07.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ବାବା ଯାହା ଶୁଣାଉଛନ୍ତି, ତାହା ହିଁ ଶୁଣ, କୌଣସି ଆସୁରୀ କଥା ଶୁଣ ନାହିଁ, କୁହ ନାହିଁ, ହିଅର ନୋ ଇଭିଲ୍, ସି ନୋ ଇଭିଲ୍... ।

ପ୍ରଶ୍ନ:-
ତୁମମାନଙ୍କୁ ବାବାଙ୍କ ଦ୍ୱାରା କେଉଁ ନିଶ୍ଚୟ ହୋଇଛି ?

ଉତ୍ତର:-
ବାବା ତୁମକୁ ନିଶ୍ଚୟ କରାଉଛନ୍ତି ଯେ ମୁଁ ତୁମର ବାବା, ଟିଚର, ସତ୍ଗୁରୁ ମଧ୍ୟ ଅଟେ, ତୁମେ ଏଇ ସ୍ମୃତିରେ ରହିବା ପାଇଁ ପୁରୁଷାର୍ଥ କର । କିନ୍ତୁ ମାୟା ତୁମକୁ ଭୁଲାଇ ଦେଉଛି । ଅଜ୍ଞାନ କାଳରେ ମାୟାର କଥା ନାହିଁ ।

ପ୍ରଶ୍ନ:-
କେଉଁ ଚାର୍ଟ ରଖିବାରେ ବିଶାଳ ବୁଦ୍ଧି ଦରକାର ?

ଉତ୍ତର:-
ନିଜକୁ ଆତ୍ମା ଭାବି ବାବାଙ୍କୁ କେତେ ସମୟ ମନେ ପକାଇଲ ଏହି ଚାର୍ଟ ରଖିବାରେ ବଡ ବିଶାଳ ବୁଦ୍ଧି ଦରକାର । ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ ।

ଓମ୍ ଶାନ୍ତି ।
ବିଦ୍ୟାର୍ଥୀମାନେ ଜାଣିଛନ୍ତି ଯେ ଶିକ୍ଷକ ଆସିଛନ୍ତି ଏବଂ କଥା ମଧ୍ୟ ଜାଣିଛନ୍ତି ସେ ବାବା, ଶିକ୍ଷକ ଏବଂ ସତଗୁରୁ ମଧ୍ୟ ଅଟନ୍ତି । ଏକଥା ତୁମମାନଙ୍କ ସ୍ମୃତିରେ ଅଛି କିନ୍ତୁ ପୁରୁଷାର୍ଥର କ୍ରମ ଅନୁସାରେ । ନିୟମ କହୁଛି ଯେବେ ଥରେ ଜାଣିଗଲ ଯେ ବାବା ଆମର ଶିକ୍ଷକ ଅଥବା ପିତା, ଗୁରୁ ଅଟନ୍ତି ତେବେ ପୁଣି ଭୁଲି ପାରିବ ନାହିଁ । କିନ୍ତୁ ଏଠାରେ ମାୟା ଭୁଲାଇ ଦେଉଛି । ଅଜ୍ଞାନ କାଳରେ ମାୟା କେବେ ବି ଭୁଲାଏ ନାହିଁ । ସନ୍ତାନମାନେ କେବେ ବି ଭୁଲି ପାରିବେ ନାହିଁ ଯେ ଇଏ ଆମର ବାବା, ଏହା ତାଙ୍କର କର୍ତ୍ତବ୍ୟ । ସନ୍ତାନମାନଙ୍କ ଭିତରେ ଖୁସୀ ରହୁଛି, ଆମେ ବାବାଙ୍କ ସମ୍ପତ୍ତିର ମାଲିକ ହେବାକୁ ଯାଉଛୁ । ଲୌକିକ ଦୁନିଆରେ ଯଦିଓ ନିଜେ ପାଠପଢି ରୋଜଗାର କ୍ଷମ ହୁଅନ୍ତି ତଥାପି ମଧ୍ୟ ପିତାଙ୍କର ସମ୍ପତ୍ତି ମଧ୍ୟ ମିଳିଥାଏ ନା । ତୁମେ ଏବେ ରାଜଯୋଗ ଶିଖୁଛ । ବାବାଙ୍କ ଦ୍ୱାରା ତୁମମାନଙ୍କୁ ନିଶ୍ଚୟ ହୋଇଯାଉଛି ଆମେ ବାବାଙ୍କର ଅଟୁ, କେବଳ ବାବା ହିଁ ସଦ୍ଗତିର ରାସ୍ତା ବତାଇଥାନ୍ତି ସେଥିପାଇଁ ସେ ସତ୍ଗୁରୁ ମଧ୍ୟ ଅଟନ୍ତି । ଏହି କଥା ଭୁଲିବା ଉଚିତ୍ ନୁହେଁ । ଯାହା ବାବା ଶୁଣାଉଛନ୍ତି ତାହାକୁ ଶୁଣିବା ଦରକାର । ଏଇ ଯେଉଁ ମାଙ୍କଡର ଖେଳନା ଦେଖାଉଛନ୍ତି - ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ... ବାସ୍ତବରେ ଏହା ହେଉଛି ମନୁଷ୍ୟମାନଙ୍କର କଥା । ବାବା କହୁଛନ୍ତି ଆସୁରୀ କଥା କୁହ ନାହିଁ, ଶୁଣ ନାହିଁ, ଦେଖ ନାହିଁ । ହିଅର ନୋ ଇବିଲ୍... ଏହା ଉପରେ ପ୍ରଥମେ ମାଙ୍କଡର ମୂର୍ତ୍ତି ତିଆରି କରୁଥିଲେ । ଏବେ ତ ମନୁଷ୍ୟମାନଙ୍କର ମଧ୍ୟ ମୂର୍ତ୍ତି ତିଆରି କରୁଛନ୍ତି । ତୁମ ପାଖରେ ନଳିନୀ ଝିଅ ଦ୍ୱାରା ତିଆରି ଚିତ୍ର ରହିଛି । ତେଣୁ ତୁମେ ବାବାଙ୍କର ଗ୍ଲାନିର କଥା ଶୁଣ ନାହିଁ । ବାବା କହୁଛନ୍ତି ମନୁଷ୍ୟମାନେ ମୋର କେତେ ଗ୍ଲାନି କରୁଛନ୍ତି । ତୁମକୁ ଜଣା ଅଛି ଯଦି କୃଷ୍ଣଙ୍କର ଭକ୍ତମାନେ ଶ୍ରୀକୃଷ୍ଣଙ୍କ ଆଗରେ ଧୂପ ଜଳାଇଥାନ୍ତି ତେବେ ରାମଙ୍କର ଭକ୍ତମାନେ ନାକ ବନ୍ଦ କରିଦେଇଥାନ୍ତି । ଜଣଙ୍କୁ - ଅନ୍ୟଜଣଙ୍କର ବାସ୍ନା ମଧ୍ୟ ଭଲ ଲାଗୁ ନାହିଁ । ପରସ୍ପର ମଧ୍ୟରେ ଯେମିତି ଶତ୍ରୁ ହୋଇଯାଉଛନ୍ତି । ବର୍ତ୍ତମାନ ତୁମେ ହେଉଛ ରାମବଂଶୀ । କିନ୍ତୁ ଏହି ଦୁନିଆ ରାବଣ ବଂଶୀ । ଏଠାରେ ଧୂପର କଥା ନାହିଁ । ତୁମେ ଜାଣିଛ ବାବାଙ୍କୁ ସର୍ବବ୍ୟାପୀ କହିବା ଦ୍ୱାରା କଣ ଗତି ହୋଇଛି! ଭଗବାନ ମାଟି, ଗୋଡିରେ ମଧ୍ୟ ରହିଛନ୍ତି ଏଭଳି କହିବା ଦ୍ୱାରା ମନୁଷ୍ୟମାନଙ୍କର ବୁଦ୍ଧି ପଥର ହୋଇଯାଇଛି । ବେହଦର ବାବା ଯିଏକି ତୁମକୁ ବେହଦର ବର୍ସା ଦେଉଛନ୍ତି, ତାଙ୍କର କେତେ ଗ୍ଲାନୀ କରୁଛନ୍ତି । ତେବେ ବର୍ତ୍ତମାନ ଏହି ଜ୍ଞାନ କାହା ଭିତରେ ନାହିଁ । ବର୍ତ୍ତମାନ ମନୁଷ୍ୟ ଭିତରେ ଯେଉଁ ଜ୍ଞାନ ଅଛି ତାହା ଜ୍ଞାନ ରତ୍ନ ନୁହେଁ, କିନ୍ତୁ ପଥର ଅଟେ । ଏବେ ତୁମମାନଙ୍କୁ ବାବାଙ୍କୁ ମନେ ପକାଇବାକୁ ହେବ । ବାବା କହୁଛନ୍ତି ମୁଁ ଯାହା ଯେମିତି ଅଟେ, ଯଥାର୍ଥ ରୀତି ମୋତେ କେହି ଜାଣି ନାହାଁନ୍ତି । ସନ୍ତାନମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ରହିଛନ୍ତି । ତେବେ ବାବାଙ୍କୁ ଯଥାର୍ଥ ରୀତି ମନେ ପକାଇବାକୁ ହେବ । ସେ ମଧ୍ୟ ଅତି ସୂକ୍ଷ୍ମ ବିନ୍ଦୁ ଅଟନ୍ତି, ଯାହାଙ୍କ ଭିତରେ ଏହି ସବୁ ପାର୍ଟ ଭରି ହୋଇ ରହିଛି । ତେବେ ବାବାଙ୍କୁ ଯଥାର୍ଥ ରୂପେ ଜାଣି ତାଙ୍କୁ ସେହି ରୂପରେ ମନେ ପକାଇବାକୁ ପଡିବ, ନିଜକୁ ଆତ୍ମା ନିଶ୍ଚୟ କରିବାକୁ ପଡିବ । ଯଦିଓ ଆମେ ସମସ୍ତେ ତାଙ୍କର ସନ୍ତାନ କିନ୍ତୁ ଏମିତି ନୁହେଁ ଯେ ବାବାଙ୍କର ଆତ୍ମା ବଡ, ଆମର ଆତ୍ମା ଛୋଟ । ନା । ଯଦିଓ ବାବା ନଲେଜଫୁଲ୍ କିନ୍ତୁ କୌଣସି ଆତ୍ମା ରୂପରେ ଛୋଟ ବଡ ହୋଇପାରିବ ନାହିଁ । ତୁମର ଆତ୍ମାରେ ମଧ୍ୟ ଜ୍ଞାନ ରହୁଛି କିନ୍ତୁ ତାହା ନମ୍ବରବାର । ସ୍କୁଲମାନଙ୍କରେ ମଧ୍ୟ ବିଦ୍ୟାର୍ଥୀମାନେ କ୍ରମାନୁସାରେ ପାସ୍ ହୋଇଥାନ୍ତି ନା । ଶୂନ ନମ୍ବର କାହାର ହୋଇନଥାଏ । କିଛି ନା କିଛି ନମ୍ବର ନିଶ୍ଚିତ ନେଇଥାନ୍ତି । ବାବା କହୁଛନ୍ତି ମୁଁ ଯେଉଁ ଜ୍ଞାନ ତୁମକୁ ଶୁଣାଉଛି, ଏହା ପ୍ରାୟଃ ଲୋପ ହୋଇଯାଉଛି । କିନ୍ତୁ ଚିତ୍ର ଅଛି, ଶାସ୍ତ୍ର ମଧ୍ୟ ରଚନା କରିଛନ୍ତି । ବାବା ତୁମ ଆତ୍ମାମାନଙ୍କୁ କହୁଛନ୍ତି ହିଅର ନୋ ଇବିଲ୍... ଏହି ଆସୁରୀ ଦୁନିଆକୁ କଣ ଦେଖିବ । ଏହି ଛି-ଛି ଦୁନିଆରୁ ଆଖି ବନ୍ଦ କରିନିଅ । ବର୍ତ୍ତମାନ ଆତ୍ମାର ସ୍ମୃତି ଆସିଛି, ଏହା ହେଉଛି ପୁରୁଣା ଦୁନିଆ । ଏଥିରେ କଣ କନେକ୍ସନ୍ ରଖିବ, ଆତ୍ମାର ସ୍ମୃତି ଆସିଛି ଯେ ଏହି ଦୁନିଆକୁ ଦେଖି ମଧ୍ୟ ଦେଖ ନାହିଁ । ନିଜର ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ । ଆତ୍ମାକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି ତେଣୁ ଏସବୁ କଥାକୁ ସ୍ମରଣ କରିବାକୁ ପଡିବ । ଭକ୍ତିମାର୍ଗରେ ମଧ୍ୟ ସକାଳୁ ସକାଳୁ ଉଠି ମାଳା ଗଡାଇଥାନ୍ତି । ସକାଳର ମୂହୁର୍ତ୍ତକୁ ବହୁତ ଭଲ ମୂହୁର୍ତ୍ତ ବୋଲି ଭାବିଥାନ୍ତି । ଏହି ମୂହୁର୍ତ୍ତ ବ୍ରାହ୍ମଣଙ୍କର ମୂହୁର୍ତ୍ତ ଅଟେ । ବ୍ରହ୍ମାଭୋଜନର ମଧ୍ୟ ମହିମା ଅଛି । ବ୍ରହ୍ମାଭୋଜନ ନୁହେଁ, ବ୍ରହ୍ମା ଭୋଜନ । ତୁମକୁ ମଧ୍ୟ ବ୍ରହ୍ମାକୁମାରୀ ବଦଳରେ ବ୍ରହ୍ମକୁମାରୀ କହିଦେଉଛନ୍ତି, କିଛି ବି ବୁଝିପାରୁ ନାହାଁନ୍ତି । ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମାକୁମାର-କୁମାରୀ ହେବେ ନା । ବ୍ରହ୍ମ ତ ତତ୍ତ୍ୱ ଅଟେ, ତାହାହେଲା ରହିବାର ଠିକଣା, ତାର କଣ ମହିମା ହେବ । ବାବା ସନ୍ତାନମାନଙ୍କୁ ଉଲୁଗୁଣା ଦେଉଛନ୍ତି - ସନ୍ତାନମାନେ, ତୁମେମାନେ ଗୋଟିଏ ପଟେ ପୂଜା କରୁଛ, ଅନ୍ୟ ପଟେ ପୁଣି ସମସ୍ତଙ୍କର ଗ୍ଲାନି କରୁଛ । ଏହିପରି ଗ୍ଲାନି କରି-କରି ତମୋପ୍ରଧାନ ହୋଇଯାଇଛ । ତେବେ ତୁମମାନଙ୍କୁ ତମୋପ୍ରଧାନ ମଧ୍ୟ ନିଶ୍ଚୟ ହେବାକୁ ପଡିବ, କାରଣ ଚକ୍ର ରିପିଟ୍ ହେବ । ଯେବେ କେହି ବଡ ଲୋକ ଆସୁଛନ୍ତି ତେବେ ତାଙ୍କୁ ଚକ୍ର ଉପରେ ବୁଝାଇବାକୁ ପଡିବ । ଏହି ଚକ୍ର ୫ ହଜାର ବର୍ଷର, ଏହା ଉପରେ ବହୁତ ଧ୍ୟାନ ଦେବାକୁ ପଡିବ । ରାତି ପରେ ଦିନ ନିଶ୍ଚୟ ହେବ । ଏପରି କେବେ ବି ହୋଇପାରିବ ନାହିଁ ଯେ ରାତି ପରେ ଦିନ ହେବ ନାହିଁ । କଳିଯୁଗ ପରେ ସତ୍ୟଯୁଗ ନିଶ୍ଚୟ ଆସିବ । ଏହି ବିଶ୍ୱର ଇତିହାସ-ଭୂଗୋଳ ପୁନରାବୃତ୍ତି ହେଉଛି ।

