07.05.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଏବେ ବାବାଙ୍କ ସମାନ ଦେହୀ-ଅଭିମାନୀ ହୁଅ, ବାବାଙ୍କର ଏହି ଆଶା ରହିଛି ଯେ ପିଲାମାନେ ମୋ ସମାନ ହୋଇ ମୋ ସାଥିରେ ଘରକୁ ଚାଲନ୍ତୁ ।

ପ୍ରଶ୍ନ:-
ତୁମେ ପିଲାମାନେ କେଉଁ କଥାରେ ଆଶ୍ଚର୍ଯ୍ୟ ହୋଇ ବାବାଙ୍କ ପ୍ରତି ଧନ୍ୟବାଦର ଗୀତ ଗାଉଛ?

ଉତ୍ତର:-
ତୁମ୍ଭେମାନେ ଏହି ଆଶ୍ଚର୍ଯ୍ୟର କଥା ଦେଖୁଛ ଯେ ବାବା କିପରି ନିଜର କର୍ତ୍ତବ୍ୟ କରୁଛନ୍ତି । ନିଜର ପିଲାମାନଙ୍କୁ ରାଜଯୋଗ ଶିଖାଇ ଯୋଗ୍ୟ କରୁଛନ୍ତି । ତୁମ୍ଭେମାନେ ମନେ-ମନେ ଏପରି ମିଠା ବାବାଙ୍କର ଧନ୍ୟବାଦର ଗୀତ ଗାଉଛ । ବାବା କହୁଛନ୍ତି ଏହି ଧନ୍ୟବାଦ ଶବ୍ଦ ମଧ୍ୟ ଭକ୍ତିମାର୍ଗର ଅଟେ । ପିଲାମାନଙ୍କର ତ ଅଧିକାର ଥାଏ, ଏଥିରେ ଧନ୍ୟବାଦର ବା କୃତଜ୍ଞତା କଥା କଣ ଅଛି । ଡ୍ରାମା ଅନୁସାରେ ବାବାଙ୍କୁ ତ ବର୍ସା ଦେବାକୁ ହିଁ ହେବ ।

ଗୀତ:-
ଜିସକା ସାଥୀ ହେ ଭଗବାନ...

ଓମ୍ ଶାନ୍ତି ।
ଏହି ଗୀତ ହେଉଛି ପିଲାମାନଙ୍କ ପାଇଁ । ଯାହାର ସାଥୀ ସର୍ବଶକ୍ତିମାନ୍ ପରମପିତା ପରମାତ୍ମା ଅଟନ୍ତି, ତାଙ୍କୁ ମାୟାର ଝଡ ବା ତୋଫାନ କଣ କରିପାରିବ । ତାହା ସ୍ଥୂଳ ଝଡ ନୁହେଁ, ମାୟାର ତୋଫାନ ଆତ୍ମାର ଜ୍ୟୋତିକୁ ଲିଭାଇ ଦେଇଥାଏ । ଏବେ ପୁଣି ଜ୍ୟୋତିକୁ ଜାଗ୍ରତ କରିବା ପାଇଁ ସାଥୀ ମିଳିଛନ୍ତି, ତେବେ ମାୟା କଣ କରିପାରିବ । ନାମ ହିଁ ରଖାଯାଇଥାଏ ମହାବୀର, ମାୟା ରାବଣ ଉପରେ ବିଜୟୀ ହେଲାବାଲା । କିପରି ବିଜୟ ପାଇବାକୁ ହେବ? ଏବେ ତ ପିଲାମାନେ ସମ୍ମୁଖରେ ବସିଛନ୍ତି । ବାପଦାଦା ମଧ୍ୟ ବସିଛନ୍ତି । ଦାଦା ଏବଂ ବାବାଙ୍କୁ ପିତା ଏବଂ ପିତାମହ କହୁଛନ୍ତି । ତେଣୁ ଇଏ ହୋଇଗଲେ ବାପଦାଦା । ପିଲାମାନେ ଜାଣିଛନ୍ତି ଯେ ରୁହାନୀ ବାବା ଆମ ସମ୍ମୁଖରେ ବସିଛନ୍ତି । ଆତ୍ମିକ ପିତା ଆତ୍ମା ସହିତ ହିଁ କଥା ହେବେ ନା । ଆତ୍ମା ହିଁ କର୍ମେନ୍ଦ୍ରିୟ ଦ୍ୱାରା ଶୁଣିଥାଏ, କଥା କହିଥାଏ । ତୁମମାନଙ୍କୁ ଦେହ-ଅଭିମାନୀ ହେବାର ଅଭ୍ୟାସ ହୋଇଗଲାଣି । ତୁମେ ସାରା କଳ୍ପ ଦେହ-ଅଭିମାନରେ ରହୁଛ । ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟିଏ ନେଉଛ । ଶରୀରର ନାମ ରଖାଯାଇଥାଏ, କେହି କହିବେ ମୁଁ ପରମାନନ୍ଦ ଅଟେ, ଆଉ ପୁଣି କାହାର ନାମ ଆଉ କଣ, ଆଉ କାହାର କଣ... ବାବା କହୁଛନ୍ତି ମୁଁ ସର୍ବଦା ଦେହୀ-ଅଭିମାନୀ ଅଟେ । ମୋତେ କେବେ ଦେହ ମିଳୁନାହିଁ, ତେଣୁ ମୋର କେବେ ଦେହ-ଅଭିମାନ ଆସିବ ନାହିଁ । ଏହି ଦେହ ତ ଏହି ଦାଦାଙ୍କର ଅଟେ । ମୁଁ ସର୍ବଦା ଦେହୀ-ଅଭିମାନୀ ଅଟେ । ତୁମମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ଚାହୁଁଛି, କାହିଁକି ନା ଏବେ ତୁମକୁ ମୋ ପାଖକୁ ଆସିବାକୁ ହେବ । ତେଣୁ ଦେହ-ଅଭିମାନ ଛାଡିବାକୁ ହେବ । ସେଥିପାଇଁ ସମୟ ଲାଗିଥାଏ । ତୁମର ବହୁତ ସମୟରୁ ଦେହ-ଅଭିମାନରେ ରହିବାର ଅଭ୍ୟାସ ହୋଇଯାଇଛି । ଏବେ ବାବା କହୁଛନ୍ତି ଏହି ଦେହକୁ ମଧ୍ୟ ଛାଡ, ମୋ ସମାନ ହୁଅ କାହଁକି ନା ତୁମକୁ ମୋର ଅତିଥି ହେବାକୁ ପଡିବ । ମୋ ସହିତ ଘରକୁ ଯିବାକୁ ହେବ, ସେଥିପାଇଁ କହୁଛି ଯେ ପ୍ରଥମେ ନିଜକୁ ଆତ୍ମା ବୋଲି ନିଶ୍ଚୟ କର । ଏବେ ମୁଁ ଆତ୍ମାମାନଙ୍କ ସହିତ ହିଁ କଥା ହେଉଛି । ତୁମେ ବାବାଙ୍କୁ ସର୍ବଦା ମନେ ପକାଇଲେ ସେହି ଦୃଷ୍ଟି ସମାପ୍ତ ହୋଇଯିବ । ଏଥିରେ ହିଁ ପରିଶ୍ରମ ରହିଛି । ବାବା ଆମ ଆତ୍ମାମାନଙ୍କର ସେବା କରୁଛନ୍ତି । ଆତ୍ମା କର୍ମେନ୍ଦ୍ରିୟ ଦ୍ୱାରା ଶୁଣିଥାଏ, ମୁଁ ଆତ୍ମା ତୁମକୁ ବାବାଙ୍କର ସନ୍ଦେଶ ଦେଉଛି । ଆତ୍ମା ତ ନିଜକୁ ନା ପୁରୁଷ, ନା ସ୍ତ୍ରୀ କହିବ । ଶରୀରର ହିଁ ପୁରୁଷ ଅଥବା ସ୍ତ୍ରୀର ନାମ ପଡିଯାଇଥାଏ । ଆଉ ସିଏ ତ ହେଉଛନ୍ତି ପରମଆତ୍ମା । ବାବା କହୁଛନ୍ତି ହେ ଆତ୍ମାମାନେ ଶୁଣୁଛ? ଆତ୍ମା କହୁଛି ଯେ ହଁ ବାବା ଶୁଣୁଛି । ତୁମେ ନିଜର ପିତାଙ୍କୁ ଜାଣିଛ, ସିଏ ସବୁ ଆତ୍ମାମାନଙ୍କର ପିତା ଅଟନ୍ତି । ଯେପରି ତୁମେ ଆତ୍ମା ଅଟ ସେହିପରି ମୁଁ ତୁମର ବାପ ଅଟେ, ଯାହାକୁ ପରମପିତା ପରମାତ୍ମା ବୋଲି କୁହାଯାଇଥାଏ, ତାଙ୍କର ନିଜର ଶରୀର ନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ନିଜର ଆକୃତି ଅଛି । ତେଣୁ ଆତ୍ମାକୁ ଆତ୍ମା ହିଁ କହିବା । ମୋର ନାମ ତ ଶିବ ଅଟେ । ଶରୀରର ତ ବହୁତ ନାମ ରଖାଯାଇଥାଏ । ମୁଁ ଶରୀର ନେଉନାହିଁ ସେଥିପାଇଁ ମୋର କୌଣସି ଶାରୀରିକ ନାମ ନାହିଁ । ତୁମେମାନେ ଶାଳଗ୍ରାମ ଅଟ । ତୁମେ ଆତ୍ମାମାନଙ୍କୁ ବାବା କହୁଛନ୍ତି ଯେ ହେ ଆତ୍ମାମାନେ ଶୁଣୁଛ? ତୁମକୁ ଦେହୀ-ଅଭିମାନୀ ହୋଇ ରହିବା ପାଇଁ ଅଭ୍ୟାସ କରିବାକୁ ହେବ । ଆତ୍ମାମାନେ ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣିଥାନ୍ତି ଏବଂ କହିଥାନ୍ତି, ତେଣୁ ବାବା ବସି ଆତ୍ମାମାନଙ୍କୁ ବୁଝାଉଛନ୍ତି । ଆତ୍ମା ବୁଦ୍ଧିହୀନ ହୋଇଯାଇଛି କାହିଁକି ନା ବାବାଙ୍କୁ ଭୁଲିଯାଇଛି । ଏପରି ନୁହେଁ ଯେ ଶିବ ପରମାତ୍ମା ଅଟନ୍ତି ଏବଂ କୃଷ୍ଣ ମଧ୍ୟ ପରମାତ୍ମା ଅଟନ୍ତି । ସେମାନେ ତ କହି ଦେଉଛନ୍ତି ଯେ ମାଟି-ଗୋଡି ସବୁଥିରେ ପରମାତ୍ମା ଅଛନ୍ତି । ସାରା ସୃଷ୍ଟିରେ ଓଲଟା ଜ୍ଞାନ ଖେଳିଯାଇଛି । ଅନେକ ତ ବୁଝୁଛନ୍ତି ମଧ୍ୟ ଯେ ଆମେ ଭଗବାନ ବାବାଙ୍କର ସନ୍ତାନ ଅଟୁ । କିନ୍ତୁ ଅଧିକାଂଶ ସର୍ବବ୍ୟାପୀ କହିଲାବାଲା ବାହାରିବେ । ଏହି ପଙ୍କରୁ ସମସ୍ତଙ୍କୁ ବାହାରିବାକୁ ହେବ । ସାରା ଦୁନିଆ ରହିଛି ଗୋଟିଏ ପଟେ, ବାବା ରହିଛନ୍ତି ଅନ୍ୟ ପଟେ । ସେଥିପାଇଁ ବାବାଙ୍କ ମହିଁମାର ହିଁ ଗାୟନ ରହିଛି । ହେ ପ୍ରଭୁ ତୁମର ଲୀଳା... ମୋର ମତ ଦ୍ୱାରା ଗତି ଅଥବା ସଦ୍ଗତି ମିଳିଥାଏ । ସଦ୍ଗତି ଦାତା ତ ଜଣେ ଅଟନ୍ତି । ମନୁଷ୍ୟମାନେ ଗତି ସଦ୍ଗତି ପାଇବା ପାଇଁ କେତେ ମୁ୍ଣ୍ଡ ପିଟୁଛନ୍ତି । ଇଏ ଏକମାତ୍ର ସତଗୁରୁ ଅଟନ୍ତି ଯିଏକି ମୁକ୍ତି, ଜୀବନମୁକ୍ତି ଉଭୟ ହିଁ ଦେଉଛନ୍ତି ।

ବାବା କହୁଛନ୍ତି ଏହି ସାଧୁ ସନ୍ଥ ଆଦି ସମସ୍ତଙ୍କର ସଦ୍ଗତି କରିବା ପାଇଁ ମୋତେ ଆସିବାକୁ ପଡୁଛି । ସମସ୍ତଙ୍କର ସଦ୍ଗତି କରିଲାବାଲା ମୁଁ ଜଣେ ଅଟେ । ମୁଁ ଆତ୍ମାମାନଙ୍କ ସହିତ କଥା ହେଉଛି । ମୁଁ ତୁମର ପିତା ଅଟେ, ଆଉ କେହିହେଲେ ଏକଥା କହିପାରିବେ ନାହିଁ ଯେ ତୁମେ ସବୁ ଆତ୍ମାମାନେ ମୋର ସନ୍ତାନ ଅଟ । ସେମାନେ ତ କହିଦେଉଛନ୍ତି ଯେ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି । ତେବେ ତୁମେ ପୁଣି ଏପରି କେବେ କହିପାରିବ ନାହିଁ । ନିଜେ ବାବା କହୁଛନ୍ତି ଯେ ମୁଁ ଆସିଛି - ଭକ୍ତମାନଙ୍କୁ ଭକ୍ତିର ଫଳ ଦେବା ପାଇଁ । ଗାୟନ ମଧ୍ୟ ରହିଛି - ଭକ୍ତମାନଙ୍କର ରକ୍ଷାକରିଲାବାଲା ଭଗବାନ ଜଣେ ଅଟନ୍ତି । ସମସ୍ତେ ଭକ୍ତ ଅଟନ୍ତି, ତେବେ ନିଶ୍ଚିତ ଭଗବାନ ଅଲଗା ଜିନିଷ ଅଟନ୍ତି ନା । ଯଦି ଭକ୍ତ ହିଁ ଭଗବାନ ହେବେ, ତେବେ ତାଙ୍କର ଭଗବାନଙ୍କୁ ସ୍ମରଣ କରିବାର କଣ ଦରକାର ଅଛି । ନିଜ ନିଜର ଭାଷାରେ ପରମାତ୍ମାଙ୍କୁ କିଏ କଣ, ପୁଣି ଆଉ କିଏ କଣ କହୁଛନ୍ତି । କିନ୍ତୁ ତାଙ୍କର ଯଥାର୍ଥ ନାମ ହେଲା ଶିବ । ଯଦି ଆଉ କେହି କାହାର ଗ୍ଲାନି କରିଥାନ୍ତି ଅଥବା ନିନ୍ଦା କରିଥାନ୍ତି, ତେବେ ତାଙ୍କ ଉପରେ କେସ୍ କରିଥାନ୍ତି । କିନ୍ତୁ ଏହା ହେଉଛି ଡ୍ରାମା, ଏଥିରେ କାହାର କଥା ଚାଲିପାରିବ ନାହିଁ । ବାବା ଜାଣିଛନ୍ତି ଯେ ତୁମେ ଦୁଃଖୀ ହୋଇଯାଇଛ, ପୁନର୍ବାର ଏହିପରି ହେବ । ପୁଣି ଥରେ ସେହି ଗୀତା ଶାସ୍ତ୍ର ଆଦି ବାହାରିବ । କିନ୍ତୁ କେବଳ ଗୀତା ଆଦି ପଢିବା ଦ୍ୱାରା ତ କେହି ବୁଝିପାରିବେ ନାହିଁ । ଏଠାରେ ତ ସମର୍ଥ ଦରକାର । ଶାସ୍ତ୍ର ଶୁଣାଇଲାବାଲା କାହା ପାଇଁ କଣ କହିବେ ଯେ ହେ ପିଲାମାନେ ମୋ ସହିତ ଯୋଗ ଲଗାଇବା ଦ୍ୱାରା ତୁମର ବିକର୍ମ ବିନାଶ ହୋଇଯିବ, ଏକଥା କହିପାରିବେ ନାହିଁ । ସେମାନେ ତ କେବଳ ଗୀତା ପୁସ୍ତକକୁ ପଢି ଶୁଣାଉଛନ୍ତି ।

ଏବେ ତୁମେ ଅନୁଭବୀ ଅଟ, ଜାଣିଛ ଯେ ଆମେ ୮୪ ଜନ୍ମର ଚକ୍ରରେ କିପରି ଆସୁଛୁ । ଡ୍ରାମାରେ ପ୍ରତ୍ୟେକ କଥା ସଠିକ୍ ସମୟରେ ହିଁ ହୋଇଥାଏ । ଏହି ବାବା ପିଲାମାନଙ୍କ ସହିତ, ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି ଯେ ତୁମେ ଏପରି ଶିଖ, ଯେପରି ମୁଁ ଆତ୍ମା ସହିତ କଥା ହେଉଛି, ମୋ ଆତ୍ମା ଏହି ମୁଖ ଦ୍ୱାରା କଥା ହେଉଛି । ତୁମର ଆତ୍ମା ଏହି କାନ ଦ୍ୱାରା ଶୁଣୁଛି । ମୁଁ ବାବାଙ୍କର ସନ୍ଦେଶ ଦେଉଛି, ମୁଁ ଆତ୍ମା ଅଟେ । ଏକଥା ବୁଝାଇବା କେତେ ସହଜ ଅଟେ । ତୁମର ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ । ଆତ୍ମା ଏବେ ୮୪ ଜନ୍ମ ସମ୍ପୂର୍ଣ୍ଣ କରିଛି । ଏବେ ବାବା କହୁଛନ୍ତି ଯଦି ପରମାତ୍ମା ସର୍ବବ୍ୟାପୀ ହୋଇଥାନ୍ତେ, ତେବେ ଜୀବ ପରମାତ୍ମା ବୋଲି କୁହ ନା । ଜୀବଆତ୍ମା ବୋଲି କାହିଁକି କହୁଛ? ଇଏ ଆତ୍ମା ସହିତ କଥା ହେଉଛନ୍ତି । ମୋର ଭାଇ, ଆତ୍ମାମାନେ ବୁଝୁଛ ଯେ ମୁଁ ୫ ହଜାର ବର୍ଷ ପୂର୍ବ ଭଳି ବାବାଙ୍କର ସନ୍ଦେଶ ଶୁଣାଉଛି । ବାବା କହୁଛନ୍ତି ମୋତେ ୟାଦ କର । ଏହା ଦୁଃଖଧାମ ଅଟେ । ସତ୍ୟଯୁଗ ହେଉଛି ସୁଖଧାମ । ହେ ଆତ୍ମାମାନେ ତୁମେ ସୁଖଧାମରେ ଥିଲ ନା । ତୁମେ ୮୪ ଜନ୍ମର ଚକ୍ର ଲଗାଇଛ । ସତ୍ତ୍ୱପ୍ରଧାନରୁ ସତ୍ତ୍ୱ, ରଜୋ ତମୋଗୁଣରେ ନିଶ୍ଚିତ ଆସିବାକୁ ହେବ । ଏବେ ପୁଣି କୃଷ୍ଣପୁରୀକୁ ଚାଲ । ସେଠାକୁ ଯାଇ କଣ ହେବାକୁ ଚାହୁଁଛ? ମହାରାଜା ମହାରାଣୀ ହେବ ନା ଦାସ ଦାସୀ ହେବ? ଏପରି-ଏପରି ଆତ୍ମାମାନଙ୍କ ସହିତ କଥା ହେବା ଉଚିତ୍ । ଉତ୍ସାହ ରହିବା ଦରକାର । ଏପରି ନୁହେଁ ଯେ ମୁଁ ପରମାତ୍ମା ଅଟେ । ପରମାତ୍ମା ତ ହେଉଛନ୍ତି ଜ୍ଞାନର ସାଗର । ସିଏ କେବେ ଅଜ୍ଞାନର ସାଗର ହେଉନାହାଁନ୍ତି । ଜ୍ଞାନ ଏବଂ ଅଜ୍ଞାନର ସାଗର ଆମେ ହେଉଛୁ । ବାବାଙ୍କଠାରୁ ଜ୍ଞାନ ନେଇ ମାଷ୍ଟର ଜ୍ଞାନ ସାଗର ହେଉଛୁ, ବାସ୍ତବରେ ସାଗର ତ ଏକମାତ୍ର ହିଁ ବାବା ଅଟନ୍ତି । ବାକି ସବୁ ହେଲେ ନଦୀ । ଏଥିରେ ପାର୍ଥକ୍ୟ ରହିଛି ନା । ଆତ୍ମାକୁ ସେତେବେଳେ ବୁଝାଯାଇଥାଏ, ଯେବେକି ଆତ୍ମା ଅବୁଝା ହୋଇଥାଏ । ସ୍ୱର୍ଗରେ କଣ କାହାକୁ ବୁଝାଇଥାନ୍ତି । ଏଠାରେ ସମସ୍ତେ ଅଜ୍ଞାନ, ପତିତ ଏବଂ ଦୁଃଖୀ ଅଟନ୍ତି । ଗରୀବ ଲୋକେ ହିଁ ଏହି ଜ୍ଞାନ ଆରାମରେ ବସି ଶୁଣିବେ । ସାହୁକାରମାନଙ୍କର ତ ନିଜର ନିଶା ରହିଥାଏ । ସେମାନଙ୍କ ଭିତରୁ ତ ବିରଳ କେହି ବାହାରିବେ । ଜନକ ରାଜା ସବୁ ଦେଇଦେଲେ ନା । ଏଠାରେ ସମସ୍ତେ ଜନକ ଅଟନ୍ତି । ଜୀବନମୁକ୍ତି ପାଇଁ ଜ୍ଞାନ ନେଉଛନ୍ତି । ତେଣୁ ଏହା ଦୃଢ ନିଶ୍ଚୟ ହେବାକୁ ପଡିବ ଯେ ଆମେ ଆତ୍ମା ଅଟୁ । ବାବା ଆମେ ଆପଣଙ୍କୁ କେତେ କୃତଜ୍ଞତା ଜଣାଉଛୁ । ଡ୍ରାମା ଅନୁସାରେ ଆପଣଙ୍କୁ ସମ୍ପତ୍ତି ତ ଦେବାକୁ ହିଁ ହେବ । ଆମକୁ ଆପଣଙ୍କର ସନ୍ତାନ ହେବାକୁ ପଡିବ, ଏଥିରେ ଆପଣଙ୍କୁ କଣ ଧନ୍ୟବାଦ ଦେବୁ । ଆମକୁ ଆପଣଙ୍କର ଉତ୍ତରାଧିକାରୀ ତ ହେବାକୁ ହିଁ ପଡିବ, ଏଥିରେ କୃତଜ୍ଞତାର କଣ କଥା ଅଛି । ବାବା ନିଜେ ଆସି ବୁଝାଇ ଯୋଗ୍ୟ କରାଉଛନ୍ତି, ଭକ୍ତିମାର୍ଗରେ ମହିଁମା କରୁଛନ୍ତି ତେଣୁ ଧନ୍ୟବାଦ ଶବ୍ଦ ବାହାରିଥାଏ । ସେଥିପାଇଁ ବାବାଙ୍କୁ ତ ନିଜର କର୍ତ୍ତବ୍ୟ କରିବାକୁ ହିଁ ପଡୁଛି । ବାବା ଆସି ପୁଣି ଥରେ ସ୍ୱର୍ଗକୁ ଯିବାର ରାସ୍ତା ବତାଉଛନ୍ତି । ଡ୍ରାମା ଅନୁସାରେ ବାବାଙ୍କୁ ଆସି ରାଜଯୋଗ ଶିଖାଇ ସମ୍ପତ୍ତି ଦେବାକୁ ହେବ । ପୁଣି ଯିଏ ଯେତେ ପୁରୁଷାର୍ଥ କରିବେ, ସେହି ଅନୁସାରେ ସ୍ୱର୍ଗକୁ ଯିବେ । ଏପରି ନୁହେଁ ଯେ ବାବା ସ୍ୱର୍ଗକୁ ପଠାଇଦେବେ । ସ୍ୱତଃ ଯେତିକି ପୁରୁଷାର୍ଥ କରିବ ସେହି ଅନୁସାରେ ସ୍ୱର୍ଗରେ ଆସିଯିବ । ଆଉ ଏଥିରେ ଧନ୍ୟବାଦର କୌଣସି କଥା ନାହିଁ । ଏବେ ଆମେ ଆଶ୍ଚର୍ଯ୍ୟ ହେଉଛୁ ଯେ ବାବା କେଉଁ ପ୍ରକାରର ଖେଳ ଦେଖାଉଛନ୍ତି । ଆଗରୁ ତ ଆମେ ଜାଣିନଥିଲୁ, ଏବେ ଜାଣୁଛୁ । କଣ ବାବା ଆମେ ପୁଣି ଥରେ ଜ୍ଞାନକୁ ଭୁଲିଯିବୁ? ହଁ ପିଲାମାନେ, ମୋର ଏବଂ ତୁମର ବୁଦ୍ଧିରୁ ଜ୍ଞାନ ପ୍ରାୟ ଲୁପ୍ତ ହୋଇଯିବ । ପୁଣି ସଠିକ୍ ସମୟରେ ଇମର୍ଜ (ଜାଗ୍ରତ) ହେବ, ଯେବେକି ଜ୍ଞାନ ଦେବାର ସମୟ ଆସିବ । ଏବେ ତ ଆମେ ନିର୍ବାଣଧାମକୁ ଚାଲିଯିବୁ । ପୁଣି ଭକ୍ତିମାର୍ଗରେ ମୁଁ ପାର୍ଟ ବଜାଉଛି । ଆତ୍ମାରେ ସ୍ୱତଃ ସେହି ସଂସ୍କାର ଆସିଯାଇଥାଏ । ମୁଁ କଳ୍ପ ପରେ ବି ପୁନର୍ବାର ଏହି ଶରୀରରେ ହିଁ ଆସିବି, ଏହା ବୁଦ୍ଧିରେ ରହିଥାଏ । ତଥାପି ତୁମକୁ ତ ଦେହୀ-ଅଭିମାନୀ ହୋଇ ରହିବାକୁ ହେବ । ନଚେତ୍ ଦେହ-ଅଭିମାନୀ ହୋଇଯାଉଛନ୍ତି । ଏହା ହିଁ ମୁଖ୍ୟ କଥା ଅଟେ । ତେଣୁ ବାବା ଏବଂ ବର୍ସାକୁ ମନେ ପକାଅ । କଳ୍ପ-କଳ୍ପ ତୁମେ ସମ୍ପତ୍ତି ପାଉଛ, ପୁରୁଷାର୍ଥ ଅନୁସାରେ । ବାବା କେତେ ସହଜ କରି ବୁଝାଉଛନ୍ତି । କିନ୍ତୁ ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଗୁପ୍ତ ପରିଶ୍ରମ କରିବାକୁ ହେବ ।

ଆତ୍ମା ଯେବେ ପ୍ରଥମେ-ପ୍ରଥମେ ଆସିଥାଏ, ତେବେ ପୁଣ୍ୟ ଆତ୍ମା ସତ୍ତ୍ୱପ୍ରଧାନ ହୋଇଥାଏ, ପୁଣି ତାକୁ ପାପ ଆତ୍ମା, ତମୋପ୍ରଧାନ ନିଶ୍ଚିତ ହେବାକୁ ପଡିଥାଏ । ଏବେ ପୁଣି ତୁମକୁ ତମୋପ୍ରଧାନରୁ ସତ୍ୱପ୍ରଧାନ ନିଶ୍ଚିତ ହେବାକୁ ପଡିବ । ବାବା ସନ୍ଦେଶ ଦେଉଛନ୍ତି ଯେ ମୋତେ ୟାଦ କର । ସାରା ରଚନାକୁ ଏବେ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ବାବା ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି ନା । ସମସ୍ତଙ୍କ ଉପରେ ଦୟା କରିଲାବାଲା ଅଟନ୍ତି ଅର୍ଥାତ୍ ସମସ୍ତଙ୍କ ଉପରେ ରହମ କରିଲାବାଲା ଅଟନ୍ତି । ସତ୍ୟଯୁଗରେ କୌଣସି ଦୁଃଖ ହେବ ନାହିଁ । ଅନ୍ୟ ସବୁ ଆତ୍ମାମାନେ ଯାଇ ଶାନ୍ତିଧାମରେ ରହିଥାନ୍ତି । ତୁମ୍ଭେମାନେ ଜାଣିଗଲଣି ଯେ ଏବେ ବିନାଶର ସମୟ ହୋଇଗଲାଣି । ତେଣୁ ଯୋଗବଳ ଦ୍ୱାରା ଦୁଃଖର ହିସାବ-ପତ୍ର ଚୁକ୍ତ କରିବାକୁ ହେବ । ପୁଣି ଜ୍ଞାନ ଏବଂ ଯୋଗବଳ ଦ୍ୱାରା ଆମକୁ ଭବିଷ୍ୟତର ସୁଖ ପାଇଁ ପୂଣ୍ୟ କର୍ମର ଖାତା ମଧ୍ୟ ଜମା କରିବାକୁ ହେବ । ଯେତେ ଜମା କରିବା ସେତେ ସୁଖ ପାଇବା ଏବଂ ଦୁଃଖର ଖାତା ଶେଷ ହୋଇ ଚାଲିବ । ଏବେ ଆମେ କଳ୍ପର ସଂଗମଯୁଗରେ ଆସି ଦୁଃଖର ଚୌପଡା (ହିସାବ-ପତ୍ର) ଚୁକ୍ତ କରୁଛୁ ଏବଂ ଅନ୍ୟପଟେ ଜମା କରୁଛୁ । ଏହା ବ୍ୟାପାର ଅଟେ ନା । ବାବା ଆମକୁ ଜ୍ଞାନ ରତ୍ନ ଦେଇ ଗୁଣବାନ୍ କରିଦେଉଛନ୍ତି । ପୁଣି ଯେତିକି ଯିଏ ଧାରଣ କରିପାରିବେ । ଗୋଟିଏ-ଗୋଟିଏ ଜ୍ଞାନ ରତ୍ନ ଲକ୍ଷ-ଲକ୍ଷ ଟଙ୍କାର ସମ୍ପତ୍ତି ଅଟେ, ଯାହା ଦ୍ୱାରା ତୁମେ ଭବିଷ୍ୟତରେ ସର୍ବଦା ସୁଖୀ ରହିବ । ଏହା ହେଉଛି ଦୁଃଖଧାମ, ତାହା ହେଉଛି ସୁଖଧାମ । ସନ୍ନ୍ୟାସୀମାନେ ଏକଥା ଜାଣିନାହାଁନ୍ତି ଯେ ସ୍ୱର୍ଗରେ ସର୍ବଦା ସୁଖ ହିଁ ସୁଖ ରହିଛି । ଏକମାତ୍ର ବାବା ହିଁ ଅଟନ୍ତି ଯିଏକି ଗୀତା ଦ୍ୱାରା ଭାରତକୁ ଏତେ ଶ୍ରେଷ୍ଠ କରୁଛନ୍ତି । ଲୋକମାନେ କେତେ ଶାସ୍ତ୍ର ଆଦି ଶୁଣାଉଛନ୍ତି । କିନ୍ତୁ ଦୁନିଆକୁ ତ ପୁରୁଣା ହେବାର ହିଁ ଅଛି । ଦେବତାମାନେ ପ୍ରଥମେ ନୂଆ ସୃଷ୍ଟିରେ ରାମରାଜ୍ୟରେ ଥିଲେ । ଏବେ ଦେବତାମାନେ ନାହାଁନ୍ତି । କୁଆଡେ ଗଲେ? ତେବେ ୮୪ ଜନ୍ମ କିଏ ଭୋଗ କଲେ? ଆଉ କାହାର ବି ୮୪ ଜନ୍ମର ହିସାବ ବାହାର କରିପାରିବ ନାହିଁ । ୮୪ ଜନ୍ମ ନିଶ୍ଚିତ ଦେବତା ଧର୍ମ ଦ୍ୱାରା ହିଁ ନେଉଛନ୍ତି । ମନୁଷ୍ୟ ତ ଭାବୁଛନ୍ତି ଯେ ଲକ୍ଷ୍ମୀ-ନାରାୟଣ ଆଦି ଭଗବାନ ଥିଲେ । ଯେଉଁଆଡେ ଦେଖ ତୁ ହିଁ ତୁ । ତାହାହେଲେ ସର୍ବବ୍ୟାପୀର ଜ୍ଞାନ ଦ୍ୱାରା ସୁଖୀ ହୋଇଯାଉଛନ୍ତି କି? ଏହି ସର୍ବବ୍ୟାପୀର ଜ୍ଞାନ ତ ଚାଲିଆସୁଛି, ତଥାପି ଭାରତ ତ କାଙ୍ଗାଳ, ନର୍କ ହୋଇଯାଇଛି । ତେବେ ଭଗବାନଙ୍କୁ ଭକ୍ତିର ଫଳ ତ ଦେବାକୁ ହିଁ ହେବ । ସନ୍ନ୍ୟାସୀ ଯିଏକି ନିଜେ ହିଁ ସାଧନା କରୁଛନ୍ତି, ସିଏ ଫଳ କଣ ଦେବେ? ମନୁଷ୍ୟ ତ ସଦ୍ଗତି ଦାତା ନୁହେଁ । ଯିଏ ଯିଏ ଏହି ଧର୍ମର ହୋଇଥିବେ ସିଏ ବାହାରି ଆସିବେ । ଏପରି ତ ବହୁତ ସନ୍ନ୍ୟାସୀ ଧର୍ମରେ ମଧ୍ୟ ପରିବର୍ତ୍ତିତ ହୋଇଯାଇଛନ୍ତି, ସେମାନେ ମଧ୍ୟ ଆସିବେ । ଏ ସମସ୍ତ ବୁଝିବାର କଥା ଅଟେ ।

