07/05/20 ପ୍ରାତଃ ମୁରଲୀ ଓମ୍ ଶାନ୍ତି "ବାପଦାଦା” ମଧୁବନ


"ମିଠେ ବଚ୍ଚେ:— ଶ୍ରୀମତ ହିଁ ତୁମକୁ ଶ୍ରେଷ୍ଠ କରିଦେବ, ସେଥିପାଇଁ ଶ୍ରୀମତକୁ କେବେ ବି ଭୁଲ ନାହିଁ, ନିଜ ମତ ଅର୍ଥାତ୍ ମନମତରେ ନ ଚାଲି ଏକମାତ୍ର ବାବାଙ୍କ ମତରେ ଚାଲ ।”

ପ୍ରଶ୍ନ:-

ପୁଣ୍ୟ ଆତ୍ମା ହେବାର ଉପାୟ କ’ଣ ?

ଉତ୍ତର:-

ଯଦି ପୁଣ୍ୟ ଆତ୍ମା ହେବା ପାଇଁ ଚାହୁଁଛ ତେବେ ସଚ୍ଚା ହୃଦୟର ସହିତ, ସ୍ନେହର ସହିତ ଏକମାତ୍ର ବାବାଙ୍କୁ ମନେପକାଅ (୨) କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ କର ନାହିଁ । ସମସ୍ତଙ୍କୁ ରାସ୍ତା ବତାଅ । ନିଜ ମନକୁ ପଚାର — ଏହିଭଳି ପୁଣ୍ୟ କର୍ମ ମୁଁ କେତେ କରୁଛି ? ନିଜର ଚେକିଙ୍ଗ୍ କର — ମୋ ଦ୍ୱାରା ଏପରି କୌଣସି କର୍ମ ନ ହେଉ ଯାହା ପାଇଁ ଶହେ ଗୁଣା ଦଣ୍ଡ ଭୋଗ କରିବାକୁ ପଡିବ । ଏହିଭଳି ଚେକିଙ୍ଗ୍ କରିବା ଦ୍ୱାରା ପୁଣ୍ୟ ଆତ୍ମା ହୋଇଯିବ ।

ଓମ୍ ଶାନ୍ତି । ଆତ୍ମିକ ପିତା ପିଲାମାନଙ୍କୁ ବୁଝାଉଛନ୍ତି । ଏକଥା ପିଲାମାନେ ଜାଣିଛନ୍ତି ଯେ ଏବେ ଆମେ ଶିବବାବାଙ୍କ ମତ ଅନୁସାରେ ଚାଲୁଛୁ । ତାଙ୍କର ମତ ହିଁ ସର୍ବୋଚ୍ଚ ଅଟେ । ଦୁନିଆରେ ଏକଥା କେହି ବି ଜାଣିନାହାଁନ୍ତି ଯେ ଉଚ୍ଚରୁ ଉଚ୍ଚ ଶିବବାବା କିପରି ପିଲାମାନଙ୍କୁ ଶ୍ରେଷ୍ଠ କରିବା ପାଇଁ ଶ୍ରେଷ୍ଠ ମତ ଦେଉଛନ୍ତି । ଏହି ରାବଣ ରାଜ୍ୟରେ କୌଣସି ମନୁଷ୍ୟ, ମନୁଷ୍ୟକୁ ଶ୍ରେଷ୍ଠ ମତ ଦେଇପାରିବ ନାହିଁ । ତୁମେମାନେ ଏବେ ଈଶ୍ୱରୀୟ ମତରେ ଚାଲୁଛ । ବର୍ତ୍ତମାନ ତୁମମାନଙ୍କୁ ପତିତରୁ ପବିତ୍ର ହେବା ପାଇଁ ଈଶ୍ୱରୀୟ ମତ ମିଳୁଛି । ଏବେ ତୁମେ ଜାଣୁଛ ଯେ ଆମେ ତ ବିଶ୍ୱର ମାଲିକ ଥିଲୁ । ଇଏ ଅର୍ଥାତ୍ ବ୍ରହ୍ମା ଯିଏକି ବିଶ୍ୱର ମାଲିକ ଥିଲେ ସେ ମଧ୍ୟ ଜାଣିନଥିଲେ । ଯିଏ ସାରା ବିଶ୍ୱର ମାଲିକ ଥିଲେ ସିଏ ମଧ୍ୟ ଏକଦମ୍ ପତିତ ହୋଇଯାଉଛନ୍ତି । ଏହି ଖେଳକୁ ବୁଦ୍ଧି ଦ୍ୱାରା ବହୁତ ଭଲ ଭାବରେ ବୁଝିବାକୁ ହେବ । ଠିକ୍ କ’ଣ ଭୁଲ୍ କ’ଣ, ଏହାକୁ ଜାଣିବା -- ଏହା ହେଉଛି ବୁଦ୍ଧିର ଲଢେଇ । ପ୍ରକୃତରେ ସାରା ଦୁନିଆ ଏବେ ଭୁଲ ବାଟରେ ଯାଉଛି । ଏକମାତ୍ର ବାବା ହିଁ ଠିକ୍, ଯିଏକି ସତ୍ୟ କଥା କହୁଛନ୍ତି । ସେ ତୁମକୁ ସତ୍ୟ ଭୂଖଣ୍ଡର ମାଲିକ କରୁଛନ୍ତି ତେଣୁ ତାଙ୍କର ଶ୍ରୀମତ ଅନୁସାରେ ଚାଲିବା ଉଚିତ୍ । ଯଦି ନିଜ ମତରେ ଚାଲିବ ତେବେ ଧୋକା ଖାଇଯିବ । କିନ୍ତୁ ସେ ଗୁପ୍ତ ଏବଂ ନିରାକାର ମଧ୍ୟ ଅଟନ୍ତି । ବହୁତ ପିଲା ଭୁଲ୍ କରୁଛନ୍ତି, ଭାବୁଛନ୍ତି — ଏହା ତ ଦାଦାଙ୍କର ମତ ଅଟେ । ମାୟା ଶ୍ରେଷ୍ଠ ମତ ଅନୁସାରେ ଚାଲିବାକୁ ଦେଉନାହିଁ । ତୁମମାନଙ୍କୁ ଶ୍ରୀମତରେ ଚାଲିବା ଦରକାର ନା । ବାବା ଆପଣ ଆମକୁ ଯାହା କହିବେ ତାହା ଆମେ ନିଶ୍ଚୟ ମାନିବୁ । କିନ୍ତୁ ଏମିତି ଅନେକ ଅଛନ୍ତି ଯେଉଁମାନେ ମାନୁ ନାହାଁନ୍ତି । ପୁରୁଷାର୍ଥର କ୍ରମଅନୁସାରେ ବାବାଙ୍କ ଶ୍ରୀମତ ଅନୁସାରେ ଚାଲୁଛନ୍ତି ବାକି ତ ନିଜର ମତ ଚଲାଇ ଦେଉଛନ୍ତି । ବାବା ଶ୍ରେଷ୍ଠ ମତ ଦେବା ପାଇଁ ଆସିଛନ୍ତି । କିନ୍ତୁ ଏହିଭଳି ବାବାଙ୍କୁ ମଧ୍ୟ ବାରମ୍ବାର ଭୁଲି ଯାଉଛନ୍ତି । ମାୟା ବାବାଙ୍କ ମତ ଅନୁସାରେ ଚାଲିବାକୁ ଦେଉନାହିଁ । ଶ୍ରୀମତ ତ ବହୁତ ସହଜ ନା । ଦୁନିଆରେ କେହି ବି ବୁଝିପାରୁ ନାହାଁନ୍ତି ଯେ, ଆମେ ତମୋପ୍ରଧାନ ଅଟୁ । ମୋର ମତ ତ ପ୍ରସିଦ୍ଧ, ଶ୍ରୀମତ ଭଗବତ ଗୀତା । ଭଗବାନ ଏବେ କହୁଛନ୍ତି ଯେ ମୁଁ ପ୍ରତି ୫ ହଜାର ବର୍ଷରେ ଥରେ ଏଠାକୁ ଆସୁଛି, ଆସି ଭାରତକୁ ଶ୍ରୀମତ ଅନୁସାରେ ଶ୍ରେଷ୍ଠରୁ ଶ୍ରେଷ୍ଠ କରୁଛି । ବାବା ତ ସାବଧାନ କରୁଛନ୍ତି, ତଥାପି ପିଲାମାନେ ଶ୍ରୀମତରେ ଚାଲୁ ନାହାଁନ୍ତି । ବାବା ପ୍ରତିଦିନ ବୁଝାଉଛନ୍ତି — ପିଲାମାନେ, ଶ୍ରୀମତରେ ଚାଲିବାକୁ ଭୁଲିଯାଅ ନାହିଁ । ଏହି ବ୍ରହ୍ମାଙ୍କର କଥା ତ ନୁହେଁ । ତେବେ ସବୁ କଥା ଶିବବାବାଙ୍କର ବୋଲି ମନେ କର । ସିଏ ହିଁ ଏହାଙ୍କ ଦ୍ୱାରା ମତ ଦେଉଛନ୍ତି । ସିଏ ହିଁ ଅନ୍ୟମାନଙ୍କୁ ବୁଝାଉଛନ୍ତି । ଖାଇବା-ପିଇବା କିଛି କରୁନାହାଁନ୍ତି, କହୁଛନ୍ତି ମୁଁ ଅଭୋକ୍ତା ଅଟେ । ତୁମମାନଙ୍କୁ ଶ୍ରୀମତ ଦେଉଛି । ପ୍ରଥମ ନମ୍ବର ମତ ହେଲା -- ମୋତେ ମନେ ପକାଅ । କୌଣସି ବିକର୍ମ କର ନାହିଁ । ନିଜର ମନକୁ ପଚାର ମୁଁ କେତେ ପାପ କରିଛି ? ଏକଥା ତ ଜାଣିଛ ଯେ ସମସ୍ତଙ୍କର ପାପର ଘଡା ଭରି ଗଲାଣି । ବର୍ତ୍ତମାନ ସମସ୍ତେ ଭୁଲ୍ ରାସ୍ତାରେ ଚାଲୁଛନ୍ତି । ତୁମକୁ ଏବେ ବାବାଙ୍କ ଦ୍ୱାରା ଠିକ୍ ରାସ୍ତା ମିଳିଛି । ତୁମ ବୁଦ୍ଧିରେ ବର୍ତ୍ତମାନ ସମସ୍ତ ଜ୍ଞାନ ରହିଛି । ଗୀତାରେ ଯେଉଁ ଜ୍ଞାନ ରହିବା ଦରକାର ତାହା ନାହିଁ । କାରଣ ତାହା ବାବାଙ୍କ ଦ୍ୱାରା ରଚନା କରାଯାଇ ନାହିଁ । ଏହା ମଧ୍ୟ ଭକ୍ତିମାର୍ଗରେ ନିଧାର୍ଯ୍ୟ ଅଛି । କହୁଛନ୍ତି, ଭଗବାନ ଆସି ଭକ୍ତିର ଫଳ ଦେବେ । ପିଲାମାନଙ୍କୁ ବୁଝାଯାଉଛି — ଜ୍ଞାନ ଦ୍ୱାରା ସଦ୍ଗତି ହେବ । ତେବେ ସଦ୍ଗତି ମଧ୍ୟ ସମସ୍ତଙ୍କର ହେଉଛି ତ ଦୁର୍ଗତି ମଧ୍ୟ ସମସ୍ତଙ୍କର ହେଉଛି । ଏହି ଦୁନିଆ ହିଁ ବର୍ତ୍ତମାନ ତମୋପ୍ରଧାନ ଅଟେ । ଏଠାରେ ଜଣେ କେହିହେଲେ ସତ୍ତ୍ୱପ୍ରଧାନ ନାହାଁନ୍ତି । ପୁନର୍ଜନ୍ମ ନେଇ-ନେଇ ଏବେ ଅନ୍ତିମ ସମୟ ଆସି ପହଞ୍ଚିଛି । ଏବେ ମୃତ୍ୟୁ ସମସ୍ତଙ୍କର ମସ୍ତକ ଉପରେ ଉପସ୍ଥିତ । ଏହି କାହାଣୀ କେବଳ ଭାରତର । ଗୀତା ମଧ୍ୟ ଦେବୀ-ଦେବତା ଧର୍ମର ଶାସ୍ତ୍ର ଅଟେ । ତେଣୁ ତୁମର ଅନ୍ୟ କୌଣସି ଧର୍ମକୁ ଯିବାରେ କ’ଣ ଫାଇଦା ଅଛି । ପ୍ରତ୍ୟେକ ନିଜ-ନିଜର କୋରାନ, ବାଇବେଲ୍ ଆଦିକୁ ହିଁ ପଢୁଛନ୍ତି । ସେମାନେ ସମସ୍ତେ ନିଜର ଧର୍ମକୁ ଜାଣିଛନ୍ତି । କେବଳ ଭାରତବାସୀ ହିଁ ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହୋଇଯାଇଛନ୍ତି । ଅନ୍ୟ ସମସ୍ତେ ନିଜ-ନିଜର ଧର୍ମରେ ପକ୍କା ଅଛନ୍ତି । ପ୍ରତ୍ୟେକ ଧର୍ମାବଲମ୍ବୀଙ୍କର ଚେହେରା ଅଲଗା ଅଲଗା । ବାବା ମନେ ପକାଇ ଦେଉଛନ୍ତି — ପିଲାମାନେ, ତୁମେ ନିଜର ଦେବୀ-ଦେବତା ଧର୍ମକୁ ଭୁଲିଯାଇଛ । ତୁମେ ସ୍ୱର୍ଗର ଦେବତା ଥିଲ, ହମ ସୋ ର ଅର୍ଥ ଭାରତବାସୀମାନଙ୍କୁ ବାବା ଶୁଣାଉଛନ୍ତି । ବାକି ଆମେ ଆତ୍ମା ହିଁ ପରମାତ୍ମା ଅଟୁ, ଏକଥା ସତ୍ୟ ନୁହେଁ । ଏକଥା ତ ଭକ୍ତିମାର୍ଗର ଗୁରୁମାନେ କହିଦେଇଛନ୍ତି । ଗୁରୁମାନେ ମଧ୍ୟ କୋଟି କୋଟି ସଂଖ୍ୟାରେ ଅଛନ୍ତି । ସ୍ତ୍ରୀମାନଙ୍କୁ କହନ୍ତି, ସ୍ୱାମୀ ହିଁ ତୁମର ଗୁରୁ ଈଶ୍ୱର ଅଟନ୍ତି । ଯଦି ସ୍ୱାମୀ ହିଁ ଈଶ୍ୱର ପୁଣି ହେ ଭଗବାନ, ହେ ରାମ ବୋଲି କାହିଁକି କହୁଛନ୍ତି । ମନୁଷ୍ୟମାନଙ୍କର ବୁଦ୍ଧି ବିଲ୍କୁଲ୍ ପଥର ହୋଇଗଲାଣି । ଇଏ (ବ୍ରହ୍ମା) ନିଜେ କହୁଛନ୍ତି ମୁଁ ମଧ୍ୟ ଏହିପରି ଥିଲି । କେଉଁଠି ବୈକୁଣ୍ଠର ମାଲିକ ଶ୍ରୀକୃଷ୍ଣ, କେଉଁଠି ପୁଣି ତାଙ୍କୁ ଗାଁର ପିଲା ବୋଲି କହିଦେଉଛନ୍ତି । ଶ୍ୟାମ-ସୁନ୍ଦର ବୋଲି କହୁଛନ୍ତି କିନ୍ତୁ ଯଥାର୍ଥ ଅର୍ଥକୁ ବୁଝିପାରୁ ନାହାଁନ୍ତି । ଏବେ ବାବା ତୁମକୁ ବୁଝାଉଛନ୍ତି ଯିଏ ନମ୍ବରୱାନ ସୁନ୍ଦର (ପବିତ୍ର) ସେ ହିଁ ଲାଷ୍ଟ ନମ୍ବର ତମୋପ୍ରଧାନ ଶ୍ୟାମଳ ଅର୍ଥାତ୍ ପତିତ ହେଉଛନ୍ତି । ତୁମେମାନେ ଜାଣିଛ ଆମେ ସୁନ୍ଦର ଥିଲୁ ପୁଣି ଏବେ ଶ୍ୟାମଳ ହୋଇଯାଇଛୁ । ୮୪ ଜନ୍ମର ଚକ୍ର ଲଗାଇ ଏବେ ଶ୍ୟାମଳରୁ ସୁନ୍ଦର ହେବା ପାଇଁ ବାବା ଏକମାତ୍ର ଔଷଧ ଦେଉଛନ୍ତି ଯେ ମୋତେ ମନେପକାଅ । ତେବେ ତୁମର ଆତ୍ମା ପତିତରୁ ପବିତ୍ର ହୋଇଯିବ । ତୁମର ଜନ୍ମ-ଜନ୍ମାନ୍ତରର ପାପ ନାଶ ହୋଇଯିବ । ତୁମେ ଜାଣିଛ ଯେବେଠାରୁ ରାବଣ ଆସିଛି ତୁମେମାନେ ତଳକୁ ଖସି-ଖସି ପାପ ଆତ୍ମା ହୋଇଯାଇଛ । ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ । ଏଠାରେ କେହି ଜଣେ ହେଲେ ସୁନ୍ଦର ଅର୍ଥାତ୍ ପବିତ୍ର ନାହାଁନ୍ତି । ବାବାଙ୍କ ବିନା କେହି ସୁନ୍ଦର କରାଇ ପାରିବେ ନାହିଁ । ତୁମେମାନେ ଏଠାକୁ ସ୍ୱର୍ଗବାସୀ ସୁନ୍ଦର ହେବା ପାଇଁ ଆସିଛ । ଏବେ ନର୍କବାସୀ ଶ୍ୟାମଳ ହୋଇଯାଇଛ କାହିଁକି ନା କାମ ଚିତା ଉପରେ ବସି କଳା ହୋଇଯାଇଛ । ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ । ଯେଉଁମାନେ ଏହା ଉପରେ ବିଜୟ ପ୍ରାପ୍ତ କରିବେ ସେମାନେ ଜଗତ୍ଜିତ୍ ହେବେ । ପ୍ରଥମ ନମ୍ବର ହେଲା କାମ । ତାଙ୍କୁ (କାମୀମାନଙ୍କୁ) ହିଁ ପତିତ କୁହାଯାଉଛି । କ୍ରୋଧୀକୁ ପତିତ ବୋଲି କୁହାଯିବ ନାହିଁ । ଡାକୁଛନ୍ତି ମଧ୍ୟ ଆସି ପତିତରୁ ପବିତ୍ର କର । ତେଣୁ ଏବେ ବାବା ଆସିଛନ୍ତି କହୁଛନ୍ତି ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ । ଯେପରି ରାତି ପରେ ଦିନ, ଦିନ ପରେ ରାତି ହୋଇଥାଏ, ସେହିପରି ସଂଗମଯୁଗ ପରେ ପୁଣି ସତ୍ୟଯୁଗ ଆସିବ । ଚକ୍ର ଘୂରି ଚାଲିଛି । ବାକି ଆଉ କେଉଁଠି ଆକାଶରେ ଅଥବା ପାତାଳରେ ଦୁନିଆ ନାହିଁ । ସୃଷ୍ଟି ତ ଗୋଟିଏ । ସତ୍ୟଯୁଗ, ତ୍ରେତା..... ଏହିଠାରେ ହିଁ ହେଉଛି । ସୃଷ୍ଟିରୂପୀ ବୃକ୍ଷ ମଧ୍ୟ ଗୋଟିଏ, ଆଉ କୌଣସି ବୃକ୍ଷ ହୋଇପାରିବ ନାହିଁ । କହୁଛନ୍ତି ଯେ, ଅନେକ ଦୁନିଆ ରହିଛି । ବାବା କହୁଛନ୍ତି ଏସବୁ ହେଲା ଭକ୍ତିମାର୍ଗର କଥା । ଏବେ ବାବା ସତ୍ୟ କଥା ଶୁଣାଉଛନ୍ତି । ଏବେ ତୁମମାନେ ନିଜ ଭିତରକୁ ଦେଖ — ଆମେ କେଉଁ ପର୍ଯ୍ୟନ୍ତ ଶ୍ରୀମତରେ ଚାଲି ସତ୍ତ୍ୱପ୍ରଧାନ ଅର୍ଥାତ୍ ପୁଣ୍ୟ ଆତ୍ମା ହେଉଛୁ ? ସତ୍ତ୍ୱପ୍ରଧାନକୁ ପୁଣ୍ୟ ଆତ୍ମା ଏବଂ ତମୋପ୍ରଧାନକୁ ପାପ ଆତ୍ମା କୁହାଯାଉଛି । ବିକାରଗ୍ରସ୍ତ ହେବା ପାପ ଅଟେ । ବାବା କହୁଛନ୍ତି ଏବେ ପବିତ୍ର ହୁଅ । ମୋର ହୋଇଛ ତେଣୁ ତୁମମାନଙ୍କୁ ମୋ ଶ୍ରୀମରେ ଚାଲିବାକୁ ହେବ । ମୁଖ୍ୟ କଥା ହେଲା କୌଣସି ପାପ କର ନାହିଁ । ନମ୍ବରୱାନ ପାପ ହେଲା କାମାସକ୍ତ ହେବା । ଚୋରୀ, ଠକାମି ଆଦି ବହୁତ କରୁଛନ୍ତି । ପୁଣି ବହୁତଙ୍କୁ ଗଭର୍ଣ୍ଣମେଣ୍ଟ ଧରୁଛି ମଧ୍ୟ । ଏବେ ବାବା ପିଲାମାନଙ୍କୁ କହୁଛନ୍ତି ତୁମେ ନିଜର ମନକୁ ପଚାର ମୁଁ କୌଣସି ପାପ କରୁ ନାହିଁ ତ ? ଏପରି — ଆମେ ଚୋରୀ କଲୁ ଅଥବା ଲାଞ୍ଚ ଖାଇଲୁ ବାବା ତ ସର୍ବଜ୍ଞ ଅଟନ୍ତି, ସବୁ ଜାଣିଛନ୍ତି । ନା, ଜାନୀ-ଜାନନହାର ର ଅର୍ଥ ଏହା ନୁହେଁ । ଆଚ୍ଛା, କେହି ଯଦି ଚୋରୀ କରିଲା, ବାବା ଜାଣିଲେ ପୁଣି କ’ଣ ହେବ ? ଯିଏ ଚୋରୀ କରିଲା ତା’ର ଦଣ୍ଡ ପୁଣି ଶହେ ଗୁଣା ହୋଇଯିବ । ବହୁତ-ବହୁତ ଦଣ୍ଡ ଭୋଗ କରିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ବାବା ବୁଝାଉଛନ୍ତି ଯଦି ଏପରି କାମ କରିବ ତେବେ ଦଣ୍ଡ ଭୋଗ କରିବାକୁ ପଡିବ । କେହି ଈଶ୍ୱରଙ୍କ ସନ୍ତାନ ହୋଇ ଯଦି ଚୋରୀ କରୁଛି, ଶିବବାବା ଯାହାଙ୍କଠାରୁ ଏତେ ବର୍ସା ମିଳୁଛି, ତାଙ୍କ ଭଣ୍ଡାରରୁ ଚୋରୀ କରୁଛି, ଏହା ତ ବହୁତ ବଡ ପାପ ଅଟେ । କାହା-କାହା ଭିତରେ ଚୋରୀର ଅଭ୍ୟାସ ରହିଥାଏ, ତାଙ୍କୁ ଜେଲ୍ ବାର୍ଡ (ଯିଏ ବାରମ୍ବାର ଜେଲ୍କୁ ଯାଇଥାଏ) କୁହାଯାଏ । ଏହା ହେଉଛି ଈଶ୍ୱରଙ୍କର ଘର । ସବୁ କିଛି ଈଶ୍ୱରଙ୍କର ଅଟେ ନା । ବାବାଙ୍କଠାରୁ ବର୍ସା ନେବା ପାଇଁ ଈଶ୍ୱରଙ୍କ ଘରକୁ ଆସୁଛନ୍ତି କିନ୍ତୁ କାହାର-କାହାର ଅଭ୍ୟାସ ହୋଇଯାଇଛି, ତେଣୁ ତାର ଦଣ୍ଡ ଶହେଗୁଣା ହୋଇଯାଉଛି । ସେମାନଙ୍କୁ ଦଣ୍ଡ ମଧ୍ୟ ବହୁତ ମିଳିବ, ପୁଣି ପ୍ରତି ଜନ୍ମରେ ପତିତ ଘରେ ଯାଇ ଜନ୍ମ ନେବାକୁ ପଡିବ, ତେବେ ନିଜର ହିଁ କ୍ଷତି କରିଲ ନା । ଏପରି ଅନେକ ଅଛନ୍ତି ଯିଏ ବିଲ୍କୁଲ୍ ଯୋଗଯୁକ୍ତ ହୋଇ ରହୁନାହାଁନ୍ତି, କିଛି ମଧ୍ୟ ଶୁଣୁନାହାଁନ୍ତି । ବୁଦ୍ଧିରେ ଚୋରୀ ଆଦିର ଖିଆଲ ହିଁ ଚାଲୁଛି । ଏହିପରି ଅନେକ ଅଛନ୍ତି ଯେଉଁମାନେ ସତସଙ୍ଗ ଆଦିକୁ ଯାଇଥା’ନ୍ତି । ଚପଲ ଆଦି ଚୋରି କରି ନେଇଥା’ନ୍ତି, ତାଙ୍କର କେବଳ ଏହି ଧନ୍ଦା । ଯେଉଁଠି ସତସଙ୍ଗ ହୋଇଥାଏ ସେଠାରେ ଯାଇ ଚପଲ ଚୋରୀ କରିଥା’ନ୍ତି । ଦୁନିଆ ବିଲ୍କୁଲ୍ ହିଁ ବିକାରୀ ହୋଇଯାଇଛି । ଏହା ହେଉଛି ଈଶ୍ୱରଙ୍କର ଘର । ଚୋରି କରିବାର ଅଭ୍ୟାସ ତ ବହୁତ ଖରାପ । କୁହାଯାଏ — କଖ କା ଚୋର ସୋ ଲଖ କା ଚୋର ଅର୍ଥାତ୍ ଛୋଟ ଚୋରରୁ ଦିନେ ବଡ ଚୋର ହୋଇଯା’ନ୍ତି । ତେଣୁ ନିଜର ମନକୁ ପଚାରିବା ଉଚିତ୍ — ମୁଁ କେତେ ପୁଣ୍ୟ ଆତ୍ମା ହୋଇଛି ? ବାବାଙ୍କୁ କେତେ ମନେ ପକାଉଛି ? କେତେ ସ୍ୱଦର୍ଶନ ଚକ୍ରଧାରୀ ହୋଇଛି ? କେତେ ସମୟ ଈଶ୍ୱରୀୟ ସେବା କରୁଛି ? କେତେ ପାପ କଟିଛି ? ନିଜର ଦିନଚର୍ଯ୍ୟାକୁ ପ୍ରତିଦିନ ଦେଖ । କେତେ ପୁଣ୍ୟ କଲି, କେତେ ସମୟ ଯୋଗଯୁକ୍ତ ହୋଇ ରହିଲି ? କେତେ ଜଣଙ୍କୁ ରାସ୍ତା ବତାଇଲି ? କର୍ମଧନ୍ଦା ମଧ୍ୟ କର । ତୁମେ କର୍ମଯୋଗୀ ଅଟ ନା, ତେଣୁ କର୍ମ ମଧ୍ୟ କର । ବାବା ଏହି ବ୍ୟାଜ୍ ତିଆରି କରାଉଛନ୍ତି । ଭଲ-ଭଲ ଲୋକମାନଙ୍କୁ ଏହା ଉପରେ ବୁଝାଅ । ଏହି ମହାଭାରତ ଲଢେଇ ଦ୍ୱାରା ହିଁ ସ୍ୱର୍ଗର ଦ୍ୱାର ଖୋଲିବ । ଶ୍ରୀକୃଷ୍ଣଙ୍କ ଚିତ୍ରରେ ତଳେ ଥିବା ଲେଖାଟି ବହୁତ ଫାଷ୍ଟକ୍ଲାସ୍ ଅଟେ । କିନ୍ତୁ ପିଲାମାନେ ଏବେ ଏତେ ବିଶାଳବୁଦ୍ଧି ହୋଇନାହାଁନ୍ତି । ଟିକିଏ ଅଳ୍ପ ଧନ ମିଳିଗଲେ ନାଚିବାରେ ଲାଗିପଡୁଛନ୍ତି । କାହା ପାଖରେ ଅଧିକ ଧନ ଥିଲେ ଭାବୁଛନ୍ତି ମୋ ପରି କେହି ନାହାଁନ୍ତି । ଯେଉଁ ପିଲାମାନଙ୍କର ବାବାଙ୍କ ପ୍ରତି ଖାତିରି ନାହିଁ, ସେମାନଙ୍କୁ ବାବା ଯେଉଁ ଏତେ ଅବିନାଶୀ ଜ୍ଞାନ ରତ୍ନର ସମ୍ପତ୍ତି ଦେଉଛନ୍ତି ତାର ଖାତିର ମଧ୍ୟ କରୁନାହାଁନ୍ତି । ବାବା ଗୋଟିଏ କଥା କହୁଛନ୍ତି, ସେମାନେ ଆଉ ଗୋଟିଏ କଥା କରୁଛନ୍ତି । ବାବାଙ୍କ ପ୍ରତି ଖାତିରି ନଥିବାରୁ ବହୁତ ପାପ କରିଚାଲିଛନ୍ତି । ଶ୍ରୀମତ ଅନୁସାରେ ଚାଲୁନାହାଁନ୍ତି । ତେଣୁ ତଳକୁ ଖସି ପଡୁଛନ୍ତି । ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମା । ତାଙ୍କର ଭାଗ୍ୟରେ ନାହିଁ । ବାବା ତ ସବୁ ଜାଣିଛନ୍ତି ନା । ବହୁତ ପାପ କରୁଛନ୍ତି, ଯଦି ନିଶ୍ଚୟ ଥା’ନ୍ତା ଯେ ବାବା ନିଜେ ଆସି ଆମକୁ ପାଠ ପଢାଉଛନ୍ତି ତେବେ ଖୁସି ହେବା ଉଚିତ୍ । ତୁମେମାନେ ଜାଣିଛ ଆମେ ଭବିଷ୍ୟତ ନୁଆ ଦୁନିଆରେ ରାଜକୁମାର-କୁମାରୀ ହେବୁ । ତେଣୁ କେତେ ଖୁସି ରହିବା ଉଚିତ୍ । କିନ୍ତୁ ପିଲାମାନେ ତ ଏବେ ପର୍ଯ୍ୟନ୍ତ ମଧ୍ୟ ଝାଉଁଳି ପଡୁଛନ୍ତି । ସେହିଭଳି ଅବସ୍ଥା ହିଁ ରହୁନାହିଁ ।

