ । ଏମିତି ନୁହେଁ ଯେ ଈଶ୍ୱର ଯାହା ଚାହିଁବେ ତାହା କରିପାରିବେ ବା ଯେତେବେଳେ ଚାହିଁବେ ଆସିପାରିବେ । ଯଦି ଏମିତି ଶକ୍ତି ଥାଆନ୍ତା ତେବେ ଏତେ ଗାଳି କାହିଁକି ମିଳୁଥାନ୍ତା ? ବନବାସ କାହିଁକି ମିଳିଥାନ୍ତା ? ଏହି କଥା ବହୁତ ଗୁପ୍ତ ଅଟେ । କୃଷ୍ଣଙ୍କୁ ତ ଗାଳି ମିଳି ପାରିବ ନାହିଁ । କହନ୍ତି ଭଗବାନ ଏପରି କରିପାରିବେ ନାହିଁ! କିନ୍ତୁ ବିନାଶ ତ ହେବାର ଅଛି । ଏଥିରେ ବଞ୍ଚେଇବାର କଥା ହିଁ ନାହିଁ । ସମସ୍ତଙ୍କୁ ଘରକୁ ନେବାର ଅଛି । ସ୍ଥାପନା ଏବଂ ବିନାଶ କରାଉଛନ୍ତି ତେବେ ନିଶ୍ଚିତ ଭଗବାନ ହୋଇଥିବେ ନା । ପରମପିତା ପରମାତ୍ମା ସ୍ଥାପନା କରାଉଛନ୍ତି, କାହାର ? ମୁଖ୍ୟ କଥା ତୁମେ ପଚାର କି ଗୀତାର ଭଗବାନ କିଏ ? ସାରା ଦୁନିଆ ଏହି କଥାରେ ଦ୍ୱନ୍ଦରେ ଅଛନ୍ତି । ସେମାନେ ତ ମନୁଷ୍ୟର ନାମ ଦେଇ ଦେଇଛନ୍ତି । ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ତ ଭଗବାନଙ୍କ ବ୍ୟତୀତ ଅନ୍ୟ କେହି କରିପାରିବେ ନାହିଁ । ତେବେ ତୁମେ କିପରି କହୁଛ ଯେ କୃଷ୍ଣ ଗୀତାର ଭଗବାନ ଅଟନ୍ତି । ବିନାଶ ଓ ସ୍ଥାପନା କରିବା କାହାର କାମ ଅଟେ ? ଗୀତାର ଭଗବାନଙ୍କୁ ଭୁଲି ଗୀତାକୁ ହିଁ ଖଣ୍ଡନ କରିଦେଇଛନ୍ତି । ଏହା ସବୁଠାରୁ ବଡ ଭୁଲ ଅଟେ । ଦ୍ୱିତୀୟରେ ପୁଣି ଜଗନ୍ନାଥ ପୁରୀରେ ଦେବତାମାନଙ୍କର ବହୁତ ଖରାପ ଚିତ୍ର ତିଆରି କରାଯାଇଛି । ସରକାରଙ୍କର ବାରଣ ରହିଛି ଖରାପ ଚିତ୍ର ରଖିବା ପାଇଁ । ତେବେ ଏହା ଉପରେ ବୁଝାଇବା ଦରକାର । ଏହି ମନ୍ଦିର ମାନଙ୍କ ପ୍ରତି କାହାର ବୁଦ୍ଧିରେ ଏପରି କଥା ଆସୁନାହିଁ । ଏହି କଥା ବାବା ହିଁ ବସି ବୁଝାଉଛନ୍ତି ।

ଦେଖ, କନ୍ୟାମାନେ କେତେ ପ୍ରତିଜ୍ଞା ପତ୍ର ମଧ୍ୟ ଲେଖୁଛନ୍ତି । ରକ୍ତରେ ମଧ୍ୟ ଲେଖୁଛନ୍ତି । ମହାଭାରତରେ ଉଲ୍ଲେଖ ଅଛି ନା କୃଷ୍ଣଙ୍କର ରକ୍ତ ବାହାରିଲା ତେଣୁ ଦ୍ରୌପଦୀ ନିଜର ବସ୍ତ୍ର ଚିରି ବାନ୍ଧି ଦେଇଥିଲେ । ଏହା ସ୍ନେହ ଅଟେ ନା । ତୁମର ସ୍ନେହ ଅଛି ଶିବବାବା ସାଥିରେ । ୟାଙ୍କର (ବ୍ରହ୍ମାଙ୍କର) ରକ୍ତ ବାହାରି ପାରେ, ୟାଙ୍କୁ ଦୁଃଖ ମଧ୍ୟ ହୋଇପାରେ କିନ୍ତୁ ଶିବବାବାଙ୍କୁ କେବେ ଦୁଃଖ ହୁଏ ନାହିଁ କାରଣ ତାଙ୍କର ନିଜର ଶରୀର ହିଁ ନାହିଁ । କୃଷ୍ଣଙ୍କୁ ଯଦି କଷ୍ଟ ଲାଗିବ ତେବେ ସେ ଦୁଃଖୀ ହେବେ ନା । ତେବେ ତାଙ୍କୁ ପରମାତ୍ମା କିପରି କହିପାରିବ । ବାବା କହୁଛନ୍ତି ମୁଁ ତ ଦୁଃଖ ଓ ସୁଖରୁ ଅଲଗା ଅଟେ । ହଁ, ପିଲାମାନଙ୍କୁ ଆସି ସଦା ସୁଖୀ କରୁଛି । ସଦାଶିବ ଗାୟନ ଅଛି ନା । ସଦାଶିବ, ସୁଖଦାତା କହୁଛନ୍ତି ମୋର ମିଠା ମିଠା ସିକିଲଧେ ସନ୍ତାନମାନେ ଯିଏ ସୁପୁତ୍ର ଅଟନ୍ତି, ଜ୍ଞାନ ଧାରଣ କରି ପବିତ୍ର ରୁହନ୍ତି, ସଚ୍ଚା ଯୋଗୀ ଓ ଜ୍ଞାନୀ ଅଟନ୍ତି, ସିଏ ମୋତେ ପ୍ରିୟ ଲାଗନ୍ତି । ଲୌକିକ ପିତାଙ୍କର କେହି ଭଲ କେହି ଖରାପ ପିଲା ବି ଥାଆନ୍ତି କେହି କୁଳରେ କଳଙ୍କ ମଧ୍ୟ ଲଗାଇଥାଆନ୍ତି । ବହୁତ ଖରାପ ହୋଇଯାଆନ୍ତି । ଏଠାରେ ମଧ୍ୟ ସେହିପରି ଅଛନ୍ତି । ଆଶ୍ଚର୍ଯ୍ୟବତ୍ ସନ୍ତାନ ହୁଅନ୍ତି, ଶୁଣନ୍ତି, କୁହନ୍ତି ପୁଣି ଛାଡପତ୍ର ଦିଅନ୍ତି... ଏଥିପାଇଁ ନିଶ୍ଚୟ ପତ୍ର ଲେଖାଯାଏ । କାରଣ ସେହି ପତ୍ର ପୁଣି ଆବଶ୍ୟକ ହେଲେ ସମ୍ମୁଖରେ ରଖାଯିବ (ଦେଖାଇ ଦିଆଯିବ) । ରକ୍ତରେ ବି ଲେଖିକରି ଦିଅନ୍ତି । ରକ୍ତରେ ଲେଖି ପ୍ରତିଜ୍ଞା କରିଥାନ୍ତି । ଆଜିକାଲି ତ ସତ୍ୟପାଠ ମଧ୍ୟ କରାଉଛନ୍ତି । କିନ୍ତୁ ତାହା ହେଉଛି ମିଛ ଶପଥ । ଈଶ୍ୱରଙ୍କୁ ହାଜିର-ନାଜିର ଜାଣିବା ଅର୍ଥାତ୍ ଇଏ ମଧ୍ୟ ଈଶ୍ୱର, ମୁଁ ମଧ୍ୟ ଈଶ୍ୱର ପ୍ରତିଜ୍ଞା କରୁଛି । ବାବା କହୁଛନ୍ତି ଏବେ ତୁମେ ବାସ୍ତବରେ ହାଜିର-ନାଜିର ଜାଣୁଛ । ବାବା ଏହି ଆଖି ରୂପୀ ଝରକାରେ ଦେଖୁଛନ୍ତି । ଏହା ଅନ୍ୟର ଶରୀର ଅଟେ । ଲୋନରେ ନେଇଛନ୍ତି । ବାବା ଭଡାଟିଆ ଅଟନ୍ତି । ଘରକୁ କାମରେ ଲଗାଯାଏ ନା । ତେଣୁ ବାବା କହୁଛନ୍ତି ମୁଁ ଏହି ଶରୀରକୁ କାମରେ ଲଗାଉଛି । ବାବା ଏହି ଆଖି ଝରକାରେ ଦେଖୁଛନ୍ତି । ହାଜିର-ନାଜିର(ଉପସ୍ଥିତ) ଅଟନ୍ତି । ଆତ୍ମା ନିଶ୍ଚିତ କର୍ମେନ୍ଦ୍ରିୟ ଦ୍ୱାରା ହିଁ କାମ କରିବ ନା । ମୁଁ ଆସିଛି ତେବେ ନିଶ୍ଚୟ ଶୁଣାଇବି ନା । ଏହି କର୍ମେନ୍ଦ୍ରିୟକୁ ବ୍ୟବହାର କରୁଛି ତେଣୁ ନିଶ୍ଚୟ ଭଡା ମଧ୍ୟ ଦେବାକୁ ପଡିବ ।

ତୁମେ ସନ୍ତାନମାନେ ଏବେ ନର୍କକୁ ସ୍ୱର୍ଗରେ ପରିଣତ କରିବାବାଲା ଅଟ । ତୁମେ ଆଲୋକ ଦେବାବାଲା ଓ ଜାଗ୍ରତ କରିବା ବାଲା ଅଟ । ଆଉ ସମସ୍ତେ ତ କୁମ୍ଭକର୍ଣ୍ଣ ନିଦରେ ଶୋଇ ପଡିଛନ୍ତି । ତୁମେ ମାତାମାନେ ସେମାନଙ୍କୁ ଜାଗ୍ରତ କରୁଛ । ସ୍ୱର୍ଗର ମାଲିକ କରୁଛ । ଏଥିରେ ମାତାମାନଙ୍କର ସଂଖ୍ୟା ଅଧିକ ରହିଛି । ତେଣୁ ବନ୍ଦେ ମାତରମ୍ କୁହାଯାଏ । ଭୀଷ୍ମ ପିତାମହ (ବଡ ବଡ ସନ୍ନ୍ୟାସୀ) ଆଦିଙ୍କୁ ମଧ୍ୟ ତୁମେ ହିଁ ବାଣ ମାରିଛ । ମନମନାଭବ-ମଧ୍ୟାଜୀଭବର ବାଣ ମାରିବା କେତେ ସହଜ । ଏହି ବାଣ ଦ୍ୱାରା ତୁମେ ମାୟା ଉପରେ ମଧ୍ୟ ବିଜୟ ପ୍ରାପ୍ତ କରୁଛ । ତୁମକୁ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ ହେବ ଏବଂ ତାଙ୍କରି ଶ୍ରୀମତରେ ହିଁ ଚାଲିବାକୁ ହେବ । ବାବା ତୁମକୁ ଏପରି ଶ୍ରେଷ୍ଠ କର୍ମ ଖିଖାଉଛନ୍ତି ଯାହା ଦ୍ୱାରା ୨୧ ଜନ୍ମ ତୁମକୁ କର୍ମ କୁଟିବାକୁ (ପରିଶ୍ରମ କରି ପେଟ ପୋଷିବାକୁ) ପଡିବ ନାହିଁ । ତୁମେ ସଦା ସୁସ୍ଥ ସଦା ସମ୍ପତ୍ତିବାନ୍ ହୋଇଯାଉଛ । ଅନେକ ଥର ତୁମେ ସ୍ୱର୍ଗର ମାଲିକ ହୋଇଛ । ରାଜ୍ୟ ନେଇଛ ପୁଣି ହରାଇଛ । ତୁମେ ବ୍ରାହ୍ମଣ କୁଳ ଭୂଷଣ ହିଁ ହିରୋ-ହିରୋଇନର ଅଭିନୟ କରୁଛ । ଡ୍ରାମାରେ ସବୁଠାରୁ ଶ୍ରେଷ୍ଠ ପାର୍ଟ ତୁମ ପିଲାମାନଙ୍କର ଅଟେ । ତେଣୁ ଏପରି ଶ୍ରେଷ୍ଠ କରି ଗଢୁଥିବା ବାବାଙ୍କ ସହିତ ବହୁତ ସ୍ନେହ ରହିବା ଉଚିତ୍ । ବାବା ଆପଣ କମାଲ କରୁଛନ୍ତି । ନା ମନରେ, ନା ଚିତ୍ତରେ, ଆମକୁ କଣ ଜଣା ଥିଲା ଯେ ଆମେ ହିଁ ନାରାୟଣ ଥିଲୁ । ବାବା କହୁଛନ୍ତି ତୁମେ ହିଁ ନାରାୟଣ ଅଥବା ଲକ୍ଷ୍ମୀ ଦେବୀ-ଦେବତା ଥିଲ ପୁଣି ପୁନର୍ଜନ୍ମ ନେଇ-ନେଇ ଅସୁର ହୋଇଯାଇଛ । ଏବେ ପୁଣି ପୁରୁଷାର୍ଥ କରି ସମ୍ପତ୍ତି ପ୍ରାପ୍ତ କର । ଯିଏ ଯେତେ ପୁରୁଷାର୍ଥ କରୁଛନ୍ତି, ତାର ସାକ୍ଷାତ୍କାର ମଧ୍ୟ ହେଉଛି ।

ରାଜଯୋଗ କେବଳ ବାବା ହିଁ ଶିଖାଇଥିଲେ । ସତ୍ୟ-ସତ୍ୟ ସହଜ ରାଜଯୋଗ ତ ତୁମେ ଏବେ ଶିଖାଇପାରିବ । ତୁମର କର୍ତ୍ତବ୍ୟ ହେଉଛି ବାବାଙ୍କର ପରିଚୟ ସମସ୍ତଙ୍କୁ ଦେବା । ସମସ୍ତେ ଅନାଥ ହୋଇପଡିଛନ୍ତି । ଏହି କଥା ମଧ୍ୟ କଳ୍ପ ପୂର୍ବର ଆତ୍ମା କୋଟିକରେ ଗୋଟିଏ ହିଁ ବୁଝିବେ । ବାବା ବୁଝାଇଛନ୍ତି, ସାରା ଦୁନିଆର ମହାନ ମୁର୍ଖକୁ ଦେଖିବାର ଅଛି ତ ଏଠାରେ ଦେଖ । ବାବା ଯାହାଙ୍କଠାରୁ ୨୧ ଜନ୍ମର ସମ୍ପତ୍ତି ମିଳୁଛି, ତାଙ୍କୁ ମଧ୍ୟ ଛାଡପତ୍ର ଦେଇଦେଉଛନ୍ତି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି । ଏବେ ତୁମେ ସ୍ୱୟଂ ଈଶ୍ୱରଙ୍କର ସନ୍ତାନ ଅଟ । ପୁଣି ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ରଙ୍କର ସନ୍ତାନ ହେବ । ଏବେ ଆସୁରୀ ସନ୍ତାନରୁ ଈଶ୍ୱରୀୟ ସନ୍ତାନ ହୋଇଛ । ବାବା ପରମଧାମରୁ ଆସି ପତିତରୁ ପାବନ କରାଉଛନ୍ତି ତେଣୁ ତାଙ୍କୁ କେତେ ଧନ୍ୟବାଦ ଦେବା ଉଚିତ୍ । ଭକ୍ତିମାର୍ଗରେ ମଧ୍ୟ ଧନ୍ୟବାଦ ଅର୍ପଣ କରିଥାନ୍ତି । ଦୁଃଖରେ କଣ କେହି ଧନ୍ୟବାଦ ଦେବେ ? ଏବେ ତୁମକୁ କେତେ ସୁଖ ମିଳୁଛି ତେବେ ବହୁତ ସ୍ନେହ ରହିବା ଦରକାର । ଆମେ ବାବାଙ୍କ ସହିତ ଯଦି ସ୍ନେହରେ କଥା ହେବା ତେବେ ସିଏ କାହିଁକି ନ ଶୁଣିବେ । ତୁମର ତାଙ୍କ ସହିତ ସମ୍ବନ୍ଧ ଅଛି ନା । ରାତିରୁ (ଅମୃତବେଳାରୁ) ଉଠି ବାବାଙ୍କ ସହ କଥା ହେବା ଉଚିତ୍ । ବ୍ରହ୍ମାବାବା ନିଜର ଅନୁଭବ କହୁଛନ୍ତି । ମୁଁ ବାବାଙ୍କୁ ବହୁତ ମନେ ପକାଉଛି । ବାବାଙ୍କ ସ୍ମୃତିରେ ଲୁହ ମଧ୍ୟ ଆସିଯାଉଛି । ମୁଁ କଣ ଥିଲି, ବାବା କଣ କରିଦେଲେ-ତତତ୍ତ୍ୱମ୍ । ତୁମେ ମଧ୍ୟ ସେହିପରି ହେଉଛ । ଯୋଗରେ ରହୁଥିବା ପିଲାଙ୍କୁ ବାବା ସାହାଯ୍ୟ ମଧ୍ୟ କରନ୍ତି । ଆପେ ଆପେ ଆଖି ଖୋଲିଯିବ । ଖଟିଆ ହଲିଯିବ । ବାବା ବହୁତଙ୍କୁ ଉଠାଇଥାଆନ୍ତି । ବେହଦର ବାବା କେତେ କରୁଣା କରିଥାଆନ୍ତି । ତୁମେ ଏଠାକୁ କାହିଁକି ଆସିଛ ? କହୁଛ, ବାବା ଭବିଷ୍ୟତରେ ଶ୍ରୀ ନାରାୟଣଙ୍କୁ ବରଣ କରିବାର ଶିକ୍ଷା ନେବାକୁ ଆସିଛୁ ଅଥବା ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଏହି ପରୀକ୍ଷା ପାସ୍ କରିବାକୁ ଆସିଛୁ । କେତେ ଆଶ୍ଚର୍ଯ୍ୟଜନକ ଏହି ବିଦ୍ୟାଳୟ । ଏଠାରେ ବାବା କେତେ ଆଶ୍ଚର୍ଯ୍ୟଜନକ କଥା ଶୁଣାଉଛନ୍ତି । ଏହା ସବୁଠାରୁ ବଡ ବିଶ୍ୱବିଦ୍ୟାଳୟ ଅଟେ । କିନ୍ତୁ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନାମ ରଖିବାକୁ ସରକାର ଦେଉନାହାଁନ୍ତି । ଦିନେ ନିଶ୍ଚିତ ମାନିବେ । ଏଠାକୁ ଆସିବାକୁ ଲାଗିବେ । କହିବେ ବାସ୍ତବରେ ଏହା କେତେ ବଡ ବିଶ୍ୱବିଦ୍ୟାଳୟ ଅଟେ । ବାବା ତ ତୁମକୁ ନିଜ ନୟନରେ ବସାଇ ପଢାଉଛନ୍ତି । କହୁଛନ୍ତି ତୁମକୁ ସ୍ୱର୍ଗରେ ପହଞ୍ଚାଇଦେବି । ତେବେ ଏପରି ବାବାଙ୍କ ସହିତ କେତେ କଥାବାର୍ତ୍ତା ହେବା ଦରକାର । ତା ହେଲେ ବାବା ବହୁତ ସାହାଯ୍ୟ କରିବେ । ଯାହାଙ୍କର ଗଳା ଖୋଲୁନାହିଁ, ତାଙ୍କର ତାଲା ଖୋଲି ଦେବେ । ରାତିରେ ବାବାଙ୍କୁ ସ୍ମରଣ କରିଲେ ବହୁତ ମଜା ଲାଗିବ । ମୁଁ ଅମୃତବେଳାରେ କିପରି କଥା ହୋଇଥାଏ - ବ୍ରହ୍ମାବାବା ତାଙ୍କର ଅନୁଭବ ଶୁଣାଉଛନ୍ତି ।

ବାବା ପିଲାମାନଙ୍କୁ ବୁଝାଉଛନ୍ତି ସାବଧାନ ରୁହ । କୁଳକୁ କକଳଙ୍କିତ କର ନାହିଁ । ୫ ବିକାର ଦାନ ଦେଇ ପୁଣି ଫେରାଇ ନିଅ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କର ପ୍ରିୟ ପାତ୍ର ହେବା ପାଇଁ ଦୟାଶୀଳ ହୋଇ ସେବାରେ ତତ୍ପର ରହିବାକୁ ହେବ । ସୁପୁତ୍ର ଆଜ୍ଞାକାରୀ ହୋଇ ସଚ୍ଚା ଯୋଗୀ ବା ଜ୍ଞାନୀ ହେବାକୁ ପଡିବ ।

(୨) ଅମୃତବେଳାରେ ଉଠି ବାବାଙ୍କ ସହିତ ବହୁତ ମିଠା-ମିଠା କଥା ହେବାକୁ ପଡିବ, ବାବାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ହେବ । ବାବାଙ୍କର ସହଯୋଗର ଅନୁଭବ କରିବା ପାଇଁ ପରମ ପ୍ରିୟ ବାବାଙ୍କୁ ବହୁତ ସ୍ନେହରେ ମନେପକାଇବାକୁ ହେବ ।

ବରଦାନ:-
ପୁରୁଣା ଦେହ ବା ଦେହର ଦୁନିଆର ସମସ୍ତ ଆକର୍ଷଣଠାରୁ ସହଜରେ ଏବଂ ସର୍ବଦା ଦୂରରେ ରହୁଥିବା ରାଜଋଷି ହୁଅ ।

ରାଜଋଷି ଅର୍ଥାତ୍ ଗୋଟିଏ ପଟେ ସର୍ବ ପ୍ରାପ୍ତିର ଅଧିକାରର ନିଶା ବା ଖୁସି ରହିଥିବ ଏବଂ ଅନ୍ୟପଟେ ବେହଦର ବୈରାଗ୍ୟର ଅଲୌକିକ ନିଶା ରହିଥିବ । ତେଣୁ ବର୍ତ୍ତମାନ ସମୟରେ ଏହି ଦୁଇଟିଯାକ ଅଭ୍ୟାସକୁ ବଢ଼ାଇଚାଲ । ବୈରାଗ୍ୟର ଅର୍ଥ ଦୂରେଇ ରହିବା ନୁହେଁ କିନ୍ତୁ ସର୍ବ ପ୍ରାପ୍ତି ଭିତରେ ରହି ମଧ୍ୟ ବିନାଶୀ ଆକର୍ଷଣ ମନ-ବୁଦ୍ଧିକୁ ଆକର୍ଷିତ କରୁନଥିବ । ସଂକଳ୍ପରେ ମଧ୍ୟ ଅଧୀନତା ନଥିବ ତେବେ କୁହାଯିବ ରାଜଋଷି ଅର୍ଥାତ୍ ବେହଦର ବୈରାଗୀ । ଏହି ପୁରୁଣା ଦେହ ବା ଦେହର ପୁରୁଣା ଦୁନିଆର ଆକର୍ଷଣ ବାଣୀରେ ଆସିବାର ଆକର୍ଷଣ, ବୈଭବ ପ୍ରାପ୍ତିର ଆକର୍ଷଣ - ଏହିଭଳି ସମସ୍ତ ଆକର୍ଷଣଠାରୁ ସର୍ବଦା ଏବଂ ସହଜରେ ଦୂରରେ ରହୁଥିବା ଆତ୍ମା ।

ସ୍ଲୋଗାନ:-
ବିଜ୍ଞାନର ଉପକରଣଗୁଡିକୁ ବ୍ୟବହାର କର କିନ୍ତୁ ସେଗୁଡିକୁ ଜୀବନର ଆଧାର କରନାହିଁ ।