07.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ତୁମକୁ
ବାବାଙ୍କ ଦ୍ୱାରା ବାବାଙ୍କର ଲୀଳା ଅର୍ଥାତ୍ ଡ୍ରାମାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମିଳିଛି, ତୁମେ
ଜାଣିଛ ଯେ ଏବେ ଏହି ନାଟକ ସମାପ୍ତ ହେବାକୁ ଯାଉଛି, ଆମକୁ ଘରକୁ ଯିବାର ଅଛି ।”
ପ୍ରଶ୍ନ:-
ଯଦି ନିଜକୁ
ବାବାଙ୍କ ନିକଟରେ ରେଜିଷ୍ଟର (ପୂର୍ଣ୍ଣ ସମର୍ପିତ) କରିବାର ଅଛି ତେବେ ସେଥିପାଇଁ କେଉଁ ନିୟମ
ରହିଛି?
ଉତ୍ତର:-
ବାବାଙ୍କ ନିକଟରେ ରେଜିଷ୍ଟର ହେବା ପାଇଁ (୧) ବାବାଙ୍କ ଉପରେ ପୁରା ପୁରା ବଳି ଚଢିବାକୁ ହେବ
ଅର୍ଥାତ୍ ସମର୍ପିତ ହେବାକୁ ପଡିବ । (୨) ନିଜର ସବୁ କିଛି ଭାରତକୁ ସ୍ୱର୍ଗ କରିବାର ସେବାରେ ସଫଳ
କରିବାକୁ ପଡିବ । (୩) ସମ୍ପୂର୍ଣ୍ଣ ନିର୍ବିକାରୀ ହେବାର ପ୍ରତିଜ୍ଞା କରିବାକୁ ପଡିବ ଏବଂ ସେହି
ପ୍ରତିଜ୍ଞାକୁ ପାଳନ କରି ଦେଖାଇବାକୁ ମଧ୍ୟ ପଡିବ । ଏହିଭଳି ପିଲାମାନଙ୍କର ନାମ ସର୍ବଶକ୍ତିମାନ
ସରକାରଙ୍କର ରେଜିଷ୍ଟରରେ ଆସିଯାଇଥାଏ । ସେମାନଙ୍କୁ ନିଶା ରହିଥାଏ ଯେ ଆମେ ଭାରତକୁ ସ୍ୱର୍ଗ ବା
ରାଜସ୍ଥାନ କରୁଛୁ । ଆମେ ଭାରତର ସେବା କରିବା ପାଇଁ ବାବାଙ୍କ ଉପରେ ବଳି ଚଢୁଛୁ ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ଯାହାଙ୍କର
ମହିମାରେ ଏହି ଗୀତ ତିଆରି ହୋଇଛି ସିଏ ବସି ନିଜ ରଚନାର ମହିମା ଶୁଣାଉଛନ୍ତି । ଯାହାକୁ ଲୀଳା ବୋଲି
ମଧ୍ୟ କୁହାଯାଇଥାଏ । ଲୀଳା କୁହାଯାଏ ନାଟକକୁ ଏବଂ ମହିମା ହୋଇଥାଏ ଗୁଣବାନ୍ମାନଙ୍କର । ତେଣୁ
ତାଙ୍କର ମହିମା ସବୁଠାରୁ ଅଲଗା । ମନୁଷ୍ୟମାନେ ତ ଏକଥା ଜାଣିନାହାଁନ୍ତି । ପିଲାମାନେ ଜାଣିଛନ୍ତି
ଯେ ସେହି ପରମପିତା ପରମାତ୍ମାଙ୍କର ଏତେ ଗାୟନ ରହିଛି ଯାହାଙ୍କର ଶିବଜୟନ୍ତୀ ମଧ୍ୟ ପାଖେଇ ଆସିଲାଣି
। ଶିବଜୟନ୍ତୀ ପାଇଁ ଏହି ଗୀତ ମଧ୍ୟ ବହୁତ ଭଲ । ତୁମେମାନେ ତାଙ୍କର ଲୀଳାକୁ ଏବଂ ମହିମାକୁ ଜାଣିଛ,
ବାସ୍ତବରେ ଏହା ଲୀଳା ଅଟେ । ଏହାକୁ ନାଟକ (ଡ୍ରାମା) ମଧ୍ୟ କୁହାଯାଇଥାଏ । ବାବା କହୁଛନ୍ତି ଯେ