ବାବା ବୁଝାଉଛନ୍ତି — ବିନାଶ ନିମନ୍ତେ ରିହର୍ସଲ ମଧ୍ୟ ହେବ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ତାହା ଭାରତକୁ ଦୁର୍ବଳ କରିଦେବେ । ବାବା କହୁଛନ୍ତି — ଏସବୁ ହେବ । ନଚେତ୍ ବିନାଶ କିପରି ହେବ । ବରଫର ବର୍ଷା ହେବ ପୁଣି କ୍ଷେତ ଆଦିର ଅବସ୍ଥା କ’ଣ ହେବ । ଲକ୍ଷ-ଲକ୍ଷ ମନୁଷ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି, ସବୁ କଥା କ’ଣ ଜଣାଉଛନ୍ତି । ବାବା ମୁଖ୍ୟ କଥା ବୁଝାଉଛନ୍ତି -- ନିଜ ଭିତରକୁ ଯାଞ୍ଚ କର, ମୁଁ କେତେ ବାବାଙ୍କୁ ମନେ ପକାଉଛି । ବାବା, ଆପଣ ତ ବହୁତ ମିଠା ଅଟନ୍ତି । ସବୁ ଆପଣଙ୍କର ଚମତ୍କାର ଅଟେ । ଆପଣଙ୍କର ନିର୍ଦ୍ଦେଶ ହେଲା ମୋତେ ମନେପକାଅ ତେବେ ୨୧ ଜନ୍ମ ପାଇଁ କେବେ ରୋଗୀ ହେବ ନାହିଁ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ତେବେ ମୁଁ ଗ୍ୟାରେଣ୍ଟି ଦେଉଛି, ସମ୍ମୁଖରେ ବାବା ତୁମକୁ କହୁଛନ୍ତି ତୁମେ ପୁଣି ଅନ୍ୟମାନଙ୍କୁ ଶୁଣାଉଛ । ବାବା କହୁଛନ୍ତି ମୋତେ ମନେ ପକାଅ, ବହୁତ ସ୍ନେହ କର । ତୁମମାନଙ୍କୁ — ଅପବିତ୍ରରୁ ପବିତ୍ର ହେବା ପାଇଁ କେତେ ସହଜ ରାସ୍ତା ବତାଉଛି । କେହି କେହି କହୁଛନ୍ତି ମୁଁ ତ ବହୁତ ପାପୀ ଆତ୍ମା । ଆଚ୍ଛା ତେବେ ପୁଣି ଏପରି ପାପ କର ନାହିଁ, ମୋତେ ମନେ ପକାଇଚାଲ ତେବେ ଜନ୍ମ ଜନ୍ମାନ୍ତରର ଯେଉଁ ପାପ ରହିଛି, ତାହା ଏହି ଯୋଗ ଦ୍ୱାରା ଭସ୍ମ ହୋଇଯିବ । ବାବାଙ୍କୁ ମନେ ପକାଇବା ହିଁ ମୁଖ୍ୟ କଥା ଅଟେ । ଏହାକୁ ସହଜ ଯୋଗ ମଧ୍ୟ କୁହାଯାଉଛି, ଯୋଗ ଶବ୍ଦ ମଧ୍ୟ କୁହ ନାହିଁ । ସନ୍ନ୍ୟାସୀମାନଙ୍କର ହଠଯୋଗ ଭିନ୍ନ-ଭିନ୍ନ ପ୍ରକାରର ରହିଛି । ସେମାନେ ଅନେକ ପ୍ରକାରର ଯୋଗ ଶିଖାଇଥା’ନ୍ତି । ଏହି ବାବା ତ ବହୁତ ଗୁରୁ କରିଛନ୍ତି ନା । ଏବେ ବେହଦର ବାବା କହୁଛନ୍ତି — ସମସ୍ତଙ୍କୁ ଛାଡ । ଏମାନଙ୍କୁ ମଧ୍ୟ ମୋତେ ଉଦ୍ଧାର କରିବାକୁ ପଡିବ । ଆଉ କାହାର ଶକ୍ତି ନାହିଁ ଯିଏ ଏପରି କହିପାରିବ । ବାବା ହିଁ କହୁଛନ୍ତି — ମୁଁ ଏହି ସାଧୁ ଆଦିଙ୍କର ମଧ୍ୟ ଉଦ୍ଧାର କରୁଛି । ପୁଣି ଏମାନେ ଗୁରୁ କିପରି ହୋଇପାରିବେ । ତେଣୁ ପ୍ରଥମ ଏବଂ ମୂଳ କଥା ବାବା ବୁଝାଉଛନ୍ତି — ନିଜର ମନକୁ ପଚାର, ମୁଁ କୌଣସି ପାପ କରୁନାହଁ ତ । କାହାକୁ ଦୁଃଖ ଦେଉନାହଁ ତ ? ଏଥିରେ କୌଣସି ଅସୁବିଧା ନାହିଁ । ନିଜକୁ ଯାଞ୍ଚ କରିବା ଉଚିତ୍, ସାରା ଦିନରେ କେତେ ପାପ କରିଲି ? କେତେ ବାବାଙ୍କୁ ମନେ ପକାଇଲି ? ଯୋଗ ଦ୍ୱାରା ହିଁ ପାପ ଭସ୍ମ ହେବ । ତେଣୁ ଚେଷ୍ଟା କରିବା ଉଚିତ୍ । ଏହା ବହୁତ ମେହନତର କାମ । ଏକମାତ୍ର ବାବା ହିଁ ଜ୍ଞାନଦାତା ଅଟନ୍ତି । ବାବା ହିଁ ମୁକ୍ତି-ଜୀବନମୁକ୍ତିର ରାସ୍ତା ବତାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ବାବା ଯେଉଁ ଅବିନାଶୀ ଜ୍ଞାନ ରତ୍ନର ସମ୍ପତ୍ତି ଦେଉଛନ୍ତି ତା’ର ଆଦର କରିବାକୁ ହେବ । ବେଖାତିରିଆ ହୋଇ ପାପ କର୍ମ କରିବାର ନାହିଁ । ଯଦି ନିଶ୍ଚୟ ଅଛି ଯେ ଭଗବାନ ଆମକୁ ପାଠ ପଢାଉଛନ୍ତି ତେବେ ଅସରନ୍ତି ଖୁସିରେ ରହିବା ଉଚିତ୍ ।

(୨) ଈଶ୍ୱରଙ୍କ ଘରୁ କେବେ ଚୋରୀ କରିବାର ବିଚାର ନ ଆସୁ କାରଣ ଏହା ବହୁତ ଖରାପ ଅଭ୍ୟାସ । କଥାରେ ଅଛି ଛୋଟ ଚୋରିରୁ ବଡ ଚୋର ହୁଅନ୍ତି । ନିଜ ମନକୁ ପଚାରିବା ଉଚିତ୍ -- ମୁଁ କେତେ ପୁଣ୍ୟ ଆତ୍ମା ହୋଇଛି ?

ବରଦାନ:-

ପୁରୁଷାର୍ଥ ଏବଂ ସେବାରେ ବିଧିପୂର୍ବକ ବୃଦ୍ଧିପ୍ରାପ୍ତ କରୁଥିବା ତୀବ୍ର ପୁରୁଷାର୍ଥୀ ହୁଅ ।

ବ୍ରାହ୍ମଣ ଅର୍ଥାତ୍ ବିଧିପୂର୍ବକ ଜୀବନ । କୌଣସି ବି କାର୍ଯ୍ୟ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ତାହା ବିଧିପୂର୍ବକ କରାଯାଏ । ତେଣୁ ନିଜର ପୁରୁଷାର୍ଥରେ ହେଉ ବା ସେବାରେ ହେଉ ଯଦି ସମର୍ଥ ରୂପରେ ବୃଦ୍ଧି ହେଉନାହିଁ । ତେବେ ନିଶ୍ଚିତ ଭାବରେ ବିଦ୍ଧିରେ କୌଣସି ତ୍ରୁଟୀ ରହିଛି । ସେଥିପାଇଁ ଚେକ୍ କର ଅମୃତବେଳାଠାରୁ ରାତି ପର୍ଯ୍ୟନ୍ତ ମନ-ବଚନ-କର୍ମ ବା ସମ୍ବନ୍ଧ-ସମ୍ପର୍କ ବିଧି ପୂର୍ବକ ଥିଲା ଅର୍ଥାତ୍ ବୃଦ୍ଧି ହୋଇଛି ତ ? ଯଦି ହେଉନାହିଁ ତେବେ କାରଣକୁ ଚିନ୍ତା କରି ତା’ର ନିବାରଣ କର ତେବେ ଆଉ ନିରାଶ ହେବ ନାହିଁ । ଯଦି ବିଧିପୂର୍ବକ ଜୀବନଯାପନ କରୁଛ ତେବେ ବୃଦ୍ଧି ନିଶ୍ଚିତ ହେବ ଏବଂ ତୁମେ ତୀବ୍ର ପୁରୁଷାର୍ଥୀ ହୋଇଯିବ ।

ସ୍ଲୋଗାନ:-

ସ୍ୱଚ୍ଛତା ଏବଂ ସତ୍ୟତାରେ ସମ୍ପନ୍ନ ହେବା ହିଁ ପ୍ରକୃତ ପବିତ୍ରତା ।

*** ଓମ୍ ଶାନ୍ତି ***