07.02.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପବିତ୍ର ହେବାକୁ ହେଲେ ଗୋଟିଏ ହେଲା ଯୋଗବଳ ଏବଂ ଅନ୍ୟଟି ହେଲା ଭୋଗବଳ ଅର୍ଥାତ୍ ଦଣ୍ଡାଭୋଗ କରିବା । ତୁମକୁ ଯୋଗବଳ ଦ୍ୱାରା ପବିତ୍ର ହୋଇ ଉଚ୍ଚ ପଦ ପାଇବାକୁ ହେବ ।

ପ୍ରଶ୍ନ:-
ବାବା ହେଉଛନ୍ତି ଆତ୍ମିକ ସର୍ଜନ, ସିଏ ତୁମକୁ କେଉଁ ଆଶ୍ୱାସନା ଦେବା ପାଇଁ ଆସିଛନ୍ତି ?

ଉତ୍ତର:-
ଯେପରି ସେହି ସର୍ଜନମାନେ ରୋଗୀମାନଙ୍କୁ ଧୈର୍ଯ୍ୟ ବା ଆଶ୍ୱାସନା ଦେଇଥାନ୍ତି ଯେ ତୁମର ରୋଗ ଏବେ ଠିକ ହୋଇଯିବ, ସେହିପରି ଏହି ଆତ୍ମିକ ସର୍ଜନ ମଧ୍ୟ ତୁମମାନଙ୍କୁ ଧୈର୍ଯ୍ୟ ଦେଉଛନ୍ତି ପିଲାମାନେ, ତୁମେମାନେ ମାୟାର ବେମାରୀକୁ ଭୟ କର ନାହିଁ, ସର୍ଜନ ତୁମକୁ ଔଷଧ ଦେଉଛନ୍ତି, ତେଣୁ ବିକାର ରୂପୀ ଏହି ବେମାରୀ ସବୁ ବାହାରକୁ ବାହାରିଯିବ, ଯେଉଁ ବିଚାର ଅଜ୍ଞାନକାଳରେ ଆସି ନଥିଲା, ତାହା ମଧ୍ୟ ଆସିବ । କିନ୍ତୁ ତୁମକୁ ସବୁ କିଛି ସହନ କରିବାକୁ ପଡିବ । ସେଥିପାଇଁ ଟିକିଏ ମେହନତ କରିବାକୁ ହେବ କାରଣ ଏବେ ତୁମର ସୁଖର ଦିନ ଆସିଲା କି ଆସିଲା ।

ଓମ୍ ଶାନ୍ତି ।
ବେହଦର ବାବା ତୁମମାନଙ୍କୁ ବୁଝାଉଛନ୍ତି ତୁମକୁ ସମସ୍ତଙ୍କ ନିକଟକୁ ସନ୍ଦେଶ ପହଞ୍ଚାଇବାକୁ ହେବ ଯେ ବର୍ତ୍ତମାନ ବାବା ଏଠାକୁ ଆସିଛନ୍ତି । ବାବା ଧୈର୍ଯ୍ୟ ଦେଉଛନ୍ତି କାରଣ ଭକ୍ତି ମାର୍ଗରୁ ଡାକି ଡାକି ଆସିଛନ୍ତି ବାବା ଆସ, ଆମକୁ ଦୁଃଖରୁ ଉଦ୍ଧାର କର । ତେଣୁ ବାବା ଆମକୁ ଧେର୍ଯ୍ୟ ଧରିବାକୁ କହୁଛନ୍ତି, ଆଉ ବାକି ବହୁତ କମ୍ ସମୟ ରହିଛି । ଯେପରି କାହାର ବେମାରୀ ଠିକ୍ ହେବାକୁ ଥିଲେ କହିଥାନ୍ତି ଯେ ଏବେ ତୁମର ରୋଗ ସମ୍ପୂର୍ଣ୍ଣ ଠିକ୍ ହୋଇଯିବ । ତୁମେମାନେ ମଧ୍ୟ ଏବେ ବୁଝିପାରୁଛ ଯେ, ଏହି ଛି ଛି ଦୁନିଆରେ ଆମେ ଆଉ ଅଳ୍ପ ସମୟ ରହିବା ପୁଣି ନୂଆ ଦୁନିଆକୁ ଚାଲିଯିବା । କିନ୍ତୁ ସେଥିପାଇଁ ଆମକୁ ଯୋଗ୍ୟ ହେବାକୁ ପଡିବ ପୁଣି ସେଠାରେ ତୁମକୁ କୌଣସି ରୋଗ ଇତ୍ୟାଦି କଷ୍ଟ ଦେବ ନାହିଁ । ବାବା ଧୈର୍ଯ୍ୟ ଧରିବାକୁ କହୁଛନ୍ତି ଏବଂ କହୁଛନ୍ତି ଯେ ତୁମକୁ ଟିକିଏ ମେହନତ କରିବାକୁ ହେବ । ଆଉ କେହି ବି ଏମିତି ନାହାଁନ୍ତି ଯିଏକି ଆମକୁ ଏହିଭଳି ଧୈର୍ଯ୍ୟ ଦେବେ । ତୁମେମାନେ ହିଁ ଏବେ ତମୋପ୍ରଧାନ ହୋଇଯାଇଛ । ଏବେ ବାବା ଆସିଛନ୍ତି ତୁମକୁ ପୁଣି ଥରେ ସତ୍ତୋପ୍ରଧାନ କରିବା ପାଇଁ । ବର୍ତ୍ତମାନ ସମସ୍ତ ଆତ୍ମାମାନଙ୍କୁ ପବିତ୍ର ଦେବାକୁ ହିଁ ପଡିବ କେହି ଯୋଗବଳ ଦ୍ୱାରା ହେବେ ତ କେହି ଭୋଗବଳ ଦ୍ୱାରା । ଭୋଗବଳ ମଧ୍ୟ ରହିଛି ନା । କିନ୍ତୁ ଯେଉଁମାନେ ଭୋଗବଳଦ୍ୱାରା ପବିତ୍ର ହେବେ ସେମାନଙ୍କର ପଦବୀ କମ ହୋଇଯିବ । ତୁମକୁ ଏବେ ଶ୍ରୀମତ ମିଳୁଛି । ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ସବୁ ପାପ ବିନାଶ ହୋଇଯିବ । ଯଦି ଯୋଗ ନ କରିବ ତେବେ ତୁମର ପାପ ଶହେଗୁଣା ବଢିଯିବ । କାରଣ ପାପ ଆତ୍ମା ହୋଇ ତୁମେମାନେ ମୋର ନିନ୍ଦା କରାଉଛ । ତେବେ ମନୁଷ୍ୟମାନେ କହିବେ ତାଙ୍କୁ ଈଶ୍ୱର ଏହିଭଳି ମତ ଦେଉଛନ୍ତି ପୁଣି କେମିତି ଆସୁରୀ ଚାଲିଚଳନ ହୋଇଯାଉଛି! ଲାହି-ଚାଢି ଅର୍ଥାତ୍ ଉତ୍ଥାନ-ପତନ ମଧ୍ୟ ହୋଇଥାଏ ନା । କେହି କେହି ତ ହାରିଯାଉଛନ୍ତି । ଭଲ ଭଲ ପିଲାମାନେ ମଧ୍ୟ ହାରିଯାଉଛନ୍ତି । ସେମାନଙ୍କ ପାପ କଟୁନାହିଁ ତେଣୁ ଦଣ୍ଡ ଭୋଗ କରିବାକୁ ପଡୁଛି । ଏହା ବହୁତ ଛି ଛି ଦୁନିଆ, ଏଠାରେ ସବୁ କିଛି ହେଉଛି । ବାବାଙ୍କୁ ଡାକୁଛନ୍ତି ବାବା ଆସ, ଆମକୁ ଭବିଷ୍ୟତ ନୂଆ ଦୁନିଆର ରାସ୍ତା ଦେଖାଅ । ବାବା ଜାଣିଛନ୍ତି ସେପାରିକୁ ହେଲା ନୂଆ ଦୁନିଆ ଏବଂ ଏପାରିକୁ ହେଲା ପୁରୁଣା ଦୁନିଆ । ତୁମେମାନେ ହେଉଛ ନୌକା । ଏବେ ତୁମେ ପୁରୁଷୋତ୍ତମ ହେବାକୁ ଯାଉଛ । ତୁମର ଏହି ପୁରୁଣା ଦୁନିଆରୁ ମଙ୍ଗ ଉଠିସାରିଛି । ତୁମେମାନେ ବର୍ତ୍ତମାନ ସେପାରିକୁ ଯାଉଛ ତେଣୁ ଘର ପରମଧାମକୁ ମନେ ପକାଇବାକୁ ହେବ । ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ସବୁ ପାପର ବୋଝ ଓହ୍ଲାଇଯିବ । ଯୋଗବଳ ନଚେତ୍ ଭୋଗବଳ । ସମସ୍ତ ଆତ୍ମାମାନଙ୍କୁ ପବିତ୍ର ନିଶ୍ଚିତ ହେବାକୁ ପଡିବ । ଯେପର୍ଯ୍ୟନ୍ତ ଆତ୍ମା ପବିତ୍ର ନ ହୋଇଛି ସେପର୍ଯ୍ୟନ୍ତ ଘରକୁ ଯାଇପାରିବ ନାହିଁ । ସମସ୍ତ ଆତ୍ମାକୁ ନିଜ ନିଜର ଅଭିନୟ ମିଳିଛି । ବାବା କହୁଛନ୍ତି ଏହା ହେଉଛି ତୁମର ଅନ୍ତିମ ଜନ୍ମ । କିନ୍ତୁ ମନୁଷ୍ୟମାନେ କହୁଛନ୍ତି ଯେ କଳିଯୁଗ ବର୍ତ୍ତମାନ ଆରମ୍ଭ ହୋଇଛି, ଅର୍ଥାତ୍ ମନୁଷ୍ୟ ଏବେ ଠାରୁ ଆଗକୁ ଆହୁରି ଦୁଃଖୀ ହେବେ । ତୁମେ ସଂଗମଯୁଗୀ ବ୍ରାହ୍ମଣମାନେ ଜାଣିଛ ଯେ ଏହି ଦୁଃଖଧାମ ତ ଏବେ ସମାପ୍ତ ହେବ । ବାବା ଆମକୁ ଧୈର୍ଯ୍ୟ ଦେଉଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ବାବା କହିଥିଲେ ଯେ ମୋତେ ମନେ ପକାଅ ତେବେ ତୁମର ସବୁ ପାପ ଭସ୍ମ ହେବ । ଏହା ମୁଁ ଗ୍ୟାରେଣ୍ଟି ଦେଉଛି । ଏକଥା ମଧ୍ୟ ବୁଝାଉଛନ୍ତି ଯେ କଳିଯୁଗର ବିନାଶ ନିଶ୍ଚିତ ହେବ ଏବଂ ସତ୍ୟଯୁଗ ଆସିବ । ବାବା ତୁମମାନଙ୍କୁ ଖାତିରି କରୁଛନ୍ତି । ତୁମକୁ ନିଶ୍ଚୟ ମଧ୍ୟ ଅଛି । କିନ୍ତୁ ବାବାଙ୍କର ସ୍ମୃତି ସ୍ଥାୟୀ ନ ରହିବା