ଦେବତାମାନଙ୍କଠାରୁ ମଧ୍ୟ ମୋର ଲୀଳା ନିଆରା ଅଟେ । ପ୍ରତ୍ୟେକଙ୍କର ଅଲଗା-ଅଲଗା ଲୀଳା ହୋଇଥାଏ ।
ଯେପରି ରାଷ୍ଟ୍ରପତିଙ୍କର, ମନ୍ତ୍ରୀମାନଙ୍କର ପଦ ଅଲଗା-ଅଲଗା ହୋଇଥାଏ ନା । ଯଦି ପରମାତ୍ମା
ସର୍ବବ୍ୟାପୀ ହୋଇଥାନ୍ତେ ତେବେ ସମସ୍ତଙ୍କର ଅଭିନୟ ଏକ ହୋଇଥାନ୍ତା । ସର୍ବବ୍ୟାପୀ କହିବା ଦ୍ୱାରା
ହିଁ ସବୁ ଅଡୁଆ ହୋଇଯାଉଛି । କେହି ବି ମନୁଷ୍ୟ ନା ବାବାଙ୍କୁ, ନା ବାବାଙ୍କର ଅପରମଅପାର ମହିମାକୁ
ଜାଣିଛନ୍ତି । ଯେ ପର୍ଯ୍ୟନ୍ତ ବାବାଙ୍କୁ ନ ଜାଣିଛନ୍ତି ସେପର୍ଯ୍ୟନ୍ତ ତାଙ୍କର ରଚନାକୁ ମଧ୍ୟ
ଜାଣିପାରିବେ ନାହିଁ । ଏବେ ତୁମେ ପିଲାମାନେ ରଚନାକୁ ମଧ୍ୟ ଜାଣିଛ । ତୁମ ବୁଦ୍ଧିରେ ବ୍ରହ୍ମାଣ୍ଡ,
ସୂକ୍ଷ୍ମବତନ ଏବଂ ମନୁଷ୍ୟ ସୃଷ୍ଟିର ଚକ୍ର ମଧ୍ୟ ଘୂରି ଚାଲିଛନ୍ତି । ଏହା ହେଲା ଲୀଳା ଅଥବା
ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ । ବର୍ତ୍ତମାନ ସମୟରେ ଦୁନିଆର ମନୁଷ୍ୟମାନେ ହେଲେ ନାସ୍ତିକ ।
କିଛି ବି ଜାଣିନାହାଁନ୍ତି ଆଉ କେତେ କାହାଣୀ କହିଦେଉଛନ୍ତି । ସାଧୁମାନେ ମଧ୍ୟ ସମ୍ମିଳନୀ ଆଦି
କରୁଛନ୍ତି, ବିଚରା ସେମାନଙ୍କୁ ଜଣାନାହିଁ ଯେ ଏବେ ନାଟକ ଶେଷ ହେବାକୁ ଯାଉଛି । ଏବେ କିଛି
ଟଚିଙ୍ଗ୍ ହେଉଛି, ଯେତେବେଳେ କି ନାଟକ ଶେଷ ହେବାକୁ ଆସୁଛି । ଏବେ ସମସ୍ତେ କହୁଛନ୍ତି ଯେ ଆମର
ରାମରାଜ୍ୟ ଦରକାର । ଖ୍ରୀଷ୍ଟିୟାନଙ୍କର ରାଜ୍ୟରେ ଏପରି କହୁ ନ ଥିଲେ ଯେ ନୂଆ ଭାରତ ହେଉ । ଏବେ ତ
ବହୁତ ଦୁଃଖ ରହିଛି । ତେବେ ସମସ୍ତେ ଡାକୁଛନ୍ତି ଯେ ହେ ପ୍ରଭୁ ଦୁଃଖରୁ ଉଦ୍ଧାର କର । କଳିଯୁଗର
ଶେଷ ସମୟରେ ନିଶ୍ଚିତ ଅଧିକ ଦୁଃଖ ହେବ । ଦିନକୁ ଦିନ ଦୁଃଖ ବୃଦ୍ଧି ହୋଇ ଚାଲିବ । ସେମାନେ
ଭାବୁଛନ୍ତି ଯେ ସମସ୍ତେ ନିଜ-ନିଜର ରାଜ୍ୟ କରି ଚାଲିବେ । କିନ୍ତୁ ଏହି ବିନାଶ ତ ନିଶ୍ଚିତ ହେବ ।
ଏ କଥା କେହି ଜାଣିନାହାଁନ୍ତି ।
ତୁମମାନଙ୍କର କେତେ ଖୁସି
ରହିବା ଦରକାର । ତୁମେ କାହାକୁ ମଧ୍ୟ କହିପାରିବ ଯେ ବେହଦର ବାବା ସ୍ୱର୍ଗର ରଚୟିତା ଅଟନ୍ତି ତେଣୁ
