07.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଜ୍ଞାନର ବିଭାଗ ଅଲଗା ଯୋଗର ବିଭାଗ ଅଲଗା । ଯୋଗ ଦ୍ୱାରା ଆତ୍ମା ସତ୍ତୋପ୍ରଧାନ ହେଉଛି ଏବଂ ଯୋଗ କରିବା ପାଇଁ ଏକାନ୍ତର ଆବଶ୍ୟକତା ରହିଛି ।

ପ୍ରଶ୍ନ:-
ସ୍ଥାୟୀ ଭାବରେ ଯୋଗରେ ରହିବାର ଆଧାର କଣ ?

ଉତ୍ତର:-
ତୁମ ପାଖରେ ଯାହା ସବୁ ଅଛି, ସେସବୁକୁ ଭୁଲିଯାଅ । ନିଜର ଶରୀର ମଧ୍ୟ ମନେ ନ ପଡୁ । ସବୁକିଛି ଈଶ୍ୱରୀୟ ସେବାରେ ଲଗାଇଦିଅ ଏହା ହିଁ ହେଉଛି ମେହନତର କାମ । ଏହି ତ୍ୟାଗ ଦ୍ୱାରା ହିଁ ବାବାଙ୍କର ସ୍ମୃତି ସ୍ଥାୟୀ ଭାବରେ ରହିପାରିବ । ତୁମେ ଯଦି ସ୍ନେହର ସହିତ ବାବାଙ୍କୁ ମନେ ପକାଇବ ତେବେ ବାବା ମଧ୍ୟ ତୁମକୁ ମନେ ପକାଇବେ ଏବଂ କରେଣ୍ଟ ଦେବେ । କରେଣ୍ଟ ଅର୍ଥାତ୍ ଈଶ୍ୱରୀୟ ଶକ୍ତି ଦ୍ୱାରା ହିଁ ଆୟୁଷ ବଢିଥାଏ । ଆତ୍ମା ସଦା ନିରୋଗ ମଧ୍ୟ ହୋଇଯାଏ ।

ଓମ୍ ଶାନ୍ତି ।
ତେବେ ଯୋଗ ଏବଂ ଜ୍ଞାନଦୁଇଟି ଜିନିଷ । ବାବାଙ୍କ ନିକଟରେ ଏହି ଦୁଇଟି ଜିନିଷ ସମ୍ପତ୍ତି ରୂପରେ ଅଛି ଯାହାକି ତୁମମାନଙ୍କୁ ଦେଉଛନ୍ତି । ବାବାଙ୍କୁ ଯେଉଁମାନେ ବହୁତ ମନେ ପକାଉଛନ୍ତି ସେମାନଙ୍କୁ ସବୁଠାରୁ ଅଧିକ କରେଣ୍ଟ ମିଳୁଛି କାହିଁକି ନା ଯିଏ ବାବାଙ୍କୁ ବହୁତ ମନେ ପକାଇଥାନ୍ତି ବାବା ମଧ୍ୟ ତାଙ୍କୁ ମନେ ପକାଇଥାନ୍ତିଏହା ହିଁ କାଇଦା ଅଟେ, କାରଣ ମୁଖ୍ୟ ହେଉଛି ଯୋଗ । ଏମିତି ନୁହେଁ ଯେ ଜ୍ଞାନ ତ ବହୁତ ଅଛି, ଅର୍ଥାତ୍ ବାବାଙ୍କୁ ବହୁତ ମନେ ପକାଉଛନ୍ତି । ନା । ଜ୍ଞାନର ବିଭାଗ ଅଲଗା । ଯୋଗ ବହୁତ ବଡ ବିଷୟ ବସ୍ତୁ ଅଟେ, ଜ୍ଞାନ ତାଠାରୁ କମ୍ । ଯୋଗ ଦ୍ୱାରା ଆତ୍ମା ସତ୍ତୋପ୍ରଧାନ ହୋଇଯାଉଛି କାହିଁକି ନା ବାବାଙ୍କୁ ବହୁତ ମନେ ପକାଉଛନ୍ତି । ଯୋଗ ବିନା ସତ୍ତୋପ୍ରଧାନ ହେବା ଅସମ୍ଭବ । ପିଲାମାନେ ଯଦି ସାରା ଦିନ ଭିତରେ ଥରେ ହେଲେ ବାବାଙ୍କୁ ମନେ ପକାଇବେ ନାହିଁ ତେବେ ବାବା ମଧ୍ୟ ମନେ ପକାଇବେ ନାହିଁ । ଯଦି ପିଲାମାନେ ବାବାଙ୍କୁ ଭଲ ଭାବରେ ମନେ ପକାଇବେ ତେବେ ବାବା ମଧ୍ୟ ମନେ ପକାଇବେ କାରଣ ପିଲାମାନେ ଯୋଗ ଦ୍ୱାରା ହିଁ ବାବାଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଖେଳ ଅଟେ ଯାହାକୁ ଭଲ ଭାବରେ ବୁଝିବାକୁ ହେବ । ଯୋଗରେ ବସିବା ପାଇଁ ଏକାନ୍ତର ବହୁତ ଆବଶ୍ୟକତା ରହିଛି । ଯେଉଁମାନେ ପଛରେ ଆସୁଛନ୍ତି ସେମାନେ ମଧ୍ୟ ଉଚ୍ଚପଦ ପ୍ରାପ୍ତ କରିପାରିବେ କିନ୍ତୁ ତାର ଆଧାର ମଧ୍ୟ ଯୋଗ ଅଟେ । ସେମାନେ ବାବାଙ୍କୁ ବହୁତ ମନେ ପକାଉଛନ୍ତି ଏବଂ ବାବା ମଧ୍ୟ ସେମାନଙ୍କୁ ମନେ ପକାଉଛନ୍ତି । ଯେତେବେଳେ ପିଲାମାନେ ବାବାଙ୍କୁ ବହୁତ ମନେ ପକାନ୍ତି ତେବେ ବାବା ମଧ୍ୟ ସେମାନଙ୍କୁ ବହୁତ ମନେ ପକାନ୍ତି । ସେମାନେ ବାବାଙ୍କୁ ଆକର୍ଷିତ କରିଥାନ୍ତି । କହୁଛନ୍ତିବାବା, ଦୟା କର, କ୍ଷମା କର । ଏଥିରେ ମଧ୍ୟ ଯୋଗର ଆବଶ୍ୟକତା ରହିଛି । ଯଦି ବାବାଙ୍କୁ ଭଲ ଭାବରେ ମନେ ପକାଇବ ତେବେ ଆପେ ଆପେ ସେହି ଆକର୍ଷଣ ହେବ ଏବଂ ଶକ୍ତିର କିରଣ ମିଳିବ । ଆତ୍ମା ଅନୁଭବ କରୁଛି ଯେ ମୁଁ ବାବାଙ୍କୁ ମନେ ପକାଉଛି ତେଣୁ ବାବାଙ୍କର ସ୍ମୃତି ଆତ୍ମାକୁ ଏକଦମ୍ ଭରପୂର କରିଦେଉଛି । ଜ୍ଞାନ ହେଉଛି ଧନ । ତୁମେ ଯଦି ବାବାଙ୍କୁ ମନେ ପକାଇବ ତେବେ ବାବା ମଧ୍ୟ ତୁମକୁ ମନେ ପକାଇବେ, ଯାହା ଦ୍ୱାରା ତୁମେ ସ୍ୱାସ୍ଥ୍ୟବାନ ହୋଇଯିବ, ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ । ଯୋଗରେ ଏତେ ଶକ୍ତି ଅଛି ଯାହାକି ସାରା ବିଶ୍ୱକୁ ପବିତ୍ର କରିଦେଉଛି ସେଥିପାଇଁ ଡାକୁଛନ୍ତି ବାବା ଆସ ଏଠାକୁ ଆସି ପତିତମାନଙ୍କୁ ପବିତ୍ର କର ।

ମନୁଷ୍ୟମାନେ ତ କିଛି ନଜାଣି କେବଳ ରଡି ମାରୁଛନ୍ତି, କେବଳ ସମୟ ନଷ୍ଟ କରି ଚାଲିଛନ୍ତି ବାବାଙ୍କୁ ଜାଣିନାହାଁନ୍ତି । ଯଦିଓ ନବଧା ଭକ୍ତି କରୁଛନ୍ତି କିନ୍ତୁ ବାବାଙ୍କୁ ଜାଣି ନାହାଁନ୍ତି । ଶିବଙ୍କ ମନ୍ଦିରକୁ ଯାଇ ବଳି ପଡୁଛନ୍ତି, କିନ୍ତୁ ତାହା ଦ୍ୱାରା କିଛି ମିଳୁନାହିଁ । ପୁଣି ବି ବିକର୍ମ ଜମା ହେବା ଆରମ୍ଭ ହୋଇଯାଉଛି । ମାୟା ତୁରନ୍ତ ନିଜ ବନ୍ଧନରେ ବାନ୍ଧି ଦେଉଛି । ପ୍ରାପ୍ତି କିଛି ବି ହେଉ ନାହିଁ । ଏବେ ତୁମେ ଜାଣିଛବାବା ହେଉଛନ୍ତି ପତିତ-ପାବନ । ତେଣୁ ତାଙ୍କ ଉପରେ ହିଁ ସମର୍ପଣ ହୋଇଯିବା ଦରକାର । ଦୁନିଆରେ ଭାବୁଛନ୍ତିଶିବ ଏବଂ ଶଙ୍କର ଜଣେ ଅଟନ୍ତି । ଏହା ମଧ୍ୟ ଅଜ୍ଞାନ ନା । ଏଠାରେ ବାବା ବାରମ୍ବାର କହୁଛନ୍ତିମନମନାଭବ ଅର୍ଥାତ୍ ମୋତେ ମନେ ପକାଅ ତେବେ ତୁମେ ପବିତ୍ର ହୋଇଯିବ । ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରିପାରିବ, ତୁମେ ଯୋଗ କରିବାକୁ ଯେତେ ଚେଷ୍ଟା କରିବ ମାୟା ମଧ୍ୟ ସେତେ ବିଘ୍ନ ପକାଇବ କାରଣ ମାୟା ଭାବୁଛିଏମାନେ ବାବାଙ୍କୁ ଯଦି ମନେ ପକାଇବେ ତେବେ ମୋତେ ଛାଡି ଦେବେ, କାହିଁକି ନା ତୁମେ ଯେତେବେଳେ ମୋର ହେଉଛ ସେତେବେଳେ ତୁମକୁ ସବୁକିଛି ଛାଡିବାକୁ ପଡୁଛି । ମିତ୍ର-ସମ୍ବନ୍ଧୀ, ଧନ ଆଦି କିଛି ବି ମନେ ନ ପଡିନଥାଏ । ଗୋଟିଏ କାହାଣୀରେ ଅଛିଲାଠିକୁ ବି ଛାଡ ଅର୍ଥାତ୍ ସବୁ କିଛି ତ୍ୟାଗ କର, କିନ୍ତୁ ଏଭଳି କେବେ କହୁନାହାଁନ୍ତି ଯେ ଶରୀରକୁ ମଧ୍ୟ ମନେ ପକାଅ ନାହିଁ । କିନ୍ତୁ ବାବା କହୁଛନ୍ତି ଏହି ଶରୀର ତ ପୁରୁଣା ଅଟେ, ଏହାକୁ ମଧ୍ୟ ଭୁଲିଯାଅ । ଭକ୍ତିମାର୍ଗର କଥାକୁ ମଧ୍ୟ ଛାଡିଦିଅ । ଏକଦମ୍ ସବୁକିଛି ଭୁଲିଯାଅ ଅଥବା ଯାହାକିଛି ଅଛି ତାକୁ କାର୍ଯ୍ୟରେ ଲଗାଇଦିଅ ତେବେ ଯାଇ ବାବାଙ୍କର ସ୍ମୃତି ସ୍ଥାୟୀ ହୋଇ ରହିବ । ଯଦି ଉଚ୍ଚପଦ ପ୍ରାପ୍ତ କରିବାର ଅଛି ତେବେ ବହୁତ ପରିଶ୍ରମ କରିବା ଦରକାର । ଶରୀର ମଧ୍ୟ ମନେ ନପଡୁ । କାହିଁକି ନା ତୁମେ ଅଶରୀରୀ ହୋଇ ଆସିଥିଲ, ପୁଣି ଅଶରୀରୀ ହୋଇ ଯିବାକୁ ହେବ ।

ବାବା ପିଲାମାନଙ୍କୁ ପାଠ ପଢାଉଛନ୍ତି, ବାକି ତାଙ୍କର କୌଣସି ଆଶା ନାହିଁ । ସିଏ ତ ପିଲାମାନଙ୍କର ସେବା କରୁଛନ୍ତି । ବାବାଙ୍କ ପାଖରେ ହିଁ ତ ଜ୍ଞାନ ଅଛି ନା । ଏବେ ବାବା ଏବଂ ପିଲାମାନଙ୍କର ଖେଳ ଏକତ୍ର ଚାଲିଛି । ପିଲାମାନେ ମଧ୍ୟ ବାବାଙ୍କୁ ମନେ ପକାଉଛନ୍ତି ତେଣୁ ବାବା ସେମାନଙ୍କୁ ସର୍ଚ୍ଚ ଲାଇଟ୍ ଅର୍ଥାତ୍ ଶକ୍ତିର କିରଣ ଦେଉଛନ୍ତି । କେହି କେହି ସନ୍ତାନ ବାବାଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି ତେଣୁ ବାବା ଆସି ତାଙ୍କୁ ଶକ୍ତିର କିରଣ ଦେଉଛନ୍ତି । ଆଉ ଯଦି କେହି ବାବାଙ୍କୁ ଆକର୍ଷିତ କରି ପାରୁ ନାହାଁନ୍ତି ତେବେ ଏହି ବ୍ରହ୍ମାବାବା ବସି ଶିବବାବାଙ୍କୁ ମନେ ପକାନ୍ତି । ଯଦି କୌଣସି ସମୟରେ କାହାକୁ କିରଣ ଦେବାର ଥିବ ତେବେ ବାବାଙ୍କର ନିଦ ମଧ୍ୟ ଭାଙ୍ଗିଯାଏ । ଏହି ଚିନ୍ତା ଲାଗି ରହେ ଯେ ଅମୁକକୁ କିରଣ ଦେବାର ଅଛି । ପାଠପଢିବା ଦ୍ୱାରା ଆୟୁଷ ବଢେ ନାହିଁ । ବାବାଙ୍କ କିରଣ ଦ୍ୱାରା ଆୟୁଷ ବଢିଥାଏ । ସତ୍ୟଯୁଗରେ ସମସ୍ତେ ସଦା ସ୍ୱାସ୍ଥ୍ୟବାନ ହୋଇଥାନ୍ତି । ଦୁନିଆରେ ଯଦି କାହାର ଆୟୁଷ ୧୨୫-୧୫୦ ବର୍ଷ ହୋଇଥାଏ ତେବେ ସିଏ ନିଶ୍ଚିତ ସ୍ୱାସ୍ଥ୍ୟବାନ ହୋଇଥିବେ, ଭକ୍ତି ମଧ୍ୟ ବହୁତ କରୁଥିବେ । ଭକ୍ତିରେ ମଧ୍ୟ କିଛି ମାତ୍ରାରେ ଫାଇଦା ହୋଇଥାଏ, କ୍ଷତି ହୋଇନଥାଏ । ଯେଉଁମାନେ ଭକ୍ତି କରୁ ନାହାଁନ୍ତି ସେମାନଙ୍କର ଆଚରଣ ମଧ୍ୟ ଭଲ ହୋଇନଥାଏ । ଭକ୍ତିରେ ମଧ୍ୟ ଲୋକମାନଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ଥାଏ । ସେମାନେ ବ୍ୟବସାୟରେ କେବେ ମିଥ୍ୟା କୁହନ୍ତି ନାହିଁ, ପାପ କର୍ମ କରନ୍ତି ନାହିଁ । ତାଙ୍କର କ୍ରୋଧ ମଧ୍ୟ ଆସେ ନାହିଁ । ଭକ୍ତମାନଙ୍କର ମଧ୍ୟ ମହିମା ରହିଛି । ମନୁଷ୍ୟମାନଙ୍କୁ ଜଣା ନାହିଁ ଯେ ଭକ୍ତି କେବେ ଆରମ୍ଭ ହୋଇଛି । ଜ୍ଞାନ ବିଷୟରେ ତାଙ୍କୁ କିଛି ବି ଜଣା ନାହିଁ । ଭକ୍ତି ମଧ୍ୟ ବହୁତ ଶକ୍ତିଶାଳୀ ହୋଇଥାଏ ପୁଣି ଯେତେବେଳେ ଜ୍ଞାନର ପ୍ରଭାବ ପଡେ ସେତେବେଳେ ଭକ୍ତି ବିଲକୁଲ୍ ଛାଡିଯାଏ । ଏହା ଦୁଃଖ-ସୁଖ, ଭକ୍ତି ଏବଂ ଜ୍ଞାନର ଖେଳ ତିଆରି ହୋଇଛି ।

ମନୁଷ୍ୟ କହୁଛନ୍ତି ଯେ ଦୁଃଖ ସୁଖ ଭଗବାନ ହିଁ ଦେଉଛନ୍ତି ପୁଣି ତାଙ୍କୁ ସର୍ବବ୍ୟାପୀ ବୋଲି ମଧ୍ୟ କହିଦେଉଛନ୍ତି । କିନ୍ତୁ ସୁଖ ଏବଂ ଦୁଃଖ ଉଭୟ ଅଲଗା ଅଲଗା ଜିନିଷ । ସେମାନେ ଡ୍ରାମାକୁ ନ ଜାଣିବା କାରଣରୁ କିଛି ବି ବୁଝି ପାରି ନାହାଁନ୍ତି । ଏତେ ସବୁ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରୁଛନ୍ତି, ଏକଥା କେବଳ ତୁମେମାନେ ହିଁ ଜାଣିଛ । ଏମିତି କୁହାଯିବ ନାହିଁ ଯେ ସତ୍ୟଯୁଗରେ ତୁମେମାନେ ଦେହୀ-ଅଭିମାନୀ ସ୍ଥିତିରେ ରହୁଛ । ଏହା ତ ବାବା ଏବେ ଶିଖାଉଛନ୍ତିଏହିଭଳି ଦେହୀ-ଅଭିମାନୀ ହୁଅ ।

ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ପବିତ୍ର ହେବାକୁ ପଡିବ । ସତ୍ୟଯୁଗ ତ ହେଉଛି ହିଁ ପବିତ୍ର ସୁଖଧାମ । ସୁଖରେ କେହି ଭଗବାନଙ୍କୁ ମନେ ପକାଇ ନଥାନ୍ତି । ଭଗବାନଙ୍କୁ ତ ଦୁଃଖରେ ମନେ ପକାଇଥାନ୍ତି । ଦେଖ, ଏହା କେତେ ଆଶ୍ଚର୍ଯ୍ୟଜନକ ଡ୍ରାମା ଯାହାକୁ ତୁମେ ପିଲାମାନେ ହିଁ କ୍ରମାନୁସାରେ ଜାଣୁଛ । ତୁମେ ଯେଉଁ ସବୁ ପଏଣ୍ଟ ଲେଖୁଛ ତାହା ମଧ୍ୟ ଭାଷଣ କରିବା ସମୟରେ ମନେ ପକାଇବା ପାଇଁ । ଡାକ୍ତର, ଓକିଲମାନେ ମଧ୍ୟ ପଏଣ୍ଟ ଲେଖିଥାନ୍ତି । ଏବେ ତୁମକୁ ବାବାଙ୍କର ମତ ମିଳୁଛି ତେଣୁ ତୁମେ ଭାଷଣ କରିବା ସମୟରେ ସେସବୁକୁ ମନେ ପକାଇବା ଦରକାର । ଏହି ବ୍ରହ୍ମାଙ୍କ ଶରୀରରେ ତ ବାବାଙ୍କର ପ୍ରବେଶତା ହୋଇଛି । ବାବା ତୁମମାନଙ୍କୁ ଯାହା ବୁଝାଉଛନ୍ତି ସେସବୁ ଇଏ (ବ୍ରହ୍ମା) ମଧ୍ୟ ଶୁଣୁଛନ୍ତି । ବାବା ଯଦି ପଏଣ୍ଟ ନ ଶୁଣାଇବେ ତେବେ ମୁଁ କଣ ଜାଣିଛି ଯେ ତୁମକୁ ବୁଝାଇବି । ବାବା କହୁଛନ୍ତିଏହା ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ବ୍ରହ୍ମା ଏବଂ ବିଷ୍ଣୁଙ୍କର ଚିତ୍ର ମଧ୍ୟ ରହିଛି । ତୁମେ ରାଜଧାନୀକୁ କ୍ରମାନୁସାରେ ଯାଉଛ । ତୁମେମାନେ ବାବାଙ୍କୁ ଯେତେ ମନେ ପକାଉଛ ଯେତେ ଧାରଣା କରୁଛ ସେତେ ଉଚ୍ଚ ପଦ ପ୍ରାପ୍ତ କରୁଛ । ବାବା କହୁଛନ୍ତିମୁଁ ତୁମକୁ ଗୁହ୍ୟରୁ ଗୁହ୍ୟ କଥା ଶୁଣାଉଛି । ତୁମେ ନୂଆ-ନୂଆ ପଏଣ୍ଟ ସବୁ ଲେଖି ରଖ । ପୁରୁଣା କଥା ତ କାମରେ ଆସିବ ନାହିଁ । ଭାଷଣ କରିବା ସାରିବା ପରେ ମନେ ପଡିବ ଯଦି ଏହି ପଏଣ୍ଟ ବୁଝାଇଥାନ୍ତି ତେବେ ତାଙ୍କର ବୁଦ୍ଧିରେ ଭଲ ଭାବରେ ଧାରଣ ହୋଇଥାନ୍ତା । ତୁମେମାନେ ସବୁ ଜ୍ଞାନର ବକ୍ତା ଅଟ କିନ୍ତୁ କ୍ରମାନୁସାରେ । ସବୁଠାରୁ ଭଲ ହେଉଛନ୍ତି ମହାରଥୀମାନେ । ବାବାଙ୍କର କଥା ତ ସବୁଠାରୁ ଭିନ୍ନ । ଏଠାରେ ବାପଦାଦା ଉଭୟ ଏକତ୍ର ଅଛନ୍ତି । ମମ୍ମା ସବୁଠାରୁ ଭଲ ବୁଝାଉଥିଲେ । ପିଲାମାନେ ମଧ୍ୟ ମମ୍ମାଙ୍କର ସମ୍ପୂର୍ଣ୍ଣ ସାକ୍ଷାତ୍କାର କରୁଥିଲେ । ଯେଉଁ ସମୟରେ ଆବଶ୍ୟକ ହେଉଥିଲା ସେତେବେଳେ ବାବା ନିଜେ ପ୍ରବେଶ କରି ମଧ୍ୟ ନିଜ କାର୍ଯ୍ୟ କରାଇ ନେଉଥିଲେ । ଏସବୁ ହେଉଛି ବୁଝିବାର କଥା । ଫୁରସତ୍ ସମୟରେ ହିଁ ପାଠ ପଢାଯାଏ । ସାରାଦିନ ତ କର୍ମଧନ୍ଦା ଆଦି କରିଥାନ୍ତି । ତେବେ ବିଚାର ସାଗର ମନ୍ଥନ ପାଇଁ ଫୁରସତ୍ ଦରକାର, ଶାନ୍ତି ଦରକାର । ଧରିନିଅ କାହାକୁ କିରଣ ଦେବାର ଅଛି, ଯଦି ସିଏ ସେବାଯୋଗ୍ୟ ସନ୍ତାନ, ତେବେ ତାଙ୍କୁ ସହଯୋଗ କରିବାକୁ ହେବ । ତାଙ୍କ ଆତ୍ମାକୁ ମନେ ପକାଇବାକୁ ହେବ । ପ୍ରଥମେ ତାଙ୍କ ଶରୀରକୁ ମନେ ପକାଇ ପୁଣି ଆତ୍ମାକୁ ମନେ ପକାଇବାକୁ ହେବ । ଏହିଭଳି ଯୁକ୍ତି ରଚନା କରିବାକୁ ହେବ । ଯଦି ସେବାଯୋଗ୍ୟ ସନ୍ତାନଙ୍କର କିଛି ଅସୁବିଧା ଅଛି ତେବେ ତାଙ୍କୁ ସହଯୋଗ କରିବାକୁ ପଡିବ । ପ୍ରଥମେ ବାବାଙ୍କୁ ମନେ ପକାଇବାକୁ ହେବ ତାପରେ ପୁଣି ନିଜକୁ ଆତ୍ମା ଭାବି ତାଙ୍କ ଆତ୍ମାକୁ ମନେ ପକାଇବାକୁ ହେବ । ଏହା ଯେପରି ସର୍ଚ୍ଚ ଲାଇଟ୍ ଦେବା ହେଲା । ଏମିତି ନୁହେଁ କେବଳ ଗୋଟିଏ ସ୍ଥାନରେ ବସି ମନେ ପକାଇବାକୁ ହେବ । ଚାଲିବା-ବୁଲିବା ସମୟରେ ଭୋଜନ ଖାଉଥିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ । ଯଦି ଅନ୍ୟକୁ କିରଣ ଦେବାର ଅଛି ତେବେ ରାତିରେ ମଧ୍ୟ ଜାଗ୍ରତ ରୁହ । ବାବାଙ୍କର ଧନ୍ଦା ହେଲା ପିଲାମାନଙ୍କୁ ସର୍ଚ୍ଚଲାଇଟ୍ ଅର୍ଥାତ୍ ଶକ୍ତିର କିରଣ ଦେବା ଯେତେବେଳେ ଅଧିକ ସର୍ଚ୍ଚଲାଇଟର ଆବଶ୍ୟକତା ପଡିଥାଏ ସେତେବେଳେ ବାବାଙ୍କୁ ମଧ୍ୟ ବହୁତ ମନେ ପକାଇଥାନ୍ତି । ତେବେ ବାବା ମଧ୍ୟ ସର୍ଚ୍ଚଲାଇଟ୍ ଦିଅନ୍ତି । ଆତ୍ମାକୁ ସ୍ମରଣ କରି ହିଁ ସର୍ଚ୍ଚ ଲାଇଟ୍ ଦିଆଯାଏ । ଏହି ବାବା (ବ୍ରହ୍ମାବାବା) ମଧ୍ୟ ସର୍ଚ୍ଚଲାଇଟ୍ ଦେଉଛନ୍ତି, ତେବେ ଏହାକୁ କୃପା କୁହ, ଆଶୀର୍ବାଦ କୁହ ବା ଆଉ କିଛି ବି କୁହ । ସେବାଯୋଗ୍ୟ ସନ୍ତାନ ଯଦି ବେମାରରେ ପଡିବ ତେବେ ତାଙ୍କ ପ୍ରତି ଦୟା ଆସିବ । ରାତିରେ ଜାଗ୍ରତ ହୋଇ ମଧ୍ୟ ତାଙ୍କ ଆତ୍ମାକୁ ମନେ ପକାଇବେ କାରଣ ତାଙ୍କୁ ଶକ୍ତିର ଆବଶ୍ୟକତା ଥାଏ । ସିଏ ବାବାଙ୍କୁ ମନେ ପକାଇଥାନ୍ତି ତେଣୁ ତାର ପ୍ରତିଦାନରେ ବାବା ମଧ୍ୟ ତାଙ୍କୁ ମନେ ପକାଇଥାନ୍ତି । ବାବାଙ୍କର ଭଲ ପାଇବା ପିଲାମାନଙ୍କ ପ୍ରତି ଅଧିକ ରହୁଛି । ତେଣୁ ବାବାଙ୍କୁ ମଧ୍ୟ ପିଲାମାନଙ୍କର ଭଲ ପାଇବା ଅନୁଭବ ହେଉଛି ବାକି ଜ୍ଞାନ ତ ବହୁତ ସହଜ, ସେଥିରେ ମାୟାର ବିଘ୍ନ ପଡିନଥାଏ । ମୁଖ୍ୟ ହେଉଛି ଯୋଗ, ଏଥିରେ ହିଁ ବିଘ୍ନ ପଡେ । ବାବାଙ୍କର ସ୍ମୃତି ଦ୍ୱାରା ବୁଦ୍ଧି ସୁନାର ପାତ୍ର ହୋଇଯାଏ ଏବଂ ସେଥିରେ ଜ୍ଞାନର ଧାରଣା ବହୁତ ଭଲ ହୋଇଥାଏ । କଥାରେ ଅଛିବାଘୁଣୀର କ୍ଷୀର ସୁନାର ପାତ୍ରରେ ହିଁ ରହିପାରିବ । ସେହିପରି ବାବାଙ୍କ ଦ୍ୱାରା ମିଳୁଥିବା ଜ୍ଞାନ ଧନ ପାଇଁ ମଧ୍ୟ ସୁନାର ପାତ୍ର ଦରକାର ଏବଂ ତାହା ସେତେବେଳେ ହେବ ଯେତେବେଳେ ଯୋଗର ଯାତ୍ରାରେ ରହିବ । ଯଦି ଯୋଗ କରିବ ନାହିଁ ତେବେ ଧାରଣା ମଧ୍ୟ ହେବ ନାହିଁ । ଏମିତି ଭାବ ନାହିଁ ଯେ ବାବା ଅନ୍ତର୍ଯ୍ୟାମୀ ଅଟନ୍ତି । କିଛି କହିଲ ଏବଂ ତୁରନ୍ତ ତାହା ହିଁ ହେଲାଏଭଳି ତ ଭକ୍ତିମାର୍ଗରେ ହୋଇଥାଏ । ଯଦି ପୁତ୍ର ଜନ୍ମ ହେଲା ତେବେ କହିବେ, ଗୁରୁଙ୍କର କୃପା ଯଦି କିଛି ନ ହେଲା ତେବେ କହିବେ ଈଶ୍ୱରଙ୍କର ଇଚ୍ଛା । ତେବେ ରାତି ଦିନର ଫରକ ହେଲା ନା । ତୁମମାନଙ୍କୁ ବାବା ଡ୍ରାମାର ରହସ୍ୟ ବହୁତ ଭଲ ଭାବରେ ବୁଝାଇ ଦେଇଛନ୍ତି । ତୁମେ ମଧ୍ୟ ପ୍ରଥମେ କିଛି ଜାଣିନଥିଲ । ଏହା ହେଉଛି ତୁମର ମରଜୀବା ଜନ୍ମ । ଏବେ ତୁମେ ଜାଣିଛ ଆମେ ଦେବତା ହେଉଛୁ । ତୁମେ ଏହି ବିଷୟ ଉପରେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବ ଯେ ଏହି ଲକ୍ଷ୍ମୀ-ନାରାୟଣଙ୍କୁ ରାଜ୍ୟ କିପରି ମିଳିଲା ? ପୁଣି ଏମାନେ ରାଜ୍ୟ ହରାଇଲେ କିପରି ? ଏହାର ସାରା ଇତିହାସ-ଭୂଗୋଳ ଆମେ ଆପଣଙ୍କୁ ବୁଝାଇବୁ । ଏହି ବ୍ରହ୍ମା ମଧ୍ୟ କହୁଛନ୍ତି-- ମୁଁ ଲକ୍ଷ୍ମୀ-ନାରାୟଣଙ୍କୁ ପୂଜା କରୁଥିଲି, ଗୀତା ପଢୁଥିଲି । ପୁଣି ବାବା ଯେତେବେଳେ ପ୍ରବେଶ କରିଲେ ସବୁକିଛି ଛାଡିଦେଲି । ମୋତେ ସାକ୍ଷାତ୍କାର ହେଲା । ବାବା କହିଲେମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ଏଥିରେ ଗୀତା ଆଦି ପଢିବାର କଥା ହିଁ ନାହିଁ । ବାବା ମୋର ଶରୀରରେ ପ୍ରବେଶ କରିଲେ ସବୁକିଛି ଛଡାଇ ଦେଲେ । ଇଏ କେବେ ଶିବଙ୍କ ଦର୍ଶନ କରିବା ପାଇଁ ମନ୍ଦିର ଯାଇନାହାଁନ୍ତି । ଭକ୍ତିର କଥା ଏକଦମ୍ ଛାଡିଗଲା । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବୁଦ୍ଧିରେ ଆସିଗଲା । ତେବେ ବାବାଙ୍କୁ ଜାଣିବା ଦ୍ୱାରା ତୁମେ ସବୁ କିଛି ଜାଣିଯାଉଛ । ତୁମେ ଏଭଳି ଆଶ୍ଚର୍ଯ୍ୟଜନକ ବିଷୟ ଲେଖ, ଯାହାକୁ ପଢି ମନୁଷ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଶୁଣିବା ପାଇଁ ଦୌଡି-ଦୌଡି ଆସିବେ । ମନ୍ଦିରକୁ ଯାଇ ତୁମେ କାହାକୁ ବି ପଚାରଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ ସେତେବେଳେ ଆଉ କୌଣସି ଧର୍ମ ନଥିଲା, କେବଳ ଭାରତ ହିଁ ଥିଲା ତେବେ ତୁମେ ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ ବୋଲି କିପରି କହିଦେଉଛ ? ଯଦିଓ କହୁଛନ୍ତି ଖ୍ରୀଷ୍ଟଧର୍ମର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା, ତେବେ ପୁଣି ତାହା ଲକ୍ଷ ଲକ୍ଷ ବର୍ଷ କିପରି ହେଲା ? ଯଦି ଲକ୍ଷ ଲକ୍ଷ ବର୍ଷ ହୋଇଥାନ୍ତା ତାହାହେଲେ ଲୋକସଂଖ୍ୟା ମଧ୍ୟ ମଶା ମାଛି ସଦୃଶ ହୋଇଯାଇଥାନ୍ତେ । ଯଦି ତାଙ୍କୁ ଟିକିଏ ବି କିଛି ଶୁଣାଇବ, ତେବେ ସେମାନେ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଯିଏ ଏହି କୁଳର ହୋଇଥିବେ ତାଙ୍କ ବୁଦ୍ଧିରେ ହିଁ ଏହି ଜ୍ଞାନ ରହିବ । ନଚେତ୍ କହିବେ ବ୍ରହ୍ମାକୁମାରୀମାନଙ୍କର ଏହା ହେଉଛି ଅଦ୍ଭୂତ ଜ୍ଞାନ, ଏହାକୁ ବୁଝିବା ପାଇଁ ବୁଦ୍ଧି ଦରକାର । ମୁଖ୍ୟ କଥା ହେଉଛି ଯୋଗ । ଯେପରି ସ୍ତ୍ରୀ ପୁରୁଷ ଉଭୟ ଜଣେ ଅନ୍ୟ ଜଣକୁ ମନେ ପକାଇଥାନ୍ତି ନା । ସେହିପରି ଆତ୍ମା ପରମାତ୍ମାଙ୍କୁ ମନେ ପକାଉଛି । ବର୍ତ୍ତମାନ ସମୟରେ ସମସ୍ତେ ରୋଗୀ, ସେମାନଙ୍କୁ ଏବେ ନିରୋଗୀ ହେବାର ଅଛିଏହି ବିଷୟରେ ମଧ୍ୟ ଆଲୋଚନା କର । ଲୋକମାନଙ୍କୁ କୁହ ଆପଣ ବାରମ୍ବାର ରୋଗରେ ପଡୁଛନ୍ତି, ମୁଁ ଆପଣଙ୍କୁ ଏଭଳି ସଂଜୀବନୀ ବୁଟି ଦେବି ଯଦି ମୋ ଔଷଧକୁ ଭଲ ଭାବରେ କାର୍ଯ୍ୟରେ ଲଗାଇବେ ତେବେ ଆପଣ କେବେ ବି ରୋଗରେ ପଡିବେ ନାହିଁ । ଏହା କେତେ ଶସ୍ତା ଔଷଧ ? ଆପଣଙ୍କର ୨୧ ପିଢୀ ସତ୍ୟଯୁଗ ତ୍ରେତାଯୁଗ ପର୍ଯ୍ୟନ୍ତ ରୋଗରେ ପଡିବେ ନାହିଁ । ତାହା ହେଉଛି ସ୍ୱର୍ଗ । ତେଣୁ ଏଭଳି ଏଭଳି ପଏଣ୍ଟ ସବୁ ଖାତାରେ ନୋଟ୍ କର । ତୁମକୁ ସବୁ ଡାକ୍ତରଙ୍କଠାରୁ ବଡ ଅବିନାଶୀ ଡାକ୍ତର ଏଭଳି ଔଷଧ ଦେବେ ଯାହା ଦ୍ୱାରା ତୁମେ ଭବିଷ୍ୟତ ୨୧ ଜନ୍ମ ପର୍ଯ୍ୟନ୍ତ କେବେ ରୋଗରେ ପଡିବ ନାହିଁ । ଏବେ ହେଉଛି ସଂଗମଯୁଗ । ଏହିଭଳି କଥା ଶୁଣି ଲୋକମାନେ ଖୁସି ହେବେ । ଭଗବାନ ମଧ୍ୟ କହୁଛନ୍ତିମୁଁ ତ ଅବିନାଶୀ ସର୍ଜନ (ଡାକ୍ତର) ଅଟେ । ତାଙ୍କୁ ମନେ ପକାଉଛନ୍ତି ଏବଂ କହୁଛନ୍ତି--ହେ ପତିତ-ପାବନ, ଅବିନାଶୀ ସର୍ଜନ ଆସ । ତେଣୁ ଏବେ ମୁଁ ଆସିଛି । ତୁମେ ସମସ୍ତଙ୍କୁ ବୁଝାଇଚାଲ, ଅନ୍ତିମ ସମୟରେ ସମସ୍ତେ ନିଶ୍ଚିତ ବୁଝିବେ । ସେଥିପାଇଁ ବାବା ବହୁତ ଉପାୟ ବତାଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କ ନିକଟରୁ ସର୍ଚ୍ଚ ଲାଇଟ୍ ଅର୍ଥାତ୍ ଶକ୍ତିର କିରଣ ନେବାକୁ ହେଲେ ଅମୃତବେଳାରୁ ଉଠି ବାବାଙ୍କ ସ୍ମୃତିରେ ବସିବାକୁ ହେବ । ରାତ୍ରି ଉଜାଗର ହୋଇ ଜଣେ ଅନ୍ୟ ଜଣକୁ ଶକ୍ତିର କିରଣ ଦେଇ ସହଯୋଗୀ ହେବାକୁ ପଡିବ ।

(୨) ନିଜର ସବୁକିଛି ଈଶ୍ୱରୀୟ ସେବାରେ ସଫଳ କରିବା ସହିତ ଏହି ପୁରୁଣା ଶରୀରକୁ ମଧ୍ୟ ଭୁଲି ବାବାଙ୍କ ସ୍ମୃତିରେ ରହିବାକୁ ହେବ । ସମ୍ପୂର୍ଣ୍ଣ ସମର୍ପଣ ହେବାକୁ ପଡିବ । ଦେହୀ-ଅଭିମାନୀ ହୋଇ ରହିବାର ପରିଶ୍ରମ କରିବାକୁ ପଡିବ ।


ବରଦାନ:-
ତୋର ମୋର ର ହଲଚଲକୁ ସମାପ୍ତ କରି ଦୟାର ଭାବନାକୁ ଜାଗ୍ରତ କରୁଥିବା ଦୟାଶୀଳ ହୁଅ ।

ସମୟ ସମୟରେ କେତେ ଆତ୍ମାମାନେ ଦୁଃଖର ଲହଡି ଭିତରକୁ ଆସିଯାଉଛନ୍ତି । ଯଦି ପ୍ରକୃତିର ଟିକିଏ ବି ହଲଚଲ ହେଲା ବା କୌଣସି ବିପଦ ଆସିଲା ତେବେ ଅନେକ ଆତ୍ମା ଦୁଃଖରେ ଛଟପଟ ହୋଇଥାନ୍ତି ଏବଂ କୃପା ବା ଦୟା ଭିକ୍ଷା କରିଥାନ୍ତି । ତେଣୁ ଏହିଭଳି ଆତ୍ମାମାନଙ୍କର ଡାକକୁ ଶୁଣି ଦୟାର ଭାବନାକୁ ଜାଗ୍ରତ କର । ଦୟାଶୀଳ ପୂଜ୍ୟ ସ୍ୱରୂପକୁ ଧାରଣ କର । ନିଜକୁ ସମ୍ପନ୍ନ କରିନିଅ ତେବେ ଏହି ଦୁଃଖର ଦୁନିଆ ସମାପ୍ତ ହୋଇଯିବ । ତେବେ ବର୍ତ୍ତମାନ ପରିବର୍ତ୍ତନର ଶୁଭଭାବନାର ଲହରୀକୁ ତୀବ୍ରଗତିରେ ବିସ୍ତାର କର ତେବେ ତୋର ମୋର ର ହଲଚଲ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ବ୍ୟର୍ଥ ସଂକଳ୍ପର ହାତୁଡି ଦ୍ୱାରା ସମସ୍ୟା ରୂପୀ ପଥରକୁ ଭାଙ୍ଗିବା ପରିବର୍ତ୍ତେ ହାଇଜମ୍ପ ଲଗାଇ ସମସ୍ୟା ରୂପୀ ପାହାଡକୁ ଅତିକ୍ରମ କରିଯାଅ ।