07.06.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ରାତି-ଦିନ ଏହି ଚିନ୍ତନରେ ରୁହ ଯେ, ସମସ୍ତଙ୍କୁ ବାବାଙ୍କର ପରିଚୟ କିପରି ଦିଆଯିବ, ପିତା ପୁତ୍ରର, ପୁତ୍ର ପିତାର ପ୍ରତ୍ୟକ୍ଷତା କରିଥାନ୍ତି, ଏହି କଥାରେ ହିଁ ବୁଦ୍ଧି ଲଗାଇବାର ଅଛି ।

ପ୍ରଶ୍ନ:-
ଜ୍ଞାନ ଟିକିଏ ବି ବ୍ୟର୍ଥରେ ନଯାଉ ସେଥିପାଇଁ କେଉଁ କଥା ଉପରେ ଧ୍ୟାନ ଦେବାକୁ ହେବ?

ଉତ୍ତର:-
ଜ୍ଞାନ ଧନ ଦେବା ପୂର୍ବରୁ ପ୍ରଥମେ ଦେଖ ଯେ ଇଏ ଆମ ବ୍ରାହ୍ମଣ କୁଳର ଅଟେ ତ! ଯେଉଁମାନେ ଶିବବାବାଙ୍କର ଅଥବା ଦେବତାମାନଙ୍କର ଭକ୍ତ, ଚେଷ୍ଟା କରି ସେହିମାନଙ୍କୁ ହିଁ ଜ୍ଞାନ ଧନ ଦିଅ । ଏହି ଜ୍ଞାନକୁ ସମସ୍ତେ ବୁଝିବେ ନାହିଁ । ସେହିମାନେ ହିଁ ବୁଝିପାରିବେ ଯେଉଁମାନଙ୍କର ଶୂଦ୍ରରୁ ବ୍ରାହ୍ମଣ ହେବାର ଥିବ । ତୁମେମାନେ ଚେଷ୍ଟା କରି ଗୋଟିଏ କଥା ସମସ୍ତଙ୍କୁ ଶୁଣାଅ ଯେ, ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି, ସିଏ କହୁଛନ୍ତି - ତୁମେ ଅଶରୀରୀ ହୋଇ ମୋତେ ମନେ ପକାଅ ତେବେ ତୁମର ଜୀବନ ରୂପୀ ନୌକା ପାରି ହୋଇଯିବ ।

ଗୀତ:
ଓମ୍ ନମୋ ଶିବାୟ....

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି - ଦୁଇ ଜଣ ଯାକ ପିତା ଏଠାକୁ ଆସିଯାଇଛନ୍ତି । ଚାହେଁ ସେ ବାବା ବୁଝାନ୍ତୁ, ଅଥବା ଏ ବାବା ବୁଝାନ୍ତୁ । ବାବା ବୁଝାଉଛନ୍ତି - ତୁମେମାନେ ଯୋଗଯୁକ୍ତ ହୋଇ ଶାନ୍ତିରେ ବସୁଛ, ଏହାକୁ ସଚ୍ଚା ଶାନ୍ତି କୁହାଯାଉଛି । ଏହା ହିଁ ପ୍ରତ୍ୟକ୍ଷ ଫଳଦାୟୀ ପ୍ରକୃତ ଶାନ୍ତି, ସେସବୁ ହେଲା ମିଛ । ସେମାନଙ୍କୁ ନିଜର ସ୍ୱଧର୍ମ ବିଷୟରେ ଜଣାନାହିଁ । ଆତ୍ମାକୁ ନିଜର ପରମପିତା ପରମାତ୍ମାଙ୍କ ବିଷୟରେ କିଛି ବି ଜଣାନାହିଁ, ତେବେ ଶାନ୍ତି ଏବଂ ଶକ୍ତି କିଏ ଦେବ? କାରଣ ଶାନ୍ତିଦାତା ଏକମାତ୍ର ବାବା ହିଁ ଅଟନ୍ତି । ଯିଏକି ଆମମାନଙ୍କୁ କହୁଛନ୍ତି - ସନ୍ତାନମାନେ ନିଜକୁ ଆତ୍ମ ନିଶ୍ଚୟ କର, ଅଶରୀରୀ ହୋଇ ବସ । ତୁମେ ତ ଅବିନାଶୀ ଅଟ ନା । ତେଣୁ ତୁମେମାନେ ନିଜର ସ୍ୱଧର୍ମରେ ସ୍ଥିତ ହୁଅ, ଆଉ କେହି ବି ଏପରି ସ୍ଥିତିରେ ବସୁନାହାଁନ୍ତି । ବାସ୍ତବରେ ଆତ୍ମା ହିଁ ଗୋଟିଏ ଶରୀର ଛାଡି ଅନ୍ୟ ଏକ ନେଇଥାଏ । ପରମପିତା ପରମାତ୍ମା ତ ଜଣେ, ତାଙ୍କର ମହିମା ବହୁତ ଉଚ୍ଚ । ସିଏ ସମସ୍ତଙ୍କର ପିତା, ସର୍ବବ୍ୟାପୀ ନୁହଁନ୍ତି । ଏହି ଗୋଟିଏ କଥା ସିଦ୍ଧି କରିଦେଲେ ତୁମର ବିଜୟ ହେବ ଏବଂ ଗୀତାର ଭଗବାନ ମଧ୍ୟ ସିଦ୍ଧ ହୋଇଯିବେ । ପଏଣ୍ଟସ୍ ତ ତୁମକୁ ବହୁତ ମିଳୁଛି । ଶିଖ୍ ଲୋକମାନେ ମଧ୍ୟ କହୁଛନ୍ତି - ସତ୍ଗୁରୁ ଅକାଳ... ସେ ହିଁ ଅକାଳ ମୂର୍ତ୍ତ ଅଟନ୍ତି । ଏକଥା ମଧ୍ୟ କହନ୍ତି, ସିଏ ମୁକ୍ତିଦାତା, ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ସିଏ ଆସି ଦୁଃଖରୁ ମୁକ୍ତ କରୁଛନ୍ତି । ପତିତ-ପାବନ ମଧ୍ୟ ଏକମାତ୍ର ହିଁ ବାବା ଅଟନ୍ତି । ଏପରି-ଏପରି ପଏଣ୍ଟସ୍ ଉପରେ ସର୍ବଦା ବିଚାର-ସାଗର ମନ୍ଥନ କରିବା ଦରକାର । ବାବାଙ୍କୁ ଭୁଲିଯିବା କାରଣରୁ ସମସ୍ତଙ୍କର ଦୁର୍ଗତି ହୋଇଛି । ଭଗବାନ ଜଣେ ତେଣୁ ଅନ୍ୟ କାହାକୁ ଭଗବାନ କୁହାଯିବ ନାହିଁ । ସୂକ୍ଷ୍ମଲୋକ ନିବାସୀଙ୍କୁ ମଧ୍ୟ ଭଗବାନ ବୋଲି କୁହାଯିବ ନାହିଁ । ଉଚ୍ଚରୁ ଉଚ୍ଚ ଏକମାତ୍ର ଭଗବାନ ଅଟନ୍ତି । ଏଠାରେ ତ ମନୁଷ୍ୟ ସୃଷ୍ଟି ରହିଛି ଯେଉଁମାନେ କି ପୁନର୍ଜନ୍ମରେ ଆସୁଛନ୍ତି । ପରମପିତା ପରମାତ୍ମା ତ ପୁନର୍ଜନ୍ମରେ ଆସୁନାହାଁନ୍ତି । ପୁଣି ଏକଥା କିପରି କହୁଛନ୍ତି ଯେ, କୁକୁର ବିଲେଇ ସମସ୍ତଙ୍କ ଭିତରେ ପରମାତ୍ମା ଅଛନ୍ତି । ସାରା ଦିନ ବୁଦ୍ଧିରେ ରହିବା ଦରକାର ଯେ ଆମେ ବାବାଙ୍କର ପରିଚୟ କିପରି ଦେବୁ । ଏବେ ରାତି-ଦିନ ତୁମେମାନେ ଏହି ଚିନ୍ତନରେ ରୁହ, କିପରି ସମସ୍ତଙ୍କୁ ରାସ୍ତା ବତାଇବୁ? ପତିତମାନଙ୍କୁ ପବିତ୍ର କେବଳ ଜଣେ ହିଁ କରନ୍ତି । ତେବେ ଗୀତାର ଭଗବାନ ମଧ୍ୟ ସିଦ୍ଧ ହୋଇଯିବ । ଯେତେବେଳେ ତୁମେମାନେ ସେବାର ପରିଶ୍ରମ କରିବ ସେତେବେଳେ ତୁମର ବିଜୟ ହେବ । ମହାରଥୀ, ଘୋଡାସବାର, ପଦାତିକ ତ ଅଛନ୍ତି ନା ।

ତୁମେମାନେ ଜାଣିଛ ଯେ, ଭାରତକୁ ବାବାଙ୍କଠାରୁ ହିଁ ବର୍ସା ମିଳିଥିଲା । ଯାହାକି ରାବଣ ଛଡାଇ ନେଇଛି, ଏବେ ପୁଣି ଥରେ ବାବା ଆମକୁ ବର୍ସା ଦେଉଛନ୍ତି । ବାବା ଭାରତରେ ହିଁ ଆସନ୍ତି । ବର୍ତ୍ତମାନ ଯେଉଁ ଏତେ ସବୁ ଧର୍ମ ରହିଛି, ଏସବୁ ଶେଷ ହୋଇଯିବ, ପୁଣି ସତ୍ୟଯୁଗ ହେବ । ହାୟ-ହାୟ ପରେ ଜୟ-ଜୟକାର ହୋଇଥାଏ । ମନୁଷ୍ୟ ଦୁଃଖ ସମୟରେ ହାୟ ରାମ - ହାୟ ରାମ କରିଥାନ୍ତି ନା । କହନ୍ତି ନା - ରାମ ନାମର ଦାନ ଦିଅ । ଏହା ଉପରେ ମଧ୍ୟ ଶ୍ଲୋକ ରଚନା କରାଯାଇଛି । ଶିଖ୍ ଲୋକମାନଙ୍କର ମଧ୍ୟ ବହୁତ ନାମ ରହିଛି । ସେମାନେ ମଧ୍ୟ ଅକାଳ ତଖତ୍ ବୋଲି କହୁଛନ୍ତି । ତୁମମାନଙ୍କର ସିଂହାସନ କେଉଁଟି? ତୁମେ ଆତ୍ମାମାନେ ଏବେ ଅକାଳମୂର୍ତ୍ତ ଅଟ । ତୁମକୁ କାଳ ଖାଇପାରିବ ନାହିଁ । ଏହି ଶରୀର ତ ଶେଷ ହୋଇଯିବ । ସେମାନେ ଭାବୁଛନ୍ତି ଯେ, ଅକାଳତଖତ୍ ଅମୃତସରରେ ରହିଛି କିନ୍ତୁ ଅକାଳତଖତ୍ ତ ମହତତ୍ତ୍ୱ ଅଟେ । ଆମେ ଆତ୍ମାମାନେ ମଧ୍ୟ ସେଠାରେ ନିବାସ କରିଥାଉ । ଗାୟନ ମଧ୍ୟ କରୁଛନ୍ତି - ବାବା ଆପଣ ନିଜର ସିଂହାସନ ଛାଡି ଆସନ୍ତୁ । ତାହା ସମସ୍ତଙ୍କ ପାଇଁ ଶାନ୍ତିର ସିଂହାସନ ଅଟେ । ରାଜ୍ୟ ସିଂହାସନ ସମସ୍ତଙ୍କ ପାଇଁ କୁହାଯିବ ନାହିଁ । କିନ୍ତୁ ବାବାଙ୍କର ସିଂହାସନ ଅର୍ଥାତ୍ ଆମର ସିଂହାସନ । ସେଠାରୁ ଆମେମାନେ ଏଠାକୁ ଅଭିନୟ କରିବାକୁ ଆସୁଛୁ, ବାକି ଆକାଶ ଛାଡିବାର କୌଣସି କଥା ନାହିଁ । ଏବେ ପିଲାମାନଙ୍କୁ ଏହିଥିରେ ହିଁ ବୁଦ୍ଧି ଲଗାଇବାକୁ ହେବ ଯେ, ବାବାଙ୍କର ପରିଚୟ କାହାକୁ କିପରି ଦେବୁ? ପିତା ପୁତ୍ରର, ପୁତ୍ର ପିତାର ପ୍ରତ୍ୟକ୍ଷତା କରିଥାନ୍ତି । ଆମର ବାବା କିଏ, ତାଙ୍କ ପାଖରେ କଣ ସମ୍ପତ୍ତି ଅଛି, ଯାହାର ଆମେ ମାଲିକ ହେବା । ଏକଥା ବୁଦ୍ଧିରେ ଅଛି । ମୁଖ୍ୟ କଥା ହେଲା - ବାବାଙ୍କର ପରିଚୟ । ସବୁ ବିଶୃଙ୍ଖଳା ଏଥିରେ ହିଁ ରହିଛି । ପ୍ରଥମ ବା ମୂଳ ଭୁଲ୍ ଉପରେ ଗୋଟିଏ ନାଟକ ଅଛି ନା ଏବଂ ଭୁଲ୍ ମଧ୍ୟ ରାବଣ ହିଁ କରାଉଛି ।

ସତ୍ୟଯୁଗରେ ତୁମେମାନେ ଦେହୀ-ଅଭିମାନୀ ହୋଇ ରହୁଛ । ଆମେ ଆତ୍ମା କିନ୍ତୁ ଏକଥା ଆମେ କହିପାରିବା ନାହିଁ ଯେ, ଆମେ ପରମପିତା ପରମାତ୍ମାଙ୍କୁ ଜାଣିଛୁ । ନାଁ, ସେଠାରେ ତ ସୁଖ ହିଁ ସୁଖ ରହିଛି । ଦୁଃଖରେ ସମସ୍ତେ ସ୍ମରଣ କରନ୍ତି । ଭକ୍ତିମାର୍ଗ ଶେଷ ହେଲା, ଜ୍ଞାନମାର୍ଗ ଆରମ୍ଭ ହେଲା, ବର୍ସା ମିଳିଗଲା, ତେଣୁ ଭଗବାନଙ୍କୁ କାହିଁକି ମନେ ପକାଇବ । ଆମକୁ ପ୍ରତି କଳ୍ପରେ ବର୍ସା ମିଳିଥାଏ । ଡ୍ରାମା ହିଁ ଏହିପରି ତିଆରି