07.01.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ଏହି ଭାରତ ଯେତେବେଳେ
ସ୍ୱର୍ଗ ଥିଲା ସେତେବେଳେ ତୁମେମାନେ ଖୁବ୍ ଆଲୋକରେ ଥିଲ, ଏବେ ଅନ୍ଧକାର ହୋଇଯାଇଛି ତେଣୁ
ପୁନର୍ବାର ଆଲୋକକୁ ଚାଲ ।”
ପ୍ରଶ୍ନ:-
ବାବା ନିଜର
ସନ୍ତାନମାନଙ୍କୁ କେଉଁ କାହାଣୀ ଶୁଣାଇବାକୁ ଆସିଛନ୍ତି?
ଉତ୍ତର:-
ବାବା କହୁଛନ୍ତି ମଧୁର ସନ୍ତାନମାନେ - ମୁଁ ତୁମକୁ ୮୪ ଜନ୍ମର କାହାଣୀ ଶୁଣାଉଛି । ତୁମେମାନେ
ପ୍ରଥମେ-ପ୍ରଥମେ ଯେତେବେଳେ ଜନ୍ମ ନେଇଥିଲ ସେ ସମୟରେ ଏକମାତ୍ର ଦୈବୀଧର୍ମ ହିଁ ଥିଲା ପୁଣି
ତୁମେମାନେ ହିଁ ଦୁଇ ଯୁଗ ପରେ ବଡ ବଡ ମନ୍ଦିର ତିଆରି କରି ଭକ୍ତି ଆରମ୍ଭ କଲ । ବର୍ତ୍ତମାନ ଏହା
ତୁମର ଅନ୍ତିମ ଜନ୍ମର ଅନ୍ତିମ ସମୟ ଅଟେ । ତୁମେମାନେ ଡାକୁଥିଲ ହେ ଦୁଃଖହର୍ତ୍ତା, ସୁଖକର୍ତ୍ତା
ଆସ... ତେଣୁ ଏବେ ମୁଁ ଆସିଛି ।
ଗୀତ:-
ଆଜ ଅନ୍ଧେରେ
ମେଁ ହେ ଇନ୍ସାନ୍...
ଓମ୍ ଶାନ୍ତି ।
ତୁମେମାନେ
ଜାଣିଛ ବର୍ତ୍ତମାନ କଳିଯୁଗୀ ଦୁନିଆ, ଏଠାରେ ସମସ୍ତେ ଅନ୍ଧକାରରେ ଅଛନ୍ତି । ଯେତେବେଳେ ଭାରତରେ
ସ୍ୱର୍ଗ ଥିଲା ସେତେବେଳେ ସମସ୍ତେ ଆଲୋକରେ ଥିଲେ । ଏହି ଭାରତବାସୀ ଯେଉଁମାନେ ନିଜକୁ ହିନ୍ଦୁ ବୋଲି
କହୁଛନ୍ତି ପ୍ରକୃତରେ ସେମାନେ ଦେବୀ-ଦେବତା ଥିଲେ । ଭାରତରେ ଯେତେବେଳେ ସମସ୍ତେ ସ୍ୱର୍ଗବାସୀ ଥିଲେ
ସେତେବେଳେ ଆଉ କୌଣସି ଧର୍ମ ନଥିଲା । କେବଳ ଗୋଟିଏ ଧର୍ମ ଥିଲା । ସ୍ୱର୍ଗ, ବୈକୁଣ୍ଠ, ବହିସ୍ତ,
ହେଭେନ୍ - ଏସବୁ ଏହି ଭାରତର ନାମ ଥିଲା । ଭାରତ ପବିତ୍ର ଏବଂ ପ୍ରାଚୀନ ଧନବାନ୍ ଥିଲା । ଏବେ ତ
ଭାରତ କାଙ୍ଗାଳ ହୋଇଯାଇଛି କାହିଁକି ନା ଏବେ କଳିଯୁଗ । ତୁମେମାନେ ମଧ୍ୟ ଜାଣିଛ ଯେ, ଆମେ ସମସ୍ତେ
ଅନ୍ଧକାରରେ ଅଛୁ । ଯେତେବେଳେ ସ୍ୱର୍ଗରେ ଥିଲ ସେତେବେଳେ ଆଲୋକରେ ଥିଲ । ଶ୍ରୀଲକ୍ଷ୍ମୀ-ନାରାୟଣ
ସ୍ୱର୍ଗର ରାଜ-ରାଜେଶ୍ୱର, ରାଜ-ରାଜେଶ୍ୱରୀ ଥିଲେ । ତାକୁ ସୁଖଧାମ କୁହାଯାଉଥିଲା । ତେବେ
ତୁମମାନଙ୍କୁ ବାବାଙ୍କଠାରୁ ହିଁ ସେହି ସ୍ୱର୍ଗର ସମ୍ପତ୍ତି ନେବାକୁ ହେବ, ଯାହାକୁ ଜୀବନମୁକ୍ତି
କୁହାଯାଉଛି । ଏବେ ତ ସବୁ ଜୀବନ ବନ୍ଧନରେ ରହିଛ । ସ୍ୱତନ୍ତ୍ର ଭାବେ ଭାରତ ଏବଂ ସାଧାରଣ ରୂପରେ
ସାରା ଦୁନିଆ ରାବଣର ଜେଲ୍ରେ ଶୋକ ବାଟିକାରେ ଅଛି । ଏପରି ନୁହେଁ କି ରାବଣ କେବଳ ଲଙ୍କାରେ ଥିଲେ
ଏବଂ ରାମ ଭାରତରେ, ସେ ଆସି ସୀତାଙ୍କୁ ଚୋରାଇ ନେଇଥିଲେ । ଏସବୁ ହେଲା ମନଗଢା କାହାଣୀ । ଗୀତା
ହେଉଛି ମୁଖ୍ୟ, ସର୍ବଶାସ୍ତ୍ରମୟୀ ଶିରୋମଣୀ ଶ୍ରୀମତ ଅର୍ଥାତ୍ ଭଗବାନଙ୍କ ଦ୍ୱାରା ଭାରତରେ ହିଁ
ଶୁଣାଯାଇଛି - ମନୁଷ୍ୟ ତ କାହାରି ସଦ୍ଗତି କରିପାରିବେ ନାହିଁ । ସତ୍ୟଯୁଗରେ ଜୀବନମୁକ୍ତ ଦେବୀ
ଦେବତାମାନେ ଥିଲେ, ଯିଏକି ଏହି ବର୍ସା କଳିଯୁଗର ଅନ୍ତିମ ସମୟରେ ପାଇଥିଲେ । ଭାରତବାସୀମାନଙ୍କୁ
ଏକଥା ଜଣା ନାହିଁ, ନା ଏକଥା କୌଣସି ଶାସ୍ତ୍ରରେ ଅଛି । ଶାସ୍ତ୍ରରେ ଭକ୍ତିମାର୍ଗର ଜ୍ଞାନ ଅଛି ।
ସଦ୍ଗତି ମାର୍ଗର ଜ୍ଞାନ ମନୁଷ୍ୟମାନଙ୍କୁ ବିଲ୍କୁଲ୍ ଜଣା ନାହିଁ । ଭକ୍ତି ତ ସମସ୍ତେ
ଶିଖାଇଥା’ନ୍ତି । ମନୁଷ୍ୟମାନେ କହୁଛନ୍ତି ଶାସ୍ତ୍ର ପଢ, ଦାନ-ପୁଣ୍ୟ କର । ଏହି ଭକ୍ତି ଦ୍ୱାପର
ଯୁଗରୁ ଚାଲି ଆସୁଛି । ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ଜ୍ଞାନର ପ୍ରାରବ୍ଧ ରହୁଛି । ଏପରି ନୁହେଁ
କି ସେବେଠାରୁ ଏହି ଜ୍ଞାନ ଚାଲିଆସୁଛି । ଭାରତକୁ ଏହି ବର୍ସା ସଂଗମଯୁଗରେ ବାବାଙ୍କଠାରୁ ମିଳିଥିଲା
ଯାହାକି ପୁଣି ଏବେ ତୁମମାନଙ୍କୁ ମିଳୁଛି । ଭାରତବାସୀ ଯେତେବେଳେ ନର୍କବାସୀ ବେହଦ ଦୁଃଖୀ
ହୋଇଯାଉଛନ୍ତି ସେତେବେଳେ ଯାଇ ତାଙ୍କୁ ଡାକୁଛନ୍ତି - ହେ ପତିତ-ପାବନ ଦୁଃଖହର୍ତ୍ତା ସୁଖକର୍ତ୍ତା
। କାହାର? ସମସ୍ତଙ୍କର କାହିଁକି ନା ସ୍ୱତନ୍ତ୍ର ରୂପେ ଭାରତ, ସାଧାରଣ ଭାବେ ସାରା ଦୁନିଆରେ ୫
ବିକାର ରହିଛି । ବାବା ହେଉଛନ୍ତି ପତିତ-ପାବନ । ବାବା କହୁଛନ୍ତି - ମୁଁ କଳ୍ପ-କଳ୍ପ, କଳ୍ପର
ସଂଗମଯୁଗରେ ଆସୁଛି ଏବଂ ସମସ୍ତଙ୍କର ସଦ୍ଗତି କରୁଛି । ଅହିଲ୍ୟା, ଗଣିକା ଏବଂ ଯେଉଁ ସବୁ
ଗୁରୁମାନେ ଅଛନ୍ତି ସେ ସମସ୍ତଙ୍କର ଉଦ୍ଧାର ମଧ୍ୟ ମୋତେ ହିଁ କରିବାକୁ ପଡୁଛି କାହିଁକି ନା ଏହା
ହେଉଛି ପତିତ ଦୁନିଆ । ସତ୍ୟଯୁଗକୁ ପବିତ୍ର ଦୁନିଆ ବୋଲି କୁହାଯାଉଛି । ଭାରତରେ ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଭାରତବାସୀ ଏକଥା ଜାଣି ନାହାଁନ୍ତି ଯେ ଏହି
ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ । ପତିତ ଖଣ୍ଡ ଅର୍ଥାତ୍ ମିଥ୍ୟାର ଦୁନିଆ, ପାବନ ଖଣ୍ଡ
ଅର୍ଥାତ୍ ସତ୍ୟଦୁନିଆ । ଭାରତ ପବିତ୍ର ଭୂମି ଥିଲା, ଏହି ଭାରତ ହେଉଛି ଅବିନାଶୀ ରାଷ୍ଟ୍ର, ଯାହାର
କେବେ ବି ବିନାଶ ହେଉ ନାହିଁ । ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେସମୟରେ ଆଉ କୌଣସି
ରାଷ୍ଟ୍ର ନଥିଲା । ଅନ୍ୟ ସବୁ ପରେ ଆବିଷ୍କାର ହେଉଛି । ମନୁଷ୍ୟମାନେ କଳ୍ପର ଆୟୁଷକୁ ଲକ୍ଷ ଲକ୍ଷ
ବର୍ଷ ଲେଖିଦେଇଛନ୍ତି । ବାବା କହୁଛନ୍ତି, କଳ୍ପର ଆୟୁଷ ୫ ହଜାର ବର୍ଷ । କିନ୍ତୁ ମନୁଷ୍ୟମାନେ ୮୪
ଲକ୍ଷ ଜନ୍ମ ବୋଲି କହିଦେଉଛନ୍ତି । ମନୁଷ୍ୟମାନଙ୍କୁ କୁକୁର, ବିଲେଇ, ଗଧ ଇତ୍ୟାଦି ଯୋନି ନେଉଛନ୍ତି
ବୋଲି କହି ଦେଉଛନ୍ତି । କିନ୍ତୁ କୁକୁର, ବିଲେଇଙ୍କର ଜନ୍ମ ଅଲଗା । ଦୁନିଆରେ ତ ୮୪ ଲକ୍ଷ ଯୋନି
ରହିଛି । ମନୁଷ୍ୟମାନଙ୍କର ତ ଭେରାଇଟୀ ଏକ । ତାଙ୍କର ହିଁ ୮୪ ଜନ୍ମ ଅଟେ । ବାବା କହୁଛନ୍ତି
ଭାରତବାସୀ ନିଜର ଧର୍ମକୁ ଡ୍ରାମାର ପ୍ଲାନ୍ ଅନୁସାରେ ଭୁଲି ଯାଇଛନ୍ତି । କଳିଯୁଗର ଅନ୍ତିମ ସମୟରେ
ବିଲ୍କୁଲ୍ ହିଁ ପତିତ ହୋଇଯାଇଛନ୍ତି । ପୁଣି ବାବା ସଂଗମରେ ଆସି ପାବନ କରୁଛନ୍ତି । ଏହାକୁ
ଦୁଃଖଧାମ ବୋଲି କୁହାଯାଉଛି । ପୁଣି ଭାରତ ସୁଖଧାମ ହେବ । ବାବା କହୁଛନ୍ତି - ହେ ଭାରତବାସୀ
ସନ୍ତାନମାନେ, ତୁମେମାନେ ସ୍ୱର୍ଗବାସୀ ଥିଲ, ପୁଣି ତୁମେମାନେ ୮୪ ଜନ୍ମ ନେଇ ସିଡି ତଳକୁ ତଳକୁ
ଓହ୍ଲାଉଛ । ସମସ୍ତଙ୍କୁ ସତ୍ତ୍ୱରୁ-ରଜୋ-ତମୋରେ ନିଶ୍ଚିତ ଆସିବାକୁ ପଡିବ । ତୁମେ ଦେବତାମାନଙ୍କ
ସଦୃଶ ଧନବାନ ସଦା ଖୁସି, ସଦା ସୁସ୍ଥ କେହି ନଥିଲେ । ଭାରତ ସେତେବେଳେ ବହୁତ ସାହୁକାର ଥିଲା,
ହୀରା-ନୀଳା ଇତ୍ୟାଦି ତ ପଥର ସଦୃଶ ଥିଲା । ପୁଣି ଦୁଇ ଯୁଗ ପରେ ଭକ୍ତିମାର୍ଗରେ ବହୁତ ବଡ-ବଡ
ମନ୍ଦିର ତିଆରି କରୁଛନ୍ତି ଯାହାକି ବହୁତ ଧନ-ରତ୍ନରେ ଭରପୁର ଥିଲା । ସେଥିମଧ୍ୟରୁ ସୋମନାଥ
ମନ୍ଦିର ସବୁଠାରୁ ବଡ ଥିଲା । କେବଳ ଗୋଟିଏ ମନ୍ଦିର ତ ହୋଇନଥିବ ନା । ଆହୁରି ମଧ୍ୟ ରାଜାମାନଙ୍କର
ମନ୍ଦିର ଥିଲା ଯାହାକୁ ମୁସଲମାନମାନେ ଲୁଟି ନେଇଗଲେ । ବାବା ତୁମମାନଙ୍କୁ ମନେ ପକାଇ ଦେଉଛନ୍ତି
ଏବଂ କହୁଛନ୍ତି ମୁଁ ତୁମମାନଙ୍କୁ କେତେ ସାହୁକାର କରିଥିଲି । ତୁମେମାନେ ସର୍ବଗୁଣ ସମ୍ପନ୍ନ, ୧୬
କଳା ସଂପୂର୍ଣ୍ଣ ଯଥା ମହାରାଜା-ମହାରାଣୀ ଥିଲ । କିନ୍ତୁ ତାଙ୍କୁ ଭଗବାନ ଭଗବତୀ କୁହାଯାଇପାରିବ ।
ବାବା ବୁଝାଉଛନ୍ତି - ଭଗବାନ ହେଉଛନ୍ତି ଜଣେ ଏବଂ ସେ ହେଲେ ବାବା । ଈଶ୍ୱର ଅଥବା ପ୍ରଭୁ କହିବା
ଦ୍ୱାରା ମଧ୍ୟ ସ୍ମୃତିରେ ଆସୁନାହିଁ ସିଏ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି । ବାବା ଆସି ୮୪
ଜନ୍ମର କାହାଣୀ ଶୁଣାଉଛନ୍ତି । ଏବେ ତୁମମାନଙ୍କର ଏହା ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ଏହା
କୌଣସି ଜଣଙ୍କର କଥା ନୁହେଁ, ନାଁ କୌଣସି ଯୁଦ୍ଧସ୍ଥଳୀ ଆଦି ଅଛି । ଭାରତବାସୀ ଏକଥା ଭୁଲିଯାଇଛନ୍ତି
ଯେ ତାଙ୍କର ରାଜ୍ୟ ଥିଲା । କିନ୍ତୁ ସତ୍ୟଯୁଗର ଆୟୁଷକୁ ଲମ୍ବା କରିଦେବା ଦ୍ୱାରା ବହୁତ ଦୂରକୁ
ନେଇ ଯାଇଛନ୍ତି । ବାବା ଆସି ବୁଝାଉଛନ୍ତି - କୌଣସି ଦେହଧାରୀଙ୍କୁ ଭଗବାନ କୁହାଯାଇପାରିବ ନାହିଁ
। ଦେହଧାରୀ ମନୁଷ୍ୟ କାହାର ସଦ୍ଗତି କରିପାରିବେ ନାହିଁ । କଥାରେ ଅଛି - ସମସ୍ତଙ୍କର ସଦ୍ଗତି
ଦାତା, ପତିତ-ପାବନ କେବଳ ଜଣେ ଅଟନ୍ତି ଏବଂ ସିଏ ଏକମାତ୍ର ସତ୍ୟ ବାବା ହିଁ ଅଟନ୍ତି ଯିଏକି
ସତ୍ୟଖଣ୍ଡର ସ୍ଥାପନ କରୁଛନ୍ତି । ତୁମେମାନେ ଭକ୍ତିମାର୍ଗରେ ପୂଜା ମଧ୍ୟ କରୁଛ କିନ୍ତୁ ଯାହାର
ପୂଜା କରିଆସିଛ, ସେମାନଙ୍କର ଭିତରୁ ଜଣଙ୍କର ମଧ୍ୟ ଜୀବନ କାହାଣୀକୁ ଜାଣି ନାହଁ । ସେଥିପାଇଁ ବାବା
ବୁଝାଉଛନ୍ତି ତୁମେମାନେ ଶିବ ଜୟନ୍ତୀ ତ ପାଳନ କରୁଛ ନା । ବାବା ହେଉଛନ୍ତି ନୂଆ ଦୁନିଆର ରଚୟିତା
ସ୍ୱର୍ଗୀୟ ଈଶ୍ୱରୀୟ ପିତା, ଯିଏକି ତୁମମାନଙ୍କୁ ଅପାର ସୁଖ ଦେଉଛନ୍ତି । ସତ୍ୟଯୁଗରେ ବହୁତ ସୁଖ
ଥିଲା । ତେବେ ତାହା କିଏ ଏବଂ କିପରି ସ୍ଥାପନ କରିଥିଲେ? ଏହି କଥାକୁ ବାବା ହିଁ ଆସି ବୁଝାଉଛନ୍ତି
। ନର୍କବାସୀମାନଙ୍କୁ ସ୍ୱର୍ଗବାସୀ ଅଥବା ଭ୍ରଷ୍ଟାଚାରୀମାନଙ୍କୁ ଶ୍ରେଷ୍ଠାଚାରୀ ଦେବତା କରିବା,
ଏହା ତ ଏକମାତ୍ର ବାବାଙ୍କର କାମ । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ପବିତ୍ର କରୁଛି,
ତୁମେମାନେ ସ୍ୱର୍ଗର ମାଲିକ ହେଉଛ । ପୁଣି ତୁମମାନଙ୍କୁ ପତିତ କିଏ କରୁଛି? ରାବଣ । ମନୁଷ୍ୟମାନେ
କହୁଛନ୍ତି ଦୁଃଖ ମଧ୍ୟ ଈଶ୍ୱର ହିଁ ଦେଉଛନ୍ତି । ବାବା କହୁଛନ୍ତି - ମୁଁ ତ ସମସ୍ତଙ୍କୁ ଏତେ ସୁଖ
ଦେଉଛି ଯେ, ତୁମମାନଙ୍କୁ ଅଧାକଳ୍ପ ପର୍ଯ୍ୟନ୍ତ ବାବାଙ୍କୁ ସ୍ମରଣ କରିବାର ଆବଶ୍ୟକତା ପଡିବ ନାହିଁ
। ପୁଣି ଯେତେବେଳେ ରାବଣ ରାଜ୍ୟ ଆରମ୍ଭ ହେଉଛି ସେତେବେଳେ ସମସ୍ତଙ୍କର ପୂଜା କରିବାରେ ଲାଗି
