07.01.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଦୁନିଆର ମନୁଷ୍ୟମାନେ ଶାରୀରିକ ଉନ୍ନତି ପାଇଁ ଅନେକ ଉପାୟ କରୁଛନ୍ତି, କିନ୍ତୁ ଆତ୍ମାର ଉନ୍ନତି ବା ଉପରକୁ ଉଠିବାର ଉପାୟ ବାବା ହିଁ ଶିଖାଉଛନ୍ତିଏହା ବାବାଙ୍କର ହିଁ ଦାୟିତ୍ୱ ।

ପ୍ରଶ୍ନ:-
ପିଲାମାନଙ୍କର ସଦା ସର୍ବଦା ଉନ୍ନତି ହେଉଥିବ ସେଥିପାଇଁ ବାବା କେଉଁ କେଉଁ ଶ୍ରୀମତ ଦେଉଛନ୍ତି ?

ଉତ୍ତର:-
ପିଲାମାନେ, ନିଜର ଉନ୍ନତି ପାଇଁ (୧) ସର୍ବଦା ଯୋଗର ଯାତ୍ରାରେ ରୁହ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ଆତ୍ମାରେ ଲାଗିଥିବା କଳଙ୍କ ଛାଡିବ । (୨) କେବେହେଲେ ବିତିଯାଇଥିବା କଥାକୁ ମନେ ପକାଅ ନାହିଁ ଏବଂ ଭବିଷ୍ୟତ ପାଇଁ କୌଣସି ଆଶା ରଖ ନାହିଁ । । (୩) ଯଦିଓ ଶରୀର ନିର୍ବାହ ଅର୍ଥେ କର୍ମ କର କିନ୍ତୁ ଯେତିକି ସମୟ ମିଳୁଛି ତାକୁ ବ୍ୟର୍ଥରେ ଯିବାକୁ ଦିଅ ନାହିଁ, ବାବାଙ୍କୁ ମନେ ପକାଇ ସମୟକୁ ସଫଳ କର । (୪) ଅତି କମରେ ୮ ଘଣ୍ଟା ଈଶ୍ୱରୀୟ ସେବା କର ତେବେ ତୁମର ଉନ୍ନତି ହୋଇ ଚାଲିବ ।

ଓମ୍ ଶାନ୍ତି ।
ଆତ୍ମିକ ବାବା ଆସି ଆତ୍ମିକ ସନ୍ତାନମାନଙ୍କୁ ଅର୍ଥାତ୍ ଆତ୍ମାମାନଙ୍କୁ ବୁଝାଉଛନ୍ତି, ମନୁଷ୍ୟ କହୁଛନ୍ତି ଆତ୍ମାର ଦାୟିତ୍ୱ; ପରମାତ୍ମାଙ୍କ ହାତରେ ଅଛି । ସିଏ ହିଁ ସବୁ ଆତ୍ମାଙ୍କର ଉନ୍ନତି କରିପାରିବେ ଏବଂ ମନର ଶାନ୍ତି ପାଇବାର ରାସ୍ତା ଦେଖାଇ ପାରିବେ । ଆତ୍ମା ଭ୍ରୃକୁଟୀ ମଧ୍ୟରେ ରହିଥାଏ, ସିଏ ସବୁଠାରୁ ଭିନ୍ନ ଅଟେ । ପ୍ରାୟତଃ ରୋଗ ଶରୀରରେ ହୋଇଥାଏ, ଭ୍ରୃକୁଟୀରେ ହୋଇନଥାଏ.... । ଯଦିଓ ମୁଣ୍ଡ ବିନ୍ଧା ହୁଏ କିନ୍ତୁ ଯେଉଁଠାରେ ଆତ୍ମା ରହୁଛି ସେହି ସ୍ଥାନରେ କିଛି ବି କଷ୍ଟ ହୁଏ ନାହିଁ, କାହିଁକି ନା ସେହି ସ୍ଥାନରେ ଆତ୍ମା ବିରାଜମାନ ହୋଇଥାଏ । ଆତ୍ମାର ଉନ୍ନତି କରାଉଥିବା ଅଥବା ମନରେ ଶାନ୍ତି ଦେଉଥିବା ଡାକ୍ତର ତ ଏକାମତ୍ର ପରମାତ୍ମା ହିଁ ଅଟନ୍ତି । ଯଦି ଆତ୍ମାର ଉନ୍ନତି ହେବ ତେବେ ଆତ୍ମାକୁ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ମଧ୍ୟ ମିଳିବ କିନ୍ତୁ ଶରୀରକୁ ଯେତେ ଯାହା କରିଲେ ମଧ୍ୟ ତାଦ୍ୱାରା କୌଣସି ଉନ୍ନତି ହେବ ନାହିଁ । ଶରୀରରେ ତ କିଛି ନା କିଛି ଛୋଟ-ମୋଟ ରୋଗ ବେମାରୀ ନିଶ୍ଚିତ ରହିବ । ଆତ୍ମାର ଉନ୍ନତି ତ ବାବାଙ୍କ ବ୍ୟତୀତ କେହି କରିପାରିବେ ନାହିଁ । ଦୁନିଆରେ ଅନ୍ୟ ସମସ୍ତେ ଶରୀରର ଉନ୍ନତି ପାଇଁ ଉପାୟ ରଚନା କରୁଛନ୍ତି କିନ୍ତୁ ତାହାଦ୍ୱାରା ଆତ୍ମାର କୌଣସି ଉନ୍ନତି ହେଉନାହିଁ । ତାହା ତ ବାବା ହିଁ ଶିଖାଉଛନ୍ତି । ସବୁ କିଛି ଆତ୍ମା ଉପରେ ନିର୍ଭର କରେ । ଆତ୍ମା ହିଁ ୧୬ କଳା ସମ୍ପୂର୍ଣ୍ଣ ହେଉଛି ପୁଣି ଆତ୍ମା ହିଁ ବିଲ୍କୁଲ୍ କଳାହୀନ ହୋଇଯାଉଛି । ଆତ୍ମା କିପରି ୧୬ କଳା ସମ୍ପୂର୍ଣ୍ଣ ହେଉଛି ପୁଣି କଳା କମ କିପରି ହେଉଛି, ଏହା ମଧ୍ୟ ବାବା ହିଁ ବୁଝାଉଛନ୍ତି । ବାବା କହୁଛନ୍ତି ସତ୍ୟଯୁଗରେ ତୁମେମାନେ ବହୁତ ସୁଖରେ ଥିଲ କାରଣ ସେତେବେଳେ ଆତ୍ମାର ଉତ୍ଥାନ ଅବସ୍ଥା ଥିଲା । ଆତ୍ମାର ଉନ୍ନତି କିପରି ହେଉଛି-- ଏହି କଥା ଅନ୍ୟ ସତସଂଗ ଗୁଡିକରେ ବୁଝାଉ ନାହାଁନ୍ତି । ସେମାନେ ଶାରୀରିକ ନିଶାରେ ଥାନ୍ତି । ସେମାନଙ୍କର ଦେହ-ଅଭିମାନ ବହୁତ ରହିଛି, କିନ୍ତୁ ବାବା ତୁମକୁ ଦେହୀ-ଅଭିମାନୀ କରାଉଛନ୍ତି । ତେଣୁ ଆତ୍ମା ଯାହାକି ତମୋପ୍ରଧାନ ହୋଇଯାଇଛି ତାକୁ ସତ୍ତ୍ୱପ୍ରଧାନ କରିବାକୁ ହେବ । ଏଠାରେ ସବୁ ଆତ୍ମିକ କଥା କୁହାଯାଉଛି । ଦୁନିଆରେ ତ କେବଳ ଶାରୀରିକ କଥା କହୁଛନ୍ତି । ଡାକ୍ତରମାନେ ତ ଅସ୍ତ୍ରୋପଚାର କରି ଗୋଟିଏ ହୃଦୟ ବାହାର କରି ଅନ୍ୟ ଗୋଟିଏ ଲଗାଇ ଦେଇଥାନ୍ତି । ତାଙ୍କର ଆତ୍ମା ସହିତ କୌଣସି ସମ୍ବନ୍ଧ ନାହିଁ । ଆତ୍ମା ତ ଭ୍ରୃକୁଟୀ ମଝିରେ ଥାଏ, ତାର ଅସ୍ତ୍ରୋପଚାର ଆଦି କିଛି ହୁଏ ନାହିଁ ।

ତେବେ ବାବା ବୁଝାଉଛନ୍ତି ଯେ ଆତ୍ମାର ଉନ୍ନତି ଥରେ ମାତ୍ର ହୋଇଥାଏ । ଆତ୍ମା ଯେତେବେଳେ ତମୋପ୍ରଧାନ ହୋଇଯାଏ ସେତେବେଳେ ବାବା ତାର ଉନ୍ନତି କରାଇବା ପାଇଁ ଆସୁଛନ୍ତି । ତାଙ୍କ ବ୍ୟତୀତ କୌଣସି ଆତ୍ମାର ଉନ୍ନତି ହୋଇପାରିବ ନାହିଁ । ବାବା କହୁଛନ୍ତି ଏହି ଛି-ଛି ତମୋପ୍ରଧାନ ଆତ୍ମାମାନେ ମୋ ନିକଟକୁ ଆସିପାରିବେ ନାହିଁ । ତୁମ ନିକଟକୁ ଯେତେବେଳେ କେହି ଆସୁଛନ୍ତି ତେବେ ପଚାରୁଛନ୍ତି ଯେ ଶାନ୍ତି କିପରି ମିଳିବ ଅଥବା ଉନ୍ନତି କିପରି ହେବ ? କିନ୍ତୁ ସିଏ ଏକଥା ଜାଣିନାହାଁନ୍ତି ଯେ ଉନ୍ନତି ହେବା ପରେ ଆମେ ସମସ୍ତେ କେଉଁଠାକୁ ଯିବୁ, କଣ-କଣ ସବୁ ହେବ ? ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ ପତିତରୁ ଆସି ପବିତ୍ର କର, ଜୀବନମୁକ୍ତିଧାମକୁ ନେଇଯାଅ । ତେବେ ସିଏ ଆତ୍ମାମାନଙ୍କୁ ହିଁ ନେଇଯିବେ ନା । ଶରୀର ତ ଏହିଠାରେ ହିଁ ନଷ୍ଟ ହୋଇଯିବ । କିନ୍ତୁ ଏକଥା କାହାରି ବୁଦ୍ଧିରେ ନାହିଁ । ଏହା ହିଁ ହେଉଛି ଈଶ୍ୱରୀୟ ମତ । ଦୁନିଆରେ ଯାହା ସବୁ କହୁଛନ୍ତି ତାହା ହେଉଛି ମନୁଷ୍ୟ ମତ । ଈଶ୍ୱରୀୟ ମତ ଦ୍ୱାରା ତୁମେମାନେ ଏକଦମ୍ ଆକାଶକୁ ଚଢିଯାଉଛ ଅର୍ଥାତ୍ ଶାନ୍ତିଧାମ, ସୁଖଧାମକୁ ଚାଲି ଯାଉଛ । ପୁଣି ଡ୍ରାମା ଅନୁସାରେ ତଳକୁ ଖସିବାକୁ ହିଁ ହେବ । ଆତ୍ମାର ଉନ୍ନତି ପାଇଁ ବାବାଙ୍କ ବ୍ୟତୀତ ଆଉ କୌଣସି ଡାକ୍ତର ନାହାଁନ୍ତି । ଏହି ଆତ୍ମିକ ଡାକ୍ତର ତୁମକୁ ନିଜ ସମାନ କରି ଦେଉଛନ୍ତି । କେହି-କେହି ସନ୍ତାନ ଅନେକ ଆତ୍ମାମାନଙ୍କର ଉନ୍ନତି ବହୁତ ଭଲ ଭାବରେ କରାଇଥାନ୍ତି, କେହି କେହି ମଧ୍ୟମ ଧରଣର କରାଇଥାନ୍ତି ପୁଣି ଆଉ କେହି-କେହି ନ୍ୟୁନ ଧରଣର କରାଇଥାନ୍ତି । ତେବେ ଆତ୍ମାମାନଙ୍କର ଉନ୍ନତିର ଦାୟିତ୍ୱ ବାବା ହିଁ ନେଉଛନ୍ତି । ଦୁନିଆରେ ଏକଥା କାହାକୁ ଜଣାନାହିଁ । ବାବା କହୁଛନ୍ତି ଏହି ସାଧୁ ସନ୍ନ୍ୟାସୀମାନଙ୍କର ମଧ୍ୟ ଉଦ୍ଧାର କରିବା ପାଇଁ ମୁଁ ହିଁ ଆସୁଛି । ପ୍ରଥମେ ଯେତେବେଳେ ଆତ୍ମା ଆସିଥାଏ ସେତେବେଳେ ପବିତ୍ର ଅବସ୍ଥାରେ ଆସିଥାଏ । ଏବେ ବାବା ସମସ୍ତଙ୍କର ଉନ୍ନତି କରିବା ପାଇଁ ଆସିଛନ୍ତି । ତୁମମାନଙ୍କର ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ଉନ୍ନତି ହୋଇଯାଉଛି । ସେଠାରେ (ସତ୍ୟଯୁଗରେ) ତୁମକୁ ଶରୀର ମଧ୍ୟ ପବିତ୍ର ମିଳୁଛି । ବାବା ତ ହେଉଛନ୍ତି ଅବିନାଶୀ ଡାକ୍ତର । ସିଏ ହିଁ ଆସି ତୁମମାନଙ୍କର ଉନ୍ନତି କରୁଛନ୍ତି । ଯାହାଦ୍ୱାରା ତୁମେମାନେ ଉଚ୍ଚରୁ ଉଚ୍ଚ ନିଜର ମିଠା ଘରକୁ ଚାଲିଯିବ । ଦୁନିଆର ମନୁଷ୍ୟ ତ ଚନ୍ଦ୍ରପୃଷ୍ଠକୁ ଯାଉଛନ୍ତି । ଅବିନାଶୀ ଡାକ୍ତର ତୁମକୁ ଉନ୍ନତି ପ୍ରାପ୍ତ କରାଇବା ପାଇଁ କହୁଛନ୍ତି-- କେବଳ ମୋତେ ମନେପକାଅ ତେବେ ତୁମର ବିକର୍ମ ବିନାଶ ହେବ । ବାବା ସାରା ବିଶ୍ୱର ସନ୍ତାମାନଙ୍କୁ ଦୁଃଖରୁ ମୁକ୍ତ କରୁଛନ୍ତି । ଯେତେବେଳେ ତୁମେମାନେ ସ୍ୱର୍ଗକୁ ଯିବ ସେତେବେଳେ ଅନ୍ୟ ସମସ୍ତେ ଶାନ୍ତିଧାମରେ ରହିବେ । ବାବା କେତେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଛନ୍ତି । ଏହା ବାବାଙ୍କର ହିଁ ଚମତ୍କାରିତା! ସେଥିପାଇଁ କହୁଛନ୍ତି ତୁମର ଗତି-ମତି ତୁମେ ହିଁ ଜାଣ । ଆତ୍ମାରେ ହିଁ ମତି ରହିଛି, ଯଦି ଆତ୍ମା ଶରୀରରୁ ଅଲଗା ହୋଇଯିବ ତେବେ ମତ ମିଳିପାରିବ ନାହିଁ । ଈଶ୍ୱରୀୟ ମତ ଦ୍ୱାରା ଉନ୍ନତିର କଳା ପ୍ରାପ୍ତ ହେଉଛି ଏବଂ ମନୁଷ୍ୟ ମତ ଦ୍ୱାରା ଅବନତିର କଳା ପ୍ରାପ୍ତ ହେଉଛିଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇଛି । ଦୁନିଆର ମନୁଷ୍ୟ ଭାବୁଛନ୍ତି ଯେ ଦୁନିଆ ଏବେଠାରୁ ସ୍ୱର୍ଗ ହୋଇଗଲାଣି । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡିଯିବ ଯେ ଏହା ନର୍କ ଅଟେ ନା ସ୍ୱର୍ଗ । ଭାଷାକୁ ନେଇ କେତେ ଗଣ୍ଡଗୋଳ କରୁଛନ୍ତି । କାରଣ ଦୁଃଖୀ ଅଟନ୍ତି ନା । କିନ୍ତୁ ସ୍ୱର୍ଗରେ ତ ଦୁଃଖ ନଥାଏ । ସେଠାରେ ଭୂମିକମ୍ପ ଆଦି ମଧ୍ୟ ହେବ ନାହିଁ । ଏବେ ପୁରୁଣା ଦୁନିଆର ବିନାଶ ହେବାର ଅଛି ପୁଣି ଦୁନିଆ ସ୍ୱର୍ଗ ହୋଇଯିବ । ଅଧାକଳ୍ପ ପରେ ପୁଣି ତାହା ଗୁପ୍ତ ହୋଇଯିବ । କହୁଛନ୍ତି-- ଦ୍ୱାରିକା ସାଗର ତଳକୁ ଚାଲିଯାଉଛି । ସୁନାର ମହଲ ସବୁ ତଳେ ଦବି ରହିଛି । କିନ୍ତୁ ଭୂମିକମ୍ପ ହେଲେ ସେସବୁ ତ ନିଶ୍ଚିତ ତଳକୁ ଦବିଯିବ । ତେବେ କଣ ସମୁଦ୍ରରୁ ଖୋଳି ବାହାର କରିବେ କି! ଧରିତ୍ରୀକୁ ଖୋଦନ କରି ସେଠାରୁ ଧନ ସମ୍ପତ୍ତି ସବୁ ବାହାର କରୁଛନ୍ତି ।

ବାବା କହୁଛନ୍ତି ମୁଁ ସମସ୍ତଙ୍କର ଉପକାର କରୁଛି । କିନ୍ତୁ ମୋର ସମସ୍ତେ ଅପକାର କରୁଛନ୍ତି, ମାତେ ଗାଳି ଦେଉଛନ୍ତି । ମୁଁ ତ ଅପକାରୀମାନଙ୍କର ମଧ୍ୟ ଉପକାର କରୁଛି, ସେଥିପାଇଁ ମୋର ମହିମା କରୁଛନ୍ତି । ତୁମେ ପିଲାମାନେ ମଧ୍ୟ ବାବାଙ୍କର କେତେ ମହିମା କରୁଛ । ଚିତ୍ରରେ ୩୨ ଗୁଣ ଦେଖାଇଛନ୍ତି । ଏବେ ତୁମେମାନେ ମଧ୍ୟ ବାବାଙ୍କ ଭଳି ଗୁଣବାନ୍ ହେଉଛ ତେଣୁ କେତେ ପୁରୁଷାର୍ଥ କରିବା ଦରକାର । ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଆମକୁ ସର୍ବୋଚ୍ଚ ପିତା ପଢାଉଛନ୍ତି ତେଣୁ ପ୍ରତ୍ୟହ ନିଶ୍ଚିତ ପଢିବା ଦରକାର । ଇଏ ଆମର ଅବିନାଶୀ ପିତା ମଧ୍ୟ ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି । ପଛରେ ଆସିଥିବା ନୂଆ ସନ୍ତାନମାନେ ମଧ୍ୟ ପୁରୁଣାମାନଙ୍କଠାରୁ ଆଗକୁ ଚାଲିଯାଉଛନ୍ତି । ଏବେ ବାବାଙ୍କ ଦ୍ୱାରା ସାରା ଦୁନିଆର ଉନ୍ନତି ହେଉଛି । ଶ୍ରୀକୃଷ୍ଣଙ୍କୁ ମଧ୍ୟ ଗୁଣବାନ ବାବା ହିଁ କରାଉଛନ୍ତି, ସିଏ ସମସ୍ତଙ୍କର ଦାତା ଅଟନ୍ତି । ଅନ୍ୟମାନେ ତ କେବଳ ନେଉଛନ୍ତି । ବର୍ତ୍ତମାନ ପୁରୁଷାର୍ଥର କ୍ରମାନୁସାରେ ଏହି ସତ୍ୟଯୁଗୀ ରାଜବଂଶ ତିଆରି ହେଉଛି । ବେହଦର ବାବା ଦେଖ କେତେ ମିଠା, କେତେ ସ୍ନେହୀ ଅଟନ୍ତି । ସେହି ଉଚ୍ଚରୁ ଉଚ୍ଚ ବାବାଙ୍କ ଦ୍ୱାରା ସମସ୍ତଙ୍କର ଉନ୍ନତି ହେଉଛି । ବାକି ଅନ୍ୟ ସମସ୍ତଙ୍କୁ ତ ସିଢି ଓହ୍ଲାଇବାକୁ ହିଁ ହେବ । ସବୁ ହେଲା ବାବାଙ୍କର ଚମତ୍କାର । ଖାଅ, ପିଅ, ସବୁକିଛି କର କେବଳ ବାବାଙ୍କର ଗୁଣ ଗାଉଥାଅ । ଏମିତି ନୁହେଁ ଯେ ବାବାଙ୍କ ସ୍ମୃତିରେ ରହିଲେ ଖାଇପାରିବ ନାହିଁ । ରାତିରେ ବାବାଙ୍କୁ ମନେ ପକାଇବା ପାଇଁ ବହୁତ ସମୟ ମିଳୁଛି । ବାବା କହୁଛନ୍ତି ଅତି କମରେ ୮ ଘଣ୍ଟା ଏହି ଈଶ୍ୱରୀୟ ସେବା କର । ଯିଏ କେହି ବି ଆସନ୍ତୁ ନା କାହିଁକି ତାଙ୍କୁ ଆତ୍ମାର ଉନ୍ନତି ପାଇଁ ରାସ୍ତା ଦେଖାଅ । ଜୀବନମୁକ୍ତି ଅର୍ଥାତ୍ ବିଶ୍ୱର ମାଲିକ ଏବଂ ମୁକ୍ତି ଅର୍ଥାତ୍ ବ୍ରହ୍ମାଣ୍ଡର ମାଲିକ । ଏହି କଥା ବୁଝାଇବା ତ ସହଜ ନା । କିନ୍ତୁ ଯଦି ଭାଗ୍ୟରେ ନାହିଁ ତେବେ କଣ ପୁରୁଷାର୍ଥ କରିବେ ।

ବାବା ବୁଝାଉଛନ୍ତି ବାବାଙ୍କ ସ୍ମୃତି ବିନା ଆତ୍ମାର କଳଙ୍କ ଛାଡିପାରିବ ନାହିଁ । ଯଦିଓ ଜ୍ଞାନ ସାରା ଦିନ ଶୁଣାଉଥାଅ କିନ୍ତୁ ଆତ୍ମାର ଉନ୍ନତିର ଉପାୟ ବାବାଙ୍କ ସ୍ମୃତି ବିନା ହୋଇପାରିବ ନାହିଁ । ବାବା ପ୍ରତିଦିନ ପିଲାମାନଙ୍କୁ ବହୁତ ସ୍ନେହର ସହିତ ବୁଝାଉଛନ୍ତି କିନ୍ତୁ ପିଲାମାନେ ନିଜର ଉନ୍ନତି କରୁଛନ୍ତି ନା ନାହିଁ, ତାହା ସେମାନେ ନିଜେ ଜାଣିପାରିବେ । ଏହା କେବଳ ତୁମେ ଶୁଣୁନାହଁ, ସବୁ ସେବାକେନ୍ଦ୍ରର ପିଲାମାନେ ମଧ୍ୟ ଶୁଣୁଛନ୍ତି । ଏଠାରେ ଟେପ୍ ରେକର୍ଡ ରଖାଯାଇଛି ନା । ଇଏ ମଧ୍ୟ ସେବା ପାଇଁ ନିଜ ଭିତରେ ବହୁତ ଜ୍ଞାନ ଭରି ରଖିଛି । ଇଏ (ଟେପ ରେକର୍ଡ) ବହୁତ ସେବା କରୁଛି । ପିଲାମାନେ ଜାଣୁଛନ୍ତି ଯେ ଆମେ ବାବାଙ୍କର ମୁରଲୀ ଶୁଣୁଛୁ । ତୁମମାନଙ୍କ ଦ୍ୱାରା ମୁରଲୀ ଶୁଣିବା ତାହା ପରୋକ୍ଷ ହୋଇଯାଉଛି ସେଥିପାଇଁ ପ୍ରତ୍ୟକ୍ଷରେ ବାବାଙ୍କଠାରୁ ମୁରଲୀ ଶୁଣିବା ପାଇଁ ମଧୁବନକୁ ଆସୁଛନ୍ତି । ତେବେ ବାବା ବ୍ରହ୍ମାଙ୍କ ମୁଖ ଦ୍ୱାରା ଶୁଣାଉଛନ୍ତି ଅର୍ଥାତ୍ ତାଙ୍କ ଦ୍ୱାରା ଜ୍ଞାନ ଅମୃତ ଦେଉଛନ୍ତି । ବର୍ତ୍ତମାନ ସମୟରେ ସାରା ଦୁନିଆ ତମୋପ୍ରଧାନ ହୋଇଯାଇଛି, ତାଉପରେ ଜ୍ଞାନର ବର୍ସା କରିବା ଦରକାର । ପାଣିର ବର୍ଷା ତ ବହୁତ ହେଉଛି । ସେହି ପାଣି ଦ୍ୱାରା ତ କେହି ପବିତ୍ର ହୋଇପାରିବେ ନାହିଁ । ଏସବୁ ହେଉଛି ଜ୍ଞାନର କଥା ।

ବାବା କହୁଛନ୍ତି ଏବେ ଜାଗ୍ରତ ହୋଇଯାଅ, ମୁଁ ତୁମକୁ ଶାନ୍ତିଧାମ ନେଇଯାଉଛି । ଆତ୍ମାର ଉନ୍ନତି ମଧ୍ୟ ଏହିଥିରେ ହିଁ ରହିଛି, ଅନ୍ୟ ସବୁ ତ ହେଉଛି ଶାରୀରିକ କଥା । ଆତ୍ମିକ କଥା କେବଳ ତୁମେମାନେ ଶୁଣୁଛ । ପଦ୍ମପତି, ଭାଗ୍ୟଶାଳୀ କେବଳ ତୁମେମାନେ ହିଁ ହେଉଛ । ବାବା ହେଉଛନ୍ତି ଦୀନବନ୍ଧୁ । ଗରୀବମାନେ ହିଁ ଜ୍ଞାନ ଶୁଣୁଛନ୍ତି, ସେଥିପାଇଁ ବାବା କହୁଛନ୍ତି ଅହଲ୍ୟା, ଗଣିକାମାନଙ୍କୁ ମଧ୍ୟ ବୁଝାଅ । ସତ୍ୟଯୁଗରେ ଏପରି କଥା ନଥାଏ । ସତ୍ୟଯୁଗ ଦୁନିଆ ହେଉଛି ବେହଦର ଶିବାଳୟ । ଏବେ ଏହା ହେଉଛି ବେହଦର ବେଶ୍ୟାଳୟ, ବିଲକୁଲ୍ ତମୋପ୍ରଧାନ ହୋଇଯାଇଛି । ଏହାର ଆୟୁଷ ଆଉ ବେଶୀ ଦିନ ନାହିଁ । ବର୍ତ୍ତମାନ ଏହି ପତିତ ଦୁନିଆକୁ ପରିବର୍ତ୍ତନ ହେବାର ଅଛି । ଭାରତରେ ହିଁ ରାମରାଜ୍ୟ ଏବଂ ରାବଣ ରାଜ୍ୟ ହେଉଛି । ଯେତେବେଳେ ଅନେକ ଧର୍ମ ହୋଇଯାଉଛି ସେତେବେଳେ ଅଶାନ୍ତି ହେଉଛି । ଲଢେଇ ଝଗଡା ତ ଲାଗି ରହିଛି । ଏବେ ତ ବହୁତ ଜୋରରେ ଲଢେଇ ଲାଗିବାର ଅଛି । ଜୋରରେ ଲଢେଇ ଲାଗିବ ପୁଣି ବନ୍ଦ ହୋଇଯିବ କାହିଁକି ନା ନୂଆ ରାଜ୍ୟ ସ୍ଥାପନ ହେବ ଏବଂ କର୍ମାତୀତ ଅବସ୍ଥା ମଧ୍ୟ ହେବ । ଏବେ ତ କେହି କହିପାରିବେ ନାହିଁ । ସେହି ଅବସ୍ଥା ଯେତେବେଳେ ଆସିବ ସେତେବେଳେ ପାଠପଢା ପୂରା ହୋଇଯିବ । ପୁଣି ନିଜର ପୁରୁଷାର୍ଥ ଅନୁସାରେ ସତ୍ୟଯୁଗକୁ ବଦଳି ହୋଇଯିବ । ଏହି ପତିତ ଦୁନିଆକୁ ତ ନିଆଁ ନିଶ୍ଚିତ ଲାଗିବ । ଗୋଟିଏ ସେକେଣ୍ଡରେ ସବୁ କିଛି ବିନାଶ ହୋଇଯିବ । ତାକୁ ଅକାରଣ ମୃତ୍ୟୁର ଖେଳ କୁହାଯାଏ । ଅକାରଣେ ତ ସମସ୍ତେ ମରିବେ । ରକ୍ତର ନଦୀ ବହିବ । ପୁଣି ତାପରେ ଦୁଧ-ଘିଅର ନଦୀ ବହିବ । ହାହାକାର ପରେ ପୁଣି ଜୟଜୟକାର ହେବ । ବାକି ଅନ୍ୟ ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇ-ଶୋଇ ଖତମ ହୋଇଯିବେ । ବଡ ଯୁକ୍ତିର ସହିତ ସତ୍ୟଯୁଗର ସ୍ଥାପନା ହେଉଛି । ଏଠାରେ ବହୁତ ବିଘ୍ନ ମଧ୍ୟ ପଡିବ, ଅତ୍ୟାଚାର ମଧ୍ୟ ହେବ । ଏବେ ମାତାମାନଙ୍କ ଦ୍ୱାରା ସ୍ୱର୍ଗର ଦ୍ୱାର ଖୋଲାଯାଉଛି । ଏଠାରେ ପୁରୁଷମାନେ ମଧ୍ୟ ବହୁତ ଅଛନ୍ତି କିନ୍ତୁ ମାତା ହେଉଛି ଜନ୍ମଦାତ୍ରୀ ସେଥିପାଇଁ ପୁରୁଷମାନଙ୍କ ଠାରୁ ଅଧିକ ପୁରସ୍କାର ମାତାମାନଙ୍କୁ ମିଳୁଛି । ସ୍ୱର୍ଗକୁ ତ କ୍ରମାନୁସାରେ ସମସ୍ତେ ଯିବେ, କେହି କ୍ରମାନୁସାରେ ଦୁଇଜନ୍ମ ପୁରୁଷ ମଧ୍ୟ ହୋଇପାରନ୍ତି, ଡ୍ରାମାରେ ଯାହା ହିସାବ-କିତାବ ନିର୍ଦ୍ଧାରିତ ହୋଇ ରହିଛି ତାହା ହିଁ ହେବେ । ଆତ୍ମାର ଉନ୍ନତି ହେବା ଦ୍ୱାରା କେତେ ଫରକ ପଡିଯାଉଛି । କେହି ତ ଏକଦମ୍ ଉଚ୍ଚପଦ ପାଉଛନ୍ତି ପୁଣି ଆଉ କେହି ନୀଚ୍ଚ ପଦ ପାଉଛନ୍ତି । କିଏ ରାଜା ହେଉଛନ୍ତି ତ ଆଉ କିଏ ପ୍ରଜା ହେଉଛନ୍ତି ।

ବାବା କହୁଛନ୍ତି ଯେ ହେ ସ୍ନେହୀ ସନ୍ତାନମାନେ ଏବେ ପୁରୁଷାର୍ଥ କର । ଯୋଗ ଆଧାରରେ ପବିତ୍ର ହୁଅ ତେବେ ତୁମର ଧାରଣା ହେବ । ଲକ୍ଷ୍ୟ ତ ବହୁତ ଉଚ୍ଚ । ତେଣୁ ନିଜକୁ ଆତ୍ମା ଭାବି ବହୁତ ସ୍ନେହର ସହିତ ବାବାଙ୍କୁ ମନେ ପକାଇବାକୁ ହେବ । ଆତ୍ମାର ପରମାତ୍ମାଙ୍କ ସହିତ ସ୍ନେହ ରହିଛି ନା । ଏହା ହେଉଛି ଆତ୍ମିକ ସ୍ନେହ, ଯାହା ଦ୍ୱାରା ଆତ୍ମାର ଉନ୍ନତି ହେଉଛି । ଶାରୀରିକ ସ୍ନେହ ଦ୍ୱାରା ତଳକୁ ଖସି ଯାଉଛନ୍ତି । ଯଦି ଭାଗ୍ୟରେ ନଥିବ ତେବେ ଛାଡି ପଳାଇଯାଉଛନ୍ତି । କିନ୍ତୁ ଯଜ୍ଞର ସୁରକ୍ଷା ତ କରିବା ଉଚିତ୍ । ମାତାମାନଙ୍କର ପାଇ-ପଇସାରେ ଯଜ୍ଞର ସେବା ହେଉଛି । ଏଠାରେ ଗରୀବ ହିଁ ସାହୁକାର ହେଉଛନ୍ତି । ତେବେ ସବୁର ଆଧାର ପାଠପଢା ଉପରେ ହିଁ ରହିଛି । ତୁମେ ଏବେ ସଦାକାଳ ପାଇଁ ସୌଭାଗ୍ୟଶାଳୀ ହେଉଛଏହି ଅନୁଭବ ସମସ୍ତଙ୍କର ହେଉଛି ନା । ମାଳାର ଦାନା ହେଲାବାଲା ଆତ୍ମାଙ୍କୁ କେତେ ଭଲ ଅନୁଭବ ହେବା ଉଚିତ୍ । ଶିବବାବାଙ୍କୁ ମନେ ପକାଇବା ସହିତ ସେବା କରିଚାଲ ତେବେ ବହୁତ ଉନ୍ନତି ହୋଇପାରିବ । ଶିବବାବାଙ୍କ ସେବାରେ ନିଜର ଶରୀରକୁ ମଧ୍ୟ ସମର୍ପଣ କରିଦେବା ଉଚିତ୍ । ସାରା ଦିନ ଏହି ନିଶା ରହୁ ଯେ ଏହା ମାଉସୀ ଘର ନୁହେଁ । ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୁଁ ନିଜର କେତେ ଉନ୍ନତି କରିଛି । ବାବା କହୁଛନ୍ତି ବିତିଯାଇଥିବା କଥାକୁ ମନେ ପକାଅ ନାହିଁ । ଭବିଷ୍ୟତ ପାଇଁ କୌଣସି ଆଶା ରଖ । ଶରୀର ନିର୍ବାହ ଅର୍ଥେ ତ କର୍ମ କରିବାକୁ ହେବ । ଯେତେବେଳେ ସମୟ ମିଳୁଛି ବାବାଙ୍କୁ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ । ବାବା ବନ୍ଧନରେ ଥିବା ମାତାମାନଙ୍କୁ ମଧ୍ୟ ବୁଝାଇଛନ୍ତି କହୁଛନ୍ତି ତୁମେ ନିଜର ପତିକୁ ମଧ୍ୟ ବହୁତ ନମ୍ରତା ଏବଂ ସ୍ନେହର ସହିତ ବୁଝାଅ, ଯଦି କେହି ମାଡ ମାରୁଛନ୍ତି ତେବେ ତାଙ୍କୁ ଫୁଲର ବର୍ଷା କର ଅର୍ଥାତ୍ ତାଙ୍କୁ ମିଠା କଥା କୁହ । ନିଜକୁ ବଞ୍ଚାଇବାର ବହୁତ ଭଲ ଉପାୟ ଦରକାର । ଆଖି ବହୁତ ଶୀତଳ ହେବା ଦରକାର ଯାହାକି କେବେ ବିଚଳିତ ନହେଉ । ସେଥିପାଇଁ ଅଙ୍ଗଦର ଉଦାହରଣ ରହିଛି ସିଏ ବିଲ୍କୁଲ୍ ଅଟଳ ଥିଲା । ସେହିଭଳି ତୁମେମାନେ ମଧ୍ୟ ମହାବୀର ଅଟ, ଯାହା କିଛି ବିତିଯାଉଛି ତାକୁ ମନେ ପକାଅ ନାହିଁ । ସର୍ବଦା ହର୍ଷିତ ରୁହ । ଡ୍ରାମା ଉପରେ ଅଟଳ ନିଶ୍ଚୟ ରହିବା ଦରକାର । ବାବା ନିଜେ କହୁଛନ୍ତି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବାନ୍ଧି ହୋଇ ରହିଛି । ବାକି ଅନ୍ୟ କିଛି କଥା ନାହିଁ । କୃଷ୍ଣଙ୍କ ପାଇଁ ଲେଖାଯାଇଛି ଯେ ସିଏ ସ୍ୱଦର୍ଶନ ଚକ୍ର ଦ୍ୱାରା ମାରିଥିଲେ । କିନ୍ତୁ ଏସବୁ କାହାଣୀ ଅଟେ । ବାବା ତ ହିଂସା କରିପାରିବେ ନାହିଁ । ଏହି ବାବା ତ ଶିକ୍ଷକ ଅଟନ୍ତି, ଏଥିରେ ମାଡ ମାରିବାର କୌଣସି କଥା ନାହିଁ । ଏହି କଥା ସବୁ ବର୍ତ୍ତମାନ ସମୟର ଅଟେ । ଗୋଟିଏ ପଟେ ଢେର ମନୁଷ୍ୟ ଅଛନ୍ତି ଆଉ ଅନ୍ୟ ପଟେ ତୁମେମାନେ ଅଛ, ଯାହାଙ୍କୁ ଆସିବାର ଥିବ ସେମାନେ ଆସିଯିବେ । କଳ୍ପ ପୂର୍ବ ଭଳି ପଦ ପ୍ରାପ୍ତ କରି ଚାଲିବେ । ଏଥିରେ ଚମତ୍କାରର କଥା ନାହିଁ । ବାବା ହେଉଛନ୍ତି ଦୟାର ସାଗର, ଦୁଃଖହର୍ତ୍ତା ସୁଖକର୍ତ୍ତା, ତେବେ ସିଏ ଦୁଃଖ କିପରି ଦେବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :

(୧) ଅତି କମରେ ଆଠ ଘଣ୍ଟା ଈଶ୍ୱରୀୟ ସରକାରଙ୍କର ସେବା କରି ନିଜର ସମୟକୁ ସଫଳ କରିବାକୁ ହେବ । ବାବାଙ୍କ ସମାନ ଗୁଣବାନ୍ ହେବାକୁ ପଡିବ ।

(୨) ଯାହା ବିତିଯାଇଛି ତାକୁ ମନେ ପକାଇବାର ନାହିଁ । ବିତି ଯାଇଥିବା କଥାକୁ ଭୁଲି ସର୍ବଦା ହର୍ଷିତ ରହିବାକୁ ହେବ । ଡ୍ରାମା ଉପରେ ଅଟଳ ରହିବାକୁ ହେବ ।


ବରଦାନ:-
ନିଶ୍ଚିତ ବିଜୟର ନିଶାରେ ରହି ବାବାଙ୍କଠାରୁ ପଦ୍ମଗୁଣା ସହଯୋଗ ପ୍ରାପ୍ତ କରୁଥିବା ମାୟାଜୀତ୍ ହୁଅ ।

ବାବାଙ୍କର ପଦ୍ମଗୁଣା ସହଯୋଗର ପାତ୍ର ପିଲାମାନେ ମାୟାର ଆକ୍ରମଣକୁ ଆହ୍ୱାନ କରିଥାନ୍ତି ଯେ ତୁମର କାମ ହେଲା ଆସିବା ଏବଂ ଆମର କାମ ହେଲା ବିଜୟ ପ୍ରାପ୍ତ କରିବା । ସେମାନେ ମାୟାର ବାଘ ରୁପକୁ ମଧ୍ୟ ପିମ୍ପୂଡି ଭଳି ମନେ କରିଥାନ୍ତି କାହିଁକି ନା ସେମାନେ ଜାଣିଛନ୍ତି ଯେ ମାୟାର ଏହି ରାଜ୍ୟ ଏବେ ସମାପ୍ତ ହେବାକୁ ଯାଉଛି, ଆମେ ଅନେକ ଥର ବିଜୟ ପ୍ରାପ୍ତ କରିଥିବା ବିଜୟୀ ଆତ୍ମାଙ୍କର ବିଜୟ ଶତପ୍ରତିଶତ ସୁନିଶ୍ଚିତ । ଏହିଭଳି ନିଶ୍ଚୟ ରଖିବାର ନିଶା ହିଁ ବାବାଙ୍କଠାରୁ ପଦ୍ମଗୁଣା ସହଯୋଗର ଅଧିକାର ପ୍ରାପ୍ତ କରାଇଥାଏ । ଏହି ନିଶା ଦ୍ୱାରା ସହଜରେ ତୁମେ ମାୟାଜୀତ୍ ହୋଇଯିବ ।

ସ୍ଲୋଗାନ:-
ସଂକଳ୍ପ ଶକ୍ତିକୁ ଜମା କରି ସ୍ୱପ୍ରତି ବା ବିଶ୍ୱ ପ୍ରତି ଏହାକୁ ପ୍ରୟୋଗ କର ।


ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-
ବ୍ରହ୍ମାବାବାଙ୍କ ଭଳି ତୁମମାନଙ୍କର ଏହି ନୟନ ଦୁଇଟି ଆତ୍ମିକ ଭାବର ଅନୁଭବ କରାଉ, ତୁମର ଚାଲିଚଳଣି ବାବାଙ୍କର ଚରିତ୍ରର ସାକ୍ଷାତ୍କାର କରାଉ, ତୁମର ମସ୍ତକ ମଧ୍ୟ ମସ୍ତକ ମଣୀର ସାକ୍ଷାତ୍କାର କରାଉ, ତୁମର ଏହି ଅବ୍ୟକ୍ତ ମୁଖମଣ୍ଡଳ ବିଦ୍ୟ ଅଲୌକିକ ସ୍ଥିତିର ପ୍ରତ୍ୟକ୍ଷ ରୂପ ଦେଖାଇ, ସେଥିପାଇଁ ନିଜର ଅନ୍ତମୁର୍ଖୀ, ଅଲୌକିକ ବା ଆତ୍ମିକ ସ୍ଥିତିରେ ସଦା ସର୍ବଦା ରହିବାର ଅଭ୍ୟାସ କର ।