ପିଲାମାନଙ୍କର ମଧ୍ୟ ସ୍ୱର୍ଗର ବାଦଶାହୀ ହେବା ଦରକାର । ସେଥିପାଇଁ ସ୍ୱତନ୍ତ୍ର ରୂପେ ଭାରତବାସୀ
ୟାଦ କରୁଛନ୍ତି । ଭକ୍ତି କରୁଛନ୍ତି ଭଗବାନଙ୍କ ସହିତ ମିଶିବା ପାଇଁ । ସେମାନେ କୃଷ୍ଣପୁରୀକୁ
ଯିବାକୁ ଚାହୁଁଛନ୍ତି, ଯାହାକୁ ହିଁ ସ୍ୱର୍ଗ ବୋଲି କହୁଛନ୍ତି । କିନ୍ତୁ ଏକଥା ଜାଣିନାହାଁନ୍ତି
ଯେ ସତ୍ୟଯୁଗରେ ହିଁ କୃଷ୍ଣଙ୍କର ରାଜ୍ୟ ଥିଲା । ବର୍ତ୍ତମାନ ଏହି କଳିଯୁଗ ପୂରା ହେବ, ସତ୍ୟଯୁଗ
ଆସିବ ପୁଣି କୃଷ୍ଣଙ୍କର ରାଜ୍ୟ ହେବ । ଏକଥା ତ ସମସ୍ତେ ଜାଣିଛନ୍ତି ଯେ ଶିବ ପରମାତ୍ମାଙ୍କର
ସମସ୍ତେ ସନ୍ତାନ ଅଟନ୍ତି । ପୁଣି ପରମାତ୍ମା ନୂଆ ସୃଷ୍ଟି ରଚନା କରିଥିବେ । ତେବେ ନିଶ୍ଚିତ
ବ୍ରହ୍ମାଙ୍କର ମୁଖ ଦ୍ୱାରା ରଚନା କରିଥିବେ । ବ୍ରହ୍ମାମୁଖ ବଂଶାବଳୀ ତ ନିଶ୍ଚିତ ବ୍ରାହ୍ମଣ କୁଳ
ଭୁଷଣ ହୋଇଥିବେ, ସେହି ସମୟ ମଧ୍ୟ ସଂଗମର ହୋଇଥିବ । ସଂଗମ ହେଲା କଲ୍ୟାଣକାରୀ ଯୁଗ ଯେତେବେଳେ କି
ପରମାତ୍ମା ଆସି ରାଜଯୋଗ ଶିଖାଇଥିବେ । ଏବେ ଆମେ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ ଅଟୁ । ବାକି
ତୁମେ କହିବ ଆମେ କିପରି ମାନିବୁ ଯେ ବ୍ରହ୍ମାଙ୍କ ଶରୀରରେ ପରମାତ୍ମା ଆସି ରାଜଯୋଗ ଶିଖାଉଛନ୍ତି ।
ତୁମେ ମଧ୍ୟ ଯଦି ବ୍ରହ୍ମା ମୁଖ ବଂଶାବଳୀ ହୋଇ ରାଜଯୋଗ ଶିଖିବ ତେବେ ସ୍ୱତଃ ତୁମକୁ ମଧ୍ୟ ଅନୁଭବ
ହୋଇଯିବ । ଏଥିରେ ମନଗଢା କଥା ବା ଅନ୍ଧଶ୍ରଦ୍ଧାର କୌଣସି କଥା ହିଁ ନାହିଁ । ସାରା ଦୁନିଆରେ ତ
ଅନ୍ଧଶ୍ରଦ୍ଧା ରହିଛି, ଏଥିରେ ମଧ୍ୟ ଖାସ ଭାରତରେ ମୂର୍ତ୍ତି ପୂଜା ବହୁତ ହୋଇଥାଏ । ଆଇଡଲ୍
ପ୍ରସ୍ଥ (ଦୈବୀପୀଠ) ଭାରତକୁ ହିଁ କୁହାଯାଏ । ବ୍ରହ୍ମାଙ୍କର କେତେ ଭୁଜା ଦେଖାଇଛନ୍ତି । ତେବେ ଏହା
କିପରି ହୋଇପାରିବ । ହଁ ବ୍ରହ୍ମାଙ୍କର ବହୁତ ସନ୍ତାନ ଅଛନ୍ତି । ଯେପରି ବିଷ୍ଣୁଙ୍କର ୪ ଭୁଜା
ଦେଖାଉଛନ୍ତି, ଦୁଇଟି ଲକ୍ଷ୍ମୀଙ୍କର, ଦୁଇଟି ନାରାୟଣଙ୍କର । ସେହିପରି ବ୍ରହ୍ମାଙ୍କର ମଧ୍ୟ ଏତେ
ସନ୍ତାନ ଥିବେ । ଧରିନିଅ ଯଦି ୪ କୋଟି ସନ୍ତାନ ହେବେ ତେବେ ବ୍ରହ୍ମାଙ୍କର ୮ କୋଟି ଭୁଜା ହୋଇଯିବ
