07.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କୁ ନିଜର ଯୋଗବଳ ଦ୍ୱାରା ସାରା ସୃଷ୍ଟିକୁ ପବିତ୍ର କରିବାକୁ ପଡିବ, ତୁମେ ଯୋଗବଳ ଦ୍ୱାରା ହିଁ ମାୟା ଉପରେ ବିଜୟ ପ୍ରାପ୍ତ କରି ବିଶ୍ୱ ବିଜୟୀ ହୋଇପାରିବ ।

ପ୍ରଶ୍ନ:-
ବାବାଙ୍କର ପାର୍ଟ ଅର୍ଥାତ ଭୂମିକା କଣ ? ସେହି ପାର୍ଟକୁ ତୁମେ ପିଲାମାନେ କେଉଁ ଆଧାରରେ ଜାଣିଲ ?

ଉତ୍ତର:-
ବାବାଙ୍କର ପାର୍ଟ ହେଉଛି ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେବା ଏବଂ ରାବଣର ଜଞ୍ଜୀରରୁ ମୁକ୍ତ କରିବା । ଯେତେବେଳେ ବାବା ଆସନ୍ତି ସେତେବେଳେ ଭକ୍ତିର ରାତ୍ରି ପାହିଯାଏ । ବାବା ତୁମକୁ ନିଜର ଏବଂ ନିଜର ସମ୍ପତ୍ତିର ପରିଚୟ ଦେଉଛନ୍ତି । ତୁମେମାନେ କେବଳ ଏକମାତ୍ର ବାବାଙ୍କୁ ଜାଣିବା ଦ୍ୱାରା ହିଁ ସବୁକିଛି ଜାଣି ଯାଉଛ ।

ଗୀତ:-
ତୁହ୍ମିଁ ହୋ ମାତା ପିତା ତୁହ୍ମିଁ ହୋ.....

ଓମ୍ ଶାନ୍ତି ।
ପିଲାମାନେ ଓମ୍ ଶାନ୍ତିର ଅର୍ଥ ଭଲ ଭାବରେ ବୁଝିଛନ୍ତି । ବାବା ବୁଝାଇଛନ୍ତି ଆମେ ଆତ୍ମା । ଏହି ସୃଷ୍ଟି ଡ୍ରାମାରେ ଆମର ମୁଖ୍ୟ ଅଭିନୟ ରହିଛି । କାହାର ଅଭିନୟ ? ଆତ୍ମା ଶରୀର ଧାରଣ କରି ଅଭିନୟ କରିଥାଏ । ବାବା ପିଲାମାନଙ୍କୁ ଏବେ ଆତ୍ମ-ଅଭିମାନୀ କରୁଛନ୍ତି । ଏତେ ସମୟ ଦେହ-ଅଭିମାନୀ ହୋଇ ରହିଥିଲ । ଏବେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେପକାଇବାକୁ ହେବ । ଡ୍ରାମାର ନିୟମ ଅନୁସାରେ ଆମର ବାବା ଆସିଛନ୍ତି ଏବଂ ଆସିଥାନ୍ତି ମଧ୍ୟ ରାତ୍ରି ସମୟରେ । କେବେ ଆସନ୍ତି ତାର ତିଥି-ତାରିଖ କିଛି ନାହିଁ । ତିଥି ତାରିଖ - ତାଙ୍କର ଥାଏ ଯିଏ ଲୌକିକ ଜନ୍ମ ନିଅନ୍ତି । ଇଏ ତ ହେଲେ ପାରଲୌକିକ ପିତା । ୟାଙ୍କର ଲୌକିକ ଜନ୍ମ ନାହିଁ । ଶ୍ରୀକୃଷ୍ଣଙ୍କର ଜନ୍ମର ତିଥି, ତାରିଖ, ସମୟ ଇତ୍ୟାଦି ସବୁ ଅଛି । ବାବାଙ୍କର ତ ଦିବ୍ୟଜନ୍ମ କୁହାଯାଏ । ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି କହୁଛନ୍ତି ଏହା ହେଉଛି ବେହଦର ଡ୍ରାମା । ସେଥିରେ ଅଧାକଳ୍ପ ହେଲା ରାତି, ଅର୍ଥାତ ଯେତେବେଳେ ଘୋର ଅନ୍ଧକାର ହୋଇଥାଏ ସେତେବେଳେ ମୁଁ ଆସେ । ଏହାର ତିଥି-ତାରିଖ କିଛି ନାହିଁ । ଏହି ସମୟରେ ଭକ୍ତି ମଧ୍ୟ ତମୋପ୍ରଧାନ । ଅଧାକଳ୍ପ ହେଉଛି ବେହଦର ଦିନ । ବାବା ନିଜେ କହୁଛନ୍ତି ମୁଁ ଏହାଙ୍କ ଭିତରେ ପ୍ରବେଶ କରିଛି । ଗୀତାରେ ଅଛି ଭଗବାନୁବାଚ, କିନ୍ତୁ ଭଗବାନ କେବେ ମନୁଷ୍ୟ ହୋଇପାରିବେ ନାହିଁ । କୃଷ୍ଣ ମଧ୍ୟ ଦୈବୀଗୁଣଯୁକ୍ତ ମନୁଷ୍ୟ ଅଟନ୍ତି । ଏହାକୁ ମନୁଷ୍ୟ ଲୋକ କୁହାଯାଇଛି । ଏହା ଦେବଲୋକ ନୁହେଁ । ଗାୟନ ମଧ୍ୟ ଅଛି ବ୍ରହ୍ମା ଦେବତାୟ ନମଃ ...