ବାବା ବୁଝାଉଛନ୍ତି ମିଠା-ମିଠା ସନ୍ତାନମାନେ, ନିଜକୁ ଆତ୍ମା ନିଶ୍ଚୟ କର, ଆତ୍ମା ହିଁ ସବୁ କିଛି କରିଥାଏ, ଆତ୍ମା ହିଁ ପାର୍ଟ କରିଥାଏ । କିନ୍ତୁ ଏହା କାହାକୁ ମଧ୍ୟ ଜଣା ନାହିଁ ଯେ ଯଦି ଆମେ ପାର୍ଟଧାରୀ ଅଟୁ ତେଣୁ ନାଟକର ଆଦି-ମଧ୍ୟ-ଅନ୍ତକୁ ନିଶ୍ଚୟ ଜାଣିବା ଦରକାର । ଯଦି ବିଶ୍ୱର ହିଷ୍ଟ୍ରି-ଜ୍ୟୋଗ୍ରାଫି ରିପିଟ୍ ହେଉଛି ତେବେ ଏହାକୁ ଡ୍ରାମା ହିଁ କୁହାଯିବ ନା । ଯାହା ଅତୀତ ହୋଇଯାଇଛି ତାହା ସେକେଣ୍ଡ ସେକେଣ୍ଡ ରିପିଟ୍ ହେବ । ଏହି କଥାକୁ ଅନ୍ୟ କେହି ବି ବୁଝିପାରିବେ ନାହିଁ । ଯେଉଁମାନଙ୍କର ଖୁବ୍ କମ ବୁଦ୍ଧି ସେମାନେ ସବୁବେଳେ ଫେଲ୍ ହୋଇଥାନ୍ତି । ତେବେ ଏଥିପାଇଁ ଶିକ୍ଷକ ମଧ୍ୟ କଣ କରିପାରିବେ । ତାଙ୍କୁ କହିବେ କି, ଆପଣ କୃପା ବା ଆର୍ଶୀବାଦ କରନ୍ତୁ । ଏହା ମଧ୍ୟ ପାଠପଢା ଅଟେ । ଏହି ଗୀତା ପାଠଶାଳାରେ ସ୍ୱୟଂ ଭଗବାନ ରାଜଯୋଗ ଶିଖାଉଛନ୍ତି । କଳିଯୁଗ ପରିବର୍ତ୍ତନ ହେବ, ସତ୍ୟଯୁଗ ନିଶ୍ଚୟ ହେବ । ଡ୍ରାମା ଅନୁସାରେ ବାବାଙ୍କୁ ମଧ୍ୟ ଆସିବାକୁ ପଡୁଛି । ବାବା କହୁଛନ୍ତି ମୁଁ କଳ୍ପର ସଂଗମଯୁଗରେ ଆସୁଛି, ଏଭଳି ଅନ୍ୟ କେହି ବି କହିପାରିବେ ନାହିଁ ଯେ ମୁଁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଇବାକୁ ଆସିଛି । ନିଜକୁ ଶିବୋହମ୍ କହୁଛନ୍ତି, ସେଥିରେ କଣ ହେଲା । ଶିବବାବା ଆସୁଛନ୍ତି ହିଁ ପାଠ ପଢାଇବା ପାଇଁ, ସହଜ ରାଜଯୋଗ ଶିଖାଇବା ପାଇଁ । କୌଣସି ସାଧୁ-ସନ୍ଥ ଆଦିକୁ ଶିବ ଭଗବାନ କୁହାଯାଇ ପାରିବ ନାହିଁ । ଏମିତି ବହୁତ ଅଛନ୍ତି ଯେଉଁମାନେ କହୁଛନ୍ତି ମୁଁ କୃଷ୍ଣ ଅଟେ, ଆମେ ଲକ୍ଷ୍ମୀ-ନାରାୟଣ ଅଟୁ । ଏବେ କେଉଁଠି ଶ୍ରୀକୃଷ୍ଣ ସତ୍ୟଯୁଗର ରାଜକୁମାର ଏବଂ କେଉଁଠି ଏହି କଳିଯୁଗୀ ପତିତ ମନୁଷ୍ୟ । ଏମିତି କହିବେ ନାହିଁ ଏହାଙ୍କ ଠାରେ (ଶ୍ରୀକୃଷ୍ଣ) ଭଗବାନ ଅଛନ୍ତି । ତୁମେ ମନ୍ଦିରରେ ଯାଇ ପଚାରିପାରିବ ଏମାନେ ତ ସତ୍ୟଯୁଗରେ ରାଜତ୍ୱ କରୁଥିଲେ ଏବେ ସେମାନେ କେଉଁଠି ଗଲେ ? ସତ୍ୟଯୁଗ ପରେ ନିଶ୍ଚୟ ତ୍ରେତା, ଦ୍ୱାପର, କଳିଯୁଗ ହେଉଛି । ସତ୍ୟଯୁଗରେ ସୂର୍ଯ୍ୟବଂଶୀ ରାଜ୍ୟ ଥିଲା, ତ୍ରେତାରେ ଚନ୍ଦ୍ରବଂଶୀ... ଏହି ସବୁ ଜ୍ଞାନ ତୁମମାନଙ୍କର ବୁଦ୍ଧିରେ ହିଁ ରହିଛି । ଏତେ ବ୍ରହ୍ମାକୁମାର-କୁମାରୀ ଅଛନ୍ତି, ତେଣୁ ନିଶ୍ଚିତ ଭାବରେ ପ୍ରଜାପିତା ମଧ୍ୟ ଥିବେ । ପୁଣି ଏକଥା ମଧ୍ୟ କୁହାଯାଏ ଯେ ବ୍ରହ୍ମା ଦ୍ୱାରା ମନୁଷ୍ୟ ସୃଷ୍ଟି ରଚନା କରୁଛନ୍ତି । କ୍ରିଏଟର୍ ବ୍ରହ୍ମାଙ୍କୁ କୁହାଯାଏ ନାହିଁ । ସେ ଗଡ୍ ଫାଦର ଅଟନ୍ତି । କେମିତି ସୃଷ୍ଟି ରଚନା କରନ୍ତି ତାହା ବାବା ସମ୍ମୁଖରେ ବସି ବୁଝାଉଛନ୍ତି, ଏହି ଶାସ୍ତ୍ର ସବୁ ତ ପରେ ରଚନା ହୋଇଛି । ଯେପରି ଯୀଶୁଖ୍ରୀଷ୍ଟ ଯାହା ବୁଝାଇଲେ, ପରେ ତାହା ବାଇବେଲ୍ ନାମରେ ନାମିତ ହେଲା ଯାହାର ଗାୟନ ଏବେ ମଧ୍ୟ ହେଉଛି । ତେବେ କ୍ରାଇଷ୍ଟଙ୍କର ଗୁଣ କଣ ଗାୟନ କରିବେ ? ସିଏ ତ କୌଣସି ଗୁରୁ ବା ମେସେଞ୍ଜର ନୁହଁନ୍ତି । ଗତି ବା ସଦ୍ଗତି କୌଣସି ୫-୭ଙ୍କର ହୁଏ ନାହିଁ । ଏକମାତ୍ର ଶିବବାବା ହିଁ ସମସ୍ତଙ୍କର ସଦ୍ଗତିଦାତା, ମୁକ୍ତିଦାତା ପତିତ-ପାବନ ବୋଲି ଗାୟନ ରହିଛି, ସେଥିପାଇଁ ହିଁ ସମସ୍ତେ ମନେ ପକାଉଛନ୍ତି ଏବଂ କହୁଛନ୍ତି ହେ ଗଡ୍ ଫାଦର ରହମ ବା ଦୟା କର । ଏମିତି କେବେ ବି କହିବେ ନାହିଁ - ହେ କ୍ରାଇଷ୍ଟ ଦୟା କର । କାରଣ ଫାଦର କେବଳ ଜଣେ ହିଁ ଅଟନ୍ତି । ସିଏ ହେଉଛନ୍ତି ସାରା ବିଶ୍ୱର ପିତା । ମନୁଷ୍ୟମାନଙ୍କୁ ଜଣା ନାହିଁ ଯେ ସମସ୍ତ ଦୁଃଖରୁ ମୁକ୍ତି କିଏ ଦେଇଥାନ୍ତି ? ବର୍ତ୍ତମାନ ସୃଷ୍ଟି ମଧ୍ୟ ପୁରୁଣା, ମନୁଷ୍ୟ ମଧ୍ୟ ପୁରୁଣା ତମୋପ୍ରଧାନ ଅଟନ୍ତି । ଏହା ହେଉଛି ଆଇରନ୍ ଏଜଡ୍ ବିଶ୍ୱ । ଏହିଠାରେ ହିଁ ସ୍ୱର୍ଣ୍ଣିମ ଦୁନିଆ ଥିଲା, ପୁଣି ଭବିଷ୍ୟତରେ ନିଶ୍ଚୟ ହେବ । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ, ବିଶ୍ୱଯୁଦ୍ଧ ହେବ, ଅନେକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେଉଛି । ବର୍ତ୍ତମାନ ସମୟ ହିଁ ସେହିଭଳି ଅଟେ ନା । ମନୁଷ୍ୟ ସୃଷ୍ଟି କେତେ ବୃଦ୍ଧି ହୋଇ ଚାଲିଛି ।

ତୁମେ ତ କହି ଚାଲିଛ ଭଗବାନ ଆସିଛନ୍ତି । ତୁମେମାନେ ସମସ୍ତଙ୍କୁ ଚ୍ୟାଲେଞ୍ଜ ଦେଉଛ ଯେ ବର୍ତ୍ତମାନ ବ୍ରହ୍ମା ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ଡ୍ରାମା ଅନୁସାରେ ସବୁ ଶୁଣି ଚାଲିଛ । ଦୈବୀଗୁଣ ମଧ୍ୟ ଧାରଣ କରୁଛ । ତୁମେ ଜାଣିଛ ଆମ ଭିତରେ କିଛି ଗୁଣ ନଥିଲା । ନମ୍ବରୱାନ୍ ଅବଗୁଣ ହେଉଛି - କାମ ବିକାରର, ଯିଏକି ବହୁତ ହଇରାଣ କରୁଛି । ମାୟାର କୁସ୍ତି ଚାଲୁଛି ନା । ନ ଚାହିଁଲେ ମଧ୍ୟ ମାୟାର ତୋଫାନ ତଳକୁ ଖସେଇ ଦେଉଛି । ଏବେ ସମସ୍ତେ ଆଇରନ୍ ଏଜଡ୍ ନା । କଳାମୁହଁ କରି ଦେଉଛନ୍ତି । ଶ୍ୟାମଳ ମୁହଁ ତ କୁହାଯିବ ନାହିଁ । ଶାସ୍ତ୍ରରେ ଅଛି ଶ୍ରୀକୃଷ୍ଣଙ୍କୁ ସାପ ଦଂଶନ କରିଲା ତେଣୁ ଶ୍ୟାମଳ ହୋଇଗଲେ । ଇଜ୍ଜତ ରଖିବା