। କିନ୍ତୁ ଏପରି ନୁହେଁ । ବାକି ପ୍ରଜା ତ ନିଶ୍ଚିତ ଥିବେ । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ
ରହିଛି । ବାବା ଆସି ଏହି ସବୁ କଥା ବୁଝାଉଛନ୍ତି । ସେମାନେ ତ ବୁଝିପାରୁ ନାହାଁନ୍ତି ଯେ ଶେଷରେ
କ’ଣ ହେବ । କେତେ ଯୋଜନା କରୁଛନ୍ତି । ଭିନ୍ନ-ଭିନ୍ନ ପ୍ରକାରର ଉପାୟ ମଧ୍ୟ କରୁଛନ୍ତି । ଏଠାରେ
ବାବାଙ୍କର ତୁମମାନଙ୍କ ପାଇଁ ଗୋଟିଏ ହିଁ ଯୋଜନା ରହିଛି, ଆଉ ଏହି ରାଜଧାନୀ ସ୍ଥାପନ ହେଉଛି । ଯିଏ
ଯେତେ ପରିଶ୍ରମ କରି ଅନ୍ୟମାନଙ୍କୁ ନିଜ ଭଳି କରାଇବେ, ସିଏ ସେତେ ଉଚ୍ଚପଦ ପାଇବେ । ବାବାଙ୍କୁ
ଜ୍ଞାନର ସାଗର, ସୁଖର ସାଗର, ଦୟାର ସାଗର ବୋଲି କହିଥାନ୍ତି । ବାବା କହୁଛନ୍ତି ମୋର ମଧ୍ୟ
ଡ୍ରାମାରେ ପାର୍ଟ ଅଛି । ମାୟା ସମସ୍ତଙ୍କ ଉପରେ ନିର୍ଦ୍ଦୟ ହୋଇଯାଇଛି । ତେଣୁ ମୋତେ ଆସି
ସମସ୍ତଙ୍କ ଉପରେ ଦୟା କରିବାକୁ ପଡୁଛି । ମୁଁ ତୁମମାନଙ୍କୁ ରାଜଯୋଗ ମଧ୍ୟ ଶିଖାଉଛି ।
ସୃଷ୍ଟିଚକ୍ରର ରହସ୍ୟ ମଧ୍ୟ ବୁଝାଉଛି । ନଲେଜଫୁଲଙ୍କୁ ଜ୍ଞାନର ସାଗର ବୋଲି କୁହାଯାଏ । ତୁମେମାନେ
ଏକଥା ଜାଣିଛ, କାହାକୁ ବୁଝାଇ ମଧ୍ୟ ପାରିବ । ଏଠାରେ ଅନ୍ଧଶ୍ରଦ୍ଧାର ତ କୌଣସି କଥା ହିଁ ନାହିଁ ।
ଆମେ ନିରାକାର ପରମପିତା ପରମାତ୍ମାଙ୍କୁ ମାନୁଛୁ । ପ୍ରଥମେ ପ୍ରଥମେ ତାଙ୍କର ମହିମା କରିବା ଦରକାର
। ସିଏ ଆସି ରାଜଯୋଗ ଦ୍ୱାରା ସ୍ୱର୍ଗର ରଚନା କରୁଛନ୍ତି । ପୁଣି ସ୍ୱର୍ଗବାସୀଙ୍କର ମଧ୍ୟ ମହିମା
କରିବା ଉଚିତ୍ । ଭାରତ ଯେତେବେଳେ ସ୍ୱର୍ଗବାସୀ ଥିଲା ସେତେବେଳେ ସମସ୍ତେ ସର୍ବଗୁଣ ସମ୍ପନ୍ନ, ୧୬
କଳା ସମ୍ପୂର୍ଣ୍ଣ....ଥିଲେ । ଏହା ୫ ହଜାର ବର୍ଷର କଥା । ତେଣୁ ପରମାତ୍ମାଙ୍କର ମହିମା ସବୁଠାରୁ
ନିଆରା ଅଟେ । ପୁଣି ଦେବତାମାନଙ୍କର ମଧ୍ୟ ମହିମା ରହିଛି । ଏଥିରେ ଅନ୍ଧଶ୍ରଦ୍ଧାର କୌଣସି କଥା
ହିଁ ନାହିଁ । ଏଠାରେ ତ ସମସ୍ତେ ସନ୍ତାନ ଅଟନ୍ତି । ଅନୁସରଣକାରୀ ନୁହଁନ୍ତି । ଏହା ତ ଏକ ପରିବାର
ଅଟେ । ଆମେ ଈଶ୍ୱରଙ୍କର ପରିବାର ଅଟୁ । ଅସଲରେ ତ ଆମେ ସବୁ ଆତ୍ମାମାନେ ପରମପିତା ପରମାତ୍ମାଙ୍କର
ସନ୍ତାନ ଅଟୁ ତେଣୁ ଏହା ପରିବାର ହେଲା ନା । ସେହି ନିରାକାର ପୁଣି ସାକାରରେ ଆସୁଛନ୍ତି । ଏହି
ସମୟରେ ଏହା ୱାଣ୍ଡରଫୁଲ ବା ଅତି ଉତ୍କୃଷ୍ଟ ବିଚିତ୍ର ପରିବାର ଅଟେ, ଏଥିରେ ସଂଶୟର କୌଣସି କଥା
ହିଁ ନାହିଁ । ଏଠାରେ ସମସ୍ତେ ଶିବଙ୍କର ସନ୍ତାନ ଅଟନ୍ତି । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ
ବୋଲି ମଧ୍ୟ ଗାୟନ ରହିଛି । ଆମେ ସମସ୍ତେ ବ୍ରହ୍ମାକୁମାର କୁମାରୀ ଅଟୁ, ଏବେ ନୂଆ ସୃଷ୍ଟିର
ସ୍ଥାପନା ହେଉଛି । ପୁରୁଣା ସୃଷ୍ଟି ଆମ ସମ୍ମୁଖରେ ରହିଛି । ପ୍ରଥମେ ତ ସମସ୍ତଙ୍କୁ ବାବାଙ୍କର
ପରିଚୟ ଦେବାକୁ ହେବ । ବ୍ରହ୍ମାବଂଶୀ ହେବା ବିନା ବାବାଙ୍କର ବର୍ସା ତ ମିଳିପାରିବ ନାହିଁ ।
ବ୍ରହ୍ମାଙ୍କ ପାଖରେ ଏହି ଜ୍ଞାନ ନାହିଁ । ଜ୍ଞାନ ସାଗର ତ ଶିବବାବା ଅଟନ୍ତି । ତାଙ୍କଠାରୁ ହିଁ
ଆମେ ବର୍ସା ପାଉଛୁ । ଆମେ ମୁଖ ବଂଶାବଳୀ ଅଟୁ । ବର୍ତ୍ତମାନ ସମସ୍ତେ ରାଜଯୋଗ ଶିଖୁଛୁ । ଆମ
ସମସ୍ତଙ୍କୁ ପାଠ ପଢାଇଲାବାଲା ଶିବବାବା ଅଟନ୍ତି, ଯିଏକି ଏହି ବ୍ରହ୍ମାଙ୍କର ଶରୀରରେ ଆସି ପାଠ
ପଢାଉଛନ୍ତି । ଏହି ପ୍ରଜାପିତା ବ୍ରହ୍ମା ଯିଏକି ବ୍ୟକ୍ତ ଅଟନ୍ତି, ସିଏ ଯେତେବେଳେ ସଂପୂର୍ଣ୍ଣ
ହୋଇଯାନ୍ତି ସେତେବେଳେ ଫରିସ୍ତା ହୋଇଯାଇଥାନ୍ତି । ସୂକ୍ଷ୍ମବତନବାସୀଙ୍କୁ ଫରିସ୍ତା କୁହାଯାଏ,
ସେଠାରେ ହାଡ ମାଂସ ନଥାଏ । କନ୍ୟାମାନେ ସାକ୍ଷାତ୍କାର ମଧ୍ୟ କରୁଛନ୍ତି । ବାବା କହୁଛନ୍ତି
ଭକ୍ତିମାର୍ଗରେ ଅଳ୍ପକାଳର ସୁଖ ମଧ୍ୟ ମୋ ଦ୍ୱାରା ତୁମକୁ ମିଳିଥାଏ । ଏକମାତ୍ର ମୁଁ ହିଁ ଦାତା ଅଟେ,
ସେଥିପାଇଁ ଈଶ୍ୱର ଅର୍ପଣ କରିଥାନ୍ତି । ବୁଝୁଛନ୍ତି ଯେ ଈଶ୍ୱର ହିଁ ଆମକୁ ଫଳ ଦେଉଛନ୍ତି । ସାଧୁ
ସନ୍ଥମାନଙ୍କର କେବେ ନାମ ଧରିନଥାନ୍ତି । ଦେଲାବାଲା ଏକମାତ୍ର ବାବା ହିଁ ଅଟନ୍ତି । ଯଦିଓ
ନିମିତ୍ତ କରି କାହା ଦ୍ୱାରା ଦେଇଥାନ୍ତି, କେବଳ ତାଙ୍କର ମହିମା ବଢାଇବା ପାଇଁ । ସେସବୁ ହେଲା
ଅଳ୍ପକାଳର ସୁଖ । ଏହା ହେଉଛି ବେହଦର ସୁଖ । ନୂଆ-ନୂଆ ଯେଉଁ ପିଲାମାନେ ଆସୁଛନ୍ତି ସେମାନେ
ବୁଝୁଛନ୍ତି ଯେ ଯାହାଙ୍କର ମତରେ ଆମେ ଚାଲୁଥିଲୁ, ତାଙ୍କୁ ପୁଣି ଆମେ ଏହି ଜ୍ଞାନ ବୁଝାଇବୁ । ଏହି