ସେମାନେ ହେଲେ ସୂକ୍ଷ୍ମଲୋକ ନିବାସୀ । ପିଲାମାନେ ଜାଣନ୍ତି ସେଠାରେ ହାଡ-ମାଂସର ଶରୀର ନଥାଏ । ତାହା ହେଲା ସୂକ୍ଷ୍ମ ଶ୍ୱେତ ବର୍ଣ୍ଣର ଛାୟା ଶରୀର । ଯେତେବେଳେ ଆତ୍ମା ବ୍ରହ୍ମଲୋକ (ଶାନ୍ତିଧାମ)ରେ ଥାଏ ସେତେବେଳେ ନା ସୂକ୍ଷ୍ମ ଶରୀର ଥାଏ ନା ହାଡ ମାଂସର ଶରୀର ଥାଏ । ଏହି କଥାକୁ କୌଣସି ବି ମନୁଷ୍ୟ ମାତ୍ର ଜାଣନ୍ତି ନାହିଁ । ଏକଥା ବାବା ହିଁ ଆସି ଶୁଣାଉଛନ୍ତି ଏବଂ ବ୍ରାହ୍ମଣମାନେ ହିଁ ଶୁଣିଥାନ୍ତି ଆଉ କେହି ଶୁଣନ୍ତି ନାହିଁ । ବ୍ରାହ୍ମଣ ବର୍ଣ୍ଣ ଭାରତରେ ହିଁ ଥାଏ । ତାହା ମଧ୍ୟ ସେତେବେଳେ ଥାଏ ଯେତେବେଳେ ପରମପିତା ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ଧର୍ମର ସ୍ଥାପନା କରନ୍ତି । ତେବେ ୟାଙ୍କୁ (ବ୍ରହ୍ମାଙ୍କୁ) ରଚୟିତା କୁହାଯିବ ନାହିଁ । ନୂଆ ରଚନା କେହି ରଚନ୍ତି ନାହିଁ । କେବଳ ନବୀକରଣ କରନ୍ତି । ଡାକନ୍ତି ମଧ୍ୟ ହେ ବାବା, ଏହି ପତିତ ଦୁନିଆରେ ଆସି ଆମକୁ ପାବନ କର । ଏବେ ବାବା ତୁମମାନଙ୍କୁ ପବିତ୍ର କରୁଛନ୍ତି । ତୁମେ ପୁଣି ଯୋଗବଳ ଦ୍ୱାରା ଏହି ସୃଷ୍ଟିକୁ ପବିତ୍ର କରୁଛ । ମାୟା ଉପରେ ତୁମେ ବିଜୟ ପ୍ରାପ୍ତ କରି ଜଗତଜିତ ହେଉଛ । ଯୋଗବଳକୁ ଶାନ୍ତିର ବଳ ମଧ୍ୟ କୁହାଯାଏ । ରୁଷି ମୁନୀ ଆଦି ସମସ୍ତେ ଶାନ୍ତି ଚାହାଁନ୍ତି କିନ୍ତୁ ଶାନ୍ତିର ଅର୍ଥକୁ ଜାଣନ୍ତି ନାହିଁ । ଏଠାରେ ତ ସମସ୍ତ ଅଭିନୟ ନିଶ୍ଚୟ କରିବାକୁ ହେବ ନା । ଶାନ୍ତିଧାମ ହେଲା ସୁଇଟ ସାଇଲେନ୍ସ ହୋମ (ମିଠା ଶାନ୍ତିର ଘର) । ତୁମମାନଙ୍କୁ ଏବେ ଏକଥା ଜଣା ଅଛି ଯେ ଆମର ଘର ଶାନ୍ତିଧାମ । ଏଠାକୁ ଆମେ ଅଭିନୟ କରିବାକୁ ଆସିଛୁ । ବାବାଙ୍କୁ ମଧ୍ୟ ଡାକୁଛନ୍ତି ହେ ପତିତପାବନ, ଦୁଃଖହର୍ତ୍ତା ସୁଖକର୍ତ୍ତା ଆସି ଆମକୁ ଏହି ରାବଣର ଜଞ୍ଜୀରରୁ ମୁକ୍ତକର । ଭକ୍ତି ହେଲା ରାତି ଜ୍ଞାନ ହେଲା ଦିନ । ରାତି ମୁର୍ଦାବାଦ ହୋଇ ପୁଣି ଜ୍ଞାନ ଜିନ୍ଦାବାଦ ହେବ । ଏହା ଦୁଃଖ ଓ ସୁଖର ଖେଳ । ତୁମେ ଜାଣିଛ ପ୍ରଥମେ ଆମେ ସ୍ୱର୍ଗରେ ଥିଲେ ପୁଣି ଖସି-ଖସି ଆସି ତଳେ ନର୍କରେ ପଡିଛେ । କଳିଯୁଗ କେବେ ଖଲାସ ହେବ ପୁଣି ସତ୍ୟଯୁଗ କେବେ ଆସିବ, ଏକଥା କେହି ଜାଣି ନାହାଁନ୍ତି । ଏବେ ତୁମେମାନେ ବାବାଙ୍କୁ ଜାଣିଯାଇଛ ବାବାଙ୍କ ଦ୍ୱାରା ସବୁ କିଛି ଜାଣିଯାଇଛ । ମନୁଷ୍ୟମାନେ ଭଗବାନଙ୍କୁ ଖୋଜିବା ପାଇଁ କେତେ ଧକ୍କା ଖାଉଛନ୍ତି । କିନ୍ତୁ ବାବାଙ୍କୁ ଜାଣି ହିଁ ନାହାଁନ୍ତି । ଜାଣିବେ ସେତେବେଳେ ଯେତେବେଳେ ବାବା ଆସି ନିଜର ଓ ସମ୍ପତ୍ତିର (ସ୍ୱର୍ଗ ଦୁନିଆରେ) ପରିଚୟ ଦେବେ । ସମ୍ପତ୍ତି ବାବାଙ୍କଠାରୁ ମିଳେ ମାଙ୍କ ଠାରୁ ନୁହେଁ । ୟାଙ୍କୁ (ବ୍ରହ୍ମାଙ୍କୁ)ମମ୍ମା ମଧ୍ୟ କୁହାଯାଉଛି,ପରନ୍ତୁ ତାଙ୍କଠାରୁ ବର୍ସା ମିଳେ ନାହିଁ । ତେଣୁ ୟାଙ୍କୁ ମଧ୍ୟ ମନେପକାଇବା ଉଚିତ୍ ନୁହେଁ । ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ ଶିବଙ୍କର ସନ୍ତାନ - ଏକଥା ମଧ୍ୟ କେହି ଜାଣନ୍ତି ନାହିଁ । ବେହଦ ଦୁନିଆର ରଚୟିତା ଏକମାତ୍ର ବାବା ହିଁ ଅଟନ୍ତି । ବାକି ସମସ୍ତେ ତାଙ୍କର ରଚନା ଅଥବା ହଦର ରଚୟିତା (ଅଳ୍ପ କିଛି ସନ୍ତାନଙ୍କର ପିତା) । ଏବେ ତୁମ ପିଲାମାନଙ୍କୁ ବାବା କହୁଛନ୍ତି ମୋତେ ମନେପକାଅ ତେବେ ତୁମର ବିକର୍ମ ବିନାଶ ହେବ । ମନୁଷ୍ୟ ବାବାଙ୍କୁ ଜାଣି ନାହାଁନ୍ତି ତେବେ କାହାକୁ ମନେପକାଇବେ ? ବାବା କହୁଛନ୍ତି କେତେ ଅନାଥ ହୋଇଯାଇଛନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ।

ଭକ୍ତି ଏବଂ ଜ୍ଞାନ ଏହି ଦୁଇଟି ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ କର୍ମ ହେଲା - ଦାନ କରିବା । ଭକ୍ତି ମାର୍ଗରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦାନ କରନ୍ତି । କାହିଁକି ? କିଛି କାମନା ତ ନିଶ୍ଚୟ ରହିଥାଏ । ଭାବିଥାନ୍ତି ଯେ, ଯେପରି କର୍ମ କରିବା ସେପରି ଫଳ ଆର ଜନ୍ମରେ ପାଇବା । ଏହି ଜନ୍ମରେ ଯେଉଁ କର୍ମ କରିବା ତାର ଫଳ ପର ଜନ୍ମରେ ପାଇବା । ଜନ୍ମ ଜନ୍ମାନ୍ତର ତ ପାଇବା ନାହିଁ । କର୍ମର ଫଳ ଗୋଟିଏ ଜନ୍ମ ପାଇଁ ହିଁ ମିଳିଥାଏ । ସବୁଠାରୁ ଭଲରୁ ଭଲ କର୍ମ ହେଲା ଦାନ କରିବା । ଦାନୀକୁ ପୂଣ୍ୟାତ୍ମା କୁହାଯାଏ । ଭାରତକୁ ମହାଦାନୀ କୁହାଯାଏ । ଭାରତରେ ଯେତେ ଦାନ ହୋଇଥାଏ ଏତେ ଆଉ କୌଣସି ସ୍ଥାନରେ ନାହିଁ । ବାବା ମଧ୍ୟ ଏଠାକୁ ଆସି ପିଲାମାନଙ୍କୁ ଜ୍ଞାନର ଦାନ କରୁଛନ୍ତି । ପିଲାମାନେ ପୁଣି ବାବାଙ୍କୁ ଦାନ କରୁଛନ୍ତି । କହିଥାନ୍ତି ବାବା ଆପଣ ଆସିବେ ତ ଆମେ ଆମର ଶରୀର-ମନ-ଧନ ସବୁ ଆପଣଙ୍କ ଜିମା କରିଦେବୁ । ଆପଣଙ୍କ ଛଡା ଆମର ଆଉ କେହି ନାହାଁନ୍ତି । ବାବା ମଧ୍ୟ କହୁଛନ୍ତି ମୋ ପାଇଁ କେବଳ ତୁମେ ପିଲାମାନେ ହିଁ ଅଟ । ମୋତେ କହୁଛ ହେବନ୍ଲି ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗର ରଚୟିତା । ମୁଁ ଆସି ତୁମକୁ ସ୍ୱର୍ଗର ରାଜତ୍ୱ ଦେଉଛି । ପିଲାମାନେ ମୋ ଉଦ୍ଦେଶ୍ୟରେ ସବୁକିଛି