ପାଇଁ ଶ୍ୟାମଳ ବୋଲି କହି ଦେଇଛନ୍ତି । କଳା ମୁହଁ ଦେଖାଇଲେ ଇଜ୍ଜତ ଚାଲିଯିବ । ତେବେ ଦୂରଦେଶ ଅର୍ଥାତ୍ ନିରାକାରୀ ଦେଶରୁ ମୁଶାଫିର ଶିବବାବା ଆସୁଛନ୍ତି । ଆଇରନ୍ ଏଜଡ୍ ଦୁନିଆ, ପତିତ ଶରୀରରେ ଆସି ଏହାଙ୍କୁ ମଧ୍ୟ ପବିତ୍ର କରୁଛନ୍ତି । ଏବେ ବାବା କହୁଛନ୍ତି ତୁମକୁ ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ସେଥିପାଇଁ ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ ଏବଂ ତୁମେମାନେ ବିଷ୍ଣୁପୁରୀର ମାଲିକ ହୋଇଯିବ । ଏହି ଜ୍ଞାନର କଥାକୁ ବୁଝିବାକୁ ହେବ । ବାବା ରୂପ ବସନ୍ତ ମଧ୍ୟ ଅଟନ୍ତି । ଜ୍ୟୋର୍ତିମୟ ବିନ୍ଦୁ ରୂପ ଅଟନ୍ତି । ସେ ଜ୍ଞାନର ସାଗର ମଧ୍ୟ ଅଟନ୍ତି । ସିଏ ନାମ-ରୂପରୁ ଅଲଗା ନୁହଁନ୍ତି । କିନ୍ତୁ ତାଙ୍କର ରୂପ କଣ, ଏହି ଦୁନିଆରେ କେହି ବି ଜାଣି ନାହାଁନ୍ତି । ବାବା ତୁମକୁ ବୁଝାଉଛନ୍ତି, ମୋତେ ମଧ୍ୟ ଆତ୍ମା କହୁଛନ୍ତି କିନ୍ତୁ ସାଧାରଣ ଆତ୍ମା ନୁହେଁ ପରମାତ୍ମା ବୋଲି କହୁଛନ୍ତି । ପରମ ଯୁକ୍ତ ଆତ୍ମା ଅର୍ଥାତ୍ ପରମାତ୍ମା କୁହାଯାଉଛି । ସେ ବାବା ମଧ୍ୟ ତ ଶିକ୍ଷକ ମଧ୍ୟ ଅଟନ୍ତି । ତାଙ୍କୁ ନଲେଜଫୁଲ୍ ମଧ୍ୟ କୁହାଯାଇଥାଏ । କିନ୍ତୁ ମନୁଷ୍ୟମାନେ ଭାବୁଛନ୍ତି ନଲେଜ୍ଫୁଲ୍ ଅର୍ଥାତ୍ ସମସ୍ତଙ୍କର ମନକୁ ଜାଣିଲାବାଲା । ଯଦି ପରମାତ୍ମା ସର୍ବବ୍ୟାପୀ ତେବେ ସମସ୍ତେ ନଲେଜଫୁଲ ହୋଇଯିବେ । ପୁଣି ସେହି ଜଣଙ୍କୁ ହିଁ କାହିଁକି କହୁଛନ୍ତି ? ମନୁଷ୍ୟମାନଙ୍କର ବୁଦ୍ଧି କେତେ ତୁଚ୍ଛ ହୋଇଯାଇଛି । ଜ୍ଞାନଯୁକ୍ତ କଥାକୁ ବିଲ୍କୁଲ୍ ବୁଝି ପାରୁ ନାହାଁନ୍ତି । ବାବା ଜ୍ଞାନ ଏବଂ ଭକ୍ତିର ପାର୍ଥକ୍ୟକୁ ବୁଝାଉଛନ୍ତି ପ୍ରଥମେ ଜ୍ଞାନ ଦିନ ସତ୍ୟଯୁଗ-ତ୍ରେତାଯୁଗ, ପୁଣି ଦ୍ୱାପର-କଳିଯୁଗ ରାତି । ଜ୍ଞାନ ଦ୍ୱାରା ସମସ୍ତଙ୍କର ସଦ୍ଗତି ହୋଇଥାଏ । ରାଜଯୋଗର ଜ୍ଞାନକୁ ହଠଯୋଗୀମାନେ ବୁଝିପାରିବେ ନାହିଁ । ଗୃହସ୍ଥୀମାନେ ମଧ୍ୟ ବୁଝାଇ ପାରିବେ ନାହିଁ କାହିଁକି ନା ଅପବିତ୍ର ଅଟନ୍ତି । ତେବେ ରାଜଯୋଗ କିଏ ଶିଖାଇବେ ? ଯିଏକି ତୁମମାନଙ୍କୁ କହୁଛନ୍ତି ମାମେକମ୍ ୟାଦ କର ଅର୍ଥାତ୍ ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ । ନିବୃତ୍ତି ମାର୍ଗର ଧର୍ମ ଅଲଗା, ସେମାନେ ପ୍ରବୃତ୍ତି ମାର୍ଗର ଜ୍ଞାନ କିପରି ଶୁଣାଇବେ । ସମସ୍ତେ କହୁଛନ୍ତି ଗଡ୍ ଫାଦର ଇଜ୍ ଟ୍ରୁଥ୍ । ଏକମାତ୍ର ବାବା ହିଁ ସତ୍ୟ ଶୁଣାଇଥାନ୍ତି । ଏବେ ଆତ୍ମାକୁ ବାବାଙ୍କର ସ୍ମୃତି ଆସିଛି ସେଥିପାଇଁ ଆମେ ବାବାଙ୍କୁ ମନେ ପକାଉଛୁ ଏବଂ କହୁଛୁ ଯେ ଏଠାକୁ ଆସି ନରରୁ ନାରାୟଣ ହେବାର ସତ୍ୟ-ସତ୍ୟ କଥା ଶୁଣାଅ, ତେଣୁ ମୁଁ ତୁମକୁ ଏବେ ସତ୍ୟନାରାୟଣଙ୍କର କଥା ଶୁଣାଉଛି ନା । ଆଗେ ତୁମେ ମିଥ୍ୟା କଥା ଶୁଣୁଥିଲ । ଏବେ ତୁମେ ସତ୍ୟ କଥା ଶୁଣୁଛ । ମିଥ୍ୟା କଥା ଶୁଣି ଶୁଣି କେହି ନାରାୟଣ ତ ହୋଇପାରିବେ ନାହିଁ ତେବେ ତାକୁ ସତ୍ୟ ନାରାୟଣଙ୍କର କଥା ବୋଲି କିପରି କୁହାଯାଇ ପାରିବ ? ମନୁଷ୍ୟ କାହାକୁ ନରରୁ ନାରାୟଣ କରିପାରିବେ ନାହିଁ । ବାବା ହିଁ ସ୍ୱର୍ଗର ମାଲିକ କରୁଛନ୍ତି ଏବଂ ବାବା ଆସୁଛନ୍ତି ମଧ୍ୟ କେବଳ ଭାରତକୁ । କିନ୍ତୁ କେବେ ଆସୁଛନ୍ତି, ଏକଥା କେହି ଜାଣି ନାହାଁନ୍ତି । ଶିବ ଏବଂ ଶଙ୍କରଙ୍କୁ ଏକାଠି ମିଶାଇ ଏକ କାହାଣୀ କରିଦେଇଛନ୍ତି । ଶିବପୁରାଣ ମଧ୍ୟ ଅଛି । କହୁଛନ୍ତି ଗୀତା କୃଷ୍ଣଙ୍କର ରଚନା ତେବେ ତ ଶିବ ପୁରାଣ ବଡ ହୋଇଗଲା । ବାସ୍ତବ ନଲେଜ ଗୀତାରେ ଅଛି । ଭଗବାନୁବାଚ ମନମନାଭବ । ଏହି ମନମନାଭବର ଶବ୍ଦ ଗୀତା ଶାସ୍ତ୍ର ବ୍ୟତୀତ ଅନ୍ୟ କୌଣସି ଶାସ୍ତ୍ରରେ ନାହିଁ । ଗାୟନ ମଧ୍ୟ କରାଯାଏ ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତା । ଶ୍ରେଷ୍ଠ ମତ ହେଉଛି ହିଁ ଭଗବାନଙ୍କର । ତେବେ ପ୍ରଥମେ-ପ୍ରଥମେ କହିବା ଦରକାର ଯେ ଆମେ କହୁଛୁ ଅଳ୍ପ କେତେ ବର୍ଷ ଭିତରେ ନୂଆ ଶ୍ରେଷ୍ଠାଚାରୀ ଦୁନିଆର ସ୍ଥାପନା ହୋଇଯିବ । ବର୍ତ୍ତମାନ ହେଉଛି ଭ୍ରଷ୍ଟାଚାରୀ ଦୁନିଆ । ଶ୍ରେଷ୍ଠାଚାରୀ ଦୁନିଆରେ କେତେ ଅଳ୍ପ ମନୁଷ୍ୟ ରହିବେ । ଏବେ କେତେ ଅଧିକ ମନୁଷ୍ୟ ଅଛନ୍ତି । ସେଥିପାଇଁ ବିନାଶ ସମ୍ମୁଖରେ ଦଣ୍ଡାୟମାନ । ବାବା ରାଜଯୋଗ ଶିଖାଉଛନ୍ତି । ବର୍ସା ବାବାଙ୍କଠାରୁ ମିଳିଥାଏ । ତାହା ମଧ୍ୟ ବାବାଙ୍କୁ ହିଁ ମାଗିଥାନ୍ତି । ଯଦି କାହାର ଧନ ଅଧିକ ଥିବ, ସନ୍ତାନ ହେବ, ତେବେ କହିବେ ଆମକୁ ଭଗବାନ ଦେଇଛନ୍ତି । ତେଣୁ ଭଗବାନ ଏକ ହେଲେ ନା ପୁଣି ସବୁଥିରେ ଭଗବାନ କେମିତି ରହିପାରିବେ ? ଏବେ ଆତ୍ମାମାନଙ୍କୁ ବାବା କହୁଛନ୍ତି ମୋତେ ମନେ ପକାଅ । ଆତ୍ମା କହୁଛି ଆମକୁ ପରମାତ୍ମା ଜ୍ଞାନ ଦେଉଛନ୍ତି ଯାହା ପୁଣି ଆମେ ଆତ୍ମା ଭାଇମାନଙ୍କୁ ଦେଉଛୁ । ନିଜକୁ ଆତ୍ମା ଭାବି ବାବାଙ୍କୁ କେତେ ସମୟ ମନେ ପକାଇଲେ, ଏହି ଚାର୍ଟ ରଖିବାରେ ବଡ ବିଶାଳ ବୁଦ୍ଧି ଦରକାର । ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବାକୁ ପଡିବ ତେବେ ଯାଇ ବିକର୍ମ ବିନାଶ ହେବ । ଜ୍ଞାନ ବହୁତ ସହଜ, କିନ୍ତୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇ ନିଜର ଉନ୍ନତି କରିବାକୁ ପଡିବ । କିନ୍ତୁ ଏହିଭଳି ଚାର୍ଟ କେହି କୋଚିତ୍ ରଖିଥାନ୍ତି । ଦେହୀ-ଅଭିମାନୀ ହୋଇ ବାବାଙ୍କର ସ୍ମୃତିରେ ରହିଲେ କେବେ ବି କାହାକୁ ଦୁଃଖ ଦେଇପାରିବ ନାହିଁ । ବାବା ଆସୁଛନ୍ତି ହିଁ ସମସ୍ତଙ୍କୁ ସୁଖ ଦେବାପାଇଁ ତେଣୁ ସନ୍ତାନମାନଙ୍କୁ ମଧ୍ୟ ସମସ୍ତଙ୍କୁ ସୁଖ ଦେବାକୁ ପଡିବ । କେବେ ବି କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ । ବାବାଙ୍କର ସ୍ମୃତିରେ ହିଁ ସବୁ ଭୂତ ଚାଲିଯିବ, ସେଥିପାଇଁ ବହୁତ ଗୁପ୍ତ ପରିଶ୍ରମ କରିବାକୁ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ଆସୁରୀ ଛି-ଛି ଦୁନିଆରୁ ନିଜର ଆଖି ବନ୍ଦ କରି ନେବା ଉଚିତ୍ । ଏହା ହେଉଛି ପୁରୁଣା ଦୁନିଆ, ସେଥିପାଇଁ ଏହି ଦୁନିଆ ସହିତ କୌଣସି ସମ୍ପର୍କ ରଖିବାର ନାହିଁ, ଏହାକୁ ଦେଖୁଥିଲେ ମଧ୍ୟ ଦେଖିବାର ନାହିଁ ।

(୨) ଏହି ବେହଦ ଡ୍ରାମାରେ ଆମେ ସମସ୍ତେ ପାର୍ଟଧାରୀ । ଏହାର ଦୃଶ୍ୟ ପ୍ରତି ମୂହୁର୍ତ୍ତରେ ପୁନରାବୃତ୍ତି ହେଉଛି, ଯାହା ଅତୀତ ହୋଇଯାଇଛି ତାହା ପୁଣି ପୁନରାବୃତ୍ତି ହେବ ଏହାକୁ ସ୍ମୃତିରେ ରଖି ପ୍ରତ୍ୟେକ କଥାରେ ପାସ୍ ହେବାକୁ ପଡିବ । ବିଶାଳ ବୁଦ୍ଧି ହେବାକୁ ପଡିବ ।

ବରଦାନ:-
ନିଜର ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ଅନ୍ୟମାନଙ୍କର ମନୋବୃତ୍ତିକୁ ପରିବର୍ତ୍ତନ କରୁଥିବା ସର୍ବଦା ସିଦ୍ଧି ସ୍ୱରୂପ ଆତ୍ମା ହୁଅ ।

ସିଦ୍ଧି ସ୍ୱରୂପ ହେବା ପାଇଁ ନିଜର ମନୋବୃତ୍ତି ଦ୍ୱାରା ଅନ୍ୟମାନଙ୍କର ମନୋବୃତ୍ତିକୁ, ସଂକଳ୍ପ ଦ୍ୱାରା ସଂକଳ୍ପକୁ ପରିବର୍ତ୍ତନ କରିବାର କାର୍ଯ୍ୟ କର, ଏହା ଉପରେ ଅନୁସନ୍ଧାନ କର । ଯେତେବେଳେ ଏହି ସେବାରେ ବ୍ୟସ୍ତ ରହିବ ସେତେବେଳେ ଏହି ସୂକ୍ଷ୍ମ ସେବା ଆପେ ଆପେ ଅନେକ ଦୋଷ ଦୁର୍ବଳତାଠାରୁ ମୁକ୍ତ କରିଦେବ । ବର୍ତ୍ତମାନ ଏହିଭଳି ସେବା କରିବାର ଯୋଜନା ପ୍ରସ୍ତୁତ କର ତେବେ ବିଜ୍ଞାସୁ ମଧ୍ୟ ବଢିବେ, ସାଧନ-ସୁବିଧା ମଧ୍ୟ ବହୁତ ବଢିବ, ସେବାସ୍ଥାନ ମଧ୍ୟ ମିଳିଯିବ ସବୁ ପ୍ରକାରର ସିଦ୍ଧିଗୁଡିକ ସହଜ ହୋଇଯିବ ଏହି ବିଧି ତୁମକୁ ସିଦ୍ଧି ସ୍ୱରୂପ କରିଦେବ ।

ସ୍ଲୋଗାନ:-
ସମୟକୁ ସଫଳ କରିଚାଲ ତେବେ ସମୟର ଧୋକାରୁ ରକ୍ଷା ପାଇଯିବ ।