ସମୟରେ ସମସ୍ତେ ମାୟାର ମତରେ ଚାଲୁଛନ୍ତି । ଏଠାରେ ତ ତୁମକୁ ଈଶ୍ୱରୀୟ ମତ ମିଳୁଛି । ଏହି ମତ
ଅଧାକଳ୍ପ ଚାଲିଥାଏ କାହିଁକି ନା ସତ୍ୟଯୁଗ ତ୍ରେତାରେ ଆମେ ଏହାର ପ୍ରାରବ୍ଧ ଭୋଗ କରିଥାଉ । ସେଠାରେ
ଓଲଟା ମତ ନଥାଏ କାହିଁକି ନା ସେଠାରେ ମାୟା ହିଁ ନାହିଁ । ଓଲଟା ମତ ତ ପରେ ଆରମ୍ଭ ହେଉଛି । ଏବେ
ବାବା ଆମକୁ ନିଜ ଭଳି ତ୍ରିକାଳଦର୍ଶୀ, ତ୍ରିଲୋକୀନାଥ କରୁଛନ୍ତି । ଆମେ ବ୍ରହ୍ମାଣ୍ଡର ମାଲିକ
ହେଉଛୁ, ପୁଣି ସୃଷ୍ଟିର ମଧ୍ୟ ମାଲିକ ହେଉଛୁ । ବାବା ପିଲାମାନଙ୍କର ମହିମା ନିଜଠାରୁ ମଧ୍ୟ
ଶ୍ରେଷ୍ଠ କରିଛନ୍ତି । ସାରା ସୃଷ୍ଟିରେ ଏଭଳି ପିତା କେବେ ଦେଖିଛ ଯିଏକି ପିଲାମାନଙ୍କ ପାଇଁ ଏତେ
ପରିଶ୍ରମ କରୁଥିବେ ଏବଂ ନିଜ ଠାରୁ ମଧ୍ୟ ଉଚ୍ଚ କରୁଥିବେ । ବାବା କହୁଛନ୍ତି ମୁଁ ତୁମମାନଙ୍କୁ
ବିଶ୍ୱର ବାଦଶାହୀ ଦେଉଛି, ମୁଁ ଭୋଗ କରୁନାହିଁ । ବାକି ଦିବ୍ୟଦୃଷ୍ଟିର ଚାବି ମୁଁ ନିଜ ହାତରେ
ରଖୁଛି । ଭକ୍ତିମାର୍ଗରେ ମଧ୍ୟ ଏହା ମୋରି କାମରେ ଆସିଥାଏ । ଏବେ ମଧ୍ୟ ମୁଁ ବ୍ରହ୍ମାଙ୍କର
ସାକ୍ଷାତ୍କାର କରାଉଛି ଏବଂ କହୁଛି ଯେ ଏହି ବ୍ରହ୍ମାଙ୍କ ପାଖକୁ ଯାଇ ରାଜଯୋଗ ଶିଖି ଭବିଷ୍ୟତର
ରାଜକୁମାର ହୁଅ । ଏହିପରି ତ ବହୁତଙ୍କୁ ସାକ୍ଷାତ୍କାର ହୋଇଥାଏ । ସେଠାରେ ତ ସମସ୍ତେ ମୁକୁଟଧାରୀ
ରାଜକୁମାର ହେବେ । ବାକି ପିଲାମାନେ ଜାଣିପାରନ୍ତି ନାହିଁ ଯେ ସୂର୍ଯ୍ୟବଂଶୀ ରାଜକୁମାରର
ସାକ୍ଷାତ୍କାର ହେଲା ନା ଚନ୍ଦ୍ରବଂଶୀ ରାଜକୁମାରର ହେଲା । ଯେଉଁମାନେ ବାବାଙ୍କର ସନ୍ତାନ ହେଉଛନ୍ତି
ସେମାନେ ରାଜକୁମାର-ରାଜକୁମାରୀ ତ ନିଶ୍ଚିତ ହେବେ ପୁଣି ଆଗୁଆ ହୁଅନ୍ତୁ ବା ପଛରେ ହୁଅନ୍ତୁ । ଭଲ
ଭାବରେ ପୁରୁଷାର୍ଥ କଲେ ସୂର୍ଯ୍ୟବଂଶୀ ହେବେ ନଚେତ୍ ଚନ୍ଦ୍ରବଂଶୀ ହେବେ । ତେଣୁ କେବଳ
ରାଜକୁମାରଙ୍କୁ ଦେଖି ଖୁସି ହେବାର ନାହିଁ । ଏ ସମସ୍ତର ଆଧାର ପୁରୁଷାର୍ଥ ଉପରେ ରହିଛି । ବାବା ତ
ପ୍ରତ୍ୟେକ କଥା ସ୍ପଷ୍ଟ କରି ବୁଝାଉଛନ୍ତି, ଏଥିରେ ଅନ୍ଧଶ୍ରଦ୍ଧାର କୌଣସି କଥା ହିଁ ନାହିଁ । ଏହା
