07.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପୁରୁଷାର୍ଥ କରି ଭଲ ଭାବରେ ଦୈବୀଗୁଣ ଧାରଣ କରିବାକୁ ହେବ, କାହାକୁ ବି ଦୁଃଖ ଦେବାର ନାହିଁ, ତୁମମାନଙ୍କ ଭିତରେ କୌଣସି ଆସୁରୀ ଚାଲି-ଚଳଣ ଦେଖାଯିବା ଉଚିତ୍ ନୁହେଁ ।

ପ୍ରଶ୍ନ:-
କେଉଁ ଆସୁରୀ ଗୁଣ ତୁମମାନଙ୍କର ଶୃଙ୍ଗାରକୁ ବିଗାଡି ଦେଉଛି ?

ଉତ୍ତର:-
ପରସ୍ପର ମଧ୍ୟରେ ଲଢେଇ-ଝଗଡା କରିବା, ଋଷିବା, ସେଣ୍ଟରରେ ବିଶୃଙ୍ଖଳା ସୃଷ୍ଟି କରିବା, କାହାକୁ ଦୁଃଖ ଦେବା ଏସବୁ ଆସୁରୀ ଗୁଣ ଅଟେ ଯାହାକି ତୁମମାନଙ୍କର ସୌନ୍ଦର୍ଯ୍ୟକୁ ବିଗାଡି ଦେଉଛି । ଯେଉଁ ସନ୍ତାନମାନେ ବାବାଙ୍କର ହୋଇ ଯିବା ପରେ ମଧ୍ୟ ଏହି ଆସୁରୀ ଗୁଣ ଗୁଡିକୁ ତ୍ୟାଗ କରନ୍ତି ନାହିଁ, ଓଲଟା କର୍ମ କରିଚାଲିଥାନ୍ତି, ସେମାନଙ୍କୁ ବହୁତ କ୍ଷତି ସହିବାକୁ ପଡେ କାରଣ ପ୍ରତ୍ୟେକ କର୍ମର ହିସାବ ଅଲଗା ଅଲଗା । ବାବା ସହିତ ପିତା ଧର୍ମରାଜ ମଧ୍ୟ ଅଟନ୍ତି ।

ଗୀତ:-
ଭୋଳାନାଥ ସେ ନିରାଲା...

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନେ ଜାଣିଛନ୍ତି ଯେ ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ । ମନୁଷ୍ୟମାନେ କେବଳ ଗାୟନ କରୁଛନ୍ତି କିନ୍ତୁ ତୁମେମାନେ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖୁଛ, ତୁମେମାନେ ବୁଦ୍ଧି ଦ୍ୱାରା ଜାଣୁଛ ଯେ ସିଏ ଆମକୁ ପାଠ ପଢାଉଛନ୍ତି । ଆତ୍ମା ହିଁ ଶରୀର ଦ୍ୱାରା ପାଠ ପଢୁଛି । ଶରୀର ଦ୍ୱାରା ସବୁ କିଛି ଆତ୍ମା ହିଁ କରୁଛି । ଶରୀର ବିନାଶୀ, ଯାହାକୁ ଆତ୍ମା ଧାରଣ କରି ପାର୍ଟ କରୁଛି, ଆତ୍ମାରେ ହିଁ ସମସ୍ତ ପାର୍ଟ ନିର୍ଦ୍ଧାରିତ ହୋଇ ରହିଛି । ୮୪ ଜନ୍ମ ମଧ୍ୟ ଆତ୍ମାରେ ନିଧାର୍ଯ୍ୟ ହୋଇ ରହିଛି । ତେଣୁ ପ୍ରଥମେ ନିଜକୁ ଆତ୍ମା ମନେ କରିବାକୁ ହେବ । ବାବା ହେଲେ ସର୍ବଶକ୍ତିମାନ । ଯାହାଙ୍କଠାରୁ ତୁମମାନଙ୍କୁ ଶକ୍ତି ମିଳୁଛି । ଯୋଗ ଦ୍ୱାରା ଅଧିକ ଶକ୍ତି ମିଳୁଛି, ଯାହା ଦ୍ୱାରା ତୁମେମାନେ ପବିତ୍ର ହେଉଛ । ବାବା ତୁମମାନଙ୍କୁ ବିଶ୍ୱ ଉପରେ ରାଜ୍ୟ କରିବା ପାଇଁ ଶକ୍ତି ଦେଉଛନ୍ତି । କେତେ ମହାନ୍ ଶକ୍ତି ଦେଉଛନ୍ତି, ଅହଂକାରୀ ବୈଜ୍ଞାନିକମାନେ ଏତେ ସବୁ ବିନାଶ ପାଇଁ କରୁଛନ୍ତି । ସେମାନଙ୍କର ବୁଦ୍ଧି ବିନାଶ ନିମନ୍ତେ ଆଉ ତୁମମାନଙ୍କର ବୁଦ୍ଧି ଅବିନାଶୀ ପଦ ପାଇବା ପାଇଁ ରହିଛି । ତୁମମାନଙ୍କୁ ବହୁତ ଶକ୍ତି ମିଳୁଛି, ଯେଉଁ ଶକ୍ତି ଆଧାରରେ ତୁମେମାନେ ସାରା ବିଶ୍ୱର ରାଜତ୍ୱକୁ ପ୍ରାପ୍ତ କରୁଛ । ସେଠାରେ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ହେବ ନାହିଁ । ସେଠାରେ ରାଜା-ରାଣୀଙ୍କର ରାଜ୍ୟ ହେବ । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ । ସମସ୍ତେ ତାଙ୍କୁ ହିଁ ମନେ ପକାଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କରି ପୂଜା କରୁଛନ୍ତି । ତଥାପି ଉଚ୍ଚରୁ ଉଚ୍ଚ ଭଗବାନ ବୋଲି ଗାୟନ ରହିଛି । ଏବେ ତୁମେ ଜାଣୁଛ ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ । ଉଚ୍ଚରୁ ଉଚ୍ଚ ବିଶ୍ୱର ରାଜତ୍ୱ ବେହଦର ବାବାଙ୍କଠାରୁ ମିଳୁଛି । ତୁମମାନଙ୍କୁ କେତେ ଉଚ୍ଚ ପଦ ମିଳୁଛି । ତେଣୁ ତୁମେମାନେ କେତେ ଖୁସି ହେବା ଉଚିତ୍ । ଯାହାଙ୍କଠାରୁ କିଛି ମିଳେ ତାଙ୍କୁ ମନେ ରଖିଥାନ୍ତି ନା । କନ୍ୟାର ସ୍ୱାମୀ ପ୍ରତି କେତେ ସ୍ନେହ ରହିଥାଏ, ସ୍ୱାମୀ ପାଇଁ ପ୍ରାଣ ମଧ୍ୟ ଦେଇଥାଏ । ଯଦି ସ୍ୱାମୀର ମୃତ୍ୟୁ ହୋଇଯାଏ ତେବେ ହାଏ ହାଏ କରିଥାଏ । ଇଏ ତ ପତିମାନଙ୍କର ପତି, ଯିଏକି ସର୍ବଶ୍ରେଷ୍ଠ ପଦ ପ୍ରାପ୍ତ କରାଇବା ପାଇଁ ତୁମକୁ ଦୈବୀ ଗୁଣରେ କେତେ ସଜାଉଛନ୍ତି । ତେଣୁ ତୁମମାନଙ୍କ ଭିତରେ କେତେ ନିଶା ରହିବା ଉଚିତ୍ । ଦୈବୀଗୁଣ ମଧ୍ୟ ତୁମକୁ ଏହିଠାରେ ହିଁ ଧାରଣ କରିବାକୁ ହେବ । ବହୁତଙ୍କ ଭିତରେ ବର୍ତ୍ତମାନ ପର୍ଯ୍ୟନ୍ତ ଆସୁରୀ ଅବଗୁଣ ରହିଛି, ଲଢେଇ-ଝଗଡା, ଋଷିବା, ସେଣ୍ଟରରେ ଧମଚକ୍ର କରିବା... ବାବା ସବୁ ଜାଣିଛନ୍ତି, ଏହିଭଳି ବହୁତ ରିପୋର୍ଟ ଆସୁଛି । କାମ ତ ମହାଶ୍ରତୁ ଅଟେ, କିନ୍ତୁ କ୍ରୋଧ ମଧ୍ୟ କମ ଶତ୍ରୁ ନୁହେଁ । ଅମୁକ ପ୍ରତି ସ୍ନେହ ଅଛି, ମୋ ପ୍ରତି କାହିଁକି ନାହିଁ । ଅମୁକ କଥା ତାଙ୍କୁ ପଚାରିଲେ, ମୋତେ କାହିଁକି ପଚାରିଲେ ନାହିଁ ? ଏହିପରି କହିଲାବାଲା ବହୁତ ସଂଶୟ ବୁଦ୍ଧି ରହିଛନ୍ତି । ରାଜଧାନୀ ସ୍ଥାପନ ହେଉଛି ନା । ଏମାନେ କେଉଁ ପଦ ପାଇବେ । ପଦରେ ବହୁତ ଫରକ ରହିବ । ମେହନ୍ତର ମଧ୍ୟ ଦେଖ ଭଲ-ଭଲ ମହଲରେ ରହିଥାନ୍ତି, କିଏ କେଉଁଠି କିଏ କେଉଁଠି ରହୁଛନ୍ତି । ତେବେ ସମସ୍ତଙ୍କୁ ବହୁତ ପୁରୁଷାର୍ଥ କରି ଭଲ ଦୈବୀଗୁଣ ଧାରଣ କରିବାକୁ ହେବ । ଦେହ-ଅଭିମାନରେ ଆସିଲେ ଆସୁରୀ ଚଳଣି ହୋଇଥାଏ । ଯଦି ଦେହୀ-ଅଭିମାନୀ ହୋଇ ଜ୍ଞାନକୁ ଭଲ ଭାବରେ ଧାରଣ କରିବ ତେବେ ଉଚ୍ଚ ପଦ ପାଇବ । ଦୈବୀଗୁଣ ଧାରଣ କରିବାର ପୁରୁଷାର୍ଥ କରିବାକୁ ହେବ । କାହାକୁ ଦୁଃଖ ଦେବାର ଉଚିତ୍ ନୁହେଁ । ତୁମେ ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବାଙ୍କର ସନ୍ତାନ, ତେଣୁ କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ । ଯେଉଁମାନେ ସେଣ୍ଟରର ଦାୟିତ୍ୱ ନେଇଛନ୍ତି ତାଙ୍କ ଉପରେ ବହୁତ ଦାୟିତ୍ୱ ରହିଥାଏ । ଯେପରି ବାବା କହୁଛନ୍ତି ପିଲାମାନେ ଯଦି ଭୁଲ୍ କରିବେ ତେବେ ଶହେଗୁଣା ଦଣ୍ଡ ପଡିବ । ଦେହ-ଅଭିମାନ ଆସିଲେ ବହୁତ କ୍ଷତି ହୋଇଥାଏ, କାରଣ ତୁମେ ବ୍ରାହ୍ମଣମାନେ ଅନ୍ୟମାନଙ୍କୁ ସୁଧାରିବା ପାଇଁ ନିମିତ୍ତ ହୋଇଛ । ଯଦି ନିଜେ ସୁଧୁରି ନାହଁ ତେବେ ଅନ୍ୟକୁ କଣ ସୁଧାରିବ । ତେଣୁ ବହୁତ କ୍ଷତି ହୋଇଯିବ । ଏହା ପାଣ୍ଡବ ଗଭର୍ଣ୍ଣମେଣ୍ଟ ଅଟେ ନା । ସିଏ ଉଚ୍ଚରୁ ଉଚ୍ଚ ବାବା ଅଟନ୍ତି, ତା ସହିତ ସେ ଧର୍ମରାଜ ମଧ୍ୟ ଅଟନ୍ତି । ଧର୍ମରାଜଙ୍କ ଦ୍ୱାରା ବହୁତ ବଡ ଦଣ୍ଡ ଭୋଗ କରିବାକୁ ପଡିବ । ଯଦି ଏପରି କିଛି କର୍ମ କରିବ ତେବେ ବହୁତ କ୍ଷତି ହୋଇଯିବ । ହିସାବ ହିଁ ହିସାବ ରହିଛି, ବାବାଙ୍କ ପାଖରେ ପୂରା ହିସାବ ରହୁଛି । ଭକ୍ତିମାର୍ଗରେ ମଧ୍ୟ ହିସାବ ରହୁଛି । କହନ୍ତି, ଭଗବାନ ତୁମମାନଙ୍କର ହିସାବ ନେବେ । ଏଠାରେ ବାବା ନିଜେ କହୁଛନ୍ତି ଧର୍ମରାଜ ବହୁତ ହିସାବ ନେବେ । ପୁଣି ସେ ସମୟରେ କଣ କରିପାରିବ । ସାକ୍ଷାତ୍କାର ହେବ ଆମେ ଏହି ସବୁ କରିଛୁ । ସେଠାରେ ଅଳ୍ପ ମାଡ ଖାଇଥାନ୍ତି, ଏଠାରେ ତ ବହୁତ ମାଡ ଖାଇବାକୁ ପଡିବ । ତୁମେମାନେ ସତ୍ୟଯୁଗରେ ଗର୍ଭଜେଲ୍ରେ ଆସିବ ନାହିଁ । ସେଠାରେ ଗର୍ଭ ମହଲ ହେବ । ସେଠାରେ କେହି ପାପ ଆଦି କରିବେ ନାହିଁ । ତେଣୁ ଏପରି ରାଜ୍ୟଭାଗ୍ୟ ପାଇବା ପାଇଁ ହେଲେ ପିଲାମାନଙ୍କୁ ବହୁତ ଖବରଦାର ରହିବାକୁ ପଡିବ । କେତେକ ସନ୍ତାନ ବ୍ରାହ୍ମଣୀଠାରୁ ମଧ୍ୟ ତୀକ୍ଷ୍ଣ ହୋଇଯାଉଛନ୍ତି । ତେବେ ସେମାନଙ୍କର ଭାଗ୍ୟ ବ୍ରାହ୍ମଣୀଠାରୁ ମଧ୍ୟ ଉଚ୍ଚ ହୋଇଯାଉଛି । ଏକଥା ମଧ୍ୟ ବାବା ବୁଝାଉଛନ୍ତି -- ଭଲ ସେବା ନକଲେ ଜନ୍ମ-ଜନ୍ମାନ୍ତର ଦାସ-ଦାସୀ ହେବାକୁ ପଡିବ ।

ବାବା ସମ୍ମୁଖକୁ ଆସିବା ମାତ୍ରକେ ପିଲାମାନଙ୍କୁ ପଚାରୁଛନ୍ତି ପିଲାମାନେ, ଦେହୀ-ଅଭିମାନୀ ହୋଇ ବସିଛ ? ବାବାଙ୍କର ସନ୍ତାନମାନଙ୍କ ପ୍ରତି ମହାବାକ୍ୟ ହେଉଛି ପିଲାମାନେ, ତୁମମାନଙ୍କୁ ଆତ୍ମ-ଅଭିମାନୀ ହେବାର ବହୁତ ପୁରୁଷାର୍ଥ କରିବାକୁ ହେବ । ଚାଲିବା-ବୁଲିବା ସମୟରେ ମଧ୍ୟ ବିଚାର ସାଗର ମନ୍ଥନ କରିବା ଉଚିତ୍ । ଏମିତି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ଭାବୁଛନ୍ତି ଆମେ ଜଲ୍ଦି-ଜଲ୍ଦି ଏହି ନର୍କ ଛି-ଛି ଦୁନିଆରୁ ସୁଖଧାମକୁ ଚାଲିଯିବୁ । ବାବା କହୁଛନ୍ତି ଭଲ-ଭଲ ମହାରଥୀମାନେ ମଧ୍ୟ ଯୋଗରେ ଫେଲ୍ ହୋଇଯାଉଛନ୍ତି । ସେମାନଙ୍କୁ ମଧ୍ୟ ମୁଁ ପୁରୁଷାର୍ଥ କରାଉଛି । ଯୋଗ ନଥିଲେ ଏକଦମ୍ ତଳକୁ ଖସିଯିବେ । ଜ୍ଞାନ ତ ବହୁତ ସହଜ । ସୃଷ୍ଟିର ସାରା ଇତିହାସ-ଭୂଗୋଳ ବୁଦ୍ଧିରେ ରହିଯାଉଛି । ଏମତି ବହୁତ ଭଲ ଭଲ କନ୍ୟା ଅଛନ୍ତି ଯେଉଁମାନେ ପ୍ରଦର୍ଶନୀ ବୁଝାଇବାରେ ବହୁତ ତୀକ୍ଷ୍ଣ ଅଟନ୍ତି । କିନ୍ତୁ ଯୋଗ ନାହିଁ, ଦୈବୀଗୁଣ ମଧ୍ୟ ନାହିଁ । କେବେ-କେବେ ମୋର ବିଚାର ଆସୁଛି, ବର୍ତ୍ତମାନ ସନ୍ତାନମାନଙ୍କର ଅବସ୍ଥା ଦେଖ କିଭଳି । ଦୁନିଆରେ କେତେ ଦୁଃଖ ରହିଛି । ଜଲଦି-ଜଲ୍ଦି ଏହା ଶେଷ ହୋଇଯାଉ । ଅପେକ୍ଷା କରି ବସିଛନ୍ତି, ଜଲ୍ଦି ସୁଖଧାମକୁ ଯିବୁ । ଯିବା ପାଇଁ ଛଟପଟ ହେଉଛନ୍ତି । କାହିଁକି ନା ବାବା ଆମକୁ ସ୍ୱର୍ଗର ରାସ୍ତା ବତାଉଛନ୍ତି । ଯେପରି ବାବାଙ୍କୁ ଦେଖିବା ପାଇଁ ଛଟପଟ ହେଉଛନ୍ତି । ଭାବୁଛନ୍ତି ଏପରି ବାବାଙ୍କ ସମ୍ମୁଖକୁ ଯାଇ ପ୍ରତିଦିନ ଶୁଣିବୁ । ଏବେ ବୁଝିପାରୁଛନ୍ତି ଯେ ଏଠାରେ କୌଣସି ଜଞ୍ଜାଳ ନାହିଁ । ବାହାରେ ରହିଲେ ସମସ୍ତଙ୍କ ସହିତ ସମ୍ପର୍କ ରଖିବାକୁ ପଡିଥାଏ । ନଚେତ୍ ଅସୁବିଧା ହୋଇଯିବ, ସେଥିପାଇଁ ସମସ୍ତଙ୍କୁ ଧୈର୍ଯ୍ୟ ଦେଉଛନ୍ତି । ଏଥିରେ ବହୁତ ଗୁପ୍ତ ମେହନତ ରହିଛି । ଯୋଗବଳ ଜମା କରିବାର ମେହନତ କେହି କରୁନାହାଁନ୍ତି । ଗୁପ୍ତରେ ବାବାଙ୍କ ସ୍ମୃତିରେ ରହିଲେ ବାବାଙ୍କ ନିର୍ଦ୍ଦେଶରେ ମଧ୍ୟ ଚାଲିବେ । କିନ୍ତୁ ଦେହ-ଅଭିମାନ ଥିବା କାରଣରୁ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲୁ ନାହାଁନ୍ତି । ତେଣୁ ମୁଁ କହୁଛି ନିଜର ଚାର୍ଟ ଲେଖ ତେବେ ଉନ୍ନତି ହେବ । ଏକଥା କିଏ କହୁଛନ୍ତି ? ଶିବବାବା । ଯଦି ଶିକ୍ଷକ କାମ ଦିଅନ୍ତି ତେବେ ତାହା କରିଆସିଥାନ୍ତି ନା । ଏଠାରେ ଭଲ ଭଲ ସନ୍ତାନମାନଙ୍କୁ ମଧ୍ୟ ମାୟା କରିବାକୁ ଦେଉନାହିଁ । ଭଲ-ଭଲ ସନ୍ତାନମାନଙ୍କର ଚାର୍ଟ ବାବାଙ୍କ ପାଖକୁ ଆସିଲେ ବାବା କହିବେ ଯେ ଦେଖ କିପରି ଯୋଗଯୁକ୍ତ ହୋଇ ରହୁଛନ୍ତି । ଭାବୁଛନ୍ତି ଆମେ ଆତ୍ମାମାନେ ଏକମାତ୍ର ପ୍ରେମିକଙ୍କର ପ୍ରେମିକା ଅଟୁ । ଶାରୀରିକ ପ୍ରେମିକ-ପ୍ରେମିକା ଅନେକ ପ୍ରକାରର ଥାନ୍ତି । ତୁମେମାନେ ବହୁତ ପୁରୁଣା ପ୍ରେମିକା ଅଟ । ଏବେ ତୁମକୁ ଦେହୀ-ଅଭିମାନୀ ହେବାକୁ ପଡିବ । ସେଥିପାଇଁ କିଛି ନା