ପଡୁଛନ୍ତି । ଏହା ତ ତୁମର ବହୁତ ଜନ୍ମର ଶେଷ ଜନ୍ମ ଅଟେ । ମନୁଷ୍ୟମାନେ କହୁଛନ୍ତି ବାବା ଆମେ କେତେ
ଜନ୍ମ ନେଉଛୁ? ବାବା କହୁଛନ୍ତି - ମିଠା-ମିଠା ଭାରତବାସୀ ଆତ୍ମାମାନେ, ଏବେ ତୁମମାନଙ୍କୁ ମୁଁ
ଅସରନ୍ତି ସମ୍ପତ୍ତି ପ୍ରଦାନ କରୁଛି । ପିଲାମାନେ, ତୁମେମାନେ ହିଁ ୮୪ ଜନ୍ମ ନେଇଛ । ଏବେ
ତୁମେମାନେ ୨୧ ଜନ୍ମ ପାଇଁ ବାବାଙ୍କଠାରୁ ବର୍ସା ନେବାକୁ ଆସିଛ । ତେବେ ସମସ୍ତେ ତ ସେଠାକୁ ଏକା
ସମୟରେ ଆସିବେ ନାହିଁ । ବାସ୍ତବରେ ତୁମେମାନେ ହିଁ ସତ୍ୟଯୁଗର ସୂର୍ଯ୍ୟବଂଶୀ ପଦ ପୁର୍ନବାର ନେଉଛ
ଅର୍ଥାତ୍ ସତ୍ୟ ବାବାଙ୍କଠାରୁ ନରରୁ ନାରାୟଣ ହେବାର ସତ୍ୟ ଜ୍ଞାନ ଶୁଣୁଛ । ଏହା ହେଉଛି ଜ୍ଞାନ,
ତାହା ଭକ୍ତି । ଏହି ଶାସ୍ତ୍ର ସବୁ ଭକ୍ତିମାର୍ଗ ପାଇଁ ତିଆରି ହୋଇ ରହିଛି । ସେସବୁ ଜ୍ଞାନ ମାର୍ଗ
ପାଇଁ ନୁହେଁ । ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ, ଯେଉଁ ଜ୍ଞାନ ସୁପ୍ରିମ ଆତ୍ମା ଦେଉଛନ୍ତି । ଏବେ
ପିଲାମାନଙ୍କୁ ଦେହୀ-ଅଭିମାନୀ ହେବାକୁ ପଡିବ । ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ ।
ବାବା ବୁଝାଉଛନ୍ତି - ଆତ୍ମାରେ ହିଁ ଭଲ ଅଥବା ମନ୍ଦର ସଂସ୍କାର ରହିଥାଏ, ଯେଉଁ ଅନୁସାରେ ହିଁ
ମନୁଷ୍ୟକୁ ଭଲ ଅଥବା ଖରାପ ଜନ୍ମ ମିଳିଥାଏ । ବାବା ବସି ବୁଝାଉଛନ୍ତି ଇଏ ମଧ୍ୟ ପବିତ୍ର ଥିଲେ,
ଅନ୍ତିମ ଜନ୍ମରେ ପତିତ ହୋଇଛନ୍ତି ତତ୍ତ୍ତ୍ୱମ୍ । ମୋତେ ଏହି ପୁରୁଣା ରାବଣର ପତିତ ଦୁନିଆକୁ
ଆସିବାକୁ ପଡୁଛି । ଯିଏ ସ୍ୱର୍ଗରେ ପ୍ରଥମେ ଆସିବେ ତାଙ୍କ ଶରୀରରେ ହିଁ ମୋତେ ଆସିବାକୁ ପଡୁଛି ।
ତେବେ ସୂର୍ଯ୍ୟବଂଶୀମାନେ ହିଁ ପୂରା ୮୪ ଜନ୍ମ ନେଉଛନ୍ତି । ଇଏ ହେଲେ ବ୍ରହ୍ମା ଏବଂ ଏମାନେ ହେଲେ
ବ୍ରହ୍ମାବଂଶୀ ବ୍ରାହ୍ମଣ । ବାବା ଏକଥା ପ୍ରତିଦିନ ବୁଝାଉଛନ୍ତି । ପଥର ବୁଦ୍ଧିକୁ ପାରସବୁଦ୍ଧି
କରିବା ମାଉସୀ ଘର କଥା ନୁହେଁ । ହେ ଆତ୍ମାମାନେ, ଏବେ ଦେହୀ-ଅଭିମାନୀ ହୁଅ । ହେ ଆତ୍ମାମାନେ,
ଏକମାତ୍ର ବାବା ଏବଂ ରାଜତ୍ୱକୁ ମନେ ପକାଅ, ଦେହର ସବୁ ସମ୍ବନ୍ଧକୁ ଛାଡ । ଏବେ ସମସ୍ତଙ୍କୁ ଏହି
ପୁରୁଣା ଦୁନିଆରୁ ମରିବାକୁ ହେବ କାରଣ ଏବେ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା । ଏକମାତ୍ର
ସଦଗୁରୁଙ୍କ ବିନା ସମସ୍ତଙ୍କର ସଦ୍ଗତି କେହି କରିପାରିବେ ନାହିଁ । ବାବା କହୁଛନ୍ତି - ହେ
ଭାରତବାସୀ ସନ୍ତାନମାନେ, ତୁମେମାନେ ପ୍ରଥମେ-ପ୍ରଥମେ ମୋଠାରୁ ଅଲଗା ହୋଇଛ । ଗାୟନ ମଧ୍ୟ ଅଛି -
ଆତ୍ମା-ପରମାତ୍ମା ଅଲଗା ରହିଲେ ବହୁକାଳ... ପ୍ରଥମେ-ପ୍ରଥମେ ତୁମେ ଭାରତବାସୀ ଦେବୀ-ଦେବତା
ଧର୍ମାବଲମ୍ବୀମାନେ ଏଠାକୁ ଆସିଛ । ଅନ୍ୟ ଧର୍ମାବଲମ୍ବୀଙ୍କର ଜନ୍ମ କମ୍ ହୋଇଥାଏ । ସାରା ଚକ୍ର
କିପରି ଘୂରୁଛି ତାହା ବାବା ଆସି ବୁଝାଉଛନ୍ତି । ଯେଉଁମାନେ ଏହି ଜ୍ଞାନକୁ ଧାରଣା କରାଇପାରୁ
ନାହାଁନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ସହଜ । ସବୁକିଛି ଆତ୍ମା ହିଁ ଧାରଣ କରିଥାଏ, ଆତ୍ମା
ହିଁ ପାପ ଆତ୍ମା ପୁଣ୍ୟ ହୋଇଥାଏ ନା । ତୁମର ଏହା ୮୪ତମ ଅନ୍ତିମ ଜନ୍ମ ଅଟେ । ଏବେ ତୁମେ ସବୁ
ବାନପ୍ରସ୍ଥ ଅବସ୍ଥାରେ ଅଛ । ବାନପ୍ରସ୍ଥୀ ମନ୍ତ୍ର ନେବା ପାଇଁ ଗୁରୁ କରିଥା’ନ୍ତି । ତୁମମାନଙ୍କର
ଏବେ ଦେହଧାରୀ ଗୁରୁ କରିବାର ଆବଶ୍ୟକତା ନାହିଁ । ମୁଁ ତୁମ ସମସ୍ତଙ୍କର ପିତା, ଶିକ୍ଷକ ଏବଂ ଗୁରୁ
ଅଟେ । ମୋତେ ଡାକୁଛ, ହେ ପତିତ-ପାବନ ଶିବବାବା । ଏବେ ତୁମମାନଙ୍କୁ ଏ ସବୁର ସ୍ମୃତି ଆସୁଛି ।
ସିଏ ସବୁ ଆତ୍ମାମାନଙ୍କର ପିତା, ଆତ୍ମା ସତ୍ୟ ଏବଂ ଚୈତନ୍ୟ ଅଟେ କାହିଁକି ନା ଆତ୍ମା ଅମର । ସବୁ
ଆତ୍ମାମାନଙ୍କଠାରେ ପାର୍ଟ ଭରି ହୋଇ ରହିଛି । ବାବା ମଧ୍ୟ ସତ୍ ଏବଂ ଚୈତନ୍ୟ ଅଟନ୍ତି । ସିଏ ହିଁ
ମନୁଷ୍ୟ ସୃଷ୍ଟିର ବୀଜରୂପ, ତେଣୁ କହୁଛନ୍ତି - ମୁଁ ସାରା ସୃଷ୍ଟି ରୂପୀ ବୃକ୍ଷର
ଆଦି-ମଧ୍ୟ-ଅନ୍ତକୁ ଜାଣିଛି ସେଥିପାଇଁ ମୋତେ ଜ୍ଞାନର ସାଗର ବୋଲି କୁହାଯାଉଛି । ତୁମ ପାଖରେ ମଧ୍ୟ
ସମସ୍ତ ଜ୍ଞାନ ରହିଛି । ବୀଜରୁ ବୃକ୍ଷ କିପରି ବାହାରୁଛି । ବୃକ୍ଷକୁ ବଢିବାରେ ସମୟ ଲାଗୁଛି ନା ।
ବାବା କହୁଛନ୍ତି ମୁଁ ବୀଜରୂପ ଅଟେ, ଅନ୍ତିମ ସମୟରେ ସାରା ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା
ହୋଇଯିବ । ଏବେ ଦେଖ ଦେବୀ-ଦେବତା ଧର୍ମର ମୂଳଦୁଆ ନାହିଁ, ପ୍ରାୟ ଲୁପ୍ତ ହୋଇଯାଇଛି । ଦେବତା
ଧର୍ମ ଗୁପ୍ତ ହୋଇଗଲେ ବାବାଙ୍କୁ ଆସିବାକୁ ପଡୁଛି - ବାବା ଗୋଟିଏ ଧର୍ମର ସ୍ଥାପନା କରୁଛନ୍ତି ବାକି
ସବୁ ଧର୍ମକୁ ବିନାଶ କରିଦେଉଛନ୍ତି । ପ୍ରଜାପିତା ବ୍ରହ୍ମା ଦ୍ୱାରା ବାବା ଆଦି ସନାତନ ଦେବୀ-ଦେବତା