ଦେଇ ଦେଉଛନ୍ତି, କହୁଛନ୍ତି ବାବା ସବୁକିଛି ଆପଣଙ୍କର । ଭକ୍ତିମାର୍ଗରେ ମଧ୍ୟ କୁହନ୍ତି ବାବା, ଏ ସବୁକିଛି ହେଲା ଆପଣଙ୍କର ଦାନ । ପୁଣି ସେ ସବୁ ଯେତେବେଳେ ଚାଲିଯାଏ ତେବେ ଦୁଃଖି ହୋଇଯାଆନ୍ତି । ସେ ସବୁ ହେଲା ଭକ୍ତିର ଅଳ୍ପକାଳର ସୁଖ । ବାବା ବୁଝାଉଛନ୍ତି ଭକ୍ତି ମାର୍ଗରେ ତୁମେ ମୋ ପାଇଁ ପରୋକ୍ଷରେ ଦାନ-ପୂଣ୍ୟ କରୁଛ । ତାର ଫଳ ତ ତୁମକୁ ମିଳିଥାଏ । ଏବେ ଏହି ସମୟରେ ମୁଁ ତୁମକୁ କର୍ମ-ଅକର୍ମ-ବିକର୍ମର ରହସ୍ୟ ବୁଝାଉଛନ୍ତି । ଭକ୍ତି ମାର୍ଗରେ ତୁମେ ଯେପରି କର୍ମ କରୁଛ ତାର ଅଳ୍ପକାଳର ସୁଖ ମଧ୍ୟ ମୋ ଦ୍ୱାରା ତୁମକୁ ମିଳୁଛି । ଏହିସବୁ କଥା ଦୁନିଆରେ କାହାକୁ ଜଣାନାହିଁ । ବାବା ହିଁ ଆସି କର୍ମର ଗହନ ଗତି ସମ୍ବନ୍ଧରେ ବୁଝାଉଛନ୍ତି । ସତ୍ୟଯୁଗରେ କେବେ କେହି ଖରାପ କର୍ମ କରନ୍ତି ହିଁ ନାହିଁ । ତେଣୁ ସେଠାରେ ସର୍ବଦା ସୁଖ ହିଁ ସୁଖ ରହିଥାଏ । ସେଥିପାଇଁ ସୁଖଧାମ, ସ୍ୱର୍ଗକୁ ସମସ୍ତେ ମନେ ପକାଇଥାନ୍ତି । ଏବେ ସମସ୍ତେ ନର୍କରେ ଅଛନ୍ତି । ତଥାପି ମଧ୍ୟ କହି ଦେଉଛନ୍ତି ଅମୁକ ସ୍ୱର୍ଗକୁ ଗଲା । ତେବେ ଆତ୍ମାକୁ ସ୍ୱର୍ଗ କେତେ ଭଲଲାଗୁଛି । ଆତ୍ମା ହିଁ କହୁଛି ନା - ଅମୁକ ସ୍ୱର୍ଗକୁ ଗଲା । କିନ୍ତୁ ତମୋପ୍ରଧାନ ହୋଇଥିବା କାରଣରୁ ତାଙ୍କୁ କିଛି ଜଣାପଡେ ନାହିଁ ଯେ ସ୍ୱର୍ଗ କଣ ନର୍କ କଣ ? ବେହଦର ବାବା କହଛନ୍ତି ତୁମେ ସବୁ କେତେ ତମୋପ୍ରଧାନ ହୋଇଯାଇଛ । କିନ୍ତୁ ଡ୍ରାମାକୁ କେହି ବି ଜାଣନ୍ତି ନାହିଁ । ବୁଝିଥାନ୍ତି ଯେ ସୃଷ୍ଟିର ଚକ୍ର ଘୂରୁଛି ତେବେ ନିଶ୍ଚୟ ଅବିକଳ ପୁନରାବୃତ୍ତି ହେବ ନା, କିନ୍ତୁ ସେମାନେ କେବଳ କଥାରେ କହିଦେଉଛନ୍ତି କିନ୍ତୁ କିଛି ବି ବୁଝି ନାହାଁନ୍ତି । ଏବେ ଏହା ହେଲା ସଙ୍ଗମଯୁଗ । ଏହି ଗୋଟିଏ ସଙ୍ଗମଯୁଗର ହିଁ ଗାୟନ ରହିଛି । ଅଧାକଳ୍ପ ଦେବତାମାନଙ୍କର ରାଜ୍ୟ ଚାଲେ ପୁଣି ସେହି ରାଜ୍ୟ କୁଆଡେ ଚାଲିଯାଏ । କିଏ ଜିତି ନିଏ ? ଏହା ମଧ୍ୟ କାହାକୁ ଜଣାନାହିଁ । ବାବା କହୁଛନ୍ତି ରାବଣ ଜିତି ନେଉଛି । ସେମାନେ ପୁଣି ଦେବତା ଏବଂ ଅସୁରମାନଙ୍କ ଭିତରେ ଲଢେଇ ଦେଖାଇ ଦେଇଛନ୍ତି ।

ଏବେ ବାବା ବୁଝାଉଛନ୍ତି ୫ ବିକାର ରୂପୀ ରାବଣ ଠାରୁ ହାରିଯାଉଛନ୍ତି ପୁଣି ରାବଣ ଉପରେ ବିଜୟ ପ୍ରାପ୍ତ କରୁଛନ୍ତି । ତୁମେ ତ ପୂଜ୍ୟ ଥିଲ ପୁଣି ପୂଜାରୀ ପତିତ ହୋଇଯାଉଛ ତେବେ ରାବଣ ଠାରୁ ହାରିଯାଉଛ ନା । ଇଏ ତୁମର ଶତ୍ରୁ ହୋଇଥିବା କାରଣରୁ ତୁମେ ସବୁବେଳେ ତାକୁ ଜଳାଇ ଆସିଛ । କିନ୍ତୁ ତୁମକୁ ଜଣାନାହିଁ । ଏହି ବାବା ବୁଝାଉଛନ୍ତି ଯେ, ଏହି ରାବଣ ପାଇଁ ତୁମେମାନେ ପତିତ ହୋଇଛ । ଏହି ବିକାରକୁ ହିଁ ମାୟା କୁହାଯାଏ । ମାୟାଜିତ୍ ଅର୍ଥାତ୍ ଜଗତ୍ଜିତ୍ । ଏହି ରାବଣ ତୁମମାନଙ୍କର ସବୁଠାରୁ ପୁରୁଣା ଶତ୍ରୁ । ଏବେ ଶ୍ରୀମତ ଆଧାରରେ ତୁମେ ଏହି ୫ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ । ବାବା ମାୟା ଉପରେ ବିଜୟ ପ୍ରାପ୍ତ କରାଇବା ପାଇଁ ଆସିଛନ୍ତି । ତେବେ ଏହା ଏକ ଖେଳ ଅଟେ ନା । ମାୟାଠାରୁ ହାରିବାକୁ ପରାଜୟ, ମାୟାଠାରୁ ଜିତିବାକୁ ବିଜୟ କୁହାଯାଏ । ଏକମାତ୍ର ବାବା ହିଁ ବିଜୟୀ କରାଉଛନ୍ତି ସେଥିପାଇଁ ତାଙ୍କୁ ସର୍ବଶକ୍ତିମାନ କୁହାଯାଏ । ରାବଣ ମଧ୍ୟ କମ୍ ଶକ୍ତିମାନ ନୁହେଁ । କିନ୍ତୁ ସେ ଦୁଃଖ ଦିଏ ସେଥିପାଇଁ ତାର ଗାୟନ ନାହିଁ । ରାବଣ ବହୁତ ଶକ୍ତିଶାଳୀ । ତୁମର ରାଜ୍ୟ ଛଡାଇ ନେଉଛି । ଏବେ ତୁମେ ବୁଝିପାରୁଛ ଆମେ କେମିତି ହାରୁଛୁ ପୁଣି କେମିତି ଜିତୁଛୁ । ଆତ୍ମା ଚାହୁଁଛି ମୋତେ ଶାନ୍ତି ଦରକାର । ମୁଁ ନିଜର ଘରକୁ ଯିବି । ଭକ୍ତ ଭଗବାନଙ୍କୁ ମନେପକାଉଛନ୍ତି କିନ୍ତୁ ପଥର ବୁଦ୍ଧି ହୋଇଥିବା କାରଣରୁ ତାଙ୍କୁ ବୁଝିପାରୁ ନାହାଁନ୍ତି । ଭଗବାନ ସମସ୍ତଙ୍କର ପିତା ଅଟନ୍ତି । ତେଣୁ ପିତାଙ୍କ ଠାରୁ ନିଶ୍ଚୟ ସମ୍ପତ୍ତି ମିଳୁଥିବ । ନିଶ୍ଚୟ ମିଳୁଛି କିନ୍ତୁ କେବେ ମିଳୁଛି ପୁଣି କେମିତି ହରାଉଛନ୍ତି, ଏକଥା କେହି ଜାଣି ନାହାଁନ୍ତି । ବାବା କହୁଛନ୍ତି ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ବସି ତୁମମାନଙ୍କୁ ବୁଝାଉଛି । ମୋତେ ମଧ୍ୟ କର୍ମଇନ୍ଦ୍ରିୟ ଦରକାର ନା । ମୋର ତ ନିଜର କର୍ମଇନ୍ଦ୍ରିୟ ନାହିଁ । ସୂକ୍ଷ୍ମଲୋକରେ ମଧ୍ୟ କର୍ମଇନ୍ଦ୍ରିୟ (ଶରୀର)ଅଛି । ଚାଲିବା ବୁଲିବା ଯେ ଭଳି ମୁବି ବାଇସ୍କୋପ (ନିର୍ବାକ ଚଳିଚିତ୍ର) ଥାଏ । ଏହି ଟକି (ବାଣୀ) ବାଇସ୍କୋପ (ସିନେମା) ବାହାରିଛି ତେଣୁ ବାବାଙ୍କୁ ମଧ୍ୟ ବୁଝାଇବା ପାଇଁ ସହଜ ହେଉଛି । ତାଙ୍କର ହେଲା ବାହୁବଳ । ତୁମର ହେଲା ଯୋଗବଳ । ସେମାନେ ଦୁଇଭାଇ (ଆମେରିକା-ଋଷିଆ) ଯଦି ପରସ୍ପର ମିଶିଯିବେ ତେବେ ବିଶ୍ୱ ଉପରେ ରାଜୁତି କରିପାରିବେ । କିନ୍ତୁ ଏବେ ତ ତାଙ୍କ ଭିତରେ ବିବାଦ ସୃଷ୍ଟି ହେଲାଣି ......... । ତୁମମାନଙ୍କୁ ସାଇଲେନ୍ସର (ଶାନ୍ତିର) ଶୁଦ୍ଧ ଅହଂକାର ରହିବା ଦରକାର । ତୁମେ ମନମନାଭବ ଆଧାରରେ ଶାନ୍ତିର ଶକ୍ତି ଦ୍ୱାରା ଜଗତ୍ଜିତ୍ ହୋଇଯାଉଛ । ସେମାନେ ହେଲେ ବିଜ୍ଞାନ ଅଭିମାନୀ (ଅହଂକାରୀ) । ତୁମେ ହେଲ ଶାନ୍ତିର ଶୁଦ୍ଧ ଅଭିମାନୀ । ତୁମେମାନେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେପକାଉଛ । ଏହି ଯୋଗବଳ ଦ୍ୱାରା ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ବାବା ବହୁତ ସହଜ ଉପାୟ ଶିଖାଉଛନ୍ତି । ତୁମେ ଜାଣିଛ ଶିବବାବା ଆମମାନଙ୍କୁ ପୁଣି ସ୍ୱର୍ଗର ବର୍ସା(ସମ୍ପତ୍ତି) ଦେବା ପାଇଁ ଆସିଛନ୍ତି । ତୁମର ଯାହା କିଛି କଳିଯୁଗୀ କର୍ମବନ୍ଧନ ଅଛି ବାବା କହୁଛନ୍ତି ତାକୁ ଭୁଲିଯାଅ ପାଞ୍ଚ ବିକାରକୁ ମଧ୍ୟ ମୋତେ ଦାନ ଦେଇଦିଅ । ତୁମେ ଯାହା କିଛି ମୋର-ମୋର କରି ଆସିଛ, ମୋ ସ୍ୱାମୀ, ମୋର ଅମୁକ, ସେସବୁକୁ ଭୁଲିଯାଅ । ସବୁ ଦେଖି ମଧ୍ୟ ସେଥିରୁ ମମତା ତୁଟାଇଦିଅ । ଏହି କଥା ବାବା ସନ୍ତାନମାନଙ୍କୁ ହିଁ ବୁଝାଉଛନ୍ତି । ଯିଏ ବାବାଙ୍କୁ ଜାଣନ୍ତି ନାହିଁ ସେମାନେ ତ ଏହି ଭାଷାକୁ ମଧ୍ୟ ବୁଝିପାରିବେ ନାହିଁ । ବାବା ଆସି ମନୁଷ୍ୟରୁ ଦେବତା କରୁଛନ୍ତି । ଦେବତାମାନେ ସତ୍ୟଯୁଗରେ ହିଁ ଥାନ୍ତି । କଳିଯୁଗରେ ମନୁଷ୍ୟମାନେ ରହନ୍ତି । ଯାହାଙ୍କର ଏବେ ପର୍ଯ୍ୟନ୍ତ ଚିହ୍ନ ଅର୍ଥାତ୍ ଚିତ୍ର ଅଛି । ମୋତେ ହିଁ କହିଥାନ୍ତି ପତିତପାବନ । ମୁଁ ତ ତଳକୁ ଖସେ ନାହିଁ । ତୁମେ କହୁଛ ଆମେ ପବିତ୍ର ଥିଲୁ ତଳକୁ ଖସି ଖସି ଏବେ ପତିତ ହୋଇଯାଇଛୁ । ଏବେ ଆପଣ ଆସି ପବିତ୍ର କରନ୍ତୁ ତେବେ ଆମେ ନିଜର ଘରକୁ ଯିବୁ । ଏହା ହେଲା ଆଧ୍ୟାତ୍ମିକ ଜ୍ଞାନ । ଏହା ଅବିନାଶୀ ଜ୍ଞାନ ରତ୍ନ ଅଟେ ନା । ଏହା ହେଲା ନୂତନ ଜ୍ଞାନ । ଏବେ ତୁମକୁ ଏହି ଜ୍ଞାନ ଶିଖାଉଛି । ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ରହସ୍ୟକୁ ବୁଝାଉଛି । ଏବେ ଏହା ତ ହେଲା ପୁରୁଣା ଦୁନିଆ । ଏଥିରେ ତୁମର ଯିଏ ବି ମିତ୍ର-ସମ୍ବନ୍ଧୀ ଆଦି ଅଛନ୍ତି, ନିଜର ଦେହ ସହିତ ସମସ୍ତଙ୍କ ଠାରୁ ମମତା ତୁଟାଇଦିଅ । ଏବେ ତୁମେ ପିଲାମାନେ ନିଜର ସବୁକିଛି ବାବାଙ୍କୁ ସମର୍ପିତ କରି ଦେଇଛ । ବାବା ପୁଣି ସ୍ୱର୍ଗର ବାଦଶାହୀ ୨୧ଜନ୍ମ ପାଇଁ ତୁମକୁ ସମର୍ପିତ କରି ଦେଉଛନ୍ତି । ଦେବା-ନେବା ତ ଚାଲିଛି ନା । ବାବା ତୁମକୁ ୨୧ଜନ୍ମ ପାଇଁ ରାଜ୍ୟ ଭାଗ୍ୟ ଦେଉଛନ୍ତି । ୨୧ ଜନ୍ମ, ୨୧ ପିଢୀର ଗାୟନ ଅଛି ନା ଅର୍ଥାତ୍ ୨୧ ଜନ୍ମ ପୁରା ଜୀବନ ଚାଲୁଛି । ସେଠାରେ ମଝିରେ କେବେ କେହି ଶରୀର ତ୍ୟାଗ କରନ୍ତି ନାହିଁ । ଅକାଳ ମୃତ୍ୟୁ ହୁଏ ନାହିଁ । ଏବେ ତୁମେ ଅମର ହୋଇ ଅମରପୁରୀର ମାଲିକ ହେଉଛ । ତୁମକୁ କେବେ କାଳ ଖାଇ ପାରିବ ନାହିଁ । ଏବେ ତୁମେ ମରିବା ପାଇଁ ପୁରୁଷାର୍ଥ କରୁଛ । ବାବା କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡି ଏକମାତ୍ର ବାବାଙ୍କ ସହ ସର୍ବ ସମ୍ବନ୍ଧ ରଖ । ଏବେ ଯିବାକୁ ହେବ ସୁଖର ସମ୍ବନ୍ଧରେ । ତେଣୁ ଏହି ଦୁଃଖର ବନ୍ଧନକୁ ଭୁଲିବାର ପୁରୁଷାର୍ଥ କର । ସେଥିପାଇଁ ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ପବିତ୍ର ହେବାକୁ ପଡିବ । ବାବା କହୁଛନ୍ତି କେବଳ ମୋତେ ମନେ ପକାଅ ତା ସଙ୍ଗେ ସଙ୍ଗେ ଦୈବୀଗୁଣକୁ ମଧ୍ୟ ଧାରଣ କର । ତୁମକୁ ଏହି ଦେବତାମାନଙ୍କ ଭଳି ହେବାକୁ ପଡିବ । ଏହା ହେଲା ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ, ଏମାନେ କିପରି ରାଜ୍ୟ ପାଇଲେ, ପୁଣି କୁଆଡେ ଗଲେ, ଏକଥା କାହାକୁ ଜଣାନାହିଁ । ଏବେ ତୁମ ପିଲାମାନଙ୍କୁ ଦୈବୀଗୁଣ ଧାରଣା କରିବାକୁ ହେବ । ସେଥିପାଇଁ କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ । ବାବା ହିଁ ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି । ତେଣୁ ତୁମକୁ ମଧ୍ୟ ସୁଖର ରାସ୍ତା ସମସ୍ତଙ୍କୁ ବତାଇବାକୁ ହେବ ଅର୍ଥାତ୍ ଅନ୍ଧର ଲାଠି ହେବାକୁ ପଡିବ । ଏବେ ବାବା ତୁମକୁ ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି । ତୁମେ ଜାଣିଛ ବାବା କେମିତି ଏଠାକୁ ଆସି ଅଭିନୟ କରୁଛନ୍ତି । ଏବେ ବାବା ଯାହା ତୁମକୁ ପାଠ ପଢାଉଛନ୍ତି ପୁଣି ତାହା ପ୍ରାୟଃ ଲୋପ ହୋଇଯିବ । ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନଥାଏ । ତୁମେ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ହିଁ ରଚୟିତା ଏବଂ ରଚନାର ଜ୍ଞାନକୁ ଜାଣୁଛ । ଆଉ କେହି ଜାଣିପାରିବେ ନାହିଁ । ଏହି ଲକ୍ଷ୍ମୀ-ନାରାୟଣ ଆଦିଙ୍କ ଭିତରେ ଯଦି ଏହି ଜ୍ଞାନ ଥାନ୍ତା ତେବେ ପରମ୍ପରା ଚାଲିଥାନ୍ତା । ସେଠାରେ ଜ୍ଞାନର ଦରକାର ହିଁ ରହୁନାହିଁ କାରଣ ସେଠାରେ ସଦ୍ଗତି ଥାଏ । ଏବେ ତୁମେ ସବୁକିଛି ବାବାଙ୍କୁ ଦାନ ଦେଇ ଦେଉଛ ପୁଣି ବାବା ମଧ୍ୟ ତୁମକୁ ୨୧ଜନ୍ମ ପାଇଁ ସବୁକିଛି ଦେଇଦେଉଛନ୍ତି । ଏପରି ଦାନ କେବେ ହୁଏ ନାହିଁ । ତୁମେ ଜାଣିଛ ଆମେ ସର୍ବଶ (ବଂଶ ସହିତ) ଦେଉଛୁ ବାବା ଏସବୁ କିଛି ଆପଣଙ୍କର । ଆପଣ ହିଁ ମୋର ସବୁକିଛି । ତ୍ୱମେବ ମାତାଶ୍ଚ ପିତା .... ତେବେ ମାତାପିତାର ଭୂମିକା ତ ପାଳନ କରୁଛନ୍ତି ନା, ପିଲାମାନଙ୍କୁ ଏଡାପ୍ଟ (ପୋଷ୍ୟ) ମଧ୍ୟ କରନ୍ତି ପୁଣି ନିଜେ ହିଁ ପାଠ ପଢାନ୍ତି । ପୁଣି ନିଜେ ହିଁ ଗୁରୁ ହୋଇ ସମସ୍ତଙ୍କୁ ସାଥିରେ ନେଇଯାଆନ୍ତି । କୁହନ୍ତି ତୁମେମାନେ ମୋତେ ମନେ ପକାଅ ତେବେ ପବିତ୍ର ହୋଇଯିବ ପୁଣି ତୁମକୁ ସାଥିରେ ନେଇଯିବି । ସେଥିପାଇଁ ଏହି ଯଜ୍ଞ ରଚନା ହୋଇଛି । ଏହା ହେଲା ଶିବଜ୍ଞାନ ଯଜ୍ଞ ଏଥିରେ ତୁମେ ତନ-ମନ-ଧନ ସବୁ ସ୍ୱାହା କରିଦେଉଛ । ଖୁସିରେ ସବୁ ଅର୍ପଣ ହୋଇଯାଉଛି । ବାକି ଆତ୍ମା ରହିଯାଉଛି । ବାବା, ବାସ୍ ଏବେ ମୁଁ ଆପଣଙ୍କ ଶ୍ରୀମତରେ ହିଁ ଚାଲିବି । ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହେବାକୁ ପଡିବ । ୬୦ ବର୍ଷ ଆୟୁଷ ହେଲେ ବାନପ୍ରସ୍ଥି ନେବାପାଇଁ ପ୍ରସ୍ତୁତି କରନ୍ତି କିନ୍ତୁ ସେମାନେ କଣ ପ୍ରକୃତରେ ବ୍ରହ୍ମଲୋକକୁ ଫେରିଯିବାର ପ୍ରସ୍ତୁତି କରନ୍ତି! ଏବେ ତୁମେ ସଦ୍ଗୁରୁଙ୍କ ଠାରୁ ମନମନାଭବର ମନ୍ତ୍ର ନେଉଛ । ଭଗବାନୁବାଚ ତୁମେ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ । ସମସ୍ତଙ୍କୁ କୁହ ଯେ ଆପଣମାନଙ୍କର ସମସ୍ତଙ୍କର ଏହା ବାନପ୍ରସ୍ଥ ଅବସ୍ଥା ଅଟେ । ତେଣୁ ଶିବବାବାଙ୍କୁ ମନେ ପକାଅ । ଏବେ ସମସ୍ତଙ୍କୁ ନିଜ ଘରକୁ ଫେରି ଯିବାକୁ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କଳିଯୁଗର ସମସ୍ତ କର୍ମ ବନ୍ଧନକୁ ବୁଦ୍ଧିରୁ ଭୁଲି ୫ ବିକାରକୁ ଦାନ କରି ଆତ୍ମାକୁ ସତୋପ୍ରଧାନ କରିବାକୁ ହେବ । କେବଳ ଶାନ୍ତିର ଶୁଦ୍ଧ ଅଭିମାନରେ ରହିବାକୁ ହେବ ।

(୨) ଏହି ରୁଦ୍ର ଯଜ୍ଞରେ ଖୁସି ଖୁସିରେ ନିଜର ତନ-ମନ-ଧନକୁ ଅର୍ପଣ କରି ସଫଳ କରିବାକୁ ହେବ ଏବଂ ଏହି ସମୟରେ ହିଁ ନିଜର ସବୁ କିଛି ବାବାଙ୍କୁ ସମର୍ପି ଦେଇ ୨୧ଜନ୍ମର ବାଦଶାହୀ ପ୍ରାପ୍ତ କରିବାକୁ ହେବ ।

ବରଦାନ:-
ନିମିତ୍ତ ଭାବନାର ସ୍ମୃତି ଦ୍ୱାରା ହଲ୍ଚଲ୍କୁ ସମାପ୍ତ କରି ସର୍ବଦା ଅଚଳ-ଅଟଳ ହୁଅ ।

ନିମିତ୍ତ ଭାବନା ଦ୍ୱାରା ଅନେକ ପ୍ରକାରର ମୁଁ ପଣିଆ, ମୋର ପଣିଆ ସହଜରେ ସମାପ୍ତ ହୋଇଯାଏ । ଏହି ସ୍ମୃତି ସବୁ ପ୍ରକାରର ହଲଚଲ୍ରୁ ମୁକ୍ତ କରି ଅଚଳ-ଅଟଳ ସ୍ଥିତିର ଅନୁଭବ କରାଇଥାଏ । ସେବାରେ ମଧ୍ୟ ମେହନତ କରିବା ପାଇଁ ପଡେ ନାହିଁ କାରଣ ନିମିତ୍ତ ଆତ୍ମାମାନଙ୍କର ବୁଦ୍ଧିରେ ସର୍ବଦା ଏହି କଥା ମନେ ରହିଥାଏ ଯେ ଯେଉଁ କର୍ମ ମୁଁ କରିବି ମୋତେ ଦେଖି ସମସ୍ତେ କରିବେ । ତେଣୁ ସେବାରେ ନିମିତ୍ତ ହେବା ଅର୍ଥ ଷ୍ଟେଜ୍ ଉପରେ ଅଭିନୟ କରିବା ଏବଂ ସମସ୍ତଙ୍କର ଦୃଷ୍ଟି ମଧ୍ୟ ଆପେ ଆପେ ଷ୍ଟେଜ ଅର୍ଥାତ୍ ମଞ୍ଚ ଉପରକୁ ଯାଇଥାଏ । ତେଣୁ ଏହି ସ୍ମୃତି ମଧ୍ୟ ସୁରକ୍ଷାର ଆଧାର ହୋଇଥାଏ ।

ସ୍ଲୋଗାନ:-
ଯଦି ସବୁ କଥାରୁ ଦୁରେଇ ରହିବ ତେବେ ପରମାତ୍ମା ପିତାଙ୍କର ସାହାରାର ଅନୁଭବ ହେବ ।