କିଛି ସହନ କରିବାକୁ ମଧ୍ୟ ପଡିବ । କେବେ ବି ଅହଙ୍କାରୀ ହେବା ଉଚିତ୍ ନୁହେଁ । ବାବା ଏପରି କହୁ ନାହାଁନ୍ତି ଯେ ହାଡ ମଧ୍ୟ ଦେଇଦିଅ । ବାବା କହୁଛନ୍ତି ଭଲ ସ୍ୱାସ୍ଥ୍ୟ ରଖିଲେ ସେବା ମଧ୍ୟ ଭଲ ଭାବରେ କରିପାରିବ । ବେମାର ହେଲେ ପଡି ରହିବ । କେହି-କେହି ଡାକ୍ତରଖାନା ମାନଙ୍କରେ ମଧ୍ୟ ବୁଝାଇବାର ସେବା କରୁଛନ୍ତି । ତେଣୁ ଡାକ୍ତରମାନେ କହୁଛନ୍ତି ଏମାନେ ଫରିସ୍ତା ଅଟନ୍ତି । ଚିତ୍ର ସାଥିରେ ନେଇ ଯାଉଛନ୍ତି । ଯିଏ ଏହିପରି ସେବା କରୁଛନ୍ତି ତାଙ୍କୁ ଦୟାଳୁ କୁହାଯାଏ । ଏହିଭଳି ସେବା କରିଲେ କେହି-କେହି ବାହାରିବେ । ଯେତେ ଯେତେ ଯୋଗଯୁକ୍ତ ହୋଇ ରହିବ ତେବେ ଯୋଗବଳ ଦ୍ୱାରା ମନୁଷ୍ୟମାନଙ୍କୁ ତୁମେମାନେ ଆକର୍ଷିତ କରିପାରିବ, ଏଥିରେ ହିଁ ତାକତ ରହିଛି । ତେବେ ପବିତ୍ରତା ହେଉଛି ପ୍ରଥମ । କୁହାଯାଏ ପ୍ରଥମେ ପବିତ୍ରତା ଏବଂ ଶାନ୍ତି, ପରେ ସମୃଦ୍ଧି । ଯୋଗ ବଳ ଦ୍ୱାରା ତୁମେ ପବିତ୍ର ହେଉଛ । ପୁଣି ରହିଛି ଜ୍ଞାନର ବଳ, ଯୋଗରେ କେବେ ବି ଦୁର୍ବଳ ହୁଅ ନାହିଁ । ଯୋଗରେ ହିଁ ବିଘ୍ନ ପଡିଥାଏ । ଯୋଗବଳ ଦ୍ୱାରା ତୁମେମାନେ ମଧ୍ୟ ପବିତ୍ର ହେବ ଏବଂ ଦୈବୀଗୁଣ ତୁମ ଭିତରେ ଆସିବ । ବାବାଙ୍କର ମହିମାକୁ ଜାଣିଛ ନା । ବାବା କେତେ ସୁଖ ଦେଉଛନ୍ତି । ୨୧ ଜନ୍ମ ପାଇଁ ତୁମମାନଙ୍କୁ ସଦା ସୁଖୀ ହେବାର ଯୋଗ୍ୟ କରୁଛନ୍ତି । ତେଣୁ କେବେ ବି କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ ।

କେତେକ ସନ୍ତାନ ଡିସ୍ସର୍ଭିସ୍ ଅର୍ଥାତ୍ ଅପସେବା କରି ନିଜେ ନିଜକୁ ଯେପରି ଶ୍ରାପିତ କରୁଛନ୍ତି, ଅନ୍ୟମାନଙ୍କୁ ବହୁତ ହଇରାଣ କରୁଛନ୍ତି, କୁସନ୍ତାନ ହୋଇ ନିଜେ ନିଜକୁ ଶ୍ରାପିତ କରିଦେଉଛନ୍ତି । ଡିସ୍ସର୍ଭିସ୍ କରିବା ଦ୍ୱାରା ଏକ୍ଦମ୍ ରସାତଳକୁ ଚାଲିଯାଉଛନ୍ତି । ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ବିକାରଗ୍ରସ୍ତ ହୋଇଯାଉଛନ୍ତି ଅଥବା କ୍ରୋଧରେ ଆସି ପାଠ ଛାଡି ଦେଉଛନ୍ତି । ଅନେକ ପ୍ରକାରର ସନ୍ତାନ ଏଠାରେ ଅଛନ୍ତି । ଏଠାରେ ରିଫ୍ରେସ୍ ହୋଇଯାଉଛନ୍ତି ପୁଣି ନିଜ ଭୁଲ୍ର ପଶ୍ଚାତାପ କରୁଛନ୍ତି । କିନ୍ତୁ ପଶ୍ଚାତାପ ଦ୍ୱାରା କ୍ଷମା ମିଳିବ ନାହିଁ । ବାବା କହୁଛନ୍ତି ନିଜକୁ ନିଜେ କ୍ଷମା କର । ସବୁବେଳେ ଯୋଗଯୁକ୍ତ ହୋଇ ରୁହ । ବାବା କାହାକୁ କ୍ଷମା କରୁନାହାଁନ୍ତି । ଏହା ହେଉଛି ପାଠପଢା । ବାବା ପାଠ ପଢାଉଛନ୍ତି, ତେଣୁ ତୁମେମାନେ ନିଜେ ନିଜ ଉପରେ କୃପା କରି