ଧର୍ମର ସ୍ଥାପନା କରୁଛନ୍ତି । ଡ୍ରାମା ଏହିପରି ତିଆରି ହୋଇଛି ଯାହାର କେବେ ବି ଶେଷ ହୁଏ ନାହିଁ ।
ବାବା ଅନ୍ତିମ ସମୟରେ ଆସନ୍ତି ଯେତେବେଳେ କି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଇବାକୁ ପଡେ
। ତେବେ ନିଶ୍ଚିତ ଭାବରେ ସଂଗମଯୁଗରେ ହିଁ ଆସିବେ । ତୁମମାନଙ୍କର କେବଳ ଜଣେ ପିତା । ଆତ୍ମାମାନେ
ପରସ୍ପର ଭାଇ-ଭାଇ ଯାହାଙ୍କର ନିବାସ ସ୍ଥାନ ହେଲା ବ୍ରହ୍ମଲୋକ । ଏକମାତ୍ର ବାବାଙ୍କୁ ହିଁ ସମସ୍ତେ
ମନେ ପକାଉଛନ୍ତି । ଦୁଃଖରେ ସମସ୍ତେ ସ୍ମରଣ କରୁଛନ୍ତି... ରାବଣ ରାଜ୍ୟରେ ସମସ୍ତଙ୍କୁ ଦୁଃଖ
ମିଳୁଛି । ଯେହେତୁ ଏଠାରେ ସମସ୍ତେ ବାବାଙ୍କୁ ମନେ ପକାଉଛନ୍ତି ତେଣୁ ନିଶ୍ଚିତ ଭାବରେ ସିଏ
ସମସ୍ତଙ୍କର ସଦ୍ଗତିଦାତା ହୋଇଥିବେ । ଏହି ମହିମା କେବଳ ତାଙ୍କର । ଯଦି ବାବା ନ ଆସିବେ ତେବେ
ଭାରତକୁ ସ୍ୱର୍ଗ କିଏ କରିବ! ଇସ୍ଲାମୀ ଆଦି ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ସମସ୍ତଙ୍କୁ ତ
ନିଶ୍ଚିତ ପୁନର୍ଜନ୍ମ ନେବାକୁ ହେବ । ତେବେ ପୁନର୍ଜନ୍ମ ମଧ୍ୟ ନର୍କରେ ହିଁ ମିଳୁଛି । ଏପରି ନୁହେଁ
ସେମାନେ ସ୍ୱର୍ଗକୁ ଚାଲିଯାଉଛନ୍ତି । ଯେପରି ମନୁଷ୍ୟ ମରିଗଲେ ହିନ୍ଦୁମାନେ କହନ୍ତି ସ୍ୱର୍ଗବାସୀ
ହେଲେ, ତେବେ ନିଶ୍ଚିତ ଭାବରେ ସେମାନେ ନର୍କରେ ଥିଲେ ନା । ଏବେ ସ୍ୱର୍ଗକୁ ଗଲେ । ତୁମ ମୁଖରେ
ଗୁଲାବ । ଯଦି ସ୍ୱର୍ଗବାସୀ ହେଲେ ପୁଣି ନର୍କର ଆସୁରୀ ବୈଭବ ତାଙ୍କୁ କାହିଁକି ଖୁଆଉଛ! ବଙ୍ଗଳାରେ
ମାଛ ଆଦି ମଧ୍ୟ ଖୁଆଇଥା’ନ୍ତି । ଆରେ, ତାଙ୍କର ଏସବୁ ଖାଦ୍ୟର କି ଆବଶ୍ୟକତା ରହିଛି! କହନ୍ତି
ଅମୁକ ପାର ନିର୍ବାଣ ଗଲା, ବାବା କହୁଛନ୍ତି ଏସବୁ ମନଗଢା କଥା । ଯେବେକି ପ୍ରଥମ ନମ୍ବର ଆତ୍ମାକୁ
ମଧ୍ୟ ୮୪ ଜନ୍ମ ନେବାକୁ ପଡୁଛି ତେଣୁ ବିନାଶ ପୂର୍ବରୁ କେହି ବି ଘରକୁ ଫେରିପାରିବେ ନାହିଁ ।
ବାବା ବୁଝାଉଛନ୍ତି ଏହି ଜ୍ଞାନ ମାର୍ଗରେ କୌଣସି ଅସୁବିଧା ନାହିଁ । ଭକ୍ତିମାର୍ଗରେ କେତେ କଷ୍ଟ
କରିବାକୁ ପଡୁଛି । ରାମ-ରାମ ଜପ କରି ଲୋମ ଟାଙ୍କୁରି ଉଠୁଛି । ସେସବୁ ହେଉଛି ଭକ୍ତିମାର୍ଗ । ଏହି
ସୂର୍ଯ୍ୟ-ଚନ୍ଦ୍ର ଆଦି ମଧ୍ୟ ଆଲୋକ ଦେଉଛନ୍ତି । କିନ୍ତୁ ଏମାନେ କୌଣସି ଦେବତା ନୁହଁନ୍ତି ।
ବାସ୍ତବରେ ଜ୍ଞାନର ସୂର୍ଯ୍ୟ, ଜ୍ଞାନର ଚନ୍ଦ୍ରମା, ତାରକାମାନଙ୍କର ମହିମା ରହିଛି । ତାଙ୍କରି