ହୋଇଛି । ବାବାଙ୍କୁ କେହି ବି ଜାଣିନାହାଁନ୍ତି । ଏବେ ତୁମମାନଙ୍କୁ ବାବା ନିଜର ପରିଚୟ ଦେଉଛନ୍ତି । ତେଣୁ ରାତି-ଦିନ ତୁମର ବୁଦ୍ଧିରେ ଏହି କଥା ଚାଲିବା ଦରକାର । ଏହା ବୁଦ୍ଧିର ଭୋଜନ ଅଟେ । କିପରି ଆମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବୁ! ବାବାଙ୍କର ଥରେ ମାତ୍ର ହିଁ ଅବତରଣ ହେଉଛି ବୋଲି ଗାୟନ ରହିଛି । ଏକଥା ମଧ୍ୟ ଜାଣୁଛନ୍ତି ଯେ, ବାବା ଆସିବେ ନିଶ୍ଚିତ, କଳିଯୁଗର ଅନ୍ତିମ ସମୟ, ସତ୍ୟଯୁଗର ଆଦି ସଂଗମ ଯୁଗରେ, ଆସି ପତିତମାନଙ୍କୁ ପବିତ୍ର କରିବେ । ମୁଖ୍ୟ ହେଲା ଗୀତା । ଗୀତା ଦ୍ୱାରା ହିଁ ଆମେ ହୀରା ତୁଲ୍ୟ ହୋଇପାରିବା । ବାକି ସବୁ ଶାସ୍ତ୍ରଗୁଡିକ ହେଲା ଗୀତାର ପିଲାଛୁଆ, ତାଙ୍କଠାରୁ କୌଣସି ବର୍ସା ମିଳିପାରିବ ନାହିଁ । ସର୍ବଶାସ୍ତ୍ରମୟୀ ଶିରୋମଣୀ ହେଲା ଗୀତା । ଯାହାର ଶ୍ରୀମତ ପ୍ରସିଦ୍ଧ ଅଟେ । ଶ୍ରୀ ହେଲେ ସବୁଠାରୁ ଉଚ୍ଚରୁ ଉଚ୍ଚ । ଶ୍ରୀ ଶ୍ରୀ ୧୦୮ ରୁଦ୍ରମାଳା । ଏହା ହେଉଛି ଶିବବାବାଙ୍କର ମାଳା । ତୁମେ ଜାଣିଛ - ଇଏ ସବୁ ଆତ୍ମାମାନଙ୍କର ପିତା । ବାବା-ବାବା ତ ସମସ୍ତେ କହୁଛନ୍ତି ନା । ରଚୟିତା ରଚନା କରିଛନ୍ତି, ଏକଥା ମଧ୍ୟ କେହି ଜାଣିପାରିବେ ନାହିଁ । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ଅଧିକ କଷ୍ଟ ଦେଉନାହିଁ । ତୁମେମାନେ କେବଳ ବାବାଙ୍କୁ ଭୁଲିଗଲ ତେଣୁ ପତିତ ହୋଇଗଲ, ତେଣୁ ତାଙ୍କୁ ଜାଣିବାକୁ ହେବ । ଏବେ ତୁମେ ଘୋର ଅନ୍ଧାକାରରୁ ଘୋର ଆଲୋକ ଆଡକୁ ଆସିଯାଇଛ । ତୁମକୁ ଜ୍ଞାନର ନୃତ୍ୟ କରିବାକୁ ହେବ । ମୀରା ଭକ୍ତିର ନୃତ୍ୟ କରୁଥିଲେ, କିନ୍ତୁ ଏହାର ଅର୍ଥ କିଛି ବି ନାହିଁ । ବ୍ୟାସ ଭଗବାନ ବୋଲି କହୁଛନ୍ତି, ବାସ୍ତବରେ ବ୍ୟାସଦେବ ବାବା ହିଁ ଅଟନ୍ତି ଯିଏକି ଗୀତା ଶୁଣାଉଛନ୍ତି । ତୁମେ କାହାକୁ ବି ସିଦ୍ଧ କରି କହିପାରିବ ଯେ - ବାବା ଜଣେ ଏବଂ ତାଙ୍କଠାରୁ ହିଁ ସମସ୍ତଙ୍କୁ ବର୍ସା ମିଳିଥାଏ । ନଚେତ୍ ଭାରତକୁ ସ୍ୱର୍ଗର ବର୍ସା କିଏ ଦେବ? ସ୍ୱର୍ଗର ସ୍ଥାପନା ବାବାଙ୍କ ବିନା କେହି କରିପାରିବେ ନାହିଁ । ସମସ୍ତଙ୍କୁ ମୁକ୍ତ କରିବା, ଏହା ବାବାଙ୍କର ହିଁ କାମ । ପୋପ୍ ମଧ୍ୟ କହୁଥିଲେ - ସମସ୍ତଙ୍କ ଭିତରେ ଏକତା ରହୁ । କିନ୍ତୁ ତାହା କିପରି ହେବ? ଆମେ ସମସ୍ତେ ଏକମାତ୍ର ବାବାଙ୍କର ତ ହୋଇଛୁ ନା, ପୁଣି ପରସ୍ପର ଭିତରେ ଭାଇ-ଭଉଣୀ କିପରି ହେଉଛୁ ତାହା ଜାଣିବା ଦରକାର । ବିଶ୍ୱ ଏକତା କହିବା ଅର୍ଥ ସମସ୍ତେ ପିତା ହିଁ ପିତା ହୋଇଗଲେ କିନ୍ତୁ ସମସ୍ତେ ତ ଭାଇ-ଭାଇ ଅଟନ୍ତି ନା । ସାରା ଦୁନିଆ କହୁଛି - ହେ ଇଶ୍ୱର ପିତା ଦୟା କର । ତେବେ ନିଶ୍ଚିତ କିଏ ଅତ୍ୟାଚାର କରୁଛି । ଏକଥା ଜାଣିନାହାଁନ୍ତି ଯେ, ଅତ୍ୟାଚାର କିଏ କରୁଛି? ଦୟା ତ ବାସ୍ତବରେ ଏକମାତ୍ର ବାବା ହିଁ କରନ୍ତି । ରାବଣ ତ ସମ୍ପୂର୍ଣ୍ଣ ନିର୍ଦ୍ଦୟ, ତେଣୁ ତାକୁ ବର୍ଷ ବର୍ଷ ଜଳାଇ ଆସୁଛନ୍ତି, କିନ୍ତୁ ସିଏ ଜଳୁନାହିଁ । ଯଦି ଶତ୍ରୁ ହିଁ ମରିଯିବ ତେବେ କଣ ତାକୁ ବାରମ୍ବାର ଜଳାଇବେ! କେହି ଏକଥା ଜାଣିନାହାଁନ୍ତି ଯେ ଏମାନେ କଣ କରୁଛନ୍ତି । ଆଗରୁ ତୁମେମାନେ ମଧ୍ୟ ଘୋର ଅନ୍ଧକାରରେ ଥିଲ । ଏବେ ନୁହେଁ । ତେବେ ଲୋକମାନଙ୍କୁ କିପରି ବୁଝାଇବା ଦରକାର । ଭାରତକୁ ସୁଖଧାମ ଏକମାତ୍ର ବାବା ହିଁ କରନ୍ତି । ତେଣୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ଏକଥା ମଧ୍ୟ ବୁଝାଯାଉଛି, କିନ୍ତୁ ସମସ୍ତେ ବୁଝିପାରୁ ନାହାଁନ୍ତି । ସେହିମାନେ ବୁଝିବେ ଯାହାଙ୍କୁ ଶୂଦ୍ରରୁ ବ୍ରାହ୍ମଣ ହେବାର ଥିବ । ବାବା କହୁଛନ୍ତି - ଯେଉଁମାନେ ମୋର ଭକ୍ତ ଚେଷ୍ଟା କରି ସେମାନଙ୍କୁ ମଧ୍ୟ ଜ୍ଞାନ ଦିଅ । ଜ୍ଞାନ ଧନକୁ ବ୍ୟର୍ଥରେ ନଷ୍ଟ କର ନାହିଁ । ଦେବତାମାନଙ୍କର ଭକ୍ତ ତ ନିଶ୍ଚିତ ଦେବତା କୁଳର ହୋଇଥିବେ । ଉଚ୍ଚରୁ ଉଚ୍ଚ ଏକମାତ୍ର ବାବା, ତେଣୁ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି । ଇଏ ତ ଶିବବାବା ଅଟନ୍ତି ନା । ବାବାଙ୍କଠାରୁ ତ ବର୍ସା ନେବାକୁ ହେବ । ଦୁନିଆରେ ଯଦି କେହି ଭଲ କାମ କରନ୍ତି ତେବେ ତାଙ୍କୁ ପୂଜା କରାଯାଇଥାଏ । କଳିଯୁଗରେ କାହା ଦ୍ୱାରା ଭଲ କାମ ହେବ ହିଁ ନାହିଁ କାହିଁକି ନା ଏଠାରେ ଆସୁରୀ ରାବଣ ମତ ରହିଛି । ସୁଖ କେଉଁଠାରେ ଅଛି? ବାବା କେତେ ଭଲ ଭାବରେ ବୁଝାଉଛନ୍ତି, କିନ୍ତୁ କାହାର ବୁଦ୍ଧିରେ ସେତେବେଳେ ପଶିବ, ଯେତେବେଳେ ବାବାଙ୍କର ପରିଚୟ ଦେବ । ଇଏ ବାପା, ଶିକ୍ଷକ ଏବଂ ସତଗୁରୁ ଅଟନ୍ତି । ଯାହାଙ୍କର କେହି ବାପା ଅଥବା ଶିକ୍ଷକ ନାହାଁନ୍ତି । ପ୍ରଥମେ ପ୍ରଥମେ ସିଏ ଆମର ମାତା-ପିତା, ପୁଣି ଶିକ୍ଷକ ଏବଂ ସଦ୍ଗତି କରିବା ପାଇଁ ଗୁରୁ ହେଉଛନ୍ତି । ଏହା କେତେ ଆଶ୍ଚର୍ଯ୍ୟର କଥା ନା । ଏକମାତ୍ର ବେହଦର ବାବା ହିଁ ପିତା, ଶିକ୍ଷକ ଏବଂ ସତଗୁରୁ ଅଟନ୍ତି ।

ତୁମେମାନେ ଜାଣିଛ ଯେ, ଏହି ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି । ଯିଏକି ଭାରତକୁ ସ୍ୱର୍ଗର ବର୍ସା ଦେଉଛନ୍ତି । ନର୍କ ପରେ ପୁଣି ସ୍ୱର୍ଗ । ନର୍କର ବିନାଶ ପାଇଁ ବିନାଶ ଜ୍ୱାଳା ଉପସ୍ଥିତ । ହୋଲିକାରେ ନାଟକ ତିଆରି କରିଥାନ୍ତି ନା, ପୁଣି ପଚାରନ୍ତି ଯେ, ସ୍ୱାମୀଜୀ ଏହାଙ୍କ ପେଟରୁ କଣ ବାହାରିବ? ବାସ୍ତବରେ ଦେଖୁଛନ୍ତି ଯେ, ୟୁରୋପବାସୀ ଯାଦବମାନଙ୍କର ବୁଦ୍ଧି ଦ୍ୱାରା ବିଜ୍ଞାନର କେତେ ଉଦ୍ଭାବନ ହୋଇଛି । ତୁମକୁ ଚେଷ୍ଟା କରି ଗୋଟିଏ କଥା ଉପରେ ହିଁ ବୁଝାଇବାକୁ ହେବ । ସମସ୍ତଙ୍କର ସଦ୍ଗତି ଦାତା କେବଳ ଜଣେ । ଯିଏକି ଭାରତରେ ହିଁ ଆସୁଛନ୍ତି । ତେଣୁ ଏହା ସବୁଠାରୁ ବଡ ତୀର୍ଥ ହୋଇଗଲା । ଏକଥା ମଧ୍ୟ କହୁଛନ୍ତି ଯେ, ଭାରତ ପ୍ରାଚୀନ ଥିଲା । କିନ୍ତୁ କିଛି ହେଲେ ବୁଝୁ ନାହାଁନ୍ତି । ଏବେ ତୁମେମାନେ ଜାଣୁଛ - ଯାହା ପ୍ରାଚୀନ ହୋଇଛି ତାହା ପୁଣି ଥରେ ହେବ । ତୁମେ ରାଜଯୋଗ ଶିଖିଥିଲ, ଏବେ ପୁଣି ଥରେ ଶିଖୁଛ । ବୁଦ୍ଧିରେ ଅଛି ଯେ - ଏହି ଜ୍ଞାନ ବାବା କଳ୍ପ-କଳ୍ପ ଦେଉଛନ୍ତି । ଶିବବାବାଙ୍କର ମଧ୍ୟ ଅନେକ ନାମ ରଖିଛନ୍ତି । ବବୁଲନାଥଙ୍କର ମଧ୍ୟ ମନ୍ଦିର ରହିଛି । ସିଏ କଣ୍ଟାରୁ ଫୁଲ କରିଥିଲେ, ସେଥିପାଇଁ ତାଙ୍କୁ ବବୁଲନାଥ କହୁଛନ୍ତି । ଏହିପରି ବହୁତ ନାମ ରହିଛି, ଯାହାର ଅର୍ଥକୁ ତୁମେମାନେ ବୁଝାଇପାରିବ । ପ୍ରଥମେ-ପ୍ରଥମେ ବାବାଙ୍କର ପରିଚୟ ଦିଅ, ଯାହାଙ୍କୁ ସମସ୍ତେ ଭୁଲିଯାଇଛନ୍ତି । ପ୍ରଥମେ ବାବାଙ୍କୁ ଜାଣନ୍ତୁ ତେବେ ଯାଇ ବୁଦ୍ଧିଯୋଗ ଲାଗିବ । ଆମକୁ ବାବାଙ୍କଠାରୁ ବର୍ସା ନେବାକୁ ହେବ । ମୁକ୍ତିଧାମରୁ ପୁଣି ଜୀବନମୁକ୍ତିଧାମ ଯିବାକୁ ହେବ । ଏହା ହେଉଛି ପତିତ ଜୀବନବନ୍ଧନ । ବାବା କହୁଛନ୍ତି - ପିଲାମାନେ ଅଶରୀରୀ ହୁଅ । ଅଶରୀରୀ ହୋଇ ବାବାଙ୍କୁ ମନେ ପକାଅ ଯାହା ଦ୍ୱାରା ତୁମର ନୌକା ପାରି ହୋଇଯିବ । ସିଏ ହିଁ ସବୁ ଆତ୍ମାମାନଙ୍କର ଏକମାତ୍ର ପିତା ଅଟନ୍ତି । ବାବାଙ୍କର ନିର୍ଦ୍ଦେଶ ହେଲା - ମୋତେ ମନେ ପକାଅ କାରଣ ଏହି ଯୋଗ ବଳ ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ । ଅନ୍ତିମ ମତି ଅନୁସାରେ ତୁମର ଗତି ହୋଇଯିବ । ଆମକୁ ଏବେ ଘରକୁ ଯିବାକୁ ହେବ । କହୁଛନ୍ତି - ଯେତେ ଦୂର ସମ୍ଭବ ଜଲଦି ଯିବାକୁ ହେବ । କିନ୍ତୁ ଜଲ୍ଦି ତ ହୋଇପାରିବ ନାହିଁ । ଯଦି ଉଚ୍ଚ ପଦ ପାଇବାର ଅଛି ତେବେ ବାବାଙ୍କୁ ମନେ ରଖିବାକୁ ହେବ । ଆମେ ସବୁ ଏକମାତ୍ର ପିତାଙ୍କର ସନ୍ତାନ । ଏବେ ବାବା କହୁଛନ୍ତି - ମନମନାଭବ । ଏକଥା କଣ କୃଷ୍ଣ କହିପାରିବେ । କୃଷ୍ଣ କେଉଁଠାରେ ଅଛନ୍ତି? ଇଏ ତ ଆମର ପିତା ପରମାତ୍ମା, ଯିଏକି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି, ତେବେ ନିଶ୍ଚିତ ସିଏ ଏଠାରେ ରହିବା ଦରକାର । ଏହା ହେଲା ସାକାର ପତିତ ଦୁନିଆ । ତାହା ହେଉଛି ପବିତ୍ର ଦୁନିଆ । ଏହି ଅପବିତ୍ର ଦୁନିଆରେ ପବିତ୍ର କେହି ବି ହୋଇପାରିବେ ନାହିଁ । କଳ୍ପବୃକ୍ଷର ଚିତ୍ରରେ ଦେଖ ବ୍ରହ୍ମା ଉପରେ ଠିଆ ହୋଇଛନ୍ତି ପୁଣି ତଳେ ତପସ୍ୟାରେ ବସିଛନ୍ତି, ଯାହାଙ୍କର ଚେହେରା ସୂକ୍ଷ୍ମଲୋକରେ ମଧ୍ୟ ଦେଖୁଛନ୍ତି । ସିଏ ହିଁ ପୁଣି ଫରିସ୍ତା ହେଉଛନ୍ତି । ଏହି ସମୟରେ ଶ୍ରୀକୃଷ୍ଣ ଶ୍ୟାମଳ ହୋଇଯାଇଛନ୍ତି ନା । ଏହି ପ୍ରଥମ କଥାକୁ ଯେପର୍ଯ୍ୟନ୍ତ ନ ବୁଝାଇଛ ସେପର୍ଯ୍ୟନ୍ତ କିଛି ହେଲେ ବୁଝିବେ ନାହିଁ । ଏଥିରେ ହିଁ ପରିଶ୍ରମ କରିବାକୁ ପଡୁଛି । କାରଣ ମାୟା ତୁରନ୍ତ ବାବାଙ୍କର ସ୍ମୃତିକୁ ଭୁଲାଇ ଦେଉଛି । ପିଲାମାନେ ନିଶ୍ଚୟର ସହିତ ଲେଖୁଛନ୍ତି ଯେ, ବାସ୍ତବରେ ଆମେ ନାରାୟଣ ପଦ ପାଇବୁ ତଥାପି ଭୁଲିଯାଉଛନ୍ତି । କାରଣ ମାୟା ମଧ୍ୟ ବହୁତ ଶକ୍ତିଶାଳୀ । କିନ୍ତୁ ବାବା କହୁଛନ୍ତି - ଯେତେ ବି ମାୟାର ତୋଫାନ ଆସୁ କିନ୍ତୁ ହଲିବା ଉଚିତ୍ ନୁହେଁ । ଏହା ହିଁ ଅନ୍ତିମ ସମୟର ସ୍ଥିତି । ମାୟା ତୁମ ସହିତ ଶକ୍ତିଶାଳୀ ହୋଇ ଲଢିବ । ଯଦି ମେଣ୍ଢା ଛେଳି ହୋଇଥିବେ ତେବେ ତାଙ୍କୁ ତୁରନ୍ତ ମାୟା ଧରାଶାୟୀ କରିଦେବ । ଏଥିରେ ଡରିବାର ନାହିଁ । ବୈଦ୍ୟମାନେ କହନ୍ତି ଯେ, ଏହି ଔଷଧ ଖାଇବା ଦ୍ୱାରା ପ୍ରଥମେ ରୋଗ ବଢିଯିବ । ସେହିପରି ମାୟାର ତୋଫାନ ମଧ୍ୟ ବହୁତ ଆସିବ । ଯେତେବେଳେ ତୁମେମାନେ ପକ୍କା ହୋଇଯିବ ସେତେବେଳେ ମାୟାର ଚାପ କମ ହୋଇଯିବ । ମାୟା ବୁଝିଯିବ ଯେ, ଏବେ ଇଏ ଆଉ ହଲିବ ନାହିଁ । ବାବା ହିଁ ଆସି ଆମକୁ ପଥରବୁଦ୍ଧିରୁ ପାରସବୁଦ୍ଧି କରୁଛନ୍ତି । ଏହା ବହୁତ ରମଣୀୟ ଜ୍ଞାନ ଅଟେ । ଭାରତର ପ୍ରାଚୀନ ରାଜଯୋଗର ଗାୟନ କରାଯାଇଥାଏ । ଏକଥା ତୁମେ ଜାଣିଛ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଅଶରୀର ହୋଇ ବାବାଙ୍କୁ ସ୍ମରଣ କରିବାକୁ ହେବ । ସ୍ୱଧର୍ମରେ ସ୍ଥିତ ହେବାର ଅଭ୍ୟାସ କରିବାକୁ ହେବ । ଜ୍ଞାନର ନୃତ୍ୟ ନିଜେ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ ।

(୨) ମାୟାର ତୋଫାରେ ହଲିବାର ନାହିଁ କି ଡରିବାର ନାହିଁ । ଦୃଢତାର ସହିତ ମାୟାର ଚାପକୁ ସମାପ୍ତ କରିବାକୁ ହେବ ।
ବରଦାନ:-
ବାବାଙ୍କୁ ନିଜ ସମସ୍ତ ଦୋଷ ଦୁର୍ବଳତା ଗୁଡିକୁ ଅର୍ପଣ କରି ସେବା ରୂପକ ଖେଳ ଖେଳୁଥିବା ମାଷ୍ଟର ସର୍ବଶକ୍ତିମାନ ହୁଅ ।

ଯେକୌଣସି କାର୍ଯ୍ୟ କରିବା ସମୟରେ ସର୍ବଦା ସ୍ମୃତିରେ ରହୁ ଯେ ସର୍ବଶକ୍ତିମାନ ବାବା ମୋର ସାଥୀ ଅଟନ୍ତି, ମୁଁ ମାଷ୍ଟର ସର୍ବଶକ୍ତିମାନ ଅଟେ, ତେବେ କୌଣସି ପ୍ରକାରର ବୋଝର ଅନୁଭବ ହେବ ନାହିଁ । ଯଦି ମୋର ଦାୟିତ୍ୱ ବୋଲି ଭାବୁଛ ତେବେ ମଥା ଭାରୀ ହୋଇଯାଉଛି, ସେଥିପାଇଁ ବ୍ରାହ୍ମଣ ଜୀବନରେ ନିଜର ସମସ୍ତ ଦୋଷ ଦୁର୍ବଳତା ଗୁଡିକୁ ବାବାଙ୍କୁ ଦେଇଦିଅ ତେବେ ସେବା ମଧ୍ୟ ଏକ ଖେଳ ଭଳି ଅନୁଭବ ହେବ । ଚାହେଁ ଯେତେ ବି ଅଧିକ ଚିନ୍ତା କରିବାର କାର୍ଯ୍ୟ ହୋଇଥାଉ ବା ବହୁତ ଧ୍ୟାନ ଦେବା ଯୋଗ୍ୟ କାର୍ଯ୍ୟ ହୋଇଥାଉ କିନ୍ତୁ ମାଷ୍ଟର ସର୍ବଶକ୍ତିମାନର ବରଦାନ ସ୍ମୃତି ଆଧାରରେ ସେଥିରେ ମଧ୍ୟ କ୍ଳାନ୍ତିର ଅନୁଭବ କରିବ ନାହିଁ ।

ସ୍ଲୋଗାନ:-
ମୁରଲୀଧରଙ୍କର ମୁରଲୀ ଶୁଣି ଦୈହିକ ଚେତନାକୁ ସମ୍ପୂର୍ଣ୍ଣ ରୂପରେ ଭୁଲି, ଖୁସିର ଝୁଲଣାରେ ଝୁଲୁଥିବା ଆତ୍ମାମାନେ ହିଁ ସଚ୍ଚା ଗୋପ ଗୋପୀ ଅଟନ୍ତି ।