ପାଠପଢିବାକୁ ହେବ, ଭଲ ମ୍ୟାନର୍ସ ରଖିବାକୁ ହେବ । ବାବା ବ୍ରାହ୍ମଣୀମାନଙ୍କୁ କହୁଛନ୍ତି ରେଜିଷ୍ଟର ନେଇ ଆସ । ଜଣ-ଜଣଙ୍କର ସମାଚାର ଶୁଣି ପରାମର୍ଶ ଦିଆଯାଉଛି । ତେଣୁ ଭାବୁଛନ୍ତି ଯେ ବ୍ରାହ୍ମଣୀ ଆମ ନାମରେ ରିପୋର୍ଟ ଦେଇଛନ୍ତି ତେଣୁ ଆହୁରି ଅଧିକ ଡିସ୍ସର୍ଭିସ୍ କରିବାରେ ଲାଗିପଡନ୍ତି । ବହୁତ ମେହନତ କରିବାକୁ ପଡିଥାଏ । ମାୟା ବହୁତ ବଡ ଶତ୍ରୁ ଅଟେ । ମାଙ୍କଡରୁ ମନ୍ଦିର ଯୋଗ୍ୟ ହେବାକୁ ଦେଉନାହିଁ । ଉଚ୍ଚ ପଦ ପାଇବା ପରିବର୍ତ୍ତେ ଆହୁରି ତଳକୁ ଖସି ପଡୁଛନ୍ତି । ସେମାନେ ପୁଣି କେବେ ବି ଉପରକୁ ଉଠିପାରନ୍ତି ନାହିଁ, ମରିଯାଇଥାନ୍ତି ଅର୍ଥାତ୍ ଏହି ଜ୍ଞାନମାର୍ଗକୁ ଛାଡି ଦେଇଥାନ୍ତି । ବାବା ତୁମମାନଙ୍କୁ ବାରମ୍ବାର ବୁଝାଉଛନ୍ତି ଏହା ବହୁତ ଉଚ୍ଚ ଲକ୍ଷ୍ୟ, ତୁମମାନଙ୍କୁ ବିଶ୍ୱର ମାଲିକ ହେବାକୁ ପଡିବ । ଯେପରି ବଡ ଲୋକମାନଙ୍କର ସନ୍ତାନମାନେ ବହୁତ ରାଜକୀୟ ହୋଇଥାନ୍ତି ଯେପରି ବାପାଙ୍କର ସମ୍ମାନ ନଯାଉ । କେହି କହି ଦେବେ ତୁମର ବାପା କେତେ ଭଲ, ମାତ୍ର ତୁମେ ଏକଦମ୍ କୁପୁତ୍ର ଅଟ । ନିଜ ବାପାଙ୍କର ଇଜ୍ଜତକୁ ହରାଉଛ! ଏଠାରେ ସମସ୍ତେ ନିଜର ଇଜ୍ଜତକୁ ହରାଉଛନ୍ତି । ତେଣୁ ବହୁତ ଦଣ୍ଡ ଭୋଗ କରିବାକୁ ପଡୁଛି । ସେଥିପାଇଁ ବାବା ନିର୍ଦ୍ଦେଶ ଦେଉଛନ୍ତି, ବହୁତ ଖବରଦାର ହୋଇରୁହ, ଜେଲ୍ ବାର୍ଡସ୍ ହୁଅ ନାହିଁ । ଏଠାରେ ମଧ୍ୟ ଜେଲ୍ ବାର୍ଡସ୍ ଅଛନ୍ତି, ସତ୍ୟଯୁଗରେ କୌଣସି ଜେଲ୍ ରହିବ ନାହିଁ । ତଥାପି ପାଠପଢି ଉଚ୍ଚ ପଦ ପାଇବାକୁ ହେବ । କୌଣସି ଭୁଲ୍ କରିବା ଉଚିତ୍ ନୁହେଁ । କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ । ଯୋଗର ଯାତ୍ରାରେ ରହିବାକୁ ହେବ । ଶେଷ ସମୟରେ ଯୋଗ ହିଁ କାମରେ ଆସିବ । ପ୍ରଦର୍ଶନୀରେ ଏହି ମୁଖ୍ୟ କଥା ବତାଅ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ପବିତ୍ର ହୋଇପାରିବ । ପବିତ୍ର ହେବାକୁ ସମସ୍ତେ ଚାହୁଁଛନ୍ତି । ଏହା ହେଉଛି ହିଁ ପତିତ ଦୁନିଆ । ସମସ୍ତଙ୍କର ସଦ୍ଗତି କରିବା ପାଇଁ ଏକମାତ୍ର ବାବା ହିଁ ଆସୁଛନ୍ତି । ଖ୍ରୀଷ୍ଟ, ବୁଦ୍ଧ ଆଦି କେହି ମଧ୍ୟ କାହାର ସଦ୍ଗତି କରିପାରିବେ ନାହିଁ । ପୁଣି ବ୍ରହ୍ମାଙ୍କୁ ମଧ୍ୟ ସଦ୍ଗତିଦାତା କହିଦେଉଛନ୍ତି । କିନ୍ତୁ ବାସ୍ତବରେ ବ୍ରହ୍ମାଙ୍କୁ ମଧ୍ୟ ସଦ୍ଗତି ଦାତା କୁହାଯିବ ନାହିଁ । ସିଏ ଦେବୀ-ଦେବତା ଧର୍ମର ନିମିତ୍ତ ଅଟନ୍ତି । ଯଦିଓ ଦେବୀ-ଦେବତା ଧର୍ମର ସ୍ଥାପନା ଶିବବାବା