କାରଣରୁ କୌଣସି ନା କୌଣସି ବିକର୍ମ କରିଦେଉଛ । କହୁଛ ବାବା କ୍ରୋଧ ଆସିଯାଉଛି, ଏହାକୁ ମଧ୍ୟ ଭୂତ କୁହାଯିବ । ରାବଣ ରାଜ୍ୟରେ ଏହି ୫ ଭୂତ ଦୁଃଖ ଦେଇଥାନ୍ତି । ଶେଷ ସମୟର ହିସାବ-କିତାବ ମଧ୍ୟ ଚୁକ୍ତ କରିବାକୁ ହେବ । ଯାହାକୁ କାମ ବିକାର ଆଗରୁ କେବେ ହଇରାଣ କରିନଥିଲା ତାକୁ ମଧ୍ୟ ସେହି ବେମାରୀ ଆସିବ । କହୁଛନ୍ତି ଆଗରୁ ତ ଏଭଳି ବିକଳ୍ପ କେବେ ଆସୁ ନଥିଲା, ଏବେ କାହିଁକି ଆସୁଛି ? ଏହା ଜ୍ଞାନ ଅଟେ ନା । ଏହି ଜ୍ଞାନ ସବୁ ବେମାରୀକୁ ବାହାର କରିଦେବ । ଭକ୍ତି ସବୁ ବେମାରୀକୁ ବାହାର କରିନଥାଏ । ଏହା ହେଉଛି ଅଶୁଦ୍ଧ, ବିକାରୀ ଦୁନିଆ । ଏଠାରେ ଶତକଡା ଶହେଭାଗ ଅଶୁଦ୍ଧତା ରହିଛି । ତୁମକୁ ଶତକଡା ଶହେଭାଗ ପତିତରୁ ପୁଣି ୧୦୦ ଭାଗ ପବିତ୍ର ହେବାକୁ ପଡିବ । ଶହେଭାଗ ଭ୍ରଷ୍ଟାଚାରୀରୁ ଶହେଭାଗ ପବିତ୍ର ଶ୍ରେଷ୍ଠାଚାରୀ ଦୁନିଆ ହେବ ।

ବାବା କହୁଛନ୍ତି ମୁଁ ଆସିଛି ତୁମମାନଙ୍କୁ ଶାନ୍ତିଧାମ, ସୁଖଧାମ ନେଇଯିବା ପାଇଁ ତେଣୁ ତୁମେମାନେ ମୋତେ ଏବଂ ସୃଷ୍ଟି ଚକ୍ରକୁ ମନେ ପକାଅ । କୌଣସି ବିକର୍ମ କର ନାହିଁ । ଯେଉଁ ଗୁଣ ଏହି ଦେବତାମାନଙ୍କ ଭିତରେ ଥିଲା ସେହି ଗୁଣକୁ ଧାରଣ କରିବାକୁ ହେବ । ବାବା ତୁମକୁ କୌଣସି କଷ୍ଟ ଦେଉନାହାଁନ୍ତି । କାହା ଭିତରେ ଯଦି ଭୂତ ରହିଥାଏ ତେବେ ଘରେ ନିଆଁ ଲଗାଇ ଦେଇଥାଏ । ବହୁତ କ୍ଷତି କରିଦେଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ତ ଏଠାରେ ସମସ୍ତ ମନୁଷ୍ୟ ଭୂତ ଅଟନ୍ତି ନା । ସ୍ଥୂଳରେ ମଧ୍ୟ କର୍ମଭୋଗ ରହିଛି ନା । ଆତ୍ମା ହିଁ ଶରୀର ଆଧାରରେ ପରସ୍ପରକୁ ଦୁଃଖ ଦେଉଛି । ଶରୀର ନଥିଲେ ମଧ୍ୟ ଦୁଃଖ ଦେଉଛି । ତୁମେମାନେ ମଧ୍ୟ ଦେଖିଛ । ଯାହାକୁ ଭୂତ କହିଥାନ୍ତି ତାହା ଧଳା ରଙ୍ଗର ଛାଇ ସଦୃଶ ଦେଖାଯାଏ । କିନ୍ତୁ ତୁମେମାନେ ସେ ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ । ତୁମେମାନେ ଯେତେ ଯେତେ ବାବାଙ୍କୁ ମନେ ପକାଅ ସେତେ ସେତେ ଏସବୁ ଜିନିଷ ସମାପ୍ତ ହୋଇଯିବ । ଏହା ମଧ୍ୟ ହିସାବ-କିତାବ ଅଟେ ନା ।

ଘରେ କନ୍ୟା କହୁଛି ମୁଁ ପବିତ୍ର ରହିବାକୁ ଚାହୁଁଛି ତେବେ ଏକଥା ଆତ୍ମା ହିଁ କହୁଛି ନା । କିନ୍ତୁ ଯାହା ଭିତରେ ଜ୍ଞାନ ନାହିଁ ସିଏ କହୁଛି ପବିତ୍ର ରୁହ ନାହିଁ । ପୁଣି ପରସ୍ପର ଭିତରେ ଝଗଡା ହେଉଛି, କେତେ ହଙ୍ଗାମା ହେଉଛି । ଏବେ ତୁମେ ପବିତ୍ର ଆତ୍ମା ହେଉଛ । ସେମାନେ ଅପବିତ୍ର ତେଣୁ ଦୁଃଖ ଦେଉଛନ୍ତି । ସିଏ ବି ତ ଆତ୍ମା ନା କିନ୍ତୁ ତାକୁ ପ୍ରେତାତ୍ମା କୁହାଯିବ । ଶରୀରରେ ଥାଇ ମଧ୍ୟ ଦୁଃଖ ଦେଉଛନ୍ତି ତ ବିନା ଶରୀରରେ ମଧ୍ୟ ଦୁଃଖ ଦେଉଛନ୍ତି । ଜ୍ଞାନ ତ ବହୁତ ସହଜ । ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । ବାକି ମୁଖ୍ୟ କଥା ହେଲା ପବିତ୍ରତା । ସେଥିପାଇଁ ବାବାଙ୍କୁ ବହୁତ ଖୁସିର ସହିତ ମନେପକାଇବାକୁ ହେବ । ରାବଣକୁ ଭୂତ କୁହାଯିବ ନା । ବର୍ତ୍ତମାନ ସମୟ ହେଉଛି ହିଁ ଭୂତର ଦୁନିଆ । ପରସ୍ପର ମଧ୍ୟରେ ଅନେକ ପ୍ରକାରର ଦୁଃଖ ପାଉଛନ୍ତି । ଭୂତ ବାସ୍ତବରେ ପତିତମାନଙ୍କୁ ହିଁ କୁହାଯାଏ । ପତିତ ଆତ୍ମା ଭିତରେ ୫ ବିକାର ଅନେକ ରୂପରେ ରହିଥାଏ । କାହା ଭିତରେ କାମ ବିକାରର ଅଭ୍ୟାସ, କାହାଠାରେ କ୍ରୋଧର, କାହାଠାରେ ଅନ୍ୟକୁ ହଇରାଣ କରିବାର ଅଭ୍ୟାସ, କାହାଠାରେ ଅନ୍ୟର କ୍ଷତି କରିବାର ଅଭ୍ୟାସ ଥାଏ । କାହାଠାରେ ଯଦି ବିକାରର ଅଭ୍ୟାସ ଥିବ ତେବେ ବିକାର ନ ମିଳିଲେ କ୍ରୋଧରେ ଆସି ବହୁତ ମାଡ ମାରିଥାନ୍ତି । ଏହି ଦୁନିଆ ହିଁ ଏହିଭଳି ଅଟେ । ତେଣୁ ବାବା ଆସି ଧୈର୍ଯ୍ୟ ଦେଉଛନ୍ତି ହେ ଆତ୍ମା, ତୁମେମାନେ ଧୈର୍ଯ୍ୟ ଧର, ମୋତେ ମନେ ପକାଉଥାଅ ଏବଂ ଦୈବୀଗୁଣ ଧାରଣ କର । ଏପରି କହୁନାହାଁନ୍ତି ଯେ ଧନ୍ଦା ଇତ୍ୟାଦି କର ନାହିଁ । ଯେପରି ମିଲେଟ୍ରୀବାଲା ଯେତେବେଳେ ଯୁଦ୍ଧ କରିବାକୁ ଯାଆନ୍ତି ସେତେବେଳେ ସେମାନଙ୍କୁ ମଧ୍ୟ କୁହାଯାଏ ଯେ ଶିବବାବାଙ୍କ ସ୍ମୃତିରେ ରୁହ । ଗୀତାର ଶବ୍ଦ ଅନୁସାରେ ଭାବୁଛନ୍ତି ଯେ ଆମେ ଯଦି ଯୁଦ୍ଧ ପଡିଆରେ ମୃତ୍ୟୁବରଣ କରିବୁ ତେବେ ସ୍ୱର୍ଗକୁ ଯିବୁ ସେଥିପାଇଁ ଖୁସି ଖୁସିରେ ଯୁଦ୍ଧ କରିବା ପାଇଁ ଯାଆନ୍ତି । କିନ୍ତୁ ବାସ୍ତବରେ ସେପରି କିଛି ହୁଏ ନାହିଁ । ବର୍ତ୍ତମାନ ବାବା କହୁଛନ୍ତି ତୁମେମାନେ ସ୍ୱର୍ଗକୁ ଯିବ ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ହେବ । ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ ତେବେ ତୁମେ ନିଶ୍ଚିତ ଭାବରେ ସ୍ୱର୍ଗକୁ ଚାଲିଯିବ । ଯେଉଁମାନେ ଏଠାକୁ ଆସି ପୁଣି ଯାଇ ପତିତ ହେଉଛନ୍ତି ସେମାନେ ମଧ୍ୟ ସ୍ୱର୍ଗରେ ନିଶ୍ଚିତ ଆସିବେ । ଦଣ୍ଡ ଭୋଗ କରି, ପବିତ୍ର ହେବେ କିନ୍ତୁ ସ୍ୱର୍ଗରେ ନିଶ୍ଚିତ ଆସିବେ । ବାବା ତ ଦୟାର ସାଗର ଅଟନ୍ତି ନା । ବାବା ବୁଝାଉଛନ୍ତି କୌଣସି ବି ବିକର୍ମ କର ନାହିଁ ତେବେ ତୁମେ ବିକର୍ମାଜିତ୍ ହୋଇଯିବ । ଏହି ଲକ୍ଷ୍ମୀ-ନାରାୟଣ ବିକର୍ମାଜିତ୍ ଅଟନ୍ତି ନା । ପୁଣି ରାବଣ ରାଜ୍ୟରେ ବିକର୍ମ ହୋଇଯାଉଛି । ବିକର୍ମ ଶତାଦ୍ଦୀ ଆରମ୍ଭ ହେଉଛି ନା । ମନୁଷ୍ୟ ଏ ବିଷୟରେ କିଛି ବି ଜାଣିନାହାଁନ୍ତି । ତୁମେମାନେ ମଧ୍ୟ ଏବେ ଜାଣୁଛ ଯେ ଲକ୍ଷ୍ମୀ-ନାରାୟଣ ବିକର୍ମାଜିତ୍ ଥିଲେ । ତାଙ୍କୁ ପ୍ରଥମ ନମ୍ବର ବିକର୍ମାଜିତ୍ କୁହାଯାଉଥିଲା । ପୁଣି ୨୫୦୦ ବର୍ଷ ପରେ ବିକର୍ମ ଶତାଦ୍ଦୀ ଆରମ୍ଭ ହୋଇଥାଏ । ମୋହଜିତ୍ ରାଜାଙ୍କର କାହାଣୀ ମଧ୍ୟ ରହିଛି ନା । ତେବେ ବାବା ମଧ୍ୟ କହୁଛନ୍ତି ନଷ୍ଟୋମୋହା ହୁଅ, ମୋତେ ମନେ ପକାଅ ତେବେ ତୁମର ସବୁ ପାପ ଧୋଇ ହୋଇଯିବ । ୨୫୦୦ ବର୍ଷ ଭିତରେ ଯାହା ପାପ କରିଛ ତାହା ହି ୫୦-୬୦ ବର୍ଷ ମଧ୍ୟରେ ତୁମେ ସମାପ୍ତ କରିପାରିବ ନିଜକୁ ସଂମ୍ପୂର୍ଣ୍ଣ ସତ୍ତୋପ୍ରଧାନ କରିପାରିବ । ଯଦି ଯୋଗବଳ ନ ରିହିବ ତେବେ ମାଳାର ପଛରେ ରହିଯିବ । ବହୁତ ବଡ ମାଳା ମଧ୍ୟ ରହିଛି ନା । କିନ୍ତୁ ଭାରତର ମାଳା ତ ସ୍ୱତନ୍ତ୍ର । ଯାହା ଉପରେ ସମସ୍ତ ଖେଳ ରଚନା କରାଯାଇଛି । ଏଥିରେ ମୁଖ୍ୟ କଥା ହେଲା ଯୋଗର ଯାତ୍ରା । ବାକି ଅନ୍ୟ କୌଣସି କଷ୍ଟର କଥା ହିଁ ନାହିଁ । ଭକ୍ତିମାର୍ଗରେ ତ ଅନେକଙ୍କ ସହିତ ବୁଦ୍ଧିଯୋଗ ଲଗାଇଥାନ୍ତି । ଏସବୁ ହେଲା ରଚନା । ସେମାନଙ୍କୁ ମନେ ପକାଇଲେ କାହାର ହେଲେ ବି କଲ୍ୟାଣ ହେବ ନାହିଁ । ବାବା କହୁଛନ୍ତି ଅନ୍ୟ କାହାକୁ ହେଲେ ମନେ ପକାଅ ନାହିଁ । ଯେପରି ଭକ୍ତିମାର୍ଗରେ ପ୍ରଥମେ ତୁମେ କେବଳ ଭକ୍ତି କରୁଥିଲ ପୁଣି ଶେଷ ସମୟରେ ମୋତେ ମନେ ପକାଅ । ବାବା କେତେ ସ୍ପଷ୍ଟ ଭାବରେ ବୁଝାଉଛନ୍ତି । ପୂର୍ବରୁ କଣ ଏସବୁ କଥା ଜାଣିଥିଲ । ଏବେ ତୁମକୁ ଏହି ଜ୍ଞାନ ମିଳିଛି । ବାବା କହୁଛନ୍ତି ଅନ୍ୟ ସବୁ ସଙ୍ଗ ଛାଡି ମୋ ସହିତ ସଙ୍ଗ କର ତେବେ ଏହି ଯୋଗ ଅଗ୍ନି ଦ୍ୱାରା ତୁମର ପାପ ଭସ୍ମ ହୋଇଯିବ । ଜନ୍ମଜନ୍ମାନ୍ତର ତୁମେ ପାପ କରି ଆସିଛ । କାମ ବିକାରର ବଶୀଭୂତ ହୋଇ ଆସିଛ । ପରସ୍ପରକୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇ ଆସିଛ । ମୂଳ କଥା ହେଲା କାମର । ଏହା ମଧ୍ୟ ଡାମା ଅଟେ । ଏପରି ବି କୁହାଯାଇପାରିବ ନାହିଁ ଏଭଳି ଡ୍ରାମା କାହିଁକି ରଚନା ହୋଇଛି । ଏହା ତ ଅନାଦି ନାଟକ ଅଟେ । ଏହି ଡ୍ରାମାରେ ମୋର ମଧ୍ୟ ଅଭିନୟ ରହିଛି । ଏହି ଡ୍ରାମା କେବେ ରଚନା ହେଲା, କେବେ ଶେଷ ହେବ । ଏହା କେହି କହିପାରିବ ନାହିଁ । ଆତ୍ମାରେ ସବୁ ଅଭିନୟ ଭରି ହୋଇ ରହିଛି । ଆତ୍ମାରୂପୀ କ୍ୟାସେଟ୍ କେବେ ଘୋରି ହୁଏ ନାହିଁ କି ନଷ୍ଟ ହୁଏ ନାହିଁ । ଆତ୍ମା ହେଉଛି ଅବିନାଶୀ ଏବଂ ତାଭିତରେ ଅଭିନୟ ମଧ୍ୟ ଅବିନାଶୀ ରହିଛି । ଡ୍ରାମା ମଧ୍ୟ ଅବିନାଶୀ ଅଟେ । ବାବା କେବେ ବି ପୁନର୍ଜନ୍ମରେ ଆସି ନଥାନ୍ତି । ସିଏ ହିଁ ଆସି ଡ୍ରାମାର ସବୁ ରହସ୍ୟକୁ ବୁଝାଉଛନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ କେହି ବି ବୁଝାଇପାରିବେ ନାହିଁ । ନା ବାବାଙ୍କର କର୍ତ୍ତବ୍ୟ ନା ଆତ୍ମାର କିଛି ବି ଜାଣିନାହାଁନ୍ତି । ଏହି ସୃଷ୍ଟିରୂପି ଚକ୍ର ତ ଘୂରି ଚାଲିଛି ।