ବାବା ବୁଝାଉଛନ୍ତି - ଏହି ଅଭ୍ୟାସ ରଖିବାକୁ ହେବ ଯେ ମୁଁ ଆତ୍ମା ଅଟେ, ଆତ୍ମାର ଆଧାର ଦ୍ୱାରା ହିଁ ଶରୀର ଛିଡା ହୋଇଛି । ଶରୀର ତ ବିନାଶୀ ଅଟେ, ଆତ୍ମା ଅବିନାଶୀ ଅଟେ । ସମସ୍ତ ପାର୍ଟ ଏହି ଛୋଟ ଆତ୍ମାରେ ରହିଛି । ଏହା କେତେ ଆଶ୍ଚର୍ଯ୍ୟ ଅଟେ । ଏହାକୁ ବିଜ୍ଞାନବାଲା ମଧ୍ୟ ବୁଝିପାରିବେ ନାହିଁ । ଏହା ଅବିନାଶୀ ଅଟେ, ଇମ୍ପେରିସିବୁଲ୍ (ଅକ୍ଷୟ) ଅଭିନୟ ଏତେ ଛୋଟ ଆତ୍ମାରେ ରହିଛି । ଆତ୍ମା ବି ଅବିନାଶୀ ଅଟେ, ତେଣୁ ଅଭିନୟ ମଧ୍ୟ ଅବିନାଶୀ ଅଟେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କଳ୍ପର ସଂଗମରେ ଯୋଗବଳ ଦ୍ୱାରା ଦୁଃଖର ଚୌପଡା (ହିସାବ-ପତ୍ର) ଚୁକ୍ତ କରିବାକୁ ହେବ । ନୂଆ ଜମା କରିବାକୁ ପଡିବ । ଜ୍ଞାନ ରତ୍ନଗୁଡିକୁ ଧାରଣ କରି ଗୁଣବାନ ହେବାକୁ ପଡିବ ।

(୨) ମୁଁ ଆତ୍ମା ଅଟେ, ଆତ୍ମା ଭାଇ ସହିତ କଥା ହେଉଛି, ଏହି ଶରୀର ବିନାଶୀ ଅଟେ । ମୁଁ ନିଜର ଆତ୍ମା ଭାଇକୁ ସନ୍ଦେଶ ଶୁଣାଉଛି, ଏହିପରି ଅଭ୍ୟାସ କରିବାକୁ ହେବ ।

ବରଦାନ:-
ଶୁଭଭାବନା ଏବଂ ଶ୍ରେଷ୍ଠ ଉଦ୍ଦେଶ୍ୟ ଦ୍ୱାରା ସମସ୍ତଙ୍କର ପ୍ରିୟ ହୋଇ ବିଜୟ ମାଳାରେ ଗୁନ୍ଥି ହେଉଥିବା ବିଜୟୀ ଆତ୍ମା ହୁଅ ।

କେହି କିପରି ବି ଉଦ୍ଦେଶ୍ୟ ରଖି ତୁମକୁ କିଛି କଥା କହୁ ବା କୌଣସି କର୍ମ କରୁ କିନ୍ତୁ ତୁମେ ସର୍ବଦା ପ୍ରତ୍ୟେକଙ୍କ ପ୍ରତି ଶୁଭ ଏବଂ ଶ୍ରେଷ୍ଠ ଭାବନା ଧାରଣ କର, ଏଥିରେ ବିଜୟୀ ହୁଅ ତେବେ ମାଳାରେ ଗୁନ୍ଥି ହେବାର ଅଧିକାରୀ ହୋଇଯିବ, କାହିଁକି ନା ସମସ୍ତଙ୍କର ପ୍ରିୟ ହେବାର ଆଧାର ହେଲା ସମ୍ବନ୍ଧ ସମ୍ପର୍କରେ ପ୍ରତ୍ୟେକଙ୍କ ପ୍ରତି ଶ୍ରେଷ୍ଠ ମନୋଭାବ ଧାରଣ କରିବା । ଏହିଭଳି ଶ୍ରେଷ୍ଠ ମନୋଭାବ ସମ୍ପନ୍ନ ଆତ୍ମା ସର୍ବଦା ସମସ୍ତଙ୍କୁ ସୁଖ ଦେବ ଏବଂ ନିଜେ ସୁଖ ଅନୁଭବ କରିବ । ଏହା ମଧ୍ୟ ସେବା । ଏହା ବ୍ୟତୀତ ଶୁଭଭାବନା ରଖିବା ମଧ୍ୟ ମାନସିକ ସେବାର ଶ୍ରେଷ୍ଠ ସାଧନ ଅଟେ । ତେଣୁ ଏହିଭଳି ସେବା କରୁଥିବା ଆତ୍ମା ବିଜୟ ମାଳାର ଦାନା ହୋଇଯାଆନ୍ତି ।

ସ୍ଲୋଗାନ:-
କର୍ମ କରିବା ସମୟରେ ଯୋଗର ଅନୁଭବ କରିବା ହିଁ କର୍ମଯୋଗୀ ହେବା ।