କରୁଛନ୍ତି ତଥାପି ନାମ ତ ରହିଛି ନା-ବ୍ରହ୍ମା, ବିଷ୍ଣୁ, ଶଙ୍କର... । ତ୍ରିମୂର୍ତ୍ତି ବ୍ରହ୍ମା କହିଦେଉଛନ୍ତି । ବାବା କହୁଛନ୍ତି ଇଏ ମଧ୍ୟ ଗୁରୁ ନୁହେଁ । ଗୁରୁ କେବଳ ଜଣେ ଅଟନ୍ତି, ତାଙ୍କ ଦ୍ୱାରା ତୁମେମାନେ ଆଧ୍ୟାତ୍ମିକ ଗୁରୁ ହେଉଛ । ବାକି ସେ ହେଲେ ଧର୍ମ ସ୍ଥାପକ, ଧର୍ମସ୍ଥାପକଙ୍କୁ ସଦ୍ଗତି ଦାତା କିପରି କୁହାଯିବ, ବୁଝିବା ନିମନ୍ତେ ଏହା ବହୁତ ଗୁହ୍ୟ ଗଭୀର କଥା । ଅନ୍ୟ ଧର୍ମସ୍ଥାପକମାନେ କେବଳ ଧର୍ମ ସ୍ଥାପନ କରୁଛନ୍ତି, ଯାହାଙ୍କ ପଛରେ ତାଙ୍କ ଧର୍ମର ଆତ୍ମାମାନେ ଆସିଯାଉଛନ୍ତି, ସେ ସମସ୍ତଙ୍କୁ ଘରକୁ ନେଇଯାଇପାରିବେ ନାହିଁ । ସେମାନଙ୍କୁ ପୁନର୍ଜନ୍ମରେ ଆସିବାକୁ ହିଁ ପଡିବ, ଏହି ଜ୍ଞାନ ସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ । କେହି ଜଣେ ହେଲେ ଗୁରୁ କାହାର ସଦ୍ଗତି କରିପାରିବେ ନାହିଁ । ବାବା ବୁଝାଉଛନ୍ତି ଗୁରୁ ପତିତ-ପାବନ ଏକମାତ୍ର ଜଣେ ଅଟନ୍ତି । ସେ ହିଁ ସମସ୍ତଙ୍କର ସଦ୍ଗତି ଦାତା ମୁକ୍ତିଦାତା ଲିବରେଟର୍ ଅଟନ୍ତି । ସମସ୍ତଙ୍କୁ କହିବା ଦରକାର, ଆମର ଗୁରୁ କେବଳ ଜଣେ ଅଟନ୍ତି, ଯିଏକି ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି, ଶାନ୍ତିଧାମ, ସୁଖଧାମକୁ ନେଇ ଯାଉଛନ୍ତି । ସତ୍ୟଯୁଗ (ଆଦିରେ) ଆରମ୍ଭରେ ବହୁତ କମ୍ ସଂଖ୍ୟକ ରହିବେ । ସେଠାରେ କାହାର ରାଜ୍ୟ ଥିଲା, ଚିତ୍ର ଦେଖାଇବେ ନା । ଏକଥା କେବଳ ଭାରତବାସୀ ହିଁ ମାନିବେ, ଦେବତାମାନଙ୍କ ପୂଜାରୀମାନେ ମଧ୍ୟ ତୁରନ୍ତ ମାନିବେ ଯେ ବାସ୍ତବରେ ଏମାନେ ହିଁ ସ୍ୱର୍ଗର ମାଲିକ ଅଟନ୍ତି । ସ୍ୱର୍ଗରେ ଏମାନଙ୍କର ରାଜ୍ୟ ଥିଲା । ବାକି ସବୁ ଆତ୍ମା କେଉଁଠି ଥିଲେ ? ତେବେ ନିଶ୍ଚିତ କୁହାଯିବ ଯେ ଏମାନେ ନିରାକାରୀ ଦୁନିଆରେ ଥିଲେ । ଏକଥା ମଧ୍ୟ ତୁମେମାନେ ଏବେ ବୁଝୁଛ । ପୂର୍ବରୁ ତୁମମାନଙ୍କୁ କିଛି ହେଲେ ଜଣା ନଥିଲା । ଏବେ ତୁମମାନଙ୍କର ବୁଦ୍ଧିରେ ସୃଷ୍ଟିଚକ୍ର ଘୂରୁଛି । ବାସ୍ତବରେ ୫ ହଜାର ବର୍ଷ ପୂର୍ବରୁ ଭାରତରେ ଏମାନଙ୍କର ରାଜ୍ୟ ଥିଲା, ପୁଣି ଯେତେବେଳେ ଜ୍ଞାନର ପ୍ରାରବ୍ଧ ପୁରା ହୋଇଯାଉଛି, ସେତେବେଳେ ଭକ୍ତିମାର୍ଗ ଆରମ୍ଭ ହେଉଛି । ଏବେ ପୁଣି ଦରକାର ପୁରୁଣା ଦୁନିଆରୁ ବୈରାଗ୍ୟ । ବାସ୍, ଏବେ ଆମେ ନୂଆ ଦୁନିଆକୁ ଯିବୁ । ପୁରୁଣା ଦୁନିଆରୁ ମନ ହଟିଯାଉଛି । ସେଠାରେ ସ୍ୱାମୀ ସନ୍ତାନ ଆଦି ସବୁ ସେହି ଅନୁସାରେ ମିଳିବେ । ବେହଦର ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି ।