ବର୍ତ୍ତମାନ ହେଉଛି ପୁରୁଷୋତ୍ତମ ସଂଗମଯୁଗ, ଯେତେବେଳେ କି ସମସ୍ତ ମନୁଷ୍ୟ ଉତ୍ତମ ହୋଇଥାଆନ୍ତି । ଶାନ୍ତିଧାମରେ ସମସ୍ତ ଆତ୍ମା ପବିତ୍ର ଉତ୍ତମ ହୋଇଯାଆନ୍ତି । ଶାନ୍ତିଧାମ ଏକ ପବିତ୍ରଧାମ ଅଟେ । ନୂଆ ଦୁନିଆ ମଧ୍ୟ ପବିତ୍ର ଦୁନିଆ ଅଟେ । ସେଠାରେ ତ ସବୁବେଳେ ଶାନ୍ତି ରହିଥାଏ । ପୁଣି ଶରୀର ମଧ୍ୟରେ ଆସି ଅଭିନୟ କରିଥାନ୍ତି । ବର୍ତ୍ତମାନ ଆମେ ଜାଣିଛେ ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ ମିଳିଛି । ତାହା ହେଉଛି ଆମର ଘର ଯେଉଁଠାରେ ଆମେ ଶାନ୍ତିରେ ରହୁଛେ, ଏଠାରେ ତ ଅଭିନୟ କରିବାକୁ ହେବ । ବାବା କହୁଛନ୍ତି ଭକ୍ତିମାର୍ଗରେ ତୁମେମାନେ ମୋର ଅବ୍ୟଭିଚାରୀ ପୁଜା କରୁଥିଲ । ସେତେବେଳେ ତୁମେମାନେ ଦୁଃଖୀ ନଥିଲ । ବର୍ତ୍ତମାନ ବ୍ୟଭିଚାରୀ ଭକ୍ତି କରିଲ ତେଣୁ ଦୁଃଖୀ ହୋଇଯାଇଛ । ଏବେ ବାବା କହୁଛନ୍ତି ଦୈବୀଗୁଣ ଧାରଣ କର, ପୁଣି ମଧ୍ୟ ଆସୁରୀଗୁଣ କାହିଁକି ଧାରଣ କରୁଛ । ତୁମେମାନେ ମୋତେ ଡାକିଲ ଆସ ଏଠାକୁ ଆସି ଆମକୁ ପବିତ୍ର କର । ପୁଣି ପତିତ କାହିଁକି ହେଉଛ ? ସମସ୍ତ ବିକାର ମଧ୍ୟରୁ ସ୍ୱତନ୍ତ୍ର ଭାବରେ କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, ତେବେ ଯାଇ ତୁମେ ଜଗତଜିତ୍ ହେବ । ମନୁଷ୍ୟ ତ ଭଗବାନଙ୍କୁ ମଧ୍ୟ କହିଦେଉଛନ୍ତି ଯେ ତୁମେ ହିଁ ପୂଜ୍ୟ ପୁଣି ତୁମେ ହିଁ ପୂଜାରୀ ହେଉଛ ଅର୍ଥାତ୍ ତାଙ୍କୁ ମଧ୍ୟ ତଳକୁ ନେଇ ଆଣୁଛନ୍ତି । ଏହିଭଳି ପାପ କରି କରି ଦୁନିଆ ମହାବିକାରୀ ହୋଇଯାଇଛି । ଗରୁଡ ପୁରାଣରେ ମଧ୍ୟ ଘୋର ନର୍କ ବୋଲି ବର୍ଣ୍ଣନା ରହିଛି, ଯେଉଁଠାରେ ସାପ, ବିଛା ଇତ୍ୟାଦି ଦଂଶନ କରିବାର ଦେଖାଇ ଦିଆଯାଇଛି । ଶାସ୍ତ୍ରରେ କଣ କଣ ସବୁ ଲେଖି ଦେଇଛନ୍ତି । ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ ଏହି ଶାସ୍ତ୍ର ଇତ୍ୟାଦି ହେଉଛି ଭକ୍ତିମାର୍ଗର ସାମଗ୍ରୀ । ତାହା ଦ୍ୱାରା ମୋତେ କେହି ପ୍ରାପ୍ତ କରିପାରନ୍ତି ନାହିଁ । ଆହୁରି ଅଧିକ ତମୋପ୍ରଧାନ ହୋଇଯାଆନ୍ତି । ସେଥିପାଇଁ ମୋତେ ଡାକିଥାଆନ୍ତି ଯେ ଆସ ଏଠାକୁ ଆସି ଆମକୁ ପବିତ୍ର କର ତେବେ ନିଜେ ପତିତ ଅଟନ୍ତି ନା । କିନ୍ତୁ ମନୁଷ୍ୟମାନେ ତ କିଛି ବି ବୁଝୁନାହାଁନ୍ତି । ଯେଉଁମାନଙ୍କର ନିଶ୍ଚୟ ଅଛି ସେହିମାନେ ହିଁ ବିଜୟୀ ହେଉଛନ୍ତି । ରାବଣ ଉପରେ ବିଜୟୀ ହୋଇ ରାମରାଜ୍ୟକୁ ଆସି ଯାଉଛନ୍ତି । ବାବା କହୁଛନ୍ତି କାମ ଉପରେ ବିଜୟ ପ୍ରାପ୍ତ କର ଏହି ବିକାର ଉପରେ ହିଁ ହଙ୍ଗାମା ହୋଇଥାଏ । ଗାୟନ ମଧ୍ୟ କରୁଛନ୍ତି ଅମୃତକୁ ଛାଡି ବିଷ କାହିଁକି ଖାଉଛ ? ଅମୃତ ନାମ ଶୁଣି ଭାବୁଛନ୍ତି ଗାଈ ମୁଖରୁ ଅମୃତ ବାହାରୁଛି । ଆରେ, ଗଙ୍ଗାଜଳକୁ କଣ ଅମୃତ କୁହାଯିବ କି! ଏହା ତ ଜ୍ଞାନ ଅମୃତର କଥା ଅଟେ । ସ୍ତ୍ରୀମାନେ ସ୍ୱାମୀର ଚରଣ ଧୋଇ ପିଇଥାନ୍ତି, ତାକୁ ମଧ୍ୟ ଅମୃତ ବୋଲି ଭାବୁଛନ୍ତି ଯଦି ତାହା ଅମୃତ ତେବେ ତ ହୀରା ସଦୃଶ ହୋଇଯିବା ଦରକାର ନା । କିନ୍ତୁ ବାସ୍ତବରେ ବାବା ହିଁ ଜ୍ଞାନ ଦେଇଥାନ୍ତି ଯାହା ଦ୍ୱାରା ତୁମେ ହୀରା ସଦୃଶ ହେଉଛ କିନ୍ତୁ ମନୁଷ୍ୟ ପାଣିର ନାମକୁ କେତେ ପ୍ରସିଦ୍ଧ କରିଦେଇଛନ୍ତି । ତୁମେ ଜ୍ଞାନ ଅମୃତ ପିଆଉଛ ସେମାନେ ପାଣି ପିଆଉଛନ୍ତି । ତୁମ ବ୍ରାହ୍ମଣମାନଙ୍କ କଥାକୁ କେହି ବି ଜାଣିନାହାଁନ୍ତି । ସେମାନେ କୌରବ-ପାଣ୍ଡବ ବୋଲି କହୁଛନ୍ତି କିନ୍ତୁ ତୁମ ବ୍ରାହ୍ମଣମାନଙ୍କୁ ହିଁ ପ୍ରକୃତ ପାଣ୍ଡବ କୁହାଯାଉଛି ଏକଥା ମନୁଷ୍ୟ ଜାଣିନାହାଁନ୍ତି । ଗୀତାରେ ମଧ୍ୟ ଏଭଳି କୌଣସି ଶବ୍ଦ ଲେଖାଯାଇ ନାହିଁ ଯାହା ଦ୍ୱାରା ସେମାନେ ବ୍ରାହ୍ମଣମାନଙ୍କୁ ହିଁ ପାଣ୍ଡବ ବୋଲି ବୁଝିବେ । ବାବା ଆସି ସବୁ ଶାସ୍ତ୍ରର ସାରକଥା ଆମମାନଙ୍କୁ ବୁଝାଉଛନ୍ତି । ବାବା ଆମମାନଙ୍କୁ କହୁଛନ୍ତି ଶାସ୍ତ୍ରରେ ଯାହା କିଛି ପଢିଛ ଏବଂ ମୁଁ ତୁମକୁ ଯାହା ଶୁଣାଉଛି ତାଙ୍କୁ ତୁଳନା କର । ତୁମେ ଜାଣିଛ ଆଗରୁ ଆମେ ଯାହା ଶୁଣିଥିଲୁ ତାହା ସମ୍ପୂର୍ଣ୍ଣ ଭୁଲ୍ ଥିଲା । ଏବେ ଠିକ୍ କଥା ଶୁଣୁଛୁ ।

ବାବା ବୁଝାଉଛନ୍ତି ତୁମେ ସମସ୍ତେ ହେଉଛ ସୀତା ଅଥବା ଭକ୍ତିନୀ । ଭକ୍ତିର ଫଳ ରାମ ଭଗବାନ ହିଁ ଦେଇଥାନ୍ତି । କହୁଛନ୍ତି ମୁଁ ଆସୁଛି ତୁମକୁ ଭକ୍ତିର ଫଳ ଦେବାପାଇଁ । ତୁମେ ଜାଣିଛ ଆମେ ସ୍ୱର୍ଗରେ ବହୁତ ସୁଖରେ ଥିଲୁ । ସେସମୟରେ ଅନ୍ୟ ସମସ୍ତ ଆତ୍ମା ଶାନ୍ତିଧାମରେ ରହିଥାନ୍ତି । ତେବେ ସେଠାରେ ସମସ୍ତଙ୍କୁ ଶାନ୍ତି ତ ମିଳିଥାଏ ନା । ସତ୍ୟଯୁଗରେ ସାରା ବିଶ୍ୱରେ ସୁଖ-ଶାନ୍ତି-ପବିତ୍ରତା ସବୁକିଛି ଥିଲା । ତୁମେ ସମସ୍ତଙ୍କୁ ବୁଝାଉଛ ଯେତେବେଳେ ବିଶ୍ୱରେ ଗୋଟିଏ ଧର୍ମ ଥିଲା ସେତେବେଳେ ଶାନ୍ତି ଥିଲା । ଏତେ ବୁଝାଇବା ସତ୍ତେ୍ୱ ମଧ୍ୟ ଏହି କଥାକୁ କେହି ହେଲେ ବୁଝୁନାହାଁନ୍ତି । ଏହି କଥା କାହା କାହା ବୁଦ୍ଧିରେ ବହୁତ ମୁସକିଲରେ ରହୁଛି । କିନ୍ତୁ ଶେଷ ସମୟରେ ବହୁତ ଆସିବେ, ଯିବେ କେଉଁ ଆଡକୁ । ଏହା ହେଉଛି ଏକମାତ୍ର ଦୋକାନ । ଯେପରି ଯେଉଁ ଦୋକାନୀମାନେ ବହୁତ ଭଲ ଜିନିଷ ରଖିଥାନ୍ତି ସେମାନଙ୍କର ଦାମ ଫିକ୍ସ ଥାଏ । କିନ୍ତୁ ଏହା ତ ଶିବବାବାଙ୍କର ଦୋକାନ ଏବଂ ସିଏ ହେଉଛନ୍ତି ନିରାକାର । ବ୍ରହ୍ମା ମଧ୍ୟ ନିଶ୍ଚିତ ଦରକାର, ତେବେ ଯାଇ ତ ତୁମେ ନିଜକୁ ବ୍ରହ୍ମାକୁମାର-ବ୍ରହ୍ମାକୁମାରୀ ବୋଲି କହୁଛ । ନିଜକୁ ଶିବକୁମାରୀ ବୋଲି ତ କହିପାରିବ ନାହିଁ । ବ୍ରାହ୍ମଣ ମଧ୍ୟ ନିଶ୍ଚିତ ଦରକାର । ଯେପର୍ଯ୍ୟନ୍ତ ବ୍ରାହ୍ଣଣ ନ ହୋଇଛ ସେ ପର୍ଯ୍ୟନ୍ତ ଦେବତା ହୋଇପାରିବ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜ ଭିତରେ ଦେବତାମାନଙ୍କ ସଦୃଶ ଦିବ୍ୟଗୁଣ ଧାରଣ କରିବାକୁ ହେବ, ଭିତରେ ଯେଉଁ ସବୁ ବିକାରୀ ସଂସ୍କାର ଅଛି, କ୍ରୋଧ ଇତ୍ୟାଦିର ଅଭ୍ୟାସ ଅଛି ତାକୁ ଛାଡିବାକୁ ହେବ, ବିକର୍ମାଜିତ୍ ହେବାକୁ ପଡିବ ସେଥିପାଇଁ ବର୍ତ୍ତମାନ କୌଣସି ବିକର୍ମ କରିବା ଉଚିତ୍ ନୁହେଁ ।

(୨) ହୀରା ସଦୃଶ ଶ୍ରେଷ୍ଠ ହେବା ପାଇଁ ଜ୍ଞାନ ଅମୃତକୁ ନିଜେ ପାନ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପାନ କରାଇବାକୁ ହେବ । କାମ ବିକାର ଉପରେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ କରିବାକୁ ହେବ । ନିଜକୁ ସତ୍ତୋପ୍ରଧାନ କରିବାକୁ ହେବ । ଯୋଗବଳ ଦ୍ୱାରା ସବୁ ପୁରୁଣା ହିସାବ-କିତାବକୁ ଚୁକ୍ତ କରିବାକୁ ହେବ ।

ବରଦାନ:-
ସହଜଯୋଗର ସାଧନା ଦ୍ୱାରା ସାଧନ ଉପରେ ବିଜୟ ପ୍ରାପ୍ତ କରୁଥିବା ପ୍ରୟୋଗୀ ଆତ୍ମା ହୁଅ ।

ସବୁ ପ୍ରକାରର ସାଧନ ଥାଇ, ସାଧନଗୁଡିକୁ ପ୍ରୟୋଗରେ ଆଣି ମଧ୍ୟ ଯୋଗର ସ୍ଥିତି କେବେ ବି ହଲଚଲ ନ ହେଉ । ଯୋଗୀ ହୋଇ ସାଧନଗୁଡିକର ପ୍ରୟୋଗ କରିବା ଏହାକୁ ହିଁ ନିଆରା ହେବା କୁହାଯାଏ । ସାଧନଗୁଡିକ ଥାଇ ମଧ୍ୟ ସେଗୁଡିକୁ ନିମିତ୍ତ ହୋଇ ଅନାସକ୍ତ ରୂପରେ ପ୍ରୟୋଗ କର । ଯଦି କୌଣସି ସାଂସାରିକ ଇଚ୍ଛା ରହିବ ତେବେ ତାହା ମହାନ ଆତ୍ମା ହେବାକୁ ଦେବ ନାହିଁ । ମେହନତ କରିବାରେ ହିଁ ସମୟ ବିତିଯିବ । ସେହି ସମୟରେ ତୁମେ ସାଧନା କରିବାକୁ ଚେଷ୍ଟା କରିବ କିନ୍ତୁ ସାଧନଗୁଡିକ ନିଜ ଆଡକୁ ଆକର୍ଷିତ କରିନେବ । ସେଥିପାଇଁ ପ୍ରୟୋଗୀ ଆତ୍ମା ହୋଇ ସହଜଯୋଗର ସାଧନା ଦ୍ୱାରା ସାଧନଗୁଡିକ ଉପରେ ଅର୍ଥାତ୍ ପ୍ରକୃତି ଉପରେ ବିଜୟୀ ହୁଅ ।

ସ୍ଲୋଗାନ:-
ନିଜେ ସନ୍ତୁଷ୍ଟ ରହି ସମସ୍ତଙ୍କୁ ସନ୍ତୁଷ୍ଟ କରିବା ହିଁ ସନ୍ତୁଷ୍ଟମଣୀ ହେବା ।