ମହିମା ରହିଛି । ସେମାନେ ପୁଣି ସୂର୍ଯ୍ୟ ଦେବତାୟ ନମଃ କହି ଦେଉଛନ୍ତି । ତାଙ୍କୁ ଦେବତା ମନେ କରି
ପାଣି ଦେଉଛନ୍ତି । ତେଣୁ ବାବା ବୁଝାଉଛନ୍ତି ଏସବୁ ଭକ୍ତିମାର୍ଗ, ଯାହା ପୁଣି ମଧ୍ୟ ହେବ । ପ୍ରଥମେ
ଏକମାତ୍ର ଶିବବାବାଙ୍କର ଅବ୍ୟଭିଚାରୀ ଭକ୍ତି ହେଉଛି, ପୁଣି ଦେବତାମାନଙ୍କର, ପୁଣି ତଳକୁ ଖସି ଏବେ
ଦେଖ ତିନୋଟି ରାସ୍ତା ମିଶିଥିବା ଜାଗାରେ ମାଟିର ଦୀପରେ ତେଲଢାଳି ପୂଜା କରୁଛନ୍ତି । ୫ ତତ୍ୱର
ମଧ୍ୟ ପୂଜା କରୁଛନ୍ତି । ମନୁଷ୍ୟମାନଙ୍କର ମଧ୍ୟ ଚିତ୍ର ତିଆରି କରି ପୂଜା କରୁଛନ୍ତି । କିନ୍ତୁ
ଏମାନଙ୍କଠାରୁ ତ କିଛି ହେଲେ ପ୍ରାପ୍ତି ହେଉ ନାହିଁ, ଏହି କଥାକୁ ତୁମେ ପିଲାମାନେ ହିଁ ବୁଝୁଛ ।
ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆତ୍ମାରୁ
ଖରାପ ସଂସ୍କାରକୁ ବାହାର କରିବା ପାଇଁ ଦେହୀ-ଅଭିମାନୀ ହୋଇ ରହିବାର ଅଭ୍ୟାସ କରିବାକୁ ହେବ,
ତୁମମାନଙ୍କର ଏହି ଅନ୍ତିମ ୮୪ତମ ଜନ୍ମ, ବାନପ୍ରସ୍ଥ ଅବସ୍ଥା ଅଟେ, ସେଥିପାଇଁ ପୁଣ୍ୟ ଆତ୍ମା
ହେବାର ପରିଶ୍ରମ କରିବାକୁ ହେବ ।
(୨) ଦେହର ସବୁ ସମ୍ବନ୍ଧକୁ ଛାଡି ଏକମାତ୍ର ବାବା ଏବଂ ବାବାଙ୍କ ଦ୍ୱାରା ମିଳୁଥିବାର ରାଜତ୍ୱକୁ
ମନେ ପକାଇବାକୁ ହେବ, ବୀଜ ଏବଂ ବୃକ୍ଷର ଜ୍ଞାନକୁ ସ୍ମରଣ କରି ସର୍ବଦା ହର୍ଷିତ ରହିବାକୁ ହେବ ।
ବରଦାନ:-
ବିଶ୍ୱ
ପରିବର୍ତ୍ତନର ଶ୍ରେଷ୍ଠ କାର୍ଯ୍ୟର ଦାୟିତ୍ୱ ସମ୍ପାଦନ କରିବା ସହିତ ଡବଲ ଲାଇଟ୍ ସ୍ଥିତିରେ
ରହୁଥିବା ଆଧାରମୂରତ ଆତ୍ମା ହୁଅ ।
ଯେଉଁମାନେ ଆଧାର ମୂରତ
ଆତ୍ମା ସେମାନଙ୍କ ଉପରେ ହିଁ ସମସ୍ତ ଦାୟିତ୍ୱନ୍ୟସ୍ତ ଥାଏ । ଏବେ ତୁମେମାନେ ଯେଉଁ ରୂପରେ ଏବଂ
ଯେଉଁଠାରେ ବି ପାଦ ପକାଇବ ଅର୍ଥାତ୍ କର୍ମ କରିବ ସେହିପରି ଅନେକ ଆତ୍ମା ତୁମମାନଙ୍କୁ ଅନୁକରଣ
କରିବେ, ଏହା ହିଁ ତୁମର ଦାୟିତ୍ୱ । କିନ୍ତୁ ଏହି ଦାୟିତ୍ୱ ଅବସ୍ଥାକୁ ମଜବୁତ୍ କରିବା ପାଇଁ
ସାହାଯ୍ୟ କରିଥାଏ । କାହିଁକି ନା ଏହାଦ୍ୱାରା ଅନେକ ଆତ୍ମାଙ୍କଠାରୁ ଆଶୀର୍ବାଦ ମିଳିଥାଏ, ଯେଉଁ
କାରଣରୁ ଦାୟିତ୍ୱ ମଧ୍ୟ ହାଲୁକା ହୋଇଯାଏ । ଏହିଭଳି ଦାୟିତ୍ୱ ସମ୍ପାଦନ କରିବା ସହିତ କ୍ଲାନ୍ତି
ଦୂର ହୋଇଯାଏ ।
ସ୍ଲୋଗାନ:-
ବୁଦ୍ଧି ଖର୍ଚ୍ଚ
କରିବା ସହିତ ଆନ୍ତରିକ ଶୁଭେଚ୍ଛାର ସନ୍ତୁଳନ ରଖି ସେବା କରିବା ଦ୍ୱାରା ସଫଳତା ପ୍ରାପ୍ତ ହୋଇଥାଏ
।