ଈଶ୍ୱରୀୟ ପରିବାର ଅଟେ । ଏହି ହିସାବରେ ତ ଅନ୍ୟ ସମସ୍ତେ ମଧ୍ୟ ଈଶ୍ୱରୀୟ ସନ୍ତାନ ଅଟନ୍ତି ।
କିନ୍ତୁ ସେମାନେ କଳିଯୁଗରେ ଅଛନ୍ତି, ତୁମେ ସଂଗମରେ ଅଛ । ତୁମେ କାହା ପାଖକୁ ଗଲେ କୁହ ଯେ ଆମେ
ଶିବବଂଶୀ, ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ହିଁ ସ୍ୱର୍ଗର ବର୍ସା ପାଇବୁ । କାହାକୁ ଭଲ ଭାବରେ
ବୁଝାଇବା ପାଇଁ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ୧୦୦-୫୦ ଜଣଙ୍କୁ ବୁଝାଇଲେ ତେବେ ସେଥିରୁ କେହି
ଜଣେ ବାହାରିବେ । ଯାହାର ଭାଗ୍ୟରେ ଥିବ ସିଏ କୋଟିକରୁ ଗୋଟିଏ ହୋଇ ବାହାରିବ । ନିଜ ଭଳି କରିବାରେ
ସମୟ ଲାଗିଥାଏ । ବାକି ସାହୁକାରମାନଙ୍କର ପ୍ରଭାବ ବହୁତ ହୋଇଥାଏ । ମିନିଷ୍ଟରଙ୍କ (ମନ୍ତ୍ରୀଙ୍କ)
ପାଖକୁ ଯେବେ ଯାଇଥାନ୍ତି ତେବେ ପ୍ରଥମେ ସିଏ ପଚାରିଥାନ୍ତି ଯେ ଆପଣଙ୍କ ପାଖକୁ କେହି ମିନିଷ୍ଟର
ଆସୁଛନ୍ତି କି? ଯଦି କହିବେ ହଁ ଆସୁଛନ୍ତି ତେବେ ସେ କହନ୍ତି ଯେ, ଆଚ୍ଛା ତେବେ ମୁଁ ମଧ୍ୟ ଯିବି ।
ବାବା କହୁଛନ୍ତି ମୁଁ
ବିଲ୍କୁଲ୍ ସାଧାରଣ ଅଟେ । ତେବେ ଏଠାକୁ କେହି ସାହୁକାର ବିରଳ ଆସୁଛନ୍ତି । ଆସିବେ ନିଶ୍ଚିତ
କିନ୍ତୁ ଅନ୍ତିମ ସମୟରେ । ତୁମମାନଙ୍କର ବହୁତ ନିଶା ରହିବା ଦରକାର । ସେମାନଙ୍କୁ ବୁଝାଇବାକୁ ହେବ
ଯେ ଆମେ ତ ଶରୀର-ମନ-ଧନ ଦ୍ୱାରା ଭାରତର ସେବା କରୁଛୁ । ତୁମେ ଭାରତର ସେବା କରିବା ପାଇଁ ହିଁ
ସମର୍ପିତ ହୋଇଛ ନା । ଏପରି ମହାଦାନୀ କେହି ହୋଇନଥାନ୍ତି । ସେମାନେ ତ ପଇସା ଏକତ୍ର କରି ଘର ଆଦି
ତିଆରି କରିଥାନ୍ତି । ଶେଷରେ ତ ଏସବୁ କିଛି ମାଟିରେ ମିଶିଯିବାର ଅଛି । ତୁମକୁ ତ ସବୁ କିଛି
ବାବାଙ୍କ ପାଖରେ ସମର୍ପଣ କରିବାକୁ ପଡିବ । ଭାରତକୁ ସ୍ୱର୍ଗ କରିବାର ସେବାରେ ହିଁ ସବୁ କିଛି
ଲଗାଇବାକୁ ହେବ । ତେଣୁ ବର୍ସା, ପୁଣି ତୁମେମାନେ ହିଁ ପାଉଛ । ତୁମର ନିଶା ଚଢିଛି ଯେ - ଆମେ ଏହି
ସର୍ବଶକ୍ତିମାନ ଅଧିକାରୀଙ୍କର ସନ୍ତାନ ଅଟୁ । ତେଣୁ ଆମେ ତାଙ୍କ ପାଖରେ ତାଲିକାଭୁକ୍ତ ହୋଇଗଲୁ ।
ବାବାଙ୍କ ପାଖରେ ତାଲିକାଭୁକ୍ତ ହେବା ପାଇଁ ବହୁତ ମେହନତ କରିବାକୁ ପଡିଥାଏ । ଯଦି କେହି
ସଂପୂର୍ଣ୍ଣ ନିର୍ବିକାରୀ ହେବାର ପ୍ରତିଜ୍ଞା କରିବେ ଏବଂ ହୋଇ କରି ମଧ୍ୟ ଦେଖାଇବେ ତେବେ ବାବା
ତାଙ୍କୁ ନିଜ ତାଲିକାଭୁକ୍ତ କରିଥାନ୍ତି । ପିଲାମାନଙ୍କର ବହୁତ ନିଶା ରହିବା ଉଚିତ୍ ଯେ ଆମେ
ଭାରତକୁ ସ୍ୱର୍ଗ ବା ରାଜସ୍ଥାନ କରୁଛୁ, ତେବେ ଯାଇ ସେଠାରେ ରାଜ୍ୟତ୍ୱ କରିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମେ
ଈଶ୍ୱରୀୟ ସନ୍ତାନମାନେ ଏକମାତ୍ର ଈଶ୍ୱରଙ୍କର ପରିବାରର ଅଟୁ । ଆମକୁ ଏବେ ଈଶ୍ୱରୀୟ ମତ ମିଳୁଛି,
ଏହିଭଳି ରୁହାନୀ ନିଶାରେ ରହିବାର ଅଛି । ଓଲଟା ମତରେ ଚାଲିବାର ନାହିଁ ।
(୨) ଭାରତର ସେବା କରିବା
ପାଇଁ ବ୍ରହ୍ମାବାବାଙ୍କ ଭଳି ପୁରା ପୁରା ବଳି ଚଢିବାର ଅଛି । ଶରୀର-ମନ-ଧନକୁ ଭାରତକୁ ସ୍ୱର୍ଗ
କରିବାର ସେବାରେ ସଫଳ କରିବାର ଅଛି । ପୁରା ପୁରା ଫିଲାନ୍ଥ୍ରୋଫିଷ୍ଟ୍ ବା ମହାଦାନୀ ହେବାର ଅଛି ।
ବରଦାନ:-
ପରମାତ୍ମାଙ୍କର
ସ୍ନେହର ଛତ୍ରଛାୟା ତଳେ ସର୍ବଦା ସୁରକ୍ଷିତ ରହୁଥିବା ଦୁଃଖର ଢେଉ ଠାରୁ ମୁକ୍ତ ହୁଅ ।
ଯେପରି କମଳପୁଷ୍ପ ପାଣି
ଏବଂ ପଙ୍କରେ ରହି ମଧ୍ୟ ନିଜେ ନ୍ୟାରା ଅର୍ଥାତ୍ ସ୍ୱତନ୍ତ୍ର ରହିଥାଏ ଏବଂ ସେ ଯେତିକି ସ୍ୱତନ୍ତ୍ର
ରହିଥାଏ ସେତିକି ସମସ୍ତଙ୍କର ପ୍ୟାରା ଅର୍ଥାତ୍ ପ୍ରିୟ ମଧ୍ୟ ହୋଇଥାଏ । ସେହିଭଳି ତୁମେ ପିଲାମାନେ
ମଧ୍ୟ ଦୁଃଖର ସଂସାର ଠାରୁ ସ୍ୱତନ୍ତ୍ର ଅର୍ଥାତ୍ ନିଆରା ହୋଇ ବାବାଙ୍କର ପ୍ୟାରା ହୋଇଯାଇଛ ତେବେ
ପରମାତ୍ମା ପିତାଙ୍କର ଏହି ସ୍ନେହ ତୁମମାନଙ୍କ ପାଇଁ ଛତ୍ରଛାୟା ହୋଇଯାଉଛି ଏବଂ ଯାହା ଉପରେ
ପରମାତ୍ମାଙ୍କର ଛତ୍ରଛାୟା ରହିଛି ତା’ର କିଏ ବା କ’ଣ କରିପାରିବ! ସେଥିପାଇଁ ସର୍ବଦା ନିଜର
ଆତ୍ମିକ ନିଶାରେ ରୁହ ଯେ ମୁଁ ଛତ୍ରଛାୟା ତଳେ ରହୁଥିବା ଆତ୍ମା, ଦୁଃଖର ଢେଉ ମଧ୍ୟ ମୋତେ ସ୍ପର୍ଶ
କରିପାରିବ ନାହିଁ ।
ସ୍ଲୋଗାନ:-
ଯେଉଁମାନେ ନିଜର
ଶ୍ରେଷ୍ଠ ଚରିତ୍ର ଦ୍ୱାରା ବାପଦାଦା ଅର୍ଥାତ୍ ବ୍ରାହ୍ମଣ କୁଳର ନାମ ଉଜ୍ୱଳ କରିଥାଆନ୍ତି ସେହିମାନେ
ହିଁ କୁଳର ପ୍ରଦୀପ ଅଟନ୍ତି ।