ଯେଉଁମାନେ ବିଶ୍ୱର ମାଲିକ ହେବାକୁ ଯାଉଛନ୍ତି, ସେମାନଙ୍କର ବିଚାର ବହୁତ ଉଚ୍ଚ ଏବଂ ଚଳଣି ମଧ୍ୟ ବହୁତ ରାଜକୀୟ ହେବ । ତାଙ୍କର ଭୋଜନ ମଧ୍ୟ ବହୁତ କମ୍ ହେବ, ଅଧିକ ଲୋଭ ରହିବା ଉଚିତ୍ ନୁହେଁ । ଯୋଗଯୁକ୍ତ ହୋଇ ରହୁଥିବା ସନ୍ତାନମାନଙ୍କର ଭୋଜନ ମଧ୍ୟ ବହୁତ ହାଲୁକା ସୂକ୍ଷ୍ମ ହେବ । ବହୁତଙ୍କର ଖାଇବାରେ ମଧ୍ୟ ବୁଦ୍ଧି ଚାଲିଯାଉଛି । ତୁମମାନଙ୍କ ଭିତରେ ଖୁସୀ ରହୁଛି ଯେ ଆମେମାନେ ବିଶ୍ୱର ମାଲିକ ହେବାକୁ ଯାଉଛୁ । କୁହାଯାଏ ଖୁସି ସଦୃଶ ଖୁରାକ ନାହିଁ । ସର୍ବଦା ଏହିପରି ଖୁସିରେ ରହିଲେ ଖାଦ୍ୟ-ପାନୀୟ ମଧ୍ୟ ବହୁତ କମ୍ ହୋଇଯିବ । ବହୁତ ଖାଇବା ଦ୍ୱାରା ଭାରୀ ହୋଇଯାଆନ୍ତି ପୁଣି ନିଦରେ ଢୁଳାଇଥାନ୍ତି, ଘୁଟକା ଖାଇଥାନ୍ତି । ପୁଣି କହନ୍ତି ବାବା ନିଦ ଆସୁଛି । ତେଣୁ ଭୋଜନ ସର୍ବଦା ଏକରସ ହେବା ଉଚିତ୍ । ଏପରି ନୁହେଁ ଯେ ଭଲ ଭୋଜନ ହେଲେ ବହୁତ ଖାଇଦେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଆମେ ଦୁଃଖହର୍ତ୍ତା ସୁଖକର୍ତ୍ତା ବାବାଙ୍କର ସନ୍ତାନ, ତେଣୁ ଆମକୁ କାହାକୁ ବି ଦୁଃଖ ଦେବାର ନାହିଁ । ଅପସେବା କରି ନିଜେ ନିଜକୁ ଶ୍ରାପିତ କରିବାର ନାହିଁ ।

(୨) ନିଜର ବିଚାରକୁ ବହୁତ ଶ୍ରେଷ୍ଠ ଏବଂ ରାଜକୀୟ ରଖିବାକୁ ହେବ । ଦୟାଶୀଳ ହୋଇ ସର୍ବଦା ସେବାରେ ତତ୍ପର ରହିବାକୁ ହେବ । ଖାଇବା-ପିଇବାର ଲୋଭକୁ ତ୍ୟାଗ କରିବାକୁ ପଡିବ ।

ବରଦାନ:-
ଡ୍ରାମାର ଜ୍ଞାନ ଦ୍ୱାରା ନିଜର ସ୍ଥିତିକୁ ଅଚଳ କରୁଥିବା ପ୍ରକୃତିଜିତ୍ ଏବଂ ମାୟାଜିତ୍ ହୁଅ ।

ପ୍ରକୃତି ବା ମାୟା ଦ୍ୱାରା କିପରି ବି ପରୀକ୍ଷା ଆସୁ କିନ୍ତୁ ତୁମେମାନେ ସେଥିରେ ଟିକିଏ ବି ହଲଚଲ୍ ହୁଅ ନାହିଁ ଏହା କଣ, ଏହା କାହିଁକି ଏହିଭଳି ପ୍ରଶ୍ନ ଯଦି ଟିକିଏ ବି ମନ ଭିତରେ ଉଠିଲା ବା କୌଣସି ସମସ୍ୟା ଯଦି ଟିକିଏ ବି ଆକ୍ରମଣ କରିଦେଲା ତେବେ ଫେଲ୍ ହୋଇଯିବ ତେଣୁ ତୁମ ମନ ଭିତରୁ ଏହି ଶବ୍ଦ ବାହାରୁ ଯେ ବାଃ ମିଠା ଡ୍ରାମା ବାଃ । ହାୟ ଏହା କଣ ହେଲା ଏହିଭଳି ସଂକଳ୍ପ ମଧ୍ୟ ନ ଆସୁ । ତୁମର ସ୍ଥିତି ଏଭଳି ହେଉ ଯାହାକି ସଂକଳ୍ପରେ ମଧ୍ୟ କୌଣସି ହଲଚଲ୍ ନ ହେଉ । ସର୍ବଦା ଅଚଳ-ଅଟଳ ସ୍ଥିତି ରହୁ ତେବେ ଯାଇ ପ୍ରକୃତିଜିତ୍ ଏବଂ ମାୟାଜିତ୍ ଭବର ଦାନ ମିଳିପାରିବ ।

ସ୍ଲୋଗାନ:-
ଖୁସି ଖବର ଶୁଣାଇ ଖୁସି ବାଣ୍ଟିବା ଏହା ହିଁ ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ।