07.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ତୁମ ଭଳି ପୁରୁଣା ଭକ୍ତମାନଙ୍କୁ ଭକ୍ତିର ଫଳ ଦେବା ପାଇଁ ଆସିଛନ୍ତି, ତେବେ ଭକ୍ତିର ଫଳ ହେଉଛି ଜ୍ଞାନ, ଯାହା ଦ୍ୱାରା ତୁମର ସଦ୍ଗତି ହେଉଛି ।

ପ୍ରଶ୍ନ:-
କେତେକ ପୁରୁଷାର୍ଥ କରୁ କରୁ ନିଜର ଭାଗ୍ୟକୁ ନିଜେ ହିଁ ହତ୍ୟା କରିଥାନ୍ତି, କିପରି ?

ଉତ୍ତର:-
ଯଦି ବାବାଙ୍କର ସନ୍ତାନ ହୋଇ ସେବା କରୁ ନାହାଁନ୍ତି, ନିଜ ଉପରେ ଏବଂ ଅନ୍ୟମାନଙ୍କ ଉପରେ ଦୟା କରୁ ନାହାଁନ୍ତି ସେ ନିଜ ଭାଗ୍ୟକୁ ନିଜେ ହତ୍ୟା କରିଥାନ୍ତି ଅର୍ଥାତ୍ ପଦ ଭ୍ରଷ୍ଟ ହୋଇଯାଆନ୍ତି । ଯଦି ଭଲ ଭାବରେ ପଢିବ, ଯୋଗଯୁକ୍ତ ସ୍ଥିତିରେ ରହିବ ତେବେ ଭଲ ପଦ ମଧ୍ୟ ମିଳିବ । ତେଣୁ ସେବାଧାରୀ ସନ୍ତାନମାନଙ୍କ ଭିତରେ ସେବା କରିବାର ବହୁତ ସଉକ ରହିବା ଦରକାର ।

ଗୀତ:-
କୌନ ଆୟା ସବେରେ ସବେରେ...

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନେ ବୁଝୁଛନ୍ତି ଯେ ଆମେ ଆତ୍ମା ଅଟୁ, ଶରୀର ନୁହେଁ ଏବଂ ଏହି ଜ୍ଞାନ ବର୍ତ୍ତମାନ ପରମପିତା ପରମାତ୍ମାଙ୍କଠାରୁ ମିଳୁଛି । ବାବା କହୁଛନ୍ତି ଯେତେବେଳେ ସ୍ୱୟଂ ମୁଁ ଆସିଛି ତେବେ ତୁମେ ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା ହିଁ ଶରୀରରେ ପ୍ରବେଶ କରୁଛି । ଆତ୍ମା ଗୋଟିଏ ଶରୀର ଛାଡି ଆଉ ଏକ ଶରୀର ନେଇଥାଏ । ଆତ୍ମା ବଦଳି ନଥାଏ, ଶରୀର ବଦଳିଥାଏ । ଆତ୍ମା ତ ଅବିନାଶୀ ଅଟେ, ତେଣୁ ନିଜକୁ ଆତ୍ମା ଭାବିବା ଦରକାର । ଏହି ଜ୍ଞାନ କେବେ ଅନ୍ୟ କହି ଦେଇପାରିବେ ନାହିଁ । ପିଲାମାନେ ଡାକିବାରୁ ବାବା ଆସିଛନ୍ତି । ଏହା ମଧ୍ୟ କାହାକୁ ଜଣା ନାହିଁ ଯେ ଏହା ପୁରୁଷୋତ୍ତମ ସଂଗମଯୁଗ ଅଟେ । ବାବା ଆସି ବୁଝାଉଛନ୍ତି ଯେ ମୁଁ ଆସିଥାଏ କଳ୍ପର ପୁରୁଷୋତ୍ତମ ସଂଗମଯୁଗରେ ଯାହା ଫଳରେ ସାରା ବିଶ୍ୱ ପୁରୁଷୋତ୍ତମ ହୋଇଥାଏ । ଏହି ସମୟରେ ତ ସାରା ବିଶ୍ୱ କନିଷ୍ଠ ପତିତ ହୋଇଯାଇଛି । ତାହାକୁ କୁହାଯାଉଛି ଅମରପୁରୀ, ଏହା ହେଉଛି ମୃତ୍ୟୁଲୋକ । ମୃତ୍ୟୁଲୋକରେ ଆସୁରୀ ଗୁଣଯୁକ୍ତ ମନୁଷ୍ୟ ଥାଆନ୍ତି, ଅମର ଲୋକରେ ଦୈବୀଗୁଣଯୁକ୍ତ ମନୁଷ୍ୟ ଥାଆନ୍ତି ଏଥିପାଇଁ ତାଙ୍କୁ ଦେବତା କୁହାଯାଏ । ଏଠାରେ ମଧ୍ୟ ଭଲ ସ୍ୱଭାବଯୁକ୍ତ ମନୁଷ୍ୟଙ୍କୁ କୁହାଯାଏ ଇଏ ତ ଯେପରି ଦେବତା ଅଟନ୍ତି । କେହି କେହି ଦୈବୀଗୁଣଯୁକ୍ତ ଥାଆନ୍ତି, ଏହି ସମୟରେ ତ ସବୁ ଆସୁରୀ ଗୁଣଯୁକ୍ତ ମନୁଷ୍ୟ ଅଟନ୍ତି । ୫ ବିକାରରେ ବୁଡି ରହିଛନ୍ତି ତେଣୁ ତ ଡାକିଥାନ୍ତି ଏହି ଦୁଃଖରୁ ଆସି ମୁକ୍ତ କର । ଭଗବାନ କେବଳ ଜଣେ ସୀତାଙ୍କୁ ତ ରକ୍ଷା କରି ନାହାଁନ୍ତି । ବାବା ବୁଝାଉଛନ୍ତି ଭକ୍ତଙ୍କୁ ସୀତା କୁହାଯାଏ, ଭଗବାନଙ୍କୁ ରାମ କୁହାଯାଏ । ସେ ବର୍ତ୍ତମାନ ଭକ୍ତିର ଫଳ ଦେବା ପାଇଁ ଆସିଛନ୍ତି । ଏହି ବେହଦର ରାବଣ ରାଜ୍ୟରେ ଆଜି ସାରା ବିଶ୍ୱ ବୁଡି ରହିଛି । ତାଙ୍କୁ ମୁକ୍ତ କରି ରାମ ରାଜ୍ୟକୁ ନେଇ ଯାଉଛନ୍ତି । ଏଠାରେ ରଘୁପତି ରାଘବ ରାଜାରାମଙ୍କର କଥା ନୁହେଁ । ସେ ତ ତ୍ରେତା ଯୁଗର ରାଜା ଥିଲେ । ସେ ଆତ୍ମା ମଧ୍ୟ ତମୋପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଅଛନ୍ତି, ସିଡିରୁ ଓହ୍ଲାଇ ଓହ୍ଲାଇ ତଳକୁ ଖସି ଆସିଛନ୍ତି । ପୂଜ୍ୟରୁ ପୂଜାରୀ ହୋଇଯାଇଛନ୍ତି । ଦେବତାମାନେ କାହାର ପୂଜା କରନ୍ତି ନାହିଁ ସେମାନେ ତ ପୂଜ୍ୟ ଅଟନ୍ତି । ପୁଣି ସେମାନେ ଯେତେବେଳେ ବୈଶ୍ୟରୁ ଶୁଦ୍ର ହୁଅନ୍ତି ସେତେବେଳେ ପୂଜା ଆରମ୍ଭ ହୋଇଥାଏ, ବାମ ମାର୍ଗରେ ଆସିବା ଦ୍ୱାରା ପୂଜାରୀ ହୋଇଥାନ୍ତି, ପୂଜାରୀ ଦେବତାମାନଙ୍କ ଚିତ୍ର ଆଗରେ ନମନ କରିଥାନ୍ତି, ଏହି ସମୟରେ କେହି ଜଣେ ବି ପୂଜ୍ୟ ହୋଇପାରିବେ ନାହିଁ । ସର୍ବୋଚ୍ଚ ଭଗବାନ ହେଉଛନ୍ତି ସର୍ବଦା ପୂଜ୍ୟ, ପୁଣି ସତ୍ୟଯୁଗୀ ଦେବୀ ଦେବତାମାନେ ପୂଜ୍ୟ ଅଟନ୍ତି । ଏହି ସମୟରେ ତ ସବୁ ପୂଜାରୀ ଅଟନ୍ତି, ପ୍ରଥମେ-ପ୍ରଥମେ ଶିବଙ୍କର ପୂଜା ହୋଇଥାଏ, ତାହା ହେଲା ଅବ୍ୟଭିଚାରୀ ପୂଜା । ସେହି ପୂଜା ସତ୍ତ୍ୱପ୍ରଧାନ ଅଟେ ପୁଣି ସତ୍ତ୍ୱ ପରେ ଦେବତାଙ୍କର ପୂଜା କରିବା ଆରମ୍ଭ କରନ୍ତି, ପୁଣି ତଳକୁ ଖସି ଜଳକୁ, ମନୁଷ୍ୟକୁ, ପକ୍ଷୀ ଆଦିଙ୍କୁ ପୂଜା କରିବାରେ ଲାଗିଯାଉଛନ୍ତି । ଦିନକୁ ଦିନ ଅନେକଙ୍କର ପୂଜା ହେବାରେ ଲାଗିଛି । ଆଜିକାଲି ଧର୍ମ ସମ୍ମିଳନୀ ମଧ୍ୟ ବହୁତ ହେଉଛି । କେବେ ଆଦି ସନାତନ ଧର୍ମାବଲମ୍ବୀଙ୍କର, କେବେ ଜୈନ୍ୟମାନଙ୍କର, କେବେ ଆର୍ଯ୍ୟ ସମାଜ ପନ୍ଥୀଙ୍କର ସମ୍ମିଳନୀ ହେଉଛି । ଅନେକଙ୍କୁ ଡକାଇଥାନ୍ତି କାହିଁକି ନା ପ୍ରତ୍ୟେକ ନିଜ ନିଜର ଧର୍ମକୁ ଉଚ୍ଚ ବୋଲି ମାନିଥାନ୍ତି । ପ୍ରତ୍ୟେକ ଧର୍ମରେ କିଛି ନା କିଛି ବିଶେଷ ଗୁଣ ରହିଥିବା କାରଣରୁ ସେମାନେ ନିଜକୁ ବଡ ଭାବିଥାନ୍ତି । ଜୈନମାନଙ୍କ ମଧ୍ୟରେ ବି ଭିନ୍ନ-ଭିନ୍ନ ପ୍ରକାରର ଥାନ୍ତି । ୫-୭ ପ୍ରକାରର ଥାନ୍ତି । ସେମାନଙ୍କ ଭିତରେ ପୁଣି କିଏ ଉଲଗ୍ନ ଥାଆନ୍ତି । ଉଲଗ୍ନର ଅର୍ଥ ମଧ୍ୟ କେହି ବୁଝନ୍ତି ନାହିଁ । ଭଗବାନୁବାଚ ଉଲଗ୍ନ ଅର୍ଥାତ୍ ଅଶରୀରୀ ଆସିଥିଲୁ, ପୁଣି ଅଶରୀର ହୋଇ ଚାଲିଯିବ । ସେମାନେ ପୁଣି ବସ୍ତ୍ର ଓହ୍ଲାଇ ଉଲଗ୍ନ ହୋଇଯାଉଛନ୍ତି । ଭଗବାନୁବାଚର ଅର୍ଥକୁ କେହି ବୁଝନ୍ତି ନାହିଁ । ବାବା କହୁଛନ୍ତି ଯେ ତୁମେମାନେ ଏଠାକୁ ଏହି ଶରୀର ଧାରଣ କରି ଅଭିନୟ କରିବା ପାଇଁ ଆସିଛ, ପୁଣି ଘରକୁ ଫେରିଯିବ, ଏହି କଥାକୁ ତୁମେମାନେ ହିଁ ବୁଝିପାରୁଛ । ଆତ୍ମା ହିଁ ଅଭିନୟ କରିବା ପାଇଁ ଆସିଛି, ଏହି ସୃଷ୍ଟି ରୂପି ବୃକ୍ଷର ବୃଦ୍ଧି ହେଉଛି । ନୂଆ-ନୂଆ ଧର୍ମର ସୃଷ୍ଟି ହେଉଛି, ଏଣୁ ଏହାକୁ ଭେରାଇଟ୍ ନାଟକ କୁହାଯାଇଛି । ଏହା ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ । ଇସ୍ଲାମୀ ମାନଙ୍କ ରଙ୍ଗ ଦେଖ କେତେ କଳା ଅଟେ । ସେମାନଙ୍କର ମଧ୍ୟ ବହୁତ ଶାଖା ବାହାରୁଛି । ମହମ୍ମଦ ତ ପରେ ଆସିଛନ୍ତି । ପ୍ରଥମେ ହେଲା ଇସ୍ଲାମୀ । ମୁସଲମାନଙ୍କର ସଂଖ୍ୟା ବହୁତ । ଆଫ୍ରିକାରେ କେତେ ସାହୁକାର ଅଛନ୍ତି; ସୁନା-ହୀରାର ଖଣି ଅଛି । ମୁସଲମାନମାନେ ଯେଉଁଠାରେ ବହୁତ ଧନ ଦେଖନ୍ତି, ଆକ୍ରମଣ କରି ଧନଶାଳୀ ହୋଇଯାନ୍ତି । ଖ୍ରୀଷ୍ଟିୟାନମାନେ ମଧ୍ୟ କେତେ ଧନଶାଳୀ ହୋଇଛନ୍ତି । ଭାରତରେ ମଧ୍ୟ ଧନ ଅଛି, କିନ୍ତୁ ଗୁପ୍ତ । ସୁନା ଆଦି କେତେ ରଖିଛନ୍ତି । ବର୍ତ୍ତମାନ ଦିଗମ୍ବର ଜୈନ ସଭାର ସଦସ୍ୟମାନେ ସମ୍ମିଳନୀ ଆଦି କରୁଛନ୍ତି, କାହିଁକି ନା ପ୍ରତ୍ୟେକ ନିଜକୁ ବଡ ବୋଲି ଭାବୁଛନ୍ତି । ଏଠାରେ ଏତେ ସବୁ ଧର୍ମ ବଢି ବଢି ଚାଲିଛି, କେବେ ବିନାଶ ହେବ, କିଛି ବି ବୁଝୁ ନାହାଁନ୍ତି । ସବୁ ଧର୍ମଠାରୁ ଶ୍ରେଷ୍ଠ ତୁମର ବ୍ରାହ୍ମଣ ଧର୍ମ ଅଟେ, ଯାହା ବିଷୟରେ କାହାକୁ ଜଣା ନାହିଁ । କଳିଯୁଗରେ ବ୍ରାହ୍ମଣ ମଧ୍ୟ ବହୁତ ଅଛନ୍ତି କିନ୍ତୁ ସେମାନେ ହେଲେ ଔରସଜାତ ବ୍ରାହ୍ମଣ । ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣ, ସେମାନେ ତ ସବୁ ଭାଇ-ଭଉଣୀ ଅଟନ୍ତି । ଯଦି ସେମାନେ ନିଜକୁ ବ୍ରହ୍ମାଙ୍କର ସନ୍ତାନ କହୁଛନ୍ତି ତାହାହେଲେ ଭାଈ ଭଉଣୀ ହେଲେ, ପୁଣି ବିବାହ ଆଦି କିପରି କରୁଛନ୍ତି ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ସେହି ବ୍ରାହ୍ମଣ ବ୍ରହ୍ମାଙ୍କର ମୁଖ ବଂଶାବଳୀ ନୁହଁନ୍ତି, କେବଳ ନାମ ରଖି ଦେଇଛନ୍ତି । ବାସ୍ତବରେ ବ୍ରାହ୍ମଣମାନଙ୍କୁ ଦେବତାମାନଙ୍କଠାରୁ ଶ୍ରେଷ୍ଠ କୁହାଯିବ, କାରଣ ସେମାନେ ସର୍ବୋଚ୍ଚ ଶିଖରରେ ଅଛନ୍ତି ନା । ଏହି ବ୍ରାହ୍ମଣ ହିଁ ମନୁଷ୍ୟମାନଙ୍କୁ ଦେବତାରେ ପରିବର୍ତ୍ତନ କରୁଛନ୍ତି । ଶିକ୍ଷକ ହେଲେ ପରମପିତା ପରମାତ୍ମା, ସ୍ୱୟଂ ଜ୍ଞାନର ସାଗର । ଏହା କାହାକୁ ବି ଜଣା ନାହିଁ । ବାବାଙ୍କ ପାଖକୁ ଆସି ବ୍ରାହ୍ମଣ ହୋଇ ପୁଣି କାଲି ଶୁଦ୍ର ହୋଇଯାଉଛନ୍ତି । ପୁରୁଣା ସଂସ୍କାର ବଦଳାଇବା ପାଇଁ ବହୁତ ପରିଶ୍ରମ ଲାଗିଥାଏ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି । ଆତ୍ମିକ ପିତାଙ୍କଠାରୁ ଆତ୍ମିକ ପିଲାମାନେ ହିଁ ସମ୍ପତ୍ତି ନେବେ । ବାବାଙ୍କୁ ମନେ ପକାଇବାରେ ହିଁ ମାୟା ବିଘ୍ନ ପକାଇଥାଏ । ବାବା କହିଥାନ୍ତି ହାତରେ କାମ କରି ହୃଦୟରେ ବାବାଙ୍କୁ ମନେ ପକାଅ । ଏହା ବହୁତ ସହଜ ଅଟେ । ଯେପରି ପ୍ରେମିକା-ପ୍ରେମିକ ହୋଇଥାନ୍ତି ଯିଏ ଜଣେ-ଜଣଙ୍କୁ ନ ଦେଖି ରହିପାରିବେ ନାହିଁ । ବାବା ତ ପ୍ରେମିକ ଅଟନ୍ତି । ସବୁ ପିଲାମାନେ ପ୍ରେମିକା ଅଟନ୍ତି ଯେଉଁମାନେ କି ବାବାଙ୍କୁ ମନେ ପକାଉଛନ୍ତି । ଏକମାତ୍ର ବାବା ହିଁ କେବେ କାହା ନିକଟରେ ସମର୍ପିତ ହୁଅନ୍ତି ନାହିଁ କାହିଁକି ନା ତାଙ୍କଠାରୁ ବଡ କେହି ନାହାଁନ୍ତି । ବାକି ହଁ, ସେ ପିଲାମାନଙ୍କର ମହିମା କରିଥାନ୍ତି, ଭକ୍ତିମାର୍ଗରୁ ଆରମ୍ଭ କରି ସମସ୍ତେ ମୋର ପ୍ରେମିକା ଅଟନ୍ତି । ଡାକିଥାନ୍ତି ମଧ୍ୟ -- ଆସ ଦୁଃଖରୁ ମୁକ୍ତ କର, ପବିତ୍ର କର । ତୁମେ ସବୁ କନ୍ୟା, ମୁଁ ହେଉଛି ବର । ତୁମେମାନେ ସମସ୍ତେ ଆସୁରୀ ଜେଲ୍ରେ ଭର୍ତ୍ତି ହୋଇଯାଇଛ, ମୁଁ ଆସି ମୁକ୍ତ କରାଉଛି । ଏଠାରେ ବହୁତ ପରିଶ୍ରମ ରହିଛି । କୁଦୃଷ୍ଟି ଧୋକା ଦେଇଥାଏ, ପବିତ୍ର ଦୃଷ୍ଟି ହେବାରେ ହିଁ ମେହେନତ କରିବାକୁ ପଡିଥାଏ । ଦେବତାମାନଙ୍କର କେତେ ସୁନ୍ଦର ଚରିତ୍ର ଅଟେ, ବର୍ତ୍ତମାନ ଏଭଳି ଦେବତା କରିବା ପାଇଁ ବ୍ରାହ୍ମଣ ନିଶ୍ଚିତ ଆବଶ୍ୟକ ନା ।

ସମ୍ମିଳନୀରେ ବିଷୟ ରଖାଯାଇଛି ମାନବ ଜୀବନରେ ଧର୍ମର ଆବଶ୍ୟକତା । ଡ୍ରାମାକୁ ନ ଜାଣିବା କାରଣରୁ ସମସ୍ତେ ସଂଶୟରେ ପଡିଯାଇଛନ୍ତି । ତୁମ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ । ଖ୍ରୀଷ୍ଟିୟାନ ଅଥବା ବୌଦ୍ଧ ଆଦିଙ୍କୁ ଏହା କଣ ଜଣା ଅଛି ଯେ କ୍ରାଇଷ୍ଟ, ବୁଦ୍ଧ ଆଦି ପୁଣି କେବେ ଆସିବେ! ତୁମେମାନେ ହିଁ ଶୀଘ୍ର ହିସାବ-କିତାବ ଶୁଣାଇ ପାରିବ । ତେଣୁ ବୁଝାଇବା ଦରକାର ଯେ ଧର୍ମର ଆବଶ୍ୟକତା ରହିଛି ନା । ପ୍ରଥମେ-ପ୍ରଥମେ କେଉଁ ଧର୍ମ ଥିଲା, ପୁଣି କେଉଁ ଧର୍ମ ଆସିଛି । ନିଜ ଧର୍ମର ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ବୁଝିପାରୁ ନାହାଁନ୍ତି । କାରଣ ବାବାଙ୍କୁ ଚିହ୍ନି ନାହାଁନ୍ତି । ଯୋଗ ବିନା ଶକ୍ତି ଆସିନଥାଏ, ବଳ ଭରି ନଥାଏ । ବାବାଙ୍କୁ ହିଁ ସର୍ବଶକ୍ତିର ଅଧିକାରୀ କୁହାଯାଉଛି । ତୁମେ ମଧ୍ୟ ସର୍ବଶକ୍ତିର ଅଧିକାରୀ ହେଉଛ, ବିଶ୍ୱର ମାଲିକ ହୋଇଯାଉଛ । ତୁମର ରାଜ୍ୟକୁ କେହି ଛଡାଇ ନେଇ ପାରିବେ ନାହିଁ । ସତ୍ୟଯୁଗରେ ଆଉ କୌଣସି ରାଜ୍ୟ ନଥାଏ । ଏବେ ତ କେତେ ଖଣ୍ଡ ରହିଛି । ଏହି ସୃଷ୍ଟିଚକ୍ର କିପରି ଘୁରୁଛି । ୫ ହଜାର ବର୍ଷର ଏହି ଚକ୍ର ଅଟେ । ବାକି ସୃଷ୍ଟି କେତେ ଲମ୍ବା, ତାହା କଣ ମାପି ପାରିବ । ପୃଥିବୀକୁ ମାପ କରିପାରିବ । ସାଗରର ମାପ ତ କରିପାରିବ ନାହିଁ । ଆକାଶ ଏବଂ ସାଗରର ଅନ୍ତ କେହି ପାଇପାରିବେ ନାହିଁ । ତେଣୁ ବୁଝାଇବା ଦରକାର ଯେ ଧର୍ମର ଆବଶ୍ୟକତା କାହିଁକି ରହିଛି! ସାରା ଚକ୍ର ଧର୍ମ ଉପରେ ହିଁ ତିଆରି ହୋଇଛି ଏହା ହେଉଛି ଭିନ୍ନ ଭିନ୍ନ ଧର୍ମର ବୃକ୍ଷ, ଏହି କଳ୍ପବୃକ୍ଷର ଚିତ୍ର ହେଉଛି ଅନ୍ଧ ଆଗରେ ଆଇନା ।

ତୁମେ ଏବେ ବାହାର ସେବା କରିବା ପାଇଁ ବାହାରିଛ, ଧୀରେ ଧୀରେ ତୁମର ବୃଦ୍ଧି ହୋଇଚାଲିବ । ତୁଫାନ ଆସିଲେ ବହୁତ ପତ୍ର ଝଡି ପଡିଥାଏ ନା । ଅନ୍ୟ ଧର୍ମରେ ମାୟାର ତୋଫାନ ଲାଗିବାର କୌଣସି କଥା ହିଁ ନାହିଁ । ସେମାନଙ୍କୁ ତ ଉପରୁ ହିଁ ଆସିବାର ଅଛି, ଏଠାରେ ତୁମର ଧର୍ମ ସ୍ଥାପନା ବହୁତ ବଡ ଚମତ୍କାର ଅଟେ । ଯିଏ ପୁରୁଣା ଭକ୍ତ ସେମାନଙ୍କୁ ହିଁ ଭଗବାନ ଆସି ଫଳ ଦେଇଥାନ୍ତି, ନିଜ ଘରକୁ ନେଇଯିବା ପାଇଁ । ଡାକିଥାନ୍ତି ମଧ୍ୟ ଆମ ଆତ୍ମାମାନଙ୍କୁ ନିଜ ଘରକୁ ନେଇଚାଲ । ଏହା କାହାକୁ ଜଣା ନାହିଁ ଯେ ବାବା ସ୍ୱର୍ଗର ରାଜ୍ୟ ଭାଗ୍ୟ ମଧ୍ୟ ଦେଉଛନ୍ତି । ସନ୍ନ୍ୟାସୀ ତ ସୁଖକୁ ମାନନ୍ତି ନାହିଁ । ସେମାନେ ଚାହୁଁଛନ୍ତି ମୋକ୍ଷ ମିଳୁ । ମୋକ୍ଷକୁ ସମ୍ପତ୍ତି କୁହାଯାଏ ନାହଁ । ସ୍ୱୟଂ ଶିବବାବାଙ୍କୁ ମଧ୍ୟ ଅଭିନୟ କରିବାକୁ ପଡିଥାଏ ତେବେ ପୁଣି କାହାକୁ ମୋକ୍ଷର ତାଲିକାରେ କିପରି ରଖି ପାରିବେ । ତୁମେ ବ୍ରହ୍ମାକୁମାର କୁମାରୀଗଣ ନିଜର ଧର୍ମକୁ ଏବଂ ସମସ୍ତଙ୍କ ଧର୍ମକୁ ଜାଣିଛ । ତେଣୁ ତୁମର ଦୟା ଆସିବା ଦରକାର । ଚକ୍ରର ରହସ୍ୟ ବୁଝାଇବା ଦରକାର । ସେମାନଙ୍କୁ କୁହ, ତୁମର ଧର୍ମ ସ୍ଥାପକ ପୁଣି ନିଜ ସମୟ ଅନୁସାରେ ଆସିବେ । ହୁସିଆର ହୋଇ ବୁଝାଇବା ଦରକାର । ତୁମେ ବୁଝାଇ ପାରିବ ଯେ ପ୍ରତ୍ୟେକଙ୍କୁ ସତ୍ତ୍ୱପ୍ରଧାନରୁ ସତ୍ତ୍ୱ-ରଜୋ-ତମୋରେ ଆସିବାକୁ ହୋଇଥାଏ । ବର୍ତ୍ତମାନ ରାବଣ ରାଜ୍ୟ ଅଟେ । ତୁମର ଜ୍ଞାନ ହେଲା ସତ୍ୟ ଗୀତା ଯାହା ବାବା ଶୁଣାଉଛନ୍ତି । ଭଗବାନ ନିରାକାରଙ୍କୁ ହିଁ କୁହାଯାଏ । ଆତ୍ମା ନିରାକାର ଈଶ୍ୱର ପିତାଙ୍କୁ ଡାକିଥାଏ । ସେଠାରେ ତୁମେ ଆତ୍ମାମାନେ ରହିଥାଅ । ତୁମକୁ କଣ ପରମାତ୍ମା କୁହାଯିବ । ପରମାତ୍ମା ତ ଜଣେ ଅଟନ୍ତି; ଉଚ୍ଚରୁ ଉଚ୍ଚ ଭଗବାନ, ପୁଣି ସବୁ ଆତ୍ମାମାନେ ତାଙ୍କର ସନ୍ତାନ ଅଟନ୍ତି । ସମସ୍ତଙ୍କର ସଦ୍ଗତି ଦାତା ଜଣେ ଅଟନ୍ତି, ପୁଣି ତାପରେ ହେଉଛନ୍ତି ଦେବତାମାନେ । ସେମାନଙ୍କ ମଧ୍ୟରେ ନମ୍ବରୱାନ ହେଲେ ଶ୍ରୀକୃଷ୍ଣ; କାରଣ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଅଟେ । ତୁମେ ହେଲ ସଂଗମଯୁଗୀ । ତୁମର ଜୀବନ ଅମୂଲ୍ୟ ଅଟେ । ଦେବତାମାନଙ୍କର ନୁହେଁ, ବ୍ରାହ୍ମଣଙ୍କର ଜୀବନ ଅମୂଲ୍ୟ ଅଟେ । ବାବା ତୁମକୁ ସନ୍ତାନ ରୂପେ ଗ୍ରହଣ କରି ପୁଣି ତୁମ ପାଇଁ କେତେ ମେହନତ (ପରିଶ୍ରମ) କରୁଛନ୍ତି, ଦେବତାମାନେ କଣ ଏତେ ପରିଶ୍ରମ କରିପାରିବେ । ସେମାନେ ପାଠପଢାଇବା ପାଇଁ ପିଲାମାନଙ୍କୁ ପାଠଶାଳାକୁ ପଠାଇଥାନ୍ତି । ଏଠାରେ କିନ୍ତୁ ବାବା ନିଜେ ବସି ତୁମକୁ ପଢାଉଛନ୍ତି । ସେ ପିତା, ଶିକ୍ଷକ, ଗୁରୁ ଅଟନ୍ତି । ତେଣୁ ତାଙ୍କର କେତେ ସମ୍ମାନ ରହିବା ଦରକାର । ସେବାଧାରୀ ପିଲାମାନଙ୍କର ସେବାର ବହୁତ ସଉକ ରହିବା ଉଚିତ୍ । ବହୁତ କମ୍ ଅଛନ୍ତି ଯେଉଁମାନେ ବହୁତ ଭଲ ହୁସିଆର ଅଟନ୍ତି; ତେଣୁ ସେବାରେ ଲାଗିଛନ୍ତି । ସେବା କରିବ ପାଇଁ ଭୂଜା ତ ଦରକାର ନା । ଯୁଦ୍ଧ ସ୍ଥଳକୁ ଯିବା ପାଇଁ ଯାହାକୁ ଶିଖାଇଥାନ୍ତି ତାଙ୍କର ଚାକିରୀ ଆଦି ସବୁ ଛଡେଇ ଦେଇଥାନ୍ତି । ସେମାନଙ୍କ ପାଖରେ ତାଲିକା ଥାଏ । ପୁଣି ମିଲେଟ୍ରୀରେ କେହି ପ୍ରତ୍ୟାଖାନ କରିପାରିବେ ନାହିଁ ଯେ ମୁଁ ଯୁଦ୍ଧ ସ୍ଥଳକୁ ଯାଇପାରିବି ନାହିଁ । ଜରୁରୀ ପରିସ୍ଥିତିକୁ ମୁକିବିଲା ପାଇଁ ଡ୍ରିଲ୍ ଶିଖାଇଥାନ୍ତି । ପ୍ରତ୍ୟାଖାନ କଲେ କେସ୍ କରିଥାନ୍ତି । ଏଠାରେ ତ ସେ କଥା ନାହିଁ । ଏଠାରେ ପୁଣି ଯିଏ ଭଲ ଭାବରେ ସେବା କରିନଥାନ୍ତି ତାଙ୍କର ପଦ ଭ୍ରଷ୍ଟ ହୋଇଥାଏ । ସେବା ନକରିଲେ ନିଜର ଭାଗ୍ୟକୁ ନିଜେ ହିଁ ନଷ୍ଟ କରିଥାନ୍ତି । ଯାହା ଫଳରେ ପଦ ଭ୍ରଷ୍ଟ ହୋଇଥାଏ । ନିଜର ଭାଗ୍ୟକୁ ନଷ୍ଟ କରିଦିଅନ୍ତି । ଯଦି ଭଲ ଭାବରେ ପଢିବେ, ଯୋଗ ସ୍ଥିତିରେ ରହିବେ ତେବେ ଭଲ ପଦ ମିଳିବ । ନିଜ ଉପରେ ଦୟା କରିବାକୁ ହେବ ନା । ନିଜ ଉପରେ ଦୟା କରିଲେ ହିଁ ଅନ୍ୟ ଉପରେ ମଧ୍ୟ କରିପାରିବ । ବାବା ସବୁ ପ୍ରକାରର କଥା ବୁଝାଇଥାନ୍ତି । ଏହି ଦୁନିଆର ନାଟକ କିପରି ଚାଲିଛି, ରାଜଧାନୀ କିପରି ସ୍ଥାପନ ହେଉଛି । ଏହି କଥାକୁ ଦୁନିଆ ଜାଣିନାହିଁ । ଏବେ ନିମନ୍ତ୍ରଣ ତ ମିଳୁଛି । ୫/୧୦ ମିନିଟ୍ରେ କଣ ବୁଝାଇବେ । ଘଣ୍ଟେ-ଦୁଇ ଘଣ୍ଟା ଦେଲେ ବୁଝାଇପାରିବ । ସେମାନେ ଡ୍ରାମାକୁ ତ ବିଲ୍କୁଲ୍ ଜାଣନ୍ତି ନାହିଁ । ଭଲ ଭଲ ଜାଗାରେ ପଏଣ୍ଟସ୍ ସବୁ ଲେଖିଦେବା ଦରକାର । ପରନ୍ତୁ ପିଲାମାନେ ଭୁଲିଯାଉଛନ୍ତି । ବାବା ରଚୟିତା ମଧ୍ୟ ଅଟନ୍ତି, ତୁମ ପିଲାମାନଙ୍କୁ ରଚନା କରିଛନ୍ତି । ନିଜର କରିଛନ୍ତି, ନିର୍ଦ୍ଦେଶକ ହୋଇ ନିର୍ଦ୍ଦେଶ ବି ଦେଉଛନ୍ତି । ପିଲାମାନଙ୍କୁ ଶ୍ରୀମତ ଦେଉଛନ୍ତି ଏବଂ ପୁଣି ନିଜର ଅଭିନୟ ମଧ୍ୟ କରୁଛନ୍ତି । ଜ୍ଞାନ ଶୁଣାଉଛନ୍ତି । ଏହା ବି ତାଙ୍କର ସର୍ବୋଚ୍ଚ ଅଭିନୟ ଅଟେ ନା । ଯଦି କେହି ଡ୍ରାମାର ରଚୟିତା, ନିର୍ଦ୍ଦେଶକ ଏବଂ ମୁଖ୍ୟ ପାର୍ଟଧାରୀକୁ ନ ଜାଣିଲେ ତ କଣ କୁହାଯିବ ? ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ଅମୂଲ୍ୟ ଜୀବନରେ ଶିକ୍ଷା ଦେଉଥିବା ଶିକ୍ଷକଙ୍କର ବହୁତ ବହୁତ ସମ୍ମାନ ରଖିବାକୁ ହେବ । ପାଠପଢାରେ ମେଧାବୀ ଛାତ୍ରଛାତ୍ରୀ ହୋଇ, ସେବାରେ ଲାଗିଯିବାକୁ ହେବ । ନିଜ ଉପରେ ନିଜେ ହିଁ ଦୟା କରିବାକୁ ହେବ ।

(୨) ନିଜେ ନିଜକୁ ସୁଧାରିବା ପାଇଁ ଦୃଷ୍ଟିକୁ ପବିତ୍ର କରିବାକୁ ପଡିବ । ନିଜର ଚରିତ୍ରକୁ ସୁଧାରିବାକୁ ହେବ । ମନୁଷ୍ୟକୁ ଦେବତା କରିବାର ସେବା କରିବାକୁ ହେବ ।

ବରଦାନ:-
ସଂକଳ୍ପ ଏବଂ ବାଣୀର ବିସ୍ତାରକୁ ସାରାଂଶ ରୂପରେ ପରିବର୍ତ୍ତନ କରି ଅନ୍ତର୍ମୁଖୀ ହୁଅ ।

ବ୍ୟର୍ଥ ସଂକଳ୍ପର ବିସ୍ତାରକୁ ଏକତ୍ରିତ କରି ସାରାଂଶ ରୂପରେ ସ୍ଥିତ ହେବା ତଥା ମୁଖରୁ ବାହାରୁଥିବା ବ୍ୟର୍ଥ ବାଣୀର ବିସ୍ତାରକୁ ଏକତ୍ରିତ କରି ସମର୍ଥ ଅର୍ଥାତ୍ ସାରାଂଶ ସ୍ୱରୂପରେ ପରିବର୍ତ୍ତନ କରିଦେବାକୁ ହିଁ ଅନ୍ତମୁର୍ଖତା କୁହାଯାଏ । ଏହିଭଳି ଅନ୍ତର୍ମୁଖୀ ପିଲାମାନେ ହିଁ ଶାନ୍ତିର ଶକ୍ତି ଦ୍ୱାରା ଇତସ୍ତତଃ ହୋଇ ଘୁରି ବୁଲୁଥିବା ଆତ୍ମାମାନଙ୍କୁ ପ୍ରକୃତ ଲକ୍ଷ୍ୟ ସ୍ଥଳର ରାସ୍ତା ଦେଖାଇ ପାରିବେ । ତୁମର ଏହି ଶାନ୍ତିର ଶକ୍ତି ଅନେକ ପ୍ରକାରର ଆତ୍ମିକ ଚମତ୍କାରୀ ଦେଖାଇଥାଏ । ଏହି ଶାନ୍ତିର ଶକ୍ତି ଆଧାରରେ ପ୍ରତ୍ୟେକ ଆତ୍ମାର ଅନ୍ତରର ଶବ୍ଦ ଏତେ ନିକଟରେ ଶୁଣାଯିବ ଯେପରି କେହି ସମ୍ମୁଖକୁ ଆସି କଥା କହୁଛି ।

ସ୍ଲୋଗାନ:-
ସ୍ୱଭାବ, ସଂସ୍କାର, ସମ୍ବନ୍ଧ, ସମ୍ପର୍କରେ ହାଲୁକା ରହିବା ଅର୍ଥାତ୍ ଫରିସ୍ତା ହେବା ।